ଆତଙ୍କବାଦୀ ହଫିଜ୍ ସଇଦ୍ ବିରୋଧରେ ପାକିସ୍ତାନ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଆତଙ୍କବାଦକୁ ପାଣ୍ଠି ଯୋଗାଣ ଓ ଆର୍ଥିକ ଦୁର୍ନୀତି ପ୍ରତିରୋଧ ପାଇଁ ଥିବା ଅନୁଷ୍ଠାନ୍ ଏଫଏଟିଏଫ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରହିଥିବା 40 ମାନଦଣ୍ଡ ମଧ୍ୟରୁ ପାକିସ୍ତାନ 4ଟି ମାନଦଣ୍ଡକୁ ଆଦୌ ପାଳନ କରୁନାହିଁ ବୋଲି 228 ପୃଷ୍ଠା ରିପୋର୍ଟରେ ପ୍ରକାଶ କରିଛି ଏଫ୍ଟିଏଫ୍ । ଅଗଷ୍ଟ ମାସରେ ପ୍ରକାଶିତ ରିପୋର୍ଟରେ ପାକିସ୍ତାନ 40ରୁ 32ଟି ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିଲା । ଏହି ଧାରା ଜାରି ରହିଲେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିବା ନେଇ ଏଫଟିଏଫ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।
Author: Samikhsya Bureau
କେଉଁଠି ବି ଆସିପାରେ ମୃତ୍ୟୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଲଣ୍ଡନର କାର୍ଡିଫ୍ରେ। କାର୍ଡିଫ୍ ହାଫ୍ ମାରାଥନ୍ରେ ଜଣେ ପ୍ରତିଯୋଗୀ ପ୍ରାଣ ହରାଇଛନ୍ତି। ରବିବାର ଅନୁଷ୍ଠିତ ଏହି ହାଫ୍ ମାରାଥନ୍ରେ ଏହି ଘଟଣା ଘଟିଥିବା ନେଇ ଆୟୋଜକ ପ୍ରକାଶ କରିଛନ୍ତି। ଧାବକ ଜଣକ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ବ୍ୟବସ୍ଥା ପ୍ରଦାନ କରାଯିବା ସହିତ ୟୁନିଭର୍ସିଟି ହସ୍ପିଟାଲ ଅଫ୍ ଓ୍ବେଲ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧାବକଙ୍କ ନାମ ଘୋଷଣା କରାଯାଇନଥିବା ବେଳେ ହୃଦ୍ଘାତରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ଏହି ଇଭେଣ୍ଟରେ ଗତବର୍ଷ ମଧ୍ୟ ଦୁଇ ବ୍ରିଟିଶ୍ ନାଗରିକଙ୍କ ପ୍ରାଣହାନି ଘଟିଥିଲା। ରବିବାରର ଇଭେଣ୍ଟରେ 27 ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ କେନିଆର ଲିଓନାର୍ଡ ଲାଙ୍ଗାଟ ପୁରୁଷ ବର୍ଗରେ 59.30 ମିନିଟ୍ ସମୟ ନେଇ ବିଜୟୀ ହୋଇଥିବା ବେଳେ ମହିଳା ବର୍ଗରେ କେନିଆର ଲୁସି ଚେରୁଇଓଟ୍…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମହାନବମୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସୋମବାର ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ‘ମହାନବମୀ ଅବସରରେ ସମଗ୍ର ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ମା ସିଦ୍ଧିଦାତ୍ରୀଙ୍କ କୃପାରୁ ସମସ୍ତେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳର ପହଞ୍ଚିବା ମୁଁ କାମନା କରୁଛି’ ବୋଲି ମୋଦି ଟ୍ବିଟ୍ କରିଛନ୍ତି ।
ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀକୁ ଗିରଫ କରିଛି ଜମ୍ମୁ କାଶ୍ମୀର ପୋଲିସ୍ । ବାରାମୂଲ୍ଳାରୁ ମୋହଶିନ୍ ମନଜୋର ଶଲହେଙ୍କୁ ଗିରଫ କରାଯାଇଥିବା ନେଇ ଜମ୍ମୁ କଶ୍ମୀର ବରମୁଲା ଜିଲ୍ଲା ପୁଲିସ ସୂଚନା ଦେଇଛି । ମୋହଶିନ୍ ମନଜୋର ଶଲହେ ବାରମୂଲ୍ଲାର ଅଧିବାସୀ ହୋଇଥିବା ବେଳ ନିକଟରେ ସୁରକ୍ଷା ବଳ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଜଣାପଡିଛି । ଏହି ଆକ୍ରମଣରେ ତିନି ସୁରକ୍ଷା ଅଧିକାରୀ ପ୍ରାଣ ହରାଇଥିଲେ । ମୋହଶିନ୍ ମନଜୋର ଶଲହେ ନିକଟରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ମୁମ୍ବାଇର ଆରେ କଲୋନୀର ଗଛକଟା ଉପରେ ରୋକ୍ ଲଗାଇଛନ୍ତିକ ସୁପ୍ରିମ୍କୋର୍ଟ । ସୋମବାର ମାମଲାର ବିଚାର କରି ସୁପ୍ରିମ୍କୋର୍ଟ ଏହି ଘୋଷଣା କରିଛନ୍ତି । ଆସନ୍ତା 21 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ୍ ନିଷ୍ପତ୍ତି ନେଇଥିବା ବେଳେ ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ଗଛକଟା ଯିବା ଉପରେ ରୋକ୍ ଲଗାଇଛନ୍ତି କୋର୍ଟ । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କେବଳ ଆବଶ୍ୟକୀୟ ଗଛ କଟାଯିବା ପାଇଁ ଆବେଦନ କରାଯାଇଥିବା ବେଳେ କୋର୍ଟଙ୍କ ପକ୍ଷରୁ ଏହାକୁ ଖାରଜ କରାଯାଇ ସ୍ଥିତାବସ୍ଥା ଜାରି କରାଯାଇଛି । ଜଷ୍ଟିସ୍ ଅରୁଣ ମିଶ୍ର ଏବଂ ଅଶୋକ ଭୂଷଣଙ୍କ ନେତୃ୍ତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ସନ୍ଧ୍ୟାରେ 48 ହଜାର ପରିବହନ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । କର୍ମଚାରୀ ମାନେ ଦୁଇ ଦିନିଆ ଆନ୍ଦୋଳନ ଡାକରା ଦେବା କାରଣରୁ ରାଜ୍ୟରେ ପରିବହନ ସେବା ଠପ୍ ହୋଇଥିଲା । ଏହା ଅକ୍ଷମଣୀୟ ଅପରାଧ ବୋଲି ଅଭିହିତ କରି କେସିଆର ଏହି କର୍ମଚାରୀଙ୍କୁ ଛଟେଇ କରିଛନ୍ତି । କେସିଆର କହିଛନ୍ତି ପରିବହନ ବ୍ୟବସ୍ଥା ବନ୍ଦ ହେବା କାରଣରୁ ଜନ ସାଧାରଣଙ୍କୁ ନାହିଁ ନଥିବା ଅସୁବିଧା ହେଉଥିବା ବେଳେ ତେଲେଙ୍ଗାନା ପରିବହନ ବିଭାଗ ଦୈନିକ 1200 କୋଟିର କ୍ଷତି ସହୁଛି ଏବଂ ଋଣଭାର 5000 କୋଟି ଅତିକ୍ରମ କରି ସାରିଲାଣି । ଏହି ଅବସ୍ଥାକୁ ସୁଧାରିବା ପାଇଁ ରାଜ୍ୟ ସରକାର 2500 ଘରୋଇ ବସ୍କୁ ପରିବହନ ସେବାରେ ନିୟୋଜିତ କରିଛନ୍ତି । ଏହି 2500 ବସ୍କୁ ମିଶାଇ ସମୁଦାୟ 4114ଟି ସରକାରୀ ବସ୍ ବର୍ତ୍ତମାନ ଯାତାୟତ କରୁଛି । ଆସନ୍ତା 15 ଦିନ ମଧ୍ୟରେ…
ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟରେ ଗତକାଲି ରାତିରେ ଏକ କୋଇଲା ବୋଝେଇ ଟ୍ରକ୍ ନଦୀକୁ ଖସି ପଡିଛି । ତେଲ ନଦୀର ତୁଷୁରା ପୋଲରେ ଏହି ଘଟଣା ଘଟିଥିବା ବେଳେ ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପର୍ଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହଁ । ଟ୍ରକ୍ଟି ଭାରସାମ୍ୟ ହରାଇ ପୋଲ ବାଡ଼ ଭାଙ୍ଗି ବିଳମ୍ବିତ ରାତିରେ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସ୍କୁ ଖବର ଦେଇଥିଲେ । ସକାଳୁ ପୋଲିସ୍ ଓ ଅଗ୍ନିଶନ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ମୁମ୍ବାଇ ମେଟ୍ରୋ ନିର୍ମାଣ ପାଇଁ ଆରେ କଲୋନୀରେ 1000ରୁ ଅଧିକ ଗଛ କଟାଯାଇଥିବା ମାମଲାର ଆଜି ଶୁଣାଣୀ ହେବାକୁ ଯାଉଛି । ସୁପ୍ରିମକୋର୍ଟର ଏକ ସ୍ବତନ୍ତ୍ର ଖଣ୍ଡପୀଠ ଏହି ମାମଲାର ବିଚାର କରିବେ । ଏହି ମାମଲାକୁ ନେଇ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଆଇନ ଛାତ୍ରଙ୍କ ପକ୍ଷରୁ ଚିଠି ଲେଖାଯିବା ପରେ ଏହି ମାମଲାର ବିଚାର ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ୍ ଅରୁଣ ମିଶ୍ର ଏବଂ ଅଶୋକ ଭୂଷଣଙ୍କ ନେତୃ୍ତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହି ମାମଲାରେ 29 ଜଣ ସାମାଜିକ କର୍ମୀଙ୍କୁ ଗିରଫ କରାଯାଇଥିବା ବେଳେ ରବିବାର ଦିନ ସମସ୍ତଙ୍କୁ ସର୍ତ୍ତମୂଳକ ଜାମିନରେ ଛଡାଯାଇଥିଲା ।
ସମୀକ୍ଷା ବ୍ୟୁରୋ ଆଜି ମା’ଙ୍କ ମହାନବମୀ ପୂଜା। ସେଥିପାଇଁ ସାର ଭାରତ ବେଶ୍ ଉତ୍ସବ ମୁଖର ହୋଇ ଉଠିଛି। ଆସନ୍ତାକାଲି ଦଶହରା ରାବଣ ପୋଡି ଉତ୍ସବ ପାଳନ ହେବ। ବର୍ତ୍ତମାନ ଭାରତର ପ୍ରମୁଖ ସହରରେ କିପରି ଚାଲିଛି ନବମୀ ପୂଜା ପକାଇବା ଏକ ନଜର।
ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ 48 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ଆସନ୍ତ 48 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଲକ୍ଷ୍ମୀକାନ୍ତ ଗିରି କହିଛନ୍ତି । ତେବେ ବର୍ଷାର ପରିମାଣ ଓ ଅବଧି କମ୍ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
କେଦାର ମିଶ୍ର ୨୦୧୮,ଫେବୃଆରି ମାସ କଥା ଆପଣମାନଙ୍କର ମନେଥିବ ନିଶ୍ଚୟ। ପ୍ରାୟତଃ ଚର୍ଚ୍ଚାରେ ନଥିବା ପଶ୍ଚିମ ଓଡିଶାର ଏକ ନିର୍ବାଚନମଣ୍ଡଳୀ ହଠାତ ସାରା ଓଡିଶାରେ ଚର୍ଚ୍ଚା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା। ଓଡିଶାର ସବୁ ରାଜନୈତିକ ଦଳ, ସାମ୍ବାଦିକ ଓ ରାଜନୀତି ପ୍ରତି ଆଗ୍ରହ ରଖିଥିବା ଲୋକଙ୍କ ପାଇଁ ବରଗଡ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ସବୁଠୁ ବେଶୀ ଗୁରୁତ୍ଵ ବହନ କରିବା ଆରମ୍ଭ କଲା।୨୦୧୭ ମସିହାରେ ବିଜେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ କ୍ରମାଗତ ଭାବେ ତିନିଥର ବିଧାୟକ ନିର୍ବାଚିତ ହୋଇଥିବା ସୁବଳ ସାହୁଙ୍କର ଅକାଳ ବିୟୋଗ ଘଟିଲା। ଯାହା ଫଳରେ ବିଜେପୁରରେ ସାଧାରଣ ନିର୍ବାଚନ ପୂର୍ବରୁ ଉପ ନିର୍ବାଚନ ହୋଇଥିଲା। ଫେବୃଆରି, ୨୦୧୮ର ବିଜେପୁର ଉପ ନିର୍ବାଚନ ଓଡିଶା ଇତିହାସରେ ସବୁଠୁ ଚର୍ଚ୍ଚିତ ଓ ସବୁଠୁ ଉତ୍ତେଜନା ପ୍ରବଣ ନିର୍ବାଚନ ଭାବରେ ସ୍ଥାନ ପାଇବ। ୨୦୧୯ ନିର୍ବାଚନରେ ଓଡିଶାରେ କ୍ଷମତା ଦଖଲ କରିବା ଲାଗି ବଦ୍ଧ ପରିକର ବୋଲି…
ଇରାକରେ ପୋଲିସ୍ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଙ୍ଘର୍ଷ ଘଟିଛି । ରବିବାର ରାତିରେ ବିଭିନ୍ନ ସ୍ଥାନରେ ଘଟିଥିବା ଅଲଗା ଅଲଗା ସଙ୍ଘର୍ଷରେ 104 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 100ରୁ ଅଧିକ ଆହତ ହୋଇଛନ୍ତି । ଇରାକର ରାଜଧାନୀ ବାଗ୍ଦାଦ ଏବଂ ତାହାରିରରେ ଏହି ସଙ୍ଘର୍ଷ ଘଟିଥିଲା । ସରକାର ବିରୋଧୀ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ପୋଲିସ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି । ଦକ୍ଷିଣ ବାଗ୍ଦାଦର ନସିରିହାରେ 36 ଜଣ ପ୍ରାଣ ହରାଇଥିବା ବେଳେ ତାହରିର୍ରେ 38 ଜଣ ପ୍ରାଣ ହରାଇଛନ୍ତି । ଏହା ବ୍ୟତିତ ଶତାଧିକ ସାଧାରଣ ଜନତାଙ୍କୁ ପୋଲିସ୍ ପକ୍ଷରୁ ଗିରଫ କରାଯାଇଛି ।
ସମୀକ୍ଷା ବ୍ୟୁରୋ ପ୍ରିୟ ଭାଇ ଓ ଭଉଣୀମାନେ ପ୍ରମୁଖ ଓଡିଆ ଦୈନିକ ‘ସମାଜ’ର ଶତ ବାର୍ଷିକୀ ସମାରୋହରେ ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇ ମୁଁ ଖୁବ ଆନନ୍ଦିତ। ସର୍ବପ୍ରଥମେ, ଏହି ସ୍ମରଣୀୟ ମୁହୂର୍ତରେ ‘ସମାଜ’ ପରିବାରକୁ ମୁଁ ହୃଦୟରୁ ଅଭିନନ୍ଦନ ଜ୍ଞାପନ କରିବାକୁ ଚାହୁଁଛି। ଶହେ ବର୍ଷ ପୂରଣ କରିବା ଯେ କୌଣସି ଅନୁଷ୍ଠାନର ଜୟଯାତ୍ରାରେ ଏକ ବିଶେଷ ସଫଳତାର ମାଇଲଖୁଣ୍ଟ। ଉତ୍କୃଷ୍ଟ ସାମ୍ବାଦିକତା, ନିରପେକ୍ଷ ଖବର ପରିବେଷଣ ଏବଂ ସର୍ବୋପରି ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ଆପଣଙ୍କ ଲୋକପ୍ରିୟତାର ଏହା ଏକ ପ୍ରକୃଷ୍ଠ ଉଦାହରଣ। ମୁଁ ଜାଣିବାକୁ ପାଇଛି ୧୯୧୯ ମସିହାରେ ପୁରୀ ଜିଲ୍ଲାର ସତ୍ୟବାଦୀରୁ ଏକ ସାପ୍ତାହିକ ସମ୍ବାଦପତ୍ର ଭାବେ ‘ସମାଜ’ ଜନ୍ମ ନେଇଥିଲା। ଓଡ଼ିଶାର ଲୋକମାନଙ୍କୁ ସୂଚନା ପ୍ରଦାନ କରିବା, ଶିକ୍ଷିତ କରିବା ଓ ସଶକ୍ତ କରିବା ତଥା ରାଜ୍ୟ ଓ ଦେଶର ବିକାଶରେ ବାହକ ସାଜିବାର ଲକ୍ଷ୍ୟ ନେଇ ଏହାର ଆରମ୍ଭ କରାଯାଇଥିଲା। ମୁଁ ଆନନ୍ଦର ସହିତ…
BHUBANESWAR, OCT 6 (UNI):- Vice President M Venkaiah Naidu presenting the Honorary Degrees and Awards for Excellence to poets, writers and other eminent personalities, at the valedictory ceremony of the 39th World Congress of Poets, in Bhubaneswar, Odisha on Sunday.
ମିଡିଆ ହେଉଛି ଗଣତନ୍ତ୍ର ପାଇଁ ଅମ୍ଳଜାନ । ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ ଗଣତନ୍ତ୍ର ସେତେ ପରିମାଣରେ ସୁଦୃଢ ହେବ ବୋଲି ସମାଜର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାଜର ଶତବାର୍ଷିକ ସମାରୋହରେ ଯୋଗଦେଇ ନବୀନ ଗଣମାଧ୍ୟମକୁ ପ୍ରଶଂସା କରିଛନ୍ତି । ଏହାସହ ସେ ସମାଜକୁ ମଧ୍ୟ ପ୍ରଂଶସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ, ଭେଙ୍କିଆ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ ଆମ ଦେଶରେ ସଂସଦୀୟ ଗଣତନ୍ତ୍ରର ଯେଉଁ ପରମ୍ପରା ରହିଛି, ତାର ମୂଳରେ କିଛି ଗଣତାନ୍ତ୍ରିକ ନୈତିକତାବୋଧ ମଧ୍ୟ ରହିଛି। ଆମର ରାଜନୈତିକ ନେତୃତ୍ଵ ଦଳୀୟ ବନ୍ଧନୀରୁ ଆସିଥିଲେ ମଧ୍ୟ, କିଛି ପଦ ପଦବୀ ରହିଛି, ଯେଉଁଠି ଦଳୀୟ ପରିଚୟ ଗୌଣ ହୋଇପଡେ। ଦେଶର ଦୁଇ ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ପଦବୀରେ ଆସୀନ ହେଉଥିବା ନେତାଙ୍କର, ଦଳୀୟ ପରିଚୟ ଆପେ ଆପେ ସମାପ୍ତ ହୋଇଯାଏ। କାରଣ ସେମାନେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ନେତା। ଉଚ୍ଚ ପଦାକୁ ଗଲାପରେ ନିଜର ଦଳୀୟ ପରିଚୟକୁ ପରିତ୍ୟାଗ କରିବାର ଏକ ପ୍ରତିଷ୍ଠିତ ପରମ୍ପରା ଆମର ରହିଛି। ସେହି ପରମ୍ପରାର ପୃଷ୍ଠଭୂମିରେ ଆଜି ଭାରତର ମାନ୍ୟବର ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଗସ୍ତ ବେଳେ ତାଙ୍କୁ ବିମାନ ବନ୍ଦରରେ ସ୍ଵାଗତ କରିବା ଲାଗି ଅପେକ୍ଷା କରିଥିବା ରାଜ୍ୟ ବିଜେପି ନେତାମାନଙ୍କର ଲାମ୍ବା ଧାଡି ଆମକୁ ଚକିତ କରିଥିଲା। ମାନ୍ୟବର ଉପ…
ଦୀର୍ଘ ଦୁଇ ମାସ ଧରି ଗୃହବନ୍ଦୀ ରହିବା ପରେ ଆଜି ନିଜର ଦଳୀୟ କର୍ମଚାରୀଙ୍କୁ ଭେଟିଛନ୍ତି । ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲା ରବିବାର ପ୍ରଥମ ଥର 15 ଜଣ ଦଳୀୟ ନେତାଙ୍କୁ ଭେଟିଛନ୍ତି । 15 ଜଣିଆ ପ୍ରତିନିଧି ଦଳ ଫାରୁକ ଅବଦୁଲ୍ଲାଙ୍କୁ ଭେଟିବା ନିମନ୍ତେ ଶ୍ରୀନଗରରେ ପହଞ୍ଚିଥିଲେ । ଶନିବାର ଜାମ୍ମୁ-କାଶ୍ମୀର ପ୍ରଶାସନ ଭେଟିବା ନେଇ ଅନୁମତି ଦେଇଥିଲେ । ଧାରା 370 ଉଚ୍ଛେଦ ପରଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ଉମର ଅବଦୁଲ୍ଲା ନଜରବନ୍ଦୀ ରହିଛନ୍ତି ।
50 ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍(ଆଇଏଫଏଫ୍ଆଇ) ରେ ଭାରତୀୟ ସିନେମାର ଭୀଷ୍ମ ପିତାମହ ଅମିତାଭ ବଚ୍ଚନ ସମ୍ମାନିତ ହେବେ ବୋଲି ଜଣାପଡିଛି । ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଆଇଏଫଏଫ୍ଆଇରେ 76ରୁ ଅଧିକ ରାଷ୍ଟ୍ର ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ସମୁଦାୟ 241ଟି ସିନେମା ପ୍ରଦର୍ଶିତ ହେବ । 200ଟି ଶ୍ରେଷ୍ଠ ଫିଲ୍ମ ସହିତ 26ଟି ଫିଚର ଫିଲ୍ମ ଏବଂ 15ଟି ନନ୍ ଫିଚର ଫିଲ୍ମ ପ୍ରଦର୍ଶିତ ହେବ । 10 ହଜାରରୁ ଅଧିକ ସିନେମା ପ୍ରେମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଆସନ୍ତା ନଭେମ୍ବର 20ରୁ 28 ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦାଦା ସାହେବ ଫାଲକେ ପୁରସ୍କାର ବିଜେତା ଅମିତାଭଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡିଛି ।

