ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ହାଇକୋର୍ଟର ୩ ଜଣିଆ କଲେଜିୟମ ବିଚାରପତିଙ୍କୁ ବିରୋଧ କରିଛି ହାଇକୋର୍ଟ ବାର ଆସୋସିଏସନ୍ । ଆସନ୍ତା ୨୬ ତାରିଖ ଯାଏଁ କଲେଜିୟମଙ୍କ କୋର୍ଟ ବର୍ଜନ କରିବାକୁ ଆଜି ବସିଥିବା ବାର ଆସୋସିଏସନ୍ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ଜୁନ ୨୬ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବାବଦରେ ସ୍ଥିର କରାଯିବ ବୋଲି ଜଣାପଡ଼ିଛି । ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ଟି ବିଚାରପତି ପଦ ଖାଲି ପଡ଼ିଛି । ବିଚାରପତି ପଦ ପାଇଁ କଲେଜିୟମ ସେମାନଙ୍କ ନାଁ ସୁପାରିଶ ନ କରି ବାହାର ଅନ୍ୟ ରାଜ୍ୟର ବିଚାରପତିଙ୍କ ନାଁକୁ ସୁପାରିଶ କରିଥିବାବେଳେ, ଏହାକୁ ତୀବ୍ର ବିରୋଧ କରିଛି ବାର୍ ଆସୋସିଏସନ୍ । ସଂଘ ଏ ବାବଦରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ଏହା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ସ୍ଥିର ହେବ…
Author: Samikhsya Bureau
ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିଆ ଓ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଅପକମିଙ୍ଗ ଫିଲ୍ମ ’ଜଓ୍ବାନୀ ଜାନେମାନ୍’ର ଶୁଟିଂ ଆରମ୍ଭ କରି ଦେଇଛନ୍ତି । ରବିବାର ଦିନ ଅନୁଷ୍ଠିତ ଆଇସିସି ଓ୍ବାଲ୍ଡ କପ୍ ୨୦୧୯ର ଭାରତ – ପାକିସ୍ତାନ ମ୍ୟାଚ୍ ଦେଖିବା ଅବସରରେ ଏକ ଫଟୋ ସେୟାର କରି ଟୁଇଟ୍ କରିଛନ୍ତି । ’ଲଣ୍ଡନ୍ଠାରେ ଓ୍ବାଲ୍ଡ କପ୍ ମ୍ୟାଚ୍ରେ ସୈଫ୍ ଅଲ୍ଲୀ ଖାନ୍ଙ୍କ ସହ ମୋ ଝିଅ ଆଲିଆ । ତାଙ୍କ ଡେବ୍ୟୁ ଫିଲ୍ମ ‘ଜଓ୍ବାନୀ ଜାନେମନ୍’ର ଶୁଟିଂ ଆରମ୍ଭ । ତାଙ୍କ ପିତା ଭୂମିକାରେ ମୁଁ ଓ ଆଜି ଫାଦର୍ସ ଡେ’ ଅବସରରେ ଏହି ଶୁଟିଂ ଆରମ୍ଭ ପାଇଁ ଶୁଭକାମନା’ ବୋଲି ଟୁଇଟ୍ କରିଛନ୍ତି । ନିତିନ୍ କକ୍କଡ୍ଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍ ଫିଲ୍ମ ଜରିଆରେ ଆଲିଆ ବଲିଉଡ୍ ଡେବ୍ୟୁ କରୁଥିବାବେଳେ ଏହି ଫିଲ୍ମରେ ତବୁ ମଧ୍ୟ ନଜର ଆସିବେ । ଫିଲ୍ମଟି ନଭେମ୍ବର ୨୯ ତାରିଖରେ ରିଲିଜ୍…
ବିହାରରେ ଲୁ ଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଲାଣି । ବିହାରର ଗୟାଠାରେ ଜିଲ୍ଲାଧିକାରୀ ଭୀଷଣ ଗରମରୁ ସାଧାରଣ ଜନତାଙ୍କୁ ଏହା କବଳରୁ ରକ୍ଷା କରିବା ପାଇଁ ଭିନ୍ନ ପଦକ୍ଷେପ ଆପଣାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଦେଇଛନ୍ତି । ଜିଲ୍ଲାଧିକାରୀ ଅଭିଷେକ ସିଂହ ରବିବାର ଦିନ ଜାରି କରିଥିବା ଏହି ଆଦେଶରେ କହିଛନ୍ତି ଲୁର ପ୍ରକୋପ ପୂର୍ବାହ୍ନ ୧୧ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବେଶ୍ ପରିଲକ୍ଷିତ ହେଉଛି । ଏହି ସମୟରେ ଦଣ୍ଡ ପ୍ରକ୍ରିୟା ସଂହିତା ଧାରା ୧୪୪ ଜାରି କରିବା ଦ୍ବାରା ଲୋକମାନେ ବାହାରକୁ ବାହାରିବେ ନାହିଁ । ଏହା ଦ୍ବାରା ଜିଲ୍ଲାରେ ହେଉଥିବା ନିର୍ମାଣ କାର୍ଯ୍ୟ ଦିନ ୧୧ଟାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବନ୍ଦ ରହିଛି । ଏହା ସହିତ ଶ୍ରମିକ ତଥା ଏହି ସମ୍ବନ୍ଧିତ କର୍ମୀମାନେ ମଧ୍ୟ ଲୁ ପ୍ରକୋପରୁ ବର୍ତ୍ତିପାରିବେ । ଏହା ସହିତ ମନରେଗା ଯୋଜନାରେ କରାଯାଉଥିବା କାର୍ଯ୍ୟ…
ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଆଜି ଜୟ-ବିଜୟ ମୂର୍ତ୍ତି ସ୍ଥାପନ କରାଯାଇଛି । ପ୍ରଳୟଙ୍କାରୀ ଫୋନି ପ୍ରଭାବରେସିଂହଦ୍ୱାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗିଯାଇଥିଲା ଶ୍ରୀମନ୍ଦିର ସିଂହଦ୍ୱାରରେ ଭାଙ୍ଗିଯାଇଥିବା ଜୟ ବିଜୟ ମୂର୍ତ୍ତି ଆଜି ଏଏସଆଇ ପକ୍ଷରୁ ଲଗାଯାଇଛି । ଏଏସ୍ଆଇ ପକ୍ଷରୁ ଖଣ୍ଡଲାଇଟ୍ ପଥରରେ ଏହା ନିର୍ମିତ କରାଯାଇଛି । ମୂର୍ତ୍ତିର ଉଚ୍ଚତା ୫ଫୁଟ ୧୦ଇଞ୍ଚ ଥିବା ବେଳେ ଓସାର ତିନି ଫୁଟ ରହିଛି । ଜୟବିଜୟଙ୍କୁ ମହାପ୍ରଭୁଙ୍କ ଦ୍ୱାରପାଳ ବୋଲି କୁହାଯାଏ।
ବିହାରରେ ମସ୍ତିଷ୍କ ଜ୍ବରରେ ଶିଶୁମୃତ ସଂଖ୍ୟା ୧୦୦ରୁ ଉର୍ଦ୍ଧ୍ବରେ ପହଞ୍ଚିଛି । ଇତିମଧ୍ୟରେ ମୁଜାପରଫର୍ ସିଜିଏମ୍ କୋର୍ଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଓ ବିହାରର ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେଙ୍କ ବିରୋଧରେ ମୋକଦ୍ଦମା ଦାଏର କରାଯାଇଛି । ସାମାଜିକ କାର୍ଯ୍ୟକର୍ତ୍ତା ତମନ୍ନା ହାସ୍ମୀଙ୍କ ତରଫରୁ କରାଯାଇଥିବା ଏହି ମାମଲାର ଶୁଣାଣି ଜୁନ୍ ୨୪ରେ ଶୁଣାଣୀ କରାଯିବ । ଗତ ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବିହାରର ମୁଜାଫରପୁର ଗସ୍ତ କରି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ । ତେବେ ଏହି ଜ୍ବରରେ ମୃତ ଶିଶୁ ସଂଖ୍ୟା ବଢିବା ସହିତ ରାଜ୍ୟ ସରକାରଙ୍କ ପାଇଁ ଏହି ପରିସ୍ଥିତି ବେଶ୍ ଅଣାୟତ୍ତ ହୋଇପଡିଛି ।
ଆଜି ୧୭ତମ ଲୋକସଭାର ପ୍ରଥମ ଦିନ । ସଂସଦରେ ବଜେଟ୍ ଅଧିବେଶନ୍ ଆରମ୍ଭ ହୋଇଯାଇଛି । ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି ସଂସଦରେ ଅନୁପସ୍ଥିତ ରହିଛନ୍ତି । ଚଳିତ ଥର ରାହୁଲ୍ ଆମେଠିରୁ ନୁହେଁ ବରଂ ଓ୍ବାୟନଡ଼ରୁ ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି । ଶୁଣିବାକୁ ମିଳିଛି ଯେ ରାହୁଲ୍ ଗାନ୍ଧି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଆଜି କଂଗ୍ରେସର ମହାସଚିବ ତଥା ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଓ ମାତା ସୋନିଆ ଗାନ୍ଧିଙ୍କ ସାକ୍ଷାତ କରିଛନ୍ତି । ତେବେ ସଂସଦରେ ଅନୁପସ୍ଥିତ ରହିବାର କାରଣ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ । ତେବେ ଏହାକୁ ନେଇ କଟାକ୍ଷ କରିଛି ବିଜେପି । ବିଜେପିର ଆଇଟି ସେଲ୍ ପ୍ରମୁଖ ଅମିତ୍ ମାଲବୀୟ ରାହୁଲ୍ ଗାନ୍ଧିକୁ ନେଇ ଏକ ଟୁଇଟ୍ କରିଛନ୍ତି ଯେ, ଲୋକସଭାର ପ୍ରଥମ ଅଧିବେସନରେ ରାହୁଲ୍ ଗାନ୍ଧି ସଂସଦରେ ଅନୁପସ୍ଥିତ ରହିବା, ଭାରତୀୟ ଲୋକତନ୍ତ୍ର ପ୍ରତି ତାଙ୍କର…
ପଶ୍ଚିମବଙ୍ଗର ଡାକ୍ତର ଆକ୍ରମଣ ମାମଲା ଏବେ ସୁପ୍ରିମ୍କୋର୍ଟରେ। ସୁପ୍ରିମ୍କୋର୍ଟ ସରକାରୀ ହସ୍ପିଟାଲର ଡାକ୍ତରଙ୍କ ସୁରକ୍ଷା ସମ୍ବନ୍ଧିତ ଯାଚିକା ଉପରେ ଆସନ୍ତା କାଲି ଶୁଣାଣୀ କରିବେ। ପଶ୍ଚିମବଙ୍ଗର ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ପରେ ଏହି ଯାଚିକା ଦାଏର କରାଯାଇଥିଲା। ପଶ୍ଚିମଙ୍ଗବରେ ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଏବେ ସପ୍ତମ ଦିନରେ ପହଞ୍ଚିଛି। ଡାକ୍ତରଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଇଣ୍ଡିଆନ୍ ମେଡ଼ିକାଲ୍ ଆସୋସିଏସନ୍ ମଧ୍ୟ ଆଜି ୨୪ ଘଣ୍ଟିଆ ଧର୍ମଘଟ କରିଛି। ଏପରି ହିଂସା ସୃଷ୍ଟିକାରୀ ଦୋଷୀଙ୍କ ବିରୋଧରେ ଦଣ୍ଡ ପ୍ରାବଧନକୁ କେନ୍ଦ୍ରୀୟ କାନୁନ୍ରେ ସାମିଲ୍ କରାଇବା ସହିତ ଏହି ସମ୍ପର୍କିତ ଆଇପିସି ଓ ସିଆରପିସିରେ ଉପଯୁକ୍ତ ସଂଶୋଧନ କରାଯିବା ଉପରେ ଦାବି କରିଛନ୍ତି ଡାକ୍ତର ସମୂହ। କେବଳ ପଶ୍ଚିମବଙ୍ଗରେ ନୁହେଁ, ଦେଶର ଭିନ୍ନ ଭିନ୍ନ ଜାଗାରେ ଏହାକୁ ପ୍ରତିବାଦ ଓ ନାରାବାଜି ଲାଗି ରହିଛି। ତେବେ ଡାକ୍ତରଙ୍କ ଏପରି ବିରୋଧ ପ୍ରଦର୍ଶନ ସିଧାସଳଖ ରୋଗୀଙ୍କ ଉପରେ ପଡୁଛି।
ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୋମବାର ଦିନ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ଗୁଳିବିନିମୟ ହୋଇଛି । ଉଭୟ ପଟୁ ହୋଇଥିବା ଏହି ଆକ୍ରମଣରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବାର ଜଣାପଡିଛି । ରାଷ୍ଟ୍ରୀୟ ରାଇଫଲ୍ସ୍ (ଆର୍ଆର୍) ଓ ରାଜ୍ୟ ପୁଲିସ୍ କର୍ମୀଙ୍କ ବିଶେଷ ଅଭିଯାନ ସମୂହ (ଏସ୍ଓଜି) ଦ୍ବାରା ଆତଙ୍କବାଦୀଙ୍କ ଉପସ୍ଥିତିର ସୂଚନା ମିଳିବା ପରେ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ପୁଲିସ୍ ଅଧିକାରୀଙ୍କ କହିବାନୁଯାୟୀ ଘେରାବନ୍ଦୀ ପରେ ଆତଙ୍କବାଦୀମାନେ ଗୁଳିବିନିମୟ ଆରମ୍ଭ କରିଥିଲେ । ତେବେ ଏହି ଆକ୍ରମଣରେ ଦୁଇଜଣ ସେନାର ଦୁଇଜଣ ଯବାନ ଓ ଜଣେ ସେନାଧିକାରୀ ଆହତ ହୋଇଛନ୍ତି । ଗତ ବୁଧବାର ଦିନ ଅନନ୍ତନାଗ୍ଠାରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ଭିତରେ ଗୁଳିବିନମୟରେ ସିଆରପିଏଫ୍ର ୫ଜଣ ଜବାନ୍ ଶହୀଦ୍ ହୋଇଥିବାବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।
ସୋମବାର ଦିନ ରାଜ୍ୟରେ ପ୍ରାକ୍ ବଜେଟ୍ ନେଇ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଷୋଡ଼ଶ ବିଧାନସଭାର ଅଧିବେସନ ଓ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଧକ୍ଷତା କରିଛନ୍ତି । ଏହି ବୈଠକରେ ରାଜ୍ୟର ବଜେଟ ଉପରେ ଆଲୋଚନା କରାଯାଉଛି । ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ , ଅର୍ଥ ସଚିବ ଓ ଅର୍ଥ ବିଷାରଦ ଉପସ୍ଥିତ ଅଛନ୍ତି । ଚଳିତ ବର୍ଷ ଅର୍ଥ ବିଭାଗ ରାଜ୍ୟ ବଜେଟ ନେଇ ସାଧାରଣ ଲୋକଙ୍କ ମତାମତ ଲୋଡ଼ିଥିଲା । ସେନେଇ ଅର୍ଥ ବିଭାଗକୁ ତିନି ହଜାରରୁ ଅଧିକ ମତାମତ ମିଳିଛି । ଆସନ୍ତା ଜୁନ ୨୫ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଷୋଡ଼ଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରଥମ ଅଧିବେଶନ ବସିବ । ଆସନ୍ତା ୨୮ ତାରିଖ ୨୦୧୯-୨୦ ଆର୍ଥିକ…
ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରଙ୍କ ଉପରେ ଆକ୍ରମଣ ନେଇ ସାରା ଦେଶରେ ଘୋର ଅସନ୍ତୋଷ ବଢି ଚାଲିଥିବାବେଳେ ଡାକ୍ତରମାନେ ସପ୍ତମ ଦିନ ଧରି ଧର୍ମଘଟ କରିଥିବାବେଳେ ତାଙ୍କୁ ଆଜି ସମର୍ଥନ କରିଛନ୍ତି ଆଇଏମ୍ଏସ୍ । ଆଜି ଇଣ୍ଡିଆନ୍ ମେଡ଼ିକାଲ୍ ଆସୋସିଏନ୍ ଆଜି ୨୪ ଘଣ୍ଟିଆ ଆନ୍ଦୋଳନ କରିଛନ୍ତି । ଇତିମଧ୍ୟରେ ଦିଲ୍ଲୀ ଏମ୍ସର ଜଣେ ଡାକ୍ତର ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ଆକ୍ରମଣର ଶିକାର ହୋଇଥିବା ସୂଚନା ରହିଛି। ଗତକାଲି ରାତିରେ ଡାକ୍ତର ଓ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ମାଡ଼ ପିଟ୍ ହୋଇଥିବା ଜଣାପଡ଼ିଛି। ଏହାପରେ ଆଇଏମଏର ଆନ୍ଦୋଳନରେ ଏମ୍ସ ଡାକ୍ତରମାନେ ସାମିଲ ହୋଇଛନ୍ତି। ପ୍ରଥମେ ଏମ୍ସ ଡାକ୍ତରମାନେ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ ମଧ୍ୟ ଧାରଣା ଦେବେ ନାହିଁ ବୋଲି କହିଥିଲେ। ତେବେ ଧମକର ଶିକାର ହୋଇଥିବା ଡାକ୍ତର ଜଣକ ଧାନାରେ ଏତଲା ଦେବା ସହିତ ସାଧାରଣ ବୈଠକ ଡ଼ାକି ଆଇଏମଏର ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି।
ସପ୍ତଦଶ ଲୋକସଭାର ପ୍ରଥମ ବଜେଟ ଅଧିବେଶନର ପ୍ରଥମଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ପି ଭାବେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦିଙ୍କ ପରେ ରାଜନାଥ ସିଂ ଏବଂ ତାଙ୍କ ପରେ ଅମିତ ଶାହ ଏମ୍ପି ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଦୁଇ ଦିନ ଧରି ଶପଥ ପାଠ ଅନୁଷ୍ଠିତ ହେବ । ଲୋକସଭା ଅଧ୍ୟକ୍ଷ ୧୯ ଜୁନ୍ରେ ନିର୍ବାଚିତ ହେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହରେ ଜୁନ୍ ୨୦ ତାରିଖରେ ଅଭିଭାଷଣ ରଖିବେ । ଓଡ଼ିଶାର ପ୍ରତାପ ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେଇଥିବାବେଳେ ଅନ୍ୟତମ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଆ ଭାଷାରେ ଶପଥ ଗ୍ରହଣ କରିଛନ୍ତି ।
ଲୋକସଭା ନିର୍ବାଚନ ପରେ ସଂସଦରେ ୧୭ତମ ଲୋକସଭାର ପ୍ରଥମ ମୌସୁମ ଅଧିବେଶନ ଆରମ୍ଭ ହୋଇଛି । ସ୍ବାଧୀନତା ପରେ ପ୍ରଥମଥର ଚଳିତ ଲୋକସଭା ନିର୍ବାଚନରେ ଅଧିକ ମହିଳା ତଥା ମହିଳା ସାଂସଦ ରହିଛନ୍ତି । ସେହିପରି ବହୁ ଦଶକ ପରେ କୌଣସି ଏକ ସରକାର ଦ୍ବିତୀୟ କାର୍ଯ୍ୟକାଳ ପାଇଁ ସ୍ପଷ୍ଟ ବହୁମତ ମଧ୍ୟ ହାସଲ କରିଛନ୍ତି । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ପ୍ରଥମ ଅଧିବେଶନ ଅବସରରେ ମୋଦି ସମସ୍ତ ରାଜନୈତିକ ଦଳଙ୍କୁ ସଂସଦର କାର୍ଯ୍ୟ ସୂଚାର ରୂପେ ସଂପାଦାନ କରିବା ପାଇଁ ସହଯୋଗ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ପରେ ନୂଆ ଲୋକସଭା ଗଠନ ପରେ ଆଜି ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ନୂଆ ସାଥୀଙ୍କ ସହିତ ପରିଚୟ ପାଇଁ ପୁଣି ଥରେ ଅବସର ମିଳିଛି । ନୂଆ ସ୍ବପ୍ନ ମଧ୍ୟ ରହିଛି । ବିରୋଧୀମାନେ ନମ୍ବର ଚିନ୍ତା ଛାଡି ଜନତାଙ୍କ ବିଭିନ୍ନ ପ୍ରସଙ୍ଗ…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାର ମାସ ରେ ତେର ପର୍ବ। ମଣିଷ ପରି ତାଙ୍କର ଦିନଚର୍ଯା । କିନ୍ତୁ ତାଙ୍କ ଗାଧେଇବାରେ ଥାଏ ବ୍ୟତିକ୍ରମ। ମହାସ୍ନାନ ପୂର୍ଣ୍ଣମୀରେ ମହାପ୍ରଭୁ କରନ୍ତି ମହାସ୍ନାନ । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବିଭିନ୍ନ ରୀତିନୀତି ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ମଙ୍ଗଳଆଳତି ପରେ ପ୍ରଥମେ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ ମହାପ୍ରଭୁ ବଳଭଦ୍ର ଓ ଚକ୍ରରାଜ ସୁଦର୍ଶନ। ପରେ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ ମହାପ୍ରଭୁ ବଳଭଦ୍ର ଓ ଚକ୍ରରାଜ ସୁଦର୍ଶନ। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଇଲମ, ତଡ଼ପଲାଗି ଓ ଅଧରପୋଛା ନୀତି ହେବ। ଏହା ସରିବା ପରେ ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟକ୍ଷସ୍ନାନ କରିବେ ମହାବାହୁ। ଏହାପରେ ଗଜପତି ମହାରାଜାଙ୍କ ଦ୍ୱାରା ଅନୁଷ୍ଠିତ ହେବ ଛେରାପହଁରା। ଅନ୍ୟାନ୍ୟ ପୂଜାନୀତି…
ଗତକାଲି ମାଞ୍ଚେଷ୍ଟରରେ ଖେଳାଯାଇଥିବା ଭରତ ବନାମ ପାକିସ୍ଥାନ ମ୍ୟାଚରେ ଭାରତର ବିଜୟ ପରେ ଟିମ ଇଣ୍ଡିଆକୁ ପ୍ରଶଂସକ ମାନେ ଅଭିବାଦନ ଜଣାଇଛନ୍ତି। ତେବେ ଟିମ ଇଣ୍ଡିଆର ବିଜୟକୁ ଉଚ୍ଛସିତ ପ୍ରଶଂସା କରିବା ସହିତ ଏହାକୁ ପାକିସ୍ଥାନ ବିପକ୍ଷରେ ଆଉ ଏକ ଷ୍ଟ୍ରାଇକ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ସେହିଭଳି ଅନ୍ୟନେତାମାନେ ମଧ୍ୟ ଭାରତୀୟ ଟିମର ପ୍ରଦର୍ଶନରେ ବହୁତ ଖୁସି ଅନୁଭବ କରି ଭବିଷ୍ୟତର ମ୍ୟାଚ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଅମିତ ଶାହା ଟୁଇଟ କରି ଲେଖିଛନ୍ତି, ପାକିସ୍ତାନ ଉପରେ ଟିମ ଇଣ୍ଡିଆ ଦ୍ୱାରା ଆଉ ଏକ ଷ୍ଟ୍ରାଇକ ଦେଖିବାକୁ ମିଳିଛି । ଫଳାଫଳ ପୂର୍ବଭଳି ରହିଛି । ପୂରା ଟିମକୁ ବହୁତ ଧନ୍ୟବାଦ । ଆପଣମାନଙ୍କର ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ସଂପୂର୍ଣ୍ଣ ରୂପେ ଟିମକୁ ଅଭିନନ୍ଦନ ଜଣାଉଛି ବୋଲି ଶାହା କହିଛନ୍ତି । ଭାରତର ପ୍ରତ୍ୟେକ ନାଗରିକ ଏହି ବିଜୟକୁ ନେଇ ଉତ୍ସାହିତ ଏବଂ ଗର୍ବ ଅନୁଭବ…
କେଦାର ମିଶ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକ ଜୀବନର ମହାଦେବତା । ତାଂକର ପୂଜା ବିଧାନ ଓ ଉପଚାରରେ ଲୋକ ଜୀବନର ପ୍ରଭାବ ପ୍ରଛନ୍ନ ଭାବେ ଦେଖିବାକୁ ମିଳେ। ସ୍ନାନ ପୂର୍ଣିମା ପରେ ମହାପ୍ରଭୁଂକ ଶ୍ରୀଅଂଗ ରେ ବାଧା ହୁଏ।ଲୋକାଚାର ରେ ଏହି ସମୟରେ ମହାପ୍ରଭୁଙ୍କୁ ଜ୍ବର ହୁଏ।ଓଡିଶାର ଜନଜୀବନରେ ଏହା ଅଣସର ସମୟ। ଗ୍ରୀଷ୍ମ ପରେ ବର୍ଷା ଆସୁଥିବାରୁ ପ୍ରଚଣ୍ଡ ଗୁଳୁଗୁଳିର ସମୟ। ସ୍ନାନ ମଣ୍ଡପରୁ ମହାସ୍ନାନ ସାରି ହାତୀ ବେଶରେ ଦର୍ଶନ ଦେବା ପରେ ଚତୁର୍ଦ୍ଧା ମୂର୍ତ୍ତି ଆଉ ରତ୍ନ ସିଂହାସନକୁ ନ ଫେରି ଅଣସର ଘର କୁ ବିଜେ କରନ୍ତି । ଅଣସର ବିଧି ପ୍ରାୟ ଗୋପନ। ଶ୍ରୀମନ୍ଦିରର ମୂଳ ସେବକ ଦଇତା ଓ ପତି ସେବକ ମାନେ ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଂକ ଶ୍ରୀଅଂଗ ଫିଟା ଓ ନବ ଯୌବନ ଲାଗି କରାଇଥାନ୍ତି ।ଅଣସର ସମୟରେ ଖାଲି ଥିବା ରତ୍ନ ସିଂହାସନରେ ପଟି ଦିଅ ଓ ଦଶାବତାର…
ସମୀକ୍ଷା ବ୍ୟୁରୋ ଭାରତ 89 ରନରେ ଜିତି ବିଶ୍ୱକପରେ ଆଉ ଏକ ବିଜୟ ସହ ପାକିସ୍ତାନକୁ ମୋଟ 7 ଟି ମ୍ୟାଚରୁ ସମସ୍ତ 7ଟି ମ୍ୟାଚ ଜିତି ଇତିହାସ ସୃଷ୍ଟି କରିଛି। ମାଞ୍ଚେଷ୍ଟରର ଓଲ୍ଡଟ୍ରାଫୋର୍ଡରେ ଖେଳାଯାଇଥିବା ବିଶ୍ବକପରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ କେ ଏଲ୍ ରାହୁଲ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତର ସ୍କୋର 5 ଓ୍ବିକେଟ ହରାଇ 336 ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 140 ରନ୍ ସଂଗ୍ରହ କରିଥିଲେ । ରୋହିତ 113 ବଲ୍ରୁ 14ଟି ଚୌକା 3ଟି ଛକ୍କା ସହିତ 140 ରନ୍ ସଂଗ୍ରହ କରିଥିଲେ । ଲୋକେଶ ରାହୁଲ୍ 57 ରନ୍ ସଂଗ୍ରହ କରିଥିବା ବେଳେ କୋହଲି 77 ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ । ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂର…
ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି । ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗର ଜୁନିଅର ଡାକ୍ତରମାନେ ଧର୍ମଘଟ କରିଛନ୍ତି । ଏହି ଧର୍ମଘଟକୁ ସମର୍ଥନ କରିଛି ଭାରତୀୟ ଡାକ୍ତର ସଂଘ । ସୋମବାର ଦିନ ଦେଶବ୍ୟାପୀ ୨୪ ଘଣ୍ଟ ଧର୍ମଘଟ କରିବାର ଘୋଷଣା କରାଯାଇଛି । ଏହାଦ୍ବାରା ସକାଳ ୬ଟାରୁ୨୪ ଘଣ୍ଟା ପାଇଁ ବହିଃଚିକିତ୍ସା ବନ୍ଦ ରହିବ। ସକାଳ ୧୦ଟାରୁ ଦିଲ୍ଲୀସ୍ଥିତ ଆଇଏମ୍ଏ୍ ମୁଖ୍ୟାଳୟରେ ଧାରଣା କରିବେ ବୋଲି ସୂଚନା ରହିଛି । ଆଇଏମ୍ଏର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜନ ଶର୍ମା କହିଛନ୍ତି ଯେ, ପ୍ରଥମଥର କର୍ପୋରେଟ୍ ହସ୍ପିଟାଲ୍ ଏହି ଧର୍ମଘଟରେ ସାମିଲ୍ ହେଉଛି । ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ଏମ୍ ଓ ସଫଦରଗଞ୍ଜର ଘରୋଇ ଡାକ୍ତରଙ୍କୁ ମଧ୍ୟ ଏହି ଆନ୍ଦୋଳନରେ ସାମିଲ୍ କରିବା ପାଇଁ ଅପିଲ୍ କରାଯାଇଛି । ତେବେ ଗତକାଲି ମମତା ବାନାର୍ଜୀ ଡାକ୍ତରଙ୍କ ସମସ୍ତ ଦାବିକୁ ମାନିନେବା ସହିତ ଧର୍ମଘଟ ପ୍ରତ୍ୟାହାର କରିବାକୁ…
ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ଛକ୍କା ମାରିବାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ 113 ବଲ୍ରୁ 3ଟି ଛକ୍କା ଏବଂ 14ଟି ଚୌକା ସହିତ 140 ରନ୍ର ଇନିଂସ ଖେଳିଥିଲେ । ଏହି ଇନିଂସରେ ରୋହିତ ଏକ ରେକର୍ଡ ବୁକ୍ରେ ନିଜ ନାମ ସାମିଲ କରିଛନ୍ତି । ନିଜର ଏହି ଇନିଂସ ସହାୟତାରେ ରୋହିତ ମହେନ୍ଦ୍ର ସିଂ ଧୋନୀଙ୍କୁ ଅତିକ୍ରମ କରିଛନ୍ତି । ଧୋନୀ 355ଟି ଛକ୍କା ମାରିଥିବା ବେଳେ ରୋହିତ 356ଟି ଛକ୍କା ସହିତ ତାଙ୍କୁ ଅତିକ୍ରମ କରିଛନ୍ତି । ସର୍ବାଧିକ ଛକ୍କା ମାରିଥିବା ଭାରତୀୟ : ରୋହିତ ଶର୍ମା : 356 ଏମ୍ ଏସ୍ ଧୋନୀ : 355 ସଚିନ୍ ତେନ୍ଦୁଲକର : 264 ଯୁବରାଜ ସିଂ : 251 ସୌରଭ ଗାଙ୍ଗୁଲି : 247 ବୀରେନ୍ଦ୍ର ସେହ୍ବାଗ : 243
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ’ଏକ ଦେଶ, ଏକ ନିର୍ବାଚନ’ ବିଷୟକୁ ନେଇ ସମସ୍ତ ରାଜନୈତିକ ଦଳର ଲୋକସଭା ଓ ରାଜ୍ୟସଭାରେ ପ୍ରତିନିଧିତ୍ବ କରୁଥିବା ଅଧ୍ୟକ୍ଷଙ୍କ ସହ ୧୯ ତାରିଖରେ ବୈଠକ କରିବେ ବୋଲି ସୂଚନା ରହିଛି । ଏତଦ୍ ବ୍ୟତୀତ ଜୁନ ୨୦ରେ ଲୋକସଭା ଏବଂ ରାଜ୍ୟସଭାର ସାଂସଦଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଛି । ଏହି ସମ୍ପର୍କରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରବିବାର ଦିନ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୧୯ରେ ଏକ ବୈଠକ କରି ଏକ ଦେଶ ଏକ ନିର୍ବାଚନ ଏବଂ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସହିତ ବହୁ ମହତ୍ତ୍ବପୂର୍ଣ୍ଣ ମାମଲାରେ ଚର୍ଚ୍ଚା କରିବେ ବୋଲି ଜଣାପଡିଛି । ସେ ସଂସଦରେ ଏକ ଦଳୀୟ ଭାବନା ଆଣିବାକୁ ଚାହୁଁଛନ୍ତି । ତେଣୁ ଏହି ବୈଠକର…
ପାକିସ୍ତାନ ନିକଟରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପକ୍ଷରୁ ଦୁଇ ଓପ୍ନର ଦୃଢ ବ୍ୟାଟିଂ କରିଛନ୍ତି । ଭାରତ ପକ୍ଷରୁ ଦୁଇ ଓପ୍ନର ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୁଇ ଓପ୍ନର 24 ଓଭର ଶେଷ ସୁଦ୍ଧା 136 ରନ୍ ସଂଗ୍ରହ କରିଛନ୍ତି । ରୋହିତ ଶର୍ମା 65 ବଲ୍ରୁ ନିଜର 75 ରନ୍ ସଂଗ୍ରହ କରିଥିବା ବେଳେ କେ ଏଲ୍ ରାହୁଲ 75 ବଲ୍ର ସାମ୍ନା କରି 57 ରନ୍ରେ ବ୍ୟାଟିଂ କରୁଛନ୍ତି । ଏହି ଦୁଇ ଜଣଙ୍କ ବ୍ୟାଟିଂ ବଳରେ ଭାରତ ପ୍ରଥମ ଓ୍ବିକେଟରେ 136 ରନ୍ ଯୋଡିଥିଲେ । ରାହୁଲ୍ 75 ବଲ୍ରୁ 3 ଚୌକା ଏବଂ 2 ଛକ୍କା ସହାୟତାରେ 57 ରନ୍ ସଂଗ୍ରହ କରି ଓ୍ବାହାବ ରିଆଜ୍ଙ୍କ ବଲ୍ରେ ଆଉଟ ହୋଇଥିଲେ ।
ଆଉ ପାଞ୍ଚ ଦିନ ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ । ଆରବ ସାଗରରେ ବାତ୍ୟା ‘ବାୟୁ’ ପାଇଁ ମୌସୁମୀ ଓଡ଼ିଶା ଆସିବାକୁ ବିଳମ୍ବ ହେଉଛି ବୋଲି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ରହିଛି । ତେବେ ୪ ଦିନରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ସକ୍ରିୟ ହେବ ମୌସୁମୀ । ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ରହିଛି । ଜୁନ୍ ୮ ତାରିଖରେ ମୌସୁମୀ କେରଳ ଛୁଇଁଥିବାବେଳେ ଓଡ଼ିଶାକୁ ସପ୍ତାହେ ବିଳମ୍ବରେ ଆସିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଥିଲା ।

