Author: Samikhsya Bureau

ନୟାଗଡ଼ ଦଶପଲ୍ଲାରେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଉପ କାରାଗାର ସ୍ଥାନାନ୍ତରକୁ ପ୍ରତିବାଦରେ କମିଟି ପକ୍ଷରୁ ଏନଏଚ 57 ରେ ଧାରଣା ଦିଆଯାଇଛି । ଫଳରେ ଗାଡ଼ି ଚଳାଚଳ ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲାସ୍ଥିତ ସବ୍ ଜେଲ ବା ଉପକାରାଗାର ସ୍ଥାନାନ୍ତରକୁ ପ୍ରତିବାଦ କରି ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 12 ଘଣ୍ଟିଆ ଦଶପଲ୍ଲା ବନ୍ଦ ପାଳନ ହେଉଛି । 1910 ମସିହା ବ୍ରିଟିଶ ଶାସନ କାଳରୁ ପ୍ରତିଷ୍ଠିତ ହୋଇଥିବା ଉପକାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନିଷ୍ପତିକୁ ପ୍ରତିବାଦ କରାଯାଇଛି । ଫଳରେ କ୍ରିୟାନୁଷ୍ଠାନ କମିଟି ଧାରଣାରେ ବସିଛି । ଉକ୍ତ ରାଜପଥରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ବନ୍ଦ ପ୍ରଭାବରେ ଦଶପଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

Read More

କେଦାର ମିଶ୍ର ମିତ୍ରଭାନୁ ଗଉନ୍ତିଆର କଥା, ପ୍ରଭୂଦତ୍ତ ପ୍ରଧାନ କରିଲୋ ସୁର ଅତୋ ସୁନ୍ଦୋର ଗୀତୋ ତୋମାର ଭାଷାୟେ ଶୂନାବୋ ନା କି ଗୋ…… ଏ ସଂଳାପ ସହିତ ନୂଆ ଏକ ଇତିହାସ ସୃଷ୍ଟି ହୋଇଛି। ବଙ୍ଗଳା ସିନେମାରେ ରଙ୍ଗବତୀ ଗୀତର ସ୍ଵରକୁ କେବଳ ଉପସ୍ଥାପନ କରାଯାଇନାହିଁ ବରଂ ଏ ଗୀତ ମାଧ୍ୟମରେ ଓଡିଶା ଓ ବଙ୍ଗଳାର ସାଂସ୍କୃତିକ ସମନ୍ବୟକୁ ଚମତ୍କାର ଶୈଳୀ ରେ ବଙ୍ଗଳା ଦର୍ଶକଙ୍କ ପାଖରେ ପହଞ୍ଚାଯାଇଛି। ପ୍ରାୟ ସାଢେ ଚାରି ମିନିଟର ଏହି ଗୀତଟି ଏବେ ୟୁ-ଟ୍ୟୁବରେ ଭାଇରାଲ ହେବା ଆରମ୍ଭ କରିଛି। ଏହା ରଙ୍ଗବତୀ ଗୀତର ରିମେକ ବା ରାପ ନୁହଁ, ବରଂ ଏକ ମହାନ ଗୀତ ପ୍ରତି ବଙ୍ଗଳା ସିନେମାର ଶ୍ରଦ୍ଧା ଓ ଭଲ ପାଇବା। କେହି କଣ କେବେ ସ୍ଵପ୍ନରେ ଚିନ୍ତା କରିଥିବେ ଯେ ବଙ୍ଗଳା ସିନେମାରେ ଦିନେ ସମ୍ବଲପୁରୀ ଗୀତ ରଙ୍ଗବତୀର ଜୟଜୟକାର ଶୁଭିବ? କେହି କଣ କଲ୍ପନା କରିଥିବେ ଯେ…

Read More

ଭାରତର ପଡୋଶୀ ରାଷ୍ଟ୍ର ନେପାଳରେ ବର୍ଷା ଯୋଗୁଁ ବନ୍ୟାରେ ନଦୀକୂଳିଆ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରିପୋର୍ଟ ଅନୁସାରେ ବନ୍ୟା ଯୋଗୁଁ ରବିବାର ସୁଦ୍ଧା 65 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 30 ଜଣ ନିଖୋଜ ଅଛନ୍ତି । ସେହିପରି 38 ଜଣ ଲୋକ ଆହତ ହୋଇଛନ୍ତି । ନେପାଳ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ଉଦ୍ଧାରକାରୀ ଟିମ ବନ୍ୟା ପୀଡ଼ିତଙ୍କୁ ଉଦ୍ଧାର କରୁଛନ୍ତି । ଲଲିତପୁରରେ, କାଠମାଣ୍ଡୁ, କୋଠାଙ୍ଗ, ଭୋଜପୁର, କାଭରେ, ମକୱାନପୁର, ସିନ୍ଧୁଲ, ଧାଡିଙ୍ଗ, ଇଲାମ, ଝପା, ଓଖାଳଡୁଙ୍ଗା, ସୁନସାରି, ବାରା, ପାର୍ସା, ରାମଛପ ଏବଂ ଚିତୱାନ ଜିଲ୍ଲାରେ ଜଣେ ଲୋକଙ୍କର ପ୍ରାଣହାନୀ ଘଟିଛି । 22 ଟି ଜିଲ୍ଲାରୁ 1146 ଜଣଙ୍କୁ ଉଦ୍ଧାର କରାଯାଇଛି ।

Read More

ବୈଷୟିକ ତ୍ରୁଟି ଯୋଗୁଁ ବାଧାପ୍ରାପ୍ତ ହୋଇଛି ଭାରତର ଚନ୍ଦ୍ର ଅଭିଯାନ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଭୋର ୨.୫୧ ସମୟରେ ଉତ୍‌କ୍ଷେପଣ କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଶେଷ ମୂହୂର୍ତ୍ତରେ ବୈଷୟିକ କାରଣରୁ ଏହାକୁ ସାମୟିକ ଭାବରେ ବାତିଲ କରାଯାଇଛି। ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ) ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି। ବୈଷୟିକ ତ୍ରୁଟି ସୁଧାରିବା ପରେ ଖୁବ୍‌ ଶୀଘ୍ର ନୂତନ ଉତ୍‌କ୍ଷେପଣ ତାରିଖ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ ଏକ ଟ୍ବିଟ୍‌ରେ କୁହାଯାଇଛି। ଉତ୍‌କ୍ଷେପଣର ୫୬ ମିନିଟ୍‌ ପୂର୍ବରୁ ଇସ୍ରୋ ପକ୍ଷରୁ ଏହାକୁ ରୋକାଯାଇଥିଲା। ଉତ୍‌କ୍ଷେପଣ ନିମନ୍ତେ ବ୍ୟବହୃତ ହେବାକୁ ଥିବା ରକେଟ୍‌ରେ ଯାନ୍ତ୍ରିକ ସମସ୍ୟାକୁ ନେଇ ଉତ୍‌କ୍ଷେପଣ ବନ୍ଦ ରଖାଯାଇଛି। ଆସନ୍ତା କିଛି ସପ୍ତାହ କିମ୍ବା କିଛି ମାସ ମଧ୍ୟରେ ଏହାକୁ ପୁନର୍ବାର ଉତ୍‌କ୍ଷପଣ କରାଯିବ ବୋଲି ଇସ୍ରୋ ମୁଖ୍ୟ କେ ଶିବନ୍‌ ପ୍ରକାଶ କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଆଜି କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସ ଠାରେ ୨୦୧୯ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏହି  ମ୍ୟାଚ ଘରୋଇ ଇଂଲଣ୍ଡ ଦଳ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାରେ ନିଷ୍ପତି ନେଇଥିଲେ। କିନ୍ତୁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ଟି ମୂଲ୍ୟବାନ ୱିକେଟ ହରାଇ ସଂଗ୍ରହ କରିଥିଲା ୨୪୧ ରନ। ତେଣୁ ୱିଲିଯମସନଙ୍କ ଦଳ ଇଂଲଣ୍ଡକୁ ୨୪୨ରନର ଲକ୍ଷ୍ୟ ପ୍ରଦାନ କରିଥିଲା । ଯଦିବା ଏହା ଏକ ଛୋଟ ଲକ୍ଷ୍ୟ ଥିଲା ତଥାପି ଇଂଲଣ୍ଡ ଦଳ ଏହି ମ୍ୟାଚକୁ ଜିତିବା ପାଇଁ ସଂପୂର୍ଣ୍ଣ ଶକ୍ତି ଲଗାଇଥିଲା। କାରଣ ନ୍ୟୁଜିଲାଣ୍ଡ ଦଳର ବୋଲିଂ ବିଭାଗ ଆଗରେ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୪୧ରନ ସଂଗ୍ରହ କରିବାରେ ସକ୍ଷମ ହୋଇପାରିଥିଲା। ଉଭୟ ଦଳ ସମାନ ସଂଖ୍ୟକ ରନ କରିଥିବାରୁ ଆଇସିସି ନିୟମ ଅନୁଯାୟୀ ମ୍ୟାଚଟି ପୁନର୍ବାର ସୁପର ଓଭର ମାଧ୍ୟମରେ…

Read More

ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଆଜି ସନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ବାଣପୁର ବାଲୁଗାଁ ରାସ୍ତାର ଅନ୍ତରକିଆରୀ ଛକ ଠାରେ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଭୁବନେଶ୍ଵର ଶିରିପୁର ଅଞ୍ଚଳର ସୁକାନ୍ତ ଦେହୁରୀ ନାମକ ଜଣେ ଯୁବକ କିଛି ବର୍ଷ ହେଲା ବାଣପୁରର ବିଭିନ୍ନ ଟେଣ୍ଟ ହାଉସରେ କାମ କରି ଆସୁଥିଲେ। ତାଙ୍କର କିଛି ମଜୁରୀ ଟଙ୍କା କୌଣସି ଏକ ମାଲିକ ପାଖରେ ବାକି ରହିଯାଇଥିଲା। ବାକି ଟଙ୍କା ପାଇବା ଆଶାରେ ସୁକାନ୍ତ ଭୁବନେଶ୍ଵରରୁ ବାଣପୁର ଆସିଥିଲେ। ସୁକାନ୍ତ ସାଙ୍ଗରେ ଆଣିଥିବା ତାଙ୍କ ସ୍ତ୍ରୀ ଏବଂ ତିନି ବର୍ଷର ଶିଶୁକୁ ନେଇ ଅଟୋରେ ବାଲୁଗାଁ ରେଲୱେ ଷ୍ଟେସନକୁ ଫେରୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅଟୋଟି ଅନ୍ତରକିଆରୀ ଛକ ନିକଟରେ ଲେଉଟି ପଡିବାରୁ ତାଙ୍କ ଝିଅ ଶୁଭଶ୍ରୀ ଦେହୁରୀର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

Read More

ଆଜି କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସ ଠାରେ ୨୦୧୯ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି  ମ୍ୟାଚ ଘରୋଇ ଇଂଲଣ୍ଡ ଦଳ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ଦୁଇ ଦଳ ମଧ୍ୟରୁ ଯେଉଁ ଦଳ ବିଜୟ ଲାଭ କରିବ, ସେହି ଦଳ ହିଁ  ପ୍ରଥମ ଥର ପାଇଁ ବିଶ୍ଵ ଚମ୍ପିୟାନ ହେବାରେ ଗୌରବ ଲାଭ କରିବ। ନ୍ୟୁଜିଲାଣ୍ଡ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାରେ ନିଷ୍ପତି ନେଇଥିଲେ। କିନ୍ତୁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ଟି ମୂଲ୍ୟବାନ ୱିକେଟ ହରାଇ ସଂଗ୍ରହ କରିଛି ୨୪୧ ରନ। ତେଣୁ ଇଂଲଣ୍ଡ ପାଇଁ ୨୪୨ରନର ଲକ୍ଷ୍ୟ ପ୍ରଦାନ କରିଛି ୱିଲିଯମସନଙ୍କ ଦଳ। ଯଦିବା ଏହା ଏକ ଛୋଟ ଲକ୍ଷ୍ୟ ତଥାପି ଇଂଲଣ୍ଡ ଦଳ ଏହି ମ୍ୟାଚକୁ ଜିତିବା ପାଇଁ ସଂପୂର୍ଣ୍ଣ ଶକ୍ତି ଲଗାଇବ। କାରଣ ନ୍ୟୁଜିଲାଣ୍ଡ ଦଳର ବୋଲିଂ ବିଭାଗ ବହୁତ ଉଚ୍ଚକୋଟିର। ସେମିଫାଇନାଲ ମ୍ୟାଚରେ ଏହି ଦଳ ଶକ୍ତିଶାଳୀ ଭାରତକୁ ୨୨୧ରନରେ…

Read More

ଉତ୍ତରଖଣ୍ଡର ଡେରାଡୁନରେ ରବିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାଲସୀ-ଚକରତା ମୋଟର ମାର୍ଗରେ ଥିବା ଚାମଡ ଖୀଲ ନିକଟରେ ଏକ ପର୍ଯ୍ୟଟକ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି। ଫଳରେ ଏଥିରେ ଥିବା ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଏଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ମାତ୍ର ଦୁଇଟି ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ସ୍ଥାନୀୟଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ କଲସୀ ପୁଲିସ ଏବଂ ଏସଡିଆରଏଫ୍ ଟିମ୍ ପହଞ୍ଚି ଘାଟି ମଧ୍ୟରୁ ମୃତଦେହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡିର ନମ୍ବର ପ୍ଳେଟ୍ ଅନୁସାରେ କାରଟି ହରିୟାଣା ବୋଲି ଜଣାପଡିଛି।

Read More

ଭାରତୀୟ ରିଜର୍ଭ ବ୍ୟାଙ୍କ ଦୃଷ୍ଟିହୀନମାନଙ୍କ ପାଇଁ ନୋଟ ଚିହ୍ନିବାକୁ ଏକ ମୋବାଇଲ ଆପ୍‌ ଆଣୁଛନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ବହୁଳ ମାତ୍ରାରେ ଦେଣନେଣକୁ ଦେଖି ଏଭଳି ନିଷ୍ପତି ନେଇଛନ୍ତି । ରିଜର୍ଭ ବ୍ୟାଙ୍କ କହିଛନ୍ତି କି, ଦୃଷ୍ଟିହୀନ ଲୋକ କିପରି ନୋଟ ଚିହ୍ନି ପାରବେ ତାହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେବେ ବର୍ତମାନର ନୋଟରେ ଦୃଷ୍ଟିହୀନଙ୍କୁ ସାହାଯ୍ୟ କରିବା ପାଇଁ ଇଣ୍ଟିଗ୍ଲିଓ ପ୍ରିଣ୍ଟିଙ୍ଗ ଆଧାରିତ ଚିହ୍ନ ଦିଆଯାଇଛି । ଏତଦ୍ ବ୍ୟତୀତ ବ୍ୟାଙ୍କ ଏବେ ଏକ ମୋବାଇଲ ଆପ୍ ବିକଶିତ କରିବା ପାଇଁ ୱେଣ୍ଡର ଆପ୍ ଖୋଜୁଛନ୍ତି । ଏହି ଆପ୍ ମହାତ୍ମା ଗାନ୍ଧୀ ସିରିଜ ନୋଟକୁ ଚିହ୍ନିବା ପାଇଁ ସକ୍ଷମ ହେବ । ଏଭଳି କରିବା ପାଇଁ ଉକ୍ତ ବ୍ୟକ୍ତିଙ୍କୁ ନୋଟର ମୋବାଇଲ କ୍ୟାମେରାରେ ଏକ ଫଟୋ ଉଠାଇବାକୁ ପଡିବ । ଯଦି ନୋଟର ଫଟୋ ଠିକ୍ ଭାବରେ ଉଠାଯାଇଥିବ ତେବେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଅଡିଓ ନୋଟିଫିକେଶନ ମାଧ୍ୟମରେ…

Read More

ଚଳିତ ବିଶ୍ବକପ୍‌ରୁ ଭାରତୀୟ ଦଳ ସେମି ଫାଇନାଲରେ ଅପ୍ରତ୍ୟାଶିତ ଭାବେ ପରାଜିତ ହୋଇ ଅଭିଯାନ ଶେଷ କରିଥିଲା । ଚାରି ନମ୍ବର ସ୍ଥାନର ଖେଳାଳିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିସିସିଆଇକୁ ସମାଲୋଚନା କରିଛନ୍ତି ଯୁବରାଜ ସିଂହ । ବିସିସିଆଇ ଏବଂ ଟିମ୍ ମ୍ୟାନେଜମେଣ୍ଟ ଉପରେ ବର୍ଷିଛନ୍ତି ଯୁବି । ନିକଟରେ କ୍ରିକେଟରୁ ଅବସର ନେଇଥିବା ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ କହିଛନ୍ତି ଯେ, ମ୍ୟାନେଜମେଣ୍ଟକୁ ଉକ୍ତ ସ୍ଥାନ ପାଇଁ ଏକ ଭଲ ବିକଳ୍ପ ଖୋଜିବାର ଥିଲା । ପ୍ରାରମ୍ଭିକ ଭାବରେ ରାୟୁଡୁଙ୍କୁ ବାଦ ଦିଆଯାଇଥିଲା ମାତ୍ର ଜଣେ ଧଓ୍ବନ୍‌ ଆହତ ହେବା ପରେ କାର୍ତ୍ତିକଙ୍କୁ ଖେଳାଇବା କିମ୍ବା ରାୟୁଡୁଙ୍କୁ ସାମିଲ କରାଯିବା ନିଷ୍ପତ୍ତି ଆଶ୍ଚର୍ଯ୍ୟ ଜନକ ଥିଲା ବୋଲି ଯୁବି କହିଛନ୍ତି । ରାୟୁଡୁ ଅବସର ନେଇଥିବା ବେଳେ କାର୍ତ୍ତିକଙ୍କୁ ଉପଯୁକ୍ତ ସୁଯୋଗ ମିଳିନଥିଲା । ଭାରତୀୟ ଦଳ ବର୍ତ୍ତମାନର ବିଫଳତାକୁ ଭୁଲି ଆଗକୁ ବଢିବା ଉଚିତ୍‌ ବୋଲି…

Read More

ଆଇଏସ୍‌ ଲିଙ୍କ ସନ୍ଦେହରେ ତାମିଲନାଡୁର ୪ଟି ସ୍ଥାନରେ ସର୍ଚ୍ଚ ଅପରେସନ୍‌ ଜାରି କରିଛି। ଗତ ମାସରେ କୋଏମ୍ବାଟୋରରେ ଗିରଫ ହୋଇଥିବା ୬ ଜଣଙ୍କ ନିକଟରୁ ମିଳିଥିବା ସୂଚନା ଆଧାରରେ ଏନ୍‌ଆଇଏ ପକ୍ଷରୁ ଏହି ଚଢାଉ କରାଯାଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ରବିବାର ସକାଳୁ ଏନ୍‌ଆଇଏର ଚାରିଟି ଟିମ୍‌ ସ୍ଥାନୀୟ ପୋଲିସ୍‌ ସହାୟତାରେ ଚେନ୍ନାଇର ଦୁଇଟି ଏବଂ ନାଗାପଟ୍ଟିନମ୍‌ର ଦୁଇଟି ସ୍ଥାନରେ ଚଢାଉ କରାଯାଇଥିଲା। ଏକ ମୁସ୍‌ଲିମ୍‌ ସଙ୍ଗଠନ ଓ୍ବାହାଦତ୍‌ ଏ ଇସ୍‌ଲାମ ଉପରେ ମଧ୍ୟ ଏନ୍‌ଆଇଏ ପକ୍ଷରୁ ଚଢାଉ କରାଯାଇଥିଲା। ଗିରଫ ହୋଇଥିବା ୬ଜଣଙ୍କର ଶ୍ରୀଲଙ୍କା ଇଷ୍ଟର ବିସ୍ଫୋରଣ ସହ ସମ୍ପର୍କ ରହିଥିବା ସମ୍ପର୍କରେ ଏନ୍‌ଆଇଏ ପକ୍ଷରୁ କୁହାଯାଇଛି।

Read More

ଜନ୍‌ ଆବ୍ରାହମ ଅଭିନୀତ ଫିଲ୍ମ ସତ୍ୟମେବ ଜୟତେ ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର ଘୋଷିତ ହୋଇଥିବା ବେଳେ ଏହି ଫିଲ୍ମର ସିକ୍ବେଲ୍‌ ୨୦୨୦ରେ ରିଲିଜ୍‌ ହେବାକୁ ଯାଉଛି। ଜନ୍‌ ଆବ୍ରାହାମ୍‌ଙ୍କ ଫିଲ୍ମ ବାଟ୍‌ଲା ହାଉସ୍‌ର ଟ୍ରେଲରକୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ନିକଟରେ ଫିଲ୍ମର ନିର୍ଦ୍ଦେଶକ ମିଲାପ ମିଲନ ଜାଭେରୀ ସତ୍ୟମେବ ଜୟତେର ଦ୍ବିତୀୟ ଭାଗ ନିର୍ମାଣ ପାଇଁ ଘୋଷଣା କରିଛନ୍ତି। ମିଲାପ୍‌ ବର୍ତ୍ତମାନ ମରଜାଓ୍ବାଁର ସୁଟିଂରେ ବ୍ୟସ୍ତ ଅଛନ୍ତି। ନଭେମ୍ବରରେ ମରଜାଓ୍ବାଁର ସୁଟିଂ ଶେଷ ହେବା ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ। ଜନ୍‌ଙ୍କ ଫିଲ୍ମ ବାଟ୍‌ଲା ହାଉସ୍‌ ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଯାଉଛି। ଏହାପରେ ଜନ୍‌ ଆଟାକ୍‌ର ସୁଟିଂ ଆରମ୍ଭ କରିଛନ୍ତି।

Read More

କ୍ରିକେଟ ମହାକୁମ୍ଭ ବିଶ୍ଵକପର ଅନ୍ତିମ ଲଢେଇ ପାଇଁ ପ୍ରସ୍ତୁତ ହୋଇଛନ୍ତି ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ । ରବିବାର ଲର୍ଡ୍ସରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । କାଗଜ କଲମରେ ଇଂଲଣ୍ଡ ଅଧିକ ଶକ୍ତିଶାଳୀ ମନେ ହେଉଥିଲେ ହେଁ କିଓ୍ବି ବ୍ୟାଟ୍ଦମ୍ୟାନ୍‌ ତଥା ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ମ୍ୟାଚ୍‌ ଓଲଟପାଲଟ କରିବାର କ୍ଷମତା ରଖନ୍ତି । ଉଭୟ ଦଳ ନିଜ ନିଜର ସେମିଫାଇନାଲ୍‌ର ଏକାଦଶରେ କୌଣସି ପରିବର୍ତ୍ତନ କରି ନାହାନ୍ତି । ନ୍ୟୁଜିଲାଣ୍ଡ କିମ୍ବା ଇଂଲଣ୍ଡ ଆଦୌ ବିଶ୍ଵକପ ଜିତି ନାହାନ୍ତି । ତେଣୁ ଚଳିତ ବିଶ୍ଵକପରେ ଏକ ନୂଆ ଟିମ୍‌ ଚାମ୍ପିୟନ ଆଖ୍ୟା ଅର୍ଜନ କରିବ।

Read More

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଦ୍ବିତୀୟ ଚନ୍ଦ୍ରଯାନ ଅଭିଯାନ ‘ଚନ୍ଦ୍ରଯାନ-୨’ ପାଇଁ ରବିବାର ସକାଳ ୬ଟା ୫୧ରୁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଆଜି ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ଉତ୍‌କ୍ଷେପଣ କରାଯିବ। ପ୍ରାୟ ହଜାର କୋଟି ଖର୍ଚ୍ଚରେ ହେଉଥିବା ଏହି ମିଶନରେ ଜିଏସଏଲଭି ଏମକେ-୩ ରକେଟ ଜରିଆରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ କରାଯିବ। ଏଥିରେ ୩ଟି ମଡ୍ୟୁଲ ଆର୍ବିଟର, ଲ୍ୟାଣ୍ଡର(ବିକ୍ରମ) ଏବଂ ରୋଭର(ପ୍ରଜ୍ଞାନ) ରହିବେ। ଇସ୍ରୋ ସୂଚନା ମୁତାବକ, ଅଭିଯାନ ସମୟରେ ଆର୍ବିଟରଟି ଚନ୍ଦ୍ରର କକ୍ଷପଥରେ ରହିବ ଏବଂ ଧୀରେ ଧୀରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବସ୍ଥାନ କରିବ। ଚନ୍ଦ୍ରପୃଷ୍ଠରେ ଏହା ପହଞ୍ଚିବା ପରେ ରୋଭର ପ୍ରଜ୍ଞାନକୁ ମୁତୟନ କରାଯିବ। ଚନ୍ଦ୍ରଯାନ-୨ ଜରିଆରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ପ୍ରକାଶ କରିଛନ୍ତି। ପ୍ରଥମ ଦେଶ ଭାବରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାର ରେକର୍ଡ ହାସଲ କରିବାକୁ ଯାଉଛି।

Read More

ଭାରତ ଏବଂ ପାକ ମଧ୍ୟରେ କର୍ତ୍ତାରପୁର କରିଡରକୁ ନେଇ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଥିଲା । ଏହି ଆଲୋଚନାରେ କର୍ତ୍ତାରପୁର ପ୍ରକଳ୍ପ ପୁନର୍ବାର ଆରମ୍ଭ କରିବା ପାଇଁ ଇଚ୍ଛୁକ ଥିବା ସମ୍ପର୍କରେ ପାକ୍‌ ପକ୍ଷରୁ ପ୍ରକାଶ ପାଇଛି । ରବିବାର ସକାଳୁ ଭାରତର ଏକ ପ୍ରତିନିଧି ଦଳ ପହଞ୍ଚି ପାକିସ୍ତାନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଗୁରୁ ନାନକଙ୍କ 550 ତମ ଜନ୍ମ ଦିବସ ଅବସରରେ କର୍ତ୍ତାରପୁର ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଭାରତ ପକ୍ଷରୁ ଏହି ରାସ୍ତା ଖୋଲାଯାଇଛି । ଯାତ୍ରୀଙ୍କ ପାଇଁ ଭାରତ ପକ୍ଷରୁ ଏକ ପୋଲ ନିର୍ମାଣ କରାଯାଇଥିବା ବେଳେ ପାକିସ୍ତାନ ପକ୍ଷରୁ ମଧ୍ୟ ଯାତ୍ରୀଙ୍କ ନିମନ୍ତେ ସମାନ ବ୍ୟବସ୍ଥା କରାଯିବ ବୋଲି ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି । କର୍ତ୍ତାରପୁର କରିଡର ନିର୍ମାଣ ସମ୍ପର୍କରେ ଆଲୋଚନା କରୁଥିଲେ ହେଁ ଏଥିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

Read More

ପାଣାଜୀରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତିକ ଭାରତୀୟ ଫିଲ୍ମ ଫେଷ୍ଟିଭାଲର ଅଧ୍ୟକ୍ଷତା କରିବେ ଓସ୍କାର କମିଟି ଅଧ୍ୟକ୍ଷ ଜନ୍‌ ବେଲୀ। ରବିବାର ଆଇଏଫଏଫ୍‌ଆଇ ୨୦୧୯ର ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର। ପାଣାଜୀରେ ଅନୁଷ୍ଠିତ ଏହି ବୈଠକରେ ଜାଭଡେକରଙ୍କ ସହିତ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ମଧ୍ୟ ଉପସ୍ଥିତ ଥିଲେ। ଆଇଏଫଏଫ୍‌ଆଇ ୨୦୧୯ର ବିଚାରକ କମିଟିରେ ପ୍ରଥମ ଥର ପାଇଁ ଓସ୍କାର କମିଟିର ମୁଖ୍ୟ ଜନ୍‌ ବେଲୀ ଅଧ୍ୟକ୍ଷ ଭାବରେ ରହିବେ। ଏହି ଚଳଚିତ୍ର ମହୋତ୍ସବରେ ପ୍ରଥମ ଥର ଭାରତ ଋଷିଆ ସହିତ ମିଳିତ ଭାବରେ ଆୟୋଜନ କରୁଛନ୍ତି। ଅନ୍ୟ ଜୁରୀ ସଦସ୍ୟଙ୍କ ମଧ୍ୟେରେ ରହିଛନ୍ତି ମଧୁର ଭଣ୍ଡାରକର, ସାଜି ଏନ୍‌ କରୁଣ, ରାହୁଲ ରଓ୍ବାଲୀ ଏବଂ ମଞ୍ଜୁ ଭୋରା ପ୍ରମୁଖ।

Read More

ଛତିଶଗଡରେ ପୋଲିସ୍‌ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଦାନ୍ତେଓ୍ବାଡେରେ ରବିବାର ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ବେଳେ ନିହତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ରାୟପୁରରୁ ୪୦୦ କିମି ଦୂର ଗୁମିୟାପଲ୍ଳୀ ଗ୍ରାମରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା। ଏହି ଏନକାଉଣ୍ଟରରେ କୌଣସି ପୋଲିସ୍‌ କର୍ମୀ ନିହତ କିମ୍ବା ଆହତ ହୋଇ ନାହାନ୍ତି ବୋଲି ଡିସିପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି। ରବିବାର ଭୋର ୫ଟା ସମୟରେ ସର୍ଚ୍ଚ ଅପରେସନ୍‌ ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳିଚାଳନା ହୋଇଥିଲା। ଘଟଣାସ୍ଥଳରୁ ପୋଲିସ ଗୋଟିଏ ଏ-୩୦୩ ରାଇଫଲ୍‌ ଏବଂ ଗୋଟିଏ ମଜଲ୍‌ ଲୋଡିଂ ବନ୍ଧୁକ ଜବତ କରିଛି। ଦୁଇ ମୃତକଙ୍କୁ ଦେବା ଏବଂ ମମଗଲି ବୋଲି ଚିହ୍ନଟ କରାଯାଇଥିବା ବେଳେ ଉଭୟଙ୍କ ନାମରେ ୫ ଲକ୍ଷର ପୁରସ୍କାର ରାଶି ରହିଥିଲା। କୋସି ନାମକ ଜନୈକ ମହିଳା ନକ୍ସଲଙ୍କୁ ଗିରଫ…

Read More

କ୍ରିକେଟରରୁ ରାଜନେତା ବନିଥିବା ନଭଜୋତ ସିଂ ସିଦ୍ଧୁ ଶେଷରେ ପଞ୍ଜାବ କ୍ୟାବିନେଟ୍‌ରୁ  ଇସ୍ତଫା ପ୍ରଦାନ କରିଛନ୍ତି। ରବିବାର ନିଜର ଇସ୍ତଫାପତ୍ର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପଠାଇଛନ୍ତି ସିଦ୍ଧୁ। ଏହା ସହିତ ଇସ୍ତଫାପତ୍ରର ଏକ ଫଟୋ ନିଜର ଟ୍ବିଟ୍ଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛନ୍ତି ସିଦ୍ଧୁ। ଉଲ୍ଲେଖଯୋଗ୍ୟ ଯେ, ପ୍ରଥମରୁ ବିଜେପି ସାଂସଦ ରହିଥିବା ସିଦ୍ଧୁଙ୍କୁ ଟିକଟ ନ ମିଳିବାରୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସରେ ଯୋଗ ଦେବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହିତ ସିଦ୍ଧୁଙ୍କ ମତଭେଦ ଘଟିଥିଲା। ପରିଶେଷରେ ରବିବାର ପଞ୍ଜାବ କ୍ୟାବିନେଟ୍‌ରୁ ଇସ୍ତଫା ପ୍ରଦାନ କରିଛନ୍ତି ନଭଜୋତ ସିଂ ସିଦ୍ଧୁ।

Read More

ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଜାତୀୟ ଦଳର ମୁଖ୍ୟ ହୁସେନ୍‌ ମହମ୍ମଦ ଇର୍ସାଦ ରବିବାର ଦିନ ପ୍ରାଣ ହରାଇଛନ୍ତି। ରବିବାର ଦିନ ଏକ ସାମରିକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଇର୍ସାଦ ପ୍ରାଣ ହରାଇଛନ୍ତି। ଦେଶର ପୂର୍ବତନ ସେନାଧ୍ୟକ୍ଷ ରହିଥିବା ଇର୍ସାଦ ୧୯୮୨ ମସିହାରେ କ୍ଷମତା ଅକ୍ତିଆର କରିବା ସହିତ ୧୯୮୩ ମସିହାରେ ନିଜକୁ ରାଷ୍ଟ୍ରପତି ଭାବରେ ଘୋଷଣା କରିଥିଲେ। ଏହାପରେ ୧୯୮୩ରୁ ୧୯୮୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବା ପରେ ୧୯୮୬ରେ ନିଜର ରାଜନୈତିକ ଦଳ ଗଠନ କରିଥିଲେ। ଏହାପରେ ୧୯୯୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବା ପରେ ୧୯୯୧ ଠାରୁ ରଙ୍ଗପୁର ଆସନରୁ ସାଂସଦ ରହିଥିଲେ।

Read More

ତିନି ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ବରଗଡ ପୋଲିସ୍‌। ବରଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ୩ ନକଲି ମାଓବାଦୀଙ୍କୁ ଅଟକ ରଖିଛି ଭଟଲି ଥାନା ପୋଲିସ। ୩ ଜଣ ନକଲି ମାଓବାଦୀଙ୍କ ମଧ୍ୟରେ ଜଣେ ଫରେଷ୍ଟର ଥିବା ସୂଚନା ମିଳିଛି। ଏହି ତିନ ଜଣ ମାଓବାଦୀଙ୍କ ନାଁରେ ଲୋକଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ଠିକାଦାର ଏବଂ ସାଧାରଣ ଜନତାଙ୍କ ନିକଟରୁ ଏମାନେ ଧମକାଇ ଅର୍ଥ ଆଦାୟ କରୁଥିବା ଜଣାପଡିଛି। ପୋଲିସ୍‌ ପକ୍ଷରୁ ତିନି ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଛି।

Read More

ତାଇଓ୍ବାନ ଏବଂ ହାଇତି ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ପାଇଁ ହାଇତି ଗସ୍ତରେ ଯାଇଛନ୍ତି ତାଇଓ୍ବାନ ରାଷ୍ଟ୍ରପତି। ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ୍‌ ନିଜର ୧୨ ଦିନିଆ ବିଦେଶ ଗସ୍ତରେ ବିଭିନ୍ନ କାରିବିଆନ୍‌ ରାଷ୍ଟ୍ର ଭ୍ରମଣ କରିବେ। ଗତବର୍ଷ ତାଇଓ୍ବାନର ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିଥିବା ଓ୍ବେନ୍‌ ୧୨ ଦିନ ମଧ୍ୟରେ ହାଇତି ସମେତ ସେଣ୍ଟ ଲୁସିଆ, ସେଣ୍ଟ କିଟ୍‌ସ ଆଣ୍ଡ ନେଭିସ୍‌ ଗସ୍ତ କରିବେ। ଏହି ରାଷ୍ଟ୍ର ଭ୍ରମଣ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଏବଂ ବ୍ୟବସାୟର ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଓ୍ବେଙ୍ଗ ପ୍ରକାଶ କରିଛନ୍ତି। ଏହି ଅବସରରେ ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଏଜ୍‌ଙ୍କୁ ମଧ୍ୟ ଭେଟିଛନ୍ତି ସାଇ ଇଙ୍ଗ ଓ୍ବେନ୍‌।

Read More