Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାଲବେଗ ପରମ୍ପରାର ମହାଗାୟକ ; ଓଡିଆ ଗୀତର ଅନନ୍ୟ ନାୟକ ସିକନ୍ଦର ଆଲାମ୍
ବିଶେଷ ଖବର

ସାଲବେଗ ପରମ୍ପରାର ମହାଗାୟକ ; ଓଡିଆ ଗୀତର ଅନନ୍ୟ ନାୟକ ସିକନ୍ଦର ଆଲାମ୍

July 27, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର
୨୨ ମାର୍ଚ୍ଚ, ୧୯୬୨ ମସିହା, କଟକର କ୍ୟାପିଟାଲ୍ ସିନେମା ରେ ରିଲିଜ୍ ହୁଏ ସିନେମା “ଲକ୍ଷ୍ମୀ” । ବାଳକୃଷ୍ଣ ଦାଶଂକ ସଂଗୀତ ନିର୍ଦ୍ଦେଶନା ରେ ସେଥିରେ ଥିଲା ଜଣେ ନୂଆ ଓ ତରୁଣ ଗାୟକଂକର ଦୁଇଟି ଗୀତ ।“ ଆରତ ସୁରେ ବାରେ କରେ ମିନତିରେ, ଚକା ନୟନ ଚାହାଁ ମାଗେ ମାଗୁଣୀ ରେ….” ଜଣେ ଅନ୍ଧ ଭିକାରୀ କଣ୍ଠରେ ଦରଦ ଭରା ଏକ ପ୍ରାର୍ଥନା ଓ ଆରଟି “ବାରିଦରେ ଯା’ ନା ତୁ… “ ଏକ ରୋମାଣ୍ଟିକ୍ ଭାବର ଗୀତ । ସେ ଗୀତ ଦୁଇଟି ଓଡିଶାର ଅଗଣିତ ଶ୍ରୋତା ଓ ଦର୍ଶକଂକୁ ସେତେବେଳେ ପାଗଳ କରିଥିଲା। ସେହି ଗୀତ ଦୁଇଟି ସହ ଓଡିଆ ସଂଗୀତ ଆକାଶରେ ଏକ ତାରକାର ଉଦୟ ହୋଇଥିଲା, ଯାହାର ବିଲୟ ଆଉ ହୋଇନାହିଁ। ନିଜ କଂଠର ମାଦକତା ଓ ମଧୁରତା ରେ ପଚାଶ ବର୍ଷ ଧରି ଓଡିଆ ଦର୍ଶକଂକ ମନକୁ ବାନ୍ଧିରଖିଥିବା ଏହି ଗାୟକ ଥିଲେ ମହମ୍ମଦ ସିକନ୍ଦର ଆଲାମ୍ । ପଚାଶ ବର୍ଷଧରି ଆକାଶବାଣୀ, ଓଡିଆ ସିନେମା, ଦୂରଦର୍ଶନ ଓ ସଂଗୀତ ଆସରରେ ଓଡିଆ ଶ୍ରୋତା ସିକନ୍ଦର ଆଲାମଂକୁ ଶୁଣିଛନ୍ତି ଓ ତାଂକ ହୃଦୟରେ ସେ ସ୍ବରକୁ ଅମର କରିଛନ୍ତି । ଶହ ଶହ ଗୀତ ସେ ଗାଇଛନ୍ତି, ସବୁ ଗୀତରେ ଜୀବନକୁ ଓ ଓଡିଶାର ସଂସ୍କୃତିକୁ ପ୍ରାଣବନ୍ତ କରିଥିବା ଏହି କାଳଜୟୀ ଶିଳ୍ପୀ ଓ ସାଧକଂକ ଜୀବନକୁ ନେଇ କେତୋଟି କଥା-
– ସିକନ୍ଦର ଆଲାମଂକ ଜନ୍ମ ୨୭, ଜୁଲାଇ, ୧୯୩୯ ଓ ସେ ଆମଠୁ ଚିରଦିନ ବିଦାୟ ନିଅନ୍ତି ୮ ,ଅଗଷ୍ଟ,୨୦୧୦ ରେ । ମାତ୍ର ୭୧ ବର୍ଷର ଜୀବନକାଳରେ ଓଡିଆ ସଙ୍ଗୀତ ଜଗତରେ ଗୋଟେ ଯୁଗର ନିର୍ମାଣ କରିଥିବା ସିକନ୍ଦର ଆଲାମ କଟକ ଜିଲାର ରାଉତରା ପୁର ଗାଁ ରେ ଜନ୍ମ ଗ୍ରହଣ କରିଥିଲେ। ବାପା ଥିଲେ ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ।
– ସଂଗୀତ ପ୍ରତି ତାଂକର ଆକର୍ଷଣ ଓ ମିଠା ଗଳାର ଯାଦୁକରୀ ତାଂକୁ ଅତି ଅଳ୍ପ ବୟସରୁ ଲୋକପ୍ରିୟ ହେବାର ସୁଯୋଗ ଦେଇଥିଲା। ପିଲା ଦିନୁ ହିନ୍ଦୁସ୍ତାନୀ କଣ୍ଠ ସଂଗୀତରେ ତାଲିମ୍ ନେବା ପରେ ପଚାଶ ଦଶକରେ କଟକ ଆକାଶବାଣୀର ଜଣେ କଣ୍ଠଶିଳ୍ପୀ ଭାବରେ ସେ ସୁଯୋଗ ପାଆନ୍ତି।
– ପଚାଶ ଦଶକର ଆକାଶବାଣୀ, କଟକ ଥିଲା ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର।ତତ୍କାଳୀନ ନିର୍ଦ୍ଦେଶକ ପି.ଭି.କୃଷ୍ଣମୂର୍ତୀ ଓଡିଶାର ପ୍ରତିଭାଦୀପ୍ତ କଳାକାରମାନଂକୁ ଖୋଜି ଖୋଜି ଆକାଶବାଣୀରେ ସୁଯୋଗ ଦେଉଥିଲେ।ତାଂକରି ପ୍ରେରଣାରେ ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ ଓ ସିକନ୍ଦର ଆଲାମ ଓଡିଆ ସୁଗମ ସଂଗୀତର ସ୍ବର୍ଣ ତ୍ରୀଭୁଜ ଭାବରେ ଜନ ମାନସରେ ପ୍ରତିଷ୍ଠା ହାସଲ କରିଥିଲେ ।
– ୧୯୬୨ ରେ ଲକ୍ଷ୍ମୀ ସିନେମାରେ ପ୍ରଛଦଶିଳ୍ପୀ ଭାବରେ ତାଂକୁ ଗୀତ ଗାଇବାର ସୁଯୋଗ ଦିଅନ୍ତି ଗୌର ଘୋଷ୍ ଓ ଶାରଦା ପ୍ରସନ୍ନ ନାୟକ। ବାଳକୃଷ୍ଣ ଦାଶଂକ ମଧୁର ସଂଗୀତ ସଂଯୋଜନାରେ “ଆରତ ସୁରେ ବାରେ …ଓ “ବାରିଦରେ ଯା’ ନା ତୁ..” ସେତେବେଳେ ତରୁଣ ସିକନ୍ଦର୍ଂକୁ ତାରକା ଗାୟକର ମାନ୍ୟତା ଦେଇଥିଲା ।
– ସିକନ୍ଦର ଆଲାମ ୫୦ ରୁ ଅଧିକ ସିନେମା ରେ କଣ୍ଠ ଦାନ କରିଛନ୍ତି । ଯେଉଁ ଗୀତ ଗାଇଛନ୍ତି ସେ ଗୀତ ଆପେ ଆପେ ପ୍ରସିଦ୍ଧ ହୋଇ ଯାଇଛି । ତାର ଏକ ମାତ୍ର କାରଣ ହେଉଛି ତାଂକ ଗଳାର ଯାଦୁକରୀ ମାଧୁର୍ୟ। ତାଂକ ଗଳା ଟି ଯେତିକି ମିଠା, ତାଂକ ଉଛାରଣ ସେତିକି ସ୍ପଷ୍ଟ । ଓଡିଆ ଶବ୍ଦର ଉଛାରଣରେ ତାଂକର ଏକ ସ୍ବତନ୍ତ୍ର ଭାବ ରହିଥିଲା ।
– ସାଗରେ ଅଧୀର ନୀଳ ତରଂଗ …, ସପନର ପଥେ ପଥେ….କୁହନା ଆହା କୁହନା.. ପରି ଅନେକ କାଳଜୟୀ ଗୀତ ତାଂକ କଣ୍ଠରେ ଶ୍ରୋତାଂକୁ ଆଜି ବି ମୁଗ୍ଧ କରେ। ମୂଳତଃ ସେ ରୋମାଣ୍ଟିକ୍ ଭାବର ଶିଳ୍ପୀ । ପ୍ରେମ, ଜୀବନ ଓ ପ୍ରକୃତିକୁ ମୁର୍ଛନା ଦେବାରେ ତାଂକର ସାର୍ଥକତା ।
– ତେବେ ସବୁ ସଫଳତା ର ଉପରେ ତାଂକର ସାମାଜିକ ଅବଦାନ ତାଂକୁ ଅମର କରି ରଖିବ । ତାଂକ କଣ୍ଠରେ ଓଡିଆ ଭଜନର ଯିଏ ଶୁଣିନି, ସେ ଜଗନ୍ନାଥଂକୁ ଦର୍ଶନ କରିନି । ଅପୂର୍ବ ଭାବ ତନ୍ମୟତାର ଶିଳ୍ପୀ ସେ। ପତିତପାବନ ବାନା ଆଉ କେତେ ବେଳକୁ ….ହେଉ ଅଥବା ବୃନ୍ଦାବନେ ବଂଶୀ କେ ବଜାଇଲା….ଗୋ ରାଧେ ବଂଶୀ ଦିଅ ମୋର ଦିଅ….କି ଅନ୍ଧ କରି ମୋତେ କରିଲୁ ରେ ଧନ୍ୟ…..ସବୁ ଭଜନରେ ସେ ଭାବର ଅମୃତ ଢାଳି ଦେଇଛନ୍ତି ।
– କହିବାରେ ହୁଏତ ସେ ଜାତିରେ ଯବନ (ତାଂକ ପ୍ରିୟ କବି ସାଲବେଗଂକ ଭାଷାରେ ) । ମୁସଲମାନ୍ ପରିବାରରେ ଜନ୍ମ ନେଇ ଈଶ୍ବର ଓ ଆଲ୍ଲା ତାଂକ ଲାଗି ଏକାକାର। ସେ ସାଲବେଗ ପରମ୍ପରାର ସୁଯୋଗ୍ୟ ଦାୟାଦ । ଜୀବନର ଅନ୍ତିମ କ୍ଷଣ ଯାଏଁ ସେ ଥିଲେ ଗୋଟାପଣେ ଓଡିଆ ।ସଂହତି ଓ ସମନ୍ବୟର ସେ ଥିଲେ ସାର୍ଥକ ଯୋଗସୂତ୍ର ।
– ଜୀବନ କାଳରେ ତାଂକୁ ଓଡିଆ ସିନେମାର ସର୍ବୋଚ୍ଛ ସମ୍ମାନ କି ସଂଗୀତର ବଡ ପୁରଷ୍କାର ଦିଆଗଲା ନାହିଁ ।ହେଲେ ସବୁ ପୁରଷ୍କାର ଠୁଁ ବଡ ସେ ଓଡିଆ ଶ୍ରୋତାଂକ ମନର ସିକନ୍ଦର ।
– ୮. ଅଗଷ୍ଟ ୨୦୧୦ ରେ ଏହି ମହାନ ଶିଳ୍ପୀ ଆଖି ବୁଜିଦେଲେ।ତାଂକ ଅମ୍ଲାନ ସ୍ମୃତି ଓ ସଂଗୀତ କିନ୍ତୁ ଏବେ ବି ସାଗରେ ଅଧୀର ନୀଳ ତରଂଗ ଅବା ସପନର ପଥେ ପଥେ ଚାଲୁଥିବା ସ୍ମୃତି ଟିଏ ପରି ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା, ଚାରିଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି ବାତିଲ

July 30, 2026

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026
Latest News

ପ୍ରିୟଙ୍କା ଗାନ୍ଧୀଙ୍କୁ ଖୋଲା ଚିଠି ଲେଖିଲେ ୨୧୫ ଭାଇସ-ଚାନ୍ସେଲର: ଜାଣନ୍ତୁ କାରଣ

July 30, 2026

ଲୋକସଭାରେ ପାରିତ ହେଲା ବନ୍ଦେ ମାତରମ୍ ବିଲ୍

July 30, 2026

ଖଡଗେଙ୍କ ମନୁସ୍ମୃତି ଉପରେ ବୟାନ ସଂସଦରେ ହଙ୍ଗମା: ବିରୋଧ କଲା ବିଜେପି

July 30, 2026

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

July 30, 2026

ଜାତୀୟ ସ୍ତରରେ ପୁଣି ପ୍ରଥମ ସ୍ଥାନ ଅଧିକାର କଲା ଓମ୍ଫେଡ୍

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.