ସାଗରିକା ଭାରତରେ ଏବେ ମୁଖ୍ୟ ସମସ୍ୟା ଭାବରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଚେନ୍ନାଇ ଓ ବେଙ୍ଗାଲୁରୁରେ ପାଣି ପାଇଁ ଦୟନୀୟ ଅବସ୍ଥାରୁ ଏହି ସଙ୍କଟର ଗାମ୍ଭୀର୍ୟ ସହଜରେ ଅନୁମେୟ । ଯେଉଁଠି ପାଣି ପାଇଁ ଲୋକେ ଘଣ୍ଟା ଘଣ୍ଟା ଧାଡି ରେ ଛିଡା ହେଉଛନ୍ତି । ଗତ ରବିବାର ଦିନ ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ପ୍ରଥମ “ମନ୍ କୀ ବାତ୍” କାର୍ଯ୍ୟକ୍ରମରେ ମୋଦି ଜଳ ସଂରକ୍ଷଣ ଉପରେ ଜୋର୍ ଦେଇଛନ୍ତି । ଚଳିତ ଥର ସରକାର ମଧ୍ୟ ଜଳ ମନ୍ତ୍ରାଳୟ ଗଠନ କରିଛନ୍ତି । ପ୍ରତ୍ୟେକ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଏହି ମନ୍ତ୍ରାଳୟ ଲକ୍ଷ୍ୟ ରଖିଛି । ନିର୍ବାଚନୀ ଇସ୍ତାହାରରେ ମଧ୍ୟ ବିଜେପି ପାନୀୟ ଜଳକୁ ପ୍ରମୁଖ ଭାବରେ ସ୍ଥାନିତ କରିଥିଲା । ଭାରତରେ ଉତ୍କଟ ଜଳ ସମସ୍ୟାକୁ ନେଇ ଗତବର୍ଷ ନୀତି ଆୟୋଗ ଏକ ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟ…
Author: Samikhsya Bureau
ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସର ବିରାଟ ପରାଜୟ ପରେ ଏହାର ସମସ୍ତ ଦୋଷକୁ ନିଜ ମୁଣ୍ଡ ଉପରକୁ ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି। କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଉତ୍ତରଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେଇଥିଲେ। କିନ୍ତୁ କଂଗ୍ରେସର କାର୍ଯ୍ୟକାରିଣୀ ସମିତି ଏହାକୁ ଗ୍ରହଣ କରିନଥିଲା। ଏହା ପରେ ବି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ନିଜ ଜିଦ୍ରୁ ଅଟଳ ରହିଛନ୍ତି। ଆଜି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ମଧ୍ୟ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଗାନ୍ଧି ପରିବାର ବାହାରୁ ଅନ୍ୟ କାହାକୁ କଂଗ୍ରେସ ଅଧ୍ୟକ୍ଷ କରିବା ଉପରେ ଜୋର୍ ଦେଇଛନ୍ତି ରାହୁଲ୍। ତେବେ ମିଳିଥିବା ସୂଚନା ଅନୁସାରେ କଂଗ୍ରେସର ଅଧ୍ୟକ୍ଷ ପାଇଁ ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସ ନେତା ସୁଶୀଲ୍ ସିନ୍ଧେ ଓ ଲୋକସଭାର ପୂର୍ବତନ ବିରୋଧୀ ନେତା ମଲ୍ଲିକାର୍ଜୁନ୍ ଖଡ୍ଗେ ପ୍ରମୁଖ ଏନେଇ ଦାବିଦାର ରହିଛନ୍ତି। ତେବେ…
କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପାଇଁ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନୋଟିସ୍ ମିଳିଛି। ନିର୍ବାଚନ ପୂର୍ବରୁ ଏପରି ଯୋଜନା ଲାଗୁ କରାଯିବାକୁ ସୁପ୍ରିମ୍କୋର୍ଟ ସମାଲୋଚନା କରିଛନ୍ତି। ଏହିପରି ଯୋଜନା ମୁକ୍ତ ଏବଂ ଅବାଧ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରୁଛି ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଏହା ସହିତ ଏହିପରି ଯୋଜନା ଲାଗୁ କରିଥିବାରୁ ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସରକାରଙ୍କ ସମେତ ନିର୍ବାଚନ କମିଶନଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ଏହି ଯୋଜନା ବିପକ୍ଷରେ କରାଯାଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଗ୍ରହଣ କରିବା ସହିତ ନୋଟିସ୍ ଜାରି କରିଛନ୍ତି। କେବଳ କାଳିଆ ଯୋଜନା ନୁହେଁ ବରଂ ରୟତ ବନ୍ଧୁ, ପିଏମ୍ କିଷାନ ଏବଂ ମୁଖ୍ୟମନ୍ତ୍ରୀ କୃଷି ଯୋଜନାକଳୁ ବିରୋଧ କରିଛନ୍ତି ସୁପ୍ରିମ୍କୋର୍ଟ। ନିର୍ବାଚନର ଅନ୍ୟୁନ ୬ ମାସ ପୂର୍ବରୁ ଏହି ଯୋଜନା ଲାଗୁ କରାଯିବା ଉଚିତ୍ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବିଜେପିର ସଂସଦୀୟ ଦଳ ବୈଠକ। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ ନେତା ଯୋଗ ଦେଇଥିଲେ। ଏହା ସହିତ ନିକଟରେ ବିଜେପିରେ ଯୋଗ ଦେଇଥିବା ୪ ଟିଡିପି ରାଜ୍ୟସଭା ସାଂସଦ ମଧ୍ୟ ଯୋଗ ଦେଇଥିଲେ। କ୍ଷମତାକୁ ଆସିବା ପରେ ଏହା ବିଜେପିର ପ୍ରଥମ ବୈଠକ। ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଯୋଗୁଁ ବିଜେପିର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ଦଳୀୟ ସାଂସଦ ଏବଂ ବିଧାୟକଙ୍କୁ ଶାଳୀନତା ପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ ମୋଦି। ଏହି ବୈଠକ ପୂର୍ବରୁ ଜୁନ୍ ୨୫ରେ ଅନୁଷ୍ଠିତ ହେବାର ଥିଲା ମାତ୍ର ବିଜେପି ସାଂସଦ ମଦନ ଲାଲ ସାଇନିଙ୍କ ଦେହାନ୍ତ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା।
ଉତ୍ତର ପୂର୍ବୀୟ ରାଜ୍ୟ ନାଗାଲାଣ୍ଡରେ ଆହୁରି ୬ ମାସ ପର୍ଯ୍ୟନ୍ତ ଆଫପ୍ସା ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ପ୍ରଦାନ କରାଯାଇଛି। ୩୦ ଜୁନ୍ ୨୦୧୯ରୁ ଏହି ନିୟମ ଲାଗୁ କରାଯିବା ସହିତ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଗୃହ ମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି। ବିଗତ ଏକ ଦଶନ୍ଧି ଧରି ଆଫପ୍ସା ଲାଗି ରହିଥିବା ବେଳେ ଚଳିତ ସରକାର ଏହା ଉଠାଇବା ନେଇ ଆଶା କରାଯାଉଥିଲା। ମାତ୍ର ୧ ତାରିଖର ବିଜ୍ଞପ୍ତି ଅନୁଯାୟୀ ନାଗାଲାଣ୍ଡ ଅଶାନ୍ତ ରହୁଥିବାରୁ ଏହି ଧାରା ଆହୁରି ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।
ସୋମବାର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ୫୪ଟି ବିମାନର ରୁଟ୍ ପରିବର୍ତ୍ତନ କରାଯାଇଛି। ଏହା ସହିତ ୫୨ଟି ବିମାନର ଚଳାଚଳ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଦେଶର ଦ୍ବିତୀୟ ବୃହତମ ବିମାନବନ୍ଦରରେ ଏତେ ସଂଖ୍ୟକ ବିମାନ ବାତିଲ ତଥା ରୁଟ୍ ପରିବର୍ତ୍ତନ ସାଧାରଣ ଲୋକଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରିଛି। ମଙ୍ଗଳବାର ସ୍ପାଇସ୍ ଜେଟ୍ର ଏକ ବିମାନ ରନ୍ଓ୍ବେ ନମ୍ବର ୨ରୁ ଉଡାଣ ଭରୁଥିବା ସମୟରେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ଏହାପରେ ବିମାନବନ୍ଦର କର୍ତ୍ତୃପକ୍ଷ ବିମାନ ଚଳାଚଳ ବାତିଲ କରିବାର ନିଷ୍ପତ୍ତି ନେଇଥିଲେ। ଦୁଇରୁ ତିନି ଦିନ ମଧ୍ୟରେ ବିମାନ ଚଳାଚଳ ସ୍ବଭାବିକ ହେବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଆଜି ଷୋଡଶ ବିଧାନସଭା ଅଧିବେଶନ ପ୍ରଥମ ପର୍ଯ୍ୟାୟର ଶେଷ ଦିନ। ଆଜି ପ୍ରଶ୍ନକାଳ ସ୍ୱାଭାବିକ ରହିଥିବାବେଳେ ପ୍ରଥମେ ବିଧାୟକଙ୍କ ଯୁବକଙ୍କ ନିଯୁକ୍ତି ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ। ଅନ୍ୟପଟେ କୃଷି ଓ କୃଷକ ପ୍ରସଙ୍ଗ ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଛି। ରାଜ୍ୟରେ କୃଷି ଓ କୃଷକ ସମସ୍ୟା ପ୍ରତି ରାଜ୍ୟ ସରକାର ଉଦାସୀନ ବୋଲି କଂଗ୍ରେସ ଦାବୀ କରିଛି। ବିଧାନସଭା ପ୍ରଥମ ଦିନରୁ ହିଁ କୃଷି ଓ କୃଷକ ପ୍ରସଙ୍ଗ ନେଇ କଂଗ୍ରେସ ସଭ୍ୟ ପ୍ରଶ୍ନ ରଖି ରଖିଥିଲେ। କୃଷି ମନ୍ତ୍ରୀ ଅରୁଣ ସାହୁ ଏହାର ସବିଶେଷ ଉତ୍ତର ଦେଇନଥିଲେ। ତେଣୁ ଏହି କୃଷି ସମସ୍ୟା ନେଇ ଆଜି କଂଗ୍ରେସ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଛି।
ଷୋଡଶ ବିଧାନସଭାର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ନିଯୁକ୍ତି ପ୍ରସଙ୍ଗ ବେଶ ଜୋର ଧରିଛି। ରାଜ୍ୟ ଶିଳ୍ପ ସଂସ୍ଥାରେ ବାହାର କର୍ମଚାରୀଙ୍କ ନିଯୁକ୍ତି ନେଇ ଉଦ୍ବେଗ ପ୍ରକାଶ ପାଇଛି। ଗୃହରେ ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ୨୦୧୭-୧୮ରେ ୫୫୦ ଶିଳ୍ପ ସଂସ୍ଥାରେ ୨ଲକ୍ଷ ୬୬ ହଜାର ୮୫୪କର୍ମଚାରୀ ରହିଛନ୍ତି ଏଥିରୁ ୩୯ ହଜାର ୮୯୩ଜଣ ରାଜ୍ୟ ବାହାରର ବୋଲି ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ। ସେହିପରି କୁଶଳୀ ଶ୍ରମିକଙ୍କ ପାଇଁ ୬୦% ସଂରକ୍ଷଣ ବ୍ୟବସ୍ଥା, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀଙ୍କ ପାଇଁ ୯୦% ସଂରକ୍ଷଣ ବ୍ୟବସ୍ଥା ଓ ପରିଚାନଳା କର୍ମଚାରୀଙ୍କ ପାଇଁ ୩୦% ସଂରକ୍ଷଣ ବ୍ୟବସ୍ଥା ରହିଥିବାର କହିଛନ୍ତି ଶ୍ରମମନ୍ତ୍ରୀ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ତିନୋଟି ପ୍ରମୁଖ ବିଶ୍ବବିଦ୍ୟାଳୟକୁ ନୋଟିସ୍ କରାଯାଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପକ୍ଷରୁ ମିଳିଥିବା ସହାୟତା ରାଶିକୁ ସଠିକ୍ ଉପାୟରେ ଖର୍ଚ୍ଚ ହୋଇନି କିମ୍ବା ଖର୍ଚ୍ଚ ହୋଇଥିଲେ ବି କାମ ମନ୍ଥର ଗତିରେ ଚାଲିଥିବାକୁ ନେଇ ଏହି ନୋଟିସ୍ ହୋଇଛି। ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ବିଶ୍ବବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳ ସଚିବଙ୍କୁ ଏନେଇ ନୋଟିସ କରାଯାଇଛି। ଏହି ତିନି ବିଶ୍ୱବିଦ୍ୟାଳୟକୁ (ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ) RUSA ଗ୍ରାଣ୍ଟ ଦ୍ୱାରା କ୍ୟାମ୍ପସର୍ ଉନ୍ନୟନ ପାଇଁ ଅର୍ଥ ରାଶି ପ୍ରଦାନ ହୋଇଥିଲା। ତେବେ ଏହି ରାଶି ଠିକ୍ ଭାବରେ କାର୍ଯ୍ୟକାରୀ ହୋଇ ନଥିବା ଅଭିଯୋଗ ହୋଇଥିଲା। ଏନେଇ ବିଭାଗ ପକ୍ଷରୁ ଏକ ଟିମ୍ ଯାଞ୍ଚ କରିଥିଲେ। ଏହାର ରିପୋର୍ଟ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିଥିଲା। ଯାହାକୁ ଅଧାର କରି ତିନି ବିଶ୍ୱବିଦ୍ୟାଳୟର କୁଳ ସଚିବ ଏବଂ ଆର୍ ଏଣ୍ଡ୍ ବିର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି କରାଯାଇଛି।
ସର୍ଟସର୍କିଟରୁ ନିଆଁ ଲାଗି ନୟାଗଡ଼ରେ ୧୧ବଖରା ଘର ପୋଡ଼ିବା ସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ହରିଡ଼ାବନ୍ଧ ଗାଁରେ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଥିଲା। ହଠାତ ସର୍ଟସର୍କିଟ କାରଣରୁ ନିଆଁ ଲାଗି ୧୧ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏହା ସହ ଅଗ୍ନିକାଣ୍ଡରେ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ପୋଡ଼ି ହୋଇ ଚାରୋଟି ଗାଈ ଗୁରୁତର ହୋଇପଡ଼ିଛନ୍ତି। ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି।
ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ୨୨ ଜଣଙ୍କ ମୃତ୍ୟୁ ଘଟିଛି। ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଅଘଟଣ ଘଟିଛି। ଏଥିରେ ଅନ୍ୟ ୨୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଘୋଷଣା କରିଛନ୍ତି। ସୂଚନା ମୁତାବକ, ପ୍ରଥମ ଘଟଣା ମୁମ୍ବଇ ପୂର୍ବ ମଲାଡ ଅଞ୍ଚଳର ପିମ୍ପରିପାଡ଼ାରେ ପ୍ରବଳ ବର୍ଷା ଯୋଗୁ ସୋମବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନଡିଆରଏଫ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ୨ୟ ଘଟଣାଟି ପୁଣେରେ ଘଟିଛି। ସୋମବାର ରାତି ପ୍ରାୟ ଗୋଟାଏରେ ପୁଣେସ୍ଥିତ ଅମ୍ବେଗାଓଁରେ ଥିବା ସିଂହଗଡ଼ କଲେଜର ପାଚେରି ଭୁଶୁଡ଼ି ପଡ଼ିଥିଲା। କାନ୍ଥ ତଳେ…
ଅଣସର ଘରୁ ବାହାରି ଶ୍ରଦ୍ଧାଳୁଙ୍କୁ ଆଜି ଦର୍ଶନ ଦେବେ ମହାପ୍ରଭୁ । ଦୀର୍ଘ ଦିନ ଧରି ମହାପ୍ରଭୁଙ୍କୁ ଦର୍ଶନରୁ ବଞ୍ଚିତ ଥିବା ଶ୍ରଦ୍ଧାଳୁମାନେ ଆଜି ନବଯୌବନ ବେଶ ଦର୍ଶନ କରିବାର ସୌଭାଗ୍ୟ ପାଇବେ । ଆଜି ଅପରାହ୍ନ 2.30 ରୁ 3.30 ଯାଏଁ ଭିତରକାଠ ପାଖରୁ ପରମାଣିକ ଦର୍ଶନ ଓ ଏହା ପରଠାରୁ 4.30 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ । ମାତ୍ର ସକାଳରୁ 2.30 ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ । ନବଯୌବନ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହାପରେ ରୋଷହୋମ, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟଛତା ସର୍ବାଙ୍ଗ, ସୂର୍ଯ୍ୟପୂଜା, ଦ୍ବାରପାଳପୂଜା, ବେଶ, ଗୋପାଳବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନଧୂପ, ଦକ୍ଷିଣିଘର ଭୋଗ, ସନ୍ଧ୍ୟାଆଳତି ଏବଂ ସନ୍ଧ୍ୟାଧୂପ ହେବାର କାର୍ଯ୍ୟକ୍ରମ ରହିଛି । ଏସବୁ ନୀତିକାନ୍ତି ପରେ ଭୋର…
କେଦାର ମିଶ୍ର ଓଡିଶା ବିଧାନସଭା ନିର୍ବାଚନ ପରେ ରାଜ୍ୟର ରାଜନୈତିକ ସମୀକରଣ ବିଚିତ୍ର ଢଙ୍ଗରେ ବଦଳିବା ଆରମ୍ଭ କରିଛି। ନିର୍ବାଚନ ସମୟରେ ବିଜେଡି ଓ ବିଜେପି ଭିତରେ ଯେଉଁ ତିକ୍ତତା ଦେଖିବାକୁ ମିଳୁଥିଲା, ହଠାତ ସେଥିରେ ମଧୁର ଭାବ ପ୍ରବେଶ କରିଛି। ରାଜନୈତିକ ପରିସ୍ଥିତି ଓ ପରିବେଶ ଏତେ ତୀବ୍ର ଗତିରେ ବଦଳିଛି ଯେ ଶାସକ ଓ ବିରୋଧୀ ଉଭୟ ଶିବିରରେ ଏକପ୍ରକାର ଦ୍ଵନ୍ଦ୍ଵ ଲାଗି ରହିଛି। ବାସ୍ତବରେ ଶାସକ ଓ ବିରୋଧୀଙ୍କର ଏପ୍ରକାର ମଧୁଚନ୍ଦ୍ରିକା କାହାର କଳ୍ପନାରେ ମଧ୍ୟ ନଥିଲା। ବିଧାନସଭାରେ ଶାସକ ଦଳ ପଛକୁ ସର୍ବାଧିକ ୨୩ଟି ଆସନ ପାଇ ବିଜେପି ମୁଖ୍ୟ ବିରୋଧୀ ଦଳର ଭୂମିକା ନେବାର ସୁଯୋଗ ପାଇଥିଲେ ମଧ୍ୟ, ତାକୁ ତୁଲାଇବାରେ ଦଳ ବିଫଳ ହୋଇଛି। ତାହାର ଏକମାତ୍ର କାରଣ ହେଉଛି କେନ୍ଦ୍ରୀୟ ବିଜେପି ନେତୃତ୍ବର ନବୀନ ପଟ୍ଟନାୟକଙ୍କ ପ୍ରତି ପ୍ରବଳ ଅନୁରାଗ। ଇତିମଧ୍ୟରେ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ସମୀକ୍ଷା ବ୍ୟୁରୋ ପୋଲାଭରମ କାମକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ଦୁଇ ପୃଷ୍ଠାର ଏକ ଚିଠି ଲେଖି ଜଣାଇଛନ୍ତି ଯେ, ବର୍ତ୍ତମାନ ପୋଲଭରମ ମାମଲା ବିଚାରଧିନ ରହିଛି। ହେଲେ ଏହି ସମୟରେ କେନ୍ଦ୍ର ସରକାର ପୁଣିଥରେ କାମ କରିବାର ଅନୁମତି ଦେବା ଠିକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ପୋଲାଭରମ ମାମଲାରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ପୂର୍ବରୁ ବହୁବାର ସେ ଚିଠି ଲେଖିଛନ୍ତି। ହେଲେ ତାହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପୋଲଭରମ ହେଲେ ରାଜ୍ୟର କେତେକ ଆଦିବାସୀ ଗାଁ କ୍ଷତିଗସ୍ତ ହେଉଛି। ବିନା ଜନଶୁଣାଣିରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯାଉଛି। ଓଡିଶାର ସ୍ବାର୍ଥ ବାଧାପ୍ରାପ୍ତ ହେଉଥିବାରୁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ କାମ ବନ୍ଦ କରିବା ପାଇଁ ଆନ୍ଧ୍ର ପ୍ରଦାଶ ସରକାରଙ୍କୁ ନିର୍ଦ୍ଦେଶ…
ଏକ ବର୍ଷ ପାଇଁ ଏନଏସ ବିଶ୍ୱନାଥନଙ୍କୁ ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଛି । ବିଶ୍ୱନାଥନଙ୍କୁ ଏହି ଦାୟିତ୍ୱ ଦ୍ୱିତୀୟଥର ପାଇଁ ଦିଆଯାଇଛି । ଏହା ପୂର୍ବରୁ ବିଶ୍ୱନାଥନଙ୍କୁ ଚାରି ଜୁଲାଇ୨୦୧୬ରେ ଆରବିଆଇରେ ତିନି ବର୍ଷ ପାଇଁ ଡେପୁଟି ଗଭର୍ଣ୍ଣର ନିଯୁକ୍ତ କରାଯାଇଥିଲା । ତାଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୩ରେ ଶେଷ ହେବାକୁ ଯାଉଥିଲା, କିନ୍ତୁ ଏହା ପୂର୍ବରୁ ସରକାର ତାଙ୍କୁ ପୁଣି ଥିରେ ଏକ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ସବୁଠାରୁ ବରିଷ୍ଠ ଡେପୁଟି ଗଭର୍ଣ୍ଣର ହେଉଛନ୍ତି ବିଶ୍ୱନାଥନ । ନିକଟରେ ବିରଳ ଆଚାର୍ଯ୍ୟ ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ।
ରାଜ୍ୟରେ ବଢି ଚାଲିଛି ଋଣଭାର। ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କର ମୁଣ୍ଡପିଛା ହାରାହାରି ଋଣ ପରିମାଣ ପ୍ରାୟ ୧୬,୪୫୧ ଟଙ୍କା ଥିଲା। ଯାହା ଏବେ ବୃଦ୍ଧି ପାଇ ୧୭ ହଜାର ୬୩୦ ଟଙ୍କା ୪୮ ପଇସାରେ ପହଞ୍ଚିଛି। ବିଧାନସଭା ଉତ୍ତରରେ ଆଜି ଏହା କହିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅର୍ଥାତ ଏକ ବର୍ଷ ମଧ୍ୟରେ ରାଜ୍ୟର ମୁଣ୍ଡପିଛା ଋଣଭାର ଏକ ହଜାରରୁ ଅଧିକ ବଢିଛି। ଏହା ସହିତ ମହାଲେଖାକାରଙ୍କ ତଥ୍ୟ ଅନୁସାରେ ରାଜ୍ୟର ମୋଟ୍ ଋଣଭାର ୭୯, ୮୬୬କୋଟି ରହିଛି। ଯାହା ଗତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ୭୬,୪୨୮ କୋଟି ୪୧ ଲକ୍ଷ ଟଙ୍କାରେ ରହିଥିଲା। ଅନ୍ୟ ପଟେ ଚଳିତ ବର୍ଷ ସରକାର ୨୩, ୫୮୪ କୋଟି ଟଙ୍କା ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ଠାରୁ ଋଣଭାର ପ୍ରତି ସରକାର ସତର୍କ ନ ରହିଲେ ଚଳିତ ଆର୍ଥିକ ବର୍ଷ ଶେଷ ରାଜ୍ୟର…
ଆଜି ଜିଏସ୍ଟି ଲାଗୁ ହେବାର ଦୁଇ ବର୍ଷ ପୂରଣ ହୋଇଛି । ୨୦୧୭ ମସିହା ଜୁଲାଇ ୧ ତାରିଖରେ ଦେଶରେ ଐତିହାସିକ ଟ୍ୟାକ୍ସର ସୁଧାର କରାଯାଇ ଏକକଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଜିଏସ୍ଟିକୁ ନେଇ ଦେଶରେ ଲମ୍ବା ବିତର୍କ ମଧ୍ୟ ଚାଲିଥିଲା । ଆଜି ବି ଏହାର ସଫଳତା ଓ ବିଫଳତା ଉପରେ ଚର୍ଚ୍ଚା ଚାଲିଛି । ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଜିଏସ୍ଟି ଲାଗୁ କରିବା ନେଇ ବିଶେଷ ଭୂମିକା ଗ୍ରହଣ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲ୍ଣୀ । ଆଜି ଜିଏସ୍ଟି ଲାଗୁ ହେବାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅରୁଣ ଜେଟ୍ଲୀ ବ୍ଲଗ୍ରେ ଏହି ସମ୍ବନ୍ଧୀୟ କିଛି ଚର୍ଚ୍ଚା କରିଛନ୍ତି । ରାଜସ୍ୱର ପରିମାଣ ବଢ଼ୁଥିବାରୁ ୧୨% ଏବଂ ୧୮% ଜିଏସ୍ଟିକୁ ମିଶାଇ ଗୋଟିଏ ସ୍ଲାବ କରାଯିବାର ସମ୍ଭାବନା ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ସୋମବାର କହିଛନ୍ତି। ଫଳରେ ଟିକସ ସ୍ଲାବ୍ ୨ଟିରେ ସୀମିତ…
ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭୁବନେଶ୍ବର କୋର୍ଟରେ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣୀ କରାଯାଇଥିଲା । ତେବେ ଜାମିନ ଆବେଦନର ଆଜି ଶୁଣାଣୀ ଜୁଲାଇ ୫କୁ ଘୁଞ୍ଚି ଯାଇଛି। ଜୁଲାଇ ୫ରେ ପୁଣି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କଲେ ସ୍ପେଶାଲ କୋର୍ଟ। ଅପର ପକ୍ଷେ ସତ୍ୟପାଠ ଦାଖଲ ପାଇଁ ଜେଇ ଏବଂ ତାଙ୍କ ପତ୍ନୀ କୋର୍ଟରେ ସମୟ ମାଗିଛନ୍ତି। ଏହା ବ୍ୟତୀତ ବିଧାୟକଙ୍କ ଚିକିତ୍ସା ନିଷ୍ପତ୍ତି ଜେଲ କର୍ତ୍ତୃପକ୍ଷଙ୍କ ଉପରେ କୋର୍ଟ ଛାଡ଼ିଛନ୍ତି। ଜେଲ୍ କର୍ତ୍ତୃପକ୍ଷ ଚାହିଁଲେ ବିଧାୟକଙ୍କୁ ଚିକିତ୍ସା ପାଇଁ ପାରିବେ। କୋର୍ଟରେ ଜାମିନ ଶୁଣାଣି ଘୁଞ୍ଚିବା ପରେ ବିଧାୟକଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି। ନିମ୍ନମାନର ରାସ୍ତା କାମ ନେଇ ଜଣେ ଜେଇଙ୍କୁ ଦୁର୍ବ୍ୟବହାର ଓ ସର୍ବସାଧାରଣ ସମ୍ମୁଖରେ ଉଠବସ୍ କରାଇବା ଅଭିଯୋଗରେ ଗତ ୨୪ ତାରିଖରେ ବିଧାୟକ ସରୋଜ ମେହେର ଗିରଫ ହୋଇଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପାଟଣାଗଡ଼ ଜେଲ୍ ପଠାଇ ଦିଆଯାଇଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂହ ରାଜସ୍ଥାନରୁ ରାଜସଭା ସାଂସଦ ରୂପେ ନିର୍ବାଚିତ ହେବେ ବୋଲି ଜଣାପଡିଛି । ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ମଦନଲାଲ୍ ସୈନୀଙ୍କ ନିଧନ ପରେ ରାଜସ୍ଥାନରେ ରାଜ୍ୟସଭାର ଏକ ଆସନ ଖାଲି ହୋଇଛି । ମଦନଲାଲ୍ ସୈନୀ ରାଜ୍ୟସଭାରେ ମାତ୍ର ୬ ମାସ ପର୍ଯ୍ୟନ୍ତ ସାଂସଦ ରୂପେ ରହିଥିଲେ। କଂଗ୍ରେସ ଦଳର ଶୀର୍ଷ ନେତୃତ୍ବ ଏହି ଆସନରେ ପୂର୍ବତନପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାଜ୍ୟସଭା ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ତାମିଲନାଡୁ ରାଜ୍ୟସଭାରୁ ମନମୋହନ ସିଂହଙ୍କୁ ରାଜ୍ୟସଭା ପଠାଇବା ପାଇଁ ଯୋଜନା ଚାଲିଥିବାବେଳେ ଡିଏମ୍କେ ଏହାର ସମର୍ଥନ କରିନଥିଲା ଏବଂ ତାମିଲନାଡୁର ତିନୋଟି ଆସନ ପାଇଁ ନିଜେ ଲଢିବାକୁ ଘୋଷଣା କରିଦେଇଥିଲା । ଫଳରେ ରାଜସ୍ଥାନରୁ ରାଜ୍ୟସଭା ଆସନଟି ମନମୋହନଙ୍କ ପାଇଁ ସୁରକ୍ଷିତ ଆସନ ହେବ ବୋଲି ଜଣାପଡୁଛି । କାରଣ ରାଜସ୍ଥାନ କଂଗ୍ରେସ ପାଖରେ ରାଜ୍ୟସଭା…
ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ୨୨ଟି ସ୍ଥାନରେ ସିବିଆଇ ଚଢାଉ କରିଛି। ଚଢାଉ କରାଯାଇଥିବା ସ୍ଥାନ ମଧ୍ୟରେ ନ୍ୟୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ଏବଂ ଅନ୍ୟାନ୍ୟ ଚିଟ୍ଫଣ୍ଡ କମ୍ପାନୀର ନିର୍ଦ୍ଦେଶକ ଏବଂ ବରିଷ୍ଠ କର୍ମଚାରୀ ରହିଛନ୍ତି। ସୋମବାର ସକାଳୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଏହି ଚଢାଉ କରାଯାଇଥିଲା। ସ୍ଥାନୀୟ ପୋଲିସ୍ର ସହାୟତାରେ ଏହି ଚଢାଉ କରାଯାଇଥିଲା। ମେ ୨୦୧୭ରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି କମ୍ପାନୀକୁ ତଦନ୍ତଭୁକ୍ତ କରାଯାଇଥିଲା। ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା ଏହି ଘଟଣାର ତଦନ୍ତ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଏହି କମ୍ପାନୀ ପକ୍ଷରୁ ନିଜର ୨୫୦ ଏଜେଣ୍ଟଙ୍କ ଦ୍ବାରା ସାଧାରଣ ଲୋକଙ୍କ ୧ କୋଟିରୁ ଅଧିକ ଅର୍ଥର ଦୁର୍ନୀତି କରାଯାଇଥିଲା।
ଦେଶର ବିଭିନ୍ନ ରାଜ୍ୟରେ ଆଉ ୪୫ଟି ଜିଲ୍ଲାରେ ଜବାହର ନବୋଦୟ ବିଦ୍ୟାଳୟ ଖୋଲାଯିବ । ମାନବ ସଂଶାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରେ ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । ନିଶଙ୍କଙ୍କ କହିବା ମତରେ – ଗ୍ରାମାଞ୍ଚଳରେ ରହୁଥିବା ପ୍ରତିଭାସମ୍ପନ୍ନ ବିଦ୍ୟାର୍ଥୀଙ୍କୁ ଉତ୍ତମ ଶିକ୍ଷା ତଥା ଭବିଷ୍ୟତ ପାଇଁ ୪୫ଟି ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ଖୋଲାଯିବ । ଏବଂ ଏହି ବିଦ୍ୟାଳୟଗୁଡ଼ିକରେ ୭୫ ପ୍ରତିଶତ ଆସନ ଗ୍ରାମାଞ୍ଚଳର ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ । ଏହି ବିଦ୍ୟାଳୟଗୁଡ଼ିକ ଖୋଲିବା ଏକ ସତତ ପ୍ରକ୍ରିୟା । ଏହି ବିଦ୍ୟାଳୟକୁ ଖୋଲିବାର ଦାୟିତ୍ବ ରାଜ୍ୟସରକାରଙ୍କ ଉପରେ ନ୍ୟସ୍ତ ରହିଛି । ତେବେ ଏହି ବିଦ୍ୟାଳୟଗୁଡ଼ିକ କେବେ ଖୋଲିବ ସେନେଇ କୌଣସି ତାରିଖ ଠିକ୍ ହୋଇନାହିଁ ।

