Author: Samikhsya Bureau

“ହରଫିସ” ଭୂତାଣୁର ଖୁବଶୀଘ୍ର ମୁକାବିଲା ନେଇ ବାହାରୁ ଏକ ସ୍ବତନ୍ତ୍ର ଟିମ ଆସିବା ନେଇ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ଟେକନିକାଲ ଟିମର ମୁଖ୍ୟ ଏସ.କେ ରାୟଙ୍କ ପ୍ରତିକ୍ରିୟା ଦେଇଛନ୍ତି । ହରଫିସ ଭୂତାଣୁ ସଂକ୍ରମଣରେ ୨୬ଦିନରେ ୪ଟି ହାତୀଙ୍କର ମୃତ୍ୟୁ ଘଟିଛି । ହରଫିସ ଭୂତାଣୁ ୭ପ୍ରକାରର ରହିଛି । କିନ୍ତୁ କେଉଁଥି ପାଇଁ ହାତୀଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ହରଫିସ ମୁକାବିଲାରେ ସଫଳ ବିଦେଶୀ ସଂସ୍ଥା ବା ଆମେରିକାନ ସଂସ୍ଥାକୁ ବ୍ଲଡ଼ ସାମ୍ପଲ  ପଠାଯାଇଛି । ଏହି ଭୂତାଣୁ ସଂକ୍ରମଣରେ ଆଜି ହାତୀ ଗୈାରିର ମୃତ୍ୟୁ ଘଟିଥିବା ବେଳେ ଏବେ ୨ବର୍ଷର ହାତୀ ମାମା ଓ ୨୧ବର୍ଷର ହାତୀ ହୀରାକୁ ନଜରରେ ରଖାଯାଇଛି । ଦୁଇ ଦିନ ତଳେ ଏକ ୭ ବର୍ଷର ମାଈ ହାତୀ ‘କମଳା’ର ମୃତ୍ୟୁ ଘଟିଥିଲା । ଅସୁସ୍ଥ ମାଈହାତୀ କମଳାର ଚିକିତ୍ସା କରାଯାଉଥିଲା।…

Read More

ବଲିଉଡ୍‌ ଅଭିନେତା ଅର୍ଜୁନ୍‌ କପୁର ତାମିଲ ଫିଲ୍ମ କୋମାଲିର ରିମେକ୍‌ରେ ନଜର ଆସିବାକୁ ଯାଉଛନ୍ତି । ପ୍ରଯୋଜକ ବୋନି କପୁର ଏହି ଫିଲ୍ମର ସ୍ବତ୍ତ୍ବ କିଣିଛନ୍ତି । ମୂଳ ତାମିଲ ଫିଲ୍ମରେ ଜୟମ ରବି ମୁଖ୍ୟ ଭୂମିକାରେ ନଜର ଆସିଥିଲେ । 16 ବର୍ଷ ପରେ କୋମାରୁ ଉଠିଥିବା ଜଣେ ଯୁବକର କାହାଣୀ ଉପରେ ଏହି ଫିଲ୍ମ ଆଧାରିତ । ଫିଲ୍ମଟି ଅଜିତ୍‌ଙ୍କ ନେରକୋଣ୍ଡା ପାରାବି ସହିତ ରିଲିଜ୍‌ ହୋଇଥିବା ବେଳେ 41 କୋଟିର ବ୍ୟବସାୟ କରିଥିଲା । ଜୟମ ରବିଙ୍କ ସହିତ କାଜଲ ଅଗ୍ରଓ୍ବାଲ ଏବଂ ଯୋଗୀ ବାବୁ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ବ୍ୟତୀତ ବୋନି କପୁର ମୈଦାନ ଏବଂ ବଧାଇ ହୋର ତେଲୁଗୁ ରିମେକ୍‌ରେ ପ୍ରଯୋଜନାରେ ବ୍ୟସ୍ତ ଅଛନ୍ତି ବୋନି କପୁର ।

Read More

ପ୍ରତାପ ବେହେରା ବର୍ତ୍ତମାନ ସମସ୍ତଙ୍କ ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଠ ରହିଛି। ହେଲେ ଭାରତ ଟେଲିକମ ରେଗୁଲେଟରୀ ଅଥରିଟ୍ ବା ଟ୍ରାଇ ବର୍ତ୍ତମାନ ଏହି ଅଙ୍କକୁ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଯଦି ଲାଗୁ ହୁଏ ତେବେ ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଠ ନ ହୋଇ ୧୧ ଅଙ୍କ ବିଶିଷ୍ଠ ହେବ। ଏକ ବିଶେଷ ସୁତ୍ରର ଏହି ଖବର ଜଣାପଡିଛି। ଟ୍ରାଇ ଏପରି ନିଷ୍ପତି ନେବା ପଛର କାରଣ ହେଉଛି ଯେ, ଦିନକୁ ଦିନ ମୋବାଇଲ ଗ୍ରାହକ ସଂଖ୍ୟା ବୃଦ୍ଧି। ବର୍ତ୍ତମାନ ଭାରତରେ ଯେଉଁ ମୋବାଇଲ ନମ୍ବର ରହିଛି ସେଗୁଡିକ 6,7,8 କିମ୍ବା 9 ନମ୍ବରରେ ଆରମ୍ଭ ହେଉଛି। ଏଗୁଡିକର କ୍ଷମତା ହେଉଛି ୨ଶହ କୋଟି ଗ୍ରାହକ। ହେଲେ ବର୍ତ୍ତମାନ ମୋବାଇଲ ଗ୍ରାହକ ସଂଖ୍ୟା ୧୨୦ କୋଟି ଟପି ସାରିଲାଣି। ଟ୍ରାଇ ହିସାବ କରି ଜାଣିପାରିଛି ଯେ, ୨୦୫୦ ମସିହା ବେଳକୁ ଭାରତରେ ଏହି ମୋବାଇଲ ଗ୍ରାହକ ସଂଖ୍ୟା…

Read More

୩୯ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍‌ ବେବୋ କରୀନା କପୁର୍‌ ଖାନ୍‌ । ୧୯୮୦ ସେପ୍ଟେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତ୍ରୀ ଜଣକ ବଲିଉଡ୍‌ରେ ବେଶ୍‌ ପରିଚିତା ।  ୨୦୦୦ ମସିହାରେ ’ରିଫ୍ୟୁଜି’ ଫିଲ୍ମ ଜରିଆରେ ବଲିଉଡ୍‌ ଏଣ୍ଟ୍ରି କରିଥିବା ଏହି ଅଭିନେତ୍ରୀଜଣକ ବଲିଉଡ୍ରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ବଲିଉଡ୍‌ର ଆଗଧାଡ଼ିର ଅଭିନେତା ଅର୍ଥାତ୍‌ ତିନି ଖାନ୍‌ଙ୍କଠାରୁ ଆରମ୍ଭ କରି ବଲିଉଡ୍‌ର ନୂଆ ଓ ପୁରୁଣା ଅଭିନେତାମାନଙ୍କ ସହ କାମ କରିଛନ୍ତି ।  କରୀନାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – କଭି ଖୁସି କଭି ଗମ୍‌, ’ଓମ୍‌କାରା’, ଅଶୋକା, ଚମେଲି, ’ଜବ୍‌ ଉଇ ମେଟ୍‌’, ୩ ଇଡିଅଟ୍ସ, ବଡିଗାର୍ଡ, ତଲାସ, ହିରୋଇନ୍‌, ବଜରଙ୍ଗି ଭାଇଜାନ, ଉଡତା ପଞ୍ଜାବ ଭଳି ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ। ବାପା ରଣଧୀର କପୁର୍‌ ଓ ମାତା ବବିତାଙ୍କ ଦ୍ବିତୀୟ ସନ୍ତାନ ହେଉଛନ୍ତି କରୀନା । ଫିଲ୍ମ…

Read More

ରାଜ୍ୟରେ ବ୍ରାଉନ୍‌ସୁଗାର ଜାଲରେ ଯୁବପିଢି ନଷ୍ଟ ହେଉଥିବା ବେଳେ ଆଜି ଖାକି ପୋଷାକରେ ମଧ୍ୟ ଦାଗ ଲାଗିଛି । ହାବିଲଦାର ରଞ୍ଜନ ସାହୁ ବ୍ରାଉନ ସୁଗାର ବିକ୍ରି ମାମଲାରେ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ପକ୍ଷରୁ ରଞ୍ଜନଙ୍କୁ ଗିରଫ କରାଯାଇଥିବା ନେଇ ଏସ୍‌ପି ରାହୁଲ୍‌ ପି ଆର୍‌ ସୂଚନା ଦେଇଛନ୍ତି । ଦୁଇ ଦିନ ପୂର୍ବରୁ କର୍ତ୍ତବ୍ୟରେ ଅବହେଳା କାରଣରୁ ରଞ୍ଜନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ଗିରଫ ପରେ ରାହୁଲଙ୍କୁ ବାଲେଶ୍ବର ଏସ୍‌ଡିଜିଏମ୍‌ଙ୍କ କୋର୍ଟରେ ହାଜର କରାଯିବା ପରେ ହାଜତକୁ ପଠାଇ ଦିଆଯାଇଛି ।

Read More

ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭି କେ ତାହିଲାରମଣୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିବା ବିଜୟା କମଲେଶ ତାହିଲାରମଣୀ ନିଜର ମେଘାଳୟ ସ୍ଥାନାନ୍ତରକୁ ବିରୋଧ କରି ନିଜର ଇସ୍ତଫା ପ୍ରଦାନ କରିଥିଲେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଇସ୍ତଫାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହିପରି ଅନ୍ୟତମ ବରିଷ୍ଠ ବିଚାରକ ଭୀନିତ କୋଠାରୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ ଘୋଷଣା କରିଛନ୍ତି । କଲେଜିୟମ୍‌ ପକ୍ଷରୁ ନୂତନ ବିଚାରପତି ନିଯୁକ୍ତ ନହେବା ପର୍ଯ୍ୟନ୍ତ କୋଠାରୀ ଏହି ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାପଡିଛି ।

Read More

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ନିକଟସ୍ଥ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ ପରିସରେ ଶ୍ରୀ ଶ୍ରୀ ଆର୍ୟୁବେଦ ଗବେଷଣା କଲେଜ ଓ ହସପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ଏହାର କ୍ୟାମ୍ପସ କାମ ଆଜିଠାରୁ ଆରମ୍ଭ କରାଯିବ। ଏହି କଲେଜ ମାଧ୍ୟମରେ ଛାତ୍ରଛାତ୍ରୀ ଆର୍ୟୁବେଦ ଉପରେ ଗବେଷଣା କରିବା ସହିତ ରୋଗୀମାନଙ୍କୁ ଚିକିତ୍ସା ମଧ୍ୟ କରାଯିବ। ପୂର୍ବର ଏହି ବିଶ୍ବବିଦ୍ୟାଳୟରେ ମ୍ୟାନେଜମେଣ୍ଟଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭାଗରେ ପାଠାପଢା ଯାଉଛି। ବର୍ତ୍ତମାନ କେବଳ ଆର୍ୟୁବେଦ ଉପରେ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ନଜର ଦେବା ପାଇଁ ଏହି ପଦକ୍ଷେପ ନେଇଛି। ଏହି ଉତ୍ସବରେ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତ ତଥା ଆଧ୍ୟାତ୍ନିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କ ସହିତ ବିଶ୍ବବିଦ୍ୟାଳୟର ଅଧିକାରୀମାନେ ଯୋଗଦେଇଥିଲେ।

Read More

ନର୍ସ ନିହାରିକା ପାତ୍ର ହତ୍ୟା ରହସ୍ୟ ଉନ୍ମୋଚନରେ ସଫଳ ହୋଇଛି କମିଶନରେଟ ପୋଲିସ୍ । ଡିଜିପି ବିକେ ଶର୍ମା ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ନିହାରିକାଙ୍କୁ କଟକରେ ହତ୍ୟା କରାଯାଇଥିଲା । ହତ୍ୟାରେ ପ୍ରେମିକ ରାଜାଙ୍କର ସାନଭାଇ ଏବଂ ଜଣେ ବନ୍ଧୁ ମଧ୍ୟ ସାମିଲ ଥିବା ପୋଲିସକୁ ସୂଚନା ମିଳିଛି । ଏହି ହତ୍ୟା ମାମଲାର ସିସି ଟିଭି ଫୁଟେଜ୍‌ କମିଶନରେଟ୍‌ ପୋଲିସ୍‌ର ହସ୍ତଗତ ହୋଇଥିବା ନେଇ ଶର୍ମା ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିନ ଜଗତସିଂହପୁରର ବିଲୁଆଖାଇ ନଦୀପଠାରୁ ଏକ ବସ୍ତା ଭିତରୁ ନିଖୋଜ ନିହାରିକାଙ୍କ ମୃତଦେହ ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ କିଶୋର ଆଞ୍ଚଲ ଗତକାଲି ବିରିଡି ଥାନାରେ ଆତ୍ମସମର୍ପଣ କରିଥିଲା ।

Read More

ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଏ ଏ କ୍ୟୁରେଶୀଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିବା ପାଇଁ କଲେଜିୟମ୍‌ ପ୍ରସ୍ତାବ ଦେଇଛନ୍ତି । ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କଲେଜିୟମ୍‌ଙ୍କୁ ଦୁଇ ଥର ଚିଠି ପଠାଯିବା ପରେ କଲେଜିୟମ୍‌ ଏହି ନିଷ୍ପତ୍ତି ନେଇଛନ୍ତି । କଲେଜିୟମ୍‌ର ମୁଖ୍ୟ ତଥା ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସେପ୍ଟେମ୍ବର 5 ତାରିଖରେ ଗୁଜୁରାଟ ହାଇକୋର୍ଟ ବରିଷ୍ଠ ବିଚାରପତି ଏ ଏ କ୍ୟୁରେଶୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଘୋଷଣା କରିଥିଲେ । ଅଗଷ୍ଟ 23 ଏବଂ 27 ତାରିଖରେ ଦୁଇଟି ଚିଠି ପଠାଯିବା ପରେ ଏହାର ବିଚାର କରି କଲେଜିୟମ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିପରି ମାଡ୍ରାସ ହାଇକୋର୍ଟ ବିଚାରପତି ଭି କେ ତାହିଲାରମଣୀଙ୍କ ବଦଳି ନିଷ୍ପତ୍ତି ଉପରେ ନିଜର ମତ ରଖିଛନ୍ତି କଲେଜିୟମ୍‌ । ସମସ୍ତ ବିଚାରପତିଙ୍କ ବଦଳି…

Read More

ବିଜେପୁର ଉପନିର୍ବାଚନ ପାଇଁ ବିଗୁଲ୍‌ ବାଜିଲା ଆଜି ମହାରାଷ୍ଟ୍ର ଓ ହରିୟାଣାର ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ବିଜେପୁର ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୨୧ ତାରିଖରେ ଉଭୟ ରାଜ୍ୟର ନିର୍ବାଚନ ସହିତ ବିଜେପୁରର ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ସେହିପରି ଅକ୍ଟୋବର ୨୪ରେ ବିଜେପୁର ଉପନିର୍ବାଚନର ଭୋଟଗଣତି ଅନୁଷ୍ଠିତ ହେବ । ସେପ୍ଟେମ୍ବର ୨୩ରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ହେବ ।  ସେପ୍ଟେମ୍ବର ୩୦ରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବାବେଳେ ଅକ୍ଟୋବର ୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଆଜିଠାରୁ ଆଚରଣ ବିଧି ଲାଗୁ  ।  ଓଡ଼ିଶା ବ୍ୟତୀତ  ୧୮ଟି ରାଜ୍ୟ ୬୪ ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।

Read More

ମହାରାଷ୍ଟ୍ର, ହରିୟାଣା ପାଇଁ ବିଧାନସଭା ନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍‌ ଆରୋରା ତାରିଖ ଘୋଷଣା କରିଛନ୍ତି । ଅକ୍ଟୋବର ୨୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଉଭୟ ରାଜ୍ୟରେ ଅକ୍ଟୋବର ୨୪ରେ ଭୋଟ୍‌ ଗଣତି ହେବ ବୋଲି ସୂଚନା ରହିଛି । ମହାରାଷ୍ଟ୍ରର ୨୮୮ ଓ ହରିୟାଣାର ୯୦ଟି ଆସନ ପାଇଁ ହେବ ନିର୍ବାଚନ ଅନୁଷ୍ଠିତ ହେବ । ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ  ରାଜନୈତିକ ଦଳମାନେ ପୂର୍ବରୁ ପ୍ରସ୍ତୁତ ହୋଇଛନ୍ତି। ନିର୍ବାଚନରେ ନିଜର ବିଜୟ ଅଭିଯାନ ଜାରି ରଖିବା ପାଇଁ ବିଜେପି ଓ ଶିବସେନା ଏକାଠି ହୋଇ ପୁଣି ଥିରେ ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେ । ସେହିପରି ହରିୟାଣାରେ ମନୋହର ଖଟ୍ଟର ସରକାର ନିଜର କ୍ଷମତା ଜାରି ରଖିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ସେହିପରି ଓଡିଶାର ବିଜେପୁରରେ ମଧ୍ୟ ସେହି ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ହେବ…

Read More

ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ପୋଡ଼ି ହତ୍ୟା ମାମଲାର ଦୀର୍ଘ 20 ବର୍ଷ ପରେ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ସିବିଆଇ । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ବୁଦ୍ଧଦେବ ନାଏକ(45) । ସେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି । ବୁଦ୍ଧଦେବକୁ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ନିଶ୍ଚିତପୁର ଗାଁସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଛି । 1999 ପରଠାରୁ ଫେରାର ଥିବା ବୁଦ୍ଧଦେବ ଗତକାଲି ବିଳମ୍ବିତ ରାତିରେ ଘରେ ଥିବା ସୂଚନା ପାଇ ସିବିଆଇ ତାକୁ ଗିରଫ କରିଥିଲା ।

Read More

ଓ୍ବାର୍ଲ୍ଡ ଫେମସ୍‌ ଲଭର୍‌ର ଫାଷ୍ଟ ପୋଷ୍ଟର ରିଲିଜ୍‌ ହୋଇଛି । ପୋଷ୍ଟରରେ ବିଜୟ ଦେବରକୋଣ୍ଡା ପୁନର୍ବାର ନିଜର ଅର୍ଜୁନ ରେଡ୍ଡୀ ଅବତାରରେ ନଜର ଆସିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ରିଲିଜ୍‌ ହୋଇଥିବା ପୋଷ୍ଟରକୁ ନେଇ ଟ୍ବିଟ୍ଟରରେ ମିଶ୍ର ପ୍ରତିକ୍ରିୟା ମିଳିଛି । କ୍ରାନ୍ତି ମାଧବ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ବିପକ୍ଷରେ ରାଶି ଖାନ୍ନା, ଐଶ୍ବର୍ଯ୍ୟା ରାଜେଶ, କ୍ୟାଥରିନ୍‌ ଟ୍ରେସା ଏବଂ ଇଜାବେଲ୍‌ ଲିଟ୍‌ ନଜର ଆସିବାକୁ ଯାଉଛନ୍ତି । ଗୋପୀ ସୁନ୍ଦର ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମର ପୋଷ୍ଟର ବ୍ୟତିତ ଅନ୍ୟ ଏକ ତେଲୁଗୁ ଫିଲ୍ମ ମିକୁ ମାତ୍ରମେ ଚେପ୍‌ତାର ଟ୍ରେଲର ରିଲିଜ୍‌ କରିଥିଲେ ବିଜୟ ଦେବରକୋଣ୍ଡା ।

Read More

ନିକଟରେ ସମାପିତ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ ପ୍ରକଳ୍ପ ଚନ୍ଦ୍ରଯାନ-2 98 ପ୍ରତିଶତ ସଫଳ ହୋଇଛି ବୋଳଇ ଇସ୍ରୋ ମୁଖ୍ୟ କେ ଶିବନ ମତ ଦେଇଛନ୍ତି । ଆଇଆଇଟି ଭୁବନେଶ୍ବରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଭୁବନେଶ୍ବର ଆସିଥିବା ଶିବନ ଏହି ମତ ଦେଇଛନ୍ତି । ବିମାନ ବନ୍ଦରରୁ ଓହ୍ଲାଇବା ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଶିବନ ଏହି ମତ ରଖିଛନ୍ତି । ଏହା ସହିତ ଇସ୍ରୋର ବୈଜ୍ଞାନିକ ମାନେ ଏହି ପ୍ରକଳ୍ପ ପାଇଁ ବହୁତ ପରିଶ୍ରମ କରିଛନ୍ତି ଏବଂ ଚଳିତ ଥରର ତ୍ରୁଟିକୁ ସଂଶୋଧନ କରାଯିବ ବୋଲି ଶିବନ ସୂଚନା ଦେଇଥିଲେ । ଚନ୍ଦ୍ରଯାନ-2ର ଲ୍ୟାଣ୍ଡର ବିକ୍ରମରେ କେଉଁଠି ତ୍ରୁଟି ରହିଲା ଏହାର ଅନୁସନ୍ଧାନ ଚାଲିଛି ଏବଂ ସମସ୍ତ ସୂଚନା ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିବନ ପ୍ରକାଶ କରିଛନ୍ତି । ଅର୍ବିଟରରୁ ଚନ୍ଦ୍ର ସମ୍ପର୍କରେ ଅନେକ ତଥ୍ୟ ମିଳିବ ଏବଂ ଆସନ୍ତା…

Read More

ଅସଦାଚାରଣ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲଦାର ପ୍ରଫୁଲ୍ଲ ବେହେରାଙ୍କୁ ଶୁକ୍ରବାର ରାତିରେ ପୋଲିସ୍‌ ଗିରଫ କରିଛି । ଜଣେ ଅତିରିକ୍ତ ମହିଳା ତହସିଲଦାର ତାଙ୍କ ବିରୋଧରେ ଅସଦାଚାରଣ ଅଭିଯୋଗ ଆଣିଛନ୍ତି । କୋର୍ଟଚାଲାଣ ପରେ ତାଙ୍କୁ ସମ୍ବଲପୁର ଜେଲ୍‌ ପଠାଇ ଦିଆଯାଇଛି । ଜଣେ ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କୁ ଜଣେ ଅଧିକାରୀ ଅସଦାଚାରଣ କରିବା ସମ୍ବଲପୁର ଜିଲ୍ଲାରେ ଚର୍ଚ୍ଚାର କାରଣ ପାଲଟିଛି। ପୋଲିସ୍‌ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଧନୁପାଲି ଅଞ୍ଚଳରେ ଭଡ଼ା ଘରେ ଏକୁଟିଆ ରୁହନ୍ତି । ଏହାର ସୁଯୋଗ ନେଇ ପ୍ରଫୁଲ୍ଲ ବେହେରା ଗତ କାଲି ତାଙ୍କ ଘରେ ପଶି ଅସଦାଚରଣ କରିଥିଲେ ।

Read More

କେଦାର ମିଶ୍ର ଗତକାଲି ଭାରତର ଶିଥିଳ ଅର୍ଥବ୍ୟବସ୍ଥା ଲାଗି ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ଆଜିଯାଏ ଅର୍ଥନୀତିର ଶିଥିଳ ଅବସ୍ଥାକୁ ଅସ୍ଵୀକାର କରି ଆସୁଥିବା କେନ୍ଦ୍ର ସରକାର ପ୍ରଥମଥର ଲାଗି ଶିଥିଳତାକୁ ସ୍ଵୀକାର କରିବା ସହିତ ଏଥିରୁ ମୁକୁଳିବା ଲାଗି କେତୋଟି ବାଟ ବାହାର କରିଛନ୍ତି। ତେବେ ଏ ବାଟ ଅର୍ଥନୈତିକ ଅଭିବୃଦ୍ଧିରେ କେତେ ଦୂର ସହାୟକ ହେବ, ତାକୁ ନେଇ ସନ୍ଦେହ ଆଜି ମଧ୍ୟ ରହିଛି। ଗତକାଲି କର୍ପୋରେଟ ଟିକସକୁ ୩୫% ରୁ ୨୫% କୁ ଖସାଇ ଦିଆଯାଇଛି। ପ୍ରାୟ ୧୦% କର୍ପୋରେଟ ଟିକସ କମିବା ଫଳରେ ସରକାରଙ୍କ ରାଜକୋଷ କୁ ପ୍ରାୟ ୧ ଲକ୍ଷ ୪୫ ହଜାର କୋଟି ଟଙ୍କାର ବିତ୍ତୀୟ ଘାଟା ସହିବାକୁ ପଡିବ। ଏକଥା କହିଲା ବେଳେ ଆମେ ଭୁଲିଯିବା ଉଚିତ ନୁହଁ ଯେ ଆନ୍ତର୍ଜାତିକ ବଜାରରେ ତେଲର ମୂଲ୍ୟବୃଦ୍ଧି ଓ ଆରବ ବଜାରରେ ତେଲ ଯୋଗାଣର ସଙ୍କଟ ଯୋଗୁଁ ମଧ୍ୟ ବିତ୍ତୀୟ ଘାଟା ପ୍ରଭାବିତ…

Read More