Author: Samikhsya Bureau

ସନ୍ତୋଷ ରାଉଳ ଓରଫ ସାରଥି ବାବାଙ୍କୁ ହାଇକୋର୍ଟରେ ଜାମିନ ମିଳିଛି । ଗତ ସପ୍ତାହରୁ ଜାମିନ ଆବେଦନର ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ବାରିମୂଳ ଆଶ୍ରମରେ ମାଆ-ଝିଅଙ୍କୁ ଯୌନ ଶୋଷଣ ମାମଲାରେ ସନ୍ତୋଷ ରାଉଳ ଓରଫ ସାରଥୀଙ୍କୁ ଜାମିନ ମିଳିଛି । 2 ଲକ୍ଷ ଟଙ୍କା ଏବଂ 2 ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ମିଳିଛି । ଏହା ପୂର୍ବରୁ 2ଟି ମାମଲାରେ ସନ୍ତୋଷ ରାଉଳଙ୍କୁ ଜାମିନ ମିଳି ସାରିଥିଲା । 4 ବର୍ଷ ଧରି କଟକର ଚୌଦ୍ବାର ଜେଲ୍‌ରେ ଅଛନ୍ତି ସାରଥି । 2015 ଅଗଷ୍ଟ 8ରେ ଗିରଫ ହୋଇଥିଲେ ସନ୍ତୋଷ ରାଉଳ ଓରଫ ସାରଥି ।

Read More

ପାକିସ୍ତାନ ସେନାବାହିନୀ ପକ୍ଷରୁ ରଜୌରୀ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ବିଗତ ତିନି ଦିନ ଧରି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ନେଇ ସେନା ପକ୍ଷରୁ ସୋମବାର କୁହାଯାଇଛି । ଭାରତୀୟ ସେନାର କିଛି ପୋଷ୍ଟ ଏବଂ ନିକଟସ୍ଥ ଗ୍ରାମ ଉପରେ ମୋର୍ଟାର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜରିଆରେ ଆକ୍ରମଣ କରାଯାଇଥିଲା । ନିକଟରେ ଥିବା ଗ୍ରାମ ସୁନ୍ଦର ବନୀରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଥିଲା । କୌଣସି ଯବାନ କିମ୍ବା ସାଧାରଣ ଜନତା ଏହି ଆକ୍ରମଣରେ ଆହତ ହୋଇନଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ 20 ତାରିଖରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରୂତି ଉଲ୍ଲଂଘନ କରାଯିବା ଫଳରେ ପୁଞ୍ଚରେ ଜଣେ ଯବାନ ଆହତ ହୋଇଥିଲେ ।

Read More

ସୋମବାର ଭାରତୀୟ ସେୟାର ବଜାରରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୋମବାର ସେନ୍‌ସେକ୍ସରେ 400 ପଏଣ୍ଟ ହ୍ରାସ ଘଟିଛି । ଅନ୍ତର୍ଜାତୀୟ ବଜାର ଏହି ସମୟରେ ତଳୁଆ ରହିଥିବାରୁ ଭାରତୀୟ ସେୟାର ବଜାର ମଧ୍ୟ ତଳୁଆ ରହିଛି । ସେନସେକ୍ସ ଏହି ସମୟରେ 400.14 ପଏଣ୍ଟ ତଳକୁ ଖସିବା ସହିତ 37963.87 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟି 117.65 ପଏଣ୍ଟ ତଳକୁ ଖସି 11302.45 ପଏଣ୍ଟରେ ପହଞ୍ଚିଛି । ଶେଷଥର ପାଇଁ ଜୁଲାଇ 8 ତାରିଖରେ ବଜେଟ୍‌ ପରେ ସେନସେକ୍ସରେ ଏହିପରି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହି ସମୟରେ ବଜାଜ ଫାଇନାନ୍ସ,, ଏଚ୍‌ଡିଏଫ୍‌ସି, ଇଣ୍ଡସଇଣ୍ଡ ବ୍ୟାଙ୍କ, କୋଟାକ ବ୍ୟାଙ୍କ କ୍ଷତି ସହିଥିବା ବେଳେ ବେଦାନ୍ତ, ଟାଟଶ ମୋଟର୍ସ, ୟେସ୍‌ ବ୍ୟାଙ୍କ ଏବଂ ଏସିଆନ୍‌ ପେଣ୍ଟସ୍‌ ଲାଭ ହାସଲ କରିଛନ୍ତି । ଏହି ସମୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା 26 ପଇସା ଦୁର୍ବଳ ହୋଇଛି । ପୂର୍ବରୁ ଡଲାର…

Read More

କର୍ଣ୍ଣାଟକ ରାଜନୀତି ଡ୍ରାମା ଥମିବାର କୌଣସି ନାମ ନେଉନାହିଁ । ବାଚସ୍ପତିଙ୍କୁ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେବାକୁ ଦୁଇ ସ୍ବାଧୀନ ବିଧାୟକ ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଉଭୟ ବିଧାୟକଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ତ୍ବରିତ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ମନା କରିବା ସହିତ ବିଧାନସଭା ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର ବାଚସ୍ପତିଙ୍କର ଏବଂ କୋର୍ଟ ଆସ୍ଥା ଭୋଟ ପାଇଁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହା ସହିତ ବିଦ୍ରୋହୀ ବିଧାୟକ ମାନଙ୍କୁ ବାଚସ୍ପତି କେ ଆର ରମେଶ ନୋଟିସ୍‌ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, 15 ଜଣ କଂଗ୍ରେସ – ଜେଡିୟୁ ବିଧାୟକ ଏବଂ ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ କୁମାରସ୍ବାମୀ ସରକାର ସଂଖ୍ୟାଲଘୁ ହୋଇପଡିଛି । ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବାଚସ୍ପତି ଆସ୍ଥା ଭୋଟ ଗ୍ରହଣ…

Read More

ଗୁଣିଗାରେଡି ସନ୍ଦେହରେ ଝାରଖଣ୍ଡରେ ଚାରି ଜଣଙ୍କୁ ହତ୍ୟା କରାଯାଇଛି । ଝାରଖଣ୍ଡର ଗୁମ୍‌ଲା ଜିଲ୍ଲାରେ ରବିବାର ଦିନ ଏହି ଅମାନୁଷିକ କାଣ୍ଡ ସଙ୍ଗଠିତ ହୋଇଛି । କଳାଯାଦୁ ଅଭ୍ୟାସ କରୁଥିବା ନେଇ ଅଭିଯୋଗ ଆସିବା ପରେ 60-65 ବର୍ଷ ବୟସ୍କ ଏହି ବୃଦ୍ଧ ଏବଂ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ମଧ୍ୟ ରହିଛନ୍ତି । ଦକ୍ଷିଣ ପଶ୍ଚିମ ଝାରଖଣ୍ଡର ନଗର ସିସ୍କାରୀ ଗ୍ରାମରେ ଏହି ଘଟଣା ଘଟିଥିଲା । ରବିବାର ଦିନ ଦୁଇଟା ସମୟରେ କଳାଯାଦୁ ଅଭ୍ୟାସ କରୁଥିବା ଅଭିଯୋଗରେ ଚାପା ଭଗତ, ପିରି ଦେବୀ, ସୁତା ଓରାଓଁ ଏବଂ ଫଘନି ଦେବୀଙ୍କୁ ଗ୍ରାମର ମଧ୍ୟଭାଗକୁ ଆଣି ମାଡ ମରା ଯାଇଥିଲା । ଉତ୍ୟକ୍ତ ଭିଡ ପ୍ରାୟ ଏକ ଘଣ୍ଟା ଧରି ଆକ୍ରମଣ କରିବା ପରେ ଚାରି ଜଣଙ୍କ ପ୍ରାଣହାନି ଘଟିଥିଲା । ପୋଲିସ୍ ପକ୍ଷରୁ ଏହି ଘଟଣାରେ 4 ଜଣଙ୍କୁ ଅଟକ…

Read More

ଅଣଗାନ୍ଧୀ ନେତୃତ୍ବରେ କଂଗ୍ରେସ 24 ଘଣ୍ଟା ତିଷ୍ଠି ପାରିବ ନାହିଁ ବୋଲି ମତ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନଟବର ସିଂ । କଂଗ୍ରେସର ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ପ୍ରଦାନ କରିବା ପରେ ଗାନ୍ଧୀ ପରିବାରର କୌଣସି ବ୍ୟକ୍ତି କଂଗ୍ରେସର ନେତୃତ୍ବ ନେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏହାପରେ ରାହୁଲଙ୍କ ଇସ୍ତଫାକୁ ବିରୋଧ କରାଯାଇଥିଲେ ମଧ୍ୟ ରାହୁଲ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ରାହୁଲଙ୍କ ପରେ ଯଦି କଂଗ୍ରେସର ନେତୃତ୍ବ କୌଣସି ଅଣଗାନ୍ଧୀଙ୍କ ହାତକୁ ଯାଏ ତେବେ 134 ବର୍ଷର ଏହି ଦଳ ବିଖଣ୍ଡିତ ହୋଇଯିବ ବୋଲି ନଟବର କହିଛନ୍ତି । ରାହୁଲଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ସମ୍ମୁଖକୁ ଆସିଥିଲା । ପ୍ରିୟଙ୍କା ବର୍ତ୍ତମାନ କଂଗ୍ରେସର ମହାସଚିବ ରହିଥିବା ବେଳେ ଉତ୍ତରପ୍ରଦେଶ ସୋନଭଦ୍ରାରେ ଚାଷୀଙ୍କ ପାଇଁ ଆନ୍ଦୋଳନ କରୁଛନ୍ତି । ପ୍ରିୟଙ୍କା ସର୍ବଦା ପଛରେ ରହିଥିଲେ ମଧ୍ୟ ଦଳର ନେତୃତ୍ବ ନେବାର…

Read More

କଳାହାଣ୍ଡି ଜିଲ୍ଲା ଭବାନୀପଟଣା ଆଶ୍ରୟ ଗୃହରେ ଛାତ୍ରୀ ନିର୍ଯାତନା ଘଟଣାରେ ଆଜି ସିଡବ୍ଲୁସି ଭବାନୀପାଟଣା ଥାନାରେ ଏତଲା ଦେଇଛନ୍ତି । ଗତକାଲି ଯୌନ ନିର୍ଯାତନା ହୋଇଥିବା ନେଇ ସିଡବ୍ଲ୍ୟୁସି ନିଜ ରିପୋର୍ଟରେ ଦର୍ଶାଇଥିଲେ । ପୀଡ଼ିତାଙ୍କୁ ଯୌନ ନିର୍ଯାତନା ହୋଇଥିବା ପ୍ରମାଣ ମିଳିଥିବାରୁ ଆଜି ସିଡବ୍ଲୁସି ଭବାନୀପାଟଣା ଥାନାରେ ଏତଲା ଦେଇଛନ୍ତି । ଗତକାଲି ପୀଡିତା ଓ ତାଙ୍କ ମାଆଙ୍କୁ ପଚରାଉଚରା କରିବା ପରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି ମା ଓ ଝିଅଙ୍କୁ ପଚରାଉଚରା କରିଥିଲେ । ଫଳରେ ପୀଡ଼ିତାଙ୍କ ଉପରେ ହୋଇଥିବା ଯୈାନ ନିର୍ଯ୍ୟାତନାର ପ୍ରମାଣ ମିଳିଥିଲା । ଅଭିଯୁକ୍ତକୁ କଠୋର ଦଣ୍ଡବିଧାନ ପାଇଁ ଦାବି କରିଛନ୍ତି ପୀଡିତାଙ୍କ ମାଆ । ଏହି ଘଟଣାରେ ପୂର୍ବରୁ ଆଶ୍ରୟ ଗୃହର ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଅଟକ ରଖାଯାଇଛି । ସିଡବ୍ଲୁସ ସେହି ଅନୁଷ୍ଠାନରୁ ସମସ୍ତ ଅନ୍ତେବାସୀଙ୍କୁ ସ୍ଥାନାନ୍ତରିତ କରିବେ ବୋଲି ଜଣାପଡିଛି ।

Read More

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବାବୁପଦର ଗାଁରେ ପୁଣି ଜଣେ ଠିକାଦାରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ତାଙ୍କ ନାଁ ହେଲା ଭୀମ ବୋରା । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଭୀମ ବୋରା ଠିକାଦାର ଭାବରେ କାମ କରନ୍ତି । ଗତକାଲି ରାତିରେ କିଛି ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡାକି ନେଇଥିଲେ । ଏହା ପରେ ତାଙ୍କୁ ହତ୍ୟା କରି ଦେଇଥିବା ଜଣାପଡ଼ିଛି । ତାଙ୍କୁ ମାଓବାଦୀମାନେ ପୂର୍ବରୁ ହତ୍ୟା ଧମକ ଦେଇଥିଲେ ବୋଲି ପରିବାର ଲୋକ କହିଛନ୍ତି । ବିଶ୍ୱନାଥପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି । ବାରମ୍ବାର ମାଓବାଦୀ ଆକ୍ରମଣ ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ।

Read More

ଉତ୍ତର ପ୍ରଦେଶ ଏଟିଏସ ବେଆଇନ ଭାବେ ରହିଥିବା 1000 ଡିଟୋନେଟର ଓ 5 ହଜାର ଜିଲୋଟିନ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ 4 ଜଣ ଅଭିଯୁକ୍ତଙ୍କୁ ଏଟିଏସ ଗିରଫ କରିଛି । ଗ୍ୟାଙ୍ଗର ମୁଖ୍ୟ ଚରଣ ସିଂହଙ୍କୁ ଏଟିଏସ ପୂର୍ବରୁ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତ ପୂର୍ବରୁ ଜାମିନ ଆସିଥିବା ବେଳେ ଏଟିଏସ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଇଜି (ଏଟିଏସ) ଏଡିଜି ଅସୀମ ଅରୁଣ କହିଛନ୍ତି, ଗ୍ୟାଙ୍ଗର ସଦସ୍ୟ ମାନେ ବୋଲେରୋ ଓ ପିକ-ଅପରେ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିଲେ । ଝାନ୍ସିର ଉଲଦସ୍ଥିତ ବଙ୍ଗରା ଛକରେ ଏଟିଏସ ଚାରି ଜଣଙ୍କୁ ବିସ୍ଫୋରକ ସାମଗ୍ରୀ ସହିତ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଝାନ୍ସିର ଚରଣ ସିଂହ, ଦୀନବନ୍ଧୁ, ପୁଷ୍ପେନ୍ଦ୍ର ଝା ଓ ମଧ୍ୟପ୍ରଦେଶର ଟିକମଗଡ଼ର ସୀତାରାମ ପାଳ । ଏହି ଲୋକଙ୍କୁ ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଓରଛାରୁ ବିସ୍ଫୋରକ…

Read More

ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଓ ବଜ୍ରପାତ ଘଟି 32 ଜଣଙ୍କ ମୃତ୍ୟୁ ଘଟିଛି । ରବିବାର ଦିନ ଭୟଙ୍କର ବର୍ଷା ଫଳରେ ଏହି ଘଟଣା ଘଟିଛି । ଏହି ଘଟଣାରେ 32 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 13 ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କାନପୁର ଏବଂ ଫତେପୁରରୁ ସର୍ବାଧିକ 7 ଜଣ ଲେଖାଏଁ ରହିଥିବା ବେଳେ ଝାନ୍ସୀରେ 5 ଜଣ, ଜଲାଉଁରେ ଚାରି, ହମିାପୁରରେ 3, ଗାଜିପୁରରେ 2 ଜଣଙ୍କର ମୃତ୍ୟୁ ଘଟିଛି । ଜୁଆନପୁର୍‌, ପ୍ରତାପଗଡ, କାନପୁର ଦେହାତ ଏବଂ ଚିତ୍ରକୁଟରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ମୃତକଙ୍କ ନିମନ୍ତେ ଯୋଗୀ ସରକାରଙ୍କ ପକ୍ଷରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ପାଟକୁରା ନିର୍ବାଚନ ସରିଛି ଓ ଆସନ୍ତା ୨୪ରେ ଏହାର ଫଳାଫଳ ଘୋଷଣା ହେବ। ହେଲେ ଫଳ ବାହାରିବା ଆଗରୁ ଇଭିଏମ କୁ ନେଇ ଯେଉଁ ପ୍ରକାର ଗଣ୍ଡଗୋଳ ଘଟୁଛି ଓ ଭୁବନେଶ୍ବରରେ ବିଜେପି ନେତାମାନେ ଯେଉଁପ୍ରକାର ପ୍ରତିକ୍ରିୟା ରଖୁଛନ୍ତି, ସେଥିରୁ ଗୋଟେ କଥା ର ଆଭାସ ଅବଶ୍ୟ ମିଳୁଛି। ପାଟକୁରାରେ ବିଜେପି ନିଜ ସଫଳତାକୁ ନେଇ ବିଶେଷ ଆଶାବାଦୀ ଥିବାଭଳି ଲାଗୁନାହିଁ। ଯଦିଓ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ର ନିଜ ପରାଜୟକୁ ନେଇ ଦୃଢୋକ୍ତି ରଖିଛନ୍ତି ଓ ତାଙ୍କର ଅନୁଗତ କିଛିଜଣ ସାମ୍ବାଦିକ ସେ ଅତି କମ ବ୍ୟବଧାନରେ ଜିତିବେ ବୋଲି ପ୍ରଚାର ଚଳାଇଛନ୍ତି, ବିଜେପି କିନ୍ତୁ ନିଜ ଆଚରଣରେ ପରାଜୟକୁ ଏକ ପ୍ରକାର ସ୍ଵୀକାର କରିନେଉଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,  ପାଟକୁରାରେ ସବୁ ବୁଥରେ ଇଭିଏମ ଜାଲସାଜି ହୋଇଛି ଓ ସବୁ ପ୍ରିଜାଇଡିଂ ଅଫିସର ବିଜେଡ଼ିକୁ ସାହାଯ୍ୟ କରିଛନ୍ତି। ଏ ପ୍ରକାର କାହାଣୀ…

Read More

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଦ୍ବିତୀୟ ଚନ୍ଦ୍ରଯାନ ଅଭିଯାନ ‘ଚନ୍ଦ୍ରଯାନ-2’ ପାଇଁ ସୋମବାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆଜି ଅପରାହ୍ନ 2ଟା 43ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ଉତ୍‌କ୍ଷେପଣ କରାଯିବ । ପ୍ରାୟ 978 କୋଟି ଟଙ୍କା ଖର୍ଚ୍ଚରେ ହେଇଥିବା ଏହି ମିଶନରେ ଜିଏସଏଲଭି ଏମକେ-3 ରକେଟ ଜରିଆରେ ଉତକ୍ଷେପଣ କରାଯିବ । ଏଥିରେ 3ଟି ମଡ୍ୟୁଲ ଆର୍ବିଟର, ଲ୍ୟାଣ୍ଡର(ବିକ୍ରମ) ଏବଂ ରୋଭର(ପ୍ରଜ୍ଞାନ) ରହିବେ । ଇସ୍ରୋ ସୂଚନା ମୁତାବକ, ଅଭିଯାନ ସମୟରେ ଆର୍ବିଟରଟି ଚନ୍ଦ୍ରର କକ୍ଷପଥରେ ରହିବ ଏବଂ ଧୀରେ ଧୀରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବସ୍ଥାନ କରିବ । ଚନ୍ଦ୍ରପୃଷ୍ଠରେ ଏହା ପହଞ୍ଚିବା ପରେ ରୋଭର ପ୍ରଜ୍ଞାନକୁ ମୁତୟନ କରାଯିବ । ଚନ୍ଦ୍ରଯାନ-2 ଜରିଆରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି ମିଶନ ଗତ ରବିବାର ସମାପ୍ତ ହେବାର ଥିଲା…

Read More

କୋଲକତାରେ ଆୟୋଜିତ ‘ସହିଦ ଦିବସ’ ରାଲିରେ ବିଜେପି ଉପରେ ବର୍ଷିଛନ୍ତି ଟିଏମସ୍‌ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ରାଲିରେ ବିଜେପିକୁ ଟାର୍ଗେଟ୍‌ କରିବା ସହ ଚଳିତ ଲୋକସଭା ନିର୍ବାଚନରେ ବିଜେପି ଇତିହାସ ନୁହେଁ, ବରଂ ରହସ୍ୟ ସୃଷ୍ଟି କରିଛି ବୋଲି କହିଛନ୍ତି ମମତା । ଚଳିତ ନିର୍ବାଚନରେ ବିଜେପି ପଇସା, ପୁଲିସ ଏବଂ ଇଭିଏମ୍‌କୁ ବ୍ୟବହାର କରି ପଶ୍ଚିମବଙ୍ଗରେ ୧୮ଟି ଲୋକସଭା ଆସନରେ ଜିତିଛି । ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ପଞ୍ଚାୟତ ନିର୍ବାଚନରେ ଇଭିଏମ ବଦଳରେ ବାଲାଟ୍‌ ପେପର ମାଧ୍ୟମରେ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିବେ ବୋଲି କହିଛନ୍ତି ମମତା । ଗଣତନ୍ତ୍ରର ସୁରକ୍ଷା ପାଇଁ ନିର୍ବାଚନ ପ୍ରକ୍ରିୟାରେ ପରିବର୍ତ୍ତନର ଆବଶ୍ୟକ ରହିଛି ବୋଲି ମମତା କହିଛନ୍ତି।

Read More

ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋନଭଦ୍ରା ଗସ୍ତ କରିଥିଲେ । ସେଠାରେ ପୀଡ଼ିତ ପରିବାରକୁ ଭେଟିବା ସହିତ ମୃତକଙ୍କ ପରିବାରକୁ ୧୮.୫ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପରିବାରକୁ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶିର ଘୋଷଣା କରିଛନ୍ତି । ଏହି ଘଟଣାର ୧୦ ଦିନ ଭିତରେ ରିପୋର୍ଟ ପ୍ରସ୍ତୁତ ହେବ ଏବଂ ଏଇ ଆଧାରରେ ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ କହିଛନ୍ତି ।ଜମିବିବାଦକୁ ନେଇ ଉତ୍ତରପ୍ରଦେଶର ସୋନଭଦ୍ରାରେ ୧୦ଜଣଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହାକୁ ନେଇ ରାଜନୈତିକ ପାଣିପାଗ ବେଶ୍‌ ଉଷ୍ମ ରହିଛି। ଯୋଗୀଙ୍କ ପୂର୍ବରୁ ୟୁପିଏ ମହାସଚିବ ପ୍ରିୟଙ୍କା ଗାନ୍ଧି ସୋନଭଦ୍ରା ଗ୍ରସ୍ତ କରିଥିଲେ । ପ୍ରଥମେ ତାଙ୍କ ଗସ୍ତକୁ ଅନୁମତି ଦିଆଯାଇନଥିବାବେଳେ ପ୍ରିୟଙ୍କା ଏନେଇ ଧାରଣାରେ ବସିଥିଲେ । ପରେ ସେ ପୀଡ଼ିତ ପରିବାରଙ୍କୁ ଭେଟିବା ସହିତ ପୀଡ଼ିତଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି…

Read More

ବଲିଉଡ଼ ହ୍ୟାଣ୍ଡସମ୍‌ ହ୍ରିତିକ ରୋଶନଙ୍କ  ଫିଲ୍ମ “ସୁପର ୩୦” ବକ୍ସ ଅଫିସରେ ଖୁବ ଭଲ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି । ରିଲିଜ ହେବାର ତିନି ଦିନରେ ୫୦କୋଟି ଆୟ କରିଥିବା ହ୍ରିତିକ ରୋଶନଙ୍କ ଏହି ସିନେମା ଖୁବଶୀଘ୍ର ୧୦୦କୋଟି କ୍ଲବରେ ପାଦ ଥାପିବ ବୋଲି ଆଶା କରାଯାଉଛି । ବଲିଉଡ଼ ଡ୍ରାମା ଫିଲ୍ମ “ସୁପର ୩୦” ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ହୋଇଛି । ଏହି ଫିଲ୍ମରେ ହ୍ରିତିକଙ୍କ ମୃଣାଲ ଠାକୁର , ପଙ୍କଜ ତ୍ରିପାଠୀ ଓ ଅମିତ ମୁଖ୍ୟ ଭୂମିକାରେ ରହିଛନ୍ତି । ଏହି ଫିଲ୍ମକୁ ୟୁପି, ବିହାର ଓ ରାଜସ୍ଥାନରେ ଟ୍ୟାକ୍ସ ଫ୍ରି କରାଯାଇଛି । ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୮୮.୯୦କୋଟି ଆୟ କରିଛି ।

Read More

ଇଣ୍ଡୋନେସିଆ ଓପନ୍‌ ବ୍ୟାଡମିଣ୍ଟନ ଫାଇନାଲ୍‌ରେ ଝୁଣ୍ଟିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପି ଭି ସିନ୍ଧୁ । ଜାକାର୍ତ୍ତାରେ ଅନୁଷ୍ଠିତ ଫାଇନାଲ୍‌ରେ ସିନ୍ଧୁ 15-21 ଏବଂ 16-21 ସେଟ୍‌ରେ ପରାଜିତ ହୋଇଛନ୍ତି ସିନ୍ଧୁ । ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସିଡ୍‌ ମାନ୍ୟତା ପାଇଥିବା ଜାପାନର ୟାକାନେ ଆମାଗୁଚିଙ୍କ ନିକଟରୁ ପରାଜିତ ହୋଇ ଚଳିତ ବର୍ଷରେ ନିଜର ପ୍ରଥମ ଟାଇଟଲ ହାସଲରୁ ବଞ୍ଚିତ ହୋଇଛନ୍ତି । ଅଲମ୍ପିକ ରୌପ୍ୟପଦକ ବିଜୟିନୀ ସିନ୍ଧୁ ପୂର୍ବ 14 ମୁକାବିଲାରେ 10ଟିରେ ବିଜୟୀ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଏକ ଟାଇଟଲ ମୁକାବିଲାରେ ସିନ୍ଧୁ ପରାଜିତ ହୋଇଛନ୍ତି । ପୂର୍ବରୁ ସିନ୍ଧୁ ସିଙ୍ଗାପୁର ଓପନ୍‌ ସେମି ଫାଇନାଲ୍‌ରେ ପରାଜିତ ହୋଇଥିଲେ ।

Read More

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ମେଣ୍ଟ ସରକାର ସୋମବାର ଦିନ ଗୃହରେ ବହୁମତ ସାବ୍ୟସ୍ତ କରିବେ । ଏଥିରେ ବହୁଜନ ସମାଜ ପାର୍ଟି ବିଧାୟକ ଏନ୍‌ ମହେଶ ଯୋଗଦେବେ ନାହିଁ ବୋଲି ସୂଚନା ମିଳିଛି । ମାୟାବତୀଙ୍କ ନିର୍ଦ୍ଦେଶକ୍ରମେ ସେ କର୍ଣ୍ଣାଟକ ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟରେ ଯୋଗଦେବ ନାହିଁ ବୋଲି ରବିବାର କହିଛନ୍ତି ।  କର୍ଣ୍ଣାଟକ  ମେଣ୍ଟ ସରକାରରୁ ପ୍ରାୟ ୧୬ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଆସ୍ଥା ଭୋଟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡୁଛି । ଏନେଇ ରାଜ୍ୟପାଳ କୁମାରସ୍ବାମୀ ସରକାରଙ୍କୁ ପତ୍ର ମଧ୍ୟ ଦେଇ ସାରିଛନ୍ତି । ଆସ୍ଥା ଭୋଟ ହେବା ପୂର୍ବରୁ ଆଜି ବେଙ୍ଗାଲୁରୁଠାରେ କଂଗ୍ରେସର ବିଧାୟକ ଦଳଙ୍କ ବୈଠକ ହେବାର ସୂଚନା ରହିଛି । କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଂକଟ ବେଶ୍‌ ରୋଚକ ଅବସ୍ଥାରେ ରହିଛି । ତେବେ ଏହି ସ୍ଥିତିରେ କେବେ ପରିବର୍ତ୍ତନ ଆସୁଛି,…

Read More

ଚଳିତ ଲୋକସଭା ନିର୍ବାଚନ ପରେ ସିପିଆଇରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ।  ଭାରତୀୟ କମ୍ୟୁନିଷ୍ଟ୍‌ ପାର୍ଟି (ସିପିଆଇ)ର ରାଜ୍ୟସଭା ସଦସ୍ୟ ଡି. ରାଜାଙ୍କୁ ଦଳ ତରଫରୁ ରାଷ୍ଟ୍ରୀୟ ମହାସଚିବ ରୂପେ ନିଯୁକ୍ତ କରାଯାଇଛି । ପୂର୍ବତନ ମହାସଚିବ ଏସ୍‌. ସୁଧାକର ରେଡ୍ଡିଙ୍କ ସ୍ଥାନ ନେଇଛନ୍ତି ଡି. ରାଜା । ଏନେଇ ସୂଚନା ଦେଇ ଏସ୍‌. ସୁଧାକର ରେଡ୍ଡି କହିଛନ୍ତି ଯେ, ରାଜ୍ୟସଭା ସଦସ୍ୟ ଡି. ରାଜାଙ୍କୁ ସିପିଆଇର ମହାସଚିବ ରୂପେ ନିଯୁକ୍ତି କରାଯାଇଛି । ରାଷ୍ଟ୍ରୀୟ ପରିଷଦର ବୈଠକ ପୂର୍ବରୁ ଡି. ରାଜାଙ୍କୁ ମହାସଚିବ କରିବା ନେଇ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା । ତେବେ ଔପଚାରିକ ଭାବେ ଡି. ରାଜାଙ୍କୁ ଦଳର ମହାସଚିବ ରୂପେ ଘୋଷଣା କରାଯାଇଛି। ଚଳିତ ଲୋକସଭା ନିର୍ବାଚନରେ ସିପିଆଇକୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ଦଳର ମହାସଚିବ ରେଡ୍ଡି ନିଜ ପଦରୁ ଇସ୍ତଫା ଦେଇଥିଲେ । ସିପିଆଇର ଜଣେ ନେତାଙ୍କ କହିବାନୁସାରେ ଜୁଲାଇ…

Read More

ଦେଶରେ 34 ଟି ନଦୀକୁ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ 5870 କୋଟି ଟଙ୍କା ବିନିଯୋଗ କରାଯିବା ନେଇ ଯେଜନା ପ୍ରସ୍ତୁତ ହୋଇଛି । ଜାତୀୟ ନଦୀ ଜଳ ସଂରକ୍ଷଣ ବୋର୍ଡ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି । କେନ୍ଦ୍ର ସରକାର ଏଥି ନିମନ୍ତେ 2522 କୋଟି ଟଙ୍କା ପ୍ରଦାନ କରି ସାରିଛନ୍ତି ଏବଂ ଖୁବ୍‌ ଶୀଘ୍ର ଅବଶିଷ୍ଟ ଅର୍ଥ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଦେଶର 16ଟି ରାଜ୍ୟରେ ପ୍ରବାହିତ ହେଉଥିବା 34ଟି ନଦୀକୁ ଏହି ଯୋଜନାରେ ସାମିଲ କରାଯାଇଛି ଏବଂ ଏହି ତାଲିକାରୁ ଗଙ୍ଗା ନଦୀକୁ ବାଦ ଦିଆଯାଇଛି ବୋଲି ପରିବେଶ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ବିଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟର ନଦୀଜଳକୁ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ 143 କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ମନ୍ତ୍ରାଳୟର ବିଭାଗୀୟ ମନ୍ତ୍ରୀ ବାବୁଲ ସୁପ୍ରିୟୋ ଶନିବାର ଲୋକସଭାରେ ସୂଚନା ଦେଇଛନ୍ତି…

Read More

ଏବେ ଦେଶରେ ଅଳିଆ ବଦଳରେ ମିଳିବ ଖାଇବା । ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପୂରା ସତ । ଦେଶରେ ଅଳିଆ ପରିଚାଳନାକୁ ନେଇ ଏକ ଭିନ୍ନ ପ୍ରୟାସ ଆରମ୍ଭ କରାଯାଉଛି । ପ୍ରଗତିଶୀଳ ଦେଶ  ଭାରତ ପାଇଁ ସ୍ବଚ୍ଛତା ଓ ଅନାହାର ଏକ ଚ୍ୟାଲେଞ୍ଜ ପାଲଟିଛି । ଏହି ଦୁଇ ସମସ୍ୟାର ମୂଳୋତ୍ପାଟନ କରିବାକୁ ଛତିଶଗଡ ନଗର ନିଗମ ଏକ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । ଛତିଶଗଡ଼ର ଅବନ୍ତିପୁରା ସହରରେ ଏବେ ‘ଗାର୍ବେଜ୍‌ କାଫେ’ ଲଞ୍ଚ କରୁଛନ୍ତି । ଏଠାରେ ଅଳିଆ ବଦଳରେ ପେଟପୂରା ଖାଇବାକୁ ମିଳିବ । ଏହା ଦେଶର ପ୍ରଥମ ଗାର୍ବେଜ୍‌ କାଫେ ହେବ। ଯେଉଁଠାରେ ନଗର ନିଗମର ଗରିବ ଓ ଅନାହାରୀଙ୍କୁ ପ୍ଲାଷ୍ଟିକ୍‌ ତଥା ଅଳିଆ ବଦଳରେ ଖାଦ୍ୟ ଖାଇବାକୁ ମିଳିବ। ଏହି କାଫେରେ ଏକ କିଲୋ ପ୍ଲାଷ୍ଟିକ୍‌ ବଦଳରେ ଗୋଟେ ପ୍ଲେଟ ଭରପୂର ଖାଦ୍ୟ ମିଳିବ। ସେହିପରି ୫୦୦ ଗ୍ରାମ ପ୍ଲାଷ୍ଟିକ୍‌…

Read More

ଭାରତୀୟ ମାରାଥନ ଧାବିକା ସଞ୍ଜିବନୀ ଯାଦବଙ୍କୁ ନିଷିଦ୍ଧ ଡ୍ରଗ୍ସ ସେବନ କାରଣରୁ ଦୁଇ ବର୍ଷ ବାସନ୍ଦ କରାଯାଇଛି । ଦୁଇଟି ଏସିଆନ୍‌ ଗେମ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସଞ୍ଜିବନୀ ପ୍ରଥମ ଥର ପାଇଁ ନିଷିଦ୍ଧ ଡ୍ରଗ୍ସ ସେବନ କରିଥିବାରୁ ତାଙ୍କୁ ମାତ୍ର ଦୁଇ ବର୍ଷ ନିମନ୍ତେ ବାସନ୍ଦ କରାଯାଇଛି ବୋଲି ଆଇଏଏଫ୍‌ ପକ୍ଷରୁ ପ୍ରକାଶ କରାଯାଇଛି । ଏହି 23 ବର୍ଷୀୟ ଆଥଲେଟ 2017ରେ 5 ହଜାର ମିଟର ବର୍ଗରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ବେଳେ 2019ରେ 10 ହଜାର ମିଟର ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଜୁନ୍‌ 29, 2018 ପରଠାରୁ ସଞ୍ଜିବନୀଙ୍କ ସମସ୍ତ ପଦକ ପ୍ରତ୍ୟାହାର କରାଯିବା ସହିତ ବାସନ୍ଦାଦେଶ ଲାଗୁ କରାଯିବ ବୋଲି ଜଣାପଡିଛି ।

Read More