Author: Samikhsya Bureau

ଖେଳାଳୀମାନଙ୍କ ଜୀବନୀକୁ ନେଇ ଅନେକଗୁଡ଼ିଏ ଭାରତୀୟ ସିନେମା ତିଆରି ହୋଇଛି । କ୍ରିକେଟର୍‌ ସଚିନ୍‌ ତେନ୍ଦୁଲ୍‌କର, ମେରିକମ୍‌, ଏମ୍‌ଏସ୍‌,ଧୋନୀଙ୍କୁ ନେଇ ଫିଲ୍ମ ରିଲିଜ୍‌ ହୋଇସାରିଥିବାବେଳେ ଭାରତର ପ୍ରଥମ ଓ୍ବାର୍ଲ୍ଡକପ୍‌ ବିଜୟକୁ ନେଇ ‘୮୩’ ନିର୍ମାଣ ଚାଲିଛି । ଏବେ ମିଳିଥିବା ସୂଚନା ଅନୁସାରେ ଶ୍ରୀଲଙ୍କାର ବରିଷ୍ଠ ସ୍ପିନ୍‌ ବୋଲର ମୁଥେୟା ମୁରଲିଧରନଙ୍କ ଉପରେ ତାମିଲରେ ଏକ ଫିଲ୍ମ କରାଯାଉଥିବା ଶୁଣିବାକୁ ମିଳିଛି। ତାଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମର ନାଁ ହେଉଛି ‘୮୦୦’। ଏହି ଲୋକପ୍ରିୟ ଖେଳାଳି ଜଣକ ତାଙ୍କ କ୍ରିକେଟ୍‌ କ୍ୟାରିଅର୍‌ରେ ୮୦୦ଟି ଓ୍ବିକେଟ୍‌ ନେଇଥିଲେ । ଏମ୍‌.ଏସ୍‌. ଶ୍ରୀପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଉଥ୍‌ର ସୁପରଷ୍ଟାର ବିଜୟ ସେଥୁପତି ମୁରଲୀଧରନଙ୍କ ଚରିତ୍ରରେ ନଜର ଆସିବେ। ଫିଲ୍ମଟି ଭାରତ, ଶ୍ରୀଲଙ୍କା, ଇଂଲଣ୍ଡ ଭଳି ସ୍ଥାନଗୁଡ଼ିକରେ ଶୁଟିଂ କରାଯିବ ବୋଲି ସୂଚନା ରହିଛି । ଫିଲ୍ମଟି ତାମିଲ୍‌ ବ୍ୟତୀତ ଅନ୍ୟାନ୍ୟ ଭାଷାରେ ମଧ୍ୟ ରିଲିଜ୍‌ କରାଯିବ । ବିଗ୍‌ବଜେଟ୍‌ରେ…

Read More

ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଠାରୁ ବିଜେପି ନେତା ବିଜୟ ମହାପାତ୍ରଙ୍କ ପରାଜୟ ବରଣ କରିଛନ୍ତି। ପରାଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜୟ। ଏପରିକି ନବୀନଙ୍କ କିଲ୍ ବିଜୟ ପ୍ରୋଜେକ୍ଟ ସଫଳ ହୋଇଛି ବୋଲି ସେ କହିଛନ୍ତି। ଏକ ଗଣମାଧ୍ୟମକୁ ବିଜୟ କହିଛନ୍ତି ଯେ, ସେ ପୂର୍ବରୁ ଏପରି ନିର୍ବାଚନ କେବେ ଦେଖି ନଥିଲେ। ଆଗକୁ ମଧ୍ୟ ଏପରି କେବେ ଦେଖିବେ ନାହିଁ। ପାଟକୁରାରୁ ଏପରି ଘେରାବନ୍ଦୀ କରି ରଖାଗଲା ଯେମିତି ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଛି। କିଲ ବିଜୟ ପ୍ରୋଜେକ୍ଟ ସଫଳ ହୋଇଛି। ଏଥିପାଇଁ ତାଙ୍କୁ ଅଭିନନ୍ଦନ। ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ହୋଇଥିଲେ ଫଳ ଅଲଗା ହୋଇଥାନ୍ତା। ଜାଣିଶୁଣି ଏହାକୁ ବିଳମ୍ବ କରାଗଲା। ଏଥିପାଇଁ ତାଙ୍କୁ ଅଭିନନ୍ଦନ ବୋଲି ବିଜୟ କହିଛନ୍ତି। ବିଜୟ ଆହୁରି କହିଛନ୍ତି, ରାଜନୀତିରେ ସମସ୍ତଙ୍କ ପାଇଁ ଦିନେ ନା ଦିନେ ପୂର୍ଣ୍ଣଚ୍ଛେଦ ପଡିଥାଏ। ତାଙ୍କ…

Read More

କର୍ଣ୍ଣାଟକରେ ଏଚ.ଡି. କୁମାରସ୍ବାମୀ ସରକାରର ପତନ ପରେ ବର୍ତ୍ତମାନ ନୂଆ ସରକାର ଗଠନକୁ ନେଇ ରାଜ୍ୟରେ ହଲଚଲ୍‌ ଜାରି ରହିଛି। ତେବେ ବିଜେପି ନେତା ବି.ଏସ. ୟେଦୁରପ୍ପା ଶୁକ୍ରବାର ସକାଳ 10ଟା ବେଳେ ରାଜ୍ୟପାଳ ବାଜୁଭାଇ ଭାଲାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ସନ୍ଧ୍ୟା 6ଟାରେ ଶପଥ ଗ୍ରହଣ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ୟେଦୁରପ୍ପା ଦାବି କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ଅବସରରେ ୟେଦୁରପ୍ପା ତାଙ୍କ ପ୍ରତି 105 ବିଧାୟକଙ୍କ ସମର୍ଥନ ରହିଥିବା ସଂକ୍ରାନ୍ତ ପତ୍ର ପ୍ରଦାନ କରିଥିଲେ। ତାଙ୍କୁ ବିଧାୟକ ଦଳ ନେତା ଚୟନ କରାଯାଇଥିବା ୟେଦୁରପ୍ପା କହିଥିଲେ। ଏହା ସହିତ ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରାଇବାକୁ ସେ ଦାବି କରିଛନ୍ତି। କଂଗ୍ରେସ ଜେଡିଏସ୍‌ ମେଣ୍ଟ ସରକାର ସଂଖ୍ୟାଲଘୁ ହେବା ପରେ ବର୍ତ୍ତମାନ ବିଜେପି ନିକଟରେ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଛି। ତିନି ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷିତ କରିଥିବାରୁ ବହୁମତ ହାସଲ ନିମନ୍ତ…

Read More

କେଦାର ମିଶ୍ର ଅପର୍ଣ୍ଣା ସେନ, ବଙ୍ଗଳା ସିନେମାର ମହାନାୟିକା। ସେ ଗୋଟେ ସାମ୍ବାଦିକ ସମ୍ମିଳନୀରେ ଦେଶର ଭିଡ ହିଂସା ଓ ସାମ୍ପ୍ରଦାୟିକ ଅପରାଧ ସମ୍ପର୍କରେ କହୁଥିବା ବେଳେ ଟେଲିଭିଜନ ପରଦାରେ ଜଣେ ସାମ୍ବାଦିକ ତାଙ୍କୁ ପାଗଳ ପରି ଗାଳି କରି ଚାଲିଛନ୍ତି। ସାମ୍ବାଦିକଙ୍କ ଭାଷା ଓ ଆଚରଣରୁ ଜଣା ପଡୁଛି ସତେକି ସେ ଅପର୍ଣ୍ଣା ସେନଙ୍କୁ ସେଇଠି ଭସ୍ମ କରିଦେବେ। ଅପର୍ଣ୍ଣା ସେନ ଅଛନ୍ତି କଲିକତାରେ, ସାମ୍ବାଦିକ ଦିଲ୍ଲୀରେ। ଅଥଚ ଲାଗୁଛି, ସାମ୍ବାଦିକ ଏଇନେ କଲିକତା ପହଞ୍ଚି ଅପର୍ଣ୍ଣା ସେନଙ୍କୁ ମାରି ପକେଇବ। ଅପର୍ଣ୍ଣା ସେନଙ୍କ ସମେତ ଦେଶର ୪୯ ଜଣ ଲେଖକ, କଳାକାର, ଐତିହାସିକ ଓ ଗବେଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦେଶରେ ବଢି ଚାଲିଥିବା ଭିଡ ହିଂସା ଓ ସାମ୍ପ୍ରଦାୟିକ ବିଦ୍ଵେଷ ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି। ସେଇ ଚିଠିକୁ ପଢି ଦିଲ୍ଲୀର ଏଇ ସାମ୍ବାଦିକଙ୍କ ରକ୍ତଚାପ ଏତେ ବଢିଯିବାର କାରଣ କଣ? ଦେଶର ୪୯…

Read More

ରାଜ୍ୟରେ ପୁଣି ଏକ ନାବାଳିକା ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି । ରାୟଗଡ଼ା ବିଷମକଟକରେ ପୁଣି ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଛି । ଏ ନେଇ ପୀଡ଼ିତାଙ୍କ ମା’ ବିଷମକଟକ ଥାନାରେ ଅଭିଯୋଗ କରିଛନ୍ତି । ବଳାତ୍କାର ମାମଲାରେ ପୋଲିସ ଦୁଇ ଜଣ ନାବାଳକଙ୍କୁ ଅଟକ ରଖିଛି । ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ମୁତାବକ, ଗତ ୧୭ ତାରିଖ ଦିନ ସେ ଘରେ ନ ଥିବାବେଳେ ଦୁଇ ଜଣ ନାବାଳକ ତାଙ୍କ ନାବାଳିକା ଝିଅଙ୍କୁ ବଳାତ୍କାର କରିଛନ୍ତି । ଝିଅ ଭୟରେ କିଛି ପରିବାର ଲୋକଙ୍କ ଆଗରେ କହୁ ନ ଥିଲେ । ପରବର୍ତ୍ତୀ ସମୟରେ ଅସୁସ୍ଥ ହେବାରୁ ଘଟଣା ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣ ନାବାଳକ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ସଂପୃକ୍ତ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହା ସହିତ ପୀଡ଼ିତାଙ୍କର ଡାକ୍ତରୀମାଇନା କରାଇ ତଦନ୍ତ ଆରମ୍ଭ…

Read More

ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଅବପାତ ଲଘୁଚାପର ରୂପ ନେଇଛି । ଫଳରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଛି । ଗତକାଲି ଠାରୁ ମୌସୁମୀ ପୁଣି ସକ୍ରିୟ ହୋଇ ଉଠିଛି । ମନସୁନ ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ବିଶେଷ କରି ଉତର ଓ ଆଭ୍ୟନ୍ତରୀଣ ଓଡିଶାର ଏହାର ପ୍ରଭାବ ଅଧିକ ରହିବ । ଆହୁରି ତିନି ବର୍ଷା ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ବର୍ଷା ପ୍ରଭାବରେ ଆଜି ସକାଳ 5ଟା ସୁଧା ପୁରୀରେ ସର୍ବାଧିକ 87 ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ 51 ମିମି, ଗୋପାଳପୁରରେ 26 ମିମି ଓ ଚାନ୍ଦବାଲିରେ 31 ମିମି ବର୍ଷା ରେକର୍ଡ ହୋଇଛି ।

Read More

ଆଜି କାରଗିଲ ବିଜୟ ଦିବସ । ଦେଶବ୍ୟାପୀ କାରଗିଲ ବିଜୟର ବିଂଶତମ ବର୍ଷପୂର୍ତ୍ତି ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କାରଗିଲ ବିଜୟ ଦିବସ ବାର୍ତ୍ତା ଦେଇଛନ୍ତି । କାରଗିଲ ବିଜୟ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାର୍ତ୍ତା ଦେଇ କହିଛନ୍ତି, 1999 କାରଗିଲ ବିଜୟ ଆମ ବୀର ଯବାନଙ୍କୁ ସ୍ମରଣ କରିବାର ଦିବସ । ଦେଶର ସୁରକ୍ଷା କରିଥିବା ବୀର ଯୋଦ୍ଧାଙ୍କ ଧୈର୍ଯ୍ୟକୁ ଆମେ ସମ୍ମାନ କରିବା ଆବଶ୍ୟକ । କାରଗିଲରେ ଶହୀଦ ଯବାନଙ୍କ ପ୍ରତି ଆମେ ସର୍ବଦା ଋଣୀ ରହିବା ବୋଲି କୋବିନ୍ଦ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି ଯବାନ ମାନଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମାତୃଭୂମିର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଭାରତ ମାତାର ସମସ୍ତ ବୀରପୁତ୍ରଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି । କାର୍ଗିଲ୍‌ ବିଜୟ ଦିବସ…

Read More

ଦିଲ୍ଲୀ ପୋଲିସ୍‌ ପକ୍ଷରୁ ଶୁକ୍ରବାର 130 କିଗ୍ରା ଆଫଗାନ ହେରୋଇନ୍‌ ଜବତ କରାଯାଇଛି । ଏହି ଘଟଣାରେ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ଦୁଇ ଜଣ ଆଫଗାନ ନାଗରିକଙ୍କୁ ଗିରଫ କରାଯାଇଛି । ନଭି ମୁମ୍ବାଇରୁ ଆସୁଥିବା ଏକ କଣ୍ଟେନରରୁ ଏହି ହେରୋଇନ୍‌ ଜବତ କରାଯାଇଛି । ଦିଲ୍ଳୀ ପୋଲିସ୍‌ର ସ୍ବତନ୍ତ୍ର ସେଲ୍‌ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ଆଫଗାନିସ୍ତାନର ଇସ୍‌ଲାମ କିଲ୍ଲାରୁ ଇରାନ୍‌ ହୋଇ ମୁମ୍ବାଇ ବନ୍ଦରରେ ଅବତରଣ କରିଥିଲା ଏହି ହେରୋଇନ୍‌ । ତୁଳସୀ ମଞ୍ଜି ନାମରେ ଏହି ହେରୋଇନ୍‌ ଚାଲାଣ କରାଯାଇଥିଲା । ବିଗତ 15 ଦିନ ମଧ୍ୟରେ ସମୁଦାୟ 330 କୋଟିର ହେରୋଇନ୍‌ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 1320 କୋଟି ଟଙ୍କା ହେବ ବୋଲି ଦିଲ୍ଲୀ ପୋଲିସ୍‌ ପକ୍ଷରୁ କୁହାଯାଇଛି ।

Read More

ଭାରତ ମହାସାଗରରେ ଚୀନ ନୌସେନାର ଦାଦାଗିରିକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ମୁଖ୍ୟ ଆଡମିରଲ କରମବୀର ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆଡମିରଲ କରମବୀର କହିଛନ୍ତି, ଏବେ ଭାରତୀୟ ସେନାକୁ ଚୀନକୁ ଜବାବ ଦେବାର ସମୟ ଆସିଛି । ସେ କହିଛନ୍ତି ଯେ, ଚୀନ ନିଜର ପିପୁଲ୍ସ ଲିବିରେଶନ ଆର୍ମି (ପିଏଲଏ)ର ଅନ୍ୟ ଶାଖାରୁ ପିଏଲଏ ନାଭିକୁ ବହୁ ଜିନିଷ ପଠାଇଛି ଏବଂ ଭାରତକୁ ଏଥି ପାଇଁ ସତର୍କତା ଅବଲମ୍ବନ କରିବାକୁ ହେବ । ସୂଚନାଯୋଗ୍ୟ ବୁଧବାର ଚୀନର ମନ୍ତ୍ରାଳୟ ଦ୍ୱାରା ନିଜର ସେନା ଉନ୍ନୟନ ଉପରେ ‘ନୂତନ ଯୁଗରେ ଚୀନର ଜାତୀୟ ସୁରକ୍ଷା’ ଶୀର୍ଷକ ଶ୍ୱେତ ପତ୍ର ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ବର୍ଷ ୨୦୧୨ ରୁ ୨୦୧୭ ମଧ୍ୟରେ ଚୀନ ପ୍ରତିରକ୍ଷା କ୍ଷେତ୍ରରେ ୯.୪୨ ପ୍ରତିଶତ ବୃଦ୍ଧି କରିଛି ।

Read More

ଯଦି ଆପଣ ହ୍ୱାଟ୍ସଆପରେ ପେମେଣ୍ଟ ସେବା ପାଇଁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ହ୍ୱାଟ୍ସଆପରେ ପେମେଣ୍ଟ ସର୍ଭିସ୍ ଏବେ ଆରମ୍ଭ ହେବାକୁ ଯାଉଛି । ହ୍ୱାଟ୍ସଆପର ଗ୍ଲୋବାଲ ହେଡ ବିଲ କୈଥକାର୍ଟ ଏକ ଇଭେଣ୍ଟ ରେ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, କମ୍ପାନୀ ହ୍ୱାଟ୍ସଆପରେ ମେସେଜ ପଠାଇବା ଭଳି ଟଙ୍କା ପଠାଇବା ସହଜ କରିବାକୁ ଯାଉଛି । ତେବେ ଏନେଇ କୌଣସୀ ତାରିଖ ବିଷୟରେ ସେ ସୂଚନା ଦେଇ ନାହାଁନ୍ତି । ସୂଚନାନୁଯାୟୀ, ଗତ ବର୍ଷଠାରୁ ହ୍ୱାଟ୍ସଆପ କମ୍ପାନୀ ୧୦ ଲକ୍ଷ ୟୁଜରଙ୍କ ସହ ପେମେଣ୍ଟ ସେବା ଟେଷ୍ଟିଙ୍ଗ କରୁଛି । ଭାରତରେ ଏବେ ହ୍ୱାଟ୍ସଆପ ବ୍ୟବହାର କରୁଥିବା ୟୁଜରଙ୍କ ସଂଖ୍ୟା ୪୩୦ କୋଟି ରହିଛି । ୨୦୨୩ ପର୍ଯ୍ୟନ୍ତ ଭାରତରେ ଡିଜିଟାଲ ପେମେଣ୍ଟମାର୍କେଟ ଏକ ଟ୍ରିଲିୟନ ଡଲାର ଅର୍ଥାତ୍ ୬,୯୦ ଅରବରେ ପହଁଚିବାକୁ ଅନୁମାନ କରାଯାଉଛି । ରିଜର୍ଭ…

Read More

କେନ୍ଦ୍ର ସରକାରଙ୍କ ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି, ଅନୁସୂଚିତ ଜାତି ଓ ଜନଜାତି ଏବଂ ଅଣ୍ଡରଷ୍ଟାଣ୍ଡିଂ କମିଟିରେ ତିନି ଓଡ଼ିଆ ସାଂସଦ ସ୍ଥାନ ପାଇଛନ୍ତି । ୨୦୧୯-୨୦ ବର୍ଷ ପାଇଁ ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟିରେ କଟକର ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ ସଦସ୍ୟ ରହିଛନ୍ତି । ସେ ୨୦୧୮-୧୯ ବର୍ଷରେ ମଧ୍ୟ ଏହି କମିଟିର ସଦସ୍ୟ ରହି ସାରିଛନ୍ତି । ସେହିପରି ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ଅଧିର ରଞ୍ଜନ ଚୌଧୁରୀ ।  ସେହିପରି ଅନୁସୂଚିତ ଜାତି ଓ ଜନଜାତି ମୟୁରଭଞ୍ଜ ବିଜେପି ସାଂସଦ ବିଶେଶ୍ୱର ଟୁଡୁ ସଦସ୍ୟ ରହିଛନ୍ତି ।  ଏହି କମିଟିରେ ସଂସଦକୁ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ସଦସ୍ୟ ରହିଥାଆନ୍ତି । ଏହି ସଦସ୍ୟମାନେ କେନ୍ଦ୍ର ସରକାରଙ୍କ ରାଜସ୍ୱ ଓ ବିଭିନ୍ନ ଖର୍ଚ୍ଚର ଅଡିଟ୍‌ କରିଥାଆନ୍ତି ।

Read More

ବହୁ ଚର୍ଚ୍ଚିତ ସାରଥି ବାବା ଓରଫ ସନ୍ତୋଷ ରାଉଳ ଆଜି ଜେଲରୁ ମୁକୁଳିଛନ୍ତି। ଆଜି ସାରଥିଙ୍କ ଜାମିନ ନେଇ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ଅନୁମତି ମିଳିଛି । ଦୁଇ ଦିନ ପୂର୍ବରୁ ହାଇକୋର୍ଟରେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇଥିଲା । ହାଇକୋର୍ଟରେ ସାରଥି ବାବାଙ୍କ ସର୍ତ୍ତମୂଳକ ଜାମିନ ମଞ୍ଜୁର ହେବା ପରେ ତାକୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟକୁ ଜାମିନ କାଗଜପତ୍ର ପାଇଁ ପଠାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାରଥିଙ୍କ ଓକିଲ କେନ୍ଦ୍ରାପଡ଼ା କୋର୍ଟରେ କାଗଜପତ୍ର ଦାଖଲ କରିଥିଲେ । ଆଜି ସେଠାରେ ଆତ୍ମଘୋଷିତ ସାରଥିଙ୍କ ଜାମିନ ପାଇଁ ଅନୁମତି ମିଳିଛି । 2 ଜଣ ଜାମିନଦାରଙ୍କ ଦ୍ୱାରା ହାଇକୋର୍ଟଙ୍କ ସର୍ତ୍ତପୂରଣ କରିବା ପରେ ସାରଥି ଜେଲରୁ ବାହାରିଛନ୍ତି। କୋର୍ଟଙ୍କ ବିନା ଅନୁମତିରେ ସାରଥି ଅଥବା ସନ୍ତୋଷ ରାଉଳ ସହର ବାହାରକୁ ଯାଇପାରିବେ ନାହିଁ । ଏହା ସହ ବିନା ଅନୁମତିରେ ସେ କୈାଣସି ସଭାସମିତି…

Read More

ସମୀକ୍ଷା ବ୍ୟୁରୋ ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ମାତ୍ର 18 ହଜାର ଭୋଟରେ ଜିତିଛନ୍ତି। ହେଲେ ଏହାକୁ ନେଇ ବିଜେଡି ସୁପ୍ରିମୋ ଖପ୍ପା। ଏହାର କାରଣ ଜାଣିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ଦାୟିତ୍ବାରେ ଥିବା ନେତାଙ୍କୁ ଡାକି ଜବାବ ମାଗିଛନ୍ତି। ନବୀନଙ୍କ ଆଶା ଥିଲା ଯେ ସାବିତ୍ରୀ ଅଗ୍ରୱାଲା ଅନ୍ତତଃ ପକ୍ଷେ 40ରୁ 50 ହଜାର ଭୋଟ ବ୍ୟବଧାନରେ ଜିତିବେ। ହେଲେ ମାତ୍ର 18 ହଜାର ଭୋଟରେ ଜିତିବା ନେଇ ନବୀନ ସହଜରେ ଗ୍ରହଣ କରିପାରୁ ନାହିଁନ୍ତି। କାରଣ ହେଲା, ପାଟକୁରାରେ ବିଜେଡି ପ୍ରାର୍ଥୀ ଜିତିବା ପାଇଁ ଯେପରି ପରିଶ୍ରମ କରାଯାଇଥିଲା, ତାହାର ଏହା ଫଳ ନୁହେଁ। ନିର୍ବାଚନ ପ୍ରଚାରରେ ବିଜେଡିର ତୁଙ୍ଗ ନେତାମାନେ ସେଠାରେ ଡେରା ପକାଇଲେ। ଏପରିକି ଡଜନେ ମନ୍ତ୍ରୀ ମଧ୍ୟ ଯାଇ ସେଠାରେ ରହିଲେ। ଏଥିସହିତ ଖୋଦ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଗାଁଗାଁ ବୁଲି…

Read More

ଲୋକସଭାରେ ପାରିତ ହୋଇଛି ଟ୍ରିପଲ୍‌ ତଲାକ୍‌ ବିଲ୍‌ । ବିନା କୌଣସି ସଂଶୋଧନରେ ବିରୋଧୀ ଦଳଙ୍କ ହୋ ହଲ୍ଲା ମଧ୍ୟରେ ଏହି ବିଲ୍‌ ପାରିତ ହୋଇଯାଇଛି । ଟ୍ରିପଲ୍‌ ତଲାକ ମାମଲାରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ବିଲ୍‌କୁ ବିରୋଧ କରିଥିଲେ ବିରୋଧୀ ଦଳ ମାତ୍ର ଲୋକସଭାରେ ବିଜେପି ସଂଖ୍ୟାଗରିଷ୍ଠ ଥିବାରୁ ବିଲ୍‌ ସହଜରେ ପାରିତ ହୋଇଥିଲା । ଏହି ବିଲ୍‌ ପାରିତ ହେବା ସମୟରେ ନୀତିଶ କୁମାରଙ୍କ ଜେଡିୟୁ ବିଲ୍‌କୁ ବିରୋଧ କରିଥିଲେ । ଏହି ବିଲ୍‌ ସାଧାରଣ ଜନତାଙ୍କ ମଧ୍ୟରେ ଅବିଶ୍ବାସ ସୃଷ୍ଟି କରିବ ବୋଲି ନୀତିଶ କୁମାର କହିଛନ୍ତି । ବିଲ୍‌ ଦାଖଲ କରିଥିଲେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ପାକିସ୍ତାନ, ମାଲେସିଆ ସମେତ 20ଟି ଇସ୍‌ଲାମିକ୍‌ ରାଷ୍ଟ୍ର ଏହାକୁ ଅନୁମୋଦନ ପ୍ରଦାନ କରି ସାରିଥିବା ବେଳେ ଭାରତ ପରି ଧର୍ମ ନିରପେକ୍ଷ ରାଷ୍ଟ୍ର ଏହା ନିଶ୍ଚିତ ଭାବରେ କରିବା ଉଚିତ୍‌ ବୋଲି ବିଲ୍‌ ଉପସ୍ଥାପନ ସମୟରେ…

Read More

ନିଜ ବିଭାଗ ପରିବର୍ତ୍ତନ ହେବାର ଗୋଟିଏ ଦିନ ପରେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ପୂର୍ବତନ ଅର୍ଥସଚିବ । ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ବୁଧବାର ଦିନ ଅର୍ଥ ବିଭାଗରୁ ଶକ୍ତି ବିଭାଗକୁ ବଦଳି କରାଯାଇଥିଲା । ଅର୍ଥ ବିଭାଗ ଠାରୁ ଶକ୍ତି ବିଭାଗକୁ ଅଧିକ ଗୁରୁତ୍ବ ମିଳୁନଥିବାରୁ ଗର୍ଗ ଗୁରୁବାର ଦିନ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ପୂର୍ବରୁ ଅର୍ଥ ବିଭାଗ ଏବଂ ପ୍ରତିରକ୍ଷା ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନେଇଥିବା ଗର୍ଗଙ୍କୁ ବୁଧବାର ଆଶ୍ଚର୍ଯ୍ୟଜନକ ଭାବରେ ଶକ୍ତି ବିଭାଗକୁ ବଦଳି କରାଯାଇଥିଲା । ଗର୍ଗଙ୍କ କାର୍ଯ୍ୟକାଳ ଅକ୍ଟୋବର 2020ରେ ଶେଷ ହେଉଥିବାରୁ ସରକାର ଗର୍ଗଙ୍କ ଇସ୍ତଫା ଗ୍ରହଣ କରିବେ କି ନା ତାହା ସ୍ପଷ୍ଟ ହୋଇନାହିଁ ।

Read More

ବହୁ ଚର୍ଚ୍ଚିତ ସାରଥି ବାବା ଓରଫ ସନ୍ତୋଷ ରାଉଳ ଆଜି ଜେଲରୁ ମୁକୁଳି ପାରନ୍ତି । ଆଜି ସାରଥିଙ୍କ ଜାମିନ ନେଇ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ଅନୁମତି ମିଳିଛି । ଦୁଇ ଦିନ ପୂର୍ବରୁ ହାଇକୋର୍ଟରେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇଥିଲା । ହାଇକୋର୍ଟରେ ସାରଥି ବାବାଙ୍କ ସର୍ତ୍ତମୂଳକ ଜାମିନ ମଞ୍ଜୁର ହେବା ପରେ ତାକୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟକୁ ଜାମିନ କାଗଜପତ୍ର ପାଇଁ ପଠାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାରଥିଙ୍କ ଓକିଲ କେନ୍ଦ୍ରାପଡ଼ା କୋର୍ଟରେ କାଗଜପତ୍ର ଦାଖଲ କରିଥିଲେ । ଆଜି ସେଠାରେ ଆତ୍ମଘୋଷିତ ସାରଥିଙ୍କ ଜାମିନ ପାଇଁ ଅନୁମତି ମିଳିଛି । 2 ଜଣ ଜାମିନଦାରଙ୍କ ଦ୍ୱାରା ହାଇକୋର୍ଟଙ୍କ ସର୍ତ୍ତପୂରଣ କରିବା ପରେ ସାରଥିଙ୍କୁ ଜାମିନ ମିଳିଛି । କୋର୍ଟଙ୍କ ବିନା ଅନୁମତିରେ ସାରଥି ଅଥବା ସନ୍ତୋଷ ରାଉଳ ସହର ବାହାରକୁ ଯାଇପାରିବେ ନାହିଁ । ଏହା ସହ ବିନା ଅନୁମତିରେ…

Read More

ମହାରାଷ୍ଟ୍ରରେ ଏକ 3.8 ତୀବ୍ରତାର ଭୂକମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି ଭୂକମ୍ପରେ ଜଣେ ବ୍ୟକ୍ତି ନିହତ ହୋଇଛନ୍ତି । ବୁଧବାର ରାତିରେ କିଛି ଅଞ୍ଚଳରେ ଭୂକମ୍ପ ଘଟିଥିବା ବେଳେ ଏହାର ତୀବ୍ରତା 3.5 ରହିଥିଲା । ଗୁରୁବାର ପାଲଗଡରେ ଅନୂଭୂତ ହୋଇଥିବା ଭୂକମ୍ପରେ 55 ବର୍ଷୀୟ ଜନୈକ ବୃଦ୍ଧ ପ୍ରାଣ ହରାଇଛନ୍ତି । ଗୁରୁବାର ଅନୁଷ୍ଠିତ ଭୂକମ୍ପର କେନ୍ଦ୍ରସ୍ଥ ପାଲଗଡର ନାଗଜାରିର ଧନାଉ ରହିଥିଲା । 10 କିମିର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ଏହି ଭୂକମ୍ପର ପ୍ରଭାବ ଅନୂଭୂତ ହୋଇଥିଲା । ବିଭିନ୍ନ ସ୍ଥାନରେ ଅଳ୍ପ କିଛି କୋଠାଘର ଭାଙ୍ଗିଯାଇଥିବା ନେଇ ଖବର ପ୍ରକାଶ ପାଇଛି ।

Read More

ବିଜୁ ଜନତା ଦଳର ସାଂସଦ ସସ୍ମିତ ପାତ୍ର ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଖୋଲିବା ପାଇଁ ଦାବି କରିଛନ୍ତି। ଗୁରୁବାର ଦିନ ଲୋକସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ସେନାରେ କଳିଙ୍ଗ ରେଜିମେଣ୍ଟର ଦାବି ଉପସ୍ଥାପନ କରିଛନ୍ତି। ଏହି ରେଜିମେଣ୍ଟ ସେନାରେ ଓଡିଶାକୁ ଏକ ସ୍ବତନ୍ତ୍ର ସ୍ଥାନ ପ୍ରଦନା କରିବ ବୋଲି ଗୁରୁବାର ସଂସଦରେ ଦାବି କରିଛନ୍ତି। ୨୦୧୫ରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଏହି ରେଜିମେଣ୍ଟର ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତୃଣମୂଳ ସାଂସଦ ଶାନ୍ତା ଛେତ୍ରୀ ସିଲିଗୁଡିର ମିଲିଟାରୀ ହସ୍ପିଟାଲକୁ ଆସାମ କିମ୍ବା ଅରୁଣାଚଳ ପ୍ରଦେଶକୁ ସ୍ଥାନାନ୍ତର କରିବା ନିମନ୍ତେ ଦାବି କରିଥିଲେ।

Read More

ତେଲୁଗୁ ସେନ୍‌ସେସନ୍‌ ବିଜୟ ଦେବରକୋଣ୍ଡା ବଲିଉଡ୍‌ରେ ପଦାର୍ପଣ କରିବାକୁ ଯାଉଛନ୍ତି । ଜୁଲାଇ 26 ତାରିଖରେ ରିଲିଜ୍‌ ହେବାକୁ ଯାଉଛି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଡିଅର କମ୍ରେଡ୍‌ । ଫିଲ୍ମର ରିଲିଜ୍‌ ପୂର୍ବରୁ କରଣ ଜୋହରଙ୍କ ନିମନ୍ତେ ବିଜୟ ଏକ ସ୍ବତନ୍ତ୍ର ସ୍କ୍ରିନିଂ କରାଇଥିଲେ । ଏହା ପରେ କରଣ ଡିଅର୍‌ କମ୍ରେଡ୍‌ର ହିନ୍ଦି ରିମେକ୍‌ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରକଳ୍ପ ନିମନ୍ତେ ବିଜୟ ଦେବରକୋଣ୍ଡା କରଣଙ୍କର ପ୍ରଥମ ପସନ୍ଦ ରହିଥିବା ବେଳେ ବିଜୟ ପୁନର୍ବାର ଏହି ଭୂମିକା ନିମନ୍ତେ ଆଗ୍ରହୀ ନଥିବା ପ୍ରକାଶ କରିଛନ୍ତି । କରଣ ଜୋହର ପୁନର୍ବାର ବିଜୟଙ୍କୁ ଏହି ଅଫର ଦେଇଥିବା ବେଳେ ଏହା ଉପରେ ବିଚାର କରିବାର ନିଷ୍ପତ୍ତି ନେଇଛନ୍ତି ବିଜୟ । ଯଦି ବିଜୟ ଏହି ଫିଲ୍ମରେ ଅଭିନୟ କରନ୍ତି ତେବେ ଏହା ତାଙ୍କର ବିଗ୍‌ ବଲିଉଡ୍‌ ବ୍ରେକ୍‌ ରହିବ । ଏହି ଫିଲ୍ମଟି ଆସନ୍ତା ଫିଲ୍ମି ଫ୍ରାଇଡେର…

Read More

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସରେ ଏକ ଅଭାବନୀୟ ଘଟଣା ଘଟିଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଥିବା ଛାତ୍ରୀ ନିବାସର ଛାତ ଭୁଷୁଡି ପଡିଛି । ଆଜି ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସର 6ଟି କୋଠରୀର ଛାତ ଭୁଷୁଡି ପଡିଛି । ସାବେରୀ ଛାତ୍ରୀ ନିବାସରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ସୌଭାଗ୍ୟକ୍ରମେ ଏହି ଅଘଟଣରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ଏକ ବଡ ବିପର୍ଯ୍ୟୟରୁ ଛାତ୍ରୀମାନେ ଅଳ୍ପକେ ବର୍ତି ଯାଇଛନ୍ତି । ଏହି ଅଘଟଣ ପରେ ଛାତ୍ରୀମାନଙ୍କୁ ଅନ୍ୟ ଏକ ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲକୁ ବିପଦଜ୍ଜନକ ଘୋଷଣା କରିଛନ୍ତି ।

Read More

ଆଜି ସ୍ବତନ୍ତ୍ର ଓଜେଇଇର ଫଳାଫଳ ପ୍ରକାଶ ପାଇଛି । ସମୁଦାୟ 14627 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ 14622 ଜଣ କୃତକାର୍ଯ୍ୟ ହୋଇ ରାଙ୍କ ହାସଲରେ ସଫଳ ହୋଇଛନ୍ତି । ବିଟେକ୍‌ରେ ରବୀନ୍ଦ୍ର ବେହେରା ଟପ୍ପର ହୋଇଛନ୍ତି । ଏମ୍‌ବିଏରେ ଚନ୍ଦନ ପାତ୍ର ଟପ୍ପର ହୋଇଛନ୍ତି । ସେହିପରି ଏମ୍‌ସିଏରେ ଅନୀଷ ଅଗ୍ରଓ୍ବାଲ, ବି ଫାର୍ମାରେ ପ୍ରଦୀପ ସାହୁ, ଏମ୍‌ ଫାର୍ମାରେ ବିଶାଲ ସିଂ ଟପ୍ପର ହୋଇଛନ୍ତି ।

Read More