ଲୋକସଭାରେ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ ଏକ ବିବାଦୀୟ ବୟାନ ଦେଇଛନ୍ତି । ମହିଳା ସାଂସଦ ତଥା ଗୃହର ସଭାପତି ଭାବରେ କାର୍ଯ୍ୟ ଚଳାଉଥିବା ରମାଦେବୀଙ୍କ ଉଦ୍ଦେଶ୍ୟରେ କିଛି ଅପମାନ ଜନକ ଶବ୍ଦର ବ୍ୟବହାର କରିଥିଲେ ଆଜମ୍ । ବାଚସ୍ପତି ଓମ୍ ବିର୍ଲାଙ୍କ ଅନୁପସ୍ଥିତିରେ ଗୃହକାର୍ଯ୍ୟ ଚଳାଉଥିଲେ ରମାଦେବୀ । ଆଜମ୍ଙ୍କ ମତକୁ ଗୃହର ବିବରଣୀରୁ ବାଦ ଦେଇଛନ୍ତି ବାଚସ୍ପତି ଓମ୍ ବିର୍ଲା । ଏହି ମନ୍ତବ୍ୟ ପରେ ଆଇନ୍ ମନ୍ତ୍ର ରବି ଶଙ୍କର ପ୍ରସାଦ ଆଜମ୍ଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ମୁଁ କୌଣସି ଅଣ ସାମ୍ବିଧାନିକ ଶବ୍ଦ ବ୍ୟବହାର କରିନାହିଁ ଏବଂ ଯଦି ଏହା ପ୍ରମାଣିତ ହୁଏ ତେବେ ମୁଁ ତୁରନ୍ତ ଇସ୍ତଫା ପ୍ରଦାନ କରିବି ବୋଲି ଆଜମ୍ ଖାନ୍ କହିଛନ୍ତି । ସେହିପରି ସମାଜବାଦୀ ଦଳ ମୁଖ୍ୟ ଅଖିଳେଶ ଯାଦବ ଏହି ମାମଲାରେ ଆଜମ୍ଙ୍କ ସମର୍ଥନ କରିଛନ୍ତି ।
Author: Samikhsya Bureau
ବାରାକପୁର ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ବାସଭବନ ଉପରେ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି । ଏହା ସହିତ ଘର ବାହାରେ ଗୁଳି ଚାଳନା କରିଛନ୍ତି । ଭାଟପାରା ନଗର ନିଗମର ମୁଖ୍ୟ ତଥା ଅର୍ଜୁନଙ୍କ ପୁତୁରା ସୌରଭ ସିଂହ ଏଥିପାଇଁ ତୃଣମୂଳ କଂଗ୍ରେସକୁ ଦାୟୀ କରିଛନ୍ତି । ଜଗତଦଲ ପୋଲିସ ତଦନ୍ତ ଆରମ୍ଭ କରିଛି । ସୌରଭଙ୍କ ଅଭିଯୋଗ ମୁତାବକ, ସେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ । ଏହା ପରେ ତାଙ୍କ ଘର ଉପରେ କିଛି ଦୁର୍ବୃତ୍ତ ବୋମା ଫିଙ୍ଗିଥିଲେ । ଏହା ପରେ ଘର ସାମ୍ନାରେ 7-8 ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ । ଘର ବାହାରେ ବହୁତ ଗୁଡ଼ିଏ ଫୁଟା ଗୁଳି ମଧ୍ୟ ଜବତ କରାଯାଇଛି । ପୋଲିସ ଅଧିକାରୀ ମନୋଜ କୁମାର ବର୍ମା ଘଟଣା ସ୍ଥଳରେ ପହଁଚି ତଦାରଖ କରୁଛନ୍ତି ।
ଲୋକସଭାରେ ଗୁରୁବାର ‘ତିନି ତଲାକ’ ବିଲ ଉପରେ ଆଲୋଚନା ହୋଇଛି । ବିରୋଧୀ ଦଳଙ୍କ ଜେଡିଏସ୍ ଏହି ବିଲ୍କୁ ନେଇ ନିଜର ବିରୋଧାଭାସ ଦର୍ଶାଇଛନ୍ତି । ଏଥିପାଇଁ ବିଜେପି ଗୃହରେ ସାଂସଦ ମାନଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ହ୍ବିପ୍ ଜାରି କରିଥିବା ଜଣାପଡିଛି । ଲିଙ୍ଗଗତ ସମାନତା ହାସଲରେ ଏହି ବିଲ୍ ଏକ ସଫଳତମ ପ୍ରୟାସ ବୋଲି ବିଜେପି ସାଂସଦ ତଥା ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି । ମୁସଲମାନ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଏହି ବିଲ୍ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଗତ ଥର ରାଜ୍ୟସଭାରେ ତିନି ତଲାକ ବିଲ ପାସ ହୋଇପାରି ନଥିଲା । ବିରୋଧୀ ଦଳ ହିନ୍ଦୁ ଓ ଖ୍ରୀଷ୍ଟିଆନ ବିବାହ ଆଇନରେ ତଲାକ ସହିତ ଜଡ଼ିତ ଆଇନ ସମାନସ୍ତରକୁ ଆଣିବାକୁ ଦାବି କରିଥିଲେ ।
କେଦାର ମିଶ୍ର କ୍ରମାଗତ ଚତୁର୍ଥ ପରାଜୟ ପରେ ବିଜୟ ମହାପାତ୍ର ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେଇଯିବା ଉଚିତ କି- ଏ ପ୍ରଶ୍ନ ଆଜି ଯଦି ପଚରାଯାଏ ତାହେଲେ, ବିଶେଷ କିଛି ଅପ୍ରାସଙ୍ଗିକ ହେବନାହିଁ। ବରଂ ଏହାହିଁ ଏମିତି ଏକ ପ୍ରଶ୍ନ ପଚାରିବାର ସବୁଠୁ ଭଲ ସମୟ। ଗତ କୋଡିଏ ବର୍ଷ ଧରି ବିଜୟ ବାବୁ ନିଜକୁ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପ୍ରତିଯୋଗୀ ବୋଲି ଉପସ୍ଥାପିତ କରିଆସିଛନ୍ତି। ହେଲେ ୨୦୦୦ ମସିହାରେ ତାଙ୍କ ଟିକଟ କଟିବାର ୧୯ ବର୍ଷ ପରେ ମଧ୍ୟ ସେ ଥରେ ହେଲେ ବିଧାନସଭାକୁ ନିର୍ବାଚିତ ହୋଇପାରିନାହାନ୍ତି। ଯଦି ଜଣେ ରାଜନେତା ନିର୍ବାଚନୀ ରାଜନୀତିରେ ନିଜର ପ୍ରତିଷ୍ଠା ବଜାୟ ରଖିବାକୁ ଚାହାନ୍ତି , ତାହେଲେ ତାଙ୍କୁ ନିଜର ଏକ ସୁରକ୍ଷିତ ନିର୍ବାଚନ ମଣ୍ଡଳୀ ପ୍ରସ୍ତୁତ ରଖିବାକୁ ପଡିବ। ନିର୍ବାଚନ ନ ଜିତି, ନିଜ ବିରୋଧକୁ ପ୍ରକଟ କରିବା ସହଜ କଥାନୁହଁ। ଥରେ ବିଜୁ ଜନତା ଦଳରୁ ବିତାଡିତ ହେବାପରେ ବିଜୟ…
ଭାରତୀୟ କ୍ରିକେଟ ଦଳର ଜର୍ସିରେ ବାଇଜୁସ୍ର ଲୋଗୋ ନଜର ଆସିବ । ପୂର୍ବରୁ ଓପୋର ଲୋଗୋ ଭାରତୀୟ ଦଳର ଜର୍ସିରେ ରହିଥିବା ବେଳେ ଆସନ୍ତା ସେପ୍ଟେମ୍ବର 25 ତାରିଖରୁ ବାଇଜୁସ୍ର ଲୋଗୋ ନଜର ଆସିବ । 2017ରେ ଓପୋ ସହିତ ବିସିସିଆଇର 5 ବର୍ଷୀୟ ଚୁକ୍ତି ହୋଇଥିଲା । 1079 କୋଟିର ଏହି ଚୁକ୍ତି ରହିଥିବା ବେଳେ ଓପୋ ବର୍ତ୍ତମାନ ବାଇଜୁସ୍ ସହିତ ଏହି ଚୁକ୍ତିକୁ ପରିବର୍ତ୍ତିତ କରିବା ନିମନ୍ତେ ରାଜି ହୋଇଛି । ଏନେଇ ଗୁରୁବାର ଦିନ ବିସିସିଆଇ, ଓପ୍ପୋ ଏବଂ ବାଇଜୁସ୍ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଚୁକ୍ତି ଅନୁଯାୟୀ ଆସନ୍ତା ସେପ୍ଟେମ୍ବର 25 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ରୁ ବାଇଜୁସ୍ର ଲୋଗୋ ଭାରତୀୟ ଜର୍ସିରେ ନଜର ଆସିବ । ଦ୍ବିପାକ୍ଷିକ ସିରିଜ୍ର ପ୍ରତି ମ୍ୟାଚ୍ ପିଛା ବିସିସିଆଇକୁ 4.61 କୋଟି ଟଙ୍କା ମିଳୁଥିବା ବେଳେ ଆଇସିସି…
କମୁଛି ଭୂ-ତଳ ଜଳସ୍ତର। ଏନେଇ ଆଜି ବିଧାନସଭାରେ ସ୍ୱୀକାର କରିଛନ୍ତି ଖୋଦ୍ ଜଳସମ୍ପଦ ମନ୍ତ୍ରୀ। ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ପରେ ଏବେ ମହାନଦୀ ଶୁଖିଲା ପଡ଼ିବା ସହ ଓଡ଼ିଶାକୁ ଏକ ପ୍ରକାର ଜଳ ସଙ୍କଟ ଦେଖା ଦେଲାଣି। ଛତିଶଗଡ଼ ଉପର ମୁଣ୍ଡରେ ବନ୍ଧ ନିର୍ମାଣ କରି ଓଡ଼ିଶାର ପାଣିକୁ ଅଟାଇ ରଖିଥିବାରୁ ମହାନଦୀ ଶୁଖିଲା ପଡ଼ିଛି। ଅନ୍ୟପଟେ ମହାନଦୀ ଶୁଖିଲା ପଡ଼ିବାରୁ ଓଡ଼ିଶାରେ ଭୂ-ତଳ ଜଳସ୍ତର କମୁଥିବା କୁହାଯାଉଛି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ସଂରକ୍ଷଣ ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ସମୁଦାୟ ୯୫ ହଜାର ୬୪୦ ମିଲିୟନ୍ ଘନମିଟର ଭୂପୃଷ୍ଠରେ ଜଳ ପ୍ରବାହିତ ହେଉଥିବା ବେଳେ ସେଥିମଧ୍ୟରୁ ଆମ ରାଜ୍ୟରେ ୫୦ ହଜାର ୫୪୦ମିଲିୟନ ଘନମିଟର ଜଳ ସମୁଦ୍ରକୁ ବୋହି ଯାଉଛି ବୋଲି ସୂଚନା ଦେଇଛନ୍ତି ଖୋଦ୍ ମନ୍ତ୍ରୀ। ତେଣୁ ଏହି ଜଳକୁ ସଂରକ୍ଷଣ କରିବା ଦିଗରେ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ଏହି ଜଳକୁ…
ଗତକାଲି ପାଟକୁରା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଏହି ଆସନରୁ ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ବିଜୟ ହୋଇଛନ୍ତି । ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ଆଜି ଏନେଇ ନବୀନ ନିବାସରେ ଏନେଇ ମାନସମନ୍ଥନ କରାଯାଇଛି । ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ ଓ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତିରେ ଏହି ସମୀକ୍ଷା କରାଯାଇଥିଲା । ତେବେ ଏହି ବୈଠକ ପରେ ପ୍ରତାପ ଦେବ ପ୍ରତ୍ରିକିୟା ରଖି କହିଛନ୍ତି ଯେ, କେଉଁ ପଞ୍ଚାୟତରୁ କେତେ, କେଉଁ ବୁଥରେ କେତେ ଭୋଟ ପାଇଛୁ ସେନେଇ ସମୀକ୍ଷା ହୋଇଛି । ତେବେ ଭୋଟ ବ୍ୟବଧାନ ହ୍ରାସକୁ ନେଇ ପ୍ରଶ୍ନର ଉତ୍ତରରେ ପ୍ରତାପ କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନ ଅପେକ୍ଷା ବ୍ୟବଧାନ ୩ଗୁଣା ବଢିଛି । ପାଟକୁରାବାସୀ ଯାହା ଦେଇଛନ୍ତି, ସେଥିରେ ଆମେ ଖୁସୀ ଅଛୁ ।
ଗୁରୁବାର ଶେୟାର ବଜାର ଖୋଲିବା ପରେ ନିବେଶକଙ୍କୁ ଭଲ ଫାଇଦା ମିଳିଛି । ଏହି ସମୟରେ ସେନସେକ୍ସ 300 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍ଟୀ 81 ପଏଣ୍ଟ ଉପରକୁ ଉଠିଥିଲା । 309.16 ପଏଣ୍ଟ ବୃଦ୍ଧି ସହିତ ସେନ୍ସେକ୍ସ 8156.81 ପଏଣ୍ଟରେ ରହିଥିବା ବେଳେ ନିଫ୍ଟୀ 81.15 ପଏଣ୍ଟ ବୃଦ୍ଧି ସହିତ 11352.45 ପଏଣ୍ଟରେ ପହଞ୍ଚିଛି । ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, ସନ୍ ଫାର୍ମା, ବେଦାନ୍ତ ପ୍ରମୁଖ ଲାଭ ହାସଲକାରୀ ଅଂଶଧନ ରହିଥିବା ବେଳେ କୋଟାକ ବ୍ୟାଙ୍କ, ଟାଟା ମୋଟର୍ସ, ୟେସ୍ ବ୍ୟାଙ୍କ, ଏସିଆନ୍ ପେଣ୍ଟସ୍ ଏବଂ ଓଏନ୍ଜିସି ପ୍ରମୁଖର ଅଂଶଧନ ମୂଲ୍ୟ କମ୍ ରହିଛି । ଏହି ସମୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ 8 ପଇସା ବୃଦ୍ଧି ପାଇଛି । ଡଲାରର ବିନିମୟ ମୂଲ୍ୟ 69.46 ଟଙ୍କା ରହିଥିବା ବେଳେ ଆଜି 69.38 ଟଙ୍କା ରହିଛି ।
ପ୍ରଥମ ଭାରତୀୟ ମହିଳା ଭାବରେ ୟୁକେର ଗୃହ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରୀତି ପଟେଲ । ନୂତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ କ୍ୟାବିନେଟ୍ରେ ଗୃହସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ପଟେଲ୍ । ଥେରେସା ମେଙ୍କ ବ୍ରକ୍ସିଟ୍କୁ ବିରୋଧ କରୁଥିବା ପଟେଲଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଦାୟିତ୍ବ ମିଳିଥିବା ନେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ଟର ଜରିଆରେ ସ୍ପଷ୍ଟ କରାଯାଇଛି । ୟୁରୋପିଆନ ସଂଘରୁ ବ୍ରିଟେନ୍ ବାହାରିବା ସପକ୍ଷରେ ପଟେଲ ନିଜର ମତ ପ୍ରଦାନ କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଛି ବୋଲି ବୋରିସ୍ ବେକର ସୂଚନା ଦେଇଛନ୍ତି । 47 ବର୍ଷୀୟା ପ୍ରୀତି ପଟେଲ 2010ରୁ ପ୍ରଥମେ ଏସେକ୍ସରୁ ନିର୍ବାଚିତ ହୋଇ ଡେଭିଡ୍ କ୍ୟାମେରନ୍ ସରକାରରେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । 2014ରେ ଖଣିଜ ସମ୍ପଦ ବିଭାଗର କନିଷ୍ଠ ମନ୍ତ୍ରୀ ରହିଥିବା ବେଳେ 2015ରେ ଆତ୍ମନିଯୁକ୍ତି ବିଭାଗର ମନ୍ତ୍ରୀ ରହିଥିଲେ । 2016ରେ ଥେରେସାଙ୍କ ମନ୍ତ୍ରୀତ୍ବରେ…
ପଶ୍ଚିମବଙ୍ଗରେ ବୀରଭୂମ ଜିଲ୍ଲାର ଏକ ସରକାରୀ ହସ୍ପିଟାଲ୍ରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏହି ହସ୍ପିଟାଲରୁ ଜଣେ ମହିଳାଙ୍କ ପେଟ ଭିତରୁ ପାଖାପାଖି ୧.୫ କିଲୋଗ୍ରାମର ଅଳଙ୍କାର ଏବଂ ୯୦ଟି କଏନ୍ ବାହାରିଛି। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଥିବା ରମପୁରହଟ ସରକାରୀ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ରେ ଡାକ୍ତରମାନେ ଅପରେସନ୍ କରି ତାଙ୍କ ପେଟରୁ ଏହି ସବୁ ଅଳଙ୍କାର ଓ କଏନ୍ ବାହାର କରିଛନ୍ତି। ମହିଳା ଜଣଙ୍କ ମାନସିକ ରୋଗୀ ବୋଲି ଜଣାପଡ଼ିଛି। ତାଙ୍କୁ ପ୍ରାୟ ୨୬ ବର୍ଷ । ଏହି ମହିଳାଙ୍କ ପେଟ ଭିତରୁ ୧୯ଟି ପାଞ୍ଚ ଟଙ୍କିଆ ଏବଂ ୧୦ ଟଙ୍କିଆ କଏନ୍ ସହିତ ଚେନ୍, ନାକଫୁଲ, କାନଫୁଲ ଓ ଚୁଡି ଆଦି ବାହାର କରାଯାଇଥିବା ଡାକ୍ତର କହିଛନ୍ତି। ଏହି ମହିଳାଙ୍କ ମାଆ କହିଛନ୍ତି ଯେ ତାଙ୍କ ଝିଅ କିଛି ଦିନ ହେବ ମାନସିକସ୍ତରରେ ଅସୁସ୍ଥ ଅଛନ୍ତି । କିଛିଦିନ ହେବ ସେ କଏନ୍ ଗିଳି…
ମହାରାଷ୍ଟ୍ରର ଶରଦ ପାଓ୍ବାରଙ୍କ ପାର୍ଟି ଏନ୍ସିପିକୁ ଝଟ୍କା ଲାଗିଛି । ମୁମ୍ବାଇ ଏନ୍ସିପିର ଅଧ୍ୟକ୍ଷ ସଚ୍ଚିନ ଆହିର ଗୁରୁବାର ଶିବସେନାରେ ଯୋଗ ଦେଇଛନ୍ତ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ମୁମ୍ବାଇଠାରେ ସେ ଦଳରେ ଯୋଗ ଦେଇଛନ୍ତି। ତେବେ ଶିବସେନାରେ ଯୋଗ ଦେବା ପୂର୍ବରୁ ସଚ୍ଚିନ ଶିବସେନା କାର୍ଯ୍ୟାଳୟ ଯାଇ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ଭେଟିଥିଲେ। ସଚିନ ମୁମ୍ବାଇ ଏନ୍ସିପିରେ ସବୁଠୁ ଚର୍ଚ୍ଚିତ ଚେହେରା ଥିଲେ । ମହାରାଷ୍ଟ୍ର ବିଧାନସଭା ପୂର୍ବରୁ ଏନ୍ସିପିର ଜଣେ ଟାଣୁଆ ନେତାଙ୍କ ଶିବସେନାର ସାମିଲ୍ ହେବା ଦଳକୁ ବେଶ୍ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଖବର ମିଳିଥିବା ଅନୁସାରେ ଆଗାମୀ ସମୟରେ ଏନ୍ସିପିର ଅନ୍ୟ କିଛି ନେତା ଦଳକୁ ଅଲ୍ବିଦା କରିପାରନ୍ତି ।
ଆଫଗାନିସ୍ତାନରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟି 5 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 10 ଜଣ ଆହତ ହୋଇଛନ୍ତି । ଗୁରୁବାର ଖଣି ମନ୍ତ୍ରାଳୟର ଅଧିକାରୀଙ୍କୁ ନେଈ ଯାଉଥିବା ବସ୍ରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ 5 ଜଣଙ୍କ ମୃତ୍ୟୁ ଏବଂ 10 ଜଣ ଆହତ ହୋଇଥିବା ସମ୍ପର୍କରେ ଗୃହ ମନ୍ତ୍ରାଳ୍ରୟର ମୁଖପାତ୍ର ନସ୍ରତ ରହିମି ସୂଚନା ଦେଇଛନ୍ତି । ସମସ୍ତ ମୃତବ୍ୟକ୍ତି ମାନେ ସରକାରୀ ଅଧିକାରୀ ବୋଲି ସ୍ପଷ୍ଟ କରିଛନ୍ତି କାବୁଲ ପୋଲିସ୍ ମୁଖ୍ୟ ଫିର୍ଦୌସ୍ ଫରମାଜ୍ । ଏହି ବିସ୍ଫୋରଣ ପରେ କାବୁଲ୍ରେ ଅନ୍ୟ ଏକ ବିସ୍ଫୋରଣ ସଙ୍ଗଠିତ ହୋଇଥିଲା ମାତ୍ର ଏହି ବିସ୍ଫୋରଣରେ କେହି ଆହତ ହୋଇନଥିଲେ ।
ପୁଣି ରାଜ୍ୟରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଚାଷୀ ଜଣକ ହେଉଛନ୍ତି ପୋଡାମୁଡ଼ା ଗାଁର ବୈଷ୍ଣବ ଭାଇ । ବୈଷ୍ଣବ ଋଣ କରି ଧାନ ଚାଷ କରିଥିଲେ । କିନ୍ତୁ ବର୍ଷା ଅଭାବରୁ ସେ ଫସଲ ଭଲ ହୋଇ ନ ଥିଲା । ସେ ଗତ କିଛି ଦିନ ହେବ ଫସଲ ହାନି ଓ ଋଣ ଟଙ୍କା ସୁଝିବା ପାଇଁ ମାନସିକ ଚିନ୍ତାରେ ରହୁଥିଲେ । ଗତକାଲି ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେ ଫସଲ କ୍ଷତି ପାଇଁ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।
ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍ ପାରୋଲ୍ରେ ମୁକ୍ତ ହୋଇଛନ୍ତି । ନିଜ ଝିଅର ବିବାହ ନିମନ୍ତେ ନଳିନୀଙ୍କୁ ଏହି ପାରୋଲ୍ ମିଳିଛି । ନିଜ ଝିଅ ହରିଥ୍ରାର ବିବାହ ନିମନ୍ତେ ଆଜି ଭେଲୋର ଜେଲ୍ରୁ ଏକ ମାସ ନିମନ୍ତେ ବାହାରକୁ ଆସିଛନ୍ତି ନଳିନୀ । ମାଡ୍ରାସ ହାଇକୋର୍ଟରୁ ନଳିନୀଙ୍କୁ ଏହି ପାରୋଲ୍ ମିଳିଥିବା ବେଳେ ନଳିନୀ ପାରୋଲ୍ ସମୟରେ କୌଣସି ରାଜନେତା କିମ୍ବା ଗଣମାଧ୍ୟମ ଅଧିକାରୀଙ୍କୁ ଭେଟିବା ଉପରେ କୋର୍ଟ କଟକଣା ଜାରି କରିଛନ୍ତି । ଏହା ସହିତ ଆସନ୍ତା ଏକ ମାସ ମଧ୍ୟରେ ନଳିନୀ ଭେଲୋରରୁ ବାହାରକୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ କୋର୍ଟ ଆଦେଶ ପ୍ରଦାନ କରିଛନ୍ତି । ନଳିନୀ 6 ମାସର ପାରୋଲ୍ ନିମନ୍ତେ ଆବେଦନ କରିଥିବା ବେଳେ ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦରେଶ ମାତ୍ର ଏକ ମାସ ପାଇଁ ପାରୋଲ୍ ପ୍ରଦାନ କରିଥିଲେ । ରାଜୀବ ଗାନ୍ଧୀ…
ପାରାଦ୍ୱୀପ ସହରରେ ଘୋର ଜଳ ସଙ୍କଟ ଦେଖାଦେଇଛି। ଆଜିଠାରୁ ଟାଉନସିପ ଅଂଚଳରେ ଦିନକୁ ମାତ୍ର ଥରେ ଜଳଯୋଗାଣ ହେବ ବୋଲି ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସାରା ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଜୁଲାଇ ମାସରେ ଯେତିକ ପରିମାଣରେ ବର୍ଷା ହେବା କଥା ତାହାଠାରୁ କମ ପରିମାଣର ବର୍ଷା ହୋଇଛି। ଫଳରେ ରାଜ୍ୟରେ ଜଳସଙ୍କଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ନଦୀ ଓ ଅନ୍ୟାନ୍ୟ ଜଳାଶୟରେ ଯେଉଁ ପରିମାଣର ପାଣି ରହିବା କଥା ତାହା ରହିନାହିଁ। ଯାହାର ପ୍ରଭାବ ପାରାଦ୍ୱୀପ ଅଳରେ ଦେଖିବାକୁ ମିଳିଛି। ଆଜି ଡାକବାଜି ଯନ୍ତ୍ର ଯୋଗେ ଟାଉନସିପରେ ଦିନକୁ ମାତ୍ର ଥରେ ଜଳ ଯୋଗାଣ ହେବ ବୋଲି ବନ୍ଦର କର୍ତ୍ତୃପକ୍ଷ ପ୍ରଚାର କରିଛନ୍ତି । ଟାଉନସିପ ଲାଗି ଉଦିଷ୍ଟ ଜଳଭଣ୍ଡାରରେ ଜଳସ୍ତର ଯଥେଷ୍ଟ କମ ରହିଛି। ତେଣୁ ଏହି ପଦକ୍ଷେପ ନିଆଯାଇଛି ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି ।
ଆଜି ଲୋକସଭାରେ ମୋଦି ସରକାର ଆଗତ କରିବେ ବହୁ ପ୍ରତୀକ୍ଷିତ ତିନି ତଲାକ୍ ବିଲ୍। ଏହି ବିଧେୟକ ଉପରେ ଆଜି ଗୃହରେ ଆଲୋଚନା ହେବା ପରେ ଏହା ପାରିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ବୁଧବାର ବିଜେପି ସମସ୍ତ ସାଂସଦଙ୍କୁ ହ୍ପିପ୍ ଜାରି କରିଛି। ଏହି ବିଧେୟକରେ ତିନି ତଲାକ ଏକ ଅପରାଧ ବୋଲି ବିବେଚିତ କରାଯାଇଛି ଏବଂ ଯିଏ ଦୋଷୀ ତାକୁ ଜେଲରେ ସଜା କାଟିବାକୁ ପଡ଼ିବ ବୋଲି ନିୟମ ରହିଛି। ନରେନ୍ଦ୍ର ମୋଦି ସରକାର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବା ପରେ ସଂସଦର ପ୍ରଧାନମନ୍ତ୍ରୀ ତିନି ତଲାକ ବିଧେୟକର ଉଦ୍ଦେଶ୍ୟ ବାବଦରେ କହିଥିଲେ। ତେବେ ସରକାରଙ୍କ ଏହି ବିଧେୟକକୁ ସେତେବେଳେ ବିରୋଧୀ ବିରୋଧ କରିବା ସହିତ ଅନେକ ସମାଲୋଚନା ମଧ୍ୟ କରିଥିଲେ। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ଏହି ବିଧେୟକ ବାବଦରେ ଯାଞ୍ଚ କରିବା ପାଇଁ ସଂସଦୀୟ କମିଟି ତିଆରି କରାଯାଉ ବୋଲି ଦାବି କରିଥିଲେ।…
ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ ବାୟୁ। ଆନ୍ଧ୍ର-ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୨ରୁ ୩ଦିନ ବର୍ଷା ହେବ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମିଳିଥିବା ସୂଚନା ଅନୁସାରେ ମୌସୁମୀର ନିଷ୍କ୍ରିୟତା ପାଇଁ ରାଜ୍ୟର ପ୍ରାୟ ୨୧ଟି ଜିଲ୍ଲାରୁ ଅଧିକ ଅଞ୍ଚଳରେ ଗଜା ମରୁଡ଼ି ସାଙ୍ଗକୁ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଛି। ତେଣୁ ବର୍ଷା ହେଲେ ଏହି କ୍ଷେତ୍ରରେ ଟିକେ ସୁଧାର ଆସିବା ନେଇ ଆଶା ସଞ୍ଚାର ହୋଇଛି ।
ଗତକାଲି କର୍ଣ୍ଣାଟକରେ କଂଗ୍ରେସ-ଜନତା ଦଳ ସେକୁଲାର (ଜେଡିଏସ୍)ର ମେଣ୍ଟ ସରକାର ଭାଙ୍ଗି ଯାଇଥିବାବେଳେ ବିଜେପି ମଧ୍ୟପ୍ରଦେଶରେ ମଧ୍ୟ ସେହିଭଳି କିଛି ସ୍ଥିତି ଉପୁଜାଇବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଏହି ବିଷୟରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନ କିଛି ଆଭାସ ମଧ୍ୟ ଦେଇଥିଲେ। କିନ୍ତୁ ବୁଧବାର ଏହାର ଓଲଟା ପ୍ରଭାବ ଦେଖିବାକୁ ମିଳିଛି। ଗୋଟିଏ ପକ୍ଷରେ ବିଜେପି ସରକାର ଭାଙ୍ଗିବା କଥା କହିଲାବେଳେ ଅପରପକ୍ଷରେ ମଧ୍ୟପ୍ରଦେଶ ବିଧାନସଭାରେ ଅପରାଧିକ କାନୁନ୍ ସଂଶୋଧନ ବିଲ୍ ସମ୍ବନ୍ଧୀୟ ଭୋଟିଂରେ ବିଜେପିର ଦୁଇ ବିଧାୟକ କମଲନାଥ ସରକାରଙ୍କ ସମର୍ଥନରେ ଭୋଟ୍ ଦେଇଛନ୍ତି। ଏହି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ କମଲନାଥ ସୂଚନା ଦେଇଛନ୍ତି।
ରାଜ୍ୟରେ ନାବାଳିକା ଅସଦାରଣ ପ୍ରସଙ୍ଗରେ ଗୃହରେ ମୁଲତବୀ ଆଲୋଚନା ହୋଇଛି। ଏହି ଆଲୋଚନା ସମୟରେ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୨୦୧୮ ତୁଳନାରେ ୨୦୧୯ରେ ଦୁଷ୍କର୍ମ ଅପରାଧରେ ୫.୯ ଭାଗ ହ୍ରାସ ଘଟିଛି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକଟ କରି ବିରୋଧୀ କକ୍ଷତ୍ୟାଗ କରିଛନ୍ତି। ମୁଲତବୀ ଆଲୋଚନା ସମୟରେ ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ଯେ, ୨୦୧୯ ମେ ସୁଦ୍ଧା ରାଜ୍ୟରେ ୯୩୭ଟି ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ୨୦୧୮ ମେ ଶେଷ ସୁଦ୍ଧା ୯୯୬ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଥିଲା। ଏହି ପରି ୨୦୧୮ ତୁଳନାରେ ୨୦୧୯ରେ ଦୁଷ୍କର୍ମ ଅପରାଧ ୫.୯ ଭାଗ ହ୍ରାସ ପାଇଛି। ୬୦ ଦିନ ମଧ୍ୟରେ ଦୁଷ୍କର୍ମ ମାମଲାରେ ଚୂଡ଼ାନ୍ତ ତଦନ୍ତର ବ୍ୟବସ୍ଥା ହୋଇଛି। ମନ୍ତ୍ରୀ କହିଛନ୍ତି ଯେ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାର ଟୋଲ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି। ଅନେକ ମାମଲାରେ…
ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଏହି ବିଧାନସଭା ଆସନରେ ବିଜେଡ଼ି ବାଜିମାତ୍ କରିଛି । ବିଜେଡିର ପ୍ରାର୍ଥୀ ସାବିତ୍ରୀ ଦେବୀ ୧୭,୯୨୦ ଭୋଟ୍ରେ ବିଜୟୀ ହୋଇଛନ୍ତି । ସାବିତ୍ରୀ ଦେବୀଙ୍କୁ ୯୬,୦୧୭ଟି ଭୋଟ୍ ପାଇଥିବାବେଳେ ବିଜେପିର ବିଜୟ ମହାପାତ୍ର ୭୮,୦୯୭ଟି ଓ କଂଗ୍ରେସର ଜୟନ୍ତ ମହାନ୍ତି ୨୧୦୪ଟି ଭୋଟ୍ ପାଇଛନ୍ତି । ତେବେ ପାଟକୁରା ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ପ୍ରତ୍ରିକିୟା ରଖିଛନ୍ତି । ଜନାଦେଶକୁ ନମ୍ରତାର ସହ ଗ୍ରହଣ କରି ନିର୍ବାଚନରେ ବିଫଳତା ପାଇଁ ନିଜକୁ ଦାୟୀ କରିଛନ୍ତି ଜୟନ୍ତ । ଗତ ଥର ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଏଥର ଦଳର ପ୍ରଦର୍ଶନ ବେଶ୍ ଅନୁନ୍ନତ ରହିଛି । କଂଗ୍ରେସର ଭୋଟ୍ ବିଜେପିକୁ ଚାଲିଗଲା, ଦଳର ବିଫଳତା ପଦାରେ ପଡ଼ିଲା ବୋଲି କହିଛନ୍ତି ଜୟନ୍ତ । ପାଟକୁରା ନିର୍ବାଚନ ଫଳାଫଲ ତାଙ୍କୁ ଚକିତ କରିଛି । ତେବେ ଆଗାମୀ…
ସମୀକ୍ଷା ବ୍ୟୁରୋ ଶେଷରେ ବିଜୟ ମହାପାତ୍ର ତାଙ୍କ ନିଜ ଗଡରେ ହାରିବାକୁ ବାଧ୍ୟ ହୋଇଛନ୍ତି। ସମସ୍ତେ ଭାବିଥିଲେ ଯେ, ବିଜୟ ଜଣେ ଟାଣୁଆ ନେତା ନିଜର ଘରେ ସେ ଛିଡା ହୋଇଛନ୍ତି, ତେଣୁ ସେ ଜିତିଯିବେ। ହେଲେ ତାଙ୍କର ଜିତିବାରେ ତାଙ୍କ ଭାଗ୍ୟ ସାଥ୍ ଦେଉ ନାହିଁ। ଏବେ ନୁହେଁ ବିଗତ ୧୯ ବର୍ଷ ଧରି ସେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ପରିଗଣିତ ହେଉପାରି ନାହାଁନ୍ତି। ଆମେ ଏପରି ୧୦ଟି କାରଣ କହିବା ଯାହା ପ୍ରମାଣ ଦେବ ଯେ, ପ୍ରକୃତରେ ବିଜୟଙ୍କୁ ତାଙ୍କ ଭାଗ୍ୟ ସାଥ ଦେଉ ନାହିଁ। କାରଣ-୧ ବିଜୟ ମହାପାତ୍ର ଜଣେ ଟାଣୁଆ ବିଜେପି ନେତା। ହେଲେ ଯେଉଁଦିନଠାରୁ ଦଳରେ ଧର୍ମେନ୍ଦ୍ରଙ୍କ ନେତୃତ୍ବ ବୃଦ୍ଧି ଘଟିଲା ସେହି ଦିନଠାରୁ ବିଜୟଙ୍କ ପତିଆରା କମିବାରେ ଲାଗିଲା। କାରଣ-୨ ବିଜୟ ମହାପାତ୍ର ବିଜେପିରେ ରହି ମଧ୍ୟ ବିଭିନ୍ନ ସମୟରେ ପରୋକ୍ଷରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ। ଯାହାକୁ ନେଇ ଦଳ ଭିତରେ…

