Author: Samikhsya Bureau

ଚଳିତ ବିଜେପି ସରକାର 2024 ସୁଦ୍ଧା ଭାରତୀୟ ଅର୍ଥନୀତି 5 ଟ୍ରିଲିୟନ୍‌ ଛୁଇଁବ ବୋଲି ଅନୁମାନ ଲଗାଇଛନ୍ତି । ଏହାକୁ ନେଇ ମତ ରଖିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । 5 ଟ୍ରିଲିୟନ୍‌ ଅର୍ଥନୀତି ସ୍ବର୍ଗରୁ ଆସିନଥାଏ । ଏହି ଅର୍ଥନୀତି ସିଧାସଳଖ ସ୍ବର୍ଗରୁ ଆସିନଥାଏ ବରଂ ଏଥି ନେଇ ପୂର୍ବ ସରକାର ମାନଙ୍କର ବୃହତ୍ତର ଅବଦାନ ରହିଛି । ଗୁରୁବାର ପ୍ରଣବ ମୁଖାର୍ଜୀ ଏକ ସାକ୍ଷାତକାରରେ ଏ ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି । ’ଯୋଜନା କମିଶନଙ୍କ ଅନୁମାନ ଅନୁଯାୟୀ ଘରୋଇ ଅଭିବୃଦ୍ଧି ହାର ଲକ୍ଷ୍ୟ 5 ଟ୍ରିଲିୟନ୍‌ ରହିଛି । 5ଟ୍ରିଲିୟନ୍‌ ଅର୍ଥନୀତି ନିମନ୍ତେ ବିଜେପି ସମସ୍ତ ଶ୍ରେୟ ନେବାକୁ ଚାହୁଁଛି । ମାତ୍ର ପୂର୍ବରୁ କାର୍ଯ୍ୟ କରିଥିବା ସରକାର ମାନଙ୍କର ଏହି ଦିଗରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ମୋଦି ସର୍ବଦା କଂଗ୍ରେସକୁ ସମାଲୋଚନା କରୁଛନ୍ତି ମାତ୍ର 55 ବର୍ଷର ଶାସନରେ କଂଗ୍ରେସ ଦେଶର…

Read More

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇଛନ୍ତି ସଚିନ୍‌ ତେନ୍ଦୁଲକର ଏବଂ ଆଲାନ୍‌ ଡୋନାଲ୍ଡ । ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଏବଂ ଦକ୍ଷିଣ ଆଫ୍ରିକା ପେସ୍‌ ବୋଲର ଆଲାନ୍‌ ଡୋନାଲ୍ଡଙ୍କୁ ଆଇସିସିର ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯିବା ପରେ ଉଭୟ ଖେଳାଳି ନିଜର ଖୁସି ଜାହିର କରିଛନ୍ତି । ଏହି ଦୁଇ ଜଣଙ୍କ ସହିତ ଦୁଇ ଥର ବିଶ୍ବକପ୍‌ ବିଜୟୀ ଅଷ୍ଟ୍ରେଲିଆ ମହିଳା ଦଳର ସଦସ୍ୟ କ୍ୟାଥେରିନ୍‌ ଫ୍ଲିଜପ୍ୟାଟ୍ରିକ୍‌ଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି । ଏହି ତାଲିକାରେ ସାମିଲ ହୋଇଥିବରୁ ଗୌରବାନ୍ବିତ ମନେ କରୁଛି ବୋଲି ପ୍ରକାଶ କରିଛନ୍ତି ତେନ୍ଦୁଲକର । ତେନ୍ଦୁଲକର 100ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ 34357 ରନ୍‌ ସଂଗ୍ରହ କରିଛନ୍ତି । ସେହିପରି 2003ରେ ଅବସର ଗ୍ରହଣ କରିଥିବା ଡୋନାଲ୍ଡ 330 ଟେଷ୍ଟ ଓ୍ବିକେଟ୍‌ ଏବଂ 272 ଦିନିକିଆ ଓ୍ବିକେଟ୍‌ ହାସଲ କରିଛନ୍ତି । ଫ୍ଲିଜ୍‌ପ୍ୟାଟ୍ରିକ୍‌ 180 ଦିନିକିଆ…

Read More

ରଙ୍ଗାଚରଣ ପ୍ରଧାନ ଦୁଇ ଦିନ ପୂର୍ବେ ଖବର ପାଇଲି ଯେ ଗୋଟିଏ ସରକାରୀ ହାଇସ୍କୁଲର କିରାଣି ତାଙ୍କ ନିଜ ସ୍କୁଲରେ ୨ ଦିନ କାମ କରନ୍ତି ଓ ବାକୀ ୪ ଦିନ ଡେପୁଟେସନରେ ଯାଇ ଅନ୍ୟ ସ୍କୁଲରେ କାମ କରନ୍ତି। ପ୍ରତି ସପ୍ତାହରେ ଏମିତି ହୁଏ। ଏକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି। ସେ କିରାଣିଜଣକ ବୋଧହୁଏ ମୋ ଠାରୁ ନବୀନ ସରକାରଙ୍କ ସମାଲୋଚନା ଆଶା କରୁଥିଲେ। ମୁଁ ତାଙ୍କୁ ଦିଲ୍ଲୀ ସ୍କୁଲର ଉଦାହରଣ ଦେଲି। ସେଠାରେ ଆପ୍ ସରକାର ଆସିବା ପରେ ପ୍ରତ୍ୟେକ ସ୍କୁଲରେ ଜଣିଏ ଲେଖାଏଁ ଇଷ୍ଟେଟ୍ ମ୍ୟାନେଜର୍ ନିଯୁକ୍ତ ହୋଇଛନ୍ତି ଯେଉଁମାନଙ୍କର କାମ ହେଲା ଶିକ୍ଷାଦାନ ବ୍ୟତୀତ ସ୍କୁଲର ତମାମ ଅନ୍ୟ କାମ ଦେଖାରେଖା କରିବା। ସେଠାରେ କେମିତି ନୂଆ ନୂଆ ସ୍କୁଲ ଓ କ୍ଲାସ୍ ରୁମ୍ ଖୋଲା ଯାଉଛି; କେମିତି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆଧୁନିକ ଶିକ୍ଷାପ୍ରଣାଳୀରେ ତାଲିମ ପାଇଁ ବିଦେଶକୁ ପଠାଯାଉଛି; କେମିତି ସ୍କୁଲରେ ସୁଇମିଂ…

Read More

ଭାରତୀୟ ଷ୍ଟାର ଆଥଲେଟ୍‌ ହିମା ଦାସ ଏବଂ ମହମ୍ମଦ ଅନାସଙ୍କୁ ଟାବୋର ଆଥଲେଟିକ୍ସ ମିଟ୍‌ରେ ସ୍ବର୍ଣ୍ଣ ପଦକ ମିଳିଛି । ଚେକ୍‌ ରିପବ୍ଲିକ୍‌ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ହିମା 200 ମି. ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହମ୍ମଦ ଅନାସ 400 ମି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଅନ୍ୟତମ ଭାରତୀୟ ଖେଳାଳି ଭି କେ ବିସ୍ମୟା 200 ମି ବର୍ଗରେ ରୌୀପ୍ୟ ପଦକ ହାସଲ କରିଥିଲେ । ବିଗତ 20 ଦିନ ମଧ୍ୟରେ 4ଟି ଅନ୍ତର୍ଜାତୀୟ ପଦକ ହାସଲ କରିଥିବା ହିମା 23.25 ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଭିକେ ବିସ୍ମୟା 23.43 ସେକେଣ୍ଡର ଟାଇମିଂ ନେଇ ରୌପ୍ୟ ପଦକ ହାସଲ କରିଥିଲେ । ଚାରିଟି ସ୍ବର୍ଣ୍ଣ ହାସଲ କରିଥିଲେ ମଧ୍ୟ ବିଶ୍ବ ଚାମ୍ପିୟନ୍‌ସିପ୍‌ ନିମନ୍ତେ ଯୋଗ୍ୟତା ହାସଲ କରିପାରି ନାହାନ୍ତି ହିମା । ବିଶ୍ବ ଚାମ୍ପିୟନଶିପ୍‌ ଯୋଗ୍ୟତା…

Read More

ମେକ୍ସିକୋରେ ଏକ ଯାତ୍ରିବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 15 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 21 ଜଣ ଆହତ ହୋଇଛନ୍ତି । ମେକ୍ସିକୋର ପଶ୍ଚିମ ନାୟାରିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା । ଶୁକ୍ରବାର ସକାଳ 7ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ ଏବଂ ମହିଳା ରହିଥିବା ଜଣାପଡିଛି । ମେକ୍ସିକୋର ରାଜଧାନୀ ଟେପିକ୍‌ରୁ ପାସିଫିକ୍‌ ରିସୋର୍ଟ ନିମନ୍ତେ ଯାଉଥିବା ଏହି ବସ୍‌ଟି କମ୍ପୋଷ୍ଟେଲା ନିକଟରେ ଏକ ପାହାଡରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍‌ରେ ରହିଥିବା ସମସ୍ତ ଯାତ୍ରୀ ପର୍ଯ୍ୟଟକ ଥିଲେ ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ଦେଖାଦେଇଛି ।

Read More

କ୍ରୀଷ୍ଟଚର୍ଚ୍ଚରେ ଏକ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 6 ଜଣ ଆହତ ହୋଇଛନ୍ତି । ଶୁକ୍ରବାର ସକାଳେ ଘଟିଥିବା ଏହି ବିସ୍ଫୋରଣରେ ଏକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କ୍ରୀଷ୍ଟଚର୍ଚ୍ଚର ଉତ୍ତର ଭାଗରେ ରହିଥିବା ନର୍ଥଉଡ୍‌ରେ ଏହି ବିସ୍ଫୋରଣ ଘଟିଛି । ପୋଲିସ୍‌ ଏବଂ ଜରୁରୀକାଳୀନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ସମୟରେ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଡେବ୍ରିସ୍‌ର 17ଟି ଘର ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ 50 ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏହ ବିସ୍ଫୋରଣ ପରେ ନ୍ୟୁଜିଲ୍ୟାଣ୍ଡରେ ମାର୍ଚ୍ଚ ମାସରେ ହୋଇଥିବା ଆକ୍ରମଣ ମନେ ପଡିଥିଲା । ମାର୍ଚ୍ଚ 15 ତାରିଖରେ ହେଇଥିବା ବିସ୍ଫୋରଣରେ 51 ଜଣ ନିହତ ହୋଇଥିଲେ ।

Read More

ଅମରାବତୀ ପ୍ରକଳ୍ପକୁ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ବଡ ଝଟ୍‌କା ଲାଗିଛି । ବିଶ୍ବବ୍ୟାଙ୍କ ପକ୍ଷରୁ ଅମରାବତୀର ଭିତ୍ତିଭୂମି ନିମନ୍ତେ ରହିଥିବା ପ୍ରକଳ୍ପକୁ ପ୍ରତ୍ୟାହାର କରି ନିଆଯାଇଛି । ବିଶ୍ବବ୍ୟାଙ୍କର ଏହି ପ୍ରକଳ୍ପ ପ୍ରତ୍ୟାହାର ପରେ ଅମରାବତୀର ବିକାଶ ପୁନର୍ବାର ବିଳମ୍ବିତ ହେବାର ସମ୍ଭାବନା ଦେଖାଦେଇଛି । ପୂର୍ବରୁ ବିଶ୍ବବ୍ୟାଙ୍କ ଅମରାବତୀର ବିକାଶ ନିମନ୍ତେ 300 ମିଲିୟନ୍‌ ଡଲାରର ଅର୍ଥରାଶି ମଞ୍ଜୁର କରିଥିଲେ । ବିଶ୍ବବ୍ୟାଙ୍କର ଓ୍ବେବ୍‌ସାଇଟ୍‌ରେ ଏହି ପ୍ରକଳ୍ପ ପ୍ରତ୍ୟାହାର ନେଇ ଲେଖାଯାଇଥିଲେ ମଧ୍ୟ ପ୍ରତ୍ୟାହାରର କାରଣ ଜଣାପଡିନାହିଁ । ଏହି ମାମଲା ନେଇ ବିଶ୍ବବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ବିଶ୍ବବ୍ୟାଙ୍କ ପକ୍ଷରୁ କୌଣସି କାରଣ ଦର୍ଶା ଯାଇନଥିଲେ ମଧ୍ୟ ପୂର୍ବତନ ଆନ୍ଧ୍ର ସରକାରଙ୍କ ନିୟମ ଏଥିପାଇଁ ଦାୟୀ ବୋଲକି କୁହାଯାଉଛି । ଚାଷୀଙ୍କ ଠାରୁ ଜମି ଅଧିଗ୍ରହଣ କରି ଅମରାବତୀ ଗଠନ ନିମନ୍ତେ ପ୍ରୟାସ ଚାଲିଥିବା ବେଳେ ଏହି ପ୍ରକଳ୍ପ ନେଇ ବିଭିନ୍ନ ଚାଷୀଙ୍କ ପକ୍ଷରୁ…

Read More

ସମୀକ୍ଷା ବ୍ୟୁରୋ ସ୍କୁଲ ନିକଟରେ ଗୋଟିଏ ପାଗଳ ବୁଲୁଥିଲା। ତାହାର ହାବଭାବ ଦେଖି ଲୋକେ ସନ୍ଦେହ କଲେ। ସମସ୍ତେ କଥାବାର୍ତ୍ତା ହେଲେ ଯେ ଏଇଟା ପିଲା ଚୋର। କାରଣ ସ୍କୁଲ ପାଖରେ ଖାଲି ବୁଲୁଛି। କଥାଟା ପ୍ରଘଟ ହେବା ପରେ ସବୁ ଲୋକ ଜମା ହୋଇଗଲେ। ପାଗଳକୁ ଧରି ଘୋଷାରି ଆଣିଲେ। ଗଛମୂଳରେ ବସାଇ ବୁହେ ପିଟିଲେ। ସେ ଚିତ୍କାର କରୁଥିଲେ ମଧ୍ୟ ଲୋକଙ୍କ ଶୁଣିବାର ଧର୍ଯ୍ୟ ନ ଥିଲା। ଲୋକଙ୍କ ରାଗ ବଢୁଥିବାର ଦେଖି ପାଗଳଟି ବଡପାଟିରେ କହିଲା ମୁଁ ପାଗଳ ନୁହେଁ। ମୁଁ ହେଉଛି ବ୍ଲକ ଶିକ୍ଷା ଅଧିକାରୀ। ତଥାପି ଲୋକଙ୍କର ସନ୍ଦେହ ହେଲା। କାଳେ ସେ ଖସିଯିବାକୁ ମିଛ କହୁଛି। ହେଲେ ପାଗଳଟି ନିଜ ପକେଟରୁ ପରିଚୟ ପତ୍ର ବାହାର କରି ଦେଖାଇଲା। ହାଠାତ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତେ ପରସ୍ପରକୁ ଖାଲି ଅନାଇଲେ। କିଛି ସମୟ ପରେ ଲୋକଙ୍କ ରାଗ ଶାନ୍ତ ହେଲା ସତ ହେଲେ…

Read More

ନିର୍ବାଚନ ପୂର୍ବରୁ ବିଜ୍ଞାପନରେ ପ୍ରାୟ 86 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର ପାଇଁ ରାଜକୋଷରୁ କେତେଟଙ୍କା ଖର୍ଚ୍ଚ କରାଯାଇଥିବା ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଥିଲେ, ଏହି କ୍ଷେତ୍ରରେ 86 କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି । ମୋଟ 31 ଟି ଟିଭି ଏବଂ ରେଡିଓକୁ ଏଥି ନିମନ୍ତେ 60 କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନ ବାବଦରେ 26 କୋଟି ଟଙ୍କା ବ୍ୟୟ ହୋଇଛି ।

Read More

ଅକ୍ଷୟ କୁମାର ଏବଂ ବିଦ୍ୟା ବାଲାନଙ୍କ ଅଭିନୀତ ଫିଲ୍ମ ମିଶନ ମଙ୍ଗଲର ଟ୍ରେଲର ରିଲିଜ୍‌ ହୋଇଛି । ଏହି ଟ୍ରେଲର ଜରିଆରେ ନିର୍ଦ୍ଦେଶକ ଜଗନ ଶକ୍ତି ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ନିମନ୍ତେ ନିଜର ସମ୍ମାନ ପ୍ରଦର୍ଶନ କରିଛନ୍ତି । ଫିଲ୍ମରେ ଭାରତୀୟ ବୈଜ୍ଞାନିକଙ୍କ ସାମର୍ଥ୍ୟ ଏବଂ ମହିଳା ସଶକ୍ତିକରଣକୁ ଦେଖାଯାଇଛି । ଫିଲ୍ମରେ ଅକ୍ଷୟ କୁମାର ଜଣେ ବୈଜ୍ଞାନିକ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ବଲିଉଡ୍‌ ହିରୋଇନ୍‌ଙ୍କର ଏକ ଲମ୍ବା ଲାଇନ୍‌ ରହିଛି । ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, ତାପସୀ ପାନ୍ନୁ, କୀର୍ତ୍ତି କୁହ୍ଲାରୀ ଏବଂ ନିତ୍ୟା ମେନନ୍‌ ବିଭିନ୍ନ ଭୂମିକାରେ ନଜର ଆସିଥିବା ବେଳେ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ଭାରତର ମଙ୍ଗଳ ଅଭିଯାନ ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଅଗଷ୍ଟ 15 ତାରିଖରେ ଏହା ରିଲିଜ୍‌ ହେବ ।

Read More

ଝାରଖଣ୍ଡରେ ପୋଲିସ୍‌ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍‌କାଉଣ୍ଟରରେ ତିନି ଜଣ ନକ୍ସଲ ନିହତ ହୋଇଛନ୍ତି । ଗୁରୁବାର ଦିନ 2.45ରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ଝାରଖଣ୍ଡର ଲୋହାର୍ଗାଡାରେ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଥିବା ବେଳେ ପୋଲିସ୍‌ ଘଟଣାସ୍ଥଳରୁ ଦୁଇଟି ଏକେ 47 ରାଇଫଲ୍‌ ଜବତ କରିଛି । ବାହେଗାରା ଗ୍ରାମରେ ଘଟିଥିବା ଏହି ଏନକାଉଣ୍ଟରରେ ଦୁଇ ଜଣ ପୋଲିସ୍‌ ଅଧିକାରୀ ଆହତ ହୋଇଛନ୍ତି । ନକ୍ସଲଙ୍କ ନିକଟରୁ ଏକେ 47 ରାଇଫଲ୍‌ ମିଳିବା ନେଇ ଆତଙ୍କବାଦୀ ଲିଙ୍କ ସନ୍ଦେହ କରାଯାଉଛି । ଅନ୍ୟ ନକ୍ସଲଙ୍କ ଉପସ୍ଥିତି ନେଇ ପୋଲିସ୍‌ର ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।

Read More

କମଲ ହାସାନଙ୍କ ରାଜନୈତିକ ଦଳ ମକ୍କଲ ନିଧି ମୟମ୍‌(ଏମ୍‌ଏନ୍‌ଏମ୍‌) ଭେଲୋର ଉପ ନିର୍ବାଚନରେ ଭାଗ ନେବ ନାହିଁ । ଦଳର ମୁଖ୍ୟ କମଲ ହାସନ ଗୁରୁବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି । ପୂର୍ବରୁ ଦଳ ଚଳିତ ଲୋକସଭାରେ ପ୍ରତିଦ୍ବନ୍ଦିତା ନ କରିବା ନିମନ୍ତେ ଘୋଷଣା କରିଥିଲେ । ନିର୍ବାଚନରେ ଭାଗ ନ ନେବା ନେଇ ହାସନ୍‌ କହିଛନ୍ତି, ଚଳିତ ନିର୍ବାଚନ ପୂର୍ବରୁ ଟଙ୍କା ବଣ୍ଟାଯିବା ଯୋଗୁଁ ନିର୍ବାଚନ ଅଧାରେ ରହିଥିଲା । ଏହା ପରଠାରୁ ଏହି ଅଞ୍ଚଳରେ କୌଣସି ବିକାଶୂ ମୂଳକ କାର୍ଯ୍ୟ ହୋଇନାହିଁ ତେଣୁ ଦଳ ନିର୍ବାଚନରେ ଭାଗ ନେବ ନାହିଁ । ଏମ୍‌ଏନ୍‌ଏମ୍‌ ରାଜ୍ୟ ରାଜନୀତିରେ ବୃହତ୍ତର ପରିବର୍ତ୍ତନ ଆଣିବା ପାଇଁ ଇଚ୍ଛୁକ ତେଣୁ ଆସନ୍ତା ବର୍ଷ ନିର୍ବାଚନରେ ଦଳ ଭାଗ ନେବ ବୋଲି କମଲ ହାସନ ସୂଚନା ଦେଇଛନ୍ତି । ଏପ୍ରିଲ୍‌ରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଡିଏମ୍‌କେ ପ୍ରାର୍ଥୀ କାଥିର ଆନନ୍ଦଙ୍କ ବାସଗୃହରୁ 11.48…

Read More

ସର୍ବଣା ଭବନ କର୍ମଚାରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପି ରାଜଗୋପାଳଙ୍କ ଦେହାନ୍ତ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପି ରାଜଗୋପାଳଙ୍କ ଦେହାନ୍ତ ହୋଇଛି । ରାଜଗୋପାଳଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି ଦର୍ଶାଯାଇଛି । ଜୁଲାଇ 10 ତାରିଖରେ 72 ବର୍ଷୀୟ ରାଜଗୋପାଳଙ୍କୁ ଅସୁସ୍ଥତା କାରଣରୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ପୂର୍ବରୁ ସ୍ବାସ୍ଥ୍ୟଗତ କାରଣଗ ଦର୍ଶାଇ ଜାମିନ ଅବଧି ବଢାଇବାକୁ ରାଜଗୋପାଳଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଜୁଲାଇ 7 ତାରିଖରେ ରାଜଗୋପାଳଙ୍କ ଜାମିନ ଅବଧି ଶେଷ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜନୈକ କର୍ମଚାରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଏକ ସ୍ଥାନୀୟ 2004ରେ ରାଜଗୋପାଳ ଏବଂ ଅନ୍ୟ 8 ଜଣଙ୍କୁ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହାର ପାଞ୍ଚ ବର୍ଷ ପରେ ମାଡ୍ରାସ ହାଇକୋର୍ଟ ଏହି ଦଣ୍ଡାଦେଶକୁ ସମାନ ରଖିଥିବା ବେଳେ ଏହାକୁ ବିରୋଧ କରି ରାଜଗୋପାଳ…

Read More

ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ପ୍ରଦୀପ ମହାରଥୀଙ୍କ ତୁତୁ ମେଁମେଁ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି, ଉଭୟଙ୍କ ମଧ୍ୟରେ କୌଣସି ବିବାଦ ନାହିଁ । ମହାରଥୀ ସବୁବେଳେ ଯାତ୍ରୀ ଶୈଳୀରେ କଥାବାର୍ତ୍ତା କରନ୍ତି। ସେ ଆହୁରି କହିଛନ୍ତି,“ସମସ୍ତଙ୍କର ବିଧାନସଭାରେ କହିବାର ଅଧିକାର ରହିଛି। ମହାରଥୀ ଯାହା ଅନୁଭବ କଲେ, ତାହା କହିଛନ୍ତି।”  ଗତକାଲି ଆଳୁ ମିଶନ ଫେଲ ମାରିବା ଓ ଶୀତଳ ଭଣ୍ଡାର ବନ୍ଦ ହେବା ନେଇ ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପରୋକ୍ଷରେ ଦାୟୀ କରିଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆଜି ମଧ୍ୟ ମହାରଥୀ ଏହି ବିଷୟକୁ ନେଇ ପୂଜାରୀଙ୍କ ଆକ୍ଷେପ କରିବା ସହିତ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି ।

Read More

ମାଡ୍ରାସ ହାଇକୋର୍ଟ ପକ୍ଷରୁ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ହତ୍ୟାକାରୀଙ୍କୁ ମୁକ୍ତ କରିବା ନିମନ୍ତେ ଆଦେଶ ପ୍ରଦାନ ନିମନ୍ତେ ମାଡ୍ରାସ ହାଇକୋର୍ଟ ମନା କରି ଦେଇଛନ୍ତି । ହତ୍ୟାକାଣ୍ଡର ଅଭିଯୁକ୍ତ ଏସ୍‌ ନଳିନୀଙ୍କ ସମେତ ଅନ୍ୟ 7 ଜଣ ନିଜର ସଜା ଶେଷ ହେବା ପୂର୍ବରୁ ମୁକ୍ତି ନିମନ୍ତେ ଆବେଦନ କରିଥିଲେ । ମାତ୍ର ସମସ୍ତ ଅଭିଯୁକ୍ତଙ୍କ ରିଟ୍‌ ପିଟିସନ୍‌କୁ କୋର୍ଟ ଖାରଜ କରିବା ସହିତ ତାମିଲନାଡୁ ସରକାରଙ୍କୁ ଆଦେଶ ଦେବା ନେଇ ମନା କରି ଦେଇଛନ୍ତି । ଜଷ୍ଟିସ୍‌ ଆର ସୁବଇୟା ଏବଂ ସି ସର୍ବାନନ୍‌ ଏହି ମାମଲାର ବିଚାର କରିଥଇଳେ । ଆଡଭୋକେଟ ଜେନେରାଲ ବିଜୟ ନାରାୟଣ ଏହା କୋର୍ଟଙ୍କ କ୍ଷମତା ପରିସର ବାହାରର ଜିନିଷ ବୋଲି ଅଭିହିତ କରିଛନ୍ତି । ସମ୍ବିଧାନର ଧାରା 161 ଅନୁଯାୟୀ ଏପରି କରିବା ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇ ପାରିବ ନାହିଁ ।

Read More

ପୁଣି ଗୃହରେ ବର୍ଷିଲେ ପ୍ରଦୀପ ମହାରଥୀ ।  ଗତକାଲି ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆକ୍ଷେପ କରିଥିଲେ ।  ଆଜି ମହାରଥୀ ବିଧାନସଭାରେ ପୂଜାରୀଙ୍କୁ ଉତ୍ତର ଫେରଇଛନ୍ତି ।  ଶାଣିତ ସ୍ବରରେ କଡ଼ା ପ୍ରତି ଜବାବ ଦେଇଛନ୍ତି ବିଜେଡ଼ି ବିଧାୟକ ମହାରଥୀ । “ କାଲି ମନ୍ତ୍ରୀ ଯାହା ଉତ୍ତର ଦେଇଥିଲେ ତାହା ଭୁଲ୍ ଉତ୍ତର ଥିଲା। ମନ୍ତ୍ରୀ କହିଥିଲେ ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। କିନ୍ତୁ ତାହା ୪୮କୁ ଖସିଛି। ହେଲେ ମୁଁ ଆସିବା ବେଳକୁ ୨୪ ଥିଲା। ମୋ ସମୟରେ ତାହା ୪୮ ହୋଇଥିଲା। ମୋ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠାକୁ ନେଇ ପ୍ରଶ୍ନ କରାଯିବା ଠିକ୍ ନୁହେଁ। ମୋ ସମୟରେ ଆମେ ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛୁ। ଯଦି ଭାବୁଥାନ୍ତି ଏମିତି କହି ମହାରଥୀଙ୍କ ପାଟି ଚୁପ୍ ରଖିବେ ତାହା ପାରିବେନି। ଗୋଟିଏ ମନ୍ତ୍ରୀ ପଦ ଫାଙ୍କା ଅଛି ବୋଲି…

Read More

କେଦାର ମିଶ୍ର ଗଣତନ୍ତ୍ର ଓ ମାନବ ଅଧିକାର ଉପରେ ଆସ୍ଥା ରଖିଥିବା ଯେ କୌଣସି ସଭ୍ୟ ନାଗରିକ ପାଇଁ ଏ ଦୃଶ୍ୟଟି ଅତ୍ୟନ୍ତ ପୀଡାଦାୟକ। କର୍ତ୍ତବ୍ୟରତ ଜଣେ ସାମ୍ବାଦିକଙ୍କ ପ୍ରତି କେନ୍ଦ୍ରାପଡା ଜିଲା ପୋଲିସ ଅଧୀକ୍ଷକ ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କଲେ, ତାହା ଜଣେ ରାସ୍ତାଘାଟର ଗୁଣ୍ଡାର ଆଚରଣ ସହିତ ତୁଳନୀୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଗସ୍ତ ସମୟରେ ଦାୟିତ୍ଵ ନିର୍ବାହ କରୁଥିବା ଓଡିଆ ଟେଲିଭିଜନ ଚାନେଲ ନ୍ୟୁଜ-18 ର ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ କେନ୍ଦ୍ରାପଡା ପୋଲିସ ଅଧିକ୍ଷକ ସର୍ବସାଧାରଣରେ ଧମକ ଦେବା ଓ ତାଙ୍କ ଉପରକୁ ହାତ ଉଠାଇବା, ଅତ୍ୟନ୍ତ ନିନ୍ଦନୀୟ। ସବୁଠୁ ଆଶ୍ଚର୍ୟର କଥା ହେଉଛି, ଏହି ଘଟଣା ଘଟିଲା ବେଳେ ସେଠାରେ ଶାସକ ବିଜୁ ଜନତା ଦଳର ଦୁଇଜଣ ବଡ ନେତା ଉପସ୍ଥିତ ଥିଲେ। ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ଉପସ୍ଥିତିରେ ଏ କଥା ଘଟୁଥିବା…

Read More

ଆଜି ବିଧାନସଭାର ଶୂନ୍ୟକାଳରେ କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ମାଡ଼ ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇ କହିଲେ ଯେ, ଦୁଇ ପୂର୍ବତନ ମନ୍ତ୍ରୀଙ୍କ ଉପସ୍ଥିତିରେ ଏସ୍‌ପି ନିତିଶେଖର ସାମ୍ବାଦିକଙ୍କୁ ମାଡ ମାରିଛନ୍ତି।  ଯାହା ଚତୁର୍ଥ ସ୍ତମ୍ଭ ପ୍ରତି ଅପମାନ। ତେଣୁ ସମ୍ପୃକ୍ତ ଏସ୍‌ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ୍‌ ତାଙ୍କୁ ନିଲମ୍ବନ କରାଯାଉ ବୋଲି ବାଚସ୍ପତିଙ୍କୁ କହିଛନ୍ତି। ଏନେଇ ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଏହା ରାଜତନ୍ତ୍ର, ଗଣତନ୍ତ୍ର ନା ନବୀନ ତନ୍ତ୍ର ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ତାରାପ୍ରସାଦ ବାହିନୀପତି  କହିଛନ୍ତି। ତେବେ ଏସ୍‌ପିଙ୍କ ନିଲମ୍ବନ ଦାବି କରି ବିରୋଧୀ ଗୃହରେ ହୋହାଲ୍ଲା କରିଥିଲେ। ବାଚସ୍ପତିଙ୍କ ରୁଲିଂ ମଧ୍ୟ ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।  ଉଭୟ କଂଗ୍ରେସ ଓ ବିଜେପି ଏହି ମାମଲାକୁ ନେଇ କଂଗ୍ରେସରେ…

Read More

ରାଜ୍ୟସଭାରେ ସମାଜବାଦୀ ପାର୍ଟିର ସାଂସଦମାନେ ହୋ ହଲ୍ଲା କରିବା ଯୋଗୁଁ ରାଜ୍ୟସଭା ୧୫ ମିନିଟ୍‌ ପାଇଁ ମୁଲତବୀ ହୋଇଛି। ଗୁରୁବାର ସମାଜବାଦୀ ନେତା ରାମଗୋପାଳ ଯାଦବଙ୍କ ନେତୃତ୍ବରେ ସମାଜବାଦୀ ସାଂସଦମାନେ ହୋ ହଲ୍ଲା କରିଥିଲେ। ଉତ୍ତରପ୍ରଦେଶର ସୋନେଭଦ୍ରାରେ ୯ ଜଣଙ୍କ ହତ୍ୟା କାରଣକୁ ନେଇ ଯୋଗୀ ସରକାରଙ୍କୁ ସମାଲୋଚନା କରିବା ସହିତ ଆଇନ୍‌ ବ୍ୟବସ୍ଥାର ଉଲ୍ଲଂଘନ ହେଉଥିବା ନେଇ ଅଭିଯୋଗ ଆଣି ହଙ୍ଗାମା କରିଥିଲେ। ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା। ଗୃହର ବିବରଣୀରେ ଏହାକୁ ସାମିଲ କରିବା ନେଇ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ। ଏହାପରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ଗୃହକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

Read More

ଗତକାଲି ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ରାୟ ପ୍ରକାଶ ପାଇଥିଲା । ଏହି ମାମଲାର ରାୟ ପ୍ରକାଶ ପାଇବା ପରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । ଉଭୟ ଗୃହକୁ ସମ୍ବୋଧିତ କରିବା ଅବସରରେ କୁଳଭୂଷଣଙ୍କ ପରିବାରକୁ ପ୍ରଶଂସା କରିଛନ୍ତି ଜୟଶଙ୍କର । ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣଙ୍କ ପରିବାର ପ୍ରତିକୂଳ ପରିବେଶରେ ମଧ୍ୟ ଅସୀମ ଧୈର୍ଯ୍ୟର ପରିଚୟ ଦେଇଛନ୍ତି । ଗତକାଲିର ରାୟ ପ୍ରକାଶ ପାଇବା ପରେ କୁଳଭୂଷଣଙ୍କ ମୁକ୍ତ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି । ଭାରତ ସରକାରଙ୍କ ପକ୍ଷରୁ କୁଳଭୂଷଣଙ୍କୁ ମୁକ୍ତ କରାଯିବାର ପ୍ରୟାସ କରାଯିବ ବୋଲି ଜୟଶଙ୍କର ଉଭୟ ଗୃହକୁ ସମ୍ବୋଧିତ କରିବା ଅବସରରେ ସୂଚନା ଦେଇଛନ୍ତି । 2016 ମାର୍ଚ୍ଚ ମାସରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ପାକିସ୍ତାନ ପକ୍ଷରୁ ଗିରଫ…

Read More

ଜାପାନର କ୍ୟୋଟୋ ସହରରେ ଗୁରୁବାର ସକାଳରୁ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ଏଠାରେ ସ୍ଥିତ ପ୍ରସିଦ୍ଧ କ୍ୟୋଟୋ ଏନିମେଶନ୍‌ ଷ୍ଟୁଡିଓରେ ଅଜଣା ବ୍ୟକ୍ତି ନିଆଁ ଲଗାଇଦେଇଛନ୍ତି । ଏହି ଘଟଣାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୮ଜଣ ଗମ୍ଭୀର ଭାବରେ ଆହତ ହୋଇଥିବାର ସୂଚନା ରହିଛି । ସକାଳ ୧୦.୩୦ ମିନିଟ୍‌ର ଏହି ଅଘଟଣ ଘଟିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ କିଛି ତରଳ ପଦାର୍ଥ ଜରିଆରେ ଷ୍ଟୁଡିଓରେ ନିଆଁ ଲଗାଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଜାପାନର ପ୍ରସିଦ୍ଧ ଆନିମେସନ୍‌ ସିରିଜ୍‌ କେ- ଅନ୍‌, ସୁଜିମିଆ ହୁରୁହୀ, ଅ ସାଇଲେଣ୍ଟ ବୟଜ୍‌ ସମେତ ବହୁ ବଡ଼ ବଡ଼ ଆନିମେସନ୍‌ ଫିଲ୍ମ ଓ ସିରିଜ୍‌ ଏହି ଷ୍ଟୁଡିଓ ଦ୍ବାରା ନିର୍ମାଣ କରାଯାଇଛି ।

Read More