Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»ମୀନା କୁମାରୀ- ସେ କରୁଣ ରାଗର ମୂର୍ଚ୍ଛନା, ସେ ବଲିଉଡର ରହସ୍ୟମୟୀ ବନ ଜୋଛନା
ସିନେମା

ମୀନା କୁମାରୀ- ସେ କରୁଣ ରାଗର ମୂର୍ଚ୍ଛନା, ସେ ବଲିଉଡର ରହସ୍ୟମୟୀ ବନ ଜୋଛନା

August 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ମୀନା କୁମାରୀ, ଏ ନାଁ ଇ ଏକ ଇତିହାସ। ହିନ୍ଦୀ ସିନେମାରେ ଏମିତି ଏକ ଚେହେରା ଯିଏ କରୁଣ ରସର ଏକ କବିତା ପରି। ମୀନାକୁମାରୀଙ୍କ ମୁହଁ ବୋଧେ ତାଙ୍କ ସମୟର ଅଭିବ୍ୟକ୍ତିକୁ ରେଖାଙ୍କିତ କରୁଥିଲା। ଷାଠିଏ ଓ ସତୁରୀ ଦଶକର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଭାବେ ମୀନା କୁମାରୀ ବେଶ୍‌ ପରିଚିତ ।  ଆଜି ମୀନା କୁମାରୀ ଯଦି ବଞ୍ଚିଥାନ୍ତେ ତାଙ୍କୁ  ୮୬ ବର୍ଷ ହୋଇଥାନ୍ତା ।

ବଲିଉଡ୍‌ର ଟ୍ରାଜେଡି କ୍ବିନ୍ ଭାବେ ବେଶ୍‌ ପରିଚିତା ଏହି ଅଭିନେତ୍ରୀଜଣକ୧୯୩୨ ମସିହା ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ।  ମୀନାଙ୍କ ପ୍ରକୃତ ନାମ ଥିଲା ମହଜବୀନ୍‌ ।ଭାରତୀୟ ସିନେମାର ସବୁଠୁ ସଫଳ ଓ ଚର୍ଚ୍ଚିତ ସିନେମା   ‘ସାହେବ ବିବି ଔର ଗୁଲାମ୍‌’, ‘ପାକିଜା’, ‘ମେରେ ଅପନେ’, ‘ବୈଜୁ ବାଓ୍ବାରା, ‘ଦିଲ୍‌ ଅପ୍‌ନା ପ୍ରୀତ୍‌ ପରାୟେ‘, ‘ପରିଣୀତା’, ‘ଆଜାଦ୍‌’, ‘ଏକ ହୀ ରାସ୍ତା’, ‘ମିସ୍‌ ମେରୀ’, ‘ଶାରଦା’, ‘କୋହିନୂର୍‌’, ‘ସାହେବ ବିବି ଔର ଗୁଲାମ’, ‘ମେଁ ଚୁପ୍‌ ରହୁଙ୍ଗୀ’ ‘ଔରତ’ ଇତ୍ୟାଦିରେ ନିଜର ଅଭିନୟ ଦେଖାଇ ବଲିଉଡ୍‌ରେ ଏକ ମାଇଲ୍‌ ଷ୍ଟୋନ୍‌ ସ୍ଥାପନ କରିଥିଲେ ମୀନା କୁମାରୀ ।

ସଂଘର୍ଷମୟ ଥିଲା ତାଙ୍କର ଜୀବନ । ସାନଟି ବେଳୁ ସେ ଜୀବନରେ ବହୁ ଦୁଃଖ ଓ ଯନ୍ତ୍ରଣା ଦେଖି ବଡ଼ ହୋଇଛନ୍ତି ।  ତାଙ୍କ ବାପା ଓ ମାଙ୍କ ପାଖରେ ପଇସା ନଥିବାରୁ ସେ ଜନ୍ମ ହେଉ ହେଉ ତାଙ୍କୁ ଏକ ଅନାଥାଶ୍ରମରେ ଛାଡ଼ି ଦେଇଥିଲେ । ପରେ ତାଙ୍କୁ ତାଙ୍କ ବାପା ଅନାଥାଶ୍ରମରୁ ନେଇଆସିଥିଲେ । ଜନ୍ମ ହେବାଠାରୁ ଯେମିତି ଦୁଃଖ ତାଙ୍କ ପାଖ କଦାପି ଛାଡ଼ି ନଥିଲା ।  ବହୁତ କମ୍‌ ବୟସରୁ ମୀନା ଘରର ସମସ୍ତ ବୋଝକୁ ନିଜ କାନ୍ଧରେ ବୋହିଥିଲେ। ସାତ ବର୍ଷ ବୟସରୁ ସେ ଫିଲ୍ମରେ କାମ ଆରମ୍ଭ କରିଥିଲେ । ବେବି ମୀନା ଭାବରେ ‘ଫରଜଦ୍‌ – ଏ ହିନ୍ଦ୍‌’ରେ ପ୍ରଥମେ ନଜର ଆସିଥିଲେ । ପରବର୍ତ୍ତୀ ସମୟରେ ‘ଲାଲ୍‌ ହଓ୍ବେଲୀ’, ‘ଅନ୍ନପୂର୍ଣ୍ଣା’, ‘ସନମ୍‌’, ‘ତମାସା’ ଆଦି ଫିଲ୍ମରେ ଅଭିନୟ କଲେ । କିନ୍ତୁ ୧୯୫୨ ମସିହାରେ ଆସିଥିବା ‘ବେଜୁ ବାଓ୍ବାରା’ରେ ସେ ରାତାରାତି ଷ୍ଟାର ପାଲଟିଗଲେ । ଏହି ଫିଲ୍ମ ପରେ ସେ ସଫଳତାର ସିଡି ଚଢିବାରେ ଲାଗିଲେ । ଏହି ଫିଲ୍ମ ପାଇଁ ମୀନା କୁମାରୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ଫିଲ୍ମଫେୟାର୍‌ ଆଓ୍ବାର୍ଡରେ ସମ୍ମାନିତ ହେଲେ । ପ୍ରଥମ ଅଭିନେତ୍ରୀ ଭାବେ ମୀନା କୁମାରୀ ଏହି ପୁରସ୍କାର ବିଜୟିନୀ ହୋଇଥିଲେ ।

ବହୁତ କମ୍‌ ଲୋକ ଜାଣିଥିବେ  ମୀନା କୁମାରୀ ଅଭିନେତା ଦିଲ୍ଲୀପ କୁମାରଙ୍କ ସହ ସମ୍ପର୍କ ବିଷୟରେ । ଦୁହିଁଙ୍କ ସମ୍ପର୍କ ଏପରି ନିବିଡ ଥିଲା ଯେ, ମୀନା ସବୁବେଳେ  ଦିଲ୍ଲୀପ କୁମାରଙ୍କୁ ଅଚିହ୍ନା ଲୋକ ବୋଲି କହି ଥଟ୍ଟା କରୁଥିଲେ । କିନ୍ତୁ ମୀନା କୁମାରୀ ଦିଲ୍ଲୀପ କୁମାରଙ୍କ ସହିତ ‘କୋହିନୂର’, ‘ୟେହୁଦୀ ଓ ଆଜାଦ୍‌’ ସମେତ ଆହୁରି ଅନେକଗୁଡ଼ିଏ ଲୋକପ୍ରିୟ ସିନେମା କରିଥିଲେ । ନିଜ ନିଆରା ଅଭିନୟ ପାଇଁ ମୀନା କୁମାରୀ ୧୯୬୩ ମସିହାରେ ଦଶମ ଫିଲ୍ମଫେୟାର୍‌ ପୁରସ୍କାରରେ  ଶ୍ରେଷ୍ଠ ଅଭିନେତ୍ରୀର ଚୟନ ଲାଗି ମୀନାଙ୍କ ଅଭିନୀତ ତିନୋଟି ଫିଲ୍ମ ‘‘ମେ ଚୁପ୍‌ ରହୁଙ୍ଗୀ’, ଔରତ୍‌’,” ସାହବ ବିବି ଔର ଗୁଲାମ୍‌’ ହିଁ ରହିଥିଲା । ତେବେ ସେଥିରୁ “ସାହବ ବିବି ଔର ଗୁଲାମ୍‌’ର ମୀନାଙ୍କ ଅଭିନୀତ ‘ଛୋଟି ବୋହୂ’ ବାଜି ମାରିନେଇଥିଲା ।

ମୀନା ରିଲ୍‌ ଲାଇଫ୍‌ରେ ଯେତିକି ସଫଳତାରେ ଶୀର୍ଷରେ ଚଢିଥିଲେ, ରିଅଲ୍‌ ଲାଇଫ୍‌ରେ ସେତିକି କଷ୍ଟ ଓ ଦୁଃଖରେ ବଢିଥିଲେ । ଜନ୍ମଠାରୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦୁଃଖ ହିଁ ତାଙ୍କ ଚିର ସହଚର ରହିଥିଲା । ଗରିବ ଠାରୁ ଆରମ୍ଭ କରି ତିନି ତଲାକ୍‌ ପର୍ଯ୍ୟନ୍ତ ସମସ୍ତ ଦୁଃଖକୁ ସେ ଏକାକୀ ଭୋଗି ଥିଲେ ।

ତାଙ୍କ ବୈବାହିକ ଜୀବନ ମଧ୍ୟ ବେଶ୍‌ ରହସ୍ୟମୟ ଥିଲା । ତାଙ୍କ ଦାମ୍ପତ୍ୟ ଜୀବନରେ ସେଭଳି କିଛି ମଧୁରତା ନଥିଲା । ୧୯୫୨ ମସିହାରେ ‘ପାକିଜା’ର ନିର୍ଦ୍ଦେଶକ କମାଲ୍‌ ଅମରୋହୀଙ୍କୁ ବିବାହ ସେ କରିଥିଲେ । କିନ୍ତୁ ଦୁହିଁଙ୍କ ଭିତରେ ବୟସର ବ୍ୟବଧାନ ବହୁତ ଅଧିକ ରହିଥିଲା । ମୀନା ୧୯ ବର୍ଷ ବୟସର ହୋଇଥିବାବେଳେ ୩୪ ବର୍ଷୀୟ ଥିଲେ କମାଲ୍‌ । କୁହାଯାଏ, କମାଲ୍‌ ରାଗରେ ମୀନାକୁ ତିନି ତଲାକ୍‌ ଦେଇଥିଲେ । ଏହା ପରେ ମୀନା କୁମାରୀ ଅମାନ୍‌ ଉଲ୍ଲା ଖାନ୍‌ଙ୍କୁ ବିବାହ କରିଥିଲେ । କିନ୍ତୁ ଏହାର ଏକ ମାସରେ ମୀନକୁମାରୀ ଅମାନ୍‌ଙ୍କଠାରୁ ତଲାକ୍‌ ନେଇଥିଲେ । ପୁନଃ କମାଲ୍‌ଙ୍କୁ ଦ୍ବିତୀୟଥର ବିବାହ କରିଥିଲେ । ତାଙ୍କ ଜୀବନୀପୁସ୍ତକ ‘ତଲାକ୍‌’ ଓ ‘ହଲାଲ୍‌’ରେ ଏହାକୁ ଉଲ୍ଲେଖ କରିଛନ୍ତି ଲେଖକ ତଥା ସାମ୍ବାଦିକ ବିନୋଦ ମେହେତା ।  ସମ୍ପର୍କ ତାଙ୍କୁ  ସବୁବେଳେ ଧୋକା ହିଁ ଦେଇଛି ।  ମୀନା କୁମାରୀଙ୍କ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ସମ୍ପର୍କ ନିବିଡ  ରହିଥିଲା । ମୀନାଙ୍କଠୁ ବୟସରେ ଧର୍ମେନ୍ଦ୍ର ସାନ ଥିଲେ ମଧ୍ୟ ମୀନା ଧର୍ମେନ୍ଦ୍ରଙ୍କ କ୍ୟାରିଅର୍‌କୁ ବହୁତ ଉଚ୍ଚକୁ ନେଇଥିଲେ । କିନ୍ତୁ ଧର୍ମେନ୍ଦ୍ରଙ୍କ ବିଶ୍ବାସଘାତକତା  ମୀନାଙ୍କୁ ମାନସିକସ୍ତରରେ ବହୁତ କ୍ଷତି ପହଞ୍ଚାଇଥିଲା । ଏହା ପରେ ପରେ ମୀନା ମଦ ପ୍ରତି ଆସକ୍ତ ହୋଇଗଲେ । ଜୀବନସାରା ଯନ୍ତ୍ରଣା ଓ କଷ୍ଟରେ ରହି ରହି ମଦକୁ ସାଥୀ କରିଥିଲେ ଏବଂ ଏହି ମଦ ହିଁ ତାଙ୍କ ମୃତ୍ୟୁର କାରଣ ହୋଇଥିଲା।  ଶେଷରେ ମାର୍ଚ୍ଚ ୩୧, ୧୯୭୨ ମସିହାରେ ମାତ୍ର ୩୯ ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଥିଲେ ଟ୍ରାଜେଡି କ୍ବିନ୍ ମୀନା କୁମାରୀ ।

ମୀନା କୁମାରୀ ଅଭିନେତ୍ରୀ ଭାବରେ ଯେତିକି ପରିଚିତା, କବି ଭାବରେ ସେତିକି ଅପରିଚିତ। । ମୃତ୍ୟୁ ବେଳକୁ ତାଙ୍କ ପାଖରେ ଟ୍ରଙ୍କ ଭର୍ତ୍ତି କବିତା ରହିଥିଲା, ଯାହାକୁ ସେ ଲେଖକ ତଥା ନିର୍ଦ୍ଦେଶକ ଗୁଲଜାରଙ୍କ ନାଁ ରେ ଉଇଲ କରି ଦେଇଥିଲେ। ମୀନାଙ୍କ ମୃତ୍ୟୁ ପରେ ଗୁଲଜାର ତାଙ୍କ କବିତାର ଏକ ଚମତ୍କାର ସଂକଳନ ପ୍ରକାଶ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

August 27, 2026

ଖେଲୋ ଇଣ୍ଡିଆ ମତ ବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

August 27, 2026

ଭାରତରେ ବ୍ରିକ୍ସ ଶିଖର ସମ୍ମିଳନୀ: ଥିମ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

August 27, 2026

ବର୍ଷା ସାଜିବ ଖଳନାୟକ!: ଭାରତର WTC ଫାଇନାଲ୍ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?

August 27, 2026
Latest News

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

August 27, 2026

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026

କୋର୍ଟରେ ହାଜର ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.