ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କଟକ ବଡ଼ ମେଡିକାଲ ଭେଷଜ ବିଭାଗର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଗତକାଲି ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଟକ ବଡ଼ ମେଡିକାଲର ଜରୁରୀକାଳୀନ ଓ୍ୱାର୍ଡରେ ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ଭେଷଜ ବିଭାଗର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଏକ ଚା’ ଦୋକାନରୁ ଧନ ଉପାର୍ଜିତ କରି ବସ୍ତି ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରନ୍ତି ପ୍ରକାଶ ରାଓ । ଏହାଛଡ଼ା ଶ୍ରୀ ରାଓ ବଡ଼ ମେଡିକାଲ୍ରେ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ସମାଜସେବା ପାଇଁ ପ୍ରକାଶ ରାଓଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରକାଶ…
Author: Samikhsya Bureau
ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ନିର୍ବାଚନ ପ୍ରଚାରକୁ ବୁଧବାର ଓହ୍ଲାଇଛନ୍ତି। ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ଡେରାବିଶ ବ୍ଲକ ବାରିମୂଳ ହେଲିପ୍ୟାଡ୍ରେ ଓହ୍ଲାଇ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ୫୧ଟି ପଞ୍ଚାୟତରେ ରୋଡ ଶୋ’ କରି ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଦଳର ହେଭିୱେଟ୍ ନେତାମାନେ ସେଠାରେ ନିଜ ଦଳର ପ୍ରଚାର ଆରମ୍ଭ କରିଦେଇଛନ୍ତି । ଦୁଇଦିନ ଧରି ପାଟକୁରାରେ ନିର୍ବାଚନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ବସ୍ରେ ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକରେ ସେ ରୋଡ୍ ଶୋ’ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।।
ବିଶ୍ବ ଆତଙ୍କବାଦୀ ତାଲିକାରେ ରହିଥିବା କୁଖ୍ୟାତ ହାଫିଜ୍ ସଇଦ୍କୁ ପାକିସ୍ତାନରେ ଗିରଫ କରାଯାଇଛି । 26/11 ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍କୁ ମେ ମାସରେ ବିଶ୍ବ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିଲା । ଲାହୋରରୁ ଗୁଜରାନଓ୍ବାଲା ଯାଉଥିବା ସମୟରେ ପାକିସ୍ତାନ ଅର୍ଥନୈତିକ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ବୁଧବାର ଦିନ ହାଫିଜ୍ ସଇଦ୍କୁ ଗିରଫ କରାଯାଇଥିଲା । ଜମାତ୍ ଉଦ୍ ଦଓ୍ବାର ମୁଖ୍ୟ ହାଫିଜ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବିଭିନ୍ନ ଅର୍ଥନୈତିକ ହେରଫେର ମାମଲା ଏବଂ ଆତଙ୍କୀଙ୍କୁ ଅର୍ଥ ଯୋଗାଣ ଅଭିଯୋଗରେ ହଫିଜ୍କୁ ଗିରଫ କରାଯାଇଛି ।
ବିଧାନସଭାର ପ୍ରଶ୍ନୋତ୍ତର କାଳ ଚାଲିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପରସ୍ପର ଉପରେ ଦୋଷ ଲଦିଛନ୍ତି। ପ୍ରଶ୍ନୋତ୍ତର କାଳରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖୁଥିଲେ। ଏହି ସମୟରେ ଶାସକ ଦଳର ସଦସ୍ୟ ପ୍ରଦୀପ ମହାରଥୀ ରାଜ୍ୟରେ କେତେ ଶୀତଳ ଭଣ୍ଡାର ରହିଛି ଏବଂ ସେଥିରେ ତୈଳ ଓ ଡାଲି ଜାତୀୟ ଶସ୍ୟ ମହଜୁଦ ରଖିବା ପାଇଁ ଚୁକ୍ତି ହୋଇଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନ ନିରଞ୍ଜନ ପୂଜାରୀଙ୍କୁ ହଜମ ହୋଇ ନ ଥିଲା। ସେ ମହାରଥୀଙ୍କ ଉପରେ ପରୋକ୍ଷରେ ଦୋଷାରୋପ କରି ଉତ୍ତର ରଖିଥିଲେ। ସେ କହିଥିଲେ ଯେ ଆପଣଙ୍କ ସମୟରେ ୧୨୭ ଟି ଶୀତଳ ଭଣ୍ଡାରୁ ୮୦ଟି ବନ୍ଦ ହୋଇଯାଇଥିବାବେଳେ ୪୭ଟି କାର୍ଯ୍ୟ କରୁଛି। ଶାସକ ଦଳର ବରିଷ୍ଠ ବିଧାୟକ…
କୋଲକାତାରେ ଏକ ଦୁର୍ଘଟଣାରେ ୫ ଜଣ ଓଡିଆ ପ୍ରାଣ ହରାଇଛନ୍ତି। କୋଲକାତା ହାୱଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ଓଡ଼ିଆ ଯୁବକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହା ସହିତ ଅନ୍ୟ ୩ ଜଣ ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ସମସ୍ତ ମୃତକ ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ଅଟନ୍ତି। ଭଦ୍ରକ ଓ ଯାଜପୁର ଜିଲ୍ଲାରୁ ୮ ଜଣ ଯୁବକ ହାୱଡ଼ାରୁ ବାହାଘର ଭୋଜି ଖାଇ ଫେରୁଥିବାବେଳେ ହାୱଡା ନିକଟସ୍ଥ ଶଙ୍କରାଇଠାରେ ସେମାନଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ପ୍ରାଥମିକ ଭାବରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି।
ଭାରତ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସମ୍ପର୍କ ସୁଦୃଢ କରାଯିବ ବୋଲି ପ୍ରତିରକ୍ଷା ସଚିବ ମାର୍କ ଟି ଏସ୍ପର ପ୍ରକାଶ କରିଛନ୍ତି। ଭାରତୀୟ ସୁରକ୍ଷା ବଳଙ୍କ ସହିତ ଆମେରିକାର ସହଭାଗିତାରେ ଏକ ଶକ୍ତିଶାଳୀ ସେନା ସୃଷ୍ଟି କରାଯାଇ ପାରିବ ବୋଲି ଏସ୍ପର ମତ ଦେଇଛନ୍ତି। ହ୍ବାଇଟ୍ ହାଉସ୍ ଏବଂ ପେଣ୍ଟାଗନ୍ ସର୍ବଦା ଭାରତ ସହିତ ନିଜର ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଘଟାଇବାକୁ ଆଗ୍ରହୀ ବୋଲି ଏସ୍ପର କହିଛନ୍ତି। ୨୦୧୪ ମସିହା ପୂର୍ବରୁ ଭାରତ ଆମେରିକା ନିକଟରୁ ଅଧିକ ଅସ୍ତ୍ର ଶସ୍ତ୍ର କିଣୁଥିବା ବେଳେ ବର୍ତ୍ତମାନ ଭାରତ ଋଷିଆ ଏବଂ ଇସ୍ରାଏଲ୍ ନିକଟରୁ ଅଧିକ ଅସ୍ତ୍ରଶସ୍ତ୍ର କିଣୁଛି। ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ବୃଦ୍ଧି କରିବା ସହିତ ଭାରତକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ ବୃଦ୍ଧି କରାଯିବା ନେଇ ଟ୍ରମ୍ପ ସରକାର ଉତ୍ସାହିତ ଅଛନ୍ତି ବୋଲି ମାର୍କ ଟି ଏସ୍ପର ସୂଚନା ଦେଇଛନ୍ତି।
ବହୁଚର୍ଚ୍ଚିତ କର୍ଣ୍ଣାଟକ ରାଜନୀତି ନେଇ ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ଆସିଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଆସ୍ଥା ଭୋଟ ନିମନ୍ତେ ବିଧାୟକମାନଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହା ସହିତ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବା ନିମନ୍ତେ ବାଚସ୍ପତିଙ୍କ ଉପରେ ମଧ୍ୟ ଚାପ ପକାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ୧୫ ଜଣ ଜେଡିଏସ୍ ଏବଂ କଂଗ୍ରେସ ବିଧୟକଙ୍କ ଇସ୍ତଫା ପରେ ସଂଖ୍ୟାଲଘୁ ହୋଇ ପଡିଛି କୁମାରସ୍ବାମୀ ସରକାର। ବାଚସ୍ପତି କେ ଆର ରମେଶ ଏହି ପ୍ରସଙ୍ଗ ଉପରେ ଅନ୍ତିମ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ସର୍ବୋଚ୍ଚ କୋର୍ଟଙ୍କ ନିଷ୍ପତ୍ତି ପରେ ବିଜେପି ଆସ୍ଥା ଭୋଟରେ ବିଜୟୀ ହେବ ବୋଲି ମତ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ।
ଭାରତୀୟ ସେୟାର ବଜାରର ପ୍ରଦର୍ଶନ ବୁଧବାର ଦିନ ସ୍ଥିର ରହିଛି। ଏହି ସମୟରେ ସେନ୍ସେକ୍ସରେ ୪.୪୦ ପଏଣ୍ଟର ହ୍ରାସ ଘଟିଥିବା ବେଳେ ନିଫ୍ଟୀ ୨.୨୦ ପଏଣ୍ଟର ହ୍ରାସ ଘଟିଛି। ୦.୦୧ ପ୍ରତିଶତ ହ୍ରାସ ସହିତ ସେନ୍ସେକ୍ସ ୩୯୧୨୬.୬୪ ପଏଣ୍ଟରେ ରହିଥିବା ବେଳେ ୦.୦୨ ପ୍ରତିଶତ ହ୍ରାସ ସହିତ ନିଫ୍ଟୀ ୧୧୬୬୪.୮୦ ପଏଣ୍ଟରେ ରହିଛି। କୋଟାକ୍ ବ୍ୟାଙ୍କ, ଟେକ୍ ମହିନ୍ଦ୍ରା, ଏସିଆନ୍ ପେଣ୍ଟସ୍, ଏଚ୍ସିଏଲ୍ ଏବଂ ୟେସ୍ ବ୍ୟାଙ୍କ ଲାଭ ହାସଲ କରିଥିବା ବେଳେ ଟାଟା ମୋଟର୍ସ, ଟାଟା ଷ୍ଟିଲ୍, ସନ୍ ଫାର୍ମା , ଟିସିଏସ୍ ଏବଂ ଇନ୍ଫୋସିସ୍ ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି। ସେହିପରି ଦିନର ପ୍ରାରମ୍ଭିକ ଟ୍ରେଡ ଅନୁଯାୟୀ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୯ ପଇସା ହ୍ରାସ ପାଇଛି। ପୂର୍ବରୁ ଡଲାରର ବିନିମୟ ମୂଲ୍ୟ ୬୮.୮୦ ପଇସା ରହିଥିବା ବେଳେ ବୁଧବାର ଏହା ୬୮.୭୧ ପଇସା ରହିଛି।
କେଦାର ମିଶ୍ର ଆମ ପାଖରେ ତୃଣମୂଳ, ମାର୍କ୍ସବାଦି କମ୍ୟୁନିଷ୍ଟ ପାର୍ଟି ଓ କଂଗ୍ରେସର ୧୦୭ ଜଣ ବିଧାୟକ ଅଛନ୍ତି, ସେମାନେ ଯଥାଶୀଘ୍ର ବିଜେପିରେ ମିଶିଯିବେ- ଏମିତି ଏକ ଦମ୍ଭୋକ୍ତି କରିଛନ୍ତି, ପଶ୍ଚିମବଙ୍ଗର ବିଜେପି ନେତା ମୁକୁଲ ରାୟ। ଇଏ ହେଉଛନ୍ତି ସେଇ ମୁକୁଲ ରାୟ ଯିଏ ଏକଦା ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିଲେ ଓ ସାରଦା ଚିଟଫଣ୍ଡ ମାମଲାରେ ୟାଙ୍କର ସମ୍ପୃକ୍ତି ରହିଛି ବୋଲି ସିବିଆଇ କହିଥିଲା। ସେ ତୃଣମୂଳ ଛାଡି ଏବେ ବିଜେପିର ବିଶୁଦ୍ଧ ନେତା ହୋଇଯାଇଛନ୍ତି।ପଶ୍ଚିମବଙ୍ଗରେ ଅନୁଷ୍ଠିତ ଗତ ବିଧାନସଭାରେ ମାତ୍ର ତିନୋଟି ଆସନ ଜିତିଥିବା ବିଜେପି ୧୦୭ ବିଧାୟକ କିଣିପାରିବାର ସାମର୍ଥ୍ୟ ରଖିଛି ବୋଲି କହିଲା ବେଳେ, ଏମାନଙ୍କୁ ସାମାନ୍ୟ ଲଜ୍ଜା ମଧ୍ୟ ଲାଗୁନାହିଁ। ୧୦୪ ଜଣ ବିଧାୟକ ବିଭିନ୍ନ ଦଳରୁ ଆସି ବିଜେପିରେ ଯୋଗଦେବେ ବୋଲି ମୁକୁଲ ରାୟ କହିବା ପଛରେ ହୁଏତ ଏକ ଗୁଜବଭିତ୍ତିକ ରାଜନୀତି କାମ କରୁଥାଇପାରେ। ହେଲେ ଏହା ଅସମ୍ଭବ…
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣା ପାଇଁ କଂଗ୍ରେସ ଏବଂ ଏନ୍ସିପି ମଧ୍ୟରେ ଆଲୋଚନା ହୋଇଛି। ଚଳିତ ଲୋକସଭା ନିର୍ବାଚନରେ ଉଭୟ ଦଳ ମଧ୍ୟରେ ବୁଝାମଣା ହୋଇଥିବା ବେଳେ ଉଭୟ ଦଳ ଖରାପ ପ୍ରଦର୍ଶନ କରିଥିଲେ। ଏହାପରେ ଉଭୟ ଦଳ ମଧ୍ୟରେ ମେଣ୍ଟ ନହେବା ନେଇ ଖବର ପ୍ରକାଶ ପାଇଥିଲା। ମାତ୍ର ବିଗତ ଦୁଇଟି ନିର୍ବାଚନର ଖରାପ ପ୍ରଦର୍ଶନ ଯୋଗୁଁ ଚଳିତ ବିଧାନସଭା ନିର୍ବାଚନରେ ଉଭୟ ଦଳ ସମାନ ସଂଖ୍ୟାର ଆସନରେ ପ୍ରତିଦ୍ବନ୍ଦିତା କରିବା ନେଇ ଉଭୟ ଦଳ ମଧ୍ୟରେ ଆଲୋଚନା ହୋଇଥିବା ନେଇ ଏନ୍ସିପି ପକ୍ଷରୁ କୁହାଯାଇଛି। ସୂଚନାାଯୋଗ୍ୟ ଯେ, ୨୦୧୯ରେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ଏନ୍ସିପି ଚାରିଟି ଆସନରେ ବିଜୟୀ ହୋଇଥିଲା। ୨୦୧୪ ନିର୍ବାଚନରେ କଂଗ୍ରେସ ୨ଟି ଏବଂ ଏନ୍ସିପି ୪ଟି ଆସନରେ ବିଜୟୀ ହୋଇଥିଲା। ସର୍ବଦା କଂଗ୍ରେସ ଏନ୍ସିପି ଅପେକ୍ଷା ଅଧିକ ଆସନରେ ପ୍ରତିଦ୍ବନ୍ଦିତା କରିଥାଏ ମାତ୍ର ନିକଟରେ ସମାପିତ…
ପେରୁର ପୂର୍ବତନ ରାଷ୍ଟ୍ରପତି ଆଲେଜାଣ୍ଡ୍ରୋ ଟୋଲେଡୋଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରୁ ଗିରଫ କରିଛି। ଟୋଲେଡୋଙ୍କୁ ଗିରଫ କରାଯିବା ପରେ ପେରୁକୁ ପ୍ରତ୍ୟର୍ପଣ କରାଯାଇଛି। ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ପେରୁର ରାଷ୍ଟ୍ରପତି ରହିଥିବା ୨୦ ମିଲିୟନ୍ ଡଲାରର ଉତ୍କୋଚ ନେଇଥିବା ଅଭିଯୋଗ ଆସିଥିଲା। ଏକ ବ୍ରାଜିଲିଆନ୍ ନିର୍ମାଣକାରୀ କମ୍ପାନୀ ନିକଟରୁ ଏହି ଅର୍ଥ ନେଇଥିଲେ ଆଲେଜାଣ୍ଡ୍ରୋ ଟୋଲେଡୋ। ୭୩ ବର୍ଷୀୟ ଟୋଲେଡୋଙ୍କ ପ୍ରତ୍ୟର୍ପଣ ନେଇ ପେରୁ ପକ୍ଷରୁ ବିଗତ ଏକ ବର୍ଷ ହେବ ଅନୁରୋଧ କରାଯାଇଥିଲେ ମଧ୍ୟ ଆମେରିକା ଏହାକୁ ପ୍ରତ୍ୟାଖ୍ୟାନ କରୁଥିଲା। ଗତକାଲି କାଲିଫର୍ଣ୍ଣିଆରୁ ଟୋଲେଡୋଙ୍କୁ ଗିରଫ କରାଯାଇଛି। ପେରୁରେ ପହଞ୍ଚିବା ପରେ ଆସନ୍ତା ସପ୍ତାହରୁ ଟୋଲେଡୋଙ୍କ ବିପକ୍ଷରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପେରୁର ଆଇନ ମନ୍ତ୍ରୀ ଭିନସେଣ୍ଟେ ଜେବାଲ୍ଲୁସ୍ ସୂଚନା ଦେଇଛନ୍ତି।
ସ୍ମାର୍ଟ ସିଟିରେ ବେଧଡ଼କ ଭାବେ ନିଶା କାରବାର ଚାଲିଛି। ଆଜି ପୁଣି ଭୁବନେଶ୍ୱରର ୩୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ରାଜଧାନୀ ଭୁବନେଶ୍ୱର ବର୍ତ୍ତମାନ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡା ପାଲଟିଲାଣି। କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ କ୍ରାଇମବ୍ରାଞ୍ଚ ଏସଟିଏଫ ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ତିନିଜଣ ଅନ୍ତରାଷ୍ଟୀୟ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଛି। ଏହି ନିଶା ବେପାରୀ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ଗୁଡ଼ିକୁ ବ୍ରାଉନସୁଗାର ଚାଲାଣ କରୁଥିଲେ। ଏହା ସହ ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ ହୋଇଛି। ଏଥିରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।
କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଦିଆ ଯାଉଥିବା ସମ୍ମାନଜନକ ଉସ୍ତାଦ ବିସମିଲ୍ଲା ଖାନ ଯୁବ ପୁରସ୍କାର ଚଳିତ ବର୍ଷ ପାଇବେ ବାଙ୍ଗାଲୋରରେ ରହୁଥିବା ଓଡିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର। ଦୀର୍ଘ ବର୍ଷ ଧରି ମଧୁଲିତା ବାଙ୍ଗାଲୋର ରେ ଓଡିଶୀ ନୃତ୍ୟ ର ପ୍ରଚାର ପ୍ରସାର କରି ଆସୁଛନ୍ତି। ତାଙ୍କ ଦ୍ବାରା ପ୍ରତିଷ୍ଠିତ ନୃତ୍ୟାନ୍ତର ଅନୁଷ୍ଠାନ ଓଡିଶୀ ନୃତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ରଖିଛି। ମଧୁଲିତା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ରେ ତାଙ୍କର ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଗୁରୁ ଗଙ୍ଗାଧର ପ୍ରଧାନ ଓ ଗୁରୁ ଅରୁଣା ମହାନ୍ତି ଙ୍କ ଠାରୁ ମଧୁଲିତା ଓଡିଶୀ ନୃତ୍ୟ ଶିକ୍ଷା କରିଛନ୍ତି।
୨୦୧୮ ପାଇଁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଏକାଡ଼େମୀର ଏହି ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ ହେବେ ବିଶିଷ୍ଟ ତବଲା ବାଦକ ଜାକିର୍ ହୁସୈନ୍, ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋନାଲ୍ ମାନସିଂହ, ସତ୍ରୀୟ ନୃତ୍ୟଗୁରୁ ଯତିନ୍ ଗୋସ୍ବାମୀ ଓ ପ୍ରଖ୍ୟାତ ଭରତନାଟ୍ୟମ୍ ଶିଳ୍ପୀ କେ. କଲ୍ୟାଣସୁନ୍ଦରମ୍ ପିଲାଇ ପ୍ରମୁଖ । ୨୦୧୮ ମସିହା ପାଇଁ ସମ୍ମାନଜନକ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ପ୍ରାୟ ୪୪ ଜଣ ଶିଳ୍ପୀଙ୍କୁ ସମ୍ମାନିତ କରାଯିବ । ପ୍ରଖ୍ୟାତ ଓଡିଶୀ ଓ ଭରତନାଟ୍ୟମ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହ ୨୦୧୮ ମସିହା ପାଇଁ ଏକାଡେମୀ ରତ୍ନ ସମ୍ମାନରେ ସମ୍ମାନିତ ହେବେ । ଓଡ଼ିଶୀ ନୃତ୍ୟ ପାଇଁ ଏକାଡେମୀ ପୁରସ୍କାର ପାଇବେ ବାଙ୍ଗାଲୋର ସ୍ଥିତ ନୃତ୍ୟଗ୍ରାମର ନିର୍ଦ୍ଦେଶିକା ସୁରୂପା ସେନ । ସେହିପରି ଉସ୍ତାଦ୍ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାର ୨୦୧୮ ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶୀ ନୃତ୍ୟାଙ୍ଗନା ମଧୁଲିତା ମହାପାତ୍ର ।…
ପୁରୀ ପଟ୍ଟନାୟିକିଆ ସାହିରେ ଘଟିଥିବା ଟ୍ରିପଲ୍ ମର୍ଡର ଘଟଣାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଚସ୍ପତିଙ୍କ ରୁଲିଂ ପରେ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୧୪ ତାରିଖରେ ପଟ୍ଟନାୟିକିଆରେ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣା ନେଇ ସତ୍ୟବାଦୀ ଥାନାରେ ଏଫଆଇଆର ହୋଇଥିଲା । ଘଟଣା ଉପରେ ପୋଲିସ୍ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଘଟଣାରେ ୬ଜଣଙ୍କୁ ପୋଲିସ ଗିରଫ କରାଯାଇଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜମିଜମାକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ରହିଥିଲା । ରାଜ୍ୟରେ ସଂଗଠିତ ଅପରାଧ ରୋକିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି । ଏହି ଘଟଣାକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରାଯାଇଥିଲା।
ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେଲେ ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଅନୁସୂୟା ଉଇକ୍ଙ୍କୁ ଛତିଶଗଡ଼ର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଅନୁସୂୟା ବିଜେପିର ରାଜ୍ୟସଭା ସାଂସଦ ରହିଥିବାବେଳେ ଓଡ଼ିଶାର ବରିଷ୍ଠ ବିଜେପି ନେତା ହେଉଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ରାଷ୍ଟ୍ରପତି ଭବନ ତରଫରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ପାଞ୍ଚ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ଦୁଇଥର ଜନତା ଦଳ ଓ ୩ ଥର ବିଜେପି ତରଫରୁ ଟିକେଟ ପାଇଁ ନିର୍ବାଚିତ ହୋଇଥିଲେ ଏହି ବରିଷ୍ଠ ନେତା ଜଣକ। ୧୯୮୦ରୁ ୮୮ ଯାଏଁ ୮ ବର୍ଷ ଧରି ଓଡ଼ିଶା ବିଜେପିରେ ସଭାପତି କାର୍ଯ୍ୟ ସମ୍ପାଦନ କରିଥିଲେ ବିଶ୍ବଭୂଷଣ ହରିଚନ୍ଦନ। ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ସରକାର ଚାଲିଥିବା ସମୟରେ ରାଜସ୍ବ, ଆଇନ୍ ଓ ଶିଳ୍ପ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ…
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଖାତାର ମୂଲ୍ୟାୟନ ଆସନ୍ତା ୨୧ରୁ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ସହ ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରୀ ଖାତାଦେଖା ହେବ ବୋଲି ବେର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୨୧ରୁ ଆରମ୍ଭ ହୋଇ ଏହି ଖାତାଦେଖା ପ୍ରକ୍ରିୟା ଜୁଲାଇ ୨୩ରେ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ପାଇଁ ୧୨ଟି କେନ୍ଦ୍ର ରହିଥିବା ବେଳେ ମୁକ୍ତ ବିଦ୍ୟାଳୟ ପାଇଁ ୮ଟି ମୂଲ୍ୟାୟନ କେନ୍ଦ୍ର ରହିଛି । ଏନେଇ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତଥର ମ୍ୟା୨୮ହଜାର ପରୀକ୍ଷାର୍ଥୀ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଛନ୍ତି । ସେହିପରି ମୁକ୍ତ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀରେ ୯ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
କର୍ଣ୍ଣାଟକ ରାଜନୈତିକ ସଂକଟ ତୁଟୁନଥିବାବେଳେ ଏହା ଏବେ ସୁପ୍ରିମ୍କୋର୍ଟଙ୍କ ବିଚରାଧୀନ। ପୂର୍ବରୁ କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ମାମଲାରେ ସୁପ୍ରିମ୍କୋର୍ଟ ଶୁଣାଣି କରି ଆଜି ଏହାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଥିଲେ। କିନ୍ତୁ କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ମାମଲାର ଶୁଣାଣି ଆସନ୍ତା କାଲିକୁ ଅର୍ଥାତ୍ ବୁଧବାରକୁ ଘୁଞ୍ଚାଇଛନ୍ତି ସୁପ୍ରିମ୍କୋର୍ଟ। ଆସନ୍ତାକାଲି ସକାଳ ୧୦.୩୦ରେ ଏହି ମାମଲାର ଶୁଣାଣି କରାଯିବ। ଉଭୟ ପକ୍ଷକୁ ଶୁଣିବା ପରେ ଏହି ମାମଲାର ଶୁଣାଣିକୁ ଆଉ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ବର୍ତ୍ତମାନ ସୁଦ୍ଧା ୧୫ ଜଣ ବିଧାୟକ ଯାଚିକା ରୁଜୁ କରି ସୁପ୍ରିମକୋର୍ଟରେ ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ଦାବି କରିଛନ୍ତି। ବାଚସ୍ପତିଙ୍କ ଦ୍ୱାରା ଇସ୍ତଫା ସ୍ୱୀକାର ନହେବା ପରେ ଏହି ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ଦିନ କୁମାରସ୍ବାମୀ ସରକାର ଶକ୍ତି ପରୀକ୍ଷା ଦେବେ।
ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ବିଧାନସଭାରେ ବଲାଙ୍ଗୀର ବାର ଆସୋସିଏସନ ଆଇନମନ୍ତ୍ରୀଙ୍କୁ ଭେଟିଛନ୍ତି । ଦୀର୍ଘଦିନରୁ ଓକିଲ ସଂଘ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ଯାଏଁ ଏଥିରେ ସୁଫଳ ପାଇନାହାନ୍ତି । ତେଣୁ ଏହି ଦାବି ନେଇ ଆଜି କ୍ରିୟାନୁଷ୍ଠାନ କମିଟି ଓ ବାର ଆସୋସିଏସନ ଲୋୟର୍ ପିଏମ୍ଜିଠାରେ ବିକ୍ଷୋଭ କରିବା ସହିତ ଧାରଣା ଦେଇଥିଲେ । ପରେ ବିଧାନସଭାକୁ ଏକ ଶୋଭାଯାତ୍ରାରେ ଯାଇ ଆଇନମନ୍ତ୍ରୀଙ୍କୁ ଭେଟିଥିଲେ । ବାର ଆସୋସିଏସନ କର୍ମକର୍ତ୍ତାଙ୍କ ସହ ବରିଷ୍ଠ ବିଧାୟକ ନରସିଂହ ମିଶ୍ର, ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରା ମଧ୍ୟ ସାମିଲ ଥିଲେ । ବାର ଆସୋସିଏସନ ଆଜି ବିଧାନସଭାରେ ଆଇନମନ୍ତ୍ରୀଙ୍କୁ ଦେଖା କରି ଦାବିପତ୍ର ଦେଇଛି ।
ଲିଙ୍ଗ ପରିବର୍ତ୍ତନ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ବିହାର ସରକାର । ଲିଙ୍ଗ ପରିବର୍ତ୍ତନ ପାଇଁ ବିହାର ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ 1.5 ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ କିନ୍ନରଙ୍କୁ ଭଡାଘର ପ୍ରଦାନ ନକଲେ 6 ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ପ୍ରଦାନ କରାଯିବ ବୋଲି ଜଣାପଡିଛି । ପାଟନାରେ କିନ୍ନର ମହୋତ୍ସବ ଅବସରରେ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏହି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନିୟମ ଚଳିତ ଆର୍ଥିକ ବର୍ଷଠାରୁ ଲାଗୁ କରାଯିବ ବୋଲି ସୁଶୀଲ ମୋଦି କହିଛନ୍ତି ।
ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି ନୀରଜ ଶେଖର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି । ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବିଜେପିରେ ଯୋଗଦେବା ଅବସରରେ ନୀରଜ କହିଛନ୍ତି ଯେ, ‘ଏ ଦେଶ କେବଳ ମୋଦିଜୀଙ୍କ ହାତରେ ସୁରକ୍ଷିତ ରହିଛି ଓ ରହିବ, ତେଣୁ ମୁଁ ମଧ୍ୟ ତାଙ୍କୁ ସମର୍ଥନ କରୁଛି ।’ ନୀରଜ ଶେଖର ଗତକାଲି ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ଲୋକସଭା ନିର୍ବାଚନ ସମୟରେ ନୀରଜ୍ ସମାଜବାଦୀ ପାର୍ଟିରେ ରହି ମଧ୍ୟ କିଛି ଅସନ୍ତୋଷ ରହିଥିଲେ । ଏପରିକି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ନୀରଜଙ୍କ କଥବାର୍ତ୍ତା ବନ୍ଦ ରହିଥିଲା । ନୀରଜ୍ ଚଳିତ ନିର୍ବାଚନରେ ୟୁପିର ବାଲିଆରୁ ନିର୍ବାଚନ ଲଢିବାକୁ ଚାହୁଁଥିବାବେଳେ ସମାଜବାଦୀ ପାର୍ଟିର୍ ଏହି ଆସନରୁ ସନାତନ ପାଣ୍ଡେକୁ ଟିକେଟ ଦେଇଥିଲା । ଓ୍ବାଲିଆରୁ ଦୁଇ ଦୁଇଥର ସାଂସଦ ରହିଥିବା ନୀରଜ୍ ଶେଖର ହେଉଛନ୍ତି ପୂର୍ବ ପ୍ରଧାନମନ୍ତ୍ରୀ…

