ମୂଳ ରଚନା – ହାରୁନ୍ ଖାଲିଦ୍ ଅନୁବାଦ – ରଙ୍ଗାଚରଣ ପ୍ରଧାନ ଏମିତି ହଠାତ୍ ଜବାହାରଲାଲ ନେହେରୁଙ୍କ ଦ୍ବାରା ଲିଖିତ ‘ଗ୍ଲିମ୍ପସେସ୍ ଅଫ୍ ଓ୍ବାର୍ଲଡ୍ ହିଷ୍ଟ୍ରି ମୋ ଦୄଷ୍ଟିକୁ ଆସିଥିଲା । ସେତେବେଳକୁ ତିନି ବର୍ଷ ଧରି ମୁଁ ନିୟମିତ କ୍ଲାସକୁ ଯାଉ ନଥିଲି କି ପଢାପଢି ଉପରେ ବିଲକୁଲ ଧ୍ୟାନ ଦେଉ ନଥିଲି । ଲଗାତର ତୄତୀୟ ଥର ପାଇଁ ମୁଁ ପ୍ରୋବେସନରେ ଥିଲି । ଏଥର ବି ଦେଶର ଭଲ ଭଲ ବିଶ୍ବବିଦ୍ୟାଳୟରୁ ପୁଣି ଥରେ ତଡା ଖାଇବାର ପୁରା ସମ୍ଭାବନା ଥାଏ । ଠିକ୍ ସେତିକି ବେଳକୁ ମୋ ଜୀବନରେ ଗୋଟିଏ ବହୁତ ବଡ ମୋଡ ଆସିଥିଲା । ପୁଣି ଥରେ ତଡା ଖାଇବି ବୋଲି ଭାବିନେଇ ସେଥିପାଇଁ ମୁଁ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିସାରିବା ପରେ, ସବୁପ୍ରକାର ଭୟ ତ୍ୟାଗ କରିଦେଇଥିଲି ଓ ନୂଆ ଉତ୍ସାହର ସହ କଠିନ ପରିଶ୍ରମ ଆରମ୍ଭ କରିଦେଇଥିଲି ।…
Author: Samikhsya Bureau
ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ଏବଂ ଶାସକ ବିଜେଡିର ମିଳିତ ସରକାର ଚାଲିଛି ବୋଲି କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ଅଭିଯୋଗ କରିଛନ୍ତି । ଉଭୟ ବିଜେପି ଏବଂ ବିଜେଡି ନାମକୁ ମାତ୍ର ରାଜ୍ୟରେ ପରସ୍ପରକୁ ବିରୋଧ କରୁଛନ୍ତି ମାତ୍ର ପରୋକ୍ଷରେ ଉଭୟ ମିଳିତ ଭାବରେ ସରକାର ପରିଚାଳନା କରୁଛନ୍ତି ବୋଲି ତାରା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସମଦୂରତ୍ବ ବିଷୟରେ କହୁଥିଲେ ମଧ୍ୟ ଭିତରେ ବିଜେପିକୁ ସମର୍ଥନ କରୁଛନ୍ତି । ଏପରିକି ନବୀନ ଟ୍ରିପଲ୍ ତଲାକ ଏବଂ ଆରଟିଆଇ ବିଲ୍ରେ ସମର୍ଥନ ନିମନ୍ତେ ଦଳୀୟ ହ୍ବିପ୍ ମଧ୍ୟ ଜାରି କରିଛନ୍ତି । ନିର୍ବାଚନ ସମୟରେ ସାଧାରଣ ଜନତାଙ୍କୁ ଭକୁଆ ବନାଇ ଏହି ଦଳ ପରସ୍ପରକୁ ଦୋଷାରୋପ କରୁଛନ୍ତି ମାତ୍ର ପରଦା ପଛରେ ଉଭୟ ଦଳ କୁତ୍ସିତ ରାଜନୀତି କରୁଛନ୍ତି ବୋଲି ତାରା ଅଭିଯୋଗ କରିଛନ୍ତି ।
ପ୍ରଥମ ଥର ପାଇଁ ଦେଶରେ ହାଇକୋର୍ଟର ସିଟିଙ୍ଗ୍ ଜଜ (ଅବସ୍ଥାପିତ ବିଚାରପତି)ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଭାରତ ଇତିହାସରେ ପ୍ରଥମଥର ପାଇଁ ଏପରି ଏକ ମାମଲା ହୋଇଛି । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇ ଏଥିପାଇଁ ଅନୁମତି ଦେଇଛନ୍ତି । ଆଲ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ଏସଏନ ଶୁକ୍ଳାଙ୍କ ବିରୋଧରେ ଭ୍ରଷ୍ଟାଚାରୀ ନିରୋଧୀ କାନୁନ ଆଧାରରେ ସିବିଆଇକୁ ମକଦ୍ଦମା ରୁଜୁ ପାଇଁ ମୁଖ୍ୟ ନ୍ୟାୟାଧୀଶ ଅନୁମତି ଦେଇଛନ୍ତି। ତେବେ ହାଇକୋର୍ଟର କୌଣସୀ ସିଟିଙ୍ଗ୍ ଜଜଙ୍କ ବିରୋଧରେ ଏଭଳି ପ୍ରଥମ ଥର ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହାଇକୋର୍ଟ ଜଷ୍ଟିସ୍ ଏସଏନ.ଶୁକ୍ଳାଙ୍କ ବିରୋଧରେ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଗମ୍ଭୀର ଅଭିଯୋଗ ହୋଇଛି । ୟୁପିର ମେଡିକାଲ କଲେଜରେ ଏମବିବିଏସ୍ ପ୍ରବେଶ ପାଇଁ ସେ ନିଜର କ୍ଷମତାର ଦୂରୁପଯୋଗ କରି ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏହି କାରଣରୁ ତାଙ୍କ ଉପରେ ୨୦୧୮ରେ ସେ କୌଣସୀ ନ୍ୟାୟିକ ନିଷ୍ପତ୍ତି ନେଇ ପାରିବେ…
ଆସନ୍ତା 4 ତାରିଖରୁ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି । ସୂଚନାନୁସାରେ, ରାଜ୍ୟରେ ମୌସୁମୀ ଏକ ପ୍ରକାର ଉଭାନ ହୋଇଯାଇଥିଲା । କିନ୍ତୁ ଓଡିଶା-ଆନ୍ଧ୍ର ସୀମାରେ ସୃଷ୍ଟ ଲଘୁଚାପ ହେତୁ ମୌସୁମୀ ପୁଣି ସକ୍ରିୟ ହେବା ସହ ସାରା ଓଡିଶାକୁ ଭିଜାଇଥିଲା । ଫଳରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଏପରିକି ଦକ୍ଷିଣ ଓଡିଶାର କିଛି ଜିଲ୍ଲାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଲଗାତାର ଭାବେ 5 ଦିନ ବର୍ଷିବା ପରେ ଏବେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷାର ପରିମାଣ କମିଛି । କିଛି ସ୍ଥାନରେ 2 ଦିନ ହେଲା ଆଦୌ ବର୍ଷା ହୋଇନାହିଁ । ଆଉ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଛି । ଭୁବନେଶ୍ୱର ସ୍ଥିତି ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା 48 ଘଂଟା ମଧ୍ୟରେ ସ୍ପଳ୍ପ ବୃଷ୍ଟିପାତ ହେବ । ଅଗଷ୍ଟ 2 ରେ…
ଉତ୍ତର ପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ନିଲମ୍ବିତ ବିଜେପି ବିଧାୟକ କୁଲଦୀପ ସେଙ୍ଗାରଙ୍କ ବିରୋଧରେ ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) । ପୀଡିତାଙ୍କ କାର୍କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଯୋଗୀ ସରକାର ଏହି ମାମଲାକୁ ମଙ୍ଗଳବାର ସିବିଆଇକୁ ହସ୍ତାନ୍ତର କରିଥିଲେ । ବୁଧବାର ସିବିଆଇ ପକ୍ଷରୁ ସେନ୍ଗାରଙ୍କ ସମେତ ଅନ୍ୟ 10 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏହା ସହିତ ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ପ୍ରଦେଶ ସରକାରଙ୍କୁ ଏକ ସପ୍ତାହ ମଧ୍ୟରେ ଦୁର୍ଘଟଣାର ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି । ଉଲ୍ଲେଖଯୋଗ୍ୟ ଯେ, ପୀଡିତା ଜଣକ ରବିବାର ନିଜର ଦୁଇ ପିଉସୀ, ଏବଂ ଓକିଲଙ୍କ ସହିତ ଉନ୍ନାଓରୁ ରାଏବରେଲୀ ଅଭିମୁଖେ ଯାଉଥିବା ବେଳେ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା…
ଅସିତ ମହାନ୍ତି ଯାହା ଲକ୍ଷ୍ୟ କରୁଛି, ‘ଓଡ଼ିଶା ରସଗୋଲା’ ଜି.ଆଇ. ମାନ୍ୟତା ପାଇବା ନେଇ ଓଡ଼ିଶାର ଅଗଣିତ ସାଧାରଣ ଜନତା ଖୁସି ଥିବାବେଳେ, କେତେକ ବିଦ୍ୱାନ ଓ ବିଶିଷ୍ଟ ଖୁବ୍ ଖୁସି ନୁହନ୍ତି। ଏହା ସ୍ବାଭାବିକ। କାରଣ ସେମାନେ ସାଧାରଣ ଜନତାଙ୍କ ଅପେକ୍ଷା ସବୁ କଥାକୁ ଅଧିକ ଗମ୍ଭୀରତା ସହିତ ବିଚାର କରିଥାଆନ୍ତି। ସେମାନଙ୍କ ମନରେ ପ୍ରଶ୍ନ ଯେ ଓଡ଼ିଶା ତ ‘ରସଗୋଲା’ ପାଇଁ ଜି.ଆଇ. ମାନ୍ୟତା ପାଇନାହିଁ, ‘ବାଙ୍ଗଲାର୍ ରସଗୋଲ୍ଲା’ର ଜି.ଆଇ. ମାନ୍ୟତା ତ କାଏମ ରହିଛି, ତା’ହେଲେ ଏ ମାନ୍ୟତା ପାଇଁ ଆମେ ବେଶି ଖୁସି ହେବାର କି କାରଣ ଅଛି ? ଖୁବ୍ ଭଲ ଓ ପ୍ରାସଙ୍ଗିକ ପ୍ରଶ୍ନ। ଏହାର ଉତ୍ତର ହେଉଛି, GI (Geographical Indications) ମାନ୍ୟତା ଗୋଟିଏ ନିର୍ଦ୍ଦିଷ୍ଟ ଭୈ।ଗୋଳିକ ଅଞ୍ଚଳରେ ଉତ୍ପାଦିତ ସାମଗ୍ରୀକୁ ତା’ର ଗୁଣ ଓ ମାନର ସ୍ୱତନ୍ତ୍ରତା ଭିତ୍ତିରେ ଦିଆଯାଏ। ତେଣୁ ସେହି ସାମଗ୍ରୀ ସହିତ ସେହି ଅଞ୍ଚଳର ନାମ…
ପାକିସ୍ତାନ ସେନା ବାହିନୀ ପକ୍ଷରୁ ଲଗାତାର ଚତୁର୍ଥ ଦିନ ପାଇଁ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜୁଲାଇ 31 ତାରିଖ ବୁଧବାର ଦିନ ପାକ୍ ସେନା ପକ୍ଷରୁ ନୌଶେରା ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ଗୁଳି ଚାଳନା କରାଯାଇଥିଲା । ଯବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା । ରାତି 12.30 ମିନିଟ୍ରେ ପାକିସ୍ତାନ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ବିଗତ ଚାରି ଦିନ ମଧ୍ୟରେ ପୁଞ୍ଚ ଏବଂ ରଜୌରୀରେ ଏହା ତୃତୀୟ ଆକ୍ରମଣ । ଚାରିଦିନ ମଧ୍ୟରେ ବିଭିନ୍ନ ସମୟରେ ହୋଇଥିବା ଅସ୍ତ୍ରବିରତିରେ ଜଣେ ଯବାନ ଓ ଜଣେ 10 ଦିନର ଶିଶୁ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ ।
ଛତିଶଗଡର ବସ୍ତରରେ ଆଇଡି ବ୍ଲାଷ୍ଟରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି । ବୁଧବାର ସକାଳୁ ଏଇ ଆଇଡି ବ୍ଲାଷ୍ଟ ହୋଇଥିବାର ସୂଚନା ମିଳିଛି । ଏହି ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଆଉ ଜଣେ ଯବାନ ଆହତ ହୋଇଛନ୍ତି । ବୁଧବାର ସକାଳୁ ବସ୍ତର ଅଞ୍ଚଳର ଗସ୍ତ ସମୟ ରେ ଏହି ଆକ୍ରମଣ ହୋଇଥିବାର ସୂଚନା ରହିଛି । ନକ୍ସଲ ଲୁଚି ରହିଥିବାର ସୂଚନା ମିଳିବା ପରେ ସୁରକ୍ଷା ବଳଙ୍କ ପକ୍ଷରୁ ଏକ ସର୍ଚ୍ଚ ଅପରେସନ କରାଯାଇଥିଲା । ସର୍ଚ୍ଚ ଅପରେସନ୍ ସମୟରେ ଏହି ବିସ୍ଫୋରଣ ହୋଇଥିଲା । ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କେଦାର ମିଶ୍ର (ଏ ଲେଖା ପ୍ରକାଶ ପାଇଲା ବେଳକୁ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହ ନଦୀରୁ ଉଦ୍ଧାର କରାଯାଇଛି ଓ ସେ ଆତ୍ମହତ୍ୟା କରିଥିବା କଥା ସତ୍ୟ ପ୍ରମାଣିତ ହୋଇଛି।ତେବେ ଏହି ଘଟଣା ର ପୃଷ୍ଠଭୂମି ଓ ପ୍ରଭାବ ବିଷୟରେ ଆମେ ଯାହା ଲେଖିଛୁ ତାହା ଅପରିବର୍ତ୍ତିତ ରହିଛି।) ଭିଜି ସିଦ୍ଧାର୍ଥ ନିଖୋଜ। ମାଙ୍ଗାଲୋର ପୂର୍ବରୁ ସେ କେଜାଣି କୁଆଡେ ହଜିଗଲେ। ହୁଏତ କୌଣସି ମୁହୂର୍ତ୍ତରେ ତାଙ୍କ ବିଷୟରେ କିଛି ଗୋଟେ ଦୁଃସମ୍ବାଦ ପହଞ୍ଚିପାରେ। ତେବେ ଭିଜି ସିଦ୍ଧାର୍ଥ କିଏ? କଣ ତାଙ୍କର ପରିଚୟ? କର୍ଣ୍ଣାଟକ ଚିକମାଗାଲୁର ରେ ଜନ୍ମିତ ମେଧାବୀ ଛାତ୍ର ଜଣକ ନିଜ ପରିବାରରେ ପ୍ରଥମ ପ୍ରଜନ୍ମର ବ୍ୟବସାୟୀ। ହୁଏତ ତାଙ୍କ ଶ୍ଵଶୁର ବିଖ୍ୟାତ ଲୋକ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଦେଶର ପୂର୍ବତନ ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ଏସ.ଏମ.କ୍ରୀଷ୍ଣାଙ୍କର ସେ ଜୋଇଁ। ତେବେ ନିଜ ଗୋଡରେ ନିଜେ ଠିଆ ହୋଇ ଗତ କୋଡିଏ ବର୍ଷ ଭିତରେ…
କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବ ବିଦେଶ ମନ୍ତ୍ରୀ ଏସଏମ କ୍ରିଷ୍ଣାଙ୍କ ଜ୍ଵାଇଁ ତଥା ‘କାଫେ କଫି ଡେ’ର ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ବୁଧବାର ସକାଳୁ ଉଦ୍ଧାର ହୋଇଛି । ନେତ୍ରାବତୀ ନଦୀ କୂଳରୁ ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର ହୋଇଛି। ସିଦ୍ଧାର୍ଥ ସୋମବାର ସନ୍ଧ୍ୟା ୭ଟା ପରଠାରୁ ନିଖୋଜ ଥିଲେ । ନିଖୋଜ ହେବାର ଦୀର୍ଘ ୩୨ ଘଣ୍ଟା ପରେ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ନଦୀର ହୋଇଗା ବଜାର ନିକଟ କୂଳରୁ ଠାବ କରାଯାଇଛି । କର୍ଣ୍ଣାଟକର ମେଙ୍ଗାଲୁରୁ ନିକଟ ନେତ୍ରାବତୀ ନଦୀରେ ନିଖୋଜ ହେବା ପରେ ଭିଜି ସିଦ୍ଧାର୍ଥଙ୍କୁ ପ୍ରାୟ ୨୦୦ ଜଣ ଖୋଜୁଥିଲେ । ଏଥିରେ ପୋଲିସ, ମତ୍ସଜୀବୀ ଓ ଅନ୍ୟ ଉଦ୍ଧାରକାରୀ ଟିମ ସାମିଲ ଥିଲେ ।
ନ୍ୟାସନାଲ ମେଡିକାଲ କାଉନସିଲ ବିଲ ୨୦୧୯କୁ ବିରୋଧ କରି ନ୍ୟାସନାଲ ମେଡିକାଲ କାଉନସିଲ ବିଲ ୨୦୧୯କୁ ବିରୋଧ କରି ଦେଶର ୩ ଲକ୍ଷ ଡାକ୍ତର ଧାରଣା ପ୍ରଦର୍ଶନ କରିବେ। ଏହାଫଳରେ ଓପିଡ଼ି ଗୁଡ଼ିକ ବନ୍ଦ ହେବାରୁ ରୋଗୀ ଚିକିତ୍ସା ବ୍ୟାପକ ପ୍ରଭାବିତ ହେବ । ଆଇଏମର ଜାତୀୟ ସଭାପତି ଶାନ୍ତନୁ ସେନ କହିଛନ୍ତି, ଲୋକଙ୍କର ସ୍ୱାସ୍ଥ୍ୟଗତ ସୁବିଧାକୁ ଦୃଷ୍ଟିରେ ରଖି ଏହି ଆନ୍ଦୋଳନ କରାଯାଉଛି । ସୂଚନାଯୋଗ୍ୟ ଏହି ବିଲ ମେଡିକାଲ କାଉନସିଲ ସ୍ଥାନରେ ଅନେକ ପରିବର୍ତ୍ତନ କରାଯାଇଛି । ଏହି ବିଲ ଗୃହୀତ ହେବା ପରେ ଏବେ ଏମବିବିଏସ ପାସ କରିବା ପରେ ଡାକ୍ତରଙ୍କୁ ଅଭ୍ୟାସ ପାଇଁ ଏଗଜିଟ ଟେଷ୍ଟ ଦେବାକୁ ପଡ଼ିବ । ବର୍ତ୍ତମାନ ଏବେ ବିଦେଶରୁ ପାଠ ପଢ଼ି ଆସିଥିବା ଭାରତୀୟ ମେଡିକାଲ ଛାତ୍ରଙ୍କୁ ଏଗଜିଟ ପରୀକ୍ଷା ଦେବାକୁ ପଡୁଛି। ଏହି ଆନ୍ଦୋଳନ ବୁଧବାର ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ଯାଏଁ ଜାରି ରହିବ ।
ଆଜି ରାଜ୍ୟ ସଭାରେ ବହୁ ବିବାଦୀୟ ଟ୍ରିପିଲ୍ ତଲାକ ବିଲ ପାରିତ ହୋଇଛି। ଏହି ବିଲ ପାଶ ହୋଇଥିବା ଭୋଟିଂରେ ସପକ୍ଷରେ 99 ଟି ଭୋଟ ଏବଂ ବିପକ୍ଷରେ 84ଟି ଭୋଟ ମିଳିଥିଲା। ମୁସିଲମ ମହିଳା ବିଲ 2019କୁ ରାଜ୍ୟସଭାରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଗତ କରିଥିଲେ। ଏହାପରେ ଡିଭିଜନ ହୋଇ ଭୋଟ ଗ୍ରହଣ କରାଯାଇଥିଲା। ପୂର୍ବରୁ ଏହି ବିଲ୍ ରାଜ୍ୟସଭାରେ ଗୃହିତ ହୋଇପାରି ନ ଥିଲା। ସେତେବେଳେ ଏହା ସପକ୍ଷରେ ମାତ୍ର 84ଟି ଭୋଟ ମିଳିଥିବା ବେଳେ ବିରୋଧରେ 100 ଖଣ୍ଡ ଭୋଟ ମିଳିଥିଲା। ଫଳରେ ସେତେବେଳେ ବିଲ୍ କୁ ଷ୍ଟାଡିଂ କମିଟକୁ ପଠାଇଦିଆଯାଇଥିଲା। ଏହି ବିଲ୍ ଲୋକସଭାରେ ପୂର୍ବରୁ ପାଶ ହୋଇଯାଇଥିଲା। ଏହି ବିଲ୍ ଆଗତ ହେବା ପରେ ରାଜ୍ୟସଭାର ବିରୋଧୀ ଦଳର ନେତା ଗୁଲାମନବୀ ଆଜାଦ ବିରୋଧ କରିଥିଲେ। ସେ କହିଥିଲେ ଯେ, ବିରୋଧୀ ଦଳ ଏହି ବିଲ୍ ରେ କେତେକ ସଂଶୋଧନ ଆଣିବାକୁ ଚାହୁଁଥିଲେ…
ରାଜ୍ୟରେ ଆଉ ୩ଟି ସ୍ଥାନରେ ନୂଆ ପେଟ୍ରୋଲିୟମ୍ ପ୍ରକଳ୍ପ ହେବ ବୋଲି ଆଇଓସିଏଲ୍ର ଓଡ଼ିଶା ମୁଖ୍ୟ ମହାପ୍ରବନ୍ଧକ ଶୁଭଜିତ୍ ଘୋଷ ସୂଚନା ଦେଇଛନ୍ତି । ସେହିପରି ପାରାଦୀପଠାରେ ଏଲପିଜି ଟର୍ମିନାଲ୍ ଓ ଖୋର୍ଦ୍ଧାରେ ବଟଲିଂ ପ୍ଲାଣ୍ଟ ହେବ ବୋଲି ମଧ୍ୟ ସୂଚନା ରହିଛି । ବ୍ରହ୍ମପୁରଠାରେ ଇଣ୍ଡିଆନ ଅଏଲର ବଡ ଟର୍ମିନାଲ୍ ପ୍ରତିଷ୍ଠା ହେବ । ରାଜ୍ୟରେ ହେବାକୁ ଥିବା ୩ଟି ପ୍ରକଳ୍ପରେ ପ୍ରାୟ ୧୧ କୋଟି ଟଙ୍କା ନିବେଶ କରାଯିବ । ଏହାଦ୍ବାରା ୧ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳବ ବୋଲି ସୂଚନା ଦେଇଛନ୍ତି ମହାପ୍ରବନ୍ଧକ ଶୁଭଜିତ୍ ଘୋଷ ।
ଦିନକୁ ଦିନ ନଦୀ ଜଳ ଜହର ପାଲଟିବାରେ ଲାଗିଛି। ଏହି ପ୍ରସଙ୍ଗରେ ଏବେ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମତ ରଖିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ପ୍ରମୁଖ ୫ଟି ନଦୀର ଜଳ ଦୂଷିତ ହୋଇଛି। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୫ଟି ନଦୀର ଜଳ ପ୍ରଦୂଷିତ ହୋଇ ଜହର ପାଲଟିଛି । ଏହି ୫ଟି ନଦୀ ଯଥା ମହାନଦୀ, ଶଙ୍ଖ, କୋଏଲ, ବ୍ରାହ୍ମଣୀ ଓ ବୈତରଣୀର ଜଳ ଦୂଷିତ ହୋଇଛି। ମହାନଦୀର ୨ଟି ଭାଗ, ଶଙ୍ଖ ଓ କୋଏଲ ନଦୀର ଗୋଟିଏ ସ୍ଥାନରେ ଜଳ ପ୍ରଦୂଷିତ ରହିଛି । ବ୍ରାହ୍ମଣୀ ନଦୀର ୪ଟି ସ୍ଥାନରେ ଜଳ ପ୍ରଦୂଷିତ ହୋଇଥିବା ବେଳେ ବୈତରଣୀର ତିନୋଟି ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି । କଟକ ଓ ସମ୍ବଲପୁର ସହରର ପରିତ୍ୟକ୍ତ ଜଳରୁ ମହାନଦୀ ଜଳ ପ୍ରଦୂଷିତ ହେବାରେ ଲାଗିଛି । ରାଉରକେଲା ସହର ପରିତ୍ୟକ୍ତ ପାଣି, ଷ୍ଟିଲ ପ୍ଲାଣ୍ଟର ବର୍ଜ୍ୟ ଓ…
ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିବା ପରେ ଓଡ଼ିଶାର ଅନ୍ୟାନ୍ୟ ମିଠା ତଥା ରସାବଳି, ଆରିସା, ଛେନାପୋଡ୍ ଆଦିକୁ ଜିଆଇ ମାନ୍ୟତା ପାଇଁ ଦାବି କରାଯିବ। ତଥ୍ୟ ସଂଗ୍ରହ ପରେ ଏହିସବୁ ପାଇଁ ରାଜ୍ୟ ପକ୍ଷରୁ ଦାବୀ କରାଯିବା ନେଇ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ସୂଚନା ଦେଇଛନ୍ତି । ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିବାରୁ ଗର୍ବିତ ଅନୁଭବ କରୁଥିବା ରାଜ୍ୟ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର କହିଛନ୍ତି । ଏହା ପରେ ଆରିସା, ଛେନାପୋଡ଼, ରସାବଳିକୁ ଜିଆଇ ଟ୍ୟାଗ ପ୍ରଦାନ ପାଇଁ ତଥ୍ୟ ସଂଗ୍ରହ କରାଯିବ । ତଥ୍ୟ ସଂଗ୍ରହ ପରେ ଏହି ସବୁ ପାଇଁ ରାଜ୍ୟ ପକ୍ଷରୁ ଜିଆଇ ମାନ୍ୟତା ଦାବୀ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ବିଧାନସଭାରେ ରସାବଳିକୁ ଜିଆଇ ମାନ୍ୟତା ଦେବା ପ୍ରସଙ୍ଗ ବେଶ୍ ଚର୍ଚ୍ଚାରେ ରହିଥିଲା । ରସଗୋଲା ଭଳି ଆରିସା, କାକରା, ମଣ୍ଡା, ମୁଦୁକ ଓ ରସାବଳିକୁ…
ରାଜ୍ୟରେ ଖୁବଶୀଘ୍ର ହେବ ’ ମୋ କଲେଜ ଯୋଜନା’ ଆରମ୍ଭ ହେବ । ମୋ ସ୍କୁଲ ଯୋଜନା ଭଳି ମୋ କଲେଜ ଯୋଜନା ଆରମ୍ଭ ହେବ ବୋଲି ବିଧାନସଭାରେ ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ହେଲେ ମ୍ୟାନେଜମେଣ୍ଟ ସିଷ୍ଟମ୍କୁ ସୁଦୃଢ କରିବାକୁ ପଡ଼ିବ । ଅଭିଭାବକ ଓ ପୁରାତନ ଛାତ୍ରମାନଙ୍କୁ ମଧ୍ୟ କଲେଜରେ ସଂଶ୍ଲିଷ୍ଟ କରାଯିବ । ଏନେଇ ‘ମୋ କଲେଜ ଅଭିଯାନ ଆରମ୍ଭ ହେବ’ ବୋଲି କହିଛନ୍ତି ଅରୁଣ ସାହୁ । ସେହିପରି ନାକ୍ର ନିର୍ଦ୍ଦେଶ ଅନୁସାରେ ତଥା ୨୦୧୯ ନୂତନ ଶିକ୍ଷାନୀତି ଅନୁସାରେ ସବୁ କଲେଜକୁ ନାକ୍ ସ୍ବୀକୃତି କରାଯିବ । ସେହିପରି ସରକାରୀ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ପାଇଁ ଓପିଏସିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଅରୁଣ ସାହୁ ।
ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ପୁଣି ଥରେ ସିଲ୍ଭର ସ୍କ୍ରିନ୍କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ବହୁଭାଷୀ ଫିଲ୍ମ ପେହେଲଓ୍ବାନ୍ରେ କନ୍ନଡ ତାରକା କିଚ୍ଚା ସୁଦୀପଙ୍କ ସହିତ ନଜର ଆସିବାକୁ ଯାଉଛନ୍ତି ସୁନୀଲ । ଫିଲ୍ମଟି ଏକକାଳୀନ ହିନ୍ଦି, କନ୍ନଡ, ତାମିଲ, ତେଲୁଗୁ ଏବଂ ମାଲାୟଲମରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ପ୍ରଥମ ଗୀତର ସୁଟିଂ ଶେଷ କରିଛନ୍ତି ସୁନୀଲ ଓ ସୁଦୀପ । ଫିଲ୍ମରେ ସୁଦୀପ୍ ଜଣେ କୁସ୍ତିଯୋଦ୍ଧା ଭାବରେ ନଜର ଆସିବାକୁ ଯାଉଥିବା ବେଳେ ସୁନୀଲ ତାଙ୍କ ପ୍ରଶିକ୍ଷକ ରହିଛନ୍ତି । ଫିଲ୍ମଟିର ନିର୍ଦ୍ଦେଶନା ଏସ୍ କ୍ରିଷ୍ଣା ଦେଉଥିବା ବେଳେ ଆକାଙ୍କ୍ଷା ସିଂ ସୁଦୀପ୍ଙ୍କ ବିପକ୍ଷରେ ନଜର ଆସିବେ ।
ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ଜଗଦୀପ ଧନକର୍ ଆଜି ଶପଥ ନେଇଛନ୍ତି । ପୂର୍ବରୁ ଏଠାରେ କେଶରୀନାଥ ତ୍ରିପାଠୀ ରାଜ୍ୟପାଳ ରହିଥିଲେ । ରାଜଭବନରେ ଆୟୋଜିତ ଶପଥ ସମାରୋହରେ କଲିକତାର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟଧୀଶ ଟିବିଏନ୍ ରାଧାକୃଷ୍ଣନ୍ ଜଗଦୀପଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତଥା ବିଧାନସଭାର ନେତା ତଥା ପ୍ରତିପକ୍ଷ ଓ କଂଗ୍ରେସ ନେତା ଅବଦୁଲ୍ ମନ୍ନାନଙ୍କ ସମେତ ବହୁ ବରିଷ୍ଠ ରାଜନେତା ଉପସ୍ଥିତ ରହିଥିଲେ । ଜଗଦୀପ୍ ରାଜ୍ୟର ୨୮ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି । ଜଗଦୀପ୍ ଧନକର୍ ୧୯୭୭ ମସିହାରେ ରାଜସ୍ଥାନ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ୩୫ ବର୍ଷ ବୟସରେ ରାଜସ୍ଥାନ ହାଇକୋର୍ଟରେ ବାର୍ ଆସୋସିଏସନ୍ର ଅଧ୍ୟକ୍ଷ ମଧ୍ୟ ହୋଇଥିଲା । ଜଗଦୀପ୍ ଧନକର୍ ନବମ ଲୋକସଭା ପାଇଁ ଝୁନ୍ଝୁନ୍ ସଂସଦୀୟ ଆସନରୁ ଜନତା ଦଳ ତରଫରୁ ବିଜୟୀ ହୋଇଥିଲା।…
ବ୍ରାଜିଲ ଫୁଟବଲ୍ ଷ୍ଟାର୍ ତଥା ପୂର୍ବତନ ଅଧିନାୟକ ନେମ୍ୟାରଙ୍କୁ ଧର୍ଷଣ ମାମଲାରୁ ମୁକ୍ତ କରିଛି ବ୍ରାଜିଲ ପୋଲିସ୍ । ପ୍ରମାଣ ଅଭାବରୁ ବ୍ରାଜିଲ୍ ପୋଲିସ୍ ନେମ୍ୟାରଙ୍କୁ ଏହି ମାମଲାରୁ ମୁକ୍ତ କରିଥିବା ଜଣାପଡିଛି । ପ୍ୟାରିସ୍ର ପିଏସ୍ଜି ପକ୍ଷରୁ ମ୍ୟାଚ୍ ଖେଳୁଥିବା ସମୟରେ ନିଶାସକ୍ତ ଅବସ୍ଥାରେ ମହିଳାଙ୍କ ସହିତ ଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ ଆସିଥିଲା । ଗତମାସରେ ବ୍ରାଜିଲ୍ର ଅଧିନାୟକ ପଦରୁ ବାହାରିଥିବା ନେମ୍ୟାର ଏହି ଖବରକୁ ମିଥ୍ୟା ବୋଲି କହିବା ସହିତ ତାଙ୍କୁ ବଦନାମ କରିବା ପାଇଁ ଏହି ଅଭିଯୋଗ ଅଣାଯାଇଥିବା କହିଥିଲେ । ଏହି ଖବର ପରେ ବ୍ରାଜିଲ ଏବଂ ଫୁଟବଲ ଫ୍ୟାନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ନେମ୍ୟାର ।
କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁୟରପ୍ପା ଏବେ ଆକ୍ସନ ମୋଡ୍ରେ । ୟେଦ୍ୟୁରପ୍ପାଙ୍କ କର୍ଣ୍ଣାଟକ ସରକାର କନ୍ନଡ ଓ ସଂସ୍କୃତି ବିଭାଗ ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ ନ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ବିଧାୟକ ବୋପାୟା ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ ରାଜ୍ୟରେ ଟିପୁସୁଲତାନ ଜୟନ୍ତୀ ଉତ୍ସବ କରିବା ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ । ଏହା ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ସରକାର ଥିବା ସମୟରେ ଏହି ସମାରୋହ ବଡ଼ ଆଡମ୍ବର ସହକାରେ ପାଳନ ହୋଇଛି । ପୂର୍ବରୁ ରାଜ୍ୟରେ ଟିପୁ ସୁଲତାନ ଜୟନ୍ତୀ ପ୍ରସଙ୍ଗ ନେଇ ରାଜ୍ୟ ରାଜନୀତି ବେଶ୍ ଗରମ ରହିଛି । ବିଜେପି ସବୁବେଳେ ଏହି ପ୍ରସଙ୍ଗକୁ ବିରୋଧ କରି ଆସିଛି । ୧୮ଶ ଶତାବ୍ଦୀର ମୈସୁର ଶାସକ ଟିପୁ ସୁଲତାନଙ୍କ ଜୟନ୍ତୀ ପ୍ରତି ବର୍ଷ ନଭେମ୍ବର ୧୦କୁ ପାଳନ କରାଯାଇଥାଏ । କିନ୍ତୁ ରାଜ୍ୟରେ ବିଜେପି ସରକାର ଶାସନ କ୍ଷମତାକୁ ଆସିବା ପରେ…
ଆଜି ସଂସଦରେ ଉପର ସଦନ ରାଜ୍ୟସଭାରେ ଆଗତ ହୋଇଛି । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍ଟିକୁ ସଂସଦରେ ଆଗତ କରାଇଛନ୍ତି । ବିଲ୍ ଆଗତ ହେବା ପରେ ପ୍ରତିବାଦରେ ଏନ୍ଡିଏର ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ୍ର ସମସ୍ତ ସଦସ୍ୟ ଗୃହରୁ ପଳାଇ ଯାଇଥିଲେ । ସେହିପରି ବିଜେପିର ଅନ୍ୟତମ ସହଯୋଗୀ ଦଳ ଏଆଇଡିଏମ୍କେ ମଧ୍ୟ ଏହି ବିଲ୍କୁ ବିରୋଧ କରିବ ବୋଲି ଜଣାପଡିଛି । ରାଜ୍ୟସଭାରେ ଜେଡିୟୁର 6 ଜଣ ସଦସ୍ୟୂ ରହିଥିବା ବେଳେ ଏଆଇଡିଏମ୍କେର 11 ସଦସ୍ୟ ରହିଛନ୍ତି । ଜେଡିୟୁ ନେତା ବଶିଷ୍ଠ ନାରାୟଣ ସିଂ କହିଛନ୍ତି ଟ୍ରିପଲ୍ ତଲାକ ଏକ ସାମାଜିକ ସମସ୍ୟା ଏବଂ ଏହି ଆଇନରେ ପରିବର୍ତ୍ତନ ଆବଶ୍ୟକ ।

