Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସିନେମା»2020ରେ ସୀତାରାମ ଅଗ୍ରୱାଲା ଆଣୁଛନ୍ତି ଏକାଥରେ 4ଟି ଚ୍ୟାନେଲ, ଓଡିଆ ମନୋରଂଜନ ଟେଲିଭିଜନ ଜଗତରେ ସୃଷ୍ଟି ହେବ ଏକ ନୂଆ ବିପ୍ଳବ
ସିନେମା

2020ରେ ସୀତାରାମ ଅଗ୍ରୱାଲା ଆଣୁଛନ୍ତି ଏକାଥରେ 4ଟି ଚ୍ୟାନେଲ, ଓଡିଆ ମନୋରଂଜନ ଟେଲିଭିଜନ ଜଗତରେ ସୃଷ୍ଟି ହେବ ଏକ ନୂଆ ବିପ୍ଳବ

July 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
2020ରେ ସୀତାରାମ ଅଗ୍ରୱାଲା ଆଣୁଛନ୍ତି ଏକାଥରେ 4ଟି ନୂଆ ଚ୍ୟାନେଲ, ଓଡିଆ ମନୋରଂଜନ ଟେଲିଭିଜନ ଜଗତରେ ସୃଷ୍ଟି ହେବ ଏକ ନୂଆ ବିପ୍ଳବ
2020ରେ ସୀତାରାମ ଅଗ୍ରୱାଲା ଆଣୁଛନ୍ତି ଏକାଥରେ 4ଟି ନୂଆ ଚ୍ୟାନେଲ, ଓଡିଆ ମନୋରଂଜନ ଟେଲିଭିଜନ ଜଗତରେ ସୃଷ୍ଟି ହେବ ଏକ ନୂଆ ବିପ୍ଳବ

ସମୀକ୍ଷା ବ୍ୟୁରୋ

ସାର୍ଥକ ଟିଭିର ପ୍ରତିଷ୍ଠାତା ତଥା ସାର୍ଥକ ମ୍ୟୁଜିକ, ସାର୍ଥକ ଫିଲମସ ଏବଂ ସିଦ୍ଧାର୍ଥ ୟୁଟିୟୁବ ଚ୍ୟାନେଲ ମାଲିକ ସୀତାରାମ ଅଗ୍ରୱାଲା ଓଡିଶା ମନୋରଂଜନ ଜଗତରେ ଆଣୁଛନ୍ତି ଏକ ନୂଆ ବିପ୍ଳବ। 2020 ମସିହାରେ ସେ ଏକାଥରେ 4 ଟି ଚ୍ୟାନେଲ ପ୍ରସାରଣ କରିବା ପାଇଁ ନିଷ୍ପତି କରିଛନ୍ତି। ସେଗୁଡିକ ହେଲା ଜେନରାଲ ଏଣ୍ଟରଟେନମେଣ୍ଟ “ସିଦ୍ଧାର୍ଥ ଟିଭି” ଓଡିଆ ମ୍ୟୁଜିକ ଚ୍ୟାନେଲ ସିଦ୍ଧାର୍ଥ ମ୍ୟୁଜିକ, ଓଡିଆ ଆଧ୍ୟାତ୍ମକ ଚ୍ୟାନେଲ ସିଦ୍ଧାର୍ଥ ଭକ୍ତି ଏବଂ ବଙ୍ଗଳା ମନୋରଂଜନ ଚ୍ୟାନେଲ ସିଦ୍ଧାର୍ଥ ବଙ୍ଗଳା। ଏସବୁ ଚ୍ୟାନେଲ ପାଇଁ ସେ ଏକ ନୂଆ କଂପାନୀ ମଧ୍ୟ କରିଛନ୍ତି। କଂପାନୀ ନାମ ରହିଛି ସିଦ୍ଧାର୍ଥ ବ୍ରଡକାଷ୍ଟିଂ ପ୍ରାଇଭେଟ ଲିମିଟେଡ। ଏହି କଂପାନୀ ଚ୍ୟାନେଲ ଲାଇସେନସ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଆବେଦନ କରିଛି। ଏଥିସହିତ କଂପାନୀର ଏକ ସ୍ବତନ୍ତ୍ର ଟେଲିପୋର୍ଟ ପାଇଁ ମଧ୍ୟ ଆବେଦନ କରାଯାଇଛି। ମନ୍ତ୍ରଣାଳୟ ବର୍ତ୍ତମାନ ଦୁଇଟି ଚ୍ୟାନେଲ ପାଇଁ ଲାଇସେନସ ଦେଇସାରିଛି। ହେଲେ ଆଉ ଦୁଇଟି ଚ୍ୟାନେଲ ଆବେଦନ ବିଚରାଧିନ ରହିଛି। ଯେହେତୁ ଓଡିଆ ମନୋରଂଜନ ଏବଂ ଟେଲିଭିଜନ ଜଗତରେ ସୀତାରାମ ଏକ ପରିଚିତ ଏବଂ ପ୍ରତିଷ୍ଠତ ବ୍ୟକ୍ତିତ୍ବ ସେଥିପାଇଁ ତାଙ୍କୁ ଲାଇସେନସ ମିଳିବା ସହଜ ହେବ। କାରଣ ବର୍ତ୍ତମାନ ସୂଚନା ଓ ପ୍ରସାରଣ ବିଭାଗ ଟେଲିଭିଜନ ପ୍ରସାରଣ ଲାଇସେନସ ଦେବା ପାଇଁ ବହୁ କଟକଣା କରିଛନ୍ତି।

ବର୍ତ୍ତମାନ ସୀତାରାମଙ୍କ ଅନେକ ଓଡିଆ ଓ ବଙ୍ଗଳା ୟୁଟିୟୁବ ଚ୍ୟାନେଲ ରହିଛି। ସେଥିରେ ସେ ତାଙ୍କ ଦ୍ବାରା ପ୍ରସ୍ତୁତ ଓଡିଆ ଗୀତ ପ୍ରସାରଣ କରୁଛନ୍ତି। ବର୍ତ୍ତମାନ ସେ ହେଉଛନ୍ତି ଓଡିଶାର ଏକମାତ୍ର ବ୍ୟକ୍ତି ଯେ କି ୟୁଟିୟୁବ ଚ୍ୟାନେଲରୁ ବେଶ୍ ରାଜସ୍ବ ପାଇ ପାରୁଛନ୍ତି। ନିକଟରେ ସେ ସିଦ୍ଧାର୍ଥ ବଙ୍ଗଳା ୟୁଟିୟୁବ ଚ୍ୟାନେଲ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ବର୍ତ୍ତମାନ ଓଡିଶାରେ ସୀତାରାମ ଅଗ୍ରୱାଲାଙ୍କ ପାଖରେ ଯେତିକି ବେଶ୍ ଲୋକପ୍ରିୟ ହାସଲ କରିଥିବା ଫିଲ୍ମ ଏବଂ ଓଡିଆ ଗୀତ ଅଛି ତାହା ଅନ୍ୟ କୌଣସି ପ୍ରଯୋଜକଙ୍କ ପାଖରେ ନାହିଁ। ତାଙ୍କ ଧର୍ମପତ୍ନୀ ନମିତା ଅଗ୍ରୱାଲା ମଧ୍ୟ ଓଡିଶାର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ।

ପୂର୍ବରୁ ସେ ଓଡିଶାରେ ମନୋରଂଜନ ଚ୍ୟାନେଲ ସାର୍ଥକ ଟିଭି ପ୍ରତିଷ୍ଠା କରି ରାଜ୍ୟରେ ନମ୍ବର ୱାନ କରାଇପାରିଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଏହି ଚ୍ୟାନେଲକୁ ଜୀ ଗ୍ରୁପକୁ 115 କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ। ଜୀ ଗ୍ରୁପ ସହିତ ହୋଇଥିବା ଚୁକ୍ତି ଅନୁସାରେ ସୀତାରାମ 5 ବର୍ଷ ମଧ୍ୟରେ କୌଣସି ସାଟାଲାଇଟ ଚ୍ୟାନେଲ କରିପାରିବେ ନାହିଁ। ଏହି ଚୁକ୍ତି 2020ରେ ଶେଷ ହେଉଥିବାରୁ ସେ ଏହି 4ଟି ଚ୍ୟାନେଲ ଆରମ୍ଭ କରିବେ ବୋଲି ନିଷ୍ପତି କରିଛନ୍ତି। ବର୍ତ୍ତମାନ ଓଡିଶାରେ ଏକମାତ୍ର କଂପାନୀ ଓଡିଶା ଟେଲିଭିଜନ ବା ଓଟିଭି ହାତରେ ନ୍ୟୁଜ, ମନୋରଂଜନ, ମ୍ୟୁଜିକ, ଆଧ୍ୟାତ୍ମିକ ପରି ବିଭିନ୍ନ ଚ୍ୟାନେଲ ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ନିଶ୍ଚିତ ହେଲା ରଣବୀର କପୁରଙ୍କ ‘ରାମାୟଣ’ ରିଲିଜ୍ ତାରିଖ: ଜାଣନ୍ତୁ କେବେ?

August 6, 2026

‘ବାଂଲାଦେଶ ଏବେ ଦ୍ଵିତୀୟ ପାକିସ୍ତାନ’: ଜାଣନ୍ତୁ ଭାରତ ବିଷୟରେ କ’ଣ କହିଲେ ଶେଖ ହସିନାଙ୍କ ପୁଅ?

August 6, 2026
Latest News

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.