Author: Samikhsya Bureau

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଶୁକ୍ରବାର ଅଧିକ ଘନୀଭୂତ ହୋଇଛି । ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ଏହା ରହିଥିବାରୁ ଅଧିକାଂଶ ଜିଲ୍ଲାରେ ଶୁକ୍ରବାର ବର୍ଷା ହୋଇଥିବା ବେଳେ ଶନିବାର 8ଟି ଜିଲ୍ଳାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହସ୍ତଗତ ସୂଚନା ଅନୁସାରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ କିଛି ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଶନିବାର ଦିନ ଗଜପତି, ରାୟଗଡ଼ା, କୋରାପୁଟ, ମାଲିକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା ଜିଲାରେ ଅଧିକ ବର୍ଷା ହୋଇପାରେ ।ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଅନୁଗୋଳ, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଆଜି ଜିଲାରେ ଘଡ଼ଘଡ଼ି…

Read More

ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି । ଏହି ଆସନର ସମୁଦାୟ 309 ଟି ବୁଥରେ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ। କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବୀଶ, ମାର୍ଶାଘାଇ ଓ ଗରଦପୁର ବ୍ଲକର 51 ଟି ପଂଚାୟତକୁ ନେଇ ଗଠିତ ପାଟକୁରା ଆସନରେ 10 ଜଣ ବିଧାୟକ ପ୍ରାର୍ଥୀଙ୍କୁ 2 ଲକ୍ଷ, 44 ହଜାର 747 ଜଣ ମତଦାତା ଭୋଟ୍‌ ଦେଉଛନ୍ତି। ମତଦାତାଙ୍କ ମଧ୍ୟରେ 117306 ମହିଳା, 127431 ଜଣ ପୁରୁଷ ଓ 10 ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ନିର୍ବାଚନରେ 10 ଜଣ ପ୍ରାର୍ଥୀ ରହିଥିଲେ ମଧ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ ଓ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ନିର୍ବାଚନ କମିଶନଙ୍କ ତରଫରୁ ମତଦାନ ପାଇଁ…

Read More

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଧମକ ଦେଇଥିବା ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର ନାଥ ସିଂହଙ୍କୁ ଆଜି ପୁଲିସ୍‌ ଗିରଫ କରିଛି। ସୁରେନ୍ଦ୍ର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ ଯେ “ରାସ୍ତାରେ ଏବେ ରକ୍ତ ବୋହିବ ଏବଂ ଏହି ରକ୍ତ କମଲନାଥଙ୍କର ହେବ।” ଏହି ଘଟଣାକୁ ନେଇ ଆଜି ମଧ୍ୟପ୍ରଦେଶ ବିଧାନସଭାରେ ସରକାରୀ ଦଳ ବିଧାୟକ ହୋହଲ୍ଲା କରିବା ସହିତ ସୁରେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏଥିପାଇଁ ଗୃହ କାର୍ଯ୍ୟ ୨ଥର ମୁଲତବୀ ମଧ୍ୟ ହୋଇଥିଲା।

Read More

୨୦୦୪ ବ୍ୟାଚ୍‌ର ଆଇଏଫ୍‌ଏସ୍ ଅଧିକାରୀ ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ପର୍ସନେଲ ଓ ଟ୍ରେନିଂ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଏହାପୂର୍ବରୁ ବିବେକ କୁମାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ରେ ସେ ପିଏମଓରେ ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିଲେ। ବିବେକ କୁମାର ଆଇଆଇଟି ବମ୍ବେରୁ କେମିକାଲ ଇଞ୍ଜିନିୟରିଂରେ ବିଟେକ ଡିଗ୍ରୀ ହାସଲ କରିଛନ୍ତି। ରୁଷ ଓ ଅଷ୍ଟ୍ରେଲିଆରେ ସେ କୂଟନୀତିକ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Read More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ରାଜେଶ ବର୍ମାଙ୍କୁ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ରାଜେଶ ବର୍ମାଙ୍କ  ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୭ ଜାନୁଆରୀ ମାସରେ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଙଥିବା ପରେ ଅତିରିକ୍ତି ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିଲେ । ତେବେ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରେ କିଏ ଅବସ୍ଥାପିତ ହେବେ ତା’କୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

Read More

ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଷଷ୍ଠ କଳିଙ୍ଗ ସାହିତ୍ୟ ମହୋତ୍ସବ ।  ଏହାକୁ ଉଦ୍‌ଘାଟନ କରିଛନ୍ତି  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା । କଳିଙ୍ଗ ସାହିତ୍ୟ ସମାବେଶ ପକ୍ଷରୁ ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରିଥିବା ସାହିତ୍ୟିକମାନଙ୍କୁ ପୁରସ୍କୃତ କରାଯାଇଛି ।  ସଙ୍ଗଠନର ବାର୍ଷିକ ଉତ୍ସବ ଅବସରରେ ଚାରିଟି ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ପୁରସ୍କାର-୨୦୧୯ରେ ରାଜେନ୍ଦ୍ର କିଶୋର ପଣ୍ଡା, ଅନ୍ତର୍ଜାତୀୟ ସାହିତ୍ୟିକ ପୁରସ୍କାର ବିଭାଗରେ ପବନ କେ ବର୍ମା, କଳିଙ୍ଗ କାରୁବାକୀ ବିଭାଗରେ ପାରୋ ଆନନ୍ଦ ଏବଂ ଯୁବ ସାହିତ୍ୟିକ ଭାବରେ କେଦାର ମିଶ୍ରଙ୍କୁ ପୁରସ୍କୃତ କରାଯାଇଛି । ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଭବାନୀ ପଟ୍ଟନାୟକ ପଓ୍ବନ କେ. ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।  କିଟ୍‌ କ୍ୟାମ୍ପସ୍‌  ପରିସରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ସାହିତ୍ୟିକ, ସିନେ ତାରକା ଓ ଗଣମାଧ୍ୟମ ଅଧିକାରୀ…

Read More

ଓ୍ବିଣ୍ଡିଜ୍‌ ଗସ୍ତ ନିମନ୍ତେ ଭାରତୀୟ ଦଳ ଆସନ୍ତା ରବିବାର ଦିନ ଘୋଷଣା ହେବାକୁ ଯାଉଛି । ଅଧିନାୟକ କୋହଲିଙ୍କ ସମେତ ଦଳର ସମସ୍ତ ବରିଷ୍ଠ ଖେଳାଳିଙ୍କୁଏହି ସିରିଜ୍‌ ନିମନ୍ତେ ବିଶ୍ରାମ ଦିଆଯାଇଛି । କୋହଲିଙ୍କ ସମେତ ଭୁବନେଶ୍ବର କୁମାର, ମହମ୍ମଦ ସାମି, ଯଶପ୍ରୀତ୍‌ ବୁମ୍‌ରା ଏବଂ ହାର୍ଦ୍ଦିକ୍‌ ପାଣ୍ଡ୍ୟଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଆହତ ସମସ୍ୟା ଯୋଗୁଁ ଦୁଇ ଓପ୍‌ନର ଶିଖର ଧଓ୍ବନ୍‌ ଏବଂ ପୃଥ୍ବୀ ଶ ମଧ୍ୟ ଚୟନ ନିମନ୍ତେ ଉପଲବ୍ଧ ରହିବେ ନାହିଁ । ରବିବାର ଦଳ ଚୟନ ବୈଠକରେ ଅଧିନାୟକ ବିରାଟ କୋହଲି ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ଅଗଷ୍ଟ 3ରୁ6 ମଧ୍ୟରେ ଦତୁଇ ଟି 20 ମ୍ୟାଚ୍‌, ଅଗଷ୍ଟ 8ରୁ 14 ମଧ୍ୟରେ ଦିନିକିଆ ମ୍ୟାଚ୍‌ ଏବଂ ଅଗଷ୍ଟ 22ରୁ ସେପ୍ଟେମ୍ବର 3 ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ ।

Read More

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ୫ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଦୌରାଜଜ କୋର୍ଟରେ ବହୁ ଚର୍ଚ୍ଚିତ ମାଓ ସଂଗଠନର ମୁଖ୍ୟ ନେତା ସବ୍ୟସାଚୀ ପଣ୍ଡାଙ୍କ ନାଁରେ ଥିବା ପାଞ୍ଚଟି ମାମଲାର ଆଜି ଶୁଣାଣି କରାଯାଇଥିଲା । କଡ଼ା ସୁରକ୍ଷାରେ ସବ୍ୟସାଚୀଙ୍କୁ ହାଜର କରାଯାଇଥିଲା । ତାଙ୍କ ନାଁରେ ୨୦୦୯ ଟାୱାର ପୋଡ଼ି , ୨୦୧୨ ସରକାରୀ ବସ ପୋଡ଼ି ସମେତ ୫ଟି ମାମଲା ରହିଥିଲା । ଯାହାର ଆଜି ଶୁଶାଣୀ କରି ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Read More

କର୍ଣ୍ଣାଟକରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ବଜୁଭାଇ ଭାଲା ପୁଣି ଥରେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ଵାମୀଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ରାଜ୍ୟପାଳ ବଜୁଭାଇ ଭାଲା ଗୁରୁବାର କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେଆର ରମେଶଙ୍କୁ ଚିଠି ଲେଖି ଗୁରୁବାର ଦିନ ଶେଷ ସୁଦ୍ଧା ଆସ୍ଥା ପ୍ରସ୍ତାବ ଉପରେ ମତଦାନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବେଖାତିର କରି ବାଚସ୍ପତି ମତଦାନ ନକରାଇ ଗୃହକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ତେବେ ଆଜି ସନ୍ଧ୍ୟା ୬ଟାରେ କର୍ଣ୍ଣାଟକ ରାଜନୀତି ସଂକଟର କ୍ଲାଇମାକ୍ସ ଆସିବ ବୋଲି ଜଣାପଡୁଛି।

Read More

ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡକୁ ଦୁଇଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଲାଗି ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଦୁଇଟି ଟ୍ରେନ୍ ଚଳାଚଳ ଲାଗି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଜୁନାଗଡ ଅଂଚଳର ଲୋକମାନେ ଦୀର୍ଘଦିନରୁ ଦାବି କରି ଆସୁଥିବା ସେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଲେଖିଥିବା ତାଙ୍କ ପତ୍ରରେ ଦର୍ଶାଇଛନ୍ତି । କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ଭୁବନେଶ୍ୱରରୁ ଯାଉଥିବା ଟ୍ରେନରୁ ୧୦ଟି ବଗି ରାୟଗଡା ଷ୍ଟେସନରେ ଅଲଗା ହୋଇ ଜୁନାଗଡ ଅଭିମୁଖେ ଯାଉଛି । ଅବଶିଷ୍ଟ ୧୨ଟି ବଗି ଜଗଦଲପୁର ଅଭିମୁଖେ ଯାତ୍ରା କରୁଛି । ଫେରିବା ସମୟରେ ଉଭୟ ଜଗଦଲପୁର ଏବଂ ଜୁନାଗଡରୁ ଆସୁଥିବା ଭିନ୍ନ ଭିନ୍ନ ଟ୍ରେନ୍ ରାୟଗଡା ଷ୍ଟେସନରେ ଗୋଟିଏ ଇଞ୍ଜିନରେ ଯୋଡି ହୋଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି…

Read More

ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ ଚାମ୍ପିୟନ୍‌ ହୋଇଛି। କଟକର ଜଓ୍ବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଫାଇନାଲ୍‌ରେ ଭାରତୀୟ ମହିଳା ଦଳ ମାଣିକ ବାତ୍ରାଙ୍କ ନେତୃତ୍ବରେ ଦଳଗତ ଇଭେଣ୍ଟରେ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି। ପୂର୍ବରୁ ଓ୍ବେଲ୍‌ସ, ମାଲେସିଆ ଏବଂ ନାଇଜେରିଆକୁ 3-0ରେ ପରାସ୍ତ କରି ଭାରତୀୟ ଦଳ ସେମି ଫାଇନାଲ୍‌ରେ ପହଞ୍ଚିଥିଲା। ଏହାପରେ ସିଙ୍ଗାପୁରକୁ ସେମିଫାଇନାଲ୍‌ରେ ପରାସ୍ତ କରିଥିଲା ଭାରତ। ଉଭୟ ଭାରତୀୟ ପୁରୁଷ ଏବଂ ମହିଳା ଦଳଗତ ଇଭେଣ୍ଟରେ ସେମିରେ ପ୍ରବେଶ କରିଥିଲେ।

Read More

ଅରବିନ୍ଦ ରାଉତ ପ୍ରସଙ୍ଗଟି ଅଲୋଚନା କରିବା ପୂର୍ବରୁ କହି ରଖିବା ଉଚିତ୍ ମନେକରୁଛି କି ଭାରତରେ ବନବାସୀମାନେ କେଉଁ ଆବହମାନ କାଳରୁ ଜଙ୍ଗଲ ଉପରେ ନିର୍ଭର କରି ନିଜର ଜୀବନ ଜୀବିକା ନିର୍ବାହ କରିଆସୁଛନ୍ତି । ବହୁ ଗବେଷକ କହିଛନ୍ତି କି ଆଦିବାସୀମାନେ ହିଁ ଭାରତର ମୂଳ ଅଧିବାସୀ । ଜଙ୍ଗଲ ସେମାନଙ୍କର ମା’, ସେମାନଙ୍କ ପୂଜ୍ୟ ଦେବତା । ନିଜର ଜଙ୍ଗଲକୁ ସେମାନେ ପାରମ୍ପରିକ ଢ଼ଙ୍ଗରେ ଜଗାରଖା ଓ ପରିଚାଳନା ମଧ୍ୟ କରିଆସୁଛନ୍ତି । ସେମାନେ ଏତେ ଦୟାବନ୍ତ ଯେ ଅଣ-ବନବାସୀମାନଙ୍କୁ ସେମାନଙ୍କ ଜଙ୍ଗଲରେ ପ୍ରବେଶ କରିବାକୁ କେବେ ବାଧା ଦେଇ ନାହାନ୍ତି କି ତାଙ୍କ ଜଙ୍ଗଲକୁ ନେଇ ଭିନ୍ନ ସମୟରେ ଭିନ୍ନ ପ୍ରକାର ଆଇନ୍ ବନେଇାବା ବିରୋଧରେ ଆଜି ପର୍ଯ୍ୟନ୍ତ ପ୍ରତିବାଦ କରି ନାହାଁନ୍ତି । କିନ୍ତୁ ଆମେ ବନେଇଥିବା ଆଇନ୍ ଅନୁସାରେ ବନବାସୀମାନଙ୍କର ଜଙ୍ଗଲ ଉପରେ ଏହି ମୌଳିକ ଅଧିକାରକୁ ଅପରାଧ ବୋଲି ଧରାଯାଏ । ଜଙ୍ଗଲ…

Read More

ବାଲେଶ୍ୱର ଜିଲ୍ଲା ଅରଡ଼ବଜାରରୁ ଏକ ନକଲି ମୋବିଲ କାରଖାନା ଠାବ କରାଯାଇଛି। ପୁଲିସ୍ ସେଠାରୁ ବିପୁଳ ପରିମାଣର ନକଲି ମୋବିଲ ଜବତ କରିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି। ଆଜି ସହଦେବଖୁଣ୍ଟା ପୁଲିସ ଏହି ନକଲି ମୋବିଲ କାରଖାନାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ  କମ୍ପାନୀର ମାଲିକ ଫେରାର ହୋଇଯାଇଥିଲା। ଏହି କାରଖାନାରେ ବିଭିନ୍ନ ବ୍ରାଣ୍ଡର ନକଲି ଷ୍ଟିକର ଲଗାଯାଇ ମୋବିଲ ବିକ୍ରି କରାଯାଉଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

Read More

ରାଜଧାନୀ ଭୁବନେଶ୍ୱରରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି । ଏସବୁକୁ ନିୟନ୍ତ୍ରଣ କରିବାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପୋଲିସକୁ ୨ଭାଗ କରିବାକୁ ପୋଲିସ କମିସନର ସତ୍ୟଜିତ ମହାନ୍ତି ପକ୍ଷରୁ ଡିଜିପିଙ୍କୁ ପ୍ରସ୍ତାବ ଦିଆଯାଇଛି । ଭୁବନେଶ୍ବରରେ ଯାନବାହନ ବୃଦ୍ଧି ସାଙ୍ଗକୁ ଘଟଣା ଓ ଦୁର୍ଘଟଣା ମଧ୍ୟ ବୃଦ୍ଧି ହେଉଛି । ଏଥିପାଇଁ ଭୁବନେଶ୍ୱର ପୋଲିସ ବିଭାଗକୁ ୨ଟି ସହରାଂଚଳ ପୋଲିସ ଜିଲ୍ଲାରେ ଭାଗ କରିବାକୁ ବିଭାଗ ପକ୍ଷରୁ ଡିଜିପି ପ୍ରସ୍ତାବ ଦିଆଯାଇଛି  । ଉତ୍ତର ଏବଂ ଦକ୍ଷିଣ ଭୁବନେଶ୍ୱର ପୋଲିସ ରହିବେ । ଭୁବନେଶ୍ୱରରେ ଏଣିକି ଜଣକ ବଦଳରେ ଦୁଇଜଣ ଡିସିପି ରହିବେ। ପ୍ରତି ଡିସିପିଙ୍କ ଅଧିନରେ ୧୧ଟି ଲେଖାଏଁ ଥାନା ରହିବ । ଏହା ସହ ଭୁବନେଶ୍ୱରରେ ଆଉ ତିନୋଟି ନୂଆ ଥାନା ଗଠନ ପାଇଁ ପୋଲିସ କମିସନର ସତ୍ୟଜିତ ମହାନ୍ତି ଡିଜିପିଙ୍କୁ ପ୍ରସ୍ତାବ ଦେଇଛନ୍ତି ।

Read More

ଶୁକ୍ରବାର ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟ ପରିସରରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 2ଜଣଙ୍କରା ମୃତ୍ୟୁ ଘଟିଥିବା ବେଳେ 10 ଜଣ ଆହତ ହୋଇଛନ୍ତି । କାବୁଲରେ ଅବସ୍ଥାପିତ ଏହି ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ର ମାନେ ପରୀକ୍ଷା ଦେବା ନିମନ୍ତେ ଧାଡିରେ ଛିଡା ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଆଇଡି ବିସ୍ଫୋରଣ ଘଟିଥିବା ନେଇ ସୁରକ୍ଷା ବଳଙ୍କ ପକ୍ଷରୁ ଅନୁମାନ ଲଗାଯାଇଛି । ସମସ୍ତ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଓ୍ବାହିଦ୍‌ ମେୟର୍‌ ସୂଚନା ଦେଇଛନ୍ତି । କୌଣସି ଆତଙ୍କୀ ସଙ୍ଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।

Read More

କର୍ଣ୍ଣାଟକ ରାଜନୀତିରେ ପ୍ରତ୍ୟେକ ଦିନ ରୋଚକ ମୋଡ଼ ଦେଖିବାକୁ ମିଳୁଛି । ଆଜି ଦିନ ୧ଟା ୩୦ ମଧ୍ୟରେ ଆସ୍ଥା ଭୋଟ ହେବା ନେଇ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏବେ ବାଚସ୍ପତି ଏହାକୁ ବେଖାତିର କରି ଆଲୋଚନା ପରେ ଆସ୍ଥା ଭୋଟ ହେବ ବୋଲି କହିଛନ୍ତି । ଏହାସହ ସେ ଗୃହକୁ ମୁଲତବି ମଧ୍ୟ ଘୋଷଣା କରିଛନ୍ତି । ବାଚସ୍ପତି ପୂର୍ବରୁ ଅନାସ୍ଥାପ୍ରସ୍ତାବ ହାସଲ ପାଇଁ ଗୁରୁବାର ସମୟ ନିର୍ଦ୍ଧାରଣ କରିଥିଲେ କିନ୍ତୁ ସନ୍ଧ୍ୟା ହେବା ପରେ ଗୃହକୁ ଦିନକ ପାଇଁ ମୁଲତବୀ ରଖି ଦେଇଥିଲେ । ଫଳରେ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ଅମଙ୍ଗ ହୋଇଯାଇଥିଲେ । ସେମାନେ ଶକ୍ତି ପରୀକ୍ଷା ଗୁରୁବାର ହିଁ କରାଯାଉ ବୋଲି ଦାବି କରିଥିଲେ  । ରାଜ୍ୟପାଳ ମଧ୍ୟ ବାଚସ୍ପତିଙ୍କୁ କହିଥିଲେ ଯେ, ଗୁରୁବାର ଦିନ ହିଁ ଅନାସ୍ଥାପ୍ରସ୍ଥାବ ଆଗତ କରାଯାଉ କିନ୍ତୁ ବାଚସ୍ପତି ନିଜର ଜିଦରୁ ଓହରି ନଥିଲେ…

Read More

ଉତ୍ତରପ୍ରଦେଶର ସୋନଭଦ୍ରାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖିଛି ଉତ୍ତର ପ୍ରଦେଶ ପୁଲିସ୍‌ । ସୋନଭଦ୍ରାରେ ଘଟିଥିବା ଗୁଳିକାଣ୍ଡରେ 10 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ବିରୋଧ କରି ଧାରଣାରେ ବସିଥିଲେ । ପ୍ରିୟଙ୍କା ପୀଡିତଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ପୋଲିସ୍‌ ପ୍ରିୟଙ୍କାଙ୍କୁ ଅଟକ ରଖିଥିଲା । ଶୁକ୍ରବାର ପ୍ରିୟଙ୍କାଙ୍କୁ ଗିରଫ କରାଯିବା ନେଇ ଟ୍ବିଟ୍ଟରରେ ଖବର ପ୍ରକାଶ ପାଇବା ପରେ ୟୁପି ପୋଲିସ୍‌ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇଥିଲା । ଧାରା 144 ଜାରି କରାଯାଇଥିବା ସ୍ଥାନରେ ପ୍ରିୟଙ୍କା ଧାରଣାରେ ବସିଥିବାରୁ ତାଙ୍କୁ ଅଟକ ରଖାଯାଇଥିଲା ବୋଲି ପୋଲିସ୍‌ ପକ୍ଷରୁ ପ୍ରକାଶ କରାଯାଇଛି । ପ୍ରିୟଙ୍କାଙ୍କ ସମେତ ଧାରଣାରେ ବସିଥିବା ଅନ୍ୟ 26 ଜଣଙ୍କୁ ପୋଲିସ ଗିରଫ କରି ଅଟକ ରଖିଛି । ଉଲ୍ଲେଖଯୋଗ୍ୟ ଯେ, ଏକ ଜମି ମାମଲାକୁ ନେଇ ଗୁଳିକାଣ୍ଡ ଘଟି 10 ଜଣଙ୍କର ପ୍ରାଣହାନି ଘଟିଥିଲା ।

Read More

ଭାରତୀୟ ସେୟାର ବଜାରରେ ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସରେ ଭାରତୀୟ ମୁଦ୍ରା ଡଲାର ତୁଳନାରେ 23 ପଇସା ଶକ୍ତିଶାଳୀ ରହିଛି । ଏହି ସମୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ 68.74ଟଙ୍କା ରହିଛି । ପୂର୍ବରୁ ଏହି ବିନିମୟ ମୂଲ୍ୟ 68.97 ଟଙ୍କା ରହିଥିଲା । ଏହା ସହିତ ସେୟାର ବଜାରରେ ଅଦ୍ଭୂତପୂର୍ବ ଅଭିବୃଦ୍ଧି ଦେଖାଦେଇଛି । ଏହି ସମୟରେ ସେନ୍‌ସେକ୍ସ 221.24 ପଏଣ୍ଟ ବୃଦ୍ଧି ପାଇ 38706.82 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍‌ଟୀ 67.90 ପଏଣ୍ଟର ଅଭିବୃଦ୍ଧି ସହିତ 11529 ପଏଣ୍ଟରେ ପହଞ୍ଚିଛି । ଅନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳମୂଲ୍ୟରେ ବ୍ୟାରେଲ୍‌ ପିଛା 2.02 ଡଲାର ବୃଦ୍ଧି ପାଇ 63.18 ଡଲାରରେ ପହଞ୍ଚିଛି ।

Read More

ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପାଟକୁରା ନିର୍ବାଚନ । ନିର୍ବାଚନ ପୂର୍ବରୁ ମୁ୍‌ଖ୍ୟ ନିର୍ବାଚନ ଅଧିକାରୀ ଏବଂ ଡିଜିପିଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ସଦସ୍ୟ । ବିଜେପି ପକ୍ଷରୁ ବୁଥ୍‌ ଜବରଦଖଲର ଆଶଙ୍କା ରହିଥିବାରୁ ବିଜେଡି ପ୍ରତିନିଧି ଦଳ ପ୍ରଥମେ ମୁଖ୍ୟ ନିର୍ବାଚନ କମିଶନ ଏବଂ ପରବର୍ତ୍ତୀ ସମୟରେ ଡିଜିପିଙ୍କୁ ଭେଟି ଅଭିଯୋଗ ପ୍ରଦାନ କରିଥିଲେ । ଦଳ ପକ୍ଷରୁ ପାଟକୁରା ନିର୍ବାଚନ ନିମନ୍ତେ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ଦାବି କରାଯାଇଛି । ଆସନ୍ତା କାଲି ପାଟକୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ 23 ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ ।

Read More

ଆଦିବାସୀ ସେବାଶ୍ରମରେ ଛାତ୍ରୀ ଗର୍ଭବତୀ ହେବା ଘଟଣା ପୁନର୍ବାର ସମ୍ମୁଖକୁ ଆସିଛି । କନ୍ଧମାଳ ଏବଂ ଢେଙ୍କାନାଳରେ ଏପରି ସଙ୍ଗୀନ ଘଟଣା ମନରୁ ଲିଭି ନଥିବା ବେଳେ ପୁଣି କନ୍ଧମାଳ ଜିଲ୍ଲାରେ ଏପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବେଲଘର ଅଂଚଳରେ ଥିବା ଏକ ଛାତ୍ରୀ ନିବାସରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ବାଲିଗୁଡା ଅଂଚଳରେ ଥିବା ବେଳଘର ଠାରେ ଏକ ଆଦିବାସୀ ସେବାଶ୍ରମ ରହିଛି । ଆଜି ଏହି ସେବାଶ୍ରମର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି । ଘଟଣା ସାମ୍ନାକୁ ଆସିବା ପରେ ସେବାଶ୍ରମର ପ୍ରଧାନଶିକ୍ଷକ ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ଆଧାରରେ ଜନୈକ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଜଣେ କଲେଜ ଛାତ୍ର ବୋଲି ଜଣାପଡିଛି ।

Read More

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଦକ୍ଷିଣ ଉପକୂଳକୁ ଲାଗି ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଲଘୁଚାପର ରୂପ ନେଇଛି । ଫଳରେ ଆସନ୍ତା 4ରୁ 5 ଦିନ ଧରି ଓଡ଼ିଶାର ଅଧିକାଂଶ ସ୍ଥାନରେ ରେ ପ୍ରବଳ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଓଡ଼ିଶାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ସ୍ୱଭାବିକ ଠାରୁ କମ ପରିମାଣର ବର୍ଷା ହୋଇଛି । ପୂର୍ବ ବର୍ଷ ଅପେକ୍ଷା ଏଥର 26 ପ୍ରତିଶତ କମ ବର୍ଷା ହୋଇଛି । ଫଳରେ ଚାଷଜମିରେ ମରୁଡ଼ିସ୍ଥିତି ଦେଖା ଦେଲାଣି । ଦକ୍ଷିଣ ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ସାଇକେତଲାନିକ ସରକ୍ୟୁଲେସନ ଦ୍ୱାରା ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଗୋପାଳପୁରରେ ସର୍ବାଧିକ 93 ମିମି ବର୍ଷା ରେକର୍ଡ଼ କରାଯାଇଛି । ଚଳିତ ଥର ଜୁନରେ ମୈସୁମୀ ଛୁଇଁଥିଲେ ମଧ୍ୟ ଜୁଲାଇ ମାସ…

Read More