ମହାରାଷ୍ଟ୍ର ସହିତ ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ସୁରତ, ଭଦୋଦରା, ନବସାରିରେ ବର୍ଷାରେ ଜନଜୀବନ ବେହାଲ ହୋଇ ପଡ଼ିଛି। ସେଠାରେ କାମ କରୁଥିବା ଓଡ଼ିଶାର ଲୋକଙ୍କୁ ମଧ୍ୟ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ନବସାରି ଜିଲ୍ଲାର ମେନ୍ଧର ଗାଁରେ ତିନି ଦିନ ଧରି ଫସି ରହିଥିବା ୩୦ ଓଡ଼ିଆ ସମେତ ୩୨ ଜଣଙ୍କୁ ରବିବାର ବାୟୁସେନା ଉଦ୍ଧାର କରିଛି। ବନ୍ୟାରେ ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ ବାୟୁସେନାର ୨ ହେଲିକପ୍ଟରକୁ ମୁତୟନ କରାଯାଇଛି। ସୂଚନା ମୁତାବକ, ଲଗାଣ ବର୍ଷା କାରଣରୁ ଗୁଜରାଟର ନବସାରିରେ ୩ ଦିନ ଧରି ୩୦ ଓଡ଼ିଆ ଫସି ରହିଥିଲେ। ଏହାର ସୂଚନା ମିଳିବା ପରେ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ବାୟୁସେନାର ହେଲିକପ୍ଟର ଯୋଗେ ୩୦ ଓଡ଼ିଆ ସମେତ ୩୨ ଜଣଙ୍କୁ ପ୍ରଶାସନ ଉଦ୍ଧାର କରିଛି। ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପରେ ସୁରତ ବିମାନକୁ ଅଣାଯାଇଛି। ଉଲ୍ଲେଖଯୋଗ୍ୟ, ଗୁଜରାଟରେ ଗତ…
Author: Samikhsya Bureau
କ୍ରୀଡ଼ା ଭାରତୀ ଓଡ଼ିଶା ପ୍ରଦେଶ ତରଫରୁ ଆଜି ଭୁବେନଶ୍ବରସ୍ଥିତ ଖାରବେଳନଗରଠାରେ ଏକ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୨୦୦ରୁ ଅଧିକ କ୍ରୀଡ଼ାଭାରତୀର ସଦସ୍ୟ ଯୋଗଦାନ କରିଥିଲେ। ଏହି ପ୍ରଶିକ୍ଷିଣ ଶିବିର ମାଧ୍ୟମରେ ଓଡ଼ିଶାରେ କ୍ରୀଡ଼ାର ପ୍ରଚାର ଓ ପ୍ରସାର ପାଇଁ ଅନେକ ଯୋଜନା ଓ ଭିତ୍ତିଭୂମି ସ୍ଥାପନ କରାଯାଇଛି । ଏହି ଶିବିରରେ ନିକଟ ଭବିଷ୍ୟତରେ ଓଡ଼ିଶାରେ କ୍ରୀଡ଼ାର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା। ଓଡ଼ିଶାରେ ଖେଳକୁଦ, ଯୋଗ ଓ ପରିବେଶ ସୁରକ୍ଷା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯିବା ସହିତ ଗ୍ରାମାଞ୍ଚଳରେ କ୍ରୀଡ଼ାକେନ୍ଦ୍ର ସ୍ଥାପନ କରାଯାଇ କ୍ରୀଡ଼ା ପାଇଁ ପ୍ରଶିକ୍ଷିଣ ଦିଆଯିବ ବୋଲି ଏହି ଶିବିରରେ ପ୍ରତିଶ୍ରୁତି ନିଆଯାଇଛି। ଏହି ସଭାକୁ ଦାମୋଦର ପ୍ରଧାନୀ ସଭାପତିତ୍ବ କରିଥିବାବେଳେ କ୍ରୀଡ଼ାଭାରତୀର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ମିଲିନ୍ଦ ଡାଙ୍ଗେ ପ୍ରଶିକ୍ଷଣ ଦେଇଥିଲେ । ସୂଚନାଯୋଗ୍ୟ ୧୯୯୨ ମସିହାରେ ମହାରାଷ୍ଟ୍ରର ପୁନେଠାରେ ସର୍ବପ୍ରଥେମ…
ଆମେରିକାର ଓହିଓରେ ହୋଇଥିବା ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ ଅନ୍ୟ ୧୬ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ବିତୀୟ ଗୁଳିକାଣ୍ଡ । ଟେକ୍ସାସର ଏକ ଓ୍ବାଲ ମାର୍ଟରେ ଜଣେ ଆତତାୟୀଙ୍କ ଗୁଳିଚାଳନାରେ ୨୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି । ଟେକ୍ସାସର ଏଲ୍ ପାସୋରେ ରହିଥିବା ଓ୍ବାଲମାର୍ଟଟି ଭିଡ ଥିବା ସମୟରେ ଏହି ଗୁଳିକାଣ୍ଡ ଘଟିଥିଲା। ଏହି ଘଟଣାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପୁଲିସ୍ ଗିରଫ କରିଛି।
ସାଲେପୁର ନେମାଳ ମଠରୁ ଜଣେ ଭକ୍ତଙ୍କୁ ଦିନ ଦ୍ୱିପହରରେ ଅପହରଣ କରାଯାଇଛି । ଅପହୃତ ହୋଇଥିବା ଭକ୍ତ ଜଣକ ହେଉଛନ୍ତୁ ଶୁଦ୍ଧେନ୍ଧୁ ମହାନ୍ତି । ତାଙ୍କ ଭୁବନେଶ୍ବରସ୍ଥିତ ଭୀମଟାଙ୍ଗି ଅଞ୍ଚଳରେ । ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ନେମାଳ ମଠ ଦର୍ଶନ ପାଇଁ ଯାଇଥିଲେ । ନେମାଳ ମଠଠାରୁ ୧୦୦ ମିଟର ଦୂରରେ ୫ରୁ୬ ଜଣ ଦୁବୃର୍ତ୍ତ ତାଙ୍କୁ ଉଠାଇ ନେଇଛନ୍ତି । ତେବେ ଅପହରଣର କାରଣ ଜଣାପଡିନଥିବାବେଳେ ତାଙ୍କ ସ୍ତ୍ରୀ ଲୋପାମୁଦ୍ରା ମହାପାତ୍ର ଏନେଇ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।
ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ଇସ୍ରାଏଲ୍ ରାଷ୍ଟ୍ରପତି ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରାଏଲ୍ ଦୂତାବାସ ଦ୍ବାରା ପୋଷ୍ଟ କରାଯାଇଥିବା ଏକ ଟୁଇଟ୍ରେ ‘ହ୍ୟାପି ପ୍ରେଣ୍ଡସିପ୍ ଡେ ୨୦୧୯ ଇଣ୍ଡିଆ । ଲେଖାଯାଇଥିବାବେଳେ ଆମର ବନ୍ଧୁତ୍ବକୁ ଆଗାମୀ ଦିନରେ ଆହୁରି ସଶକ୍ତ ହେବା ସହିତ ଅଧିକ ଉଚ୍ଚକୁ ଛୁଇଁବ ବୋଲି ଲେଖାଯାଇଛି । ଏଥିରେ ବଲିଉଡ୍ର ୧୯୭୫ରେ ନିର୍ମିତ ହୋଇଥିବା ହିନ୍ଦୀ ଫିଲ୍ମ ଶୋଲେର ‘ ୟେ ଦୋସ୍ତି ହମ୍ ନେହିଁ ଛୋଡ଼େଙ୍ଗେ’ ଗୀତର ଧାଡ଼ିଏ ଲେଖା ହୋଇଛି। ଭାରତ ସ୍ଥିତ ଇସ୍ରାଏଲ ଦୂତାବାସ ବେଞ୍ଜାମିନ ନେତନ୍ୟାହୁଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡ଼ିଓ ଟ୍ଵିଟ୍ କରିଛି, ଯାହା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଜମ୍ମୁ କାଶ୍ମୀରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ଏବେ ବେଶ୍ ସ୍ଥିତି ବେଶ୍ ଗୋଳମାଳିଆ ରହିଥିବାବେଳେ ରାଜନୈତିକ ନେତାମାନଙ୍କର ବୟାନ ବାଜି ମଧ୍ୟ କମ୍ ନାହିଁ । ଜମ୍ମୁ କାଶ୍ମୀରର ପରିସ୍ଥିତିକୁ ନେଇ ପିଡିପି ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି । କେନ୍ଦ୍ର ଜମ୍ମୁ କାଶ୍ମୀରରୁ ଯାତ୍ରୀ, ପର୍ଯ୍ୟଟକ ତଥା ଛାତ୍ରଙ୍କୁ କାଶ୍ମୀରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ମୁଫ୍ତି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଏବେ ମୋଦି ମାନବିକତା କୁଆଡେ ଗଲା । ରାଜ୍ୟରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ । ଲୋକଙ୍କୁ ଏଭଳି ଭୟଭୀତ କରାଇବା ଦ୍ବାରା ରାଜ୍ୟର ସ୍ଥିତିକୁ ଅଧିକ ଗୋଳମାଳିଆ ହେବାକୁ ଯାଉଛି ବୋଲି କହିଛନ୍ତି ମୁଫ୍ତି । ମେହେବୁବା ମୁଫ୍ତି ଜମ୍ମୁକାଶ୍ମୀରର ଏକ ହୋଟେଲ୍ରେ ଆଞ୍ଚଳିକ ଦଳମାନଙ୍କ ସହିତ ଆଜି…
ଇଂଲଣ୍ଡ 19 ବର୍ଷରୁ କମ୍ କ୍ରିକେଟ୍ ଦଳକୁ 1 ଓ୍ବିକେଟ୍ରେ ପରାସ୍ତ କରିଛି ଭାରତୀୟ ଦଳ । ଚେଲ୍ମସଫୋର୍ଡରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ପୂର୍ଣ୍ଣାଙ୍କ ତ୍ୟାଗୀ 33 ରନ୍ ବିନିମୟରେ 5ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ଫଳରେ ଇଂଲଣ୍ଡ 204 ରନ୍ରେ ସମସ୍ତ ଓ୍ବିକେଟ୍ ହରାଇଥିଲା । ଜର୍ଜ ହିଲ୍ 62 ବଲ୍ରୁ ସର୍ବାଧିକ 46 ରନ୍ ସଂଗ୍ରହ କରିଥିଲେ । ଜବାବରେ ଓପ୍ନର ତଥା ଅଧିନାୟକ ଯଶଶ୍ବୀ ଜୟସ୍ବାଲଙ୍କ 82 ବଲ୍ 78 ରନ୍ ବିନିମୟରେ ଭାରତ 36.3 ଓଭରରେ 9 ଓ୍ବିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।
ଓଡିଶାର ଚାନ୍ଦିପୁରରେ ଅବସ୍ଥାପିତ ଡିଆରଡିଓ କେନ୍ଦ୍ରରୁ କ୍ବିକ୍ ରିଆକ୍ସନ୍ ସରଫେସ୍ ଟୁ ଏୟାର (କ୍ୟୁଆର୍ଏସ୍ଏଏମ୍) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା ଏହି କ୍ଷେପଣାସ୍ତ୍ର ରବିବାର ଦିନ 11.05 ମିନିଟ୍ରେ ପରୀକ୍ଷଣ କରାଯାଇଥିଲା । ଚାନ୍ଦିପୁରର ଟେଷ୍ଟ ରେଞ୍ଜ-3ରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରଟି 25-30 କିମି ଲକ୍ଷ୍ୟଭେଦରେ ସଫଳ ହେବା ସହିତ ଏହାକୁ ସହଜରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହେବ । ପୂର୍ବରୁ ଜୁନ୍ 4, 2017 ଏବଂ ଫେବୃୟାରୀ 26, 2019ରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି ।
ଭାରତୀୟ ମହାକାଶ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚନ୍ଦ୍ରଯାନ-2 ଦ୍ବାରା ଉତ୍ତୋଳନ କରାଯାଇଥିବା ପ୍ରଥମ ଫଟୋ ସେୟାର କରାଯାଇଛି । ଇସ୍ରୋର ଅଫିସିଆଲ୍ ଟ୍ବିଟ୍ଟର ହ୍ୟାଣ୍ଡେଲରୁ ଏହି ଫଟୋ ସେୟାର କରାଯାଇଛି । ଚନ୍ଦ୍ରଯାନ-2ର ଲ୍ୟାଣ୍ଡର ବିକ୍ରମ ପୃଥିବୀ ପୃଷ୍ଠର ପ୍ରଥମ ଫଟୋ ଉଠାଇ ସେୟାର କରିଛି । ଏଲ୍ ଆଇ-4 କ୍ୟାମେରାର ବ୍ୟବହାରରେ ଅଗଷ୍ଟ 3, 2019ରେ ରାତି 11ଟା ସମୟରେ ଏହି ଫଟୋ ଉଠଯାଇଥିଲା । ବିଭିନ୍ନ ଉଚ୍ଚତାରୁ ନିଆଯାଇଥିବା ଫଟୋ ମଧ୍ୟ ଇସ୍ରୋ ସେୟାର କରିଛି । ପୃଥିବୀ ପୃଷ୍ଠରୁ 2450 କିମି, 3200 କିମି, 4100 କିମି, 4700 କିମି ଏବଂ 5000 କିମି ଉଚ୍ଚତାରୁ ନିଆଯାଇଥିବା ବିଭିନ୍ନ ଫଟୋ ସେୟାର କରାଯାଇଛି । ଏହା ସହିତ ଚନ୍ଦ୍ରଯାନ -2ର ସମସ୍ତ ବ୍ୟବସ୍ଥା ସଠିକ୍ ଭାବରେ ପରିଚାଳିତ ହେଉଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ସାଗରିକା ଭାରତୀୟ ସଙ୍ଗୀତ ଦୁନିଆର କିମ୍ବଦନ୍ତୀ କଳାକାର କିଶୋର କୁମାରଙ୍କର ଆଜି ନବେତମ ଜନ୍ମଦିନ । ଭାରତୀୟ ଜୀବନରେ କିଶୋର କୁମାରଙ୍କୁ ବାଦ ଦେଇ ଗୋଟେ ମୁହୂର୍ତ୍ତ ବି କଲ୍ପନା କରାଯାଇପାରିବ ନାଇଁ। ସ୍ଵର ର ମଧୁରତା ଓ ଭାବର ନିବିଡତା ତାଙ୍କର ସବୁ ଗୀତକୁ ଅମରତ୍ଵ ଦେଇଛି। କେବଳ ଗାୟକ ହିସାବରେ ନୁହେଁ, ଅଭିନେତା ହିସାବରେ ମଧ୍ୟ ତାଙ୍କର ଛାପ ବେଶ୍ ସୁସ୍ପଷ୍ଟ । ହିନ୍ଦୀ, ମରାଠୀ, ଅହମୀୟା, ଗୁଜରାତି, କନ୍ନଡ଼, ଭୋଜପୁରୀ, ମଲୟାଲମ୍,ଉର୍ଦ୍ଦୁ ସହିତ ଆହୁରି ଅନେକ ଭାରତୀୟ ଭାଷାରେ ଗୀତ ଗାଇ ସେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ଭାରତୀୟ ଫିଲ୍ମ ଦୁନିଆର ଅନ୍ୟତମ ଚର୍ଚ୍ଚିତ ତଥା ଗାୟକ ତଥା ଅଭିନେତାଙ୍କ ଜନ୍ମଦିନ ଅବସରରେ ଆମର ଏହି ସ୍ବତନ୍ତ୍ର ଆଲେଖ୍ୟ । ମଧ୍ୟପ୍ରଦେଶର ଖଣ୍ଡଓ୍ବା ସହରର ଜଣାଶୁଣା ଓକିଲ କୁଞ୍ଜିଲାଲ୍ଙ୍କ ଘରେ ଅଗଷ୍ଟ ୪, ୧୯୨୯ ତାରିଖରେ କିଶୋର କୁମାର ଜନ୍ମଗ୍ରହଣ କରିଥିଲେ । କିଶୋର…
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ସମସ୍ତ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ମୁଖ୍ୟଙ୍କ ସହିତ ଏକ ବୈଠକରେ ବସିଛନ୍ତି । ଶାହାଙ୍କ ବ୍ୟତୀତ ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ୍ ଡୋଭାଲ୍, ଆଇବି ମୁଖ୍ୟ ଅରବିନ୍ଦ କୁମାର, ର’ର ମୁଖ୍ୟ ସାମନ୍ତ ଗୋଏଲ, କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଏହି ବୈଠକ କାଶ୍ମୀର ପ୍ରସଙ୍ଗ ଆଡକୁ ଇଙ୍ଗିତ କରୁଛି । 2018 ଫ୍ରେବୃୟାରୀରେ ହୋଇଥିବା ପୁଲଓ୍ବାମା ପରି ଆକ୍ରମଣର ସମ୍ଭାବନା ଥିବାରୁ ଗୁଇନ୍ଦା ଅଧିକାରୀଙ୍କ ସହିତ ଶାହା ବୈଠକରେ ବସିଥିବାର ପୂର୍ବାନୂମାନ ଲଗାଯାଉଛି । ସେହିପରି କାଶ୍ମୀରରୁ ସମସ୍ତ ପର୍ଯ୍ୟଟକ ଏବଂ ଅମରନାଥ ଯାତ୍ରୀଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦେବା ଏହି ଦିଗ ଆଡକୁ ଇଙ୍ଗିତ କରୁଛି ।
ଆଜି ହେଉଛି ବିଶ୍ବ ବନ୍ଧୁତ୍ବ ଦିବସ । ବନ୍ଧୁ ପାଇଁ ଦିନଟିଏ । ସତ କହିବାକୁ ଗଲେ ବନ୍ଧୁତ୍ବ ପାଇଁ ଗୋଟିଏ ଦିନ ନୁହେଁ, ବନ୍ଧୁତ୍ବ ଅନନ୍ତକାଳର । ବନ୍ଧୁତ୍ବ ହେଉଛି ସମ୍ପର୍କର ଅନନ୍ୟ ପରିଭାଷା । ଦୁନିଆର ସବୁଠାରୁ ନିସ୍ବାର୍ଥପର ସମ୍ପର୍କ ହେଉଛି ବନ୍ଧୁତ୍ବ । ଯାହା ପାଖରେ ନଥାଏ କିଛି ପାଇବାର ଆଶା । ପ୍ରତି ଦୁଃଖ ଓ ସୁଖର ସାଥୀ ହୋଇଥାଏ ବନ୍ଧୁ । ରକ୍ତ ସମ୍ପର୍କର ନ ହୋଇ ବି ସବୁ ସମ୍ପର୍କର ଉର୍ଦ୍ଧ୍ବରେ ରହିଥାଏ ବନ୍ଧୁ । ଜୀବନରେ ଯଦି ସାଙ୍ଗ ବା ବନ୍ଧୁ ନଥାଆନ୍ତେ ତେବେ ଆମ ଜୀବନ ମରୁଭୂମି ସଦୃଶ ପାଲଟି ଯାଏ । ଅଗଷ୍ଟ ମାସର ପ୍ରଥମ ରବିବାରରେ ପାଳନ କରାଯାଏ ବିଶ୍ବ ବନ୍ଧୁତ୍ବ ଦିବସ । ତେବେ ବନ୍ଧୁତ୍ବ ଦିବସ ପ୍ରଥମେ ଆମେରିକାରେ ପାଳନ ହୋଇଥିଲା । ୧୯୩୫ରେ ପ୍ରଥମ ଥର ଆମେରିକା କଂଗ୍ରେସ ଅଗଷ୍ଟ ମାସର ପ୍ରଥମ…
ଭାରତୀୟ ସୀମାରେ ପଡି ରହିଥିବା 5-7 ଜଣ ପାକିସ୍ତାନୀ ଯବାନଙ୍କ ଶବକୁ ଫେରାଇବାର ନିଷ୍ପତ୍ତି ନେଇଛି ଭାରତ । ପାକିସ୍ତାନର ବର୍ଡର ଆକ୍ସନ୍ ଟିମ୍ (ବିଏଟି)ର 5-7 ଜଣ ଯବାନଙ୍କ ମୃତ ଶରୀର ପଡଇ ରହିଥିବାରୁ ଏହାକୁ ଫେରାଇ ନେବା ପାଇଁ ଭାରତ ପକ୍ଷରୁ ପାକିସ୍ତାନୀ ଅଧିକାରୀଙ୍କୁ ରବିବାର କୁହାଯାଇଛି । ଭାରତ ପକ୍ଷରୁ ଶବ ନେବାର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ । ଶନିବାର କେରାନ୍ ଅଞ୍ଚଳରେ ଏହି ଯବାନ କିମ୍ବା ଆତଙ୍କୀ ମାନେ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ପ୍ରାଣ ହରାଇଥିଲେ । ବିଗତ 36 ଘଣ୍ଟା ମଧ୍ୟରେ କାଶ୍ମୀରରେ ଅଶାନ୍ତ ସୃଷ୍ଟି କରିବା ପାଇଁ ପାକିସ୍ତାନ ପକ୍ଷରୁ ଅନେକ ପ୍ରଚେଷ୍ଟା କରାଯାଇଛି ।
ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କାଠଚୂଆ ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଛି । ତିନି ଦିନ ପରେ ପୀଡ଼ିତାଙ୍କ ମା’ଙ୍କ ଏତଲାକୁ ପୋଲିସ ଗ୍ରହଣ କରିଛି । ଫଳରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ଧୋପଡ଼ା ଗ୍ରାମର ବାବୁଲି ବଦ୍ରା ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ, ଗତ 31ତାରିଖରେ ଦିବ୍ୟାଙ୍ଗ ଯୁବତୀ ଜଣକ ଘର ବାହାରେ ଶୋଇଥିଲେ । ଏହି ସମୟରେ ତାଙ୍କ ମା’ ପାଣି ଆଣିବାକୁ ବାହାରକୁ ଯାଇଥିଲେ । ମୌକା ଦେଖି ବାବୁଲି ଯୁବତୀଙ୍କୁ ଉଠାଇ ନେଇ ନିକଟସ୍ଥ ଏକ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ପୋଲିସ ମାମଲାକୁ ଗୁରୁତର ସହ ନ ନେଇ ଫେରାଇ ଦେଇଥିଲା । ତେବେ ଗତକାଲି ପୋଲିସ ମାମଲା ରୁଜୁ ଅଭିଯୁକ୍ତ ଯୁବକ ବାବୁଲିକୁ ଗିରଫ କରାଯାଇଛି । ଏହା ସହିତ ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ପଠାଇ ଥିବାବେଳେ ତଦନ୍ତ ଜାରି…
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏସବିଆଇ, ପିଏନବି ଓ ବ୍ୟାଙ୍କ ଅଫ ବରୋଦା ସମେତ 9ଟି ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ଜରିମାନା ଲଗାଇଛି । ସମସ୍ତ ବ୍ୟାଙ୍କ ଶନିବାର ଦିନ ନିଜ ସେୟାର ବଜାରକୁ ନେଇ ଅଲଗା ତଥ୍ୟ ଦେଇଥିଲେ । ଏସବିଆଇ ଶନିବାର ଦିନ ସେୟାର ବଜାରକୁ ଏକ ଘୋଟାଲା ମମାଲାରେ ତଥ୍ୟ ଦେବାକୁ ବିଳମ୍ବ ହେବାରୁ 50 ଲକ୍ଷ ଜରିମାନା ଲଗାଯାଇଥିଲା । ସେହିପରି ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଉପରେ ମଧ୍ୟ କିଙ୍ଗଫିସର ଏୟାରଲାଇନ୍ସ ମାମଲାରେ ତଥ୍ୟ ଦେବାକୁ ବିଳମ୍ବ କରିଥିବାରୁ 1.5 କୋଟି ଟଙ୍କା ଜରିମାନା ଲଗାଯାଇଛି । ଏତତ୍ ବ୍ୟତୀତ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ, କରପୋରେସନ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଜରିମାନା ହୋଇଛି । ସେହିପରି ପଂଜାବ ନ୍ୟାଶନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଓ ଫେଡେରାଲ ବ୍ୟାଙ୍କକୁ ୫୦ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପାରାଦ୍ୱୀପ କୁଜଙ୍ଗ ଥାନା ଅଞ୍ଚଳରେ 5 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସୂର୍ଯ୍ୟ ନାରାୟଣ ଦଳେଇକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ପ୍ରାଥିମକ ସୂଚନା ମୁତାବକ, କୁଜଙ୍ଗ ଥାନା ଅଂଚଳରେ ଏକ ଶିଶୁ କନ୍ୟା ଗାଁ ଦାଣ୍ଡରେ ଖେଳୁଥିବାବେଳେ ପଡ଼ୋଶୀ ଯୁବକ ସୂର୍ଯ୍ୟ ନାରାୟଣ କୌଶଳ କ୍ରମେ ଡାକି ନେଇଥିଲା । ଏହା ପରେ ତାକୁ ପ୍ରଲୋଭନ ଦେଖାଇ ତା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଶିଶୁର ପରିବାର ଲୋକ ଜାଣିବା ପରେ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଅଭିଯୋଗକୁ ଆଧାର କରି ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହା ସହିତ ଶିଶୁ କନ୍ୟାର ଡାକ୍ତରୀମାଇନା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।
ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ରବିବାର ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ରବିବାର ସିବିଆଇ ପକ୍ଷରୁ ଉତ୍ତର ପ୍ରଦେଶର 17ଟି ସ୍ଥାନରେ ଚଢାଉ କରାଯାଇଛି । ଜୁଲାଇ 30 ତାରିଖରେ ପୀଡିତାଙ୍କ କାର୍କୁ ଏକ ଟ୍ରକ୍ ଧକ୍କା ଦେବା ପରେ ମାମଲା ମଙ୍ଗଳବାର ସିବିଆଇକୁ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ପରେ ସିବିଆଇ ପକ୍ଷରୁ ନିଲମ୍ବିତ ବିଜେପି ବିଧାୟକ କୁଲ୍ଦୀପ୍ ସେନ୍ଗାରଙ୍କୁ ଗିରଫ କରାଯାଇଛି । ଏହା ସହିତ ରବିବାର ଘଟିଥିବା ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଁ 17ଟି ସ୍ଥାନରେ ଚଢାଉ କରାଯାଇଛି । ରବିବାର ଦୁର୍ଘଟଣାରେ ପୀଡିତା ଏବଂ ପୀଡିତାଙ୍କ ଓକିଲ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ପୀଡିତାଙ୍କ ଦୁଇ ପୀଉସୀ ପ୍ରାଣ ହରାଇଥିଲେ ।
ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଟି20 ମ୍ୟାଚ୍ରେ 4 ଓ୍ବିକେଟ୍ରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଏହି ଲୋ ସ୍କୋରିଂ ମ୍ୟାଚ୍ରେ ଓ୍ବିଣ୍ଡିଜ୍ ନିର୍ଦ୍ଧାରିତ ଓଭରରେ ମାତ୍ର 98 ରନ୍ ସଂଗ୍ରହ କରିଥିବା ବେଳେ ଭାରତ 6 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଏହା ସହିତ ଷଷ୍ଠ ଭାରତୀୟ ଖେଳାଳି ଭାବରେ ପଦାର୍ପଣରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହେବାର ସୌଭାଗ୍ୟ ହାସଲ କରିଛନ୍ତି ନବଦୀପ ସାଇନି । ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ବୋଲିଂ ଓପନ୍ କରିଥିବା ସୁନ୍ଦର ପ୍ରଥମ ଓଭରରେ ସଫଳତା ପ୍ରଦାନ କରିଥିଲେ । ତୃତୀୟ ବୋଲର ଭାବରେ ଆସିଥିବା ନବଦୀପ୍ ସାଇନି ଭାରତୀୟ ବୋଲରଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଓ୍ବିଣ୍ଡିଜ୍ର 9 ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ସ୍କୋର୍ ଛୁଇଁ…
ସମାଜବାଦୀ ପାର୍ଟି ନେତା ତଥା ଲୋକସଭା ସାଂସଦ ଆଜମ୍ ଖାନ୍ଙ୍କ ଅଡୁଆ ବଢିଛି । ଶନିବାର ସୁଦ୍ଧା ଆଜମ୍ ଖାନ୍ଙ୍କ ବିପକ୍ଷରେ 27ଟି ମାମଲା ରୁଜୁ କରାଯାଇଛି । କୃଷକଙ୍କ ଜମି ଜବରଦଖଲ ଏବଂ ନିଜ ବିଶ୍ବବିଦ୍ୟାଳୟରେ ବିରଳ ଏବଂ ପୁରାତନ ପୁସ୍ତକ ରଖିବା ନେଇ ଆଜମ୍ଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଅଖିଳେଶ ଯାଦବ ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିଥିବା ଆଜମ୍ଙ୍କ ବିରୋଧରେ ଜୁଲାଇ 11 ପରଠାରୁ ଏହି ସମସ୍ତ ମାମଲା ରୁଜୁ କରାଯାଇଥିବା ନେଇ ରାମପୁର ଏସ୍ପି ଅଜୟ ପାଲ ଶର୍ମା ପ୍ରକାଶ କରିଛନ୍ତି । ଏହି ମାମଲା ମଧ୍ୟରେ 24ଟି ଜମି ଅଧିଗ୍ରହଣକୁ ନେଇ ରହିଥିବା 3ଟି ବିରଳ ପୁସ୍ତକକୁ ନେଇ ରହିଛି । ଧାରା 323, 342, 447, 389 ଏବଂ 506 ଅନୁସାରେ ଆଜମ୍ଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଜମଙ୍କୁ 10…
ଶନିବାର ଟେକ୍ସାସର ଏକ ଓ୍ବାଲ ମାର୍ଟରେ ଜଣେ ଆତତାୟୀଙ୍କ ଗୁଳିଚାଳନାରେ 20 ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ 26 ଜଣ ଆହତ ହୋଇଛନ୍ତି । ଟେକ୍ସାସର ଏଲ୍ ପାସୋରେ ରହିଥିବା ଓ୍ବାଲମାର୍ଟଟି ଭିଡ ଥିବା ସମୟରେ ଏହି ଗୁଳିକାଣ୍ଡ ଘଟିଥିଲା । ଡାଲାସ୍ର ଜନୈକ 21 ବର୍ଷୀୟ ଯୁବକ ଏହି ଗୁଳିକାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣା ପରେ ଯୁବକ ଜଣକ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଜାତିଆଣ ମନ୍ତବ୍ୟ କାରଣରୁ ଯୁବକ ଜଣ ଏହି ପଦକ୍ଷେପ ନେଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ବୋଲି ଟେକ୍ସାସ ପୋଲିସ ମୁଖ୍ୟ ଗ୍ରେଗ୍ ଆଲେନ୍ ପ୍ରକାଶ କରିଛନ୍ତି । ଟେକ୍ସାସ୍ ମେୟର ଗ୍ରେଗ୍ ଆବୋଟ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
କ୍ରମାଗତ ଦ୍ବିତୀୟ ଦିନ ପାଇଁ ଆକ୍ସନ୍ ମୋଡ୍ରେ ରହିଛି କମିଶନରେଟ ପୋଲିସ୍ । ବରଗଡର ଚିଲିପୋଖରୀ ଅଞ୍ଚଳରେ ସଙ୍ଗଠିତ ଏନ୍କାଉଣ୍ଟରରେ ପୋଲିସ୍ ଦୁଇ ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଦୁଇ ଅପରାଧୀଙ୍କ ନାମ ସିପୁନ କବି ଏବଂ ହରେକୃଷ୍ଣ ସ୍ବାଇଁ ବୋଲି ଜଣାପଡିଛି । ଉଭୟଙ୍କ ନିକଟରୁ ପୋଲିସ୍ ଏକ ମାଉଜର, ଏକ ଖେଳନା ବନ୍ଧୁକ, ଗାଡି ଏବଂ ପଇସା ଜବତ କରିଛି । ପୋଲିସ୍କୁ ଦେଖି ଉଭୟ ଅପରାଧୀ ଖସିଯିବାକୁ ଉଦ୍ୟମ କରି ଗୁଳିଚାଳନା କରିଥିଲେ । ପୁଲିସ୍ ପକ୍ଷରୁ ପାଲଟା ଗୁଳିଚାଳନାରେ ଉଭୟ ଅପରାଧୀ ଆହତ ହୋଇଥିଲେ । ଉଭୟଙ୍କୁ ଏସ୍ସିବି ସ୍ଥାନାନ୍ତର କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଏହି ଦୁଇ ଅଭିଯୁକ୍ତ ଗତକାଲି ଏନ୍କାଉଣ୍ଟରରେ ଆହତ ଗ୍ୟାଙ୍ଗର ସଦସ୍ୟ ଅଟନ୍ତି ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି ।

