ସମୀକ୍ଷା ବ୍ୟୁରୋ ରେଡିଓ ଏବଂ ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରକଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନକରିଛନ୍ତି । ବିଦେଶୀ ପ୍ରସାରକମାନଙ୍କ ସହିତ ବୁଝାମଣା ଫଳରେ ସାର୍ବଜନୀକ ପ୍ରସାରକମାନେ ନୂତନ ଦୃଷ୍ଟିକୋଣ ଓ ପ୍ରାଦ୍ୟୋଗିକୀ ସମ୍ବନ୍ଧରେ ଜ୍ଞାନ ଆହରଣ କରିପାରିବେ । ଏହା ଗଣମାଧ୍ୟମର ଉଦାରୀକରଣ ଏବଂ ଜଗତିକରଣରେ ମଧ୍ୟ ସହାୟକ ହେବ । ପ୍ରଯୁକ୍ତିବିଦ୍ୟା, ବିଶେଷଜ୍ଞତାର ଆଦାନ-ପ୍ରଦାନ ଓ କର୍ମଚାରୀଙ୍କ ପ୍ରଶିକ୍ଷଣ ଫଳରେ ସାର୍ବଜନୀକ ପ୍ରସାରକମାନଙ୍କୁ ପ୍ରସାରଣ କ୍ଷେତ୍ରରେ ନୂତନ ଆହ୍ୱାନର ମୁକାବିଲା କରିବାରେ ସହାୟତା ମିଳିବ । ପାରସ୍ପରିକ ସହଯୋଗରେ ପ୍ରସ୍ତୁତ କାର୍ଯ୍ୟକ୍ରମର ପ୍ରସାରଣ ଫଳରେ ଦୂରଦର୍ଶନ ଓ ଆକାଶବାଣୀର ଦର୍ଶକ/ଶ୍ରୋତାଙ୍କ ମଧ୍ୟରେ ସମତା ଓ ସମାବେଶନର ବାତାବରଣ ନିର୍ମିତ ହେବ ।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀମାନଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତା ଓ ସହାୟତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଜୁଲାଇ ୧ ତାରିଖଠାରୁ ଏହା ପିଛିଲା ଭାବେ ଲାଗୁ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି । ଦର ବୃଦ୍ଧିକୁ ଭରଣା କରିବା ପାଇଁ ମୂଳ ଦରମା ଓ ଭତା ଉପରେ ବର୍ତମାନର ପ୍ରଚଳିତ ୧୨ ପ୍ରତିଶତ ମହଙ୍ଗା ଭତାକୁ ୫ ପ୍ରତିଶତ ବୃଦ୍ଧି କରାଯିବ । ସପ୍ତମ ବେତନ କମିଶନର ସୁପାରିଶ ଆଧାରରେ ସ୍ଥିର କରାଯାଇଥିବା ସୂତ୍ର ଅନୁଯାୟୀ ଏହି ମହଙ୍ଗା ଭତା ବୃଦ୍ଧି ଲାଗୁ କରାଯାଇଛି । ଏହି ମହଙ୍ଗା ଭତା ଓ ସହାୟତା ରାଶି ଲାଗୁ କରାଯିବା ଦ୍ୱାରା ରାଜକୋଷ ଉପରେ ୨୦୧୯-୨୦ ଆର୍ଥିକ ବର୍ଷରେ (ଜୁଲାଇ…
BJP Working President J P Nadda being welcomed by supporters at Mandi in Himachal Pradesh on Wednesday. UNI PHOTO-48U
ସମୀକ୍ଷା ବ୍ୟୁରୋ 5ଟି ର ସଚିବ ଭି କେ ପାଣ୍ଡିୟାନ ଆଜି ଅଚାନକ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲା ବୁଲି ମୋ ସରକାର କିପରି ଚାଲିଛି ତାହାର ତଦାରଖ କରିଛନ୍ତି। ସେ ମାଲକାନାଗିରି, ନବରଂଗପୁର, କୋରାପୁଟ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ତଦାରଖ କରିଥିଲେ। ପ୍ରଥମେ ମାଲାକାନାଗିରି ଜିଲ୍ଲା ଚିକିତ୍ସାଳୟରେ ଏହି ଯୋଜନା କିପରି ଚାଲିଛି ତାହା ତଦାରଖ କରିଥିଲେ। ଏହାପରେ ସେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଚିକିତ୍ସାଳୟ ବୁଲି ଦେଖିଥିଲେ। ସେଠାରେ ସେ ଡାକ୍ତରଙ୍କ ସହିତ ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ କିପରି ସେବା ଚାଲିଛି, କଣ ଅସୁବିଧା ହେଉଛି ତାହା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5ଟି ନେଇ ସବୁ ସରକାରୀ ଅଧିକାରୀ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ପ୍ରଥମେ ହସପିଟାଲ ଏବଂ ଥାନାକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥିପାଇଁ ସଚିବ ପାଣ୍ଡିୟାନ୍ ପ୍ରଥମେ ହସପିଟାଲଗୁଡିକ…
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ( ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ(୯, ଅକ୍ଟୋବର,୧୮୭୭- ୧୭, ଜୁନ,୧୯୨୮) ଙ୍କ ଜୟନ୍ତୀ ଦିବସ। ଓଡିଆ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଇତିହାସ ବିଖ୍ୟାତ। ଓଡିଶାର ସମାଜ ଓ ରାଜନୀତିକୁ ନେଇ ଗୋପବନ୍ଧୁଙ୍କର ଅନେକ ମୌଳିକ ବିଚାର ରହିଥିଲା ଯାହାର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି। ୧୬। ୦୫। ୧୯୨୮ ରେ “ସମାଜ” ପୃଷ୍ଠାରେ “ଚନ୍ଦନ ମଉଜ” ନାଁରେ ଲେଖିଥିବା ଏହି ପ୍ରବନ୍ଧଟି ଆମର ମଧ୍ୟବିତ୍ତ ମାନସିକତା ଓ ସମାଜ ପ୍ରତି ମଧ୍ୟବିତ୍ତ ବର୍ଗର ଉଦାସୀନତା ଉପରେ ପ୍ରଚଣ୍ଡ ପ୍ରହାର ଥିଲା। ୯୧ ବର୍ଷ ତଳେ ଲେଖା ହୋଇଥିବା ଏ ପ୍ରବନ୍ଧ ଆଜି ମଧ୍ୟ ଓଡିଶାର ଜନ ଜୀବନରେ ପ୍ରାସଙ୍ଗିକତା ହରାଇନାହିଁ। ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ତାଙ୍କର ଅମର ଲେଖନୀରୁ ଏହି ଆଲେଖ୍ୟ) ଓଡିଶା ଦୁଃଖ ଦରିଦ୍ରତାର ଶେଷ ଦଶାକୁ ପାଇଲାଣି । ବାହାର ଲୋକଙ୍କ ନିକଟରେ ଓଡିଶା ତାର…
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧରେ ଭାରତ ଗସ୍ତରେ ଆସୁଛନ୍ତି ଚୀନ୍ ପ୍ରଧାନମନ୍ତ୍ରୀ ଜି ଜିନ୍ପିଙ୍ଗ । ଜିନ୍ ପିଙ୍ଗ ଆସନ୍ତା 11 ଏବଂ 12 ତାରିଖରେ ଭାରତ ଗସ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନିଆ ଚେନ୍ନାଇ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିତୀୟ ଥର ପାଇଁ ବୈଠକ ଅବସରରେ ଦ୍ବିପାକ୍ଷିକ ସମ୍ପର୍କ ଏବଂ ବିଶ୍ବ ବାଣିଜ୍ୟକୁ ନେଇ ଆଲୋଚନା ହେବ । ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ ଏପ୍ରିଲ୍27-28ରେ ଚୀନ୍ର ୟୁହାନ୍ରେ ଅନୁଷ୍ଠିତ ହୋଇଥିଲା ।
Artists beats of the ‘ Panchari Melam’ during an event to attempt to enter Guinness Book of World Record in front of Mahalingapuram Ayyappan Temple, in Chennai on Tuesday. UNI PHOTO TK 2 U
କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ନିକଟରେ ଆଜି ସକାଳେ ଗୋଟିଏ ବସ୍ ଆଉ ଗୋଟିଏ ବସ୍କୁ ପଛରୁ ପିଟି ଦେବାରୁ 7 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୫ ମହିଳା ଅଛନ୍ତି । ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇଟି ଯାକ ବସ୍ ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପଛ ବସ୍ଟି ଦ୍ରୁତ ଗତିରେ ଆସି ଆଗ ବସ୍ଟିକୁ ପଛରୁ ପିଟି ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି ।
Hindu devotees prepare to immerse an idol of Durga Goddess into a river in Dhaka, Bangladesh, on Oct. 8, 2019. Security arrangements across Bangladesh were beefed up for the peaceful celebrations of Durga Puja festival, the festival of Hindus which ended
ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଭିଡ ହିଂସା ମନ୍ତବ୍ୟକୁ ନେଇ ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ୍ ଓଓ୍ବେସୀ ସମାଲୋଚନା କରିଛନ୍ତି । ଆରଏସ୍ଏସ୍କୁ ସମାଲୋଚନା କରି ଓଓ୍ବେସୀ କହିଛନ୍ତି, ଯଦି ଭିଡ ହିଂସା ଭାରତୀୟ ସଂସ୍କୃତି ନୁହେଁ ତେବେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଭିଡ ହିଂସା ବଢିବାର କାରଣ କଣ? ଗଡ୍ସେଙ୍କୁ ଭକ୍ତି କରୁଥିବା କିଛି ବିଜେପି ସାଂସଦ ଏପରି ଭିଡ ହିଂସାର କାରଣ ବୋଲି ଓଓ୍ବେସୀ କହିଛନ୍ତି । ଭାଗବତଙ୍କୁ ଟାର୍ଗେଟ କରି ଓଓ୍ବେସୀ କହିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ବେଳେ ସେହି ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିରେ ବିଜେପି ସାଂସଦ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି । ସେହିପରି ଅନ୍ୟ ଏକ ପୋଷ୍ଟରେ ଓଓ୍ବେସୀ କହିଛନ୍ତି, ଗଡକରୀ ଭିଡ ହିଂସା ରୋକିବା ପାଇଁ ଆହ୍ବାନ ଦେବା ପରିବର୍ତ୍ତେ ଏହାକୁ ଭିଡ ହିଂସା ନକହିବା ପାଇଁ କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଓଓ୍ବେସି କହିଛନ୍ତି ।
ଗତକାଲି ଦୁର୍ଗା ମୂର୍ତ୍ତି ଭସାଣୀ ସମୟରେ ନଦୀରେ ବୁଡ଼ି ଯାଇ 7 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ଅଛନ୍ତି। ରାଜସ୍ଥାନର ଢୋଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ଢୋଲପୁରରେ ଥିବା ପାର୍ବତୀ ନଦୀରେ ଦୁଇଟି ପୃଥକ ପୃଥକ ସ୍ଥାନରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଘଟଣ ଘଟିଥିଲା । ଦୁଇଟି ସ୍ଥାନରେ ମୋଟ 10 ଜଣ ନଦୀର ସ୍ରୋତରେ ଭାସି ଯାଇଥିଲେ । ଏହାପରେ ନଦୀ କୂଳରେ ଥିବା ସେପଉ ପୁଲିସ୍ ଷ୍ଟେସନ ନିକଟରୁ ଜଣଙ୍କର ଶବ ଉଦ୍ଧାର ହୋଇଥିଲା । ତା’ପରେ ପାର୍ବତୀ ନଦୀ ସହିତ ଯୋଡ଼ି ହୋଇଥିବା ଚମ୍ୱଲ ନଦୀରୁ ଆଉ 4ଟି ମୃତଦେହ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ତିନି ନିଖୋଜଙ୍କ ସନ୍ଧାନ ଜାରି ରହିଛି ।
ଗତକାଲି ଅପରାହ୍ନରେ ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡି ଘଟଣାରେ ନିଖୋଜ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି । ଏବେବି ଆଉ ଜଣେ ନିଖୋଜଙ୍କ ପତ୍ତା ମିଳୁନି । ଗତକାଲି ୩ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରାଯାଇଥିଲା । ଗତକାଲି ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ନିଖୋଜ ଥିଲେ । ତେବେ ଦୁଇ ନିଖୋଜଙ୍କ ମଧ୍ୟରୁ ବଟକୃଷ୍ଣ ମଲ୍ଲିକଙ୍କ ମୃତଦେହ ଆଜି ସକାଳୁ ପାରାଦୀପ ସମୁଦ୍ର କୂଳ ନିକଟରୁ ଭାସୁଥିବା ଉଦ୍ଧାର ହୋଇଥିଲା। ବର୍ତ୍ତମାନ ଲକ୍ଷ୍ମୀଧର ଦାସ ନାମକ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି ।
କେନ୍ଦୁଝର ରୁଗୁଡ଼ି ଥାନା କାଟା ସାହି ନିକଟ ଜଙ୍ଗଲରୁ ମାଙ୍ଗାନିଜ୍ ଚୋରି କରିବା ଅଭିଯୋଗରେ ପୁଲିସ୍ 8 ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ପୁଲିସ୍ 2 ଟି ଟ୍ରକ୍, ଗୋଟିଏ ବୋଲେରୋ, ଗୋଟିଏ ମୋଟର ସାଇକେଲ୍ ଏବଂ 8ଟି ମୋବାଇଲ୍ ସହ ଏକ ଲକ୍ଷ ଟଙ୍କା ଜବତ କରିଛି । ଆଜି ସକାଳେ ମାଙ୍ଗାନିଜ୍ ଚାଲାଣ ବେଳେ ପୁଲିସ୍ ଚଢ଼ାଉ କରିବା ସହ ଦୁଇଟି ଟ୍ରକ୍କୁ ଅଟକାଇଥିଲା । ଦୁଇଟି ଯାକ ଟ୍ରକ୍ ନମ୍ବର ପଶ୍ଚିମବଙ୍ଗର ଓ ବୋଲେରୋର ନମ୍ବର ଝାଡଖଣ୍ଡର ହୋଇଥିବାରୁ ଖଣି ଲୁଟେରାଙ୍କ ଲିଙ୍କ୍ ରାଜ୍ୟ ବାହାରେ ଥିବାର ଅନୁମାନ କରାଯାଉଛି ।
କେଦାର ମିଶ୍ର ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବିଜୟା ଦଶମୀ ଉତ୍ସବ ଆଜିକାଲି ଟେଲିଭିଜନ ପର୍ଦ୍ଦାରେ ଛାଇ ହୋଇ ରହୁଛି। ଆଗରୁ ନାଗପୁରରେ ଆୟୋଜିତ ହେଉଥିବା ଏହି ଉତ୍ସବ ବିଷୟରେ ସେମିତି କିଛି ଖବର ବାହାରୁ ନଥିଲା। ଏବେ କିନ୍ତୁ ଏହା ସବୁ ଟେଲିଭିଜନ ଚାନେଲରେ ଲାଇଭ ଦେଖା ଯାଉଛି। ଚଳିତ ବର୍ଷ ତାର ବ୍ୟତିକ୍ରମ ନଥିଲା। ଏକ ପ୍ରକାର ଅର୍ଦ୍ଧ ସାମରିକ ଉତ୍ସବ ଭଳି ଏହାକୁ ପାଳନ କରିବାର ଉତ୍ସାହ ସଂଘ ଭିତରେ ରହି ଆସିଛି। ଭାରତରେ ନିର୍ବାଚିତ ସରକାର ବା ଲୋକ ପ୍ରତିନିଧିଙ୍କ ଉପରେ ମଧ୍ୟ ସଂଘର ପତିଆରା ରହିଛି, ଏକଥା ଏ ବର୍ଷ ବିଜୟା ଦଶମୀରେ ପୁଣିଥରେ ପ୍ରମାଣିତ ହୋଇଛି। ଗୈରିକ ପତାକା ଉତ୍ତୋଳନ, ହିନ୍ଦୁ ରାଷ୍ଟ୍ରର ବନ୍ଦନା ଓ ଶସ୍ତ୍ର ପୂଜା- ଏଥିରୁ କୌଣସି ଗୋଟିଏ ମଧ୍ୟ ଗଣତାନ୍ତ୍ରିକ ପରମ୍ପରା ନୁହେଁ। ନିଜକୁ ଏକ ସାଂସ୍କୃତିକ ସଂଗଠନ ବୋଲି କହୁଥିବା ଅନୁଷ୍ଠାନ ଖଣ୍ଡା, ତରୁଆଲ ବନ୍ଧୁକ…
NEW DELHI, OCT 8 (UNI):-Burning effigy of demon king Ravana during Dussehra celebrations organzed by Shri Dharmic Lila committee at Red Fort Grounds in New Delhi on Tuesday. UNI PHOTO-JA1U
LUCKNOW, OCT 7 (UNI) :- Devotees immersing an idol of Goddess Durga on the occassion of Vijayadhsmi at a pond, on bank of Gomti river in Lucknow on Tuesday. UNI PHOTO-LKWPC14U
LUCKNOW, OCT 7 (UNI) :- Mahant Divyagiri of Mankameswar temple performing shastra puja (weapan worship) on the occassion of Vijayadashmi in Lucknow on Tuesday.
Married women during Sindhur Khela on the occasion of Vijayadashmi celebration in Mumbai on Tuesday. UNI PHOTO-72U
Maharashtra Police officers performing traditional Shastra Puja (weapon worship) at the Police Station on the occasion of Vijya Dashmi, in Mumbai on Tuesday. UNI PHOTO-75U
Prime Minister Narendra Modi during the Dussehra Celebrations at DDA Ground, Dwarka Sector-10, in New Delhi on Tuesday. UNI PHOTO-RK2U

