ସମୀକ୍ଷା ବ୍ୟୁରୋ ଆଜ୍ଞା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ପ୍ରେସ ବିଜ୍ଞପ୍ତି ଆସିଛି। ଯେଉଁଥିରେ ତିରିଶିଟି ଜିଲ୍ଲାର ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ସାଧାରଣତଃ ଏହି ପଦବୀରେ ମନ୍ତ୍ରୀମାନଙ୍କୁ ନିଆଯାଇଥାଏ। ହେଲେ କେତେକ କ୍ଷେତ୍ରରେ ବିଧାୟକଙ୍କୁ ମଧ୍ୟ ନେବାରେ କୌଣସି ଅସୁବିଧା ନାହିଁ। ଏହି ବିଜ୍ଞପ୍ତିରେ ୧୮ ଜଣ ମନ୍ତ୍ରୀଙ୍କ ସହିତ ୧୨ ଜଣ ବିଧାୟକଙ୍କ ନାମ ମଧ୍ୟ ରହିଛି। ଏହି ବିଧାୟକମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ କରାଯାଇଛି। ହେଲେ ଦୁଃଖର କଥା ଏହି ତାଲିକାରେ କେନ୍ଦ୍ରାପଡା ଜିଲ୍ଲାର ଟାଣୁଆ ଓ ଶକ୍ତିଶାଳି ବିଧାୟକଙ୍କ ନାମ ମଧ୍ୟ ନାହିଁ। ସେଦିନ ଚା ଖଟିର କାଠ ବେଞ୍ଚ ଉପରେ ବସି କେନ୍ଦ୍ରାପଡାର ଜଣେ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ବିଜ୍ଞପ୍ତିକୁ ଏକ ନିଃସ୍ବାସରେ ପଢି ଚାଲିଲେ। ଆମେ ପାଟିରୁ ଗରମ ଚାହାଟା ବାହର କରି କହିଲୁ, କାହିଁ କଣ ହେଲା କି ? ନ ଥିଲେ ନ…
Author: Samikhsya Bureau
ଶେଷରେ ଶିକ୍ଷା ବିଭାଗର ନିଦ ଭାଙ୍ଗିଛି । ଏଣିକି ସରକାରୀ ବିଦ୍ୟାଳୟରେ ପ୍ରାଥମିକ ସ୍ତରରୁ ଗଣିତ, ଇଂରାଜୀ ଏବଂ ବିଜ୍ଞାନ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଣିକି ଏହି ତିନୋଟି ବିଷୟକୁ 45 ମିନିଟ୍ ପରିବର୍ତ୍ତେ 90 ମିନିଟ୍ ଲେଖାଏଁ ପଢିଆଯିବ ବୋଲି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏହି ତିନୋଟି ବିଷୟରେ ଛାତ୍ର ଛାତ୍ରୀ କମ୍ ମାର୍କ ରଖୁଥିବାରୁ ପ୍ରାଥମିକ ସ୍ତରରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ନେଇଛି ଶିକ୍ଷାବିଭାଗ । ପ୍ରାରମ୍ଭିକ ଭାବରେ କିଛି ସ୍କୁଲରେ ଏହାକୁ ଲାଗୁ କରାଯିବା ପରେ ବ୍ଲକ୍ସ୍ତରରେ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।
ସିକ୍କିମ୍ ରାଜନୀତିରେ ଏକ ମୋଡ ଦେଖିବାକୁ ମିଳିଛି । ଆଜି 10 ଜଣ ଏସ୍ଡିଏଫ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏହି ନେତାମାନେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଥିଲେ । ସିକ୍କିମ୍ରେ ସମୁଦାୟ 32 ବିଧାନସଭା ଆସନ ରହିଥିବା ବେଳେ ବିପକ୍ଷ ଦଳର ନେତା ରହିଥିବା ପଓ୍ବନ୍ ଚାମଲିଙ୍ଗଙ୍କ ଏସ୍ଡିଏଫର ସମୁଦାୟ 13 ଜଣ ବିଧାୟକ ରହିଛନ୍ତି । ପୂର୍ବରୁ ଦୁଇ ଜଣ ବିଧାୟକ ପୂର୍ବରୁ ଦଳରୁ ଇସ୍ତଫା ପ୍ରଦାନ କରି ସାରିଥିଲେ । ଦଳର ବର୍ତ୍ତମାନ ବିଧାୟକ ସଂଖ୍ୟା 11 ରହିଥିବା ବେଳେ କେବଳ ପଓ୍ବନ୍ ଚାମଲିଙ୍ଗଙ୍କ ବ୍ୟତୀତ ଅନ୍ୟ ସମସ୍ତେ ବିଜେପିରେ ଯୋଗ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ବିଧାୟକ ମାନେ ବିଜେପିରେ ଯୋଗ ଦେବା ବିଜେପିକୁ ଫାଇଦା ପ୍ରଦାନ କରିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।
ଭାରତୀୟ ସେୟାର ବଜାର ମୁମ୍ବାଇର ଲଗାଣ ବର୍ଷା ପ୍ରଭାବରେ ତଳୁଆ ରହିଛି। ଏହି ସମୟରେ ସେନ୍ସେକ୍ସ 200 ପଏଣ୍ଟ ତଳକୁ ଖସିଛି। ସେନ୍ସେକ୍ସ 200 ପଏଣ୍ଟ ତଳକୁ ଖସିଥିଲେ ମଧ୍ୟ ରିଲାଏନ୍ସ ଏହି ସମୟରେ 8 ପ୍ରତିଶତର ଅଭିବୃଦ୍ଧି ଘଟିଛି। ସେନ୍ସେକ୍ସ ଏହି ସମୟରେ 240.75 ପଏଣ୍ଟ ତଳକୁ ଖସି 37341.16 ପଏଣ୍ଟରେ ପହଞ୍ଚିଛି। ଏହି ସମୟରେ ନିଫ୍ଟୀ 62.80 ପଏଣ୍ଟ ତଳକୁ ଖସି 11046.85 ପଏଣ୍ଟରେ ପହଞ୍ଚିଛି। ବଜାରର ବିପରୀତ ଦିଗରେ ରିଲାଏନ୍ସ ଏହି ସମୟରେ 8 ପ୍ରତିଶତର ଅଭିବୃଦ୍ଧି ଘଟିଛି। ଗତକାଲି ରିଲାଏନ୍ସର 42 ତମ ସାଧାରଣ ବୈଠକରେ ଆମାରୋକ୍ର ନିବେଶ ଏବଂ ଜିଓ ଜିଗା ଫାଇବର୍ର ଘୋଷଣା ଯୋଗୁଁ ବଜାରର ବିପରୀତ ଦିଗରେ ଅଭିବୃଦ୍ଧି ହାସଲ କରିଛି।
ରାଜ୍ୟରେ ଦିନକୁ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁନର୍ବାର କନ୍ଧମାଳରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । କନ୍ଧମାଳ ଜିଲ୍ଲା ତିରିଙ୍ଗିଆ ମୁସେଲପାଙ୍ଗା ନିକଟରେ ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢାଉ କରି ଦେଢ କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ବୋଲେରୋ ଜବତ କରିଛି । ଏହା ସହ ଚୋରାଚାଲାଣରେ ସମ୍ପୃକ୍ତ 2 ଜଣକୁ ଗିରଫ କରିଛି ପୋଲିସ । ଏହି ଗଞ୍ଜେଇ ଚୋରାଚାଲାଣ ଲିଙ୍କ ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଖୋଳତାଡ଼ କରୁଛି ପୋଲିସ ।
ଜାତୀୟ ରାଜଧାନୀ ଦିଲ୍ଲୀରେ ଜନୈକ ଉଜ୍ବେକୀ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି । ଦକ୍ଷିଣ ପୂର୍ବ ଦିଲ୍ଲୀର ବସନ୍ତ କୁଞ୍ଜରେ ତିନି ଜଣ ଯୁବକ ଏହି 31 ବର୍ଷ ବୟସ୍କଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ବସନ୍ତକୁଞ୍ଜ ଅଞ୍ଚଳରେ ଏକ ସ୍କର୍ପିଓ କାର୍ରେ ତିନି ଜଣ ଯୁବକ ଏହି ମହିଳାଙ୍କ ସହିତ ଗଣ ଦୁଷ୍କର୍ମ କରିଥିଲେ । ଶନିବାର ଏହି ଘଟଣା ଘଟିଥିବା ବେଳେ ସୋମବାର ଦିନ ଦିଲ୍ଲୀ ପୋଲିସ୍ ନିକଟରେ ଅଭିଯୋଗ କରାଯାଇଥିଲା । ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଯୁବତୀ ଜଣଙ୍କୁ ହରିୟାଣାର ଗୁରୁଗ୍ରାମରେ ଭେଟିଥିଲେ । ଜଣେ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଗତକାଲି ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇ ସାରିଛି । ଫଳରେ ଏକ ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯାଇଛି । ରାଜ୍ୟରେ କିଛି ଦିନ ହେବ ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଲଗାଣ ବର୍ଷା ହେବା କାରଣରୁ ପୁଣି କନ୍ଧମାଳ ବାଲିଗୁଡ଼ା ନିକଟରେ ଥିବା ଏନଏଚ 59 ବାଟାଗୁଡ଼ା ନିକଟରେ ଥିବା ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯାଇଛି । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । କନ୍ଧମାଳ ,କଳାହାଣ୍ଡି ଓ ରାୟଗଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ସେପ୍ଟେମ୍ବର 7 ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-2 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବାନୁମାନ ଅନୁଯାୟୀ ଚନ୍ଦ୍ରଯାନ-2 ଚଳିତ ମାସ 20 ତାରିଖରେ ଚନ୍ଦ୍ରପୃଷ୍ଠର ନିକଟତର ହେବାକୁ ଥିବା ବେଳେ ଆଗାମୀ ସେପ୍ଟେମ୍ବର 7ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଇସ୍ରୋର ଅଧ୍ୟକ୍ଷ କେ ଶିବାନ ଚନ୍ଦ୍ରଯାନ-2 କାର୍ଯ୍ୟକ୍ରମ ବାବଦରେ ସୋମବାର କହିଛନ୍ତି, ଅଗଷ୍ଟ 20ରେ ଏହା ଚନ୍ଦ୍ର ନିକଟରେ ପହଂଚିବ ଏବଂ ସେପ୍ଟେମ୍ବର 7ରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ନେଇ ଆମେ ଯୋଜନା କରିଛୁ । ସେ କହିଛନ୍ତି, ଅଗଷ୍ଟ 14 ପରେ ଚନ୍ଦ୍ରଯାନ-2 ଚନ୍ଦ୍ରପୃଷ୍ଠର ଖୁବ ନିକଟତର ହୋଇଯିବ । ଅଗଷ୍ଟ 14 ଭୋର ସକାଳୁ ଚନ୍ଦ୍ରପୃଷ୍ଠ ନିକଟରେ ଚନ୍ଦ୍ରଯାନ-2 ପହଞ୍ଚିବ ।
ମୟୁରଭଞ୍ଜ ବହଳଦାରେ ମଦ ବୋଝେଇ ଟ୍ରକ ଜବତ କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇଁ ବହଳଦା ପୋଲିସ ଏକ ଟ୍ରକ୍କୁ ଧରିଥିଲା । ଯାଞ୍ଚ କରିବା ପରେ ଟ୍ରକ୍ ଭିତରୁ ବିପୁଳ ପରିମାଣରେ ମଦ ମିଳିଥିଲା । ସମୁଦାୟ 300 ପେଟି ମଦ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଚଢ଼ାଉ ସମୟରେ 3 ଜଣଙ୍କୁ ଗିରଫ କରାଯାଇଥିବାବେଳେ 4 ଜଣ ଫେରାର ହୋଇଯାଇଛନ୍ତି । ଏତେ ପରିମାଣରେ ମଦ କେଉଁଠୁ ଆସିଲା ଏବଂ କିଏ ଚାଲାଣ କରୁଥିଲା ସେ ନେଇ ପୋଲିସର ତଦନ୍ତ ଜାରି ରହିଛି ।
କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍ କ୍ୟୁରୀ ଏନ୍ କେ ସାହୁ । ଜୁଲାଇ 23 ତାରିଖରେ ହାଇକୋର୍ଟ ସାହୁଙ୍କୁ ଆମିକସ୍ କ୍ୟୁରୀ ଭାବରେ ନିଯୁକ୍ତ କରିଥିଲେ । ସୋମବାର ଏନ୍ କେ ସାହୁ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି । ସମ୍ପୂର୍ଣ୍ଣ ମନ୍ଦିର ପରିଦର୍ଶନ ପରେ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ଏନ୍ କେ ସାହୁ । ଜୁଲାଇ 23 ତାରିଖରେ ଆଇନଜୀବୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ଦାୟର କରାଯାଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି ଏନ୍ କେ ସାହୁଙ୍କୁ ଆମିକସ୍ କ୍ୟୁରୀ ଭାବରେ ନିଯୁକ୍ତ କରିଥିଲେ । ଆମିକସ୍ କ୍ୟୁରୀଙ୍କ ନିଯୁକ୍ତ କରାଗଲେ ମରାମତି କାମ ସୂଚାରୁ ଭାବରେ ହେଉଛି କି ନାହିଁ ତାହାର ତଦାରଖ ହୋଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି ।
କର୍ଣ୍ଣାଟକରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସେଠାକାର ପରିସ୍ଥିତି ବେଶ୍ ସଙ୍ଗୀନ ହୋଇପଡିଛି । ଏଠାରେ ହଜାର ହଜାର ଘରେ ପାଣି ଭର୍ତ୍ତି ହୋଇଯାଇଥିବାବେଳେ ଅନେକ ଘର ବନ୍ୟାରେ ବୋହିଯାଇଛି । ସହରକୁ ଯୋଡ଼ୁଥିବା କିଛି ପୋଲ୍ ଭାଙ୍ଗିଯାଇଛି । କର୍ଣ୍ଣାଟକର ବନ୍ୟା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଆଜି ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସରକାରୀ ସହାୟତାର ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବାର ଘୋଷଣା କରାଯାଇଥିବାବେଳେ ବର୍ତ୍ତମାନ ପାଇଁ ୧୦ ହଜାର ଟଙ୍କାର ଅନ୍ତରୀଣ ସହାୟତା ଦେବା ପାଇଁ ଘୋଷଣା କରାଯାଇଛି । ସୂଚନା ଅନୁସାରେ ଦକ୍ଷିଣ କର୍ଣ୍ଣାଟକରେ ୫ଟି ପୋଲ ଓ ୩୦୦ଟି ଘର ନଷ୍ଟ ହୋଇଛି । ଏହା ପୂର୍ବରୁ ଶନିବାର ଦିନ କେନ୍ଦ୍ର ସରକାରଙ୍କ ଉତ୍ତର-ପଶ୍ଚିମ ଓ ଊପକୂଳବର୍ତ୍ତୀ ଅଞ୍ଚଳରେ ଥିବା ରାଜ୍ୟର ୧୪ଟି ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପାଇଁ ୩,୦୦୦ କୋଟିଟଙ୍କା…
ଅହମ୍ମଦାବାଦରେ ଏକ ପାଣି ଟାଙ୍କି ଭୁଷୁଡି ପଡିବାରୁ 3 ଜଣଙ୍କର ପ୍ରାଣହାନି ଘଟିଛି । ଅହମ୍ମଦାବାଦର ବୋପାଲ୍ରେ ଘଟିଥିବା ଏହି ଅଘଟଣରେ ଅନ୍ୟ 6 ଜଣ ମଧ୍ୟ ଆହତ ହୋଇଛନ୍ତି । ପ୍ରବଳ ବର୍ଷା କାରଣରୁ ପାଣି ଟାଙ୍କିଟି ଶ୍ରମିକ ମାନେ ରହୁଥିବା କ୍ୟାଣ୍ଟିନ୍ ଉପରେ ଗଳିପଡିଥିଲା । ସମୁଦାୟ 9 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 3 ଜଣ ପ୍ରଥମରୁ ପ୍ରାଣ ହରାଇଥିଲେ । ଆହତ 6 ଜଣଙ୍କୁ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଅହମ୍ମଦାବାଦର ଜିଲ୍ଲାପାଳ ବିକ୍ରାନ୍ତ ପାଣ୍ଡେ ଦୁର୍ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନର ନିର୍ଦ୍ଦେଶ ଦେଇଛନ୍ତି ।
19 ବର୍ଷରୁ କମ୍ ଭାରତୀୟ ଦଳ ଇଂଲଣ୍ଡରେ ଅନୁଷ୍ଠିତ ତ୍ରୀରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହୋଇଛି । ଅଧିନାୟକ ପ୍ରିୟମ ଗର୍ଗ (73) ରନ୍ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତ ବାଂଲାଦେଶକୁ 6 ଓ୍ବିକେଟ୍ରେ ପରାସ୍ତ କରିଥିଲା । ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା ଭାରତ । ବାଂଲାଦେଶ ମହମଦୁଲ ହସନ୍ ଜୟଙ୍କ 109 ରନ୍ ବଳରେ 50 ଓଭରରେ ସମସ୍ତ ଓ୍ବିକେଟ ହରାଇ 261 ରନ୍ ସଂଗ୍ରହ କରିଥିଲା । ଜୟ 134 ବଲ୍ର ସମ୍ମୁଖୀନ ହୋଇ 9 ଚୌକା ଏବଂ 1 ଛକ୍କା ଜରିଆରେ 109 ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ କାର୍ତ୍ତିକ ତ୍ୟାଗୀ ଓ ସୁଶାନ୍ତ ମିଶ୍ରା ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ରବି ବିଷ୍ଣୋଇ ଏବଂ ଶୁଭାଙ୍ଗ ହେଗଡେ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ । ଜବାବରେ ଭାରତ ପକ୍ଷରୁ…
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଯାହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇ ସାରିଛି। ଆହୁରି ୩ଦିନ ଯାଏଁ ବର୍ଷା ଜାରି ରହିବା ସମ୍ଭାବନା ରହିଛି । ଆଜି ଓ ଆସନ୍ତା କାଲି ନିମନ୍ତେ ଅଧିକାଂଶ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ତିନିଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି ।
ସୋମବାର ରିଲିଜ୍ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଡ୍ରିମ୍ଗାର୍ଲ । ଏହି ଫିଲ୍ମରେ ଆୟୁଷ୍ମାନ ଏକ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି । ଟ୍ରେଲରର ଆରମ୍ଭରେ ଆୟୁଷ୍ମାନ ରାଧା ଏବଂ ସୀତା ପରି ପୌରାଣିକ ଚରିତ୍ରରେ ଅଭିନୟ କରୁଥିବାର ଦେଖାଯାଇଛି । ଏହି ଚରିତ୍ରରେ ଆୟୁଷ୍ମାନଙ୍କ ଭୂମିକା ଅତ୍ୟନ୍ତ ଜୀବନ୍ତ ଲାଗୁଛି । ଟ୍ରେଲରର ଦ୍ବିତୀୟ ଭାଗରେ ଆୟୁଷ୍ମାନ ଜଣେ ଟେଲି କଲର ଭୂମିକାରେ ବିଭିନ୍ନ ଗ୍ରାହକଙ୍କୁ ନିଜ ସ୍ବର ଜରିଆରେ ବିମୋହିତ କରିବାର ଚେଷ୍ଟା କରୁଥିବା ନଜର ଆସିଛନ୍ତି । ଫିଲ୍ମରେ ଆୟୁଷ୍ମାନଙ୍କ ସହିତ ନୁସରତ୍ ବରୁଚା ମୁଖ୍ୟ ଭୂମିକାରେ ନଜର ଆସିବେ । ଅନୁ କପୁର ଏବଂ ମନଜୋତ ସିଂ ଆୟୁଷ୍ମାନଙ୍କ ପିତା ଏବଂ ବନ୍ଧୁ ଭୂମିକାରେ ଅଛନ୍ତି । ଟେଲି କଲିଂରେ ଆୟୁଷ୍ମାନଙ୍କ କଲର ତାଲିକାରେ ରହିଛନ୍ତି ବିଜୟ ରାଜ, ଆକାଶ ବାନାର୍ଜୀ ଏବଂ ନିଧି ବିଷ୍ଟ । ଫ୍ରିକି ଅଲୀ ଏବଂ ଭୂମି ଚଳଚିତ୍ରର ଚିତ୍ରନାଟ୍ୟ ଲେଖିବା…
ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରେ ସଙ୍ଗୀନ ଅବସ୍ଥା ଧାରଣ କରିଛି କେରଳର ବନ୍ୟା ପରସ୍ଥିତି । ବିଗତ ତିନି ଦିନ ମଧ୍ୟରେ ବନ୍ୟା ଏବଂ ଭୂସ୍ଖଳନ କାରଣରୁ କେରଳରେ ମୃତ୍ୟୁ ସଂଖ୍ୟା 76କୁ ବୃଦ୍ଧି ପାଇଛି । 14ଟି ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ 6ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ କରାଯାଇଛି । କେରଳର ଓ୍ବାୟାନାଡ୍ରୁ ସାଂସଦ ରହିଥିବା ରାହୁଲ ଗାନ୍ଧୀ ରବିବାର କେରଳ ଭ୍ରମଣରେ ଯାଇଥିବା ବେଳେ ସୋମବାର ରିଲିଫ୍ ପ୍ରଦାନ ପାଇଁ ନିବେଦନ କରିଛନ୍ତି । କସାରଗଡ, କନ୍ନୁର, ଓ୍ବାୟାନାଡ, କୋଝିକୋଡ, ମାଲାପ୍ପୁରମ୍ ଏବଂ ଇଡୁକ୍କି ନିମନ୍ତେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ରାହୁଲ ଗାନ୍ଧୀ ନିଜର ଫେସ୍ବୁକ୍ ପେଜ୍ ଜରିଆରେ ଓ୍ବାୟନାଡ୍କୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି । କେରଳର ବନ୍ୟା ପରସ୍ଥିତିର ମୁକାବିଲା ପାଇଁ 173ଟି ଏନ୍ଡିଆରଏଫ୍ ଟିମ୍ ମୁତୟନ କରାଯାଇଥିବା ଜଣାପଡିଛି ।
ଆଜିଠୁ ବନ୍ଦ ହେଲା ଭାରତ ପଟୁ ଦିଲ୍ଲୀ-ଲାହୋର ବସ୍ ସେବା । ପାକିସ୍ତାନ ପଟୁ ସେବା ବନ୍ଦ ହେବା ପରେ ଭାରତ ଏହି ନିଷ୍ପତ୍ତି ନେଇଛି । ୧୯୯୯ ମସିହା ଫେବୃଆରୀ ୧୯ରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ଏହି ବସ୍ ସେବା ଉଦ୍ଘାଟନ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଶାନ୍ତି ତଥା ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଏହି ସେବା ଆରମ୍ଭ କରାଯାଇଥିଲା । ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଭାରତ ସହ ସମ୍ପର୍କ ଛିନ୍ନ କରିଛି । ପ୍ରଥମେ ସମସ୍ତ ବ୍ୟବସାୟିକ ସମ୍ପର୍କ ତୁଟାଇଥିବାବେଳେ ଆକାଶପଥ, ସମଝୌତା ଏକ୍ସପ୍ରେସ୍, ଥର୍ ଏକ୍ସପ୍ରେସ୍ ଓ ବସ୍ ସେବା ଓଙ ଭାରତୀୟ ସିନେମା ଆଦିକୁ ବନ୍ଦ କରିଥିଲା । ତେବେ ଭାରତ ତରଫରୁ ଆଜିଠୁ ପାକିସ୍ତାନକୁ ବସ୍ ସେବା ବନ୍ଦ କରିଛି ଭାରତ । ଆଜିଠୁ ଭାରତ ପଟୁ ଦିଲ୍ଲୀ-ଲାହୋର୍ ବସ୍…
ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୁଳ୍କ ବୃଦ୍ଧି ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ଏକା ସାଙ୍ଗରେ ଏତେ ଫି ବୃଦ୍ଧି ଅଭିଭାବକଙ୍କୁ ବାଧିବ । ସ୍କୁଲ ଖୋଲିବା ପରେ ଏହି ଫି ବୃଦ୍ଧିର ପ୍ରକ୍ରିୟା ଓ କାରଣର ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି ବୃଦ୍ଧି ପାଇଛି । ଏହାକୁ ଓଡ଼ିଶା ଅଭିଭାବକ ମହାସଂଘ ଅସନ୍ତୋଷ ପ୍ରକାଶ କରିଛି । ବର୍ତ୍ତମାନ ସୁଦ୍ଧା ଏସ୍ସି-ଏସ୍ଟି ଛାତ୍ରଛାତ୍ରୀମାନେ ୫୦ ଟଙ୍କା ପରୀକ୍ଷା ‘ଫି’ ଦେଉଥିଲେ । କିନ୍ତୁ ବିଜ୍ଞପ୍ତି ଅନୁସାରେ ନୂତନ ନିୟମ ଆଧାରରେ ସେମାନେ ୧୨୦୦ ଶହ ଟଙ୍କା ଦେବାକୁ ପଡ଼ିବ । ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ପରୀକ୍ଷା ଫି ପୂର୍ବରୁ ୧୨୦୦ଟଙ୍କା ଦେଉଥିବା ବେଳେ ବର୍ତ୍ତମାନ ନୂତନ ନିୟମ ଅନୁସାରେ ୧୫ ଶହ ଟଙ୍କା ପୈଠ…
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ବିଜେପି ସାଂସଦମାନେ । ସୋମବାର ବିଜେପିର ସମସ୍ତ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହି ଯୋଜନାରେ ସାମିଲ ହେଲେ ଓଡ଼ିଶାର ୬୦ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଆୟୁଷ୍ମାନ ଯୋଜନାରେ ମାଗଣାରେ ପରିବାର ପିଛା ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସେବା ମିଳିବ । ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଓଡ଼ିଶାରୁ ଯାଇଥିବା ମୋଟ ୧୨ଜଣ ସାଂସଦଙ୍କ ସ୍ୱାକ୍ଷର ରହିଛି ।
ମୁମ୍ବାଇ ସ୍ଥିତ ବିର୍ଲା ମାତୁଶ୍ରୀ ସଭାଗାରରେ ଅନୁଷ୍ଠିତ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର 42 ତମ ବାର୍ଷିକ ସାଧାରଣ ବୈଠକ । ଏହି ବୈଠକରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଅଧ୍ୟକ୍ଷତା କରିଥିଲେ । ଭାରତ ଏବଂ ରିଲାଏନ୍ସର ଭବିଷ୍ୟତ ବର୍ତ୍ତମାନ ସମୟରେ ସବୁଠୁ ଉଜ୍ଜ୍ବଳ ଦେଖାଯାଉଛି ବୋଲି କହିଛନ୍ତି ମୁକେଶ ଅମ୍ବାନୀ । 2024 ସୁଦ୍ଧା ଭାରତକୁ ଏକ 5 ଟ୍ରିଲିୟନ୍ ଅର୍ଥନୀତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ଲକ୍ଷ୍ୟ ହାସଲ ଦିଗରେ ରିଲାଏନ୍ସର ବହୁତ ବଡ ଅବଦାନ ରହିବ ବୋଲି ମୁକେଶ ପ୍ରକାଶ କରିଛନ୍ତି । ଏହି ଅବସରରେ ମୁକେଶ ଅମ୍ବାନୀ ତୈଳ କମ୍ପାନୀଠାରୁ ନେଇ ଟେଲିକମ୍ ସେକ୍ଟର ସମ୍ବନ୍ଧିତ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ । ସାଉଦି ଆରବ ତୈଳ ରିଫାଇନାରୀ କମ୍ପାନୀ ଆରାମାକୋ ରିଲାଏନ୍ସ ତୈଳ ରିଫାଇନାରୀରେ 20 ପ୍ରତିଶତ ଅଂଶଧନ କିଣୁଥିବା ସମ୍ପର୍କରେ ଘୋଷଣା କରିଥିଲେ…
ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରେ ଅଘଟଣ ଘଟିଛି । ସମୁଦ୍ର ଭିତରେ ଥିବା କୋଷ୍ଟଗାର୍ଡ ଜାହାଜରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ସମୟରେ ଜାହାଜରେ ମୋଟ ୨୯ ଜଣ ରହିଥିଲେ । ଏହି ଜାହାଜରୁ ୨୮ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି । ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବିଶାଖାପାଟଣା ବନ୍ଦର ନିକଟରେ ଜାଗୁଆର୍ରେ ହଠାତ୍ ନିଆଁ ଲାଗି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ନିଆଁ ବ୍ୟାପିବାରେ ଲାଗିଥିଲା । ଶେଷରେ ଜାହାଜରେ ଥିବା କର୍ମଚାରୀମାନେ ନିଜକୁ ବଞ୍ଚାଇବାକୁ ଯାଇ ପାଣିକୁ ଡେଇଁ ପଡ଼ିଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଅନ୍ୟ ଏକ ବୋଟ୍ରେ କୋଷ୍ଟଗାର୍ଡ ପହଁଚିଥିଲେ । ପାଣିରେ ବୁଡ଼ିଥିବା ୨୮ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଜଣେ ଏବେବି ନିଖୋଜ ଅଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।

