Author: Samikhsya Bureau

ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ଟାଇଟଲ ହାସଲ କରିନଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ନିଜକୁ ଥାଇଲାଣ୍ଡ ଓପନରୁ ଓହରି ଯାଇଛନ୍ତି । ସିନ୍ଧୁ ନିଜ ଓହରିବାର କାରଣ ସମ୍ପର୍କରେ ସ୍ପଷ୍ଟ କରି ନାହାନ୍ତି । ଅପର ପକ୍ଷରେ ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ସାଇନା ନେହ୍ବାଲ୍ ଥାଇଲାଣ୍ଡ ଓପନରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି । ପିଭି ସିନ୍ଧୁଙ୍କ ବ୍ୟତୀତ ଜାପାନର ନୋଜୋମୀ ଓକୁହାରା , ଅକାନେ ୟାମାଗୁଚୀ ଏବଂ ଚୀନର ତାଇ ଜୀ ୟିଂଗ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଟୁର୍ଣ୍ଣାମେଣ୍ଟର ସପ୍ତମ ସିଡ୍‌ର ମାନ୍ୟତା ପାଇଥିବା ସାଇନା ଏହି ଟୁର୍ଣ୍ଣାମେଣ୍ଟରେ ସହଜରେ ବିଜୟ ହାସଲ କରିବା ନେଇ ଆାଶା କରାଯାଉଛି । ଆହତ ସମସ୍ୟା କାରଣରୁ ସାଇନା ଜାପାନ ଓପନ ଏବଂ ଇଣ୍ଡୋନେସିଆ ଓପନରୁ ଓହରିବାର ନିଷ୍ପତ୍ତି ନେଇଥିଲେ ।

Read More

ମହାରାଷ୍ଟ୍ରର ଶରଦ ପାଓ୍ବାରଙ୍କ ଏନ୍‌ସିପି  ଓ କଂଗ୍ରେସର ଚାରିଜଣ ବିଧାୟକ ଇସ୍ତଫା ଦେଇଛନ୍ତି ।  ମିଳିଥିବା ସୂଚନା ଅନୁସାରେ ସେମାନେ ବହୁତ୍‌ ଶୀଘ୍ର ଅର୍ଥାତ୍‌ ବୁଧବାର ଦିନ ବିଜେପିରେ ସାମିଲ୍‌ ହେବେ । ଇସ୍ତଫା ଦେଇଥିବା ବିଧାୟକଙ୍କ ଭିତରେ ଏନ୍‌ସିପିର ତିନିଜଣ ରହିଥିବାବେଳେ ଜଣେ କଂଗ୍ରେସର ରହିଛନ୍ତି । ଚଳିତବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ । ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରାୟତଃ ଦଳ ବଦଳ ଦେଖିବାକୁ ମିଳିଥାଏ । ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ ବିଧାୟକ କାଳିଦାସ କୋଲମ୍ବକର୍‌ ଓ ଏନ୍‌ସିପିର ଶିବେନ୍ଦ୍ର ସିଂହ ଭୋସେଲ୍‌, ବୈଭବ୍‌ ପିଚାଡ୍‌ ଓ ସନ୍ଦୀପ୍‌ ନାଇକ୍‌ ପ୍ରମୁଖ ।  କାଳିଦାସ ମୁମ୍ବାଇର ସାତ ଥର ବିଧାୟକ ରହିଛନ୍ତି । ସେହିପରି ଶିବେନ୍ଦ୍ର ସିଂହ ଭୋସଲ୍‌ଲେ ୨୦୧୪ରେ ସିତାରା ବିଧାନସଭା ଆସନରୁ ଜିତିଥିଲେ ।

Read More

କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ମୋତିଲାଲି ବୋରା ଆଜି ରାଜ୍ୟସଭରେର ଇସ୍ରୋ ବୈଜ୍ଞାନିକଙ୍କ ଦରମା କାଟ୍‌ ପ୍ରସଙ୍ଗକୁ ଉପସ୍ଥାପନ କରିଛନ୍ତି । ଏହାକୁ ନେଇ ବିରୋଧୀ ପକ୍ଷରୁ ସରକାରଙ୍କୁ ମଧ୍ୟ କଡ଼ା ସମାଲୋଚନା କରାଯାଇଛି । ମୋତିଲାଲ୍‌ ବୋରା ଏନେଇ କହିଛନ୍ତି ଯେ, ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ପରେ ସମଗ୍ର ଦେଶ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ସରକାର ସେମାନଙ୍କର ଦରମା କାଟିବା ଅତି ଦୁଃଖର ବିଷୟ। ଇସ୍ରୋ ବୈଜ୍ଞାନିକଙ୍କ ଅତିରିକ୍ତ ବେତନ ରାଷ୍ଟ୍ରପତିଙ୍କ ଅନୁମତି ପାଇଥିଲା, ଦେଶରେ ଦକ୍ଷତା ସମ୍ପନ୍ନ ବୈଜ୍ଞାନିକଙ୍କୁ ଇସ୍ରୋ ବୈଜ୍ଞାନିକ ହେବା ପାଇଁ ପ୍ରୋତ୍ସାହନ ମିଳିବା ଉଦ୍ଦେଶ୍ୟରେ ଅତିରିକ୍ତ ବେତନ ବ୍ୟବସ୍ଥା କରାଯାଇଥିଲା । ୧୯୯୬ରେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଅନୁସାରେ ଅନ୍ତରୀକ୍ଷର ବିଭାଗ ଦ୍ବାରା ଏହି ଅତିରକ୍ତ ବେତନ ଲାଗୁ ହୋଇଥିଲା। ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଅନୁସାରେ ଏହି ଅତିରିକ୍ତ ବେତନ ବୃଦ୍ଧିକୁ ‘ଦରମା’ ସହିତ ସଂଯୋଗ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା…

Read More

2ଜି ସ୍ପେକ୍ଟ୍ରମ୍‌ ମାମଲାର ତ୍ବରିତ ବିଚାର କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ପୂର୍ବତନ ଟେଲିକମ୍‌ ମନ୍ତ୍ରୀ ଏ ରାଜାଙ୍କ ବିରୋଧରେ ଚାଲିଥିବା ଏହି ମାମଲାର ତ୍ବରିତ ବିଚାର ପାଇଁ କରାଯାଇଥିବା ଆବେଦନର ଶୀଘ୍ର ବିଚାର ପାଇଁ କରାଯାଇଥିବା ଆବେଦନକୁ ମଙ୍ଗଳବାର ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ସିବିଆଇ ଆବେଦନର ବିଚାର କରୁଥିବା ଜଷ୍ଟିସ୍‌ ଏ କେ ଚାଓ୍ବଲା ସିବିଆଇର ଆବେଦନକୁ ଖାରଜ କରିଛନ୍ତି ଏବଂ ପୂର୍ବରୁ ନିର୍ଦ୍ଧାରିତ ଅକ୍ଟୋବର 24 ତାରିଖରେ ଏହି ମାମଲାର ବିଚାର ହେବ ବୋଲି କୁହାଯାଇଛି । 1 ଲକ୍ଷ 76 ହଜାର କୋଟିର ଏହି ଦୁର୍ନୀତିରେ ପୂର୍ବରୁ ସିବିଆଇ ପ୍ରମାଣ ଯୋଗାଇ ନ ପାରିବାରୁ ଏ ରାଜା , କାନିମୋଝି ଏବଂ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ମୁକ୍ତ କରାଯାଇଥିଲା ।

Read More

ରାଉରକେଲା ହାତୀବାରୀ ଥାନା ଅଧିନ ଗୋପୁର ଗୁମ୍ଭାରପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ସାଧାରଣ କୁକୁଡା ପାଇଁ ଜଣେ ନାବାଳକକୁ ପିଟି ପିଟି ହତ୍ୟା କରାଯାଇଛି। ଏଥିରେ ନାବାଳକ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରମଣ ପରେ ନାବାଳକ ଜଣକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସାମାନ୍ୟ କୁକୁଡାର ମୃତ୍ୟୁକୁ ନେଇ ନାବାଳକ ଜଣକୁ ହତ୍ୟାକରିଥିବା ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି ।

Read More

କେନ୍ଦ୍ରାପଡ଼ାରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଏକତରଫା ପ୍ରେମରୁ ଯୁବକ ଜଣକ ନିଜ ତଣ୍ଟି କାଟିଥିବା ଜଣା ପଡିଛି । ତଣ୍ଟି କଟା ଅବସ୍ଥାରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରାଯାଇ ଯୁବକଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଜଣେ ଯୁବକ ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ । ଯୁବକଜଣକ ଯୁବତୀଙ୍କୁ ଡାକି ନିଜ ପ୍ରେମ ନିବେଦନ କରି ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ବିବାହ ପାଇଁ ଝିଅଟି ମନା କରିବାକୁ ଯୁବକଜଣକ ଏକ ବ୍ଲେଡ଼ରେ ନିଜ ତଣ୍ଟି କାଟି ଦେଇଥିଲେ । ଫଳରେ ଯୁବକ ଗୁରୁତର ହୋଇପଡ଼ିଥିଲେ । ଘଟଣା ଘଟିବାର କିଛି ସମୟ ପରେ ସ୍ଥାନୀୟ ଲୋକେ ତାଙ୍କ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ସଂକଟାପର୍ଣ୍ଣ ହେବାରୁ ଯୁବକଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର…

Read More

ଗାନ୍ଧି ବନାମ ଗଡେସ୍‌ ପ୍ରସଙ୍ଗରେ ଆଜି ମଧ୍ୟ ନରସିଂହ ଓ ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି । କାଲି ଗୃହରେ ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟାକୁ ନେଇ ବର୍ଷିଛନ୍ତି ନରସିଂହ ମିଶ୍ର । ମଣିଶଙ୍କର ଓ ସିଦ୍ଧୁ ବାହାର ଲୋକ, କାହିଁକି ସେ ନେଇ ଆଲୋଚନା ହେଲା । ମଣିଶଙ୍କରଙ୍କ ବିରୁଦ୍ଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେହିପରି ନରସିଂହଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ବିଷ୍ଣୁ ସେଠୀ । ପୂର୍ବରୁ ବି ଗୃହ ବାହାର ଲୋକଙ୍କ ବିଷୟରେ ଏଠାରେ ଆଲୋଚନା ହୋଇଛି । ଅନେକ ସମୟରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବି ଅଯୌକ୍ତିକ କଥା କହୁନ୍ତି । ବିଷ୍ଣୁଙ୍କ ବୟାନକୁ ନେଇ କଂଗ୍ରେସ ସଦସ୍ୟମାନେ ଗୃହରେ ପାଟିତୁଣ୍ଡ ଓ ହୋହଲ୍ଲା କରିଛନ୍ତି ।

Read More

ମାଲିକ ଭି ଜି ସିଦ୍ଧାର୍ଥ ନିଖୋଜ ହେବା ପରେ କାଫେ କଫି ଡେ (ସିସିଡି)ର ଅଂଶଧନ ମୂଲ୍ୟରେ 20 ପ୍ରତିଶତ ହ୍ରାସ ପାଇଛି । ଜୁଲାଇ 30ରେ କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଗତ 24 ଘଣ୍ଟା ମଧ୍ୟରେ ସିଦ୍ଧାର୍ଥଙ୍କ କୌଣସି ସୂଚନା ମିଳିନାହିଁ । ଏହି ଖବର ସମ୍ମୁଖକୁ ଆସିବା ପରେ ସିସିଡି ଅଂଶଧନ ମୂଲ୍ୟରେ 20 ପ୍ରତିଶତ ହ୍ରାସ ଘଟିଛି । ଏହା ସହିତ ସିସିଡି ଅଂଶଧନର ମୂଲ୍ୟ 52 ସପ୍ତାହ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ସିସିଡିର ଚେୟାରମ୍ୟାନ୍‌ ଏବଂ ପରିଚାଳନା ନିର୍ଦ୍ଦେଶକ ଭି ଜି ସିଦ୍ଧାର୍ଥ ମଙ୍ଗଳବାର ସନ୍ଧ୍ୟାରେ ନିଖୋଜ ହୋଇଯାଇଥିଲେ । ନିକଟରେ ମାଇଣ୍ଡଟ୍ରିକୁ ନିଜ କମ୍ପାନୀର 20 ପ୍ରତଶତ ଅଂଶଧନ ବିକ୍ରି କରିଥିଲେ । କମ୍ପାନୀର ସମୁଦାୟ ଅଂଶଧନର ମୂଲ୍ୟ 3254.33 କୋଟି ଟଙ୍କା ରହିଛି ।

Read More

ଆଜି ଗୁଗୁଲ୍‌ର ସ୍ପେଶାଲ୍‌ ଡୁଡୁଲ୍‌ରେ ଭାରତର ପ୍ରଥମ ମହିଳା ବିଧାୟିକ ତଥା ଶଲ୍ୟ ଚିକିତ୍ସକ ମୁଥୁଲକ୍ଷ୍ମୀ ରହିଛନ୍ତି । ଭାରତର ପ୍ରଥମ ମହିଳା ବିଧାୟକ ଡା. ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଆଜି ୧୩୩ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ ମନେପକାଇଛି। ଡା.ମୁଥୁଲକ୍ଷ୍ମୀ କେବଳ ଜଣେ ବିଧାୟକ ନ ଥିଲେ ସେ ଜଣେ ଶିକ୍ଷାବିତ୍‌, ସମାଜ ସୁଧାରକ, ଶଲ୍ୟ ଚିକିତ୍ସକ ଭାବେ ମଧ୍ୟ ଜଣାଶୁଣା ଥିଲେ। ଦେଶର ପ୍ରଥମ ଝିଅ ଥିଲେ, ଯିଏ, ବୟଜ୍‌ ସ୍କୁଲରେ ଆଡମିଶନ୍‌ ନେଇଥିଲେ । ଆଜୀବନ ମହିଳାଙ୍କ ଅଧିକାର ତଥା ସ୍ବତନ୍ତ୍ରତା ପାଇଁ ଆନ୍ଦୋଳନ କରିଥିଲେ । ସମାଜରୁ ଲିଙ୍ଗଭେଦ ହଟାଇବା ଏବଂ ମହିଳାଙ୍କୁ ଶିକ୍ଷା ଦେବା ପାଇଁ ସେ ସବୁବେଳେ ଲଢେଇ କରୁଥିଲେ। ଜୁଲାଇ ୩୦ ତାମିଲନାଡୁର ପୁଡୁକୋଟଇରେ ଜନ୍ମଗ୍ରହଣ କରିଥିବା ମୁଥୁଲକ୍ଷ୍ମୀ ବହୁ ବାଧାବିଘ୍ନ ଦେଇ ନିଜର ପାଠ ଶେଷ କରିବା ସହ ନିଜର ଏକ ଅନନ୍ୟ ପରିଚୟ ତିଆରି…

Read More

କର୍ଣ୍ଣାଟକର ବାଚସ୍ପତି ଦୌଡ ନିମନ୍ତେ ବିଶ୍ବେଶ୍ବରା ହେଗ୍‌ଡେ କାଗେରୀଙ୍କ ନାମ ଆଗୁଆ ରହିଛି । 6 ଥର ବିଧାୟକ ରହିଥିବା ତଥା କର୍ଣ୍ଣାଟକର ପୂର୍ବତନ ଶିକ୍ଷାମନ୍ତ୍ରୀ କାଗେରୀ ସ୍ବୟଂ ଏହି ବିଷୟରେ ସୂଚନା ଦେଇଛନ୍ତି । ଆସନ୍ତା ଜୁଲାଇ 30 ତାରିଖ ବୁଧବାର ଦିନ କାଗେରୀ ବାଚସ୍ପତି ପଦବୀ ପାଇଁ ଆବେଦନ କରିବେ ବୋଲି ସୂଚନା ଦେଇଛନ୍ତି । ଆସନ୍ତା କାଲି ଜୁଲାଇ 31 ତାରିଖରେ ବାଚସ୍ପତି ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ସୋମବାର ବିଜେପି ଆସ୍ଥା ଭୋଟରେ ବିଜେପି ବିଜୟୀ ହେବା ପରେ ବାଚସ୍ପତି କେ ଆର ରମେଶ କୁମାର ଇସ୍ତଫା ପ୍ରଦାନ କରିଥିଲେ । କାଗେରୀ 1994ରୁ 2008 ପର୍ଯ୍ୟନ୍ତ ଅଙ୍କୋଲା ଆସନରୁ ବିଧାୟକ ରହିଥିବା ବେଳେ 2008ରୁ 2018 ପର୍ଯ୍ୟନ୍ତ ସିରିସି ଆସନରୁ ବିଜୟୀ ହୋଇଛନ୍ତି

Read More

ଏଣିକି ପାନ ଖାଇ ଶ୍ରୀମନ୍ଦିର ଭିତରକୁ କେହି ଯାଇପାରିବେ ନାହିଁ । ପାନ ଖାଇ ପୁରୀ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଉପରେ ରୋକ ଲଗାଯାଇଛି । କୌଣସି ଭକ୍ତ କିମ୍ବା ସେବାୟତ ଏଣିକି ପାନ ଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବ ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି  । ଶ୍ରୀମନ୍ଦିର ଭିତରକୁ ସେବାୟତଙ୍କ ଠାରୁ ଭକ୍ତଙ୍କ ପର୍ଯ୍ୟନ୍ତ କେହି ପାନ ଖାଇ ପ୍ରବେଶ କରିବା ଉପରେ ବାରଣ କରାଯାଇଛି । ଆସନ୍ତା ଅଗଷ୍ଟ ୧ ତାରିଖରୁ ଏହି କଟକଣା ଲାଗୁ କରିବାକୁ ଆଜି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିରରେ ପାନ ଖାଇ ଧରାପଡ଼ିଲେ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

Read More

ବ୍ରାଜିଲ୍‌ର ଏକ ଜେଲ୍‌ରେ ହିଂସାକାଣ୍ଡ ଘଟିଛି । ଏହି ଦଙ୍ଗାରେ ଅନ୍ୟୁନ 57 ଜଣ କଏଦୀ ପ୍ରାଣ ହରାଇଛନ୍ତି । ଏହି ମଉକାରେ ଅନ୍ୟ 16 ଜଣ କଏଦୀ ମଧ୍ୟ ପଳାୟନ କରିବାରେ ସକ୍ଷମ ହୋଇନାହାନ୍ତି । ସୋମବାର ସନ୍ଧ୍ୟାରେ ଜେଲ୍‌ରେ କିଛି କଏଦୀ ପରସ୍ପରକୁ ଆକ୍ରମଣ କରିବା ପରେ ଜେଲ୍‌ରେ ଦଙ୍ଗା ଆରମ୍ଭ ହୋଇଥିଲା । ରିଓ ଡି ଜେନେରିଓର ଅବସ୍ଥିତ କମାଣ୍ଡୋ ଭର୍ମେଲୋ ନାମକ ଏହି ଜେଲ୍‌ରେ ଏହି ଦଙ୍ଗା ଘଟିଛି । ଦଙ୍ଗା ସମୟରେ ଜେଲ୍‌ର ନିଆଁ ମଧ୍ୟ ଲଗାଇ ଦିଆଯାଇଥିଲା । 6 ଘଣ୍ଟା ପରେ ଜେଲ୍‌ କର୍ମଚାରୀ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । କଏଦୀ ମାନଙ୍କୁ ଅନ୍ୟ ଏକ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି ।

Read More

ରାଜ୍ୟସଭାରେ ଟ୍ରିପଲ୍‌ ତଲାକ ବିଲ୍‌କୁ ସମର୍ଥନ କରିବା ନେଇ ବିଜେଡି ସୂଚନା ଦେଇଛି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ବିଜେଡି ଏହି ବିଲ୍‌କୁ ସମର୍ଥନ କରିବ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି । ଏହି ବିଲ୍‌ ପୂର୍ବରୁ ଲୋକସଭାରେ ପାଶ୍‌ ହୋଇ ସାରିଛି । ରାଜ୍ୟସଭାରେ ବିଜେପି ନିକଟରେ ଆବଶ୍ୟକ ସଂଖ୍ୟା ଉପଲବ୍ଧ ନଥିବାରୁ ଆଞ୍ଚଳିକ ଦଳ ମାନଙ୍କର ସମର୍ଥନ ଆବଶ୍ୟକ । ବିଜେଡି ସମର୍ଥନ ପ୍ରଦାନ ନେଇ ସୂଚନା ଦେଇଥିବା ବେଳେ ଓ୍ବାଇଏସ୍‌ଆର କଂଗ୍ରେସ ମଧ୍ୟ ବିଜେପିକୁ ସମର୍ଥନ ପ୍ରଦାନ କରିପାରେ । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ସୂଚନା ଅଧିକାର ବିଲ ପାଶ୍‌ ହେବା ସମୟରେ ମଧ୍ୟ ବିଜେଡି ବିଜେପି ପ୍ରତି ନିଜର ସମର୍ଥନ ଜାହିର କରିଥିଲା ।

Read More

ଅସୁରକ୍ଷିତ ହୋଇପଡ଼ିଛି ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱର । ପ୍ରତ୍ୟେକ ଦିନ ହତ୍ୟା ଓ ଲୁଟ୍‌ ଭଳି ଜଘନ୍ୟ ଅପରାଧ ଘଟୁଛି । ପୁଣି ଥରେ ଭୁବନେଶ୍ୱରରେ ଦମ୍ପତ୍ତିଙ୍କଠାରୁ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତମାନେ । ଘଟଣାଟି ଘଟିଛି ଗାଡ଼କଣ ଗୁରୁ କେଳୁଚରଣ ପାର୍କ ନିକଟରେ । ଲୁଟ୍‌ର ଶିକାର ହୋଇଥିବା ଦମ୍ପତ୍ତି ହେଲେ ସ୍ୱାମୀ ଉମାକାନ୍ତ ମିଶ୍ର ଓ ତାଙ୍କ ସ୍ତ୍ରୀ । ଏ ନେଇ ସେମାନେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଭୋର ପ୍ରାୟ 5ଟା ବେଳେ ଉମାଶଙ୍କର ଓ ତାଙ୍କ ସ୍ତ୍ରୀ ଷ୍ଟେସନ୍‌କୁ ଅଟୋରେ ଯାଉଥିଲେ । ଏହି ସମୟରେ ଗାଡ଼କଣ ଗୁରୁ କେଳୁଚରଣ ପାର୍କ ସମ୍ମୁଖରେ ତିନି ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଅଟୋକୁ ଅଟକାଇଥିଲେ । ଏହା ପରେ ମୁଣ୍ଡରେ ବନ୍ଧୁକ ଲଗାଇ ସେମାନଙ୍କଠାରୁ ସୁନା ଚୁଡ଼ି, ଚେନ୍‌ ଓ କାନଫୁଲ୍‌ ଆଦି ଲୁଟି ନେଇ ଚମ୍ପଟ ମାରିଥିଲେ । ଏତଲା…

Read More

କେଦାର ମିଶ୍ର ଯେତେବେଳେ ସାରାଦେଶରେ ଧାର୍ମିକ ଉତ୍ତେଜନା ଓ ବିଦ୍ଵେଷ କାରଣରୁ ହିଂସାକାଣ୍ଡ ବଢି ବଢି ଚାଲିଛି, ସେତେବେଳେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ଏ ପ୍ରକାର ହିଂସାକାଣ୍ଡ ଘଟିନାହିଁ ବୋଲି ଫେକ୍ଟ ଚେକର ତରଫରୁ କୁହାଯାଇଛି। ଏହା କମ ଗୌରବର କଥା ନୁହେଁ। ଓଡିଶା ନିଜର ଶାନ୍ତି, ସଦଭାବନା ଓ ଏକତାର ପରମ୍ପରାକୁ ବଜାୟ ରଖିଛି। ଫେକ୍ଟ ଚେକର ତରଫରୁ ଏ ସଙ୍କ୍ରାନ୍ତରେ ଯେଉଁ ମାନଚିତ୍ରଟି ଉପସ୍ଥାପନ କରାଯାଇଛି, ସେଥିରେ ଦେଶର ପ୍ରାୟ ସବୁ ପ୍ରଦେଶରେ ରକ୍ତର ଛିଟା ପଡିଥିବା ବେଳେ ଓଡିଶା ସଂପୂର୍ଣ୍ଣ ନିର୍ମଳ ଦିଶୁଛି। ଦେଶରେ ୨୦୦୯ ରୁ ୨୦୧୯, ଗତ ଦଶ ବର୍ଷ ଭିତରେ ଧାର୍ମିକ ବିଦ୍ଵେଷ କାରଣରୁ ୧୦୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୭୩୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୋଟ ୨୯୭ଟି ବିଦ୍ଵେଷ ଜନିତ ଅପରାଧ ବା ହେଟ କ୍ରାଇମ ସଂଘଟିତ ହୋଇଛି। ଧାର୍ମିକ ବିଦ୍ବେଷର ଶିକାର ହୋଇ ୫୯%…

Read More

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ ହେବା ପରେ ପେଟ୍ରୋଲ ଦର କ୍ରମାଗତ ଭାବେ ଷଷ୍ଠ ଦିନରେ ହ୍ରାସ ପାଇଛି । ସେହିପରି ଡିଜେଲ ଦର କ୍ରମାଗତ ଭାବେ ଦ୍ବିତୀୟ ଦିନରେ ହ୍ରାସ ପାଇଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା 13 ପଇସା ହ୍ରାସ ପାଇଛି । ସେହିପରି ଡିଜେଲ ଲିଟର ପିଛା ପୂର୍ବ ଦର ଅପେକ୍ଷା 7 ପଇସା କମ ହୋଇଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା 13 ପଇସା ଓ ଡିଜେଲ ଲିଟର ପିଛା 3 ପଇସା ଶସ୍ତା ହୋଇଛି । ବିଗତ 6 ଦିନ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ପ୍ରାୟ 55 ପଇସା ହ୍ରାସ ପାଇଛି ।

Read More

ପାକିସ୍ତାନୀ ସେନାର ଏକ ହେଲିକପ୍ଟର ରାଓ୍ବଲପିଣ୍ଡିରେ ଦୁର୍ଘଟଣାଗ୍ରସ୍ତ ହେବାରୁ 15 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାରେ ଆହୁରି କିଛି ବିମାନ କର୍ମୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେନା ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ସୂଚନାରୁ ଏହା ଜଣାପଡ଼ିଛି । ରାଓଲପିଣ୍ଡି ସହରର ଏକ ଆବାସିକ ଅଂଚଳରେ ହଠାତ ସେନାର ବିମାନରେ ନିଆଁ ଲାଗିଥିଲା । ସେନାର ଏକ ଛୋଟ ବିମାନ ଆବାସିକ ଅଂଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜନବସତି ଉପରେ ଖସି ପଡିଛି । ରାଓ୍ବଲପିଣ୍ଡିର ମୋରା କାଲୁ ଗାଁ ନିକଟ ଦେଇ ସେନାର ତାଲିମ ହେଲିକପ୍ଟର ଖସିପଡ଼ିଥିଲା । ସିସିଟିଭି ଫୁଟେଜରୁ ଆବାସିକ ଅଂଚଳରେ ନିଆଁ ଲାଗିଥିବା ଦେଖାଯାଇଥିଲା । ଉଦ୍ଧାରକାରୀ ଟିମ କହିଛନ୍ତି, ବିମାନ ଅଚାନକ ଟାୱାର ସହିତ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଛି । ମାତ୍ର ଦୁର୍ଘଟଣାର ପ୍ରକୃତ କାରଣ ଏବେ ବି ଜଣାପଡ଼ି…

Read More

ସମୀକ୍ଷା ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସିକ ନିଷ୍ପତି ସଂପର୍କରେ ଘୋଷଣା କରିଛନ୍ତି। ଆଉ ତାହା ହେଉଛି ଏଣିକି ରାଜ୍ୟ ସଚିବାଳୟ ନାମ ପରିବର୍ତ୍ତନ ହୋଇ ହେବ “ଲୋକସେବା ଭବନ”। ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବୀ ରଖିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,ଗଣତନ୍ତ୍ରରେ ଲୋକମାନେ ହେଉଛନ୍ତି ମାଷ୍ଟର, ଆଉ ସେମାନଙ୍କୁ ସେବା ଯୋଗାଇଦେବାର ହେଉଛି ସରକାରଙ୍କ କାମ। ସେଥିପାଇଁ ସରକାର ସବୁବେଳେ 5’ଟି ( 5T) ଉପରେ ପ୍ରାଧ୍ୟାନ୍ୟ ଦେଇ ଆସୁଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଓଡିଶା ସଚିବାଳୟ ବା ସେକ୍ରେଟେରିଏଟ ନାମ ପରିବର୍ତ୍ତନ କରାଯିବ। ବର୍ତ୍ତମାନ ସବୁ ରାଜ୍ୟରେ ସରକାରଙ୍କ ମୁଖ୍ୟ ଦପ୍ତରରକୁ ସଚିବାଳୟ ବା ସେକ୍ରେଟେରିଏଟ ବୋଲି କୁହାଯାଇଥାଏ। ଏଥିରେ ଓଡିଶା ବୋଧହୁଏ ନାମ ପରିବର୍ତ୍ତନରେ ପ୍ରଥମ ରାଜ୍ୟ ହେବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡିଶାର ସାଢେ ଚାରିକୋଟି ଲୋକେ ପଞ୍ଚମ ଥର ପାଇଁ ସରକାର…

Read More

ସମୀକ୍ଷା ବ୍ୟୁରୋ ଆଜି ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ସର୍ବଭାରତୀୟ ବାଘ ଗଣନା-୨୦୧୮ର ଚତୁର୍ଥ ଚକ୍ର ଫଳାଫଳ ଉନ୍ମୋଚନ କରିଛନ୍ତି। ଏହି ସର୍ଭେକ୍ଷଣ ଅନୁଯାୟୀ ୨୦୧୮ରେ ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୯୬୭ରେ ପହଁଚିଛି।ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଏହାକୁ ଭାରତର ଏକ ଐତିହାସିକ ମୁହୂର୍ତ ଭାବେ ଅଭିହିତ କରିଥିଲେ ଏବଂ ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ଭାରତର ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ।ଏହାକୁ ହାସଲ କରିବା ନେଇ ବିଭିନ୍ନ ଅଂଶୀଦାରମାନଙ୍କ ଦ୍ରୁତ ଓ ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ସଂକଳ୍ପରୁ ସିଦ୍ଧିର ଏହା ଏକ ପ୍ରକୃଷ୍ଟ ଉଦାହରଣ। ଭାରତର ଜନସାଧାରଣ ଯଦି କିଛି କରିବା ପାଇଁ ନିଷ୍ପତି ଗ୍ରହଣ କରନ୍ତି ତେବେ ଉପଯୁକ୍ତ ଫଳାଫଳ ପାଇବା ନେଇ ସେମାନଙ୍କୁ କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ସେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱରସ୍ଥିତ ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତିରାଜି ସୂର୍ଯ୍ୟୋଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଘୋଷଣା କରିଛନ୍ତି । ଏସବୁ କୀର୍ତିରାଜିର ଭ୍ରମଣ ସମୟକୁ ବୃଦ୍ଧି କରାଯାଇଥିବା ସମ୍ପର୍କରେ ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ପୂର୍ବରୁ ଏସବୁ ଐତିହ୍ୟସ୍ଥଳୀ ସକାଳ ୯ଟାଠାରୁ ଅପରାହ୍ଣ ସାଢ଼େ ୫ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଖୋଲା ରହୁଥିଲା । ଶ୍ରୀ ପଟେଲ କହିଛନ୍ତି ଯେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ନିଷ୍ପତି ନିଆଯାଇଛି, ସେମାନେ ଏହି ଐତିହ୍ୟସ୍ଥଳୀଗୁଡ଼ିକୁ ବୁଲିବା ଏବଂ ଏଗୁଡ଼ିକର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଅଧିକ ସମୟ ପାଇପାରିବେ । ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ଏହି ୧୦ଟି ଐତିହ୍ୟସ୍ଥଳୀ ସମେତ ଅନ୍ୟ ଐତିହାସିକ କୀର୍ତିରାଜିକୁ ଅଧିକ…

Read More

ଅଧିନାୟକ ଭାବରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆତ୍ମସମୀକ୍ଷା ଆବଶ୍ୟକ ବୋଲି ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ମତ ଦେଇଛନ୍ତି । ମିଡ୍‌ଡେ ପାଇଁ ଏହି ପୂର୍ବତନ ଲିଟିଲ ମାଷ୍ଟର ଲେଖିଥିବା ନିବନ୍ଧରେ କୋହଲିଙ୍କ ଅଧିନାୟକତ୍ବକୁ ସମାଲୋଚନା କରିଛନ୍ତି । ବିଶ୍ବକପ୍‌ ବିଫଳତା ପରେ କୋହଲି ନିଜର ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ଗାଭାସ୍କର ମତ ଦେଇଥିଲେ । ସେହିପରି ଚୟନକର୍ତ୍ତାଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଗାଭାସ୍କର । ଓ୍ବିଣ୍ଡିଜ୍ ଗସ୍ତ ନିମନ୍ତେ କୋହ୍‌ଲିଙ୍କୁ ଅଧିନାୟକ ଚୟନ କରିଥିବାରୁ ଗାଭାସ୍କର ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି । ଚୟନକର୍ତ୍ତା ଅଧିନାୟକ ଚୟନ କରିବା ପୂର୍ବରୁ ଏକ ବୈଠକ ନବସାଇବା ଭାରତୀୟ କ୍ରିକେଟ ନିମନ୍ତେ ଅତ୍ୟନ୍ତ ପରିତାପର ବିଷୟ ବୋଲି ଗାଭାସ୍କର କହିଛନ୍ତି ।

Read More