ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଏବଂ ନିକଟବର୍ତ୍ତୀ ଅଂଚଳରେ ପ୍ରବଳ ବର୍ଷା କାରଣରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ, ବିଗତ 24 ଘଣ୍ଟା ମଧ୍ୟରେ ମୁମ୍ବାଇରେ ପ୍ରାୟ 180 ମିଲିମିଟର ବର୍ଷା ହୋଇଛି । ମୁମ୍ବାଇର ବଦଲାପୁର ନିକଟରେ ମହାଲକ୍ଷ୍ମୀ ଏକ୍ସପ୍ରେସ୍ ଟ୍ରେନ ଜଳବନ୍ଦୀ ହୋଇ ଫସି ରହିଛି । ଏହି ଟ୍ରେନରେ ପାଖାପାଖି 700 ଯାତ୍ରୀ ଉପସ୍ଥିତ ଅଛନ୍ତି । ସେମାନେ ଏବେ ଜଳବନ୍ଦୀ ହୋଇ ରହିଛନ୍ତି । ଏନଡିଆରଏଫ ଟିମ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଁଚିଛି । ରେଲୱେ ସୁରକ୍ଷାବାହିନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଁଚିଛନ୍ତି । ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ 3 ଟି ନୌକା ପଠାଯାଇଛି । ଏହା ସହ ଟ୍ରେନରୁ ନଓହ୍ଲାଇବା ପାଇଁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଛି । ଏନେଇ ରେଳବାଇ ପକ୍ଷରୁ ଏକ ଟ୍ବିଟ୍ କରାଯାଇଛି ।
Author: Samikhsya Bureau
ବହୁ ଚର୍ଚ୍ଚିତ ସାରଥି ବାବାଙ୍କ କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଲାଗିଛି । ଏହାସହ ସାରଥିଙ୍କ ଗତିବିଧି ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ନଜର ରଖିବ । ଆଜି ଆତ୍ମଘୋଷିତ ବାବା ସାରଥିଙ୍କ କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର 4 ଜଣିଆ ଏକ ଟିମ ପହଂଚିଛି । ଆଶ୍ରମକୁ ଅନଧିକୃତ ପ୍ରବେଶ ବାରଣ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ଲାଗିଛି । କେବଳ ଇଡି ନୁହେଁ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ମାମଲାରେ ନଜର ରଖିଛି । ଯଦି ସେ ହାଇକୋର୍ଟରେ ରଖାଯାଇଥିବା କୋଣସି ସର୍ତ୍ତକୁ ଉଲଂଘନ କରନ୍ତି ତେବେ ଏହି ଦାୟିତ୍ୱରେ ଥିବା ଅଧିକାରୀ ବିଭାଗର ପରାମର୍ଶ ନେଇ ପଦକ୍ଷେପ ନେବେ । ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଚାରି ବର୍ଷ ପରେ ସାରଥୀ ଜେଲ୍ରୁ ମୁକୁଳିଛନ୍ତି ।
ଜମ୍ମୁ କାଶ୍ମୀରର ସୋପିଆଁରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଶନିବାର ସକାଳୁ ଏହି ସଂଘର୍ଷ ସଙ୍ଗଠିତ ହୋଇଥିଲା । ଦକ୍ଷିଣ କାଶ୍ମୀରର ବୋନ୍ ବଜାର ଅଞ୍ଚଳରେ ଶନିବାର ସକାଳୁ ସର୍ଚ୍ଚ ଅପରେସନ୍ କରାଯାଉଥିବା ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଉଭୟ ପକ୍ଷ ପକ୍ଷରୁ ଗୁଳିଚାଳନା ଜାରି ରହିଥିବା ବେଳେ କୌଣସି ସୁରକ୍ଷା ବଳ ଅଧିକାରୀ କିମ୍ବା ଆତଙ୍କବାଦୀ ନିହତ ହୋଇନାହାନ୍ତି । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ଚାଳନା ଜାରି ରହିଥିବା ବେଳେ ବୋନ୍ ବଜାରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ।
ରଙ୍ଗାଚରଣ ପ୍ରଧାନ ଆମ ଦେଶପ୍ରେମୀ ମନ ଆମକୁ ଯେତେ ବାଧ୍ୟ କରୁ ପଛେ, ଆମେ କେମିତ ସେହି ଜିଭକୁ ବିଶ୍ବାସ କରିବା କୁହନ୍ତୁ, ଯିଏ କହିପାରେ ଯେ ୬୦୦ କୋଟି ଲୋକ ତାକୁ ଭୋଟ ଦେଇ ଜିତାଇଛନ୍ତି। ଟ୍ରମ୍ପ ସଙ୍ଗେ କଥା ହେବା ବେଳେ ତା’ ତୁଣ୍ଡ ଯେ କାହିଁକି ଥରୁଟିଏ କୁତୁଣ୍ଡ ନ ହୋଇଥିବ ? ମୋଦୀଙ୍କ ଭାଷଣରେ ଓଲଟପାଲଟ ତଥ୍ୟ ସହିତ ଆମେ ଭାରତୀୟମାନେ ସିନା ଅଭ୍ୟସ୍ତ ହୋଇଗଲାଣୁ, କିନ୍ତୁ ଯଦି ମୋଦୀ ସତରେ ଟ୍ରମ୍ପଙ୍କୁ କାଶ୍ମୀର ମାମଲାରେ ହସ୍ତକ୍ଷେପ କରିବାକୁ କହିଥିବେ, ଟ୍ରମ୍ପ କାହିଁକି ସେ ସୁଯୋଗକୁ ହାତଛଡା କରିବେ ? ସେ କ’ଣ ଭାରତୀୟ ମିଡିଆକୁ ଖାତିର କରନ୍ତି କି ? ଅବଶ୍ୟ ଦୈବାତ୍ କେତେବେଳେ କେମିତି ନିଜ ଦେଶ ଭିତର ଲୋକଙ୍କୁ ଭାଷଣ ଶୁଣାଇବା ବେଳେ ତୁଣ୍ଡ ଲେଉଟି ଯିବା ଏକ ଅଲଗା କଥା । କିନ୍ତୁ ଏକ ରାଷ୍ଟ୍ରମୁଖ୍ୟ ସହ , ସେ…
ଅର୍ଥ ହେରଫେର ମାମଲାରେ ବ୍ୟବସାୟୀ ସାନା ସତୀଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଅର୍ଥ ହେରଫେର ମାମଲାରେ ସତୀଶ ବାବୁଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଦିଲ୍ଳୀରୁ ଗିରଫ କରାଯାଇଛି । ବିବାଦୀୟ ମାଂସ ରପ୍ତାନୀକାରୀ ମୋଇନ୍ କ୍ୟୁରେଶୀ ଅର୍ଥ ହେରଫେର ମାମଲାରେ ଏହି ଗିରଫଦାରୀ କରାଯାଇଥିବା ନେଇ ପ୍ରବର୍ତ୍ତନ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି । ଏହି ମାମଲାର ସାକ୍ଷୀ ରହିଥିବା ସତୀଶଙ୍କୁ ଅନ୍ୟତମ ଅଭିଯୁକ୍ତ ଭାବରେ ଗିରଫ କରାଯାଇଛି । ଗତକାଲି ସତୀଶ ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ସାକ୍ଷ୍ୟ ପ୍ରଦାନ ନିମନ୍ତେ ଯାଇଥିଲେ । ତଦନ୍ତରେ ଅସହଯୋଗ ନିମନ୍ତେ ବାବୁଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଆଜି ସତୀଶଙ୍କୁ ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ ଏବଂ ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି । ଏକ ବର୍ଷ ପୂର୍ବରୁ ସିବିଆଇର ଉପ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ନାମରେ 2 କୋଟି…
କେଦାର ମିଶ୍ର ୨୨ ମାର୍ଚ୍ଚ, ୧୯୬୨ ମସିହା, କଟକର କ୍ୟାପିଟାଲ୍ ସିନେମା ରେ ରିଲିଜ୍ ହୁଏ ସିନେମା “ଲକ୍ଷ୍ମୀ” । ବାଳକୃଷ୍ଣ ଦାଶଂକ ସଂଗୀତ ନିର୍ଦ୍ଦେଶନା ରେ ସେଥିରେ ଥିଲା ଜଣେ ନୂଆ ଓ ତରୁଣ ଗାୟକଂକର ଦୁଇଟି ଗୀତ ।“ ଆରତ ସୁରେ ବାରେ କରେ ମିନତିରେ, ଚକା ନୟନ ଚାହାଁ ମାଗେ ମାଗୁଣୀ ରେ….” ଜଣେ ଅନ୍ଧ ଭିକାରୀ କଣ୍ଠରେ ଦରଦ ଭରା ଏକ ପ୍ରାର୍ଥନା ଓ ଆରଟି “ବାରିଦରେ ଯା’ ନା ତୁ… “ ଏକ ରୋମାଣ୍ଟିକ୍ ଭାବର ଗୀତ । ସେ ଗୀତ ଦୁଇଟି ଓଡିଶାର ଅଗଣିତ ଶ୍ରୋତା ଓ ଦର୍ଶକଂକୁ ସେତେବେଳେ ପାଗଳ କରିଥିଲା। ସେହି ଗୀତ ଦୁଇଟି ସହ ଓଡିଆ ସଂଗୀତ ଆକାଶରେ ଏକ ତାରକାର ଉଦୟ ହୋଇଥିଲା, ଯାହାର ବିଲୟ ଆଉ ହୋଇନାହିଁ। ନିଜ କଂଠର ମାଦକତା ଓ ମଧୁରତା ରେ ପଚାଶ ବର୍ଷ ଧରି ଓଡିଆ ଦର୍ଶକଂକ ମନକୁ ବାନ୍ଧିରଖିଥିବା…
ପୋଖରୀପୁଟ ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲ୍ରେ ବିଜୟ ଦିବସ ପାଳିତ ହୋଇଯାଇଛି। ୧୯୯୯ କାର୍ଗିଲ୍ ଯୁଦ୍ଧର ବୀର ଯବାନ ମାନଙ୍କ ତ୍ୟାଗ ଓ ବଳିଦାନର ସ୍ମୃତିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଜ୍ଜିବୀତ କରାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଏନ୍ସିସି, ସ୍କାଉଟ୍ ଏବଂ ଗାଇଡ୍ ପକ୍ଷରୁ ଅମର ଯବାନଙ୍କୁ ଗାର୍ଡ୍ ଅଫ୍ ଅନର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ନୀରିକ୍ଷକ ଶିତିକଣ୍ଠ ପତି ବିଦ୍ୟାର୍ଥୀ ମାନେ ସ୍ବାର୍ଥତ୍ୟାଗ ପୂର୍ବକ ଜାତି ପ୍ରୀତିଭାବ ସଞ୍ଚାର ନିମନ୍ତେ ଆହ୍ବାନ ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦୁଇ ମିନିଟ୍ ଧରି ନୀରବ ପ୍ରାର୍ଥନା କରାଯାଇଥିଲା। ଏନ୍ସିସିର ବିଭାଗୀୟ ଅଫିସର ପି ଏସ୍ ରାଓଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏହାପରେ ଏନ୍ସିସିର ସଙ୍ଗୀତ ହମ୍ ସବ୍ ଭାରତୀୟ ହୈ ଗାନ କରାଯାଇଥିଲା। ଅଷ୍ଟମ ଶ୍ରେଣୀର ଛାତ୍ର ଦୀପାନ୍ବିତା ମିଶ୍ର ବିଜୟ ଦିବସର ମହତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ନବମ ଶ୍ରେଣୀ ଛାତ୍ରୀ ସୁଦ୍ଧୃତି…
ଲୋକସଭାରେ ମହିଳା ସାଂସଦ ତଥା ଅଧ୍ୟକ୍ଷ ରମା ଦେବୀଙ୍କ ବିପକ୍ଷରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ଆଜମ୍ ଖାନ୍ଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ସୁଷମା ସ୍ବରାଜ । ଆଜମ୍ ଖାନ୍ଙ୍କ ମାନସିକ ବିକୃତି ଘଟିଛି ଯାହା ଫଳରେ ଏପରି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଛନ୍ତି ବୋଲି ସ୍ବରାଜ କହିଛନ୍ତି । ଏହା ସହିତ ଆଜମ୍ ଖାନ୍ଙ୍କ ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସୁଷମା । ସୂଚନାଯୋଗ୍ୟ ଯେ, ଗୁରୁବାର ଲୋକସଭାର ପ୍ରଶ୍ନୋତ୍ତର କାର୍ଯ୍ୟକାଳ ସମୟରେ ବିହାର ସାଂସଦ ରମା ଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିଲେ ଆଜମ୍ ଖାନ୍ । ଆଜମ୍ଙ୍କ ମନ୍ତବ୍ୟ ପରେ ଶୁକ୍ରବାର ମହିଳା ସାଂସଦ ମାନେ ଆଜମ୍ଙ୍କ କ୍ଷମା ପ୍ରାର୍ଥନା ଏବଂ ନିଲମ୍ବନ ଦାବି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ସ୍ମୃତି ଇରାନୀ ଏବଂ ନିର୍ମଳା ସୀତାରମଣ ଆଜମ୍ଙ୍କ କ୍ଷମା ପ୍ରାର୍ଥନା ଦାବି କରିବା ସହିତ ସଂସଦରୁ ନିଲମ୍ବନ ଦାବି କରିଛନ୍ତି…
ବିଜେପି ସଭାପତି ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନବଗଠିତ କର୍ଣ୍ଣାଟକ ସରକାରକୁ ଶୁଭେଚ୍ଛା ଜଣାଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବି ଏସ୍ ୟେଦ୍ୟୁରପ୍ପାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାହା । ୟେଦ୍ୟୁରପ୍ପାଙ୍କ ନେତୃତ୍ବ ଏବଂ ମୋଦିଙ୍କ ତତ୍ତ୍ବାବଧାନରେ ବିଜେପି କର୍ଣ୍ଣାଟକରେ ଏକ ସଶକ୍ତ ଏବଂ ବିକାଶମୂଳକ ସରକାର ପ୍ରଦାନ କରିବ ବୋଲି ଶାହା ପ୍ରକାଶ କରିଛନ୍ତି । କର୍ଣ୍ଣାଟକ ଲୋକଙ୍କ ଆଶା ପୂରଣ କରିବାର ସମସ୍ତ ଉଦ୍ୟମ ସରକାରଙ୍କ ପକ୍ଷରୁ କରାଯିବ ବୋଲି ଶାହା କହିଛନ୍ତି । କର୍ଣ୍ଣାଟକର ଚାଷୀ ମାନଙ୍କ ସମସ୍ୟା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଶାହା ପ୍ରକାଶ କରିଛନ୍ତି । ଅନ୍ୟତମ ବିଜେପି ନେତା ତଥା ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ମଧ୍ୟ ୟେଦ୍ୟୁରପ୍ପାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ୍ ସରକାର ଅନ୍ତରୀଣ ବିବାଦ ଯୋଗୁଁ ଭୁଷୁଡିଲା ଏବଂ ବିଜେପି ଏକ ସ୍ଥିର ସରକାର ପ୍ରଦାନ…
ଭୂକମ୍ପପ୍ରବଣ ଫିଲିପାଇନ୍ସରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ସଙ୍ଗଠିତ ହୋଇଛି । ଏହି ଭୂମିକମ୍ପରେ ଅନ୍ୟୁନ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12ଜଣ ଆହତ ହୋଇଛନ୍ତି । ଶନିବାର ଅନୁଷ୍ଠିତ ଭୂମିକମ୍ପଟି ଫିଲିପାଇନ୍ସର ଉତ୍ତର ଭାଗ ଲୁଜୋନ୍ ଷ୍ଟ୍ରେଟ୍ରେ ଅନୁଭୂତ ହୋଇଥିଲା । ପ୍ରଥମ ଥର ହୋଇଥିବା ଭୂକମ୍ପରେ 5 ଜଣ ନିହତ ହୋଇଥିବା ବେଳେ ଦ୍ବିତୀୟ ଥର ଅନୁଭୂତ ଭୂକମ୍ପରେ 2 ଜଣ ନିହତ ହୋଇଥିଲେ । ପୁରାତନ କୋଠା ଗୁଡିକ ଏହି ଭୂକମ୍ପରେ ଭୁଷୁଡି ପଡିଥିବା ବେଳେ ଏହା ତଳେ ଅନେକ ଲୋକ ଫସି ରହିଛନ୍ତି । ପ୍ରଥମ ଭୂକମ୍ପର ତୀବ୍ରତା 5.9 ରହିଥିବା ବେଳେ ଦ୍ବିତୀୟ ଭୂକମ୍ପର ତୀବ୍ରତା 6.4 ରହିଥିଲା । ଫିଲିପାଇନ୍ସ ସରକାରଙ୍କ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 2800 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।
ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଅବପାତ ଲଘୁଚାପର ରୂପ ନେଇ ବିଗତ ତିନି ଦିନ ଧରି ପ୍ରବଳ ବର୍ଷା ହୋଇଛି । ଗତକାଲି ଠାରୁ ମୌସୁମୀ ପୁଣି ସକ୍ରିୟ ହୋଇ ଉଠିଛି । ମନସୁନ ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ବିଶେଷ କରି ଉତର ଓଡିଶାରେ ଏହାର ପ୍ରଭାବ ଅଧିକ ରହିବ । ଆହୁରି ଦୁଇ ଦିନ ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ବର୍ଷା ପ୍ରଭାବରେ ଆଜି ଉତ୍ତର ଏବଂ ଉପକୂଳ ଓଡିଶାରେ ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି ।
ସମୀକ୍ଷା ବ୍ୟୁରୋ ରାଜ୍ୟର ସମସ୍ତ 114 ଟି ପୌରାଞ୍ଚଳରେ ନିର୍ମାଣ ହେବ ସ୍ମାର୍ଟ ପାର୍କ। ଲୋକଙ୍କ ଅବସର ବିନୋଦନ ପାଇଁ ଏହି ପାର୍କ ନିର୍ମାଣ କରାଯିବ। ସେଥିପାଇଁ ଚଳିତ ବଜେଟରେ ସରକାର ଅନୁଦାନର ବ୍ୟବସ୍ଥା କରିଛନ୍ତି। ସେହିପରି ଶବ ସତ୍କାର ପାଇଁ ମଧ୍ୟ ପ୍ରତି ପୌରାଞ୍ଚଳରେ ଉନ୍ନତମାନର ଶ୍ମଶାନ ନିର୍ମାଣ କରାଯିବ। ଏଥିପାଇଁ ବଜେଟରେ 370 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ବିଧାନସଭାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବିଭାଗର ଖର୍ଚ୍ଚ ଦାବୀ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଏଥିରେ ପୌରାଞ୍ଚଳରେ ଥିବା 18 ଲକ୍ଷ ବସ୍ତି ବାସିନ୍ଦାଙ୍କ ପାଇଁ ଜାଗା ମିଶନ ଯୋଜନା ବାବଦକୁ 100 କୋଟି ଟଙ୍କା ରଖାଯାଇଛି। ସେହିପରି ସଡକ ଆଲୋକୀକରଣ ପ୍ରକଳ୍ପ ପାଇଁ 786 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସହରାଞ୍ଚଳର ପରିବେଶ ତଥା ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ…
ବିଜେଡ଼ିର ଦୁଇ ରାଜ୍ୟସଭା ସାଂସଦଙ୍କୁ ନୂଆ ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସଭାରେ ମୁଖ୍ୟ ସଚେତକ ଭାବେ ସସ୍ମିତ ପାତ୍ର ନିଯୁକ୍ତ ଦିଆଯାଇଥିବାବେଳେ ଅମର ପଟ୍ଟନାୟକଙ୍କୁ ବିଜେଡ଼ି ପାର୍ଲାମେଣ୍ଟ ପାର୍ଟି ଅଫିସ୍ର ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି । ଅମର ପଟ୍ଟନାୟକ ସୌମ୍ୟ ପଟ୍ଟନାୟକ ସ୍ଥାନ ରେ ରାଜ୍ୟସଭା କୁ ଯାଇଥିବାବେଳେ ପ୍ରତାପ ଦେବଙ୍କ ସ୍ଥାନ ରେ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାର ସଦ୍ୟସ ହୋଇଛନ୍ତି |
ରାଜ୍ୟରେ ଓଏସଏସ୍ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି । ଶରତ ଚନ୍ଦ୍ର ମିଶ୍ର ହେଲେ ନୂଆ ଚକବନ୍ଦୀ କମିଶନର । ଅଶ୍ବିନୀ କୁମାର ମିଶ୍ର ହେଲେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ । ମଧୁସୂଦନ ମିଶ୍ର ହେଲେ ମାର୍କଫେଡ ଏମ୍ଡି। ରାଜେନ୍ଦ୍ର ପଟ୍ଟନାୟକ ହେଲେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ । ଅବନୀକାନ୍ତ ପଟ୍ଟନାୟକ ହେଲେ ବିଏମ୍ସି ଯୁଗ୍ମ କମିଶନର । ଅଶୋକ ନାୟକ ହେଲେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ।
ବଲିଉଡ ଅଭିନେତା ଅକ୍ଷୟ କୁମାର ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଅଗଷ୍ଟ ୧୫ରେ ଅକ୍ଷୟଙ୍କ ‘ମିଶନ୍ ମଙ୍ଗଲ୍’ ରିଲିଜ୍ ହେବାକୁ ରହିଛି । ଏହି ଫିଲ୍ମର ଜବରଦସ୍ତ ଟ୍ରେଲର୍ ଆସିଥିବାବେଳେ ଅକ୍ଷୟଙ୍କର ଆଉ ଏକ ଫିଲ୍ମର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏହି ଲୁକରେ ଅକ୍ଷୟଙ୍କୁ ଚିହ୍ନିବା ଏବେ ମୁସ୍କିଲ ହୋଇ ପଡିଛି । ଅକ୍ଷୟ କୁମାର ଗଳାରେ ମୋଟା ଚେନ, କଳା ଲୁଙ୍ଗି ପିନ୍ଧିଛନ୍ତି । ତାଙ୍କ ମଥାରେ ଚନ୍ଦନ ଟିକା ଲାଗିଛି। ସେ ବଚ୍ଚନ ପାଣ୍ଡେର ପ୍ରଥମ ଲୁକ ସେୟାର କରି ଲେଖିଛନ୍ତି କି, ସାଜିଦ ନାଡିଆଦାଓ୍ବାଲାଙ୍କ ଆଗାମୀ ଫିଲ୍ମ, ଫରହାଦ ସାମଜୀଙ୍କ ନିର୍ଦ୍ଦେଶନାରେ ବଚ୍ଚନ ପାଣ୍ଡେ ହୋଇ ୨୦୨୦ର କ୍ରିଶମାସ୍ ରେ ଆସୁଛି ।
ଭାରତୀୟ ବ୍ୟାଡମିଣ୍ଟନ ତାରକା ବି ସାଇ ପ୍ରଣୀଥ୍ ଜାପାନ ଓପନ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ଇଣ୍ଡୋନେସିଆର ଟମି ସୁଗିଆର୍ଟୋଙ୍କୁ ପରାସ୍ତ କରି ସେମି ଫାଇନାଲ୍ରେ ପହଞ୍ଚିଛନ୍ତି । ସୁଗିଆର୍ଟୋଙ୍କୁ ୨୧-୧୨ ଏବଂ ୨୧-୧୫ରେ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି ସାଇ । ସେମିରେ ସାଇ ପ୍ରଣୀଥ୍ ଟପ୍ ସିଡ୍ କେଣ୍ଟୋ ମୋମୋଟାଙ୍କୁ ଭେଟିବେ । ବି ସାଇ ପ୍ରଣୀଥ୍ ଏହି ମ୍ୟାଚ୍କୁ ମାତ୍ର ୩୬ ମିନିଟ୍ ସମୟ ନେଇ ବିଜୟୀ ହୋଇଥିଲେ । ପ୍ରଥମ ସେଟ୍ରେ ସାଇ ପ୍ରଣୀଥ୍ ସହଜରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ସେଟ୍ରେ ୧୮-୧୫ ସ୍ଥିତିରୁ କ୍ରମାଗତ ତିନ ବ୍ରେକ୍ ପଏଣ୍ଟ ସହିତ ମ୍ୟାଚ୍ରେ ବିଜୟୀ ହୋଇଥିଲେ ।
ରାଜ୍ୟରେ ମରୁଡ଼ି ଆଶଙ୍କା। ଦୁଇ ଦିନରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବାକୁ ଯାଉଛି। ବର୍ଷା ଅଭାବ ଜନିତ ଚାଷ ନେଇ ବିଧାନସଭାରେ ମନ୍ତ୍ରୀ ବିବୃତ୍ତି ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି। ସୁଦାମ ମାରାଣ୍ଡି କହିଛନ୍ତି ଯେ, ରାଜ୍ୟରେ କେବଳ ୫ଟି ଜିଲ୍ଲାରେ ସ୍ଵାଭାବିକ ବର୍ଷା ହୋଇଥିବା ବେଳେ ୨୫ଟି ଜିଲ୍ଲାରେ କମ ବର୍ଷା ହୋଇଛି। ୩୧୪ ବ୍ଲକରୁ ୨୩୫ ବ୍ଲକରେ ସ୍ଵାଭାବିକଠୁ କମ ବର୍ଷା ହୋଇଛି। ମାତ୍ର ୭୯ଟି ବ୍ଲକରେ ସ୍ଵାଭାବିକ ବର୍ଷା ହୋଇଛି। ୨୧ଟି ବ୍ଲକରେ ସ୍ଵାଭାବିକଠାର ୫୯ ପ୍ରତିଶତ କମ୍ ବର୍ଷା ହୋଇଛି। ଫଳରେ ରାଜ୍ୟରେ ସ୍ଥିତି ସଙ୍ଗୀନ ହେବାକୁ ଯାଉଛି। ଦୁଇ ଦିନ ମଧ୍ୟରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବ ବୋଲି ମନ୍ତ୍ରୀ କହିଛନ୍ତି। ଲଘୁଚାପ ହୋଇଥିବାରୁ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ପଟେ ମୌସୁମୀ ଜନିତ ବର୍ଷା ଅଭାବରୁ ନଦୀ, ନାଳ, ବ୍ୟାରେଜରେ ଜଳ ପ୍ରବାହ ଆଶାନୁରୂପ ହୋଇନି। ବର୍ଷା…
କର୍ଣ୍ଣାଟକରେ ୟେଦୁ ସରକାର । ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଏସ୍ ୟେଦ୍ୟୁରପ୍ପା । ରାଜଭବନ ପରିସରରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବଜୁ ଭାଇ ବାଲା । ଗତ ମଙ୍ଗଳବାର ଦିନ କର୍ଣ୍ଣାଟକରେ ଥିବା ଜେଡିଏସ୍-କଂଗ୍ରେସର ମେଣ୍ଟ ସରକାର ଆସ୍ଥା ଭୋଟରେ ହାରିବା ପରେ ବିଜେପି ପୁଣି ଥରେ ରାଜ୍ୟରେ ସରକାର ଗଢିଛି । ଏବେ ବିଜେପି ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି। ଏହା ପରେ ଜୁଲାଇ ୩୧ରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ୟେଦୁ ସରକାର ।
କର୍ଣ୍ଣାଟକରେ ବିଜେପି ଅଧ୍ୟକ୍ଷ ବିଏସ୍ ୟେଦ୍ୟୁରପ୍ପା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହି ସମୟରେ ୟେଦ୍ୟୁରପ୍ପା ତାଙ୍କ ନିଜ ନାମର ବନାନରେ କିଛି ପରିବର୍ତ୍ତନ କରିଛନ୍ତି । ନିଜ ନାମରେ ଥିବା ଡବଲ୍ ଡିରୁ ଗୋଟିଏ ଡି ହଟାଇ ସେଥିରେ ଆଇ ଯୋଗ କରିଛନ୍ତି । ଆଜି ମଧ୍ୟ ୟେଦ୍ୟୁରପ୍ପା ‘Yeddyurappa’ ବଦଳରେ Yediyurappaରେ ଶପଥ ନେବେ । ଟୁଇଟର ପେଜ୍ରେ ମଧ୍ୟ ୟେଦ୍ୟୁରପ୍ପା ମଧ୍ୟ ନିଜ ନାମର ବନାନରେ ପରିବର୍ତ୍ତନ କରିଛନ୍ତି । ଆଜି ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାପୂର୍ବରୁ ସେ ଭାଜପା କାର୍ଯ୍ୟାଳୟ ଗସ୍ତ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆସ୍ଥା ଭୋଟରେ ୧୦୫ ଖଣ୍ଡ ଭୋଟ ପାଇ ଜିତିଥିବା ଭାଜପା ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ସ୍ଥିର କରିଛି ।
ରାଜ୍ୟସଭାରେ ଆଗତ ହେଉଥିବା ସମସ୍ତ ବିଲ୍ ଗୁଡିକ ଉପରେ ଆଲୋଚନା ହେଉନଥିବା ଅଭିଯୋଗ କରି ୧୭ ବିରୋଧୀ ଦଳର ନେତା ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କୁ ଏକ ପତ୍ର ଲେଖିଛନ୍ତି। ୧୭ ରାଜନୈତିକ ଦଳ ପକ୍ଷରୁ ଏକତ୍ର ଦସ୍ତଖତ କରାଯାଇଛି। ଦସ୍ତଖତ କରିଥିବା ୧୭ ରାଜନୈତିକ ଦଳ ମଧ୍ୟରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ବହୁଜନ ସମାଜ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ତେଲୁଗୁ ଦେଶମ ପାର୍ଟି, ସିପିଆଇ ଏବଂ ସିପିଆଇଏମ୍ର ମୁଖ୍ୟଙ୍କ ଦସ୍ତଖତ ରହିଛି। ୧୪ ତମ ଲୋକସଭାରେ ୬୦ ପ୍ରତିଶତ ବିଲ୍ ଉପରେ ସର୍ବଦଳୀୟ ଆଲୋଚନା ହୋଇଥିବା ବେଳେ ୧୫ ତମ ଲୋକସଭାରେ ୭୧ ପ୍ରତିଶତ ବିଲ୍ ଉପରେ ଆଲୋଚନା କରାଯାଇଥିଲା। ମାତ୍ର ଚଳିତ ଲୋକସଭାରେ ୧୪ଟି ବିଲ୍ ପାରିତ ହୋଇ ଯାଇଥିଲେ ମଧ୍ୟ ମାତ୍ର ୨୬ ପ୍ରତିଶତ ବିଲ୍ ଉପରେ ଆଲୋଚନା କରାଯାଇଛି। ଏହି ଘଟଣା ଉପରେ ଏକ ସର୍ବଦଳୀୟ ବୈଠକ…
ସମୀକ୍ଷା ବ୍ୟୁରୋ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଶପଥ ନେବା ପରେ ଆରମ୍ଭ କରିଛନ୍ତି ପ୍ରଶାସନିକ ସଂସ୍କାର। ପ୍ରଥମ ପଦକ୍ଷେପ ସ୍ବରୂପ ସେ ନିଜର ରାଜ୍ୟପାଳ ପଦବୀ ଆଡୁ ସଂସ୍କାର ଆରମ୍ଭ କରିଛନ୍ତି। ରାଜ୍ୟପାଳଙ୍କ ନାମ ପୂର୍ବରୁ “ହିଜ୍ ଏକ୍ସଲେନସି” ବା “ମହାମହିମ” ଶଦ୍ଦ ପ୍ରୟୋଗକୁ ବନ୍ଦ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ବିଶ୍ବଭୂଷଣଙ୍କ ହିସାବରେ ଏହି ଶଦ୍ଦଟି ହେଉଛି ଇଂରେଜ ଅମଳର ଶଦ୍ଦ। ସେତେବେଳେ ଇଂରେଜ ଗଭର୍ଣ୍ଣରମାନଙ୍କୁ ଖୁସି କରିବା ପାଇଁ ଏହି ଶବ୍ଦର ପ୍ରୟୋଗ କରାଯାଉଥିଲା। ବର୍ତ୍ତମାନ ସ୍ବାଧୀନ ଭାରତରେ ଏପରି ଶଦ୍ଦର ଆବଶ୍ୟକତା ନାହିଁ ବୋଲି ବିଶ୍ବଭୂଷଣ ସରକାରଙ୍କୁ ଜଣାଇଛନ୍ତି। ସେଥିପାଇଁ ତାଙ୍କୁ କେହି ବି “ହିଜ୍ ଏକ୍ସିଲାନସି” ଶଦ୍ଦ ଉଚ୍ଚାରଣ କରି ନ ଡାକିବା ପାଇଁ କହିଛନ୍ତି। ଏପରିକି ସରକାରୀ କାଗଜପତ୍ରରେ ମଧ୍ୟ ଏହି ଶଦ୍ଦ ନ ଲେଖିବା ପାଇଁ ମଧ୍ୟ କହିଛନ୍ତି। ସରକାର ତୁରନ୍ତ ସମସ୍ତ ବିଭାଗକୁ ଏ ନେଇ ନିର୍ଦ୍ଦେଶନାମା…

