ବିଶ୍ବକପ୍ ସେମିଫାଇନାଲ୍ରୁ ବିଦାୟ ନେବା ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଏବଂ ସହକାରୀ କୋଚ୍ ମାନେ ବିସିସିଆଇ ରାଡାରକୁ ଆସିଛନ୍ତି । ବିଶ୍ବକପ୍ ପରେ ସମସ୍ତଙ୍କ କାର୍ଯ୍ୟକାଳକୁ 45 ଦିନ ବୃଦ୍ଧି କରାଯାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ନୂତନ ଆବେଦନ ଗ୍ରହଣ କରିବାକୁ ଯାଉଛି । ତେଣୁ ନିଜର ପଦବୀ ବଜାୟ ରଖିବା ନିମନ୍ତେ ସମସ୍ତ ପ୍ରଶିକ୍ଷକଙ୍କୁ ପୁନର୍ବାର ଆବେଦନ କରିବାକୁ ପଡିବ । ଅଗଷ୍ଟ 3 ରୁ ସେପ୍ଟେମ୍ବର 3 ପର୍ଯ୍ୟନ୍ତ ଓ୍ବିଣ୍ଡିଜ୍ ସିରିଜ୍ ପର୍ଯ୍ୟନ୍ତ ଶାସ୍ତ୍ରୀ, ଭରତ ଅରୁଣ, ସଞ୍ଜୟ ବାଙ୍ଗର ଏବଂ ଆର ଶ୍ରୀଧର ପୁନର୍ବାର ଆବେଦନ କରିପାରିବେ ମାତ୍ର ଟ୍ରେନର ଶଙ୍କର ବସୁ ଏବଂ ଫିଜିଓ ପ୍ୟାଟ୍ରିକ୍ ଫରହତ୍ଙ୍କ ସ୍ଥାନରେ ନୂତନ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।
Author: Samikhsya Bureau
ନିଜର ଶେଷ ଫିଲ୍ମ ତୁମ୍ବାଡ ଜରିଆରେ ସମସ୍ତ ବର୍ଗର ଦର୍ଶକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିବା ବେଳେ ପୁନର୍ବାର ଏକ ପ୍ରକଳ୍ପରେ ନଜର ଆସିବାକୁ ଯାଉଛନ୍ତି ସୋହମ ଶାହ । ଗୁଲାବୀ ଲେନ୍ସ ନାମକ ଏହି ଫିଲ୍ମରେ ସୋହମ ଶାହ ଅନୁଷ୍କା ରଞ୍ଜନଙ୍କ ସହିତ ରୋମାନ୍ସ କରିବାକୁ ଯାଉଛନ୍ତି । ସୌରଭ ଗୁପ୍ତା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ଫିଲ୍ମର କାହାଣୀ ସମ୍ପର୍କରେ ବିଶେଷ ସୂଚନା ମିଳି ପାରି ନାହିଁ । ସେହିପରି ପଓ୍ବନ୍ କୃପାଳିନୀ ଏବଂ ଅଭିଷେକ ଚୌବେଙ୍କ ଫିଲ୍ମର ସୁଟିଂ ମଧ୍ୟ ଶେଷ କରିଛନ୍ତି ସୋହମ । ଏହି ଫିଲ୍ମରେ ସୋହମଙ୍କ ବିପକ୍ଷରେ ନଜର ଆସିବେ କୀର୍ତ୍ତି କୁହ୍ଲାରୀ ।
ମୁମ୍ବାଇର ଡୋଙ୍ଗରି ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଶୁଡ଼ିବା ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ଏବେ ବି ଭଗ୍ନାବଶେଷ ତଳେ ୨୮ରୁ ଅଧିକ ଲୋକ ଦବି ରହିଥିବାର ଆଶଙ୍କା କରାଯାଉଛି। ଏହି କୋଠା ଭୁଶୁଡ଼ିବା ମାମଲାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ୍ ଦୁଃଖ ପ୍ରକଟ କରି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି । ମୁମ୍ବାଇ ପୋଲିସ ଓ ଦମକଳ ବାହିନୀ ରିଲିଫ ଓ ଉଦ୍ଧାରକାର୍ଯ୍ୟରେ ସାମିଲ୍ ରହିଛନ୍ତି। ଆମ୍ବୁଲାନ୍ସ ସମେତ ଉଦ୍ଧାରକାରୀ ଗାଡି ମଧ୍ୟ ଘଟଣାସ୍ଥଳରେ ଉଦ୍ଧାରକାମରେ ଜୁଟିଛନ୍ତି। ଏନଡିଆରଏଫ ମୁତାବକ ସଂକୀର୍ଣ୍ଣ ରାସ୍ତା ହୋଇଥିବା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଫଳରେ ଆମ୍ବୁଲାନ୍ସଗୁଡିକୁ ୫୦ ମିଟର ଦୂର ପର୍ଯ୍ୟନ୍ତ ରହିବାକୁ ପଡ଼ିଛି। ଏହି କୋଠାଟି ୮୦ ବର୍ଷ ପୁରୁଣା ଏବଂ ଏଥିରେ ୮ ରୁ ୧୦ ପରିବାର ରହୁଥିଲେ।
ପୁଣି ଦାନ ମାଝୀ ଭଳି ଘଟଣା । ଦାନ ମାଝୀ ପରି ଆଉ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଶବକୁ କାନ୍ଧରେ ବୁହାଇ ନେଇଛନ୍ତି । କଳାହାଣ୍ଡି କାଣିଗୁମା ମେଡିକାଲରୁ କାନ୍ଧରେ ଶବ ବୁହାହେବା ଚର୍ଚ୍ଚିତ ଘଟଣା ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଡିଏମଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସ୍ବତନ୍ତ୍ର ଟିମ୍ ଦ୍ବାରା ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ରହିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କଣିଗୁମା ଡାକ୍ତରଖାନାରୁ ମହାପ୍ରୟାଣ ଗାଡ଼ି ଯୋଗାଇ ନଦେବାରୁ ଜଣେ ମହିଳାଙ୍କ ଶବକୁ ତାଙ୍କ ସ୍ୱାମୀ ଓ ପରିବାର ଲୋକେ କାନ୍ଧରେ ବୋହି ଆଣିଥିଲେ । ଏହାପରେ ଏହି ଘଟଣାରେ ସତ୍ୟତା ଜାଣିବାକୁ ସିଡିଏମଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅଂଚଳରେ ନିଗିଡ଼ି ନାମକ ଜଣେ ମହିଳା ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ କଣିଗୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର…
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି ଅଭିଯୋଗରେ ୮୩୬ ଜଣ ଅଧିକାରୀ ଧରାପଡ଼ିଛନ୍ତି । ଗତ ୨ ବର୍ଷ ମଧ୍ୟରେ ଏ ସମସ୍ତଙ୍କୁ ଚିହ୍ନଟ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟରେ ଗତ ଦୁଇ ବର୍ଷ ମଧ୍ୟ ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଦୁର୍ନୀତୀ କରିଥିବା କେତେ ଅଧିକାରୀ ଧରାପଡ଼ିଛନ୍ତି ବୋଲି ସନ୍ତୋଷ ସିଂହ ସାଲୁଜା ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି ଯେ, ୨ ବର୍ଷରେ ୮୩୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରାଯାଇଛି । ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ଏଯାବତ୍ ୭୯…
କେଦାର ମିଶ୍ର ଯେଉଁ ଦିନ ଜିମ୍ବାଓ୍ବେ ଖୁବ ଅଳ୍ପ ପରିଚିତ ବୋଲର ହେନେରୀ ଓଲଙ୍ଗା ଭାରତର ବିପର୍ଯ୍ୟୟ ଘଟାଇ କ୍ରିକେଟ ବିଶ୍ଵକପରେ ଭାରତକୁ ସୁପର ଲିଗ ଖେଳିବାର ସୁଯୋଗରୁ ବଞ୍ଚିତ କରିଥିଲେ, ସେଦିନ ମୁଁ ସାରାରାତି ଶୋଇ ପାରିନଥିଲି। ନବେ ଦଶକରେ କ୍ରିକେଟ ଆମ ଲାଗି ଥିଲା ସବୁଠୁ ବଡ ଧର୍ମ। ସେଦିନ ଥିଲା ୧୯ ମେ, ୧୯୯୯। ସ୍ଥାନ ଲିସେଷ୍ଟର। ଭାରତ ଜିମ୍ବାଓ୍ବେ ଠାରୁ ମାତ୍ର ତିନି ରନରେ ହାରିଥିଲା। ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହମ୍ମଦ ଆଝାରୁଦ୍ଦିନ, ଅଜୟ ଜାଦେଜା, ରବିନ ସିଂଙ୍କ ଭଳି ଖେଳାଳି ସେଥିରେ ପ୍ରଚଣ୍ଡ ବିଫଳ ହୋଇଥିଲେ। ଜଣେ କ୍ରିକେଟପ୍ରେମୀ ଭାବରେ ସେ ଖେଳ ସହିତ ଯେଉଁ ଭାବପ୍ରବଣ ସମ୍ପର୍କ ରହିଥିଲା, ତାହା ପରବର୍ତ୍ତୀ ସମୟରେ ଭାଙ୍ଗିଯାଇଥିଲା। କ୍ରିକେଟ ଯେ ଖେଳ ନୁହଁ, ଏକ ଜୁଆ- ଏକଥା ବୁଝିଲା ପରେ କ୍ରିକେଟ ପ୍ରତି ଆଗ୍ରହ ମରିଯାଇଥିଲା। ବୁକିଙ୍କ ହାତରେ କ୍ରିକେଟ ଖେଳାଳୀମାନେ ବିକ୍ରୀ ହେଉଥିବାର…
ଉତ୍ତର ପ୍ରଦେଶ ପୋଲିସ୍ ପକ୍ଷରୁ ସଙ୍ଗଠିତ ହୋଇଥିବା ଏନକାଉଣ୍ଟରରେ ଦୁଇ ଗ୍ୟାଙ୍ଗଷ୍ଟାର ନିହତ ହୋଇଛନ୍ତି। ମଙ୍ଗଳବାର ହୋଇଥିବା ଏନ୍କାଉଣ୍ଟରରେ ରୋହିତ ଆଲିଆସ ସାନ୍ଦୁ ଏବଂ ରାକେଶ ନାମକ ଦୁଇ ଜଣ ଗ୍ୟାଙ୍ଗଷ୍ଟାର ନିହତ ହୋଇଛନ୍ତି। ରୋହିତଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିବା ବେଳେ ରାକେଶ ନାମରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ରହିଥିଲା। ଏଡିଜି ପ୍ରଶାନ୍ତ କୁମାରଙ୍କ ସୂଚନା ଅନୁଯାୟୀ ମଣ୍ଡିରେ ହୋଇଥିବା ଏହି ଏନ୍କାଉଣ୍ଟରରେ ଦୁଇ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ପୋଲିସ୍ ଦୁଇଟି ବନ୍ଧୁକ ଏବଂ ଗୋଟିଏ ମୋଟରସାଇକେଲ ଜବତ କରିଛି।
କଳିଙ୍ଗ ସାହିତ୍ୟ ସମାବେଶ ପକ୍ଷରୁ ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରିଥିବା ସାହିତ୍ୟିକ ମାନଙ୍କୁ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯାଇଛି। ସଙ୍ଗଠନର ବାର୍ଷିକ ଉତ୍ସବ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡା ସୂଚନା ଦେଇଛନ୍ତି। ଜୁଲାଇ ୧୯ରୁ ୨୧ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଚାରିଟି ବିଭାଗରେ ପୁରସ୍କୃତ କରାଯିବ। କଳିଙ୍ଗ ସାହିତ୍ୟ ପୁରସ୍କାର, କଳିଙ୍ଗ କାରୁବାକୀ ପୁରସ୍କାର, କଳିଙ୍ଗ ଅନ୍ତର୍ଜାତୀୟ ସାହିତ୍ୟିକ ପୁରସ୍କାର ଏବଂ କଳିଙ୍ଗ ଯୁବ ସାହିତ୍ୟିକ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ରହିଛି। କଳିଙ୍ଗ ସାହିତ୍ୟ ପୁରସ୍କାରର ଏହି ଷଷ୍ଠ ସଂସ୍କରଣରେ କଳିଙ୍ଗ ସାହିତ୍ୟିକ ପୁରସ୍କାର-୨୦୧୯ ପାଇଁ ରାଜେନ୍ଦ୍ର କିଶୋର ପଣ୍ଡା, ଅନ୍ତର୍ଜାତୀୟ ସାହିତ୍ୟିକ ପୁରସ୍କାର ବିଭାଗରେ ପବନ କେ ବର୍ମା, କଳିଙ୍ଗ କାରୁବାକୀ ବିଭାଗରେ ପାରୋ ଆନନ୍ଦ ଏବଂ ଯୁବ ସାହିତ୍ୟିକ ଭାବେ କେଦାର ମିଶ୍ରଙ୍କୁ ପୁରସ୍କୃତ କରାଯିବ। କିଟ୍ କ୍ୟାମ୍ପସ…
ଗ୍ଲୋବାଲ୍ ଓ୍ବାର୍ମିଂ ଏବଂ ପାଣିପାଗର ପରିବର୍ତ୍ତନ ପାଇଁ ଏବେ ଜଳ ସଂକଟ ଦେଖିବାକୁ ମିଳୁଛି । ଆଗାମୀ ଭବିଷ୍ୟତରେ ଜଳ ପାଇଁ ସଂଘର୍ଷ ହେବ ବୋଲି ଜଣାପଡୁଛି । ଆନ୍ଧ୍ରପ୍ରଦେଶରେ ଏପରି ଏକ ଘଟଣା ଘଟିଥିବାର ନଜରକୁ ଆସିଛି । ଏଠାରେ ପାନୀୟ ଜଳ ପାଇଁ ଦୁଇ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ଉଗ୍ରରୂପ ଧାରଣ କରିବା ସହିତ ଏହି ଘଟଣାରେ ଜଣକ ଜୀବନ ଚାଲିଯାଇଛି । ଏହି ଘଟଣାରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ସାର୍ବଜନିକ ନଳରୁ ମହିଳା ପାଣି ଭରୁଥିଲେ । କିନ୍ତୁ ଲାଇନ୍ର ବାହାରି ପାଣି ନେବା ଘଟଣାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା । ଏହି ଝଗଡାରେ ୩୮ ବର୍ଷୀୟା ତାତୀପୁଡି ପଦ୍ମାଙ୍କ ଉପରେ କିଛି ମହିଳା ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମହିଳା ଜଣକଙ୍କର ମୃତ୍ୟୁ ହୋଇଯାଇଛି…
ମୁମ୍ବାଇସ୍ଥିତ ଡୋଙ୍ଗରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡିଛି । ଏହି ଘଟଣାରେ ପାଖାପାଖି ୪୦ରୁ ୫୦ ମାଟିତଳେ ଦବି ରହିଥିବାର ସୂଚନା ରହିଛି । ତେବେ ଏହି ଘଟଣା ପରେ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପୋଲିସି ଅଧିକାରୀ ଘଟଣାସ୍ଥଲରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି । ମଙ୍ଗଳବାର ପାଖାପାଖି ୧୧.୪୦ ମିନିଟ୍ ସମୟରେ ଏହି କୋଠା ଭୁଶୁଡି ପଡ଼ିଥିବାର ସୂଚନା ରହିଛି । ପ୍ରାୟ ୮୦ ବର୍ଷ ତଳର ପୁରୁଣା ଏହି ବିଲ୍ଡିଂ ବୋଲି ଜଣାପଡିଛି । ଏହି ବିଲ୍ଡିଂରେ ୮ରୁ ୧୦ ପରିବାର ରହୁଥିଲେ ବୋଲି ସୂଚନା ରହିଛି ।
ସମୀକ୍ଷା ବ୍ୟୁରୋ ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କୈଫ୍ । ଆଜି ତାଙ୍କର ୩୬ତମ ଜନ୍ମଦିବସ । ହଙ୍ଗ୍କଙ୍ଗ୍ରେ ଜନ୍ମିତା ଏହି ଅଭିନେତ୍ରୀ ଜଣକ ଇଂଲଣ୍ଡରେ ବଡ଼ ହୋଇଥିବାବେଳେ ଲଣ୍ଡନଠାରେ ମଡେଲିଂ ଆରମ୍ଭ କରିଥିଲେ । ଭାରତରେ ଏହି ଅଭିନେତ୍ରୀଜଣକ ବେଶ୍ ଲୋକପ୍ରିୟ । ସବୁଠୁ ଅଧିକ ଫିସ୍ ନେବାରେ ମଧ୍ୟ କ୍ୟାଟ୍ରିନା ଆଗରେ । ୧୯୮୩ ମସିହା ହଙ୍ଗକଙ୍ଗ୍ରେ ଜନ୍ମିତା ଏହି ଅଭିନେତ୍ରୀଙ୍କ ପୂରା ନାମ ହେଉଛି କ୍ୟାଟ୍ରିନା ଟର୍କ୍ୟୁଟେ । କ୍ୟାଟ୍ ସ୍କୁଲ ଯାଇନଥିବାବେଳେ ଘରେ ହିଁ ପାଠ ପଢିଛନ୍ତି । କ୍ୟାଟ୍ରିନାଙ୍କର ୬ ଭଉଣୀ ଓ ଗୋଟିଏ ଭାଇ । କ୍ୟାଟ୍ରିନାଙ୍କ ପିତା ମୂଳତଃ କାଶ୍ମୀରର ହୋଇଥିବାବେଳେ ତାଙ୍କ ମାତା ବ୍ରିଟେନ୍ର। ୨୦୦୩ ମସିହାରେ ’ବୁମ୍’ ଜରିଆରେ ବଲିଉଡ୍ରେ ପ୍ରବେଶ କରିଥିଲେ ଏହି ଲଳନା ଜଣକ । ସେହିପରି ୨୦୦୪ ମସିହାରେ ତେଲୁଗୁ ଫିଲ୍ମ ‘ମଲ୍ଲୀସ୍ବରୀ’ରେ ମଧ୍ୟ ଅଭିନୟ କରିଥିଲେ କ୍ୟାଟ୍ରିନା । କ୍ୟାରିଅରର ପ୍ରାରମ୍ଭରେ…
ଜୁଲାଇ ୧୬ ତାରିଖ ମଙ୍ଗଳବାରରେ ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛି। ଭାରତୀୟ ଜନତା ପାର୍ଟି ନେତା ବିଜେନ୍ଦର ଗୁପ୍ତାଙ୍କ ପକ୍ଷରୁ ଦାୟର କରାଯାଇଥିବା ଅପରାଧିକ ମାନହାନି ମାମଲାରେ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆପ୍ ପକ୍ଷରୁ ତାଙ୍କର ସାମାଜିକ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ବିଜେନ୍ଦର। ବିଜେନ୍ଦର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଆପ୍ ପକ୍ଷରୁ ଅଭିଯୋଗ କରାଯାଇଥିଲା। ସହକାରୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସମର ବିଶାଲ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟ ନେତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଦିଲ୍ଳୀ ବିଧାନସଭାରେ ବିରୋଧୀ ଦଳର ନେତା ରହିଥିବା ଗୁପ୍ତା ଉଭୟ ନେତାଙ୍କର କ୍ଷମାପ୍ରାର୍ଥନା ଦାବି କରିଛନ୍ତି।
ଗୃହରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହି ପରିପ୍ରେକ୍ଷୀରେ ଜଷ୍ଟିସ୍ ପାଲ୍ କମିଶନଙ୍କ ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ମିଶ୍ର । ଏହି ରିପୋର୍ଟ ଟି ୬ ମାସରେ ବିଧାନସଭାରେ ଉପସ୍ଥାପନ ହେବ କଥା, ମାତ୍ର ୬ ବର୍ଷ ବିତିଗଲାଣି । ବଲାଙ୍ଗିରରେ ସ୍ଥାୟୀ ବେଞ୍ଚ ପାଇଁ ଯଶଓ୍ବନ୍ତ କମିଶନ ରିପୋର୍ଟ ଦେଇଥିଲେ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କୋର୍ଟ ବର୍ଜନ କରିଛନ୍ତି । ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଏଭଳି ଅଚଳାବସ୍ଥା ଆଉ କେତେ ଦିନ ଜାରି ରହିବ, ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି କହିଛନ୍ତି ନରସିଂହ ମିଶ୍ର । ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ କରିଛନ୍ତି । ଗୃହକୁ ୨୦ ମିନିଟ୍ ପାଇଁ ମୁଲତବୀ…
ପୁରୀ ଜିଲ୍ଲାର ପଟ୍ଟନାୟିକାରେ ଘଟିଥିବା ଟ୍ରିପଲ ମର୍ଡରରେ ପୋଲିସ୍ ପକ୍ଷରୁ ୬ ଜଣଙ୍କୁ ଗିରଫ କରିଛି। ୬ ଜଣଙ୍କ ମଧ୍ୟରେ ଘଟଣାର ମାଷ୍ଟର ମାଇଣ୍ଡ ରହିଥିବା ପୋଲିସ୍ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଘଟଣାକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରାଯାଇଛି। ବିରୋଧୀ ଦଳଙ୍କ ଦାବିକୁ ନେଇ ଆଜି ଗୃହରେ ବିବୃତ୍ତି ରଖିବେ ମୁଖ୍ୟମନ୍ତ୍ରୀ। ଉଲ୍ଲେଖଯୋଗ୍ୟ ଯେ, ରବିବାର ପୁରୀ ଜିଲ୍ଲାର ପଟ୍ଟନାୟିକା ଛକରେ ବିଚ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ରବିବାର ଗୋଡ଼ାଇ ଗୋଡ଼ାଇ ଗୋଟିଏ ପରିବାରର ତିନିଜଣଙ୍କୁ ଜଘନ୍ୟ ହତ୍ୟା କରାଯାଇଥିଲା। ମୃତକ ତିନିଜଣ ସଦାନନ୍ଦ ଗାଁର ବାସିନ୍ଦା ଓ ସେମାନେ ଗୋଟିଏ ପରିବାରର ଦୁଇଭାଇ ଓ ଅନ୍ୟଜଣେ ସମ୍ପର୍କୀୟ ଭାଇ ବୋଲି ସୂଚନା ମିଳିଛି। ମୃତକ ତିନିଜଣ କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା ବୋଲି ସୂଚନା ମିଳିଛି।
ପାକିସ୍ତାନ ପକ୍ଷରୁ ମଙ୍ଗଳବାର ଦିନ ଏହାର ସମସ୍ତ ବିମାନ ଯାତ୍ରାର ରୁଟ୍ ଖୋଲାଯାଇଛି। ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ପକ୍ଷରୁ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ରହିଥିବା ଏୟାର ଟ୍ରାଫିକ୍କୁ ବନ୍ଦ କରାଯାଇଥିଲା। ଏହା ଯୋଗୁଁ ଏୟାର ଇଣ୍ଡିଆକୁ ନିଜର ବିଭିନ୍ନ ଅନ୍ତର୍ଜାତୀୟ ବିମାନର ରୁଟ୍ ପରିବର୍ତ୍ତନ କରବାକୁ ପଡିଥିଲା। ଏପରିକି ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶକେକ୍ ଗସ୍ତ ସମୟରେ ମଧ୍ୟ ତାଙ୍କ ବିମାନକୁ ପାକିସ୍ତାନ ଆକାଶରେ ଉଡିବାର ଅନୁମତି ମିଳିନଥିଲା। ମଙ୍ଗଳବାର ରାତି ୧୨.୪୧ ମିନିଟ୍ ସମୟରେ ଏହି ବିମାନ ରୁଟ୍ ଖୋଲାଯାଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନର ସମୁଦାୟ ୧୧ଟି ବିମାନ ରୁଟ୍ ରହିଥିବା ବେଳେ ବର୍ତ୍ତମାନ ୨ଟି ରୁଟ୍ ଖୋଲାଯାଇଛି।
ଦିଲ୍ଳୀ ପୋଲିସ୍ର ସ୍ବତନ୍ତ୍ର ସେଲ୍ ପକ୍ଷରୁ ଜୈସ ଏ ମୁଜାହିଦ୍ଦିନର ଜନୈକ ଆତଙ୍କବାଦୀକୁ ଗିରଫ କରାଯାଇଛି। ଶ୍ରୀନଗରରୁ ଦିଲ୍ଳୀ ପୋଲିସ୍ର ସ୍ବତନ୍ତ୍ର ପୋଲିସ୍ ଏହି ଆତଙ୍କୀକୁ ଗିରଫ କରିଛି। ମଙ୍ଗଳବାର ସକାଳୁ ଶ୍ରୀନଗରରୁ ବସିର ଅହମ୍ମଦ ନାମକ ଏହି ଆତଙ୍କୀକୁ ଗିରଫ କରାଯାଇଛି। ବସିର ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଦିଲ୍ଲୀ ପୁଲିସ୍ ସ୍ବତନ୍ତ୍ର ସେଲ୍ର ଡିସିପି ସଞ୍ଜୀବ କୁମାର ଯାଦବ ଏହି ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି। ପୂର୍ବରୁ ବସିର୍ର ଦୁଇ ସହଯୋଗୀ ଫୟାଜ୍ ଏବଂ ମଜିଦ୍ ବାବାକୁ ପୋଲିସ୍ ଗତବର୍ଷ ଗିରଫ କରିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ। ପ୍ରଥମେ ସୋମବାର ଦିନ ଅମରିନ୍ଦର ମୋଦିଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ। ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପରଠାରୁ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇନଥିବା ବେଳେ ପ୍ରଥମ ଥର ଉଭୟ ନେତା ପରସ୍ପରକୁ ଭେଟିଛନ୍ତି। କର୍ତ୍ତାରପୁର କରିଡରକୁ ନେଇ ଭାରତ ପାକିସ୍ତାନ ଆଲୋଚନା ହୋଇଥିବା ବେଳେ ଏହାକୁ ନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ ଅମରିନ୍ଦର। ଏହି ବୈଠକକୁ ନେଇ ଟ୍ବିଟ୍ଟର ଜରିଆରେ ଜଣାଇଛନ୍ତି ଅମରିନ୍ଦର। ମୋଦିଙ୍କ କାର୍ଯ୍ୟାଳୟରେ ଉଭୟଙ୍କ ମଧ୍ୟରେ ହୋଇଥିବା ବୈଠକରେ ଗୁରୁ ନାନକଙ୍କ ୫୫୦ ତମ ଜନ୍ମବାର୍ଷିକୀ ଅବସରରେ ଯାତ୍ରୀଙ୍କ ଯିବା ପାଇଁ ଭିସା ଏବଂ ପାସପୋର୍ଟର ବ୍ୟବସ୍ଥା କରିବା ନିମନ୍ତେ ମୋଦିଙ୍କୁ ଅନୁରୋଧ କରିଥିଲେ ଅମରିନ୍ଦର। ଏହାପରେ ଅମରିନ୍ଦର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିଥିଲେ ଅମରିନ୍ଦର।
ଇଣ୍ଡୋନେସିଆର ବାଲିରେ ଏକ ୫.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ମଙ୍ଗଳବାର ସକାଳୁ ଅନୁଭୂତ ହୋଇଛି। ବାଲି ନିକଟରୁ ୬୩ ମାଇଲ ଦୂର ମୁଙ୍କାରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ୨୯ ମାଇଲ ପରିସୀମା ମଧ୍ୟରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ କେହି ମୃତାହତ ହୋଇନଥିବା ବେଳେ କିଛି ବଡ କୋଠା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପ୍ରାୟ ୭୮ ଲକ୍ଷ ସାଧାରଣ ଲୋକ ବସବାସ କରୁଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ନିକଟରେ ଇଣ୍ଡୋନେସିଆରେ ଭୂକମ୍ପରେ ୧୭ ଜଣଙ୍କର ପ୍ରାଣହାନି ଘଟିଥିଲା।
ଦଶନ୍ଧିର ସବୁଠୁ ବଡ଼ ଚନ୍ଦ୍ର ଗ୍ରହଣ ଜୁଲାଇ ୧୬ ମଙ୍ଗଳବାର ଦିନ ଦୃଶ୍ୟମାନ ହେବ। ଏହି ଦିନ ମଙ୍ଗଳ ଗ୍ରହ ଦୀର୍ଘ ୧୫ ବର୍ଷ ପରେ ପୃଥିବୀର ଅତି ନିକଟତର ହେବ। ଏହା ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ। ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସମେତ ଅଷ୍ଟ୍ରେଲିଆ, ଆଫ୍ରିକା, ଏସିଆ ମହାଦେଶରେ ଦେଖିବାକୁ ମିଳିବ। ତେବେ ଦେଶର କିଛି ଭାଗରେ ଆକାଶ ମେଘାଚ୍ଛନ୍ନ ରହିବା କାରଣରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇ ନ ପାରେ। ମଙ୍ଗଳବାର ମଧ୍ୟରାତ୍ରି ୧.୩୨ ମିନିଟ ସମୟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ। ବୁଧବାର ସକାଳ ୪.୩୧ ମିନିଟ ସମୟରେ ଏହାର ପ୍ରଭାବ ସମାପ୍ତ ହେବ। ଏହି ଗ୍ରହଣ ମଧ୍ୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଉତ୍ତର ଓ ଦକ୍ଷିଣ ଆମେରିକା, ୟୁରୋପ ଓ ଆଫ୍ରିକାରେ ଦେଖିବାକୁ ମିଳିବ।
ମୈାସୁମୀ ଓ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଅଳ୍ପ କିଛି ସ୍ଥାନରେ ବର୍ଷା ଜାରି ରହିଛି। ଆଜି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବୈାଦ୍ଧ, କୋରାପୁଟ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ସମ୍ଭାବନା ରହିଛି। ତେଣୁ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ୧୨ଟି ଜିଲ୍ଲାକୁ ବର୍ଷା ଏବଂ ବଜ୍ରପାତ ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।
ଭୀମା ନନ୍ଦ ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା। ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଗଭୀର ରେଖାପାତ କରିଥାଏ। ଫିଲ୍ମ, ଟେଲିଭିଜନ୍ର ଦୁନିଆଠାରୁ ଏହି ଦୁନିଆ ଟିକେ ନିଆରା। ଜଣେ ଯାତ୍ରା କଳାକାର ସିଧାସଳଖ ଦର୍ଶକଙ୍କ ସ୍ବୀକୃତ ପାଇଥାଏ। ଏଥିରେ ରିଟେକ୍ର ସୁବିଧା ନଥାଏ। ସିଧାସଳଖ ନିଜ ଅଭିନୟର ପ୍ରତିଭା ପ୍ରଦର୍ଶନ କରିବା ହେଉଛି ଯାତ୍ରାର ଅନ୍ୟତମ ଆକର୍ଷଣ। ଥ୍ରୀଡି ଫିଲ୍ମ ଆସିବା ପରେ ମଧ୍ୟ ଯାତ୍ରା ପଛରେ ପଡ଼ିନାହିଁ, ଏବେବି ଯାତ୍ରା ଦର୍ଶକଙ୍କ ମହଲରେ ବେଶ୍ ଆଦୃତ। ଯାତ୍ରା କଳାକାରଙ୍କ ନିଆରା ପ୍ରଦର୍ଶନ ହିଁ ଯାତ୍ରାକୁ ସମୃଦ୍ଧ କରିଥାଏ। ଆମ ସମୟର ଜଣେ ନିଆରା ସ୍ବାଭିମାନୀ ଯାତ୍ରା କଳାକାରଙ୍କ ସମ୍ପର୍କରେ କିଛି … ଆଶାରାମ ଦାସ ଓରଫ ମଣ୍ଟୁ ଜଣେ ଉଚ୍ଚଶିକ୍ଷିତ, ଶୃଙ୍ଖଳିତ ଏବଂ ସ୍ବାଭିମାନୀ କଳାକାର। ମଣ୍ଟୁଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ତାଳଦଣ୍ଡା ଗ୍ରାମରେ। ପିଲାଟିବେଳୁ ସେ…

