Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର ପ୍ରଚ୍ଛଦପଟ୍ଟରେ ପରିପୂରକ ବିକାଶର ବାର୍ତ୍ତା ଦେଲା ଡିଏମ୍‍ଏଫ୍‍ ପ୍ରଦର୍ଶନୀ
ଆଜିର ଖବର

ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର ପ୍ରଚ୍ଛଦପଟ୍ଟରେ ପରିପୂରକ ବିକାଶର ବାର୍ତ୍ତା ଦେଲା ଡିଏମ୍‍ଏଫ୍‍ ପ୍ରଦର୍ଶନୀ

January 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋଣାର୍କ: ଓଡ଼ିଶା ସରକାରଙ୍କ ସହଭାଗୀତାରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ କୋଣାର୍କର  ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରଠାରେ ଏକ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା  ଡିଏମ୍‍ଏଫ୍‍ ପ୍ରଦର୍ଶନୀ ଆୟୋଜନ କରିଛି। ଏହା ଆସନ୍ତା ୨୧ ତାରିଖ ଯାଏ ଚାଲିବ। ଖଣିଜ ଅଞ୍ଚଳରେ ପ୍ରଭାବିତ ସମ୍ପ୍ରଦାୟଙ୍କ ବିକାଶ ତଥା ସଶକ୍ତିକରଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ନିଆଯାଉଥିବା ବିକାଶମୂଳକ କାର୍ଯ୍ୟକୁ ଏହା ପ୍ରଦର୍ଶିତ କରୁଛି। କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟର ସଚିବ ଫରିଦା ଏମ୍‍ ନାଏକ ଏହି ପ୍ରଦର୍ଶନୀକୁ ଶନିବାର ଦିନ ଉଦ୍‍ଘାଟନ କରିଛନ୍ତି। ଏହି ଉଦ୍‍ଘାଟନୀ ସମାବେଶରେ ଖଣିଜ ମନ୍ତ୍ରଣାଳୟ ଓ ନାଲକୋର ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ।

ଏହି ପ୍ରଦର୍ଶନୀରେ ସମୁଦାୟ ୧୮ଟି ଷ୍ଟଲ୍‍ ଖୋଲାଯାଇଛି। ଖଣିଜ ଉତ୍ତୋଳନ ହେତୁ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଡିଏମ୍‍ଏଫ୍‍ ସହାୟତାରେ ମହିଳା ସ୍ୱୟଂ ସହାୟତା ଗୋଷ୍ଠୀମାନଙ୍କ ଦ୍ୱାରା ନିଆଯାଉଥିବା ସ୍ୱରୋଜଗାର କାର୍ଯ୍ୟକ୍ରମର ସଫଳତା ନମୁନାକୁ ଏଠାରେ ପ୍ରଦର୍ଶନ କରାଯାଇଛି। ଏହା ସହ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାନ( ଜିଏସ୍‍ଆଇ), ହିନ୍ଦୁସ୍ତାନ କପର ଲିମିଟେଡ୍‍ ( ଏଚ୍‍ସିଏଲ୍‍), ବେଦାନ୍ତ, ଏବଂ ଓଡ଼ିଶା ସରକାରଙ୍କ  କିଛି ଷ୍ଟଲ୍‍ ମଧ୍ୟ ଏହି ପ୍ରଦର୍ଶନୀରେ ସାମିଲ ରହିଛି। ସ୍ଥାନୀୟ ଲୋକଙ୍କୁ କିପରି ପରିପୂରକ ବିକାଶ ପଦକ୍ଷେପ ଦ୍ୱାରା ସଶକ୍ତ କରାଯାଇପାରିବ ତାହା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପରିପୂରକ ବିକାଶ ଲାଗି ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଏହି ପ୍ରଦର୍ଶନୀ ପ୍ରତିଫଳିତ କରୁଛି ବୋଲି  ନିଜର ଉଦ୍‍ଘାଟନୀ ଭାଷଣରେ କେନ୍ଦ୍ର ଖଣି ସଚିବ ଫରିଦା ନାଏକ କହିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ କର୍ପୋରେଟ୍‍ ସଂସ୍ଥା ଯେଉଁମାନେ ଏହି ପ୍ରଦର୍ଶନୀରେ ସହଯୋଗର ହାତ ବଢ଼ାଇଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପ୍ରଚ୍ଛଦପଟ୍ଟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଥାଇ ଏହି ପ୍ରଦର୍ଶନୀର ବାତାବରଣ କେବଳ ଯେ ପରିପୂରକ ବିକାଶକୁ ପ୍ରତିଫଳିତ କରୁଛି ତା’ ନୁହେଁ, ଏହା  ଆମର ଉତ୍କୃଷ୍ଟ ସାଂସ୍କୃତିକ ଏତିହ୍ୟକୁ ମଧ୍ୟ ଦର୍ଶାଉଛି। ଏହା ସ୍ଥାନୀୟ ବାସିନ୍ଦାଙ୍କ ସମେତ, ଶିଳ୍ପ ପ୍ରତିନିଧି, ସରକାରୀ ଅଧିକାରୀଙ୍କ ଆଗରେ ନିଜର ସଫଳତାର କାହାଣୀ ବର୍ଣ୍ଣନା କରିବାକୁ ଏସ୍‍ଏଚ୍‍ଜିର ଆତ୍ମ ନିର୍ଭର, ସ୍ୱରଗାରକ୍ଷମ ମହିଳାଙ୍କୁ ସୁଯୋଗ ପ୍ରଦାନ କରୁଛି।

ବିଶେଷକରି ଏହି ପ୍ରଦର୍ଶନୀ ଖଣି ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ପରିପୂରକ ବିକାଶ ହାସଲ  ଲାଗି ଆବଶ୍ୟକ କାର୍ଯ୍ୟକ୍ରମ ଗ୍ରହଣ କରି ସାମଗ୍ରିକ ବିକାଶ ହାସଲ ସହିତ ଦୀର୍ଘ ମିଆଦି ସକରାତ୍ମକ ପରିବର୍ତ୍ତନ ଲାଗି ଖଣିଜ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଦର୍ଶାଉଛି।

ଓଡିଶା ସରକାର କୋଣାର୍କ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026
Latest News

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.