Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାହିଁକି କମ ବ୍ୟବଧାନରେ ସାବିତ୍ରୀ ଅଗ୍ରୱାଲା ଜିତିଲେ, ପାଟକୁରା ମଙ୍ଗୁଆଳଙ୍କଠାରୁ କଇଫତ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ବିଶେଷ ଖବର

କାହିଁକି କମ ବ୍ୟବଧାନରେ ସାବିତ୍ରୀ ଅଗ୍ରୱାଲା ଜିତିଲେ, ପାଟକୁରା ମଙ୍ଗୁଆଳଙ୍କଠାରୁ କଇଫତ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

July 25, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାହିଁକି କମ ବ୍ୟବଧାନରେ ସାବିତ୍ରୀ ଅଗ୍ରୱାଲା ଜିତିଲେ, ପାଟକୁରା ମଙ୍ଗୁଆଳଙ୍କଠାରୁ କଇଫତ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Nveen patnaik reviews the Patakura result

ସମୀକ୍ଷା ବ୍ୟୁରୋ

ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ମାତ୍ର 18 ହଜାର ଭୋଟରେ ଜିତିଛନ୍ତି। ହେଲେ ଏହାକୁ ନେଇ ବିଜେଡି ସୁପ୍ରିମୋ ଖପ୍ପା। ଏହାର କାରଣ ଜାଣିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ଦାୟିତ୍ବାରେ ଥିବା ନେତାଙ୍କୁ ଡାକି ଜବାବ ମାଗିଛନ୍ତି। ନବୀନଙ୍କ ଆଶା ଥିଲା ଯେ ସାବିତ୍ରୀ ଅଗ୍ରୱାଲା ଅନ୍ତତଃ ପକ୍ଷେ 40ରୁ 50 ହଜାର ଭୋଟ ବ୍ୟବଧାନରେ ଜିତିବେ। ହେଲେ ମାତ୍ର 18 ହଜାର ଭୋଟରେ ଜିତିବା ନେଇ ନବୀନ ସହଜରେ ଗ୍ରହଣ କରିପାରୁ ନାହିଁନ୍ତି। କାରଣ ହେଲା, ପାଟକୁରାରେ ବିଜେଡି ପ୍ରାର୍ଥୀ ଜିତିବା ପାଇଁ ଯେପରି ପରିଶ୍ରମ କରାଯାଇଥିଲା, ତାହାର ଏହା ଫଳ ନୁହେଁ। ନିର୍ବାଚନ ପ୍ରଚାରରେ ବିଜେଡିର ତୁଙ୍ଗ ନେତାମାନେ ସେଠାରେ ଡେରା ପକାଇଲେ। ଏପରିକି ଡଜନେ ମନ୍ତ୍ରୀ ମଧ୍ୟ ଯାଇ ସେଠାରେ ରହିଲେ। ଏଥିସହିତ ଖୋଦ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଗାଁଗାଁ ବୁଲି ପ୍ରଚାର କଲେ। ଏହା ସତ୍ବେ ଏତେ କମ ବ୍ୟବଧାନରେ ସାବିତ୍ରୀ ଜିତିବା ଠିକ ହୋଇ ନାହିଁ ବୋଲି ନବୀନ ସିଧା ସିଧା ନେତାଙ୍କୁ ଶୁଣାଦେଲେ।

ଏହି ବୈଠକରେ ପ୍ରତାପ ଦେଓ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ , ରଣେନ୍ଦ୍ର ପ୍ରତାସ ସ୍ବାଇଁ, ପ୍ରଫୁଲ ମଲ୍ଲିକ, ଏବଂ ଦେବୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କଣ ପାଇଁ ସାବିତ୍ରୀ ଅଧିକ ଭୋଟ ପାଇଲେ ନାହିଁ ସେ ନେଇ ସମସ୍ତଙ୍କୁ ପ୍ରଶ୍ନ ପଚାରିଲେ ନବୀନ। ସାଧାରଣ ନିର୍ବାଚନରେ ସେହି ସଂସଦୀୟ କ୍ଷେତ୍ରରୁ ବୈଜୟନ୍ତ ପଣ୍ଡା ପ୍ରାୟ ଦେଢ ଲକ୍ଷ ଭୋଟରେ ହାରିଥିଲେ। ସେହିପରି ବିଜୟ ମହାପାତ୍ର ମଧ୍ୟ ହାରିବା କଥା । ହେଲେ ବିଜେଡି ପ୍ରାର୍ଥୀ ଏପରି ବ୍ୟବଧାନରେ ଜିତିବା ଠିକ ନୁହେଁ ବୋଲି ନବୀନ ଖପ୍ପା ହୋଇଥିଲେ। ପ୍ରତି ପଞ୍ଚାୟତର କେତେ ଭୋଟ ମିଳିଛି ତାହାର ହିସାବ ଦେବା ପାଇଁ ନେତାଙ୍କୁ କହିଥିଲେ। ନବୀନଙ୍କ ଏପରି ମୁଡ ଦେଖି ପାଟକୁରା ମଙ୍ଗୁଆଳମାନେ ହଡବଡେଇ ଯାଇଥିଲେ।

ନେତାଙ୍କ ସଫେଇ ହେଲା ଯେ ପାଟକୁରର ଡେରାବିଶ,ଗରଦପୁର ଓ ମାର୍ଶାଘାଇ ବ୍ଲକ ମଧ୍ୟରୁ କେବଳ ଡେରବିଶରେ ଭୋଟ ଯେପରି ମିଳିବା କଥା ତାହା ମିଳିପାରିଲା ନାହିଁ। ଏହି ବ୍ଲକରୁ ସାବିତ୍ରୀଙ୍କୁ ମାତ୍ର 13 ହଜାର 5ଶହ ଭୋଟ ଅଧିକ ମିଳିଛି। ଏହି ଅଞ୍ଚଳରେ ଗୁଳିକାଣ୍ଡ ଯୋଗୁଁ ଭୋଟ ହାର ଏପରି କମିଲା ବୋଲି ନେତାମାନେ ସଫେଇ ଦେଲେ। ହେଲେ ଅନ୍ୟ ଦୁଇଟି ବ୍ଲକରେ ଯେପରି ଭୋଟ ମିଳିବା କଥା ତାହା ମିଳିଛି। ଏହି ଉତ୍ତରରେ କୁଆଡେ ନବୀନ ଖୁସି ହେଲେ ନାହିଁ। ସମସ୍ତଙ୍କୁ ତାଗିତ କରି କହିଲେ ଯେ, ବର୍ତ୍ତମାନ ସମସ୍ତେ ସଜାଗ ରୁହ ଏବଂ ଲୋକଙ୍କ ପାଇଁ କାମ କର। ତେବେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସେହି ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେବା ପାଇଁ ନେତାମାନଙ୍କୁ ନବୀନ କହିଥିଲେ।

BJD naveen
Share. Facebook Twitter LinkedIn Email WhatsApp Copy Link

Related Posts

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026
Latest News

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026

୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବେ ଗୋବିନ୍ଦା!: ଜାଣନ୍ତୁ କିଏ ସେ ଅଭିନେତ୍ରୀ?

August 21, 2026

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.