Author: Samikhsya Bureau

ଇଂଲିଶ ପ୍ରିମିୟର ଲିଗ୍‌ର ଶକ୍ତିଶାଳୀ ଦଳ ଲିଭରପୁଲ୍‌ ଆଶ୍ଚର୍ଯ୍ୟଜନକ ଭାବରେ ନାପୋଲି ନିକଟରୁ ପରାଜିତ ହୋଇଛି । ରବିବାର ଏଡିନ୍‌ବର୍ଗରେ ଅନୁଷ୍ଠିତ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ପରାଜିତ ହୋଇଛି ଲିଭରପୁଲ୍‌ । ନାପୋଲି ପକ୍ଷରୁ ଲରେଞ୍ଜୋ ଇନ୍‌ସିନେ, ଅର୍କାଡିଉଜ୍‌ ମିଲିକ୍‌ ଏବଂ ଆମିନ୍‌ ୟୁନେସ୍‌ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ । ଲିଭରପୁଲ୍‌ ମ୍ୟାନେଜର୍‌ ଜର୍ଗନ୍‌ କ୍ଲପ୍‌ ଏହି ମ୍ୟାଚ୍‌ ନିମନ୍ତେ ସମସ୍ତ 21 ଖେଳାଳିଙ୍କୁ ପଡିଆକୁ ଓହ୍ଲାଇଥିଲେ । ଆସନ୍ତା ସପ୍ତାହରେ ଦଳ ମାଞ୍ଚେଷ୍ଟର ସିଟି ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଏହା ଦଳ ପାଇଁ ଚିନ୍ତାର ବିଷୟ ରହିବ । ଏହାପରେ ଲିଭରପୁଲ୍‌ ବୋରୁସା ଡର୍ଟମୁଣ୍ଡ ଏବଂ ସେଭିଲ୍ଳା ବିପକ୍ଷରେ ଖେଳିବ ।

Read More

ଜମାରାଶି ଉପରେ ସୁଧହାର ହ୍ରାସ କରିଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ । ଅଗଷ୍ଟ 1 ତାରିଖରୁ ଏହି ନୂତନ ସୁଧହାର ଲାଗୁ କରାଯିବ ବୋଲି ଜଣାପଡିଛି । ଉଭୟ ରିଟେଲ ଏବଂ କର୍ପୋରେଟ୍‌ ଜମା ଉପରେ ଏହା ଲାଗୁ କରାଯିବ ବୋଲି ଏସ୍‌ବିଆଇ ପକ୍ଷରୁ କୁହାଯାଇଛି । ରିଟେଲ ଜମା ଉପରେ 20 ବିପିଏସ୍‌ ହ୍ରାସ କରାଯାଇଥିବା ବେଳେ କର୍ପୋରେଟ୍‌ ଜମା ଉପରେ 35 ବିପିଏସ୍‌ ହ୍ରାସ କରାଯାଇଛି । 179 ଦିନରୁ କମ୍‌ ଦିନର ଜମା ଉପରେ ସୁଧହାରରେ 50ରୁ 75 ବିପିଏସ୍‌ ହ୍ରାସ କରାଯାଇଛି । ରିପୋର୍ଟ ଅନୁଯାୟୀ 2 କୋଟିରୁ କମ୍‌ ଜମାରାଶି ଉପରେ ପୂର୍ବରୁ 7 ପ୍ରତିଶତ ସୁଧ ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ 6.8 ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି 2-3 ବର୍ଷ ମଧ୍ୟରେ ଜମାରାଶି ନିମନ୍ତେ ସୁଧହାର 6.70 କୁ ହ୍ରାସ କରାଯାଇଛି ।

Read More

ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା । ରସଗୋଲା ଲଢେଇରେ ଓଡ଼ିଶା ବାଜିମାତ୍‌ କରିଛି । ପୂର୍ବରୁ ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ଲଢେଇ ହୋଇଥିଲା । ଭାରତ ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ୍‌ ପକ୍ଷରୁ ମିଳିଲା ମାନ୍ୟତା । ଜିଆଇ ମାନ୍ୟତା ନେଇ ଚେନ୍ନାଇ ଜିଆଇ ରେଜିଷ୍ଟ୍ରାର୍‌ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ଲଢେଇରେ ଓଡ଼ିଶାର ବଡ଼ ବିଜୟ ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ରହିଛି ରସଗୋଲା । ଶ୍ରୀଜଗନ୍ନାଥଙ୍କ ନବଦିନବ୍ୟାପୀ ରଥଯାତ୍ରା ପରେ ନୀଳାଦ୍ରି ବିଜେ ସମୟରେ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ହୋଇଥାଏ ।

Read More

କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଦେଖି  କଂଗ୍ରେସ ନେତା ନରସିଂହ ଆଜି ବର୍ଷିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ, କିଛି ଲୋକ ଗାନ୍ଧି ହତ୍ୟାକାରୀ ଗଡ୍‌ସେ ଫଟୋଙ୍କୁ ପୂଜା କରୁଛନ୍ତି । ଗଡସେର ନୀତି, ଆଦର୍ଶରେ ଅନୁପ୍ରାଣିତ ହେଲା ଭଳି ଜଣାପଡୁଛି । ନରସିଂହଙ୍କ ଏହି ମନ୍ତବ୍ୟକୁ ନେଇ ବିରୋଧୀ ଉପନେତା ବିଷ୍ଣୁ ସେଠୀ ତାଙ୍କୁ ଟାର୍ଗେଟ୍‌  କରିଛନ୍ତି । ବିଷ୍ଣୁ କହିଛନ୍ତି ଯେ, କାହାକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ପ୍ରଥମେ ନିଜକୁ ଦେଖନ୍ତୁ । ଆପଣଙ୍କ ମଣିଶଙ୍କର ଆୟର ଓ ସିଦ୍ଧୁ କ’ଣ କହୁଛନ୍ତି ।  ଏହା ଉପରେ ପୂର୍ଣ୍ଣାଙ୍ଗ ଆଲୋଚନା ହେଉ, ଆମେ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଷ୍ଣୁ ।

Read More

ସୋମବାର ବାଚସ୍ପତି କେ ଆର ରମେଶ କୁମାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସୋମବାର ୟେଦୁରପ୍ପା ସରକାର ଆସ୍ଥା ଭୋଟରେ ବିଜୟୀ ହେବା ପରେ ରମେଶ କୁମାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ଇସ୍ତଫା ପ୍ରଦାନ କରିଥିବା ବିଦ୍ରୋହୀ ବିଧାୟକଙ୍କ ମାମଲାରେ ରମେଶ ସମଗ୍ର ଦେଶର ନଜରରେ ରହିଥିଲେ । ବିଧାୟକଙ୍କ ଇସ୍ତଫା ଗ୍ରହଣ ନକରିଥିବାରୁ ବିଜେପି ବିଧାୟକ ରମେଶଙ୍କୁ ବିରୋଧ କରୁଥିଲେ । ଏହା ସହିତ କ୍ଷମତାକୁ ଆସିବା ପରେ ରମେଶଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ନିମନ୍ତେ ବିଜେପି ପକ୍ଷରୁ ପ୍ରକାଶ କରାଯାଇଥିଲା । ତେଣୁ ଆଜି ବିଜେପି କ୍ଷମତାକୁ ଆସିବା ପରେ ତୁରନ୍ତ ଇସ୍ତଫା ପ୍ରଦାନ କରିଛନ୍ତି କେ ଆର ରମେଶ କୁମାର ।

Read More

ଜମ୍ମୁ କାଶ୍ମୀରର ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏହି ଘଟଣାରେ ଜଣେ 10 ବର୍ଷର ଶିଶୁ ପ୍ରାଣ ହରାଇଥିବା ଜଣାପଡିଛି । ରବିବାର ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣରେ ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି । ମୃତ ଶିଶୁର ମା ଫାତିମା ଜୈନ(35) ଏବଂ ଅନ୍ୟ ଜଣେ ସାଧାରଣ ନାଗରିକ ମହମ୍ମଦ ଆରିଫ୍‌ ଏହି ଘଟଣାରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁଞ୍ଚ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସୋମବାର ସକାଳୁ ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ 22 ତାରିଖରେ କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଯବାନଙ୍କ ପ୍ରାଣହାନି ଘଟିଥିଲା ।

Read More

ସମାଜବାଦୀ ପାର୍ଟିର ସାଂସଦ ଆଜମ୍‌ ବିଜେପି ସାଂସଦ ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ପାଇଁ ଆଜି ଲୋକସଭାରେ କ୍ଷମା ମାଗିଛନ୍ତି । ସୋମବାର ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଆଜମ୍‌ ଖାନ୍‌ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷମା ମାଗିଛନ୍ତି । ଯଦି ତାଙ୍କର ମନ୍ତବ୍ୟ ନେଇ କାହାକୁ କଷ୍ଟ ହୋଇଥାଏ କିମ୍ବା କାହା ଭାବନାରେ ବାଧା ପହଞ୍ଚିଥାଏ, ସେଥିପାଇଁ ସେ କ୍ଷମା ମାଗୁଛନ୍ତି ବୋଲି କହିଥିଲେ । ଆଜମ୍‌ କ୍ଷମା ମାଗିବା ପରେ ଗୃହରେ ଭାଜପା ଏମ୍‌ପିଙ୍କ ପକ୍ଷରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଏହି କ୍ରମରେ ସପାର ଅଧ୍ୟକ୍ଷ ତଥା ସାଂସଦ ଅଖିଳେଶ ଯାଦବ ଉନ୍ନାଓ ପୀଡ଼ିତାଙ୍କ ଘଟଣା ଉପରେ ପ୍ରଶ୍ନ କରି ବିଜେପି ଏହି ଘଟଣା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍‌ ବୋଲି କହିଥିଲେ । ଏହା ପରେ ବାଚସ୍ପତି ଓମ୍‌ ବିର୍ଲା ଆଜମ ଖାନ୍‌ଙ୍କୁ ଦ୍ବିତୀୟଥର ପାଇଁ ରମା ଦେବୀଙ୍କୁ…

Read More

କର୍ଣ୍ଣାଟକ ରାଜନୀତିରେ ସବୁଦିନେ କିଛି ନା କିଛି ରୋଚକ ମୋଡ଼ ଦେଖିବାକୁ ମିଳିଥାଏ । ତେବେ କର୍ଣ୍ଣାଟକରେ ଆସ୍ଥା ଭୋଟ୍‌ରେ ଜିତିଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା । ଆଜି କର୍ଣ୍ଣାଟକ ବିଧାନସଭରେ ବିଏସ୍‌ ୟେଦୁରପ୍ପା ବହୁମତ ପ୍ରମାଣ ଦେଇଛନ୍ତି । ସଂଖ୍ୟା ଗଣତିରେ ଆଗରେ ରହିଥିଲେ ୟେଦୁ ସରକାର । ତେବେ କର୍ଣ୍ଣାଟକରେ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ଆସ୍ଥା ଭୋଟରେ ହାରି ସରକାର ଭାଙ୍ଗିଥିବାବେଳେ ୟେଦୁରପ୍ପା କିନ୍ତୁ ବାଚନିକ ଭୋଟ୍‌ରେ ଜିତି ବହୁମତର ପ୍ରମାଣ ଦେଇଛନ୍ତି । ଗତକାଲି ୧୪ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି କେ. ଆର ରମେଶ କୁମାର । ଏମାନଙ୍କ ମଧ୍ୟରେ କଂଗ୍ରେସର ୧୧ ଜଣ ଥିବାବେଳେ ଜେଡିଏସର ୩ ଜଣ ଅଛନ୍ତି । ଆଗରୁ ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି । କର୍ଣ୍ଣାଟକରେ ଏହି ବିଧାୟକଙ୍କ ବିଦ୍ରୋହ ଯୋଗୁଁ କୁମାରସ୍ୱାମୀ ସରକାରଙ୍କ ପତନ ଘଟିଥିଲା…

Read More

କେଦାର ମିଶ୍ର ବିଷ୍ଣୁ ସେଠୀ, ବିଧାନସଭାରେ ଭାରତୀୟ ଜନତା ପାର୍ଟିର ଉପ ନେତା ଓ ଜଣେ ପୁରୁଣା ବିଧାୟକ। ଗତ ଶନିବାର ବିଧାନସଭାରେ ହଠାତ ସେ ରାଜ୍ୟର ସାହିତ୍ୟ ଏକାଡେମୀ ପ୍ରସଙ୍ଗ ଉଠାଇଲେ। ଭଲକଥା। କୃଷି, ଗ୍ରାମ୍ୟ ଉନ୍ନୟନ କିମ୍ବା ଅନ୍ୟାନ୍ୟ ଦୁଧିଆଳି ବିଭାଗ କଥା ଛାଡି ହଠାତ ଓଡିଶା ସାହିତ୍ୟ ଏକାଡେମୀ ବାବଦରେ ବିଧାୟକ ମହାଶୟ ଆଲୋଚନା କରିବା, ବେଶ ଖୁସିର କଥା। ଅନ୍ତତଃ ଆମର ବିଧାୟକମାନେ ରାଜ୍ୟର ସାହିତ୍ୟ ଓ ସଂସ୍କୃତି ବିଷୟରେ ସଚେତନ ଅଛନ୍ତି, ଏକଥା ଭାବିଲା ବେଳକୁ ବଡ ଆନନ୍ଦ ଲାଗୁଛି। ବିଭିନ୍ନ ଖବର କାଗଜରୁ ଆମେ ଯାହା ପଢିଲୁ, ସେଥିରୁ ଜାଣିଲୁ ଯେ ବିଷ୍ଣୁ ବାବୁ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି, ସେସବୁ ଅସତ୍ୟ କିମ୍ବା ଅପତଥ୍ୟ। ଓଡିଶା ସାହିତ୍ୟ ଏକାଡ଼େମୀର କୌଣସି ମୌଳିକ ସମସ୍ୟା ବା ସଙ୍କଟ କଥା ନ ଉଠାଇ ବିଧାୟକ ମହାଶୟ ଗୁଡାଏ ଅନାବଶ୍ୟକ ପ୍ରସଙ୍ଗ ଉଠାଇଛନ୍ତି। ଓଡିଶା ସାହିତ୍ୟ…

Read More

ଟୁର୍‌ ଡି ଫ୍ରାନ୍ସର ନୂତନ ବିଜେତା ଭାବରେ ଉଭା ହୋଇଛନ୍ତି ଏଗାନ୍‌ ବର୍ଣ୍ଣାଲ । ପ୍ରଥମ କଲମ୍ବିଆ ଖେଳାଳି ଭାବରେ 22 ବର୍ଷୀୟ ବର୍ଣ୍ଣାଲ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ସହିତ ଟୁର୍‌ ଡି ଫ୍ରାନ୍ସ ଇତିହାସରେ ସର୍ବକନିଷ୍ଠ ଖେଳାଳି ଭାବରେ ବିଜୟୀ ହେବାର ରେକର୍ଡ କରିଛନ୍ତି । ରବିବାର ଟୁର୍‌ ଡି ଫ୍ରାନ୍ସର 21 ତମ ଷ୍ଟେଜ୍‌ରେ ଅଷ୍ଟ୍ରେଲିଆର କାଲେବ୍‌ ଏଓ୍ବାନ୍‌ଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ବର୍ଣ୍ଣାଲ । ନିଜ ଦଳୀୟ ସାଥୀ ତଥା ଡିଫେଣ୍ଡିଂ ଚାମ୍ପିୟନ୍‌ ଗେରାଣ୍ଟ ଥୋମାସ୍‌ଙ୍କୁ 1.11 ସେକେଣ୍ଡରେ ପଛରେ ପକାଇଥିଲେ ବର୍ଣ୍ଣାଲ । ନେଦରଲ୍ୟାଣ୍ଡର ଷ୍ଟିଭେନ କ୍ରୁଜିସ୍ବିକ୍‌ 1.31 ସେକେଣ୍ଡ ପଛରେ ରହି ତୃତୀୟ ସ୍ଥାନରେ ରହିଥିଲେ ।

Read More

ଭାରତ ସରକାର ବାଘମାନଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର ଅଛନ୍ତି । 2018ର ବ୍ୟାଘ୍ରଗଣନା ରିପୋର୍ଟ ଅନୁଯାୟୀ ଭାରତରେ 2976ଟି ବାଘ ଅଛନ୍ତି । ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ସର୍ବଭାରତୀୟ ବ୍ୟାଘ୍ର ସଂରକ୍ଷଣ ରିପୋର୍ଟ ଉନ୍ମୋଚିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଭାରତୀୟ ବ୍ୟାଘ୍ର ସଂରକ୍ଷଣ ରିପୋର୍ଟ-2018 ଉନ୍ମୋଚିତ କରିଛନ୍ତି । ଭାରତରେ 2976ଟି ବ୍ୟାଘ୍ର ଥିବା ରିପୋର୍ଟରେ ପ୍ରକାଶ ପାଇଛି । 2014ରେ ଦେଶରେ 2226ଟି ବାଘ ଥିଲେ । ଏଥର ବାଘ ସଂଖ୍ୟାରେ 741 ବୃଦ୍ଧି ପାଇଛି । ମୋଦୀ କହିଛନ୍ତି ଯେ ଭାରତ ସରକାର ବାଘମାନଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର ଅଛନ୍ତି । ଆମ ଦେଶ ଭାରତ ହେଉଛି ବିଶ୍ୱରେ ବାଘମାନଙ୍କ ପାଇଁ ସବୁଠାରୁ ବଡ଼ ଓ ସୁରକ୍ଷିତ ସ୍ଥାନ ବୋଲି ମୋଦି କହିଛନ୍ତି ।…

Read More

ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ବି ଏସ୍‌ ୟେଦ୍ୟୁରପ୍ପା । ଗତକାଲି 14 ବିଦ୍ରୋହୀ ବିଧାୟକଙ୍କୁ ବରଖାସ୍ତ କରାଯିବା ପରେ ସଂଖ୍ୟାଗଣିତରେ ଆଗୁଆ ରହିଛି ବିଜେପି ।  ସମୁଦାୟ ଅଯୋଗ୍ୟ ଘୋଷିତ ବିଦାୟକଙ୍କ ସଂଖ୍ୟା 17ରେ ପହଞ୍ଚିଛି । 17 ବିଧାୟକଙ୍କ ବିନା ବର୍ତ୍ତମାନ କର୍ଣ୍ଣାଟକ ବିଧାନସଭା ବିଧାୟକଙ୍କ ସଂଖ୍ୟା 208ରେ ପହଞ୍ଚିଛି । ଏହା ଫଳରେ ସଂଖ୍ୟ ଗରିଷ୍ଠତା ନିମନ୍ତେ ବିଜେପିକୁ 105 ବିଧାୟକ ଆବଶ୍ୟକ ଯାହାକି ବିଜେପି ନିକଟରେ ଉପଲବ୍ଧ ଅଛି । ଏହା ବ୍ୟତିତ ଜନୈକ ସ୍ବାଧୀନ ବିଧାୟକ ମଧ୍ୟ ବିଜେପିକୁ ନିଜ ସମର୍ଥନ ଦେଇଛନ୍ତି । ଯାହାଫଳରେ ଆସ୍ଥା ଭୋଟରେ ବିଜେପି ସହଜରେ ବିଜୟୀ ହେବାକୁ ଯାଉଛି । ସେହିପରି ଆଜି କଂଗ୍ରେସ ପକ୍ଷରୁ ଏହାର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହେବ । ସରକାର…

Read More

ନାଇଜେରିଆରେ ଏକ ଆତଙ୍କବାଦୀ ଆକ୍ରମଣରେ 60 ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ପୂର୍ବ ନାଇଜେରିଆରେ ବୋକୋ ହାରାମ ଆତଙ୍କୀ ସଙ୍ଗଠନ ପକ୍ଷରୁ 60 ଜଣଙ୍କୁ ହତ୍ୟା କରାଯାଇଛି । ନାଗ୍ନାଞ୍ଜି ଗ୍ରାମର ଲୋକ ଏକ ଶବଦାହରୁ ଫେରୁଥିବା ସମୟରେ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ବୋକୋ ହାରାମ ଆତଙ୍କୀ ସଙ୍ଗଠନ ନିଜର ଦଶ ବର୍ଷ ପୂରଣ କରୁଥିବାରୁ ଏହି ବର୍ବର ଆକ୍ରମଣ କରାଯାଇଛି । ରବିବାର ମଧ୍ୟାହ୍ନରେ ଏହି ଆକ୍ରମଣ ହୋଇଥିବା ନେଇ ନାଇଜେରିଆନ୍‌ କାଉନ୍‌ସିଲ୍‌ ଚେୟାରମ୍ୟାନ୍‌ମହମ୍ମଦ ବୁଲାମା ପ୍ରକାଶ କରିଛନ୍ତି । ନାଇଜେରିଆ ସେନା ପକ୍ଷରୁ ଆକ୍ରମଣ ପରେ କଡା ସୁରକ୍ଷା ବ୍ୟବସ୍ଥା ଆପଣାଯାଇଥିବା ନେଇ ରାଷ୍ଟ୍ରପତି ମହମ୍ମଦ ବୁହାରୀ ପ୍ରକାଶ କରିଛନ୍ତି । ବିଗତ 10 ବର୍ଷ ମଧ୍ୟରେ ବୋକୋ ହାରାମ ଆକ୍ରମଣରେ 10 ହଜାରରୁ ଅଧିକ ନୀରିହ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

Read More

ଆସନ୍ତା ଅଗଷ୍ଟ 4 ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ 1 ତାରିଖରୁ ବର୍ଷା ବଢିପାରେ । ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ 4 ଟି ଦକ୍ଷିଣ ଓଡିଶା ଜିଲ୍ଲା- କଳାହାଣ୍ଡି, କୋରାପୁଟ, କନ୍ଧମାଳ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଆଉ 9 ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଅଗଷ୍ଟ 5ରୁ8 ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷାର ପରିମାଣ 26 ପ୍ରତିଶତ କମ୍ ରହିଛି ।

Read More

ହରିୟାଣାର ଗୁରୁଗ୍ରାମଠାରେ ମେଘାଳୟ ବିଧାନସଭାର ବାଚସ୍ପତି ଡନ୍‌କୁପାର ରାୟଙ୍କ ଦେହାନ୍ତ ହୋଇଯାଇଛି । ଦୀର୍ଘଦିନ ହେବ ରୋଗରେ ପୀଡ଼ିତ ଥିବା ଡନ୍‌କୁପାର ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସମୟରେ ଆଜି ଦ୍ବିପ୍ରହର ୨.୫୦ ଘଟିକାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ୧୯୫୪ ନଭେମ୍ବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିବା ଡନ୍‌କୁପାର୍‌ ୨୦୦୮ ମସିହାରେ ମେଘାଳୟର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ୨୦୦୯ରେ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ପାର୍ଟି, ପ୍ରଗତିଶୀଳ ମେଣ୍ଟଠାରୁ ବିଚ୍ଛିନ୍ନ ହୋଇଯାଇଥିଲା । ଏହାପରେ କଂଗ୍ରେସର ଡିଡି ଲପଙ୍ଗ ସରକାର ଗଢିଥିଲେ । ବର୍ତ୍ତମାନ ମେଘାଳୟର ମୁଖ୍ୟମନ୍ତ୍ରୀ ଅଛନ୍ତି କୋରନାଡ୍‌ ସଂଗମା  ।

Read More

କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। କଂଗ୍ରେସର ନୂତନ ଅଧ୍ୟକ୍ଷକୁ ନେଇ କଂଗ୍ରେସ ବରିଷ୍ଠ ନେତା ଶଶୀ ଥରୁର୍‌ ନିଜର ମତ ରଖିଛନ୍ତି। ଶଶୀ କହିଛନ୍ତି ଯେ, ରାହୁଲ୍‌ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ନେତୃତ୍ବ କିଏ ନେବ, ଏନେଇ କିଛି ସ୍ପଷ୍ଟତା ନଥିବାରୁ ଏହା ଦଳକୁ କ୍ଷତି ପହଞ୍ଚାଉଛି । ତେବେ କଂଗ୍ରେସରେ କାର୍ଯ୍ୟସମିତି ଦଳର ସମସ୍ତ ମହତ୍ତ୍ବପୂର୍ଣ୍ଣ ପଦବୀ ପାଇଁ ନିର୍ବାଚନ କରିବା ହିଁ ଏକମାତ୍ର ସଠିକ୍‌ ରାସ୍ତା ହେବ ବୋଲି କହିଛନ୍ତି ଶଶୀ। ଏହି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦ ସିଂହଙ୍କ ଆକଳନକୁ ମଧ୍ୟ ସମର୍ଥନ କରିଛନ୍ତି । ଏପରି ସମୟରେ କଂଗ୍ରେସ କମାଣ ଜଣେ ଯୁବ ନେତୃତ୍ବଙ୍କ ହାତରେ ରହିବା ଦରକାର ବୋଲି କହିଛନ୍ତି ଶଶୀ। ତେବେ କଂଗ୍ରେସ ଅଧ୍ୟକ୍ଷ ପଦର ଉପଯୁକ୍ତ ପ୍ରାର୍ଥୀ ହେବା ପାଇଁ ପ୍ରିୟଙ୍କା ଗାନ୍ଧି ହିଁ ପ୍ରବଳ…

Read More

ଛ ଥର ବିଶ୍ବ ଚାମ୍ପିୟନ୍‌ ଏମ୍‌ ସି ମେରୀକମ୍‌ 23 ତମ ପ୍ରେସିଡେଣ୍ଟସ୍‌ କପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 51 କିଗ୍ରା ବର୍ଗରେ ଅଷ୍ଟ୍ରେଲିଆର ଏପ୍ରିଲ୍‌ ଫ୍ରାଙ୍କସ୍‌ଙ୍କୁ ପରାସ୍ତ କରିଥିଲେ ମେରୀ କମ୍ । ଇଣ୍ଡୋନେସିଆର ଲାବୁଆ: ବାଜୋରେ ଅନୁଷ୍ଠିତ ଫାଇନାଲ୍‌ରେ ମେରୀକମ୍‌ 5-0 ବ୍ୟବଧାନରେ ବିଜୟୀ ହୋଇଥିଲେ । ନିକଟରେ ଇଣ୍ଡିଆନ୍‌ ଓପନ୍‌ ବକ୍ସିଂରେ ଚାମ୍ପିୟନ୍‌ ହୋଇଥିବା ବେଳେ ମେରୀକମ୍‌ ଅଲମ୍ପିକ୍ସ ପ୍ରସ୍ତୁତି ନିମନ୍ତେ ଏସିଆନ୍‌ ଗେମ୍ସରୁ ଓହରି ଯାଇଥିଲେ । ଏହି ବିଜୟ ପରେ ନିଜର ସମସ୍ତ ପ୍ରଶିକ୍ଷକ ଏବଂ ଦେଶବାସୀଙ୍କୁ ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜଣାଇଛନ୍ତି ମେରୀ କମ୍‌ । ଏହା ପରେ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ଏହି ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେପ୍ଟେମ୍ବର 7-21 ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଚାମ୍ପିୟନ୍‌ସିପ୍‌ରେ 2020 ଟୋକିଓ ଅଲମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନର ଲକ୍ଷ୍ୟ ରଖିଛନ୍ତି ମେରୀକମ୍‌ ।

Read More

ସମୀକ୍ଷା ବ୍ୟୁରୋ ୨୮ଜୁଲାଇ୧୯୮୬ରେ ଜନ୍ମିତ ମାଲାୟଲମ୍‌ ହାର୍ଟଥ୍ରୋବ୍‌ ଦୁଲ୍‌କର ସଲ୍‌ମାନ ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି । କେବଳ ମାଲାୟଲମ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦି ଭାଷୀ ଚଳଚିତ୍ରରେ ଅଭିନୟ କରିଛନ୍ତି ଦୁଲ୍‌କର । ମାଲାୟଲମ ସୁପରଷ୍ଟାର ମାମୁଟ୍ଟିଙ୍କ ପୁଅ ଦୁଲ୍‌କର୍‌ ପ୍ରୁଡ୍ୟୁ ବିଶ୍ବବିଦ୍ୟାଳୟରୁ ନିଜର ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୨୦୧୨ରେ ସେକେଣ୍ଡ ଶୋ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମ ପାଇଁ ଫିଲ୍ମଫେୟାର ଡେବ୍ୟୁ ପୁରସ୍କାର ମଧ୍ୟ ହାସଲ କରିଥିଲେ ଦୁଲ୍‌କର । ଏହାପରେ ଦୁଲ୍‌କର ଉସ୍ତାଦ ହୋଟେଲ୍‌ରେ ଅଭିନୟ କରି ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୨୦୧୪ ମସିହାରେ ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ଦୁଲ୍‌କର । ଭାଆଇ ମୁଡି ପେସାଭମ୍‌(୨୦୧୪) ଫିଲ୍ମ ବ୍ୟତୀତ ମଣି ରତ୍ନମଙ୍କ ଓ କାଧାଲ କନମନି(୨୦୧୫) ରେ ଅଭିନୟ କରିଥିଲେ । ୨୦୧୮ମସିହା ଦୁଲ୍‌କରଙ୍କ ପାଇଁ ଅତ୍ୟନ୍ତ ସଫଳ…

Read More

ଜମ୍ମୁ କାଶ୍ମୀରର ପିପୁଲ୍‌ସ୍‌ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ରବିବାର ୨୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ପିଡିପି ଅଧ୍ୟକ୍ଷ ତଥା ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ଧାରା ୩୫ଏକୁ ନେଇ ଏକ ପ୍ରତିକ୍ରିୟା ଦେଇଛନ୍ତି । ମୁଫ୍‌ତି କହିଛନ୍ତି କି, ଧାରା ୩୫ଏରେ ହସ୍ତକ୍ଷେପ କରିବାର ଅର୍ଥ ହେଉଛି ବାରୁଦରେ ହାତ ମାରିବା । ଏଥିରେ ଯିଏ ହାତ ଦେବ ସେ ଜଳି ପାଉଁଶ ହୋଇଯିବ। ଏହା ପୂର୍ବରୁ ଘାଟିରେ ଅତିରିକ୍ତ ସୁରକ୍ଷାବାହିନୀ ନିୟୋଜିତ ନେଇ ମୁଫତି ପ୍ରତିକ୍ରିୟା ରଖିଥିଲେ ଏବଂ କହିଥିଲେ କି, ଘାଟିରେ ଭୟ ସୃଷ୍ଟି କରାଇବା ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ନିଜ ଶେଷ ନିଃଶ୍ବାସ ଥିବା ଯାଏଁ କାଶ୍ମୀରର ରକ୍ଷା କରିବେ ବୋଲି କହିଛନ୍ତି ମୁଫ୍‌ତି । ]ଆମ ରାଜ୍ୟର ସ୍ଥିତିକୁ ବଞ୍ଚାଇବାକୁ ପାଇଁ ଆମ ଯେ କୌଣସି ସ୍ତରକୁ ଯାଇପାରିବୁ ବୋଲି ମୁଫ୍‌ତି କହିଛନ୍ତି…

Read More

ଆନ୍ଧ୍ରପ୍ରଦେଶରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ସଡକ ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ତିରୁପତିରୁ ଫେରୁଥିବା ବେଳେ ଚେନ୍ନାଇ-କଲିକତା ଜାତୀୟ ରାଜପଥର ମଦତପଡୁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । କାର୍‌ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ଏକ କ୍ଷୀର ଗାଡିରେ ପିଟି ଦେବାରୁ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ କାର୍‌ରେ ଉପସ୍ଥିତ ଚାରି ଜଣ ପ୍ରାଣ ହରାଇଥିଲେ । ଗାଡିର ଡ୍ରାଇଭର, ପାଣ୍ଡୁରଙ୍ଗା ରାଓ (40), ପାଣ୍ଡୁରଙ୍ଗାଙ୍କ ଶଳା ଏବଂ ପୁଅ ଘଟଣାସ୍ଥଳରେ ନିହତ ହୋଇଥିଲେ । ପାଣ୍ଡୁରଙ୍ଗାଙ୍କ ପତ୍ନୀ ଏବଂ ଝିଅଙ୍କୁ ଗୁରୁତର ଅବସ୍ଥାରେ ରାଜୀବ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସରେ ଭର୍ତ୍ତି କରାଯାଇଛି ।

Read More

ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାରେ ଜାତୀୟ ତଦନ୍ତ କାରୀ ସଂସ୍ଥା (ଏନଆଇଏ) ରେଡ୍ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ସକ୍ରିୟ କରିବା ପାଇଁ ସୀମା ପାର ଫଣ୍ଡିଂ ହୋଇଥିବା ଏନଆଇଏ ଜାଣିବାକୁ ପାଇଛି। ଫଳରେ ଜମ୍ମୁକାଶ୍ମୀରର ୪ଟି ସ୍ଥାନରେ ଚଢାଉ କରିଛି ଏନଆଇଏ। ସେହିପରି ବାରମୂଳା ଜିଲ୍ଲାର ୪ଜଣ ବ୍ୟବସାୟୀଙ୍କ ଘର ଉପରେ ମଧ୍ୟ ଚଢାଉ କରାଯାଇଛି । ନିକଟରେ ମଧ୍ୟ ଜମ୍ମୁ କଶ୍ମୀର ଜେଲରେ ଥିବା କଠୋରପନ୍ଥୀ ବିଛିନ୍ନତାବାଦୀ ନେତା ମସରତ ଆଲାମକୁ ଦିଲ୍ଲୀ ନେଇ ଆତଙ୍କୀ ଫଣ୍ଡିଂ ବାବଦରେ ଏନଆଇ ପଚରାଉଚରା କରିଥିଲା। ମସରତ ଆଲାମ ସହ ବିଛିନ୍ନତାବାଦୀ ନେତା ଅସିୟା ଅନ୍ଦ୍ରାବୀ ଏବଂ ଶବ୍ବୀର ଶାହ ସହ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଇବାର ପ୍ରମୁଖ ହାଫିଜ୍ ସୟିଦ୍ ନାଁରେ ମଧ୍ୟ ସୀମା ପାର ଫଣ୍ଡିଂ ଅଭିଯୋଗ ରହିଛି। ପୂର୍ବରୁ ଏନ୍‌ଆଇଏର ଅଧିକାରୀମାନେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅପରପାର୍ଶ୍ବରେ କରୁଥିବା ବ୍ୟବସାୟୀଙ୍କୁ ମଧ୍ୟ ପଚରାଉଚୁରା କରିଥିଲେ ।

Read More