ସମୀକ୍ଷା ବ୍ୟୁରୋ ପୁଣି ଥରେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାହା ହେଉଛି ଦିଲ୍ଲୀପ ବିଜେଡିକୁ ଫେରିବାର ପ୍ରାୟ ନିଶ୍ଚିତ। କାରଣରେ କୁହାଯାଇଛି ଯେ, ଦିଲ୍ଲାପ ତାଙ୍କର ଘନିଷ୍ଠ ବନ୍ଧୁ ବିଜୟ ମହାପାତ୍ରଙ୍କ ପ୍ରଚାର ପାଇଁ ଆସିଲେ ନାହିଁ। ଯେତେବେଳେ ସାଧାରଣ ନିର୍ବାଚନ ଚାଲିଥିଲା ସେତେବେଳେ ଦିଲ୍ଲୀପ ପାଟକୁରା ଆସି ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରିଥିଲେ। ମୁଁ ବିଜେପି ପାଇଁ ନୁହେଁ ବରଂ ବିଜୟଙ୍କ ପାଇଁ ପ୍ରଚାର କାର୍ଯ୍ୟ କରିବି ବୋଲି ଦିଲ୍ଲୀପ ଗଣମାଧ୍ୟମ ଆଗରେ କହିଥିଲେ। ହେଲେ ପରବର୍ତ୍ତି ସମୟରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଏବଂ ଫନି ବାତ୍ୟା ପାଇଁ ମଧ୍ୟ ନିର୍ବାଚନ ସ୍ଥଗିତ ରହିଲା। ହେଲେ ଯେତେବେଳେ ନିର୍ବାଚନ ହେଲା, ଦିଲ୍ଲୀପ ତାଙ୍କ କଥା ରଖି ଆଉ ବିଜୟଙ୍କ ପ୍ରଚାର ପାଇଁ ଆସିଲେ ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ ଦିଲ୍ଲୀପ ପୁଣି ଥରେ ବିଜେଡିକୁ ଫେରିବେ। ତେବେ…
Author: Samikhsya Bureau
ସୋନଭଦ୍ରା ଗୁଳିକାଣ୍ଡରେ 10 ଜଣଙ୍କର ପରଲୋକ ଘଟିଥିବା ବେଳେ ପ୍ରତ୍ୟେକ ମୃତକଙ୍କ ପରିବାର ନିମନ୍ତେ 10 ଲକ୍ଷର ସହାୟତା ରାଶି ଘୋଷଣା କରିଛି କଂଗ୍ରେସ । ଦଳୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗତକାଲି ପୀଡିତ ମାନଙ୍କୁ ଭେଟିବା ନିମନ୍ତେ ଯାଇଥିବା ବେଳେ ପୋଲିସ୍ ପ୍ରିୟଙ୍କାଙ୍କୁ ଅଟକାଇ ଥିଲା । ଏହାପରେ ପ୍ରିୟଙ୍କା ଗତକାଲି ମିର୍ଜାପୁରରେ ରାତ୍ରିଯାପନ କରିଥିଲେ । ସକାଳୁ ପ୍ରିୟଙ୍କା ପୁନର୍ବାର ପୀଡିତଙ୍କୁ ଭେଟିବାକୁ ଚାହୁଁଥିବା ବେଳେ ମାତ୍ର ଦୁଇ ଜଣ ପୀଡିତଙ୍କ ସହିତ ଭେଟିବାର ଅନୁମତି ପ୍ରଦାନ କରାଯାଇଥିଲା । ମିର୍ଜାପୁରରେ ଆନ୍ଦୋଳନ କରିବା ପରେ ପ୍ରିୟଙ୍କାଙ୍କୁ ପୁନର୍ବାର ଅଟକ ରଖିଥିଲା ପୋଲିସ୍ । ଶେଷରେ କଂଗ୍ରେସ ପକ୍ଷରୁ ମୃତ ଚାଷୀଙ୍କ ନିମନ୍ତେ 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିଲା ।
କଂଗ୍ରେସ ବିଶ୍ବ ବିଦ୍ୟାଳୟ ଅଡିଟ୍ ରିପୋର୍ଟ ଗୃହରେ ଦାଖଲ କରିବା ଦାବିରେ ହଟ୍ଟଗୋଳ କରିଛି । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ସବୁ ବିଶ୍ୱବିଦ୍ୟାଳୟ ଆକାଉଣ୍ଟ ଅଡିଟ ରିପୋର୍ଟ ଉପସ୍ଥାପନ ପାଇଁ ଦାବି କରିଛନ୍ତି । ଏଥିପାଇଁ ନିର୍ଦ୍ଦେଶ ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି ଦଳୀୟ ସଦସ୍ୟମାନେ ଗୃହରେ ହଙ୍ଗାମା କରିଛନ୍ତି । ଫଳରେ ଗୃହ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ପ୍ରଥମେ ୧୨ଟା ୫୦ ଓ ପରେ ୩ଟା ଯାଏ ମୁଲତବି ଘୋଷଣା କରିଛନ୍ତି ।
ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ କାର୍ଯ୍ୟ ସମ୍ପନ୍ନ ହୋଇ ଟ୍ରେନ୍ ଚଳାଚଳ କରିବା ଆଶା ଉଜ୍ଜ୍ବଳ ହୋଇଛି । ଆଜି ନୟାଗଡ଼-ମହିପୁର ମଧ୍ୟରେ ଟ୍ରାଏଲ୍ ଟ୍ରେନ୍ ଇଞ୍ଜିନ ଆରମ୍ଭ ହୋଇଛି । ପରୀକ୍ଷାମୂଳକଭାବେ ନୟାଗଡ଼ରୁ ମହିପୁର ପର୍ଯ୍ୟନ୍ତ ୧୨କିମି ଟ୍ରେନ ଇଞ୍ଜିନ ଚଲାଯାଉଥିବା ସୂଚନା ମିଳିଛି। ଏହାପରେ ଆସନ୍ତା ୨୫ରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଯାଞ୍ଚ ହେବା ପରେ ଟ୍ରେନ ଚଳାଚଳ କରିବା ସମ୍ଭାବନା ରହିଥିବା ଜଣାପଡ଼ିଛି । ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏହି କାର୍ଯ୍ୟ ସମ୍ପନ୍ନ ହୋଇପାରି ନଥିଲା। ଚଳିତ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ ପାଇଁ ୩୫୦କୋଟି ଟଙ୍କା ଅନୁଦାନ ମିଳିଛି ।
ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି । ଏହି ଆସନର ସମୁଦାୟ 309 ଟି ବୁଥରେ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ। ଅପରାହ୍ନ 1ଟା ସୁଦ୍ଧା 42 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି । ସେହିପରି 32ନମ୍ବର ବୁଥ୍ରେ ମଧ୍ୟରେ ଝଗଡା ହୋଇଥିବା ଜଣାପଡିଛି । କୁଶିଆପାଳ ବୁଥ୍ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମତଦାନ ବାଧାପ୍ରାପ୍ତ ହୋଇଛି ।
ପଶ୍ଚିମବଙ୍ଗ, ତ୍ରିପୁରା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ନାଗାଲାଣ୍ଡ ଆଦି ୬ଟି ରାଜ୍ୟରେ ରାଜ୍ୟପାଳ ବଦଳିଛନ୍ତି । ଆଜି ଏନେଇ ସୂଚନା ଆସିଛି । ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଜଗଦୀପ ଧନଖାରଙ୍କୁ ନିଯୁକ୍ତି ଦିଆଯାଇଛି । ରମେଶ ବୈଶଙ୍କୁ ତ୍ରିପୁରାର ରାଜ୍ୟପାଳ, ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ଆର୍. ଏନ୍. ରବି । ସେହିପରି ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ୟୁପିର ରାଜ୍ୟପାଳ ହୋଇଛନ୍ତି । ବିହାର ରାଜ୍ୟପାଳ ଲାଲାଜୀ ଟଣ୍ଡନ ମଧ୍ୟପ୍ରଦେଶ ରାଜ୍ୟପାଳ ହୋଇଛନ୍ତି । ସେହିପରି ଲାଲାଜୀ ଟଣ୍ଡନଙ୍କ ସ୍ଥାନ ନେଇ ଫଗୁ ଚୌହ୍ବାନ ବିହାରର ରାଜ୍ୟପାଳ ହୋଇଛନ୍ତି । ନିକଟରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଓ ଛତିଶଗଡ଼ର ରାଜ୍ୟପାଳ ଭାବେ ଅନୁସୂୟା ଉଇକ୍ ଓ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ କଲରାଜ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ହିମାଚଳ ପ୍ରଦେଶର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜୁରାଟର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।
ଭାରତ ବିଂଶତମ କାର୍ଗିଲ ବିଜୟ ଦିବସ ପାଳନ କରିବା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜମ୍ମୁ କଶ୍ମୀର ଗସ୍ତ କରିଛନ୍ତି । ରାଜନାଥ ସିଂହ ଆଜି ଦିନତମାମ ଜମ୍ମୁ କଶ୍ମୀରରେ ରହିବେ । ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ରାଜନାଥ ସିଂହଙ୍କ ସହିତ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ ମଧ୍ୟ ସାଥୀରେ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡ୍ରାସରେ ଥିବା ଯୁଦ୍ଧ ସ୍ମାରକ ପୀଠରେ ଶ୍ରଦ୍ଧାଞ୍ଜଳି ଦେବା ପରେ ଲଦାଖ ନିୟନ୍ତ୍ରଣ ରେଖା ପରିଦର୍ଶନ କରିଛନ୍ତି । ସେଠାରେ ମୁତୟନ ଥିବା ସେନା, ସୁରକ୍ଷା ଓ ସେନା ସାମଗ୍ରୀ ଉପରେ ରାଜନାଥ ସିଂହ ସମୀକ୍ଷା କରିବେ ।
ସମୀକ୍ଷା ବ୍ୟୁରୋ ସାରଥୀ ବାବାଙ୍କୁ ନେଇ ସାରା ଓଡିଶାରେ ତୁମ୍ବିତୋଫାନ ହୋଇଥିଲା। ବାବାଙ୍କ କାରନାମା ଜଣାପଡିବା ପରେ ପୋଲିସ ତାଙ୍କୁ ଗିରଫ ମଧ୍ୟ କରିଥିଲା। ଏସବୁ ସତ୍ବେ କେତେକ ଲୋକଙ୍କ ମନରୁ ବାବାଙ୍କ ପ୍ରତି ଥିବା ଭକ୍ତି ଭାବ ଏବେବି ହ୍ରାସ ଘଟି ନାହିଁ। ଦୀର୍ଘ ବର୍ଷର ନିରବତା ପରେ ପୁଣି ଥରେ ଏହି ଅନ୍ଧ ଭକ୍ତମାନେ ସାରଥୀ ବାବାଙ୍କ ପୂଜା ଆରମ୍ଭ କରିଛନ୍ତି। ସାରଥୀଙ୍କ ଫଟୋରେ ଫୁଲମାଳ ଦେଇ ଗ୍ରାମ୍ୟ ପରିକ୍ରମା ମଧ୍ୟ କରିଛନ୍ତି। ଏହି ଘଟଣାଟି ବାଲେଶ୍ବର ଜିଲ୍ଲାର ଏକ ଗ୍ରାମରେ ଘଟିଛି। କେନ୍ଦ୍ରାପଡା, ଜଗତସିଂପୁର ଏବଂ ବାଲେଶ୍ବରର କେତେକ ଭକ୍ତ ଗତକାଲି ସେଠାରେ ଏକାଠି ହୋଇଥିଲେ। ସାରଥୀଙ୍କ ଫଟୋରେ ପୂଜାଅର୍ଚ୍ଚନା କରିବା ପରେ ସତସଂଗର ମଧ୍ୟ ବ୍ୟବସ୍ଥା କରିଥିଲେ। ସ୍ଥାନୀୟ ଲୋକେ ଏ ଖବର ଜାଣିବା ପରେ ସେମାନଙ୍କୁ ଏଥିରୁ ନିବୃତ ରହିବା ପାଇଁ ଅନୁରୋଧ କଲେ। ହେଲେ ସେମାନେ ନ ଶୁଣିବାରୁ ପୋଲିସଙ୍କୁ ଖବର ଦେଲେ।…
ଆଜି ବିଧାନସଭାରେ ଖଦି ଓ ମହୁଚାଷ ଦୁର୍ନୀତି ପ୍ରସଙ୍ଗ ଉଠାଇଛି ବିରୋଧୀ ଦଳ ବିଜେପି । ଖଦି ଜିନିଷ କିଣାବିକା ଓ ମହୁଚାଷରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି । ଆଜି ଶୂନ୍ୟକାଳରେ ଖଦି ଓ ମହୁଚାଷ ଦୁର୍ନୀତି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା କହିଛନ୍ତି ଯେ ଖଦି ବୋର୍ଡକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୮୬ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ମିଥ୍ୟା ବିଲ୍ ଦିଆଯାଇ ଟଙ୍କାକୁ ଆତ୍ମସାତ କରାଯାଇଛି। ସେହିରି ତିନି ବର୍ଷରେ ୧୨ ଶହ ମହୁ ଚାଷୀଙ୍କୁ ତାଲିମ ଦିଆଯାଇଥିବା ତଥ୍ୟ ମଧ୍ୟ ଭୁଲ ଅଟେ । କମ୍ ଲୋକଙ୍କୁ ତାଲିମ ଦିଆଯାଇଛି କିନ୍ତୁ ଅଧିକ ସଂଖ୍ୟା ଦର୍ଶାଯାଇଛି । ସେହିପରି ୧୪୮୦ ମହୁ ଚାଷୀଙ୍କୁ ୨୪୦୦ ମହୁ ବାକ୍ସ ଦିଆଯାଇଛି । କୋଟେସନ୍ ପାଇଁ ଚାଷୀଙ୍କ ଠାରୁ ହଜାରେ ଟଙ୍କା ନିଆଯିବା…
ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି । ଏହି ଆସନର ସମୁଦାୟ 309 ଟି ବୁଥରେ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ। ଅପରାହ୍ନ 1ଟା ସୁଦ୍ଧା 42 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି । 10 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 2 ଲକ୍ଷ 44 ହଜାର 747 ଜଣ ଭୋଟର ନିଜର ମତପ୍ରକାଶ କରିବେ । ଅପରାହ୍ନରେ ଭୋଟ ହାର ବଢିବାର ସମ୍ଭାବନା ରହିଛି ।
ପାକିସ୍ତାନ ପକ୍ଷରୁ ହାଫିଜ୍ ସଇଦ୍କୁ ଗିରଫ କରାଯାଇଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା । ଏହି ଗିରଫଦାରୀ କୌଣସି ଫରକ ପକାଇବ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ପୂର୍ବରୁ ପାକିସ୍ତାନ ପକ୍ଷରୁ ହାଫିଜ୍କୁ ଅନେକ ଥର ଗୃହବନ୍ଦୀ ଭାବରେ ରଖାଯାଇଥିଲେ ମଧ୍ୟ ଏହା କୌଣସି ପ୍ରଭାବ ପକାଇନାହିଁ । ହାଫିଜ୍ ନିଜର ଆତଙ୍କୀ କାର୍ଯ୍ୟକଳାପ ପୂର୍ବପରି ଜାରି ରଖିଛି । ହଫିଜ୍ ଗୃହବନ୍ଦୀ ଅବସ୍ଥାରେ ରହିଥିବା ବେଳେ 2001 ମସିହାରେ ସଂସଦ ଉପରେ ଆକ୍ରମଣ ଏବଂ 2008 ମସିହାରେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ରହିଥିଲା । ଜଣେ ଆତଙ୍କବାଦୀ ଗୃହବନ୍ଦୀ ଅବସ୍ଥାରେ ରହି ଅନ୍ୟ ଦେଶ ଉପରେ ଆକ୍ରମଣର ଯୋଜନା କରି ପାରୁଥିବା ବେଳେ ଗିରଫ କିଭଳି ଭାବରେ ଫରକ ପକାଇବ ବୋଲି ଆମେରିକା ପକ୍ଷରୁ ପ୍ରଶ୍ନ କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଗସ୍ତ ପୂର୍ବରୁ ଏହି ମତ ଦେଇ…
ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ତାମିଲନାଡୁର ୧୪ଟି ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) । ମିଳିଥିବା ସୂଚନା ଅନୁସାରେ ଏହି ଚଢାଉରେ ତାମିଲନାଡୁର ୪ଟି ଜିଲ୍ଲା (ତିରୁନେଲବେଲି, ମଦୁରାଇ, ରାମନାଥପୁରମ୍ ଓ ଚେନ୍ନାଇ) ପ୍ରମୁଖ ଅଞ୍ଚଳରେ ଚଢାଉ କରାଯାଇଛି । ଅଂସାରୁଲ୍ଲା ଆତଙ୍କବାଦୀ ସଂଗଠନରେ ଜଡିତ ଥିବା ଠିକଣାଗୁଡ଼ିକରେ ଏହି ଚଢାଉ କରାଯାଇଛି । ଇସଲାମିକ୍ ଆତଙ୍କୀ ମୋଡଲ୍ ପାଇଁ ଅର୍ଥଯୋଗାଣ ବ୍ୟବସ୍ଥା ଅଭିଯୋଗରେ ଏନ୍ଆଇଏ ୧୬ଜଣଙ୍କୁ ଗିରଫ ମଧ୍ୟ କରିଥିଲେ । ଏନ୍ଆଇଏ ତରଫରୁ କୁହାଯାଇଛି ଏହି ସଙ୍ଗଠନ ଅର୍ଥ ଏକାଠି କରି ଭାରତରେ ଆକ୍ରମଣ କରିବା ଯୋଜନାରେ ରହିଥିଲେ । ଚଢ଼ଉ ବେଳେ ୯ଟି ମୋବାଇଲ, ୧୫ଟି ସିମ୍ କାର୍ଡ, ୭ ମେମୋରୀ ଚିଫ୍, ୩ ଲାପଟପ୍, ୫ ହାର୍ଡ ଡିସ୍କ, ୬ ପେନ୍ ଡ୍ରାଇଭ୍, ୨ ଟ୍ୟାବ୍ଲେଟ୍ ଓ ୩ଟି ସିଡି ଜବତ କରିଛି । ଏହା ସହିତ ମ୍ୟାଗାଜିନ୍, ବେନର୍ସ, ନୋଟିସ୍…
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁରର ସାଂସଦ ଆଜମ ଖାନ ନିଜ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ଆଜମ୍ ଖାନ୍ ଦେଶରେ ଚାଲିଥିବା ଭିଡତନ୍ତ୍ର ବା ମୁବ୍ ଲିଚିଂ ମାମଲାକୁ ନେଇ ବୟାନ, ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାକୁ ଆସିଛି । ଆଜମ ଖାନ ମୁବ୍ ଲିଚିଂ ଘଟଣା ଗୁଡିକୁ ନେଇ କହିଛନ୍ତି ଯେ, ଏହା ହେଉଛି ୧୯୪୭ମସିହା ପରଠାରୁ ମୁସଲମାନଙ୍କୁ ମିଳିଥିବା ଦଣ୍ଡ । ଆଜମ କହିଛନ୍ତି ଆମର ପୂର୍ବପୁରୁଷମାନେ ପାକିସ୍ତାନ କାହିଁକି ଗଲେନି ? ଏହା ମୌଲାନା ଆଜାଦ, ଜବାହାରଲଲ ନେହେରୁ, ମହାତ୍ମା ଗାନ୍ଧୀଙ୍କୁ ପଚାରିବା ଦରକାର । ମୁସଲମାନଙ୍କ ସରୁକ୍ଷା ପାଇଁ ଏହିମାନେ ପ୍ରତିଶ୍ରୁତି ଦେଇଥିଲେ । ବାପୁ ମଧ୍ୟ ମୁସଲମାନଙ୍କୁ ଏ ଦେଶ ତାଙ୍କର ବୋଲି କହିଥିଲେ । ୧୯୪୭ ବିଭାଜନରେ ମୁସଲମାନ ଭାଗିଦାରୀ ନଥିଲେ ନାହିଁ ଦୋଷ ଥିଲେ, କିନ୍ତୁ ତାଙ୍କୁ ଏବେ ଏଥିପାଇଁ ସଜ୍ଜା ମିଳୁଛି । ପାକିସ୍ତାନ…
ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି । ଏହି ଆସନର ସମୁଦାୟ 309 ଟି ବୁଥରେ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ। ସକାଳ 11ଟା ସୁଦ୍ଧା 26 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି । 10 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 2 ଲକ୍ଷ 44 ହଜାର 747 ଜଣ ଭୋଟର ନିଜର ମତପ୍ରକାଶ କରିବେ । ଅପରାହ୍ନରେ ଭୋଟ ହାର ବଢିବାର ସମ୍ଭାବନା ରହିଛି ।
ପୁନେର ସୋଲାପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପୁନେ- ସୋଲାପୁର ଜାତୀୟ ରାଜପଥରେ ଘଟିଥିବା ସଡକ ଦୁର୍ଘଟଣାରେ 9 ଜଣ ଲୋକଙ୍କ ପ୍ରାଣହାନି ଘଟିଛି । ଶନିବାର ସକାଳୁ ଏକ କାର୍ ଏବଂ ଟ୍ରକ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । କାର୍ରେ ଉପସ୍ଥିତ ସମସ୍ତ ଯୁବକ ମାନେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଯୁବକ ମାନେ ରାୟଗଡରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । କାର୍ ଡ୍ରାଇଭର୍ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ସହିତ ଟ୍ରକ୍ରେ ପିଟି ହୋଇ ଯାଇଥିଲେ । ନିକଟରେ ଉପସ୍ଥିତ ଥିବା 4 ଜଣ ଲୋକ ସାମାନ୍ୟ ଆହତ ହୋଇଥିଲେ । ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିହତ ଯୁବକ ମାନେ ପୁନେର ୟାଭାତ ଗ୍ରାମର ଅଟନ୍ତି ।
ଆଜିର ଦିନରେ ୫୦ ବର୍ଷ ତଳେ, ୨୦ ଜୁଲାଇ ୧୯୬୯ ମସିହାରେ, ନାସାର ‘ଆପୋଲୋ ୧୧’ ମିଶନ ସଫଳ ହୋଇଥିଲା। ଏହି ମିଶନ ଜରିଆରେ ଆମେରିକା ପ୍ରଥମ ଥର ପାଇଁ ଚନ୍ଦ୍ରକୁ ମଣିଷ ପଠାଇବାରେ ସଫଳ ହୋଇଥିଲା। ଦୀର୍ଘ ୫୦ ବର୍ଷ ପରେ ବି ଆଜି ବି ଏହି ସ୍ମୃତି ଅମଳିନ ହୋଇ ରହିଛି। ଆଜି (ଜୁଲାଇ ୨୦) ସମଗ୍ର ବିଶ୍ୱ ଆର୍ମଷ୍ଟ୍ରଙ୍ଗଙ୍କ ସେହି ଚନ୍ଦ୍ର ଅଭିଯାନର ସଫଳତାର ପଚାଶ ବର୍ଷ ପୂର୍ତ୍ତି ପାଳନ କରୁଛି। ଗୁଗୁଲ ମଧ୍ୟ ଆଜି ଡୁଡୁଲରେ ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ଘଟଣାକୁ ସ୍ଥାନ ଦେଇଛି। ଆପୋଲୋ-୧୧ର ଉଦ୍ଦେଶ୍ୟ ଥିଲା ଆର୍ମଷ୍ଟ୍ରଙ୍ଗ, ବଜ ଆଲଡ୍ରିନ୍ ଏବଂ ମାଇକେଲ କଲିନ୍ସଙ୍କୁ ସୁରକ୍ଷିତ ଭାବରେ ଚନ୍ଦ୍ରରେ ଅବତରଣ କରାଇବା ସଙ୍ଗେସଙ୍ଗେ ପୁଣି ପୃଥିବୀକୁ ଫେରାଇ ଆଣିବା। ଏହି ମିଶନର ନାମ ଥିଲା “ଦି ଇଗଲ”। ସକାଳ ୮ଟା ୩୨ରେ ପାଇଲଟଙ୍କ ସମେତ ତିନି ଜଣ ମହାକାଶ ଅଭିମୁଖେ…
ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପେଟନ୍ ଅମରିନ୍ଦର ସିଂହ ନଭଜୋତ୍ ସିଂହ ସିଦ୍ଧୁଙ୍କ ଇସ୍ତଫା ପତ୍ରକୁ ସ୍ବୀକାର କରିଛନ୍ତି।ପଞ୍ଜାବର ରାଜ୍ୟପାଳ ବିଜେନ୍ଦ୍ର ପାଲ୍ ସିଂହ ବଦନୋର୍ଙ୍କ ପାଖକୁ ମଞ୍ଜୁରୀ ପାଇଁ ସିଦ୍ଧୁଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।ପଞ୍ଜାବର କ୍ୟାବିନେଟ୍ରୁ ସିଦ୍ଧୁ କିଛି ଦିନ ପୂର୍ବରୁ ଇସ୍ତଫା ଦେଇଥିଲେ।ଗତ ମାସରେ ନଭଜୋତ ସିଂହ ସିଦ୍ଧୁ ନୂଆଦିଲ୍ଲୀଠାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଓ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସହ ସାକ୍ଷାତ କରି ତାଙ୍କ ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ଏକ ପତ୍ର ଦେଇଥିଲେ।ସେହିପରି ରାହୁଲ୍ ଗାନ୍ଧିଙ୍କୁ ନିଜ ପଦବୀରୁ ଇସ୍ତଫା ନେଇ ମଧ୍ୟ ଏକ ପତ୍ର ଦେବା ସହିତ ଜୁନ୍ ୧୦ରେ ସେ ତାଙ୍କ ଇସ୍ତଫା ପତ୍ରକୁ ଟୁଇଟ୍ କରିଥିଲେ।
ଚୀନ୍ର ଏକ ଗ୍ୟାସ୍ ପ୍ଲାଣ୍ଟରେ ବିସ୍ଫୋରଣ ଘଟି 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 19 ଜଣ ଆହତ ହୋଇଛନ୍ତି । ଶୁକ୍ରବାର ଚୀନ୍ର ୟିମା ସହରରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଶନିବାର ସ୍ଥାନୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ସିସିଟିଭି ରିପୋର୍ଟ ଅନୁଯାୟୀ 5 ଜଣଙ୍କର କୌଣସି ପତ୍ତା ମିଳିନାହିଁ । ପ୍ରାପ୍ତ ସୂଚନା ଅନୁଯାୟୀ ଗ୍ୟାସ୍ ଷ୍ଟେସନ୍ରୁ 500 ମିଟର ଦୂରରେ ରହିଥିବା ଜନବସତି ମଧ୍ୟ ପ୍ରଭାବିତ ହୋଇଥିଲା । ଘର ଗୁଡିକର କାଚ ଝରକା ଭାଙ୍ଗି ଯାଇଥିବା ନେଇ ସୂଚନା ପ୍ରକାଶ ପାଇଛି । 1997 ମସିହାରେ ସ୍ଥାପନ ହୋଇଥିବା ହେନାନ୍ ଗ୍ୟାସ୍ କୋ ଲିମିଟେଡ୍ରେ 87ଟି ପ୍ଲାଣ୍ଟ ରହିଥିବା ବେଳେ 1200ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏହି ଘଟଣା ପୂର୍ବରୁ ହେନାନ୍ରେ ବିସ୍ଫୋରଣ ଘଟି 18 ଜଣଙ୍କର ମୃତ୍ୟୁ ଘଟିଥିଲା ।
ଆସିକାର ଏକ ସ୍କୁଲରେ ବିସ୍ଫୋରଣ ଘଟି 2 ଜଣ ଛାତ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି । ଆସିକାର ମାଗୁରା ଗ୍ରାମର ଏକ ସ୍କୁଲରେ ଏହି ବିସ୍ଫୋରଣ ଘଟିଛି । ଶନିବାର ସକାଳୁଆ ସ୍କୁଲ ରହିଥିବା ବେଳେ ମଧ୍ୟାହ୍ନ ଭୋଜନ ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗୁରୁତର ଆହତ ଦୁଇ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣର କାରଣ ସମ୍ପର୍କରେ ତଦନ୍ତ ଚଳାଇଛି । ପୁଲିସ ଦୁଇ ଛାତ୍ର ଆସିକା ମେଡିକାଲରେ ଭର୍ତ୍ତି କରିଛି ।
ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି । ଏହି ଆସନର ସମୁଦାୟ 309 ଟି ବୁଥରେ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ। ସକାଳ 9ଟା ସୁଦ୍ଧା 12 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି । ସେହିପରି 307 ନମ୍ବର ବୁଥ୍ରେ ଏଜେଣ୍ଟ ଏବଂ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଝଗଡା ହୋଇଥିବା ଜଣାପଡିଛି । ଚିରକୁଟିକୁ ଏଜେଣ୍ଟ ଏବଂ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ 307 ନମ୍ବର ବୁଥ୍ରେ ନିର୍ବାଚନ ବନ୍ଦ ରହିଛି ।
ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ରାୟକୁ ପାଳନ କରିଛି ପାକିସ୍ତାନ । ଶୁକ୍ରବାର ଇମ୍ରାନ ଖାଁଙ୍କ ସରକାର ଭାରତୀୟ ବନ୍ଦୀ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସମ୍ପର୍କ ସ୍ଥାପନ ବା କୂଟନୈତିକ ଯୋଗାଯୋଗ ସୁବିଧା ପ୍ରଦାନକୁ ଅନୁମୋଦନ କରିଛନ୍ତି । ଏହାଦ୍ବାରା କୁଳଭୂଷଣଙ୍କ ସହିତ ଭାରତୀୟ କୂଟନୀତିଜ୍ଞ, ଦୂତାବାସ କର୍ମଚାରୀ ଓ ଭାରତୀୟ ଅଧିକାରୀଙ୍କର ଯୋଗାଯୋଗ ହୋଇପାରିବ । ଆଇସିଜେ ରାୟକୁ ସମ୍ମାନ ଜଣାଇ ଏବଂ ଭିଏନ୍ନା ରାଜିନାମାର ଧାରା 36(1ବି) ଆଧାରରେ କୁଳଭୂଷଣଙ୍କୁ ଏହି ସୁଯୋଗ ଦିଆଯିବ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଦାୟିତ୍ବବାନ ରାଷ୍ଟ୍ର ଭାବେ ପାକିସ୍ତାନ ଏହାର ରାଷ୍ଟ୍ରୀୟ ନୀତି ଅନୁସାରେ ଏହି ସୁବିଧା ଯୋଗାଇ ଦେବ ବୋଲି ବିଦେଶ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି । ଭାରତ ପକ୍ଷରୁ ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଇସିଜେ ରାୟ ଅନୁସାରେ ତୁରନ୍ତ କୁଳଭୂଷଣଙ୍କୁ କୂଟନୈତିକ ଯୋଗାଯୋଗ ବ୍ୟବସ୍ଥା କରାଇବାକୁ ପାକିସ୍ତାନ…

