Categories
ଆଜିର ଖବର

Sikh riots of 1984, Yashpal gets death penalty & life for Naresh

The convict in the anti-Sikh riots of 1984, Yashpal Singh was awarded the death penalty by the Patiala House court on Tuesday while Naresh Sherawat got life imprisonment. According to reports the court pronounced the death sentence for Yashpal and life for Naresh on the 1984 anti-Sikh riots which had shaken the secular fabric of the national capital.

Categories
ଆଜିର ଖବର

Twitter CEO rapped for promoting hate poster

The CEO of Twiiter Jack Dorsey gets a rap on the knuckle for being part of a hate campaign. He was seen holding a placard in which it read ” Smash Brahminical Patriarchy”. The picture of Dorsey was taken during his visit to India. This did not go well with Mohandas Pai, former Infosys director who demanded an apology from Jack. To this author Advaita Kala reacted saying that ‘when you say twitter should be a space for healthy conversation shows how hollow those words are’.

Categories
ବିଶେଷ ଖବର

ଧର୍ମେନ୍ଦ୍ରଙ୍କ ଲାଗି ଅପରାଜିତା କଣ୍ଟା !!

ସମୀକ୍ଷା ବ୍ୟୁରୋ-

 

ହଠାତ ଓଡିଶାରେ ଜଣେ ନୂଆ ନେତ୍ରୀଙ୍କ ଆବିର୍ଭାବ ହୋଇଛି। ଜନ୍ମରେ ବିହାରୀ, ହେଲେ ଓଡିଆ ଘରର ବୋହୁ। ଓଡିଶା କ୍ୟାଡରର ଆଇଏଏସ ଅଧିକାରୀ ଥିଲେ। ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଅପରାଜିତା ଷଢଙ୍ଗୀ ଚାକିରୀ ଛାଡି ରାଜନୀତି କରିବେ ବୋଲି ଶୁଣାଯାଉଛି। ହଁ, ଶୁଣା ଯାଉଛି। ସେ ଏଯାଏ କିଛି ସ୍ପଷ୍ଟ କରିନାହାନ୍ତି। ତାଙ୍କ ଟୁଇଟରରେ ସେ କିଛି ପରୋକ୍ଷ ସୂଚନା ଦେଇଛନ୍ତି, ହେଲେ ତାହା ଅତ୍ୟନ୍ତ ଅସ୍ପଷ୍ଟ । ଅବସର ଗ୍ରହଣର ଢେର ଆଗରୁ ଚାକିରି ଛାଡି ସେ ରାଜନୀତିକୁ ଆସିବା ପଛରେ କଣ କାରଣ ରହିଛି, ସେକଥା ସେ ରାଜନୀତିରେ ଯୋଗ ଦେଇସାରିଲା ପରେ ଜଣାପଡିବ। ହେଲେ ତାଙ୍କୁ ନେଇ ମୁଖ୍ୟ ଧାରାର ଗଣମାଧ୍ୟମ ଓ ସୋସିଆଲ ମିଡିଆ ରେ ଯେଉଁ ପ୍ରକାର ଚର୍ଚ୍ଚା ଚାଲିଛି, ତାହା ବେଶ ମଜାଦାୟକ। ହଠାତ ଓଡିଶାର ସବୁ ପ୍ରମୁଖ ବିରୋଧୀ ନେତା ଏବେ ଅପ୍ରାସଙ୍ଗିକ ହୋଇପଡିଛନ୍ତି। ଅପରାଜିତା ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଦ୍ବନ୍ଦ୍ବୀ ହେବେ ବୋଲି, କଳ୍ପନା କରାଯାଉଛି। ଏବେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ନିରଞ୍ଜନ ପଟ୍ଟନାୟକ, ଦାମୋଦର ରାଉତ, ପ୍ରତାପ ଷଢଙ୍ଗୀ ପ୍ରମୁଖଙ୍କୁ ପଛକୁ ଠେଲି ରାଜନୀତିରେ ପାଦ ଥାପିନଥିବା ଜଣେ ନବାଗନ୍ତୁକାଙ୍କୁ ନେଇ ଏତେ ବ୍ୟାକୁଳ ଚର୍ଚ୍ଚା ର କାରଣ କଣ? ଏହା ପଛରେ କେଉଁ ଶକ୍ତି ରହିଛି ଓ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଅପରାଜିତାଙ୍କ ବ୍ରାଣ୍ଡ ମୂଲ୍ୟ ବଢାଇବାକୁ କେଉଁମାନେ ଉଦ୍ୟମ କରୁଛନ୍ତି, ସେକଥା ଖୋଜିବା, ନିହାତି ଜରୁରୀ।

ଆପାତତଃ ଅପରାଜିତା ବିଜେପିରେ ଯୋଗଦେବେ ଓ ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯିବ ବୋଲି ପ୍ରଚାର କରାଯାଉଥିଲା। ଏବେ କିନ୍ତୁ ଚିତ୍ର ପୂରା ଓଲଟା। କିରଣ ବେଦୀଙ୍କ ପରି ଓଡିଶାରେ ଜଣେ ବାହାରିଆ ନେତାଙ୍କୁ ଓଡିଶା ବିଜେପି ଉପରେ ଲଦି ଦେବାର ଉଦ୍ୟମ କରାଯାଉଛି ବୋଲି, ଭୁବନେଶ୍ୱର ବିଜେପି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ସାଢେ ଚାରି ବର୍ଷ ଧରି ନିଜକୁ ବିଜେପିର ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଭାବୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଅପରାଜିତାଙ୍କ ଆଗରେ ଗୌଣ ମନେହେଉଛନ୍ତି।

ସୋସିଆଲ ମିଡିଆ ଓ ବିଜେପିର ପରୋକ୍ଷ ସମର୍ଥନରେ ଚାଲିଥିବା କେତୋଟି ଟିଭି ଚ୍ୟାନେଲର ରିପୋର୍ଟ ରେ ଅପରାଜିତାଙ୍କର ରାଜନୀତିରେ ପ୍ରବେଶକୁ ଗୋଟେ ବିରାଟ ରାଜନୈତିକ ଘଟନା ଭାବରେ ଉପସ୍ଥାପନ କରାଯାଉଛି। ଅପରାଜିତାଙ୍କୁ ଏତେ ବଡ କରି ଦେଖାଇବା ପଛରେ ଧର୍ମେନ୍ଦ୍ରଙ୍କ ପକ୍ଷ ଛେଦନ ପ୍ରକ୍ରିୟା ନାହିଁ ତ? ଧର୍ମେନ୍ଦ୍ରଙ୍କୁ ରାଜ୍ୟ ରାଜନୀତିରୁ ଦୂରେଇ ରଖିବା ଲାଗି ଏହା ବିଜେପି କେନ୍ଦ୍ରୀୟ ନେତୃତ୍ବର ଏକ ସୁଚିନ୍ତିତ ଯୋଜନା ବୋଲି କେହି କେହି କହୁଛନ୍ତି। ପୂର୍ବରୁ ଓଡିଶାର ପୁରୁଖା ବିଜେପି ନେତା ଓ ସଂଘ ପରିବାରର ସଂଖ୍ୟାଧିକ ସଦସ୍ୟ ଧର୍ମେନ୍ଦ୍ରଙ୍କ କାର୍ଯକଳାପରେ ଅସନ୍ତୁଷ୍ଟ ଥିଲେ। ବିଜେପି ସଭାପତି ଅମିତ ଶାହ ତାଙ୍କର ଶେଷ ଓଡିଶା ଗସ୍ତରେ ଆସିଥିବା ବେଳେ ଏ ସଙ୍କ୍ରାନ୍ତରେ ତାଙ୍କୁ ଅବଗତ କରାଯାଇଥିଲା। ତେଣୁ ବୋଧେ ଓଡିଶାରେ ଏକ ଚକିତ କଲାପରି ନୂଆ ନେତୃତ୍ଵ ସୃଷ୍ଟି କରିବାକୁ ବିଜେପି ଚାହୁଁଛି।

ତେବେ ରାଜନୀତିରେ ଅପରାଜିତାଙ୍କ ପରିଚୟ ଓ ପ୍ରଭାବ କଣ? ସେ ହଠାତ ଏତେ ଅଧିକ ରାଜନୈତିକ ଚର୍ଚ୍ଚା କୁ ଆସିବାର କି କାରଣ ରହିଛି? ସ୍ପଷ୍ଟ ଭାବରେ ଦେଖିଲେ, ଓଡିଶା ପ୍ରଶାସନର ଅନ୍ୟ ଶହ ଶହ ଆଇଏଏସ ଅଧିକାରୀଙ୍କ ପରି ଅପରାଜିତା ମଧ୍ୟ ଜଣେ ଅତ୍ୟନ୍ତ ବିଶ୍ଵସ୍ତ ଓ ଆଜ୍ଞାବହ ଅଧିକାରୀ ଥିଲେ। ଚାକିରି ରେ ରହି ବିଦ୍ରୋହ କରିବା କିମ୍ବା କିଛି ଗୋଟେ ବଡ କଥା କରିବାର ସାହସ ତାଙ୍କର ନଥିଲା। ତାଙ୍କୁ ଅଶୋକ ଖେମକା କିମ୍ବା ହୃଷୀକେଶ ପଣ୍ଡାଙ୍କ ପରି ଅତ୍ୟନ୍ତ କଡା ଅଧିକାରୀ ସେ ନଥିଲେ। ବରଂ ସେ ପୂରା ଚାକିରି ଜୀବନରେ ଜୀ ହଜୁରି କରିଛନ୍ତି ଓ ଭଲ ପଦବୀ ରେ ରହି ଆସିଛନ୍ତି। ଗଣ ଶିକ୍ଷା ବିଭାଗର ସଚିବ ଥିଲାବେଳେ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଯେଉଁ ୟୁନିଫର୍ମ ବ୍ୟବସ୍ଥା କରିଥିଲେ, ତାହା ଅତ୍ୟନ୍ତ ଅରୁଚିକର ଓ ଓଡିଶା ପାଇଁ ଅନାବଶ୍ୟକ ବ୍ୟବସ୍ଥା ଥିଲା। ସେ ହୁଏତ ୟୁନିଫର୍ମ ମାଧ୍ୟମରେ ଓଡିଶା ହସ୍ତତନ୍ତର ବିକାଶ କରିପାରିଥାନ୍ତେ। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବରେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ମୁନାଫା ଦେବାକୁ ଗୋଲାପି ଶାଢୀର ପ୍ରଚାର କରାଗଲା। ସେହିପରି ଭୁବନେଶ୍ଵର ମହାନଗର ନିଗମର କମିଶନର ଥିବା ବେଳେ ସେ ସୌନ୍ଦର୍ୟକରଣ ନାଁରେ ଯେଉଁ ସିମେଣ୍ଟ ଗଢା ମିରିଗ ମୟୂର ସବୁ ବସାଇଥିଲେ, ସେ ଗୁଡିକ ତିନିମାସ ପରେ ଭଙ୍ଗାରୁଜା ହୋଇଗଲା। ରାଜମହଲ ଓଭର ବ୍ରିଜ କାମ ଆରମ୍ଭ ହେବାର ମାତ୍ର କିଛି ଦିନ ଆଗରୁ ଏତେ ଗୁଡିଏ ଟଙ୍କା ପାଣିରେ ପଡିଥିଲା। ସରକାରୀ ଅଧିକାରୀ ଭାବରେ ତାଙ୍କର ଏମିତି କିଛି ଜନମଙ୍ଗଳ ପଦକ୍ଷେପ ନାହିଁ ଯାହାକୁ ଦେଖି ତାଙ୍କର ରାଜନୈତିକ ଭବିଷ୍ୟତ ଉଜ୍ଜଳ ବୋଲି କହିହେବ।

ସୋସିଆଲ ମିଡିଆରେ ଅପରାଜିତାଙ୍କର ପ୍ରଭାବ ମଧ୍ୟ ସେତେ ଖାସ ନୁହେଁ। ସେ ମାତ୍ର ମାସେ ତଳେ ନିଜର ଟୁଇଟର ଆକାଉଣ୍ଟ ଖୋଲିଛନ୍ତି। ଏଇ ମାସେ ଭିତରେ ସେ କରିଥିବା ଟୁଇଟ ସଂଖ୍ୟା ମାତ୍ର ୧୦। ତାଙ୍କର ଅନୁସରଣକାରୀଙ୍କ ସଂଖ୍ୟା ୩୬୧୧ ଓ ସେ ନିଜେ ୮ ଜଣଙ୍କୁ ଟୁଇଟରରେ ଅନୁସରଣ କରୁଛନ୍ତି। ତେବେ ସେ ଅନୁସରଣ କରୁଥିବା ନେତାଙ୍କ ଭିତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପ୍ରବକ୍ତା ପୀତାମ୍ବର ଆଚାର୍ୟ, ରତନ ଟାଟା ଓ ଆଉ ତିନିଜଣ ଆଇଏଏସ ଅଧିକାରୀ। ହେଲେ ଅପରାଜିତାଙ୍କୁ ଅନୁସରଣ କରୁଥିବା ଲୋକଙ୍କ ଭିତରେ ଅଛନ୍ତି ଓଡିଶାର ବହୁ ସାମ୍ବାଦିକ ଓ ସଂଘ ତଥା ବିଜେପି ସମର୍ଥକ। ଫେସବୁକ ରେ ମଧ୍ୟ ସେ ଏହି ବର୍ଷ ଯୋଗ ଦେଇଛନ୍ତି ଓ ସେଠାରେ ମଧ୍ୟ ତାଙ୍କ କାର୍ଯକଳାପ ବିଶେଷ ରାଜନୈତିକ ନୁହେଁ। ତେଣୁ ସୋସିଆଲ ମିଡିଆରେ ଅପରାଜିତାଙ୍କୁ କେନ୍ଦ୍ରକରି ଯାହା ଚର୍ଚ୍ଚା ହେଉଛି, ତାହାର ପ୍ରାୟୋଜକ ହୁଏତ ଅନ୍ୟ କେହି ନିଶ୍ଚୟ।

ବିଜେପିରେ ଅପରାଜିତାଙ୍କ ଆଗରୁ ଆହୁରି କିଛି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଯୋଗଦେଇଛନ୍ତି। ସେମାନେ ଅପରାଜିତାଙ୍କ ଠାରୁ ବରିଷ୍ଠ ଓ ପ୍ରଭାବଶାଳୀ। ତେଣୁ ବିଜେପି ଭିତରେ ହଠାତ ଅପରାଜିତାଙ୍କ ନେତୃତ୍ୱ ଗୋଟେ ପ୍ରକାର ଆଶ୍ଵସ୍ତିକର ପରିସ୍ଥିତି ସୃଷ୍ଟି କରିବା। ସିଧା କେନ୍ଦ୍ରୀୟ ନେତୃତ୍ବର ସୁପାରିଶରେ ଅପରାଜିତାଙ୍କ ଯୋଗଦାନ  ଓଡିଶା ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବଡ ମୁଣ୍ଡବିନ୍ଧାର କାରଣ ହେବ। ଏକଦା ଧର୍ମେନ୍ଦ୍ର ନିଜ ନେତୃତ୍ବ ପାଇଁ କଣ୍ଟା ବୋଲି ମନେ କରୁଥିବା ପ୍ରତାପ ଷଢଙ୍ଗୀ, ଜୁଏଲ ଓରାମ, କନକ ବର୍ଦ୍ଧନ ସିଂଦେଓ ପ୍ରମୁଖଙ୍କୁ କୋଣଠେସା କରିଥିଲେ। ଆଜି ହଠାତ ତାଙ୍କ ନେତୃତ୍ୱ ଜଣେ ବାହାରି- ଅନଭିଜ୍ଞ ଅଧିକାରୀଙ୍କ ଦ୍ଵାରା ଆହ୍ୱାନର ସମ୍ମୁଖୀନ ହେଉଛି। ବିଜେପି ସୋସିଆଲ ମିଡିଆର ପରିଚିତ ମୁହଁ ମାନେ ଯେତେବେଳେ ଅପରାଜିତାଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରଚାର କରୁଛନ୍ତି, ସେତେବେଳେ ଧର୍ମେନ୍ଦ୍ରଙ୍କ ପାଇଁ ଅପରାଜିତା ଗୋଟେ ବଡ ଆତଙ୍କ ତଥା କଣ୍ଟକ ହେବାର ସମ୍ଭାବନା ଅଧିକ।

Categories
ଆଜିର ଖବର

Nasifa Ali detected with cancer

Bollywood actor and former Miss India Nasifa Ali Sodhi has been detected with stage 3 cancer. The 61 year old actor has herself revealed it herself with a picture shot with Sonia Gandhi, on Instagram, in which she said that my friend has wished me to get well. Nasifa was known for her role in films like ‘Barfi’ and ‘Metro’.

Categories
ଆଜିର ଖବର

Kasab was amazed seeing Hindus-Muslims eat together

This was revealed by an ex-commando Asif Mulani who was part of the team probing Kasab case post 26/11 that he was amazed to see that the Hindus and Muslims in the investigating team eating together. That perhaps speaks about the feeling against each other in Pakistani Muslims. ‘ He could not digest that we live here pecaefully’ told Mulani moved by a fit of anger what Kasab did in Mumbai.

Categories
ଆଜିର ଖବର

Neha Dhupia delivers six months after marriage

Happy couple is actor Neha Dhupia and her husband Angan Bedi who were blessed with a baby girl today. Neha and Angan had tied the knot six months back in a haste when they came to know about the conception . The marriage was done in Delhi in last May, reports say.

Categories
ଆଜିର ଖବର

Elsha eats humble-pie by an u-turn over her allegations

Elsha Ghosh, who was in news a couple of days back for taking pot-shot at Odia film director Dilip Panda for alleged misconduct and mental torture, has suddenly gone back on her words saying it all happened in a heat of the moment and not any harassment from Panda. Panda, apparently to douse the fire told that he was angry with Elsha for not focusing on work.

In fact during an event the actress  who is from West Bengal acting in Odia films, had made serious charges against Panda alleging misconduct, harassment and mental torture during making of a film in Odia “tu mo suna chadhai” directed by Panda. She had lambasted at Panda during the event at a hotel and  threatened to sue Panda legally.

Categories
ଆଜିର ଖବର

Relief for Abhijeet Iyer from house committee

Relief at last for the loose-mouth journo AbhijeetIyer Mitra whom the Odisha Assembly has forgiven. Head of the special house committee Narasingha Mishra has informed. Iyet Mitra recently walked into trouble and humiliation because of  his perfidious utterances against the cultural value such as the Sun temple and jibes against legislators of Odisha .

Iyer incurred the wrath of Odias in general when through a video he dared to demean the artifice at the Sun temple but went on to say that the legislators of Odisha and people in general are lacking sense of humour. Iyer in fact had the audacity to interpret his diatribes against the state as humour and paid the price by being behind the bar . However, as regards the legislators, he has got relief by a pardon but it is to be seen what follows for his alleged insulting jokes for which he was facing cases in two police stations, in Bhubaneswar and Konark as well.

Categories
ଆଜିର ଖବର

7000 people in India slide to poverty for healthcare expenses

It is a stark reality on the face of the other extravaganzas that politics plays out more than the reality. In a stunning revelation it says that 6 cr people annually or 7000 people per hour keep coming under poverty line due to the heavy load of healthcare expenses in India. It remains to be seen if Ayushman Bharat yojna can really take care of 50 crore people as touted.

Categories
ଆଜିର ଖବର

Instagram bug scare due to accidental data leak

Reports say that there is an alert that Instagram using its means to inform it’s users about whose passwords were leaked . But that somehow keep the ones unaffected who were not informed. This might have happened in a kind of serious ‘security leak’ as the bug was tied to Instagram’s ‘download your data’ tool. Which happened in April last in wake of European Union’s General Data Protection Regulation.

Categories
ବିଶେଷ ଖବର ସଂସ୍କୃତି

ମର୍ଦ୍ଦଳର ମହାନାୟକ; ଗୁରୁ ବନମାଳୀ ମହାରଣା

କେଦାର ମିଶ୍ର –

କେତେ କେତେ ବାୟକ ଆସିଛନ୍ତି ଓ ଯାଇଛନ୍ତି। ଓଡିଶୀ ସଙ୍ଗୀତର ବିଶାଳ ପରମ୍ପରାରେ ଅନେକ ନାୟକ ଓ ମହାନାୟକଙ୍କ ଭିଡ଼। ହେଲେ ସେ ଭିଡ଼ ଭିତରେ ସବୁଠୁ ଛୋଟିଆ ଲୋକଟି, ସବୁଠୁ ବଡ଼ କାମ କରି ଆଜି ଆମ ଗହଣରୁ ବିଦାୟ ନେଇଛନ୍ତି। ସେ ବନମାଳୀ ମହାରଣା, ଓଡ଼ିଶୀ ମର୍ଦ୍ଦଳର ମହାନାୟକ, ଓଡ଼ିଶୀ ବାଦ୍ୟ ପରମ୍ପରାର ଏକକ ଛତ୍ରପତି, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା, ଓଡ଼ିଶୀ ମର୍ଦ୍ଦଳ ଏକାଡେମୀର ପ୍ରାଣ ପ୍ରତିଷ୍ଠାତା, ଅନନ୍ୟ ଗୁରୁ ଓ ଓଡ଼ିଶୀ ସଙ୍ଗୀତର ଗୁରୁଣାମ ଗୁରୁ। ଅଦ୍ଭୁତ ଯାଦୁକରୀ ଶକ୍ତି ଥିଲା ତାଙ୍କ ହାତରେ। ତାଳର ଛନ୍ଦ ଓ ମାତ୍ରା, ଗୁଣ ଓ ଲୟ ଏବଂ ସବୁକୁ ମିଶାଇ ଏକ ଅପୂର୍ବ ଭାବ ନିର୍ମାଣରେ ତାଙ୍କର ସମକକ୍ଷ ବାଦ୍ୟକାର ଆମ ସମୟରେ ନାହାନ୍ତି। ଓଡ଼ିଶୀ ମର୍ଦ୍ଦଳକୁ ଓଡ଼ିଶୀ ନୃତ୍ୟର ସହଯୋଗୀ ବାଦ୍ୟ ପର୍ଯାୟରୁ ଉନ୍ନୀତ କରି ତାହାକୁ ଏକ ସ୍ଵୟଂ ସମ୍ପୁର୍ଣ୍ଣ ବାଦ୍ୟର ମାନ୍ୟତା ଦେବାରେ ତାଙ୍କର ସବ୍ୟସାଚୀ ଭୂମିକା ରହିଛି। ତାଳର ବ୍ୟାକରଣ ଓ ମର୍ଦ୍ଦଳର ବାଣୀକୁ ବ୍ୟାପକ କରାଇବାରେ ତାଙ୍କର ଐତିହାସିକ ଭୂମିକାକୁ ଏ ଜାତି ଭୁଲି ପାରିବ ନାହିଁ।

ପୁରୀ ଜିଲ୍ଲାର ରଘୁରାଜପୁର, ବନମାଳୀ ମହାରଣାଙ୍କ ଜନ୍ମସ୍ଥାନ। ଏଇ ହେଉଛି ସେ ରଘୁରାଜପୁର ଯିଏ ଆମକୁ ଦେଇଛି କେଳୁଚରଣ ମହାପାତ୍ରଙ୍କୁ। ଦେଇଛି ପଟ୍ଟଚିତ୍ର ଓ ଗୋଟିପୁଅ ନାଚର ପରମ୍ପରା। ୧୬, ମଇ, ୧୯୪୧ରେ ତାଙ୍କର ଜନ୍ମ। ସମ୍ପର୍କୀୟ ଭାଇ କେଳୁଚରଣ ଥିଲେ ତାଙ୍କର ମାର୍ଗଦର୍ଶକ। ଗାଁ’ ରୁ ଆରମ୍ଭ ହୁଏ ବାଜା ବଜେଇବା। ପରେ ଆସନ୍ତି କଟକ। ସେତେବେଳେ ଅନ୍ନପୂର୍ଣ୍ଣା ଥିଏଟରରେ ଛୋଟମୋଟ କାମରେ ସହଯୋଗ କରନ୍ତି। ହାତରେ ଥାଏ କିଛି ଗୋଟେ ବଜାଇବାର ନିଶା। ସୁଯୋଗ ଆସେ, ଯେତେବେଳେ ଥିଏଟରର ମୁଖ୍ୟ ବାଦକ ବେମାର ପଡ଼ନ୍ତି। ସାନପିଲା ବନମାଳୀଙ୍କ ଅଶିଖା ହାତର ଯାଦୁକରୀ ସମସ୍ତଙ୍କୁ ମୁଗ୍ଧ କରେ। ଆସ୍ତେ ଆସ୍ତେ ଅନ୍ନପୂର୍ଣ୍ଣାର ମୁଖ୍ୟ ତାଳ ରଚନାକାର ଭାବରେ ସେ ପ୍ରତିଷ୍ଠା ପାଆନ୍ତି।

ଷାଠିଏ ଦଶକରେ ଓଡିଶୀ ନୃତ୍ୟର ପୁନଃ ପ୍ରତିଷ୍ଠା ବେଳେ ସେ ମହାନ ଗୁରୁ କେଳୁଚରଣ ମହାପାତ୍ରଙ୍କ ସହଯୋଗୀ ଭୂମିକା ତୁଲାଇଥିଲେ। ସେତେବେଳେ କେଳୁବାବୁ ଏବଂ ବନୁବାବୁ ଥିଲେ, ରାମ ଲକ୍ଷ୍ମଣ। ଦୁଇ ଭାଇଙ୍କ ଭିତରେ ଅପୂର୍ବ ସ୍ନେହ, ସଖ୍ୟ, ସହଯୋଗୀତା ଓ ସର୍ଜନଶୀଳ ସମ୍ପର୍କ ରହିଥିଲା। କେଳୁବାବୁଙ୍କ ପ୍ରାୟ ସବୁ ନୃତ୍ୟ ରଚନାରେ ବନମାଳୀ ମହାରଣା ଥିଲେ ତାଙ୍କର ସହଯୋଗୀ। ଯଦିଓ କେଳୁ ବାବୁ ନିଜେ ଜଣେ, ଧୂରୀଣ ମର୍ଦ୍ଦଳ ଶିଳ୍ପୀ ଥିଲେ, ତଥାପି ବନମାଳୀଙ୍କ ଉପରେ ତାଙ୍କର ଆସ୍ଥା ଥିଲା ପ୍ରବଳ।

ସବୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ସଙ୍ଗୀତଶିଳ୍ପୀଙ୍କ ପାଇଁ ବନୁସାର୍ ଥିଲେ ପ୍ରଥମ ପସନ୍ଦର ଶିଳ୍ପୀ। ଯେମିତି ବନୁସାରଙ୍କ ମର୍ଦ୍ଦଳ ନବାଜିଲେ ପାଦ ଚଳିବ ନାହିଁ। ପରବର୍ତ୍ତୀ ସମୟରେ ଓଡ଼ିଶା ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ମର୍ଦ୍ଦଳ ବିଭାଗର ମୁଖ୍ୟ ଭାବରେ ସେ ଯୋଗ ଦିଅନ୍ତି। ଆଜି ଓଡିଶାରେ ଯେତେ ସବୁ ମର୍ଦ୍ଦଳ ବାଦକ, ସମସ୍ତେ ଗୁରୁ ବନମାଳୀଙ୍କ ଶିଷ୍ୟ। ହାତ ଧରି ବହୁ ଶିଷ୍ୟ ପ୍ରଶିଷ୍ୟଙ୍କୁ ସେ ଗଢ଼ିଛନ୍ତି। ବହୁ ଅନୁଷ୍ଠାନ ଓ ଉତ୍ସବର ଆୟୋଜନ କରିଛନ୍ତି। ମର୍ଦ୍ଦଳରେ ଲିଙ୍ଗଭେଦ ଭାଙ୍ଗିଛନ୍ତି। ଖାଲି ଯେ ପୁରୁଷ ବାଦ୍ୟକାର ହେବେ, ଏମିତି ଏକ ପରମ୍ପରାକୁ ଭାଙ୍ଗି ବହୁ ମହିଳା ବାଦ୍ୟଶିଳ୍ପୀଙ୍କୁ ସେ ତାଳବାଦ୍ୟ ଶିଖେଇଛନ୍ତି। ନିଜର ଦୁଇ ନାତୁଣୀଙ୍କୁ ମର୍ଦ୍ଦଳ ବିଦ୍ୟା ଶିଖେଇ ମଞ୍ଚ ପ୍ରବେଶ କରାଇଛନ୍ତି। ଓଡ଼ିଶୀ ନୃତ୍ୟର ବ୍ୟାକରଣରେ ଛନ୍ଦ ଓ ତାଳକୁ ଯୋଡ଼ିବାରେ ତାଙ୍କର ଅବଦାନ ବହୁତ ବେଶୀ।

ଓଡ଼ିଶୀ ମର୍ଦ୍ଦଳର ତାଳ, ମାନ, ଛନ୍ଦ, ମାତ୍ରା, ଖଣ୍ଡି, ଗଡ଼ି, ଅରଷା ଓ ବୃତ୍ତ ନିର୍ମାଣରେ ସେ ଥିଲେ ଅଗ୍ରଗଣ୍ୟ ଗୁରୁ। ଓଡିଶୀ ନୃତ୍ୟର ଆଦିପର୍ବରୁ ଆଜିର ନୂଆ ପିଢ଼ିଙ୍କ ଯାଏଁ ସେ ସମସ୍ତଙ୍କର ପ୍ରିୟ ବନୁସାର୍। ଅନେକଙ୍କ ପାଇଁ ବାପା ବା ଦାଦା। ହେଲେ ସବୁରି ଉପରେ ସେ ମର୍ଦ୍ଦଳର ମହାନାୟକ। ତାଙ୍କ ହାତ ମର୍ଦ୍ଦଳ ଦେହରେ ଲାସ୍ୟ ଓ ତାଣ୍ଡବର ଅପୂର୍ବ ଛଟା ନିର୍ମାଣ କରିବାରେ ସମର୍ଥ ଥିଲା। ବୋଲ୍ ଡାକିବାରେ ତାଙ୍କର ଦକ୍ଷ ଉଚ୍ଚାରଣ ଓ ସ୍ପଷ୍ଟ ଲୟକାରୀ ଶ୍ରୋତାଙ୍କୁ ତଲ୍ଲୀନ କରେ।

ବହୁ ବିଳମ୍ବରେ ୨୦୦୩ ରେ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଗଲା। ବହୁ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ହେଲେ ତାଙ୍କ ଅବଦାନ ଆଗରେ ଯେତେ ବଡ଼ ପୁରସ୍କାର ହେଲେ ବି ଫିକା ପଡ଼ିଯିବ। ବନମାଳୀ ମହାରଣାଙ୍କ ଭଳି ଜଣେ ଜିନିୟସ ଯଦି ପଦ୍ମ ପୁରସ୍କାର ପାଇଲେ ନାହିଁ, ସେଟା ପଦ୍ମ ପୁରସ୍କାରର କ୍ଷତି। ସେ ଆମ ସମୟର ମହାନାୟକ ଓ ତାଙ୍କର ଆକଳନ ଇତିହାସ ନିଶ୍ଚୟ କରିବ।

୧୭, ନଭେମ୍ବର, ସମ୍ ହସ୍ପିଟାଲରେ ଏହି ମହାନ ଗୁରୁଙ୍କର ଦେହାବସାନ ଘଟିଛି।

ଫଟୋ- ଗଣେଶ ସାହୁ

Categories
ଆଜିର ଖବର

‘Gaja’ Wrecks havoc, 20 died so far

In cyclone Gaja related incidents in Tamil Nadu, so far 20 people are reported to have died in the Delta district. Severe cyclonic storm Gaja meanwhile crossed Tamil Nadu coast between Nagapattinam and Vedarnyam between post noon and 2.30 pm.

Categories
ଆଜିର ଖବର

Structure with statue without money from state coffer

After the ambitious project of the prime minister Narendra Modi building the Sardar Patel statue at a cost of Rs.3000 crore, the Karnataka government has one in pipeline, structure of Mother Cauvery but with no money from the State coffer.Land is of the government but investors are  invited to build that structure spread over 200 acres. This project  will boost tourism. To be built at an estimated cost of Rs.1,2000 crore, it will have    two glass-towers, a museum complex providing a bird;s eye view to a reservoir, brand stand etc besides an indoor stadium . But the state government will not spend anything on the project.

Categories
ଆଜିର ଖବର

Farmer drove a burning tractor into lake to save houses

It was a great sport of man who risked his own life to save many more. In Karnataka, in a village, when the man driving tractor loaded with hay with houses on both sides of a narrow road the tractor caught fire after touching an electric wire. Fearing that fire might spread he drove the tractor into a lake and avoided a big damage.

Categories
ଆଜିର ଖବର

Jawa is back & Badshah is happy

It goes without saying that there would be many who could be still nostalgic about the Jawa bike of the 1960s and 1980s when many youngsters  loved  the two wheeler. As a  reappearance the Mahindra & Mahindra has brought back the  popular Jawa brand to India and among the many in India Shahrukh Khan is one who became nostalgic while fondly  recollecting his tryst with Yezdi Jawa in many of his films. ‘Oh! great, grew up on this’ retweeted King Khan to Anand Mihindra’s tweet on the Jawa reincarnation. Known to be quick on twitter Mahindra replied ‘ So get back in the saddle’.

Categories
ଆଜିର ଖବର

PM dares Congress to get non-Gandhi to head it

The prime minister of India Narendra Modi today challenged the democratic norms those govern the Congress party saying that let some one out of the Gandhi family head the party then it can be understood that Pandit Jawaharlal Nehru had created the Congress on a democratic foundation. Let it be at least five years, Modi added while addressing a election rally in Chhattisgarh. The prime minister has questioned the Congress that ket some one say in the four generations family leadership what the party has done.

Categories
ବିଶେଷ ଖବର

ମେକ ଇନ ଓଡିଶା- କେବଳ ଗୋଟିଏ ଦୃଶ୍ୟ

କେଦାର ମିଶ୍ର-

ଗୋଟେ ଫଟୋଗ୍ରାଫର ର ଆଖି ନେଇ ଦେଖିଲେ, ମେକ ଇନ ଓଡିଶା କନକ୍ଲେଭ ରେ ଅସଂଖ୍ୟ ଚିତ୍ର ମିଳିଯିବ। ଗୋଟିଏ ଫ୍ରେମ ରେ ଭାରତର ସବୁ ବଡ ଶିଳ୍ପପତିଙ୍କୁ ଆପଣ ପାଇ ଯାଇପାରନ୍ତି। ସେମିତି ଗୋଟିଏ ଗୋଟିଏ ବିରଳ ଚିତ୍ର ଆପଣଙ୍କୁ ଉତ୍ସାହିତ କରିପାରେ। ସେମିତି ରାଜନୀତି ଓ ଅର୍ଥନୀତିର ପରିସଙ୍ଖ୍ୟାନ କୁ ନେଇ ମଧ୍ୟ ବହୁ ପ୍ରକାର ଚର୍ଚ୍ଚା ଓ ଆଲୋଚନା କରାଯାଇପାରେ। ପୁଞ୍ଜି ବିନିଯୋଗ ଲାଗି ଓଡିଶାରେ ଏତେ ବଡ ଶିଖର ସମ୍ମିଳନୀ ରାଜ୍ୟର ବ୍ରାଣ୍ଡ ତିଆରି ରେ କେତେ ସହାୟକ ହେବ, ରାଜ୍ୟକୁ ଆସୁଥିବା ଶିଲ୍ପପତି ମାନଙ୍କ ଉଦ୍ଦେଶ୍ୟ କଣ- ଏମିତି ବହୁ ପ୍ରଶ୍ନର ଉତ୍ତର ଖୋଜିହେବ। ଏହି ସମ୍ମିଳନୀ ଓ ପ୍ରଦର୍ଶନୀ ଲାଗି ଯେଉଁ ଲକ୍ଷ୍ୟ ଧାର୍ୟ ହୋଇଥିଲା ସେଥିରେ ୬ଟି ପ୍ରଭାଗରେ ଅତି କମ ରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଲଗାଣ ହୋଇପାରେ ବୋଲି ଆଶା କରାଯାଉଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ ୪,୧୯,୫୭୪ କୋଟି ଟଙ୍କା ର ପୁଞ୍ଜି ଲଗାଣ ପ୍ରତିଶ୍ରୁତି ମିଳିଛି ଓ ଏହା ମାଧ୍ୟମରେ ୫.୯୧ ଲକ୍ଷ ରୋଜଗାର ସୃଷ୍ଟି ହୋଇପାରିବ ବୋଲି ସୂଚନା ମିଳିଛି। ଏସବୁ କୁ ନେଇ ଅନେକ ଆଲୋଚନା ସମାଲୋଚନା ହୋଇପାରିବ।

ତେବେ ଏହି ବିଶ୍ଵ ସ୍ତରୀୟ ସମ୍ମିଳନୀରେ ସବୁଠୁ ବଡ ଚିତ୍ରଟି ଥିଲା ନିତାନ୍ତ ସ୍ଥାନୀୟ। ଅମ୍ବାନୀ, ଆଦାନୀ, ବିର୍ଲାଙ୍କ ତୁଳନାରେ ସୁନ୍ଦରଗଡ ଜିଲା ବାଲି ଶଙ୍କରାର ଜୟନ୍ତୀ ଏକ୍କା, ମେକ ଇନ ଓଡିଶାର ସବୁଠୁ ବଡ ଆକର୍ଷଣ ପାଲଟିଗଲେ। ଶହ ଶହ କର୍ପୋରେଟ ଅଧିକାରୀଙ୍କ ଭିତରେ ଜୟନ୍ତୀ ଏକ୍କା ଯେଉଁ ଅର୍ଥନୀତିର ପାଠ ପଢେଇଲେ, ସେଇଟା ବୋଧହୁଏ ସବୁଠୁ ବଡ ଚର୍ଚ୍ଚା ର କାହାଣୀ ହେବା ଉଚିତ। ଯେତେବେଳେ ନିଜର ୧୯ ମିନିଟର ଭାଷଣରେ ଜୟନ୍ତୀ ନିଜର ଛୋଟିଆ ବ୍ୟବସାୟର ଉପଲବ୍ଧି କଥା କହୁଥିଲେ, ସେତେବେଳେ ତାଙ୍କ ମୁହଁ ର ଆତ୍ମା ବିଶ୍ବାସକୁ ଦେଖିବା କଥା। ବୋଧ ହୁଏ ଓଡିଶାର ସବୁଠୁ ବଡ ସଫଳତା ହେଉଛି ସେଇଟା। ସାଧାରଣ ଗ୍ରାମୀଣ ମହିଳାଟିଏ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ- “ ଆପଣଙ୍କୁ ମୋର କଥା ଶୁନବାକେ ପଡବା” ବୋଲି କହୁଛନ୍ତି ଓ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣୁଛନ୍ତି, ସେତେବେଳେ ଆମେ ଗୋଟେ ନୂଆ ଓଡିଶାର ଛବି  କୁ ଦେଖୁଛୁ। ତଥାକଥିତ ପଲ୍ଲୀବଧୂ ର ଜାକିଜୁକି ହୋଇ ରହୁଥିବା ଛବି ଏବେ ବଦଳି ଯାଉଛି ଓ ଏଇ ହେଉଛି ନୂଆ ଓଡିଶାର ଶକ୍ତି। ଓଡିଶାର ଆଦିବାସୀ ମହିଳାଙ୍କ ଭିତରେ ପ୍ରଚଣ୍ଡ ଆତ୍ମ ବିଶ୍ଵାସ ଓ ଶକ୍ତିର ଏହି ଉଦାହରଣ ବିଷୟରେ ଆମେ ସର୍ବାଧିକ ଚର୍ଚ୍ଚା କରିବା ଉଚିତ ହେବ।

ଜୟନ୍ତୀ ଏକ୍କା ନିଜ ଭାଷଣରେ ଯାହା କହିପାରିଲେ, ତାହା କୌଣସି କୋର୍ପୋରେଟ ବିଶେଷଜ୍ଞ ଠାରୁ କମ ନଥିଲା। ନିହାତି ଗରୀବ ପରିବାରରୁ ଆସି ଅଳ୍ପ ପୁଞ୍ଜି ରେ ତଥା ସୀମିତ ସରକାରୀ ସାହାଯ୍ୟରେ ଆତ୍ମନିର୍ଭରଶୀଳ ହେବାର କାହାଣୀ, ଓଡିଶା ଲାଗି ଏକ ସୁନେଲି ଭବିଷ୍ୟତର ସମ୍ଭାବନା ବାର୍ତ୍ତା ଦେଉଛି। ଓଡିଶାରେ କିଛି ହେଉନି, କିଛି ହୋଇ ପାରିବନି ବୋଲି ଯେଉଁ ନକାରାତ୍ମକ ଭାବନା ଟି ରହିଛି, ସେହି ଭାବନା ଉପରେ ଜୟନ୍ତୀ ପ୍ରଚଣ୍ଡ ପ୍ରହାର କରିଛନ୍ତି।

ଜଯନ୍ତୀଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ ତାଙ୍କୁ ଠିଆ ହୋଇ ଅଭିନନ୍ଦନ ଜଣାଇଲେ, ସେଟାକୁ ଆମେ ବଡ ଖବର ଭାବରେ ଦେଖେଇଛୁ। କିନ୍ତୁ ଅସଲ ଖବର ହେଉଛି ଜୟନ୍ତୀ ଓ ତାଙ୍କ ପରି ତାଙ୍କର ହଜାର ହଜାର ସାଙ୍ଗଙ୍କ ସଂଘର୍ଷ। ଗାଁ ଗାଁ ରେ ଗଢିଉଠୁଥିବା ଏହି ଆତ୍ମ ବିଶ୍ବାସର କାହାଣୀ ବିଷୟରେ ଆମେ କେବେ ଚର୍ଚ୍ଚା କରିଥିଲୁ କି? ହୁଏତ ଏହି କନକ୍ଲେଭରେ ଜଯନ୍ତୀଙ୍କ ଅନର୍ଗଳ ଭାଷଣ ଶୁଣି ଆମେ ଟେରା ହୋଇପଡିଲୁ ଓ ତାଙ୍କ ଭାଷଣକୁ ଭାଇରାଲ କରିଦେଲୁ। କିନ୍ତୁ ତା ଆଗରୁ ଜଯନ୍ତୀଙ୍କ ସଫଳତା ଆମ ଦୃଷ୍ଟିରେ ପଡୁନଥିଲା କାହିଁକି ? ଗଣ ମାଧ୍ୟମ ପରିବେଷଣ କରୁଥିବା ଖବରର କେନ୍ଦ୍ରରେ ଜୟନ୍ତୀ ମାନେ ରହିନଥିଲେ କାହିଁକି?

କୋଟି କୋଟି ଟଙ୍କାର ପୁଞ୍ଜି ଲଗାଣ ରେ ଶିଳ୍ପ ତଥା ବ୍ୟବସାୟରେ କିଛି ଚାକିରି ଏବଂ ରାଜସ୍ଵ ହୁଏତ ମିଳିବ। କିନ୍ତୁ ଆମେ ଯଦି ପ୍ରତି ଗାଁ ରେ କିଛି ଜୟନ୍ତୀ ତିଆରି କରିପାରିବା ସେମାନେ ସ୍ଵାଭିମାନ, ଆତ୍ମ ବିଶ୍ଵାସ ଓ ସ୍ଵଦେଶୀ ଶକ୍ତି ନେଇ ଏକ ଭିନ୍ନ ଓଡିଶାର ନିର୍ମାତା ହୋଇପାରିବେ। ତେଣୁ ମେକ ଇନ ଓଡିଶା ଜୟନ୍ତୀ ଏକ୍କା ପାଇଁ ହିଁ ସଫଳ। ଜୟନ୍ତୀ ଏକ୍କା ଆଜିର ଓ ଆଗାମୀ ଓଡିଶାର ସବୁଠୁ ବଡ ସମ୍ଭାବନା।

Categories
ଆଜିର ଖବର

Bollywood duos in wedding spree, Arjun may go for Malaika

There is a chain of events in the Bollywood when many duos from the tinsel world one after other come out to make their unheard of courtships public. After the much trumpeted affairs between Priyanka Chopra and Nick Joan of US, who later got engaged, the Deepveer (Dipika Padukone-Ranveer Singh) wedding has nearly global with one of the most expensive wedding rings in Deepika’s finger assessed more expensive that the marriage reports suggest.

Second in the waiting the wedding of Prick (Prinyanka-Nick) to be done in December this year which is assumed to another hideous show-case extravaganza in the offing.Meanwhile, there are gossips in the cine circle that Arjun Kapoor and Malaika Arora are very fascinated at each other and a wedding event is on the cards. What is amusing that the couples in discussion had so far maintained a secrecy escaping thread-bare from the ever snooping Bollywood media.

Categories
ଆଜିର ଖବର

Assembly stalled over Brahma Bibhrat

The first day of the winter session of the State Assembly was adjourned for the day following a ruckus created by the Congress party over the fresh controversy surrounding Brahma Bibhrat . The Congress legislators have alleged that the government is trying whitewash the truth and suppress the facts which led to such violations during Nabakalebara.

Categories
ଆଜିର ଖବର

Pune police expose Maoist plot to assassinate PM

Pune police has come out with revelations regarding a design by the Maoists to assassinate the prime minister Narendra Modi. The findings hint at the plans by the ultras to procure huge stock of arms to wage a war against the country, the Pune police made the disclosure in its charge sheet in the Elgar Parishad case which was filed on Thursday.

Categories
ଆଜିର ଖବର

Naidu’s no to monopolization of CBI by the centre

The chief minister of Andhra Pradesh Chandrababu Naidu strongly positioning himself against the alleged misuse of the Central Bureau of Investigation(CBI) has straight told the union government that the latter has no power to deploy the CBI in Andhra Pradesh without the consent of the State government. Naidu has allegedly told that the Centre is misusing the agency to serve it’s own purpose but in Andhra this will not be allowed any more.