Categories
ଆଜିର ଖବର

Hockey World Cup 2018 kicks off with a gala opening

It was a gala affair preceding the first match to be played for the Hockey World Cup at the Kalinga stadium in Bhubaneswar. After witnessing the combo of entertainment by A R Rehman, Madhuri Dixit and SRK, people wait with baited breath for the first match of the tournament to be played between India and South Africa today.

Categories
ବିଶେଷ ଖବର

ରାଜନୀତି ଲାଗି ଅଲଗା ସମୟ ଅଛି, ଅନେକ ମଞ୍ଚ ଅଛି, ଆଜି କେବଳ ହକି ପାଇଁ ଚିୟର୍ସ ବୋଲି କୁହାଯାଉ

ସମୀକ୍ଷା ବ୍ୟୁରୋ

ଓଡ଼ିଶା ଇତିହାସରେ ପ୍ରଥମଥର ଲାଗି ପୁରୁଷ ବିଶ୍ଵ କପ୍ ହକିର ଆୟୋଜନ, ଗୋଟେ ବଡ଼ ସଫଳତାର କାହାଣୀ ନିଶ୍ଚୟଆଜି ପର୍ଯ୍ୟନ୍ତ ସବୁବେଳେ ନକାରାତ୍ମକ କାରଣ ଲାଗି ଚର୍ଚ୍ଚାରେ ରହୁଥିବା ଓଡ଼ିଶା, ଆଜି ପୃଥିବୀର କ୍ରୀଡ଼ା ମାନଚିତ୍ରରେ ନିଜର ଏକ ସମ୍ମାନଜନକ ଛବି ତିଆରି କରିବାକୁ ସମର୍ଥ ହୋଇଛି। ୨୭ ନଭେମ୍ବର ସନ୍ଧ୍ୟାରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଚତୁର୍ଦ୍ଦଶ ପୁରୁଷ ବିଶ୍ଵ କପ୍ ହକିର ଉଦଘାଟନ ଉତ୍ସବରେ ବହୁ ବଡ଼ ବଡ଼ ତାରକାଙ୍କୁ ଦେଖିବାକୁ ମିଳିଥିଲାଶାହରୁଖ ଖାନ୍, ଏ ଆର୍ ରେହେମାନ୍, ମାଧୁରୀ ଦୀକ୍ଷିତଙ୍କ ପରି ମେଗା ଷ୍ଟାରଙ୍କ ଉପସ୍ଥିତି ଓଡ଼ିଶା ପାଇଁ ଏକ ସକାରାତ୍ମକ ବ୍ରାଣ୍ଡ୍ ନିର୍ମାଣ ସୁଯୋଗ ଅବଶ୍ୟତେବେ ଏହି ଉତ୍ସବରେ ସବୁଠୁ ଉଲ୍ଲେଖନୀୟ ଦିଗଟି ହେଉଛି, ରାଜ୍ୟର ଆଦିବାସୀ ଜୀବନ ତଥା ଜନଜାତି ସଂସ୍କୃତିର ସୁନ୍ଦର ପରିପ୍ରକାଶ। ଏହି ବିଶ୍ଵକପରେ ଭାଗ ନେଇଥିବା ୧୬ଟି ଦେଶର ଅଧିନାୟକଙ୍କୁ ମଞ୍ଚକୁ ଓଡ଼ିଶାର ଆଦିବାସୀ ଛାତ୍ରମାନେ ସ୍ଵାଗତ କରି ଆଣିଥିଲେ। ମାଧୁରୀଙ୍କ ନେତୃତ୍ଵରେ ଯେଉଁ “ବସୁଧା ସଙ୍ଗୀତ” ର ନୃତ୍ୟ ପ୍ରସ୍ତୁତ ହୋଇଥିଲା, ସେଥିରେ ଉଭୟ ଶାସ୍ତ୍ରୀୟ ଓ ଜନଜାତି ସଂସ୍କୃତିର ପ୍ରଭାବ ରହିଥିଲାଏକ ବିଶ୍ଵ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ ରାଜ୍ୟର ଜନଜାତିଙ୍କୁ ଅଗ୍ରଣୀ ଭୂମିକା ଦେବା ନିଶ୍ଚିତ ଭାବରେ ପ୍ରଶଂସାର କଥା।

ତେବେ ଏହି ଉଦଘାଟନ ଉତ୍ସବରେ ଓଡ଼ିଆ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା ଅନେକଟା ନିରାଶ କରିଥିଲେ। ସେମାନଙ୍କ କଥା ସବୁ ଘୋଷାପାଠ ଥିଲା ଓ ଉପସ୍ଥାପନାରେ ଜୀବନ ନଥିଲା। ସେହିପରି କୁନା ତ୍ରିପାଠୀ ଏମିତି ଏକ ବିଶ୍ଵସ୍ତରୀୟ ଉତ୍ସବରେ ବ୍ରାହ୍ମଣ ପରି ମନ୍ତ୍ର ବୋଲିବା, ନିହାତି ଅନାବଶ୍ୟକ ଥିଲା। ପୃଥିବୀର ୧୬ ଟି ଦେଶର ପ୍ରତିନିଧି ଭାଗ ନେଉଥିବା ହକିର ମହାକୁମ୍ଭରେ ବ୍ରାହ୍ମଣ ପୂଜକ ପରି ମନ୍ତ୍ର ବୋଲିବା ଏହି ଉତ୍ସବର ଉଦ୍ଦେଶ୍ୟକୁ ଗୌଣ କରିଦେଲାଏମିତି ଛୋଟ ଛୋଟ କିଛି ଘଟଣାକୁ ବାଦ ଦେଲେ, ଏହି ଉତ୍ସବ ଥିଲା, ଓଡ଼ିଶାର ଇତିହାସରେ ସବୁଠୁ ସମ୍ଭ୍ରାନ୍ତ ଉପସ୍ଥାପନା

ଯେହେତୁ ଏହି ଉତ୍ସବର ଆୟୋଜକ ହେଉଛନ୍ତି ଓଡ଼ିଶା ସରକାର ଓ ଏ ବର୍ଷ ହେଉଛି ନିର୍ବାଚନର ବର୍ଷ, ତେଣୁ ଏହି ଉତ୍ସବକୁ କେନ୍ଦ୍ର କରି କିଛି ରାଜନୀତି ଅବଶ୍ୟ ରହିବ। ସରକାରଙ୍କ ଏତେ ବଡ଼ ସଫଳତା ବିରୋଧୀଙ୍କୁ ଭଲ ନାଲାଗିବା ସ୍ଵାଭାବିକ। ତେଣୁ ଗତ କିଛିଦିନ ହେଲା ହକିକୁ କେନ୍ଦ୍ର କରି ରାଜନୀତି ଚାଲିଛିଏବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଖେଳକୁ ଖେଳ ଭାବରେ ନଦେଖି, ସେଥିରେ ରାଜନୀତି ହେଉଛିକେନ୍ଦ୍ରମନ୍ତ୍ରୀ ନିଜେ ଯାହା କହିଛନ୍ତି, ସେଟା କିଛି କମ ରାଜନୀତି ନୁହେଁଓଡ଼ିଶା ସରକାର ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିଲେ ମଧ୍ୟ, ଶାସକ ବିଜେଡି ଦଳ ଏହାର ଆୟୋଜନ ଠାରୁ ବେଶ ଦୂରତା ଅବଲମ୍ବନ କରୁଛିମୁଖ୍ୟମନ୍ତ୍ରୀ ତାଙ୍କର ବିଭିନ୍ନ ପ୍ରମୋ ରେ ଓ ବିଭିନ୍ନ ବକ୍ତବ୍ୟରେ ଏହାକୁ ଓଡ଼ିଶାବାସୀଙ୍କର ଉତ୍ସବ ବୋଲି କହିଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେମିତି ସବୁ ଛୋଟମୋଟ ଘଟଣାରେ ଛାତି ବାଡେଇ ଶ୍ରେୟ ନେଇଥାନ୍ତି, ନବୀନ ସେ ଦୃଷ୍ଟିରୁ ଭିନ୍ନ ଚରିତ୍ର। ତାଙ୍କ କଥାରେ ମୁଁକାର ପ୍ରାୟ ନଥାଏ। ଅତି ଅଳ୍ପ କଥା କହୁଥିବା ନବୀନ, ସବୁ କ୍ଷେତ୍ରରେ ଓଡ଼ିଶା ଓ ଓଡ଼ିଆଙ୍କ କଥା କହୁଥିବାରୁ, ଏଥିରେ ଦଳୀୟ ରାଜନୀତି ଅଛି ବୋଲି କୁହାଯାଇପାରିବ ନାହିଁ।

ତେବେ ହକି ବିଶ୍ଵକପ ଆଯୋଜନର ପ୍ରଥମ ଦିନରୁ ଏହାକୁ ବିବାଦୀୟ କରିବା ଲାଗି ବହୁ ପ୍ରୟାସ ହୋଇଛି। ସରକାର ବିରୋଧୀ ରାଜନୈତିକ ଦଳମାନେ ଏଥିରେ ତ୍ରୁଟି ବିଚ୍ୟୁତି ଖୋଜିଛନ୍ତି। ସେଇଟା ସ୍ଵାଭାବିକ। ନିର୍ବାଚନୀ ବର୍ଷରେ ଏତେ ବଡ଼ ଆୟୋଜନ କେଉଁଠି ନା କେଉଁଠି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଅଧିକ ଉଜ୍ଜଳ କରିବ, ତେଣୁ ସେଥି ପ୍ରତି ବିରୋଧୀଙ୍କ ସତର୍କ ଦୃଷ୍ଟି ରହିଛି। ହେଲେ ଯେତେବେଳେ ବ୍ରାଣ୍ଡ୍ ଓଡ଼ିଶା ଓ ବ୍ରାଣ୍ଡ୍ ହକିର କଥା ଉଠୁଛି, ସେଠି ଆମେ ରାଜନୀତିର ଊର୍ଦ୍ଧ୍ୱକୁ ଯାଇପାରିବା ନାହିଁ କାହିଁକି? ଆଜି ଷୋହଳଟି ଦେଶର ଖେଳାଳୀ, କୋଚ୍, ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ କଳାକାର ଓଡ଼ିଶାରେ ଯେଉଁ ଆତିଥ୍ୟ ପାଇକି ଫେରିବେ, ତାହାର ଫଳ ସ୍ଵରୂପ ବିଶ୍ଵ ମାନଚିତ୍ରରେ ଓଡ଼ିଶା ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି ହେବ। ଓଡ଼ିଶା ଯେ ହକି ଖେଳର ଭୂମି ଓ ଓଡ଼ିଶାର ଜନସାଧାରଣ ଏହି ଖେଳକୁ ପ୍ରାଣ ଭାରି ଭଲ ପାଆନ୍ତି ସେ ବାର୍ତ୍ତା ଆମ ପାଇଁ ଅନେକ ସୁଯୋଗ ଆଣିଦେବ।

କ୍ରିକେଟ ପରି ଖେଳ ପଛରେ ପ୍ରଚୁର କର୍ପୋରେଟ ସହଯୋଗ ରହିଥିବା ବେଳେ, ହକି ଆଜି ମଧ୍ୟ ନିଜର ଉଚିତ୍ ସ୍ଥାନ ପାଇନାହିଁ। ବିଶ୍ଵ କପ୍ ହକିର ଉଦଘାଟନ ଉତ୍ସବକୁ ଜାତୀୟ ଗଣମାଧ୍ୟମ ପ୍ରାୟ ଅଣଦେଖା କରିଛନ୍ତି। ତେବେ ସେମାନଙ୍କ ଉଦାସୀନତାକୁ ବେଖାତିର କରି ଓଡ଼ିଶା ଆଜି ଯେଉଁ କୀର୍ତ୍ତିମାନ ସ୍ଥାପନ କରିଛି, ସେଥିରେ ସବୁ ରାଜନୈତିକ ଦଳ ଗୌରବାନ୍ଵିତ ହେବା ଉଚିତ। ସେହିପରି ଏତେ ବଡ଼ ଏକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବାରେ ରାଜ୍ୟ ସରକାରଙ୍କର ଉଦ୍ୟମ ଓ ନିଷ୍ଠାକୁ ସ୍ଵାଗତ କରିବାକୁ ପଡିବ।

ରାଜନୀତି ଲାଗି ଅନେକ ମଞ୍ଚ ଅଛି, ଆଜି କେବଳ ହକି ପାଇଁ ଚିୟର୍ସ ବୋଲି କୁହାଯାଉ।

Categories
ଆଜିର ଖବର

Touching reunion breaking the border

A dream-come true like scene that was. Two sisters Ulfat Bibi and Mairaj Bibi could discover their Sikh brother Beant Singh at Gurudwara Janam Sthan in Pakistan, after a gap of 47 years when partition took place. From young to old age, when the three met it was like ‘blood is not thicker than water’. Like from one womb of a mother and so passionate it was that the sisters urged the  PM Imran Khan to extend their brother’s visa.

Categories
ଆଜିର ଖବର

World’s richest communist Jack Ma

Jack Ma, who till recently was China’s richest man as Alibaba head but his inclusion in the communist league as a member has made him the richest communist billionaire . This was brought to public domain by the official mouth piece of the Communist party, People’s Daily. Jack was not alone but the ones like Xu Jiyain and Wang Jianlin are also the billionaires in China.

Categories
ଆଜିର ଖବର

Return of ‘kiki’ in different name and vocabulary

It is back again, the mania triggered once by the Kiki dancing people. Some what like that is ‘nillu nillu’ is what is seen on the streets of Kerala. Youngsters have recovered the forgotten Rain Rain Come Again number creating the risk for the law keepers in Kerala. Imagine what happens if a group of youngsters suddenly jump in front of moving vehicles reciting the number of Jussie Gift’s number ‘Nillu Nillu’ on the streets.

Categories
ଆଜିର ଖବର

‘Dharmendra chief-ministerial face of BJP’ Joel Oram

Ironing out the wrinkles of suspicion over who in Odisha BJP is the face for 2019, the Union minister Joel Oram has cut through the maze to say that ‘it is Dharmendra Pradhan who is the chief ministerial candidate of the BJP here. In fact, the BJP has been facing a lot of question marks over the face who  is the party’s chief ministerial face.

This has set at rest all speculations about the chances of any other paratooper to make a surprise, either Aparajita Sarangi or Bijayant Panda.

Categories
ଆଜିର ଖବର

Man with live bullets arrested while visiting Kejriwal

A man who had gone to visit the Delhi CM Arvind Kejriwal was apprehended with live bullets in possession during the security check on Monday. However, the man resorted to the excuse that he found the bullets in donation box of a mosque and forgot about it. He was in the company of a group of clerics who had come to meet the chief minister.

Categories
ଆଜିର ଖବର

Neeraj Arora quits as whatsaap business head

Neeraj Arora, who had joined the whatsapp about 7 years back as its chief of business had today called it day to make room for trhe family. Arora, who had come from the Google in 2011 was tipped to head it’s new CEO after Jam Kouns departure  last April. However, Arora felt indebted to the founder Jam ‘ am deeply indebted to Jan & Brian (co-founders), messaged Arora.

Categories
ଆଜିର ଖବର

Take a train than Indigo airlines, trolls railways

Never in the habit of locking horns with any other transport operator for the first time Indian railways nearly trolled the Indigo to edge out the airlines claims to be budget airlines. It was a pot-shot that the railway took over Indigo’s decision to levy charges on web checks-in for all seats and requested people to take a train to avoid all such trouble.

Categories
ଆଜିର ଖବର

Aparajita joins BJP, ready to fight election if required

After a phase of guessing game the Odisha cadre IAS Aparajita Sarangi, who recently took VRS, at a formal gathering at Amit Shah’s residence joined the BJP. While talking to the media she said she is ready to undertake any challenge that comes her way as ” i love challenges” . Regarding her role in electoral politics she simply said that , if the party wants her to fight election, she will.

Categories
ଆଜିର ଖବର

3,000 year old mummy unveiled in Egypt

It can happen in Egypt. Body of a woman, mummified about 3,000 years ago, was unveiled in Egypt. The preserved mummy was inside a previously unopened coffin. It was kept inside the coffin in Luxur in southern Egypt 3,000 years back and the coffin was found by a mission from France. It was done before the media.

Categories
ଆଜିର ଖବର

Businessman in Mumbai shoots self after leaving note ‘life is over’

A business man, Ashwiini Lalit Jain based in Mumbai ended his life in the back seat of his car but before that he had left a text message for friends reading ‘my life is over’. He allegedly killed himself with his revolver, reports suggest. However, according to sources in the family, he may have committed suicide as he was under heavy debt.

Categories
ଆଜିର ଖବର

Irawaddy dolphin in Chilika drop to 56, 12 feet carcass ring the warning bell

The 12 feet long carcass of a beautiful Irawaddy dolphin near Chilika shore has exposed the chink the armour of the authorities. This is not first time a dolphin died unnatural death. Once where used to be 80 Irawaddy dolphins now the population has declined down to 56 as  per reports. Most such deaths are caused due to un-monitored movement of motor boats engaged for fishing.

Categories
ଆଜିର ଖବର

‘Tute se phir na jute’ Tej Yadav on divorce aftermath

Once broken can never be the same, is what RJD chief Lalu’s son Tej Yadav opined after divorce suit. He had married to Aiswarya Rai about six months back but it did not last. So Tej took to the verse of poet Rahim to express ‘tute se phir na jute’ (once broken can never be mended). The duo had married in last May.

Categories
ଆଜିର ଖବର

Arjun Kapoor chose other guessing his affairs with Malaika Arora

Giving more fodder to the rumour mills actor Arjun Kapoor by preferring Malaika to Katrina Kaif for Johar’s Koffee With Karan sexy dance number. Malaika is allegedly his rumoured girlfriend with their datings etc. creating the buzz about a union in real life sooner or later. By saying earlier ‘he is not single’ Arjun has kept the guess game going.

Categories
ଆଜିର ଖବର

PM slams Congress over Ayodhya tumult saying a fear being created for judiciary also.

Speaking at Rajasthan the prime minister Modi has alleged that, the Congress is using fear tactics to bring a halt on the Ayodhya issue citing reasons of 2019 elections. It has created an atmosphere of fear for the judges, Modi said adding that it is pure scare-mongering. Other right-wing groups like VHP and Shiva Sena are holding programmes in Ayodhya today.

Categories
ଆଜିର ଖବର

Parents in India can now track their kids’ smartphone activities thru Google link app

Making all the more easy for parents in India the tech giant Google has started Family link App so that parents can remotely control and keep track of their kids’ Android device activities and help them set digital ground rules by managing what their kids are up to and what Google account accounts devices and apps they are using.

Categories
ବିଶେଷ ଖବର

ଖାରବେଳଙ୍କ ଉପରେ ଆକ୍ରମଣ ଆମ ସମୟର ହିଂସା ଓ ଘୃଣା ର ରାଜନୀତିରେ ଏକ ସଙ୍କେତ ମାତ୍ର

କେଦାର ମିଶ୍ର

ପୂର୍ବତନ ସାଂସଦ ଖାରବେଳ ସ୍ଵାଇଁଙ୍କୁ କାଶୀପୁରରେ ଯେଉଁ ଯୁବକ ଜଣକ ଆକ୍ରମଣ କଲେ, ସେ କେଉଁ ଦଳର ସେ ପ୍ରଶ୍ନ ଯେତିକି ଜରୁରୀ ନୁହେଁ, ତାଠୁ ଅଧିକ ଜରୁରୀ ହେଉଛି ସେ ଯୁବକଙ୍କ ହିଂସ୍ର ଆଚରଣ ପଛରେ କି କି କାରଣ ରହିଛିଖାରବେଳଙ୍କ ଉପରେ ଆକ୍ରମଣ ନିହାତି ନିନ୍ଦନୀୟ ଓ କୌଣସି ସଭ୍ୟ ସମାଜ ଏପ୍ରକାର ହିଂସାକୁ ଗ୍ରହଣ କରିବ ନାହିଁ। ଏହାକୁ ସବୁ ସ୍ତରରେ ବିରୋଧ କରାଯିବା ଉଚିତ୍ ଓ ଏ ସମ୍ପର୍କରେ ପୋଲିସ ନିଜର ଭୂମିକା ତୁଲାଇବାରେ ବିଫଳ ହୋଇଥିବାରୁ ସେମାନେ ଲୋକଙ୍କ ପାଖରେ ଉତ୍ତରଦାୟୀ ମଧ୍ୟ। ଜଣେ ରାଜନେତାଙ୍କ ଉପରେ ବାରମ୍ବାର ଶାରୀରିକ ଆକ୍ରମଣ ହେଉଥିବାରୁ ତାଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବା ରାଜ୍ୟ ସରକାରଙ୍କର ମଧ୍ୟ ନୈତିକ ଦାୟିତ୍ଵ।

ତେବେ ଏହି ଘଟଣାରେ କେବଳ ଶାସକ ଦଳକୁ ଦାୟୀ କରି ବୟାନ ଦେଇଦେଲେ ସମସ୍ୟାର ସମାଧାନ ହେବନାହିଁ। ଏ ସମ୍ପର୍କରେ ଶାସକ ଦଳ ଜବାବ ଦେବାକୁ ବାଧ୍ୟ, କିନ୍ତୁ ହିଂସା ଓ ଘୃଣାର ରାଜନୀତି କଣ କେବଳ ବିଜୁ ଜନତା ଦଳ କରୁଛି? ଏ ପ୍ରସଙ୍ଗରେ ନୈତିକତାର ପାଠ ପଢ଼ାଉଥିବା ଏକ ଗଣମାଧ୍ୟମ ବୋଧହୁଏ ଭୁଲିଯାଉଛି ଯେ ଆଜି ଯାହା ଘଟୁଛି, କିଛି ଦିନ ତଳେ ଏପ୍ରକାର ଘଟଣାକୁ ସେଇ ଗଣମାଧ୍ୟମ ବେଶ୍ ଗରିମାମଣ୍ଡିତ କରୁଥିଲାବାଲେଶ୍ଵର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଯେତେବେଳେ ଅଣ୍ଡା ମାଡ଼ ହେଲା, ସେତେବେଳେ ଏହି ଘଟଣାକୁ ସଂପୃକ୍ତ ଗଣମାଧ୍ୟମ କି ଭାଷାରେ ରିପୋର୍ଟ କରିଥିଲା, ସେକଥା ଲୋକେ ଭୁଲି ନାହାନ୍ତିସେହିପରି ଅଣ୍ଡା ମାଡ଼ କରିଥିବା ସମ୍ପୃକ୍ତ ଭଦ୍ର ମହିଳା ଜଣଙ୍କୁ ଡାକି ସେଇ ଗଣମାଧ୍ୟମର ଏକ ସ୍ଵତନ୍ତ୍ର ସାକ୍ଷାତକାର ମଧ୍ୟ ପ୍ରସ୍ତୁତ ହୋଇଥିଲାସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ସେହି ଭଦ୍ର ମହିଳାଙ୍କୁ ଭାରତୀୟ ଜନତା ପାର୍ଟି ନିଜର ଷ୍ଟାର୍ ପ୍ରଚାରକ ଭାବରେ ବିଜେପୁର ଉପ ନିର୍ବାଚନରେ ବେଶ୍ ମର୍ଯାଦାର ସହ ଗାଁ ଗାଁ ରେ ପ୍ରଚାର କରାଇଥିଲାପରବର୍ତ୍ତୀ ସମୟରେ ସେହି ବିଜେପୁର ଉପ ନିର୍ବାଚନ ବେଳକୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ମାଡ଼ ହେଲା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଭି କେ ପାଣ୍ଡିଆନଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଗଲା

ଏହି ସବୁ ଘଟଣାକୁ ସେତେବେଳେ ଜନ ଅସନ୍ତୋଷର ପ୍ରତିଫଳନ ବୋଲି କହୁଥିବା ବିରୋଧୀ ନେତା ଓ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଆଜି ଖାରବେଳ ବାବୁଙ୍କ ଉପରେ ଆକ୍ରମଣ ବେଳେ ମାତ୍ରାଧିକ ପ୍ରତିକ୍ରିୟା ପ୍ରକାଶ କରିବାର କାରଣ କଣ?  ଏଠି ଆହୁରି ମଧ୍ୟ ସୂଚନା ଦିଆଯାଇପାରେ ଯେ ଖାରବେଳ ବାବୁ ବିଜେପି ଭିତରେ ଥିବାବେଳେ ତାଙ୍କ ଉପରେ ନିଜ ଦଳ ତରଫରୁ ମଧ୍ୟ ଆକ୍ରମଣ କରାଯାଇଥିଲା। ସେକଥା ବୋଧହୁଏ ବିଜେପି ଆଜି ଭୁଲିଯାଇଛିସେହିପରି ଅନ୍ୟ ଏକ ଘଟଣାକ୍ରମରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ କେତେଜଣ ଦଳୀୟ କର୍ମୀ ଦଳର ସଭାପତି ବସନ୍ତ ପଣ୍ଡାଙ୍କୁ ପିସ୍ତଲ ଦେଖାଇ ଧମକ ଦେଇଥିଲେ। ସେ ସମ୍ପର୍କରେ ବିଜେପି ପୋଲିସ୍ କୁ ନଯାଇ ରହସ୍ୟମୟ ନୀରବତା ଅବଲମ୍ବନ କରିଥିଲା, ତାର କାରଣ କଣ?

ହିଂସା ଓ ଘୃଣାର ରାଜନୀତି କେବଳ ନିଜ ବିରୋଧୀଙ୍କୁ ଜାଳେ ନାହିଁ, ଏହା ନିଜକୁ ମଧ୍ୟ ଜାଳିଥାଏ। ଆମ ସମୟର ରାଜନୀତିରେ ଶାଳୀନତା, ସଦ୍ଭାବ ଓ ଭଦ୍ରତାର କୌଣସି ଆଦର ଆଉ ନାହିଁ। ପ୍ରାୟ ସବୁ ରାଜନୈତିକ ଦଳ ଏବେ ପରସ୍ପର ପ୍ରତି ଅତି ନିକୃଷ୍ଟ ଭାଷା ପ୍ରୟୋଗ କରୁଛନ୍ତି ଓ ଗଣମାଧ୍ୟମ ଜରିଆରେ ରାଜନୈତିକ ଦଳର ପ୍ରବକ୍ତାମାନେ କେବଳ ବିଷ ବାନ୍ତି କରୁଛନ୍ତିସର୍ବୋଚ୍ଚ ସ୍ତରରେ ଆମେ ଦେଖୁଛୁ, ଖୋଦ୍ ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ ନିଜ ପଦର ମର୍ଯାଦା ଲଙ୍ଘନ କରିବା ସହିତ ବିରୋଧୀଙ୍କ ପ୍ରତି ଅତ୍ୟନ୍ତ ଅରୁଚିକର ଶବ୍ଦ ପ୍ରୟୋଗ କରୁଛନ୍ତି। ଉପର ସ୍ତରରେ ଘଟୁଥିବା ଏ ପ୍ରକାର ଭାଷଣଗତ ହିଂସା ତଳସ୍ତରରେ ଶାରୀରିକ ହିଂସା ର ରୂପ ନେଉଛି

ରାଜନୈତିକ ବିରୋଧର ଏକ ମର୍ଯ୍ୟାଦା ସବୁବେଳେ ରହିଆସିଛି। କିନ୍ତୁ ରାଜନୈତିକ ବିରୋଧକୁ ଆଳ କରି ନିଜ ମାଲିକାନାରେ ଥିବା ଗଣମାଧ୍ୟମକୁ ଯଦି ବିରୋଧୀ ରାଜନୀତିର ମୋହରା କରାଯାଏ, ତାହା ମଧ୍ୟ ଏକ ପ୍ରକାର ହିଂସାଏ ପ୍ରକାର ହିଂସାର ପରିଣତି ହେଉଛି ଲୋକ ସ୍ତରରେ ଏକ ଅନ୍ଧ ଓ ହିଂସ୍ର କର୍ମୀ ଗୋଷ୍ଠୀର ଅଭ୍ୟୁଦୟ। ଏ ପ୍ରକାର ଗୁଣ୍ଡା ଶ୍ରେଣୀର କର୍ମୀ କେବଳ ଗୋଟିଏ ଦଳରେ ଅଛନ୍ତି, ତାହା ନୁହେଁଏମାନେ ସବୁ ଦଳରେ ଏବେ ବ୍ୟାପକ ଭାବରେ ଅଛନ୍ତିଏମାନଙ୍କୁ ରାଜନୀତିରେ ପାଳି ପୋଷି ରାଜନୈତିକ ଦଳ ଗୁଡିକ ନିଜର ସ୍ଵାର୍ଥ ସାଧନ କରୁଛନ୍ତି

ଖାରବେଳଙ୍କ ଉପରେ ଆକ୍ରମଣର ଆଉ ଏକ ନୈତିକ ଦିଗ ମଧ୍ୟ ରହିଛି। ଏ ଘଟଣା ସମ୍ପର୍କରେ ଯେଉଁ ସୂଚନା ଆସିଲା, ତାହା ଖାରବେଳଙ୍କ ନିଜ ସୂତ୍ରରୁ ହିଁ ଆସିଥିଲା। ଏ ସମ୍ପର୍କରେ ଗଣମାଧ୍ୟମ ଯେଉଁ ଭିଡିଓ କ୍ଲିପ୍ ଟି ଦେଖାଉଛି, ତାହା ଖାରବେଳଙ୍କ ନିଜ ଫେସବୁକ ପୋଷ୍ଟ ରୁ ଆସିଛି। ଦାୟିତ୍ଵବାନ ଗଣମାଧ୍ୟମର ପ୍ରଥମ ନୈତିକ ଦାୟିତ୍ଵ ହେଉଛି, ଏହି ସୂତ୍ରକୁ ଦେଖାଇବା। ବାଲେଶ୍ଵର କିମ୍ବା କୁମ୍ଭାରୀରେ ଆକ୍ରମଣକାରୀର ବକ୍ତବ୍ୟ ଗଣମାଧ୍ୟମ ଦେଖାଉଥିବା ବେଳେ ଏଠି କେବଳ ଖାରବେଳ ବାବୁଙ୍କ ପକ୍ଷ ରଖାଯାଉଛି। ଏହା ନିରପେକ୍ଷ ଗଣମାଧ୍ୟମର ଚରିତ୍ର ନୁହେଁ

ରାଜନୈତିକ ହିଂସା ସବୁବେଳେ ନିନ୍ଦନୀୟ, କିନ୍ତୁ ରାଜନୈତିକ ପକ୍ଷପାତିତା ଏ ପ୍ରକାର ହିଂସାକୁ ଅଧିକ ବ୍ୟାପକ କରାଇଥାଏ, ସେକଥା ସବୁ ରାଜନୈତିକ ଦଳ ଓ ତାଙ୍କର ପୋଷା ଗଣମାଧ୍ୟମ ବୁଝିବା ଉଚିତ।

Categories
ଆଜିର ଖବର

Big B honours Mary Com with rare gesture

It must have been a combo of happiness and elation for Mary Com, who just owned her sixth Championship title, to have seen the Big B’ tweet in which he said the gloves she once gifted are so precious that “I ever value your boxing gloves that you gifted me”. They are like ‘gold medals’ twitted the Bollywood thespian while congratulating Mary Com.

Categories
ଆଜିର ଖବର

Police bows before tribes’s arrows & bows

Just days after the killing of the American tourist Allen Chau, the tribes have given another scare on the shores. When the American police was searching for Allen’s body 400 metres off North Sentinel Island, spotting Andaman tribals armed with bows and arrows, the police party returned. The same tribe had killed Allen. ‘They stared at us and we stared at them’ said the police chief.

Categories
ଆଜିର ଖବର

Shajid Khan’s cousin regrets about what Shajid is

#Me Too victim Shajid Khan may have no regrets or not but his cousin Farhan Akhtar confess that he is guilty that he could not know about Shajid’s conduct else he would have made it public much before. Shajid was recently accused of sexual harassment. Farhan wondered that, he needs to work with him try to figure out how he can make women affected.