ବିଜେପି ସଭାପତି ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନବଗଠିତ କର୍ଣ୍ଣାଟକ ସରକାରକୁ ଶୁଭେଚ୍ଛା ଜଣାଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବି ଏସ୍ ୟେଦ୍ୟୁରପ୍ପାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାହା । ୟେଦ୍ୟୁରପ୍ପାଙ୍କ ନେତୃତ୍ବ ଏବଂ ମୋଦିଙ୍କ ତତ୍ତ୍ବାବଧାନରେ ବିଜେପି କର୍ଣ୍ଣାଟକରେ ଏକ ସଶକ୍ତ ଏବଂ ବିକାଶମୂଳକ ସରକାର ପ୍ରଦାନ କରିବ ବୋଲି ଶାହା ପ୍ରକାଶ କରିଛନ୍ତି । କର୍ଣ୍ଣାଟକ ଲୋକଙ୍କ ଆଶା ପୂରଣ କରିବାର ସମସ୍ତ ଉଦ୍ୟମ ସରକାରଙ୍କ ପକ୍ଷରୁ କରାଯିବ ବୋଲି ଶାହା କହିଛନ୍ତି । କର୍ଣ୍ଣାଟକର ଚାଷୀ ମାନଙ୍କ ସମସ୍ୟା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଶାହା ପ୍ରକାଶ କରିଛନ୍ତି । ଅନ୍ୟତମ ବିଜେପି ନେତା ତଥା ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ମଧ୍ୟ ୟେଦ୍ୟୁରପ୍ପାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ୍ ସରକାର ଅନ୍ତରୀଣ ବିବାଦ ଯୋଗୁଁ ଭୁଷୁଡିଲା ଏବଂ ବିଜେପି ଏକ ସ୍ଥିର ସରକାର ପ୍ରଦାନ…
Author: Samikhsya Bureau
ଭୂକମ୍ପପ୍ରବଣ ଫିଲିପାଇନ୍ସରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ସଙ୍ଗଠିତ ହୋଇଛି । ଏହି ଭୂମିକମ୍ପରେ ଅନ୍ୟୁନ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12ଜଣ ଆହତ ହୋଇଛନ୍ତି । ଶନିବାର ଅନୁଷ୍ଠିତ ଭୂମିକମ୍ପଟି ଫିଲିପାଇନ୍ସର ଉତ୍ତର ଭାଗ ଲୁଜୋନ୍ ଷ୍ଟ୍ରେଟ୍ରେ ଅନୁଭୂତ ହୋଇଥିଲା । ପ୍ରଥମ ଥର ହୋଇଥିବା ଭୂକମ୍ପରେ 5 ଜଣ ନିହତ ହୋଇଥିବା ବେଳେ ଦ୍ବିତୀୟ ଥର ଅନୁଭୂତ ଭୂକମ୍ପରେ 2 ଜଣ ନିହତ ହୋଇଥିଲେ । ପୁରାତନ କୋଠା ଗୁଡିକ ଏହି ଭୂକମ୍ପରେ ଭୁଷୁଡି ପଡିଥିବା ବେଳେ ଏହା ତଳେ ଅନେକ ଲୋକ ଫସି ରହିଛନ୍ତି । ପ୍ରଥମ ଭୂକମ୍ପର ତୀବ୍ରତା 5.9 ରହିଥିବା ବେଳେ ଦ୍ବିତୀୟ ଭୂକମ୍ପର ତୀବ୍ରତା 6.4 ରହିଥିଲା । ଫିଲିପାଇନ୍ସ ସରକାରଙ୍କ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 2800 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।
ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଅବପାତ ଲଘୁଚାପର ରୂପ ନେଇ ବିଗତ ତିନି ଦିନ ଧରି ପ୍ରବଳ ବର୍ଷା ହୋଇଛି । ଗତକାଲି ଠାରୁ ମୌସୁମୀ ପୁଣି ସକ୍ରିୟ ହୋଇ ଉଠିଛି । ମନସୁନ ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ବିଶେଷ କରି ଉତର ଓଡିଶାରେ ଏହାର ପ୍ରଭାବ ଅଧିକ ରହିବ । ଆହୁରି ଦୁଇ ଦିନ ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ବର୍ଷା ପ୍ରଭାବରେ ଆଜି ଉତ୍ତର ଏବଂ ଉପକୂଳ ଓଡିଶାରେ ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି ।
ସମୀକ୍ଷା ବ୍ୟୁରୋ ରାଜ୍ୟର ସମସ୍ତ 114 ଟି ପୌରାଞ୍ଚଳରେ ନିର୍ମାଣ ହେବ ସ୍ମାର୍ଟ ପାର୍କ। ଲୋକଙ୍କ ଅବସର ବିନୋଦନ ପାଇଁ ଏହି ପାର୍କ ନିର୍ମାଣ କରାଯିବ। ସେଥିପାଇଁ ଚଳିତ ବଜେଟରେ ସରକାର ଅନୁଦାନର ବ୍ୟବସ୍ଥା କରିଛନ୍ତି। ସେହିପରି ଶବ ସତ୍କାର ପାଇଁ ମଧ୍ୟ ପ୍ରତି ପୌରାଞ୍ଚଳରେ ଉନ୍ନତମାନର ଶ୍ମଶାନ ନିର୍ମାଣ କରାଯିବ। ଏଥିପାଇଁ ବଜେଟରେ 370 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ବିଧାନସଭାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବିଭାଗର ଖର୍ଚ୍ଚ ଦାବୀ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଏଥିରେ ପୌରାଞ୍ଚଳରେ ଥିବା 18 ଲକ୍ଷ ବସ୍ତି ବାସିନ୍ଦାଙ୍କ ପାଇଁ ଜାଗା ମିଶନ ଯୋଜନା ବାବଦକୁ 100 କୋଟି ଟଙ୍କା ରଖାଯାଇଛି। ସେହିପରି ସଡକ ଆଲୋକୀକରଣ ପ୍ରକଳ୍ପ ପାଇଁ 786 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସହରାଞ୍ଚଳର ପରିବେଶ ତଥା ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ…
ବିଜେଡ଼ିର ଦୁଇ ରାଜ୍ୟସଭା ସାଂସଦଙ୍କୁ ନୂଆ ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସଭାରେ ମୁଖ୍ୟ ସଚେତକ ଭାବେ ସସ୍ମିତ ପାତ୍ର ନିଯୁକ୍ତ ଦିଆଯାଇଥିବାବେଳେ ଅମର ପଟ୍ଟନାୟକଙ୍କୁ ବିଜେଡ଼ି ପାର୍ଲାମେଣ୍ଟ ପାର୍ଟି ଅଫିସ୍ର ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି । ଅମର ପଟ୍ଟନାୟକ ସୌମ୍ୟ ପଟ୍ଟନାୟକ ସ୍ଥାନ ରେ ରାଜ୍ୟସଭା କୁ ଯାଇଥିବାବେଳେ ପ୍ରତାପ ଦେବଙ୍କ ସ୍ଥାନ ରେ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାର ସଦ୍ୟସ ହୋଇଛନ୍ତି |
ରାଜ୍ୟରେ ଓଏସଏସ୍ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି । ଶରତ ଚନ୍ଦ୍ର ମିଶ୍ର ହେଲେ ନୂଆ ଚକବନ୍ଦୀ କମିଶନର । ଅଶ୍ବିନୀ କୁମାର ମିଶ୍ର ହେଲେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ । ମଧୁସୂଦନ ମିଶ୍ର ହେଲେ ମାର୍କଫେଡ ଏମ୍ଡି। ରାଜେନ୍ଦ୍ର ପଟ୍ଟନାୟକ ହେଲେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ । ଅବନୀକାନ୍ତ ପଟ୍ଟନାୟକ ହେଲେ ବିଏମ୍ସି ଯୁଗ୍ମ କମିଶନର । ଅଶୋକ ନାୟକ ହେଲେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ।
ବଲିଉଡ ଅଭିନେତା ଅକ୍ଷୟ କୁମାର ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଅଗଷ୍ଟ ୧୫ରେ ଅକ୍ଷୟଙ୍କ ‘ମିଶନ୍ ମଙ୍ଗଲ୍’ ରିଲିଜ୍ ହେବାକୁ ରହିଛି । ଏହି ଫିଲ୍ମର ଜବରଦସ୍ତ ଟ୍ରେଲର୍ ଆସିଥିବାବେଳେ ଅକ୍ଷୟଙ୍କର ଆଉ ଏକ ଫିଲ୍ମର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏହି ଲୁକରେ ଅକ୍ଷୟଙ୍କୁ ଚିହ୍ନିବା ଏବେ ମୁସ୍କିଲ ହୋଇ ପଡିଛି । ଅକ୍ଷୟ କୁମାର ଗଳାରେ ମୋଟା ଚେନ, କଳା ଲୁଙ୍ଗି ପିନ୍ଧିଛନ୍ତି । ତାଙ୍କ ମଥାରେ ଚନ୍ଦନ ଟିକା ଲାଗିଛି। ସେ ବଚ୍ଚନ ପାଣ୍ଡେର ପ୍ରଥମ ଲୁକ ସେୟାର କରି ଲେଖିଛନ୍ତି କି, ସାଜିଦ ନାଡିଆଦାଓ୍ବାଲାଙ୍କ ଆଗାମୀ ଫିଲ୍ମ, ଫରହାଦ ସାମଜୀଙ୍କ ନିର୍ଦ୍ଦେଶନାରେ ବଚ୍ଚନ ପାଣ୍ଡେ ହୋଇ ୨୦୨୦ର କ୍ରିଶମାସ୍ ରେ ଆସୁଛି ।
ଭାରତୀୟ ବ୍ୟାଡମିଣ୍ଟନ ତାରକା ବି ସାଇ ପ୍ରଣୀଥ୍ ଜାପାନ ଓପନ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ଇଣ୍ଡୋନେସିଆର ଟମି ସୁଗିଆର୍ଟୋଙ୍କୁ ପରାସ୍ତ କରି ସେମି ଫାଇନାଲ୍ରେ ପହଞ୍ଚିଛନ୍ତି । ସୁଗିଆର୍ଟୋଙ୍କୁ ୨୧-୧୨ ଏବଂ ୨୧-୧୫ରେ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି ସାଇ । ସେମିରେ ସାଇ ପ୍ରଣୀଥ୍ ଟପ୍ ସିଡ୍ କେଣ୍ଟୋ ମୋମୋଟାଙ୍କୁ ଭେଟିବେ । ବି ସାଇ ପ୍ରଣୀଥ୍ ଏହି ମ୍ୟାଚ୍କୁ ମାତ୍ର ୩୬ ମିନିଟ୍ ସମୟ ନେଇ ବିଜୟୀ ହୋଇଥିଲେ । ପ୍ରଥମ ସେଟ୍ରେ ସାଇ ପ୍ରଣୀଥ୍ ସହଜରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ସେଟ୍ରେ ୧୮-୧୫ ସ୍ଥିତିରୁ କ୍ରମାଗତ ତିନ ବ୍ରେକ୍ ପଏଣ୍ଟ ସହିତ ମ୍ୟାଚ୍ରେ ବିଜୟୀ ହୋଇଥିଲେ ।
ରାଜ୍ୟରେ ମରୁଡ଼ି ଆଶଙ୍କା। ଦୁଇ ଦିନରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବାକୁ ଯାଉଛି। ବର୍ଷା ଅଭାବ ଜନିତ ଚାଷ ନେଇ ବିଧାନସଭାରେ ମନ୍ତ୍ରୀ ବିବୃତ୍ତି ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି। ସୁଦାମ ମାରାଣ୍ଡି କହିଛନ୍ତି ଯେ, ରାଜ୍ୟରେ କେବଳ ୫ଟି ଜିଲ୍ଲାରେ ସ୍ଵାଭାବିକ ବର୍ଷା ହୋଇଥିବା ବେଳେ ୨୫ଟି ଜିଲ୍ଲାରେ କମ ବର୍ଷା ହୋଇଛି। ୩୧୪ ବ୍ଲକରୁ ୨୩୫ ବ୍ଲକରେ ସ୍ଵାଭାବିକଠୁ କମ ବର୍ଷା ହୋଇଛି। ମାତ୍ର ୭୯ଟି ବ୍ଲକରେ ସ୍ଵାଭାବିକ ବର୍ଷା ହୋଇଛି। ୨୧ଟି ବ୍ଲକରେ ସ୍ଵାଭାବିକଠାର ୫୯ ପ୍ରତିଶତ କମ୍ ବର୍ଷା ହୋଇଛି। ଫଳରେ ରାଜ୍ୟରେ ସ୍ଥିତି ସଙ୍ଗୀନ ହେବାକୁ ଯାଉଛି। ଦୁଇ ଦିନ ମଧ୍ୟରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବ ବୋଲି ମନ୍ତ୍ରୀ କହିଛନ୍ତି। ଲଘୁଚାପ ହୋଇଥିବାରୁ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ପଟେ ମୌସୁମୀ ଜନିତ ବର୍ଷା ଅଭାବରୁ ନଦୀ, ନାଳ, ବ୍ୟାରେଜରେ ଜଳ ପ୍ରବାହ ଆଶାନୁରୂପ ହୋଇନି। ବର୍ଷା…
କର୍ଣ୍ଣାଟକରେ ୟେଦୁ ସରକାର । ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଏସ୍ ୟେଦ୍ୟୁରପ୍ପା । ରାଜଭବନ ପରିସରରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବଜୁ ଭାଇ ବାଲା । ଗତ ମଙ୍ଗଳବାର ଦିନ କର୍ଣ୍ଣାଟକରେ ଥିବା ଜେଡିଏସ୍-କଂଗ୍ରେସର ମେଣ୍ଟ ସରକାର ଆସ୍ଥା ଭୋଟରେ ହାରିବା ପରେ ବିଜେପି ପୁଣି ଥରେ ରାଜ୍ୟରେ ସରକାର ଗଢିଛି । ଏବେ ବିଜେପି ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି। ଏହା ପରେ ଜୁଲାଇ ୩୧ରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ୟେଦୁ ସରକାର ।
କର୍ଣ୍ଣାଟକରେ ବିଜେପି ଅଧ୍ୟକ୍ଷ ବିଏସ୍ ୟେଦ୍ୟୁରପ୍ପା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହି ସମୟରେ ୟେଦ୍ୟୁରପ୍ପା ତାଙ୍କ ନିଜ ନାମର ବନାନରେ କିଛି ପରିବର୍ତ୍ତନ କରିଛନ୍ତି । ନିଜ ନାମରେ ଥିବା ଡବଲ୍ ଡିରୁ ଗୋଟିଏ ଡି ହଟାଇ ସେଥିରେ ଆଇ ଯୋଗ କରିଛନ୍ତି । ଆଜି ମଧ୍ୟ ୟେଦ୍ୟୁରପ୍ପା ‘Yeddyurappa’ ବଦଳରେ Yediyurappaରେ ଶପଥ ନେବେ । ଟୁଇଟର ପେଜ୍ରେ ମଧ୍ୟ ୟେଦ୍ୟୁରପ୍ପା ମଧ୍ୟ ନିଜ ନାମର ବନାନରେ ପରିବର୍ତ୍ତନ କରିଛନ୍ତି । ଆଜି ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାପୂର୍ବରୁ ସେ ଭାଜପା କାର୍ଯ୍ୟାଳୟ ଗସ୍ତ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆସ୍ଥା ଭୋଟରେ ୧୦୫ ଖଣ୍ଡ ଭୋଟ ପାଇ ଜିତିଥିବା ଭାଜପା ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ସ୍ଥିର କରିଛି ।
ରାଜ୍ୟସଭାରେ ଆଗତ ହେଉଥିବା ସମସ୍ତ ବିଲ୍ ଗୁଡିକ ଉପରେ ଆଲୋଚନା ହେଉନଥିବା ଅଭିଯୋଗ କରି ୧୭ ବିରୋଧୀ ଦଳର ନେତା ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କୁ ଏକ ପତ୍ର ଲେଖିଛନ୍ତି। ୧୭ ରାଜନୈତିକ ଦଳ ପକ୍ଷରୁ ଏକତ୍ର ଦସ୍ତଖତ କରାଯାଇଛି। ଦସ୍ତଖତ କରିଥିବା ୧୭ ରାଜନୈତିକ ଦଳ ମଧ୍ୟରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ବହୁଜନ ସମାଜ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ତେଲୁଗୁ ଦେଶମ ପାର୍ଟି, ସିପିଆଇ ଏବଂ ସିପିଆଇଏମ୍ର ମୁଖ୍ୟଙ୍କ ଦସ୍ତଖତ ରହିଛି। ୧୪ ତମ ଲୋକସଭାରେ ୬୦ ପ୍ରତିଶତ ବିଲ୍ ଉପରେ ସର୍ବଦଳୀୟ ଆଲୋଚନା ହୋଇଥିବା ବେଳେ ୧୫ ତମ ଲୋକସଭାରେ ୭୧ ପ୍ରତିଶତ ବିଲ୍ ଉପରେ ଆଲୋଚନା କରାଯାଇଥିଲା। ମାତ୍ର ଚଳିତ ଲୋକସଭାରେ ୧୪ଟି ବିଲ୍ ପାରିତ ହୋଇ ଯାଇଥିଲେ ମଧ୍ୟ ମାତ୍ର ୨୬ ପ୍ରତିଶତ ବିଲ୍ ଉପରେ ଆଲୋଚନା କରାଯାଇଛି। ଏହି ଘଟଣା ଉପରେ ଏକ ସର୍ବଦଳୀୟ ବୈଠକ…
ସମୀକ୍ଷା ବ୍ୟୁରୋ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଶପଥ ନେବା ପରେ ଆରମ୍ଭ କରିଛନ୍ତି ପ୍ରଶାସନିକ ସଂସ୍କାର। ପ୍ରଥମ ପଦକ୍ଷେପ ସ୍ବରୂପ ସେ ନିଜର ରାଜ୍ୟପାଳ ପଦବୀ ଆଡୁ ସଂସ୍କାର ଆରମ୍ଭ କରିଛନ୍ତି। ରାଜ୍ୟପାଳଙ୍କ ନାମ ପୂର୍ବରୁ “ହିଜ୍ ଏକ୍ସଲେନସି” ବା “ମହାମହିମ” ଶଦ୍ଦ ପ୍ରୟୋଗକୁ ବନ୍ଦ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ବିଶ୍ବଭୂଷଣଙ୍କ ହିସାବରେ ଏହି ଶଦ୍ଦଟି ହେଉଛି ଇଂରେଜ ଅମଳର ଶଦ୍ଦ। ସେତେବେଳେ ଇଂରେଜ ଗଭର୍ଣ୍ଣରମାନଙ୍କୁ ଖୁସି କରିବା ପାଇଁ ଏହି ଶବ୍ଦର ପ୍ରୟୋଗ କରାଯାଉଥିଲା। ବର୍ତ୍ତମାନ ସ୍ବାଧୀନ ଭାରତରେ ଏପରି ଶଦ୍ଦର ଆବଶ୍ୟକତା ନାହିଁ ବୋଲି ବିଶ୍ବଭୂଷଣ ସରକାରଙ୍କୁ ଜଣାଇଛନ୍ତି। ସେଥିପାଇଁ ତାଙ୍କୁ କେହି ବି “ହିଜ୍ ଏକ୍ସିଲାନସି” ଶଦ୍ଦ ଉଚ୍ଚାରଣ କରି ନ ଡାକିବା ପାଇଁ କହିଛନ୍ତି। ଏପରିକି ସରକାରୀ କାଗଜପତ୍ରରେ ମଧ୍ୟ ଏହି ଶଦ୍ଦ ନ ଲେଖିବା ପାଇଁ ମଧ୍ୟ କହିଛନ୍ତି। ସରକାର ତୁରନ୍ତ ସମସ୍ତ ବିଭାଗକୁ ଏ ନେଇ ନିର୍ଦ୍ଦେଶନାମା…
ପୋଲିସ୍ବାବୁଙ୍କ ପାଇଁ ଲାଞ୍ଚ ନେବା ମହଙ୍ଗା ପଡିଛି । ମାଲକାନଗିରି ଥାନା ଆଇଆଇସି ରଂଜନ ସାହୁ ନିଲମ୍ବିତ ହୋଇଛନ୍ତି। ରଞ୍ଜନ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ରଞ୍ଜନ ସାହୁ। ଭିଜିଲାନ୍ସ ଜାଲରେ ମାଲକାନିଗିରି ସଦର ମହକୁମା ଥାନା ଆଇଆଇସି ରଞ୍ଜନ ସାହୁ ଧରାପଡ଼ିଥିବା ପରେ ବର୍ତ୍ତମାନ ତାଙ୍କୁ ନିଲମ୍ବନ କରାଯାଇଛି। ଘରୋଇ କଲେଜ ଓମ୍ ର୍ଭୁ ଭୁବସ୍ୱଃ କଲେଜ କର୍ତ୍ତୁପକ୍ଷଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଆଜି ଭିଜିଲାନ୍ସ ତାଙ୍କୁ ଧରିଥିଲା । ରଂଜନଙ୍କ ସହ ଆଉ ୨ ପୋଲିସ୍ ଅଧିକାରୀ ମଧ୍ୟ ଆଜି ଧରାପଡିଥିଲେ।
ପାକିସ୍ତାନର ପେସ୍ ବୋଲର ମହମ୍ମଦ ଆମିର ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ପାକିସ୍ତାନ ଟେଷ୍ଟ ଦଳରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ଆମିର ପାକିସ୍ତାନ ସୀମିତ ଓଭର ଦଳ ନିମନ୍ତେ ଖେଳିବା ଜାରି ରଖିବେ ବୋଲି ଜଣାପଡିଛି । ପାକିସ୍ତାନ ପକ୍ଷରୁ 36 ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଆମିର ଅବସର ଗ୍ରହଣ କରିଛନ୍ତି । ପାକିସ୍ତାନର ପ୍ରତିନିଧିତ୍ବ କରିବା ମୋ ଜୀବନର ସବୁଠୁ ବଡ ଉପଲବ୍ଧି ଥିଲା ବୋଲି ଆମିର କହିଛନ୍ତି । 2009ରେ ଶ୍ରୀଲଙ୍କା ବିପକ୍ଷରେ ଗାଲେରେ ପଦାର୍ପଣ କରିଥିବା ଆମିର 36ଟି ଟେଷ୍ଟରୁ 30.47 ହାରରେ 119ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।
ଅନୁଗୁଳ କାଙ୍ଗୁଲ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି । ଦୋଷୀ ଅନାମ ଦେହୁରୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ପୋକ୍ସୋ କୋର୍ଟ। ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ଏହି ଦୁଷ୍କର୍ମ, ହତ୍ୟା ଘଟଣା ଘଟିଥିଲା । ୧୨ ବର୍ଷର ନାବାଳିକା ବାପାଙ୍କ ପାଇଁ ଖାଇବାକୁ ନେଉଥିବାବେଳେ ରାସ୍ତାରୁ ଝିଅଟିକୁ ଉଠାଇ ନେଇଥିଲା ଦୋଷୀ ଅନାମ । ନିକଟସ୍ଥ ବୁଦାରେ ଦୁଷ୍କର୍ମ ସହ ପଥରରେ ଛେଚି ହତ୍ୟା କରିଥିଲା । ପଥରରେ ଛେଚି ମାରିବା ପରେ ନାବାଳିକାଜଣଙ୍କୁ ନିକଟସ୍ଥ ନାଳରେ ଫିଙ୍ଗି ଦେଇଥିଲା ।
ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ଚଳଚ୍ଚିତ୍ର ଡିଅର୍ କମ୍ରେଡ୍ ଆଜି ଭାରତରେ ରିଲିଜ୍ ହୋଇଛି । ଦର୍ଶକଙ୍କ ସକରାତ୍ମକ ପ୍ରତିକ୍ରିୟା ଲାଭ କରିଥିବା ଏହି ଚଳଚିତ୍ରଟି ଆମେରିକାରେ ପ୍ରଥମ ଦିନ ରେକର୍ଡ ବ୍ୟବସାୟ କରିଛି । ପ୍ରଥମ ଦିନରେ ଏହା ଆମେରିକା ବକ୍ସ ଅଫିସ୍ରେ 259.443ହଜାର ଡଲାରର ବ୍ୟବସାୟ କରିଛି । 2019ରେ ଆମେରିକା ବକ୍ସ ଅଫିସ୍ରେ ଏହା ତୃତୀୟ ସର୍ବାଧିକ ଆୟକାରୀ ଫିଲ୍ମ । ଫିଲ୍ମଟି ଆମେରିକାରେ ମାତ୍ର 172ଟି ଥିଏଟରରେ ରିଲିଜ୍ ହୋଇଛି । ଏହି ତାଲିକାରେ ମହେଶ ବାବୁଙ୍କ ମହର୍ଷି ଏବଂ ଭେଙ୍କଟେଶଙ୍କ ଏଫ୍-2 ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି । ଅନ୍ୟ ଦୁଇ ଜଣ ତେଲୁଗୁ ଇଣ୍ଡଷ୍ଟ୍ରୀର ଭେଟେରାନ୍ ହୋଇଥିବା ବେଳେ ବିଜୟ ମାତ୍ର 5ଟି ଫିଲ୍ମ ପୁରୁଣା । ଏହି ସଫଳତା ପରେ ଏକ ସାକ୍ଷାତକାରରେ ବିଜୟ ଦେବରକୋଣ୍ଡା ଫିଲ୍ମର ନିର୍ଦ୍ଦେଶକ ଏବଂ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ବାହୁବଲୀ…
ଅନୁଗୁଳ ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସିବା ଘଟଣାରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବାର ଘୋଷଣା କରାଯାଇଛି । ଆଜି ଦୁଇଜଣଙ୍କ ମୃତଦେହ ଠାବ କରାଯାଇଥିବାବେଳେ ପୂର୍ବରୁ ଜଣଙ୍କର ମୃତଦେହ ମିଳିଥିଲା । ଗତ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ବ୍ଲାଷ୍ଟିଂ ଯୋଗୁଁ ଏହି ଅଘଟଣ ଘଟିଥିଲା । ଏଥିରେ ୧୦ରୁ ଅଧିକ ଶ୍ରମିକ ଚାପି ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଥିଲା ଓ ଅନ୍ୟ ୪ ଜଣ ନିଖୋଜ ଥିଲେ। ୨୪ ତାରିଖରେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ଦୁଇଟି ମୃତଦେହ ମିଳିଛି।
ଗତକାଲି ସମାଜବାଦୀ ସାଂସଦ ଆଜମ ଖାନ୍ ଲୋକସଭାରେ ସଭାପତି ରମା ଦେବୀଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ । ଏହାପରେ ଗତକାଲି ଲୋକସଭାରେ ଆଜମ୍ ଖାନ୍ଙ୍କୁ ସମାଲୋଚନା କରାଯିବା ସହିତ କ୍ଷମାପ୍ରାର୍ଥନା ଦାବି କରାଯାଇଥିଲା । ଶୁକ୍ରବାର ବିହାର ସାଂସଦ ରମା ଦେବୀଙ୍କ ବିପକ୍ଷ ମନ୍ତବ୍ୟକୁ ନିର୍ମଳା ସୀତାରମଣ, ସ୍ମୃତି ଇରାନୀଙ୍କ ସମେତ ଅନ୍ୟ ମହିଳା ସାଂସଦ ମାନେ ଏହି ବକ୍ତବ୍ୟକୁ କଡା ନିନ୍ଦା କରିଛନ୍ତି । ସ୍ମୃତି ଇରାନୀ ଏବଂ ନିର୍ମଳା ସୀତାରମଣ ଆଜମ୍ଙ୍କ କ୍ଷମା ପ୍ରାର୍ଥନା ଦାବି କରିବା ସହିତ ସଂସଦରୁ ନିଲମ୍ବନ ଦାବି କରିଛନ୍ତି । ସଂସଦରେ ଏଭଳି ମନ୍ତବ୍ୟ ଏକ ଅକ୍ଷମଣୀୟ ଅପରାଧ ଏବଂ ଏହା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ନିର୍ମଳା ସୀତାରମଣ କହିଛନ୍ତି । ସେହିପରି ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ ଆଜମଙ୍କୁ ସମାଲୋଚନା କରିଛନ୍ତି । ସଂସଦ ଜଣେ ମହିଳାଙ୍କ ପାଇଁ ଏପରି…
ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ଉପରେ ବିଜେଡ଼ି ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟା ଦେଇଛନ୍ତି । ବିଜୟ ମହାପାତ୍ର ଅଭିଯୋଗ କରିଥବା ଘେରାବନ୍ଦୀ ଅଭିଯୋଗକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି କହିଛନ୍ତି ପ୍ରତାପ ଦେବ । ଘେରାବନ୍ଦୀ ରାଜନୀତି ବିଜୁବାବୁଙ୍କ ଅମଳରୁ ଆରମ୍ଭ ହୋଇଛି । ରାଇରଙ୍ଗପୁର ଉପନିର୍ବାଚନରେ ହୋଇଥିଲା, ବିଜୟ ସେଥିରେ ସେନାପତି ଥିଲେ । ଆମେ ସବୁ ଉପନିର୍ବାଚନରେ ଏମିତି ମିଶି କରି ଲଢିଛୁ । ଦୁଇ ପ୍ରାର୍ଥୀଙ୍କ ଭିତରେ ଯେମିତି ଲଢେଇ ହୁଏ, ସେମିତି ଲଢିଛୁ । ଘେରାବନ୍ଦୀ ଅଭିଯୋଗ ଭୁଲ୍, ଆମେ ମୋଟ ୨୧ ବିଧାୟକ, ମନ୍ତ୍ରୀ ଥିଲୁ ବୋଲି କହିଛନ୍ତି ପ୍ରତାପ । ବିଜୟଙ୍କ ‘କିଲ୍ ବିଜୟ’ ଉକ୍ତି ଗଣମାଧ୍ୟମର ମନଗଢା କାହାଣୀ ବୋଲି କହିଛନ୍ତି ପ୍ରତାପ । ରାଜନୀତିରେ ପୂର୍ଣ୍ଣଚ୍ଛେଦ ପକାଇବାର ଏକମାତ୍ର କ୍ଷମତା ଭୋଟରଙ୍କର ରହିଛି । ପାଟକୁରା ନିର୍ବାଚନରେ ପରାଜୟ ବରଣ ପରେ ବିଜୟ ମହାପାତ୍ର ନବୀନଙ୍କୁ ଟାର୍ଗେଟ୍ କରି ‘କିଲ୍ ବିଜୟ’…
ଅହମ୍ମଦାବାଦର ଜଗତ ହାଇଓ୍ବର ଜଗତପୁର ଗୋଟା ଇଲାକାରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଛି । ବିଲ୍ଡିଂର ଚତୁର୍ଥ ଓ ପଞ୍ଚମ ମହଲାରେ ନିଆଁ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ୩୦ଜଣ ବ୍ୟକ୍ତି ଫସି ରହିଥିବାବେଳେ ଦମକଳବାହିନୀ ୧୫ଜଣଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ତେବେ ଏହି ଘଟଣାରେ ଜଣେ ବ୍ୟକ୍ତି ବେହୋସ ହୋଇଯାଇଥିବାର ଖବର ମିଳିଛି । ସେଠାରେ ଉପସ୍ଥିତ ଥିବା ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡିନଥିବାବେଳେ ଏହା ଏସି ଯୋଗୁଁ ହୋଇଥିବାର ଅନୁମାନ କରାଯାଉଛି । କିଛିଦିନ ପୂର୍ବରୁ ସୁରଟ୍ଠାରେ ଏକ କୋଚିଂ ସେଣ୍ଟରରେ ନିଆଁ ଲାଗି ୧୮ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଆଜି ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ୍ର କ୍ୟାଟିନ୍ରେ ମଧ୍ୟ ନିଆଁ ଲାଗିଥିବାର ସୂଚନା ମିଳିଛି ।

