Categories
ଆଜିର ଖବର

Rout’s new party appear too nebulous still

Now a lot is being spoken about the new regional outfit Damodar Rout has announced to form. When Rout was sacked by Naveen Patnaik, erstwhile prominent BJD leader Baijayant Jay Panda was the first leader who reached to console a beleaguered Rout at his residence. When Rout recently hinted about the formation of a new outfit to counter the BJD regime under Naveen, the former kept the name of Panda at the top of the list.

Categories
ବିଶେଷ ଖବର

ଦାମଙ୍କ ଦର୍ପଣରେ ବୈଜୟନ୍ତଙ୍କ ଚେହେରା

ସମୀକ୍ଷା ବ୍ୟୁରୋ –

ରାଜନୀତି କରୁଥିବା ଲୋକମାନେ ଟେଲିଭିଜନ ପରଦାରେ ଯେମିତି ଦିଶନ୍ତି, ଅସଲ ଜୀବନରେ ସେମାନଙ୍କ ଚେହେରା ଯେ କେତେ ଭିନ୍ନ ତାହାର ଏକ ପ୍ରମାଣ, ପୂର୍ବତନ ବିଜେଡି ନେତା ଦାମୋଦର ରାଉତଙ୍କ ଏକ ସାକ୍ଷାତକାରରୁ ମିଳୁଛି। ବିଜୁ ପରିବାରକୁ ଏକାଠି କରି ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ବିଜେଡିର ଦୁଇ ପୂର୍ବତନ ନେତା ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା ପରସ୍ପରକୁ କେତେ ଭଲ ପାଆନ୍ତି ତାହାର ଜ୍ଵଳନ୍ତ ପ୍ରମାଣ ଏବେ ଏକ ନିର୍ଦ୍ଦିଷ୍ଟ ଡିଜିଟାଲ ଚାନେଲରୁ ଦେଖିବାକୁ ମିଳିଛି। ଏହି ଚାନେଲ ତରଫରୁ ଦାମୋଦର ରାଉତଙ୍କ ୧୦ ମିନିଟ ୪୦ ସେକେଣ୍ଡର ଏକ ଭିଡିଓ ପ୍ରସାରଣ କରାଯାଇଛି। ଏଥିରେ ବୈଜୟନ୍ତଙ୍କ ପ୍ରତି ଦାମଙ୍କ ଧାରଣା କ’ଣ ସେ ବିଷୟରେ ଗୋଟେ ସ୍ପଷ୍ଟ ଚିତ୍ର ମିଳିଯାଉଛି।

ଦାମଙ୍କ ମତରେ-

  • ବୈଜୟନ୍ତ ମୂଳତଃ ଜଣେ ବ୍ୟବସାୟୀ, ତାଙ୍କର କୌଣସି ରାଜନୈତିକ ଏଜେଣ୍ଡା ନାହିଁ।
  • ଚା’ ଖଟିରେ ବସି ବୈଜୟନ୍ତ ଯାହା କରୁଛନ୍ତି, ତାହାର କୌଣସି ରାଜନୈତିକ ମୂଲ୍ୟ ନାହିଁ।
  • କେବଳ ପଇସାବାଲା ଲୋକ ହୋଇଥିବାରୁ ଦାମ ବୈଜୟନ୍ତଙ୍କୁ ନିଜ ଦଳରେ ରଖିବାକୁ ଚାହାନ୍ତି। ନହେଲେ ବୈଜୟନ୍ତଙ୍କର ଅନ୍ୟ କିଛି ଆବଶ୍ୟକତା ନାହିଁ।
  • ବୈଜୟନ୍ତ ଜଣେ ଡରକୁଳା ନେତା। ସେ ଲୋକଙ୍କ ପ୍ରଶ୍ନର ସାମ୍ନା କରିବାକୁ ଡରୁଛନ୍ତି।
  • ବିଜୁଳି ବିଲ୍ ବାବଦକୁ ଆଗରୁ ନବୀନ ସରକାରଠାରୁ ଦୁଇ ଶହ କୋଟି ଟଙ୍କାର ରିହାତି ପାଇଥିବା ବୈଜୟନ୍ତ, ଆହୁରି ଚାରିଶହ କୋଟି ଟଙ୍କା ସରକାରଠୁ ରିହାତି ପାଇଯିବେ ବୋଲି ଏବେ ବି ଆଶା କରୁଛନ୍ତି।
  • ବୈଜୟନ୍ତ ବିଜେପିକୁ ଯାଇ ପାରୁନାହାନ୍ତି କାରଣ ମୋଦୀଙ୍କ ସହ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ଭଲ। ତେଣୁ ମୋଦୀ ବୈଜୟନ୍ତଙ୍କୁ ନେଇ ପାରୁନାହାନ୍ତି।
  • ନୂଆ ଦଳ ଗଢ଼ିଲେ ଦାମଙ୍କ ପାଖକୁ ବହୁ କଂଗ୍ରେସ ଓ ବିଜେପି ନେତା ଆସିବେ। ବିଜେଡିକୁ ଭାଙ୍ଗିହେବ ବୋଲି ଦାମ ବିଶ୍ଵାସ କରୁନାହାନ୍ତି।
  • ବୈଜୟନ୍ତଙ୍କ ଲୋକ ସମ୍ପର୍କ କେବଳ ଲୋକ ଦେଖାଣିଆ। ଏପରିକି ତାଙ୍କ ସହ ଫୋନ ରେ କଥା ହେବା ବଡ଼ କଠିନ କାମ ବୋଲି ଡାକ୍ତର ରାଉତ କହିଛନ୍ତି।
  • ନୂଆ ଦଳ ଗଢ଼ା ହେଲେ କଂଗ୍ରେସ ତୁଳନାରେ ବିଜେପି ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଦାମ ଭାବୁଛନ୍ତି। ଅର୍ଥାତ୍, ତାଙ୍କ ଦଳ ପରୋକ୍ଷରେ ବିଜେଡି ପାଇଁ ସହାୟକ ହେବ।
  • ବାରିପଦା ସଭାରେ ଝାଡ଼ା ଲାଗୁଛି ବୋଲି କହି ଅଧ ବାଟରୁ ଫେରି ଯାଇଥିବା ବୈଜୟନ୍ତଙ୍କ ଡରକୁଳା ଚରିତ୍ରର ଏକ ସ୍ପଷ୍ଟ ଦିଗ ସେ ଦେଖେଇଛନ୍ତି।
  • ପୂର୍ବତନ ବିଧାୟକ ନବୀନ ନନ୍ଦ, ଯିଏକି କିଛି ଦିନ ତଳେ କଲିକତାରେ ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତିରେ ପୋଲିସ ହାତରେ ଧରାପଡିଥିଲେ, ହେଉଛନ୍ତି ବୈଜୟନ୍ତଙ୍କ ଖାସ ଲୋକ। ତାଙ୍କୁ ବିଜେଡି ନେତା ପ୍ରଶାନ୍ତ ନନ୍ଦ ବୈଜୟନ୍ତଙ୍କ ସହ ଭେଦିଆ ଭାବରେ ଲଗେଇଛନ୍ତି।
  • ୪୦ ଟି ଆସନ ପାଇ ତାଙ୍କ ଦଳ ରାଜା ହୋଇପାରେ ବୋଲି ଦାମ ସ୍ଵପ୍ନ ଦେଖୁଛନ୍ତି।

ମୋଟାମୋଟି ଏହି ଭିଡିଓ କ୍ଲିପ୍ ରୁ ଗୋଟିଏ କଥା ଜଣା ପଡୁଛି ଯେ, ଏହି ନେତା ମାନେ ଆଲିଙ୍ଗନ କଲାବେଳେ ପରସ୍ପର ହାତରେ ଛୁରୀ ଧରିଛନ୍ତି। ଏମାନେ କେହି କାହା ପ୍ରତି ବିଶ୍ଵସ୍ତ ନୁହନ୍ତି। ଦୂର୍ନୀତି ବିରୋଧ, ଓଡିଶାର ବିକାଶ ଇତ୍ୟାଦି କେବଳ ଧୂଆଁବାଣ। ପଇସା ବାଲା ଲୋକଙ୍କୁ ଧରି କ୍ଷମତା ହାସଲ; ହେଉଛି ଅସଲ ଉଦ୍ଦେଶ୍ୟ। ପରସ୍ପର ପ୍ରତି ଏତେ ଅବିଶ୍ଵାସ ଥିବା ନେତାମାନେ ଓଡିଶାରେ ଯେ ଏକ ବିକଳ୍ପ ନେତୃତ୍ଵ ନିର୍ମାଣ କରିପାରିବେ, ତାହା ଭାବିବା ଭୁଲ୍ ହେବ।

ଏହି ଭିଡିଓ ରେ ଓଡିଶା ରାଜନୀତିର ଅନେକ ପଚାସଢ଼ା ତଥ୍ୟ ପଦାକୁ ଆସିଛି। ଭୋଟ ରାଜନୀତିରେ ନୀତି, ନୈତିକତା ଓ ଆଦର୍ଶ ମୂଲ୍ୟହୀନ ହୋଇସାରିଛି। ଯେଉଁ ନେତାମାନେ ଟିଭି ଆଗରେ ନିଜର ଅନ୍ତରଙ୍ଗତା ପ୍ରଦର୍ଶନ କରୁଛନ୍ତି, ସେମାନେ ଯେ ପରସ୍ପରକୁ କେତେ ଘୃଣା କରନ୍ତି, ତାହାର ଉଦାହରଣ ଏହି ଭିଡିଓ ରୁ ମିଳିଯିବ।  ସେ ଯାହା ବି ହେଉ, ୨୦୧୯ ନିର୍ବାଚନ ପୂର୍ବରୁ ଓ ଦାମୋଦର ରାଉତ ତାଙ୍କ ନୂଆ ଦଳ ଗଠନ କରିବା ଆଗରୁ ଦାମ-ବୈଜୟନ୍ତ ସମ୍ପର୍କର ଅସଲ ଚେହେରା ଟି ପଦାକୁ ଆସିଯାଇଛି। ଯେଉଁମାନେ ଦାମ-ବୈଜୟନ୍ତ ଯୋଡ଼ି ଓଡ଼ିଶା ରାଜନୀତିରେ କିଛି ଗୋଟେ ଚମକ ଆଣିବ ବୋଲି ଭାବୁଥିଲେ, ସେ ଭାବନା ଏବେ ଫସର ଫାଟି ଯାଇଛି।

Categories
ଆଜିର ଖବର

Ex-Naval officer arrested on charges of duping job seekers

Mumbai police has arrested a retired Naval officer on charges of duping job seekers to the tune of Rs.36 lakh. The incident came to light through a leak when someone among the job seekers informed to the police. The ex-Naval officer Trineta runs an academy in Vishakhapatnam had fleeced six such job seekers taking Rs.6 lakh from each of them and interestingly. the accused  had issued them appointment letters. The accused was arrested on charges of duping and forging documents.

Categories
ଆଜିର ଖବର

‘Join the juggernaut’ Naveen on run up to 2019

It is all about timing and chief minister of Odisha Naveen Patnaik has down the years acquired the much needed knack for it. Make in Odisha II has taken off today making way for the Juggernaut to roll on as Patnaik aims to cajole over 800 business honchos to invest in a new climate of business . The spot-light zooms from a 14 acre expanse decked up Janata Maidan where Ambanis and Tatas are among the many who would add up to the initiative taken by the chief minister using such occasions as instruments to jack up investment,  and politics as well.

Categories
ଆଜିର ଖବର

Does history repeat some times

Love can not be measured by integral calculus. That is what an eighty three year old husband proved before he died. Faizal Hassan Qadri, who is no more, had built a mini Taj Mahal in Bulendshahar in Uttar Pradesh, in memory of his wife died on Friday in a road accident. According to his relatives Faizal Hassan shall be buried along side his wife within the same structure.

Categories
ଆଜିର ଖବର

Make in Odisha a ‘smoke bomb’

Both the opposition parties in Odisha have come down on the government’s much hyped Make in Odisha carnival aimed to bolster the investment in the business sector in Odisha. Calling it a pre-poll political image building measure the BJP has said that when only 8 % projects were set up and 22 went back,it’s all exercise in futility. While the Congress has dubbed it as a mere ‘smoke bomb’ and has no bearing on reality.

Categories
ଆଜିର ଖବର

National capital chocked ! Share

With air index level crossing 300, life in the national capital has become bad to worse each passing day. More so, after the Diwali the the index touching to 400. So difficult has become the situation that the authorities resorted to water spraying in several places to reduce the level of air pollution.

Categories
ଆଜିର ଖବର

Ex-employee shot dead Tata Steel manager

An ex-employee of the Tatas Vishwas Panday has shot dead a manager in the company by spraying bullets point blank. Arindam Pal , a senior manager at the stockyard of Tata Steel was in his cabin when the accused entered the cabin and shot him dead . Vishwas was in fact sacked from the company for indiscipline earlier and is now absconding.. The incident took place Haryana.

Categories
ଆଜିର ଖବର

Ban on exit polls in poll-bound states by EC

On the polls scheduled from Nov.12 to Dec 7, the Election Commission has imposed the ban on all exit polls. The states where polls to be held are Telengana, Madhya Pradesh, Rajasthan, Vhhattisgarh and Mizoram in which the polls are to be conducted in two phases and the ban remains effective on Electronics, print and the digital media.

The ban was contemplated by the EC as per the Section 126(1) of the Representation of the People Act(1951) , ‘portraying any election related matter including results of any opinion poll or any other poll survey ” in any electronics media would be prohibited during the period of 48 hours as fixed for the conclusion of any phase of poll.

Categories
ଆଜିର ଖବର

Continuing drop in fuel prices

Whereas there was a quick peak in the month of October climbing to its highest almost in two and half years.

Categories
ଆଜିର ଖବର

BJD MP’s surprising jibe at govt

The BJD Rajya sabha MP Soumya Ranjan Patnaik has surprised all in the BJD by stating that as on date the chief secretary of the State even may not be aware of the details as how many schemes are there for the education sector. Soumya was speaking at a memorial meeting in Khurda of late Abanai Baral . He also said that the teachers are so divided that even they may not be knowing who is from which group. He also added that the schemes should be carefully handled.

Categories
ବିଶେଷ ଖବର

ଦାମୋଦର ରାଉତଙ୍କ ନୂଆ ଦଳ, ବିଜେଡି ଲାଗି ସମସ୍ୟା ସୃଷ୍ଟି କରିବ କି ?

ସମୀକ୍ଷା ବ୍ୟୁରୋ –

୨୦୧୨ ରେ ଓଡିଶା ରାଜନୀତିର ସବୁଠୁ ଚର୍ଚ୍ଚିତ ଶବ୍ଦ ଥିଲା “ବ୍ରହ୍ମାସ୍ତ୍ର”। ସେହି ବର୍ଷ ୨୯, ମଇ ସନ୍ଧ୍ୟାରେ ତତ୍କାଳୀନ ବିଜେଡି ର ଦ୍ଵିତୀୟ କ୍ଷମତା କେନ୍ଦ୍ର ପ୍ୟାରୀ ମୋହନ ମହାପାତ୍ର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ପ୍ୟାରୀଙ୍କ ପ୍ରତିଷ୍ଠା ଓ ପତିଆରା ଥିଲା ଅଲଗା। ବିଜେଡ଼ିର ସଂଗଠନ କୁ ସେ ନିଜ ହାତ ମୁଠାରେ ରଖିଥିଲେ ଓ ସରକାର ଉପରେ ମଧ୍ୟ ତାଙ୍କର ପ୍ରଚଣ୍ଡ ପ୍ରଭାବ ଥିଲା। ପ୍ୟାରୀ ବାବୁଙ୍କ ଇଚ୍ଛା ରେ ଦଳ ଓ ସରକାର ଚାଲୁଥିଲା। ଏପରିକି ବିଜେଡି ବିଧାୟକ ଦଳରେ ତାଙ୍କର କେତେଜଣ ଅତ୍ୟନ୍ତ ଅନୁଗତ ବିଧାୟକ ରହିଥିଲେ, ଯେଉଁମାନେ ପ୍ୟାରୀଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ବିଜେଡ଼ିରୁ ତଡା ଖାଇଥିଲେ।  ଏତେ କ୍ଷମତା ଓ ପ୍ରଭାବ ସତ୍ତ୍ୱେ ପ୍ୟାରୀ ବାବୁ ବିଜେଡି ରୁ ବହିଷ୍କୃତ ହେବାର ଅଳ୍ପ କେତେ ମାସ ଭିତରେ ଓଡିଶା ରାଜନୀତିରେ ଅପ୍ରାସଙ୍ଗିକ ହୋଇପଡିଲେ। ତାଙ୍କ “ବ୍ରହ୍ମାସ୍ତ୍ର” କୌଣସି କାମରେ ଲାଗିଲା ନାହିଁ।

୨୦୧୨ ରେ ସେ ଗଠିତ ହୋଇଥିବା ଓଡିଶା ଜନମୋର୍ଚ୍ଚା ୨୦୧୪ ନିର୍ବାଚନରେ ଭୟଙ୍କର ଭାବରେ ବିଫଳ ହେଲା। ଯେଉଁମାନେ ପ୍ୟାରୀ ବାବୁଙ୍କ ଜନମୋର୍ଚ୍ଚା ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ହେବ ବୋଲି ଭାବୁଥିଲେ, ସେମାନେ ଭୁଲ ପ୍ରମାଣିତ ହେଲେ। ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ଦୁଇଟି ବଡ ଆହ୍ୱାନର ସାମ୍ନା କରୁଥିଲା। ପ୍ରଥମତଃ ଦଳ ଭିତରୁ ପ୍ୟାରୀ ବାବୁ ବିତାଡିତ ହେବା ପରେ ସଂଗଠନ ଅନେକାଂଶରେ ହୁଗୁଳା ହୋଇପଡିଥିଲା। ଦଳ ଭିତରେ ଗୋଟେ ପ୍ରଭାବଶାଳୀ ଗୋଷ୍ଠୀ ଅସନ୍ତୁଷ୍ଟ ଥିଲେ, ଯେଉଁ ମାନଙ୍କୁ ମନାଇବା ବିଜେଡି ପାଇଁ ବଡ ଆବଶ୍ୟକତା ଥିଲା। ସେଇ ସମାନ ସମୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ସପକ୍ଷରେ ପ୍ରବଳ ହାୱା ସୃଷ୍ଟି ହେଉଥିଲା। ମୋଦୀ ହାୱା ସେତେବେଳେ ବିଜେଡି କୁ ଯେ ବିଚଳିତ କରିନଥିଲା, ତାହା ଭାବିବା ଭୁଲ ହେବ। ଏହା ସହିତ ଆଉ ଏକ ଛୋଟ ସମସ୍ୟା ମଧ୍ୟ ବିଜେଡି ପାଇଁ ସେତେବେଳେ ଆସିଥିଲା। ଓଡିଶା ଜନମୋର୍ଚ୍ଚା, ଆମ ଓଡିଶା, ସମତା କ୍ରାନ୍ତି ଦଳ, ସମୃଦ୍ଧ ଓଡିଶା ପରି କେତୋଟି ଛୋଟ ଛୋଟ ରାଜନୈତିକ ଦଳ ଏହି ସମୟରେ ଆଗକୁ ଆସିଥିଲେ।  କିନ୍ତୁ ନିଜର ସାଙ୍ଗଠନିକ ଦକ୍ଷତା ଓ ନିର୍ବାଚନ ପରିଚାଳନାରେ ସଫଳ ଗୋଟି ଚାଳନା ଯୋଗୁଁ ବିଜେଡି ୨୦୦୯ ନିର୍ବାଚନ ତୁଳନାରେ ଅଧିକ ଆସନ ପାଇଲା।

୨୦୧୨ ରୁ ୨୦୧୪ ଭିତରେ ଯେଉଁ ପ୍ରକାର ରାଜନୈତିକ ସମୀକରଣ ବଦଳିଥିଲା, ୨୦୧୮ ରେ ତାର ଏକ ଛୋଟିଆ ଚିତ୍ର ପୁଣିଥରେ ଦେଖିବାକୁ ମିଳୁଛି। ନବୀନ ପଟ୍ଟନାୟକଙ୍କ ବିରୋଧରେ ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଯେତିକି ଆକ୍ରମଣ କରୁଛନ୍ତି, ତାଠୁ ଅଧିକ ଆକ୍ରମଣ ଆସୁଛି, ନବୀନଙ୍କ ଦୁଇ ପୂର୍ବତନ ସହଯୋଗୀ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ତରଫରୁ। ଚଳିତ ବର୍ଷ ଏଇ ଦୁହି ନେତା ବିଜେଡି ରୁ ବହିଷ୍କୃତ ହେଲାପରେ ନବୀନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଏଠି କହି ରଖିବା ଉଚିତ ହେବ ଯେ ଦଳ ଓ ସରକାର ଉପରେ ଏ ଦୁହି ନେତାଙ୍କର ସେତେ ପ୍ରଭାବ ନଥିଲା। ପ୍ୟାରୀଙ୍କ ତୁଳନାରେ ଦାମ ଓ ବୈଜୟନ୍ତ ଙ୍କ ପ୍ରଭାବ ଆପାତତଃ ନଗଣ୍ୟ। ବିଜୁ ଜନତା ଦଳ ଭିତରୁ ଏ ଦୁହିଙ୍କୁ ସମର୍ଥନ କରି ସାମାନ୍ୟ ସରପଞ୍ଚ ଟିଏ ମଧ୍ୟ ଖୋଲାଖୋଲି ବାହାରି ନାହାନ୍ତି। ତେଣୁ ଏମାନେ ଯେ ବିଜେଡି ର ସାଙ୍ଗଠନିକ ଦୁର୍ବଳତାର କାରଣ ହେବେ, ସେ କଥା କଲ୍ପନା ମଧ୍ୟ କରାଯାଇ ପାରିବ ନାହିଁ।

ଗତ ଦୀପାବଳି ଦିନ ଦାମୋଦର ରାଉତ ନିଜର ଏକ ନୂଆ ଦଳ ଗଢିବେ ବୋଲି ଘୋଷଣା କରିଛନ୍ତି। ଏହି ଦଳରେ ବୈଜୟନ୍ତ ଯୋଗ ଦେବେ ବୋଲି ସେ ଆଶା କରୁଛନ୍ତି। ହେଲେ ଗତ କେତୋଟି ରାଜନୈତିକ ଘଟଣାକ୍ରମକୁ ଅନୁଧ୍ୟାନ କାଲେ ଏକଥା ସ୍ପଷ୍ଟ ହୋଇଯିବ ଯେ ବୈଜୟନ୍ତ ଦାମଙ୍କ ଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଛନ୍ତି। ଗତ ମାସ ବିଭିନ୍ନ ସ୍ଥାନରେ ଦାମ ଯେଉଁ ସାଧାରଣ ସଭା ଆୟୋଜନ କରିଥିଲେ, କୌଣସି ସଭାରେ ବୈଜୟନ୍ତ ଯୋଗ ଦେଇନଥିଲେ। ବାରିପଦା ସଭାକୁ ସେ ଯିବାକୁ ବାହାରିଥିଲେ ମଧ୍ୟ ଅଧା ବାଟରୁ ଫେରି ଆସିଥିଲେ। ସେହିପରି କଂଗ୍ରେସ ଦ୍ଵାରା ଆୟୋଜିତ ସମ୍ବିଧାନ ବଞ୍ଚାଅ ସଭାରେ ଦାମ ଯୋଗ ଦେଇଥିବାବେଳେ ବୈଜୟନ୍ତ, ସେଠିକି ଯାଇନଥିଲେ। ନୀତିଗତ ଭାବରେ ବୈଜୟନ୍ତ ବିଜେପି ସହିତ ଘନିଷ୍ଠ ଓ ସେ ଖୁବ ଶୀଘ୍ର ବିଜେପି ରେ ଯୋଗଦେବେ ବୋଲି ସ୍ପଷ୍ଟ ସୂଚନା ମିଳୁଛି। ତେଣୁ ନୂଆ ଦଳରେ ଦାମ-ବୈଜୟନ୍ତ ଯୋଡି ଏକାଠି ହେବାର ସମ୍ଭାବନା ଯଥେଷ୍ଟ କମ।

ଦାମୋଦର ରାଉତ ବିଜେଡ଼ିର ଯେଉଁ ପୁରୁଣା ମୁହଁ ମାନଙ୍କୁ ନେଇ ନିଜର ପ୍ରତିଷ୍ଠା କରିବାକୁ ଚାହୁଁଥିଲେ, ସେମାନେ କେହି ତାଙ୍କୁ ଧରାଛୁଆଁ ଦେଉନାହାନ୍ତି। ବିଜୟ ମହାପାତ୍ର ମୂଳରୁ ଦାମଙ୍କ ପ୍ରସ୍ତାବକୁ ଖାରଜ କରିଥିବା ବେଳେ ପଂଚାନନ କାନୁନଗୋ, ସୁରେନ୍ଦ୍ର ନାୟକଙ୍କ ଭଳି ବରିଷ୍ଠ ନେତା ତାଙ୍କଠୁ ଦୂରେଇ ରହୁଛନ୍ତି। ଏମିତିରେ କାହାକୁ ନେଇ ଦାମ ନିଜର ଦଳ ଗଢୁଛନ୍ତି, ତାହା ସମୟକ୍ରମେ ସ୍ପଷ୍ଟ ହେବ।

୨୦୧୯ ନିର୍ବାଚନକୁ ଏବେ ମାତ୍ର ୨ ମାସ ବାକି। ସେଥିରେ ଗୋଟେ ନୂଆ ଦଳ ଗଢି କିଛି ଗୋଟାଏ ରାଜନୈତିକ ପରିବର୍ତ୍ତନର ବାହାସ୍ଫୋଟ କେବଳ ପିଲାଳିଆମୀ। ଅତି ବେଶୀରେ ଦାମଙ୍କ ନୂଆ ଦଳ ବିଜେପି କିମ୍ବା କଂଗ୍ରେସର ଅନାବଶ୍ୟକ ଲାଞ୍ଜ ହେବା ଛଡା ଅଧିକ କିଛି ପ୍ରଭାବ ପକାଇ ପାରିବ ନାହିଁ।

Categories
ବିଶେଷ ଖବର

ଅଭିଜତ ଆୟାର ମିତ୍ର ପ୍ରତି ଏ ଉଛୁଳା ପ୍ରେମର ରହସ୍ୟ କଣ?

ସମୀକ୍ଷା ବ୍ୟୁରୋ –

ଭାରତର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଲେ- ତମ ଲାଗି ଜେଲ ସବୁଠୁ ସୁରକ୍ଷିତ ସ୍ଥାନ। ତାପରେ ବି ଜେଲ ରେ ଥିବା ଅଭିଜିତ ଆୟାର ମିତ୍ରଙ୍କୁ ବାକ ସ୍ବାଧିନତାର ଆଳ ଦେଖାଇ ଦିଲ୍ଲୀ ଓ ଭୁବନେଶ୍ୱର ର କିଛି ସାମ୍ବାଦିକ ନିରବଚ୍ଛିନ୍ନ ଭାବରେ ସମର୍ଥନ ଦେଇ ଚାଲିଛନ୍ତି। କ୍ଷମା ମାଗି ସାରିବା ପରେ ତାଙ୍କୁ ଜେଲ ରେ ରଖିବାର ଆଉ ଯଥାର୍ଥତା ନାହିଁ ବୋଲି କିଛି ସାମ୍ବାଦିକ କହିଛନ୍ତି ଓ ସେମାନଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସମର୍ଥନ କରିଛନ୍ତି। ତେବେ ଏ ମାମଲା ଏବେ ଅଦାଲତର ବିଚାରାଧୀନ ରହିଥିବାରୁ, ଗଣ ମାଧ୍ୟମରେ କ୍ଷମା ମାଗିବା, ନ ମାଗିବା ଆଉ ପ୍ରସଙ୍ଗ ହୋଇ ରହିନାହିଁ। ଅଭିଜିତ ଏବେ ଗିରଫ ହୋଇ ଜେଲ ରେ ଅଛନ୍ତି। ତାଙ୍କର ପୋଲିସ ରିମାଣ୍ଡ ସରିବା ପରେ ଏବେ ତାଙ୍କୁ ଆଉ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଛି।

ବାସ୍ତବ ସ୍ଥିତି ଦେଖିଲେ, ଏ ପ୍ରସଙ୍ଗରେ ପୋଲିସ ବା ରାଜ୍ୟ ସରକାର ଅଧିକ କିଛି କରିପାରିବେ ନାହିଁ। ଅଭିଜିତଙ୍କ ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ଜନମତ ଯେତେ ତୀବ୍ର ଥିଲା ସେଥିରେ ରାଜ୍ୟ ସରକାର ତାଙ୍କୁ ଗିରଫ ନକରି ଛାଡି ଦେବାର କୌଣସି ସମ୍ଭାବନା ନଥିଲା। ଅପରପକ୍ଷରେ ଅଭିଜିତ ସୁପ୍ରିମ କୋର୍ଟରୁ ଆଗୁଆ ଜାମିନ ପାଇବାରୁ ବଞ୍ଚିତ ହୋଇଥିବାରୁ ତାଙ୍କୁ ନିମ୍ନ ଅଦାଲତ ସହଜରେ ଜାମିନ ଦେବା ସମ୍ଭବ ନୁହେଁ। ରାଜ୍ୟ ପୋଲିସ ଏ କ୍ଷେତ୍ରରେ ଆଇନ ଅନୁସାରେ କାମ କରିବାକୁ ବାଧ୍ୟ।

ତେବେ ଏହି ଘଟଣାରେ ତଥାକଥିତ ବୁଦ୍ଧିଜୀବୀମାନଙ୍କ ପ୍ରତିକ୍ରିୟା ବେଶ ପିଲାଳିଆ ମାନେ ହେଉଛି। ଜଣେ ସାମ୍ବାଦିକ ରୁବେନ ବାନାର୍ଜୀ ଲେଖିଛନ୍ତି, – ‘ସାହସୀ ପୋଲିସ ଏ ବିଷୟରେ କଣ ତଦନ୍ତ କରୁଛି? ଅଭିଜିତଙ୍କ ସହ କିଛି ସନ୍ତ୍ରାସବାଦୀ ସଂଯୋଗ ଅଛି ବୋଲି ସେମାନେ ଭାବୁଛନ୍ତି କି? ଏହା ବାସ୍ତବରେ ହାସ୍ୟାସ୍ପଦ ଓ ମୁଁ ଭାବୁଛି, ବିଜ୍ଞ ଓଡିଆ ମାନେ ଏହାକୁ ରୁଗ୍ଣ ମାନସିକତା ବୋଲି ଭାବିବା ଉଚିତ।‘ ରୁବେନ ବୋଧେ ଆଇନର ଉର୍ଦ୍ଧ୍ଵରେ ଓ ସେ ବୋଧେ ଭାବୁଛନ୍ତି, ଓଡିଶା ପୋଲିସ ବୋଧହୁଏ ସରକାରୀ ଶିକ୍ଷକ ଭଳି କାମ କରିବା ଉଚିତ। ପିଲା କ୍ଷମା ମାଗିଲେ, ଶିକ୍ଷକ ଯେମିତି କ୍ଷମା ଦେଇ ଦିଅନ୍ତି ଏ କ୍ଷେତ୍ରରେ ପୋଲିସ ସେୟା କରିବା ଉଚିତ ବୋଲି ବୋଧେ ସେ ଭାବୁଛନ୍ତି।

ଅଭିଜିତ ଗଣମାଧ୍ୟମ ଆଗରେ ଯେଉଁ କ୍ଷମା ପ୍ରାର୍ଥନା କରିଛନ୍ତି, ତାହା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ତାଙ୍କ ବିରୋଧରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ସେଥିରେ କେବଳ ଅଦାଲତ ହିଁ ତାଙ୍କୁ କ୍ଷମା କରିପାରିବେ। ଅଦାଲତର ସ୍ଵାଭାବିକ ପ୍ରକ୍ରିୟା ଦେଇ ଅଭିଜିତଙ୍କ ବିରୋଧରେ ରହିଥିବା ଅଭିଯୋଗର ବିଚାର ହେବ। ତାକୁ ନେଇ ଅଯଥା ରାଜନୀତି କରିବାର କୌଣସି କାରଣ ନାହିଁ।

ଅନ୍ୟ ଏକ ଘଟଣାକ୍ରମରେ ଅଭିଜିତଙ୍କୁ ଜାମିନ ନମିଳିବା ପଛରେ ମୋ ବିରୋଧରେ ଷଡଯନ୍ତ୍ର ଚାଲିଛି ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି। ପୂର୍ବରୁ ଅଭିଜିତଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିସାରିବା ପରେ ଏବେ ହଠାତ ବୈଜୟନ୍ତଙ୍କ ଅଭିଜିତ ପ୍ରେମ ଅନେକ ସନ୍ଦେହ ସୃଷ୍ଟି କରୁଛି। ବୈଜୟନ୍ତ ଓ ଅଭିଜିତ ସମ୍ପର୍କ ରେ ଅନେକ ରହସ୍ୟମୟ ଦିଗ ଥାଇପାରେ ବୋଲି ଏବେ ସନ୍ଦେହ ବଢୁଛି। ନଚେତ ଅନାବଶ୍ୟକ ଭାବରେ ବୈଜୟନ୍ତ ବାବୁ ଏ ପ୍ରସଙ୍ଗରେ ଏତେ ପ୍ରତିକ୍ରିୟାଶୀଳ ହେବାର କାରଣ କଣ? ସ୍ଵାଭାବିକ ପ୍ରକ୍ରିୟାରେ ଅଭିଜିତଙ୍କୁ ଜାମିନ ମିଳିବା ଯାଏଁ ଅପେକ୍ଷା କରିବାରେ ଅସୁବିଧା କଣ?

Categories
ଆଜିର ଖବର

PM celebrates Diwali with jawans in Harsil, Uttarakhand

The Prime Minister, Shri Narendra Modi, today celebrated Diwali with jawans of the Indian Army and ITBP, at Harsil in Uttarakhand.
Greeting the jawans on the occasion, the Prime Minister said that their devotion to duty in the remote icy heights, is enabling the strength of the nation, and securing the future and the dreams of 125 crore Indians. He said that Diwali is the festival of lights; it spreads the light of goodness and dispels fear. He said that the jawans, through their commitment and discipline, are also helping to spread the sense of security and fearlessness among the people.
The Prime Minister recalled that he has been visiting soldiers on Diwali, ever since he was the Chief Minister of Gujarat. He also spoke of his interactions with the jawans of ITBP, years ago when he was part of the Kailash Mansarovar Yatra.
The Prime Minister said India is taking great strides forward in the defence sector. He spoke of various measures being taken for welfare of ex-servicemen, including OROP (One Rank, One Pension).
The Prime Minister said that the Indian Armed Forces draw admiration and appreciation across the world, in UN peacekeeping operations.
The Prime Minister offered sweets to the jawans. He also interacted with people from nearby areas who had gathered to greet him on Diwali.
Categories
ଆଜିର ଖବର

Women of India Organic Festival 2018 Culminates with a record sale of Rs. 2.75 Crores and Footfalls of 12 lakh

The 5th edition of the 10-day “Women of India National Organic Festival 2018” organised by the Ministry of Women & Child Development culminated on the night of Sunday, 4th November, at the expansive grounds of Indira Gandhi National Centre for the Arts, Janpath Road. Over the 10 days, women farmers and entrepreneurs from across the country, participated with vast variety of organic products ranging from food and fabrics to wellness and personal care participated in this festival, which is an annual affair.

This year, the total sales by the women farmers and entrepreneurs who came from 26 States, were a record of over Rs. 2.75 crore, up from Rs. 1.84 crore in last year’s edition that was organised at Dilli Haat, INA, New Delhi. The festival is expected to have had footfalls of nearly 12 lakh. The success of the Organic Festival has added to the joy of the women farmers from diverse as well as far off corners of the country, such as Majuli, Kangra, Leh, Palakkad, Chikkmaglur, Yavatmal, Dimapur and Almora, among others. Participants had the opportunity to travel and stay in Delhi free of cost for the entire duration of the Festival while enjoying the experience of selling their wholesome goods to Delhiites, who thronged the lawns of IGNCA, not only on weekends, but also on weekdays. This year saw the grand debut of the Food Court and Vegan Food, which were very well received by all visitors.

The Women of India National Organic Festival 2018 was inaugurated on 26th October 2018, at IGNCA, Janpath Road by the Union Minister of Women and Child Development, Smt. Maneka Sanjay Gandhi, who has been instrumental in creating the only festival of its kind in India. She also did her Diwali gifts’ shopping from the organic festival, an example followed by several people who made return trips to IGNCA, to make their gift basket unique.

 

Categories
ବିଶେଷ ଖବର

ସଂଘର ସବୁଜ ସଙ୍କେତ, ବିଜେପିରେ ମିଶିବେ ବୈଜୟନ୍ତ

ସମୀକ୍ଷା ବ୍ୟୁରୋ –

ପରିଶେଷରେ ବିଜେଡ଼ିର ବହିସ୍କୃତ ସାଂସଦ ବୈଜୟନ୍ତ ପଣ୍ଡା ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି। ଚଳିତ ବର୍ଷ ଜାନୁଆରୀ ମାସରେ ବିଜେଡ଼ିରୁ ବହିସ୍କୃତ ହେବାପରେ ବୈଜୟନ୍ତଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା। ତେବେ ନୀତିଗତ ଭାବରେ ବୈଜୟନ୍ତ ଦକ୍ଷିଣପନ୍ଥୀ ବିଚାର ସହିତ ସହଜରେ ରହି ଆସିଛନ୍ତି। ସଂଘ ପରିବାର ସହିତ ତାଙ୍କର ଘନିଷ୍ଠତା ବେଶ ଜଣାଶୁଣା। ବିଶେଷ କରି ସଂଘର ବିଜେପି ଚେହେରା ଭାବରେ ପରିଚିତ ରାମ ମାଧବଙ୍କ ସହିତ ବୈଜୟନ୍ତଙ୍କ ବନ୍ଧୁତ୍ଵ ରହିଛି। ପୂର୍ବରୁ ସଂଘ ସହିତ ନିବିଡତା ଥିବା କିଛି ସାମ୍ବାଦିକଙ୍କ ଜରିଆରେ ବୈଜୟନ୍ତଙ୍କ ବିଜେପି ପ୍ରବେଶ ପାଇଁ ଉଦ୍ୟମ ହୋଇଥିଲା। ଗୋଟେ ସମୟରେ ବିଜେପି ଓ ସଂଘର ମୁଖପତ୍ର ଭଳି କାମ କରୁଥିବା ଅର୍ଣ୍ଣବ ଗୋସ୍ଵାମୀଙ୍କ  ରିପବ୍ଲିକ ଟିଭି ବୈଜୟନ୍ତ ବିଜେପିରେ ଯୋଗ ଦେଉଛନ୍ତି ବୋଲି ଖବର ପ୍ରଚାର କରିଥିଲା। ତେବେ ଏ ସଙ୍କ୍ରାନ୍ତରେ ରାଜ୍ୟ ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ନିଜର ଅସହମତି ପ୍ରକାଶ କରିଥିଲେ। ରାଜ୍ୟ ବିଜେପିର ମଙ୍ଗୁଆଳ ବୋଲାଉଥିବା ଜନୈକ ପ୍ରଭାବଶାଳୀ ବିଜେପି ନେତା ବୈଜୟନ୍ତଙ୍କ ଯୋଗଦାନକୁ ବିରୋଧ କରିଥିଲେ।

ଇତି ମଧ୍ୟରେ ନିର୍ବାଚନ ପାଖେଇ ଆସୁଥିବାରୁ, ଏ ପ୍ରସଙ୍ଗରେ ଶୀଘ୍ର ନିଷ୍ପତ୍ତି ନେବାକୁ ଉଭୟ ବୈଜୟନ୍ତ ଓ ବିଜେପି ଶିବିରର ତତ୍ପରତା ପ୍ରକାଶ ପାଇଛି। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର କେନ୍ଦ୍ରୀୟ ନେତୃତ୍ଵ ଏ କ୍ଷେତ୍ରରେ ହସ୍ତକ୍ଷେପ କରି ବୈଜୟନ୍ତଙ୍କୁ ତୁରନ୍ତ ବିଜେପିରେ ସାମିଲ କରିବାକୁ ବିଜେପିକୁ ନିଜର ମତ ଜଣାଇ ସାରିଛନ୍ତି। ସଂଘ ଏ ବିଷୟରେ ସବୁଜ ସଙ୍କେତ ଦେଲା ପରେ ରାଜ୍ୟ ନେତୃତ୍ବର ବିରୋଧ ଏବେ ଶିଥିଳ ହୋଇପଡିଛି। ଏଇ ମାସ ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ବୈଜୟନ୍ତଙ୍କୁ ବିଜେପିରେ ସାମିଲ କରାଯିବ।

ବୈଜୟନ୍ତଙ୍କ କାର୍ୟାଳୟ ତରଫରୁ ଏ ବିଷୟରେ କିଛି କୁହା ଯାଇନଥିଲେ ମଧ୍ୟ, ଏ ପ୍ରକାର ସମ୍ଭାବନା କୁ ଅସ୍ଵୀକାର ମଧ୍ୟ କରାଯାଇନାହିଁ। ଓଡିଶା ସଂଘର ଜଣେ କର୍ମକର୍ତ୍ତା କହିଛନ୍ତି ଯେ ବୈଜୟନ୍ତଙ୍କୁ ବିଜେପିରେ ସାମିଲ କରି ତାଙ୍କୁ ବୈଦେଶିକ ବ୍ୟାପାର ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ କଥା ବୁଝିବାକୁ ଦାୟିତ୍ଵ ଦିଆ ଯାଇପାରେ ବୋଲି କହିଛନ୍ତି। ତେବେ ବୈଜୟନ୍ତଙ୍କ ବିଜେପିରେ ମିଶିବା ପ୍ରସଙ୍ଗକୁ ରାଜ୍ୟ ବିଜେପିର ଏକ ଟାଣୁଆ ଗୋଷ୍ଠୀ ଆଜି ମଧ୍ୟ ବିରୋଧ କରୁଛନ୍ତି।

ପୂର୍ବରୁ ସରକାର ବିରୋଧୀ ଭୂମିକା ନେଉଥିବା ବୈଜୟନ୍ତଙ୍କ ଓଟିଭି ଗୋଟେ ସମୟରେ ବିଜେପି ଓ କଂଗ୍ରେସକୁ ସମାନ ଗୁରୁତ୍ଵ ଦେଉଥିଲା। ଏବେ କିନ୍ତୁ ଏହା ଖୋଲାଖୋଲି ବିଜେପିର ଅଘୋଷିତ ଲୋକ ସମ୍ପର୍କ କେନ୍ଦ୍ର ଭାବରେ କାମ କରୁଛି ବୋଲି କିଛି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି। ଚତୁରତାର ସହିତ ବୈଜୟନ୍ତ ଏବେ ବିଜେପିରେ ନିଜର ଯୋଗଦାନ ପ୍ରସଙ୍ଗକୁ ଆଡେଇ ଚାଲିଛନ୍ତି। ତେବେ କଂଗ୍ରେସକୁ ନବୀନ ବିରୋଧୀ ଆଭିମୁଖ୍ୟରେ କିଛିଟା ବ୍ୟବହାର କଲାପରେ, ଏବେ ସ୍ଵାଭାବିକ ଭାବରେ ସେ ନିଜର ଦକ୍ଷିଣପନ୍ଥୀ ବିଚାରର ଦଳରେ ଯୋଗ ଦେବାକୁ ଯାଉଛନ୍ତି।

Categories
ବିଶେଷ ଖବର ମତାମତ

କର୍ଣ୍ଣାଟକ ଉପ ନିର୍ବାଚନର ସଙ୍କେତ

ସମୀକ୍ଷା ବ୍ୟୁରୋ –

କର୍ଣ୍ଣାଟକ ଉପ ନିର୍ବାଚନ ର ଫଳାଫଳ କେବଳ ରାଜ୍ୟ ପାଇଁ ନୁହେଁ, ଏହା ଜାତୀୟ ରାଜନୀତି ପାଇଁ ମଧ୍ୟ ଏକ ସ୍ପଷ୍ଟ ସଙ୍କେତ ଦେଉଛି। ବିଜେପିର ଦୂର୍ଗ ବୋଲି କୁହାଯାଉଥିବା ବେଲାରୀ ଲୋକସଭା ଆସନରେ କଂଗ୍ରେସର ବିପୁଳ ବିଜୟ ଭବିଷ୍ୟତରେ ବିଜେପିର ନିର୍ବାଚନୀ ସମ୍ଭାବନା କୁ ମଳିନ କେରିଦେଇଛି। ଏହି ଆସନରେ ଖଣି ଦୁର୍ନୀତି ପାଇଁ କୁଖ୍ୟାତ ରେଡ୍ଡୀ ପରିବାରର ଅତ୍ୟନ୍ତ ଘନିଷ୍ଠ ଶ୍ରୀରାମୁଲୁଙ୍କ ଭଉଣୀ ଜେ. ଶାନ୍ତା ବିଜେପି ଟିକେଟରେ ନିର୍ବାଚନ ଲଢୁଥିଲେ। ତାଙ୍କୁ କଂଗ୍ରେସ ପ୍ରାର୍ଥୀ ଭି.ଏସ.ଉଗ୍ରାପ୍ପା ୨୪୩୦୦୦ ରୁ ଅଧିକ ଭୋଟ ରେ ହରାଇଛନ୍ତି। ଏହା ସହିତ ଅନ୍ୟ ଏକ ଲୋକସଭା ଆସନ ମାଣ୍ଡ୍ୟାରେ ଜନତା ଦଳ -ଏସ ର ପ୍ରାର୍ଥୀ ଏଲ.ଆର.ଶିବରାମେଗୌଡ ବିଜୟୀ ହୋଇଛନ୍ତି। କେବଳ ଶିବମୋଗା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଦୁୟୁରପ୍ପା ଙ୍କ ପୁଅ ବି.ୱାଇ.ରାଘବେନ୍ଦ୍ର ଜିତିଛନ୍ତି। ୫ ଟି ଲୋକସଭା ଓ ବିଧାନସଭା ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସ ଓ ଜନତା ଦଳ-ଏସ କୁ ବିପୁଳ ସଫଳତା ମିଳିଛି।

ଏକ ସଫଳ ରାଜନୈତିକ ଗଠବନ୍ଧନ ବିଜେପି କୁ କ୍ଷମତାରୁ ଦୂରେଇ ରଖିବାରେ ଜେ ସଫଳ ହେବ , ଏକଥା ପୁଣିଥରେ ପ୍ରମାଣିତ ହୋଇଛି। ବିଜେପିର ଆକ୍ରାମକ ରଣନୀତିକୁ ମୁକାବିଲା କରିବାକୁ ହେଲେ ସମଭାବାପନ୍ନ ଦଳ ଗୁଡିକ ଏକାଠି ଆସିବାର ଏକ ସ୍ପଷ୍ଟ ସଙ୍କେତ ଏହି ନିର୍ବାଚନରୁ ମିଳୁଛି। କର୍ଣ୍ଣାଟକରେ କଂଗ୍ରେସ ଓ ଜନତା  ଦଳ-ଏସ ର ସରକାର ବେଶୀ ଦିନ ତିଷ୍ଠିବ ନାହିଁ ବୋଲି ବିଜେପି ଯେଉଁ ସ୍ଵପ୍ନ ଦେଖୁଥିଲା ତାହା ଏହି ନିର୍ବାଚନ ଫଳାଫଳ ଭାଙ୍ଗି ଦେଇଛି। ଦିନକୁ ଦିନ କୁମାରସ୍ଵାମୀ ଓ କଂଗ୍ରେସ ସମ୍ପର୍କ ସୁଦୃଢ ହେଉଥିବାରୁ ଏହା ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

କର୍ଣ୍ଣାଟକ ଜାତୀୟ ରାଜନୀତି ପାଇଁ ଏକ ନିର୍ଣ୍ଣାୟକ ସଙ୍କେତ ମଧ୍ୟ ଦେଉଛି। ଏହି ରାଜ୍ୟରେ ୨୮ ଲୋକସଭା ନିର୍ବାଚନର ଫଳାଫଳ ୨୦୧୯ ନିର୍ବାଚନକୁ ପ୍ରଭାବିତ କରିବ। ସେହିପରି ଏହି ମାସ ଅନୁଷ୍ଠିତ ହେଉଥିବା ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଇତ୍ୟାଦି ରାଜ୍ୟ ନିର୍ବାଚନରେ ମଧ୍ୟ ଏହି ଫଳାଫଳ ର ପରୋକ୍ଷ ପ୍ରଭାବ ପଡିବ। ବିଶେଷ କରି ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ ନିର୍ବାଚନରେ ବିଜେପି ସରକାରରେ ରହିଛି।

ତେଣୁ ଏହି  ସବୁ ରାଜ୍ୟରେ ସରକାର ବିରୋଧୀ ଜନମତ ସ୍ଵାଭାବିକ ଭାବରେ ରହିଛି। କେତୋଟି ସର୍ଭେ ରେ ଏହି ସବୁ ରାଜ୍ୟରେ କଂଗ୍ରେସ ଭଲ କରିବ ବୋଲି ସୂଚନା ମିଳୁଛି। ସେହି ସମୟରେ କଂଗ୍ରେସର ଏହି ବିପୁଳ ବିଜୟ ଆଗାମୀ ଦିନର ନିର୍ବାଚନୀ ସମୀକରଣକୁ ନିଶ୍ଚୟ ପ୍ରଭାବିତ କରିବ ।

Categories
ବିଶେଷ ଖବର

ଚାଷୀ ଆନ୍ଦୋଳନ, ରାଜନୀତି ଓ ବାସ୍ତବ ସ୍ଥିତି

କେଦାର ମିଶ୍ର –

କୃଷି ବିଶେଷଜ୍ଞ ମାନେ କହୁଛନ୍ତି ଭାରତରେ ପ୍ରତି ୨୪ ଘଣ୍ଟା ରେ ୨୦୨୪ ଜଣ ଚାଷୀ ଚାଷ ଚାଷ କାମ ଛାଡିବାକୁ ବାଧ୍ୟ ହେଉଛନ୍ତି। ୨୦୧୧ ଜନଗଣନା ରିପୋର୍ଟ ରେ ଏହି କଥା ପ୍ରମାଣିତ ହୋଇସାରିଛି। ଭାରତରେ ଚାଷୀ ମାନେ ବାଧ୍ୟ ହୋଇ ଚାଷକାମ ଛାଡୁଥିବାର ବହୁ କାରଣ ଭିତରୁ ସବୁଠୁ ବଡ କାରଣ ହେଉଛି, ୧୯୯୨ ପରଠୁ ଭାରତର ପ୍ରାୟ ପ୍ରତ୍ୟେକ ସରକାର ଗ୍ରହଣ କରିଥିବା ଚାଷ ଓ ଚାଷୀ ବିରୋଧୀ ନୀତି। କର୍ପୋରେଟ ଅର୍ଥନୀତିରେ ଚାଷୀମାନଙ୍କୁ ସରକାରୀ ସବସିଡି ଉପରେ ନିର୍ଭରଯୋଗ୍ୟ ପରଜୀବୀ ବୋଲି କୁହାଯାଉଛି। ରାଜନୈତିକ ଦଳମାନେ ଉପରେ ଉପରେ ଚାଷୀଙ୍କ ସ୍ଵାର୍ଥ ଓ ଉନ୍ନତିର କଥା କହୁଥିଲେ ମଧ୍ୟ ସରକାରୀ ନୀତି ଓ ଯୋଜନାରେ ଚାଷୀର ମେରୁଦଣ୍ଡ ଭାଙ୍ଗିଦେବାଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି।

ସେଇ ପୃଷ୍ଠଭୂମିରେ ନଭେମ୍ବର ୫ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ରେ ପ୍ରବେଶ କରିବାକୁ ଚାହୁଁଥିବା ନବନିର୍ମାଣ କୃଷକ ସଂଗଠନ ର ଆନ୍ଦୋଳନ କୁ ବିଚାର କରାଯାଇପାରେ। ଏହି ଆନ୍ଦୋଳନ କୁ ଓଡିଶା ରାଜନୀତି, ବିଶେଷ କରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବର ରାଜନୈତିକ ରଣନୀତିର ଅଂଶ ଭାବରେ ମଧ୍ୟ ସମୀକ୍ଷା କରାଯାଇପାରେ।

ନବନିର୍ମାଣ କୃଷକ ସଂଗଠନ ର ମୂଳ ଦାବୀ ହେଉଛି, ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ – ଅର୍ଥାତ ଚାଷୀର ଉତ୍ପାଦନ ପାଇଁ ଯଥାର୍ଥ ମୂଲ୍ୟ, ଚାଷୀ କୁ ସମ୍ମାନ ଓ ସାମାଜିକ ସୁରକ୍ଷା ଲାଗି ଚାଷୀଙ୍କୁ ପେନସନ । ମୋଟାମୋଟି ଶୁଣିବାକୁ ଏହା ଭଲ ଶୁଭୁଛି। ତେବେ ଏହାର ବାସ୍ତବ ସ୍ଥିତି କଣ ଓ ଏପ୍ରକାର ଦାବୀ କୁ ନେଇ ରାଜ୍ୟ ସରକାର କଣ କରିପାରିବେ, ସେକଥା ମଧ୍ୟ ଆଲୋଚନା ହେବା ଉଚିତ।

ଚାଷୀର ଉତ୍ପାଦନ ପାଇଁ ଯଥାର୍ଥ ମୂଲ୍ୟ  ଦେବାକୁ ସ୍ବାମୀନାଥନ କମିଟି ଯେଉଁ ପରାମର୍ଶ ଦେଇଥିଲେ, ତାକୁ ଭାରତ ସରକାର ଲାଗୁ କରୁନାହାନ୍ତି। ଏମଏସପି ଦର ବଢାଇବାକୁ ଓଡିଶା ବିଧାନସଭା ସର୍ବସମ୍ମତ୍ତି କ୍ରମେ କେନ୍ଦ୍ର ସରକାରକୁ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଗ୍ରହଣ କରାଯାଇନାହିଁ। ଶସ୍ୟର ସର୍ବନିମ୍ନ ମୂଲ୍ୟ ନିର୍ଧାରଣ ଦାୟିତ୍ଵ କେନ୍ଦ୍ର ସରକାରଙ୍କର । ସେ ବିଷୟରେ ରାଜ୍ୟ ସରକାରଙ୍କ ଭୂମିକା ସୀମିତ। ଏହାକୁ ଆଖିରେ ରଖି ଏକଥା କୁହାଯାଇପାରିବା ଯେ, ଏହି ଆନ୍ଦୋଳନକୁ ସମର୍ଥନ କରି ଓଡିଶାର ବିଜେପି ବୋଧେ ନିଜ ସରକାର ବିରୋଧରେ ପ୍ରତିବାଦ କରୁଛି। ବିଜେପି ସରକାର କେନ୍ଦ୍ରରେ ସ୍ବାମୀନାଥନ କମିଶନ ରିପୋର୍ଟ କୁ ଲାଗୁ କରୁଛି ବୋଲି କହୁଥିବା ବେଳେ ଏହାକୁ ଦେଶର ପ୍ରମୁଖ କୃଷକ ସଂଗଠନ ଗୁଡିକ ଅସ୍ଵୀକାର କରିଛନ୍ତି। ତେବେ ସ୍ବାମୀନାଥନ କମିଟି ରିପୋର୍ଟ କୁ ଲାଗୁ କରିବା ପାଇଁ ନବ ନିର୍ମାଣ ସଂଗଠନ ବିଶେଷ ଦାବୀ ରଖୁନାହିଁ। ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ଆଜି ମଧ୍ୟ ଏହି ଆନ୍ଦୋଳନ ତରଫରୁ ଠୋସ ପ୍ରସ୍ତାବ କିଛି ଥିଲାଭଳି ମାନେ ହେଉନାହିଁ।

ଚାଷୀଙ୍କୁ ସମ୍ମାନ କେଉଁ ସରକାର ଦେବ? ଚାଷୀକୁ ପରଜୀବୀ ବୋଲି ଭାବୁଥିବା, ଅର୍ଥନୀତି ଥିବା ପର୍ଯନ୍ତ ଚାଷୀକୁ ସମ୍ମାନ ମିଳିବ ନାହିଁ। ନବ ନିର୍ମାଣ କୃଷକ ସଂଗଠନ ଏହି ଅର୍ଥନୀତି ବିରୋଧରେ ନିଜର ସ୍ପଷ୍ଟ ମତ କେଉଠି ହେଲେ ରଖିନାହିଁ। ବରଂ ଏହି ଆନ୍ଦୋଳନ ର ସମର୍ଥନରେ ଛିଡା ହୋଇଥିବା ଅନେକ ନେତା କୃଷକ ବିରୋଧୀ ଅର୍ଥନୀତିକୁ ବିଭିନ୍ନ ସ୍ତରରେ ସମର୍ଥନ କରିଛନ୍ତି।

ବାକି ରହିଲା ପେନସନ କଥା। ଓଡିଶାରେ ଚାଷୀ ମାନଙ୍କୁ ପେନସନ ଦେବାଲାଗି ଏକ ପ୍ରସ୍ତାବ ରହିଥିବା କଥା ଓଡିଶାର ଅର୍ଥମନ୍ତ୍ରୀ ୨୦୧୮-୧୯ ବଜେଟ ର ପ୍ରସ୍ତୁତି ସମୟରେ ସୂଚନା ଦେଇଥିଲେ। ତେବେ ତାହା ଆଜି ପର୍ଯନ୍ତ କାର୍ୟକାରୀ ହୋଇନାହିଁ। ପଶ୍ଚିମ ବଙ୍ଗ ୬୫ ବର୍ଷ ଅତିକ୍ରମ କରିଥିବା ଚାଷୀଙ୍କୁ ୧୦୦୦ ଟଙ୍କାର ଭତ୍ତା ଦେଉଛନ୍ତି। ସେହିପରି ୨୦୧୫ ରେ କେନ୍ଦ୍ରର ବିଜେପି ସରକାର ବୟସ୍କ ଚାଷୀ ମାନଙ୍କୁ ୫୦୦୦ ଟଙ୍କାର ମାସିକ ପେନସନ ଦେବାକୁ ଘୋଷଣା କରିଥିଲେ। ସେ ଘୋଷଣା ଆଜିଯାଏ କାର୍ୟକାରୀ ହୋଇନାହିଁ । ଚାଷୀଙ୍କୁ ସାମାଜିକ ନିରାପତ୍ତା ଯୋଗାଇଦେବାଲାଗି ଏକ ଜାତୀୟ ଯୋଜନାର ଆବଶ୍ୟକତା ପ୍ରସଙ୍ଗରେ ଏହି ଆନ୍ଦୋଳନ କିଛି କହୁଛି କି? ତେବେ ଓଡିଶା ସରକାର ସ୍ଵତନ୍ତ୍ର କୃଷି ବଜେଟ ଓ ଚାଷୀଙ୍କ ଆୟ ଦୁଇଗୁଣ କରିଥିବାର ଦାବୀ କରୁଥିବାରୁ ଏ ପ୍ରସଙ୍ଗରେ କିଛି ଗୋଟେ ପଦକ୍ଷେପ ନେବା ଜରୁରୀ।

ଓଡିଶା ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୧୬-୧୭ ସୁଦ୍ଧା ରାଜ୍ୟର ୧୯,୮୫,୦୨୪ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାର ହିତାଧିକାରୀ ଭାବରେ ୩୦୦-୫୦୦ ଟଙ୍କାର ପେନସନ ପ୍ରଦାନ କରାଯାଉଛି। ଏଥିରେ ଚାଷୀଙ୍କୁ ସାମିଲ କରି ଏହି ପେନସନ ଅର୍ଥର ପରିମାଣକୁ ଏକ ସମ୍ମାନଜନକ ସ୍ତରକୁ ଅଣାଯିବା ଉଚିତ।

ଏହି ଆନ୍ଦୋଳନ ପଛରେ ସାମାଜିକ ସୁରକ୍ଷା ଓ କୃଷକର ସ୍ଵାର୍ଥ ଅପେକ୍ଷା ଏହାର ରାଜନୈତିକ ସ୍ଥିତି ଅଧିକ ଆଲୋଚିତ ହେଉଛି। ଏହାର ନେତୃତ୍ଵ କେବଳ ଉପକୂଳ ଓଡିଶାରେ ସୀମିତ ରହିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଚାଷୀ ସଂଗଠନ ସହିତ ଏହାର ସମନ୍ବୟ ନାହିଁ। ଦୀର୍ଘ ସମାୟ ଧରି ଏହି ଆନ୍ଦୋଳନ ର ପୃଷ୍ଠପୋଷକ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ସରକାରୀ ଦଳରେ ଯୋଗଦେଇ ରାଜ୍ୟସଭାକୁ ଯିବାପରେ, ଏହି ଆନ୍ଦୋଳନର ଉଦ୍ଦେଶ୍ୟ  ସନ୍ଦେହଜନକ ହୋଇପଡିଥିଲା। ତେବେ ସୌମ୍ୟ ବାବୁ ଯିବାପରେ ଏବେ ଏଥିରୁ ରାଜନୈତିକ ଫାଇଦା ଉଠାଇବାକୁ ବିଜେଡି ବିରୋଧୀ ରାଜନୈତିକ ଦଳ ଗୁଡିକ ଏହାର ମଞ୍ଚ କୁ ଅପହରଣ କରିନେଇଛନ୍ତି। ଚାଷୀଙ୍କ ତୁଳନାରେ ଏହି ଆନ୍ଦୋଳନରେ  ଅଧିକରୁ ଅଧିକ ବିରୋଧୀ ରାଜନେତାଙ୍କ ଭାଷଣ ଶୁଣିବାକୁ ମିଳୁଛି। ଏପରିକି ଲୋକସଭାରେ ଚାଷୀଙ୍କୁ ଦିଆଯାଉଥିବା ସବସିଡି କୁ ବିରୋଧ କରୁଥିବା ଓ ଜେନେଟିକ ବିହନ ପରି ଜଘନ୍ୟ ଚାଷୀ ବିରୋଧୀ ପଦକ୍ଷେପକୁ ସମର୍ଥନ କରୁଥିବା ରାଜନେତା ମାନେ ଏହି ଆନ୍ଦୋଳନ ସହିତ ରହିଥିବାର ଘୋଷଣା କରୁଛନ୍ତି। ଏପରିକି ଏହି ଆନ୍ଦୋଳନରେ ଏକଦା ଲୋକଙ୍କୁ ଠକି ଜେଲ ଯାଇଥିବା ଜଣେ ବିବଦମାନ ବ୍ୟବସାୟୀଙ୍କ ସମ୍ପୃକ୍ତିକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ରହିଛି। ଗାନ୍ଧୀବାଦ ଆଧାରିତ ଏକ ସଙ୍ଗଠନରେ ଜଣେ କୁଖ୍ୟାତ ବିଲ୍ଡରଙ୍କ ସମ୍ପୃକ୍ତି ଆଦୌ ଗ୍ରହଣଯୋଗ୍ୟ କଥା ନୁହେଁ।

ଆପାତତଃ ଉପକୂଳ ଓଡିଶାରେ ଏକ ପ୍ରଭାବଶାଳୀ ଚାଷୀ ସଂଗଠନ ଭାବରେ ଗଢିଉଠୁଥିବା ଏହି ସଂଗଠନ ର ରାଜନୀତି ଓ ସାଙ୍ଗଠନିକ ପ୍ରଭାବ ୨୦୧୯ ନିର୍ବାଚନରେ ପଡିବ କି ନାହିଁ, ସେକଥା ଏବଠୁ ଆକଳନ କରିବା ସମ୍ଭବ ନୁହେଁ।

Categories
ବିଶେଷ ଖବର ସଂସ୍କୃତି

ପ୍ରାଚୀନ ଭିତରେ ସମକାଳ ର ଜୀବନବୋଧ ଖୋଜୁଥିବା ଚିତ୍ରଶିଳ୍ପୀ ପ୍ରତୁଲ୍ ଦାଶଙ୍କ ସହ ଏକ ସାକ୍ଷାତକାର

ପ୍ରତୁଲ୍ ଦାଶ,ସମକାଳୀନ ଭାରତୀୟ ଚିତ୍ର ଜଗତରେ ଏକ ଚର୍ଚ୍ଚିତ ନାମଚିତ୍ର ସଂରଚନାରେ ଅଭିନବ ରୀତି  ଓ ଅଣପାରମ୍ପରିକ କଳା ସଂସ୍ଥାପନା ପାଇଁ ପ୍ରତୁଲଙ୍କ ସୁନାମ ରହିଛିତାଙ୍କର ଜନ୍ମ ଓଡିଶାର ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ । ତାଙ୍କର କଳାକର୍ମଗୁଡିକ ଭିନ୍ନ ଭିନ୍ନ ଧାରଣାକୁ ଆଧାର କରି ସୃଷ୍ଟ । ବି.କେ କଲେଜ ଭୁବନେଶ୍ୱରରୁ ସ୍ନାତକ ଏବଂ ଦିଲ୍ଲୀ କଲେଜ ଅଫ୍ ଆର୍ଟରୁ ସ୍ନାକତ୍ତୋର କରିବା ପରେ ସେ ଏବେ ଦିଲ୍ଲୀରେ ଚିତ୍ରାଭ୍ୟାସ କରୁଛନ୍ତି ।ପ୍ରତୁଲ ନିଜ ବିଷୟବସ୍ତୁ ଚୟନ ବେଳେ ବାସ୍ତବତା ଓ ସାମାଜିକ ଜୀବନର ଛୋଟ ଛୋଟ ଘଟନା ସହ ନିଜକୁ ସାମିଲ କରନ୍ତିତାଙ୍କ ଚିତ୍ର କାନଭାସ ରେ ହେଉ ବା ସଂସ୍ଥାପନା କ୍ଷେତ୍ରରେ, କେବେ କେମିତି ଅଡିଓ ଭିଜୁଆଲ ନିର୍ମାଣରେ ମଧ୍ୟ ସେ କୁହୁକ ସର୍ଜନ କରିପାରନ୍ତି। ତାଙ୍କ ଚିତ୍ର ସାଧାରଣ ମଣିଷର କଥାକୁ ଅସାଧାରଣ କଳାଶକ୍ତି ପ୍ରଦାନ କରିବାରେ ସମର୍ଥ।   ନିଜର କଳାତ୍ମକ ଉପସ୍ଥାପନାରେ ପ୍ରତୁଲ ସମାଜ, ସ୍ଥାନାନ୍ତରଣ ଭଳି ସମସ୍ୟା , ଜୀବଜଗତର ସଙ୍କଟ  ଆଦି ବିଷୟ ଉପରେ ଆଲୋକପାଟ  କରିଥାନ୍ତି ।

ସମ୍ପ୍ରତି ଭୁବନେଶ୍ୱର ଆର୍ଟ ଟ୍ରେଲ ରେ ନିଜର ପ୍ରସ୍ତୁତି ରଖୁଥିବା ଆମ ସମୟର ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରତୁଲ ଦାଶଙ୍କ ସହ କିଛି କଥାବାର୍ତ୍ତା। –

ଉପସ୍ଥାପନା- ସୁମିତ୍ରା ପାଢୀ

 ପ୍ର.୧- ଆପଣ ଏବେ କରୁଥିବା ଚିତ୍ରାଭ୍ୟାସ ସଂପର୍କରେ କଣ କହିବାକୁ ଚାହିଁବେ?

ଉ- ମୂଳତଃ ମୁଁ ପେ ଣ୍ଟିଂରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର କରିଛି । କିନ୍ତୁ ବର୍ତ୍ତମାନ ମୁଁ ଯେଉଁ ପ୍ରକାର କାମ କରୁଛି ; ସେ ପେଣ୍ଟିଂ ହେଉ ବା ଭିଡ଼ିଓ ହେଉ , ନିର୍ଦ୍ଦିଷ୍ଟ ସ୍ଥାନ ସଂପର୍କିତ କାମ ହେଉ ବା ଧ୍ୱନୀ ସଂପର୍କିତ କାମ ହେଉ ସବୁଗୁଡିକ ଆମର ସାମାଜିକ – ରାଜନୈତିକ – ପରିବେଶ ସଂପର୍କିତ ଅବସ୍ଥା ଓ ବ୍ୟବସ୍ଥାକୁ ସୂଚାଉଛି । ଚିତ୍ର ଆଙ୍କିବା ସମୟରେ ବେଳେବେଳେ ମନେହୁଏ ଯେ ମୁଁ ଯାହା ଚାହୁଁଛି ସେସବୁ ପ୍ରକାଶ ଘଟି ପାରୁନି; କେଉଁଠି ଠାଏ ଧ୍ୱନୀର ଅଭାବ ରହିଯାଉଛି ତ କେଉଁଠି ଦରକାର ପଡୁଛି ଅଭିନୟ । ସେହି ଅଭାବବୋଧରୁ ନିଜକୁ ଅଭିବ୍ୟକ୍ତ କରିବାକୁ ମୁଁ ନୂଆ ମାଧ୍ୟମ ଖୋଜିବୁଲେ  । ତେଣୁ ବିଭିନ୍ନ ମାଧ୍ୟମରେ କାମ କାରିବାଟା ମୋ ଲାଗି ମୋ ଦୈନନ୍ଦିନ ଚିତ୍ରାଭ୍ୟାସର ଏକ ସମ୍ପ୍ରସାରଣ । ମୁଁ କୈାଣସି ମାଧ୍ୟ୍ୟମକୁ ଫ୍ୟାସନ ଭାବେ , ଟ୍ରେଣ୍ଡ ଭାବେ କି କେବଳ ବ୍ୟବହାର କରିବା ପାଇଁ ବ୍ୟବହାର କରେନି । ମୁଁ ଆବଶ୍ୟକତା ଅନୁସାରେ ମାଧ୍ୟମଟିକୁ ବାଛେ । ତେଣୁ କୈାଣସି ମାଧ୍ୟମ ମୋ ପାଇଁ ପୁରୁଣା ନୁହେଁ ।

ପ୍ର.୨- ଏହି ଟ୍ରେଲରେ  ଆପଣ ଯେଉଁ କାମ କାରୁଛନ୍ତି ତାହାକୁ ପୁରୁଣା ଭୁବନେଶ୍ୱର ସହ କେମିତି ଯୋଡୁଛନ୍ତି?

ଉ- ଭୁବନେଶ୍ୱର ମୋ ପାଇଁ ନୂଆ ନୁହେଁ । ମୋ ଜୀବନର ସର୍ଜନାତ୍ମକ ଓ ଗଠନମୂଳକ ଦିନସବୁ  ଏଇଠାରେ ବିତିଛି । ୧୯୯୦ ରୁ ୯୬ ଯାଏଁ ଦୀର୍ଘ ଛଅ ବର୍ଷ ମୁଁ ଏଇ ସହରରେ କଟେଇଛି । ତେଣୁ ଏହି ପବ୍ଲିକ୍ ଆର୍ଟ ପ୍ରକଳ୍ପ ଅବସରରେ ଏଠାକୁ ଅସିବାଟା ଅତୀତର ସ୍ମୃତିକୁ ପୁଣି ସତେଜ କରିଦେବା ପରି ହୋଇଛି । ଏଠାକୁ ଆସି ମନ୍ଦିର ସବୁକୁ  ପୁଣିଥରେ ବୁଲିବା ବେଳେ ଚଟାଣରେ ପଡିଥିବା ଜ୍ୟାମିତିକ ରେଖା ମୋତେ ଆକୃଷ୍ଟ କଲା । ବିନ୍ଦୁସାଗର କୂଳରେ ଏବେ ଆମେ ଯେଉଁଠି ବସିଛନ୍ତି ତାର ଆର ପାଖକୁ ଅନେଇଲା ବେଳକୁ ଏଠାକାର ଭୈାଗୋଳିକ ଅବସ୍ଥିତିରେ ଯେଉଁ  ଅନେକ ପରସ୍ତ ପଡିଗଲାଣି ତାହା ଦିଶିଲା । ଏଇ ସାମ୍ନାରେ ଯେଉଁ ମନ୍ଦିରଟି ଉପରକୁ ଯେତିକି ଦିଶୁଛି ତା ତଳେ ମଧ୍ୟ ସେତିକି ପୋତି ହୋଇ ରହିଛି । କାରଣ ଏ ଭିତରେ ରାସ୍ତା ଅନେକ ଉଚ୍ଚ ହୋଇଗଲାଣି । ଅନନ୍ତ ବାସୁଦେବ ମନ୍ଦିରରେ କୁଡୁଆ ଗୁଡିକ ଦେଖି ଏସବୁ ଯେ ଅନେକ ଦିନରୁ ପୁରୀ ମନ୍ଦିର ହେଉ କି ଏଠାକାର ମନ୍ଦିର ହେଉ ସବୁଠି ବ୍ୟବହାର ହେଉଛି ମନେପଡିଲା । କୁଡୁଆ ହାତରେ ତିଆରି ହୁଏ ବୋଲି ସବୁ ଗୁଡିକ ଭିନ୍ନ । ତେଣୁ ସ୍ୱତନ୍ତ୍ର, ପୁରୁଣା ବି । ଜାଣିଶୁଣି କିଛି ଅଇଁଠା କୁଡୁଆ ବି ସଂଗ୍ରହ କରିଛି । ମୋ ମତରେ ଏହି ସ୍ୱତନ୍ତ୍ରତା ଓ ଭିନ୍ନତା ହିଁ ସୈାନ୍ଦର୍ଯ୍ୟ । ଏହାଛଡା ଏଠାକୁ ଆସିବା ପରେ ସାତ ଦିନ ହେଲା ଗୋଟେ ଘରଚଟିଆ ବି ଦେଖିବାକୁ ପାଉନି । ତେଣୁ ମୋ କାମଟି ମନ୍ଦିର ଚଟାଣର ଜ୍ୟାମିତିକ ରେଖା , ଅତୀତ ସମୟରୁ ତିଆରି ହୋଇଆସୁଥିବା କୁଡୁଆ, ଚଢେଇଙ୍କ ପାଇଁ ନୀଡ, ସମାଜର ବିଭିନ୍ନ ସ୍ତରର ଲୋକ ବ୍ୟବହାର କରୁଥିବା ମାଟିପାତ୍ରକୁ ନେଇ । କଳାକୃତିଟି ସଂପୂର୍ଣ୍ଣ ହେବା ପରେ ଆପଣ ଦେଖିଲେ ଅନୁଭବ କରିପାରିବେ ଏହା ଭିତରେ କେମିତି ଅନେକ ପରସ୍ତ ଲୁଚିରହିଛି ।

ପ୍ର.୩- ଆପଣଙ୍କ ମତରେ ସ୍ମାର୍ଟ ସିଟି ଭୁବନେଶ୍ୱରର ରୂପରେଖ କେମିତି ହେବା କଥା?

ଉ- ସ୍ମାର୍ଟ ସିଟି ଶବ୍ଦଟିକୁ ହିଁ ମୁଁ ବୁଝିପାରେନି । ମୁଁ ପ୍ରଗତିର ବିରୋଧୀ ନୁହେଁ  କିନ୍ତୁ ଆମକୁ ସେଥିପାଇଁ କେତେ ହରାଇବାକୁ ପଡୁଛି ସେଇଟା ହିଁ ଭାବିବାର କଥା । ସ୍ମାର୍ଟ ସିଟି ସ୍ୱାଗତଯୋଗ୍ୟ କିନ୍ତୁ ଆମକୁ ଏଥିଲାଗି ଅନେକ ଦାୟିତ୍ୱ ନେବାକୁ ପଡିବା ସହ ଅନୁଭବି ହେବାକୁ ହେବ ।

୪-ପ୍ର. ଭୁବନେଶ୍ୱର ଆର୍ଟ ଟ୍ରେଲ୍ କେତେ ପ୍ରାସଙ୍ଗିକ ବୋଲି ଆପଣ ଭାବନ୍ତି?

ଉ. ନିଶ୍ଚିନ୍ତ ଭାବେ ଏହା ଏକ ସୁନ୍ଦର ପ୍ରୟାସ । ଏହି କଥାଟି କିନ୍ତୁ ଅନେକ ବର୍ଷ ଆଗରୁ ହେବାର ଥିଲା । ମୋ ମତରେ ଏହି ଟ୍ରେଲ୍ କେବଳ ଏକ ଆରମ୍ଭ ମାତ୍ର । ଆଗକୁ ଆହୁରି ଏମିତି ଅନେକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଏହି ପ୍ରକଳ୍ପ ମାଧ୍ୟମରେ ଭୁବନେଶ୍ୱର ଓ ଓଡିଶା ଜାତୀୟ ଓ ଆନ୍ତର୍ଜାତିକ ସମସାମୟିକ କଳା କ୍ଷେତ୍ରରେ ପରିଚୟ ସୃଷ୍ଟି କରୁଛି, ଯାହା ଖୁବ୍ ଭଲ କଥା  । ଏଠାକାର ଜନସାଧାରଣଙ୍କର ମଧ୍ୟ କଳା ବିଷୟରେ ନୂଆ ଧାରଣା ତିଆରି ହେଉଛି । ତେଣୁ ସବୁ ଦୃଷ୍ଟିରୁ ଏହା ଏକ ନୂଆ ଆରମ୍ଭ ।

Categories
ଆଜିର ଖବର

Uttarakhand CM Assures Safe Evacuation of Pilgrims From Odisha

Assuring the people of Odisha of their fellow denizens’ safety, Uttarakhand Chief Minister Trivendra Singh Rawat tweeted that has already issued orders for the safe evacuation of the Odia pilgrims stranded in Badrinath.

In the tweet, Rawat mentions, “I have issued orders for the safe evacuation of all the pilgrims of Odisha who are stranded here. We will take steps to ensure safety & security of everyone.”

The tweet came close on the heels of a letter that was written by Joint Commissioner of Relief Pravat Ranjan Mohapatra to the District Collector of Chamoli. In the letter, Mohapatra had sought support from the Uttarakhand Government to make necessary arrangements of the pilgrims’ safe journey back home.

Earlier today it was reported that as many as 42 pilgrims from Bhanjanagar in Ganjam have been left stranded in Uttarakhand due to intense snowfall. According to reports, the pilgrims were returning from Badrinath Dham after ‘darshan’, however extreme weather proved to be their enemy as the Bhanjanagar pilgrims have been left stranded with very little support.

Categories
ବିଶେଷ ଖବର

ରିଜର୍ଭ ବ୍ୟାଙ୍କର ସ୍ଵାଧୀନତା ଅପହରଣ ପାଇଁ ଏକ ସୁଚିନ୍ତିତ ରାଜନୈତିକ ଷଡଯନ୍ତ୍ର

କେଦାର ମିଶ୍ର –

ଭାରତର ରିଜର୍ଭ ବ୍ୟାଙ୍କ ଗଠିତ ହେବାର ମାତ୍ର ବର୍ଷେ ପରେ ୧୯୩୬ ମସିହାରେ ଓଡିଶାର ଖ୍ୟାତନାମା ଅର୍ଥନୀତିଜ୍ଞ ପ୍ରଫେସର ସଦାଶିବ ମିଶ୍ର ଏକ ପ୍ରବନ୍ଧରେ ଆମକୁ ସତର୍କ କରାଇ ଦେଇ କହିଥିଲେ-  ରିଜର୍ଭ ବ୍ୟାଙ୍କ ସ୍ଵାଧୀନ ଭାବରେ ଭାରତର ରାଜନୀତିକ ମତ ଠାରୁ  ସଂପୂର୍ଣ୍ଣ ପୃଥକ ରହି ସମ୍ୟକ କାର୍ୟକାରୀ ନହେବା ଯାଏ ନୂଆ ଶାସନ ସଂସ୍କାର ଅନ୍ତତଃ କେନ୍ଦ୍ର ସରକାରରେ ପ୍ରଚଳନ ହୋଇପାରିବ ନାହିଁ (ନବ ଭାରତ,ଧନୁ,୧୩୪୨) ଏହାର ଠିକ ଅଶି ବର୍ଷ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ର ୨୭ତମ ଗଭର୍ଣ୍ଣର ରଘୁରାମ ରାଜନ ସେଇ ସମାନ କଥା କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଅଶି ବର୍ଷ ପୂର୍ତ୍ତି ଅବସରରେ ରଘୁରାମ ରାଜନ ସେଇ ସମାନ ସ୍ଵାଧୀନତା ଓ ସ୍ୱାୟତ୍ତତା ର ପ୍ରଶ୍ନ ଉଠାଇଛନ୍ତି। ରିଜର୍ଭ ବ୍ୟାଙ୍କ କୌଣସି ରାଜନୈତିକ ବିଚାରର ଦାସ ହୋଇପାରିବ ନାହିଁ କିମ୍ବା ଏହା କୌଣସି ସରକାରର ରାଜନୈତିକ ଇଚ୍ଛା ଶକ୍ତି ଦ୍ଵାରା ପରିଚାଳିତ ହେବନାହିଁ। ରାଜନ ତାଙ୍କର ପୂର୍ବସୂରୀ ଡକ୍ଟର ସୁବ୍ବା ରାଓଙ୍କ ମତକୁ ଉଦ୍ଧାର କରି ଲେଖିଛନ୍ତି- ମୁଁ ଆଶା କରୁଛି, ଏମିତି ଗୋଟେ ଦିନ ଆସିବଯେଉଁ ଦିନ ଦେଶର ଅର୍ଥମନ୍ତ୍ରୀଙ୍କୁ କହିବାକୁ ପଡିବ ଯେ ମୁଁ ରିଜର୍ଭ ବ୍ୟାଙ୍କ କୁ ନେଇ ସତରେ ବଡ ହତାଶ। ରାଗିକି ମୁଁ ହୁଏତ ଏକାକୀ ଚାଲିବାକୁ ବାହାରି ଯାଇପାରେ। କିନ୍ତୁ ମୋତେ କହିବାକୁ ପଡିବ ଯେ, ଯାହା ବି ହେଉ ଆମ ଦେଶରେ ଗୋଟେ ରିଜର୍ଭ ବ୍ୟାଙ୍କ ରହିଛି ରଘୁରାମ ରାଜନ ଆଉ ପାଦେ ଆଗକୁ ଯାଇ କହୁଛନ୍ତି- କେବଳ ରିଜର୍ଭ ବ୍ୟାଙ୍କ ବଞ୍ଚିଲେ ହେବନାହିଁ, ଏହାର ନାହିଁ କରିପାରିବାର ଅଧିକାର କୁ ବଞ୍ଚାଇ ରଖିବାକୁ ପଡିବ(ଆଇ ଡୁ ହ୍ଵାଟ ଆଇ ଡୁ, ରଘୁରାମ ରାଜନ)

 ସୁବ୍ବା ରାଓ ଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ଆଜି ଏକପ୍ରକାର ସତ୍ୟ ରେ ପରିଣତ ହୋଇଛି। ଆଜିର ଅର୍ଥମନ୍ତ୍ରୀ ଓ ତାଙ୍କର ପରାମର୍ଶଦାତା ମଣ୍ଡଳୀ ରିଜର୍ଭ ବ୍ୟାଙ୍କ କୁ ନେଇ ପ୍ରବଳ ଭାବରେ ହତାଶ। ଆଜି ଦେଶର ଅର୍ଥନୈତିକ ଦୁରବସ୍ଥା ଲାଗି କେନ୍ଦ୍ର ସରକାର ବିଫଳ ହେବା ପରେ ଏହାର ସବୁ ଦୋଷ ରିଜର୍ଭ ବ୍ୟାଙ୍କ ମୁଣ୍ଡରେ ଲଦିଦେବାକୁ ସରକାର ଚେଷ୍ଟା କରୁଛନ୍ତି। ଏଯାଏ ସରକାରଙ୍କ ସାକ୍ଷୀ କଣ୍ଢେଇ ଭାବରେ କାମ କରୁଥିବା ଗଭର୍ଣ୍ଣର ଉର୍ଜିତ ପଟେଲ, ଏବେ ସରକାରଙ୍କୁ ରିଜର୍ଭ ବ୍ୟାଙ୍କର ସ୍ୱାୟତ୍ତତା ରେ ହସ୍ତକ୍ଷେପ ନକରିବାକୁ ଚରମ ବାଣୀ ଶୁଣେଇ ଦେଇଛନ୍ତି। ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ୟ ଏକ ଭାଷଣରେ ମୋଦୀ ସରକାର ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ନିଜର ରାଜନୈତିକ ବିଚାରଧାରା ଥୋପିବାକୁ ଚେଷ୍ଟା କରୁଛନ୍ତି ଓ ଏହା ଦେଶର ଅର୍ଥନୀତି  ପ୍ରତି ବଡ ବିପଦ ସୃଷ୍ଟି କରିବ ବୋଲି କୁହାଯାଇଛି। ବର୍ତ୍ତମାନ ସରକାର ଓ ରିଜର୍ଭ ବ୍ୟାଙ୍କ ଭିତରେ ପ୍ରବଳ ମୁହାଁମୁହିଁ ଅବସ୍ଥା ଲାଗି ରହିଛି। ହୁଏତ ଅର୍ଥମନ୍ତ୍ରୀଙ୍କ ସମାଲୋଚନାରେ ଅତିଷ୍ଠ ହୋଇ ଊର୍ଜିତ ପଟେଲ ଇସ୍ତଫା ଦେଇପାରନ୍ତି। ଏ ଲେଖା ପ୍ରକାଶିତ ହେଲା ବେଳକୁ ହୁଏତ ଉର୍ଜିତ ପଟେଲ ଗଭର୍ଣ୍ଣର ନଥାଇ ପାରନ୍ତି!!

ବିମୁଦ୍ରାକରଣ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ କୁ ନିଜ ବ୍ୟକ୍ତିଗତ ଇଛାର ମାଧ୍ୟମ ଭାବରେ ବ୍ୟବହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅର୍ଥନୀତି ଓ ବଜାର ବ୍ୟବସ୍ଥା କୁ ଏକପ୍ରକାର ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ଉତ୍ତର ପ୍ରଦେଶ ନିର୍ବାଚନ କୁ ଆଖି ଆଗରେ ରଖି ସାରା ଦେଶର ଚଳନ୍ତି ବ୍ୟବସ୍ଥା(currency system) କୁ ମୋଦୀ ଏକପ୍ରକାର ସ୍ଥାଣୁ କରିଦେଲେ। ରିଜର୍ଭ ବ୍ୟାଙ୍କର କ୍ଷମତାକୁ ସଙ୍କୁଚିତ କରିବା ସହିତ ଏହାର ଦୈନନ୍ଦିନ କାର୍ଯକଳାପରେ ସରକାରୀ ହସ୍ତକ୍ଷେପ ବଢି ଚାଲିଲା। ପରିଶେଷରେ ଗାଈ ବିଷୟରେ ଭଲ ରଚନା ଲେଖି ପାରୁଥିବା ଏସ ଗୁରୁମୂର୍ତ୍ତିଙ୍କ ପରି ଲୋକଙ୍କୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ ପଦରେ ବସାଇ ଦିଆଗଲା। ବିଜେପିର ବୈଚାରିକ ପିତୃ ସଂଗଠନ ଆରଏସଏସ ତରଫରୁ ରିଜର୍ଭ ବ୍ୟାଙ୍କକୁ ନିୟମିତ ସମାଲୋଚନା କରିବା ସହିତ ଏହାର ସ୍ଵାଧୀନତା ଲୁଟିନେବା ସପକ୍ଷରେ ଯୁକ୍ତି କରାଗଲା।

ଯାହାର ପରିଣତି ସ୍ଵରୂପ ଆଜି ରିଜର୍ଭ ବ୍ୟାଙ୍କ ଆଜି ସବୁଠୁ ବଡ ଆହ୍ୱାନର ସମ୍ମୁଖୀନ ହେଉଛି। ତେବେ କେବଳ ରିଜର୍ଭ ବ୍ୟାଙ୍କ ନୁହଁ, ଦେଶର ଶାସନ ବ୍ୟବସ୍ଥାରେ ପ୍ରମୁଖ ଭୂମିକା ନେଉଥିବା ସ୍ଵାଧୀନ ସଂଗଠନ ଗୁଡିକ ଏବେ ସରକାରୀ ଉତ୍ପାତ ଯୋଗୁଁ ବ୍ୟତିବ୍ୟସ୍ତ। ସିବିଆଇ, ଆରବିଆଇ, ସିଏଜି, ନିର୍ବାଚନ କମିଶନ, ର’, ଇଡି ଭଳି ସଂସ୍ଥା ଆଜି ସଂପୂର୍ଣ୍ଣ ହତାଶ। ନିକଟରେ ସିବିଆଇ ଏକ ଦାନ୍ତ ନଥିବା ସଂସ୍ଥା ପାଲଟି ଯାଇଛି। ଏ ସଂସ୍ଥାର ମୁଣ୍ଡ ଗଣ୍ଡି କିଛି କାମ କରୁନି। ସିଏଜି ଅଛି କି ନାହିଁ ଜଣା ପଡୁନି। ନିର୍ବାଚନ କମିଶନ ସରକାରୀ ଦଳର ଇସାରାରେ ଚାଲିଲାପରି ମାନେ ହେଉଛି। ଏମିତି ପୃଷ୍ଠଭୂମିରେ ଆରବିଆଇ କୁ ମାରିଦେବାର ଷଡଯନ୍ତ୍ର ଆମର ଗଣତନ୍ତ୍ର ଓ ସ୍ଵାଧୀନତା କୁ ବିପନ୍ନ କରିବ। ପୃଥିବୀର ସବୁ ଦେଶ ଗୁଡିକରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ନିଜ ନିଜ ସରକାରର ନିୟନ୍ତ୍ରଣରୁ ମୁକ୍ତ ରହିଥାନ୍ତି। ଏକ ସୁସ୍ଥ ବଜାର ଅର୍ଥନୀତି ପାଇଁ ସ୍ଵାଧୀନ ରିଜର୍ଭ ବ୍ୟାଙ୍କ ଏକ ମୌଳିକ ଆବଶ୍ୟକତା। ସେଇ ସ୍ବାଧିନତାର ମୃତ୍ୟୁ ଘଟିଲେ ଆମର ରାଜନୈତିକ ସ୍ଵାଧୀନତା ବିପନ୍ନ ହେବ।

 

(କାର୍ଟୁନ ସୌଜନ୍ୟ- ସୀତାରାମ ୟେଚୁରୀ ଟୁଇଟ )