Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିରେ ମିଶିବେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ,ଯିବେ ରାଜ୍ୟସଭା: ବିଜୟ ମହାପାତ୍ରଙ୍କ ପ୍ରଚାରକୁ ନ ଆସିବାର ଏହା ହେଉଛି ମୁଖ୍ୟ କାରଣ
ବିଶେଷ ଖବର

ବିଜେଡିରେ ମିଶିବେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ,ଯିବେ ରାଜ୍ୟସଭା: ବିଜୟ ମହାପାତ୍ରଙ୍କ ପ୍ରଚାରକୁ ନ ଆସିବାର ଏହା ହେଉଛି ମୁଖ୍ୟ କାରଣ

July 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିରେ ମିଶିବେ ପୂର୍ବତ୍ତନ ବିଧାୟକ ଦିଲ୍ଲୀପ ରାୟ, ଯିବେ ରାଜ୍ୟସଭା, ବିଜୟ ମହାପାତ୍ରଙ୍କ ପ୍ରଚାରକୁ ନ ଆସିବାର ଏହା ହେଉଛି ମୁଖ୍ୟ କାରଣ
ବିଜେଡିରେ ମିଶିବେ ପୂର୍ବତ୍ତନ ବିଧାୟକ ଦିଲ୍ଲୀପ ରାୟ, ଯିବେ ରାଜ୍ୟସଭା, ବିଜୟ ମହାପାତ୍ରଙ୍କ ପ୍ରଚାରକୁ ନ ଆସିବାର ଏହା ହେଉଛି ମୁଖ୍ୟ କାରଣ

ସମୀକ୍ଷା ବ୍ୟୁରୋ

ପୁଣି ଥରେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାହା ହେଉଛି ଦିଲ୍ଲୀପ ବିଜେଡିକୁ ଫେରିବାର ପ୍ରାୟ ନିଶ୍ଚିତ। କାରଣରେ କୁହାଯାଇଛି ଯେ, ଦିଲ୍ଲାପ ତାଙ୍କର ଘନିଷ୍ଠ ବନ୍ଧୁ ବିଜୟ ମହାପାତ୍ରଙ୍କ ପ୍ରଚାର ପାଇଁ ଆସିଲେ ନାହିଁ। ଯେତେବେଳେ ସାଧାରଣ ନିର୍ବାଚନ ଚାଲିଥିଲା ସେତେବେଳେ ଦିଲ୍ଲୀପ ପାଟକୁରା ଆସି ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରିଥିଲେ। ମୁଁ ବିଜେପି ପାଇଁ ନୁହେଁ ବରଂ ବିଜୟଙ୍କ ପାଇଁ ପ୍ରଚାର କାର୍ଯ୍ୟ କରିବି ବୋଲି ଦିଲ୍ଲୀପ ଗଣମାଧ୍ୟମ ଆଗରେ କହିଥିଲେ। ହେଲେ ପରବର୍ତ୍ତି ସମୟରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଏବଂ ଫନି ବାତ୍ୟା ପାଇଁ ମଧ୍ୟ ନିର୍ବାଚନ ସ୍ଥଗିତ ରହିଲା। ହେଲେ ଯେତେବେଳେ ନିର୍ବାଚନ ହେଲା, ଦିଲ୍ଲୀପ ତାଙ୍କ କଥା ରଖି  ଆଉ ବିଜୟଙ୍କ ପ୍ରଚାର ପାଇଁ ଆସିଲେ ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ ଦିଲ୍ଲୀପ ପୁଣି ଥରେ ବିଜେଡିକୁ ଫେରିବେ। ତେବେ ବର୍ତ୍ତମାନ ପାଇଁ ଯେଉଁ କାରଣ ସବୁ ଚର୍ଚ୍ଚା ଚାଲିଛି ତାହା ହେଲା

1-ଦିଲ୍ଲୀପ ଦେଇଥିବା ପ୍ରତିଶୃତି  କେବେ ଭାଙ୍ଗନ୍ତି ନାହିଁ। ହେଲେ ପାଟକୁରା ନିର୍ବାଚନରେ ସେ ଦେଇଥିବା ପ୍ରତିଶୃତିକୁ ଭାଙ୍ଗିଲେ। ଅନ୍ୟପଟେ ବିଜୟ ଦିଲ୍ଲୀପଙ୍କ ମଧ୍ୟରେ ବହୁ ଘନିଷ୍ଠ ସଂପର୍କ ମଧ୍ୟ ରହିଛି। ଏପରି ସ୍ଥଳେ ଦିଲ୍ଲୀପ ପ୍ରଚାରକୁ ନ ଆସିବା ଘଟଣାଟି ସନ୍ଦେହ ସୃଷ୍ଟି କରିଛି।

2-ବ୍ରାହ୍ଣଣୀ ସେତୁ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଟ ହସପିଟାଲରେ ପରିଣତ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ସେହି ପ୍ରତିଶୃତି ପାଳନ ନ ହେବାରୁ ଦିଲ୍ଲୀପ ବିଜେପି ଛାଡିଲେ। ହେଲେ ବିଜୟଙ୍କୁ ଦିଲ୍ଲୀପ ଯେଉଁ ପ୍ରତିଶୃତି ଦେଇଥିଲେ ସେ ନିଜେ ପାଳନ କଲେ ନାହିଁ।

3-କୌଣସି ପ୍ରକାରରେ ବିଜୟ ମହାପାତ୍ର ବିଧାନସଭାରେ ପ୍ରବେଶ ନ କରନ୍ତୁ ତାହା ବିଜେଡି ଚାହୁଁଛି। ସେଥିପାଇଁ ବିଜୟଙ୍କ ଯେତେସବୁ ଦୃଢ ମାଧ୍ୟମ ରହିଛି ତା ଉପରେ ବିଜେଡି ନଜର ରଖି ସେମାନଙ୍କୁ ନିୟନ୍ତ୍ରଣ କରିଛି। ଯାହା ଫଳରେ ଦିଲ୍ଲୀପ ପ୍ରଚାରକୁ ଆସି ନାହାଁନ୍ତି ବୋଲି କୁହାଯାଉଛି।

4-୨୦୨୦ ମସିହାରେ ଓଡିଶାର ଆଉ କେତୋଟି ରାଜ୍ୟସଭା ପଦ ଖାଲି ହେଉଛି। ସୁତ୍ର କହୁଛି ଯଦି ଦିଲ୍ଲୀପ ବିଜୟଙ୍କ ପାଇଁ ପ୍ରଚାର ନ କରିବେ ତେବେ ତାଙ୍କୁ ରାଜ୍ୟସଭା ସଦସ୍ୟ ପଦ ଦିଆଯିବ। ବିଜେଡି ଏହି ପ୍ରତିଶୃତି ଦେଇଥିବାରୁ ସେଥିପାଇଁ ଦିଲ୍ଲୀପ ପାଟକୁରା ଆସିଲେ ନାହିଁ।

ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ବିଜୟ ଏବଂ ଦିଲ୍ଲୀପ ଏକା ସଙ୍ଗରେ ବିଜେପିରୁ ଇସ୍ଥଫା ଦେଇଥିଲେ। ସେତେବେଳେ ପ୍ରଚାର ହୋଇଥିଲା ଯେ, ଉଭୟ ବିଜେଡିରେ ମିଶିବେ। ହେଲେ ଦୀର୍ଘ ଦିନ ବିତିଗଲା ସିନା ତାହା ହେଲା ନାହିଁ। ଶୁଣାଗଲା ଯେ, ବିଜୟ ମଧ୍ୟ ବିଜେଡି ଯାଆନ୍ତୁ ବୋଲି କୁଆଡେ ଦିଲ୍ଲୀପ ଚାହୁଁଥିଲେ। ଯାହା ବିଜେଡି ତରଫରୁ ସବୁଜ ସଙ୍କେତ ଦିଆଗଲା ନାହିଁ। ଫଳରେ ଉଭୟ ବିଜେଡିରେ ମିଶିବା ସମ୍ଭବ ହୋଲା ନାହିଁ। ଏହାର କିଛି ଦିନ ପରେ ଦିଲ୍ଲୀପ ଏକା ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ସେତେବେଳେ ଜଣାପଡିଥିଲା ଯେ, ବିଜୟ ନୁହେଁ କେବଳ ଦିଲ୍ଲୀପ ବିଜେଡିରେ ମିଶିବେ। ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ତାହା ମଧ୍ୟ ହେଲା ନାହିଁ। ବରଂ ଦିଲ୍ଲୀପଙ୍କୁ ଛାଡି ବିଜୟ ବିଜେପିରେ ପୁଣି ଥରେ ଯୋଗଦେଲେ। ଏହାପରେ ଦିଲ୍ଲୀପଙ୍କ ସ୍ବର ମଧ୍ୟ ବଦଳିଯାଇଥିଲା। ପୂର୍ବରୁ ବିଜେପିକୁ ତୀବ୍ର ସମାଲୋଚନା କରୁଥିବା ଦିଲ୍ଲୀପ ଦଳକୁ ପ୍ରଶଂସା କଲେ। ଫଳରେ ସେତେବେଳେ ଦିଲ୍ଲୀପ ମଧ୍ୟ ବିଜେପିକୁ ଫେରିବେ ବୋଲି ଆଶା କରାଯାଉଥିଲା। ଯାହା ହେଲା ନାହିଁ। ତେବେ ବର୍ତ୍ତମାନ ସମୀକରଣ ଅନୁସାରେ ଦିଲ୍ଲୀପ ବିଜେପି ନୁହେଁ ବିଜେଡିରେ ଖୁବ ଶିଘ୍ର ସାମିଲ ହେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

bijoymohapatra BJD BJP patkura
Share. Facebook Twitter LinkedIn Email WhatsApp Copy Link

Related Posts

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026

ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

June 19, 2026

ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

June 18, 2026
Latest News

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ 

June 19, 2026

ବ୍ରହ୍ମପୁର: ଜୁନ ୨୧ ରେ ଭବ୍ୟ ସମାରୋହରେରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ – ୨୦୨୬”

June 19, 2026

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026

ଟାଇମ୍ସ ସ୍କୋୟାରରେ ଗୁଳିକାଣ୍ଡ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.