Author: Samikhsya Bureau

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପୁନର୍ବାର ରାଜ୍ୟସଭା ଯିବା ସ୍ପଷ୍ଟ ହୋଇଛି । ଚଳିତ ଜୁନ୍‌ରେ ସିଂଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଆସନ୍ତା 13 ତାରିଖରେ ସେ ପୁନର୍ବାର ନାମାଙ୍କନ ଦାଖଲ କରିବା ସ୍ପଷ୍ଟ ହୋଇଛି । ପ୍ରାପ୍ତ ସୂଚନା ମୁତାବକ ସିଂ ରାଜସ୍ଥାନରୁ ସଂସଦକୁ ଯିବେ । ବିଜେପି ରାଜ୍ୟସଭା ସାଂସଦ ମଦନ ଲାଲ ସାଇନିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । ଜୁନ୍‌ 24ରେ ସାଇନିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । 1991ରୁ 2019 ମଧ୍ୟରେ ଆସାମରୁ 5 ଥର ସାଂସଦ ରହିଥିବା ସିଂ ଶେଷରେ ରାଜସ୍ଥାନରୁ ରାଜ୍ୟସଭାକୁ ମନୋନୀତ ହେବାକୁ ଯାଉଛନ୍ତି । ଅଗଷ୍ଟ 7ରେ ନିର୍ବାଚନ ବିଜ୍ଞପ୍ତି ବାହାରିଥିବା ବେଳେ ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ 14 ରହିଛି । 26 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ସହିତ ସମାନ…

Read More

ପୁଅବୋହୂଙ୍କ ମାଡ଼ରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଘଷିପୁରା ଗାଁରେ। ଆହତ ବୃଦ୍ଧଙ୍କ ନାଁ ବଳରାମ ସାହୁ (60)। ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଳରାମଙ୍କ ତିନି ପୁଅ ଅଛନ୍ତି। ହେଲେ ଦୀର୍ଘ ଦିନ ହେବ ସେମାନଙ୍କ ମଧ୍ୟରେ ଘର ଭଡ଼ା ଟଙ୍କାକୁ ନେଇ ଝଗଡ଼ା ଲାଗି ରହୁଥିଲା। ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ହେଲେ ପରେ ସମସ୍ତଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇ ଘଟଣାର ସମାଧାନ ହୋଇଥିଲା। ତେବେ ଆଜି ସକାଳେ ବଳରାମ ଘର ଭିତରେ ଥିବା ବେଳେ ତାଙ୍କ ମଝିଆ ପୁଅ ଭୀମ ଓ ବୋହୂ ତିଳୋତ୍ତମା ତାଙ୍କୁ ଘରୁ ଘୋଷାରି ଆଣି ବଳରାମଙ୍କ ମୁଣ୍ଡକୁ ଜୋରରେ ବାଡ଼େଇଥିଲେ।

Read More

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଗତକାଲି ଖୋର୍ଦ୍ଧାରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ୍‌ କରିଥିବା ବେଳେ ଆଜି ଏହା ଉପରେ ଉଭୟ ଦଳର ବରିଷ୍ଠ ନେତା ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ପକ୍ଷରୁ ଶଶୀଭୂଷଣ ବେହେରା ଏବଂ କଂଗ୍ରେସ ପକ୍ଷରୁ ସୁର ରାଉତରାୟ ନିଜର ଜବାବ ରଖିଛନ୍ତି । କାଳିଆ ଯୋଜନାକୁ ସମାଲୋଚନାକୁ ନେଇ ଶଶୀ କହିଛନ୍ତି, ‘କାଳିଆ’ରେ ଥିବା ତ୍ରୁଟି ବିଚ୍ୟୁତିକୁ ସରକାର ସଜାଡୁଛନ୍ତି, ସରକାରଙ୍କ କାଳିଆ ଯୋଜନାକୁ ସମସ୍ତେ ପ୍ରଶଂସା କରୁଛନ୍ତି, ଜନ ସମର୍ଥନ ହିଁ ପ୍ରମାଣ କରୁଛି ବିଜେଡି କେତେ ଲୋକପ୍ରିୟ । ସେହିପରି ସୁର ରାଉତରାୟ କହିଛନ୍ତି ବିଜେପି କୌଣସି ବିକାଶମୂଳକ କାର୍ଯ୍ୟ କରିନାହାନ୍ତି କେବଳ କଂଗ୍ରେସ ସମୟରେ ହିଁ ବିକାଶ ହୋଇଛି । କଂଗ୍ରେସରେ ବଂଶବାଦ ପ୍ରସଙ୍ଗର ବାସ୍ତବତା ନାହିଁ, କେବଳ ଗାନ୍ଧି ପରିବାର ପାଇଁ ଦେଶ ତିଷ୍ଟି ପାରିଛି, ସୋନିଆ ଗାନ୍ଧି ଦାୟିତ୍ବ…

Read More

ଥାଇଲାଣ୍ଡରେ ଅଟକ ଥିବା 10 ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମଧ୍ୟରୁ 7 ଜଣ ଭାରତକୁ ଫେରିଛନ୍ତି । ବିମାନ ଯୋଗେ ସେମାନେ କୋଲକାତାରେ ପହଞ୍ଚିଛନ୍ତି । ଆଜି ସନ୍ଧ୍ୟାରେ ସେମାନେ ଟ୍ରେନ୍‌ ଯୋଗେ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ଓଡ଼ିଶାରୁ 10 ଜଣ ଓଡ଼ିଆ ପର୍ଯ୍ୟଟକ ରାଜଗାଙ୍ଗପୁରର ଜଣେ ଏଜେଣ୍ଟଙ୍କ ଜରିଆରେ ଥାଇଲାଣ୍ଡ ବୁଲିବାକୁ ଯାଇଥିଲେ । ମାତ୍ର ସେଠାରେ ସେମାନଙ୍କ ସହିତ 50 ଜଣ ଭାରତୀୟ ପର୍ଯ୍ୟଟକଙ୍କ ଅଟକ ରଖାଯାଇଥିଲା । 50ରୁ ଉର୍ଦ୍ଧ୍ୱ ଭାରତୀୟ ଥାଇଲାଣ୍ଡରେ ଅଟକ ଥିବା ନେଇ ଟ୍ଵିଟ ମାଧ୍ୟମରେ ବହୁ ପର୍ଯ୍ୟଟକ ସୂଚନା ଦେଇଥିଲେ । ଅଟକ ଭାରତୀୟଙ୍କ ମଧ୍ୟରେ 10 ଜଣ ଓଡ଼ିଆ ଅଛନ୍ତି । ସେମାନଙ୍କୁ ତୁରନ୍ତ ସହାୟତା ପାଇଁ ଭାରତର ବୈଦେଶିକ ମନ୍ତ୍ରାଳୟକୁ ନିବେଦନ କରିଥିଲେ ।

Read More

ଜମ୍ମୁ କାଶ୍ମୀରରେ ଅବସ୍ଥାର ସ୍ଥିର ରହିଥିବା ନେଇ ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । କାଶ୍ମୀରରେ ହିଂସାକାଣ୍ଡ ଚାଲିଛି ଏବଂ ପୋଲିସ୍‌ ପକ୍ଷରୁ ନିୟମିତ ଭାବରେ ସାଧାରଣ ଜନତାଙ୍କ ଉପରେ ଗୁଳିଚାଳନା କରାଯାଉଥିବା ନେଇ ରାହୁଲଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ପ୍ରକାଶ କରିଛି ଜମ୍ମୁ କାଶ୍ମୀର ପୋଲିସ୍‌ । ଜମ୍ମୁ କାଶ୍ମୀର ପୋଲିସ୍‌ ଡିଜିପି ଦିଲବାଗ ସିଂ ଏକ ଟ୍ବିଟ୍‌ କରି ଏହା ସ୍ପଷ୍ଟ କରିଛନ୍ତି । ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ଜମ୍ମୁ କାଶ୍ମୀର ପୋଲିସ୍‌ ଏହି ସୂଚନା ପ୍ରଦାନ କରିବା ସହିତ ରାହୁଲ୍‌ଙ୍କ ଉକ୍ତିକୁ ଖଣ୍ଡନ କରିଛି । ଗାନ୍ଧୀଙ୍କ ମନ୍ତବ୍ୟର କିଛି ସମୟ ମଧ୍ୟରେ ଶ୍ରୀନଗର ପୋଲିସ୍‌ ପକ୍ଷରୁ ଏହି ଟ୍ବିଟ୍‌ କରାଯାଇଥିଲା । ସେହିପରି ଅନ୍ୟତମ ବରିଷ୍ଠ ପୋଲିସ୍‌ ଅଫିସର ବି ଭି ଆର ସୁବ୍ରମଣ୍ୟମ କହିଛନ୍ତି ଗୁଜବ ଉପରେ ଧ୍ୟାନ ନଦେଇ ସାଧାରଣ ଜନତା ନିଜର ଜୀବିକା ନିର୍ବାହ କରିବା ଉଚିତ୍‌ ବୋଲି କହିଛନ୍ତି…

Read More

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଧିରେ ଧିରେ ସମ୍ବଲପୁର ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ରବିବାର ସକାଳ 6ଟା ସୁଦ୍ଧା ଜଳ ଭଣ୍ଡାରରେ 613.52 ଫୁଟ୍‌ ଯାଏଁ ଜଳ ସ୍ତର ରହିଛି । ଭଣ୍ଡାରକୁ 1 ଲକ୍ଷ 46 ହଜାର 686 ଘନ ଫୁଟ୍‌ ଜଳ ପ୍ରବେଶ କରୁଥିବାବେଳେ 14 ହଜାର 280 ଘନ ଫୁଟ୍‌ ଜଳ ନିଷ୍କାସିତ ହେଉଛି । ତେବେ ଭଣ୍ଡାରରେ ଏଭଳି ଜଳ ସ୍ତର ବୃଦ୍ଧି ପାଏ ଆସନ୍ତା ଅଗଷ୍ଟ 14 ଦିନ 11ଟାରେ ଡ୍ୟାମ୍‌ରୁ ଜଳ ଛଡ଼ା ଯିବ ବୋଲି ସୂଚନା ଦିଆଯାଇଛି ।ଏଠାରେ ଉଲ୍ଲେଖ ଯୋଗ୍ୟ, ଏଠାରେ ଉଲ୍ଲେଖ ଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ଥିବା ବେଳେ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଛି ।

Read More

ଲିବ୍ୟାରେ ଏକ ଭୟଙ୍କର କାର ବୋମା ବିସ୍ଫୋରଣ ଘଟିଛି । ଶନିବାର ଘଟିଥିବା ଏକ ବିସ୍ଫୋରଣରେ 3 ଜଣ ପ୍ରାଣ ହରାଇଛନ୍ତି । ଏକ ସପିଂ ମଲ୍‌ର ବାହାରେ ଏହି ବିସ୍ଫୋରଣ ଘଟିଥିଲା । ବେନ୍‌ଘାଜିର ଏକ ସପିଂ ମଲ୍‌ର ବାହାରେ ଏହି ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ 9 ଜଣ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୋମବାର ମହରମ୍‌ ରହିଥିବାରୁ ରାଜଧାନୀ ଟ୍ରିପୋଲିରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ନିହତଙ୍କ ମଧ୍ୟରେ ଜଣେ ଲିବ୍ୟା ନାଗରିକ ରହିଥିବା ବେଳେ ଅନ୍ୟ ଜଣେ ଫୁଜି ନାଗରିକ ଥିବା ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

Read More

ଭୀମା ନନ୍ଦ ଓଡ଼ିଶା ଜନଜୀବନରେ ଯାତ୍ରା ଏକ ସ୍ବତନ୍ତ୍ର ପରିଚୟ ରଖିଛି । ଯାତ୍ରାରେ ପ୍ରଦର୍ଶିତ ହେଉଥିବା କାହାଣୀଗୁଡ଼ିକ ଜନ ଜୀବନର କାହାଣୀ ଦ୍ବାରା ପ୍ରଭାବିତ ହୋଇଥାଏ । ଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥାଏ ଏହାର ସଂଳାପ ଓ ନୃତ୍ୟ ଗୀତ । ଆଜି ବି ଓଡ଼ିଶାର ସବୁ ମେଳା ମହୋତ୍ସବରେ ଯାତ୍ରା ଦଳଗୁଡ଼ିକ ନିଜର ନାଟକ ପ୍ରଦର୍ଶନ କରିଥା’ନ୍ତି । ଓଡ଼ିଶାରେ ଲୋକପ୍ରିୟ ଯାତ୍ରା ଦଳ ଭିତରେ ରଙ୍ଗମହଲ ବେଶ୍ ପରିଚିତ । ରଙ୍ଗମହଲ ପ୍ରଥମ ଥର ପାଇଁ ଓଡିଶା ଯାତ୍ରା ଜଗତରେ ବିଗ୍ ବଜେଟ୍ ଯାତ୍ରା ପ୍ରସ୍ତୁତ କରିଛି । ଚଳିତ ବର୍ଷ ପାଇଁ ରଙ୍ଗମହଲ ନୂଆ ତଥା ଅଭିଜ୍ଞ କଳାକାରଙ୍କୁ ନେଇ ନୂତନ ଚିନ୍ତାଧାରର ନାଟକମାନ ପ୍ରସ୍ତୁତ କରିଛି । ୨୦୧୯-୨୦ ପାଇଁ ରଙ୍ଗମହଲ ନୂତନ କାହାଣୀ, ଦମଦାର୍ ସଂଳାପ, ଆକର୍ଷଣୀୟ ନୃତ୍ୟଠାରୁ ଆରମ୍ଭ କରି ମଞ୍ଚସଜ୍ଜା ଓ ଆଲୋକକୁ ବେଶ୍ ଗୁରୁତ୍ବ ଦେଉଛି । ଚଳିତ…

Read More

ଚୀନ୍‌ରେ ସାମୁଦ୍ରିକ ଝଡ ଟାଇଫୁନ୍‌ ତାଣ୍ଡବ ମଚାଇଛି । ଏହି ଝଡରେ 28 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 20 ଜଣ ନିଖୋଜ ହୋଇଛନ୍ତି । ସାଙ୍ଘାଇରୁ 300 କିମି ଦୂରରେ ରହିଥିବା ଓ୍ବେନ୍‌ଲିଙ୍ଗ ସହରରେ ଏହି ଝଡ ତାଣ୍ଡବ ମଚାଇଥିଲା । ଝଡ ପରେ ଏକ ଭୂସ୍ଖଳନରେ ଏହି ପ୍ରାଣହାନି ଘଟିଥିଲା । ଶନିବାର ରାତି 1.45ରେ ଏହି ଝଡ ଭୂପୃଷ୍ଠକୁ ଛୁଇଁଥିଲା । ଓ୍ବେନ୍‌ଝୋଉରେ ଏକ 30 ଫୁଟର ମାଟି ଅତଡା ଖସି ପଡିଥିଲା । ମାଟି ତଳେ 120 ଜଣ ବ୍ୟକ୍ତି ଚାପି ହୋଇ ରହିଛନ୍ତି ବୋଲି ଚୀନ୍‌ ଭୂତତ୍ତ୍ବବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଲେକିମା ନାମରେ ନାମିତ ଏହି ଝଡ କାରଣରୁ 323ଟି ବିମାନର ଉଡାଣ ବାତିଲ ହୋଇଥିବା ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ସନ୍ତାନ ପାଳନ ଅବକାଶ ବା ଚାଇଲ୍ଡ କେୟାର ଲିଭ (ସିସିଏଲ) ଲାଭର ବିସ୍ତାର ଏବଂ ପ୍ରତିରକ୍ଷା ବଳର ମହିଳା ଅଧିକାରୀମାନଙ୍କ ପାଇଁ ସିସିଏଲ ପ୍ରାବଧାନରେ କିଛି ଅଧିକ ଛୁଟି ପ୍ରଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଘୋଷଣା କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର ଆଦେଶ ଅନୁରୂପ କରାଯାଇଛି । ବର୍ତମାନର ପ୍ରତିରକ୍ଷା ବଳରେ ମହିଳା ଅଧିକାରୀମାନଙ୍କୁ ସିସିଏଲ ପ୍ରଦାନ କରାଯାଉଛି । ନିକଟରେ ଡିଓପିଟି କର୍ମଚାରୀମାନଙ୍କୁ ସିସିଏଲ ପ୍ରଦାନ କରିବା ବାବଦରେ କିଛି ସଂଶୋଧନ କରିଛି, ଯାହା ଅନ୍ତର୍ଗତ ଏପର୍ଯ୍ୟନ୍ତ ମହିଳା କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ସିସିଏଲକୁ ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଛି । ସିସିଏଲର ଲାଭ ନେବା ଉଦ୍ଦେଶ୍ୟରେ ୪୦ ପ୍ରତିଶତ ଦିବ୍ୟାଙ୍ଗ ପିଲାମାନଙ୍କ ମାମଲାରେ ପୂର୍ବରୁ ନିର୍ଦ୍ଧାରିତ ୨୨ ବର୍ଷର ଆୟୁ…

Read More

 ସମୀକ୍ଷା ବ୍ୟୁରୋ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସ୍ୱର୍ଗତାଃ ସୁଷମା ସ୍ୱରାଜଙ୍କ ବିୟୋଗରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଶ୍ରନ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି । ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦ ପୁଷ୍ପ ଗୁଚ୍ଛ ଦେଇ ସ୍ୱର୍ଗତାଃ ସୁଷମାଜୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ । ଜଣେ ନାରୀ ନେତ୍ରୀ, ଜଣେ ସାଂସଦ ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ସୁଷମା ସ୍ୱରାଜଜୀଙ୍କ କାର୍ଯ୍ୟଦକ୍ଷତା ଏବଂ ଦୂରଦୃଷ୍ଟି ସମଗ୍ର ଭାରତବାସୀଙ୍କୁ ଆକର୍ଷିତ କରୁଥିଲା । ଭାରତୀୟ ରାଜନୀତିରେ ସ୍ୱର୍ଗତାଃ ସୁଷମାଜୀଙ୍କ ଅବଦାନ ଅତୁଳନୀୟ ଥିଲା । ଉଭୟ କୁଟନୀତି ଓ ରାଜନୀତୀରେ ସେ ପୂରା ପାରଙ୍ଗମ ଥିଲେ । ସୁଷମା ସ୍ୱରାଜଜୀ ନାରୀ ଜାତିର ଏକ ମୁର୍ତୀମନ୍ତ ପ୍ରତୀକ ଭାବେ ନିଜକୁ ପ୍ରତିପାଦନ କରୁଥିଲେ…

Read More

ଆଜି ରାଜ୍ୟର 6 ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଦିନ 11.30 ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର । ଏହି ସମୟରେ ସତର୍କ ରହିବା ସହ ଘରୁ ବାହାରକୁ ନ ବାହାରିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ଆସନ୍ତା 12 ତାରିଖରେ ଲଘୁଚାପ ହେବାର ସମ୍ଭାବନା ରହିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବା ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ଆଜି ଦିନ ତମାମ କଂଗ୍ରେସ କାର୍ଯ୍ୟକାରୀଣି କମିଟ ବୈଠକରେ କସରତ ପରେ ସୋନିଆ ଗାନ୍ଧିଙ୍କୁ ଅନ୍ତରିଣ ସଭାପତି ଭାବେ ନିର୍ବାଚିତ କରାଯାଇଛି। କଂଗ୍ରେସ କାର୍ଯ୍ୟାଳୟରେ ବସିଥିବା ଏହି କମିଟ ବୈଠକରେ ଏପରି ନିଷ୍ପତି କରାଯାଇଛି ବୋଲି ବରିଷ୍ଠ ନେତା ଗୁଲାମନବୀ ଆଜାଦ କହିଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ପ୍ରଥମେ ରାହୁଳ ଗାନ୍ଧୀଙ୍କୁ ପୁଣି ଥରେ ସଭାପତି ହେବା ପାଇଁ ଅନୁରୋଧ କରାଯାଇଥିଲା। ହେଲେ ସେ ସଭାପତି ହେବେ ନାହିଁ ବୋଲି ପୁଣି ଥରେ ମନା କରିଦେଲେ। ଏହାପରେ କାର୍ଯ୍ୟକାରିଣୀ କମିଟ, ସଭାପତି ବାଛିବା ପାଇଁ ଏକ କମିଟ ଗଠନ କରାଗଲା। ଆଉ ସେହି କମିଟରେ ସୋନିଆ ରାହୁଳ ଏବଂ ପ୍ରିୟଙ୍କାଙ୍କ ସହିତ ଅନ୍ୟମାନେ ରହିବେ ବୋଲି ଘୋଷଣା କରାଗଲା। ହେଲେ ଶେଷ ମୂହୁର୍ତ୍ତରେ ଏହି କମିଟରେ ଗାନ୍ଧି ପରିବାରର କେହି ରହିବେ ନାହିଁ ବୋଲି ରାହୁଳ କହିଲେ। ତାପରେ ପୁଣି ଥରେ କସରତ ଆରମ୍ଭ ହେଲା କିଏ ହେବ…

Read More

ସମୀକ୍ଷା ବ୍ୟୁରୋ କିଛି ଦିନ ତଳେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସେଚ୍ଛାକୃତ ଅବସର ନେଇ ଲୋକାୟୁକ୍ତର ସଦସ୍ୟ ଭାବେ ଯୋଗଦେଲେ।  । ତାଙ୍କ ସ୍ଥାନରେ ଆସ୍ଥାୟୀ ଭାବେ ବିଜୟ ଶର୍ମାଙ୍କୁ ପୋଲିସ ଡିଜି ଭାବେ ନିଯୁକ୍ତି ଦିଆଗଲା। ରାଜେନ୍ଦ୍ର ପ୍ରସାଦଙ୍କ ଅବସର ସମୟ ବାକି ଥିବା ବେଳେ ସେ ଲୋକାୟୁକ୍ତ ଯିବା ପାଇଁ ସେଚ୍ଛାକୃତ ଅବସର ନେଲେ। ଠିକ୍ ସେହି ଢାଞ୍ଚାରେ ଓଡିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ବଦଳିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତାଙ୍କର କାର୍ଯ୍ୟକାଳ ଆହୁରି ଏକ ବର୍ଷରୁ କମ ସମୟ ଥିଲେ ମଧ୍ୟ ସେ କାହିଁକି ଇସ୍ତଫା ଦେବେ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ଗୁଡ ବୁକ୍ ରେ ରାଜେନ୍ଦ୍ର ପ୍ରସାଦଙ୍କ ପରି ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ଅଛନ୍ତି। ହେଲେ ତାଙ୍କର କାର୍ଯ୍ୟକାଳ ପୁରିବା ଆଗରୁ ସେ ଏପରି କାହିଁକି ପଦକ୍ଷେପ ନେଉଛନ୍ତି ଏବଂ…

Read More

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ସଦସ୍ୟତା ଅଭିଯାନର ମୁଖ୍ୟ ଶିବରାଜ ସିଂହ ଚୌହ୍ୱାନ ଆଜି ଖୋର୍ଦ୍ଧାର ସଦସ୍ୟତା ଅଭିଯାନରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରିଛନ୍ତି । କର୍ମୀମାନଙ୍କୁ ସମ୍ବୋଧନ କରିବା ସମୟରେ ସେ କଂଗ୍ରେସ ଉପରେ ଜୋରଦାର ବର୍ଷିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ନବୀନ ଶାସନର ମୁଖା ପିନ୍ଧିଥିବା ବେଳେ ପାଣ୍ଡିଆନ ଶାସନ କରୁଛନ୍ତି ବୋଲି ଶିବରାଜ କହିଛନ୍ତି । 20 ବଷର୍ର ଶାସନ ପରେବି ନବୀନ ଆଜି ଓଡିଆ କହିପାରୁ ନାହାଁନ୍ତି । ନବୀନଙ୍କ ସ୍ଥାନରେ ଗୋଟିଏ ପଥର ଥୋଇଦେଲେ ସିଏ ଓଡିଆ କହି ଜାଣନ୍ତାଣି । ରାଜ୍ୟର ସ୍ଥିତି ସାରା ଭାରତ ବର୍ଷରେ ଶେଷରେ ରହିଛି । ତେଣୁ କର୍ମୀଙ୍କୁ ଶପଥ କରାଇ ରାଜ୍ୟରେ ଶାସନ ବଦଳାଇବା ପାଇଁ ଆହ୍ୱାନ ଦେଇଛନ୍ତି ଶିବରାଜ ।

Read More

ଖୋର୍ଦ୍ଧାରେ ବ୍ରାଉନସୁାଗର ଭଳି ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲା ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡା ପାଲଟିଛି । ବେଧଡ଼କ ଭାବେ ବ୍ରାଉନସୁଗାର ଅନ୍ୟ ସ୍ଥାନକୁ ଚାଲାଣ ଓ ବିକ୍ରି ହେଉଛି । ଆଜି ପୁଣି ଖୋର୍ଦ୍ଧାରେ ପୋଲିସ ଚଢାଉ କରି 11.800 ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ବାରମ୍ବାର ଖୋର୍ଦ୍ଧାର ଅନେକ ସ୍ଥାନରୁ ବ୍ରାଉନସୁଗାର ଜବତ ହେଉଥିଲେ ମଧ୍ୟ ଚାଲାଣକାରୀ ଖୁଲମଖୁଲା ବିକ୍ରି କରୁଛନ୍ତି । କୈାଣସି ସୂତ୍ରରୁ ଖବର ପାଇଁ ଆଜି ଖୋର୍ଦ୍ଧା ଥାନା ଜୟମଙ୍ଗଳ ଛକରୁ ପୋଲିସ 11.800 ଗ୍ରାମ ବ୍ରାଉନସୁଗାର ସହ 4300 ଟଙ୍କା ଜବତ କରିଛି । ଏହା ସହ ବ୍ରାଉନସୁଗାରରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ନିରୋଜ ଜେନାଙ୍କ ପୋଲିସ ଗିରଫ କରିଛି ।

Read More

ଋଷର ଆଣବିକ ରିଆକ୍ଟରରେ ଏକ ଦୁର୍ଘଟଣା ଘଟି ପାଞ୍ଚ ଜଣଙ୍କର ପ୍ରାଣହାନି ଘଟିଛି । ଋଷିଆର ଏକ ପ୍ରତିରକ୍ଷା ସାଇଟ୍‌ରେ ଏହି ଆଣବିକ ପରୀକ୍ଷଣ ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଉତ୍ତର ଋଷିଆରେ ରହିଥିବା ପ୍ରତିରକ୍ଷା କେନ୍ଦ୍ରରେ ଏହି ଅଘଟଣ ଘଟିଥିଲା । ତରଳ ପ୍ରପଲସନ୍‌ ବିସ୍ଫୋରଣରେ ଏହି ଦୁର୍ଘଟଣା ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ରୋସାଟମ୍‌ରେ ଘଟିଥିବା ଏହି ଦୁର୍ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତର ଆହତ ମାନଙ୍କୁ ମିଲିଟାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଗତ ମାସରେ ମଧ୍ୟ ସମାନ ଭାବରେ ନ୍ୟୁକ୍ଲିୟର ବିକିରଣ ଘଟି ଦୁଇ ଜଣଙ୍କର ପ୍ରାଣହାନି ଘଟିଥିଲା ।

Read More

ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ରାଜ୍ୟସଭା ସାଂସଦ ବିଜୟ ଗୋୟଲ କାଶ୍ମିରୀ ମହିଳାଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରି ଅଡୁଆରେ ପଡିଛନ୍ତି । ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଉଚିତ୍‌ ବୋଲି ଦିଲ୍ଳୀ ମହିଳା କମିଶନ ମତ ଦେଇଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଜମ୍ମୁ କାଶ୍ମୀର ଏବଂ ଲଦାଖ ଅଲଗା ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷିତ ହୋଇଥିଲେ । ଜମ୍ମୁ କାଶ୍ମୀରରୁ ସ୍ବତନ୍ତ୍ର ପାହ୍ୟା ହଟିବା ପରେ ଏଠିକାର ମହିଳା ମାନେ ଦେଶର ଅଲଗା ପ୍ରାନ୍ତରେ ବିବାହର ସୁଯୋଗ ପାଇ ପାରିବେ ବୋଲି ଉଭୟ ନେତା ମତ ଦେଇଥିଲେ । ଏହା କେବଳ କାଶ୍ମିରୀ ମା ଓ ଭଉଣୀ ନୁହନ୍ତି ବରଂ ସମଗ୍ର ଦେଶର ମହିଳା ମାନଙ୍କ ପାଇଁ ଅପମାନଜନକ ମନ୍ତବ୍ୟ ବୋଲି ମହିଳା କମିଶନଙ୍କ ପକ୍ଷରୁ କୁହାଯାଇଛି ।

Read More

ଲୋକସଭା ନିର୍ବାଚନର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରଠାରୁ ଖାଲି ପଡିଥିବା ସଭାପତି ପଦବୀ ପାଇଁ ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଉଛି । ନୂତନ ସଭାପତିଙ୍କ ନାମ ରାତି 9ଟାରେ ଘୋଷଣା କରାଯିବ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ପ୍ରକାଶ କରିଛନ୍ତି । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକର ପ୍ରଥମ ଚରଣ ସମାପ୍ତ ହୋଇଥିବା ବେଳେ ଦ୍ବିତୀୟ ଚରଣ ରାତି 8ଟାରେ ଅନୁଷ୍ଠିତ ହେବ । ବୈଠକ ପରେ ନୂତନ ସଭାପତିଙ୍କ ନାମ ଘୋଷଣା ହେବ । ଉଭୟ ରାହୁଲ ଏବଂ ସୋନିଆ ଗାନ୍ଧୀ ସଭାପତି ଚୟନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିବାରୁ ପ୍ରିୟଙ୍କାଙ୍କ ସଭାପତି ହେବାର ସମ୍ଭାବନା ଅଧିକ ରହିଛି ।

Read More

ବିଶ୍ବର ଏକ ନମ୍ବର ମାନ୍ୟତାରେ ରହିଥିବା ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବିବାହ କରିବାକୁ ଯାଉଛନ୍ତି । ବଜରଙ୍ଗ ପୁନିଆ ପୂର୍ବତନ କୁସ୍ତିଯୋଦ୍ଧା ମହାବୀର ଫୋଗତଙ୍କ ଝିଅ ତଥା ଅନ୍ୟତମ କୁସ୍ତିଯୋଦ୍ଧା ସଙ୍ଗୀତା ଫୋଗତଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟ 2020 ଟୋକିଓ ଅଲମ୍ପିକ୍ସ ପରେ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି । ବଜରଙ୍ଗ 65 କିଗ୍ରା ବର୍ଗରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ସଙ୍ଗୀତା 59 କିଗ୍ରା ବର୍ଗରେ ଜାତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଉଭୟଙ୍କ ପରିବାର ଏହି ବିବାହକୁ ସମ୍ମତି ପ୍ରଦାନ କରିଥିବା ସମ୍ପର୍କରେ ମହାବୀର ଫୋଗତ ସୂଚନା ଦେଇଛନ୍ତି ।

Read More

ଭୟଙ୍କର ବନ୍ୟାରେ ପ୍ରପୀଡିତ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରୁ ସହାୟତା ଆବେଦନ କରାଯାଇଛି । ସମୁଦାୟ 6 ହଜାର କୋଟିର ଖର୍ଚ୍ଚ ନିମନ୍ତେ ଆବେଦନ କରାଯାଇଥିବା ବେଳେ ତୁରନ୍ତ 3 ହଜାର କୋଟିର ଅର୍ଥରାଶି ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଅର୍ଥରାଶି ତୁରନ୍ତ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ୟେଦୁରପ୍ପା । ସେହିପରି ପ୍ରତ୍ୟୋକ ବନ୍ୟା ପ୍ରପୀଡିତ ପ୍ରତ୍ୟୋକ ଜିଲ୍ଲାକୁ 100 କୋଟିର ସହାୟତା ରାଶି ପ୍ରଦାନ କରାଯାଇଛି । ବିଭିନ୍ନ ନଦୀତଟବର୍ତ୍ତୀ ଅଞ୍ଚଳରୁ ଲୋକ ମାନଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ୟେଦୁରପ୍ପା ସୂଚନା ଦେଇଛନ୍ତି ।

Read More