Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ସରକାର, ନା ଅଛି ବିରୋଧ, ନା ଅଛନ୍ତି ବିରୋଧୀ
ବିଶେଷ ଖବର

ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ସରକାର, ନା ଅଛି ବିରୋଧ, ନା ଅଛନ୍ତି ବିରୋଧୀ

September 3, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
No opposition no oppose to Naveen Patnaik;s 5th term
No opposition no oppose to Naveen Patnaik;s 5th term

ସମୀକ୍ଷା ବ୍ୟୁରୋ

୧୯ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ନବୀନ ପଟ୍ଟନାୟକ ଯେ ପଞ୍ଚମ ପାଳିରେ ଏତେ ବଡ ଜନ ସମର୍ଥନ ପାଇବେ, ଏକଥା ତାଙ୍କ ସମର୍ଥକ ମଧ୍ୟ କଳ୍ପନା କରି ପାରୁନଥିଲେ। ପୁଲବାମା ଓ ବାଲାକୋଟ ଘଟଣା ପରେ ଯେତେବେଳେ ଜାତୀୟ ରାଜନୀତିରେ ବିଜେପିର ପ୍ରବଳ ହାୱା ବହିବା ଆରମ୍ଭ କରିଥିଲା, ସେ ହାୱାକୁ  ଓଡିଶାର ବିଜେଡି ସରକାର ପ୍ରତିହତ କରିପାରିବେ ବୋଲି ଅନେକଙ୍କର ବିଶ୍ଵାସ ନଥିଲା। ଓଡିଶାରେ ବିଜେପି ଯେଉଁ ପ୍ରକାର ଆକ୍ରାମକ ନିର୍ବାଚନ ପ୍ରଚାର କରିଥିଲା, ସେଥିରେ ନବୀନଙ୍କ ଦୁର୍ଗ ସୁରକ୍ଷିତ ରହିଲେ ମଧ୍ୟ, ପୂର୍ବାପେକ୍ଷା ଦୁର୍ବଳ ରହିବାର ଆଶଙ୍କା ଅନେକ କରୁଥିଲେ। ହେଲେ ନିର୍ବାଚନ ଫଳାଫଳରେ ଭୋଟ ହାର ଓ ଆସନ ସଂଖ୍ୟା, ଉଭୟରେ ନବୀନଙ୍କ ଯାଦୁକରୀ ପ୍ରଭାବ ଅବ୍ୟାହତ ରହିଲା। ନବୀନ ପଞ୍ଚମ ଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ପାଇଲେ। ତେବେ ମଇ, ୨୦୧୯ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ଗୋଟିଏ ଆଭାସ ମିଳୁଥିଲା ଯେ, ବୋଧେ ବହୁତ ଦିନ ପରେ ନବୀନ ବାବୁ ଏକ ଶକ୍ତିଶାଳୀ ବିରୋଧୀ ଦଳକୁ ସାମ୍ନା କରିବାକୁ ଯାଉଛନ୍ତି। ବିଧାନସଭାରେ ବିଜେପିର ଆସନ ସଂଖ୍ୟା ଅଢେଇ ଗୁଣ ବଢିଥିବାରୁ ଓ ବିଜେପିର ଆକ୍ରାମକ ଆଭିମୁଖ୍ୟକୁ ଦେଖି ସେତେବେଳେ ସେମିତି ମନେ ହେଉଥିଲା।

ସରକାର ଗଠନ ପରେ ପରେ ବିଜେଡି ଓ ନବୀନ ବାବୁଙ୍କ ପ୍ରତି ବିଜେପିର ଆଭିମୁଖ୍ୟରେ ବିରାଟ ପରିବର୍ତ୍ତନ ଅନେକଙ୍କୁ ଆଶ୍ଚର୍ୟଚକିତ କରିଦେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହ, ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଏତେ ଅଧିକ ତତ୍ପରତା ପ୍ରକାଶ କଲେ ଯେ, ତାହା ଦେଖି ରାଜ୍ୟ ବିଜେପି ନେତାଙ୍କର ହୋଶ ଉଡିଗଲା। ଅନେକ ଦିନ ଯାଏ ରାଜ୍ୟ ବିଜେପି ଚିନ୍ତାରେ ରହିଲା ଯେ, ବିଜେଡି ବିରୋଧରେ ତାଙ୍କର ବାସ୍ତବ ଆଭିମୁଖ୍ୟ କଣ ରହିବ।  ରାଜ୍ୟସଭା ନିର୍ବାଚନ ଓ ପ୍ରଥମ ସଂସଦ ଅଧିବେଶନରେ ବିଜେଡି ବିଜେପି ସମ୍ପର୍କ ଅଧିକ ସ୍ପଷ୍ଟ ହୋଇଗଲା। ନବୀନ ବିଜେପିର ଶତ୍ରୁ ନୁହନ୍ତି, ବରଂ ପରମ ମିତ୍ର ବୋଲି କାଶ୍ମୀର ପ୍ରସଙ୍ଗରେ ପ୍ରମାଣିତ ହୋଇଗଲା।

ଏହି ପରିବର୍ତ୍ତିତ ରାଜନୈତିକ ସମୀକରଣର ପ୍ରଥମ ପ୍ରଭାବ ପଡିଲା ରାଜ୍ୟର ବିରୋଧୀ ଶିବିରରେ। ନବୀନଙ୍କ ସବୁଠୁ ବଡ ବିରୋଧୀ ବିଜେପି ଏବେ ତାଙ୍କ ବିରୋଧରେ କିଛି କହିବା ସ୍ଥିତିରେ ନାହିଁ। ବିଧାନସଭାରେ ଏହାର ଦୃଢ ପ୍ରମାଣ ମିଳି ସାରିଛି। ବିଧାନସଭା ବାହାରେ ଇତି ମଧ୍ୟରେ ସରକାରକୁ ଘେରିବାର ବହୁ ସୁଯୋଗ ଆସିଥିଲେ ମଧ୍ୟ ବିଜେପି ଚୁପ ରହିଛି। ପୁରୀ ଶ୍ରୀମନ୍ଦିର ପାର୍ଶ୍ଵରେ ରହିଥିବା ପୁରୁଣା ମଠ ଗୁଡ଼ିକୁ ରାଜ୍ୟ ସରକାର ଭାଙ୍ଗି ଚାଲିଥିବା ବେଳେ ବିଜେପି ଏହାକୁ ନେଇ ଚୁପ ରହିଥିଲା। ଅନ୍ୟ କୌଣସି ସମୟ ହୋଇଥିଲେ, ଏ ପ୍ରସଙ୍ଗକୁ ନେଇ ବିଜେପି ଧାର୍ମିକ ଉତ୍ତେଜନା ସୃଷ୍ଟି କରିବାକୁ ପଛେଇ ନଥାନ୍ତା। ବହୁ ବିଳମ୍ବରେ ପୁରୀ ର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଏହାର ପ୍ରତିବାଦ କରିଛନ୍ତି। ତେବେ ତାଙ୍କ ପ୍ରତିବାଦରେ ସେମିତି କିଛି ଦୃଢତା ଥିବାର ଦେଖା ଯାଉନାହିଁ। ଏବେ ପୁରୀ ମଠ ଭଙ୍ଗା ଘଟଣାରେ ରାଜ୍ୟ ସରକାର ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି, ତାପରେ ଏହାକୁ ନେଇ ଆଉ ବିଶେଷ କିଛି ପ୍ରତିବାଦ ହେବାର ସମ୍ଭାବନା ନାଇଁ।

ଧାନ ବିକ୍ରି ଓ ଆଇନ ଶ୍ରୁଙ୍ଖଳା ପରିସ୍ଥିତିକୁ ନେଇ ବିଧାନସଭାରେ ସରକାରକୁ ଘେରିବା ଲାଗି ଦୁର୍ବଳ କଂଗ୍ରେସ କିଛିଟା ଉଦ୍ୟମ କରିଥିଲା। ତେବେ କଂଗ୍ରେସର ସରକାର ବିରୋଧୀ ଯୁଦ୍ଧ କେବଳ ବିଧାନସଭାର ହୋ ହଲ୍ଲା ଭିତରେ ସୀମିତ। ନବୀନ ସରକାର ବିରୋଧରେ ଲଢିବା ଲାଗି କଂଗ୍ରେସର ଶକ୍ତି ବା ସମ୍ବଳ ଏବେ ନାହିଁ। ଦୁର୍ବଳ କଂଗ୍ରେସ ଓ ବନ୍ଧୁତ୍ବପୂର୍ଣ୍ଣ ବିଜେପିର ସମର୍ପଣବାଦୀ ରାଜନୀତି ଏବେ ନବୀନ ପଟ୍ଟନାୟକଙ୍କ ଲାଗି ନିଷ୍କଣ୍ଟକ ଭୂମି ପ୍ରସ୍ତୁତ କରିଛି। ରାଜ୍ୟରେ ନବୀନ ବିରୋଧୀ ସ୍ଵର ବା ବିରୋଧୀ ଦଳଙ୍କ ଅସ୍ତିତ୍ଵ ଆଜି ଏକ ପ୍ରଶ୍ନବାଚୀ ପାଲଟି ଯାଇଛି।

କଂଗ୍ରେସ ଓ ବିଜେପି ବାହାରେ ଯେଉଁ ବିଜେଡି ଅସନ୍ତୁଷ୍ଟମାନେ ଥିଲେ ସେମାନେ ସମସ୍ତେ ପରାଜିତ ଓ ଶକ୍ତିହୀନ। ସେମାନେ କେହି ନବୀନଙ୍କ ବିରୋଧରେ ମୋର୍ଚ୍ଚା ପ୍ରସ୍ତୁତ କରିବା ଅବସ୍ଥାରେ ନାହାନ୍ତି। ଓଲଟି ମଉକା ଦେଖି ଘର ବାହୁଡାର ସୁଯୋଗ ଏମାନଙ୍କ ଭିତରୁ ଅନେକ ଖୋଜୁଛନ୍ତି। ବିନା ବିରୋଧୀ ସ୍ଵର ଓ ବିରୋଧୀ ଦଳରେ ରାଜ୍ୟ ରାଜନୀତି ମଧ୍ୟ ବଡ ପାଣିଚିଆ ଲାଗୁଛି। ସତ କହିବାକୁ ଗଲେ ଓଡିଶା ରାଜନୀତିରେ ଏବେ ସବୁଠୁ ବୋରିଂ ସମୟ ଚାଲିଛି।

NaveenPatnaik
Share. Facebook Twitter LinkedIn Email WhatsApp Copy Link

Related Posts

ହକି ବିଶ୍ୱକପ-୨୦୨୬: ଭାରତ ବନାମ ପାକିସ୍ତାନ ମ୍ୟାଚ୍ କେବେ?, ଦେଖନ୍ତୁ ପୂର୍ଣ୍ଣ କାର୍ଯ୍ୟସୂଚୀ

August 4, 2026

ପଳାତକ ଅପରାଧୀଙ୍କ ବିରୋଧରେ ରଣନୀତି, ୩୬ଟି ଦେଶରୁ ୨୭୪ ଜଣଙ୍କୁ ଫେରାଇ ଅଣାଯାଇଛି

August 4, 2026

ଛାତ୍ର ଆନ୍ଦୋଳନକାରୀଙ୍କ ବିରୋଧରେ ଥିବା ମାମଲାକୁ ରାଜ୍ୟ ସରକାର ଚାହିଁଲେ ପ୍ରତ୍ୟାହାର କରିପାରିବେ

August 4, 2026

ପୁରୀ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

August 4, 2026
Latest News

ବୀମା ନାହିଁ ତ ପେଟ୍ରୋଲ ନାହିଁ!

August 5, 2026

ପ୍ରସିଦ୍ଧ ‘ପ୍ରାଇଡ୍ ଅଫ୍ ଇଣ୍ଡିଆ” ସମ୍ମାନରେ ସମ୍ମାନିତ ଓଡ଼ିଶାର ଜଳବାୟୁ କର୍ମୀ ମୋକ୍ଷା ଧୃତି

August 5, 2026

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ

August 5, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଫାଇଲ ଚୋରି ଘଟଣା: ଆସିଲା ବିଜେପି ର ପ୍ରତିକ୍ରିୟା

August 5, 2026

ବନ୍ଦେ ମାତରମ୍ ଉପରେ ବଡ଼ ବୟାନ ଦେଲେ ମହମ୍ମଦ ଶାମି: ଜାଣିଲେ ଆଶ୍ଚର୍ଯ୍ୟ ହେବେ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.