ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ରାଜନେତ୍ରୀ ଶୀଲା ଦୀକ୍ଷିତ୍ଙ୍କ ନିଧନରେ ଦୁଃଖ ପ୍ରକଟ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଟୁଇଟ କରି ଲେଖିଛନ୍ତି ଯେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ୍ଙ୍କ ନିଧନ ଖବରରେ ମୁଁ ଦୁଃଖୀତ । ତାଙ୍କର କାର୍ଯ୍ୟକାଳରେ ଦିଲ୍ଲୀରେ ଅନେକ ପରିବର୍ତ୍ତନ ଆସିଛି । ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ପରିବାର ଓ ବନ୍ଧୁ ପରିଜନଙ୍କୁ ମୋର ସମବେଦନା ।’ ସେହିପରି ଶୀଲା ଦୀକ୍ଷିତ୍ଙ୍କ ମୃତ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଦୁଃଖ ପ୍ରକଟ କରିଛନ୍ତି । ଶୀଲା ଦୀକ୍ଷିତଙ୍କ ନିଧନରେ ସେ ବହୁତ ଦୁଃଖିତ ବୋଲି କହିବା ସହିତ ଦିଲ୍ଲୀର ବିକାଶ ପାଇଁ ତାଙ୍କର ଅବଦାନ ବହୁତ ରହିଛି । ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ…
Author: Samikhsya Bureau
ବର୍ଷା ଅଭାବଜନିତ ଚାଷ ସ୍ଥିତି ନେଇ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବିବୃତ୍ତି ପ୍ରଦାନ କରିଛନ୍ତି । ରାଜ୍ୟର ୨୧ଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଛି । ୨୦୬ଟି ବ୍ଲକ୍ରେ ସ୍ବାଭାବିକ୍ ଠାରୁ କମ୍ ବର୍ଷା ହୋଇଛି । ୨୪ଟି ବ୍ଲକ୍ରେ ୫୯% କମ୍ ବର୍ଷା ହୋଇଛି । ଜୁନ୍ରେ ୩୧.୫%, ଜୁଲାଇରେ ୨୦.୮% କମ୍ ବର୍ଷା ହୋଇଛି । ଜୁନ୍ରୁ ଆଜି ପର୍ଯ୍ୟନ୍ତ ୨୬.୩% କମ୍ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜମିରେ ଧାନ ଗଜା ହୋଇ ମରିବାର ଆଶଙ୍କା ରହିଛି। ଚଳିତ ଥର ମୌସୁମୀର ଡେରିରେ ଓଡ଼ିଶା ଉପକୂଳରେ ପହଞ୍ଚିବା ସହିତ କମ୍ ବର୍ଷା ପାଇଁ ରାଜ୍ୟରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି ।
କଳିଙ୍ଗ ହସ୍ପିଟାଲ୍ରେ ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ପଡିଛି କଳିଙ୍ଗ ହସ୍ପିଟାଲ୍ । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସେହିପରି ଅନ୍ୟ ହସ୍ପିଟାଲ୍ ନାଁରେ ଆସୁଥିବା ଅଭିଯୋଗର ତଦନ୍ତ କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଅନ୍ୟପଟେ ଘରୋଇ ହସ୍ପିଟାଲରେ ଶବ ବନ୍ଧକ ପଡ଼ିବା ଘଟଣାରେ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ତଦନ୍ତ ପାଇଁ ୪ ଜଣିଆ ଟିମ ଗଠନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଟିମରେ ଦୁଇ ଜଣ ଡାଇରେକ୍ଟର ଅଛନ୍ତି । ଆଗକୁ ଯେପରି ଏପରି ଘଟଣାର ପୁନାରବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଛି। ତିନି ତିନ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା ଦୀକ୍ଷିତ ୮୧ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ଗତକାଲି ହୃଦ୍ଘାତ ପାଇଁ ତାଙ୍କୁ ଫର୍ଟିସ୍ ଏସ୍କର୍ଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାର୍ଚ୍ଚ ୩୧, ୧୯୩୮ରେ ପଞ୍ଜାବର କପୁରତାଲାରେ ଜନ୍ମଗ୍ରହଣ କରିଥିବା ଶୀଲା ମିରାଣ୍ଡା ବିଶ୍ବବିଦ୍ୟାଳୟରୁ ନିଜର ଶିକ୍ଷାଗତ ଯୋଗ୍ୟତା ସମାପ୍ତ କରିଥିଲେ । ୧୯୯୮ରୁ ୨୦୧୩ ମଧ୍ୟରେ ତିନିଥର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତ ଦିଲ୍ଳୀର ସର୍ବାଧିକ ସମୟ କାର୍ଯ୍ୟ କରିଥିବା ମୁଖ୍ୟମନ୍ତ୍ରୀ ଅଟନ୍ତି । ଚଳିତ ଲୋକସଭା ନିର୍ବାଚନରେ ଶୀଲା ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ରହିଥିଲେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦବୀ ବ୍ୟତୀତ ଶୀଲା କେରଳର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୪ମସିହାରେ ୧୧ ମାର୍ଚ୍ଚରୁ ୨୫ଅଗଷ୍ଟ ପର୍ଯ୍ୟନ୍ତ ଶୀଲା କେରଳର ୨୨ତମ ରାଜ୍ୟପାଳ ଭାବରେ କାର୍ଯ୍ୟ…
ପୂର୍ବତନ ଭାରତୀୟ ଅଧିନାୟକ ତଥା ଓ୍ବିକେଟ୍ରକ୍ଷକ ଏମ୍ ଏସ୍ ଧୋନୀ ଆସନ୍ତା ଓ୍ବିଣ୍ଡିଜ ଗସ୍ତରେ ନଯିବା ନେଇ ବିସିସିଆଇକୁ ସୂଚନା ଦେଇଛନ୍ତି । ଆସନ୍ତା କାଲି ଓ୍ବିଣ୍ଡିଜ୍ ଗସ୍ତ ନିମନ୍ତେ ଦଳ ଚୟନ ହେଉଥିବାରୁ ଏହା ପୂର୍ବରୁ ଚିଠି ଲେଖି ଚୟନ ନିମନ୍ତେ ଉପଲବ୍ଧ ନଥିବା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଅର୍ଦ୍ଧ ସାମରିକ ବାହିନୀ ସହିତ ଅଭ୍ୟାସରେ ନିବେଶ କରିବେ ବୋଲି ଧୋନୀ ବିସିସିଆଇକୁ ସୂଚନା ଦେଇଛନ୍ତି । ଧୋନୀ ପାରାଚ୍ୟୁଟ୍ ରେଜିମେଣ୍ଟର ଲ୍ୟୁଟନାଣ୍ଟ କଲୋନେଲ ରହିଥିବାରୁ ବିଶ୍ବକପ୍ ପୂର୍ବରୁ ୨ ମାସ ଅଭ୍ୟାସ କରିବା ନିମନ୍ତେ ପ୍ରତିବଦ୍ଧ ଥିଲେ । ସେହିପରି ଧୋନୀଙ୍କର ବର୍ତ୍ତମାନ ଅବସର ଗ୍ରହଣ କରିବାର କୌଣସି ଯୋଜନା ନାହିଁ ବୋଲି ଧୋନୀଙ୍କ ବନ୍ଧୁ ତଥା ବ୍ୟବସାୟିକ ସହଯୋଗୀ ଅରୁଣ ପାଣ୍ଡେ ସୂଚନା ଦେଇଛନ୍ତି । ଚଳିତ ବିଶ୍ବକପ୍ରେ ଧୋନୀ୯ଟି ମ୍ୟାଚ୍ରୁ ୨୭୩ ରନ୍ ସଂଗ୍ରହ…
ଗଞ୍ଜାମ ଜିଲ୍ଲା ଆସିକା ଅଂଚଳର ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୋମା ବିସ୍ଫୋରଣ ଘଟଣାରେ ତଦନ୍ତ କରିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି । ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୋମା ବିସ୍ଫୋରଣ ଘଟି ୨ଜଣ ଛାତ୍ର ଗୁରୁତର ଘଟଣାରେ ତଦନ୍ତ ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହେ ଭିତରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ଡିଇଓଙ୍କୁ ନିର୍ଦ୍ଦେଶ। ଅଧିକାଂଶ ସ୍କୁଲର ପାଚେରୀ ନଥିବାର ଅସ୍ବାଭାବିକ ସ୍ଥିତି ସୃଷ୍ଟି ହେଉଛି। ଏଭଳି ଘଟଣା ରୋକିବାକୁ ପଦକ୍ଷେପ ନିଆଯିବ ବୋଲି ସମୀର ଦାଶ କହିଛନ୍ତି ।
ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି । ଏହି ଆସନର ସମୁଦାୟ 309 ଟି ବୁଥରେ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ। ମତଦାନ ପାଇଁ ସାଧାରଣ ଜନତା ଉତ୍ସୁକ ରହିଥିବା ପରିଲକ୍ଷିତ ହୋଉଛି । ଅପରାହ୍ନ 3ଟା ସୁଦ୍ଧା 61 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି । 10 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 2 ଲକ୍ଷ 44 ହଜାର 747 ଜଣ ଭୋଟର ନିଜର ମତପ୍ରକାଶ କରିବେ । ଅପରାହ୍ନରେ ଭୋଟ ହାର ବଢିବାର ସମ୍ଭାବନା ରହିଛି ।
ସମୀକ୍ଷା ବ୍ୟୁରୋ ପୁଣି ଥରେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାହା ହେଉଛି ଦିଲ୍ଲୀପ ବିଜେଡିକୁ ଫେରିବାର ପ୍ରାୟ ନିଶ୍ଚିତ। କାରଣରେ କୁହାଯାଇଛି ଯେ, ଦିଲ୍ଲାପ ତାଙ୍କର ଘନିଷ୍ଠ ବନ୍ଧୁ ବିଜୟ ମହାପାତ୍ରଙ୍କ ପ୍ରଚାର ପାଇଁ ଆସିଲେ ନାହିଁ। ଯେତେବେଳେ ସାଧାରଣ ନିର୍ବାଚନ ଚାଲିଥିଲା ସେତେବେଳେ ଦିଲ୍ଲୀପ ପାଟକୁରା ଆସି ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରିଥିଲେ। ମୁଁ ବିଜେପି ପାଇଁ ନୁହେଁ ବରଂ ବିଜୟଙ୍କ ପାଇଁ ପ୍ରଚାର କାର୍ଯ୍ୟ କରିବି ବୋଲି ଦିଲ୍ଲୀପ ଗଣମାଧ୍ୟମ ଆଗରେ କହିଥିଲେ। ହେଲେ ପରବର୍ତ୍ତି ସମୟରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଏବଂ ଫନି ବାତ୍ୟା ପାଇଁ ମଧ୍ୟ ନିର୍ବାଚନ ସ୍ଥଗିତ ରହିଲା। ହେଲେ ଯେତେବେଳେ ନିର୍ବାଚନ ହେଲା, ଦିଲ୍ଲୀପ ତାଙ୍କ କଥା ରଖି ଆଉ ବିଜୟଙ୍କ ପ୍ରଚାର ପାଇଁ ଆସିଲେ ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ ଦିଲ୍ଲୀପ ପୁଣି ଥରେ ବିଜେଡିକୁ ଫେରିବେ। ତେବେ…
ସୋନଭଦ୍ରା ଗୁଳିକାଣ୍ଡରେ 10 ଜଣଙ୍କର ପରଲୋକ ଘଟିଥିବା ବେଳେ ପ୍ରତ୍ୟେକ ମୃତକଙ୍କ ପରିବାର ନିମନ୍ତେ 10 ଲକ୍ଷର ସହାୟତା ରାଶି ଘୋଷଣା କରିଛି କଂଗ୍ରେସ । ଦଳୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗତକାଲି ପୀଡିତ ମାନଙ୍କୁ ଭେଟିବା ନିମନ୍ତେ ଯାଇଥିବା ବେଳେ ପୋଲିସ୍ ପ୍ରିୟଙ୍କାଙ୍କୁ ଅଟକାଇ ଥିଲା । ଏହାପରେ ପ୍ରିୟଙ୍କା ଗତକାଲି ମିର୍ଜାପୁରରେ ରାତ୍ରିଯାପନ କରିଥିଲେ । ସକାଳୁ ପ୍ରିୟଙ୍କା ପୁନର୍ବାର ପୀଡିତଙ୍କୁ ଭେଟିବାକୁ ଚାହୁଁଥିବା ବେଳେ ମାତ୍ର ଦୁଇ ଜଣ ପୀଡିତଙ୍କ ସହିତ ଭେଟିବାର ଅନୁମତି ପ୍ରଦାନ କରାଯାଇଥିଲା । ମିର୍ଜାପୁରରେ ଆନ୍ଦୋଳନ କରିବା ପରେ ପ୍ରିୟଙ୍କାଙ୍କୁ ପୁନର୍ବାର ଅଟକ ରଖିଥିଲା ପୋଲିସ୍ । ଶେଷରେ କଂଗ୍ରେସ ପକ୍ଷରୁ ମୃତ ଚାଷୀଙ୍କ ନିମନ୍ତେ 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିଲା ।
କଂଗ୍ରେସ ବିଶ୍ବ ବିଦ୍ୟାଳୟ ଅଡିଟ୍ ରିପୋର୍ଟ ଗୃହରେ ଦାଖଲ କରିବା ଦାବିରେ ହଟ୍ଟଗୋଳ କରିଛି । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ସବୁ ବିଶ୍ୱବିଦ୍ୟାଳୟ ଆକାଉଣ୍ଟ ଅଡିଟ ରିପୋର୍ଟ ଉପସ୍ଥାପନ ପାଇଁ ଦାବି କରିଛନ୍ତି । ଏଥିପାଇଁ ନିର୍ଦ୍ଦେଶ ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି ଦଳୀୟ ସଦସ୍ୟମାନେ ଗୃହରେ ହଙ୍ଗାମା କରିଛନ୍ତି । ଫଳରେ ଗୃହ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ପ୍ରଥମେ ୧୨ଟା ୫୦ ଓ ପରେ ୩ଟା ଯାଏ ମୁଲତବି ଘୋଷଣା କରିଛନ୍ତି ।
ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ କାର୍ଯ୍ୟ ସମ୍ପନ୍ନ ହୋଇ ଟ୍ରେନ୍ ଚଳାଚଳ କରିବା ଆଶା ଉଜ୍ଜ୍ବଳ ହୋଇଛି । ଆଜି ନୟାଗଡ଼-ମହିପୁର ମଧ୍ୟରେ ଟ୍ରାଏଲ୍ ଟ୍ରେନ୍ ଇଞ୍ଜିନ ଆରମ୍ଭ ହୋଇଛି । ପରୀକ୍ଷାମୂଳକଭାବେ ନୟାଗଡ଼ରୁ ମହିପୁର ପର୍ଯ୍ୟନ୍ତ ୧୨କିମି ଟ୍ରେନ ଇଞ୍ଜିନ ଚଲାଯାଉଥିବା ସୂଚନା ମିଳିଛି। ଏହାପରେ ଆସନ୍ତା ୨୫ରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଯାଞ୍ଚ ହେବା ପରେ ଟ୍ରେନ ଚଳାଚଳ କରିବା ସମ୍ଭାବନା ରହିଥିବା ଜଣାପଡ଼ିଛି । ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏହି କାର୍ଯ୍ୟ ସମ୍ପନ୍ନ ହୋଇପାରି ନଥିଲା। ଚଳିତ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ ପାଇଁ ୩୫୦କୋଟି ଟଙ୍କା ଅନୁଦାନ ମିଳିଛି ।
ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି । ଏହି ଆସନର ସମୁଦାୟ 309 ଟି ବୁଥରେ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ। ଅପରାହ୍ନ 1ଟା ସୁଦ୍ଧା 42 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି । ସେହିପରି 32ନମ୍ବର ବୁଥ୍ରେ ମଧ୍ୟରେ ଝଗଡା ହୋଇଥିବା ଜଣାପଡିଛି । କୁଶିଆପାଳ ବୁଥ୍ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମତଦାନ ବାଧାପ୍ରାପ୍ତ ହୋଇଛି ।
ପଶ୍ଚିମବଙ୍ଗ, ତ୍ରିପୁରା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ନାଗାଲାଣ୍ଡ ଆଦି ୬ଟି ରାଜ୍ୟରେ ରାଜ୍ୟପାଳ ବଦଳିଛନ୍ତି । ଆଜି ଏନେଇ ସୂଚନା ଆସିଛି । ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଜଗଦୀପ ଧନଖାରଙ୍କୁ ନିଯୁକ୍ତି ଦିଆଯାଇଛି । ରମେଶ ବୈଶଙ୍କୁ ତ୍ରିପୁରାର ରାଜ୍ୟପାଳ, ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ଆର୍. ଏନ୍. ରବି । ସେହିପରି ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ୟୁପିର ରାଜ୍ୟପାଳ ହୋଇଛନ୍ତି । ବିହାର ରାଜ୍ୟପାଳ ଲାଲାଜୀ ଟଣ୍ଡନ ମଧ୍ୟପ୍ରଦେଶ ରାଜ୍ୟପାଳ ହୋଇଛନ୍ତି । ସେହିପରି ଲାଲାଜୀ ଟଣ୍ଡନଙ୍କ ସ୍ଥାନ ନେଇ ଫଗୁ ଚୌହ୍ବାନ ବିହାରର ରାଜ୍ୟପାଳ ହୋଇଛନ୍ତି । ନିକଟରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଓ ଛତିଶଗଡ଼ର ରାଜ୍ୟପାଳ ଭାବେ ଅନୁସୂୟା ଉଇକ୍ ଓ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ କଲରାଜ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ହିମାଚଳ ପ୍ରଦେଶର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜୁରାଟର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।
ଭାରତ ବିଂଶତମ କାର୍ଗିଲ ବିଜୟ ଦିବସ ପାଳନ କରିବା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜମ୍ମୁ କଶ୍ମୀର ଗସ୍ତ କରିଛନ୍ତି । ରାଜନାଥ ସିଂହ ଆଜି ଦିନତମାମ ଜମ୍ମୁ କଶ୍ମୀରରେ ରହିବେ । ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ରାଜନାଥ ସିଂହଙ୍କ ସହିତ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ ମଧ୍ୟ ସାଥୀରେ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡ୍ରାସରେ ଥିବା ଯୁଦ୍ଧ ସ୍ମାରକ ପୀଠରେ ଶ୍ରଦ୍ଧାଞ୍ଜଳି ଦେବା ପରେ ଲଦାଖ ନିୟନ୍ତ୍ରଣ ରେଖା ପରିଦର୍ଶନ କରିଛନ୍ତି । ସେଠାରେ ମୁତୟନ ଥିବା ସେନା, ସୁରକ୍ଷା ଓ ସେନା ସାମଗ୍ରୀ ଉପରେ ରାଜନାଥ ସିଂହ ସମୀକ୍ଷା କରିବେ ।
ସମୀକ୍ଷା ବ୍ୟୁରୋ ସାରଥୀ ବାବାଙ୍କୁ ନେଇ ସାରା ଓଡିଶାରେ ତୁମ୍ବିତୋଫାନ ହୋଇଥିଲା। ବାବାଙ୍କ କାରନାମା ଜଣାପଡିବା ପରେ ପୋଲିସ ତାଙ୍କୁ ଗିରଫ ମଧ୍ୟ କରିଥିଲା। ଏସବୁ ସତ୍ବେ କେତେକ ଲୋକଙ୍କ ମନରୁ ବାବାଙ୍କ ପ୍ରତି ଥିବା ଭକ୍ତି ଭାବ ଏବେବି ହ୍ରାସ ଘଟି ନାହିଁ। ଦୀର୍ଘ ବର୍ଷର ନିରବତା ପରେ ପୁଣି ଥରେ ଏହି ଅନ୍ଧ ଭକ୍ତମାନେ ସାରଥୀ ବାବାଙ୍କ ପୂଜା ଆରମ୍ଭ କରିଛନ୍ତି। ସାରଥୀଙ୍କ ଫଟୋରେ ଫୁଲମାଳ ଦେଇ ଗ୍ରାମ୍ୟ ପରିକ୍ରମା ମଧ୍ୟ କରିଛନ୍ତି। ଏହି ଘଟଣାଟି ବାଲେଶ୍ବର ଜିଲ୍ଲାର ଏକ ଗ୍ରାମରେ ଘଟିଛି। କେନ୍ଦ୍ରାପଡା, ଜଗତସିଂପୁର ଏବଂ ବାଲେଶ୍ବରର କେତେକ ଭକ୍ତ ଗତକାଲି ସେଠାରେ ଏକାଠି ହୋଇଥିଲେ। ସାରଥୀଙ୍କ ଫଟୋରେ ପୂଜାଅର୍ଚ୍ଚନା କରିବା ପରେ ସତସଂଗର ମଧ୍ୟ ବ୍ୟବସ୍ଥା କରିଥିଲେ। ସ୍ଥାନୀୟ ଲୋକେ ଏ ଖବର ଜାଣିବା ପରେ ସେମାନଙ୍କୁ ଏଥିରୁ ନିବୃତ ରହିବା ପାଇଁ ଅନୁରୋଧ କଲେ। ହେଲେ ସେମାନେ ନ ଶୁଣିବାରୁ ପୋଲିସଙ୍କୁ ଖବର ଦେଲେ।…
ଆଜି ବିଧାନସଭାରେ ଖଦି ଓ ମହୁଚାଷ ଦୁର୍ନୀତି ପ୍ରସଙ୍ଗ ଉଠାଇଛି ବିରୋଧୀ ଦଳ ବିଜେପି । ଖଦି ଜିନିଷ କିଣାବିକା ଓ ମହୁଚାଷରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି । ଆଜି ଶୂନ୍ୟକାଳରେ ଖଦି ଓ ମହୁଚାଷ ଦୁର୍ନୀତି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା କହିଛନ୍ତି ଯେ ଖଦି ବୋର୍ଡକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୮୬ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ମିଥ୍ୟା ବିଲ୍ ଦିଆଯାଇ ଟଙ୍କାକୁ ଆତ୍ମସାତ କରାଯାଇଛି। ସେହିରି ତିନି ବର୍ଷରେ ୧୨ ଶହ ମହୁ ଚାଷୀଙ୍କୁ ତାଲିମ ଦିଆଯାଇଥିବା ତଥ୍ୟ ମଧ୍ୟ ଭୁଲ ଅଟେ । କମ୍ ଲୋକଙ୍କୁ ତାଲିମ ଦିଆଯାଇଛି କିନ୍ତୁ ଅଧିକ ସଂଖ୍ୟା ଦର୍ଶାଯାଇଛି । ସେହିପରି ୧୪୮୦ ମହୁ ଚାଷୀଙ୍କୁ ୨୪୦୦ ମହୁ ବାକ୍ସ ଦିଆଯାଇଛି । କୋଟେସନ୍ ପାଇଁ ଚାଷୀଙ୍କ ଠାରୁ ହଜାରେ ଟଙ୍କା ନିଆଯିବା…
ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି । ଏହି ଆସନର ସମୁଦାୟ 309 ଟି ବୁଥରେ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ। ଅପରାହ୍ନ 1ଟା ସୁଦ୍ଧା 42 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି । 10 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 2 ଲକ୍ଷ 44 ହଜାର 747 ଜଣ ଭୋଟର ନିଜର ମତପ୍ରକାଶ କରିବେ । ଅପରାହ୍ନରେ ଭୋଟ ହାର ବଢିବାର ସମ୍ଭାବନା ରହିଛି ।
ପାକିସ୍ତାନ ପକ୍ଷରୁ ହାଫିଜ୍ ସଇଦ୍କୁ ଗିରଫ କରାଯାଇଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା । ଏହି ଗିରଫଦାରୀ କୌଣସି ଫରକ ପକାଇବ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ପୂର୍ବରୁ ପାକିସ୍ତାନ ପକ୍ଷରୁ ହାଫିଜ୍କୁ ଅନେକ ଥର ଗୃହବନ୍ଦୀ ଭାବରେ ରଖାଯାଇଥିଲେ ମଧ୍ୟ ଏହା କୌଣସି ପ୍ରଭାବ ପକାଇନାହିଁ । ହାଫିଜ୍ ନିଜର ଆତଙ୍କୀ କାର୍ଯ୍ୟକଳାପ ପୂର୍ବପରି ଜାରି ରଖିଛି । ହଫିଜ୍ ଗୃହବନ୍ଦୀ ଅବସ୍ଥାରେ ରହିଥିବା ବେଳେ 2001 ମସିହାରେ ସଂସଦ ଉପରେ ଆକ୍ରମଣ ଏବଂ 2008 ମସିହାରେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ରହିଥିଲା । ଜଣେ ଆତଙ୍କବାଦୀ ଗୃହବନ୍ଦୀ ଅବସ୍ଥାରେ ରହି ଅନ୍ୟ ଦେଶ ଉପରେ ଆକ୍ରମଣର ଯୋଜନା କରି ପାରୁଥିବା ବେଳେ ଗିରଫ କିଭଳି ଭାବରେ ଫରକ ପକାଇବ ବୋଲି ଆମେରିକା ପକ୍ଷରୁ ପ୍ରଶ୍ନ କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଗସ୍ତ ପୂର୍ବରୁ ଏହି ମତ ଦେଇ…
ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ତାମିଲନାଡୁର ୧୪ଟି ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) । ମିଳିଥିବା ସୂଚନା ଅନୁସାରେ ଏହି ଚଢାଉରେ ତାମିଲନାଡୁର ୪ଟି ଜିଲ୍ଲା (ତିରୁନେଲବେଲି, ମଦୁରାଇ, ରାମନାଥପୁରମ୍ ଓ ଚେନ୍ନାଇ) ପ୍ରମୁଖ ଅଞ୍ଚଳରେ ଚଢାଉ କରାଯାଇଛି । ଅଂସାରୁଲ୍ଲା ଆତଙ୍କବାଦୀ ସଂଗଠନରେ ଜଡିତ ଥିବା ଠିକଣାଗୁଡ଼ିକରେ ଏହି ଚଢାଉ କରାଯାଇଛି । ଇସଲାମିକ୍ ଆତଙ୍କୀ ମୋଡଲ୍ ପାଇଁ ଅର୍ଥଯୋଗାଣ ବ୍ୟବସ୍ଥା ଅଭିଯୋଗରେ ଏନ୍ଆଇଏ ୧୬ଜଣଙ୍କୁ ଗିରଫ ମଧ୍ୟ କରିଥିଲେ । ଏନ୍ଆଇଏ ତରଫରୁ କୁହାଯାଇଛି ଏହି ସଙ୍ଗଠନ ଅର୍ଥ ଏକାଠି କରି ଭାରତରେ ଆକ୍ରମଣ କରିବା ଯୋଜନାରେ ରହିଥିଲେ । ଚଢ଼ଉ ବେଳେ ୯ଟି ମୋବାଇଲ, ୧୫ଟି ସିମ୍ କାର୍ଡ, ୭ ମେମୋରୀ ଚିଫ୍, ୩ ଲାପଟପ୍, ୫ ହାର୍ଡ ଡିସ୍କ, ୬ ପେନ୍ ଡ୍ରାଇଭ୍, ୨ ଟ୍ୟାବ୍ଲେଟ୍ ଓ ୩ଟି ସିଡି ଜବତ କରିଛି । ଏହା ସହିତ ମ୍ୟାଗାଜିନ୍, ବେନର୍ସ, ନୋଟିସ୍…
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁରର ସାଂସଦ ଆଜମ ଖାନ ନିଜ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ଆଜମ୍ ଖାନ୍ ଦେଶରେ ଚାଲିଥିବା ଭିଡତନ୍ତ୍ର ବା ମୁବ୍ ଲିଚିଂ ମାମଲାକୁ ନେଇ ବୟାନ, ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାକୁ ଆସିଛି । ଆଜମ ଖାନ ମୁବ୍ ଲିଚିଂ ଘଟଣା ଗୁଡିକୁ ନେଇ କହିଛନ୍ତି ଯେ, ଏହା ହେଉଛି ୧୯୪୭ମସିହା ପରଠାରୁ ମୁସଲମାନଙ୍କୁ ମିଳିଥିବା ଦଣ୍ଡ । ଆଜମ କହିଛନ୍ତି ଆମର ପୂର୍ବପୁରୁଷମାନେ ପାକିସ୍ତାନ କାହିଁକି ଗଲେନି ? ଏହା ମୌଲାନା ଆଜାଦ, ଜବାହାରଲଲ ନେହେରୁ, ମହାତ୍ମା ଗାନ୍ଧୀଙ୍କୁ ପଚାରିବା ଦରକାର । ମୁସଲମାନଙ୍କ ସରୁକ୍ଷା ପାଇଁ ଏହିମାନେ ପ୍ରତିଶ୍ରୁତି ଦେଇଥିଲେ । ବାପୁ ମଧ୍ୟ ମୁସଲମାନଙ୍କୁ ଏ ଦେଶ ତାଙ୍କର ବୋଲି କହିଥିଲେ । ୧୯୪୭ ବିଭାଜନରେ ମୁସଲମାନ ଭାଗିଦାରୀ ନଥିଲେ ନାହିଁ ଦୋଷ ଥିଲେ, କିନ୍ତୁ ତାଙ୍କୁ ଏବେ ଏଥିପାଇଁ ସଜ୍ଜା ମିଳୁଛି । ପାକିସ୍ତାନ…
ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି । ଏହି ଆସନର ସମୁଦାୟ 309 ଟି ବୁଥରେ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ। ସକାଳ 11ଟା ସୁଦ୍ଧା 26 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି । 10 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 2 ଲକ୍ଷ 44 ହଜାର 747 ଜଣ ଭୋଟର ନିଜର ମତପ୍ରକାଶ କରିବେ । ଅପରାହ୍ନରେ ଭୋଟ ହାର ବଢିବାର ସମ୍ଭାବନା ରହିଛି ।

