Author: Samikhsya Bureau

ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ବାକି ଅଛି। ତେବେ ଏଥରର ଚର୍ଚ୍ଚାର ରହିଥିବା କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ରାଜନୀତି ବେଶ୍‌ ସରଗରମ। କେନ୍ଦ୍ରାପଡ଼ାରୁ ବିଜେଡ଼ି ତରଫରୁ ଅନୁଭବ ମହାନ୍ତି ପ୍ରାର୍ଥୀ ହୋଇଥିବାବେଳେ ବିଜେପି ତରଫରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡ଼ିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତେବେ ବୈଜୟନ୍ତଙ୍କ ଦୁର୍ଗ ଥିବା କେନ୍ଦ୍ରାପଡ଼ାରେ ଏଥରର ରାଜନୀତି ସମୀକରଣ କ’ଣ ହେବ, ତାକୁ ନେଇ ବେଶ୍‌ କଳ୍ପନାଜଳ୍ପନା ଲାଗି ରହିଛି। ଏପରି ସମୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ୍‌ ପ୍ରଚାରରେ ଲାଗିପଡିଛନ୍ତି। ଆଜି କେନ୍ଦ୍ରାପଡ଼ାରେ ନିର୍ବାଚନୀ ଗସ୍ତ ଅବସରରେ ସେ କେନ୍ଦ୍ରକୁ ଟାର୍ଗେଟ୍‌ କରିବା ସହିତ ବୈଜୟନ୍ତ ପଣ୍ଡାଙ୍କୁ ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, କେନ୍ଦ୍ରାପଡ଼ାର ସ୍ବାଭିମାନୀ ଲୋକେ ବିଜୁବାବୁଙ୍କୁ ନିଜ ପରିବାର ବୋଲି ଭାବୁଥିଲେ, ସେଥିପାଇଁ କେନ୍ଦ୍ରାପଡ଼ାରେ ସେ ମହିଳାଙ୍କ ୩୩ପ୍ରତିଶତ ସଂରକ୍ଷଣର ଘୋଷଣା କରିଥିଲେ। ତେବେ…

Read More

ହିନ୍ଦୁତ୍ବ ଶବ୍ଦକୁ ନେଇ ରାଜନୈତିକ ମାହୋଲ୍‌ ବେଶ୍‌ ଗରମ ରହିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଶନିବାର ଦିନ ଏକ ପ୍ରଶ୍ନର ଉତ୍ତରରେ ହିନ୍ଦୁତ୍ବ ଶବ୍ଦ ତାଙ୍କ ଡିକ୍ସନାରୀରେ ନାହିଁ ବୋଲି କହିଥିଲେ। ଏହାପରେ ଦିଗ୍‌ବିଜୟଙ୍କ ବୟାନକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ତେବେ ଏକ ଟୁଇଟର୍‌ ଜରିଆରେ ଏହାର ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି ଦିଗ୍‌ବିଜୟ। ସେ ତାଙ୍କ ଟୁଇଟରରେ ‘ସନାତନ ହିନ୍ଦୁ ଧର୍ମ ଉପରେ ଗର୍ବ’ ରହିଛି ବୋଲି କହିବା ସହିତ ହିନ୍ଦୁତ୍ବର ତୁଳନା ଆରଏସଏସ୍‌ ଦ୍ବାରା ପ୍ରଚାରିତ ଏକ ରାଜେନୖତିକ ସଂସ୍କରଣ ବୋଲି କହିଛନ୍ତି। ସେ ହିନ୍ଦୁ ଧର୍ମର ପାଳନ କରନ୍ତି, ଯାହା ଦୁନିଆର ହଜାର ବର୍ଷ ଧରି ଜୀବନକୁ ମାର୍ଗ ଦେଖାଇଛି। ସେ ତାଙ୍କ ଧର୍ମକୁ ହିନ୍ଦୁତ୍ବକୁ କେବେ ବି ପ୍ରଦାନ କରିବେ ନାହିଁ, ଯାହା ରାଜନୈତିକ ସତ୍ତା ପାଇଁ ସଂଘର ସାଜିସ୍‌। ତାଙ୍କୁ ତାଙ୍କର ସନାତନ ଧର୍ମ ଉପରେ ଗର୍ବ ରହିଛି, ଯାହା ବସୁଧୈବ…

Read More

ପୁଣି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ୨୭ ତାରିଖରେ ଶାହ ମୟୂରଭଞ୍ଜର ମୋରଡ଼ାରେ ଓ ଯାଜପୁରର ସୁକିନ୍ଦାରେ ନିର୍ବାଚନୀ ସଭାରେ ଯୋଗଦେବେ। ତାଙ୍କ ପୂର୍ବରୁ ୨୫ ତାରିଖରେ ରାଜନାଥ ସିଂହ ଆସିବେ। ୨୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପୁଣି ଥରେ ଓଡ଼ିଶା ଆସିବେ। ସେ ଯାଜପୁର ଓ ମୟୂରଭଞ୍ଜରେ କିଛି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ଆସନ୍ତା ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦୁଇଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ ବୋଲି ସୂଚନା ରହିଛି। ଉଭୟ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାରେ ମାରାଥନ୍ ପ୍ରଚାର କରୁଛନ୍ତି। ଏହା ପୂର୍ବରୁ ଅମିତ ଶାହ ଢେଙ୍କାନାଳ…

Read More

କେନ୍ଦୁଝରରେ ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ଡେସପାଚ୍ ରୁମରେ ଅସୁସ୍ଥ ହୋଇପଡ଼ିବା ପରେ ମେଡ଼ିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପୋଲିଂ ବୁଥକୁ ଯିବା ପୂର୍ବରୁ ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ପୋଲିଂ ଅଧିକାରୀ ଜଣକ ହେଉଛନ୍ତି ଚମ୍ପୁଆ ହାଇସ୍କୁଲ କର୍ମଚାରୀ ଅଭୟ କୁମାର ସେଠୀ। ଅଭୟଙ୍କ ଡ୍ୟୁଟି ଘସିପୁରା ୨୧ ଏଫସି ବୁଥ ୧୪୯ରେ ଥିଲା। ସେ ଡେସପାଚ୍ ରୁମରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆନନ୍ଦପୁର ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Read More

ଦେଶର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ତୃତୀୟ ନିର୍ବାଚନ ହେବାକୁ ଆଉ ଗୋଟିଏ ଦିନ ବାକି ରହିଛି। ଏବେ ଦେଶର ରାଜନୈତିକ ସ୍ଥିତି ତଥା ନିର୍ବାଚନୀ ହାଓ୍ବାକୁ ଦେଖି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ କେନ୍ଦ୍ରରେ ଆଗାମୀ ସରକାରକୁ ନେଇ ନିଜର ମତ ରଖିଛନ୍ତି। କେନ୍ଦ୍ରରେ ଆପତତଃ ଝୁଲା ସରକାରର ପୂର୍ବାନୁମାନ କରିଥିବାବେଳେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ପାଇବନି ବୋଲି କହିଛନ୍ତି କମଲନାଥ। କଂଗ୍ରେସ ବହୁତ ଭଲ କରିବ, କିନ୍ତୁ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ। ତେଣୁ ସରକାର ଗଠନ ପାଇଁ ନିର୍ବାଚନ ପରବର୍ତ୍ତୀ ସମୟରେ ମେଣ୍ଟ ହେବ ବୋଲି କହିଛନ୍ତି କମଲନାଥ। ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ସରକାର କରିବା ପାଇଁ ଯଥେଷ୍ଟ ଆସନ ପାଇବ ନାହିଁ। ଅନ୍ୟପକ୍ଷରେ ଅନ୍ୟ ପ୍ରମୁଖ ରାଜନୀତିକ ଦଳ ଗୁଡ଼ିକ ମଧ୍ୟ ଏହି ଦଳ ସହିତ ମେଣ୍ଟ କରିବାକୁ ରାଜି ହେବେ ନାହିଁ। ସେ କହିଛନ୍ତି,…

Read More

ପୁରୀ ଜିଲା ବ୍ରହ୍ମଗିରିରେ ରବିବାର ଦିନ ବାଇକରୁ ୧୫ ଲକ୍ଷ ଟଙ୍କା ଜବତ ହୋଇଛି। ଗାଡ଼ି ଯାଞ୍ଚ ବେଳେ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଦ୍ୱାରା ଏହି ଟଙ୍କା ଜବତ ହୋଇଛି। ଟଙ୍କା କେଉଁଆଡ଼େ ଯାଉଥିଲା ସେନେଇ ପଚରାଉଚରା ଜାରି ରହିଛି। ସୂଚନା ଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଉଲଙ୍ଘନକୁ ଦୃଷ୍ଟିରେ ରଖି ସମସ୍ତ ଅଞ୍ଚଳରେ ଯାଞ୍ଚ ଚାଲିଛି। ନିର୍ବାଚନ ନିକଟତର ହେଉଥିବା ବେଳେ ପ୍ରତିଦିନ ଗାଡ଼ିରୁ ଟଙ୍କା ଜବତ ହେଉଛି। ସେହିପରି ଶନିବାର ଦିନ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଡ଼ିଶାଗଦା ଥାନା ଅଞ୍ଚଳରୁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏକ କାର ମଧ୍ୟରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଏହି ଟଙ୍କା ଜବତ କରିଥିବା ସୂଚନା ମିଳିଛି। ସେହିପରି କଣାସ ନିକଟରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ୮.୯୬ ଲକ୍ଷ ଟଙ୍କା ଜବତ କରିଥିଲା।

Read More

ପଶ୍ଚିମବଙ୍ଗର ତିନିଟି ଜିଲ୍ଲାରେ ପାଞ୍ଚଟି ଲୋକସଭା ଆସନ ପାଇଁ ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ ଭୋଟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି। ଏପ୍ରିଲ ୨୩ ରେ ପାଞ୍ଚଟି ଲୋକସଭା ଆସନ ବାଲୁରାଘାଟ,ଉତ୍ତର ମାଲଦା,ଦକ୍ଷିଣ ମାଲଦା ,ଜାଙ୍ଗିପୁର ଏବଂ ମୁର୍ଶିଦାବାଦ ରେ ଭୋଟ ଗ୍ରହଣ କରାଯିବ। ଏହି ନିର୍ବାଚନ ମଣ୍ଡଳୀ ଗୁଡିକ ରେ ଭାରତୀୟ ଜନତା ପାର୍ଟି ,ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ,ଭାରତୀୟ ଜାତୀୟ କଂଗ୍ରେସ ଏବଂ ବାମ ପନ୍ଥୀ ଦଳ ଗୁଡିକ ନିଜର ପ୍ରାର୍ଥୀ ଦେଇଛନ୍ତି। ଏହି ପାଞ୍ଚଟି ଆସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ ବାମପନ୍ଥୀ ଦଳଗୁଡିକ ର ଶୀର୍ଷ ନେତାଗଣ ହାଇଭୋଲଟେଜ୍‌ ପ୍ରଚାର କରିଛନ୍ତି । ତେବେ ଏହି ହାଇଭୋଲେଟେଜ୍‌ ପ୍ରଚାର କେବଳ ମୋଦୀ ଏବଂ ମମତା ମଧ୍ୟରେ ସୀମିତ ରହିଛି। ଦୁର୍ନୀତିରୁ…

Read More

ଶ୍ରୀଲଙ୍କାରେ ରବିବାର ଦିନ ଇଷ୍ଟର ଅବସରରେ ପଞ୍ଚତାରକା ହୋଟେଲ୍‌ ଓ ଚର୍ଚ୍ଚରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ଅତି କମ୍‌ରେ ୧୯୦ଜଣ ମୃତ୍ୟୁବରଣ କରିଥିବାବେଳେ ପାଖାପାଖି ୪୦୦ ଜଣ ଆହତ ହୋଇଛନ୍ତି।  ତେବେ ଦ୍ବିପ୍ରହରରେ କଲମ୍ବୋ ସହରରେ ଆଉ ଦୁଇଟି ବିସ୍ଫୋରଣ ଘଟି ବିସ୍ଫୋରଣ ସଂଖ୍ୟା ୮ରେ ପହଞ୍ଚିଛି।  ପୃଥକ ପୃଥକ ସ୍ଥାନରେ ହୋଇଥିବା ଧମାକାରେ ଏପର୍ଯ୍ୟନ୍ତ ୧୯୦ଜଣ ମୃତ ହୋଇଛନ୍ତି ବୋଲି ଖବର ରହିଛି। ଏହି ସିରିୟଲ୍‌ ବିସ୍ଫୋରଣରେ ପାଖାପାଖି ୪୦୦ଜଣ ଆହତ ହୋଇଥିବା ସୂଚନା ରହିଛି। ଶ୍ରୀଲଙ୍କାର ଇତିହାସରେ ଏହା ହେଉଛି ସବୁଠାରୁ ବଡ଼ ଆକ୍ରମଣ। ଏହି ଆକ୍ରମଣରେ ପାଖାପାଖି ୧୧ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ଜନସାଧାରଣଙ୍କୁ ଶାନ୍ତି ରଖିବା ପାଇଁ ପ୍ରାର୍ଥନା କରିବା ସହିତ କାଲି ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ୨୨ଏପ୍ରିଲ୍‌ ଓ ୨୩ ଏପ୍ରିଲ୍‌କୁ ସରକାରୀ ଛୁଟି ଜାରି କରାଯାଇଥିବାବେଳେ ହ୍ବାଟସ୍‌ଆପ୍‌ ଓ ଫେସବୁକ୍‌ ପରି ସୋସିଆଲ୍‌…

Read More

ରବିବାରଠାରୁ ଦୋହାରେ ଆରମ୍ଭ ହୋଇଥିବା ୨୩ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନଶିପରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ନୂଆ ନ୍ୟାଶନାଲ୍ ରେକର୍ଡ ସ୍ଥାପନ କରିବା ସହ ମହିଳା ୧୦୦ ମିଟର୍ ସେମିଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ହିଟ୍-୪ରେ ଦୌଡ଼ୁଥିବା ଦୂତୀ ନିର୍ଦ୍ଧାରିତ ଦୂରତାକୁ ମାତ୍ର ୧୧.୨୮ ସେକେଣ୍ଡରେ ଅତିକ୍ରମ କରି ନିଜ ରେକର୍ଡକୁ ହିଁ ଭାଙ୍ଗି ଦେଇଛନ୍ତି। ଏହା ପୂର୍ବରୁ ଗତବର୍ଷ ଗୁଆହାଟୀରେ ସେ ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଥିଲେ। ଭାରତର ଅନ୍ୟତମ ମହିଳା ସ୍ପ୍ରିଣ୍ଟର ହିମା ଦାସ ଆହତ କାରଣରୁ ମହିଳା ୪୦୦ ମିଟର ଅଧାରୁ ଓହରି ଯାଇଛନ୍ତି। ଗତବର୍ଷ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ଗେମ୍ସରେ ୪୦୦ ମିଟରକୁ ୫୦.୭୯ ମିନିଟରେ ଅତିକ୍ରମ କରି ରେକର୍ଡ ସ୍ଥାନ କରିଥିଲେ।

Read More

ରାୟଗଡ଼ା କିନିଡ଼ି ନିକଟରେ ଏକ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣାର ଶିକାର ହୋଇଛି। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ୨୮ଜଣ ଆହତ ହୋଇପଡ଼ିଛନ୍ତି। ରାୟଗଡ଼ା ଜିଲ୍ଳା ଗୁଡ଼ାରି ଥାନା କିନିଡ଼ି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିବାହ ପାଇଁ କନ୍ୟା ଘରକୁ ଯାଉଥିବା ଏକ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ସେହି ଭ୍ୟାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ୨୮ଜଣ ଆହତ ହୋଇପଡ଼ିଛନ୍ତି। ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ  ଚିକିତ୍ସାଳୟକୁ ପଠାଯାଇଛି।

Read More

ଭାରତୀୟ ସିନେମାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ମୁମ୍ବଇରେ ଏହି ଆୱାର୍ଡ଼ ସମାରୋହର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଉଭୟ ବଡ଼ ପରଦା ଓ ଛୋଟ ପରଦାର ଅଭିନେତା ଅଭିନେତ୍ରୀଙ୍କୁ ସମ୍ମାନିତ କରାଯାଇଛି। ‘ଧଡ଼କ’ ଚଳଚ୍ଚିତ୍ର ଜରିଆରେ ନିଜ କ୍ୟାରିୟର୍‍ ଆରମ୍ଭ କରିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟରଙ୍କୁ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି। ସେହିପରି ସାକିବ୍‌ ସଲମି୍‌ ଓ କୁବ୍ରା ସେଟ୍‌ଙ୍କୁ ଡିଜିଟାଲ୍‌ ସେନସସନ୍‌ର ଆଓ୍ବାର୍ଡ ମିଳିଛି। ଉଭୟ ଯଥାକ୍ରମେ ‘ରଙ୍ଗବାଜ୍‌’ ଓ ସାକ୍ରେଡ୍‌ ଗେମସ୍‌’ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି। ସେହିପରି ’ବଧାଇ ହୋ’ ଫିଲ୍ମ ପାଇଁ ଅଭିନେତ୍ରୀ ସୁରେଖା ସିକ୍ରି ଓ ଏହାର ନିର୍ଦ୍ଦେଶକ ଅମିତ୍‌ ଶର୍ମାଙ୍କୁ ମଧ୍ୟ ସମ୍ମାନ ମିଳିଛି। ଗାୟକ ଗୁରୁ ରନ୍ଧଓ୍ବାଙ୍କୁ ମଧ୍ୟ ଏହି ସମ୍ମାନିତ କରାଯାଇଛି। ଏହି ଆୱାର୍ଡ଼ ସମାରୋହରେ ଚଳଚ୍ଚିତ୍ର ଜଗତର ଅନେକ ବଡ଼ ବଡ଼ ତାରକା ନଜର…

Read More

ରବିବାର ଦିନ ଥେରୁପର ନିକଟରେ ମେଥୁୟାମ୍‌ପାଲୟମ୍‌ର କରୁପନ୍ନା ସ୍ବାମୀ ମନ୍ଦିରରେ ଚାଲିଥିବା ଏକ ଉତ୍ସବ ସମୟରେ ଅଘଟଣ ଘଟି ଚାରିଜଣ ମହିଳା ସମେତ ସାତଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ ୧୦ଜଣ ଆହତ ହୋଇଛନ୍ତି। ପୋଲିସ୍‌ ସୂତ୍ରରୁ ପ୍ରକାଶ ଯେ, ଏଠାରେ ଆଜି ସକାଳେ ଚିତ୍ରା ପୂର୍ଣ୍ଣମୀ ଉତ୍ସବରେ ଭାଗ ନେବା ପାଇଁ ଆୟୋଜିତ ‘ପିଡିକାସୁ (ମୁଦ୍ରାର ବିତରଣ) କାର୍ଯ୍ୟକ୍ରମ ସମୟରେ ଭିଡ଼ ପାଇଁ ଏହି ଅଘଟଣ ଘଟିଯାଇଛି। ମୃତକଙ୍କ ମଧ୍ୟରୁ କିଛି ଜଣଙ୍କୁ ଚିହ୍ନଟ କରାଯାଇଥିବାସ୍ଥଳେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବରିଷ୍ଠ ରାଜସ୍ବ ଓ ପୁଲିସ୍‌ ଅଧୀକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Read More

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ଶେଷ ପ୍ରଚାର ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର କୁଚିଣ୍ଡା ସହରର ମୁକୁନ୍ଦି ଖେଳ ପଡ଼ିଆରେ ନିର୍ବାଚନ ପ୍ରଚାର କରିଛନ୍ତି। ରବିବାର ଦିନ ଆୟୋଜିତ ଏହି ସଭାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି। ସେ ନିଜର ଅଭିଭାଷଣରେ କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି। କିନ୍ତୁ କେନ୍ଦ୍ର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ସେ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ। ସେପରି ରାଜ୍ୟର ସରକାର ଆସିବାର ପ୍ରଥମ ଦିନରେ କାଳିଆ ଯୋଜନାର ଦୁଇଟି କିସ୍ତିର ୧୦ ହଜାର ଟଙ୍କା ଏକାସାଙ୍ଗରେ ବ୍ୟାଙ୍କ ଖାତାକୁ ଯିବ ବୋଲି କହିଛନ୍ତି ନବୀନ। ସେହିପରି ମହିଳାଙ୍କ ହକ୍‌ ପାଇଁ ବିଜେଡ଼ି ସଦାସର୍ବଦା ତତ୍ପରତା ଦେଖାଇଛି। ମିଶନ ଶକ୍ତି ମହିଳାଙ୍କୁ…

Read More

ଶନିବାର ଦିନ ଦେଡିଆପାପାଠାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ଗୁଜୁରାଟର ଆଦିବାସୀ ବିକାଶ ମନ୍ତ୍ରୀ ଗଣପତ୍‌ ବାସ୍‌ବା ବିବାଦୀୟ ବୟାନ ଦେଇଛନ୍ତି। କଂଗ୍ରେସର ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧିଙ୍କୁ ‘ପପି’ କହିବା ସହ ପାକିସ୍ତାନ ଓ ଚୀନ୍‌ ପ୍ରତି ନିଷ୍ଠା ଦେଖାଉଛନ୍ତି ବୋଲି ଆରୋପ ଲାଗିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଓ ଚୀନ୍‌ ତରଫରୁ ଯିଏ ବି ତାଙ୍କୁ ରୋଟି ଦେବ, ସେ ତା’ ଆଡକୁ ଢଳିବେ। ସେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଂହ ସହିତ ତୁଳନା କରିଥିବାବେଳେ ରାହୁଲ୍‌ ଗାନ୍ଧିଙ୍କୁ କୁକୁର ଛୁଆ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି ଯେ – ‘ ଆମର ନରେନ୍ଦ୍ର ଭାଇ ହେଉଛନ୍ତି ସିଂହ। ଯେଉଁଠି ସେ ଛିଡ଼ାହେବେ, ଲାଗିବ ଯେ, ଗିର୍‌ଜାତୀୟ ସିଂହ ଛିଡ଼ାଇଛନ୍ତି। ଯଦି ରାହୁଲ୍‌ ଗାନ୍ଧି ଛିଡ଼ାହେବେ, ତେବେ ଏମିତି ଲାଗିବ ଯେ, ନିଜ ଲାଞ୍ଜ ହଲାଉଥିବା ଗୋଟେ ଛୋଟ କୁକୁର। ଯଦି ପାକିସ୍ତାନ…

Read More

ଆମ୍‌ ଆଦ୍‌ମୀ ପାର୍ଟି ରବିବାର ଦିନ ହରିୟାଣା ପାଇଁ ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଫରିଦାବାଦ ପାଇଁ ନବୀନ ଜୟହିନ୍ଦ, ଅମ୍ବାଲା ପାଇଁ ପୃଥ୍ବୀରାଜ ଓ କର୍ଣ୍ଣଲ୍‌ ପାଇଁ କ୍ରିଷ୍ଣନ କୁମାର ପ୍ରମୁଖଙ୍କ ନାମ ରହିଛି। ହରିୟାଣାରେ ଆସନ୍ତା ମେ ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କଂଗ୍ରେସ ମେଣ୍ଟ ହେବା ନେଇ ଅସହମତି ପ୍ରକାଶ କରିଥିଲା। ଏଠାରେ ଆପ୍‌ ଜେଜେପି ସହିତ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଠାରେ ଜେଜେପି ତରଫରୁ ୭ଜଣ ଲଢିବାକୁ ଥିବାବେଳେ ଆପ୍‌ ପକ୍ଷରୁ ୩ଜଣ ପ୍ରାର୍ଥୀଙ୍କୁ ଟିକେଟ ମିଳିଛି।

Read More

ଦେଶରେ ନିର୍ବାଚନୀ ବାତାବରଣ ବେଶ୍‌ ସରରଗମ। ଦୁଇଟି ପର୍ଯ୍ୟାୟର ନିର୍ବାଚନ ସରିଯାଇଥିବାବେଳେ ଆଉ ଗୋଟିଏ ଦିନ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଭିତରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ ସହ ଭୋଟର୍‌ଙ୍କୁ ଆକୃଷ୍ଟ ପାଇଁ ପ୍ରାଣମୂର୍ଛା ଉଦ୍ୟମ। ଏହି ଭିତରେ ରାଜନୈତିକ ଦଳମାନେ ନିଜ ନିଜର ବକ୍ତବ୍ୟକୁ  ନେଇ ସଚେତନ ରହୁନାହାନ୍ତି। ନିର୍ବାଚନ ତାରିଖ ଘୋଷଣା ହେବାପରଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି। ଆମର ତଥାକଥିତ ନେତାମାନେ କିନ୍ତୁ ତାଙ୍କ ମୁହଁରେ ଲଗାମ ଦେବା ପାଇଁ ଚେଷ୍ଟା ମଧ୍ୟ କରୁନାହାନ୍ତି। ନିକଟରେ ଇସି ଏପରି ବିବାଦୀୟ ମନ୍ତବ୍ୟ ପାଇଁ ଯୋଗୀ ଆଦିତ୍ୟନାଥ, ମାୟାବତୀ, ସୁଶ୍ରୀ ପ୍ରଜ୍ଞା, ମାନେକା ଗାନ୍ଧି ତଥା ଆଜମ୍‌ ଖାନ୍‌ଙ୍କୁ ନୋଟିସ୍‌ ଜାରି କରି ଜବାବ ତଲବ କରିଥିବାବେଳେ କଂଗ୍ରେସର ନେତା ନଭ୍‌ଜୋତ୍‌ ସିଂ ସିଦ୍ଧୁ ପୁଣି ଥରେ ଇସିଙ୍କ ଛାଟ ପଡିଛି। ସାମ୍ପ୍ରଦାୟିକ ମନ୍ତବ୍ୟ ଲାଗି କଂଗ୍ରେସ ନେତା ନଭଜୋତ୍‌ ସିଂ…

Read More

ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସମ୍ମାନଜନକ ଯୁଦ୍ଧକାଳୀନ ମେଡାଲ ‘ବୀର ଚକ୍ର’ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ସୁପାରିସ କରାଯାଇଛି। ସେ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧବିମାନକୁ ଆକାଶମାର୍ଗରେ ହିଁ ଧ୍ୱଂସ କରିବାର ପରାକ୍ରମ ଦେଖାଇଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉ ଦର୍ଶାଇ ବାୟୁ ସେନା ପକ୍ଷରୁ ଏହି ସୁପାରିସ କରାଯାଇଛି। ଅନ୍ୟପକ୍ଷରେ ପାକିସ୍ତାନରେ ବୋମା ବର୍ଷଣ କରାଇଥିବା ୧୨ଟି ମିରାଜ୍‌ ୨୦୦୦ର ପାଇଲଟଙ୍କୁ ମଧ୍ୟ ସେମାନଙ୍କ ବୀରତ୍ୱ ପାଇଁ ସମ୍ମାନିତ କରାଯିବ। ଯୁଦ୍ଧକାଳୀନ ସାମରିକ ସମ୍ମାନ ମଧ୍ୟରେ ‘ବୀର ଚକ୍ର’ ତୃତୀୟ ଶ୍ରେଷ୍ଠ ସମ୍ମାନ। ଏହା ସ୍ଥଳ, ଜଳ ଏବଂ ଆକାଶ ପଥରେ ଶତ୍ରୁର ମୁକାବିଲା କରିବା ସମୟରେ ଉଲ୍ଲେଖନୀୟ ବୀରତ୍ୱ ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ। ଖୁବ୍‌ ଶୀଘ୍ର ଅଭିନନ୍ଦନ ନୂତନ ନିଯୁକ୍ତି ସ୍ଥାନକୁ ଯିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

Read More

ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୮ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସର ଭଙ୍ଗାରୁଜା ଅଂଶକୁ କଟା ଯାଇ ଭିତରେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ବସ ଚାଳକଙ୍କ ନିୟନ୍ତ୍ରଣ ହରାଇବାରୁ ଟ୍ରକ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Read More

ରବିବାର ଦିନ ଶ୍ରୀଲଙ୍କାର ସିରିଏଲ୍‌ ବ୍ଲାଷ୍ଟରେ ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତକାଲି ଇଷ୍ଟର ଅବସରରେ କଲମ୍ବୋର ଚାରୋଟି ଚର୍ଚ୍ଚ ଓ ଦୁଇଟି ପଞ୍ଚତାରକା ହୋଟେଲ୍‌ରେ ବିସ୍ଫୋରଣ ଘଟିଛି। କଲମ୍ବୋ ସହର ସମେତ ଅନ୍ୟାନ୍ୟ ସହରରେ ମଧ୍ୟ ଧମାକା ହୋଇଛି। କଲମ୍ବୋସ୍ଥିତ ଅନ୍ଥୋନୀ ଚର୍ଚ୍ଚ ଏବଂ କଟାନାର କଟୁବାଟିପିଟିଆରେ ଚର୍ଚ୍ଚ ସମେତ ଅନ୍ୟାନ୍ୟ ଦୁଇଟି ଚର୍ଚ୍ଚ ଓ ହୋଟେଲରେ ବିସ୍ଫୋରଣ ହୋଇଥିଲା। ମୃତକଙ୍କ ମଧ୍ୟରେ ଅନେକ ବିଦେଶୀ ପର୍ଯ୍ୟଟକ ମଧ୍ୟ ରହିଛନ୍ତି। ତେବେ ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ରହିଛି ନା ଆଉ କିଏ ରହିଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏନେଇ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ସହିତ ଆଲୋଚନା କରିଛନ୍ତି।

Read More

ଭୋପାଳ ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞାଙ୍କୁ ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ଉପରେ ଇସି ନୋଟିସ ଜାରି କରିଛନ୍ତି। ୨୪ଘଣ୍ଟା ମଧ୍ୟରେ ଜବାବ ଦେବାକୁ ନିର୍ବାଚନ ଅଧିକାରୀ ସମୟ ଧାର୍ଯ୍ୟ କରିଛନ୍ତି। ସାଧ୍ବୀ ପ୍ରଜ୍ଞା ମୁମ୍ବାଇ ଆକ୍ରମଣରେ ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ଅମୂଳକ ମନ୍ତବ୍ୟ ନେଇ ବାଦବିବାଦ ଲାଗି ରହିଥିଲା। ସାଧ୍ବୀ କରକରେଙ୍କ ଉପରେ ବିବାଦୀୟ ବୟାନ ଦେଇ କହିଥିଲେ, ସେ ଦେଇଥିବା ଅଭିଶାପ ଯୋଗୁଁ ୨୬/୧୧ ମୁମ୍ବାଇ ଆକ୍ରମଣରେ କରକରେଙ୍କ ମୃତ୍ୟୁ ହୋଇଥିଲା। ପରେ ସାଧ୍ବୀ ପ୍ରଜ୍ଞା ନିଜ ବୟାନ ଫେରେଇ ନେଇଥିଲେ ଓ କ୍ଷମା ମାଗିଥିଲେ। କିନ୍ତୁ ଏପରି ବିବାଦୀୟ ବୟାନ ଦେଇଥିବାରୁ ନିର୍ବାଚନ କମିଶନ ଜବାବ ତଲବ କରିଛନ୍ତି।

Read More

କଂଗ୍ରେସର ବରିଷ୍ଠ ନେତା ତଥା କେରଳର କୋଲାମର ସାଂସଦ ଏସ.କ୍ରିଷ୍ଣା କୁମାର ଶନିବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।  ବିଜେପିର ବରିଷ୍ଠ ନେତା ଶାହନୱାଜ ହୁସେନ କ୍ରିଷ୍ଣା କୁମାରଙ୍କୁ ସ୍ୱାଗତ କରିଛନ୍ତି। କ୍ରିଷ୍ଣାଙ୍କ ଯୋଗଦାନ ଦକ୍ଷିଣ ଭାରତରେ ବିଜେପିକୁ ମଜବୁତ କରିବ ବୋଲି ବିଜେପି ନେତା କହିଛନ୍ତି। କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତର ଜନତା ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିବା ସହିତ ସୋନିଆ ଗାନ୍ଧୀଙ୍କ ଉପରେ ମଧ୍ୟ ବର୍ଷିଥିଲେ ଏସ୍‌,କ୍ରିଷ୍ଣା। ସୋନିଆ ଗାନ୍ଧୀଙ୍କ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ଉପରେ ଧାରଣ ନଥିବା ସେ କହିଛନ୍ତି। ଏସ୍‌.କ୍ରିଷ୍ଣା ୧୬ତମ ଲୋକସଭାରେ କେରଳରୁ ସାଂସଦ ହୋଇଥିଲେ। ଗତକାଲି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା…

Read More