Author: Samikhsya Bureau

ଅନ୍ତର୍ଜାତୀୟ ବଜାରର ପ୍ରଭାବ ଭାରତୀୟ ବଜାର ଉପରେ ଦେଖିବାକୁ ମିଳୁଛି । ଭାରତୀୟ ବଜାରରେ ସୁନାଦର ବୁଧବାର 38820ରେ ପହଞ୍ଚିଛି । ଅଲ୍‌ ଇଣ୍ଡିଆ ସରାଫା ଆସୋସିଏସନ୍‌ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ 99.9 ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ 10 ଗ୍ରାମ୍‌ ପ୍ରତି 38820 ଟଙ୍କା ରହିଥିବା ବେଳେ 99.5 ପ୍ରତିଶତ ବିଶୁଦ୍ଧ ସୁନାର ମୂଲ୍ୟ 10 ଗ୍ରାମ୍‌ ପିଛା 38650ଟଙ୍କା ରହିଛି । ସେହିପରି ଏହି ସମୟରେ ରୂପାର ମୂଲ୍ୟ ମଧ୍ୟ ବଢିଛି । ରୂପାର ମୂଲ୍ୟ ଏହି ସମୟରେ କିଲୋ ପିଛା 45040 ଟଙ୍କାରେ ପହଞ୍ଚିଛି । ପୂର୍ବରୁ ରୂପାର ମୂଲ୍ୟ 43602 ଟଙ୍କା ରହିଥିଲା । ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ଏକ ଆଉନ୍ସ ପ୍ରତି 1500 ଡଲାରରେ ପହଞ୍ଚିଥିବା ବେଳେ ଭାରତରେ ସର୍ବାଧିକ ସୁନା କିଣୁଥିବା ରାଜ୍ୟ କର୍ଣ୍ଣାଟକ ଏବଂ କେରଳ ବନ୍ୟା ପୀଡିତ ଥିବାରୁ ଭାରତରେ ସୁନାର ମୂଲ୍ୟ ବଢିବାର ମୂଳ କାରଣ…

Read More

ଗଞ୍ଜାମ ଜିଲ୍ଲା ପୋଲିସକୁ ଆଜି ଏକ ବଡ ଧରଣର ସପଳତା ମିଳିଛି । ପୋଲିସ ଖଣ୍ଡଦେଉଳି ଓ ପୁରୁଷୋତ୍ତମପୁର ଅଞ୍ଚଳରେ ଚାଲୁଥିବା ଜୁଆ ଆଡ୍ଡାରେ ଚଢାଉ କରିଛି । ପୋଲିସକୁ ପୁରୁଷୋତମପୁର ଓ ଖଣ୍ଡଦେଉଳି ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ଆଧାରରେ ପୋଲିସ ଏଠାରେ ଚଢାଉ କରିଥିଲା । ପୁରୁଷୋତମପୁର ଅଞ୍ଚଳରେ ଚଢାଉ ବେଳେ ମୋଟ 11 ଜଣ ଜୁଆଡି ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ 1 ଲକ୍ଷ 42 ହଜାର ଟଙ୍କା, 6 ଟି ବାଇକ, 14 ଟି ମୋବାଇଲ ଫୋନ ଜବତ ହୋଇଛି । ସେହିପରି ଖଣ୍ଡଦେଉଳି ଅଞ୍ଚଳରୁ ପୋଲିସ 10 ଜଣ ଜୁଆଡିଙ୍କୁ ଗିରଫ କରିବା ସହ 33 ହଜାର 900 ଟଙ୍କା ଜବତ କରିଛି ।

Read More

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାର ଠାରୁ 2ଟି ଟେଷ୍ଟ ମ୍ୟାଚ ଶୃଙ୍ଖଳା ଆରମ୍ଭ ହେବ । ବହୁ ପ୍ରତୀକ୍ଷିତ ଟେଷ୍ଟ ଚାମ୍ପିଅନଶିପ ଅନ୍ତର୍ଗତ ଏହି ଟେଷ୍ଟ ମ୍ୟାଚ ଖେଳାଯିବ । ଶୃଙ୍ଖଳାର ପ୍ରଥମ ମୁକାବିଲା ଆଣ୍ଟିଗୁଆସ୍ଥିତ ନର୍ଥ ଷ୍ଟାଣ୍ଡର ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା 7ଟାରୁ ଏହି ମ୍ୟାଚ ଆରମ୍ଭ ହେବ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ରଣନୀତି ପ୍ରସ୍ତୁତ କରି ସାରିଛି । ଟେଷ୍ଟ ବିଶେଷଜ୍ଞ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଦୀର୍ଘ 7 ମାସ ପରେ ଅନ୍ତର୍ଜାତୀୟ ସର୍କିଟ୍‌କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଉଭୟ ଖେଳାଳିଙ୍କ ବ୍ୟତିତ ହନୁମା ବିହାରୀଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଅଭ୍ୟାସ ମ୍ୟାଚ୍‌ରେ ବିହାରୀ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଇଶାନ୍ତ ଶର୍ମା ଏବଂ ଉମେଶ ଯାଦବ 3ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ…

Read More

ଦେଶର ସବୁଠାରୁ ଶକ୍ତିଶାଳୀ ପଦବୀ କ୍ୟାବିନେଟ ସେକ୍ରେଟାରୀ ପଦବୀ ନିମନ୍ତେ ସରକାର ଗୃହ ସଚିବ ରାଜୀବ ଗୌବାଙ୍କୁ ଚୟନ କରିଛନ୍ତି । ବୁଧବାର କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଭାବରେ ରାଜୀବଙ୍କ ନାମ ଘୋଷଣା କରିଛନ୍ତି । ରାଜୀବଙ୍କ ବ୍ୟତିତ ଅରୁଣା ସୁନ୍ଦର ରାଜନ ଏବଂ ଅବିନାଶ କୁମାର ଏହି ଦୌଡରେ ରହିଥିବା ବେଳେ କେନ୍ଦ୍ର ସରକାର ଗୃହ ସଚିବଙ୍କ ନାମ ଘୋଷଣା କରିଛନ୍ତି । ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଗୌବାଙ୍କୁ ଗୃହ ସଚିବ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ଆସନ୍ତା ଅଗଷ୍ଟ 31 ତାରିଖରେ ରାଜୀବ ଗୌବା କ୍ୟାବିନେଟ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିବେ । ଝାରଖଣ୍ଡର 1982 ବ୍ୟାଚ୍‌ର ପ୍ରଶାସନିକ ଅଧିକାରୀ ରାଜୀବ ଗୌବା ପୂର୍ବରୁ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଏବଂ ବିଭାଗର ସହକାରୀ ସଚିବ ଭାବରେ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ କେନ୍ଦ୍ର ଗୃହ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି ।

Read More

ମାଲକାନଗିରି ଜିଲ୍ଲାରେ ଗତକାଲି ରାତିରେ ପ୍ରବଳ ବର୍ଷା ହେବା ଯୋଗୁ ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି । ଅନେକ ନଦୀର ଜଳ ସ୍ତର ବୃଦ୍ଧି ପାଇଛି । କଙ୍କରକୋଣ୍ଡା ଓ ଏମ୍‌ଭି 11 ର ଦୁଇଟି ପୋଲ ଉପରେ 5ଫୁଟରୁ ଅଧିକ ଜଳ ପ୍ରବାହିତ ହେବା ଫଳରେ ମାଲକାନଗିରିରୁ ବାଲିମେଳା ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ସମସ୍ୟା ସୃଷ୍ଟି ହୋଇଛି । ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଛି ।

Read More

କେଦାର ମିଶ୍ର କେହି କେହି ବହୁତ ଖୁସି ହୋଇପାରନ୍ତି ଯେ, ଗତକାଲି ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ପୂର୍ବତନ ଅର୍ଥ, ପ୍ରତିରକ୍ଷା ଓ ଗୃହ ମନ୍ତ୍ରୀ ପି. ଚିଦମ୍ବରମଙ୍କ କାନ୍ଥ ଡେଇଁ ତାଙ୍କ ଘର ଭିତରୁ ତାଙ୍କୁ ଘୋଷାରି ଆଣିଲା। ସତେକି ଚିଦମ୍ବରମ ଜଣେ ହତ୍ୟାକାରୀ ଅବା ଡକାୟତ। କେହି କେହି ଏକଥା ମଧ୍ୟ କହିପାରନ୍ତି ଯେ, ସେ ଡକାୟତ ନୁହଁ ତ ଆଉ କଣ! ତାଙ୍କ ନାଁରେ ପରା ଦୁର୍ନୀତି ଅଭିଯୋଗ ରହିଛି। ଦୁର୍ନୀତି ଅଭିଯୋଗ ରହିବାର ଅର୍ଥ ନୁହେଁ, ସେ ଅପରାଧୀ। ଯେତେବେଳ ପର୍ୟନ୍ତ ଦୁର୍ନୀତି ପ୍ରମାଣିତ ହୋଇନାହିଁ, ସେ ନିର୍ଦ୍ଦୋଷ, ଅତି ବେଶୀରେ କେବଳ ଅଭିଯୁକ୍ତ। ଆମେ ଗତ ପାଞ୍ଚ ବର୍ଷ ଭିତରେ ୨-ଜି ଘୋଟାଲାର ଭାଗ୍ୟ କଣ ହେଲା ଦେଖିଛୁ। ଯେଉଁ ପୂର୍ବତନ ମନ୍ତ୍ରୀ ଏ.ରାଜାଙ୍କୁ ଖଳନାୟକ ବୋଲି କହି ସିବିଆଇ ଜେଲରେ ପୂରାଇଥିଲା,ସେ ନିର୍ଦ୍ଦୋଷରେ ଖଲାସ ହେଲେ ଓ ଏବେ ପୁଣିଥରେ ଲୋକଙ୍କ…

Read More

ଏକ ହାଇଡ୍ରାମା ମଧ୍ୟରେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଗିରଫ କରାଯାଇଛି। ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ସିବିଆଇ ଅଧିକାରୀ ଦିଲ୍ଲୀ ପୋଲିସ ସହାୟତାରେ ଏହି ଗିରଫ କରିଛି। ଚିଦାମ୍ବରମଙ୍କ ଗେଟ୍ ବନ୍ଦ ଥିବାରୁ ସିବିଆଇ ଅଧିକାରୀମାନେ ତାଙ୍କ ପାଚେରୀ ଡେଇଁ ଭିତରକୁ ପଶିଥିଲେ। ଏହାର ଠିକ୍ କିଛି ସମୟ ପୂର୍ବରୁ ଚିଦାମ୍ବରମ୍‌ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପକ୍ଷ ରଖିଥିଲେ। ସାମ୍ବାଦିକ ସମ୍ମିଳନୀ ଶେଷ ହେବା ପୂର୍ରୁ ସେଠାରେ ସିବିଆଇ ଅଧିକାରୀ ପହଁଚି ଯାଇଥିଲେ। ଚିଦାମ୍ବରମ କଂଗ୍ରେସ ଭବନରୁ ଗାଡିରେ ନିଜ ଘରକୁ ଆସିବା ବେଳେ ସିବିଆଇ ତାଙ୍କୁ ଅନୁସରଣ କରିଥିଲା। ହେଲେ ସେ ଘର ଭିତରକୁ ପଶିବା ପରେ ତାଙ୍କର ସୁରକ୍ଷା କର୍ମି ଗେଟ ବନ୍ଦ କରିଦେଇଥିଲେ। ଗେଟ ନ ଖୋଲିବାରୁ ସିବିଆଇ ଅଧିକାରୀମାନେ ପାଚେରୀ ଡେଇଁ ଭିତରକୁ ପଶିଥିଲେ। ଏହା ମଧ୍ୟରେ ସେଠାରେ ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ କଂଗ୍ରେସ କର୍ମି ଭିଡ କରିଦେଇଥିଲେ।…

Read More

ବିଭିନ୍ନ ପ୍ରଶାସନିକ ବିଭାଗ ସହ ମିଶିଲା ସମ୍ପୃକ୍ତ ବିଭାଗୀୟ ନିର୍ଦ୍ଦେଶାଳୟ । କାର୍ଯ୍ୟ ପ୍ରକ୍ରିୟା ତ୍ବରାନ୍ବିତ ପାଇଁ ନିର୍ଦ୍ଦେଶାଳୟକୁ ମିଶାଇବାକୁ ନିଷ୍ପତ୍ତି ନିଆଯାଇଛି । ଫାଇଲ୍‌ ତ୍ବରିତ ଗତିରେ ପ୍ରୋସେସିଂ ପାଇଁ ଉଭୟର ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି ।  ସିଙ୍ଗଲ ଫାଇଲ୍‌ ବ୍ୟବସ୍ଥା ହେବ, ନିର୍ଦ୍ଦେଶାଳୟର ପ୍ରସ୍ତାବକୁ ପୁନଃ ତର୍ଜମା ହେବନାହିଁ । ଗୋଟିଏ କାମକୁ ଦୁଇଥର କରି ସମୟ ନଷ୍ଟ କରାନଯିବା ଉପରେ ଗୁରୁତ୍ବ ଦିଆଯାଇଛି। ବିଭାଗୀୟ ମିଶ୍ରଣ ପରେ ବଳକା କର୍ମଚାରୀଙ୍କୁ ଖାଲିଥିବା ପଦବୀରେ ନିଯୁକ୍ତି ଦିଆଯିବ । ତଳସ୍ତରରେ ଥିବା ଖାଲି ପଦବୀଗୁଡ଼ିକୁ ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

Read More

ଭାରତୀୟ ରେଳ ମନ୍ତ୍ରାଳୟ ଦେଶରେ ଥିବା ସମସ୍ତ ରେଳ ଡିଭିଜନକୁ ନିର୍ଦ୍ଦେଶ ଜାରି କରି ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛି । ଅକ୍ଟୋବର୨ ତାରିଖ  ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀଠାରୁ ୫୦ମାଇକ୍ରୋନରୁ କମ ମୋଟ ଥିବା ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗୁ କରିଛି । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ କଟକଣା ଜାରି କରିଛି । କେବଳ ପୁନଃ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାରକୁ ଅନୁମିତି ଦିଆଯିବ। ପ୍ଲାଷ୍ଟିକ ଅଳିଆ ଆବର୍ଜନା ହ୍ରାସ କରିବା ପାଇଁ ମନ୍ତ୍ରାଳୟ ଏହି ନିଷ୍ପତି ନେଇଛି । ଏହି ପଦକ୍ଷେପ ଦ୍ୱାରା ପରିବେଶ ସୁସ୍ଥ ଏବଂ ସ୍ୱଚ୍ଛ ରଖିବାରେ ସହାୟତା ହେବ

Read More

ମେଡ଼ିକାଲ ବଣ୍ଡ ପରିବର୍ତ୍ତିତ ନିୟମକୁ ସମର୍ଥନ କଲେ ସୁପ୍ରିମେକାର୍ଟ । ଓଡ଼ିଶା, ତାମିଲନାଡୁ, ପଶ୍ଚିମବଙ୍ଗ ପ୍ରଣିତ ମେଡ଼ିକାଲ୍‌ ବଣ୍ଡକୁ ସମର୍ଥନ କରିଛନ୍ତି ସୁପ୍ରିମ୍‌କୋର୍ଟ । ସାରା ଦେଶରେ ଏକ ସମାନ ଆଇନ ଆଣିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଏନେଇ କେନ୍ଦ୍ର ସରକାର ଏବଂ ଏମ୍‌ସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।  କେନ୍ଦ୍ର ସରକାର ସମସ୍ତଙ୍କୁ ସୁହାଇଲା ଭଳି ନିୟମ ଆଣିବାକୁ କହିଲେ ସୁପ୍ରିମେକାର୍ଟ । ଓଡ଼ିଶାରେ ମେଡ଼ିକାଲ ବଣ୍ଡ ନିୟମ ବଦଳୁଥିବାର କହିଥିଲେ  ସ୍ବାସ୍ଥ୍ୟମନ୍ତ୍ରୀ । ସରକାରୀ ମେଡ଼ିକାଲ୍‌ କଲେଜରେ ପଢୁଥିବା ପିଲାଙ୍କ ପାଇଁ ବଣ୍ଡ୍‌ ବ୍ୟବସ୍ଥା କରାଯାଇଥିବାବେଳେ ସରକାରୀ ମେଡ଼ିକାଲେର ପଢିଲେ ୨ ବର୍ଷ ରାଜ୍ୟରେ ରହିବା ବାଞ୍ଛନୀୟ । ରାଜ୍ୟରେ ନ ରହିଲେ ଡାକ୍ତରଙ୍କୁ ଅଧିକ ଜରିମାନା ଦେବାକୁ ଏଥିରେ ନିୟମ ରହିଛି । ଏହି ନିୟମ ଅନୁସାରେ ପିଜି ପିଲାଙ୍କୁ ଦେଢ କୋଟି, ସୁପର ସ୍ପେଶାଲିଷ୍ଟ ପାଇଁ ଦୁଇ କୋଟି ଧାର୍ଯ୍ୟ ହୋଇଛି ।

Read More

ସମୀକ୍ଷା ବ୍ୟୁରୋ ୧୭ତମ ଲୋକସଭା ନିର୍ବାଚନରେ ବିପୁଳ ମତଦାନ ପାଇ ପୁଣି ଥିରେ କ୍ଷମତାସୀନ ହୋଇଥିବା ବିଜେପି କିନ୍ତୁ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ କେରଳ ଭଳି ରାଜ୍ୟରେ ହାର ମାନିଥିଲା । ଆନ୍ଧ୍ରପ୍ରଦେଶ ଓ କେରଳ ରାଜ୍ୟକୁ ଛାଡ଼ି ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପି ଚଳିତ ଥର ନିଜର ସ୍ଥିତି ଟିକେ ମଜବୁତ୍‌ କରିଥିଲା । ବିଶେଷ କରି ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଆସି ଏକ ସ୍ଥାଣୁ ସରକାରକୁ ଗାଦିରୁ ହଟାଇ ଡବଲ୍‌ ଇଞ୍ଜିନ୍‌ର ସ୍ଲୋଗାନ୍‌ ଦେଇଥିବା ବିଜେପିର ନାରା କିନ୍ତୁ ନିର୍ବାଚନ ଫଳ ପରେ ପରିବର୍ତ୍ତନ ହୋଇଗଲା । ନିର୍ବାଚନ ଫଳାଫଳ ପରେ ଓଡ଼ିଶାରେ ପଞ୍ଚମଥର ପାଇଁ ବିଜୁ ଜନତା ଦଳ ସରକାର ଗଠନ କରିଥିଲେ ଓ ପ୍ରଥମଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ରୂପେ ଉଭା ହୋଇଥିଲେ ବି ଅଦୃଶ୍ୟରେ ଏକ ଦୁଇ ଦଳଙ୍କ ଭିତରେ ମେଣ୍ଟ ରହିଥିବାର ପ୍ରତୀତ ହେଲା । ଦୀର୍ଘ ଦିନ…

Read More

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ରୁ ଅଧିକ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା ଓ ସମ୍ବଲପୁର ଆଦି ଜିଲ୍ଲାର ବାସିନ୍ଦାଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

Read More

ଜାତୀୟ ପୁରସ୍କାର ପ୍ରାପ୍ତ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କୀର୍ତ୍ତି ସୁରେଶ ନିଜର ବଲିଉଡ୍‌ ପଦାର୍ପଣ କରିବାକୁ ଯାଉଛନ୍ତି। ସ୍ପୋର୍ଟସ୍‌ ଡ୍ରାମା ମୈଦାନ୍‌ ଜରିଆରେ ନିଜର ବଲିଉଡ୍‌ ପଦାର୍ପଣ କରିବାକୁ ଯାଉଛନ୍ତି ଚଳିତ ବର୍ଷର ଜାତୀୟ ପୁରସ୍କାର ବିଜେତା। ଫୁଟ୍‌ବଲ୍‌ କୋଚ୍‌ ସୟଦ୍‌ ଅବଦୁଲ୍‌ ରହିମ୍‌ଙ୍କ ଆତ୍ମଜୀବନି ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ଅଜୟ ଦେବଗନଙ୍କ ବିପକ୍ଷରେ ନଜର ଆସିବେ କୀର୍ତ୍ତି। ମଙ୍ଗଳବାର କୀର୍ତ୍ତି ନିଜର ଟ୍ବିଟ୍ଟର ଆକାଉଣ୍ଟରେ ମୈଦାନ୍‌ର ପୋଷ୍ଟର ସେୟାର କରିଛନ୍ତି। ରହିମ୍‌ ଭାରତକୁ ୧୯୫୧ ଏବଂ ୧୯୬୨ ଏସିଆନ୍‌ ଗେମ୍ସ ଫୁଟ୍‌ବଲ୍‌ରେ ବିଜୟୀ କରାଇଥିଲେ। ରହିମ୍‌ଙ୍କ ପତ୍ନୀ ଭୂମିକାରେ ନଜର ଆସିବେ କୀର୍ତ୍ତି ସୁରେଶ । କୀର୍ତ୍ତି ସୁରେଶ ୨୦୧୩ ରେ ମାଲାୟଲମ୍‌ ଫିଲ୍ମ ଗୀତାଞ୍ଜଳି ଜରିଆରେ ସିଲ୍‌ଭର ସ୍କ୍ରିନ୍‌କୁ ଆସିଥିବା ବେଳେ ୨୦୧୪ ରେ ତାମିଲ ଫିଲ୍ମ ଇଧୁ ଏନା ମୟମରେ ନଜର ଆସିଥିଲେ । ୨୦୧୫ ର ବ୍ଲକବଷ୍ଟର ତେଲୁଗୁ ଫିଲ୍ମ ନେନୁ…

Read More

ପଦାରେ ପଡ଼ିଲା କୋରାପୁଟ ଜିଲ୍ଲା ବିଜେଡ଼ି କଳି । କୋରାପୁଟ ଜିଲ୍ଲା ବିଜେଡ଼ିରେ ଫାଟ ଦେଖିବାକୁ ମିଳିଛି । ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ନିର୍ବାଚନରେ ଫାଟ ପଦାରେ ପଡ଼ିଲା । ଉପାଧ୍ୟକ୍ଷ ପଦବୀ ପାଇଁ ଛିଡା ହୋଇଥିଲେ ୨ଜଣ ପ୍ରାର୍ଥୀ। ଦଳୀୟ ନିର୍ଦ୍ଦେଶକୁ ଅମାନ୍ୟ କରି ଛିଡ଼ା ହେଲେ ବିଦ୍ରୋହୀ ପ୍ରାର୍ଥୀ । ୧୬-୮ ଭୋଟ୍‌ରେ ଜିତିଛନ୍ତି ଦଳୀୟ ପ୍ରାର୍ଥୀ ନର୍ସାଲୁ ମାମୁଡ଼ି ନାର୍ସାଲଙ୍କୁ ୧୬ ଓ ବିଦ୍ରୋହୀ ପାର୍ବତୀ ମସ୍ତିଙ୍କୁ  ୮ଟି ଭୋଟ୍‌ ମିଳିଛି । ବିଦ୍ରୋହୀ ପ୍ରାର୍ଥୀ ପାର୍ବତୀଙ୍କୁ ତତ୍କାଳ ନିଲମ୍ବିତ କଲେ ଜିଲ୍ଲା ସଭାପତି ।

Read More

କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ ସମାଲୋଚନା କରିଛନ୍ତି ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ । କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ ମୁଖିଆଗିରି କରିବା ଅନୁଚିତ୍‌ । ସୋମବାର ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ସହିତ କାଶ୍ମୀର ପ୍ରସଙ୍ଗରେ 30 ମିନିଟ୍‌ ଧରି ଆଲୋଚନା କରିଥିଲେ । ଏହା ଏକ ରାଷ୍ଟ୍ରୀୟ ସମସ୍ୟା କିମ୍ବା ଦ୍ବିପାକ୍ଷିକ ସମସ୍ୟା । ଏହାକୁ ନେଇ ଅନ୍ୟ ରାଷ୍ଟ୍ରର ରାଷ୍ଟ୍ରପତିଙ୍କ ମୁଖିଆଗିରି ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି ଓଓ୍ବେସୀ । ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୋଇ ପାରିଥାନ୍ତି ମାତ୍ର ଅନ୍ୟ ରାଷ୍ଟ୍ରର ମାମଲାରେ ପୁଲିସବାଲା ବନିବାର କୌଣସି ଆବଶ୍ୟକତା ନାହିଁ ବୋଲି ଓଓ୍ବେସୀ କହିଛନ୍ତି । ଟ୍ରମ୍ପ କହିଛନ୍ତି କାଶ୍ମୀରର ସମସ୍ୟା କେବଳ ଦ୍ବିପାକ୍ଷିକ ନୁହେଁ ବରଂ ଏହା ହିନ୍ଦୁ ମୁସଲିମ୍‌ ସମସ୍ୟା । ଏହି ପ୍ରସଙ୍ଗରେ ଆସନ୍ତା ଜି-7 ଶିଖର ସମ୍ମିଳନୀରେ ମୋଦିଙ୍କ ସହିତ ଆଲୋଚନା କରିବେ ବୋଲି ଟ୍ରମ୍ପ କହିଥିଲେ ।

Read More

କେନ୍ଦ୍ରାପଡ଼ା ଅଞ୍ଚଳରେ ବଜ୍ରପାତ ଘଟି ୫ ମୃତ, ୨ ଗୁରୁତର ହୋଇଛନ୍ତି । ଗରଦପୁର ଗୋତିବିଲ୍‌ ଗାଁରେ ମଧ୍ୟ ଜଣେ ମୃତବଣ କରିଥିବାବେଳେ ମହାକାଳପଡ଼ା କରଞ୍ଜ ଗାଁରେ ୨ ମୃତ, ୨ ଗୁରୁତର ହୋଇଛନ୍ତି । ସେହିପରି ଗରଦପୁର ବ୍ଳକ୍‌ ମରିଲୋ ଗାଁରେ ଜଣେ ଓ ମାର୍ଶାଘାଇ ବ୍ଲକ୍‌ ନରଣପୁର ଗାଁରେ ଜଣେ ମୃତ ହୋଇଥିବାର ସୂଚନା ରହିଛି । ପାଣିପାଗ ବିଭାଗ ତରଫରୁ ପୂର୍ବରୁ ସୂଚନା ଦିଆଯାଉଥିଲେ ମଧ୍ୟ  ରାଜ୍ୟରେ ବଜ୍ରପାତ ଜନିତ ମୃତ ସଂଖ୍ୟା କମୁ ନାହିଁ ।

Read More

ସମୀକ୍ଷା ବ୍ୟୁରୋ ୟୂପିଏ ସରକାର ଅମଳରେ ତତ୍କାଳୀନ ଗୁଜରାଟ ରାଜ୍ୟର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଫେକ ପୋଲିସ ଏନକାଉଣ୍ଟର ମାମଲାରେ ଅମିତ ଶାହାଙ୍କୁ ସେତେବେଳେ ସିବିଆଇ ଗିରଫ କରିଥିଲା। ୨୦୦୨ ଗୁଜରାଟ ଦଙ୍ଗା ଓ ଏହାର ପରିସରରେ ଘଟିଥିବା ଅନେକ ପ୍ରକାର ଅପରାଧର ତଦନ୍ତ ୟୁପିଏ ସରକାର ଆସିବା ପରେ ଆରମ୍ଭ ହୋଇଥିଲା। ଏହି ମାମଲାରେ ଅମିତ ଶାହା ଗିରଫ ହୋଇ ଦୀର୍ଘ ଦିନ ଜେଲରେ ରହିଥିଲେ। ତାଙ୍କୁ ଗୁଜରାଟରେ ପ୍ରବେଶ ନ କରିବାକୁ ସେତେବେଳେ ଅଦାଲତ ହୁକୁମ ଦେଇଥିଲେ। ସମୟର ପରିବର୍ତ୍ତନ ସହିତ ରାଜନୀତି ବଦଳିଛି। କାଲିର ତଡିପାର ଘୋଷିତ ହୋଇଥିବା  ଅମିତ ଶାହା ଆଜି ଘଟଣାଚକ୍ରରେ ଦେଶର ଗୃହ ମନ୍ତ୍ରୀ ଓ ୟୁପିଏ ସରକାରଙ୍କ ଗୃହ ମନ୍ତ୍ରୀ ଥିବା ପି. ଚିଦମ୍ବରମ ବିରୋଧୀ ଦଳର ନେତା। ଆଜି ଚିଦମ୍ବରମ ଙ୍କ ଘର ଆଗରେ ସିବିଆଇ ଛିଡ଼ା ହୋଇଛି। ଚିଦମ୍ବରମଙ୍କ ଦୁଆରରେ ସିବିଆଇ କୁ…

Read More

ଅଲମ୍ପିକ୍ସ ଟେଷ୍ଟ ଇଭେଣ୍ଟରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଏକ ପାଖିଆ ଭାବରେ ପରାସ୍ତ କରିଛି । ପ୍ରଥମ ମ୍ୟାଚ୍‌ରେ ଭାରତ ନ୍ୟୁଜିଲ୍ୟାଣ୍ଡ ନିକଟରୁ 1-2 ଗୋଲ୍‌ରେ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଜାପାନ୍‌କୁ 6-3ରେ ପରାସ୍ତ କରିଥିଲା । ଜାପାନ୍‌ର ଓଆଇ ହକି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ପକ୍ଷରୁ ପାଞ୍ଚ ଜଣ ଖେଳାଳି ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଅଧିନାୟକ ହରମନପ୍ରୀତ୍‌ ସିଂ ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ମ୍ୟାଚ୍‌ର ପ୍ରଥମ ଗୋଲ୍‌ ସ୍କୋର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍‌ଶେର ସିଂ(18), ନୀଳକଣ୍ଠ ଶର୍ମା(22), ଗୁରସାହିବଜିତ୍‌ ସିଂ(26) ଏବଂ ମନଦୀପ୍‌ ସିଂ 27 ତମ ମିନିଟ୍‌ରେ ଗୋଲ୍‌ ସ୍କୋର କରି ଭାରତକୁ ବିଜୟୀ କରିଥିଲେ । ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଭାରତ ଆକ୍ରଣାତ୍ମକ ହକି ଖେଳିଥିବା ବେଳେ ଦ୍ବିତୀୟ ଭାଗରେ ରକ୍ଷଣାତ୍ମକ ହକି ଖେଳିଥିଲା । ଭାରତ ଦୁଇଟି ଗୋଲ୍‌ ପେନାଲ୍‌ଟି ଜରିଆରେ ସ୍କୋର କରିଥିବା ବେଳେ…

Read More

ବାବା ରାମ ରହିମ ଓ ଆଶାରାମ ବାପୁଙ୍କ ପରେ ଏବେ ହରିୟାଣାର ଆଉ ଜଣେ ବାବାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ବାବାଙ୍କ ବିରୋଧରେ ମହିଳାଙ୍କ ସହ ଯୌନ ଶୋଷଣ ଓ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ସୋସିଆଲ୍‌ ମିଡ଼ିଆରେ ବାବାଙ୍କ ଏସମ୍ପର୍କିତ ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ବାବା ଆଶ୍ରମ ଛାଡ଼ି ଫେରାର ହୋଇଯାଇଥିବା କୁହାଯାଉଛି। ହରିୟାଣା ଗୁରୁଗ୍ରାମ୍‌ସ୍ଥିତ ବହେଡ଼ା କଲା ଗାଁରେ ବାସ କରୁଥିବା ବାବା ଜ୍ୟୋତିଗିରି ମହାରାଜଙ୍କର କେତେକ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି।  ଭିଡ଼ିଓର ଯାଞ୍ଚ୍‌ ଗୁରୁଗ୍ରାମ୍‌ ପୋଲିସର ସାଇବର ଶାଖା ଦ୍ୱାରା କରାଯାଉଛି। ଇତିମଧ୍ୟରେ ଭିଡ଼ିଓ ଭାଇରାଲ କରିଥିବା ଲୋକଙ୍କ ବିରୋଧରେ ବି ମାମଲା ଦାଏର କରାଯାଇଛି। କାରଣ ଏହି ଭିଡିଓରେ ପୀଡ଼ିତା ମହିଳାଙ୍କ ଚେହେରା ସମ୍ପୂର୍ଣ୍ଣ ଦେଖାଯାଉଛି । ଆଇଟି ଆଇନ୍‌ ଅନୁସାରେ…

Read More

ପୂର୍ବ ଉତ୍ତରପ୍ରଦେଶରୁ ଓଡ଼ିଶା ଦେଇ ଉତ୍ତର ତାମିଲନାଡ଼ୁ ଯାଏଁ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଦକ୍ଷିଣ ଆଭ୍ୟନ୍ତରୀଣ ଭାଗରେ ଅଧିକ ରହିବ । ଫଳରେ ଆସନ୍ତା 24 ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । 24 ଘଣ୍ଟା ଭିତରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ପରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ନବରଙ୍ଗପୁର , ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ସହ 9ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା ଥିବାରୁ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବଲାଙ୍ଗୀର, ସୋନପୁର, ବୈାଦ୍ଧ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଯାଜପୁର ଜିଲ୍ଲାରେ ବଜ୍ରପାତ ସମ୍ଭାବନା ରହିଛି ।

Read More

ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହୋଇଛି । ରାଜଭବନରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ଯୋଗୀଙ୍କ ୨୩ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି ମନ୍ତ୍ରିମଣ୍ଡଳରେ ୬ଜଣ କ୍ୟାବିନେଟ୍‌, ୬ ରାଜ୍ୟ ମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ଓ ୧୧ ରାଜ୍ୟ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଯୋଗୀଙ୍କ ୨୩ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଜାତିଗତ ସମୀକରଣକୁ ବିଶେଷ ଧ୍ୟାନ ଦିଆଯାଇଛି । ଯୋଗୀଙ୍କ ନୂଆ ମନ୍ତ୍ରିମଣ୍ଡଳ ମଧ୍ୟରେ ୬ ଜଣ ବ୍ରାହ୍ମଣ, ୨ ଜଣ କ୍ଷତ୍ରିୟ, ୨ ଜଣ ଜାଟ୍‌, ୧ ଗୁଜ୍ଜର, ୩ ଦଳିତ, ୨ କୁର୍ମି, ୧ ରାଜଭର, ୧ ଗଡରିଆ, ୩ ବୈଶ୍ୟ, ୧ ଶାକ୍ୟ ଓ ଜଣେ ମଲ୍ଲାହ ଜାତିର ରହିଛନ୍ତି ।   ଏହି ୨୩ମନ୍ତ୍ରୀଙ୍କ ମଧ୍ୟରେ ୧୪ଟି ନୂଆ ମୁହଁ ଯୋଡି ହୋଇଛନ୍ତି । ରାଜ୍ୟପାଳ ଅନନ୍ଦୀବେନ ପଟେଲ ସମସ୍ତ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଯୋଗୀ ମନ୍ତ୍ରିମଣ୍ଡଳରେ ନୂଆ…

Read More