ଦେଶର ଶ୍ରେଷ୍ଠ ୧୦ଟି ଥାନାର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା । ୨୦୧୮ ମସିହା ଦେଶର ଥାନା ଗୁଡ଼ିକର ବାର୍ଷିକ ରାକିଂରେ ତରଭା ସ୍ଥାନ ପାଇଛି । । ସୁବର୍ଣ୍ଣପୁର ଜିଲ୍ଲାର ତରଭା ଥାନା ଦେଶରେ ଶ୍ରେଷ୍ଠ ୧୦ ଥାନା ମଧ୍ୟରେ ସ୍ଥାନ ପାଇଛି । କ୍ବାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ ଦେଶର ସବୁ ଥାନାକୁ ନେଇ ସର୍ଭେ କରିଥିଲା ।
Author: Samikhsya Bureau
ଆଫଗାନିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 24 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 100ରୁ ଅଧିକ ଲୋକ ଆହତ ହୋଇଛନ୍ତି । କାବୁଲ ସ୍ଥିତ ପୋଲିସ୍ ମୁଖ୍ୟାଳୟରେ ବୁଧବାର ଘଟିଥିବା ଭୟଙ୍କର କାର୍ ବୋମା ବିସ୍ଫୋରଣରେ 24 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 100ରୁ ଅଧିକ ଆହତ ହୋଇଛନ୍ତି । ଆଫଗନିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀ ଓ୍ବାହିଦୁଲ୍ଲା ମେୟର 95 ଜଣ ଆହତ ହୋଇଥିବା ନେଇ ସୂଚନା ପ୍ରଦାନ କରିଥିଲେ । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଏବଂ ଶିଶୁ ରହିଛନ୍ତି । ତାଲିବାନ ଆତଙ୍କୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି ।
ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତେଜ୍ ପ୍ରତାପ ଯାଦବଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ଐଶ୍ବର୍ଯ୍ୟା ରାୟ । ତେଜ୍ ପ୍ରତାପ ଜଣେ ଡ୍ରଗ୍ସ ସେବନକାରୀ ଏବଂ ସେ ରାଧା, କୃଷ୍ଣ କିମ୍ବା ଶିବଙ୍କ ବେଶରେ ନିଜକୁ ସଜାଇ ନିଜକୁ ଅବତାର ବୋଲି କହିଥାନ୍ତି । ବୈଶାଳୀ ଜିଲ୍ଲାର ମହୁଆର ବିଧାୟକ ରହିଥିବା ତେଜ୍ ପ୍ରତାପ ଐଶ୍ବର୍ଯ୍ୟା ରାୟଙ୍କୁ ମେ 2018ରେ ବିବାହ କରିଥିଲେ । ଉଭୟ ବର୍ତ୍ତମାନ ପାଟନାର ଏକ କୋର୍ଟରେ ଛାଡ ପତ୍ର ପାଇଁ ଆବେଦନ କରିଛନ୍ତି । ବିବାହର ଅଳ୍ପ ଦିନ ପରେ ତେଜ୍ ପ୍ରତାପ ଜଣେ ନିଶାଖୋର ବୋଲି ଜଣାପଡିଥିଲା । ନିୟମିତ ଭାବରେ ଡ୍ରଗ୍ସ ଏବଂ ଗଞ୍ଜେଇ ସେବନ କରିବା ସହିତ ନିଜକୁ ରାଧାଙ୍କ ବେଶରେ ସଜାଉଥିଲେ ।
ପଞ୍ଚଭୂତରେ ବିଲୀନ ହେଲେ ସୁଷମା ସ୍ବରାଜ । ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଲୋଧି ରୋଡ୍ ଶ୍ମଶାନ ଘାଟରେ ସୁଷମାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସୁଷମାଙ୍କ ଝିଅ ବାଁସୁରୀ ସ୍ବରାଜ ଅନ୍ତିମ ସଂସ୍କାରର ସମସ୍ତ ରୀତି ପୂରଣ କରିଥିଲେ । ଶ୍ଶଶାନ ଘାଟରେ ସୁଷମାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ବାଚସ୍ପତି ଓମ୍ ବିର୍ଲା, ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ପ୍ରମୁଖ ଶ୍ମଶାନ ଘାଟରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ହିନ୍ଦୁ ରୀତି ନୀତି ଅନୁସାରେ ତାଙ୍କୁ ଜଣେ ସୁହାଗିନୀ ଭଳି ବିଦାୟ ଦିଆଯାଇଛି । ମଥାରେ ନାଲି ବିନ୍ଦି, ନାଲି ଶାଢୀ, ତ୍ରିରଙ୍ଗାରେ ଢାଙ୍କି ହୋଇ ଅନ୍ତିମ ଯାତ୍ରାରେ ଯାଇଥିଲେ ସୁଷମା ।…
ହ୍ୟୁଣ୍ଡାଇର ଆଇ 10 ମଡେଲ୍ର ଏକ ନୂତନ କାର୍ ଭାରତୀୟ ବଜାରରେ ପ୍ରବେଶ କରାଇଛି । ଗ୍ରାଣ୍ଡ ଆଇ 10 ନିଓସ୍ ନାମକ ଏହି କାର୍ଟି ଆଇ ଟେନ୍ ମଡେଲ୍ର ତୃତୀୟ ସଂସ୍କରଣ । ଆସନ୍ତା ମାସ ସୁଦ୍ଧା ଏହି କାର୍ ଭାରତୀୟ ବଜାରରେ ପ୍ରବେଶ କରିବ । ବର୍ତ୍ତମାନ ଏହି କାର୍ର ଅଗ୍ରୀମ ବୁକିଂ କରିବା ଦ୍ବାରା ହ୍ୟୁଣ୍ଡାଇ ପକ୍ଷରୁ 11 ହଜାରର ରିହାତି ମିଳିବ ବୋଲି ହ୍ୟୁଣ୍ଡାଇ ପକ୍ଷରୁ କୁହାଯାଇଛି । ଏହି କାର୍ଟି ଉଭୟ ପେଟ୍ରୋଲ ଏବଂ ଡିଜେଲ୍ ମଡେଲ୍ରେ ଉପଲବ୍ଧ ହେବ ବୋଲି ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ଏମ୍ଡି ଏବଂ ସିଇଓ ଏସ୍ ଏସ୍ କିମ୍ ପ୍ରକାଶ କରିଛନ୍ତି ।
ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେବା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । କଳାହାଣ୍ଡିରେ ପ୍ରବଳ ବର୍ଷା ଫଳରେ ହାତୀ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟାସ୍ଥିତି ଉପୁଜିଛି । ଲଗାଣ ବର୍ଷା ଯୋଗୁଁ ବସ୍ତାରେ ରାସ୍ତା ଧୋଇ ହୋଇଯାଇଛି । ଏହା ସହ ଲାଞ୍ଜିଗଡ଼ ବାତିଲିଗାରିରୁ ଛତ୍ରପୁରକୁ ଯାତାୟତ ଠପ୍ ହୋଇଛି । ବର୍ଷା କାରଣରୁ ଇନ୍ଦ୍ରାବତୀ ଡ୍ୟାମ ଜଳସ୍ତର ବୃଦ୍ଧି ପାଇଥିବାରୁ ଫଳରେ ବିପଦକୁ ରୋକିବା ପାଇଁ ମଙ୍ଗଳପୁର ହାତୀ ବ୍ୟାରେଜର ୫ଟି ଗେଟ ଖୋଲାଯାଇଛି । ଫଳରେ ପ୍ରତି ସେକେଣ୍ଡରେ ୧୩୪କ୍ୟୁମାକ୍ସ ଜଳ ନିଷ୍କାସିତ ହେଉଛି । ହାତୀ ନଦୀର ତଳ ମୁଣ୍ଡରେ ବନ୍ୟାସ୍ଥିତି ଦେଖାଦେଇଛି ।
ଚଳିତ ସପ୍ତାହର ତିନୋଟି ଦକ୍ଷିଣ ଭାରତୀୟ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଦକ୍ଷିଣ ଭାରତର ଦୁଇ ସୁପରଷ୍ଟାର ଅଜିତ୍ କୁମାର ଏବଂ ନାଗାର୍ଜୁନଙ୍କ ସହିତ ଅମଲା ପଲ୍ଙ୍କ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ନାଗାର୍ଜୁନଙ୍କ ମନ୍ମଧୁଡୁ-2, ଅଜିଥ୍ କୁମାରଙ୍କ ନେରକୋଣ୍ଡା ପାରାବି ଏବଂ ଅମଲା ପଲଙ୍କ କୋଲାୟୁଧୀର କାଲାମ ଆସନ୍ତା ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି । ମନ୍ମଧୁଡୁରେ ନାଗାର୍ଜୁନଙ୍କ ସହିତ ରକୁଲ ପ୍ରୀତ ସିଂ ମୁଖ୍ୟ ଭୂମିକାରେ ରହିଥିବା ବେଳେ ଏହା ଉଭୟ ତାମିଲ ଏବଂ ତେଲୁଗୁରେ ରିଲିଜ୍ ହେବ । ସେହିପରି ସୁପରହିଟ୍ ବଲିଉଡ୍ ଫିଲ୍ମ ପିଙ୍କର ତାମିଲ ରିମେକ୍ ହେଉଛି ନେରକୋଣ୍ଡା ପାରାବି । ଏହି ଫିଲ୍ମରେ ଅଜିତ୍ କୁମାର, ବିଦ୍ୟା ବାଲାନ, ଶ୍ରଦ୍ଧା ଶ୍ରୀନାଥ, ଅଭିରାମୀ ଏବଂ ଆଣ୍ଡ୍ରିଆ ଟାଇରାଙ୍ଗ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ମଧ୍ୟ ଉଭୟ ତାମିଲ୍ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହେବ ।…
ବିଜୟ କୁମାର ଶର୍ମା ହେବେ ଭାରପ୍ରାପ୍ତ ପୋଲିସ୍ ମହାନିର୍ଦ୍ଦେଶକ । ଅଗ୍ନିଶମ ବିଭାଗ ଡିଜି ରହିଛନ୍ତି ବିଜୟ କୁମାର । ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନୂଆ ନିଯୁକ୍ତି ହେତୁ ବିଜୟଙ୍କୁ ଏହି ଦାୟିତ୍ବ ମିଳିଛି । ବିଜୟ କୁମାର ଶର୍ମା ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଫିସର୍ । ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ରାଜେନ୍ଦ୍ର ଶର୍ମା । ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟରେ ଯୋଗଦେବା ପାଇଁ ଆର୍.ପି. ଶର୍ମା, ତାଙ୍କ ସ୍ବେଚ୍ଛାକୃତ ଅବସର ଆବେଦନ କରିଥିଲେ । ରାଜ୍ୟ ସରକାର ଡିଜିପି ପଦବୀ ଚୟନ ପାଇଁ ୟୁପିଏସସିକୁ ଯେଉଁ ୬ଜଣ ବରିଷ୍ଠ ଆଇପିଏସଙ୍କ ନାଁ ପଠାଇଥିଲେ ସେମାନେ ହେଲେ ୧୯୮୬ ବ୍ୟାଚ୍ ଆଇପିଏସ୍ ବିଜୟ କୁମାର ଶର୍ମା, ୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ ରୟ, ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ ମହାନ୍ତି, ମନୋଜ ଛାବ୍ରା, ସନ୍ତୋଷ କୁମାର ଉପାଧ୍ୟାୟ ଓ ବିନୟାନନ୍ଦ ଝା।
ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 100 ଜଣରୁ ଅଧିକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ରାଜନେତା ଏବଂ ସାମାଜିକ କର୍ମୀ ରହିଥିବା ପ୍ରକାଶ । ସୁରକ୍ଷା କାରଣରୁ ଏବଂ କାଶ୍ମୀର ଉପତ୍ୟାକାରେ ଶାନ୍ତି ସ୍ଥାପନ କରିବା ନିମନ୍ତେ ଏହି ଗିରଫଦାରୀ କରାଯାଇଥିବା ନେଇ ଜନୈକ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଧିକ ରାଜନେତା ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୂଚନା ମିଳିପାରି ନାହିଁ । ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଳା ଏବଂ ମେହବୁବା ମୁଫ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ବିଛିନ୍ନତାବାଦୀ ନେତା ସଜ୍ଜାଦ ଲୋନ୍ ଏବଂ ଇମ୍ରାନ୍ ଅନ୍ସାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ କରାଯାଇଥିବା ନେତା ମାନଙ୍କୁ ଗୁପକାରର ହରି ନିବାସରେ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଧାରା 370 ଉଚ୍ଛେଦ…
ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେବା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା କାରଣରୁ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଯାହା ଫଳରେ ଜଳଭଣ୍ଡାରକୁ ବିପଦ ସଷ୍ଟି ହେବା ସମ୍ଭାବନା ଥିଲା । ଜଳଭଣ୍ଡାରର ବିପଦ ସଂକେତ ୨୫୯୦ଫୁଟ ଥିବା ବେଳେ ଜଳସ୍ତର ବର୍ତ୍ତମାନ ୨୫୮୮.୩ ପୁଟରେ ପହଂଚିଛି । ତେଣୁ ବିପଦରୁ ମୁକ୍ତି ପାଇବାକୁ ଜଳଭଣ୍ଡାରର ଆଠଟି ଗେଟରୁ ୩ଟି ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଯାହା ଦ୍ୱାରା ପ୍ରତି ସେକେଣ୍ଡରେ ପାଞ୍ଚ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ରଙ୍ଗାଚରଣ ପ୍ରଧାନ ସେମାନଙ୍କୁ ଏମାନଙ୍କର ଭାଷା ଓ ଭାଷାଭିତ୍ତିକ ଜାତୀୟତାବାଦ ଭଲ ଲାଗି ନଥିଲା । ତେଣୁ ୨୫ ମାର୍ଚ୍ଚ, ୧୯୭୧ ମସିହାରେ ପଶ୍ଚିମ ପାକିସ୍ଥାନର ଶାସକଗୋଷ୍ଠି ସୈନ୍ୟ ପଠାଇ ପୂର୍ବ ପାକିସ୍ଥାନରେ ହତ୍ୟା ଓ ଦମନଲୀଳା ଚଳାଇଲେ । ମିଳିତ ପାକିସ୍ଥାନର ପାର୍ଲିଆମେଣ୍ଟରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ସୁଦ୍ଧା ଆଓ୍ବାମୀ ଲିଗର ନେତା ଶେଖ୍ ମୁଜିବୁର ରହମନଙ୍କୁ ପ୍ରଧାନମନ୍ତ୍ରୀ କରାଇ ଦିଆ ନଯାଇ ସମ୍ବିଧାନର ପ୍ରାଵଧାନଙ୍କୁ ଭଙ୍ଗ କରାଗଲା । ଶେଷରେ ସେହି ବର୍ଷ ଡିସେମ୍ବର ମାସ ବେଳକୁ ପୂର୍ବ ପାକିସ୍ଥାନ ବଙ୍ଗଳାଦେଶ ନାମରେ ଏକ ସ୍ବାଧୀନ ରାଷ୍ଟ୍ରରେ ପରିଣତ ହେଲା । ଏପରି ହେବାର କାରଣ ଥିଲା ଯେ ପଶ୍ଚିମ ପାକିସ୍ଥାନକୁ ପୂର୍ବ ପାକିସ୍ଥାନର ବଙ୍ଗଳାଭାଷା ସହ୍ୟ ହୋଇ ନଥିଲା । ୧୯୮୪ ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ହତ୍ୟା ପରେ ହୋଇଥିବା ଶିଖ୍ ବିରୋଧୀ ନିଆଁରେ ପ୍ରାୟ ଏକ ଦଶନ୍ଧି ଧରି…
କ୍ରମାଗତ ଚତୁର୍ଥ ଥର ପାଇଁ ଆରବିଆଇର ରେପୋ ରେଟ୍ରେ ହ୍ରାସ ଘଟାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବୁଧବାର ଅନୁଷ୍ଠିତ ବୈଠକରେ ରେପୋ ରେଟ୍ରେ 35 ବେସିସ୍ ପଏଣ୍ଟ ହ୍ରାସ ପାଇଛି । ରିଭର୍ସ ରେପୋ ରେଟ୍ ପୂର୍ବପରି 5.40ରେ ଅପରିବର୍ତ୍ତିତ ରହିଛି । ବିଗତ 9 ବର୍ଷ ମଧ୍ୟରେ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ସର୍ବନିମ୍ନ ରେପୋ ରେଟ୍ । ସେହିପରି ଏହି ସମୟରେ ଘରୋଇ ଅଭିବୃଦ୍ଧି ହାର 6.9ରୁ 7.0 ପ୍ରତିଶତ ମଧ୍ୟରେ ରହିବା ନେଇ ପୂର୍ବାନୂମାନ ଲଗାଯାଇଛି । ସେହିପରି 2020-21 ବର୍ଷ ପାଇଁ ଜିଡିପି ଲକ୍ଷ୍ୟ 7.3-7.5 ପ୍ରତିଶତ ରଖାଯାଇଛି । ମାନ୍ଦାବସ୍ଥାର ଲକ୍ଷ୍ୟ 4 ପ୍ରତିଶତ ଧାର୍ଯ୍ୟ କରାଯାଇଥିବା ବେଳେ ଏହା 3.1 ପ୍ରତିଶତ ରହିଛି ।
ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ରାତିରେ ହୃଦଘାତରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଷମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍ କରି ନବୀନ ଲେଖିଛନ୍ତି, ସୁଷମା ଜଣେ ସମ୍ମାନନୀୟା, ସୁଦକ୍ଷ ନେତ୍ରୀ ଥିଲେ। ତାଙ୍କ ବିୟୋଗରେ ଭାରତୀୟ ରାଜନୀତିରେ ଅପୂରଣୀୟ କ୍ଷତି ହୋଇଛି ବୋଲି ନବୀନ କହିଛନ୍ତି। ସେହିପରି ସୁଷମାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।
ଆଜି ପ୍ରକାଶ ପାଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସଭାପତି ଆଜି ପରୀକ୍ଷା ଫଳ ପ୍ରକାଶ କରାଇଛନ୍ତି । ଚଳିତ ବର୍ଷ ସପ୍ଲିମେଣ୍ଟାରୀରେ ପାସ ହାର 43.62 ପ୍ରତିଶତ ରହିଛି । ସେହିପରି ଓପନ୍ ସ୍କୁଲ୍ରେ ପାସ ହାର 63.44 ପ୍ରତିଶତ ରହିଛି । ଚଳିତ ବର୍ଷ ସମୁଦାୟ 28 ହଜାର ପରୀକ୍ଷାର୍ଥୀ 122ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ୫୪ଟି କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟ ପରୀକ୍ଷା କରାଯାଇଥିଲା ।
ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେବା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ମାଲକାନଗିରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । କାଙ୍କରକୋଣ୍ଡା, ଏମ୍ଭି-୩୭, କୋରକଣ୍ଡା ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି । ପାଙ୍ଗାମ, ଏମ୍ଭି -୯୦, କନ୍ୟାଶ୍ରମ, ପୋଟେରୁ ପୋଲ ଉପରେ ମଧ୍ୟ ପାଣି ପ୍ରବାହିତ ହେଉଛି । ମାଲକାନଗିରିରୁ ଆନ୍ଧ୍ର, ଛତିଶଗଡ଼ ଓ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର ଶହଶହ ଗାଁ ପାଣି ଘେରରେ ରହିଥିବାବେଳେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି । ପ୍ରବଳ ବର୍ଷା ଦୃଷ୍ଟିରୁ ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଛୁଟି ଦିଆଯାଇନାହିଁ ।…
ମଙ୍ଗଳବାର ଦିଲ୍ଲୀ ସ୍ଥିତ ଏମ୍ସରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଛି । ବୁଧବାର ଅପରାହ୍ନ 3ଟାରେ ସ୍ବରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହେବାକୁ ଥିବା ବେଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତା ଶେଷଦର୍ଶନ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁଷମାଙ୍କ ଜନ୍ତର ମନ୍ତର ସ୍ଥିତ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବ୍ୟତିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ବରାଜଙ୍କ ଅନ୍ତିମ ଦର୍ଶନ ପାଇଁ ଉପସ୍ଥିତ ଥିଲେ । ଉଭୟ ସୁଷମାଙ୍କ ସ୍ବାମୀ ସ୍ବରାଜ କୌଶଲଙ୍କୁ ଭେଟିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ ରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ, ଗୃହ ମନ୍ତ୍ରୀ ଅମିତ ଶାହା ପ୍ରମୁଖ ଶେଷ ଥର ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ୟୁପିଏ ସଭାନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ଅନ୍ତିମ ଦର୍ଶନ ପାଇଁ ଆସି ସୁଷମାଙ୍କ ଝିଅ ବାଂଶୁରୀ ସ୍ବରାଜଙ୍କୁ ଭେଟିଥିଲେ । ଅନ୍ତିମ…
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ଦକ୍ଷିଣ ଓଡିଶାରେ ପ୍ରବଳ ମାତ୍ରାରେ ବର୍ଷା ଜାରି ରହିଛି । ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଟ୍ରେନ ଲାଇନ ଉପରେ ମଧ୍ୟ ପାଣି ଜମି ହୋଇ ରହିଛି । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାୟଗଡା-ଟିଟିଲାଗଡ ଟ୍ରାକରେ ବନ୍ୟାପାଣି ପାଣି ଜମିଛି । ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି । ଏତତ୍ ବ୍ୟତୀତ ସମ୍ବଲପୁର-ଜୁନାଗଡ ରୋଡ ପାସେଞ୍ଜର ଟ୍ରେନ ମଧ୍ୟ ବାତିଲ ହୋଇଛି । ସେହିପରି ରାୟଗଡା-ବିଶାଖାପାଟଣା, ରାୟଗଡା-ସମ୍ବଲପୁର-ରାୟଗଡା ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି । ସମୁଦାୟ 3ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ 5ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ନୟାଗଡ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଜିଲ୍ଲାରେ ପ୍ରବାହିତ ହେଉଥିବା ଅନେକ ନଦୀରେ ଜଳସ୍ତର ବିପଦ ସଙ୍କେତ ଛୁଇଁଚି । ଗଜପତିର କାଶୀନଗରରେ ବଂଶଧାରା ନଦୀ ବିପଦ ସଙ୍କେତ ଟପିଛି । ନଦୀର ବିପଦ ସଙ୍କେତ 54.60 ଫୁଟ ରହିଥିବା ବେଳେ ଏହା ବର୍ତମାନ 55.12 ଫୁଟରେ ପ୍ରବାହିତ ହେଉଛି । ସୂଚନାନୁସାରେ, ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଲଗି ରହିଛି । ନୟାଗଡ ଜିଲ୍ଲାରେ ମଧ୍ୟ ଗତକାଲିଠାରୁ ବର୍ଷାର ପ୍ରକୋପ ବଢିଛି । ଏହାସହ ଅନେକ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ମଧ୍ୟ ଆକଳନ କରାଯାଇଛି । ଭୀଷଣ ବର୍ଷା ନେଇ 5ଟି ଜିଲ୍ଲାକୁ ରେର୍ଡ ୱାର୍ଣ୍ଣିଂରେ ରଖାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ମିଳିଛି । ସମ୍ବଲପୁର, ଦେଓଗଡ଼, ବରଗଡ଼,ନୂଆପଡ଼ା ଓ ବଲାଙ୍ଗୀର ରେଡ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ସୋନପୁର, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼ ଓ କଳାହାଣ୍ଡି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ…
ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି20 ମ୍ୟାଚରେ ୱେଷ୍ଟଇଣ୍ଡିଜକୁ 7 ୱିକେଟରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ 3 ମ୍ୟାଚ୍ର ଟି20 ସିରିଜ୍କୁ କ୍ଲିନ ସୁଇପ୍ କରିଛି । ସିରିଜରେ ପ୍ରଥମ 2 ଟି ଟି20 ମ୍ୟାଚ୍ ଜିତି ଭାରତ 2-0ରେ ଆଗୁଆ ରହିଥିଲା । ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ 147 ରନ୍ ବିଜୟ ଲକ୍ଷ୍ୟ ରଖିଥିଲା। ଲୋକେଶ ରାହୁଲ ଏବଂ ଶିଖର ଧାୱନ ବିଫଳ ହୋଇଥିଲେ ମଧ୍ୟ ବିରାଟ କୋହଲି (59, 45ବଲ, 6 ଚୌକା) ଏବଂ ଋଷବ ପନ୍ତ (65, 42 ବଲ୍, 4 ଚୌକା, 4ଛକା) ଭାରତକୁ ବିଜୟୀ କରାଇଥିଲେ । ବ୍ରାଥୱେଟଙ୍କୁ ଛକା ମାରି ପନ୍ତ 5 ବଲ୍ ପୂର୍ବରୁ ମ୍ୟାଚ୍କୁ ଶେଷ କରିଥିଲେ ।
ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଛି । ସୁଷମା ସ୍ବରାଜଙ୍କ ତିରୋଧାନରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦୁଇଦିନିଆ ଶୋକ ଘୋଷଣା କରାଯାଇଛି । ବୁଧବାର ଦିନ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ବିଟ୍ କରି ଏହି ବିଷୟ ସମ୍ପର୍କରେ ଘୋଷଣା କରିଛନ୍ତି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ପରଲୋକରେ ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିବା ସମ୍ପର୍କରେ ଘୋଷଣା କରିଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

