ସମୀକ୍ଷା ବ୍ୟୁରୋ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-2 ସଫଳତାର ଗୋଟିଏ ପାଦ ଦୂରରୁ ଅଟକି ଯାଇଛି । ଚନ୍ଦ୍ର ପୃଷ୍ଠରେ ଅବତରଣର ମାତ୍ର 2.1 କିମି ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସହିତ ଇସ୍ରୋର ଯୋଗାଯୋଗ ବିଛିନ୍ନ ହୋଇଛି । ଗତାକିଲ ରାତି 1.55 ସମୟରେ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ପୂର୍ବାନୁମାନ ଲଗାଯାଇଥିଲା । ମାତ୍ର ଲ୍ୟାଣ୍ଡର ଏବଂ ରୋଭର ସହିତ ସମ୍ପର୍କ ବିଛିନ୍ନ ହେବା ପରେ ମିଶନ ବିଫଳ ହୋଇଥିବା ନେଇ ଇସ୍ରୋ ମୁଖ୍ୟ କେ ଶିବନ ଘୋଷଣା କରିଥିଲେ । ଏହି ମିଶନ ବିଫଳ ହୋଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବରେ ବିଫଳତା ବୋଲି କୁହାଯାଇପାରିବ ନାହିଁ କାରଣ ଚନ୍ଦ୍ରର କକ୍ଷପଥରେ ଅର୍ବିଟର ସଫଳତାର ସହ ଅବତରଣ କରି ସାରିଛି । ଏହା ଦୂରରୁ ଚନ୍ଦ୍ରପୃଷ୍ଠ ସମ୍ପର୍କରେ ଅନୁଧ୍ୟାନ କରିପାରିବ । ଏହି ମିଶନର ମାତ୍ର 5 ପ୍ରତିଶତ ବିଫଳ…
Author: Samikhsya Bureau
କେଦାର ମିଶ୍ର ଯେତେବେଳେ ଦେଶର ଅନ୍ୟତମ ସର୍ବ ପୁରାତନ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି, ସେଠି ଆମେ ଇମର୍ଜେନ୍ସି ବା ଜରୁରୀକାଳୀନ ପରିସ୍ଥିତିର ପାଦଶବ୍ଦ ଶୁଣିପାରୁନୁ କେମିତି? ଏଠି ସୂଚନା ଦେବା ଉଚିତ ହେବ ଯେ, ମାଡ୍ରାସ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଶ୍ରୀମତୀ ବିଜୟା କେ ତାହିଲରମାନୀଙ୍କୁ ମାନ୍ୟବର ସୁପ୍ରିମ କୋର୍ଟର କଲେଜିୟମ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ବଦଳି କରିଛନ୍ତି। ଏହା ପୂର୍ବରୁ ଜଷ୍ଟିସ ତାହିଲରମାନୀ ଦେଶର ଦୁଇ ପୁରୁଣା ଓ ବୃହତ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ଵ ତୁଲାଇଛନ୍ତି। ସେ ୨୦୧୫ ରୁ ୨୦୧୮, ତିନିବର୍ଷ ଭିତରେ ତିନିଥର ବମ୍ବେ ହାଇକୋର୍ଟର କାର୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ଵ ନିର୍ବାହ କରିବା ପରେ ୧୨, ଅଗଷ୍ଟ ୨୦୧୮ରେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ମାଡ୍ରାସ ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ହେଉଛି ୭୫। ଏତେ ବଡ…
କଟକ ରେଭେନ୍ସା କଲେଜ ଛାତ୍ରୀ ଦୁର୍ଘଟଣା ମାମଲାରେ ୨ଜଣ ପୋଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ହୋଇଥିବା ପୋଲିସ୍ କର୍ମଚାରୀ ଦ୍ବୟ ହେଲେ ହାବିଲଦାର୍ ସୂର୍ଯ୍ୟନାରାୟଣ ସାହୁ, କନେଷ୍ଟବଳ ଜଗବନ୍ଧୁ ଓ୍ବାଡେକା । ଗତକାଲି ରେଭେନ୍ସା କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ପ୍ରାଣହାନୀ ହୋଇଥିଲା । ଟ୍ରକଟି ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା । ଯାହାକୁ ନେଇ ରେଭେନ୍ସା ଛାତ୍ରଛାତ୍ରୀମାନେ ରାସ୍ତା ରୋକ କରିବା ସହ କିପରି ଭାବେ ସହର ମଧ୍ୟରେ ଭାରିଯାନ ଚଳାଚଳକୁ ନେଇ ପ୍ରଶ୍ନ କରିଥିଲେ । ଗୋଟିଏ ପଟେ ଟ୍ରାଫିକ ନିୟମ କଡାକଡି ପାଳନ କରାଯାଉଥିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଏପରି ସ୍ଥଳେ ଟ୍ରକକୁ କିପରି କମିଶନରେଟ ପୋଲିସ ସହର ମଧ୍ୟକୁ ଛାଡିଲା ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏହି ଘଟଣାପରେ ଆଜି ପୋଲିସ…
ଶହୀଦ୍ କୃତିବାସ ପାଟ୍ଟଶାଣୀଙ୍କ ସ୍ମୃତିରେ ବିଗତ ୩୩ ବର୍ଷ ଧରି ବାଣପୁର ପାଇକ ସାହିଠାରେ ଅଗ୍ରପୂଜ୍ୟ ଶ୍ରୀଗଣେଣଙ୍କ ପୂଜା ମହାସମାରୋହରେ ପାଳନ ହୋଇ ଆସୁଛି । ଏହି ପୂଜାକୁ ପ୍ରତିବର୍ଷ ଶହୀଦ୍ କୃତିବାସ କ୍ଲବ୍ ଆୟୋଜନ କରୁଛନ୍ତି । ଚଳିତ ବର୍ଷ ମଧ୍ୟ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ଗଜାନନଙ୍କ ପୂଜା ପାଳିତ ହୋଇଛି । କୃତିବାସ କ୍ଲବ୍ ତରଫରୁ ୧୦ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଉଛି । ସେହିପରି ଭାବରେ ଗଣେଣ ଭସାଣୀକୁ ମଧ୍ୟ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଏହି କ୍ଲବ ତରଫରୁ ଉଦ୍ୟମ କରାଯାଉଛି । ଏହି ଗଣେଣ ପୂଜା କମିଟିର ସଭାପତି ଶିବ ଶଙ୍କର ସାହୁ, ସମ୍ପାଦକ ଜୟକୃଷ୍ଣ ମାର୍ଥା, ସନ୍ତୋଷ ପଣ୍ଡା ଓ କ୍ଲବର ସମସ୍ତ ସଦସ୍ୟବୃନ୍ଦ ଏବଂ ପାଇକସାହି ଗ୍ରାମବାସୀବୃନ୍ଦ ଚଳିତଥର ପୂଜାକୁ ସ୍ବଚ୍ଛ ତଥା ଆକର୍ଷଣୀୟ କରିବାରେ ବିଶେଷ ଯୋଗଦାନ ଦେଇଛନ୍ତି । ଚଳିତ ଥର ତୋରଣରେ…
ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଓଡ଼ିଶାରେ ମଧ୍ୟ ଏହି ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉଛିା ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଯାଇଛି ଟ୍ରାଫିକ ଧରପଗଡ଼ । ଟ୍ରାଫିକ ନିୟମ ଉଲଂଘନ କରିବା ଫଳରେ ମୋଟା ଅଙ୍କର ଫାଇନ ଗଣୁଛନ୍ତି ଗାଡ଼ିଚାଳକ । ଆଜି କମିଶନରେଟ ପୋଲିସ ଅଫିସରେ ଟ୍ରାଫିକ ଭିତ୍ତିଭୂମି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୨ଜଣ ଆରଟିଓ, ଟ୍ରାଫିକ ଆଡିସନାଲ ଡିସିପି ଓ ଉଚ୍ଚ ଅଧିକାରୀ ସାମିଲ ଥିଲେ । ଏହି ବୈଠକରେ ଜରିମାନା ଆଦାୟ ନେଇ ପୋଲିସ କମିସନରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଟ୍ବିନ୍ ସିଟିରେ ଜରିମାନା ହଜାରେ ଟଙ୍କାରେ ସୀମିତ ରହିଛି । ୩ଦିନରେ କଟକରେ ୪ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି । ଅଟୋ ଚାଳକଙ୍କୁ ୪୭ହଜାର ୫୦୦ଟଙ୍କା…
ପୁରୀରେ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ଗଠନ ହେବ ଉପ-ସମିତି। ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର। ମଠ ସଂସ୍କୃତିକୁ ଆଗକୁ ନେବା ପାଇଁ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ମଠଗୁଡ଼ିକର ପୁର୍ନଗଠନ, ମଠର ସଂସ୍କୃତିର ବିକାଶ ଓ ଉନ୍ନତି ପାଇଁ ଉକ୍ତ କମିଟି କାମ କରିବ । ଏ ନେଇ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହିତ ସେବାୟତମାନଙ୍କ ଶିକ୍ଷାଦାନ ପାଇଁ ଏକ ଗୁରୁକୂଳ ପ୍ରତିଷ୍ଠା କରାଯିବାକୁ ଯୋଜନା କରାଯାଉଛି ସୂଚନା ରହିଛି । ମଠ ଉଚ୍ଛେଦ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଯେଉଁସବୁ ମଠ ଗୁଡ଼ିକୁ ଭଙ୍ଗାଯାଇଛି ତାହାର ପୁନର୍ଗଠନ ପାଇଁ ଉପ କମିଟି ଗଠନ କରାଯିବ…
ଲଗାଣ ବର୍ଷା ଯୋଗୁ ଜଲାପୁଟ ଓ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ଜଲାପୁଟ ଜଳ ଭଣ୍ଡାରରୁ ୫ଟି ଗେଟ୍ ଖୋଲା ଯାଇଥିବା ବେଳେ ମାଛକୁଣ୍ଡ ଜଳ ଭଣ୍ଡାରରୁ ୪ଟି ଗେଟ୍ ଖୋଲାଯାଇଛି। ଜଲାପୁଟ୍ ଜଳଭଣ୍ଡାରର ବିପଦ ସଙ୍କେତ ୨୭୫୦ ଫୁଟ୍ ରହିଥିବା ବେଳେ ୨୭୪୯.୧୦ ଫୁଟ୍ ଜଳ ପ୍ରବାହିତ ହେଉଛି। ଜଳଭଣ୍ଡାରରୁ ପ୍ରତି ସେକେଣ୍ଡକୁ ୨୪ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୫ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ସେହିପରି ମାଛକୁଣ୍ଡ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ଜଳଭଣ୍ଡାର ୮ଟି ଗେଟ୍ରୁ ୪ଟି ଗେଟ୍ ଖୋଲାଯାଇଛି। ମାଛକୁଣ୍ଡ ଜଳ ଭଣ୍ଡାରର ବିପଦ ସଙ୍କେତ୨୫୯୦ ଫୁଟ୍ ରହିଥିବା ବେଳେ ବର୍ତ୍ତମାନ ୨୫୮୯ ଫୁଟ୍ ଜଳ ପ୍ରବାହିତ ହେଉଛି। ପ୍ରତି ସେକେଣ୍ଡକୁ ଜଳ ଭଣ୍ଡାରରୁ ୨୪ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।
ଆୟୁଷ୍ମାନ ଖୁରାନା ଅଭିନୀତ ସୁପରହିଟ ବଲିଉଡ ଫିଲ୍ମ ଆର୍ଟିକିଲ୍ 15ର ତାମିଲ୍ ରିମେକ୍ରେ ନଜର ଆସିବାକୁ ଯାଉଛନ୍ତି ସୁପରଷ୍ଟାର ଥାଲା ଅଜିତ୍ କୁମାର । ନିକଟରେ ବଲିଉଡ୍ ଫିଲ୍ମ ପିଙ୍କର ତାମିଲ୍ ରିମେକ୍ ନେରକୋଣ୍ଡା ପାରାବିରେ ଅମିତାଭ ବଚ୍ଚନଙ୍କ ଭୂମିକାରେ ନଜର ଆସିଥିଲେ ଅଜିତ୍ । ଏହି ଫିଲ୍ମର ସଫଳତା ପରେ ନେରକୋଣ୍ଡା ପାରାବିର ନିର୍ଦ୍ଦେଶକଙ୍କ ସହିତ ଆର୍ଟିକିଲ୍ 15 ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି ଅଜିତ୍ । ଏହା ସହିତ ନେରକୋଣ୍ଡା ପାରାବିର ପ୍ରଯୋଜକ ବୋନି କପୁର ମଧ୍ୟ ଏହି ଫିଲ୍ମର ପ୍ରଯୋଜନା କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ଫିଲ୍ମ ବ୍ୟତୀତ ଶିବାଙ୍କ ସହିତ ନିଜର 61 ତମ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ଅଜିତ୍ କୁମାର ।
ନୂଆଦିଲ୍ଲୀ ରେଳ ଷ୍ଟେସନରେ ଶୁକ୍ରବାର ଦିନ ପ୍ରାୟ ୨ଟା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଚଣ୍ଡିଗଡ-କୋଚିବେଲୀ ଏକ୍ସପ୍ରେସ୍ରେ ହଠାତ ନିଆଁ ଲାଗିଯାଇଥିଲା । ଖବର ପାଇବା ପରେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରେନଟି ୮ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବାବେଳେ ହଠାତ୍ ସେହି ଟ୍ରେନ୍ର ବଗିରେ ନିଆଁ ଲାଗିଯାଇଥିଲେ । ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ନିଆଁ ଲାଗିଯିବା ପରେ ତୁରନ୍ତ ଯାତ୍ରୀଙ୍କୁ ଟ୍ରେନରୁ ସୁରକ୍ଷିତ ଭାବେ ବାହାରକୁ ବାହାର କରି ଦିଆଯାଇଥିଲା । ଏହି ନିଆଁଲିଭା କାର୍ଯ୍ୟରେ ୧୨ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି । ଏହାସହ ପ୍ଲାଟଫର୍ମକୁ ଖାଲି କରି ଦିଆଯାଇଛି ।
ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ ଏହି ନିୟମକୁ ବେଶ୍ କଡ଼ାକଡି କରାଯାଇଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ପୂରା କଡ଼ାକଡ଼ି ଭାବେ ଏହାକୁ ପାଳନ କରୁଛି। ଏହି ସଂଶୋଧିତ ମୋଟର ଯାନ ଆଇନ୍କୁ ନାପସନ୍ଦ କରିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଛନ୍ତି,“ବାଇକ୍ରେ ଗଲେ ଯେତିକି ଫାଇନ୍ ଦେବାକୁ ପଡୁଛି ୫୦ ଲକ୍ଷ ଟଙ୍କାର ଗାଡ଼ିରେ ଗଲେ ବି ସେତିକି ଫାଇନ ଦେବାକୁ ପଡୁଛି। ଲୋକ ସାଥିରେ ଯେତିକି ଟଙ୍କା ଧରି ଯାଉନାହାନ୍ତି, ତାଠୁ ଅଧିକ ଫାଇନ୍ ଦେବାକୁ ପଡ଼ୁଛି। ପୂର୍ବରୁ ଲୋକଙ୍କୁ ନୂଆ ଟ୍ରାଫିକ ନିୟମ ସମ୍ପର୍କରେ ଜଣାଇ ସଚେତନ କରାଇ ଏହି ନିୟମ ଲାଗୁ କରିବା କଥା । ଏହି ନୂତନ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗରିବ ଲୋକ ଆଉ ଗାଡ଼ି ଚଳାଇ ପାରିବେ ନାହିଁ ବୋଲି…
ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ କିଆରା ଆଡଭାନୀ ବକ୍ସିଂ ଶିଖୁଛନ୍ତି । ବଲିଉଡ୍ର ଏହି ଫିଟ୍ ଅଭିନେତ୍ରୀ ନିଜ ଚରିତ୍ରକୁ ଜୀବନ୍ତ କରାଇବା ନିମନ୍ତେ କିକ୍ ବକ୍ସିଂର ଅଭ୍ୟାସ କରୁଥିବା ନଜର ଆସିଛନ୍ତି । ନିଜର ଅପ୍କମିଙ୍ଗ ଫିଲ୍ମ ଶେରଶାହ ପାଇଁ କିଆରା ବକ୍ସିଂ ଏବଂ କିକ୍ ବକ୍ସିଂ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି । କବୀର ସିଂର ଅଦ୍ଭୂତପୂର୍ବ ସଫଳତା ପରେ କିଆରା ଅକ୍ଷୟ କୁମାର ଏବଂ କରୀନା କପୁରଙ୍କ ସହିତ ଗୁଡ ନ୍ୟୁଜ୍ରେ ନଜର ଆସିବେ । ଏହା ସହିତ ଅକ୍ଷୟଙ୍କ ସହିତ ଅନ୍ୟ ଏକ ଫିଲ୍ମ ଲକ୍ଷ୍ମୀ ବମ୍ବରେ ମଧ୍ୟ ନଜର ଆସିବେ କିଆରା । ଏହି ଦୁଇଟି ଫିଲ୍ମ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଶେର ଶାହରେ ନଜର ଆସିବେ କିଆରା । ପ୍ରଥମ ଦୁଇଟି ଫିଲ୍ମ 2020ରେ ରିଲିଜ୍ ହେବାର ଥିବା ବେଳେ ଶେର ଶାହ ଚଳିତ ବର୍ଷ ଶେଷ ଆଡକୁ ରିଲିଜ୍ ହେବ ବୋଲି…
ସମୀକ୍ଷା ବ୍ୟୁରୋ ଓଡିଶୀ ନୃତ୍ୟର ପ୍ରବାଦ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ମୃତିକୁ ପାଥେୟ କରି ତାଙ୍କ ଦ୍ଵାରା ପ୍ରତିଷ୍ଠିତ ସୃଜନ ଅନୁଷ୍ଠାନ ଗତ ୨୪ ବର୍ଷ ଧରି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆୟୋଜନ କରି ଆସୁଅଛି । ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଏହି ବର୍ଷ ତାର ୨୫ତମ ସମାରୋହ ଆୟୋଜିତ କରୁଅଛି ଏବଂ ଏହି ଉତ୍ସବକୁ ମନାଇବା ପାଇଁ ୫ ଦିନ ପରିବର୍ତ୍ତେ ଚଳିତ ବର୍ଷ ଏହା ୭ ଦିନ ପାଇଁ ଅନୁଷ୍ଠିତ ହେଉଛି । ଗତକାଲି ଉତ୍ସବର ଉଦଘାଟନୀ ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ଥିଲା ଭାରତର ପ୍ରସିଦ୍ଧ ଗଜଲ ଗାୟକ ତଥା ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ଦ୍ୱାରା ଲୋକପ୍ରୀୟ ଭଜନ ଓ ଗଜଲ ପରିବେଷଣ । ଅନୁପ ଜଲୋଟା ନିଜର ସ୍ଵଭାବ ସୁଲଭ ଶୈଳୀରେ ତାଙ୍କର ଲୋକପ୍ରିୟ ଭଜନ ଐସି ଲଗି ଲଗନ, ବୋଲ ରାମ ବୋଲ ରାମ, ବଡ଼େ ମସହୁର…
ପ୍ରତ୍ୟେକ ଟୋଲ୍ ଗେଟ୍ରେ ଏଣିକି ମଦ୍ୟପଙ୍କ ଯାଞ୍ଚ କରାଯିବ । ପୋଲିସ୍ ଡିଜି ଏନେଇ ଏକ ସର୍କୁଲାର ଜାରି କରିଛନ୍ତି । ପୋଲିସ୍ ଡିଜିଙ୍କ ନିଷ୍ପତ୍ତି ଅନୁଯାୟୀ ମଦ ପିଇ ଗାଡି ଚାଳନା କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯିବ । ଆଜି ସନ୍ଧ୍ୟାରୁ ରାଜ୍ୟର ସମସ୍ତ ଟୋଲ୍ଗେଟ୍ରେ ଏହି ଯାଞ୍ଚ କରାଯିବ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ 14ଟି ଟୋଲ୍ଗେଟ୍ ରହିଥିବା ବେଳେ ସମସ୍ତ ଟୋଲ୍ ଗେଟ୍ରେ ଏହି ନିୟମ କଡାକଡି ଭାବରେ ପାଳନ କରିବା ପାଇଁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟି ଏହି ନିଷ୍ପତ୍ତି ନେଇଥିବା ବେଳେ ଏହି ନିୟମକୁ କଡାକଡି ଭାବରେ ଲାଗୁ କରିବା ପାଇଁ ଡିଜି ସମସ୍ତ ଟୋଲଗେଟକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ଯାଞ୍ଚ ସମୟରେ ବ୍ରେଥ୍ ଆନାଲାଇଜର୍ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଦ୍ବିତୀୟଥର ପାଇଁ କ୍ଷମତାକୁ ଆସିବା ପରେ ମୋଦି ସରକାର ଅନେକ ନୂଆ ବିଲ୍ ଆଣିଛନ୍ତି । ଏହି ବିଲ୍ ମଧ୍ୟରେ ଆତଙ୍କୀ ନିରୋଧ ଆଇନ୍ ବେଶ୍ ଚର୍ଚ୍ଚାରେ ରହିଛି । ଚଳିତ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ୟୁଏପିଏ ଆଇନ୍ ବଳରେ କେନ୍ଦ୍ର ସରକାର ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବାର ଅଧିକାର ପାଇଛନ୍ତି । ମୋଦି ସରକାର ନୂଆ କରି ସଂସଦରେ ପାରିତ କରାଇଥିବା ଆତଙ୍କୀ ନିରୋଧ ଆଇନ୍ (ୟୁଏପିଏ)ର ଆଜି ସମୀକ୍ଷା କରିବେ ସୁପ୍ରିମ୍କୋର୍ଟ । ଏଥିପାଇଁ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି। ୧୯୬୭ ୟୁଏପିଏ ଅଧିନିୟମର ସଂଶୋଧିତ ଧାରା ୩୫ ଅନୁଯାୟୀ କେନ୍ଦ୍ର ସରକାର ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବାର ଅଧିକାର ପାଇଛନ୍ତି। ତେବେ ଏହାର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ କରି ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏହି ନୂଆ ଆଇନ୍ର ସମ୍ବିଧାନିକ ବୈଧତା ସମ୍ପର୍କରେ ସମୀକ୍ଷା କରିବାକୁ ରାଜି ହୋଇଛନ୍ତି। ଏଥିସହ ଏ…
କେଦାର ମିଶ୍ର ନୂଆ ମୋଟର ଯାନ ଆଇନ ଆସିଲା ପରେ ଏହାକୁ ନେଇ ଭାରତର ଅନ୍ୟାନ୍ୟ ରାଜ୍ୟ ତୂଳନାରେ ଆମ ରାଜ୍ୟର ପରିବହନ ଅଧିକାରୀ ଓ ପୋଲିସ ବିଭାଗ ଅଧିକ ଉତ୍ସାହିତ। ମାତ୍ର ଚାରି ଦିନରେ ସାଧାରଣ ଲୋକଙ୍କ ପାଖରୁ ପ୍ରାୟ କୋଟିଏ ଟଙ୍କାର ଜରିମାନା ଆଦାୟ କରି ଓଡିଶା ଏବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରିଙ୍କ ଠାରୁ ସାବାସି ପାଇଛି। ନୂଆ ମୋଟର ଯାନ ଆଇନରେ ରହିଥିବା ଅନେକ ବ୍ୟବସ୍ଥା ମାତ୍ରାଧିକ ଜଣ ବିରୋଧୀ ଓ ଏହା ଗାଡି ଚାଳକଙ୍କୁ ଭୟଭୀତ କରିବାର ଏକ ବାଟ ବୋଲି ବିଚାର କରି ଅନେକ ରାଜ୍ୟ ସରକାର ଏହାର ସମୀକ୍ଷା କରୁଛନ୍ତି। ହେଲେ ଓଡିଶା ସରକାର ଏହି ଆଇନକୁ କଡାକଡି ଲାଗୁ କରିବା ଲାଗି ଏବେ ଅଣ୍ଟା ଭିଡି ଲାଗି ପଡିଛନ୍ତି। କୋଟିଏ ଟଙ୍କା ରାସ୍ତାରୁ ମିଳି ସାରିଲାଣି, ତେଣୁ ପୋଲିସ ଓ ପରିବହନ ବିଭାଗ ବାବୁମାନଙ୍କର ଉତ୍ସାହ ମଧ୍ୟ ବଢିଲାଣି।…
ଆଜି ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-2 । ଭାରତର ଏହି ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଶନିବାର ରାତି 1.55 ମିନିଟ୍ ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଭାରତର ଏହି ଐତିହାସିକ ମୂହୁର୍ତ୍ତର ସିଧା ପ୍ରସାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଦେଖିବେ । ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପରେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଅଲଗା ହୋଇଯିବେ । ଏହି ଲ୍ୟାଣ୍ଡର ଏବଂ ରୋଭରର ଜୀବନ ଚକ୍ର 14 ଦିନ ଲେଖାଏଁ ରହିବ । ପୂର୍ବରୁ ସମସ୍ତ ରାଷ୍ଟ୍ର ଚନ୍ଦ୍ରର ଉତ୍ତର ମେରୁରେ ଅବତରଣ କରୁଥିବା ବେଳେ ପ୍ରଥମ ରାଷ୍ଟ୍ର ଭାବରେ ଭାରତ ଦକ୍ଷିଣ ମେରୁରେ ପାଦ ରଖିବାକୁ ଯାଉଛି । ଏହି ମିଶନରେ ଭାରତ ଚନ୍ଦ୍ରରେ ଜଳର ଉପସ୍ଥିତି ଏବଂ ଜୀବନ ସତ୍ତାର ସମ୍ଭବତା ଉପରେ ପରୀକ୍ଷଣ କରିବ । ଏହି ଯାନଟି ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ…
ଅଯୋଧ୍ୟା ମାମଲାର ବିଚାର ଚାଲିଥିବା ବେଳେ ଏହାର ସିଧା ପ୍ରସାରଣ ପାଇଁ ଆଜି ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଥିଲା । ଏହି ଯାଚିକାର ବିଚାର କରି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ଆବେଦନକୁ ଖଣ୍ଡନ କରିଛନ୍ତି । ଆରଏସ୍ଏସ୍ ସଦସ୍ୟ କେ ଏନ୍ ଗୋବିନ୍ଦାଚାର୍ଯ୍ୟ ଏହି ମାମଲାର ସିଧା ପ୍ରସାରଣ ଏବଂ ରେକର୍ଡିଂ ପାଇଁ ଆବେଦନ କରାଯାଇଥିବା ବେଳେ ଏହାକୁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଖାରଜ କରି ଦେଇଥିଲେ । ଏହି ମାମଲାକୁ ପ୍ରଥମେ ମୁଖ୍ୟ ବିଚାରପତିଙ୍କ ନିକଟରେ ଲିଷ୍ଟିଂ କରାଯିବା ଉଚିତ୍ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ମାମଲାର ଶୁଣାଣି ପାଇଁ ଜଷ୍ଟିସ୍ ସିଏଫ୍ ନରିମାନ ଏବଂ ସୂର୍ଯ୍ୟ କାନ୍ତଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ବରିଷ୍ଠ ଓକିଲ ବିକାଶ ସିଂ ଏହି ଗୋବିନ୍ଦାଚାର୍ଯ୍ୟଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଭାବରେ ଲାଗୁ କରାଯାଇଥିବା ମୋଟର ଯାନ ଆଇନ ଫଳରେ ସାଧାରଣ ଲୋକଙ୍କୁ ଅଧିକ ଜରିମାନା ପ୍ରଦାନ କରିବାକୁ ପଡୁଛି। ଫଳରେ ଆଜି ରାଜ୍ୟ ସରକାର ଏହି ନିୟମରେ ଆଂଶିକ ରିହାତି ପ୍ରଦାନ କରିଛନ୍ତି। ରାଜ୍ୟ ପରିବହନ ସଚିବ ଜି ଶ୍ରୀନିବାସ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ସହିତ ଏକାଧିକ ମାମଲା ବଦଳରେ ଯେ କୌଣସି ଗୋଟିଏ ମାମଲାରେ ଜରିମାନା ଆଦାୟ କରାଯିବ ବୋଲି ସଚିବ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପ୍ରଦୂଷଣ ସାର୍ଟିଫିକେଟ୍କୁ ନେଇ ଏକ ମାସ ରିହାତି ପ୍ରଦାନ କରାଯାଇଛି। ସମୁଦାୟ ୨୧ଟି ସ୍ବୀକୃତିପ୍ରାପ୍ତ ପ୍ରଦୂଷଣ ସାର୍ଟିଫିକେଟ୍ ପ୍ରସ୍ତୁତକାରୀ କମ୍ପାନୀ ରହିଥିବା ବେଳେ ତନ୍ମଧ୍ୟରୁ ମାତ୍ର ୪ଟି ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି। ଫଳସ୍ବରୂପ ସରକାର ସାଧାରଣ ଜନତାଙ୍କୁ ଏକ ମାସର ଅବଧି ପ୍ରଦାନ କରାଯିବାକୁ ନେଇ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ବେଆଇନ ଭାବରେ ଜରିମାନା ଆଦାୟ କରୁଥିବା ଅଧିକାରୀଙ୍କୁ ଦୁଇ…
ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ବିଜେଡିର ୧୧ଜଣ ନେତା ତଥା ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାର ଉପଦେଷ୍ଟାଙ୍କ ମଧ୍ୟରୁ ୬ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟା ଓ ଅନ୍ୟ ୪ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟାର ମିଳିଛି । ଏହି କ୍ରମରେ ସାମିଲ୍ ଅଛନ୍ତି ମିଶନ ଶକ୍ତି ଉପଦେଷ୍ଟା ତଥା ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପଦେଷ୍ଟା ମୁନ୍ନା ଖାଁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, କୃଷି ଓ କୃଷକ କଲ୍ୟାଣ ବିଭାଗ ଉପଦେଷ୍ଟା କୃତିବାସ ପାତ୍ର, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ମିଳିଥିବାବେଳେ ସେହିପରି ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା ସୁଜିତ୍ କୁମାରଙ୍କୁ ‘ମୁଖ୍ୟ ସଚିବ’ ପାହ୍ୟା ମିଳିଛି । ସେହିପରି…
ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ଏବଂ ଏକଛତ୍ରବାଦୀ ଶତକ ରବର୍ଟ ମୁଗାବେଙ୍କ ପରଲୋକ ହୋଇଛି। ସିଙ୍ଗାପୁରକୁ ଚିକିତ୍ସା ପାଇଁ ଯାଇଥିବା ସମୟରେ ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଜିମ୍ବାଓ୍ବେର ବର୍ତ୍ତମାନର ରାଷ୍ଟ୍ରପତି ଏମରସନ୍ ମନନଗଗଓ୍ବା ଟ୍ବିଟ୍ କରି ଏହି ସୂଚନା ପ୍ରଦାନ କରିଛନ୍ତି। ୨୧ ଫେବୃୟାରୀ ୧୯୨୪ ରେ ଜିମ୍ବାଓ୍ବେର ରାଜଧାନୀ ହରାରେରେ ଜନ୍ମ ଗ୍ରହଣ କରିଥିଲେ ମୁଗାବେ। ୧୯୬୦ ରେ ରାଜନୀତିରେ ଯୋଗ ଦାନ ପରେ ୧୯୮୦ ରୁ ଜିମ୍ବାଓ୍ବେର ରାଷ୍ଟ୍ରପତି ପଦବୀରେ ରହିଥିଲେ। ବିଗତ କିଛି ବର୍ଷ ଧରି ଅସୁସ୍ଥ ରହିଥିବା ମୁଗାବେ ସର୍ବଦା ଚିକିତ୍ସା ପାଇଁ ସିଙ୍ଗାପୁର ଯାଉଥିଲେ। ଦୀର୍ଘ ୪ ଦଶନ୍ଧି ଧରି ଜିମ୍ବାଓ୍ବେର ରାଷ୍ଟ୍ରପତି ରହିଥିବା ମୁଗାବେ କ୍ଷମତା ଲୋଭରେ ଜିମ୍ବାଓ୍ବେର ଅର୍ଥନୀତିକୁ ଦୁର୍ବଳ କରି ଦେଇଥିଲେ। ନଭେମ୍ବର ୨୦୧୭ ରେ କ୍ଷମତାରୁ ଓହରିଥିଲେ ମୁଗାବେ।
ଆପ୍ ବିଧାୟିକା ଅଳକା ଲାମ୍ବା ଦଳ ଛାଡିବାର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଟ୍ବିଟ୍ଟର ଜରିଆରେ ଦଳ ଛାଡିବା ସମ୍ପର୍କରେ ଘୋଷଣା କରିଛନ୍ତି ଚାନ୍ଦିନୀଚୌକ୍ ବିଧାୟିକା ଲାମ୍ବା । ଏକ ଟ୍ବିଟ୍ ଜରିଆରେ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ଧନ୍ୟବାଦ ଜଣାଇଛନ୍ତି ଲାମ୍ବା । ବିଗତ 6 ବର୍ଷ ଧରି ଦଳ ସହିତ ଯାତ୍ରା ଏକ ଶିକ୍ଷଣୀୟ ଅନୁଭୂତି ରହିଛି । ରବିବାର ଦିନ ୟୁପିଏ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଅଳକା ଲାମ୍ବା । ଏହି ବୈଠକ ପରେ ନିଜର ଇସ୍ତଫା ପ୍ରଦାନ କରିଥିବାରୁ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ଅଳକା ଲାମ୍ବା କଂଗ୍ରେସ ଦଳରେ ଯୋଗ ଦେବାର ସମ୍ଭାବନା ରହିଛି । କିଛି ଦିନ ପୂର୍ବରୁ ଦଳୀୟ ବିଧାୟକଙ୍କ ସହିତ ଲାମ୍ବାଙ୍କର ଝଗଡା ହୋଇଥିଲା । ଏହି ଝଗଡା ପରେ ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ ଲାମ୍ବା ।

