Categories
ବିଶେଷ ଖବର

ମେକ ଇନ ଓଡିଶା- କେବଳ ଗୋଟିଏ ଦୃଶ୍ୟ

କେଦାର ମିଶ୍ର-

ଗୋଟେ ଫଟୋଗ୍ରାଫର ର ଆଖି ନେଇ ଦେଖିଲେ, ମେକ ଇନ ଓଡିଶା କନକ୍ଲେଭ ରେ ଅସଂଖ୍ୟ ଚିତ୍ର ମିଳିଯିବ। ଗୋଟିଏ ଫ୍ରେମ ରେ ଭାରତର ସବୁ ବଡ ଶିଳ୍ପପତିଙ୍କୁ ଆପଣ ପାଇ ଯାଇପାରନ୍ତି। ସେମିତି ଗୋଟିଏ ଗୋଟିଏ ବିରଳ ଚିତ୍ର ଆପଣଙ୍କୁ ଉତ୍ସାହିତ କରିପାରେ। ସେମିତି ରାଜନୀତି ଓ ଅର୍ଥନୀତିର ପରିସଙ୍ଖ୍ୟାନ କୁ ନେଇ ମଧ୍ୟ ବହୁ ପ୍ରକାର ଚର୍ଚ୍ଚା ଓ ଆଲୋଚନା କରାଯାଇପାରେ। ପୁଞ୍ଜି ବିନିଯୋଗ ଲାଗି ଓଡିଶାରେ ଏତେ ବଡ ଶିଖର ସମ୍ମିଳନୀ ରାଜ୍ୟର ବ୍ରାଣ୍ଡ ତିଆରି ରେ କେତେ ସହାୟକ ହେବ, ରାଜ୍ୟକୁ ଆସୁଥିବା ଶିଲ୍ପପତି ମାନଙ୍କ ଉଦ୍ଦେଶ୍ୟ କଣ- ଏମିତି ବହୁ ପ୍ରଶ୍ନର ଉତ୍ତର ଖୋଜିହେବ। ଏହି ସମ୍ମିଳନୀ ଓ ପ୍ରଦର୍ଶନୀ ଲାଗି ଯେଉଁ ଲକ୍ଷ୍ୟ ଧାର୍ୟ ହୋଇଥିଲା ସେଥିରେ ୬ଟି ପ୍ରଭାଗରେ ଅତି କମ ରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଲଗାଣ ହୋଇପାରେ ବୋଲି ଆଶା କରାଯାଉଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ ୪,୧୯,୫୭୪ କୋଟି ଟଙ୍କା ର ପୁଞ୍ଜି ଲଗାଣ ପ୍ରତିଶ୍ରୁତି ମିଳିଛି ଓ ଏହା ମାଧ୍ୟମରେ ୫.୯୧ ଲକ୍ଷ ରୋଜଗାର ସୃଷ୍ଟି ହୋଇପାରିବ ବୋଲି ସୂଚନା ମିଳିଛି। ଏସବୁ କୁ ନେଇ ଅନେକ ଆଲୋଚନା ସମାଲୋଚନା ହୋଇପାରିବ।

ତେବେ ଏହି ବିଶ୍ଵ ସ୍ତରୀୟ ସମ୍ମିଳନୀରେ ସବୁଠୁ ବଡ ଚିତ୍ରଟି ଥିଲା ନିତାନ୍ତ ସ୍ଥାନୀୟ। ଅମ୍ବାନୀ, ଆଦାନୀ, ବିର୍ଲାଙ୍କ ତୁଳନାରେ ସୁନ୍ଦରଗଡ ଜିଲା ବାଲି ଶଙ୍କରାର ଜୟନ୍ତୀ ଏକ୍କା, ମେକ ଇନ ଓଡିଶାର ସବୁଠୁ ବଡ ଆକର୍ଷଣ ପାଲଟିଗଲେ। ଶହ ଶହ କର୍ପୋରେଟ ଅଧିକାରୀଙ୍କ ଭିତରେ ଜୟନ୍ତୀ ଏକ୍କା ଯେଉଁ ଅର୍ଥନୀତିର ପାଠ ପଢେଇଲେ, ସେଇଟା ବୋଧହୁଏ ସବୁଠୁ ବଡ ଚର୍ଚ୍ଚା ର କାହାଣୀ ହେବା ଉଚିତ। ଯେତେବେଳେ ନିଜର ୧୯ ମିନିଟର ଭାଷଣରେ ଜୟନ୍ତୀ ନିଜର ଛୋଟିଆ ବ୍ୟବସାୟର ଉପଲବ୍ଧି କଥା କହୁଥିଲେ, ସେତେବେଳେ ତାଙ୍କ ମୁହଁ ର ଆତ୍ମା ବିଶ୍ବାସକୁ ଦେଖିବା କଥା। ବୋଧ ହୁଏ ଓଡିଶାର ସବୁଠୁ ବଡ ସଫଳତା ହେଉଛି ସେଇଟା। ସାଧାରଣ ଗ୍ରାମୀଣ ମହିଳାଟିଏ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ- “ ଆପଣଙ୍କୁ ମୋର କଥା ଶୁନବାକେ ପଡବା” ବୋଲି କହୁଛନ୍ତି ଓ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣୁଛନ୍ତି, ସେତେବେଳେ ଆମେ ଗୋଟେ ନୂଆ ଓଡିଶାର ଛବି  କୁ ଦେଖୁଛୁ। ତଥାକଥିତ ପଲ୍ଲୀବଧୂ ର ଜାକିଜୁକି ହୋଇ ରହୁଥିବା ଛବି ଏବେ ବଦଳି ଯାଉଛି ଓ ଏଇ ହେଉଛି ନୂଆ ଓଡିଶାର ଶକ୍ତି। ଓଡିଶାର ଆଦିବାସୀ ମହିଳାଙ୍କ ଭିତରେ ପ୍ରଚଣ୍ଡ ଆତ୍ମ ବିଶ୍ଵାସ ଓ ଶକ୍ତିର ଏହି ଉଦାହରଣ ବିଷୟରେ ଆମେ ସର୍ବାଧିକ ଚର୍ଚ୍ଚା କରିବା ଉଚିତ ହେବ।

ଜୟନ୍ତୀ ଏକ୍କା ନିଜ ଭାଷଣରେ ଯାହା କହିପାରିଲେ, ତାହା କୌଣସି କୋର୍ପୋରେଟ ବିଶେଷଜ୍ଞ ଠାରୁ କମ ନଥିଲା। ନିହାତି ଗରୀବ ପରିବାରରୁ ଆସି ଅଳ୍ପ ପୁଞ୍ଜି ରେ ତଥା ସୀମିତ ସରକାରୀ ସାହାଯ୍ୟରେ ଆତ୍ମନିର୍ଭରଶୀଳ ହେବାର କାହାଣୀ, ଓଡିଶା ଲାଗି ଏକ ସୁନେଲି ଭବିଷ୍ୟତର ସମ୍ଭାବନା ବାର୍ତ୍ତା ଦେଉଛି। ଓଡିଶାରେ କିଛି ହେଉନି, କିଛି ହୋଇ ପାରିବନି ବୋଲି ଯେଉଁ ନକାରାତ୍ମକ ଭାବନା ଟି ରହିଛି, ସେହି ଭାବନା ଉପରେ ଜୟନ୍ତୀ ପ୍ରଚଣ୍ଡ ପ୍ରହାର କରିଛନ୍ତି।

ଜଯନ୍ତୀଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ ତାଙ୍କୁ ଠିଆ ହୋଇ ଅଭିନନ୍ଦନ ଜଣାଇଲେ, ସେଟାକୁ ଆମେ ବଡ ଖବର ଭାବରେ ଦେଖେଇଛୁ। କିନ୍ତୁ ଅସଲ ଖବର ହେଉଛି ଜୟନ୍ତୀ ଓ ତାଙ୍କ ପରି ତାଙ୍କର ହଜାର ହଜାର ସାଙ୍ଗଙ୍କ ସଂଘର୍ଷ। ଗାଁ ଗାଁ ରେ ଗଢିଉଠୁଥିବା ଏହି ଆତ୍ମ ବିଶ୍ବାସର କାହାଣୀ ବିଷୟରେ ଆମେ କେବେ ଚର୍ଚ୍ଚା କରିଥିଲୁ କି? ହୁଏତ ଏହି କନକ୍ଲେଭରେ ଜଯନ୍ତୀଙ୍କ ଅନର୍ଗଳ ଭାଷଣ ଶୁଣି ଆମେ ଟେରା ହୋଇପଡିଲୁ ଓ ତାଙ୍କ ଭାଷଣକୁ ଭାଇରାଲ କରିଦେଲୁ। କିନ୍ତୁ ତା ଆଗରୁ ଜଯନ୍ତୀଙ୍କ ସଫଳତା ଆମ ଦୃଷ୍ଟିରେ ପଡୁନଥିଲା କାହିଁକି ? ଗଣ ମାଧ୍ୟମ ପରିବେଷଣ କରୁଥିବା ଖବରର କେନ୍ଦ୍ରରେ ଜୟନ୍ତୀ ମାନେ ରହିନଥିଲେ କାହିଁକି?

କୋଟି କୋଟି ଟଙ୍କାର ପୁଞ୍ଜି ଲଗାଣ ରେ ଶିଳ୍ପ ତଥା ବ୍ୟବସାୟରେ କିଛି ଚାକିରି ଏବଂ ରାଜସ୍ଵ ହୁଏତ ମିଳିବ। କିନ୍ତୁ ଆମେ ଯଦି ପ୍ରତି ଗାଁ ରେ କିଛି ଜୟନ୍ତୀ ତିଆରି କରିପାରିବା ସେମାନେ ସ୍ଵାଭିମାନ, ଆତ୍ମ ବିଶ୍ଵାସ ଓ ସ୍ଵଦେଶୀ ଶକ୍ତି ନେଇ ଏକ ଭିନ୍ନ ଓଡିଶାର ନିର୍ମାତା ହୋଇପାରିବେ। ତେଣୁ ମେକ ଇନ ଓଡିଶା ଜୟନ୍ତୀ ଏକ୍କା ପାଇଁ ହିଁ ସଫଳ। ଜୟନ୍ତୀ ଏକ୍କା ଆଜିର ଓ ଆଗାମୀ ଓଡିଶାର ସବୁଠୁ ବଡ ସମ୍ଭାବନା।

Categories
ଆଜିର ଖବର

Bollywood duos in wedding spree, Arjun may go for Malaika

There is a chain of events in the Bollywood when many duos from the tinsel world one after other come out to make their unheard of courtships public. After the much trumpeted affairs between Priyanka Chopra and Nick Joan of US, who later got engaged, the Deepveer (Dipika Padukone-Ranveer Singh) wedding has nearly global with one of the most expensive wedding rings in Deepika’s finger assessed more expensive that the marriage reports suggest.

Second in the waiting the wedding of Prick (Prinyanka-Nick) to be done in December this year which is assumed to another hideous show-case extravaganza in the offing.Meanwhile, there are gossips in the cine circle that Arjun Kapoor and Malaika Arora are very fascinated at each other and a wedding event is on the cards. What is amusing that the couples in discussion had so far maintained a secrecy escaping thread-bare from the ever snooping Bollywood media.

Categories
ଆଜିର ଖବର

Assembly stalled over Brahma Bibhrat

The first day of the winter session of the State Assembly was adjourned for the day following a ruckus created by the Congress party over the fresh controversy surrounding Brahma Bibhrat . The Congress legislators have alleged that the government is trying whitewash the truth and suppress the facts which led to such violations during Nabakalebara.

Categories
ଆଜିର ଖବର

Pune police expose Maoist plot to assassinate PM

Pune police has come out with revelations regarding a design by the Maoists to assassinate the prime minister Narendra Modi. The findings hint at the plans by the ultras to procure huge stock of arms to wage a war against the country, the Pune police made the disclosure in its charge sheet in the Elgar Parishad case which was filed on Thursday.

Categories
ଆଜିର ଖବର

Naidu’s no to monopolization of CBI by the centre

The chief minister of Andhra Pradesh Chandrababu Naidu strongly positioning himself against the alleged misuse of the Central Bureau of Investigation(CBI) has straight told the union government that the latter has no power to deploy the CBI in Andhra Pradesh without the consent of the State government. Naidu has allegedly told that the Centre is misusing the agency to serve it’s own purpose but in Andhra this will not be allowed any more.

Categories
ବିଶେଷ ଖବର

ଦାରୁ ଫିକ୍ସିଙ୍ଗ ନା ନ୍ୟୁଜ ଫିକ୍ସିଙ୍ଗ

କେଦାର ମିଶ୍ର

ମହାପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳାକୁ ନେଇ ବହୁ କାହାଣୀ, କିମ୍ବଦନ୍ତୀ, ଲୋକ ବିଶ୍ଵାସ ଓ ସାହିତ୍ୟକୁ ଆମେ ଅନୁଭବିଛୁମୂଳତଃ ଈଶ୍ଵର ଏକ ସାମାଜିକ ବିଶ୍ଵାସତାଙ୍କୁ ନେଇ ଯେଉଁ ପରମ୍ପରା ଗଢି ଉଠିଥାଏ ସେଥିରେ ତର୍କ ଓ ବିଜ୍ଞାନ ତୁଳନାରେ ଆବେଗ ର ମାତ୍ରା ଅଧିକଜଗନ୍ନାଥ ସଂସ୍କୃତି ସେଥିରୁ ଭିନ୍ନ ନୁହେଁଏହା ଓଡିଆଙ୍କ ବିଶ୍ବାସର ମୂଳମଞ୍ଜିଜଗନ୍ନାଥ ସବୁଠି, ଅଣୁ ଅଣୁରେ ବିରାଜମାନ ଅଛନ୍ତିତାଙ୍କ ପରମ୍ପରା ମୂଳରେ ଏକ ସାମାଜିକ ବିଶ୍ଵାସ ରହିଆସିଛିସେ ବିଶ୍ଵାସ ଆଧାରରେ ଗଢି ଉଠିଛି ପରମ୍ପରା, କର୍ମକାଣ୍ଡ, ପୂଜା ପଦ୍ଧତି ଓ ନୀତିକାନ୍ତିହେଲେ ଏଇ ଦୁଇ ବର୍ଷ ହେଲା ଲାଗୁଛି, ଜଗନ୍ନାଥ ଆଉ ଭାବ ବା ବିଶ୍ବାସର ଠାକୁର ନୁହନ୍ତି, ସେ ଟେଲିଭିଜନ ଚ୍ୟାନେଲ ଗୁଡିକ ପାଇଁ ଏକମାତ୍ର ରୋଚକ ଖବରନିଜକୁ ପ୍ରାସଙ୍ଗିକ କରିବା ପାଇଁ ହେଉ ବା ଟେଲିଭିଜନ ରେଟିଂ ପଏଣ୍ଟ ବା ଟିଆରପି ବଢାଇବାର ବିକଳ ପ୍ରୟାସରେ ଗଣମାଧ୍ୟମ ଏବେ ଜଗନ୍ନାଥଙ୍କ ପ୍ରତି ରହିଥିବା ସାମାଜିକ ଆସ୍ଥା ଉପରେ ଭୟଙ୍କର ପ୍ରଶ୍ନଚିହ୍ନ ଲଗାଇଚାଲିଛି

ଗୋଟେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମ ଧର୍ମ ନିରପେକ୍ଷ ଓ ବ୍ୟକ୍ତିଗତ ଆସ୍ଥା ପ୍ରତି ଉଦାସୀନ ହେବା ଉଚିତ ବୋଲି ଆଶା କରାଯାଇଥାଏକିନ୍ତୁ ଓଡିଶାର ଗଣମାଧ୍ୟମ ନିଜକୁ ଜଗନ୍ନାଥଙ୍କ ଲୋକ ସମ୍ପର୍କ ଅଧିକାରୀ ବୋଲି ଭାବିନେଇଛନ୍ତି। ଆପାତତଃ ପ୍ରତିଦିନ ଜଗନ୍ନାଥ ମନ୍ଦିରକୁ ନେଇ କିଛି ନା କିଛି ଖବର ଲୋକଙ୍କ ପାଖରେ ପହଞ୍ଚୁଛି। ଆମର ଯାହା ମନେ ଅଛି, ଆଠ ଦଶ ବର୍ଷ ଆଗରୁ କେବଳ ରଥଯାତ୍ରା ସମୟରେ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଜଗନ୍ନାଥ ଗଣମାଧ୍ୟମର ଆକର୍ଷଣ ଥିଲେ। ଏବେ କିନ୍ତୁ ଲାଗୁଛି ୨୪x୭ ଘଣ୍ଟା, କେବଳ ଜଗନ୍ନାଥ ହିଁ  ଓଡିଶାର ଏକମାତ୍ର ଖବର।

ଜଗନ୍ନାଥଙ୍କୁ ନେଇ ଖବର ପରିବେଷଣ କରିବାର ପାଗଳ ପ୍ରତିଯୋଗିତାରେ ଆମେ ଏମିତି ଶବ୍ଦ ଓ ବାକ୍ୟ ସବୁ ପ୍ରୟୋଗ କରୁଛୁ, ଯାହାକି ଜଗନ୍ନାଥ ସଂସ୍କୃତି ଓ ଆସ୍ଥା ପ୍ରତି ଘୋର ଅପମାନଜନକ। ନବ କଳେବର ବର୍ଷଠୁ ଆମେ କହି ଚାଲିଛୁ, “ବ୍ରହ୍ମ ବିଭ୍ରାଟ”ୟାର ଅର୍ଥ କଣ? ବ୍ରହ୍ମ କଣ ବିଭ୍ରାଟର ସାମଗ୍ରୀ? ହୁଏତ କୌଣସି ଏକ ନୀତିକାନ୍ତି ବିଳମ୍ବିତ ହୋଇଥିବ ବା ଅନିୟମିତ ହୋଇଥିବସେଥିରେ ବ୍ରହ୍ମ ବିଭ୍ରାନ୍ତି ଆସିବ କାହିଁକି? ବ୍ରହ୍ମ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି- ସର୍ବତୋ ବୃହତାତ ବ୍ରହ୍ମ, ଯିଏ ସବୁଠୁ ବଡ ସେ ବ୍ରହ୍ମ। ଯିଏ ସବୁଠୁ ବଡ, ତାଙ୍କୁ ଛୋଟିଆ ବିଭ୍ରାଟରେ କାଇଁ ଟଣା ହେଉଛି? କାଳ କାଳରୁ ଆମେ ଶୁଣି ଆସୁଛୁ, ବ୍ରହ୍ମ ପରିବର୍ତ୍ତନ ଅତ୍ୟନ୍ତ ଗୋପନୀୟ ଲୀଳାଅଥଚ ତାର ରହସ୍ୟ ଫିଟାଇ ଦେବାରେ ଆମର କି ଆଗ୍ରହ? ଏହା ସହିତ ଦଇତାପତି ସେବକମାନଙ୍କୁ ଏକପ୍ରକାର ଖଳନାୟକ ଭାବରେ ଚିତ୍ରଣ କରିବାର ନିକୃଷ୍ଟ ଉଦ୍ଦେଶ୍ୟ ମଧ୍ୟ ରହିଛି। ଇନ୍ଦ୍ର ନୀଳମଣି ପୁରାଣ, ନୀଳାଦ୍ରି ମହୋଦୟ ଏବଂ ମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ନବ କଳେବର ବିଧାନ ସଂପୂର୍ଣ୍ଣ ଭାବରେ ଦଇତାପତି ସେବାର ନିଜସ୍ଵ ଗୋପନ ଅଧିକାରସେ ଗୋପନୀୟତାକୁ ଭାଙ୍ଗିବା ଲାଗି ଆମେ ଏତେ ତତ୍ପର କାହିଁକି?

ଏବେ ଆଉ ଗୋଟେ ସାଂଘାତିକ କଥା ଉଠିଲାଣି- ଦାରୁ ଫିକ୍ସିଙ୍ଗ ଯେମିତି ଟେଣ୍ଡର ଫିକ୍ସିଙ୍ଗ, ମ୍ୟାଚ ଫିକ୍ସିଙ୍ଗ କିମ୍ବା ଖବର ଫିକ୍ସିଙ୍ଗ ଏଠି ପ୍ରଶ୍ନ ଉଠିଛି, ଏ ପ୍ରକାର ଖବରର ସୂତ୍ରଟି କଣ? ଏମିତି ଏକ ଅନାବଶ୍ୟକ ପ୍ରସଙ୍ଗକୁ  ପ୍ରମୁଖ ଖବର କଲାବେଳେ ରତ୍ନ ସିଂହାସନ ଉପରେ ଯେଉଁ ମହାଦାରୁ ବସିଛନ୍ତି, ତାଙ୍କପ୍ରତି ଆମେ କି ଭକ୍ତି ଦେଖାଉଛେ? ନବ କଳେବରର ତିନି ବର୍ଷ ପରେ ଜଣେ ବିଶ୍ଵକର୍ମା ସେବକ କହୁଛନ୍ତି, ଦାରୁ ପୋଲା ଥିଲେସେବକ ଜଣକ ଏମିତି ଗୋଟେ ବୟାନ ଦେଲା ବେଳେ  ତାଙ୍କ ମସ୍ତିଷ୍କରେ ପୁରୀର ପ୍ରସିଦ୍ଧ ଭାଙ୍ଗର ପ୍ରଭାବ ଥିଲା କି ନାଇଁ, ସେକଥା ଅବଶ୍ୟ ସାମ୍ବାଦିକମାନେ ପରୀକ୍ଷା କରିନଥିବେ। ପୋଲା ଦାରୁରେ ଠାକୁରଙ୍କ ନବ କଳେବର ହୋଇଛି ବୋଲି କହି, ଲୋକଙ୍କ ଆସ୍ଥା ସହିତ ଏ ଯେଉଁ ଭୟଙ୍କର ଖେଳ ଚାଲିଛି, ସେଥିରେ ଆଉ କେହି ନୁହଁ, ସ୍ଵୟଂ ଜଗନ୍ନାଥ ହିଁ ଅବିଶ୍ବାସର ସଙ୍କେତ ପାଲଟି ଯାଉଛନ୍ତି!! ପ୍ରତିଷ୍ଠିତ ଓ ବ୍ରହ୍ମ-ଅଭିଷିକ୍ତ ଦାରୁଙ୍କ ପ୍ରତି ଏ ପ୍ରକାର ଅପମାନକୁ ଖବର ବୋଲି ଦେଖେଇଲାବେଳେ ଆମକୁ ଲାଜ ଲାଗୁନାହିଁଜଗନ୍ନାଥଙ୍କୁ ବି ବିକିଦେଲେ” ଭଳି ପଦ ଲେଖିଲା ବେଳେ ଆମେ ଭୁଲିଯାଉଛୁ ଯେ, ଜଗନ୍ନାଥ ବିକ୍ରୟଯୋଗ୍ୟ ନୁହନ୍ତି

ମନ୍ଦିର ସେବାୟତଙ୍କ ଭିତରେ ରହିଥିବା ଗୋଷ୍ଠୀ ବିବାଦ ଓ ରାଜନୈତିକ ଲାଭ ଉଠାଇବାର ପାଗଳ ପ୍ରତିଯୋଗିତାରେ ଏବେ ଜଗନ୍ନାଥଙ୍କୁ ପଶାପାଲିର ଗୋଟି ଭାବରେ ଓଡିଶାର ଗଣମାଧ୍ୟମ ବ୍ୟବହାର କରୁଛି। ଲୋକଙ୍କ ଭିତରେ ରହିଥିବା ଭାବାବେଗକୁ ରାଜନୈତିକ ଦୃଷ୍ଟିରୁ ଭାଗ ଭାଗ କରିବା ଲାଗି ଏ ଯେଉଁ ପାଗଳାମୀ ଚାଲିଛି, ସେଥିରେ ଜଗନ୍ନାଥଙ୍କ ପ୍ରତି ଅନାସ୍ଥା ଓ ଅସମ୍ମାନ କୁ ଆମେ ବଢ଼ାଇଚାଲିଛୁରାଜନୀତିର ଖେଳ ପାଇଁ ବହୁ ପ୍ରସଙ୍ଗ ରହିଛିଅନ୍ତତଃ ସେଥିରେ ଏ ଜାତିର ମହାଦେବତାଙ୍କୁ ବ୍ୟବହାର କରାନଯାଉନିଜର ଛୋଟ ଛୋଟ ସ୍ଵାର୍ଥ ସାଧନ ଲାଗି ଓ ସରକାରକୁ ଅସୁବିଧାରେ ପକାଇବା ଲାଗି ଜଗନ୍ନାଥଙ୍କ ସେବାପୂଜାକୁ ବାରମ୍ବାର  ବ୍ୟବହାର କଲେ ଏହାର ଫଳ ବିପରୀତ ମଧ୍ୟ ହୋଇପାରେ

ବ୍ରହ୍ମ ବିଭ୍ରାଟ ଅପେକ୍ଷା ଏ ପ୍ରସଙ୍ଗରେ କେତୋଟି ଟିଭି ଚ୍ୟାନେଲ ର ମସ୍ତିଷ୍କ ବିଭ୍ରାଟ ବେଶୀ ଚିନ୍ତାର ବିଷୟ। ସେହିପରି ଦାରୁ ଫିକ୍ସିଙ୍ଗ ନା ନ୍ୟୁଜ ଫିକ୍ସିଙ୍ଗ, ଏହାର ସତ୍ୟାସତ୍ୟ ଜାଣିବା ମଧ୍ୟ ଜରୁରୀ

Categories
ଆଜିର ଖବର

RPF man plays savior dragging man from jaws of death at platform

It was indeed a nerve-wrecking sight at a Railway station in Chennai. In an act of not providential blessing but an act of human bravery by a cop that a man was just dragged away from the jaws of death. A video that has gone viral showed that a man while falling from a train was pulled to safety by a RPF man at the eleventh moment to escape death. The video available from the CCTV revealed how the railway police showed the extraordinary physical reflex to drag the man from falling between the moving train.

Categories
ଆଜିର ଖବର

SIM card cloning to loot money

After a series of cloning of Credit and Debit cards now the looters are on a prowl to clone Sim cards and loot money. Sim it is common that people resort to SIM swapping in which a Pune man was duped of Rs.93.5 lakhs. The victim has revealed that the looter identified himself as an Airtel employee and fooled him.

Categories
ଆଜିର ଖବର

Abheejit Iyer’s ordeals far from over

Abheejit Ayer Mitra’s ordeals are far from over. He has to present himself before the Assembly in the winter session starting from tomorrow. Even after his appearance before the House Committee headed by the leader of Opposition Narasingha Mishra, his affidavit and an unconditional apology, things are yet far from over. Mitra faced charges of unwarranted and uncivil remarks against Sun Temple at Konark and his jibes at the MLAs for which he was summoned by the House Committee.

Iyer, now has to appear in the Assembly on the first day of the winter session starting from Friday. Mitra had been arrested by the Sahid Nagar police and remanded to judicial custody for acts under Section 294, 295 A, 153 A, 500 and 506 of the IPC and Section 67 of the Information Technology Act for his derogatory remarks.

Categories
ଆଜିର ଖବର

Odia film actress Elsha Ghosh alleged mental harassment by director Dilip Panda

An Odia film actor Elsa has brought forth a serious allegation against the director of the Odia film ‘Tume mo Suna chadhai’ (you are my golden bird) in which this actor plays the female lead. Elsa has alleged that the director of the film Dilip Panda has subjected her to several acts of harassment during the making of the film. She blasted at Panda at a hotel function heaping verbal abuses in the gathering and threatened to move the court.

Elsha has alleged that Panda used to be harsh in his dealings and words on the sets. Even a song was taken out from her and she virtually was reduced to a second fiddle in the film. The actor has threatened to initiate legal action against Panda.

Categories
ଆଜିର ଖବର

Cricketer with largest last name

Talebullamainelilkenemainavaleniveivakabulaimaina, is the last name of a  Fijian cricketer IIikena Lazarusa , also known as IL Bula, has the largest last name in first class cricket. His last name means in the Fijian language as ‘returned alive from Nankuls hospital at Lakeba island in the Lau group. IL Bula had played nine matches for Fiji on two tours to New Zealand.

Categories
ଆଜିର ଖବର

Buying a phone with bath-tub full coins

 It was a funny situation when a man in an attempt to buy an Apple iPhone Xs went to the mall in Russia with coins loaded full in a bath-tub. He along his friends carried the tub full of coins in a car however, there was an unpleasant spat between buyer and the security staff in the mall while entering

Categories
ଆଜିର ଖବର

Fashion designer killed by her tailor

A middle aged fashion designer was allegedly killer by her tailor with the support of others. The accused has also killed the domestic help Bahadur of the slain designer Mala Lakhani. The accused tailor, who was in fact employed by Lakhani has confessed to killing Mala for loot of valuables from her house.

Categories
ଆଜିର ଖବର

Satkosia tiger killed or died? Several stories are being floated

The reported death of the tiger in Satkosia, which was recently brought from Madhya Pradesh has again stirred the hornets’ nest among the forest department. Several excuses are being sported to assess the reason behind the sudden death of the tiger and the most recent being is infection caused in the neck part of the animal whose carcass was discovered perhaps days after the death. However, team under the monitoring lens of the chief wildlife warden is being conducted.

Some sources lend credence to the hunch that the locals of Satkosia region who were already upset by the alleged killings by Sundari tigress, may have designed the acts of killing the male tiger recent trans-located. In nut shell the handling of the first ever tiger trans-location by the wildlife department has miserably failed.

Categories
ଆଜିର ଖବର

‘We don’t need Kashmir’- Afridi

At last a word of sanity from a popular Pakistani. None else than the International cricketer Sahid Afridi of Pakistan has told during an interaction with the media in London that Pakistan does not need Kashmir as the latter is not able to manage its own four provinces properly. The advice from the star cricketer may have some commonsense for the new Pak PM Imran Khan.

Categories
ଆଜିର ଖବର

The quiet achiever celeb Akkineni

This is called Joy of Giving and what happens sometimes without much fun-fare. She is unlike other celebs who get into the tracks of self-oriented ostentations of wealth. But cine actor Samantha Akkineni of Hyderabad stands out for her dedication for the under-privileged. Akkineni from the Pratyusha Foundation offers medical assistance to the underprivileged children and women.

Categories
ଆଜିର ଖବର

Deepika-Ranveer got married in Italy

Much awaited celeb wedlock of Deepika Padukone and Ranveer Singh took place in Italy. The marriage was solemnized in Konkani traditions at Lake Camo . Although both the actors were together for last 3-4 years but they recently made it public in October last regarding their marriage.Another ceremony called Sindhi Anand Karaj is likely to be on Thursday.

Categories
ଆଜିର ଖବର

Maneka urges Naveen to check elephant deaths in Odisha

Union minister Maneka Gandhi has expressed deep concern over the frequent deaths of wild elephants. In a letter to the chief minister Naveen Patnaik she has also referred the deaths of seven elephants in Dhenkanal and expressed shock that between 2011-2017 435 elephants died out of which 124 due to electrocution only. There is a terrible laclk of coordination between the concerned departments, Maneka said in the letter and sought direct intervention of the chief minister.

Categories
ଆଜିର ଖବର

No obscenity in online platforms? Delhi High Court

In response to a petition filed by a non government organisation the Delhi high court on Wednesday has sought Centre;s response on the plea for the removal of pictures or videos which are vulgar and sexually overt in the platforms like Amazon, Netflix and others.The online platforms give “vulgar, sexually explicit, pornographic and profane contents to attract subscribers.

Categories
ବିଶେଷ ଖବର

ନ୍ୟାୟ ଅପେକ୍ଷାରେ ପାଇଥିବା ଅକଥନୀୟ କଷ୍ଟର ଅବସାନ 

କଟକ ହାଇକୋର୍ଟ ଓକିଲ ମହାସଙ୍ଘ ପକ୍ଷରୁ ଦୀର୍ଘ ସମୟ ଧରି ଚାଲି ଆସିଥିବା ଆନ୍ଦୋଳନର ଆଜି ଅବସାନ ଘଟିଛି। ଉକ୍ତ ଅଢ଼େଇ ମାସର ଆନ୍ଦୋଳନ ନା କେବଳ ସାଧାରଣ ଜନତାଙ୍କ ଧୈର୍ଯ୍ୟର ପରୀକ୍ଷା କରିଛି ଅପିତୁ ଏହା ତାଙ୍କ ନ୍ୟାୟ ପ୍ରାପ୍ତିରେ ପ୍ରଶ୍ନ ମଧ୍ୟ ସୃଷ୍ଟି କରିଥିଲା। ଯାହାକି କ୍ରମାଗତ ଭାବେ ବଢ଼ିବାରେ ମଧ୍ୟ ଲାଗିଥିଲା। କିନ୍ତୁ  ଆଜି ଓକିଲମାନଙ୍କ ଦ୍ଵାରା ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହେବାପରେ ସାଧାରଣ ଜନତାଙ୍କୁ ଶାନ୍ତି ମିଳିବା ସହ ଜେଲରେ ନ୍ୟାୟ ଅପେକ୍ଷାରେ ଥିବା କଏଦୀମାନଙ୍କୁ ବି  ଆସ୍ଵସ୍ତି ଲାଭ ହୋଇଛି। ତେବେ  ନ୍ୟାୟବିଧିରେ ବାଧାର ପରିଣାମ ସ୍ଵରୁପ ଦେଶର ସାମ୍ବିଧାନିକ ନ୍ୟାୟ ସଂସ୍ଥା କିପରି ପଙ୍ଗୁ ହୋଇପଡ଼େ ଏହା ତାହାର ନିଦର୍ଶନ ଥିଲା।

ଅଢ଼େଇ ମାସ ଧରି ଚାଲିଥିବା ହାଇକୋର୍ଟ ଓକିଲଙ୍କ ଦ୍ଵାରା ଆନ୍ଦୋଳନ ମାମଲାର କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଅନୁସାରେ ଆରୋପି 3ପୁଲିସ୍‌ କର୍ମଚାରୀଙ୍କ କ୍ଷମା ପ୍ରଥନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଉକ୍ତ  ଘଟଣାଟି  ସରକାର ଓ ସାଧାରଣ ଜନତାଙ୍କ ମନରେ ଏକ ସମ୍ବେଦନଶୀଳ ଓ ଲଜ୍ଜାଜନକ ଘଟଣା ରୁପେ ଘର କରିଥିଲା। ତେଣୁ ପୁଲିସ ବିଭାଗ ପକ୍ଷରୁ ଉକ୍ତ ଘଟଣାକୁ ନିନ୍ଦା କରିବାସହ 3ଆରୋପି ପୁଲିସ୍‌ କର୍ମଚାରୀଙ୍କୁ ଓକିଲ ମାନଙ୍କୁ କ୍ଷମା ପ୍ରାର୍ଥନା କରିବା ନିମନ୍ତେ ଦଣ୍ଡ ବିଧାନ କରାଗଲା। ଯଦ୍ଵାରା ଉତକ୍ଷୀପ୍ତ ଓକିଲ ମହାସଙ୍ଘ ଶାନ୍ତ ହୋଇଥିଲା।

ତେବେ ଏ କ୍ଷେତ୍ରରେ ସରକାର ପୁଲିସ ବିଭାଗକୁ ଶାଳୀନତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେବାସହ ଆପୋସ ବୁଝମଣାରେ ଆନ୍ଦୋଳନର ଅବସାନ ଘଟିଛି। ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

Categories
ଆଜିର ଖବର

Wine-struck woman passenger spits on AI crew

She was in a state of inebriation and did what never expected from any civilized person. The incident took place in an Air-India flight on board when a woman passenger took to verbal abuse and allegedly spat on a crew’s face when she was denied more wine. It happened on Saturday last on board a London-Mumbai flight and the incident was video recorded and was made available on Wednesday.