Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରାଚୀନ ଭିତରେ ସମକାଳ ର ଜୀବନବୋଧ ଖୋଜୁଥିବା ଚିତ୍ରଶିଳ୍ପୀ ପ୍ରତୁଲ୍ ଦାଶଙ୍କ ସହ ଏକ ସାକ୍ଷାତକାର
ବିଶେଷ ଖବର

ପ୍ରାଚୀନ ଭିତରେ ସମକାଳ ର ଜୀବନବୋଧ ଖୋଜୁଥିବା ଚିତ୍ରଶିଳ୍ପୀ ପ୍ରତୁଲ୍ ଦାଶଙ୍କ ସହ ଏକ ସାକ୍ଷାତକାର

November 4, 2018No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରତୁଲ୍ ଦାଶ,ସମକାଳୀନ ଭାରତୀୟ ଚିତ୍ର ଜଗତରେ ଏକ ଚର୍ଚ୍ଚିତ ନାମ। ଚିତ୍ର ସଂରଚନାରେ ଅଭିନବ ରୀତି  ଓ ଅଣପାରମ୍ପରିକ କଳା ସଂସ୍ଥାପନା ପାଇଁ ପ୍ରତୁଲଙ୍କ ସୁନାମ ରହିଛି। ତାଙ୍କର ଜନ୍ମ ଓଡିଶାର ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ । ତାଙ୍କର କଳାକର୍ମଗୁଡିକ ଭିନ୍ନ ଭିନ୍ନ ଧାରଣାକୁ ଆଧାର କରି ସୃଷ୍ଟ । ବି.କେ କଲେଜ ଭୁବନେଶ୍ୱରରୁ ସ୍ନାତକ ଏବଂ ଦିଲ୍ଲୀ କଲେଜ ଅଫ୍ ଆର୍ଟରୁ ସ୍ନାକତ୍ତୋର କରିବା ପରେ ସେ ଏବେ ଦିଲ୍ଲୀରେ ଚିତ୍ରାଭ୍ୟାସ କରୁଛନ୍ତି ।ପ୍ରତୁଲ ନିଜ ବିଷୟବସ୍ତୁ ଚୟନ ବେଳେ ବାସ୍ତବତା ଓ ସାମାଜିକ ଜୀବନର ଛୋଟ ଛୋଟ ଘଟନା ସହ ନିଜକୁ ସାମିଲ କରନ୍ତି। ତାଙ୍କ ଚିତ୍ର କାନଭାସ ରେ ହେଉ ବା ସଂସ୍ଥାପନା କ୍ଷେତ୍ରରେ, କେବେ କେମିତି ଅଡିଓ ଭିଜୁଆଲ ନିର୍ମାଣରେ ମଧ୍ୟ ସେ କୁହୁକ ସର୍ଜନ କରିପାରନ୍ତି। ତାଙ୍କ ଚିତ୍ର ସାଧାରଣ ମଣିଷର କଥାକୁ ଅସାଧାରଣ କଳାଶକ୍ତି ପ୍ରଦାନ କରିବାରେ ସମର୍ଥ।   ନିଜର କଳାତ୍ମକ ଉପସ୍ଥାପନାରେ ପ୍ରତୁଲ ସମାଜ, ସ୍ଥାନାନ୍ତରଣ ଭଳି ସମସ୍ୟା , ଜୀବଜଗତର ସଙ୍କଟ  ଆଦି ବିଷୟ ଉପରେ ଆଲୋକପାଟ  କରିଥାନ୍ତି ।

ସମ୍ପ୍ରତି ଭୁବନେଶ୍ୱର ଆର୍ଟ ଟ୍ରେଲ ରେ ନିଜର ପ୍ରସ୍ତୁତି ରଖୁଥିବା ଆମ ସମୟର ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରତୁଲ ଦାଶଙ୍କ ସହ କିଛି କଥାବାର୍ତ୍ତା। –

ଉପସ୍ଥାପନା- ସୁମିତ୍ରା ପାଢୀ

 ପ୍ର.୧- ଆପଣ ଏବେ କରୁଥିବା ଚିତ୍ରାଭ୍ୟାସ ସଂପର୍କରେ କଣ କହିବାକୁ ଚାହିଁବେ?

ଉ- ମୂଳତଃ ମୁଁ ପେ ଣ୍ଟିଂରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର କରିଛି । କିନ୍ତୁ ବର୍ତ୍ତମାନ ମୁଁ ଯେଉଁ ପ୍ରକାର କାମ କରୁଛି ; ସେ ପେଣ୍ଟିଂ ହେଉ ବା ଭିଡ଼ିଓ ହେଉ , ନିର୍ଦ୍ଦିଷ୍ଟ ସ୍ଥାନ ସଂପର୍କିତ କାମ ହେଉ ବା ଧ୍ୱନୀ ସଂପର୍କିତ କାମ ହେଉ ସବୁଗୁଡିକ ଆମର ସାମାଜିକ – ରାଜନୈତିକ – ପରିବେଶ ସଂପର୍କିତ ଅବସ୍ଥା ଓ ବ୍ୟବସ୍ଥାକୁ ସୂଚାଉଛି । ଚିତ୍ର ଆଙ୍କିବା ସମୟରେ ବେଳେବେଳେ ମନେହୁଏ ଯେ ମୁଁ ଯାହା ଚାହୁଁଛି ସେସବୁର  ପ୍ରକାଶ ଘଟି ପାରୁନି; କେଉଁଠି ଠାଏ ଧ୍ୱନୀର ଅଭାବ ରହିଯାଉଛି ତ କେଉଁଠି ଦରକାର ପଡୁଛି ଅଭିନୟ । ସେହି ଅଭାବବୋଧରୁ ନିଜକୁ ଅଭିବ୍ୟକ୍ତ କରିବାକୁ ମୁଁ ନୂଆ ମାଧ୍ୟମ ଖୋଜିବୁଲେ  । ତେଣୁ ବିଭିନ୍ନ ମାଧ୍ୟମରେ କାମ କାରିବାଟା ମୋ ଲାଗି ମୋ ଦୈନନ୍ଦିନ ଚିତ୍ରାଭ୍ୟାସର ଏକ ସମ୍ପ୍ରସାରଣ । ମୁଁ କୈାଣସି ମାଧ୍ୟ୍ୟମକୁ ଫ୍ୟାସନ ଭାବେ , ଟ୍ରେଣ୍ଡ ଭାବେ କି କେବଳ ବ୍ୟବହାର କରିବା ପାଇଁ ବ୍ୟବହାର କରେନି । ମୁଁ ଆବଶ୍ୟକତା ଅନୁସାରେ ମାଧ୍ୟମଟିକୁ ବାଛେ । ତେଣୁ କୈାଣସି ମାଧ୍ୟମ ମୋ ପାଇଁ ପୁରୁଣା ନୁହେଁ ।

ପ୍ର.୨- ଏହି ଟ୍ରେଲରେ  ଆପଣ ଯେଉଁ କାମ କାରୁଛନ୍ତି ତାହାକୁ ପୁରୁଣା ଭୁବନେଶ୍ୱର ସହ କେମିତି ଯୋଡୁଛନ୍ତି?

ଉ- ଭୁବନେଶ୍ୱର ମୋ ପାଇଁ ନୂଆ ନୁହେଁ । ମୋ ଜୀବନର ସର୍ଜନାତ୍ମକ ଓ ଗଠନମୂଳକ ଦିନସବୁ  ଏଇଠାରେ ବିତିଛି । ୧୯୯୦ ରୁ ୯୬ ଯାଏଁ ଦୀର୍ଘ ଛଅ ବର୍ଷ ମୁଁ ଏଇ ସହରରେ କଟେଇଛି । ତେଣୁ ଏହି ପବ୍ଲିକ୍ ଆର୍ଟ ପ୍ରକଳ୍ପ ଅବସରରେ ଏଠାକୁ ଅସିବାଟା ଅତୀତର ସ୍ମୃତିକୁ ପୁଣି ସତେଜ କରିଦେବା ପରି ହୋଇଛି । ଏଠାକୁ ଆସି ମନ୍ଦିର ସବୁକୁ  ପୁଣିଥରେ ବୁଲିବା ବେଳେ ଚଟାଣରେ ପଡିଥିବା ଜ୍ୟାମିତିକ ରେଖା ମୋତେ ଆକୃଷ୍ଟ କଲା । ବିନ୍ଦୁସାଗର କୂଳରେ ଏବେ ଆମେ ଯେଉଁଠି ବସିଛନ୍ତି ତାର ଆର ପାଖକୁ ଅନେଇଲା ବେଳକୁ ଏଠାକାର ଭୈାଗୋଳିକ ଅବସ୍ଥିତିରେ ଯେଉଁ  ଅନେକ ପରସ୍ତ ପଡିଗଲାଣି ତାହା ଦିଶିଲା । ଏଇ ସାମ୍ନାରେ ଯେଉଁ ମନ୍ଦିରଟି ଉପରକୁ ଯେତିକି ଦିଶୁଛି ତା ତଳେ ମଧ୍ୟ ସେତିକି ପୋତି ହୋଇ ରହିଛି । କାରଣ ଏ ଭିତରେ ରାସ୍ତା ଅନେକ ଉଚ୍ଚ ହୋଇଗଲାଣି । ଅନନ୍ତ ବାସୁଦେବ ମନ୍ଦିରରେ କୁଡୁଆ ଗୁଡିକ ଦେଖି ଏସବୁ ଯେ ଅନେକ ଦିନରୁ ପୁରୀ ମନ୍ଦିର ହେଉ କି ଏଠାକାର ମନ୍ଦିର ହେଉ ସବୁଠି ବ୍ୟବହାର ହେଉଛି ମନେପଡିଲା । କୁଡୁଆ ହାତରେ ତିଆରି ହୁଏ ବୋଲି ସବୁ ଗୁଡିକ ଭିନ୍ନ । ତେଣୁ ସ୍ୱତନ୍ତ୍ର, ପୁରୁଣା ବି । ଜାଣିଶୁଣି କିଛି ଅଇଁଠା କୁଡୁଆ ବି ସଂଗ୍ରହ କରିଛି । ମୋ ମତରେ ଏହି ସ୍ୱତନ୍ତ୍ରତା ଓ ଭିନ୍ନତା ହିଁ ସୈାନ୍ଦର୍ଯ୍ୟ । ଏହାଛଡା ଏଠାକୁ ଆସିବା ପରେ ସାତ ଦିନ ହେଲା ଗୋଟେ ଘରଚଟିଆ ବି ଦେଖିବାକୁ ପାଉନି । ତେଣୁ ମୋ କାମଟି ମନ୍ଦିର ଚଟାଣର ଜ୍ୟାମିତିକ ରେଖା , ଅତୀତ ସମୟରୁ ତିଆରି ହୋଇଆସୁଥିବା କୁଡୁଆ, ଚଢେଇଙ୍କ ପାଇଁ ନୀଡ, ସମାଜର ବିଭିନ୍ନ ସ୍ତରର ଲୋକ ବ୍ୟବହାର କରୁଥିବା ମାଟିପାତ୍ରକୁ ନେଇ । କଳାକୃତିଟି ସଂପୂର୍ଣ୍ଣ ହେବା ପରେ ଆପଣ ଦେଖିଲେ ଅନୁଭବ କରିପାରିବେ ଏହା ଭିତରେ କେମିତି ଅନେକ ପରସ୍ତ ଲୁଚିରହିଛି ।

ପ୍ର.୩- ଆପଣଙ୍କ ମତରେ ସ୍ମାର୍ଟ ସିଟି ଭୁବନେଶ୍ୱରର ରୂପରେଖ କେମିତି ହେବା କଥା?

ଉ- ସ୍ମାର୍ଟ ସିଟି ଶବ୍ଦଟିକୁ ହିଁ ମୁଁ ବୁଝିପାରେନି । ମୁଁ ପ୍ରଗତିର ବିରୋଧୀ ନୁହେଁ  କିନ୍ତୁ ଆମକୁ ସେଥିପାଇଁ କେତେ ହରାଇବାକୁ ପଡୁଛି ସେଇଟା ହିଁ ଭାବିବାର କଥା । ସ୍ମାର୍ଟ ସିଟି ସ୍ୱାଗତଯୋଗ୍ୟ କିନ୍ତୁ ଆମକୁ ଏଥିଲାଗି ଅନେକ ଦାୟିତ୍ୱ ନେବାକୁ ପଡିବା ସହ ଅନୁଭବି ହେବାକୁ ହେବ ।

୪-ପ୍ର. ଭୁବନେଶ୍ୱର ଆର୍ଟ ଟ୍ରେଲ୍ କେତେ ପ୍ରାସଙ୍ଗିକ ବୋଲି ଆପଣ ଭାବନ୍ତି?

ଉ. ନିଶ୍ଚିନ୍ତ ଭାବେ ଏହା ଏକ ସୁନ୍ଦର ପ୍ରୟାସ । ଏହି କଥାଟି କିନ୍ତୁ ଅନେକ ବର୍ଷ ଆଗରୁ ହେବାର ଥିଲା । ମୋ ମତରେ ଏହି ଟ୍ରେଲ୍ କେବଳ ଏକ ଆରମ୍ଭ ମାତ୍ର । ଆଗକୁ ଆହୁରି ଏମିତି ଅନେକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଏହି ପ୍ରକଳ୍ପ ମାଧ୍ୟମରେ ଭୁବନେଶ୍ୱର ଓ ଓଡିଶା ଜାତୀୟ ଓ ଆନ୍ତର୍ଜାତିକ ସମସାମୟିକ କଳା କ୍ଷେତ୍ରରେ ପରିଚୟ ସୃଷ୍ଟି କରୁଛି, ଯାହା ଖୁବ୍ ଭଲ କଥା  । ଏଠାକାର ଜନସାଧାରଣଙ୍କର ମଧ୍ୟ କଳା ବିଷୟରେ ନୂଆ ଧାରଣା ତିଆରି ହେଉଛି । ତେଣୁ ସବୁ ଦୃଷ୍ଟିରୁ ଏହା ଏକ ନୂଆ ଆରମ୍ଭ ।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.