Author: Samikhsya Bureau

ମୁମ୍ବାଇ କଂଗ୍ରେସର ମୁଖ୍ୟ ଭାବରେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତ କରାଯାଇଛି। ଶନିବାର ସଭାପତି ଅଶୋକ ଚଭନଙ୍କ ସ୍ଥାନରେ ଶନିବାର ରାତିରେ ବାଲାସାହେବ ଥୋରାଟଙ୍କୁ ନିଯୁକ୍ତି ଦିଆଯାଇଛି। ଚାଷୀ ପରିବାରରୁ ଆସିଥିବା ଥୋରାଟଙ୍କୁ ନିଯୁକ୍ତି ଦିଆଯିବା ଦ୍ବାରା ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀ ସମୁଦାୟକୁ ପ୍ରଭାବିତ କରିବା ଲକ୍ଷ୍ୟରେ ଥୋରାଟଙ୍କୁ ନିଯୁକ୍ତି ଦିଆଯାଇଛି। କଂଗ୍ରେସ ସାଧାରଣ ସଚିବ କେ ସି ଭେନୁଗୋପାଳ ମୁମ୍ବାଇ କଂଗ୍ରେସ ସଭାପତି ଭାବରେ ଥୋରାଟଙ୍କ ନାମ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଇସ୍ତଫ ପ୍ରଦାନ କରିଥିବା ବେଳେ କିଛିଦିନ ତଳେ ମୁମ୍ବାଇ କଂଗ୍ରେସର ମୁଖ୍ୟ ମିଲିନ୍ଦ ଦେଓରା ଇସ୍ତଫା ପ୍ରଦାନ କରିଥିଲେ।

Read More

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧରପଣା ନୀତି ଆଜି ଅନୁଷ୍ଠିତ ହେବ। ରଥ ଉପରେ ଏହି ନୀତି ରାତି ୮ ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ଯାଏଁ ଚାଲିବ। ତିନି ଠାକୁରଙ୍କଠାରେ ୯ ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ। ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ରଥରେ ମାଉସୀଙ୍କ ପାଖକୁ ଯିବା ପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚଣ୍ଡୀ, ଚାମୁଣ୍ଡା ମାନେ ଘୁରି ବୁଲୁଥାନ୍ତି। ଏମାନଙ୍କୁ ଶାନ୍ତି କରିବା ପାଇଁ ରଥ ଉପରେ ବିରାଜମାନ ଶ୍ରୀଜିଉ ମାନଙ୍କ ସମ୍ମୁଖରେ ଅଧରପଣା ପୂଜା କରାଯାଇଥାଏ। ମହାପ୍ରଭୁଙ୍କ ଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡୀ, ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ। ସ୍ୱତନ୍ତ୍ର ଶୈଳୀରେ ଠାକୁରମାନଙ୍କ ଅଧର ଉଚ୍ଚର ନିର୍ମିତ ୯ଟି ମାଟି ହାଣ୍ଡିରେ ଏହି ପଣା ତିନି ରଥ ଉପରେ ପୂଜା ହେବ। ତିନି ଠାକୁରଙ୍କ ସମ୍ମୁଖରେ ତିନୋଟି ଅଧର ହାଣ୍ଡିରେ ପଣା ଭୋଗ କରାଯିବ। ରଥ…

Read More

ଲର୍ଡସରେ ରବିବାର ସନ୍ଧ୍ୟାରେ କ୍ରିକେଟ ଦୁନିଆ ଏକ ନୂଆ ବିଶ୍ବ ଚାମ୍ପିୟନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି। କ୍ରିକେଟ୍‌ର ମକ୍କା ଲର୍ଡସରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ। ପ୍ରଥମ ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ଏବଂ ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ପରାସ୍ତକରି ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛନ୍ତି। ନ୍ୟୁଜିଲାଣ୍ଡ କ୍ରମାଗତ ଦ୍ବିତୀୟ ଥର ଫାଇନାଲରେ ପହଞ୍ଚିଥିବା ବେଳେ ଇଂଲଣ୍ଡ ଚତୁର୍ଥ ଥର ଫାଇନାଲ ଖେଳିବାକୁ ଯାଉଛି। ତେବେ ଉଭୟ ଦଳ କଦାପି ବିଶ୍ବକପ୍‌ ଜିତିନଥିବାରୁ ଏଥର ନୂଆ ବିଶ୍ବ ଚମ୍ପିଆନ୍‌ଙ୍କୁ ଦେଖିବାକୁ ମିଳିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳଙ୍କ ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ଅପେକ୍ଷା ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ଅଛି। ହେଲେ ନିର୍ଦ୍ଦିଷ୍ଠ ମ୍ୟାଚ୍‌​‌‌ରେ ଉଭୟ ଦଳଙ୍କ ମଧ୍ୟରୁ ଯିଏ ଭଲ ପ୍ରଦର୍ଶନ କରିବ ସେ ହିଁ ବିଜୟୀହେବ ବୋଲି କୁହାଯାଉଛି।

Read More

ଭାରତର ପଡୋଶୀ ରାଷ୍ଟ୍ର ନେପାଳରେ ଭୟଙ୍କର ବର୍ଷା ପ୍ରଭାବରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ନିଖୋଜ ଅଛନ୍ତି। ନେପାଳ ପୋଲିସ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ , ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ୨୦ ଜଣ ଲୋକ ନିଖୋଜ ଥିବା ବେଳେ ଉଦ୍ଧାରକାରୀ ଟିମ ବନ୍ୟା ପୀଡ଼ିତଙ୍କୁ ଉଦ୍ଧାର କରୁଛନ୍ତି। ହିମାଳୟରେ ବର୍ଷା ଯୋଗୁଁ ଉଭୟ ଭାରତ ଓ ନେପାଳରେ ବର୍ଷା ଓ ଭୂସ୍ଖଳନ ହୋଇଛି। ଲଲିତପୁରରେ ୫ ଜଣ, କାଠମାଣ୍ଡୁ, କୋଠାଙ୍ଗ, ଭୋଜପୁର, କାଭରେ ଓ ମକୱାନପୁରରେ ୩ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସିନ୍ଧୁଲି ଓ ଧାଡିଙ୍ଗରେ ୨ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ଇଲାମ, ଝପା, ଓଖାଳଡୁଙ୍ଗା, ସୁନସାରି, ବାରା, ପାର୍ସା, ରାମଛପ ଏବଂ ଚିତୱାନ ଜିଲ୍ଲାରେ ଜଣେ ଲୋକଙ୍କର ପ୍ରାଣହାନି ଘଟିଛି। ବିଭିନ୍ନ ସ୍ଥାନରେ ପ୍ରାୟ ୫୦…

Read More

କେଦାର ମିଶ୍ର  ପଦ୍ମ ପୁରସ୍କାର ତ ମିଳିଲା ହେଲେ ସେ ପଦ୍ମ ପୁରସ୍କାରକୁ ନେଇ କରିବି କଣ? ଓଡିଶାରୁ ପଦ୍ମ ପୁରସ୍କାର ପାଇଥିବା ଅନେକ ଶିଳ୍ପୀ ଓ ସମାଜସେବୀଙ୍କର ଏହା ହେଉଛି ସାଧାରଣ ପ୍ରତିକ୍ରିୟା। ସେ ଲୋକକବି ହଳଧର ନାଗ ହୁଅନ୍ତୁ ଅଥବା ସମାଜସେବୀ ଦୈତାରୀ ନାୟକ, ସେ ପ୍ରାକୃତିକ ବିହନ ସଂଗ୍ରହରେ ବିରଳ ରେକର୍ଡ ପ୍ରତିଷ୍ଠା କରିଥିବା କମଳା ପୂଜାରୀ ହୁଅନ୍ତୁ ଅଥବା ରଙ୍ଗବତୀ ଗୀତର ପ୍ରସିଦ୍ଧ ଗାୟକ ଜିତେନ୍ଦ୍ର ହରିପାଲ, ଏମାନଙ୍କ ଭିତରେ ଅସାଧାରଣ ପ୍ରତିଭା ଅଛି, ହେଲେ ଆର୍ଥିକ ଦୃଷ୍ଟିରୁ ଏମାନେ ସମସ୍ତେ ଦୁର୍ବଳ। ସମାଜର ସବୁଠୁ ପଛଧାଡିରୁ ଆଗକୁ ଆଣି ଆମେ ସେମାନଙ୍କ ପ୍ରତିଭାକୁ ସମ୍ମାନୀତ କରିଛୁ, ହେଲେ ସେମାନଙ୍କ ପଦ୍ମଶ୍ରୀ ପଦକ ଝୁଲିବା ଲାଗି କାନ୍ଥ ଇ ନାହିଁ। ସମ୍ମାନ ଅଛି ହେଲେ ପେଟ ପୋଡିଯାଉଛି। ଏମିତି କିଛି ଖବର ଆସିବା ପରେ ଓଡିଶା ସରକାର ଅତ୍ୟନ୍ତ ସମ୍ବେଦନଶୀଳତାର ସହ ଏହାକୁ ବିଚାର କରି…

Read More

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସରକାରୀ ମଦ ଦୋକାନୀ ଏଣିକି ଅଧିକ ମଦ ବିକିଲେ ସେମାନଙ୍କୁ ପୁରସ୍କାର କରାଯିବ। ଏପରି ଏକ ନିୟମ କରାଯାଉ ବୋଲି ବିଧାନସଭା ଅବକାରୀ ସ୍ଥାୟୀ କମିଟ ସୁପାରିଶ କରିଛି। ଆଉ ଏହା ଆଉ କେଉଁଠି ନୁହେଁ ଓଡିଶା ବିଧାନସଭାର ଅବକାରୀ ସ୍ଥାୟୀ ଗୃହ କମିଟ ଏପରି ସୁପାରିଶ କରିଛି। କମିଟ କହିଛି ଯେ, ସରକାର ସରକାରୀ ମଦ ଦୋକାନୀକୁ ମଦ ବିକ୍ରୀ କରିବା ପାଇଁ ଏକ ଧାର୍ଯ୍ୟ ଲକ୍ଷ୍ୟ ପୁରଣ କରିବାକୁ କୁହାଯାଇଛି। ହେଲେ ଯେଉଁ ମଦ ଦୋକାନୀ ଧର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ମଦ ବିକିବ ତାଙ୍କୁ ଅବକାରୀ ବିଭାଗ ପୁରସ୍କାର ଦେଉ ବୋଲି କମିଟ ସୁପାରିଶ କରିଛି। କମିଟର ରିପୋର୍ଟକୁ ଗୃହରେ ଉପସ୍ଥାପିତ ହେବା ପରେ ତାହା ପାଶ୍ ହେଲେ ସରକାର ଏହି ନିୟମ ଲାଗୁ କରିବେ। ତେବେ ବିରୋଧୀ କଂଗ୍ରେସ ଏହାକୁ ନେଇ ସମାଲୋଚନା କରିସାରିଲେଣି। କଂଗ୍ରେସ କହିଛି ଏହା ଏକ ଦୁର୍ଭାଗ୍ୟଜନକ…

Read More

ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପାଇଁ ଦ୍ବିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଜୁଲାଇ ୧୫ରୁ ୧୭ ତାରିଖ ମଧ୍ୟରେ ଦ୍ବିତୀୟ ପର୍ୟ୍ୟାୟରେ ନାମଲେଖାଯିବ। ବିଜ୍ଞାନରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର ସର୍ବାଧିକ ୮୯.୨ ପ୍ରତିଶତ ସହିତ ଆଗରେ ରହିଥିବାବେଳେ ୮୭.୬୭ ପ୍ରତିଶତ ସହ ବିଜେବି ଦ୍ବିତୀୟ, ବ୍ରହ୍ମପୁର ସରସ୍ବତୀ ବିଦ୍ୟାମନ୍ଦିର ଜୁନିଅର କଲେଜ ୮୭.୧୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି । କଳା ପାଠ୍ୟକ୍ରମରେ ବିଜେବି କନିଷ୍ଠ ମହାବିଦ୍ୟାଳୟର ଦ୍ବିତୀୟ କଟ୍ଅଫ୍ ମାର୍କ ଚଳିତ ବର୍ଷ ସର୍ବାଧିକ ୭୦.୪ ପ୍ରତିଶତ, ୭୦ପ୍ରତିଶତ ସହ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର ଦ୍ବିତୀୟ ଓ ନରସିଂହପୁର ଜୁନିଅର କଲେଜ ୬୮.୧୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି। ବାଣିଜ୍ୟରେ ତାଳଚେର ଜୁନିଅର କଲେଜ ୭୫.୮୩ ପ୍ରତିଶତ ସହ ଆଗରେ ରହିଥିଲାବେଳେ ରେଭନ୍ସୋ ହାୟର ସେକେଣ୍ଡାରୀ ସ୍କୁଲ ୭୫.୫ ପ୍ରତିଶତ ସହ ଦ୍ବିତୀୟ, ଶୈଳବାଳା କଲେଜ ୭୪.୪ପ୍ରତିଶତ ସହ ତୃତୀୟ ସ୍ଥାନରେ…

Read More

ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର କର୍ତ୍ତାରପୁର କରିଡ଼ର ସଂକ୍ରାନ୍ତରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। କର୍ତ୍ତାରପୁର କରିଡ଼ର ରୂପରେଖ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ୱାଘା ସୀମାରେ ଅନୁଷ୍ଠିତ ହେବ। ଉଭୟ ଭାରତ ଓ ପାକିସ୍ତାନ ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରଥମ ପର୍ଯ୍ୟାୟର ଆଲୋଚନା ପୂର୍ବରୁ ବିଫଳ ହୋଇଛି । ଗତ ବର୍ଷ ଏହି କରିଡରକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଉଭୟ ଦେଶ ସହମତି ଦେଇଥିଲେ। ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ପୂର୍ବରୁ ଏହି କାମ ଶେଷ କରାଯିବାକୁ ଉଦ୍ୟମ ରଖାଯାଇଛି। ପ୍ରଥମ ବୈଠକ ମାର୍ଚ୍ଚ ୧୪ରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଭାରତ ଦିନକୁ ୫୦୦୦ ଶ୍ରଦ୍ଧାଳୁକୁ କରତାରପୁର ପଠାଇବାକୁ ପ୍ରସ୍ତାବ ଦେଇଥିଲା । ମାତ୍ର ପାକିସ୍ତାନ ମାତ୍ର ୭୦୦ ଜଣଙ୍କ ଆଗମନକୁ ଅନୁମତି ଦେଇଥିଲା । ଭାରତୀୟ ପାସପୋର୍ଟ ପରିଚୟ ଭାବେ ସ୍ୱୀକାର କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ପୂର୍ବରୁ କରତାରପୁର କରିଡର…

Read More

ଚକ୍ରଧର ବିଶ୍ବଶ୍ରୀ ପ୍ରକୃତରେ ବାସ୍ତୁଶାସ୍ତ୍ର କାହିଁ କେଉଁ ପୁରୁଣା ଯୁଗରୁ ପ୍ରଚଳିତ ହୋଇ ଆସୁଛି। ଏହାକୁ ଅନେକ ବିଶ୍ବାସ କରୁ ନ ଥିଲେ ମଧ୍ୟ ଏଥିରେ ଯେ ସତ୍ୟତା ଲୁଚି ରହିଛି ତାହାକୁ ଅସ୍ବୀକାର କରି ହେବ ନାହିଁ। ଅନେକ ଅନୁଭବ କରିଥିବେ ଯେ ଜଣଜଣଙ୍କ ଘରେ ଅଶାନ୍ତି ଲାଗି ରହେ। ହେଲେ ସେହି ପାଖ ଘରେ ସେପରି କିଛି ପରିଲକ୍ଷିତ ହୁଏ ନାହିଁ। ସେହିପରି କେତେକଙ୍କ ଘରେ ବିଭିନ୍ନ ସମୟରେ ପରିବାର ସଦସ୍ୟଙ୍କୁ ରୋଗ ମାଡି ବସେ, ହେଲେ ପାଖ ଘରେ ସେପରି ହୁଏ ନାହିଁ। ଏସବୁ ଯେଉଁମାନେ ଅଙ୍ଗେ ଲିଭାଇଛନ୍ତି ସେମାନେ ସମସ୍ତେ ବାସ୍ତୁ ଶାସ୍ତ୍ରର ଉପକାରିତାକୁ ଉପଲବ୍ଭ କରିଛନ୍ତି। ସେତେକି ନୁହେଁ ଏପରିକି ପିଲାଙ୍କ ପାଠପଢା ଉପରେ ମଧ୍ୟ ଏହି ବାସ୍ତୁ ଶାସ୍ତ୍ରର ନିୟମ ନିର୍ଭର କରେ। ସେଥିପାଇଁ ଘରଟି ବାସ୍ତୁ ଶାସ୍ତ୍ର ଅନୁସାରେ ରହିଲେ ପରିବାର ମଧ୍ୟରେ ସୁଖଶାନ୍ତି ଲାଗିରହେ। ଘରର ବିଭିନ୍ନ ସ୍ଥାନ ପାଇଁ…

Read More

କର୍ଣ୍ଣାଟକରେ  ଲାଗି ରହିଥିବା ରାଜନୈତିକ ସଂକଟରେ  ଭାରତୀୟ ଜନତା ପାର୍ଟିର କର୍ଣ୍ଣାଟକ ଅଧ୍ୟକ୍ଷ ବିଏସ ୟେଦୁରପ୍ପା ଶନିବାର ଗୃହରେ ଶକ୍ତି ପରୀକ୍ଷଣ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଯଦି ସରକାର ବିଶ୍ବାସ ପ୍ରସ୍ତାବ ଆଣିବାକୁ ଚାହୁଁଛନ୍ତି, ତେବେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ୟେଦୁରପ୍ପା । ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ କହିଛନ୍ତି ଯେ, ଗୃହରେ ଅନାସ୍ଥା ପ୍ରସ୍ତାବ ପାଇଁ ତାଙ୍କ ପାଖରେ ଦମ ରହିଛି। ତେଣୁ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସମୟ ସ୍ଥିର କରିବାକୁ ସେ ବାଚସ୍ପତି କେଆର ରମେଶ କୁମାରଙ୍କୁ ଅନୁରୋଧ କରିଥିଲେ । ୟେଦୁରପ୍ପା କହିଛନ୍ତି ଯେ, ସେ ବାଗୀ କଂଗ୍ରେସ ବିଧାୟକଙ୍କ ସଂପର୍କରେ ରହିଛନ୍ତି । ତେଣୁ ଏଚ୍‌.ଡ଼ି କୁମାରସ୍ବାମୀ ତୁରନ୍ତ ଇସ୍ତଫା ପ୍ରଦାନ କରିବା ଦରକାର  ନୂଆ ସରକାର ଗଠନ ହେବା ଦରକାର ବୋଲି କହିଛନ୍ତି ୟେଦୁରପ୍ପା । ଅପରପକ୍ଷରେ ବିଦ୍ରୋହୀ ପାଞ୍ଚ ବିଧାୟକ…

Read More

ବ୍ଲକ୍‌ବଷ୍ଟର ଅର୍ଜୁନ୍‌ ରେଡ୍ଡୀ, ମହାନାଟୀ, ଗୀତା ଗୋବିନ୍ଦମ ଏବଂ ନୋଟାର ସଫଳତା ପରେ ବିଜୟ ଦେବରକୋଣ୍ଡାଙ୍କ ଡିଅର କମ୍ରେଡ୍‌ର ଟ୍ରେଲର ରିଲିଜ୍‌ ହୋଇଛି । ଏହି ଟ୍ରେଲରଟି 4ଟି ଦକ୍ଷିଣ ଭାରତୀୟ ଭାଷାରେ ରିଲିଜ୍‌ ହୋଇଛି । ଟ୍ରେଲରଟିକୁ ସମସ୍ତ ବର୍ଗର ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଫିଲ୍ମରେ ବିଜୟ ଜଣେ କଲେଜ୍‌ ଛାତ୍ର ଭୂମିକାରେ ନଜର ଆସିଥିବା ବେଳେ ରଶ୍ମିକା ମନ୍ଦାନା ଜଣେ କ୍ରିକେଟର ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମକୁ ବିଭିନ୍ନ କଳାକାର ପସନ୍ଦ କରିଥିବା ବେଳେ କନ୍ନଡ ଅଭିନେତା ୟଶ୍‌ ଏହି ଫିଲ୍ମକୁ ସୋସିଆଲ ମିଡିଆରେ ପ୍ରଚାର କରିଛନ୍ତି । ଫିଲ୍ମର ଏକ ଡାଏଲଗ୍‌ କହିବା ସହିତ ବିଜୟଙ୍କ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି । ଗୀତା ଗୋବିନ୍ଦମ ପରେ ବିଜୟ ଏବଂ ରଶ୍ମିକାଙ୍କର ଏହା ଦ୍ବିତୀୟ ଫିଲ୍ମ ।

Read More

ଭିଡ଼ହିଂସାକୁ ନେଇ ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷ ମାୟାବତୀ ଶନିବାର ଭିଡ ହିଂସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହି ଭିଡହିଂସା କବଳରେ କେବଳ ଦଳିତ, ଆଦିବାସୀ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଏଥିରେ ଶିକାର ହେଉନାହାନ୍ତି, ବରଂ ଏଥିରୁ ପୋଲିସ କର୍ମଚାରୀ ମଧ୍ୟ ନିସ୍ତାର ପାଉ ନାହାନ୍ତି। ଏବେ ରକ୍ଷକଙ୍କୁ ଭିଡ଼ହିଂସାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ ଶନିବାର ଟୁଇଟ୍‌ କରି ଜଣାଇଛନ୍ତି। ଏଭଳି ଘଟଣାକୁ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିଫଳ ହୋଇଥିବା ସେ କହିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଶୀଘ୍ର ଏନେଇ ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି। ମାତ୍ର ସରକାର ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଉଦାସୀନ ରହିବା ଅତି କ୍ଷୋଭର ବିଷୟ ବୋଲି ମାୟାବତୀ କହିଛନ୍ତି। ଏପରି ସମୟରେ ଉତ୍ତରପ୍ରଦେଶ ରାଜ୍ୟ ବିଧି ଆୟୋଗ ଭିଡ ହିଂସା ଉପରେ ଅଙ୍କୁଶ ଲଗାଇବା ପାଇଁ ନୂଆ ଶକ୍ତ…

Read More

କର୍ଣ୍ଣାଟକ ରାଜନୀତିରେ ଆଉ ଏକ ନୂତନ ଡ୍ରାମା ଦେଖିବାକୁ ମିଳିଛି। ପୂର୍ବରୁ ୧୦ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିବା ସହିତ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବାଚସ୍ପତି ୫ ଜଣ ବିଧାୟକଙ୍କ ଇସ୍ତଫା ଅଗ୍ରାହ୍ୟ କରିବାରୁ ଏହି ୫ ଜଣ ବିଧାୟକ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କେ ସୁଧାକର, ରୋଶନ ବେଗ, ଏମ୍‌ଟିବି ନଟରାଜ, ମୁନିରତ୍ନ ନାଇଡୁ ଏବଂ ଆନନ୍ଦ ସିଂ ବାଚସ୍ପତିଙ୍କ ବିପକ୍ଷରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ୫ ଜଣଙ୍କ ସହିତ ବାଚସ୍ପତିଙ୍କ ବିପକ୍ଷରେ ଅଭିଯୋଗକାରୀ ବିଧାୟକଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। କୋର୍ଟଙ୍କ ହସ୍ତକ୍ଷେପ ପରେ ମଙ୍ଗଳବାର ସୁଦ୍ଧା ସମସ୍ତ ବିଧାୟକଙ୍କ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଆଦେଶ ଦିଆ ଯାଇଥିବା ଜଣା ପଡିଛି। କଂଗ୍ରେସ ନେତା ତଥା ଡି କେ ଶିବକୁମାର ବିଦ୍ରୋହୀ ବିଧାୟକଙ୍କୁ ମନାଇବାର ଦାୟିତ୍ବ ନେଇଛନ୍ତି।

Read More

କେନ୍ଦୁଝର ଆନନ୍ଦପୁରରେ ଏକ ଅଘଟଣ ଘଟିଛି। ମଧୁବନ ଗାଁରେ ସ୍ଥାନୀୟ ପୋଖରୀରେ ବୁଡ଼ି ଦୁଇଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସୋସୋ ଥାନା ମଧୁବନ ଗାଁରେ ଥିବା ସ୍ଥାନୀୟ ପୋଖରୀକୁ ଗାଧୋଇବାକୁ ଦୁଇଭଉଣୀ ଯାଉଥିଲେ। କୈାଣସିକାରଣ ବଶତଃ ଦୁଇଭଉଣୀଙ୍କ ଗୋଡ଼ ଖସି ଯିବାରୁ ବୁଡ଼ିଯାଇଥିଲେ। ପରିବାରଲୋକେ ଖବର ପାଇବା ପରେ ପୋଖରୀରୁ ଦୁଇଭଉଣୀଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲରେ ନେଇ ଯାଉଥିଲେ। ଦୁର୍ଭାଗ୍ୟବଶତଃ ପରିବାରଲୋକେ ଦୁଇ ଝିଅଙ୍କୁ ନେଉଥିବା ଅଟୋଟି ମଧ୍ୟ ଅଧାବାଟରେ ଓଲଟି ପଡ଼ିଥିଲା। ଫଳରେ ସେହି ଅଟୋରେ ଥିବା ଦୁଇଝିଅ ଓ ମାଁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଆନନ୍ଦପୁର ମେଡ଼ିକାଲରେ ପହଂଚିବା ପରେ ଡାକ୍ତର ଦୁଇ ଝିଅଙ୍କୁ ମୃତ ଘୋଷଣା କରିଥିଲେ।

Read More

ମୈାସୁମୀ ଓ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଗଞ୍ଜାମ, ଗଜପତି ,ପୁରୀ ,ନବରଙ୍ଗପୁର, ମାଲକାନଗିରି ,କୋରାପୁଟ, କଟକ ,ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ସମ୍ଭାବନା ରହିଛି। ତେଣୁ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ୯ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି।

Read More

ରାଜଧାନୀ ଦିଲ୍ଲୀ ସହରରେ ପୁଣି ଥରେ ନିଆଁ ଲାଗିଛି । ଦିଲ୍ଲୀ ଏନ୍‌ସିଆର ଅଞ୍ଚଳରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ଝିଲ୍‌ମିଲ୍‌ ଔଦ୍ୟୋଗିକ ଅଞ୍ଚଳରେ ଏହି ନିଆଁ ଲାଗିଛି । ଏଠାରେ  ଏକ ରବର ଫ୍ୟାକ୍ଟ୍ରିରେ ନିଆଁ ଲାଗିବା କାରଣରୁ ତିନିଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ଆଉକିଛି ଲୋକ ଫଶି ରହିଥିବାର ଆଶଙ୍କା କରାଯାଇଛି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ନିଆଁ ଲାଗିବାର ସୂଚନା ମିଳିବା ପରେ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଥିଲେ ।

Read More

ଆଜି ଶ୍ରୀଜୀଉଙ୍କ ସୁନା ବେଶ। ଅପରାହ୍ଣ ୪ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାତି ପ୍ରାୟ ୮ଟାରେ ସନ୍ଧ୍ୟା ଧୂପ ଓ ରାତି ୧୨ଟା ୩୦ରେ ମହାପ୍ରଭୁଙ୍କ ଚନ୍ଦନଲାଗି ହେବାର କାର୍ଯ୍ୟକ୍ରମ ରହିଛି।  ଏହାପରେ ମହାବାହୁଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନା ଆଭୂଷଣ ଲାଗି ହେବେ ମହାପ୍ରଭୁ, ଦୁଇ ପୟର, ଦୁଇ ଭୁଜ, କିରିଟି ସମେତ ୩୫ରୁ ଉର୍ଦ୍ଧ୍ବ ଅଳଙ୍କାର ଲାଗି ହେବ । ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ ସୁନାବେଶ । ରାତି ୧୧ ଯାଏ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରି ପାରିବେ ଭକ୍ତ । ମହାପ୍ରଭୁ ରତ୍ନସିଂହାସନରେ ଥିବାବେଳେ ୫ ଥର ସୁନା ବେଶ ହେଉଥିବାବେଳେ ରଥ ଉପରେ ମାତ୍ର ଥରେ ସୁନା ବେଶରେ ଦର୍ଶନ ଦେଇଥା’ନ୍ତି ମହାବାହୁ । ସୁନାବେଶକୁ ରାଜରାଜେଶ୍ବର ବେଶ୍ ମଧ୍ୟ କୁହାଯାଏ । ରଥଯାତ୍ରା ଓ ବାହୁଡା ଭଳି ସୁନାବେଶ ମଧ୍ୟରେ ଭକ୍ତଙ୍କ…

Read More

ପାଟକୁରା ନିର୍ବାଚନ ପ୍ରସଙ୍ଗ ନେଇ ବିଜେପି ନେତା ଦାମ ରାଉତ ନିଜ ପ୍ରତିକ୍ରିୟା ଦେଇଛନ୍ତି । ପାଟକୁରାରେ ପୋଲିସ ସାଧାପୋଷାକରେ ଆସି ପ୍ରଚାର କରୁଛନ୍ତି । ଏବଂ ପାଟକୁରାରେ ଟଙ୍କା ବାଣ୍ଟି ବିଜେଡ଼ି ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ କିଣିବାକୁ ଚାହୁଁଛି ବୋଲି ବିଜେପି ନେତା ଦାମ ରାଉତ କଟାକ୍ଷ କରି କହିଛନ୍ତି । ଲୋକେ କହୁଛନ୍ତି ପାଟକୁରାରେ ସ୍ୱାଭିମାନ ବନାମ ବେଇମାନର ଲଢେଇ ହେଉଛି ବୋଲି ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ଦେଇଛନ୍ତି । ସରକାରୀ ଅଧିକାରୀ ବି ଏଠାରେ ପ୍ରଚାରରେ ସାମିଲ୍‌ ବୋଲି ବିଜେଡ଼ି ନେତା କହୁଛନ୍ତି ବୋଲି ଦାମ କହିଛନ୍ତି । ବିଜୟଙ୍କ ସହ ନବୀନ ବେଇମାନୀ କରିଛନ୍ତି, ଲୋକେ ଏହାର ଜବାବ ଦେବେ ବୋଲି କହିଛନ୍ତି ଦାମ ରାଉତ ।  ପାଟକୁରା ବିଧାନସଭା ପାଇଁ ପୂର୍ବରୁ ହେବାକୁ ଥିବା ନିର୍ବାଚନ ସ୍ଥଗିତ ହେବାପରେ ଆସନ୍ତା ୨୦ରେ ମତଦାନ ହୋଇ ଫଳାଫଳ ଜୁଲାଇ ୨୪ରେ ଆସିବ…

Read More

କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ନବୀନ ଏହି ଚିଠିରେ ଅନୁରୋଧ କରିଛନ୍ତି । ପୂର୍ବରୁ ଭୁବନେଶ୍ବରରୁ ସିଙ୍ଗାପୁର ଏବଂ ଆବୁଧାବି ନିମନ୍ତେ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଥିବା ବେଳେ ଏହି ତାଲିକାରେ ଦୁବାଇକୁ ସାମିଲ କରିବା ନିମନ୍ତେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Read More

ପୁଣି ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ହୃଷିକେଶ କାଣ୍ଡି ଆଜି ଗିରଫ ହୋଇଛନ୍ତି। ତାଙ୍କ ସରକାରୀ ଗାଡିରୁ ଜବତ ହୋଇଥିବା ଟଙ୍କାର ହିସାବ ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଡିଇଓ ହୃଷିକେଶ କାଣ୍ଡିଙ୍କ ସରକାରୀ ଗାଡ଼ିରୁ ୧ଲକ୍ଷ ୧୧ହଜାର ଟଙ୍କା ଜବତ ହୋଇଥିଲା। ପୋଲିସ ସେହି ଟଙ୍କା ଜବତ କରି ଡିଇଓଙ୍କୁ ପଚରାଉଚରା କରିଥିଲା। ଏହାପରେ ସନ୍ଦେହ ହେବାରୁ ଅଭିଯୋଗରେ ଡିଇଓଙ୍କ ପୁରୀସ୍ଥିତ ସରକାରୀ ବାସଭବନ ସମେତ ସାଲେପୁରସ୍ଥିତ ପୈତୃକ ଘର ଓ ରାଜଧାନୀର ଏକ ଘରେ ଚଢାଉ କରାଯାଇଥିଲା। ଫଳରେ ଡିଇଓଙ୍କ ବାସଭବନ ସମେତ ବିଭିନ୍ନ ଘରୁ ୮୦ଲକ୍ଷ ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରାଯାଇଥିବା ଟଙ୍କା ଜବତ ହୋଇଛି।

Read More

ଆଜି ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ମହାନୀଦୀ ଜଳ ବିବାଦ ମାମଲାରେ ଶୁଣାଣୀ ହୋଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଆଜି ଶୁଣାଣି ହୋଇ ଏହାର ପରବର୍ତ୍ତୀ ଶୁଣାଣୀକୁ ଅଗଷ୍ଟ ୩ ତାରିଖକୁ ଘୁଞ୍ଚାଯାଇଛି। ଏହି ବିବାଦର ମୂଳ ମାମଲାରେ ଅକ୍ଟୋବର ୧୯ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ କରିବାକୁ ଉଭୟ ରାଜ୍ୟକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ଅକ୍ଟୋବରରେ ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲରେ ମଧ୍ୟବତ୍ତୀକାଳୀନ ଆବେଦନ କରାଯାଇ ମହାନଦୀରେ ଛତିଶଗଡ଼ ପକ୍ଷରୁ କରାଯାଇଥିବା ୬ଟି ବ୍ୟାରେଜ ନିର୍ମାଣ ଉପରେ ରୋକ ଲଗାଇବା ସହ ଓଡ଼ିଶାକୁ ମହାନଦୀରୁ ୧.୭୪ଏମଏଫ ଜଳ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରାଯାଇଥିଲା।

Read More