Author: Samikhsya Bureau

ସମାକ୍ଷା ବ୍ୟୁରୋ ବିଜେଡି ନେତା ତଥା ଦଳର ମୁଖପାତ୍ର ମାନସ ମଙ୍ଗରାଜଙ୍କୁ ମିଳିଛି ସରକାରୀ ନିଯୁକ୍ତି। ତାଙ୍କୁ ରାଜ୍ୟ ସରକାର ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ବର୍ତ୍ତମାନ ସରକାରଙ୍କ ସମସ୍ତ ଗଣମାଧ୍ୟମ ଓ ଲୋକ ସଂପର୍କ ସଂପର୍କିତ ବିଷୟରେ ସେ ଉପଦେଶ ଦେବେ। ଏନେଇ ମାନସଙ୍କୁ ଲୋକସେବକ ଭବନରେ ଏକ ଅଫିସ ମଧ୍ୟ ପ୍ରଦାନ କରାଯିବ। ପୂର୍ବରୁ ରାଜ୍ୟ ସରକାର 11 ଜଣ ନେତାଙ୍କୁ ବିଭିନ୍ନ ବିଭାଗର ଉପଦେଷ୍ଠା ଭାବେ ନିଯୁକ୍ତ କରିଛନ୍ତି। ହେଲେ ସେମାନଙ୍କର କାର୍ଯ୍ୟଧାରା କଣ ରହିବ ସେ ନେଇ କିଛି ନିଷ୍ପତି ହୋଇ ନାହିଁ। ଫଳରେ ଏହି ଉପଦେଷ୍ଠାମାନେ ଏ ପର୍ଯ୍ୟନ୍ତ ତାଙ୍କ ପଦବୀରେ ଯୋଗ ଦେଇ ନାହିଁନ୍ତି। ସମସ୍ତ ଉପଦେଷ୍ଠାଙ୍କୁ ରାଜ୍ୟ ମନ୍ତ୍ରୀ ପାହ୍ୟା ଦିଆଯିବ। ସେହିପରି ମାନସଙ୍କୁ ମଧ୍ୟ ରାଜ୍ୟ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯିବ ବୋଲି ଜଣାପଡିଛି।

Read More

କାଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ସାହାଯ୍ୟ ନ ମିଳିବା ପରେ ପାକିସ୍ତାନ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ପାକିସ୍ତାନ ଏନଓଟିଏଏମ ଏବଂ ନୌସେନାକୁ ଆଲର୍ଟ ଜାରି କରିଛି । ପାକିସ୍ତାନର କରାଚୀ ପାଖରେ ଥିବା ସୋନମିୟାନୀ ପରୀକ୍ଷଣ ରେଞ୍ଜରୁ ସମ୍ଭାବିତ ମିସାଇଲ ପରୀକ୍ଷଣକୁ ନଜରରେ ରଖି ଏହି ନୋଟିସ ଜାରି କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପରମାଣୁ ଧମକ ଦେଇଥିବା ବେଳେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଯୁଦ୍ଧ ପରସ୍ଥିତି ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ ଏତେ ତାଙ୍କ ମନ୍ତ୍ରୀ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଯୁଦ୍ଧ ସମୟର ଭବିଷ୍ୟବାଣୀ କରିଛନ୍ତି । ପାକିସ୍ତାନ ରେଳମନ୍ତ୍ରୀ ଶେଖ ରଶିଦ ମଧ୍ୟ ଯୁଦ୍ଧ ନେଇ ପୂର୍ବାନୂମାନ ଲଗାଇଛନ୍ତି ।

Read More

ତେଲୁଗୁ ସିନେମାକୁ ପ୍ରତ୍ୟାବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି ନନ୍ଦିତା ଦାସ । ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ନନ୍ଦିତା ଦାସ ତେଲୁଗୁ ଫିଲ୍ମ ଭୀରାତାପାର୍ବମ୍‌ ଜରିଆରେ ତେଲୁଗୁ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଫିଲ୍ମରେ ନନ୍ଦିତା ଦାସଙ୍କ ବ୍ୟତିତ ରାଣା ଦଗୁବତୀ ଏବଂ ସାଇ ପଲ୍ଲବୀ ପ୍ରମୁଖ ଭୂମିକାରେ ନଜର ଆସିବେ । ଦୀର୍ଘ ଦିନ ପରେ ତେଲୁଗୁ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ନନ୍ଦିତା କହିଛନ୍ତି, ଏହି ଫିଲ୍ମର କାହାଣୀ ଏବଂ ଫିଲ୍ମରେ ମୋର ଭୂମିକାକୁ ନେଇ ମୁ ଉତ୍ସାହିତ ରହିଛି ବୋଲି ନନ୍ଦିତା ପ୍ରକାଶ କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ଏହି ଫିଲ୍ମର କାହାଣୀ 1990 ମସିହାର ମାଓ ଆନ୍ଦୋଳନ ସହିତ ସମ୍ପୃକ୍ତ । ସୂଚନାଯୋଗ୍ୟ ଯେ, ପୂର୍ବରୁ ତେଲୁଗୁ ଫିଲ୍ମ କମ୍‌ଲି ପାଇଁ ଜାତୀୟ ପୁରସ୍କାର ହାସଲ କରିଛନ୍ତି ନନ୍ଦିତା ।

Read More

ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋକ୍ସୋ ଆକ୍ଟ ଅନୁସାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । 2018 ଜୁନରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଦୋଷୀକୁ ଫାଶି ଦଣ୍ଡାଦେଶ ମିଳିଛି । ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଯୁବକ ଜାମିନୀକାନ୍ତ ମହାନ୍ତଙ୍କୁ ଆଜି ଏଡିଜେ କୋର୍ଟ ଫାଶି ଦଣ୍ଡାଦେଶ ଦେଇଛନ୍ତି । ଏହି ଦଣ୍ଡାଦେଶ ପରେ ପୀଡ଼ିତାଙ୍କ ପରିବାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୂଚନାଯୋଗ୍ୟ ଯେ, 2018 ମସିହା ଜୁନ ମାସରେ ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ଅଂଚଳରେ ରଜ ଦୋଳି ଖେଳାଇବା ବାହାନାରେ ଦୁଷ୍କର୍ମ ପରେ ହତ୍ୟା କରି ଫେରାର ହୋଇଯାଇଥିଲା ।

Read More

ବ୍ରିଟେନ୍‌ ମୁଖ୍ୟମନ୍ତ୍ରୀ ବୋରିଶ୍‌ ଜନ୍‌ସନ୍‌ ଅକ୍ଟୋବର 14 ତାରିଖ ପର୍ଯ୍ୟନ୍ତ ସଂସଦ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବିବିସି ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବ୍ରକ୍ସିଟ୍‌ ଆନ୍ଦୋଳନକୁ ସଫଳ କରିବା ପାଇଁ ବୋରିଶ୍‌ ଏହି ନିଷ୍ପତ୍ତି ନେଇଛନ୍ତି । ୟୁରୋପିଆନ୍‌ ସଙ୍ଘରୁ ବ୍ରିଟେନ୍‌ ବାହାରିବାର ନିଷ୍ପତ୍ତିକୁ କିଛି ସାଂସଦ ବିରୋଧ କରୁଛନ୍ତି । ପୂର୍ବରୁ ବ୍ରକ୍ସିଟ୍‌କୁ ମଞ୍ଜୁରୀ ମିଳି ସାରିଥିବା ବେଳେ କିଛି ସାଂସଦ ଏହାକୁ ବିରୋଧ କଲେ ଏହି ଆନ୍ଦୋଳନ ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରି ବୋରିଶ ଏହି ପଦକ୍ଷେପ ନେଇଛନ୍ତି । ଏହି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଗତକାଲି କିଛି ସାଂସଦ ବୈଠକ କରିବା ପରେ ସଂସଦ ବନ୍ଦ ରଖିବାର ନିଷ୍ପତ୍ତି ନେଇଛନ୍ତି ଜନ୍‌ସନ୍‌ ।

Read More

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓନେତା ରାକେଶ ସୋଡ଼ି ନିହତ ହୋଇଛନ୍ତି । ଏହି ଘଟଣାରେ ଜଣେ ଯବାନ ଶହିଦ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ନେଇ ପୋଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ମାଲକାନଗିରି ବଣ୍ଡାଘାଟି ପାକନାଗୁଡ଼ା ଜଙ୍ଗଲରେ ଏନକାଉଣ୍ଟରରେ ହାର୍ଡକୋର ମାଓନେତା ରାକେଶ ସୋଡ଼ିର ମୃତ୍ୟୁ ହୋଇଛି । ଆଜି ସକାଳୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଓ ବଣ୍ଡାଘାଟି ସୀମାରେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ମେମ୍ବର ରାକେଶ ସୋଡ଼ି ମିଲିଟାରୀ ପ୍ଲାଟୁନ ମୁଖ୍ୟ ଥିଲେ । ମୃତ ମାଓନେତା ରାକେଶଙ୍କ ଘର ଛତିଶଗଡ଼ ସୁକମା ଜିଲ୍ଲା ଘଟ୍ଟାପାଡ଼ ଗାଁରେ ହୋଇଥିବା ସୂଚନା ମିଳିଛି । ରାକେଶ ସୋଡ଼ିଙ୍କ ମୁଣ୍ଡ ପାଇଁ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ସମ୍ପର୍କରେ ପୋଲିସ ଡିଜି ସୂଚନା ଦେଇଛନ୍ତି ।

Read More

ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ରିଅଲ୍‌ମି ଏକ୍ସଟି । ଏହି ଫୋନ୍‌ଟି ଆସନ୍ତା ସେପ୍ଟେମ୍ବର 29 ତାରିଖରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଏହି ଫୋନ୍‌ଟିର ମୂଲ୍ୟ ଭାରତୀୟ ବଜାରରେ 16999 ଟଙ୍କା ରହିଛି । ଏହି ଫୋନ୍‌ରେ 6.4 ଇଞ୍ଚର ସୁପର ଆମୋଲେଡ୍‌ ସ୍କ୍ରିନ୍‌ ରହିଥିବା ବେଳେ କ୍ବାଲକମ୍‌ ସ୍ନାପ୍‌ ଡ୍ରାଗନ୍‌ 712 ପ୍ରସେସର ରହିଛି । ଫୋନ୍‌ଟିରେ 4, 6 ଏବଂ 8 ଜିବିର ରାମ୍‌ ରହିଥିବା ବେଳେ 64 ଏବଂ 128 ଜିବିର ଅନ୍ତରୀଣ ଷ୍ଟୋରେଜ୍‌ ରହିଛି । ଏହି ଫୋନ୍‌ଟିରେ 4000 ଏମ୍‌ଏଏଚ୍‌ର ବ୍ୟାଟେରୀ ସହିତ ଭୁକ୍‌ 3.0 ବ୍ୟବସ୍ଥା ରହିଥିବାରୁ ଏହା ଶୀଘ୍ର ଚାର୍ଜ ହୋଇ ପାରିବ । ଏହି ଫୋନ୍‌ଟି ପ୍ରାରମ୍ଭିକ ଭାବରେ ଆମାଜନ୍‌ରେ ଉପଲବ୍ଧ ହେବ ।

Read More

ରଙ୍ଗାଚରଣ ପ୍ରଧାନ ସରକାରଙ୍କ ପାଖରେ ଆଉ କୌଣସି ରାସ୍ତା ନ ଥିଲା । ସିଧା ସିଧା କହିବାକୁ ଗଲେ ସରକାରଙ୍କ ପାଖରେ ଟଙ୍କା ନାହି । ଗତବର୍ଷ କେନ୍ଦ୍ର ସରକାର ଯେତିକି ମୋଟ ଟିକସ ଆଦାୟ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ବାସ୍ତବରେ ତାହା ଠାରୁ ୧.୬୭ ଲକ୍ଷ କୋଟି ଟଙ୍କା କମ୍ ଆଦାୟ ହେଲା । ସେହିପରି ୨୦୧୮-୧୯ ରେ କେନ୍ଦ୍ର ସରକାରଙ୍କର ସମୁଦାୟ ଖର୍ଚ୍ଚ ମଧ୍ୟ ୧.୩୧ ଲକ୍ଷ କୋଟି ଟଙ୍କା କମିଗଲା । କୌଣସି ବର୍ଷରେ ଏତେ ମାତ୍ରାରେ ଖର୍ଚ୍ଚ କମିଯିବା ଭାରତର ଇତିହାସରେ ପ୍ରଥମ ଥର ପାଇଁ ଦେଖାଗଲା । ସରକାର ଗତ ଜୁଲାଇ ମାସରେ ଆଗତ କରିଥିବା ବଜେଟରେ ଏହି ବିଫଳତାକୁ ଜନସାଧାରଣଙ୍କଠାରୁ ଲୁଚାଇବାକୁ ଚେଷ୍ଟା କରିଥିଲେ । ଦୁଇ ମାସ ପୁର୍ବେ ‘ସମୀକ୍ଷା’ରେ ଏହି ଲେଖକ ଲେଖିଥିଲା କିପରି (ପଢନ୍ତୁ :ଗବ୍ବର ସିଂ ସରକାର, ବହିଖାତାର ବଜେଟ ଓ ରିଜର୍ଭ ବ୍ୟାଙ୍କ…

Read More

ଥାର୍ଡ ଡିଗ୍ରୀର ଯୁଗ ଶେଷ ହୋଇଛି ବୋଲି ମତ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଦିଲ୍ଲୀରେ ଅବସ୍ଥାପିତ ବ୍ୟୁରୋ ଅଫ ପୋଲିସ ରିସର୍ଚ ଆଣ୍ଡ ଡେଭଲପମେଣ୍ଟର 49 ତମ ସ୍ଥାପନା ଦିବସରେ ଏହି ମତ ଦେଇଛନ୍ତି ଅମିତ ଶାହା । ବର୍ତ୍ତମାନ ଥାର୍ଡ ଡିଗ୍ରୀର ଯୁଗ ଶେଷ ହୋଇଛି ଏବଂ ତଦନ୍ତ ପାଇଁ ନୂତନ ବୈଷୟିକ କୌଶଳ ଆପଣେଇବାକୁ ପଡିବ ବୋଲି ଶାହ କହିଛନ୍ତି । ସେ କହିଛନ୍ତି, ଅପରାଧ ଓ ଅପରାଧିକ ମାନସିକତାକୁ ଅଧ୍ୟୟନ କରିବା ପାଇଁ ରାଷ୍ଟ୍ରୀୟ ମୋଡସ୍ ଓପିଆରଡି ବ୍ୟୁରୋ ବାବଦରେ ଚିନ୍ତା କରାଯାଉଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପିଲ କରାଯାଉଛି । ରାଷ୍ଟ୍ରୀୟ ସ୍ତରରେ ପୋଲିସ ବିଶ୍ୱବିଦ୍ୟାଳୟ ଏବଂ ଫରେନ୍‌ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯିବ । ସମସ୍ତ ରାଜ୍ୟରେ ଏହା ସହ ଜଡିତ କଲେଜ ରହିବ । ଏନେଇ ଖୁବ ଶୀଘ୍ର କ୍ୟାବିନେଟ୍‌ରେ ବ୍ୟବସ୍ଥା କରାଯିବ ବୋଲି ଶାହା କହିଛନ୍ତି ।

Read More

କାଠଯୋଡି ବ୍ରିଜ୍‌ ଦବିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । କଟକରେ ଅବସ୍ଥାପିତ ଏହି ବ୍ରିଜ୍‌ର ଆରମ୍ଭରୁ ଅଳ୍ପ କିଛି ଅଂଶ ଦବିଯାଇଛି । ଗୋପାଳପୁର-ଲିଙ୍କରୋଡ ମଧ୍ୟରେ ବ୍ରିଜ୍‌ର କିଛି ଅଂଶ ଦବି ଯାଇଥିବା ଜଣାପଡିଛି । ଦବିଯାଇଥିବା ଅଂଶକୁ ପୋଲିସ୍ ସୁରକ୍ଷା ଘେରା ମଧ୍ୟରେ ରଖିଛି । ବ୍ରିଜ୍‌ ଦବିଥିବା ଫଳରେ ବିଭିନ୍ନ ଯାନ ବାହନ ଚଳାଚଳ ପ୍ରଭାବିତ ହୋଇଛି । ନିକଟରେ ପଳାଶୁଣୀ ଓଭରବ୍ରିଜ୍‌ ଦବିଥିବାର ଖବର ପ୍ରକାଶ ପାଇଥିବା ବେଳେ ନିମ୍ନ ମାନର କାମର ଆଉ ଏକ ଉଦାହରଣ ସମ୍ମୁଖକୁ ଆସିଛି ।

Read More

ଜାମ୍ମୁ ଓ କଶ୍ମୀରରେ ପୁଣି ଥରେ ଧାରା ୩୭୦ ଲାଗୁ କରିବାକୁ ପାକିସ୍ତାନ ସରକାର ଅନ୍ତର୍ଜାତୀୟ ସ୍ତରରେ ସମସ୍ତ ଦେଶର ଦ୍ୱାରସ୍ଥ ହୋଇସାରିଲାଣି । ଏହି ପ୍ରସଙ୍ଗରେ କୌଣସି ବି ଦେଶ ମୁଣ୍ଡ ପୁରାଇବାକୁ ଚାହୁଁନାହାନ୍ତି । ନିକଟରେ ଟ୍ରମ୍ପ୍‌ ମଧ୍ୟ ଏହି ପ୍ରସଙ୍ଗକୁ ଦ୍ବିପାକ୍ଷିକ ବୋଲି ସ୍ବୀକାର କରିଛନ୍ତି । ଏବେ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କ ନିଷ୍ପତ୍ତିକୁ ରୁଷ ସମର୍ଥନ କରିଛି । ଭାରତରେ ଅବସ୍ଥାପିତ ରୁଷ୍‌ର ରାଷ୍ଟ୍ରଦୂତ ନିକୋଲେ କୁଦାସେଭ୍‌ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଭାରତ ସରକାରଙ୍କ ନିଜସ୍ୱ ନିଷ୍ପତ୍ତି । ଏହା ଭାରତ ଆଭ୍ୟନ୍ତରୀଣ ମାମଲା ଅଟେ । ତେଣୁ ଯାହାବି ସମସ୍ୟା ରହିଛି ଉଭୟ ଦେଶ ସିମଲା ଚୁକ୍ତି ଅନୁସାରେ ଆଲୋଚନା କରି ସମାଧାନ କରିବା ଉଚିତ । ସେହିପରି ଭାରତ ଓ ପାକିସ୍ତାନ ବିବାଦ ମଧ୍ୟରେ ରୁଷ୍‌ର କୌଣସି ଭୂମିକା ନାହିଁ ବୋଲି ଋଷିଆ ଦୂତାବାସର ଉପାଧ୍ୟକ୍ଷ ରୋମାନ୍‌ ବବୁସ୍କିନ୍‌…

Read More

ଧାରା 370 ଉଚ୍ଛେଦକୁ ନେଇ ରାହୁଲଙ୍କ ମନ୍ତବ୍ୟକୁ ନେଇ ନୂତନ ବିବାଦ ଦେଖାଦେଇଛି । ରାହୁଲଙ୍କ ମନ୍ତବ୍ୟମକୁ ନେଇ ପାକିସ୍ତାନ ଜାତିସଂଘର ଦ୍ବାରସ୍ଥ ହୋଇଥିବାର ଖବର ଆସିବା ପରେ ଏହାକୁ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି । ନିଜର ମିଥ୍ୟାକୁ ପ୍ରମାଣିତ କରଗିବା ପାଇଁ ପାକିସ୍ତାନ ରାହୁଲଙ୍କ ନାମକୁ ବ୍ୟବହାର କରୁଛି ବୋଲି ସୁର୍ଜେଓ୍ବାଲା ଟ୍ବିଟ୍‌ କରିଛନ୍ତି । ଏହି ଟ୍ବିଟ୍‌ ସହିତ ସୁର୍ଜେଓ୍ବାଲା କଂଗ୍ରେସ ପକ୍ଷରୁ ଏକ ସ୍ପଷ୍ଟୀକରଣ ମଧ୍ୟ ପ୍ରକାଶ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ବୁଧବାର ରାହୁଲ ଜମ୍ମୁ କାଶ୍ମୀର ମାମଲା ଭାରତର ଅନ୍ତରୀଣ ମାମଲା ଏବଂ ଅନ୍ୟ କୌଣସି ରାଷ୍ଟ୍ର ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ରାହୁଲ କହିଥିଲେ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ପାକିସ୍ତାନ ଆତଙ୍କୀଙ୍କୁ ସହାୟତା କରୁଛି ଏବଂ ବିଭିନ୍ନ ଆତଙ୍କୀ ଆକ୍ରମଣ ଦ୍ବାରା ଭାରତ ସର୍ବଦା ପ୍ରଭାବିତ ହୋଇଛି । ତେଣୁ ଏହା ଉପରୁ ବିଶ୍ବ…

Read More

କେଦାର ମିଶ୍ର ନୂଆ ଭାରତରେ ସରକାରକୁ ବିରୋଧ କରିବାକୁ ପାକିସ୍ତାନ ସପକ୍ଷବାଦୀ ହେବା ବା ଦେଶଦ୍ରୋହୀ ହେବା ସହ ତୁଳନୀୟ ବୋଲି  କହିବାର ଏକ ବିପଜ୍ଜନକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପରୋକ୍ଷରେ ପାକିସ୍ତାନକୁ ହିଁ ସୁହାଉଛି। ଗତକାଲି ପାକିସ୍ତାନ କଶ୍ମୀର ସମ୍ପର୍କରେ ଜାତିସଂଘ ସାଧାରଣ ପରିଷଦକୁ ଲେଖିଥିବା ଏକ ଚିଠିରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ “କୋଟ” କରିଛି ବୋଲି କୁହାଯାଇଛି ଓ ଏ ସଙ୍କ୍ରାନ୍ତରେ କଂଗ୍ରେସ ସଫେଇ ମଧ୍ୟ ଦେଇଛି। ଏଠି ପ୍ରଶ୍ନ ହେଉଛି, ପାକିସ୍ତାନ ଅଛି ବୋଲି ଭାରତରେ ବିରୋଧୀ ଦଳ ରହିବେ ନାହିଁ କି? ପାକିସ୍ତାନ କଣ କରିବ, ତାହାକୁ ଆଖି ଆଗରେ ରଖି ଭାରତର ଆଭ୍ୟନ୍ତରୀଣ ରାଜନୀତି ପରିଚାଳିତ ହେବ କି? କଶ୍ମୀର ପ୍ରସଙ୍ଗରେ ଆମେ ଭାରତୀୟମାନେ ଯାହା ବି କହୁଛୁ, ତାହା ଆମ ଲୋକଙ୍କ ପାଇଁ କହୁଛୁ। କଶ୍ମୀର ଓ କଶ୍ମୀରବାସୀ ଆମର ଅଭିନ୍ନ ଅଙ୍ଗ ବୋଲି ତାଙ୍କର ସାମ୍ବିଧାନିକ ଅଧିକାର…

Read More

ଭାରତୀୟ ବଜାରରେ ପ୍ରବେଶ କଲା ରେନଲ୍ଟ ଟ୍ରାଇବର। ଏହି କାର୍‌ର ମୂଲ୍ୟ ଭାରତୀୟ ବଜାରରେ ୪ ଲକ୍ଷ ୯୫ ହଜାର ଟଙ୍କା ରହିଛି। ଏହି କାର୍‌ର ଚାରିଟି ମଡେଲ୍‌ ଲଞ୍ଚ କରାଯାଇଥିବା ବେଳେ କାର୍‌ର ସର୍ବାଧିକ ମୂଲ୍ୟ ୬ ଲକ୍ଷ ୪୯ ହଜାର ଟଙ୍କା ରହିଛି। ଏହି କାର୍‌ଟି ଉଭୟ ପେଟ୍ରୋଲ ଏବଂ ଡିଜେଲ୍‌ ମଡେଲ୍‌ରେ ଉପଲବ୍ଧ ହେବ। ଏହି କାର୍‌ଟି ୭ ସିଟର୍‌ ବିଶିଷ୍ଟ ହୋଇଥିବାରୁ ଏହା ଭାରତୀୟ ବଜାର ପାଇଁ ବଢିଆ ବୋଲି ରେନଲ୍ଟ ପକ୍ଷରୁ କୁହାଯାଇଛି। ଏହି କାର୍‌ରେ ରେନଲ୍ଟ କ୍ବିଡ୍‌ ପରି ୧.୦ ଲି, ତିନି ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ୍‌ ରହିଛି। ଏହି କାର୍‌ରେ ୭୧ ବିଏଚ୍‌ପି ଟର୍କ ରହିଥିବା ବେଳେ ଏହା ସର୍ବାଧିକ ୯୬ ଏନ୍‌ଏମ୍‌ ଟର୍କ ଛୁଇଁପାରିବ। ୫ ସ୍ପିଡ୍‌ ଗିଅର ବିଶିଷ୍ଟ ଏହି କାର୍‌ଟି ୯୪୭ କିଗ୍ରା ଓଜନ ବହନ କରିପାରିବ। ଏହି କାର୍‌ଟି ଲିଟର ପିଛା ୨୩.୬୭ କିମି ଯାତ୍ରା…

Read More

ପେରୁର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ୨୨୭ ଜଣ ଶିଶୁଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ଏହି କଙ୍କାଳ ଗୁଡିକ କଲମ୍ବିଆର ଚିମୁ ସଭ୍ୟତାର ବୋଲି ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କୁହାଯାଇଛି। ପେରୁର ରାଜଧାନୀ ଲିମାର ଉତ୍ତରରେ ଅବସ୍ଥାପିତ ହୁଆନ୍‌ଚାକୋରୁ ଏହି କଙ୍କାଳ ଗୁଡିକୁ ଉଦ୍ଧାର କରାଯାଇଛି। ଏହି ସମସ୍ତ ଅସ୍ଥି ଗୁଡିକ ଏକ ସଙ୍ଗରେ ପୋତାଯାଇଥିବା ଜଣାପଡିଛି। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ବିଗତ ଏକ ବର୍ଷ ହେବ ଏହି ସ୍ଥାନର ଖୋଦେଇ କରାଯାଉଥିବା ବେଳେ ମଙ୍ଗଳବାର ଦିନ ଏହି କଙ୍କାଳ ଗୁଡିକ ଜବତ କରାଯାଇଛି। ବଳି ଦିଆଯାଇଥିବା ଶିଶୁ ମାନଙ୍କର ବୟସ ୪ ରୁ ୧୪ ମଧ୍ୟରେ ବୋଲି ପେରୁ ପ୍ରତ୍ନତତ୍ତ୍ବ ବିଭାଗ ମୂଖ୍ୟ ଫ୍ରିନ୍‌ କାଷ୍ଟିଲୋ ପ୍ରକାଶ କରିଛନ୍ତି। ସମାନ ସ୍ଥଳରୁ ଜୁନ୍‌ ୨୦୧୮ ରେ ୫୬ ଟି କଙ୍କାଳ ଉଦ୍ଧାର କରିଥିଲେ ପ୍ରତ୍ନତତ୍ତ୍ବ ବିଭାଗ।

Read More

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଜି ଉଚ୍ଚ ଶିକ୍ଷା ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଠିକ ସମୟରେ ପରୀକ୍ଷା ଶେଷ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳ ସଚିବ ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ  ଆଲୋଚନା କରାଯାଇଛି । ଏହା ସହ ଠିକ ସମୟରେ ପରୀକ୍ଷା ଓ ରେଜଲ୍ଟ ପାଇଁ ଆଗୁଆ କୋର୍ସ ସାରିବାକୁ ଗୁରୁତ୍ୱ । ମୂଲ୍ୟାୟନ କେନ୍ଦ୍ର ଓ ପ୍ରଶ୍ନ ପତ୍ର ସେଟ୍ ବି ବଢିବ ବୋଲି ବୈଠକ ଶେଷ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି । ଏହା ସହ ମୂଲ୍ୟାୟନକାରୀଙ୍କ ପାଉଣା ମଧ୍ୟ ବୃଦ୍ଧି କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ପୂର୍ବରୁ ଖାତା ଦେଖା ପାଇଁ  ୧୫ରୁ ୨୦ ଟଙ୍କା ମିଳୁଥିଲା କିନ୍ତୁ ଏବେ ଖାତା ଦେଖା ପାଇଁ…

Read More

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଜମ୍ମୁକାଶ୍ମୀରର ସ୍ବତନ୍ତ୍ର ଅଧିକାର ଉଚ୍ଛେଦ ନେଇ ସମ୍ବିଧାନ ସଂଶୋଧନ ଉପରେ ସୁପ୍ରିମ୍‌କୋର୍ଟ ଶୁଣାଣି କରି ନୋଟିସ୍‌ ଜାରି କରିଛି। ପାଞ୍ଚଜଣିଆ ସମ୍ବିଧାନ ଖଣ୍ଡପୀଠକୁ ଏହି ମାମଲା ଦିଆଯାଇଛି ।  କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ ପଠାଇଛନ୍ତି । କେନ୍ଦ୍ର ସରକାରଙ୍କୁ ୭ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ହେବ । ଏହାସହ କୋର୍ଟ ଧାରା ୩୭୦କୁ ନେଇ ଦାଏର ହୋଇଥିବା ସମସ୍ତ ଯାଚିକାର ଶୁଣାଣି ଅକ୍ଟୋବର ପ୍ରଥମ ସପ୍ତାହରେ ହେବ ବୋଲି କହିଛନ୍ତି । ସୁପ୍ରିମକୋର୍ଟରେ ଧାରା ୩୭୦ ଉଚ୍ଛେଦକୁ ନେଇ ୧୦ଟି ଯାଚିକା ଦାୟର କରାଯାଇଥିଲା । ଏହା ଉପରେ କୋର୍ଟ ଶୁଣାଣି କରିଥିଲେ । ଆଜି ଏହି ସମସ୍ତ ଯାଚିକାର ଶୁଣାଣି ହୋଇଥିଲା । କିନ୍ତୁ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ଏହି…

Read More

ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଯିବାକୁ ସୁପ୍ରିମ୍‌କୋର୍ଟ ବୁଧବାର ଅନୁମତି ଦେଇଛନ୍ତି। ୟେଚୁରୀ ବିଧାୟକ ଏମ୍‌.ଓ୍ବାଇ. ତରିଗାମିଙ୍କୁ ଭେଟିବା ଲାଗି ସର୍ବୋଚ୍ଚ ଅଦାଲତଙ୍କ ଅନୁମତି ଲୋଡିଥିଲେ। ସେହିପରି କଶ୍ମୀର ଛାତ୍ର ତାଙ୍କ ପରିବାରଙ୍କୁ ଭେଟିବା ପାଇଁ ଆବେଦନ କରିଥିଲେ। ଏନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସ୍ଥିତି ସମ୍ପର୍କରେ ପଚାରିବା ସହିତ ସୋଲିସିଟର ଜେନେରାଲଙ୍କୁ ଛାତ୍ରଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟେଚୁରୀ କୌଣସି ରାଜନୈତିକ ଉଦ୍ଦେଶ୍ୟ ନରଖି ଜମ୍ମୁକାଶ୍ମୀର ଯାଇପାରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ୟେଚୁରୀଙ୍କ ଶ୍ରୀନଗର ଯାତ୍ରାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଇ ଏହାକୁ ବାରଣ କରାଯାଇଥିଲା।

Read More

ପାକିସ୍ତାନ ନିଜର କରାଚୀ ଆକାଶପଥକୁ ଆଂଶିକ ବନ୍ଦ କରିଛି । ଆଗାମୀ ତିନି ଦିନ ଯାଏଁ କରାଚୀ ଆକାମାର୍ଗକୁ ବନ୍ଦ କରିଛନ୍ତି ପାକିସ୍ତାନ ସରକାର । ଏହି ପଥରେ କୌଣସି ବି ଦେଶର ବିମାନ ଉଡ଼ିପାରିବ ନାହିଁ । ବୈଷୟିକ ତ୍ରୁଟି ଯୋଗୁଁ କରାଚୀ ଆକାଶପଥରେ କୌଣସି ଦେଶର ବିମାନକୁ ଉଡ଼ିବାକୁ ଅନୁମତି ମିଳିବ ନାହିଁ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି । ଆସନ୍ତା ୩୧ ଯାଏ ଆକାଶପଥ ବନ୍ଦ ରହିବ । ପୂର୍ବରୁ ପାକିସ୍ତାନ ଆକାଶପଥ ବନ୍ଦ କରିବାକୁ ଯୋଜନା କରୁଥିଲା ବୋଲି ସୂଚନା ରହିଥିଲା ।

Read More

ଆସନ୍ତା ୨୪ଘଣ୍ଟାରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତାକାଲି ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି  । ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ୨୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇସାରିଛି । ଆଜି ପାଗ ମେଘୁଆ ରହିବା ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । କିନ୍ତୁ ଆସନ୍ତାକାଲି ଠାରୁ ୩୧ ତାରିଖ ଯାଏଁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Read More

କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଘଟଣାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ସରକାରଙ୍କୁ ଘେରୁଥିବାବେଳେ କାଶ୍ମୀର ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମର୍ଥନ କରିଛନ୍ତି । ରାହୁଲ୍‌ ଟୁଇଟ୍‌ କରି କହିଛନ୍ତି ଯେ, କାଶ୍ମୀର  ଭାରତର ଆଭ୍ୟନ୍ତରୀଣ ମାମଲା । ଏହି ପ୍ରସଙ୍ଗରେ ପାକିସ୍ତାନ ତଥା ଅନ୍ୟ କୌଣସି ବି ଦେଶର ହସ୍ତେକ୍ଷପ ଗ୍ରହଣଯୋଗ୍ୟ ନୁହେଁ ।  ଓ୍ବାୟନାଡ ସାଂସଦ ରାହୁଲ୍‌ ଗାନ୍ଧି କହିଛନ୍ତି ଯେ, ମୁଁ କିଛି ବିଷୟକୁ ନେଇ ସରକାରଙ୍କ ସହ ଅସହମତ ପ୍ରକାଶ କରୁଛି । କିନ୍ତୁ ଏହା ସଫା ସଫା କହିବାକୁ ଚାହେଁ ଯେ, କାଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ । ଏଥିରେ ପାକିସ୍ତାନ ଅଥବା ଅନ୍ୟ କୌଣସି ଦେଶର ହସ୍ତକ୍ଷେପକୁ ବରଦାସ୍ତ କରାଯାଇପାରିବ ନାହିଁ । କାଶ୍ମୀର ହେଉଥିବା ହିଂସା ପାଇଁ ପାକିସ୍ତାନକୁ ଦାୟୀ କରିବା ସହିତ ରାହୁଲ୍‌ ଗାନ୍ଧି ଅନ୍ୟ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଜମ୍ମୁ କାଶ୍ମୀରେ ହିଂସା ପାଇଁ…

Read More