ଆଜି ଲୋକସଭାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ସଂଶୋଧନ ବିଲ୍ ଉପରେ ଆଲୋଚନା ହୋଇଛି। ଏହି ଆଲୋଚନା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ହାଇଦ୍ରାବାଦ୍ ସାଂସଦ ତଥା ଏଆଇଏମଆଇଏମ୍ ନେତା ଓସାଦୁଦ୍ଦିନ ଓଓ୍ବେସୀଙ୍କ ମଧ୍ୟରେ ବାକ୍ଯୁଦ୍ଧ ଦେଖିବାକୁ ମିଳିଛି। ବିଜେପିର ସତ୍ୟପାଲ ସିଂହ ଏନ୍ଆଇଏ ସଂଶୋଧିତ ବିଲ୍ ଉପରେ ନିଜର ମତ ରଖୁଥିବା ବେଳେ ଓଓ୍ବେସୀଙ୍କ ସମେତ ବିରୋଧୀ ଦଳର ସଦସ୍ୟମାନେ ନାରାବାଜି କରିଥିଲେ। ସୋମବାର ଲୋକସଭାରେ ମୁମ୍ବାଇ ପୋଲିସ୍ର ପୂର୍ବ କମିଶନର ଓ ବିଜେପି ସାଂସଦ ସତ୍ୟପାଲ୍ ସିଂହ କହିଥିଲେ ଯେ, ଆତଙ୍କବାଦ ଏଥିପାଇଁ ବଢୁଛି, କାରଣ ଆମେ ତାହାକୁ ରାଜନୈତିକ ଚଷମାରେ ଦେଖୁଛେ। ଆତଙ୍କବାଦ ବିରୋଧରେ ମିଶି କରି ଲଢେଇ କରିବା ଦରକାର ବୋଲି କହିଥିଲେ । ସେହିପରି ସତ୍ୟପାଲ୍ ହାଇଦ୍ରାବାଦ୍ର ହୋଇଥିବା ବିସ୍ଫୋରଣରେ ଯେତେବେଳେ ପୋଲିସ୍ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ କମିଶନରଙ୍କୁ ଏପରି କରିବାକୁ ବାରଣ କରିବା ସହିତ…
Author: Samikhsya Bureau
ସରୋଗେସୀର ବ୍ୟବସାୟୀକରଣ ରୋକିବା ନିମନ୍ତେ ଲୋକସଭାରେ ଏକ ବିଲ୍ ଆଗତ କରାଯାଇଛି । ସୋମବାର ସରକାରଙ୍କ ପକ୍ଷରୁ ଏହି ବିଲ୍ଟିକୁ ସଂସଦରେ ଆଗତ କରାଯାଇଛି । ସରୋଗେସୀ ନିୟନ୍ତ୍ରଣ ବିଲ୍ 2019ନାମକ ଏହି ବିଲ୍କୁ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଲାଗୁ କରାଯିବ । ନୂତନ ନିୟମ ଅନୁଯାୟୀ କୌଣସି ପରସ୍ଥିତିରେ ପିତା ମାତା ଉକ୍ତ ଶିଶୁଟିକୁ ପରିତ୍ୟାଗ କରିପାରିବେ ନାହିଁ ବୋଲି ବିଲ୍ ଉପସ୍ଥାପନ ସମୟରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । 23-50 ବର୍ଷ ମଧ୍ୟର ମହିଳା ଏବଂ 26-55 ବର୍ଷ ବୟସର ପୁରୁଷ ସରୋଗେସୀ ବ୍ୟବସ୍ଥା ଆପଣେଇ ପାରିବେ ମାତ୍ର ଏଥି ନିମନ୍ତେ ଉଭୟ ଅନ୍ୟୁନ 5 ବର୍ଷ ଧରି ବିବାହିତ ରହିଥିବା ଆବଶ୍ୟକ । ସେହିପରି ସରୋଗେସୀ ନିମନ୍ତେ ମହିଳାଙ୍କ ବୟସ 25ରୁ 35 ମଧ୍ୟରେ ରହିଥିବା ଆବଶ୍ୟକ । ଭାରତରେ ସରୋଗେସୀ ନେଇ କୌଣସି ନିୟମ ନଥିବାରୁ ବିଦେଶରୁ ଲୋକ ମାନେ ଏଠାରେ ଏହି…
ଭାରତୀୟ ଜନତା ପାର୍ଟି (ବିଜେପି)ରେ କିଛି ପରିବର୍ତ୍ତନ କରାଯାଇଛି । ବିଜେପିର ରାଷ୍ଟ୍ରୀୟ ସଂଗଠନର ମହାମନ୍ତ୍ରୀ ଥିବା ରାମଲାଲ୍ ଆରଏସଏସ୍କୁ ଫେରିଯାଇଥିବାବେଳେ ତାଙ୍କ ସ୍ଥାନରେ ଆସିଛନ୍ତି ବିଏଲ୍ ସନ୍ତୋଷ । ଦଳ ରାମଲାଲ୍ଙ୍କ ଦାୟିତ୍ବ ବିଏଲ୍ ସନ୍ତୋଷଙ୍କୁ ହସ୍ତାନ୍ତର କରିଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ପରେ ବିଏଲ୍ ସନ୍ତୋଷ ଦ୍ବିତୀୟ ଶକ୍ତିଶାଳୀ ବ୍ୟକ୍ତି ରହିବେ । ବିଜେପିର ଏହି ମୁଖ୍ୟ ପଦରେ ସନ୍ତୋଷକୁ ନିଯୁକ୍ତି ଦେବା ପଛରେ ଦଳର ମିଶନ୍ ସାଉଥ୍ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ଚଳିତ ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ପାଇଛି । କିନ୍ତୁ ଦକ୍ଷିଣ ଭାରତର କର୍ଣ୍ଣାଟକ- ତେଲେଙ୍ଗାନାକୁ ଛାଡ଼ି ଦେଲେ ବାକି ରାଜ୍ୟଗୁଡ଼ିକରେ ବିଜେପିର ହାତରେ କିଛି ଲାଗିନାହିଁ । ନରେନ୍ଦ୍ର ମୋଦିଙ୍କ ବିଜୟ ରଥରେ ବିଜେପି ୩୦୩ ଆସନ ଜିତିଥିବା ସତ୍ତ୍ବେ ଦକ୍ଷିଣ ଭାରତରେ ମୋଦିଙ୍କ ଯାଦୁ ପୂରା ଫିକା…
ସାରଦା ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ଶତାବ୍ଦୀ ରାୟଙ୍କ ସମେତ ୬ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି । ଇଡି ଶତାବ୍ଦୀ ରାୟଙ୍କ ବ୍ୟତୀତ ପୂର୍ବ ଟିଏମ୍ସି ସାଂସଦ କୃଣାଳ ଘୋଷ, ନୀତୁ ସରକାର, ସଜ୍ଜନ ଅଗ୍ରଓ୍ବାର, ସୁଧୀର ଅଗ୍ରଓ୍ବାଲ ଓ ବମ୍ବାଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । ଏହି ସମସ୍ତଙ୍କୁ ଚଳିତ ମାସରେ ପଚରଉଚୁରା କରାଯିବା ପାଇଁ ଉପସ୍ଥିତ ରହିବାକୁ କୁହାଯାଇଛି । ଏହା ପୂର୍ବରୁ ଜୁଲାଇ ୯ରେ ବଙ୍ଗଳା ଅଭିନେତା ପ୍ରସନ୍ନଜିତ୍ ଚାଟ୍ଟାର୍ଜୀଙ୍କୁ ମଧ୍ୟ ଇଡି ରୋଜ୍ ଭ୍ୟାଲି ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ ଆସନ୍ତା ୧୯ ତାରିଖରେ ହାଜର ହେବାକୁ କହିଛନ୍ତି । ଇଡିର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଚାଟ୍ଟାର୍ଜୀଙ୍କୁ ମନି ଲଣ୍ଡ୍ରିଂ ଅଧିନିୟମ ଜରିଆରେ ପଚରାଉଚୁରା କରାଯିବ । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)ଙ୍କ ତରଫରୁ ମଧ୍ୟ ଏକ ପ୍ରାଥମିକ ମାମଲା ଆଧାରରେ ଇଡି ଏହି ମାମଲାକୁ…
ଗୁଜୁରାତ ଏବଂ ହିମାଚଳ ପ୍ରଦେଶ ପାଇଁ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜୁରାତର ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଆଚାର୍ଯ୍ୟ ଦେବବ୍ରତ ଗୁଜୁରାତର ପୂର୍ବତନ ରାଜ୍ୟପାଳ ଓମ ପ୍ରକାଶ କୋହଲିଙ୍କ ସ୍ଥାନ ନେବେ । ଅନ୍ୟପଟେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ମହାମହିମ ରାଷ୍ଟ୍ରପତି । ଦୁଇ ରାଜ୍ୟପାଳଙ୍କ ନିଯୁକ୍ତିକୁ ନେଇ ରାଷ୍ଟ୍ରପତି ଆଦେଶ ଜାରି କରିଛନ୍ତି । ଦୁଇ ଜଣ ନିଜ ନିଜ ରାଜ୍ୟର ପଦ ସମ୍ଭାଳିବା ପରେ ନିଯୁକ୍ତି କାର୍ଯ୍ୟକାରୀ ହେବ । କାଲରାଜ ମିଶ୍ର ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା । ପ୍ରଥମ ମୋଦୀ ସରକାରରେ କଲରାଜ ଏମଏସଏମଇ ସ୍ୱତନ୍ତ୍ର ରାଜ୍ୟମନ୍ତ୍ରୀ ହୋଇଥିଲେ । ଉତ୍ତର ପ୍ରଦେଶର ଦେଓରିଆରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ଚଳିତଥର ନିର୍ବାଚନ…
କର୍ଣ୍ଣାଟକ ରାଜନୈତିକ ନାଟକରେ ସବୁଦିନ କିଛି ଭିନ୍ନ ଭିନ୍ନ ମୋଡ଼ ଦେଖିବାକୁ ମିଳୁଛି । କଂଗ୍ରେସ-ଜେଡିଏସ୍ ମେଣ୍ଟ ଆସନ୍ତା ଗୁରୁବାର ଦିନ ୧୧ଟାରେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଗୃହରେ ଆସ୍ଥା ଭୋଟ ପାଇଁ ତାରିଖ ନିର୍ଦ୍ଧାରଣ କରିବାକୁ ବାଚସ୍ପତିଙ୍କୁ କହିଥିବା ବେଳେ ଆଜି ବିଜେପି ମଧ୍ୟ ଆସ୍ଥା ଭୋଟ ହେବା ସପକ୍ଷରେ ଯୁକ୍ତି ବାଢ଼ିଥିଲା। ତେବେ ଆସନ୍ତାକାଲି ସୁପ୍ରିମକୋର୍ଟରେ କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଂକଟ ସମ୍ପର୍କରେ ଶୁଣାଣି ହେବ। ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକମାନଙ୍କ ଆବେଦନର ଶୁଣାଣି କରିବେ। ଏଥିସହ ବାଚସ୍ପତି ରମେଶ କୁମାର କରିଥିବା ଆବେଦନର ମଧ୍ୟ ଶୁଣାଣି ହେବ। ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫାପତ୍ର ବାଚସ୍ପତି ଗ୍ରହଣ କରୁ ନଥିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ବିଜେପି ବିଧାନସଭାରେ ହଙ୍ଗାମା କରିବାରୁ ବାଚସ୍ପତି ଆସନ୍ତା ଗୁରୁବାର ଦିନ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଆସ୍ଥା ଭୋଟ ପରେ ହିଁ ବିଧାନସଭା ଚାଲିବ…
ସରକାରୀ ପଦବୀ ଖାଲି ନେଇ ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କହିବାନୁଯାୟୀ, ରାଜ୍ୟରେ ମୋଟ୍ ୪ ଲକ୍ଷ ୯୭ ହଜାର ୨୫୭ଟି ସରକାରୀ ମଞ୍ଜୁରିପ୍ରାପ୍ତ ପଦବୀ ରହିଛି । କିନ୍ତୁ ସେଥିରୁ ୧ ଲକ୍ଷ ୨୦ହଜାର ୫୧୨ଟି ପଦବୀ ଖାଲି ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ଖୋଦ୍ ସରକାରଙ୍କ ବିଭିନ୍ନ ବିଭାଗରେ ଏତେ ମାତ୍ରାରେ ପଦବୀ ଖାଲି ପଡ଼ିଛି ତେବେ ଘରୋଇ ସଂସ୍ଥାଗୁଡ଼ିକ କଥା ନକହିବା ଭଲ । ଅନ୍ୟପଟେ ଅଣମଞ୍ଜୁରିପ୍ରାପ୍ତ ପଦବୀ ସଂଖ୍ୟା ୮୫ ହଜାର ୭୬୪ଟି ରହିଥିବା ବେଳେ ସେଥିରୁ ୧୧୦୦୬ଟି ପଦବୀ ଖାଲି ପଡ଼ିଛି । ସେହିଭଳି ସବୁଠାରୁ ବଡ଼ କଥା ହେଲା ଗତ ୧୯୯୯ ଠାରୁ ୨୦୦୮ ମଧ୍ୟରେ ରାଜ୍ୟର ୪୧,୬୩୫ଟି ସରକାରୀ ପଦବୀକୁ ଉଚ୍ଛେଦ କରାଯାଇଛି ।
ଗର୍ଭପାତକୁ ଆଇନସମ୍ମତ କରିବା ନିମନ୍ତେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରାଯାଇଛି । ତିନି ଜଣ ମହିଳାଙ୍କ ପକ୍ଷରୁ ଏହି ଯାଚିକା ଦାୟର କରାଯାଇଥିବା ସମ୍ପର୍କରେ ସୂଚନା ମିଳିଛି । ପ୍ରସବ ମହିଳାଙ୍କ ବ୍ୟକ୍ତିଗତ ଅଧିକାର ତେଣୁ ପ୍ରସବ କିମ୍ବା ଗର୍ଭପାତର ନିଷ୍ପତ୍ତି ମହିଳାଙ୍କୁ ପ୍ରଦାନ କରାଯିବା ଉଚିତ୍ । ଏହି ମାମଲାକୁ ସର୍ବୋଚ୍ଚ କୋର୍ଟ ଗ୍ରହଣ କରିଛନ୍ତି । ଏହା ସହିତ ସରକାରଙ୍କୁ ଏହି ମାମଲାରେ ବିଚାର ପାଇଁ ନୋଟିସ୍ ମଧ୍ୟ ପଠାଇଛନ୍ତି । ସରକାରୀ ନିୟମ ମହିଳାଙ୍କ ସ୍ବାସ୍ଥ୍ୟ ଠାରୁ ବଡ ନୁହେଁ ବୋଲି ଯାଚିକାରେ ଉଲ୍ଲେଖ କରାଯାଇଛି । ବର୍ତ୍ତମାନର ନିୟମ ଅନୁଯାୟୀ 12 ସପ୍ତାହ ମଧ୍ୟରେ ମହିଳା ଗର୍ଭପାତ କରି ପାରିବେ ଏବଂ ଯଦି କିଛି ଶାରୀରିକ ସମସ୍ୟା ଦେଖାଦିଏ ତେବେ 20 ସପ୍ତାହ ମଧ୍ୟରେ ଗର୍ଭପାତର ଅନୁମତି ମିଳିଥାଏ ।
ଫେକ୍ ଏନକାଉଣ୍ଟର ପାଇଁ କ୍ଷତିପୂରଣ ଦେଲା ଛତିଶଗଡ଼ । ଏନକାଉଣ୍ଟରର ଶିକାର ହୋଇଥିବା ୨ଜଣଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ଏପ୍ରିଲ୍ ୪ରେ ମହୁ ସଂଗ୍ରହ ପାଇଁ ଯାଇ ଏନ୍କାଉଣ୍ଟର ହୋଇଥିଲେ ୨ ଜଣ । କୁନ୍ଦେଇ ଥାନା ସେମରଡିହିର ଦୁଇ ଜଣଙ୍କୁ ମାରି ଦେଇଥିଲେ ସୁରକ୍ଷାକର୍ମୀ । ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମ ପରେ କ୍ଷତିପୂରଣ ଦେଲା ଛତିଶଗଡ । ପ୍ରତ୍ୟେକ ପରିବାରଙ୍କୁ ୫ ଲକ୍ଷ କ୍ଷତିପୂରଣ ରାଶି ସହ ପରିବାରରେ ଜଣଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ମଧ୍ୟ ମିଳିଛି ।
ଆଶାରାମ ବାପୁଙ୍କୁ ଲାଗିଲା ବଡ୍ ଝଟ୍କା । ଯୌନ କେଳେଙ୍କାରୀ ଅଭିଯୋଗରେ ଜେଲରେ ଥିବା ଆଶାରାମ ବାପୁଙ୍କ ଜାମିନ୍ ଆବେଦନ ପୁଣି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଗୁଜରାଟ ସୁରତର ଦୁଷ୍କର୍ମ ମାମଲାରେ ଆଶାରାମ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଗୁଜରାଟ ସରକାର ପକ୍ଷ ରଖି ସୁପ୍ରିମକୋର୍ଟରେ କହିଥିଲେ ଆଶାରାମଙ୍କ ବିରୋଧରେ ଥିବା ଏହି ଦୁଷ୍କର୍ମ ମାମଲାରେ ଆହୁରି ୧୦ ଜଣଙ୍କ ବୟାନ ରେକର୍ଡ ହୋଇନାହିଁ। ଏହାପରେ ମାମଲା ଶୀଘ୍ର ଶେଷ କରିବାକୁ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୨୬ ମାର୍ଚ୍ଚ ୨୦୧୯ରେ ହାଇକୋର୍ଟରେ ଆଜୀବନ ଦଣ୍ଡ ବିରୋଧରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ ଆଶାରାମ୍। ହେଲେ ଶୁଣାଣି ପାଇଁ ହାଇକୋର୍ଟ ମନା କରି ଦେଇଥିଲେ। ସୁରତରେ ରହୁଥିବା ଦୁଇ ଭଉଣୀଙ୍କ ସହ ଆଶାରାମ ବାପୁ ଏବଂ ତାଙ୍କ ପୁଅ ନାରାୟଣ ସାଇ ଦୁଷ୍କର୍ମ କରିବା ସହ ସେମାନଙ୍କୁ ବନ୍ଦୀ କରିଥିବାର ଅଭିଯୋଗ ହୋଇଥିଲା ।…
ଗାନ୍ଧୀ ଜୟନ୍ତୀରେ ରିଲିଜ୍ ହ୍ରିତିକ୍-ଟାଇଗରଙ୍କ ଓ୍ବାର୍ ରିଲିଜ୍ ହେବାକୁ ଯାଉଛି। ଏହି ବହୁ ପ୍ରତୀକ୍ଷିତ ଚଳଚିତ୍ର ନେଇ ବହୁ ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ଫିଲ୍ମର ନାମ ଘୋଷଣା କରାଯାଇନଥିଲା। ସୋମବାର ଫିଲ୍ମର ଟିଜର, ନାମ, ପୋଷ୍ଟର ଏବଂ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ୟଶରାଜ ବ୍ୟାନର ପ୍ରଯୋଜନା କରୁଛି। ଫିଲ୍ମର ଟିଜରରେ ଉଭୟ ହ୍ରିତିକ୍ ଏବଂ ଟାଇଗର୍ଙ୍କୁ ଜବରଦସ୍ତ ଆକ୍ସନ୍ କରୁଥିବାର ଦେଖିବାକୁ ମିଳିଛି। କୌଣସି ପ୍ରମୋଶନ ବିନା ଫିଲ୍ମର ଟିଜର ରିଲିଜ୍ ହୋଇଥିଲେ ମଧ୍ୟ ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ଫିଲ୍ମରେ ହ୍ରିତିକଙ୍କ ବିପକ୍ଷରେ ବାଣୀ କପୁର ନଜର ଆସିବାକୁ ଯାଉଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ସହିତ ଏହା ହ୍ରିତିକଙ୍କ ଦ୍ବିତୀୟ ଫିଲ୍ମ ହୋଇଥିବା ବେଳେ ଟାଇଗର ଏବଂ ବାଣୀଙ୍କର ପ୍ରଥମ ଫିଲ୍ମ।
ଆସାମରେ ବନ୍ୟା ସମସ୍ୟାକୁ ନେଇ କଂଗ୍ରେସ ରାଜ୍ୟସଭାରେ ଧାରଣା ଦେଇଛନ୍ତି । ସୋମବାର ଗାନ୍ଧି ପ୍ରତିମା ସାମ୍ନାରେ କଂଗ୍ରେସ କର୍ମୀ ହାତରେ ପ୍ଲାକାଡ଼ ଧରି କେନ୍ଦ୍ର ସରକାରଙ୍କୁ ଆସାମ ବନ୍ୟାକୁ ‘ରାଷ୍ଟ୍ରୀୟ ସମସ୍ୟା’ ରୂପେ ଘୋଷଣା କରିବାକୁ ଦାବି କରିଛି । ଏହି ବନ୍ୟାରେ ପ୍ରାୟ୧୧ ଜଣ ମୃତ୍ୟୁବରଣ କରିସାରିଲେଣି । ଆସାମର ୩୩ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ ବନ୍ୟା ଆସିଛି । ଏହି ସବୁ ଜିଲ୍ଲାରୁ ୪.୨୩ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଇଛି । ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିବା କାରଣରୁ ୧୭ଟି ଜିଲ୍ଲାରେ ବନ୍ୟା ଆସିଛି । ବନ୍ୟା ପାଇଁ ୧୬,୭୩୦.୭୨ ହେକ୍ଟର ଫସଲ ନଷ୍ଟ ହୋଇଛି । ନଦୀ ତଟବର୍ତ୍ତୀ ପ୍ରାୟ ୧୯ଟି ଗାଁର ଅସ୍ତିତ୍ବ ନାହିଁ । ୬୪ରୁ ଅଧିକ ସଡକ ବନ୍ୟା ଜଳରେ ବୁଡି ରହିଛି । ଆସାମ ବ୍ୟତୀତ ତ୍ରିପୁରା ଓ ମିଜୋରାମ୍ର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟାରେ ପ୍ରଭାବିତ ହୋଇଥିବା ୧୫,୦୦୦ରୁ ଅଧିକ…
ବାବ୍ରୀ ମସ୍ଜିଦ୍ ମାମଲାରେ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଜନୈକ ସ୍ବତନ୍ତ୍ର ବିଚାରପତି । ବିଚାର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ନିକଟରୁ 6 ମାସର ସମୟ ମାଗିଛନ୍ତି ବିଚାରପତି । ମେ ମାସରେ ସର୍ବୋଚ୍ଚ କୋର୍ଟଙ୍କୁ ଚିଠି ଲେଖି ମାମଲାର ଫଳାଫଳ ସେପ୍ଟେମ୍ବର 30, 2019 ପରେ ପ୍ରକାଶ କରିବାକୁ ଅନୁରୋଧ କରିଥିଲେ । ମାତ୍ର ନିକଟରେ ବିଚାରପତି ଆର ଏଫ୍ ନରିମାନଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଜୁଲାଇ 19 ସୁଦ୍ଧା ଏହି ମାମଲାର ବିଚାର ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୁଇ ବର୍ଷ ଧରି ଚାଲିଥିବା ଏହି ମାମଲାର ଆସନ୍ତା ଶୁଣାଣି ଚଳିତ ମାସ 19 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।
ଆଜି ଶ୍ରୀଜୀଉଙ୍କ ନିଳାଦ୍ରୀ ବିଜେ । ନବଦିବସୀୟ ରଥଯାତ୍ରା ଶେଷ ହେବାପରେ ମହାପ୍ରଭୁଙ୍କ ରଥ ଉପରେ ଗତକାଲି ଅଧରପଣା ଶେଷ ହୋଇଛି । ନିଳାଦ୍ରୀ ବିଜେ ପାଇଁ ଭୋର ନୀତିକାନ୍ତି ଶେଷ ହୋଇଛି । ଚଳିତ ଥର ନିଳାଦ୍ରୀ ବିଜେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଆଗୁଆ କରାଯାଉଛି। ଏହି ଆଧାରରେ ଅପରାହ୍ଣ ସାଢ଼େ ୩ଟାରେ ସିଂହାସନ ମାଜଣା ହେବ। ଏହା ପରେ ୪ଟାରୁ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହେବ। ପହଣ୍ଡି ବିଜେ ରାତି ୧୦ଟା ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଦିନ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ସାଙ୍ଗରେ ନେଇ ନଥିବାରୁ ଅଭିମାନ କରିଥା’ନ୍ତି ମାତା ଲକ୍ଷ୍ମୀ । ଶ୍ରୀଜଗନ୍ନାଥ ଆଜି ନିଳାଦ୍ରି ବିଜେ ସମୟରେ ମାତା ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥା’ନ୍ତି ।
ହିମାଚଳ ପ୍ରଦେଶର ସୋଲନ ଜିଲା ଅନ୍ତର୍ଗତ କୁହ୍ମାରହଟ୍ଟି-ନାହନ ରାସ୍ତାପାର୍ଶ୍ଵରେ ଥିବା ଏକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବା ଫଳରେ 6 ଯବାନଙ୍କ ସମେତ 7 ଜଣଙ୍କ ମୃତ୍ୟୁ ଘଟିଛି । କୋଠା ତଳେ ସେନାର 35 ଯବାନ ଚାପି ହୋଇ ରହିଥିଲେ। ସେମାନଙ୍କ ମଧ୍ୟରୁ 17 ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ 6 ଜଣ ଯବାନ ଓ ଜଣେ ସାଧାରଣ ନାଗରିକ ରହିଛନ୍ତି । ଅନ୍ୟ କେତେଜଣ ଯବାନ କୋଠାର ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଚାଲିଛି । ମିଳିଥିବା ସୂଚନା ମୁତାବକ, ଉକ୍ତ କୋଠାରେ ଏକ ଢାବା ଚାଲୁଥିଲା। ରବିବାର ମଧ୍ୟାହ୍ନରେ ପାଖାପାଖି 35 ଜଣ ଯବାନ ସେଠାରେ ଭୋଜନ କରିବାକୁ ଅଟକିଥିଲେ । ଖାଉଥିବାବେଳେ ହଠାତ କୋଠା ଭୁଶୁଡ଼ି ପଡ଼ିଥିଲା । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣା ସମ୍ପର୍କରେ ଜିଲାପାଳଙ୍କ…
ଭୀମଭୋଇ ମେଡିକାଲ କଲେଜ୍ରେ ଷ୍ଟାଫ୍ ନର୍ସ ଏବଂ ପାରା ମେଡିକାଲ୍ ସ୍ବାସ୍ଥ୍ୟକର୍ମୀ ଧାରଣାରେ ବସିଛନ୍ତି । ଏହି ଆନ୍ଦୋଳନ ଫଳରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ ଷ୍ଟାଫ୍ ନର୍ସ ଏବଂ ପାରା ମେଡିକାଲ କର୍ମୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଛି । ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଆନ୍ଦୋଳନରେ ବସିଛନ୍ତି ଷ୍ଟାଫ୍ ନର୍ସ । ସୂଚନାଯୋଗ୍ୟ ଯେ, ଗତ ୨୬ରେ ଷ୍ଟାଫ ନର୍ସଙ୍କୁ ମାଡ଼ ପ୍ରତିବାଦରେ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଜି କର୍ମଚାରୀ ଓ ନର୍ସ ଧାରଣାରେ ବସିଥିବାରୁ ରୋଗୀସେବା ବାଧାପ୍ରାପ୍ତ ହୋଇଛି ।
କଂଗ୍ରେସ ପରି ବିଧାୟକ ଶୂନ୍ୟ ହୋଇଯିବ ଟିଡିପି ବୋଲି କହିଛନ୍ତି ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ତେଲୁଗୁ ଦେଶମ ପାର୍ଟିର ସଂଖ୍ୟାଧିକ ବିଧାୟକ ବିଜେପିରେ ଯୋଗ ଦେବା ପାଇଁ ଇଚ୍ଛୁକ ଅଛନ୍ତି । ଏହି ଧାରା ଜାରି ରହିଲେ କିଛି ଦିନ ମଧ୍ୟରେ ଟିଡିପି କଂଗ୍ରେସ ପରି ବିଧାୟକ ଶୂନ୍ୟ ହୋଇ ରହିଯିବ । ଦଳର ମୁଖିଆ ଏନ୍ ଚନ୍ଦ୍ରବାବୁ ନାଇଡୁ ରାଜ୍ୟ ରାଜନୀତି ଉପରୁ ଧ୍ୟାନ ହଟାଇ କେନ୍ଦ୍ର ରାଜନୀତିରେ ମନୋନିବେଶ କରିବା ସହିତ ବିଜେପିକୁ ସମାଲୋଚନା କରୁଥିଲେ । ରାଜ୍ୟର ବିକାଶ ପରିବର୍ତ୍ତେ ମୋଦିଙ୍କୁ ସମାଲୋଚନା କରିବା ନାଇଡୁଙ୍କୁ ମହଙ୍ଗା ପଡିଲା ବୋଲି କହିଛନ୍ତି । ଆନ୍ଧ୍ର ରାଜନୀତିରେ ସର୍ବଦା ପରିବାରବାଦକୁ ପ୍ରାଧାନ୍ୟ ଦିଆଯାଇଥାଏ ବିଜେପି ଏହି ଧାରାକୁ ବିରୋଧ କରୁଛି ବୋଲି କହିଥିଲେ । ବିଜେପି ବର୍ତ୍ତମାନ ସମସ୍ତ ରାଜ୍ୟରେ କ୍ଷମତାକୁ ଆସିବାକୁ ଚେଷ୍ଟା କରିବ କିମ୍ବା ନିଜର ଆସନ ସଂଖ୍ୟା ବୃଦ୍ଧି…
ପୁରୀ ଜିଲ୍ଲାରେ ରବିବାର ଲୋମହର୍ଷଣକାରୀ ଘଟଣା ଘଟିଛି । ପିପିଲି ପଟ୍ଟନାୟିକା ଛକରେ ବିଚ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଗୋଡ଼ାଇ ଗୋଡ଼ାଇ ଗୋଟିଏ ପରିବାରର ତିନିଜଣଙ୍କ ଜଘନ୍ୟ ହତ୍ୟାକାଣ୍ଡ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନାନୁସାରେ, ପୁରୀ ଜିଲ୍ଲା ପିପିଲି ସତ୍ୟବାଦୀ ଥାନା ସାକ୍ଷୀଗୋପାଳ ପଟ୍ଟନାୟିକା ଛକରେ ଟ୍ରିପଲ ମର୍ଡ଼ର ଅଭିଯୋଗ ଆସିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଆଜି ତିନଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ସଦାନନ୍ଦ ଗାଁର ତିନଜଣ କୌଣସି କାମ ନେଇ ପଟ୍ଟନାୟିକାକୁ ଆସିଥିଲେ । ସେଠାରେ ଏକ ଦୋକାନ ନିକଟରେ ଛପି ରହିତିବା କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତିନିଜଣଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ଏହି ତିନିଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ତିନିଜଣ ସଦାନନ୍ଦ ଗାଁର ବାସିନ୍ଦା ଓ ସେମାନେ ଗୋଟିଏ ପରିବାରର ଦୁଇଭାଇ ଓ ଅନ୍ୟଜଣେ ରହିଥିବା ସୂଚନା ମିଳିଛି ।…
ଓ୍ବିମ୍ବିଲଡନ୍ ଫାଇନାଲ୍ରେ ନିଜର ଚିରାଚରିତ ପ୍ରତିଦ୍ବନ୍ଦୀ ରୋଜର ଫେଡେରରଙ୍କୁ ପରାସ୍ତ କରିଛନ୍ତି ନୋଭାକ୍ ଜୋକୋଭିକ୍ । ରବିବାର କ୍ରିକେଟ୍ ବିଶ୍ବକପ୍ ଅବସରରେ କ୍ରୀଡାପ୍ରେମୀଙ୍କ ନଜର ଟେନିସ୍ ଉପରେ ନଥିବା ବେଳେ ଉଭୟ ଚାମ୍ପିୟନ୍ଙ୍କ ମଧ୍ୟରେ 4 ଘଣ୍ଟା 55 ମିନିଟ୍ର ଏକ ମାରାଥନ ମୁକାବିଲା ଦେଖିବାକୁ ମିଳିଥିଲା । 8 ଥର ଚାମ୍ପିୟନ୍ ଫେଡେରର ନିଜର ନବମ ଟାଇଟଲ ଲକ୍ଷ୍ୟରେ ରହିଥିବା ବେଳେ ଜୋକୋଭିକ୍ ନିଜର ପଞ୍ଚମ ଟାଇଟଲ ହାସଲରେ ସକ୍ଷମ ହୋଇଥିଲେ । ଜୋକୋଭିକ୍7-6(5), 1-6, 7-6(4), 4-6, 13-12(3) ସେଟ୍ରେ ଫେଡେରରଙ୍କୁ ପରାସ୍ତ କରିଥିଲେ । ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ଅନ୍ତିମ ସେଟ୍ ଦୁଇ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିବା ବେଳେ କ୍ରମାଗତ ତିନୋଟି ବ୍ରେକ୍ ପଏଣ୍ଟ ସହିତ ବାଜି ମାରି ନେଇଥିଲେ ସର୍ବିଆ ତାରକା ଜୋକୋଭିକ୍ । ମ୍ୟାଚ୍ ପରେ ଉଭୟ ଖେଳାଳି ପରସ୍ପରକୁ ପ୍ରଶଂସା କରିଛନ୍ତି । ଫେଡେରର କହିଛନ୍ତି ଉଭୟଙ୍କ ନିକଟରେ ଟାଇଟଲ ହାସଲର…
ନୟାଗଡ଼ ଦଶପଲ୍ଲାରେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଉପ କାରାଗାର ସ୍ଥାନାନ୍ତରକୁ ପ୍ରତିବାଦରେ କମିଟି ପକ୍ଷରୁ ଏନଏଚ 57 ରେ ଧାରଣା ଦିଆଯାଇଛି । ଫଳରେ ଗାଡ଼ି ଚଳାଚଳ ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲାସ୍ଥିତ ସବ୍ ଜେଲ ବା ଉପକାରାଗାର ସ୍ଥାନାନ୍ତରକୁ ପ୍ରତିବାଦ କରି ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 12 ଘଣ୍ଟିଆ ଦଶପଲ୍ଲା ବନ୍ଦ ପାଳନ ହେଉଛି । 1910 ମସିହା ବ୍ରିଟିଶ ଶାସନ କାଳରୁ ପ୍ରତିଷ୍ଠିତ ହୋଇଥିବା ଉପକାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନିଷ୍ପତିକୁ ପ୍ରତିବାଦ କରାଯାଇଛି । ଫଳରେ କ୍ରିୟାନୁଷ୍ଠାନ କମିଟି ଧାରଣାରେ ବସିଛି । ଉକ୍ତ ରାଜପଥରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ବନ୍ଦ ପ୍ରଭାବରେ ଦଶପଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।
କେଦାର ମିଶ୍ର ମିତ୍ରଭାନୁ ଗଉନ୍ତିଆର କଥା, ପ୍ରଭୂଦତ୍ତ ପ୍ରଧାନ କରିଲୋ ସୁର ଅତୋ ସୁନ୍ଦୋର ଗୀତୋ ତୋମାର ଭାଷାୟେ ଶୂନାବୋ ନା କି ଗୋ…… ଏ ସଂଳାପ ସହିତ ନୂଆ ଏକ ଇତିହାସ ସୃଷ୍ଟି ହୋଇଛି। ବଙ୍ଗଳା ସିନେମାରେ ରଙ୍ଗବତୀ ଗୀତର ସ୍ଵରକୁ କେବଳ ଉପସ୍ଥାପନ କରାଯାଇନାହିଁ ବରଂ ଏ ଗୀତ ମାଧ୍ୟମରେ ଓଡିଶା ଓ ବଙ୍ଗଳାର ସାଂସ୍କୃତିକ ସମନ୍ବୟକୁ ଚମତ୍କାର ଶୈଳୀ ରେ ବଙ୍ଗଳା ଦର୍ଶକଙ୍କ ପାଖରେ ପହଞ୍ଚାଯାଇଛି। ପ୍ରାୟ ସାଢେ ଚାରି ମିନିଟର ଏହି ଗୀତଟି ଏବେ ୟୁ-ଟ୍ୟୁବରେ ଭାଇରାଲ ହେବା ଆରମ୍ଭ କରିଛି। ଏହା ରଙ୍ଗବତୀ ଗୀତର ରିମେକ ବା ରାପ ନୁହଁ, ବରଂ ଏକ ମହାନ ଗୀତ ପ୍ରତି ବଙ୍ଗଳା ସିନେମାର ଶ୍ରଦ୍ଧା ଓ ଭଲ ପାଇବା। କେହି କଣ କେବେ ସ୍ଵପ୍ନରେ ଚିନ୍ତା କରିଥିବେ ଯେ ବଙ୍ଗଳା ସିନେମାରେ ଦିନେ ସମ୍ବଲପୁରୀ ଗୀତ ରଙ୍ଗବତୀର ଜୟଜୟକାର ଶୁଭିବ? କେହି କଣ କଲ୍ପନା କରିଥିବେ ଯେ…

