Author: Samikhsya Bureau

ସମୀକ୍ଷା ବ୍ୟୁରୋ ଓଡିଶାରେ ପ୍ରାୟ 50 ଲକ୍ଷ ସଦସ୍ୟ କରାଯିବା ଲକ୍ଷ୍ୟ ନେଇ ଭୁବନେଶ୍ବରରେ ରାଜ୍ୟ ବିଜେପି ଆରମ୍ଭ କରିଛି ସଦସ୍ୟତା ଅଭିଯାନ। ଜନସଂଘର ପ୍ରତିଷ୍ଠାତା ଶ୍ୟାମପ୍ରସାଦ ମୁଖାର୍ଜିଙ୍କ ଜନ୍ମତିଥୀରୁ ଆରମ୍ଭ ହୋଇଛି ଏହି ସଦସ୍ୟତା ଅଭିଯାନ। ଭୁବନେଶ୍ବରର ଭୀମଟାଙ୍ଗୀ ଅଞ୍ଚଳରେ ଆୟୋଜିତ ଏହି ଅଭିଯାନ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସଦସ୍ୟତା ସଂଗ୍ରହର ଶୁଭାରମ୍ଭ କରିଥିଲେ। ପ୍ରତିବୁଥ ସ୍ତରରେ ଏହି ଅଭିଯାନ କରାଯିବା ସହିତ ସେଠାରେ ପାଞ୍ଚୋଟି ଗଛ ଲଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ବିଜେପିର ସଦସ୍ୟ ହେବାକୁ ଚାହିଁବେ ସେମାନେ ମୋବାଇଲ ନମ୍ବର 8980808080 କୁ ମିସ କଲ କଲେ ସେମାନଙ୍କ ସଦସ୍ୟ ଭାବେ ଗ୍ରହଣ କରାଯିବ। ଗୋଟିଏ ମୋବାଇଲ ନମ୍ବରରୁ କେବଳ 4 ଜଣ ସଦସ୍ୟତା ଗ୍ରହଣ କରିପାରିବେ। ସେହିପରି ଅନଲାଇନ ଏବଂ ଅପ ଲାଇନରେ ମଧ୍ୟ ସଦସ୍ୟତା ଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି।ବର୍ତ୍ତମାନ ଦେଶର 11 କୋଟି ଏବଂ ରାଜ୍ୟ 36…

Read More

ସମୀକ୍ଷା ବ୍ୟୁରୋ ପାଟକୁରା ନିର୍ବାଚନରେ ବିଜେପି ନିଶ୍ଚିତ ଜିତିବ, ସେଥିପାଇଁ ଦଳ ତରଫରୁ ନିଜସ୍ବ ଢଙ୍ଗରେ ରଣନୀତି ପ୍ରସ୍ତୁତ କରାଯାଉଛି। ଆଜି ଭୁବନେଶ୍ବରରେ ପହଁଚିବା ପରେ ଏହା କହିଛନ୍ତି କେନ୍ଦ୍ର ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ବଜେଟ ସଂପର୍କରେ ସେ କହିଛନ୍ତି ଯେ, ଯେଉଁମାନେ କହୁଛନ୍ତି ଓଡିଶାର କିଛି ଲାଭ ହେବ ନାହିଁ ତାହା ଭୁଲ। ଏ ପର୍ଯ୍ୟନ୍ତ ବଜେଟର ପୂର୍ଣ୍ଣ ରୂପରେଖ ଆସି ନାହିଁ। ପବ୍ଲିକ ଡୋମେନର ମଧ୍ୟ ଦିଆଯାଇ ନାହିଁ। ସେସବୁ ଆସିଲେ ଓଡିଶାର କେତେ ଲାଭ ହେବ ତାହା ଜଣାପଡିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। କେନ୍ଦ୍ର ବଜେଟକୁ ମୁଖ୍ୟମନ୍ତ୍ରୀ ପ୍ରସଂଶା କରିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ରାଜନୀତି ତା ବାଟରେ ଯିବ ହେଲେ ଯାହା ସତ ତାହାକୁ ମୁଖ୍ୟମନ୍ତ୍ରୀ ପ୍ରସଂଶା କରିବା ସ୍ବାଗତ ଯୋଗ୍ୟ। ସେହିପରି ପେଟ୍ରୋଲ ଦର ବୃଦ୍ଧି ସଂପର୍କରେ ସେ କହିଛନ୍ତି…

Read More

ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସିଡିଏମଓ ଙ୍କ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ଦୂରଦୂରାନ୍ତରେ ଥିବା ସିଡିଏମଓଙ୍କୁ ଭୁବନେଶ୍ବର ଅଣାଯାଇ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରେ ନିଯୁକ୍ତି ଦିଆଯାଇଛି। ଯେଉଁମାନଙ୍କର ବଦଳ ହେଲା ଏବଂ ନୂଆ ନିଯୁକ୍ତି ମିଳିଲା ତାହା ହେଲା 1-ମାଲକାନଗିରି ସିଡିଏମ୍‍ଓ ଡାକ୍ତର ଅଜିତ୍‍ କୁମାର ମହାନ୍ତି ହେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ 2-ଭଦ୍ରକ ସିଡିଏମ୍‍ଓ ଡାକ୍ତର ବାରିଶ କୁମାର ଦାସ ହେଲେ ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠା ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ 3-ସୋନପୁର ସିଡିଏମ୍‍ଓ ଡାକ୍ତର ସରୋଜ କୁମାର ନାୟକ ହେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ 4-ସୁନ୍ଦରଗଡ଼ ସିଡିଏମ୍‍ଓ ଡାକ୍ତର ଦିଲିପ କୁମାର ଷଡ଼ଙ୍ଗୀ ହେଲେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ 5-ବରଗଡ଼ ସିଡିଏମ୍‍ଓ ଡାକ୍ତର ନନ୍ଦ କିଶୋର ପାଢ଼ୀଙ୍କୁ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ 6-ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ସୁଶୀଲ କୁମାର କର ହେଲେ ନିର୍ଦ୍ଦେଶକ ନର୍ସିଂ 7-ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟଲକ୍ଷ୍ମୀ ଗୁରୁ ହେଲେ ସ୍ୱାସ୍ଥ୍ୟ ଓ ପରିବାର…

Read More

କୁମାରସ୍ୱାମୀ ସରକାରଙ୍କ ପାଇଁ ସଙ୍କଟ ବଢିବାରେ ଲାଗିଛି । ଆଜି କଂଗ୍ରେସ ଏବଂ ଜେଡିଏସର 11 ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ ବାଚସ୍ପତିଙ୍କ ନିକଟରେ ଇସ୍ତଫା ଦେବା ପାଇଁ ପହଁଚିଥିଲେ । କିନ୍ତୁ ଅଧ୍ୟକ୍ଷ ଅନୁପସ୍ଥିତ ଥିବା କାରଣରୁ ସଚିବଙ୍କୁ ବିଧାୟକମାନେ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ବିସି ପାଟିଲ, ନାରାୟଣ ଗୌଡା, ଶିବରାମ ହେବ୍ୱର, ମହେଶ କୁମାଥଲ୍ଲୀ, ଗୋପାଲୈୟା, ରମେଶ ଜରକିହୋଲୀ, ଏବଂ ପ୍ରତାପ ଗୌଡା ସାମିଲ ଅଛନ୍ତି । ବିଧାନସଭା ବାଚସ୍ପତି ରମେଶ କୁମାର ମଧ୍ୟ 11 ବିଧାୟକଙ୍କ ଇସ୍ତଫା ପତ୍ର ଗୃହୀତ କରିଛନ୍ତି । ତେବେ କୁମାରସ୍ୱାମୀ ଆମେରିକା ଗସ୍ତ କରିଥିବା ସମୟରେ ତାଙ୍କ ପାଇଁ ଅଡୁଆ ବଢିଛି । ତେବେ କର୍ଣ୍ଣାଟକରେ ଜେଡିଏସ-କଂଗ୍ରେସର ରାଜନୀତି ନୂଆ ମୋଡ ନେଲାଣି । ଇସ୍ତଫା ଦେବାକୁ ପହଁଚିଥିବା 11 ଜଣ ବିଧାୟକଙ୍କ ମଧ୍ୟରୁ 4 ଜଣ ସିଦ୍ଧରମୈୟାଙ୍କ…

Read More

ନିର୍ବାଚନ ପ୍ରଚାର ବେଳେ ‘ସମସ୍ତ ମୋଦି ଚୋର’ ମନ୍ତବ୍ୟକୁ ନେଇ ରୁଜୁ ହୋଇଥିବା ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଜାମିନ୍ ମିଳିଛି । ପାଟନା ସିଜିଏମ କୋର୍ଟରେ ଦାୟର ହୋଇଥିବା ମାମଲାର ବିଚାର କରି ସାଂସଦ-ବିଧାୟକଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର କୋର୍ଟର ବିଚାରପତି ରାହୁଲଙ୍କୁ ଜାମିନ ମଞ୍ଜୁର କରିଛନ୍ତି । ଆଜି କୋର୍ଟରେ ହାଜର ହୋଇ ପାଟନା ସ୍ୱତନ୍ତ୍ର ସିଜିଏମ କୋର୍ଟରେ ପକ୍ଷ ରଖିଥିଲେ ରାହୁଲ୍ । ବିଚାରପତି ଜଷ୍ଟିସ୍ କୁମାର ଗୁଞ୍ଜନ ଏହାର ଶୁଣାଣି କରିଥିଲେ । ଏହାପରେ ରାହୁଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭାରତୀୟଙ୍କ ସ୍ୱରକୁ ଚପାଇ ଦିଆଯାଉଛି । ଆଗାମୀ ଦିନରେ ମଧ୍ୟ ଲଢ଼େଇ ଜାରି ରହିବ । ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ପ୍ରଚାର ବେଳେ 13 ଏପ୍ରିଲରେ କର୍ଣ୍ଣାଟକାର କୋଲାର ଜିଲ୍ଲାରେ ରାହୁଲ ଗାନ୍ଧି ପ୍ରଚାର କରୁଥିବା ବେଳେ ମୋଦି ସାଙ୍ଗିଆ ଥିବା ସମସ୍ତେ ‘ଚୋର’ ବୋଲି କହିଥିଲେ । ଏହାପରେ ସୁଶୀଲ ମୋଦି…

Read More

ରଥଯାତ୍ରା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀ ସହିତ ଜନ୍ମବେଦୀକୁ ଯାତ୍ରା କରିଥିବାବେଳେ ଶ୍ରୀମନ୍ଦିର ଖାଲିପଡ଼ିଛି। ଏହି ଅବସରରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ଏବଂ ରୁର୍‌କୀ ସିବିଆରଆଇର ବରିଷ୍ଠ ଅଧିକାରୀମାନେ ଗର୍ଭଗୃହ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗର୍ଭଗୃହର ପ୍ରଥମ ମହଲା ଓ ଦ୍ବିତୀୟ ମହଲା ସହିତ କାନ୍ଥ, ଷ୍ଟିଲ କ୍ରସ୍‌ ଯାଞ୍ଚ କରାଯିବ। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ଉପସ୍ଥିତ ଥିଲେ। ଯାଞ୍ଚ ସମୟରେ ଗର୍ଭଗୃହର ବାୟୁ ଚଳାଚଳ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ। ଗର୍ଭଗୃହ ସହିତ ନାଟ ମଣ୍ଡପ ମଧ୍ୟ ଯାଞ୍ଚ କରାଯାଉଛି।

Read More

ତାମିଲ ଅଭିନେତା ଅରୁଣ ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବକ୍ସରର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ମଣିରତ୍ନମଙ୍କ ମଲ୍ଟିଷ୍ଟାରର ଫିଲ୍ମ ଚେକ୍କା ଚିଭାନ୍ତା ବନମ୍‌ର ସଫଳତା ପରେ ଏହି ଫିଲ୍ମକୁ ନେଇ ଦର୍ଶକ ଅଧିକ ଉତ୍ସାହିତ ଅଛନ୍ତି । ଗତକାଲି ଅରୁଣ ନରେନ କାର୍ତ୍ତିକଙ୍କ ଫିଲ୍ମ ମାଫିଆର ପୋଷ୍ଟର ରିଲିଜ୍‌ କରିଥିବା ବେଳେ ଆଜି ବକ୍ସରର ପୋଷ୍ଟର ରିଲିଜ୍‌ କରିଛନ୍ତି । ବିବେକ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅରୁଣ ବିଜୟ ଜଣେ ଏମ୍‌ଏମ୍‌ଏ ଫାଇଟର ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମରେ ଋତିକା ସିଂ ଜଣେ କ୍ରୀଡା ସାମ୍ବାଦିକ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ପାଇଁ ଅରୁଣ ଭିଏତ୍‌ନାମର ଲେନ୍‌ଫୋଙ୍ଗରେ ଏମ୍‌ଏମ୍‌ଏ ପ୍ରଶିକ୍ଷଣ ନେଇଛନ୍ତି ।

Read More

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକପ୍ ମ୍ୟାଚ୍‌ରେ ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଛି । ଏହି ଧୀମା ଓ୍ବିକେଟ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ସର୍ବଦା ଫାଇଦାରେ ରହିଥାଏ । ମ୍ୟାଚ୍‌ର ଦ୍ବିତୀୟାର୍ଦ୍ଧରେ ପିଚ୍‌ ଅତ୍ୟନ୍ତ ଧୀମା ହେବ ତେଣୁ ପ୍ରଥମେ ବ୍ୟାଟିଂ କରି 300 ରନ୍‌ ହାସଲ କରିବା ପ୍ରଥମ ଲକ୍ଷ୍ୟ ବୋଲି ଶ୍ରୀଲଙ୍କା ଅଧିନାୟକ କରୁଣାରତ୍ନେ ପ୍ରକାଶ କରିଛନ୍ତି । ଭାରତ ପକ୍ଷରୁ ଏହି ମ୍ୟାଚ୍‌ ନିମନ୍ତେ ୟୁଜବେନ୍ଦ୍ର ଚହଲ ଏବଂ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କୁ ଖେଳାଇବାର ନିଷ୍ପତ୍ତି ନେଇଛି ।

Read More

ଛତିଶଗଡ଼ର ଧାମତାରି ଜିଲା ଅନ୍ତର୍ଗତ ଖଲାରି ଏବଂ ମେଚକା ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ଏସଟିଏଫ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଶନିବାର ଭୋର ସମୟରେ ଏନକାଉଣ୍ଟର ଘଟିଥିଲା । ଏଥିରେ 4 ଜଣ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 3 ମହିଳା ମାଓବାଦୀ ଅଛନ୍ତି । ଘଟଣାସ୍ଥଳରୁ ସୁରକ୍ଷାବଳ 7ଟି ବନ୍ଧୁକ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ସୂଚନା ମୁତାବକ, ମେଚକା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ନେଇ ସୂଚନା ମିଳିବା ପରେ ଏସଟିଏଫ ଯବାନଙ୍କ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା । ଜଙ୍ଗଲର ଏକ ସ୍ଥାନରେ ମାଓବାଦୀ ଲୁଚି ରହିଥିବା ଜାଣିବା ପରେ ଯବାନମାନେ ସେମାନଙ୍କୁ ଘେରିଯାଇଥିଲେ । ଫଳରେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଲଟା ଗୁଳି ଚାଳନାରେ 4 ମାଓବାଦୀ ଟଳି ପଡ଼ିଥିଲେ।

Read More

ବାତ୍ୟା ‘ଫନି’ ପ୍ରଭାବିତ ଓଡ଼ିଶାକୁ ହଂକଂ ସରକାର 9 ଲକ୍ଷ ଡଲାରର ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହା ଦ୍ୱାରା 45100 ବାତ୍ୟା ପୀଡ଼ିତ ଉପକୃତ ହେବେ ବୋଲି ଚୀନ୍‌ର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି । ହଂକଂ ମୋଟ 9 ଲକ୍ଷ 2 ହଜାର 278 ଡଲାର ଅର୍ଥ ଦେବ । ହଂକଂର ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ । ତିନୋଟି ରିଲିଫ୍‌ ଏଜେନ୍ସୀ ସହାୟତାରେ ଏହି ଅର୍ଥ ଓଡ଼ିଶାର ‘ଫନି’ କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିବ ବୋଲି ହଂକଂ ସ୍ପେଶାଲ୍ ଆଡ୍‌ମିନିଷ୍ଟ୍ରେଟିଭ୍‌ ରିଜିଅନ୍ (ଏଚ୍‌କେଏସ୍‌ଏଆର୍‌)ର ଜଣେ ମୁଖପାତ୍ର କହିଛନ୍ତି । ବାତ୍ୟା ପୀଡ଼ିତଙ୍କୁ ଏହି ଅର୍ଥ ରାଶି ଦେବାକୁ କୁହାଯାଇଛି ।

Read More

ଜ୍ୟୋତି ନନ୍ଦ ଭାରତ ସରକାରଙ୍କର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଶ୍ରୀ ଅରବିନ୍ଦ ସୁବ୍ରମଣ୍ୟମ ଆଜି ସଂସଦରେ ବିତ୍ତମନ୍ତ୍ରୀ ଶ୍ରୀଯୁକ୍ତା ସୀତାରମଣ ଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ବଜେଟ୍ କୁ “ଏହା ବଜେଟ୍ ନୁହଁ ଏହା ବହିଖାତା ” ବୋଲି ନିଜର ବକ୍ତବ୍ୟରେ କହିଛନ୍ତି। ତେଣୁ ଆମେ ଆଉ ବଜେଟ୍ ନକହି ଏହାକୁ ବହିଖାତା-୨୦୧୯ ବୋଲି କହିବା। ଏଥର ଶ୍ରୀଯୁକ୍ତା ସୀତାରମଣ ସଂସଦରେ ଯେଉଁ ବହିଖାତା ଉପସ୍ଥାପନ କଲେ ତାହାକୁ ଆଗରୁ ବଜେଟ୍ ବୋଲି କୁହାଯାଉଥିଲା। ବଜେଟ୍ ର ଏପରି ଗୋଟିଏ ନାମକରଣ କରାଯିବାର ଅର୍ଥ ହେଉଛି ଦେଶର ସଂଭାବ୍ୟ ଆୟ ଓ ବ୍ୟୟର ବିବରଣୀ ଯାହାକୁ ଏକ ଚମଡା ବ୍ୟାଗ୍ (ଫରାସୀ ଭାଷାରେ ଯାହାକୁ କୁହାଯାଏ ବୁଗେଟି)ରେ ଭର୍ତ୍ତି କରି ସଂସଦରେ ଉପସ୍ଥାପନ କରିବାର ପ୍ରକ୍ରିୟା। ଆମର ସମସ୍ତ ବିଜୟୀ ବନ୍ଧୁ ମାନେ ଏକଥାରେ ନିଶ୍ଚୟ ଆନନ୍ଦରେ ବିହ୍ୱଳ ହେବେ ଯେ ଶ୍ରୀଯୁକ୍ତା ସୀତାରମଣ ପଣ୍ଡିତ ନେହେରୁଙ୍କ ଅମଳରୁ ପ୍ରଚଳିତ…

Read More

ଜମ୍ମୁ କାଶ୍ମୀରର ରଜୌରୀ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ରଜୌରୀ ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ରାତି 9ଟା ପରେ ମୋର୍ଟାର ଏବଂ ଗୁଳିମାଡ କରାଯାଇଥିଲା । ଗୁଳିମାଡରେ ଦୁଇ ଜଣ ଯବାନ ଆହତ ହୋଇଥିବା ନେଇ ସେନା ପକ୍ଷରୁ ଶନିବାର ସୂଚନା ପ୍ରଦାନ କରାଯାଇଥିଲା । ନଶ୍ବେରା ଅଞ୍ଚଳର ରୋମାଲି ଧାରା ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା । ଏହାପରେ ସେନା ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ଶୁକ୍ରବାର ରାତି 10.30 ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ଚାଳନା ଲାଗି ରହିଥିଲା । ଉଭୟ ଆହତ ଯବାନଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ନିମନ୍ତେ ଦିନିକିଆ ବାରଣାସୀ ଗସ୍ତ କରିଛନ୍ତି । ଶନିବାର ମୋଦି ନିଜର ଦିନିକିଆ ଗସ୍ତରେ ବାରଣାସୀ ଗସ୍ତରେ ଯାଇ କର୍ମୀଙ୍କୁ ସମ୍ବୋଧିତ କରିବା ସହିତ ସମଗ୍ର ଦେଶବାସୀଙ୍କୁ ବିଜେପିରେ ଯୋଗଦାନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି । ମୋଦିଙ୍କ ସହିତ ଏହି ସଭ୍ୟ ସଂଗ୍ରହ ଅଭିଯାନରେ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପମିର ନୂତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା, ବିଜେପି ରାଜ୍ୟ ସଭାପତି ମହେନ୍ଦ୍ର ନାଥ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ଲାଲ ବାହାଦୁର ଶାସ୍ତ୍ରୀଙ୍କ ଦୁଇ ନାତି ଅନୀଲ ଶାସ୍ତ୍ରୀ ଏବଂ ସୁନୀଲ ଶାସ୍ତ୍ରୀ ମଧ୍ୟ ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରଥମେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ନିଜ ଦିନର ଶୁଭାରମ୍ଭ କରିଥିଲେ । ବାବତପୁର ବିମାନ ବନ୍ଦରରେ ଓହ୍ଲାଇବା ପରେ ମନ୍ତ୍ରୀ ସିଦ୍ଧାର୍ଥ…

Read More

ଗିରଫ ହୋଇଥିବା ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଶେଷରେ ଜାମିନ ମିଳିଛି । ଶନିବାର ଭୁବନେଶ୍ବର ସ୍ବତନ୍ତ୍ର ଏସ୍‌ଡିଜିଏମ୍‌ କୋର୍ଟ 2ରୁ ପାଟଣାଗଡ ବିଧାୟକଙ୍କୁ ଜାମିନ ପ୍ରଦାନ କରାଯାଇଛି । 25 ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ମେହେରଙ୍କୁ ଜାମିନ ମିଳିଛି । ଏହା ସହିତ ଆଗାମୀ ଦିନରେ ପୋଲିସକୁ ତଦନ୍ତରେ ସହାୟତା କରିବା ପାଇଁ ସରୋଜ ମେହରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିମ୍ନ ମାନର ରାସ୍ତା କାମ ହୋଇଥିବାର ଅଭିଯୋଗ କରି ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ପାଟଣାଗଡ ବିଧାୟକ ଉଠ୍‌ବସ କରାଇଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା ।

Read More

ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ପ୍ରଦାନ କରିବା ପରେ ପ୍ରଥମ ଥର ପାଇଁ ଏହା ଉପରେ ମତ ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ରାହୁଲଙ୍କ ଉତ୍ତରାଧିକାରୀ ଭାବରେ ଜଣେ ଯୁବ ନେତୃତ୍ବଙ୍କୁ ଦାୟିତ୍ବ ମିଳିବା ଉଚିତ୍‌ ବୋଲି ଅମରିନ୍ଦର କହିଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ନିଜର ମତରଖି ଅମରିନ୍ଦର କହିଛନ୍ତି, ଏଆଇସିସିକ ଜଣେ ଯୁବ ନେତୃତ୍ବଙ୍କୁ ରାହୁଲଙ୍କ ସ୍ଥାନରେ ନିଯୁକ୍ତ କରିବା ଉଚିତ୍‌। ଏପରି ଜଣେ ନେତୃତ୍ବ ଯିଏକି ତୃଣମୂଳ ସ୍ତରରୁ କାମ କରିଥିବ ଏବଂ ସର୍ବଭାରତୀୟ ସ୍ତରର ଭୋଟରଙ୍କ ନିକଟରେ ନିଜର ଉପଲବ୍ଧି ପହଞ୍ଚାଇବାର କ୍ଷମତା ରଖିଥିବ। ସୁଶୀଲ କୁମାର ସିନ୍ଦେ ଏବଂ ମଲ୍ଲିକାର୍ଜୁନ ଖର୍ଗେ ବର୍ତ୍ତମାନ ସଭାପତି ଦୌଡରେ ରହିଛନ୍ତି। ଉଭୟ ଯଥାକ୍ରମେ 77 ଏବଂ 76 ବର୍ଷ ବୟସର ଅଟନ୍ତି। ଏହି ନେତାଙ୍କ ପରିବର୍ତ୍ତେ ଯୁବକଙ୍କୁ ସୁଯୋଗ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ଅମରିନ୍ଦର ସିଂ।

Read More

ରାଜ୍ୟର ବିଭିନ୍ନ କଲେଜ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ 2 ନାମଲେଖା ଜାରି ରହିଛି। ତେବେ ଯୁକ୍ତ 2 ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଅତିରିକ୍ତ 2 ଦିନକୁ ବୃଦ୍ଧି କରାଯାଇଥିବା ନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ପୂର୍ବରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଜୁଲାଇ 3ରୁ ଜୁଲାଇ 6 ଯାଏଁ ତାରିଖ ଧାର୍ଯ୍ୟ ହୋଇଥିଲା। ଯାହାର ଆଜି ଶେଷଦିନ ଥିଲା। ତେବେ ଆଡମିସନ ପାଇଁ ଉଦିଷ୍ଟ ସର୍ଭରରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଥିଲା। ତେଣୁ ଏହି ଅବଧୀକୁ ଆହୁରି 2ଦିନ ବୃଦ୍ଧି କରାଯାଇଛି। 7 ତାରିଖ ରବିବାର ଥିବାରୁ ଛାତ୍ରଛାତ୍ରୀମାନେ 8 ଏବଂ 9 ତାରିଖରେ ନିଜର ଆଡମିସନ କରିପାରିବେ ବୋଲି ବିଭାଗ ତରଫରୁ କୁହାଯାଇଛି।

Read More

ଉତ୍ତର ପ୍ରଦେଶର ଔରିୟା ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ 8 ଜଣ ପ୍ରାଣ ହରାଇଛନ୍ତି। ଶନିବାର ଦିନ ଏକ ଟ୍ରକ୍‌ ଏବଂ ଅଟୋ ମଧ୍ୟରେ ଦୁର୍ଘଟଣା ଘଟି 8 ଜଣଙ୍କର ପ୍ରାଣ ହାନି ଘଟିଛି। ଔରିୟାର ସୌଥାରର ଦିବ୍ୟାପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଅଟୋରେ ବସିଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଛନ୍ତି। ବେଲା ଅଞ୍ଚଳରେ ଥିବା ଏକ ସ୍କୁଲର ସମସ୍ତ ଶିକ୍ଷକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅନ୍ୟ ସମସ୍ତ ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Read More

ରତ୍ନବେଦୀରୁ ଆସି ଜନ୍ମବେଦୀରେ ବୀଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମାଉସୀ ଘରେ କରୁଛନ୍ତି ଲୀଳାଖେଳା । ଏହାକୁ ଦେଖିବାକୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ । ଆଜିଠାରୁ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଆରମ୍ଭ ହୋଇଛି । ସକାଳ ସାତଟାରୁ ସାହାଣମେଲା ଦର୍ଶନ କରୁଛନ୍ତି ଭକ୍ତମାନେ । ଆଜିର ସକାଳ ଧୂପରେ ଅବଢ଼ା ମିଳିବ । ଗତକାଲି ରଥାରୂଢ଼ ଶ୍ରୀଜୀଉ ଆଡ଼ପମଣ୍ଡପକୁ ବୀଜେ କରିଥିଲେ । ଶାନ୍ତି ଶୃଙ୍ଖଳାର ସହିତ ନିର୍ଦ୍ଦାରିତ ସମୟରେ ଏହି ଆଡ଼ପ ବୀଜେ ନୀତି ହୋଇଥିଲା । ଗୋଟି ପହଣ୍ଡିରେ ତିନି ଦିଅଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ । ପ୍ରଥମେ ମଦନମୋହନ ଓ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ସୁରୁଖରେ ସମ୍ପନ୍ନ ହୋଇଥିଲା।

Read More

ଚଳିତ ବିଶ୍ବକପ୍‌ର ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଥିବା ଭାରତ ଆଜି ନିଜର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାର। ଶ୍ରୀଲଙ୍କା ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିସାରିଛି। ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ସେମି ଫାଇନାଲ୍‌ ପୂର୍ବରୁ ଭାରତ ନିଜର ଆତ୍ମବିଶ୍ବାସ ବଜାୟ ରଖିବାର ଚେଷ୍ଟା କରିବ। ସେମିଫାଇନାଲ ଖେଳିବା ପୂର୍ବରୁ ଭାରତ ତା’ର ବିଜୟଧାରା ବଜାୟରଖି ଦୃଢ଼ ମନୋବଳ ହାସଲ କରିବାକୁ ଚାହିଁବ। ଏହି ମ୍ୟାଚ୍‌ରେ କିଛି ପରୀକ୍ଷାନିରୀକ୍ଷା କରିପାରେ। ଭାରତ ଏହି ମ୍ୟାଚ୍‌ରେ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କୁ ବିଶ୍ରାମ ପ୍ରଦାନ କରିପାରେ। ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ଖେଳିବାର ସୁଯୋଗ ପାଇବେ। ଜାଡ଼େଜା ଅଦ୍ୟାବଧି ଗୋଟିଏ ମଧ୍ୟ ମ୍ୟାଚ୍ ଖେଳିନାହାନ୍ତି। ପାଞ୍ଚ ନମ୍ବର ସ୍ଥାନରେ ଦିନେଶ କାର୍ତ୍ତିକ ଓ କେଦାର ଯାଦବଙ୍କ ମଧ୍ୟରୁ ଜଣେ ଖେଳିବାର ସୁଯୋଗ ପାଇବେ। ସେମିଫାଇନାଲ ପୂର୍ବରୁ ଭାରତ ହାର୍ଦିକ ପାଣ୍ଡ୍ୟା ଓ ଧୋନିଙ୍କୁ ଉପର ଅର୍ଡରରେ ବ୍ୟାଟିଂଦେବାକୁ ଚାହିଁବ। ଶ୍ରୀଲଙ୍କା ପକ୍ଷରୁ ଲସିଥ୍‌ ମାଲିଙ୍ଗା…

Read More

କେଦାର ମିଶ୍ର  ସବୁଥର ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଯୁଦ୍ଧ ଏକୁଟିଆ ହିଁ ଲଢୁଛନ୍ତି। ତାଙ୍କ ସହିତ ତାଙ୍କୁ ଟିକଟ ଦେଇଥିବା ଦଳ ନାହିଁ କିମ୍ବା ନିର୍ବାଚନ ଜିଣିବା ଲାଗି ଯେଉଁ ଶକ୍ତି ଓ ସମ୍ବଳ ଲୋଡା, ତାହା ବି ନାହିଁ। ବିଜେପି ପ୍ରାର୍ଥୀ ଭାବରେ ସେ ପାଟକୁରା ନିର୍ବାଚନ ଲଢୁଥିଲେ ମଧ୍ୟ ତାଙ୍କୁ ଜିତାଇ ଆଣିବାକୁ ତାଙ୍କ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ଚାହୁଁନାହାନ୍ତି। କେବଳ ନିଜସ୍ଵ ସଂଗଠନ ଓ ଲୋକପ୍ରିୟତା ଆଧାରରେ ବିଜୟ ମହାପାତ୍ର ଯାହା ଭୋଟ ପାଇବେ, ତାଠୁ ଅଧିକ କିଛି ହେବାର ସମ୍ଭାବନା ଆଉ ନାହିଁ। ଗତ ଏପ୍ରିଲ ମାସରେ ନିର୍ବାଚନ ହୋଇଥିଲେ ବିଜୟ ମହାପାତ୍ର ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଅବଶ୍ୟ ଦେଇଥାନ୍ତେ। ଯଦିଓ ପାଟକୁରା ଜିତିବା ବିଜୟଙ୍କ ଲାଗି ଏତେ ସହଜ ନୁହେଁ, ତଥାପି ତାଙ୍କ ସପକ୍ଷରେ କିଛିଟା ସହାନୁଭୁତି ସେତେବେଳେ ରହିଥିଲା। ପାଟକୁରାର ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ…

Read More

ସମସ୍ତ ଚେଷ୍ଟା ସତ୍ଵେ କଟକର ଶିଶୁ ଭବନରେ ଚିକିତ୍ସାଧୀନ ଯୋଡ଼ା ଶିଶୁ ପ୍ରାଣ ହରାଇଛନ୍ତି । ଚିକିତ୍ସା ବିଜ୍ଞାନର ଚେଷ୍ଟା ସତ୍ଵେ ବି ଦୁଇ ଶିଶଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇ ପାରିନି । ଆଶା କରାଯାଉଥିଲା ଜଗା-କାଳିଆ ପରି ମଧ୍ୟ ଏହି ଯୋଡା ଶିଶୁର ସଫଳ ଅସ୍ତ୍ରପ୍ରଚାର କରାଯାଇ ନୂତନ ଜୀବନ ଦିଆଯିବ । ଶିଶୁ ଭବନର ଅଧିକ୍ଷକ ଡ. ସରୋଜ କୁମାର ଶତପଥୀ ଯୋଡ଼ା ଶିଶୁଙ୍କୁ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜନ୍ମିତ ଯୋଡ଼ା ଶିଶୁଙ୍କ ଚିକିତ୍ସା ପାଇଁ ଏକ ବିଶେଷ ପଦକ୍ଷେପ ଗହଣ କରାଯାଇଥିଲା । ଦୁଇ ଶିଶୁ କନ୍ୟାଙ୍କ ଶରୀର ଛାତିରୁ ପେଟ ଯାଏଁ ଯୋଡ଼ି ରହିବା ସହ ସେମାନଙ୍କର ଗୋଟିଏ ହୃତପିଣ୍ଡ ରହିଥିଲା । ତେଣୁ ସେମାନଙ୍କ ଚିକିତ୍ସା ପାଇଁ 7 ଜଣିଆ ଡାକ୍ତରୀ ଟିମ ଗଠନ କରାଯାଇଥିଲା ।

Read More