Categories
Uncategorized

Modi to visit Japan on Oct 28-29

Cooperation in the Indo-Pacific region and infrastructure projects, particularly in terms of connectivity, will be major areas of focus when Prime Minister Narendra Modi visits Japan on October 28-29 for the annual bilateral summit with his Japanese counterpart Shinzo Abe, the External Affairs Ministry said on Thursday.

Categories
ବିଶେଷ ଖବର

ସିବିଆଇ ପାଇଁ ଏକ ଶୋକବାର୍ତ୍ତା

କେଦାର ମିଶ୍ର

ଗତ ସାଢେ ଚାରି ବର୍ଷ ଭିତରେ ଆମ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାଙ୍ଗିଛିଯୋଜନା କମିଶନ, ରିଜର୍ଭ ବ୍ୟାଙ୍କ, ମହାଲେଖା ନିୟନ୍ତ୍ରକ ଭଳି ଅନୁଷ୍ଠାନ ଗୁଡିକ ଏହି ସମୟ ଭିତରେ ଭାଙ୍ଗିଛନ୍ତି ଅଥବା ଅକାମୀ ହୋଇପଡିଛନ୍ତି। ପରିଶେଷରେ ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥା ସିବିଆଇ କୁ ମଧ୍ୟ ମୋଦୀ ସରକାର ଏକପ୍ରକାର ଅଚଳ କରିଦେଇଛନ୍ତି। ଗତ କିଛି ମାସ ହେଲାଣି ସିବିଆଇ ଭିତରେ ଏହାର ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ଵତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଭିତରେ ଶୀତଳ ଯୁଦ୍ଧ ଲାଗିରହିଥିଲାଏମାନେ ପରସ୍ପର ବିରୋଧରେ ଗୋଟି ଚାଳନା କରିବା ସହିତ ରାଜନୈତିକ ଗୁଣ୍ଡାଗିରିରେ କିଏ ସରକାରଙ୍କର ଅଧିକ ପ୍ରିୟପାତ୍ର ହେବ, ସେ ପ୍ରତିଯୋଗିତାରେ ସାମିଲ ଥିଲେତେବେ ରାଫାଲେ କିଣା ଦୁର୍ନୀତିର ଅଭିଯୋଗ ସିବିଆଇ ପାଖରେ ପହଞ୍ଚିବା ପରେ ମୋଦୀ ସରକାର ଛାନିଆ ହୋଇପଡିଥିଲେ। ଏକଦା ପୋଶା ଶୁଆ  ଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସରକାରକୁ ଆଖି ଦେଖାଇବା ଆରମ୍ଭ କରିଥିଲେବର୍ମା ତାଙ୍କର ଶେଷ ବାଜି ଲଗେଇ ମୋଦୀ ସରକାରଙ୍କ ପ୍ରିୟ ଥିବା ରାକେଶ ଆସ୍ଥାନାଙ୍କ ବିରୋଧରେ ଏତଲା ଦାୟର କରିଥିଲେମୂଳରୁ ରାକେଶ ଆସ୍ଥାନାଙ୍କ ନାଁରେ ବହୁ ପ୍ରକାର ଭ୍ରଷ୍ଟାଚାର ଅଭିଯୋଗ ରହିଥିଲାତା ସତ୍ତ୍ୱେ ଗୁଜରାଟ ମୋଡେଲକୁ ସିବିଆଇ ଭିତରେ କାର୍ୟକାରୀ କରାଇବା ଲାଗି ଆସ୍ଥାନାଙ୍କୁ ସେଠି ଅବସ୍ଥାପିତ କରାଗଲା

ତେବେ ଏହାର ପରିଣତି ହେଲା କଣ? ଚବିଶ ଅକ୍ଟୋବର ଅଧରାତିରେ ପୋଲିସ ଲଗାଇ ଭାରତ ସରକାର ସିବିଆଇ ଦଖଲ କଲେ। ଏକ ସ୍ଵାଧୀନ ଓ ସାମ୍ବିଧାନିକ ସଂସ୍ଥା କୁ ରାତାରାତି ସରକାରୀ ବୋକାଚାବୁହା ସଂସ୍ଥାରେ ପରିଣତ କରି ଦିଆଗଲା। ୨୦୧୩ ମେ ମାସରେ ତତ୍କାଳୀନ ଆଇନ ମନ୍ତ୍ରୀ ଅଶ୍ବିନୀ କୁମାର ସିବିଆଇ ନିର୍ଦ୍ଦେଶକଙ୍କୁ ତଲବ କରିଥିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଆଜି ପ୍ରଧାନମନ୍ତ୍ରୀ ରାତାରାତି ସିବିଆଇ ନିର୍ଦ୍ଦେଶକଙ୍କୁ କେବଳ ବଦଳେଇ ନାହାନ୍ତି, ତାଙ୍କ କାର୍ୟାଳୟରେ ଚଢାଉ କରି ଦପ୍ତରକୁ ସିଲ କରିଛନ୍ତି। ଏବେ ୨୪ ଘଣ୍ଟା ଭିତରେ ସିବିଆଇର ସବୁ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଉଛି

ଏବେ ବଡ ପ୍ରଶ୍ନ ହେଲା, ସରକାର ଏ ସବୁ କରିବା ପାଇଁ ଆଇନ ଦୃଷ୍ଟିରୁ ଅଧିକାର ପ୍ରାପ୍ତ କି? ବର୍ତ୍ତମାନ ସିବିଆଇ ଲୋକପାଳ ଆଇନ ଅନୁସାରେ ପରିଚାଳିତ ଓ ଏହାର ନିର୍ଦ୍ଦେଶକ କେବଳ ସରକାରୀ ବାବୁଙ୍କ ଦ୍ଵାରା ନିଯୁକ୍ତିପ୍ରାପ୍ତ ନୁହନ୍ତି। ସିବିଆଇ ନିର୍ଦ୍ଦେଶକ ବାଛିବାଲାଗି ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧିଦଳ ନେତା ଓ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି (ବା ତାଙ୍କ ମନୋନୀତ ବିଚାରପତି) ଙ୍କୁ ନେଇ ଗଠିତ ଏକ ଉଚ୍ଚ ସ୍ତରୀୟ କମିଟି ବସିଥାନ୍ତିଦୁଇ ବର୍ଷ ଲାଗି ଏହି ପଦବୀରେ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଏତେଣୁ ସରକାର ଚାହିଁଲେ ତାଙ୍କୁ ରାତାରାତି ବିଦା କରିପାରିବେ ନାହିଁଏ ସଙ୍କ୍ରାନ୍ତରେ ଆସନ୍ତା ଶୁକ୍ରବାର ଦିନ ସୁପ୍ରିମ କୋର୍ଟରେ ଶୁଣାଣୀ ହେଲାପରେ ସରକାରଙ୍କ ପଦକ୍ଷେପ ଆଇନ ସଙ୍ଗତ କି ନୁହେଁ ତାହା ଜଣା ପଡିବ

ଅଧ ରାତିରେ ପୋଲିସ ଲଗାଇ ସିବିଆଇ ଦଖଲ ଅଭିଯାନ ଟି ଆମକୁ ଜରୁରୀ କାଳୀନ ପରିସ୍ଥିତି କଥା ମାନେ ପକାଇ ଦେଉଛି। ନିଜ ଏକଛତ୍ରବାଦୀ ମନୋବୃତ୍ତିକୁ ଚରିତାର୍ଥ କରିବା ଲାଗି ଯେ କୌଣସି ପ୍ରକାରେ କ୍ଷମତା ଦଖଲ ଓ ନିଜ ସହଯୋଗୀଙ୍କୁ ସୁରକ୍ଷା ଦେବାଲାଗି ଏହା ସରକାରୀ ଷଡଯନ୍ତ୍ର ବୋଲି ସ୍ପଷ୍ଟ ଜଣାପଡୁଛି। ବର୍ତ୍ତମାନ ମଧ୍ୟବର୍ତ୍ତୀ ନିର୍ଦ୍ଦେଶକ ଭାବରେ ଏମ ନାଗେଶ୍ଵର ରାଓଙ୍କ ନିଯୁକ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ରାଓ ଓଡିଶା କ୍ୟାଡରର ଆଇପିଏସ ଅଧିକାରୀ ଓ ତାଙ୍କ ନାଁ ରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ରହି ଆସିଛି। ପୂର୍ବତନ ପୋଲିସ ଅଧିକାରୀ ସ୍ଵର୍ଗତ ବିନୟ ବେହେରା ଶ୍ରୀ ରାଓଙ୍କ ନାଁ  ରେ ଗୁରୁତର ଅଭିଯୋଗ ଆଣିଥିଲେ। ୟୁନିଫର୍ମ କିଣା ମାମଲାରେ ପ୍ରାୟ ତିନି କୋଟି ଟଙ୍କାର ଦୁର୍ନୀତିରେ ଶ୍ରୀ ରାଓ ସମ୍ପୃକ୍ତ ଥିଲେ ବୋଲି ୨୯, ଜୁନ, ୨୦୧୬ ର ଟାଇମ୍ସ ଅଫ ଇଣ୍ଡିଆ ରେ ଏକ ଖବର ପ୍ରକାଶିତ ହୋଇଥିଲା। ସିବିଆଇ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ପାଇଁ ବେଦାଗ ଛବି ଥିବା ଅଧିକାରୀଙ୍କୁ ବାଛିବାର ନିୟମ ରହିଛି। ତେବେ ଆସ୍ଥାନା ଓ ନାଗେଶ୍ଵର ରାଓଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଛି

ଆଜି ସିବିଆଇର ଗୁରୁତ୍ଵ ଓ ମର୍ଯାଦା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହା କେବଳ ସିବିଆଇର କ୍ଷତି କରିନାହିଁ, ଲୋକ ଲୋଚନରେ ଏହା ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଇଳା କରିଦେଇଛିମୋଦୀ ନିଜର ଚାଟୁକାର ଅଧିକାରୀଙ୍କୁ ବଞ୍ଚାଇବାକୁ ଯାଇ ସିବିଆଇର ସର୍ବନାଶ କରିଛନ୍ତି ବୋଲି ସାଧାରଣରେ ଏକ ବାର୍ତ୍ତା ପ୍ରଚାରିତ ହେଉଛି

Categories
ବିଶେଷ ଖବର

ସ୍ଵଚ୍ଛ ଭାରତ ମିଶନ, କେତେ ସତ କେତେ ମିଛ

କେଦାର ମିଶ୍ର

ସ୍ଵଚ୍ଛତା ହି ସେବାସ୍ବଚ୍ଛ ଭାରତ, ସୁନ୍ଦର ଭାରତନିଜେ ପ୍ରଧାନମନ୍ତ୍ରୀ ଝାଡୁ ଧରି ସ୍ଵଚ୍ଛ ଭାରତ ମିଶନର ନେତୃତ୍ଵ ନେଉଛନ୍ତିଏଇଟା ନିଶ୍ଚିତ ଭାବରେ ଭଲ କଥାଗାନ୍ଧୀଙ୍କ ଚଷମାକୁ ଏଇ ମିଶନର ଲୋଗୋ ଭାବରେ ବ୍ୟବହାର କରାଯାଉଛି, ସେଇଟା ମଧ୍ୟ ଖୁସିର କଥାକାରଣ ଗାନ୍ଧୀ ହେଉଛନ୍ତି ଦେଶର ପ୍ରଥମ ରାଜନେତା ଯିଏ ସ୍ବଚ୍ଛତା କୁ ରାଜନୈତିକ ଜୀବନରେ ସର୍ବାଧିକ ଗୁରୁତ୍ଵ ଦେଇଥିଲେ। ଗତ ଚାରି ବର୍ଷ ଭିତରେ ଏଇ ମିଶନ ପାଇଁ କମ ଅର୍ଥ ବରାଦ ହୋଇନାହିଁ। ସ୍ଵଚ୍ଛ ଭାରତ ମିଶନ ଲାଗି ୨୦୧୭-୧୮ ରେ ୧୯,୨୪୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଚଳିତ ବର୍ଷ ଏହାର ବ୍ୟୟ ବରାଦ ରହିଛି ୧୭,୮୪୩ କୋଟି ଟଙ୍କାଏଇ ସପ୍ତାହରେ ବିଲ ଗେଟ ଫାଉଣ୍ଡେସନର ମିଲିଣ୍ଡା ଗେଟ ଗୋଟେ ଆଲେଖ୍ୟରେ ମୋଦୀ ସରକାରର ଏହି ମିଶନକୁ ପ୍ରବଳ ପ୍ରଶଂସା କରିଛନ୍ତିଦେଶର ଆଠଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଖୋଲାରେ ଶୌଚ ହେବାର ଅପବାଦରୁ ମୁକୁଳି ପାରିଛନ୍ତି ବୋଲି କୁହାଯାଉଛିଦେଶର ୩ ୦୭୩୪୯ ଗାଁ ଏବେ ଆଉ ଶୌଚାଳୟ ପାଇଁ କ୍ଷେତ ବା ରାସ୍ତା ଉପରେ ନିର୍ଭର କରୁନାହାନ୍ତିସବୁଘରେ ଏବେ ଶୌଚାଳୟ ହୋଇଯାଇଛି ବୋଲି ଦାବି କରାଯାଉଛିସ୍ଵଚ୍ଛ ଭାରତ ମିଶନର ପ୍ରଚାର ଦେଖିଲେ ଲାଗୁଛି, ଏବେ ବୋଧହୁଏ ସବୁ କିଛି ସ୍ଵଚ୍ଛ ଓ ସୁନ୍ଦର ହୋଇସାରିଛି

ତେବେ ସରକାରୀ ଚିତ୍ରରେ ସ୍ଵଚ୍ଛ ଭାରତର ଛବି ଯେତେ ସଫା ଦିଶୁଛି, ଅସଲ କ୍ଷେତ୍ରରେ ଏହା ସେତିକି ସ୍ଵଚ୍ଛ !! ଖବର କାଗଜ ଟେଲିଭିଜନ ସ୍ଵଚ୍ଛ ଭାରତର ପ୍ରଶଂସା ରେ ଶତମୁଖ।ଏହାର  କାରଣ ହେଉଛି ଏହି ମିଶନର ବିଜ୍ଞାପନ ପାଇଁ ଭାରତ ସରକାର ଗତ ଚାରି ବର୍ଷ ଭିତରେ ୫୩୦ କୋଟି ଟଙ୍କା ବାଣ୍ଟି ସାରିଲେଣି। ବିଜ୍ଞାପନ ଲୋଭୀ ଗଣମାଧ୍ୟମକୁ ଏଇ ସବୁ ଚିତ୍ର ସୁନ୍ଦର ଦିଶିବା ନିଶ୍ଚୟ। ମୁହଁ ରେ ମାଉଁସ ହାଡ ରହିଲେ କୁକୁଡ଼ା ଯେ ଭୁକି ପାରିବନାହିଁ, ସେକଥା ଆମେ ଭଲ ଭାବରେ ଜାଣୁ। ତେଣୁ ଗଣମାଧ୍ୟମରେ ସରକାରୀ ଚିତ୍ରର ସତ୍ୟତାକୁ ନେଇ ପ୍ରଶ୍ନବାଚୀ ସହଜରେ ଉଠୁନାହିଁ। ତେବେ ଏହି ପ୍ରସଙ୍ଗରେ ଓଡିଶାର ଖ୍ୟାତନାମା ଲେଖକ ଓ ସମ୍ପାଦକ ଅସିତ ମହାନ୍ତି ଏକ ଚମତ୍କାର ପୋଷ୍ଟିଂ ତାଙ୍କ ଫେସବୁକ କାନ୍ଥରେ କରିଛନ୍ତି। କେତୋଟି ଅଳିଆ ଆବର୍ଜନାଭର୍ତ୍ତି ଫୋଟୋକୁ ପୋଷ୍ଟ କରିବା ସହିତ ଶ୍ରୀ ମହାନ୍ତି ଲେଖିଛନ୍ତି-

ରାତି ପାହିଲେ ଗାନ୍ଧୀ ଜୟନ୍ତୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଚ୍ଛ ଭାରତ ମିସନ୍ ବର୍ଷର ଅବଧି ପୂର୍ତ୍ତି।

ମୋର ସୈାଭାଗ୍ୟ ବା ଦୁର୍ଭାଗ୍ୟ ଯେ ମୁଁ ଏବେ ମୋଦୀଢୀଙ୍କ ସଂସଦୀୟ କ୍ଷେତ୍ର ବନାରସରେ ଅଛି।

ଏଠି ପାଞ୍ଚଟି ଫଟୋ ଦେଉଛି। ଏହା ବନାରସର ଏକ ପ୍ରମୁଖ କ୍ଷେତ୍ର ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ପଞ୍ଚକୋଶୀ ମାର୍ଗର ଆରମ୍ଭ ମଧ୍ୟରେ ଥିବା ଚିତଇପୁରର ରାସ୍ତା କଡର ଦୃଶ୍ୟ। ରାସ୍ତା କଡ ସାରା ଅଳିଆ ଭର୍ତ୍ତି। ନାଳ ସବୁ ଦଳ ଅଳିଆରେ ଭରା।ରାସ୍ତା ସାରା ଧୂଳି, ମଇଳା ଖୋଳା। ତାସାଙ୍ଗକୁ ଟ୍ରାଫିକ ଜାମ୍ ଏମିତି ଯେ କହିଲେ ସରେ।

ମନେହେଲା ଆମ କଟକ ସହର ୟାଠୁ ଶହେ ଗୁଣ ଭଲ।

ପ୍ରଧାନମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀର ଦୃଶ୍ୟ କହୁଛି, କଥା ଆଉ କାମ ଭିତରେ ଫରକ କେତେ।”

ଏହି ପୋଷ୍ଟ କୁ ଆମେ ଭାତ ହାଣ୍ଡିରୁ ଗୋଟିଏ ବୋଲି ଭାବି ପାରିବାଦେଶ ସାରା ୧୨ କୋଟି ଶୌଚାଳୟ ତିଆରି କରିଦେଲେ ବା ଏମିତି ହୋଇଛି ବୋଲି ପ୍ରଚାର କରିଦେଲେ ଭାରତ ସ୍ଵଚ୍ଛ ହୋଇଯିବନାହିଁ। ଅନେକ ଖବରରୁ ଜଣାପଡୁଛି ଯେ ଲୋକେ ସରକାରୀ ସାହାଯ୍ୟ ନେଇ ଶୌଚାଳୟ ନିର୍ମାଣ କରିଛନ୍ତି ସତ, ହେଲେ ଏହାର ବ୍ୟବହାର ହେଉନାହିଁ। ଜଳଯୋଗାଣ ଅବ୍ୟବସ୍ଥା ଓ ଶୌଚାଳୟ ନିର୍ମାଣରେ ନିମ୍ନ ମାନର କାମ ଯୋଗୁଁ ଏସବୁର ବ୍ୟବହାର ସମ୍ଭବ ହେଉନି। ଅନେକ ସମୟରେ ଶୌଚାଳୟ ଘରର ଗୋଦାମଘର ଭାବରେ ବ୍ୟବହୃତ ହେଉଛି।

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି,  ସ୍ଵଚ୍ଛ ଭାରତ ମିଶନ ଲାଗି ହଜାର ହଜାର କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ଗତ ଚାରି ବର୍ଷ ଭିତରେ ଶୌଚାଳୟ କୁଣ୍ଡ ସଫା କରିବାକୁ ଯାଇ ୧୭୯୦ ଜଣ ସଫେଇ କର୍ମଚାରୀ ପ୍ରାଣ ହରାଇଲେଣି। ସ୍ଵଚ୍ଛ ଭାରତ ଅଭିଯାନରେ ଏ ଦେଶର ସଫେଇ କର୍ମଚାରୀଙ୍କ ଜୀବନ ବଞ୍ଚାଇବାର କିଛି ଉଦ୍ୟମ ହୋଇନାହିଁ ନିଶ୍ଚୟ। କୁଣ୍ଡରେ ପଶି ମଇଳା ସଫାକୁ ନିଷେଧ କରିବା ଉଦ୍ଦେଶ୍ୟରେ ୨୦୧୩ ମସିହାରେ ଯେଉଁ ଆଇନ ପ୍ରଣୟନ କରାଯାଇଥିଲା, ତାହାକୁ କାର୍ୟକାରୀ କରାଇବାରେ ବିଫଳ ହୋଇ ଆମେ ସ୍ଵଚ୍ଛ ଭାରତର ଜୟଗାନ କରିବା, ବୋଧେ ସବୁଠୁ ବଡ ଛଳନା। ସ୍ଵଚ୍ଛ ଭାରତ ମିଶନରେ ସିନେମା ତାରକା, କ୍ରୀଡାବିତ ଓ ବଡ ବଡ ନେତାଙ୍କର ପ୍ରଚାର ତ ବଢିଆ ହେଉଛି। ପ୍ରଧାନମନ୍ତ୍ରୀ ମଧ୍ୟ ଝାଡୁ ଧରି ବେଶ ଚମକୁଛନ୍ତି। ହେଲେ ବିଷ୍ଠା କୁଣ୍ଡରେ ପ୍ରାଣ ହରାଉଥିବା ସଫାଇ କର୍ମଚାରୀ ପାଇଁ ସ୍ଵଚ୍ଛ ଭାରତର ବାର୍ତ୍ତା କଣ, ସେ ବିଷୟରେ ପ୍ରଶ୍ନ ପଚାରିବାର ସମୟ ଆସି ନାହିଁ କି? 

Categories
ବିଶେଷ ଖବର

ଦୁର୍ନୀତି ବିରୋଧୀ ସ୍ଵର, କେବଳ ଛଳନା

କେଦାର ମିଶ୍ର

ଦୁର୍ନୀତି କାରଣରୁ ଦେଶର ଅର୍ଥନୈତିକ ବୈଷମ୍ୟ ଓ ଶୋଷଣ ବଢୁଛି,  ଏକଥା ସମସ୍ତେ ଜାଣନ୍ତି। ସ୍ଵାଧୀନତାର ସତୁରୀ ବର୍ଷ ପରେ ଭାରତର ରାଜନୀତିରେ ଦୁର୍ନୀତି ଏକ ପ୍ରମୁଖ ଆଲୋଚନାର ବିଷୟ ହୋଇଥିଲେ ମଧ୍ୟ ଦୁର୍ନୀତି ବିରୋଧରେ ଠୋସ ପଦକ୍ଷେପ ନେବାକୁ କୌଣସି ରାଜନୈତିକ ଶକ୍ତି କେବେହେଲେ ଚେଷ୍ଟା କରିନାହାନ୍ତି। ଦେଶର ଶାସନ କ୍ଷମତାରେ ସର୍ବାଧିକ ସମୟ ରହିଥିବା କଂଗ୍ରେସ ଦଳକୁ ଦୁର୍ନୀତିର ଭଣ୍ଡାରଘର ବୋଲି କହି ଅଣକଂଗ୍ରେସ ଶକ୍ତି କ୍ଷମତା ହାସଲ କରିଛନ୍ତି। ହେଲେ କ୍ଷମତା ହାତେଇଲା ପରେ ଅଣ କଂଗ୍ରେସ ଶକ୍ତି ଗୁଡିକ କଂଗ୍ରେସର ରାସ୍ତା ଇ ବାଛିଛନ୍ତିଅଶି ଦଶକରେ କଂଗ୍ରେସ ବୋଫର୍ସ ଦୁର୍ନୀତି ଲାଗି ନିନ୍ଦିତ ହୋଇଥିବା ବେଳେ ଆଜି ମୋଦୀ ସରକାର ରାଫାଲେ ଦୁର୍ନୀତିର ଜାଲରେ ଫସି ଯାଇଛି। ଏକଦା ଜରୁରୀକାଳୀନ ପରିସ୍ଥିତି ସମୟର ଦୁର୍ନୀତି ଓ ଏକଛତ୍ରବାଦ ବିରୋଧୀ ଆଂଦୋଳନର ନେତୃତ୍ଵ ନେଇଥିବା ଜୟପ୍ରକାଶ ନାରାୟଣଙ୍କ ଚେଲା ଚାମୁଣ୍ଡା ମାନେ ପରବର୍ତ୍ତୀ ସମୟରେ ନିଜେ ଦୁର୍ନୀତି ଓ ଏକଛତ୍ରବାଦର ମଞ୍ଜ ପାଲଟିଛନ୍ତି। ଲାଲୁ ଯାଦବ, ରାମ ବିଳାଶ ପାଶ୍ୱାନ., ନୀତିଶ କୁମାର ମୁଲାୟମ ସିଂ ଯାଦବ, ଅରୁଣ ଜେଟଲି ପ୍ରମୁଖ ତାର ଉଦାହରଣକଂଗ୍ରେସ ଦୁର୍ନୀତି ବିରୋଧରେ କହୁ କହୁ ଏଇ ନେତାମାନେ ନିଜେ କେତେବେଳେ କଂଗ୍ରେସଠୁ ଅଧିକ ସ୍ଵେଚ୍ଚାଚାରୀ ଓ ଦୁର୍ନୀତିଗ୍ରସ୍ତ ହୋଇପଡିଛନ୍ତି, ତାହା ସେମାନେ ବି ବୁଝିପାରିନାହାନ୍ତି 

ତେବେ ୨୦୧୨/୧୩ ମସିହାରେ ଆନ୍ନା ହଜାରେଙ୍କ ନେତୃତ୍ବରେ ସବୁଠୁ ବଡ ଦୁର୍ନୀତି ବିରୋଧୀ ଅଭିଯାନକୁ ଆମେ ଦେଖିଲୁ। ଦିଲ୍ଲୀର ରାମଳୀଳା ମଇଦାନଠାରେ “ମେରା ନେତା ଚୋର ହୈ” ବୋଲି ଚିତ୍କାର କରି ହଜାର ହଜାର ଜନସାଧାରଣ ଯେଉଁ ଆନ୍ଦୋଳନ କରିଥିଲେ, ସେ ଆନ୍ଦୋଳନକୁ ଚତୁରତାର ସହିତ ସରକାର ବିରୋଧୀ ଅସ୍ତ୍ର ଭାବରେ ପ୍ରୟୋଗ କରି ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନରେ କ୍ଷମତା ଦଖଲ କଲା। କ୍ଷମତା ପରିବର୍ତ୍ତନ ସହିତ ଦୁର୍ନୀତି ବିରୋଧୀ ଅଭିଯାନର ମଧ୍ୟ ମୃତ୍ୟୁ  ଘଟିଲା । ଏପରିକି ଯେଉଁ ଲୋକପାଳ ଗଠନ ଲାଗି ଏତେ ତୁମ୍ଭି ତୋଫାନ ହୋଇଥିଲା, ପାଞ୍ଚ ବର୍ଷ ଭିତରେ ସେ ଲୋକପାଳ ବ୍ୟବସ୍ଥା ହାୱାରେ ଉଡିଗଲାଦୁର୍ନୀତି ବିରୋଧୀ ସବୁ ଅନୁଷ୍ଠାନ ଗତ ଚାରିବର୍ଷ ଭିତରେ କେବଳ କାଗଜ ବାଘ ହୋଇ ବସିରହିଛନ୍ତିମନମୋହନ ସିଂ ସରକାର ସମୟରେ ସବୁଠୁ ସକ୍ରିୟ ଥିବା ସିବିଆଇ ଆଜି ସରକାରୀ ଗୁଣ୍ଡା ର ଭୂମିକା ତୁଲାଉଛିସିଭିସି, ମହା ଲେଖାକାର, ପ୍ରବର୍ତ୍ତନ ବିଭାଗ ଓ ଆୟକର ବିଭାଗ ଏବେ କେବଳ ରାଜନୈତିକ ବିରୋଧୀଙ୍କୁ ଜବତ କରିବା ଲାଗି ଲାଠିଆଳ ହୋଇ କାମ କରୁଛନ୍ତିତେଣୁ କଂଗ୍ରେସ ଅମଳର ସବୁ ଦୁର୍ନୀତି ଏବେ ଅଦାଲତରେ ଫସର ଫାଟିଯାଉଥିବା ବେଳେ ବିଜେପି ସରକାର ବେଲଗାମ ଦୁର୍ନୀତିର ଅଭିଷେକ କରୁଛନ୍ତିତମ ବୋଫର୍ସ ଖରାପ ହେଲେ ଆମ ରାଫାଲେ ବଢିଆ ଯୁକ୍ତିରେ ଆଜିର ରାଜନୀତି ଚାଲିଛି

ଓଡିଶା କ୍ଷେତ୍ରରେ ମଧ୍ୟ ସମାନ କଥା। ଦେଶ ସ୍ଵାଧୀନ ହେବାପରେ ଜଣେ ଅତ୍ୟନ୍ତ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ଵ ପାଇଥିବା ଓଡିଶା ପରବର୍ତ୍ତୀ କାଳରେ ଦୁର୍ନୀତିର ପେଣ୍ଠ ଭାବେ ଦୁର୍ନାମ ଅର୍ଜିଥିଲାଏକଦା ଓଡିଶାର ମୁଖ୍ୟମନ୍ତ୍ରୀମାନଙ୍କ ବିରୋଧରେ ମୁଧଲକର କମିଶନ, ସରଜୁ ପ୍ରସାଦ କମିଶନ, ଶାହ କମିଶନ, ଖାନ୍ନା କମିଶନ ଭଳି ବହୁ ତଦନ୍ତକାରୀ ବ୍ୟବସ୍ଥା ଗ୍ରହଣ କରାଯାଇଥିଲାସେଥିରୁ କିଛି କମିଶନ କେତେକଙ୍କୁ ଅଭିଯୁକ୍ତ ଭାବରେ ଦଣ୍ଡିତ କରିବାର ସୁପାରିଶ ମଧ୍ୟ କରିଥିଲେହେଲେ ଆଇନର ଗଲାବାଟ ଦେଇ ବଡ ମୁଣ୍ଡ ମାନେ ବିଭିନ୍ନ ବାଟରେ ଖସିଗଲେଅଶି ଦଶକରୁ ଓଡିଶାରେ ଦୁର୍ନୀତି ଏକ ଗ୍ରହଣୀୟ ନୀତି ପାଲଟିଗଲା। ଆଜି ବି ସେ ଧାରା ବଳବତ୍ତର ରହିଛି।

ଆଜି ଯେତେବେଳେ ଓଡିଶା ସରକାର ବିରୋଧରେ ଦୁର୍ନୀତି ପ୍ରସଙ୍ଗ ଉଠୁଛି, ଲୋକେ ପ୍ରଥମେ ଦେଖୁଛନ୍ତି, ଅଭିଯୋଗକାରୀ କିଏ? ଓଡିଶାର ଚର୍ଚ୍ଚିତ ଖଣି ଦୁର୍ନୀତି ପ୍ରସଙ୍ଗରେ ଜଷ୍ଟିସ ଏମବି ଶାହ ଯେଉଁ ରିପୋର୍ଟ ଦେଇଥିଲେ, ତାକୁ କେନ୍ଦ୍ରର ମୋଦୀ ସରକାର ଡଷ୍ଟବିନ କୁ ଫୋପାଡି ଦେଇଛନ୍ତିସେହିପରି ଚିଟଫଣ୍ଡ ଦୁର୍ନୀତି ମାମଲାରେ କେବଳ ସୁଆଙ୍ଗ ଦେଖେଇବା ଛଡା କେନ୍ଦ୍ରର ସିବିଆଇ ଅଧିକ କିଛି କରିନାହିଁତେଣୁ ବିଜେପି ଓଡିଶାରେ ଯେତେବେଳେ ଦୁର୍ନୀତି ବା ପିସି କଥା ଉଠାଉଛି, ସେଠି ଲୋକ ବିଜେପି ନିଜ ମୁହଁ ଦର୍ପଣରେ ପ୍ରଥମେ ଦେଖୁ ବୋଲି ଭାବିବା ସ୍ଵାଭାବିକଅପର ପକ୍ଷରେ କଂଗ୍ରେସ, ଯେତେ ଅଧିକ କ୍ଷମତାରୁ ଦୂରରେ ଥିଲେ ମଧ୍ୟ, ଦୁର୍ନୀତିର ଛିଟା ତାଙ୍କ ଦେହରୁ ଛାଡୁନାହିଁବିଜୁ ଜନତା ଦଳ ଭିତରୁ ଯେଉଁ ନେତାମାନେ ତଡା ଖାଇ ଆସୁଛନ୍ତି, ସେମାନେ କେବେ କେମିତି ସରକାର କୁ ଘାଇଲା କରିବାକୁ ଦୁର୍ନୀତି ପ୍ରସଙ୍ଗ ଉଠାଉଛନ୍ତି ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ପରି ନେତା ବିଜେଡି ଶିବିରରେ ୧୮ ବର୍ଷ ରହି ସବୁ ମଲାଇ ଖାଇ ସାରିଲା ପରେ ଦୁର୍ନୀତି ବିରୋଧରେ କହିବାଟା ଲୋକଙ୍କୁ ପ୍ରଭାବିତ କରିପାରୁନି

ଏସବୁର ଅନ୍ତିମ ପରିଣତି ହେଉଛି, ଦୁର୍ନୀତି ଆମ ରାଜନୀତିରେ ଏବେ ଏକ ଚଳନୀୟ ବ୍ୟବସ୍ଥା ହୋଇଯାଇଛିଯିଏ ଦୁର୍ନୀତି ବିରୋଧରେ କହୁଛି ତାକୁ ମାଉଁସ ଖଣ୍ଡେ ଫୋପାଡିଦେଲେ ସେ ଚୁପମୁହଁ ରେ ହାଡ ଜାକି କୁକୁର ଭୁକିପାରିବ ନାହିଁ। ତେଣୁ ହାଡଖଣ୍ଡେ ପାଇବା ଲାଗି ଦୁର୍ନୀତି ବିରୋଧୀ ଅଭିଯାନ ସହ ଲୋକେ ଆଉ ନିଜକୁ ସାମିଲ କରୁନାହାନ୍ତି। ଆଜିର ତାରିଖରେ ଦୁର୍ନୀତି ବିରୋଧରେ କହିବା, ସବୁଠୁ ବଡ ଛଳନା ଓ ନିର୍ବାଚନୀ ରାଜନୀତିରେ ଏହାର କୌଣସି ପ୍ରଭାବ ପଡିବାର ନାହିଁ

Categories
ବିଶେଷ ଖବର

ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ କାହିଁକି!!

କେଦାର ମିଶ୍ର

ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିନ୨୦ ବର୍ଷ ତଳେ ସେ ଯେତେବେଳେ ଓଡିଶା ରାଜନୀତିକୁ ଆସିଲେ ସେତେବେଳେ ସେ ଥିଲେ ରାଜନୀତିରେ ଏଗଦମ ନୂଆ ଓ ଅନଭିଜ୍ଞ ଚେହେରାବିଜୁ ପଟ୍ଟନାୟକଙ୍କ ପୁଅ ଭାବରେ ତାଙ୍କର କୌଣସି ରାଜନୈତିକ ପରିଚୟ ନଥିଲାବିଜୁ ବାବୁ ନିଜ ଜୀବନକାଳରେ ନିଜ ପରିବାରକୁ ନିଜ ରାଜନୀତିଠୁ ଦୂରରେ ରଖିଥିଲେ, ତେଣୁ ନବୀନ ରାଜନୀତିକୁ ଆସିବାରେ ତାଙ୍କ ବାପାଙ୍କ ଇଚ୍ଛା ବା ପ୍ରଭାବ ନଥିଲା। ଯଦିଓ ବିଜୁ ବାବୁଙ୍କ ପ୍ରତି ଓଡିଶା ଲୋକଙ୍କର ଯେଉଁ ଭଲ ପାଇବା ଥିଲା, ତାହାର ଲାଭ ନବୀନଙ୍କୁ ମିଳିଛି, କିନ୍ତୁ ଅନ୍ୟ ପାରମ୍ପରିକ ପାରିବାରିକ ରାଜନୈତିକ ଦାୟାଦଙ୍କ ପରି ସେ ବାପାଙ୍କ ହାତ ଧରି ରାଜନୀତିକୁ ଆସିନାହାନ୍ତି। ରାଜନୀତିର ସବୁଠୁ ଅନଭିଜ୍ଞ ଚେହେରା ଭାବରେ ରାଜନୀତି ଆରମ୍ଭ କରିଥିବା ନବୀନ, ଆଜି ୨୦ ବର୍ଷ ପରେ ଦେଶର ସବୁଠୁ ଅଭିଜ୍ଞ ଓ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ। ଆଜି ତାଙ୍କର ୭୩ ତମ ଜନ୍ମଦିବସରେ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି- ନବୀନ ହେଉଛନ୍ତି ଦେଶର ଅନ୍ୟତମ ବରିଷ୍ଠ ରାଜନେତା ଯିଏ ଗତ ଅନେକ ବର୍ଷ ଧରି ଓଡିଶାର ସେବା କରି ଆସୁଛନ୍ତି

ବାସ୍ତବ କ୍ଷେତ୍ରରେ ନବୀନଙ୍କୁ ଓଡିଶା ରାଜନୀତିର ବିସ୍ମୟ ବାଳକ ବୋଲି କୁହାଯାଇପାରେ। ଏ ରାଜ୍ୟର ବହୁ ତୁଙ୍ଗ ଜନନେତା ଯାହା କରିପାରିନଥିଲେ, ନବୀନ ଆଜି ତାହା କରି ଦେଖେଇଛନ୍ତିଏକାଦିକ୍ରମେ ଚାରୋଟି ବିଧାନସଭା ନିର୍ବାଚନ ଜିଣି ସାରିଲା ପରେ ମଧ୍ୟ ୨୦୧୯ ନିର୍ବାଚନରେ ସେ କୌଣସି ବଡ ଆହ୍ୱାନର ସମ୍ମୁଖୀନ ହେବେ ଭଳି ମାନେ ହେଉନାହିଁ। ଗତ ଦୁଇ ଦଶନ୍ଧି ଧରି ଓଡିଶା ରାଜନୀତିରେ ସେ ଇ ଏକମାତ୍ର ନାୟକ। ଅଥଚ ନାୟକ ହେବାର କୌଣସି ପାରମ୍ପରିକ ଗୁଣ ତାଙ୍କ ପାଖରେ ନାଇଁ। ନବୀନ ବହୁତ ଭଲ ବକ୍ତା ନୁହନ୍ତି। ତାଙ୍କ କହିବାରେ ଆଜି ମଧ୍ୟ ଗୋଟେ ପ୍ରକାର ଲାଜକୁଳା ସ୍ଵଭାବ ରହିଛି। ଲୋକଙ୍କ ଭାଷାରେ ସେ କଥା କହୁନଥିବାରୁ ବିରୋଧୀ ଓ ବୁଦ୍ଧିଜୀବୀ ତାଙ୍କୁ ଯେତେ ସମାଲୋଚନା କାଲେ ମଧ୍ୟ, ଲୋକେ ତାଙ୍କର ଭାଷାକୁ ସ୍ଵୀକାର କରିନେଇଛନ୍ତି। ନବୀନଙ୍କ ଖଣ୍ଡି ଓଡିଆ କଥା, ତାଙ୍କ ଲାଗି ଗୋଟେ ପ୍ରକାର ଆଶୀର୍ବାଦ ପାଲଟି ଯାଇଛି। ଯେଉଁଥି ପାଇଁ ସେ ବିରୋଧୀଙ୍କ ଦ୍ଵାରା ଭର୍ତ୍ସିତ, ସେଇ ସମାନ କାରଣ ଲାଗି ସେ ଅଧିକ ଲୋକପ୍ରିୟ। ଏହାର ରାଜନୈତିକ ସମୀକ୍ଷା ଆମେ କେମିତି କରିବା?

ନବୀନଙ୍କ ଲୋକପ୍ରିୟତାର କେତୋଟି କାରଣ ଭିତରୁ ଗୋଟେ ବଡ କାରଣ ହେଉଛି, ସେ ବୋଧେ ଭାରତର ଏକମାତ୍ର ରାଜନେତା ଯିଏ ଦୀର୍ଘ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ଆକ୍ରାମକ ରାଜନୀତି କରି ନାହାନ୍ତି। କୌଣସି ଉତ୍ତେଜନା ସୃଷ୍ଟିକାରୀ ଭାଷଣ ବା ବିରୋଧୀଙ୍କୁ କଟୁ ଭାଷାରେ ଆଲୋଚନା କରିବା, ତାଙ୍କ ସ୍ଵଭାବରେ ନାହିଁ। କୁହା ଯାଇପାରେ, ସେ ବୋଧେ ଭାରତୀୟ ରାଜନୀତିର ସୁନିଲ ଗାଭାସ୍କର। ତାଙ୍କ ବ୍ୟାଟିଂ ରେ ସ୍ଥିରତା ଓ ସଂଯମ ଅଛି। ବିନା ହେଲମେଟ ରେ ଗାଭାସ୍କର ଯେମିତି ଗୋଟେ ସମୟରେ ୱେଷ୍ଟ ଇଣ୍ଡିଜ ର ଦୁର୍ଦ୍ଦର୍ଷ ପେସ ବୋଲିଂ କୁ ସାମ୍ନା କରୁଥିଲେ, ନବୀନ ସେମିତି ସହଜରେ ନିଜ ବିରୋଧୀଙ୍କୁ ମୁକାବିଲା କରିଛନ୍ତି। ତାଙ୍କ ରାଜନୈତିକ ରଣ କୌଶଳ ଏତେ ଶାନ୍ତ ଆଉ ଶକ୍ତିଶାଳୀ ଯେ ତାକୁ ଭେଦିବାର କୌଶଳ ତାଙ୍କର ପ୍ରତିପକ୍ଷଙ୍କୁ ଜଣାନାହିଁ

ଗତ ୨୦ ବର୍ଷ ଭିତରେ ତାଙ୍କର ଏକଦା ସହଯୋଗୀ ଓ ଆଜିର ଶତ୍ରୁ ବିଜେପି, ତାଙ୍କୁ ଚିହ୍ନିବାରେ ସଫଳ ହୋଇ ପାରିନାହିଁ। ବିଜେପି ଲୋକଙ୍କ ଆଗରେ ନବୀନଙ୍କୁ ନେଇ ଯେତେ ଟାଣ କଥା କହୁଥିଲେ ମଧ୍ୟ, ଭିତରେ ଭିତରେ ବିଜେପି ଲାଗି ନବୀନ ସବୁଠୁ ବଡ ଭରସା। ୨୦୧୯ ସାଧାରଣ ନିର୍ବାଚନ ପରେ ନବୀନଙ୍କ ସମର୍ଥନ ଉପରେ ବିଜେପିର ଭବିଷ୍ୟତ ଅନେକାଂଶରେ ନିର୍ଭର କରିବ ସେଇ ପରିସ୍ଥିତିକୁ ଆଖି ଆଗରେ ରଖି, ବିଜେପି ନବୀନଙ୍କ ପ୍ରତି ନିଜର ନରମ ଗରମ ଆଭିମୁଖ୍ୟ, ବଜାୟ ରଖିବ । ଅପର ପକ୍ଷରେ କଂଗ୍ରେସକୁ ନବୀନ ସବୁବେଳେ ନିଜର ବିରୋଧୀ ବୋଲି ମାନି ଆସିଛନ୍ତି। ତେଣୁ କଂଗ୍ରେସର ବିଘଟନ ଓ ଗୋଷ୍ଠୀ ବିବାଦରୁ ନବୀନଙ୍କୁ ସବୁବେଳେ ଲାଭ ମିଳି ଆସୁଛି।  ବର୍ତ୍ତମାନ ସମୟରେ ଆପାତତଃ ଶକ୍ତିଶାଳୀ ଲାଗୁଥିବା କଂଗ୍ରେସ, ନବୀନଙ୍କ ଲାଗି ବେଶ ଲାଭଦାୟକ। କଂଗ୍ରେସ ନିଜର ୨୨-୨୫% ଭୋଟ ବ୍ୟାଙ୍କ ସୁରକ୍ଷିତ ରଖିପାରିଲେ, ତାହା ବିଜେଡି ବିଜୟର ବାଟ କୁ ସହଜ କରିଦେବ

ନବୀନଙ୍କ ରାଜନୀତିରେ ତାଙ୍କର ଶତ୍ରୁ ବିରୋଧୀ ଦଳରୁ ଯେତିକି ଆସିଛନ୍ତି, ତାଠୁ ବହୁ ଗୁଣ ଅଧିକ ନିଜ ବିଜେଡି ଦଳରୁ ଆସିଛନ୍ତି। ବିଜୟ ମହାପାତ୍ରଙ୍କଠୁ ଆରମ୍ଭ କରି ପ୍ୟାରୀମୋହନ ମହାପାତ୍ର, ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ପରି ନବୀନଙ୍କ ସହଯୋଗୀ, ପରବର୍ତ୍ତୀ ସମୟରେ ତାଙ୍କର ଶତ୍ରୁ ପାଲଟିଛନ୍ତି। ତେବେ ଘର ଶତ୍ରୁ ଓ ବାହାର ଶତ୍ରୁଙ୍କୁ ମୁକାବିଲା କରିବାରେ ନବୀନଙ୍କ ରଣକୌଶଳ ବଡ ବିଚିତ୍ରସେ ପଦେ କଥା କହି ବା ହସିଦେଇ ନିଜ ଶତ୍ରୁକୁ ନିରସ୍ତ୍ର କରିଦେଇପାରନ୍ତି

୨୦ ବର୍ଷର ଶାସନ ଭିତରେ ନବୀନ ଯେ ସବୁ କ୍ଷେତ୍ରରେ ସଫଳ ତାହା ନୁହେଁ। ନବୀନଙ୍କ ବିଫଳତାର ତାଲିକା ବି ଲମ୍ବାତାଙ୍କର ଶତ୍ରୁ ଓ ସମାଲୋଚକ ସଂଖ୍ୟା ବି କମ ନୁହନ୍ତିତଥାପି ନବୀନଙ୍କ ବିକଳ୍ପ ନାହିଁ ବୋଲି ଓଡିଶାବାସୀ ଭାବୁଛନ୍ତି କାହିଁକି? ଟଙ୍କିକିଆ ଚାଉଳ କି ସରକାରୀ ଯୋଜନାରେ ଲୋକ ଭୋଟ ଦେଉଛନ୍ତି ବୋଲି ଭାବିବା ହୁଏତ, ମନକୁ ବୁଝାଇବା ଲାଗି ଯଥେଷ୍ଟ।ଅସଲରେ ଓଡିଶା ରାଜନୀତିର ବିରୋଧୀ ପକ୍ଷ ନିଜ ରାଜ୍ୟର ଲୋକଙ୍କୁ ବୋଧେ ଆଜି ଯାଏ ଠିକ ଭାବରେ ବୁଝିନାହାନ୍ତି। ୨୦ ବର୍ଷର ରାଜନୀତିରେ ଓଡିଆଙ୍କ ନାଡି ନକ୍ଷତ୍ରକୁ ନବୀନ ଯେମିତି ଚିହ୍ନିଛନ୍ତି, ସେତକ ଚିହ୍ନିବାରେ ବିରୋଧୀ ବିଫଳ ହୋଇଛନ୍ତି। ପଦେକଥାରେ କହିଲେ, ବିରୋଧୀଙ୍କ ବିଫଳତା ହିଁ ନବୀନଙ୍କ ସଫଳତାର ଅସଲ ରହସ୍ୟ

Categories
ବିଶେଷ ଖବର

ଆୟୁଷ୍ମାନ ପ୍ରସଙ୍ଗ ; କେନ୍ଦ୍ର ବନାମ ଓଡିଶା ସରକାର

କେଦାର ମିଶ୍ର

ଭାରତ ଆୟୁଷ୍ମାନ ହେଉ ଏକଥା ସମସ୍ତେ ଚାହାନ୍ତିଆମର ଆୟୁଷ ସୀମା ବଢୁ, ପ୍ରତ୍ୟେକ ଦେଶବାସୀ ସୁସ୍ଥ ଓ ପୁଷ୍ଟ ରୁହନ୍ତୁ, ସ୍ୱାସ୍ଥ୍ୟ ସେବା ନପାଇ କେହିବି ଏଠି ପ୍ରାଣ ନ ହରାନ୍ତୁ, ଏ କଥା ଆମେ ସମସ୍ତେ ଆନ୍ତରିକତାର ସହିତ ଚାହୁଛୁ ସେଇ ଇଚ୍ଛା ଫଳବତୀ ହେଉ ବୋଲି ପ୍ରତ୍ୟେକ ଭାରତୀୟ ଆଶା ରଖନ୍ତି। ସ୍ଵାଧୀନତାର ୭୦ ବର୍ଷ ପରେ ମଧ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମ ସରକାର ଦେଶବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବାରେ ସମର୍ଥ ହୋଇପାରିନାହାନ୍ତି। ତେବେ ସ୍ଵାଧୀନତା ର ସମୟ ଓ ଆଜିର ସମୟ ଭିତରେ ଅନେକ ପରିବର୍ତ୍ତନ ଆସିଛି। ତଥାପି ଆମ ଅର୍ଥନୀତିରେ ସ୍ବାସ୍ଥ୍ୟସେବା ଖୁବ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ। ୨୦୦୮ ରୁ ୨୦୧୫ ଭିତରେ ଆମେ ଆମ ଜିଡିପି ର  ମାତ୍ର ୧.୩% ଜନସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରୁଛେ। ଗତ ବର୍ଷ ଏହା ସାମାନ୍ୟ ବୃଦ୍ଧି ପାଇ ୧.୪% ରେ ପହଞ୍ଚିଛିତେବେ ପୃଥିବୀର ବିକଶିତ ଦେଶ ଗୁଡିକ ହାରାହାରି ନିଜ ଜିଡିପିର ୬% ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିନିଯୋଗ କରନ୍ତି। ସେ ତୁଳନାରେ ଆମେ ବହୁ ପଛୁଆ ବୋଲି କହିପାରିବା। ଘରୋଇ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଖର୍ଚ୍ଚ ମିଶିଗଲେ ଆମେ ଜିଡିପିର ୩.୯% ଏ କ୍ଷେତ୍ରରେ ବ୍ୟୟ କରୁଛେ। ତେବେ ଏହା ଚୀନ (୫୬%), ବ୍ରାଜିଲ (୪୬%) ଇଣ୍ଡୋନେସିଆ(୩୯%), ଆମେରିକା (୪୮%), ଇଂଲାଣ୍ଡ (୮୩%) ତୁଳନାରେ କିଛି ବି ନୁହେଁତେବେ ଜାତୀୟ ସ୍ୱାସ୍ଥ୍ୟ ଖର୍ଚ୍ଚ ତୁଳନାରେ ଓଡିଶା ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜ ବଜେଟର 5.1% ଖର୍ଚ୍ଚ କରୁଛନ୍ତି, ଯାହାକି ଅନ୍ୟ 18 ଟି ରାଜ୍ୟ ତୁଳନାରେ ବେଶ ଅଧିକସ୍ୱାସ୍ଥ୍ୟ ଓ ଶିକ୍ଷା ପରି ଜୀବନର ମୌଳିକ ଆବଶ୍ୟକତା କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ଯାହା କରୁଛନ୍ତି, ତାହା ଆଜି ମଧ୍ୟ ଯଥେଷ୍ଟ ନୁହଁ। ତେବେ କେନ୍ଦ୍ର ତୁଳନାରେ ଓଡିଶାର ପ୍ରଦର୍ଶନ ଏ କ୍ଷେତ୍ରରେ ଟିକେ ଆଗୁଆ।

ଏବେ ଦେଶସାରା ସ୍ବାସ୍ଥ୍ୟସେବା ଯୋଗାଇଦେବାର ଏକ ବୃହତ୍ତର ଲକ୍ଷ୍ୟ ନେଇ ଆୟୁଷ୍ମାନ ଭାରତ ନାମରେ ଏକ ଯୋଜନା ଭାରତ ସରକାର ଆରମ୍ଭ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନା କାର୍ୟକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବାରୁ ଏଥିରେ ଆନ୍ତରିକତା ର ଅଭାବ ରହିଥିବା ଜଳ ଜଳ ଦିଶୁଛି। ଗତ ଏପ୍ରିଲ ୧୪ ତାରିଖରେ ଏହି ଯୋଜନାର ଘୋଷଣା ହୋଇଥିବା ବେଳେ ଗତ ମାସରୁ ଏହା କାର୍ଯକ୍ଷମ ହୋଇଛିଦେଶର ୧୦ କୋଟି ଗରିବ ପରିବାରର ୫୦ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରାଯିବାର ଏକ ବଡ ଲକ୍ଷ୍ୟ ଏହି ଯୋଜନା ମାଧ୍ୟମରେ ପୂରଣ ହୋଇପାରିବ ବୋଲି ଆଶା କରାଯାଉଛିତେବେ ବୀମା କମ୍ପାନୀ ଗୁଡିକ ଉପରେ ନିର୍ଭର କରି ଏହି ଯୋଜନାର ଭିତ୍ତି ପଡିଥିବାରୁ ଏହାର ସଫଳତା କୁ ନେଇ ମୂଳରୁ ସନ୍ଦେହ ଉପୁଜୁଛିଓଡିଶା ଭଳି ରାଜ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ ବିଶେଷ ଆଗ୍ରହ ଦେଖାଉନାହାନ୍ତିଏହାର କାରଣ ଅତ୍ୟନ୍ତ ସ୍ପଷ୍ଟଏହି ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ ନାମରେ ନାମିତ କରାଯାଇଥିବା ବେଳେ ଏଥିରେ କେନ୍ଦ୍ର ସରକାର ମାତ୍ର ୬୦% ଅନୁଦାନ ଦେବେବାକି ୪୦% ରାଜ୍ୟ ସରକାର ବହନ କରିବେଯୋଜନା ଯେହେତୁ ରାଜ୍ୟରେ କାର୍ୟକାରୀ ହେବ ଏହାର ପରିଚାଳନା, ମୂଲ୍ୟାୟନ ଓ ସର୍ବେକ୍ଷଣ ବାବଦକୁ ରାଜ୍ୟ ସରକାର ଆହୁରି ଅଧିକ ଖର୍ଚ୍ଚ କରିବେମୋଟାମୋଟି ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଭାଗ ୫୦:୫୦ ରହିବସେହି ପୃଷ୍ଠଭୂମିରେ କେନ୍ଦ୍ର ସରକାର ଏହାର ବଡ ଭାଇପଣିଆ ଦେଖାଇବାର କୌଣସି ଯଥାର୍ଥତା ନାହିଁ। ପୁନଶ୍ଚ ଯେଉଁ ରାଜ୍ୟ ଗୁଡିକରେ ଏପ୍ରକାର ଯୋଜନା ପୂର୍ବରୁ ରହିଛି ସେଠି ଆୟୁଷ୍ମାନ ଯୋଜନା ସେଇ ପୁରୁଣା ଯୋଜନା ସହ ମିଶିଯିବ ବୋଲି କୁହାଯାଉଛିତେଲେଙ୍ଗାନା, ଆନ୍ଧ୍ର, କର୍ଣ୍ଣାଟକ, କେରଳ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ମାନ ପୂର୍ବରୁ ରହିଛି। ତେଣୁ ସେଇ କ୍ରମରେ ଓଡିଶା ନିଜସ୍ଵ ଯୋଜନା କଥା ଚିନ୍ତା କରୁଛିବିଜୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି ଓଡିଶା ସରକାର କହୁଛନ୍ତିଏଠି ପ୍ରଶ୍ନ ଉଠୁଛି, ଆୟୁଷ୍ମାନ ଯୋଜନାରେ ରାଜ୍ୟ ସରକାର ସାମିଲ ନହେବା ଏକ ଉଚିତ ପଦକ୍ଷେପ କି?

ଅନ୍ତତଃ ପ୍ରାଥମିକ ସ୍ତରରେ ଆୟୁଷ୍ମାନ ଯୋଜନାକୁ ନେଇ ଯେଉଁ ପ୍ରକାର ବିରୋଧ ଦେଖା ଯାଉଛି,  ସେ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉଚିତ ମନେ ହେଉଛିକେନ୍ଦ୍ର ସରକାର ୨୦୧୧ରେ ଅନୁଷ୍ଠିତ ସାମାଜିକ , ଅର୍ଥନୈତିକ ଓ ଜାତିଗତ ଜନଗଣନା ଆଧାରରେ ଏହି ଯୋଜନାର ହିତାଧିକାରୀ ଚୟନ କରିବାକୁ ସ୍ଥିର କରିଛନ୍ତି୭ ବର୍ଷ ତଳର ପୁରୁଣା ଡାଟା ଆଧାରରେ ଏହା ଯଦି କାର୍ଯକ୍ଷମ ହୁଏ, ତାହେଲେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେବେକେନ୍ଦ୍ର ସରକାର ଓଡିଶାରେ ଏଥିଲାଗି ୬୧ ଲକ୍ଷ ପରିବାର କୁ ସାମିଲ କରିବାକୁ ଚାହୁଁଥିବା ବେଳେ ରାଜ୍ୟ ସରକାର ଆହୁରି ୭ ଲକ୍ଷ ଅଧିକ ପରିବାରକୁ ରାଜ୍ୟ ଯୋଜନାରେ ସାମିଲ କରିଛନ୍ତିକେନ୍ଦ୍ର ସରକାର ବୀମା କମ୍ପାନୀ ଗୁଡିକ ଉପରେ ଏହାକୁ ସଂପୂର୍ଣ୍ଣ ଛାଡି ଦେଇଥିବା ବେଳେ ରାଜ୍ୟ ସରକାର ଏକ ଟ୍ରଷ୍ଟ ଜରିଆରେ ଏହି ସାହାଯ୍ୟ ଯୋଗାଇବାକୁ ଚାହୁଛନ୍ତି। ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ପରି ବିଜେପି ଶାସିତ ରାଜ୍ୟ ଗୁଡିକ ମଧ୍ୟ ବୀମା କମ୍ପାନୀ ଜରିଆରେ ଏହି ଯୋଜନା କାର୍ୟକାରୀ କରାଇବାକୁ ଚାହୁନାହାନ୍ତିଫସଲ ବୀମା ଯୋଜନାରେ ବୀମା କମ୍ପାନୀ ଗୁଡିକର ଭୂମିକା ଆଦୌ ସହଯୋଗୀ ନୁହେଁତେଣୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କେବଳ ମୋଟା ଅଙ୍କର ପ୍ରିମିୟମ ଉଠାଇବା ଛଡା ଏହି କମ୍ପାନୀ ଗୁଡିକ ଗରିବ ଲୋକଙ୍କ ପାଇଁ ବିଶେଷ ସହାୟତା କରିବେ ନାହିଁଆଧାର କାର୍ଡ ଜରିଆରେ ଏହି ଯୋଜନାକୁ କାର୍ୟକାରୀ କରାଯିବା ବୋଲି କୁହାଯାଉଛିତେବେ ଆଧାର କାର୍ଡର ବୈଧତାକୁ ନେଇ ସୁପ୍ରିମ କୋର୍ଟ ନିଜ ରାୟ ଶୁଣାଇବାକୁ ଯାଉଛନ୍ତିଯଦି ଆଧାର କାର୍ଡ ଅବୈଧ ଘୋଷିତ ହୁଏ ତାହେଲେ ପରିଣତି କଣ ହେବ, ତାର ଉତ୍ତର କାହା ପାଖରେ ନାହିଁ। 

ସବୁଠୁ ବଡ କଥା ହେଉଛି, ଓଡିଶା ସରକାର ଆୟୁଷ୍ମାନ ଯୋଜନାକୁ ଅଣଦେଖା କରିବାକୁ ନେଇ ରାଜନୀତି ଚାଲିଥିବା ବେଳେ ଦେଶର ସର୍ବୋଚ୍ଚ ମେଡିକାଲ ସଂଘ ଇଣ୍ଡିଆନ ମେଡିକାଲ ଆସୋସିଏସନ ଏହି ଯୋଜନାର କାର୍ୟକାରିତାକୁ  ନେଇ ଘୋର ସନ୍ଦେହ ପ୍ରକଟ କରିଛି। ବିଶେଷ କରି ଏହାର ପ୍ୟାକେଜ ବ୍ୟବସ୍ଥାକୁ ନେଇ ମେଡିକାଲ ଆସୋସିଏସନ କେତୋଟି ନିର୍ଦ୍ଦିଷ୍ଟ ଆପତ୍ତି ଉଠାଇଛନ୍ତି। ଶିଶୁ ଜନ୍ମ ଲାଗି ସର୍ଜରୀ ଆବଶ୍ୟକ ପଡିଲେ ମାତ୍ର ୯୦୦୦ ଟଙ୍କା, ଗୋଟିଏ ଷ୍ଟେଣ୍ଟ ଲାଗି ହୃଦ ଚିକିତ୍ସା ବାବଦକୁ ୫୦୦୦୦ ଟଙ୍କା ବୀମା ରାଶି ଆଦୌ ପର୍ଯାପ୍ତ ନୁହେଁ ଓ ଏହା ଚିକିତ୍ସା ପ୍ରକ୍ରିୟାର ଗୁଣବତ୍ତାକୁ ପ୍ରଭାବିତ କରିବ। ଆୟୁଷ୍ମାନ ଯୋଜନାର ବର୍ତ୍ତମାନ ରୂପରେଖ ଯାହା ସେଥିରେ ଭ୍ରଷ୍ଟାଚାରର ଯଥେଷ୍ଟ ସୁଯୋଗ ରହିଛି ବୋଲି ଦେଶର ସର୍ବୋଚ୍ଚ ଡାକ୍ତରୀ ସଂସ୍ଥାର ସନ୍ଦେହକୁ ଅମୂଳକ ବୋଲି କୁହାଯାଇପାରିବା ନାହିଁ। ଏଠି ପ୍ରଶ୍ନ ଉଠୁଛି, ଆୟୁଷ୍ମାନ ଯୋଜନା ବିଷୟରେ ଦେଶର ପ୍ରମୁଖ ଡାକ୍ତରୀ ସଂଘ ସହ ସରକାର ଆଲୋଚନା କରି ନାହାନ୍ତି କି? ରାଜ୍ୟ ସରକାର ଗୁଡିକ ଏହି ଯୋଜନାରେ ୪୦% ରୁ ଅଧିକ ଅଂଶଧନ ଦେବାକୁଥିବା ବେଳେ ସେମାନଙ୍କ ମତାମତ ନିଆଯାଇଛି କି? ପ୍ରତ୍ୟେକ ସରକାରୀ ଯୋଜନାକୁ କେବଳ ଜଣେ ବ୍ୟକ୍ତିଙ୍କ ବ୍ରାଣ୍ଡ ମୂଲ୍ୟ ବଢାଇବାର ମାଧ୍ୟମ ଭାବରେ ବ୍ୟବହାର କରିବାକୁ ଯାଇ କେନ୍ଦ୍ର ସରକାର ଦେଶର ସଙ୍ଘୀୟ ବ୍ୟବସ୍ଥାକୁ ଅଣଦେଖା କରୁଛନ୍ତି କି?

ଓଡିଶା ରାଜନୀତି କ୍ଷେତ୍ରରେ ଆୟୁଷ୍ମାନ ଯୋଜନାର ଏକ ବିକଳ୍ପ ଭାବରେ ବିଜୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଘୋଷିତ ହୋଇଛି ଓ ଏହାକୁ ନେଇ ରାଜ୍ୟର ରାଜନୀତି ଉତ୍ତପ୍ତ ରହିଛିକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଇ ପ୍ରସଙ୍ଗରେ ଯାହା କହୁଛନ୍ତି, ତାର କୌଣସି ବ୍ୟାବହାରିକ ମୂଲ୍ୟ ନାହିଁ। ଓଡିଶା ସରକାର ଆୟୁଷ୍ମାନ ଯୋଜନାକୁ ଲାଗୁ କରିବା ପୂର୍ବରୁ ନିଜ ଯୋଜନା ଘୋଷଣା କରିବାକୁ ହକଦାର ଯେଉଁ ଆଧାରରେ ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ର ରାଜ୍ୟ ଯୋଜନାକୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ସେଇ ଆଧାରରେ ଓଡିଶା ସରକାରଙ୍କ ନୂଆ ଯୋଜନାକୁ କେନ୍ଦ୍ର ସରକାର ଗ୍ରହଣ କରିବାରେ ଅସୁବିଧା କଣ? ଭୋଟ ଲାଗି ଏହି ଯୋଜନା ଘୋଷଣା ହୋଇଛି ବୋଲି ଯାହା କୁହାଯାଉଛି, ତାହା ଉଭୟ ଯୋଜନା ପାଇଁ ସମାନସ୍ୱାସ୍ଥ୍ୟ ସୁରକ୍ଷା ଭଳି ଏକ  ମୌଳିକ ସୁବିଧା ଦେଇ ଭୋଟ ମାଗିବା ଏକ ସକାରାତ୍ମକ ରାଜନୀତି ନିଶ୍ଚୟସେ କେନ୍ଦ୍ର ହେଉ ବା ରାଜ୍ୟ, ଲୋକ କଲ୍ୟାଣ ପାଇଁ ହେଉଥିବା ଯୋଜନାରେ ଲୋକ ଉପକୃତ ହେଲେ ଭୋଟ ଆପେ ଆପେ ଆସିବ। ତୁଳନାତ୍ମକ ଭାବରେ ଆଜି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା କେନ୍ଦ୍ର ଯୋଜନାଠାରୁ ଅଧିକ ଗ୍ରହଣୀୟ ମନେ ହେଉଛି। ପ୍ରଥମତଃ ରାଜ୍ୟ ସରକାର ୭୦ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରୁଛନ୍ତି, ଯାହାକି କେନ୍ଦ୍ର ତୁଳନାରେ ଅଧିକ ୭ ଲକ୍ଷ ପରିବାରଙ୍କୁ ସୁଯୋଗ ଦେଉଛି। କେନ୍ଦ୍ର ଯୋଜନାରେ ୫ ଲକ୍ଷ ଟଙ୍କାର ବୀମା ରାଶି ଓ ତାକୁ ନେଇ ଅନେକ କଟକଣା ରହିଛିରାଜ୍ୟ ଯୋଜନାରେ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କାର ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବତେଣୁ ସ୍ଥୂଳ ଭାବରେ ରାଜ୍ୟ ଯୋଜନା ଅଧିକ ଆକର୍ଷଣୀୟ ରାଜ୍ୟ ସରକାର ବୀମା କମ୍ପାନୀ ବଦଳରେ ଏକ ସ୍ଵତନ୍ତ୍ର ଟ୍ରଷ୍ଟ ଗଠନ କରି ତାରି ମାଧ୍ୟମରେ ସରକାରୀ ଡାକ୍ତରଖାନା ଗୁଡିକୁ ଆର୍ଥିକ ରାଶି ଦେବାର ବ୍ୟବସ୍ଥା କରୁଛନ୍ତିତେବେ ଏ କ୍ଷେତ୍ରରେ ଘରୋଇ ଡାକ୍ତରଖାନା ଗୁଡିକୁ ମଧ୍ୟ ସାମିଲ କରାଯିବା ଉଚିତଓଡିଶାରେ ସ୍ୱାସ୍ଥ୍ୟ ସେବା ପାଇଁ ଭିତ୍ତିଭୂମିର ବିକାଶ ସର୍ବାଦୌ ଜରୁରୀକାରଣ ଆଜି ମଧ୍ୟ ଓଡିଶାର ଆଦିବାସୀ ଓ ଦୁର୍ଗମ ଅଞ୍ଚଳ ଗୁଡିକରେ ସ୍ବାସ୍ଥ୍ୟସେବାର ଅବସ୍ଥା ଅତ୍ୟନ୍ତ ଶୋଚନୀୟଡାକ୍ତରଖାନା ଓ ଡାକ୍ତର ନରହିଲେ କୌଣସି ଯୋଜନାର ସୁଫଳ ମିଳିବ ନାହିଁଆୟୁଷ୍ମାନ ଭାରତ ଯୋଜନା କ୍ଷେତ୍ରରେ ମଧ୍ୟ ସେଇ ସମାନ କଥା କୁହାଯାଇ ପାରିବସ୍ୱାସ୍ଥ୍ୟ ସେବା ର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସର୍ବାଧିକ କେନ୍ଦ୍ରୀୟ ଅନୁଦାନର ବ୍ୟବସ୍ଥା ହେଉନାହିଁକେବଳ ଭାଷଣବାଜିରେ କୌଣସି ଯୋଜନା ସଫଳ ହୁଏନାହିଁ

ମୋଦୀ ସରକାର ଗତ ଚାରି ବର୍ଷ ଦୁଇ ମାସର ଶାସନ କାଳରେ ଶତାଧିକ ଯୋଜନାର ଘୋଷଣା କରିଛନ୍ତି, ଯାହାର ସୁଫଳ ଆଜି ମଧ୍ୟ ଗାଁ ସ୍ତରକୁ ପହଞ୍ଚିନାହିଁ। ୟୁପିଏ ସରକାର ପ୍ରଥମ ପର୍ଯାୟରେ ମହାତ୍ମାଗାନ୍ଧି ଗ୍ରାମୀଣ ରୋଜଗାର ଯୋଜନା ଲୋକଙ୍କ ଭିତରେ ଗୋଟେ ସକାରାତ୍ମକ ପରିବର୍ତ୍ତନ ଆଣିଥିଲା। ପରବର୍ତ୍ତୀ ସମୟରେ ଏହା ଲକ୍ଷ୍ୟଚ୍ୟୁତ ହେବା ଫଳରେ ୟୁପିଏ ସରକାର ଲୋକଙ୍କ ଆସ୍ଥା ହରାଇଥିଲେ। ମୋଦୀ ସରକାର ୨୦୧୯ ପୂର୍ବରୁ ଏମିତି କୌଣସି ଯୋଜନାର ସୁଫଳ ନେଇ ଲୋକଙ୍କ ପାଖକୁ ଯାଇ ପାରିବେ କି? ଆୟୁଷ୍ମାନ ଭାରତ ପାଇଁ ସମୟ ବହୁତ ସ୍ୱଳ୍ପଓଡିଶା ସରକାର ମଧ୍ୟ ସେଇ ସମାନ ତରବରିଆ ସ୍ଥିତିରେ ଅଛନ୍ତିତେଣୁ ଆଗାମୀ ୬ମାସ ଭିତରେ ଲୋକଙ୍କୁ କିଏ କେତେ ପ୍ରଭାବିତ କରୁଛନ୍ତି, ତାହାରି ଉପରେ ୨୦୧୯ ନିର୍ବାଚନର ଫଳାଫଳ ନିର୍ଭର କରିବ

Categories
ବିଶେଷ ଖବର ସଂସ୍କୃତି

ଆର୍ସି ର ଗପ ଓ ଗପର ଆର୍ସି

କେଦାର ମିଶ୍ର

 

1

ଗୋଟେ ଗପ ଦେଖିଲେ କେମିତି ଲାଗିବ?

ଗପ ନୁହଁ ତ କିଛି କଥା ଗୋଟେ ଅଦ୍ଭୁତ ଗପୁଡି ଝିଅ ଓ ଗୋଟେ ଅଚିହ୍ନା ପୁଅ ର କଥା

ହଁ, ତା ଭିତରେ ଅଛି ଗୋଟେ ରାସ୍ତା, ଅନେକ କୋଳାହଳ ଓ ଧୂସର ଜୀବନର ଗୋଟେ ଅସଜଡା ମାନଚିତ୍ର

ଗୋଟେ ଗପ କୁ ଦେଖିବା ଓ ସେ ଗପର ପ୍ରେମରେ ପଡିଯିବା, ଗୋଟେ ପ୍ରକାର କୁହୁକ ଅନୁଭବ ହୋଇପାରେ

ପ୍ରାୟ ଦେଢ ଘଣ୍ଟା ଧରି ଏ ଯେଉଁ ଗପଟିକୁ ମୁଁ ଦେଖିଲି ( ଗପ ଦେଖିଲି, ଶୁଣି ନାଇଁ) ସେ ଗପର ଲେଖକ କିଏ?

ବିଶ୍ଵାସ କରନ୍ତୁ ଫ୍ରାଞ୍ଜ କାଫକା ଯଦି ଓଡିଆ ଜାଣିଥାନ୍ତେ ସେ ଗପଟିକୁ ଠିକ ଏମିତି ଇ ଲେଖିଥାନ୍ତେ।

କିମ୍ବା ବୋରହେସ, ନିର୍ମଳ ବର୍ମା କି ମଣ୍ଟୋ, ହୋଇପାରେ ଆମର ଜଗଦୀଶ ମହାନ୍ତି କି ସତ୍ୟ ମିଶ୍ର।

ନା ଏ ଗପ ଅକ୍ଷରରେ ଲେଖା ହୋଇନାହିଁ, ଲେଖା ହୋଇଛି ଦୃଶ୍ୟରେ ।

ଦୃଶ୍ୟ ପରେ ଦୃଶ୍ୟ ଦେଇ ଗପଟି ଗତିଶୀଳ ହେଉଛି। ଝିଅ ଟି ଗପୁଛି, ପୁଅ ଟି ଶୁଣୁଛି।

ଦୁଇଟି ବୋଲି ଚରିତ୍ର । ମଝିରେ ପାଞ୍ଚ ମିନିଟ ଲାଗି ଆଉ ଗୋଟେ ଚରିତ୍ର ଆସୁଛନ୍ତି ଓ ମିଳେଇ ଯାଉଛନ୍ତି। ,

ତେବେ ଏ ଗପରେ ସବୁଠୁ ବଡ ଚରିତ୍ର ହେଉଛି ରାସ୍ତା। ରାସ୍ତାର କୋଳାହଳ, ଡ୍ରୋଜର, କ୍ରେନ, ରୋଲର, ଟ୍ରକ, ବସ , ଟ୍ରେନ ଇତ୍ୟାଦିର କାନଫଟା ଚିତ୍କାର ଏ ଗପରେ ବହୁତ ବଡ ଜାଗା ମାଡି ବସିଛନ୍ତିକଥା ଅପେକ୍ଷା କୋଳାହଳ ବେଶୀ ଅର୍ଥପୂର୍ଣ୍ଣ ଲାଗୁଛିତାରି ଭିତରେ ଅଛି ଗୋଟେ ଅଚିହ୍ନା ଚଡେଇର କାକଳୀଅଛି ମୋବାଇଲ ଗେମ ର ଟିକ ଟିକ ମୋନୋଟୋନିଏ ଗପର ବଡ ଚରିତ୍ର ହେଉଛି ରାସ୍ତାଗୋଟେ ଜାଗାରେ ସେ ଗପୁଡି ଝିଅ କହୁଛି- “ ଏ ରାସ୍ତା ଦିନକୁ ଦିନ ମୋଟା ହୋଇଯାଉଛି ଓ ଯେମିତି ଅନେକଙ୍କୁ ଗିଳି ପକାଉଛିଏଇଟା ରାସ୍ତାର ଗପ। ଯେମିତି କି ଏ ରାସ୍ତା ଇ ତିଆରି କରିଛି ଏହାର ସାମାଜିକ ଇତିହାସରାସ୍ତା ବାରମ୍ବାର ଜୀବନ ପରି ଲମ୍ବିଯାଉଛି ଗୋଟେ ଅଚିହ୍ନା ସହର ଆଡକୁରାସ୍ତା ଆମକୁ କହୁଛି ଗୋଟେ ଯାଯାବର ଜୀବନ କାହାଣୀ

ଓଡିଆ ଭାଷାରେ ଏମିତି ଗୋଟେ ଗପ ଆପଣ ହୁଏତ ଦେଖିନଥିବେ।ସାହିତ୍ୟ ତୁଳନାରେ ଗୋଟେ ଦୃଶ୍ୟ ମାଧ୍ୟମ ଭାଷାର ପ୍ରୟୋଗକୁ କେତେ ଅଧିକ ଶକ୍ତିଶାଳୀ କରିପାରେ ତାର ଅନୁଭବ ଆମ ପାଖରେ ବହୁତ କମ। ନିହାତି ଶସ୍ତା ଓ ଧାରକରା ସିନେମାର ପ୍ରଭାବହୀନ ପରମ୍ପରା ସହିତ ଅଭ୍ୟସ୍ତ ଓଡିଆ ଦର୍ଶକ ଲାଗି ଏଇଟା ଗୋଟେ ଅଭିନବ ଅନୁଭବ।

 “ହେଲୋ ଆର୍ସି” ବୋଲି ଗୋଟେ ସିନେମା ଦେଖି ସାରିଲା ପରେ ମୋତେ ଲାଗିଲା, ମୋ ଭାଷାର ସାମର୍ଥ୍ୟ କେତେକେତେ ଦମଦାର ଓ ଓଜନଦାର ହୋଇପାରେ ଓଡିଆ ଭାଷାର ପ୍ରାଣଶକ୍ତିଏଇ ସିନେମାରେ ଓଡିଆ ଭାଷାର ସର୍ବାଧିକ ଶକ୍ତି ଓ ସୃଜନଶୀଳତା ଫୁଟିଉଠିଛିଗୋଟେ ସିନେମା, ବହୁ ଦିନ ପରେ ମୋତେ ସ୍ଥିର ଓ ଅବାକ କରିଦେଲା। ମୁଁ ସେ ରାସ୍ତାରେ ଏବେବି ଅଛି ଯେମିତି। ମୁଁ ଏବେବି ଘାରି ହେଉଛି, ସେ ଆର୍ସି ବୋଲି ଝିଅଟା କିଏ? ସେ କଣ ରାଉରକେଲା- ରାଜଗାଙ୍ଗପୁର ରାସ୍ତାରେ ଗରାଖ ଖୋଜୁଥିବା ଗୋଟେ ଝିଅ ନା ଶିଳ୍ପାୟନର ଦାନବ ପଂଝାରେ ନିଜର ଅସ୍ତିତ୍ଵ ହରାଇଥିବା ଗୋଟେ ଯାଯାବର ଆତ୍ମା। ସେମିତି ସେ ହତାଶିଆ ହସ ହସୁଥିବା ପୁଅ ଟି କିଏ? ସେ ବି କଣ ଆର୍ସିର ମାତ୍ର ଗୋଟିଏ ରାତିର ପ୍ରେମିକ କି ଗରାଖ? ନା ସେବି ଠିକଣା ହଜେଇଦେଇଥିବା ଗୋଟେ ଉଦବାସ୍ତୁ ଗାଁ ର ପ୍ରାଣ? ଅଦ୍ଭୁତ ଘଟଣାକ୍ରମ ଓ ଏକ ଶେଷହୀନ ପରିଣତି ଥିବା ଏ ସିନେମାର କାହାଣୀ, ଆମ ସମୟର ଓଡିଆ ଭାଷାକୁ ମେଞ୍ଚାଏ ଖୋଲା ପବନ ଦେଇଛି। ଆପଣ କହିପାରନ୍ତି, ଏଇଟା ଆଧୁନିକ ଓଡିଆ ଭାଷାର ଗରିମା। ଏଇଟା ଇ ସମକାଳୀନ ଓଡିଆ ଜୀବନର ପ୍ରତିଛବି। ଆମ ପିଲା ଏଇ ଭାଷା, ଏଇ ଜୀବନବୋଧ, ଏଇ ଯାଯାବର ଲକ୍ଷ୍ୟହୀନତା ଓ ଏଇ ପ୍ରକାର ସ୍ଵାଧୀନତା କୁ ନେଇ ବଞ୍ଚୁଛନ୍ତି। ଦୁର୍ଭାଗ୍ୟକ୍ରମେ ଆମର କଳା ଓ ସାହିତ୍ୟ ଏ ପ୍ରକାର ଭାଷାକୁ ବୁଝିବାରେ ଏକ ପ୍ରକାର ଅସମର୍ଥ

ଆର୍ସି ବୋଲି ଏ ଯେଉଁ କୋଡିଏ- ଏକୋଇଶ ବର୍ଷର ଝିଅ ଟି ନିଜ କଥା ଗପି ଚାଲିଛି, ସେ ନିଜ ଜୀବନ ସଙ୍ଘର୍ଷର କଥା କହୁଛି। ତା ସହିତ ସେ ନିଜ ସ୍ଵାଧୀନ ଜୀବନର ରାହା ବିଷୟରେ ମଧ୍ୟ ସଚେତନଠୋ ଠୋ କଥା, ବେପରୁଆ ଚାହାଣୀ, ନୈତିକତା ଓ ସାମାଜିକ ଅଙ୍କୁଶକୁ ଫୁଃ କରି ଉଡେଇଦେବାର ସାହସ ଓ ଜୀବନ କୁ ନିଜ ସର୍ତ୍ତରେ ବଞ୍ଚିବାର ଦୃଢତା ଆର୍ସିକୁ ଅଲଗା କରି ଗଢିଛିସିନେମାରେ ସେ କେବଳ ନାୟିକା ନୁହଁ, ସେ ଆମ ସମୟ ଓ ସମାଜର ଗୋଟେ ଅନମନୀୟ ଅଂଶ। ଗତ ପଚିଶ –ତିରିଶ ବର୍ଷ ଭିତରେ କୌଣସି ଓଡିଆ ସିନେମା ଏତେ ଗହନକୁ ଯାଇ ନିଜ ସମୟର କଥା କହିଥିବାର, ମୁଁ କାଇଁ ଦେଖିନି।

ଏ ସିନେମାରେ କୌଣସି ପ୍ରଶ୍ନର ଉତ୍ତର ନାଇଁପ୍ରଶ୍ନ ପରେ ପ୍ରଶ୍ନର ବୋଝ ଲଦି ଆପଣ ବି ପାଲଟି ଯାଇପାରନ୍ତି ଏ ରାସ୍ତାର ଗୋଟେ ଅସହାୟ ଚରିତ୍ରଓଡିଆ ସିନେମାରେ ବହୁ ଦିନ ପରେ କିଛି ଗୋଟେ ଆଚ୍ଛନ୍ନ କଲାନିଜ ଭିତରର ଆତ୍ମାକୁ କିଛି ସମୟ ଲାଗି ଝୁଣିଝାଣି ଦେଇଗଲା ଆର୍ସି।  ସିନେମାରେ ଆଉ କଣ ଅଛି, କହିବା ଦରକାର ନାଇଁ। ସିନେମାରେ ଗୋଟେ ପାଗଳ କଲାପରି ଗପ ଅଛି। ପ୍ରବଳ ଉତ୍କଣ୍ଠା ଅଛି। ପ୍ରତ୍ୟେକ ସଂଳାପ ଭାଷା ଓ ଭାବକୁ ସାବଲୀଳ ଭାବରେ ଯୋଡିବାରେ ସଫଳ ହେଉଛନ୍ତି। ଦୃଶ୍ୟ, ଶବ୍ଦ, ଭାଷା ଓ ଭାବ- ଏଇ ଚାରୋଟି ଯାକ ବିଭବ ମିଶି ଗୋଟେ ଜମାଣିଆଁ ମୂର୍ଚ୍ଛନା ତିଆରି କରିଛନ୍ତି ଏ ସିନେମାରେ।

 ପ୍ରାୟ ଦୃଶ୍ୟ ସ୍ପଷ୍ଟ ଓ କ୍ୟାମେରା ର ଦୃଷ୍ଟି ଏକପ୍ରକାର ସ୍ଥିର। ଯେମିତି କ୍ୟାମେରା ଗୋଟେ ଜାଗାରେ ଗପ ଦେଖିବାକୁ ଅଟକି ଯାଇଛି। ଏ ସିନେମାରେ କ୍ୟାମେରାମେନ ବି ଗୋଟେ କବି। ଧୂସର ଓ ବିବର୍ଣ୍ଣ ଉପତ୍ୟକାର କବି। ଚିତ୍ର ଓ ଶବ୍ଦର ଏତେ ଚମତ୍କାର ସଂଗମ, କେଉଁ ଓଡିଆ ସିନେମାରେ ମୁଁ ଶେଷ ଥର ଲାଗି ଦେଖିଥିଲି, ମୋର ମନେନାହିଁ। ଏ ସିନେମାର ପ୍ରଭାବ ନିଜ ରକ୍ତରେ ବହୁଦିନ ଧରି ଅନୁଭବ କରିବାକୁ ଜଣେ ସଂବେଦନଶୀଳ ଦର୍ଶକ ବାଧ୍ୟ ହେବ। ଅଭିନୟରେ ମୁଁ ତ କେବେ କଳ୍ପନା କରିନଥିଲି, ପ୍ରକୃତି ମିଶ୍ର ଏମିତି କିଛି କରିପାରିବେ। ସେମିତି ପାର୍ଥ, ନୂଆ ଅଭିନେତା। ହେଲେ ଅଭିନୟରେ ଗୋଟେ ଗାମ୍ଭୀର୍ୟ ଅଛିମୁହଁ ରେ ହସ ଓ ବିଷାଦଭରା ଗୋଟେ ବିରଳ ମାନଚିତ୍ର ତିଆରି କରିଛନ୍ତି ପାର୍ଥ। ଏଠି ଅଭିନୟର ଗୋଟେ ଅଲଗା ଇଲାକା ତିଆରି ହୋଇଛିନାଟକ ନାଇଁ କି ସଂଳାପରେ ଅଯଥା ଉତ୍ତେଜନା ନାଇଁକେବଳ ସଠିକ ଭାବରେ, ସଠିକ ସମୟରେ କଥା କହିପାରିବାର ଯାଦୁକରୀ ଇ ଏ ସିନେମାର ସବୁଠୁ ସାର୍ଥକ ଅଭିନୟତିନୋଟି ଯାକ ଚରିତ୍ର ଏତେ ସ୍ଵାଭାବିକ ଓ ସହଜ ଯେ, ସେମାନେ ଏଠି, ସେଠି, ସବୁଠି ଆମ ସହ କଥା ହୋଇପାରିବେ

ଏତେ ସବୁ ଯାଦୁକରୀ ଦେଖେଇଥିବା ସେ ଅସଲ କଥାକାରଟି କାଇଁ? ଏତେ ସବୁକୁ ସାର୍ଥକ ଓ ସଫଳ ଭାବରେ ତୁଲାଇପାରିଥିବା ଏ ସିନେମାର ଅସଲ ନାୟକ କେଉଁଠି? ଆଃ, ସେ ବହୁ ଦୂର ଆକାଶରେ ଏବେ ଗୋଟେ ଅସ୍ପଷ୍ଟ ତାରା। ସେଇ ଆକାଶରେ ଥାଇ ସେ ଆମକୁ ଆର୍ସି ର ଗପ ଦେଖାଉଛନ୍ତି। “ହେଲୋ ଆର୍ସି” ର ସଂଳାପକାର ଓ ନିର୍ଦ୍ଦେଶକ ସ୍ଵର୍ଗତ ସଂବିତ ମହାନ୍ତି, ହଜିଯାଇଥିବା ଗୋଟେ ଜିନିୟସଏତେ ଚମତ୍କାର ସିନେମା ଗଢିଥିବା ଲୋକଟା ସିନେମା ସରିଲା ପରେ ଆଉ ଏ ପୃଥିବୀରେ ନାଇଁ। ମରିବା ଆଗରୁ ଏଇଟା ସମ୍ବିତଙ୍କର ପ୍ରଥମ ଓ ଅନ୍ତିମ ସିନେମା। କଳା ର ଇତିହାସରେ ଅନେକ ବିସ୍ମୟ ତିଆରି ହୁଏଓଡିଆ ଦୃଶ୍ୟକଳା ର ଇତିହାସରେ ସଂବିତ ମହାନ୍ତି ସେମିତି ଏକ ବିସ୍ମୟ।

ମୁଁ ଯଦି ଏ ସିନେମାକୁ ଏତେ ଚମତ୍କାର ଓ ସୁନ୍ଦର ବୋଲି କହୁଛି, ତାହେଲେ ଏହାକୁ ଦେଖିବାଲାଗି ସିନେମାହଲରେ ଭିଡ ହେବନାହିଁ କାହିଁକି? ଆମ ସମୟରେ ଏ ପ୍ରଶ୍ନ ସବୁଠୁ ମାରାତ୍ମକ। ଭଲ ସିନେମା ଓ ଲୋକପ୍ରିୟ ସିନେମା ଭିତରେ ସମୟକ୍ରମେ ଗୋଟେ ବଡ ଖାଇ ତିଆରି ହୋଇଯାଇଛି। ଭଲ ସିନେମା ପୁରଷ୍କାର ପାଇବ, ସମୀକ୍ଷକ ମାନଙ୍କର ଆଦର ପାଇବ, ହେଲେ ତାକୁ ଟିକେଟ କିଣି କେହି ଦେଖିବାକୁ ଯିବେନାହିଁ। କାରଣ କଣ? ଆମ ସମୟରେ ଚାଲୁ ଓ ଶସ୍ତା ନିଶାର ପ୍ରଭାବ ଆପେ ଆପେ ତିଆରି ହୋଇନାହିଁକିଛି ବେପାରୀ ଜାଣିଶୁଣି ଶସ୍ତା ନିଶା ସହିତ ଆମ ସମାଜକୁ ଅଭ୍ୟସ୍ତ କରିଛନ୍ତିସେମାନଙ୍କ ଫାନ୍ଦ କାଟି ନୂଆ କିଛି କରିବା ସହଜ ନୁହେଁ। ସଂବିତ ମହାନ୍ତିଙ୍କ ପରି ସିନେମା ନିର୍ମାତାମାନେ ଗୋଟେ ପ୍ରକାର ବିକଳ୍ପ ତିଆରି କରନ୍ତି। ଚାଲୁ ଓ ଶସ୍ତା ମନୋରଞ୍ଜନର ଏଇ କଳାତ୍ମକ ବିକଳ୍ପକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ଵ ଆମେ ନେଇ ପାରିବା କି? ଗୋଟେ ଭଲ ସିନେମା ଲାଗି ସମଝଦାର ଦର୍ଶକ ହେବାର ସାମାଜିକ କର୍ତ୍ତବ୍ୟ ତୁଲାଇବାରେ ଆମେ ଟିକେ ଆଗୁସାର ହେବାକି? ଭଲ ସିନେମା ତିଆରି ହେବା ଯେତିକି ଜରୁରୀ, ଭଲ ସିନେମାକୁ ନିଜର କରିବାର ଆଗ୍ରହ ମଧ୍ୟ ସେତିକି ଆବଶ୍ୟକ। “ହେଲୋ ଆର୍ସି” ଆମ ଆଗରେ ଗୋଟେ ଭଲ ବିକଳ୍ପ ଠିଆ କରେଇଛିତାକୁ ଭଲପାଇବା ଓ ତାକୁ ଆଗକୁ ବଢାଇବାର ଦାୟିତ୍ଵ ଆମର।  

ଶେଷରେ ଏତିକି କହିବି, ସଂବିତ ମହାନ୍ତିଙ୍କ ‘ହେଲୋ ଆର୍ସି’” ଆମ ସମୟର ଇତିହାସରେ ଗୋଟେ ମାଇଲଖୁଣ୍ଟ ହୋଇ ଠିଆ ହୋଇଥିବ ଆଗାମୀ ବହୁତ ବହୁତ ବର୍ଷ ଧରି। ହୁଏତ ସଂବିତ ମହାନ୍ତି ବଞ୍ଚିଥିଲେ, ତାଙ୍କଠୁ ଆଉ କିଛି ଭଲ ସିନେମା ଆମେ ଆଶା କରିଥାନ୍ତେ। ହେଲେ ଏ ସିନେମା, ପୁଣିଥରେ ଭଲ ସିନେମାର ବାଟ ଫିଟାଇବାରେ ସହାୟକ ହେବ ବୋଲି ଆମେ ଆଶା କରିବା   

Categories
ବିଶେଷ ଖବର

ମାଗଣା ତେଲ ବନାମ ମହଙ୍ଗା ତେଲ

କେଦାର ମିଶ୍ର

ମୋତେ ପେଟ୍ରୋଲ ଦର ବାଧୁନାଇଁ କାରଣ ମୋତେ ପେଟ୍ରୋଲ ମାଗଣାରେ ମିଳୁଛି – କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ ଏମିତି କିଛି ବକ୍ତବ୍ୟ ରଖିଥିଲେ। ସତ କଥା, ମନ୍ତ୍ରୀମାନଙ୍କୁ ହାତରୁ ପଇସା ଦେଇ ତେଲ ପକେଇବାକୁ ପଡୁନି। ତେଣୁ ଆଜି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ଯେତେବେଳେ ଆକାଶ ଛୁଆଁ ହୋଇସାରିଛି, ସେତେବେଳେ ସାଧାରଣ ମଣିଷର ଆଖିରୁ ଲୁହ ଶୁଖୁନଥିବା ବେଳେ ଏହାକୁ ନେଇ ଶାସକ ଦଳର ନେତା ଓ ମନ୍ତ୍ରୀ ମାନେ ବେଶ ଆନନ୍ଦରେ ଅଛନ୍ତି। ୨୦୧୪ ପୂର୍ବରୁ ଯେତେବେଳେ ତେଲ ଦର ବଢୁଥିଲା, ସେତେବେଳେ ସଂସଦରୁ ସଡକ ପର୍ଯନ୍ତ ସବୁକିଛି ଥଋ ଉଠୁଥିଲା। ଆନ୍ତର୍ଜାତୀୟ ବଜାରରେ ସେତେବେଳେ ତେଲର ବ୍ୟାରେଲ ପିଛା ମୂଲ୍ୟ ପ୍ରାୟ ୧୨୦ ଡଲାର ଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଥିଲା ୬୩।  ତେବେ ଆଜି ବିଶ୍ଵ ବଜାରରେ ତେଲର ବ୍ୟାରେଲ ପିଛା ମୂଲ୍ୟ ୭୩-୭୫ ଡଲାର ଥିବା ବେଳେ ଡଲାର ର ଭାରତୀୟ ମୂଲ୍ୟ ୭୩ ଟଙ୍କା ପାଖାପାଖି ହେଲାଣି। ତେଲର ବଜାର ପରିସ୍ଥିତି ୨୦୧୧୩-୧୪ ତୁଳନାରେ ଆଜି ବେଶ ଭଲ ରହିଛି। ତଥାପି ଆଜି ଓଡିଶାରେ ପେଟ୍ରୋଲ ଲିଟର ପିଛା ୮୨.୧୩ ପଇସାରେ ବିକ୍ରି ହେଉଥିବାବେଳେ ମୁମ୍ବାଇ ରେ ଏହା ୯୦.୫୭ ଟଙ୍କା ରେ ପହଞ୍ଚି ସାରିଛି। ୨୦୧୩ ରେ ସତୁରୀ ଟଙ୍କା ଦେଇ ପେଟ୍ରୋଲ କିଣୁଥିବା ଗ୍ରାହକ ପ୍ରବଳ ପାଟିଗୋଳ କରୁଥିବାବେଳେ, ଆଜି ସମସ୍ତେ ଚୁପ। ଏହାର କାରଣ କଣ?

ସୌଭାଗ୍ୟ ହେଉ କି ଦୁର୍ଭାଗ୍ୟ ଗତ ସାଢେ ଚାରି ବର୍ଷ ହେଲା ଜଣେ ଓଡିଆ  କେନ୍ଦ୍ରରେ ପେଟ୍ରୋଲ ବିଭାଗର ମନ୍ତ୍ରୀ ଅଛନ୍ତି। ଏହି ବିଭାଗର ମନ୍ତ୍ରୀ ହେଲାପରେ ବିଶ୍ଵବଜାରରେ କଞ୍ଚା ତେଲର ଦର ଢେର କମିଯାଇଥିଲା। ଗୋଟେ ସମୟରେ ଏହା ବ୍ୟାରେଲ ପିଛା ୩୦ ଡଲାର କୁ ଖସି ଆସିଥିଲା। ତେବେ ବିଶ୍ଵ ବଜାରରେ ଆସିଥିବା ଏହି ଭଲ ସମୟର ଲାଭ ତେଲ ଉପଭୋକ୍ତା ମାନଙ୍କୁ ମିଳିଲା ନାହିଁ। ତେଲ ଦର କମ ଥିବାବେଳେ ଅବକାରୀ ଟିକସକୁ ୧୦୦% ରୁ ଅଧିକ ବଢାଇ ଦିଆଗଲା। ତେବେ ବିଶ୍ଵ ବଜାରରେ ତେଲ ମୂଲ୍ୟ କମିବା ହେତୁ ଭାରତ ସରକାର ପ୍ରାୟ ୧୧ ଲକ୍ଷ କୋଟି ଟଙ୍କାର ଲାଭ କରିଥିଲେ। ସେ ଲାଭର କୌଣସି ଅଂଶ ସାଧାରଣ ଲୋକ ପାଇନଥିବା ବେଳେ ଆଜିର ଦରବୃଦ୍ଧି ର ବୋଝ ଲୋକଙ୍କ ଉପରେ ଲଦିବାର କାରଣ କଣ?

ପୂର୍ବରୁ ତେଲ ଦର  ବଢିବା ଓ ଛିଡିବା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରାଯାଉଥିଲା। ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ଆଜିର ପ୍ରଧାନମନ୍ତ୍ରୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅପାରଗ ଶାସନ କାରଣରୁ ତେଲ ଦର ବାଢୁଛି ବୋଲି କହୁଥିଲେ। ତେବେ ଆଜିର ତେଲ ଦର ପାଇଁ କାହାର ଅପାରଗତା ଦାୟୀ ସେକଥା ଆମେ ପଚାରିବା ନିହାତି ଉଚିତ ହେବ। ତେବେ ଆଜିର ଶାସନ ଦାୟିତ୍ବରେ ମନ୍ତ୍ରୀମାନଙ୍କୁ ପ୍ରଶ୍ନ ପଚାରିଲେ ଜେଲ ଯିବାର ଡର କିଛି ନୁହେଁ। ତେଲ ଡର କାହିଁକି ଏତେ ବଢୁଛି ବୋଲି ପ୍ରଶ୍ନ ପଚାରି ବହୁ ଲୋକ ଶାସକ ଦଳର ଖେଞ୍ଚା ଖାଇ ସାରିଲେଣି। କିଛି ଦିନ ତଳେ ଆମ ରାଜ୍ୟର ଏକ ସାଧାରଣ ସଭାରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେହିଜଣେ ପେଟ୍ରୋଲ ଦର  କଥା ପଚାରିବାରୁ ମନ୍ତ୍ରୀ ମହୋଦଯ ଫଁ ଫଁ ହୋଇ କହିଥିଲେ- ମୁଁ ମୋଦୀଙ୍କ ହନୁମାନ, ମୋ ଲାଞ୍ଜ ରେ ନିଆଁ ଲଗେଇବାକୁ ସାହସ କରନ୍ତୁ ନାଇଁ। ପେଟ୍ରୋଲ ଦର ନିୟନ୍ତ୍ରଣରେ ବ୍ୟର୍ଥ ହୋଇଥିବା ମନ୍ତ୍ରୀ ହନୁମାନ ହୁଅନ୍ତୁ କି ରାବଣ ସେଥିରେ ସାଧାରଣ ଜନତାର କିଛି ଯାଏ ଆସେ ନାହିଁ। ତେବେ ଲୋକଙ୍କ ମୌଳିକ ସମସ୍ୟା ପ୍ରତି ଏ ସରକାର ଯେ କେତେ ଉଦାସୀନ ତାହାର ଏହା ଏକ ଛୋଟିଆ ଉଦାହରଣ ମାତ୍ର।

ଇତି ମଧ୍ୟରେ ଧର୍ମେନ୍ଦ୍ର ବାବୁ ତେଲ ଦର ବଢିବାର ବିଭିନ୍ନ ବିଚିତ୍ର କାରଣ ମାନ ଦର୍ଶାଇଛନ୍ତି। ପ୍ରଥମେ କୁହାଗଲା, ଏଥିଲାଗି ବିଶ୍ଵ ବଜାର ଦାୟୀ। ତେବେ ବିଶ୍ଵ ବଜାର ରେ ଦର କମ ଥିଲାବେଳେ ଆମକୁ ଲାଭ ମିଳିଥିଲା କି? ତାପରେ କୁହାଗଲା, ଏଥିରୁ ମିଳୁଥିବା ଅର୍ଥ ଜଣ କଲ୍ୟାଣ କାମରେ ଖର୍ଚ୍ଚ ହେଉଛି। ଆଜ୍ଞା, ଏଇ ସରକାର ଆଗରୁ କୌଣସି ଜଣ କଲ୍ୟାଣ ଯୋଜନା ଦେଶରେ ନଥିଲା କି? ଶେଷରେ କୁହା ଯାଉଛି, ଜିଏସଟି ଲାଗୁ ହେଲେ ସବୁ ଠିକ ହୋଇଯିବା ଆମେ ବୁଝି ପାରୁନୁ ଜିଏସଟି ଲାଗୁ କରିବ କିଏ?

୨୦୧୪ ନିର୍ବାଚନରେ ବିଜେପି ବହୁତ ବଡ ବଡ ପୋଷ୍ଟର ମାରି ଲେଖିଥିଲେ, “ବହୁତ ହୁଇ ପେଟ୍ରୋଲ ଔର ଡିଜେଲ କି ମାର, ଅବକି ବାର ମୋଦୀ ସରକାର”। ଆଜି ସେଇ ସମାନ ପୋଷ୍ଟର ଧରି ଆମେ ମାନେ ତାଙ୍କୁ ସ୍ଵାଗତ କରିବା ଏକମାତ୍ର ଉଚିତ ବ୍ୟବସ୍ଥା ହେବ।

Categories
ବିଶେଷ ଖବର

ଛପନ ଇଞ୍ଚର ଛାତି ଓ ବ୍ରଏଲର କୁକୁଡାର ହୃଦୟ !

କେଦାର ମିଶ୍ର

ନବେ ଦଶକରେ ବିଜୁ ପଟ୍ଟନାୟକ ଥାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ। ଭବାନୀପାଟଣା ର ଏକ ସଭାରେ ତାଙ୍କ ଉପରକୁ କିଛି ଯୁବକ ଢେଲା ମାଡ କଲେ। ବିଜୁ ବାବୁ ରକ୍ତାକ୍ତ ଓ ଆହତ ହେବା ସତ୍ତ୍ୱେ ସଭା କାର୍ଯ୍ୟ ଜାରି ରଖିଲେ। ଯେ କୌଣସି ପ୍ରକାର ପ୍ରତିବାଦକୁ ସାମନା କରି ଅଟଳ ରହିବାର ବିରଳ ଦକ୍ଷତା ବିଜୁ ବାବୁଙ୍କର ଥିଲା। ତେବେ ସ୍ଵାଭାବିକ ଭାବରେ ଯେଉଁ ଯୁବକମାନେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ ତାଙ୍କୁ ପୋଲିସ ଗିରଫ କରିଥିଲା। ସଭାପରେ ନିଜେ ମୁଖ୍ୟମନ୍ତ୍ରୀ ଥାନାକୁ ଯାଇ ଆକ୍ରମଣକାରୀ ଯୁବକମାନଙ୍କୁ ଭେଟିଥିଲେ ଓ ସେମାନଙ୍କ ବିରୋଧରେ କୌଣସି କାର୍ୟାନୁଷ୍ଠାନ ନ ନେବାକୁ ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତିବାଦକୁ ଗଣତନ୍ତ୍ରରେ ସାମନା କରିବା ପ୍ରତ୍ୟେକ ନେତାର ପ୍ରାଥମିକ ଦାୟିତ୍ଵ ଓ ପ୍ରତିବାଦକୁ ସାମ୍ନା କରିପାରିବାର କଳା ରାଜନୀତିରେ ତିଷ୍ଠିବାର ସବୁଠୁ ବଡ ଆବଶ୍ୟକତା। ତେବେ ସମୟକ୍ରମେ ପ୍ରତିବାଦକୁ ଡରିମରି ଅଭେଦ୍ୟ ସୁରକ୍ଷା ବଳୟରେ ରହିବା ଓ ପ୍ରତିବାଦକୁ ସନ୍ତ୍ରାସବାଦ ବୋଲି କହିବାର ଏକ ଅବାଞ୍ଛିତ ମାନସିକତା ଆମ ସମୟରେ ବଢିଉଠୁଛି। ଯିଏ ରାଜନୈତିକ ଭାବରେ କ୍ଷମତାରେ ଥିବା ଲୋକକୁ ବିରୋଧ କରୁଛି ତାକୁ ତୁରନ୍ତ ସନ୍ତ୍ରାସବାଦୀ, ସହରୀ ନକ୍ସଲ କିମ୍ବା ଦେଶଦ୍ରୋହୀ ବୋଲି କହିଦେବାର ଏକ ଦୁର୍ଭାଗ୍ୟଜନକ ସ୍ଥିତି ଆଜି ଦେଖାଦେଇଛି।

ଗତ ସପ୍ତାହରେ ଘଟିଥିବା ଦୁଇଟି ଘଟଣା, ଆମକୁ ଏପ୍ରକାର ଅଶୁଭ ସଙ୍କେତ ବିଷୟରେ ସଚେତନ କରାଇଦେବ। ପ୍ରଥମ ଘଟଣାଟି ହେଉଛି ଦେଶର ପାଞ୍ଚଜଣ ପ୍ରସିଦ୍ଧ ସମାଜକର୍ମୀ ଓ ମାନବାଧିକାର କର୍ମୀଙ୍କର ଗିରଫଦାରୀ। ଅଦାଲତରେ ବିଚାର ହେବା ପୂର୍ବରୁ ଏଇ ପାଞ୍ଚଜଣ ବିଶିଷ୍ଟ ନାଗରିକଙ୍କୁ ଦୁର୍ଦ୍ଦାନ୍ତ ନକ୍ସଲ ଭାବରେ ଗଣମାଧ୍ୟମରେ ଉପସ୍ଥାପନ କରିବାର ଅପପ୍ରୟାସ ମହାରାଷ୍ଟ୍ର ପୋଲିସ କରିଛି। ତେବେ ଏ ପ୍ରସଙ୍ଗର ବିଚାର ବେଳେ ସୁପ୍ରିମ କୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ ଯାହା କହିଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାଜ୍ଞ ବିଚାରପତିଙ୍କ ମତରେ ପ୍ରତିବାଦ ହେଉଛି ଗଣତନ୍ତ୍ରର ସୁରକ୍ଷା କବଚ। ଏହାକୁ ହଟେଇଦେଲେ ଗଣତନ୍ତ୍ରର ପ୍ରେସର କୁକର ଫାଟିଯିବ ବୋଲି କହି ସେ ଆମ ସମୟର ରାଜନୈତିକ ଅସହିଷ୍ଣୁତା ଆଡକୁ ସ୍ପଷ୍ଟ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ଦ୍ଵିତୀୟ କଥାଟି ହେଉଛି ଏକ ବିମାନ ଯାତ୍ରାର କାହାଣୀ। ସୋଫିଆ ନାମ୍ନୀ ଜଣେ ଝିଅ ବିମାନଯାତ୍ରା କରୁଥିବା ସମୟରେ ତାମିଲନାଡ଼ୁର ବିଜେପି ସଭାନେତ୍ରୀଙ୍କୁ ଦେଖି, “ଫାଶିବାଦୀ ବିଜେପି ସରକାର ଡାଉନ ଡାଉନ” ବୋଲି ସ୍ଲୋଗାନ ଦେଇଥିଲେ। ହୁଏତ ବିମାନ ଯାତ୍ରାବେଳେ ଏପ୍ରକାର ଆଚରଣ ଅତିବେଶିରେ ପିଲାଳିଆ ଲାଗିପାରେ। ତେବେ ଏହାକୁ ନେଇ ବିଜେପି ନେତ୍ରୀ ଜଣକ ପୋଲିସରେ ଅଭିଯୋଗ କଲାବେଳେ ସୋଫିଆଙ୍କୁ ଉଗ୍ରବାଦୀ ଓ ହିଂସ୍ର ବୋଲି କହିବା ଅତୀବ ଚିନ୍ତାର ବିଷୟ। ସବୁଠୁ ବଡ କଥା ହେଉଛି ଏମିତି ଏକ ସାମାନ୍ୟ ଘଟଣାରେ ସୋଫିଆଙ୍କୁ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇବାର ନିଷ୍ପତ୍ତି। ଯଦିଓ ତାଙ୍କୁ ପରଦିନ ଜାମିନରେ ଛାଡିଦିଆଯାଇଛି , ତଥାପି ଏହି ଘଟଣା ଆମ ରାଜନେତାମାନଙ୍କ ଅସହିଷ୍ଣୁ ଚରିତ୍ରକୁ ପଦାରେ ପକେଇଦେଇଛି।

ଆପଣ ଭାବନ୍ତୁ, ସେ ଜାଗାରେ ଯଦି ବିଜୁ ବାବୁ ଥାନ୍ତେ, ତାହେଲେ କଣ ହୋଇଥାନ୍ତା! ବିଜୁ ବାବୁ ଝିଅଟିକୁ ଅତି ଆନନ୍ଦରେ ନିଜ ପାଖରେ ବସେଇ ତା ସହ ବେଶ ଗପ ଜମାଇଥାନ୍ତେ ଓ ବିମାନରୁ ଓଲ୍ଲାଇଲାବେଳକୁ ଝିଅଟି ବିଜୁ ବାବୁଙ୍କର ପ୍ରଶଂସିକା ପାଲଟି ସାରିଥାନ୍ତା। ବଡ ନେତାଙ୍କ ପାଖରେ ବଡ ହୃଦୟ ରହିବା ନିତାନ୍ତ ଜରୁରୀ। ତେବେ ଆମ ସମୟ ହେଉଛି ଛପନ ଇଞ୍ଚର ଛାତିରେ ବ୍ରଏଲର କୁକୁଡାର ହୃଦୟ ରଖିଥିବା  ନେତାମାନଙ୍କର। ଏମାନେ ଅଭେଦ୍ୟ ସୁରକ୍ଷା ବଳୟ ଭିତରେ ରହି ମଧ୍ୟ ପ୍ରଚଣ୍ଡ ଭୟ ଭିତରେ ବଞ୍ଚୁଛନ୍ତି।

ଗୋଟେ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରୁ ସନ୍ତ୍ରାସବାଦ ଓ ନକ୍ସଲ ସମସ୍ୟାର ମୂଳୋତ୍ପାଟନ କରିଦେବେ ବୋଲି କହୁଥିଲେ। ଏବେ କିନ୍ତୁ ତାଙ୍କୁ ତାଙ୍କ ଉପରେ ଆକ୍ରମଣର ଭୟ ଗ୍ରାସ କରିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରୁ ନିଜର ମୃତ୍ୟୁ ଭୟକୁ ନେଇ ମୋଦୀ ଚମକପ୍ରଦ ରାଜନୀତି କରିଆସିଛନ୍ତି। ଇତିମଧ୍ୟରେ ବିଶିଷ୍ଟ ପତ୍ରିକା “ ଦି କାରାଭାନ” ଏ ସମ୍ପର୍କରେ ଏକ ତଥ୍ୟମୂଳକ ରିପୋର୍ଟ ଛାପିଛି। ନିର୍ବାଚନ ପୂର୍ବରୁ ନିଜ ଉପରେ ଆକ୍ରମଣର ଭୟକୁ ବିଜ୍ଞାପିତ କରିବାରେ ମୋଦୀଙ୍କ ଏକ ନିଜସ୍ଵ ମୋଡେଲ ରହିଛି ବୋଲି ଏହି ପତ୍ରିକା କହିଛି।

 ଆକ୍ରମଣର ଭୟ ହେତୁ ନେତାମାନଙ୍କର ସୁରକ୍ଷା ଚକ୍ର ଏତେ ବଢିଯାଉଛି ଯେ ଏବେ ସେମାନେ ଅପହଞ୍ଚ ମାନେ ହେଉଛନ୍ତି। ସେମାନଙ୍କ ସହ ଲୋକଙ୍କର ଆଉ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ରହୁନାହିଁ। ଗଣତନ୍ତ୍ରରେ ଗଣ ସହିତ ଶାସନତନ୍ତ୍ରର ଏଇ ଦୂରତା ସବୁଠୁ ଚିନ୍ତାର ବିଷୟ। ୟୁରୋପର ଅନେକ ରାଜନେତା ଆଜିମଧ୍ୟ ସାଧାରଣ ବସ ବା ଟ୍ରେନ ରେ ଅଫିସ ଆସନ୍ତି। ଆମ ନେତାମାନେ କିନ୍ତୁ କ୍ରମଶଃ ଏକ ଭିନ୍ନ ଗ୍ରହର ପ୍ରାଣୀ ଭଳି ମାନେ ହେଉଛନ୍ତି। ସେମାନେ ଲୋକଙ୍କୁ ଡରି ଲୋକଙ୍କଠୁ ଦୂରେଇ ରହିବା ସହିତ ଯଦି କିଏ ତାଙ୍କୁ ସାହସ କରି ବିରୋଧ କଲା ତାକୁ ଉଗ୍ରବାଦୀ ବୋଲି କହିବାର ଧୃଷ୍ଟତା କରୁଛନ୍ତି।

ତେବେ ଗଣତନ୍ତ୍ରରେ ପ୍ରତିବାଦର ସାହସକୁ ସଂତ୍ରାସ ବୋଲି ଯେତେ କହିଲେ ମଧ୍ୟ ପରିଶେଷରେ ପ୍ରତିବାଦର ବିଜୟ ସୁନିଶ୍ଚିତ ।

Categories
ବିଶେଷ ଖବର ବ୍ୟବସାୟ

କଳା ଟଙ୍କା ବନାମ ଧଳା ଟଙ୍କା

କେଦାର ମିଶ୍ର

୮, ନଭେମ୍ବର ୨୦୧୬, ସେଦିନ ସାରା ଭାରତରେ ଟଙ୍କା ସରିଗଲା। ଭାରତର ପ୍ରଧାନମନ୍ତ୍ରୀ ରାତାରାତି ଘୋଷଣା କଲେ, ଦେଶରେ ପ୍ରଚଳିତ ପାଞ୍ଚ ଶହ ଓ ହଜାର ଟଙ୍କିଆ ନୋଟ କେବଳ କାଗଜର ଟୁକୁରା ମାତ୍ର। ଏହାର କୌଣସି ମୂଲ୍ୟ ଆଉ ନାହିଁ। ରାତି ପାହିଲା ବେଳକୁ ଆମ ହାତରେ ଥିବା ଟଙ୍କା କାମରେ ଲାଗିବା ଅବସ୍ଥାରେ ନଥିଲା। କୌଣସି ଗଣତାନ୍ତ୍ରିକ ଦେଶରେ ଏ ପ୍ରକାର ନିଷ୍ପତ୍ତି କୁ ସହଜରେ ଗ୍ରହଣ କରିନେବା ମୋ ମତରେ ଆମ ସମୟରେ ସବୁଠୁ ବଡ ରାଜନୈତିକ ବିସ୍ମୟ। ତେବେ ସେତେବେଳେ ଲୋକଙ୍କୁ ବୁଝାଇ ଦିଆଗଲା ଯେ ଦେଶରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର କଳାଟଙ୍କା ୟାପରେ ମାଟିରେ ମିଶିଯିବ। ଏହି ବିରାଟ ଅର୍ଥନୈତିକ ସଂସ୍କାରର ଫଳ ସ୍ଵରୂପ ଅତି କମ ରେ ୨ ରୁ ୩ ଲକ୍ଷ କୋଟି ଟଙ୍କା ବ୍ୟାଙ୍କରେ ଜମା ହୋଇପାରିବ ନାହିଁ ଓ ସେଇଟା ସରକାରଙ୍କ ପାଇଁ ସବୁଠୁ ବଡ ଲାଭ ହେବ ବୋଲି କୁହାଗଲା। ସୁପ୍ରିମ କୋର୍ଟ ରେ ଏ ପ୍ରସଙ୍ଗରେ ସରକାରଙ୍କ ତରଫରୁ ଏକ ସତ୍ୟପାଠ ଦାଖଲ କରି ବିମୁଦ୍ରାକରଣର ସପ୍ତାହେ ପରେ ତତ୍କାଳୀନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ କହିଲେ- “ଆଜି ଦେଶରେ କଳାଟଙ୍କା ରଖିଥିବା ଲୋକଙ୍କ ପକେଟ ଖାଲି”। (ଦି ହିନ୍ଦୁ- ୧୬/୧୧/2016)

ସେତେବେଳେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଅର୍ଥନୀତିଜ୍ଞ ଥିବା ସୌମ୍ୟକାନ୍ତି ଘୋଷ କହିଲେ “ଅନ୍ତତଃ 4.5 ଲକ୍ଷ କୋଟି ଟଙ୍କା ର କଳା ଧନ ବିମୁଦ୍ରାକରଣ ପରେ ବ୍ୟାଙ୍କ କୁ ଆଉ ଫେରିବାର ସମ୍ଭାବନା ନାହିଁ। “ ସରକାରଙ୍କୁ ସମର୍ଥନ କରୁଥିବା ଜଗଦୀଶ ଭଗବତୀଙ୍କ ପରି କେତେଜଣ ବଡ ଅର୍ଥନୀତିଜ୍ଞ ସେତେବେଳେ ଆମକୁ ପ୍ରଚୁର ଆଶା ଦେଖେଇଥିଲେ। କଳା ଟଙ୍କା ର ଯୁଗ ଗଲା ଓ ଧଳା ଟଙ୍କାର ଯୁଗ ଆସିଗଲା ବୋଲି ସେତେବେଳେ ବେଶ ପ୍ରଚାର ଚାଲିଲା। ସବୁ ସରକାରୀ ଯୋଜନାକୁ ସମର୍ଥନ କରି ବାଲୁକା ସ୍ଥାପତ୍ୟ ନିର୍ମାଣ କରୁଥିବା ଆମ ଓଡିଶାର ବିଶିଷ୍ଟ ବାଲୁକା ଶିଳ୍ପୀ ବାବୁ ସୁଦର୍ଶନ ପଟ୍ଟନାୟକ ଏକ ବିଶାଳ  ସ୍ଥାପତ୍ୟ ଜରିଆରେ ବାର୍ତ୍ତା ଦେଲେ- ନୂଆ ଭାରତର ନୂଆ ଯୁଗକୁ ସ୍ଵାଗତ। ଗାନ୍ଧୀ ଚଷମାର ଦୁଇ କାଚରେ ଦୁଇ ନୂଆ ଛପା ହୋଇଥିବା ଗୋଲାପି ରଙ୍ଗର ୨୦୦୦ ଟଙ୍କିଆ ଓ ସବୁଜ ରଙ୍ଗର ୫୦୦ ଟଙ୍କିଆ ନୋଟ କୁ ବଡ ସୁନ୍ଦର କରି ସୁଦର୍ଶନ ବାବୁ ନୂଆ ଭାରତର ପ୍ରତୀକ ଭାବରେ ନିର୍ମାଣ କରିଥିଲେ।

ବିମୁଦ୍ରାକରଣ ପ୍ରସଙ୍ଗରେ ଲକ୍ଷ ଲକ୍ଷ ପୃଷ୍ଠାର ରିପୋର୍ଟ ପ୍ରକାଶିତ ହୋଇସାରିଛି। ତେବେ ସମୟ ସହିତ ବିମୁଦ୍ରାକରଣ ଯେ ଏକ ଭୟଙ୍କର ବାଚାଳତା ଥିଲା ଓ ଏହାର ଅଣାକର ଲାଭ ଦେଶକୁ ମିଳିନାହିଁ ଏ କଥା ସ୍ପଷ୍ଟ ହୋଇଯାଇଛି। ବରଂ ଏହାର ପରିଣତିରେ ବର୍ଷାଧିକ କାଳ ଦେଶର ଜିଡିପି ଅଭିବୃଦ୍ଧିର ହାର ଧିମେଇ ଗଲା। ଦେଶର ନଗଦ ଅର୍ଥ ଉପରେ ନିର୍ଭରଶୀଳ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକ ବନ୍ଦ ହୋଇଗଲା। ନିଜ କଷ୍ଟ ଅର୍ଜିତ ଟଙ୍କା ବଦଳାଇବାକୁ ଯାଇ ବ୍ୟାଙ୍କ ଆଗରେ ଶତାଧିକ ଲୋକ ପ୍ରାଣ ହରାଇଲେ। ଲୋକ ସବୁ ଅସୁବିଧାକୁ ହସି ହସି ବରଣ କରିଥିଲେ କାରଣ ତାଙ୍କୁ ଗୋଟିଏ ସ୍ଵପ୍ନ ଦେଖେଇ ଦିଆଗଲା ଯେ , ୟା ପରେ ଦେଶରେ କଳା ଟଙ୍କା ଆଉ ରହିବା ନାହିଁ। ଅନ୍ତତଃ ପକ୍ଷେ ତିନି ଲକ୍ଷ କୋଟି ଟଙ୍କାର ଲାଭ ଆମ ଦେଶକୁ ମିଳିବ।

ବିଡମ୍ବନା ର କଥା ହେଉଛି, ଆଜି ସାରା ଦେଶର ଲୋକେ ଭକୁଆ ହୋଇ ନିକଟରେ ପ୍ରକାଶିତ ହୋଇଥିବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ରିପୋର୍ଟ ଉପରେ ହାତ ଦେଇ ବସିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ବିମୁଦ୍ରାକରଣ ପରେ ୯୯.୩% ପୁରୁଣା ଟଙ୍କା ବ୍ୟାଙ୍କ କୁ ଫେରି ଆସିଛି। ଅର୍ଥାତ ଦେଶର କଳାଟଙ୍କା ଯେତେ ବଡ ସହଜରେ ଧଳା ହୋଇଯାଇଛି। ଯେଉଁ ଅର୍ଥନୀତି ବିଶାରଦ ମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ କୁ ଫେରିବ ନାହିଁ ବୋଲି ତର୍କ ଦେଉଥିଲେ, ସେମାନେ ଏବେ ମୁହଁ ଲୁଚାଇବେ କେଉଁଠି? ସୁଦର୍ଶନ ପଟ୍ଟନାୟକ ଏବେ କଳା ଟଙ୍କା ଧଳା ହେବାର ଏଇ ନୂତନ ଗୌରବ ବିଷୟରେ ଗୋଟେ ସ୍ଥାପତ୍ୟ ତିଆରି କରିବେ କି?

ମାତ୍ର ଦଶ ହଜାର କୋଟି ଟଙ୍କାର କଳା ଧନ ନଷ୍ଟ କରିବାଲାଗି ଆମେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରି  ନୂଆ ନୋଟ ଛାପିଲୁ। ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଏକପ୍ରକାର ଅଚଳ କରିଦେଲୁ। ପ୍ରଧାନମନ୍ତ୍ରୀ ସେତେବେଳେ କହିଥିଲେ, ପଚାଶ ଦିନ ଭିତରେ ସବୁ ଠିକ ନହେଲେ ତାଙ୍କୁ ଛକରେ ଠିଆ କରି ଫାଶୀ ଦେଲେ ବି ସେ ପ୍ରସ୍ତୁତ। ସେ ବଡ ଲୋକ, ତାଙ୍କୁ ଆମେ ଦଣ୍ଡ ଦେଇ ପାରିବା ନାହିଁ। ହେଲେ ଯେଉଁ ଲୋକମାନେ ଦେଶପ୍ରେମ ଓ ଜାତୀୟତାର ଦୁହାଇ ଦେଇ ସାରା ଦେଶର ଅର୍ଥନୀତିକୁ ଧ୍ଵଂସ କରିଦେଲେ ସେମାନଙ୍କୁ କି ସଜା ମିଳିବ? କିଏ ସେମାନଙ୍କୁ ସଜା ଦେବ?

Categories
ବିଶେଷ ଖବର ସିନେମା

ଖୁବ ଶିଘ୍ର ବିବାହ କରିବେ ରଣବୀର ଓ ଆଲିଆ, ମିଳିଲା ଦୁଇ ପରିବାର ସ୍ୱୀକୃତି

ଗତ କିଛି ଦିନ ହେଲା ରଣବୀର ଓ ଆଲିଆଙ୍କ ପ୍ରେମକୁ ନେଇ ଖୁବ ଚର୍ଚ୍ଚା ଧରିଛି । ଶୁଣିବାକୁ ମିଳୁଛି ଯେ ଏହି ଦୁଇଜଣ ଖୁବ ଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆଉ ତାଙ୍କର ଏହି ସମ୍ପର୍କକୁ ଦୁଇ ପରିବାର ପକ୍ଷରୁ କୁଆଡେ ସ୍ୱୀକୃତି ମିଳି ସାରିଛି । ଏହି ଯୋଡିଙ୍କ ସମ୍ପର୍କକୁ ନେଇ ଦୁହିଁଙ୍କ ପରିବାର ଲୋକମାନେ ମଧ୍ୟ ଖୁବ ଖୁସି ଥିବା ଜଣାପଡିଛି । ଋିଷି କପୁର ଏବଂ ମହେଶ ଭଟ୍ଟଙ୍କ ପରେ ନିକଟରେ ଆଲିଆ ଭଟ୍ଟଙ୍କ ମା’ ସୋନି ରାଜଦାନ ମଧ୍ୟ ଦୁହିଁଙ୍କ ସମ୍ପର୍କକୁ ନେଇ କହିଥିଲେ ଯେ, ରଣବୀର ବହୁତ ଭଲ ପିଲା ଏବଂ ସେ ତାଙ୍କ ଝିଅର ଫ୍ରିଡମକୁ ବହୁତ ସମ୍ନାନ କରନ୍ତି । ତେବେ ରଣବୀର ଏବଂ ଆଲିଆ ଏବେ ମିଶିକି ଫିଲ୍ମ ମଧ୍ୟ କରୁଛନ୍ତି । ଏହାସହ ଆଉ ଏକ ଖବର ସାମ୍ନାକୁ ଆସିଛି । ରଣବୀର କପୁରଙ୍କୁ ମହେଶ ଭଟ୍ଟଙ୍କ ୭୦ତମ ଜନ୍ମଦିନ ରେ ଆୟୋଜିତ ହେବାକୁଥିବା ପାର୍ଟି ପାଇଁ ନିମନ୍ତ୍ରଣ କରାଯାଇଛି ।

ମହେଶ ଭଟ୍ଟ ୨୦ ସେପ୍ଟେମ୍ବରରେ ନିଜର ୭୦ ତମ ଜନ୍ମଦିନ ପାଳନ କରୁଥିବା ଜଣାପଡିଛି । ମହେଶ ଭଟ୍ଟ ନିଜର ଜନ୍ମଦିନକୁ ସ୍ପେଶଲ କରିବା ପାଇଁ ନିଜର ବନ୍ଧୁମାନଙ୍କୁ ଏକ ଜବରଦସ୍ତ ପାର୍ଟି ଦେବାର ଆୟୋଜନ କରିଛନ୍ତି । ଆଉ ଏଥିରେ ସାମିଲ ହେବାପାଇଁ ରଣବୀରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ ସୂଚନାନୁସାରେ, ଆଲିଆ ଏବଂ ରଣବୀର ବୁଲଗେରିଆରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୁଛନ୍ତି । ଆଲିଆ ସୁଟିଂରୁ ବ୍ରେକ୍ ନେଇ ମହେଶ ଭଟ୍ଟଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହେବାକୁ ଯାଉଛନ୍ତି ।

ଏହାସହ ମହେଶ ଭଟ୍ଟ ନିଜେ ରଣବୀରଙ୍କୁ ଫୋନ କରି ପାର୍ଟିରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଏହା ରଣବୀରଙ୍କ ପାଇଁ ପ୍ରଥମ ସୁଯୋଗ ହେବ କି ସେ ଭଟ୍ଟ ପରିବାରର ପାର୍ଟିରେ ସାମିଲ ହେବେ । ସେପଟେ ଭଟ୍ଟ ପରିବାର ଏହି ପାର୍ଟିକୁ ନେଇ ଖୁବ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ମଧ୍ୟ କରିଥିବା ସୂଚନା ମିଳିଛି । ରଣବୀରଙ୍କୁ ମହେଶ ଭଟ୍ଟ ଏବଂ ସୋନି ରାଜଦାନ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

Categories
ବିଶେଷ ଖବର

ଓଡିଶାରେ ନିର୍ବାଚନ ବିଗୁଲ ଫୁଙ୍କିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନବୀନ ସରକାରଙ୍କୁ ଗାଳି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାକୁ ସରକାରୀ ଗସ୍ତରେ ଆସିଥିଲେ ମଧ୍ୟ ସେ ତାଳଚେର ଏବଂ ଝାରସୁଗୁଡାରେ ଦଳିୟ କର୍ମିଙ୍କୁ ଯେପରି ଭାଷଣ ଦେଇଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ଯେ, ସେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ମୁଖ୍ୟତଃ ଓଡିଶା ଗସ୍ତ ସଂପୂର୍ଣ୍ଣ ଭାବେ ସରକାରୀ ଥିଲା, ହେଲେ ସରକାରୀ ଗସ୍ତ ସାରି ଉଭୟ ସ୍ଥାନରେ ସେ ଦଳୀୟ ସଭା ମଧ୍ୟ କରିଛନ୍ତି। ଏହି ଦଳୀୟ ସଭାରେ ସେ କେନ୍ଦ୍ରର ବିଜେପି ସରକାରର ସଫଳତା କାହାଣୀ କହିବା ସହିତ ରାଜ୍ୟରେ ନବୀନ ସରକାରଙ୍କ ବିଫଳତାକୁ ବେଶ୍ ବାକ୍ ଚାତୁରୀ ସହ ପରିପ୍ରକାଶ କରିଛନ୍ତି। ତାଙ୍କର ଦୀର୍ଘତ୍ତମ ଭାଷଣର ଯେଉଁ କେତୋଟି ଉଲ୍ଲେଖନୀୟ ପ୍ରସଂଗ ଥିଲା ତାହା ହେଉଛି.

1-କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି. ଏହା ଦ୍ବାରା ଦେଶର 50 କୋଟି ଲୋକ ଉପକୃତ ହେବେ। ହେଲେ ରାଜ୍ୟରେ ନବୀନ ସରକାର ନିଜସ୍ବ ଯୋଜନା କରି କେନ୍ଦ୍ରର ଯୋଜନାକୁ ଲାଗୁ କରୁ ନାହାଁନ୍ତି।

2-କେନ୍ଦ୍ରର ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ମୋଦୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି। ରାଜ୍ୟରେ ଏହା ଲଗୁ ନ କଲେ ଓଡିଶାର ଲୋକ ଦିଲ୍ଲୀରେ ମାଗଣା ଚିକିତ୍ସା ହୋଇପାରିବ ନାହିଁ ବୋଲି ମୋଦୀ ସୂଚାଇ ଦେଇଛନ୍ତି।

3-ସବୁ ରାଜ୍ୟରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଭଲଭାବରେ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଓଡିଶାରେ ଯେପରି ହେବା କଥା ତାହା ହୋଇପାରି ନାହିଁ। ଅବଶ୍ୟ ପୂର୍ବ ଅପେକ୍ଷା ବର୍ତ୍ତମାନ ଓଡିଶା ବେଶ୍ ଭଲ କରିଛି। ହେଲେ ଆହୁରି କିଛି କରିବା ଆବଶ୍ୟକ।

4-ରାଜ୍ୟରେ ଶୌଚାଳୟ ନିର୍ମାଣ କ୍ଷେତ୍ରରେ ନବୀନ ସରକାର ଠିକ୍ ଭାବେ କାର୍ଯ୍ୟ କରି ନାହିଁନ୍ତି। ଏପରିକି ଖୋଲା ମଳତ୍ୟାଗ ମଧ୍ୟ ଓଡିଶାରେ ବନ୍ଦ କରାଯାଇପାରି ନାହିଁ। ଏ କ୍ଷେତ୍ରରେ ରାଜ୍ୟ ସରକାର କାମ କରିବା ଆବଶ୍ୟକ ବୋଲି ମୋଦୀ ନବୀନଙ୍କୁ ଉପଦେଶ ଦେଇଛନ୍ତି।

5-ଓଡିଶାର ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ମୋଦୀ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁ ହାର ଏପରିକି ଚିକିତ୍ସା ଅବହେଳା କଥା ମଧ୍ୟ କହିଛନ୍ତି।

6-ରାଜ୍ୟରେ ଆଉ ତିନୋଟି ଏୟାର ପୋର୍ଟ କରାଯିବ ବୋଲି ମୋଦୀ ଓଡିଶା ଗସ୍ତ ଅବସରରେ କହିଛନ୍ତି। ଝାରସୁଗୁଡା ବ୍ୟତିତ ସୁନ୍ଦରଗଡ, କୋରାପୁଟ ଓ କଳାହାଣ୍ଡିରେ ମଧ୍ୟ ଏୟାରପୋର୍ଟ କରାଯିବ ।

7-ରାଜ୍ୟରେ ଦିଆଯାଉଥିବା ଟଙ୍କିକିଆ ଚାଉଳ ପ୍ରଦାନରେ କେନ୍ଦ୍ରର ସିଂହଁ ଭାଗ ରହିଛି ବୋଲି ମୋଦୀ ନିଜର ଭାଷଣରେ ଉପସ୍ଥିତ ଜନତାକୁ ବେଶ୍ ଭଲଭାବରେ ବୁଝାଇ ଦେଇଥିଲେ।

8-ପୂର୍ବର କଂଗ୍ରେସ ସରକାର ଓଡିଶାକୁ ମାତ୍ର 88 ହଜାର କୋଟି ପ୍ରଦାନ କରୁଥିବା ବେଳେ ବର୍ତ୍ତମାନର କେନ୍ଦ୍ର ସରକାର ପ୍ରାୟ 2 ଲକ୍ଷ କୋଟି ସହାୟତା ଓଡିଶାକୁ ପ୍ରଦାନ କରାଯାଉଛି।

ଏହି ଭାଷଣରୁ ସ୍ପଷ୍ଟ ହୋଇଛି ଯେ, ମୋଦୀ ସରକାରୀ ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଏନଡିଏ ସରକାରଙ୍କ ସଫଳତା ଆଉ ବିଜେଡି ସରକାରର ବିଫଳତାକୁ ନିଜ ବାକ ଚାତୁରୀ ମାଧ୍ୟମରେ ବୁଝାଇ ଦେଇଛନ୍ତି। ଏହା ନିର୍ବାଚନ ପ୍ରଚାରଠାରୁ କିଛି କମ ନୁହେଁ ବୋଲି ଜଣାପଡିଛି।

Categories
ବିଶେଷ ଖବର

ବହିସ୍କାର ପରେ ବି ଦାମ ରାଉତଙ୍କ ମୁହଁ ଟାଣ ଭାଙ୍ଗି ନାହିଁ। ଦୁର୍ନିତିର ପେଡି ଖୋଲିବି ବୋଲି ଧମକ

ବିଜେଡିର ଅନ୍ୟତ୍ତମ ନେତା ତଥା ପୂର୍ବତ୍ତନ ସାଂସଦ ବୈଜୟନ୍ତଙ୍କ ପରେ ଅନ୍ୟତମ ନେତା ଡାକ୍ତର ଦାମୋଦର ରାଉତ ପାଳିପଡିଲା। ନବୀନ ନିବାସରେ ଜଗତସିଂହପୁର ଜିଲ୍ଲାର ବିଜେଡି ନେତାମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଦାମଙ୍କୁ ବହସ୍କାର ଦାବୀ କଲେ। ଏହାପରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନୀବନ ପଟ୍ଟନାୟକ ଏହାକୁ ତର୍ଜମା କରିବେ ବୋଲି କହିଲେ। ସେତେବେଳେ ଆଭାସ ମିଳିଲା ଯେ, ଦାମୋଦରଙ୍କୁ ନବୀନ ବହିସ୍କାର କରିବେ। ଶେଷରେ ତାହା ହିଁ ହେଲା। ତେବେ ବହିସ୍କାର ଖବର ପାଇବା ପରେ ଦାମ ରାଗି ଲାଲ ପଡିଯାଇଥିଲେ। ତେବେ ଧର୍ଯ୍ୟର ସହ ସେ ଗଣମାଧ୍ୟମକୁ ଗୋଟିଏ ପରେ ଗୋଟିଏ ଉତ୍ତର ଦେଉଥିଲେ। ଦାମୋଦରଙ୍କ ପ୍ରତିକ୍ରିୟା ହେଲା ସେ ଅନ୍ୟ ଦଳକୁ ଯିବି ନାହିଁ କିନ୍ତୁ ସାଧାରଣ ଜୀବନରେ ରହିବେ। ଆଗାମୀ ନିର୍ବାଚନରେ ଲଢ଼ିବି ଓ ଓଡ଼ିଶାର ଯେକୌଣସି ସ୍ଥାନରୁ ଲଢ଼ିବାର ସାମର୍ଥ୍ୟ ମୋର ଅଛି” ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଗଣମାଧ୍ୟମକୁ କହିଛନ୍ତି।

ବିଜେଡିରୁ ବହିଷ୍କାର ହେବା ପରେ ଡାକ୍ତର ରାଉତ କହିଛନ୍ତି ଯେ, ଗତ ୮ ମାସ ହେଲା ବିଜେଡିରେ ନଥିଲି। ରାତି ଅଧରେ ତାଙ୍କୁ ବିନା କାରଣରେ ମନ୍ତ୍ରୀ ପଦରୁ ବହିଷ୍କାର କରାଗଲା। ଦଳର ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦବୀରୁ ବହିଷ୍କାର କରାଗଲା। ଗତ ୮ ମାସ ହେଲା ତାଙ୍କ ସହ ଦଳର କୌଣସି ନେତା କଥା ହେଉନଥିଲେ କିମ୍ବା ଦଳୀୟ କାର୍ଯ୍ୟରେ ତାଙ୍କୁ ଖୋଜା ଯାଉନଥିଲା। ତେଣୁ ଆଜି କେବଳ ତାଙ୍କୁ ଅଫିସିଆଲ ଭାବେ ବହିଷ୍କାର କରାଯାଇଛି। ଯାହା ସେ ଗଣମାଧ୍ୟମରୁ ଶୁଣିଛନ୍ତି।

ଦଳ ଓ ଦଳର ନେତାଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଡା ରାଉତ କହିଛନ୍ତି ଯେ ବିଜେଡିରେ ସମ୍ବିଧାନ ବୋଲି କିଛି ନାହିଁ। ଦଳର କାର୍ଯ୍ୟକାରିଣୀ ବସେ ନାହିଁ କିମ୍ବା ଗଣତାନ୍ତ୍ରିକ ପଦ୍ଧତିରେ କୌଣସି କାର୍ଯ୍ୟ ହୁଏ ନାହିଁ। ତେଣୁ ବିଜେଡିରେ ସମ୍ବିଧାନ ଅଛି ବୋଲି ସେ ଜାଣନ୍ତି ନାହିଁ। ନବୀନ ପଟ୍ଟନାୟକଙ୍କ ଭଳି ସ୍ଥିତି ରକ୍ଷା ପାଇଁ ନୀତି ବଦଳାଉଥିବା ନେତା ସିଏ ନୁହଁନ୍ତି ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଭାବେ ସେ ୬ଟି ବୈଧାନିକ କମିଟିର ମୁଖ୍ୟ ଅଛନ୍ତି। କିନ୍ତୁ ଦିନେକାଳେ ଏହି କମିଟିଗୁଡ଼ିକର ବୈଠକ ବସେନି। ଶ୍ରୀମନ୍ଦିର କମିଟିରେ ଅଛନ୍ତି କିନ୍ତୁ ରତ୍ନଭଣ୍ଡାରରୁ ଚୋରି ହେଲା। ଓପେପା କମିଟିରେ ଅଧ୍ୟକ୍ଷ ଅଛନ୍ତି ସେଠାରେ ୬କୋଟି ଟଙ୍କାର ଦୁର୍ନୀତି ହୋଇଛି। ତେଣୁ ଦୁର୍ନୀତି, ଭ୍ରଷ୍ଟାଚାର ଓ ଲୁଟର ହିରୋ କିଏ ତାହା ସେ ଖୁବଶୀଘ୍ର ପର୍ଦ୍ଦାଫାସ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଯେଉଁମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି, ସିବିଆଇ ଓ ଅନ୍ୟାନ୍ୟ ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନେ ଏବେ ବିଜେଡିକୁ କବଜା କରି ରଖିଛନ୍ତି ବୋଲି ଡା ରାଉତ କହିଛନ୍ତି।

ତାଙ୍କ ପାଇଁ ନିଜର ସ୍ୱାଭିମାନ ହେଉଛି ବଡ଼, ନୀତି ହେଉଛି ବଡ଼ ଓ ସେ ନୀତି ଆଦର୍ଶରେ ରହି ଆସିଛନ୍ତି। ବିଜୁ ବାବୁଙ୍କ ଅନୁଗତ ଭାବେ ସେ ଚାରି ଦଶନ୍ଧି ଧରି ରାଜନୀତିରେ ରହିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ସାଧାରଣ ଜୀବନରେ ରହିବେ ବୋଲି ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି ।

Categories
ବିଶେଷ ଖବର ବ୍ୟବସାୟ

ଟଙ୍କାର ମୂଲ୍ୟ ହ୍ରାସ, ହେଲେ ଅର୍ଥମନ୍ତ୍ରୀଙ୍କ ଦମ୍ଭୋକ୍ତି ବ୍ୟସ୍ତ ହୁଅ ନାହିଁ।

ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବୁଧବାର କହିଛନ୍ତି ଯେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ନେଇ ଭାରତ ପରି ଅର୍ଥବ୍ୟବସ୍ଥାକୁ ଏତେ ଶୀଘ୍ର ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କ୍ୟାବିନେଟ୍ ମିଟିଂ ପରେ ମିଡିଆକୁ ସମ୍ବୋଧିତ କରି ଜେଟଲୀ ଅନେକ ମହତ୍ଵପୂର୍ଣ୍ଣ ପ୍ରଶ୍ନର ଜବାବ ଦେଇଛନ୍ତି  ଯେଉଁଥିରେ ରାଫେଲ ଡିଲ୍, ଜନଧନ ଯୋଜନା ଖାତା ପରି ପ୍ରସଙ୍ଗ ସାମିଲ। ଜେଟଲୀ କହିଛନ୍ତି ଟଙ୍କା ହ୍ରାସ ପଛର କାରଣ ଘରୋଇ ନୁହେଁ ବରଂ ଅନ୍ତରାଷ୍ଟ୍ରୀୟ କାରଣ ଅଟେ।

ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଜେଟଲୀ କହିଛନ୍ତି ଯେ ଯଦି ଆପଣ ଅନ୍ତରାଷ୍ଟ୍ରୀୟ କିମ୍ବା ଘରୋଇ ସ୍ତରରେ ଦେଖିବେ ତେବେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ପଛରେ କୌଣସି ଘରୋଇ କାରଣ ନାହିଁ। ସମସ୍ତ କାରଣ ଅନ୍ତରାଷ୍ଟ୍ରୀୟ ସ୍ତରରେ ରହିଛି। ଜେଟଲୀ କହିଛନ୍ତି ଯେ ଆମକୁ ଏହା ଧ୍ୟାନ ରଖିବା ଉଚିତ୍ ଯେ କେବଳ ଭାରତ ଟଙ୍କା ନୁହେଁ ଡଲାର ତୂଳନାରେ ସବୁ କରେନ୍ସି ହ୍ରାସ ପାଇଛି। ଡଲାରର ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଡଲାର ବୃଦ୍ଧି ପାଇବା ପଛର କାରଣ ୟୁଏସର ମଜଭୁତ ପଲିସି ରହିଥିବା ଜେଟଲୀ କହିଛନ୍ତି। ଜେଟଲୀ ଏହା ମଧ୍ୟ କହିଛନ୍ତି ଯେ ଭାରତ ପରି ଅର୍ଥ ବ୍ୟବସ୍ଥାକୁ ଏତେ ଶୀଘ୍ର ବ୍ୟସ୍ତ ବିବ୍ରତ ହେବା ଉଚିତ୍  ନୁହେଁ।

ରାଫେଲ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଜେଟଲୀ କହିଛନ୍ତି ଯେ କଂଗ୍ରେସ ଓ ତାର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖରେ ସୂଚନାର ଅଭାବ ରହିଛି। ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଭାରତକୁ ମିଳୁଥିବା ରାଫେଲ ଲଢୁଆ ବିମାନର ମୂଲ୍ୟ କଂଗ୍ରେସ ସମୟ ହୋଇଥିବା ଡିଲର ମୂଲ୍ୟଠୁ ୯ ପ୍ରତିଶତ କମ। ଅନ୍ୟ ପଟେ ଏହି ଲଢୁଆ ବିମାନର ବୈଷେୟିକ କୌଶଳ ଉପରେ ନଜର ଦିଆଯାଏ ତେବେ ଏତେ ବର୍ଷ ପରେ ମଧ୍ୟ ଏହି ବିମାନ ଭାରତକୁ ୨୦ ପ୍ରତିଶତ ଶସ୍ତାରେ ମିଳୁଛି।

Categories
ବିଶେଷ ଖବର

ବିଜେଡି ସରକାରଙ୍କ ଶେଷ ଅତିରିକ୍ତ ବଜେଟ, ନିର୍ବାଚନ ପରିଚାଳନା ପାଇଁ 41 କୋଟି ଟଙ୍କା ବ୍ୟୟ ବରାଦ

ଯଦି କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରନ୍ତି ତେବେ ବିଜେଡି ତାହାକୁ ସମର୍ଥନ କରିବ। ବିଜେଡି ସାଂସଦ ପିନାକୀ ମିଶ୍ର ନିର୍ବାଚନ କମିଶନରଙ୍କ ନିକଟରେ ଏହିପରି ଲିଖତ ଜଣାଇବା ପରେ ବର୍ତ୍ତମାନ ରାଜ୍ୟ ରାଜନୀତ ସରଗରମ ହୋଇପଡିଛି। ତାହାର କାରଣ ମଧ୍ୟ ରହିଛି। ତାହା ହେଉଛି ଗତ କିଛି ମାସ ଧରି ରାଜ୍ୟ ସରକାର ଯେପରି ଯୋଜନା ପରେ ଯୋଜନା ଘୋଷଣା କରିବା। ଯେପରି ବିଜ୍ଞାପନ ପ୍ରକାଶ କରି ସରକାରଙ୍କ ପ୍ରଚାର କରିବା, ସାରା ରାଜ୍ୟର ମୁଖ୍ୟ ସହରରେ ହୋଡିଂ ଲଗାଇବା ପ୍ରଭୃତି କାମକୁ ଦେଖିଲେ ଅନୁମାନ କରାଯାଉଛି ଯେ, ସରକାର ପୁରା ନିର୍ବାଚନ ମୁଡରେ ଅଛନ୍ତି। ତେବେ ସେହି ସବୁ ସନ୍ଦେହକୁ ସୁୃଦୃଢ କରିଦେଲା ପିନାକୀ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିବା ଘଟଣା। ତେବେ ରାଜ୍ୟ ସରକାର ଆଗୁଆ ନିର୍ବାଚନକୁ ଆଉ ଏକ ବଳିଷ୍ଠ ପ୍ରମାଣ କରୁଛି ଆଗୁଆ ଅତିରିକ୍ତ ବଜେଟ ଉପସ୍ଥାପନା କରିବା।

ସାଧାରଣତଃ ଅତିରିକ୍ତ ବଜେଟ ଶୀତ ଅଧିବେସନରେ ଆସିଥାଏ, ହେଲେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଏହି ବଜେଟ ମୌସୁମୀ ଅଧିବେସନରେ ଆସିଛି।  ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨ହଜାର ୭୯୦କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନା କରିଛନ୍ତି। ମୂଳ ବଜେଟ ଅଟକଳ ଲକ୍ଷେ ୨୦ହଜାର କୋଟି ଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ ପରିମାଣ ଲକ୍ଷେ ୩୨ହଜାର କୋଟିରେ ପହଁଚିଛି। ମୁଖ୍ୟତଃ ରାଜ୍ୟ ସରକାର ନିକଟରେ ଘୋଷଣା କରିଥିବା ବଡବଡ ଯୋଜନା ସବୁକୁ କାର୍ଯ୍ୟକାରୀ କରିବାକୁ ବଜେଟରେ ବ୍ୟବସ୍ଥା କରିଛନ୍ତି।ବର୍ତ୍ତମାନ ଅର୍ଥମନ୍ତ୍ରୀ ଯେଉଁ ସବୁ ଯୋଜନା ପାଇଁ ବ୍ୟୟ ବରାଦ କରିଛନ୍ତି ତାହା ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି ତାହା କହିବା ଆବଶ୍ୟକ ନାହିଁ। କାରଣ ସରକାରଙ୍କ ସ୍ବପ୍ନର ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ମୋଟ ୨ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସେହିପରି ଶିକ୍ଷା ସହାୟକମାନଙ୍କୁ ନିୟମିତ ଦରମା ପାଇଁ ୭୫୦କୋଟି, ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ୪୧ କୋଟି, ସରକାରୀ ଋଣର ସୁଧ ବାବଦକୁ ୩୫୦କୋଟି ସହିତ ପ୍ରଶାସନିକ ବ୍ୟୟ ପାଇଁ ୧୮୦୦କୋଟିର ବ୍ୟବସ୍ଥା ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ୧୩୬୪କୋଟି ଦିଆଯାଇଛି । ଭିତିଭୂମି ଓ ଗ୍ରାମ୍ୟ ଉନ୍ନୟନ ଉପରେ ଏଥର ସରକାର ଅଧିକ ଫୋକସ୍ କରିଛନ୍ତି । ଏ ବାବଦକୁ ୯ହଜାର ୬୧୧କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଅତିରିକ୍ତ ବଜେଟରେ ।

୨୦୧୯ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଅତିରିକ୍ତ ବଜେଟରେ ବିଜୁ ପକ୍କା ଘର ପାଇଁ ୧୫୦୦କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୨୦୬୫କୋଟି, ସ୍ୱଚ୍ଛ ଭାରତ ମିଶନ ପାଇଁ ୧୦୦୦କୋଟି, ବିଜୁ ଗ୍ରାମ ଜ୍ୟୋତି ଯୋଜନା ପାଇଁ ୭୫କୋଟି ଏବଂ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ‘ଆମ ଘରେ ଏଲ୍ଇଡ଼ି’ ଯୋଜନା ପାଇଁ ୧୦୦କୋଟିର ବ୍ୟବସ୍ଥା ହୋଇଛି । କେବଳ ଗ୍ରାମାଂଚଳ ନୁହେଁ ସହରାଂଚଳ ଉନ୍ନତି ପାଇଁ ମଧ୍ୟ ଅତିରିକ୍ତ ବଜେଟରେ ଧ୍ୟାନ ଦିଆଯାଇଛି । ଓଡ଼଼ିଶା ସରକାରଙ୍କ ଐତିହାସିବ ପଦକ୍ଷେପ ଭାବରେ ବସ୍ତିବାସିନ୍ଦାଙ୍କୁ ଜାଗା ଯୋଗାଇବା ପାଇଁ ଉଦ୍ଦିଷ୍ଟ ‘ଜାଗା ମିଶନ’ ପାଇଁ ୧୦୦କୋଟି ସମେତ ସହରାଂଚଳ ପାଇଁ ୫୮୯ କୋଟି ବ୍ୟୟ ବରାଦ କରାଯାଇଛି ।  ଯଦିଓ ଏଥିରେ କେନ୍ଦ୍ର ସରକାରଙ୍କ ଅଂଶଧନ ରହିବ, ତେବେ ଏହି ଯୋଜନାରେ ରୋଗୀଙ୍କ ବୀମା ରାଶି ପାଇଁ ୬୨କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସେହିପରି ନଭେମ୍ବରରେ ଭୁବନେଶ୍ୱରରେ ହେବାକୁ ବିଶ୍ୱ କପ୍ ହକି ପାଇଁ ୨୩ କୋଟି ଏବଂ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ୧୨କୋଟି ଟଙ୍କା, ମହାନଦୀର କଡ଼େ କଡ଼େ ଗଛ ଲଗାଇବା ପାଇଁ ସବୁଜ ମହାନଦୀ ମିଶନକୁ ୩୦କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଛି ।

ଏ ସବୁକୁ ବିଚାର କଲେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆଉ ବେଶୀ ଦିନ ନୁହେଁ ଖୁବ୍ ଶିଘ୍ର ନବୀନ ମନ୍ତ୍ରୀମଣ୍ଡଳ ଭାଙ୍ଗି ଆଗୁଆ ନିର୍ବାଚନ କରିପାରନ୍ତି। ଯଦି କେନ୍ଦ୍ରରେ ସରକାର ଭାଙ୍ଗି ଦିଆଯାଏ ତେବେ ଲୋକସଭା ସହିତ ବିଧାନସଭା ନିର୍ବାଚନ କରିବା ପାଇଁ ନବୀନ ନିର୍ବାଚନ କମିଶନରଙ୍କୁ ଜଣାଇ ଦେଇଛନ୍ତି। ଫଳରେ ଚଳିତ ଆଗୁଆ ଅତିରିକ୍ତ ବଜେଟ ବର୍ତ୍ତମାନ ସରକାରଙ୍କ ଶେଷ ବଜେଟ ଏଥିରେ ସନ୍ଦେହ ନାହିଁ।

Categories
ବିଶେଷ ଖବର ବ୍ୟବସାୟ

ପୋଷ୍ଟାଲ ବ୍ୟାଙ୍କ ଗ୍ରାହକମାନେ କିଛି କଥା ଜାଣି ରଖିବା ଉଚିତ

ଭାରତରେ 650ଟି ଶାଖାରେ ବର୍ତ୍ତମାନ ଖୋଲାଯାଇଛି ଆଇପିପିବି ବା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ। ପୂର୍ବରୁ ସୁପ୍ତ ହୋଇପଡିଥିବା ପୋଷ୍ଟ ଅଫିସଗୁଡିକ ବର୍ତ୍ତମାନ ଚଳଚଞ୍ଚଳ ହୋଇପଡିଛି। କେବଳ ଚିଠି ଓ ମନି ଅର୍ଡର କାମରେ ନିଜକୁ ନିୟୋଜିତ ରଖିଥିବା ପୋଷ୍ଟାଲ କର୍ମଚାରୀମାନେ ବର୍ତ୍ତମାନ ନିଜକୁ ବ୍ୟାଙ୍କ ସେବାରେ ନିୟୋଜିତ ରଖିବେ। ତେବେ ଏହି ବ୍ୟାଙ୍କରେ ଯେଉଁମାନେ ଆକାଉଣ୍ଟ ଖୋଲିବେ ସେମାନେ କେତେକ କଥା ଜାଣିବାର ଆବଶ୍ୟକତା ରହିଛି।

1-ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରିବ। ଏହାର ପୁରା 100 ପ୍ରତିଶତ ଇକ୍ୟୁଟ ଭାରତ ସରକାରଙ୍କ ଅଧିନରେ ରହିବ।

2-ଏହି ବ୍ୟାଙ୍କର ପାଇଲଟ ପ୍ରକଳ୍ପ 2017 ମସିହା ଜାନୁୟାରୀ 30 ତାରିଖରେ ଆରମ୍ଭ କରାଯାଇଥିଲା। ପ୍ରଥମେ ରାଞ୍ଚି ଏବଂ ରାୟପୁରରେ ପାଇଲଟ ପ୍ରକଳ୍ପ ଭାବେ ପୋଷ୍ଟ ଅଫିସ ଗୁଡିକୁ ବ୍ୟାଙ୍କରେ ପରିଣତ କରାଯାଇଥିଲା। ସେହି ପ୍ରକଳ୍ପ ସଫଳତା ହାସଲ କରିବା ପରେ ସାରା ଭାରତରେ ଲାଗୁ କରିବାକୁ ନିଷ୍ପତି ନିଆଗଲା।

3-ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ବା ଆଇପିପି ବ୍ୟାଙ୍କ ଏହାର ସେଭିଙ୍ଗସ ଆକାଉଣ୍ଟ ଗ୍ରାହକଙ୍କୁ 4 ପ୍ରତିଶତ ସୁଧ ହାର ପ୍ରଦାନ କରିବ।

4-ଏହି ବ୍ୟାଙ୍କ ଆକାଉଣ୍ଟରେ ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିବାର ସୁଯୋଗ ପ୍ରଦାନ କରିବ। ମାତ୍ର ଋଣ ପ୍ରଦାନ କ୍ଷେତ୍ରରେ ଏହି ପରିମାଣ ବୃଦ୍ଧି ପାଇପାରିବ।

5-ଏହି ବ୍ୟାଙ୍କ ଅନ୍ୟ ବଡ ବଡ ଜାତୀୟକରଣ ବ୍ୟାଙ୍କର ଏଜେଣ୍ଟ ଭାବେ ମଧ୍ୟ କାମ କରିବ ବୋଲି ନିଷ୍ପତି ହୋଇଛି। ଋଣ ଦେବାରେ ହେଉ କିମ୍ବା ଅନ୍ୟାନ୍ୟ ସୁବିଧା ପାଇଁ ଅନ୍ୟ ବ୍ୟାଙ୍କ ସହିତ ଅନୁବନ୍ଧିତ ହେବ। ଉଦାହରଣ ସ୍ବରୁପ ପଂଜାବ ନ୍ୟାସନାଲ ବ୍ୟାଙ୍କର ଏହି ଆଇପିପି ବ୍ୟାଙ୍କ ଏଜେଣ୍ଟ ଭାବେ କାମ କରିପାରିବ।

6-ଅନ୍ୟାନ୍ୟ ବ୍ୟାଙ୍କ ପରି ଆଇପିପି ବ୍ୟାଙ୍କ ମଧ୍ୟ ସେଭିଙ୍ଗସ ଓ କରେଣ୍ଟ ଆକାଉଣ୍ଟ, ମନି ଟ୍ରାନସଫର, ଡାଇରେକ୍ଟ ବେନିଫିଟ ଟ୍ରାସଫର,ବିଲ ପେମେଣ୍ଟ, ଏବଂ ଏଣ୍ଟରପ୍ରାଇଜ ପେମେଣ୍ଟ ପ୍ରଭୃତି ସୁବିଧା ପ୍ରଦାନ କରିବ।

7-ଏହି ସବୁ ସେବା ବ୍ୟାଙ୍କ ବିଭିନ୍ନ ମାଧ୍ୟମରେ ମଧ୍ୟ ପ୍ରଦାନ କରିପାରିବ। ଯେପରି କାଉଣ୍ଟର, ଏଟିଏମ, ମୋବାଇଲ ବ୍ୟାଙ୍କିଙ୍ଗି, ଏସଏମଏସ ଏବଂ ଆଭିଆର ସେବା ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଟେକ୍ନଲୋଜି ସିସଟମ ମାଧ୍ୟମରେ ଏହି ସେବା ପ୍ରଦାନ କରାଯିବ।

8-ଏହି ଆଇପିପି ବ୍ୟାଙ୍କ 17 କୋଟି ପୋଷ୍ଟାଲ ଆକାଉଣ୍ଟକୁ ସାମିଲ କରି ବ୍ୟାଙ୍କର ସମସ୍ତ ସୁବିଧା ଯୋଗାଇ ସେହି ଗ୍ରାହକଙ୍କୁ ଦେବା ପାଇଁ ନିଷ୍ପତି କରିଛି। ଫଳରେ ପୋଷ୍ଟାଲ ସେଭିଙ୍ଗସ ଆକାଉଣ୍ଟ ଗ୍ରାହକ ଆଉ ନୂଆ ଆକାଉଣ୍ଟ ଖୋଲିବାର ଆବଶ୍ୟକତା ନାହିଁ।

ପୋଷ୍ଟାଲ ସେବା ଭାରତର ଗାଁ ଗାଁ ରେ ରହିଥିବାରୁ ଏହି ବ୍ୟାଙ୍କ ଏକ ବଡ ସଫଳତା ହାସଲ କରିପାରିବ ବୋଲି ଦେଶର ଅର୍ଥନୈତିଜ୍ଞମାନେ ଆଶା କରିଛନ୍ତି।