ତେଲୁଗୁ ସୁପରଷ୍ଟାର ମହେଶ ବାବୁ ଆସନ୍ତା ଜୁଲାଇ 4 ତାରିଖରୁ ନିଜର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଜଣେ ସେନାଧିକାରୀ ଭୂମିକାରେ ନଜର ଆସିବାକୁ ଯାଉଥିବା ମହେଶ ବାବୁ । ଅନୀଲ ରବିପୁଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାଇଁ ମହେଶ ବାବୁ ଇଟାଲୀରେ ଏକ ପ୍ରଶିକ୍ଷକ ଦଳ ସହିତ ପ୍ରଶିକ୍ଷଣ ନେଉଛନ୍ତି । ଫିଲ୍ମଟିରେ ବଲିଉଡ୍ ଫିଲ୍ମ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍ ପରି ଭରପୂର ଆକ୍ସନ୍ ରହିବ ବୋଲି ନିର୍ଦ୍ଦେଶକ ଅନୀଲ ସୂଚନା ଦେଇଛନ୍ତି । ଜଣେ ସେନାଧିକାରୀ ଚରିତ୍ରକୁ ସଠିକ୍ ଭାବରେ ନିର୍ବାହ କରିବା ପାଇଁ ମହେଶ ନିଜର ୟୁରୋପ ଗସ୍ତରୁ ଫେରିବା ପରେ ସ୍ବତନ୍ତ୍ର ଡାଏଟ୍ ସହିତ ଜିମ୍ରେ କସରତ କରୁଥିବା ଜଣାପଡିଛି । ଏହି ଫିଲ୍ମଟି 2020 ସଙ୍କ୍ରାନ୍ତିରେ ରିଲିଜ୍ ହେବାକୁ ଯାଉଥିବା ବେଳେ ଫିଲ୍ମରେ ରଶ୍ମିକା ମନ୍ଦାନା ଏବଂ ବିଜୟ ଶାନ୍ତି ପ୍ରମୁଖ ନଜର ଆସିବେ ।
Author: Samikhsya Bureau
ବିହାରରେ ମସ୍ତିଷ୍କ ଜ୍ବର (ଆକ୍ୟୁଟ୍ ଇନସେଫାଲାଇଟିସ୍ ସିଣ୍ଡ୍ରୋମ)ରେ ପୀଡ଼ିତ ଶିଶୁଙ୍କ ମୃତ୍ୟୁ ଥମିବାର ନାଁ ନେଉନାହିଁ । ଏହି ପ୍ରସଙ୍ଗ ବର୍ତ୍ତମାନ ସୁପ୍ରିମ୍କୋର୍ଟଙ୍କ ବିଚରାଧୀନ । ସୁପ୍ରିମ୍କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଆକ୍ୟୁଟ ଇନସେଫଲାଇଟିସ୍ ସିଣ୍ଡ୍ରୋମରେ ପୀଡିତ ଶିଶୁଙ୍କ ଚିକିତ୍ସା ପାଇଁ ଦିଆଯାଉଥିବା ସୁବିଧା, ହସ୍ପିଟାଲର ବ୍ୟବସ୍ଥା, ପୋଷଣ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଜବାବ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୭ ଦିନ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସଂକ୍ରାନ୍ତୀୟ ଜବାବ ସୁପ୍ରିମ୍କୋର୍ଟରେ ଦାଖଲ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଦ୍ଧିତ ଶିଶୁ ମୃତ୍ୟୁହାରକୁ ସୁପ୍ରିମକୋର୍ଟ ଗମ୍ଭୀର ଭାବେ ଗ୍ରହଣ କରିବା ସହ ଶିଶୁ ମୃତ୍ୟୁକୁ ଏଭଳି ଜାରି ରଖାଯାଇ ପାରିବ ନାହିଁ । ସରକାରଙ୍କୁ ଏନେଇ ଜବାବ ଦେବାକୁ ପଡିବ । ରୋଗ ସହ ମୁକାବିଲା କରିବା ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ନେଇ କେନ୍ଦ୍ର…
ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ସ୍ନାନ ମଣ୍ଡପକୁ ନେଇ ଦର୍ଶନ କରାଇବା ପ୍ରସଙ୍ଗରେ ସମ୍ପୃକ୍ତ ସେବାୟତଙ୍କୁ ନିଲମ୍ବନ କରିଛି ଶ୍ରୀମନ୍ଦିର ପ୍ରଶାସନ । ନିଲମ୍ବିତ ସେବାୟତ ହେଲେ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆ । ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ରହିଛି । ଶ୍ରୀମନ୍ଦିର ଆଇନ ୨୧(ଖ) ଧାରାରେ ସେବାୟତଙ୍କୁ ନିଲମ୍ବନ କରାଯାଇଛି । ବିଧାୟକ ଜୟନ୍ତ ଷଡଙ୍ଗୀ ସ୍ନାନ ମଣ୍ଡପକୁ ଅନଧିକୃତ ଭାବରେ ଯାଇ ଦର୍ଶନ କରିଥିବା ଅଭିଯୋଗ ଥିଲା । ଏହାପରେ ମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ ଆଜି ଦୁଇଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି । ପୂର୍ବରୁ ସ୍ନାନପୂର୍ଣ୍ଣିମାରେ ହୋଇଥିବା ବିଶୃଙ୍ଖଳାକୁ ନେଇ ବିଧାୟକ ଓ ସେବାୟତଙ୍କୁ ନୋଟିସ୍ କରାଯାଇଥିଲା ।
ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଊଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି । ବିଧାନସଭାର ଶୃଙ୍ଖଳିତ ଓ ଗଠନମୂଳକ ପରିଚାଳନା ନେଇ ଆଲୋଚନା ହେଉଛି । ଆଗୁଆ ସର୍ବଦଳୀୟ ବୈଠକ ଡାକି ଏକ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି ବାଚସ୍ପତି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଅର୍ଥ ସଚିବ ଉପସ୍ଥିତ ଥିଲେ। ବିଜେଡିର ଦେବୀ ପ୍ରସାଦ ମିଶ୍ର ଓ ପ୍ରଣବ ପ୍ରକାଶ ଦାଶ ଉପସ୍ଥିତ ରହିଥିବାବେଳେ ବିଜେପିରୁ ଜୟ ନାରାୟଣ ମିଶ୍ର, ପ୍ରଦୀପ୍ତ ନାୟକ, କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏହା ପୂର୍ବରୁ ଚଳିତ ବିଧାନସଭା ଅଧିବେଶନରେ ଗୃହରେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଧାୟକ ଦଳ ବୈଠକରେ କହିଥିଲେ ।
ଶେଷରେ ଗିରଫ ହେଲେ ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର । ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍ବସ୍ କରିବା ଘଟଣାରେ ତାଙ୍କୁ ପାଟଣାଗଡ଼ ପୁଲିସ୍ ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ ଏଡିଜେଙ୍କ କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି । ପୋଲିସ ଆଜି ବିଧାୟକ ସରୋଜ ମେହେରଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖିଥିଲା । ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡ୍କୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ୍ ମଧ୍ୟରେ ଶହେ ଥର ଉଠ୍ବସ୍…
ପିତା ସାଜିଲା ନର ରାକ୍ଷସ। ବାପା ନିଜ ପାଞ୍ଚ ବର୍ଷର ପୁଅକୁ ହତ୍ୟା କରିବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାଉଲକେଲାରେ। ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନ୍ଧମୁଣ୍ଡା ଥାନା ଆରଏସ କଲୋନୀରେ ଘଟିଥିବା ଏହି ନାରକୀୟ ଘଟନା ଯୋଗୁଁ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ପାଂଚ ବର୍ଷର ପୁଅର ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ପରିବାରରେ ବାପା ନିଜ ପାଞ୍ଚ ବର୍ଷର ପୁଅକୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ଆସିଛି। ପରିବାରରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳି ଲାଗିଥିଲା। ଦୁହିଁଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିଲା। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଏହି ମତାନ୍ତର କାରଣରୁ ନିଜ ପୁଅକୁ ଛୁରୀ ଭୁସି ମାରି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସାଧାରଣ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଂଚି ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିବାକୁ ପଠାଇଛି। ପୋଲିସ ପିଶାଚ…
ପଶ୍ଚିମବଙ୍ଗର ଝୁଲନ୍ତା ପୋଲ ଭୁଶୁଡି 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ଆହତ ହୋଇଛନ୍ତି। କାଲିମପୋଙ୍ଗ ଜିଲ୍ଲାରେ ଏକ ସରୁଆ ସ୍ରୋତ ଉପରେ ରହିଥିବା ଏହି ଝୁଲନ୍ତା ପୋଲ ଭୁଶୁଡି ପଡିଛି। ରବିୁବାର ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ତେକ୍ ବାହାଦୁର ସୁବ୍ବା(52) ଏବଂ ଏତ୍ରାଜ୍ ରାଜ ରାୟ (23)ଙ୍କ ପ୍ରାଣହାନି ଘଟିଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସିଲିଗୁଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଝୁଲନ୍ତା ପୋଲର ଦଉଡି ଛିଣ୍ଡି ଯିବାରୁ ଏହି ଘଟଣା ଘଟିଥିଲା । ଉକ୍ତ 6 ଜଣ ସେହି ସମୟରେ ପୋଲ ଅତିକ୍ରମ କରୁଥିଲେ। ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ମିଳିଛି।
କାମ୍ବୋଡିଆରେ ନିର୍ମାଣାଧୀନ କୋଠା ଭୁଶୁଡି ପଡିବାରୁ ଗତକାଲି 17 ଜଣଙ୍କର ମୃତ୍ୟୁ ଘଟିଥିଲା । ଆଜି ଏହି ଏହି ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି ପାଇଥିବା ନେଇ ସରକାରୀ ସୂଚନା ମିଳିଛି । ଏହି ଘଟଣାରେ 24 ଜଣ ଆହତ ହୋଇଛନ୍ତି । ଏହା ସହିତ ଏହି ପ୍ରକଳ୍ପ ଦରୟିତ୍ବରେ ରହିଥିବା 4 ଜଣ ଚୀନ୍ ଅଧିକାରୀଙ୍କୁ ଗିରଫ କରାଯାଇଛି । ଶନିବାର ଭୋର 4 ଟା ସମୟରେ ଏହି କୋଠା ଭୁଷୁଡିଥିଲା । ମୃତ ଏବଂ ଆହତଙ୍କ ମଧ୍ୟରେ ସମସ୍ତେ ଶ୍ରମିକ ରହିଥିବା ଜଣାପଡିଛି । କାମ୍ବୋଡିଆର ଶ୍ରମ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଉକ୍ତ କୋଠାରେ 30 ଜଣ ଶ୍ରମିକଙ୍କୁ କାର୍ଯ୍ୟ କରିବାର ଅନୁମତି ଦିଆଯାଇଥିବା ବେଳେ 50ରୁ 60 ଜଣଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିଲେ ଉକ୍ତ 4 ଅଧିକାରୀ ।
ଆନ୍ଧ୍ରପ୍ରଦେଶର ଓଙ୍ଗୋଲରେ ଏକ ପାଶବିକ କାଣ୍ଡ ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ 6 ଜଣ ବ୍ୟକ୍ତି 5 ଦିନ ଧରି ଗଣଧର୍ଷଣ କରିଛନ୍ତି। 6 ଜଣଙ୍କ ମଧ୍ୟରେ 3 ଜଣ ନାବାଳକ ରହିଥିବା ଜଣା ପଡିଛି। ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି ଏବଂ ବଳାତ୍କାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରୀ ଏମ୍ ସୁଚରିତା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଯୁବତୀ ଜଣକ ଓଙ୍ଗୋଲରେ ଜୁନ୍ 17 ତାରିଖରେ ଆର୍ଟିସି ବସ୍ରେ ଜଣେ ଅଭିଯୁକ୍ତଙ୍କୁ ଭେଟିଥିଲେ। ବନ୍ଧୁତା ପରେ ଯୁବତୀ ଜଣକୁ ନିଜ ଘରକୁ ନେଇଥିଲେ ଯେଉଁଠାରେ ଅନ୍ୟ 5 ଜଣ ମିଶି ଯୁବତୀଙ୍କ ସହିତ ଗଣ ଦୁଷ୍କର୍ମ କରିଥିଲେ। ଶନିବାର ସନ୍ଧ୍ୟାରେ ଯୁବତୀ ଜଣକ ସେଠାରୁ ଖସି ଆସି ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ ବୋଲି ତଦନ୍ତକାରୀ ଅଫିସର ସିଦ୍ଧାର୍ଥ କୌଶଲ୍ ସୂଚନା ଦେଇଛନ୍ତି। ସ୍ଥାନୀୟ ସରକାରୀ…
ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭିରାଲ୍ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳ ସମାପ୍ତ ହେବାର 6 ମାସ ପୂର୍ବରୁ ଇସ୍ତଫା ପ୍ରଦାନ କରିଛନ୍ତି। ଜାନୁୟାରୀ 23, 2017 ରେ ଆରବିଆାଇର କନିଷ୍ଠ ଡେପୁଟି ଗଭର୍ଣ୍ଣର ଭାବରେ ଯୋଗ ଦେଇଥିଲେ ଭିରାଲ। ନିଜ ଇସ୍ତଫାର କାରଣ ସମ୍ପର୍କରେ କହିନଥିଲେ ମଧ୍ୟ ସରକାରଙ୍କ ସହିତ ମତଭେଦ ଭିରାଲ୍ଙ୍କ ଇସ୍ତଫାର କାରଣ ବୋଲି ଅନୁମାନ କରାଯାଉଛି। ଆରବିଆଇକୁ ଏକ ସ୍ବୟଂଚାଳିତ ସଂସ୍ଥା ଭାବରେ ଚାହୁଁଥିବା ନେଇ ଭିରାଲ ଏବଂ ସରକାରଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏହା ସହିତ ଭିରାଲ ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ଷ୍ଟର୍ଣ୍ଣ ସ୍କୁଲ ଅଫ୍ ବିଜିନେସ୍ରେ ପ୍ରଫେସର ଭାବରେ କାର୍ଯ୍ୟ କରିବେ। ପୂର୍ବରୁ ଭିରାଲ୍ 2020 ରେ ଯୋଗଦାନ କରିବାର ଥିଲା। ଆରବିଆଇ ପକ୍ଷରୁ ଭିରାଲଙ୍କ ଇସ୍ତଫା ପତ୍ରର କୌଣସି ଉତ୍ତର ରଖାଯାଇନାହିଁ।
ବାଂଲାଦେଶରେ ଏକ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇ 4 ଜଣଙ୍କ ମୃତ୍ୟ ଘଟିଥିବା ବେଳେ 100ରୁ ଅଧିକ ଆହତ ହୋଇଛନ୍ତି। ଉପବନ ଏକ୍ସପ୍ରେସ ନାମକ ଏହି ଟ୍ରେନ୍ର 5 ଟି ବଗି ଲାଇନଚ୍ୟୁତ ହୋଇ ଏହି ଦୁର୍ଘଟଣା ଘଟିଛି। ଉତ୍ତର ପଶ୍ଚିମ ବାଂଲାଦେଶର ମୌଲବୀ ବଜାରର କୁଆଲୌରା ଅଞ୍ଚଳରେ ରହିଥିବା ବୋରୋମଚଲ ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଥିଲା। ରବିବାର ରାତି ସ୍ଥାନୀୟ ସମୟ 11. 50 ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଢାକାରୁ ସିଲ୍ହଟ୍ ଯାଉଥିବା ଟ୍ରେନ୍ଟିର ପାଞ୍ଚଟି ବଗି କେନାଲ ମଧ୍ୟକୁ ଖସି ପଡିଥିଲା। ରାତ୍ରିର ଅନ୍ଧକାର ମଧ୍ୟରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅଗ୍ନିଶମ ବିଭାଗ ମୁଖ୍ୟ ନୁରିନ୍ ନବି ସୂଚନା ଦେଇଛନ୍ତି।
ଚଳିତ ଲୋକସଭା ନିର୍ବାଚନରେ ପରାଜୟ ପରେ ଅଖିଳେଶ ଯାଦବ ତାଙ୍କୁ ଥରେ ମଧ୍ୟ ଫୋନ୍ କରି ନାହାନ୍ତି ବୋଲି କହିଛନ୍ତି ମାାବତୀ। ଉତ୍ତର ପ୍ରଦେଶର ବିଜେପିର ମୁକାବିଲା କରିବା ପାଇଁ ଉଭୟ ଦଳ ମହାମେଣ୍ଟ ଗଠନ କରିଥିଲେ। ନିର୍ବାଚନରେ ଉଭୟ ଦଳ ଖରାପ ପ୍ରଦର୍ଶନ କରିବା ସହିତ ମାତ୍ର 15 ଟି ଆସନରେ ବିଜୟୀ ହୋଇଥିଲା। ବିଏସ୍ପି 10 ଟି ଆସନରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟି ମାତ୍ର 5 ଆସନରେ ବିଜୟୀ ହୋଇଥିଲା। ଏହାପରେ ଉଭୟ ଦଳ ମଧ୍ୟରେ ବିବାଦ ବଢିଯାଇଥିଲା। ନିର୍ବାଚନରେ ପରାଜୟ ପରେ ଅଖିଳେଶ ମୋତେ ଥରେ ମଧ୍ୟ ଫୋନ୍ କରିନଥିଲେ ମାତ୍ର ବରିଷ୍ଠ ହୋଇଥିବାରୁ ମୁଁ ନିଜଆଡୁ ଫୋନ୍ କରିଥିଲି ବୋଲି କହିଛନ୍ତି ମାୟାବତୀ।
ଇଣ୍ଡୋନେସିଆରେ ଏକ ୭.୫ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଇଣ୍ଡୋନେସିଆର ବଣ୍ଡା ସମୁଦ୍ର କୂଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ପ୍ରଭାବରେ ସୁନାମି ସମ୍ଭାବନା ନାହିଁ ବୋଲି ଇଣ୍ଡୋନେସିଆ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଭୂପୃଷ୍ଠରୁ ୨୨୦ କିମି ଗଭୀରତାରେ ଏହି ଭୂକମ୍ପ ସୃଷ୍ଠି ହୋଇଥିବା ବେଳେ ୪୪ କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ପ୍ରକାଶ । ହଓ୍ବାଇ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ପ୍ରାରମ୍ଭେରେ ଏକହି ଭୂକମ୍ପର ତୀବ୍ରତା ୭.୨ ରହିଥିଲା ।
କେଦାର ମିଶ୍ର ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଓଡିଶାର ସବୁ ବରିଷ୍ଠ ବାବୁମାନଙ୍କୁ ଡାକି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସଚିବାଳୟର ସବୁ ସଚିବଙ୍କୁ ଡାକି ମୁଖ୍ୟମନ୍ତ୍ରୀ କହିଥିଲେ ଯେ- “ମୁଁ ଆପଣମାନଙ୍କ ଦକ୍ଷତା ଓ କର୍ମନିଷ୍ଠତାକୁ ଆକଳନ କରି ପିଏଆର(ପର୍ଫାର୍ମାଂସ ଅପ୍ରାଇଜାଲ ରିପୋର୍ଟ) ଲେଖେ, ହେଲେ ମୋ ପିଏଆର ସାଧାରଣ ଜନତା ଲେଖନ୍ତି। ଏଣିକି ମୋ ସହିତ ଆପଣମାନକୁ ମଧ୍ୟ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବାକୁ ପଡିବ।“ ପ୍ରଶାସନିକ ବିଚାରରେ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ କଥା। ସରକାରୀ ଅଧିକାରୀମାନେ ଲୋକ ପ୍ରତିନିଧିଙ୍କ ଜରିଆରେ ଲୋକଙ୍କ ପାଖରେ ଉତ୍ତରଦାୟୀ ରୁହନ୍ତି। ମୁଖ୍ୟମନ୍ତ୍ରୀ ସେ ବିଷୟରେ ତାଙ୍କର ସଚିବମାନଙ୍କୁ ଏକ ପ୍ରକାର ସତର୍କ କରାଇଦେଇଛନ୍ତି। ସରକାରୀ ସ୍ତରରେ ଯାହା ସବୁ ସୁବିଧା ଅସୁବିଧା ହୁଏ, ସେଥିଲାଗି ସାଧାରଣ ଜନତା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଦାୟୀ କରନ୍ତି। ଅମଲାତନ୍ତ୍ର ଲୋକଙ୍କଠାରୁ ସୁରକ୍ଷିତ ଦୂରତାରେ ସବୁବେଳେ ରହିଥାଏ। ମୁଖ୍ୟମନ୍ତ୍ରୀ ଏହି ପରମ୍ପରାକୁ ଭାଙ୍ଗିବା ଲାଗି ବାବୁମାନଙ୍କର…
ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ୍ ଅଟକ ରଖିଥିବା ସୂଚନା ମିଳିଛି। ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଥିବା ଜଣାପଡ଼ିଛି। ପାଟଣାଗଡ଼ର ପୂର୍ତ୍ତ ବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଉଠ୍ବସ୍ କରିବା ଘଟଣାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୨୬ରେ ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ ସଂଘ ଧମକ ଦେଇଥିବା ବେଳେ ତାଙ୍କୁ ଆଜି ପୁଲିସ୍ ଅଟକ ରଖିଥିବା ସୂଚନା ଆସିଛି। ଜିଲ୍ଲା ଆଦିବାସୀ ସଂଘ ଜିଲ୍ଲାପାଳଙ୍କ ଅଫିସ୍ ବି ଘେରାଉ କରିଥିଲା। ସେହିପରି ତାଙ୍କୁ ଗିରଫ କରିବା ଦାବିରେ ଜିଲ୍ଲା ଡିପ୍ଲୋମା ଇଞ୍ଜିନିୟର ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା।
ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ। ଏହା ପୂର୍ବରୁ ସର୍ବାଦଳୀୟ ବୈଠକ ଅନୁଷ୍ଟିତ ହେବ । ଆଜି ସକାଳ ୧୧ଘଟିକାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡ଼ି ବିଧାୟକ ଦଳ ବୈଠକ ଅନୁଷ୍ଟିତ ହୋଇଯାଇଛି। ଏହି ବୈଠକରେ ବିଧାନସଭାରେ ଦଳୀୟ ରଣନୀତି ପ୍ରସଙ୍ଗ ରେ ଆଲୋଚନା ହୋଇଛି। ଗୃହରେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ। କେନ୍ଦ୍ର ସରକାରଙ୍କଠାରୁ ସମସ୍ତ ପ୍ରକାର ସହଯୋଗ ଆଶା କରିବା ସହିତ ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପିର ବିଧାୟକ ଦଳ ବୈଠକ ଶେଷ ହୋଇଛି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜ ପଣ୍ଡାଙ୍କ ଉପସ୍ଥିତିରେ ଏହି ବୈଠକ କରାଯାଇଥିଲେ । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଭାରୀ ଅରୁଣ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ । କିନ୍ତୁ ବିରୋଧୀ ଦଳ ନେତା ଚୟନ ହୋଇପାରିଲା ନାହିଁ । ଦିନେ ଦୁଇ ଦିନ ଭିତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ବୈଠକ ପରେ ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି ବିଧାୟକ ବିଷ୍ଣୁଚରଣ ସେଠୀ ।
ସେଲିବ୍ରିଟି ଡ୍ୟାନ୍ସ ରିଅଲିଟି ଶୋ’ ‘ନଚ୍ ବଲିୟେ’ର ସିଜିନ୍ ୯ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ଶୋ’ର ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ । ଏହି ସିଜିନ୍ରେ ମ୍ୟାରେଡ୍ କପଲ୍ସଙ୍କ ସହ ପ୍ରଥମ ଥର ଏକ୍ସ କପଲ୍ଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ସିଜିନ୍ ପାଇଁ ବହୁ ସେଲିବ୍ରିଟିଙ୍କ ନା ଶୁଣିବାକୁ ମିଳିଥିବାବେଳେ ଏହି ଲିଷ୍ଟରେ ସାମିଲ୍ ହୋଇଛନ୍ତି ବକ୍ସର ଗୀତା ଫାଗୋଟ୍ ଓ ପଓ୍ବନ କୁମାର । ଏହି ଦୁଇ ବକ୍ସର ଯୋଡ଼ି ବହୁତ ଶୀଘ୍ର ଏହାର ପ୍ରମୋ ଶୁଟିଂ କରିବେ । ପ୍ରଥମ ଥର ପାଇଁ ନଚ୍ବଲିୟେ ଶୋ’ରେ ଦୁଇ ବକ୍ସରଙ୍କୁ ଦେଖିବାକୁ ମିଳିବ । ପୂର୍ବରୁ ଗୀତା କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଅଲିଟି ଶୋ’ ’ଖତରୋଁ କେ ଖିଲାଡି’ରେ ଅଂଶଗ୍ରହଣ କରିଛନ୍ତି । ଏହି ସିଜିନ୍କୁ ବଲିଉଡ୍ ଦବଙ୍ଗ ଖାନ୍ ସଲମାନ ଖାନ୍ ପ୍ରଯୋଜନା କରୁଥିବାବେଳେ ଲୋକପ୍ରିୟ ଟେଲି…
ଶ୍ରୀନଗରର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜମ୍ମୁକାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଯୋଗଦେଇ କହିଛନ୍ତି ଯେ, ଜମ୍ମୁକାଶ୍ମୀରରେରେ ସ୍ଥିତିରେ ବହୁ ପରିମାଣରେ ସୁଧାର ଆସିଯାଇଛି। ଏବେ ହୁରିୟାତ୍ ନେତାମାନେ ଭାରତ ଓ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା କରିବା ପାଇଁ ରାଜି ହୋଇଛନ୍ତି । ସୀମାନ୍ତରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଏବେ ଏଠାରେ ଶୁକ୍ରବାରକୁ ନମାଜ ପରେ ଦଙ୍ଗା ହେଉନାହିଁ । ପଥର ମାଡ଼ ମଧ୍ୟ ହେଉନାହିଁ । ଲୋକଙ୍କ ପାଖରେ ସକାରାତ୍ମକ ମନୋଭାବ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ସତ୍ୟପାଲ୍ଲ ମଲ୍ଲିକ । ଆତଙ୍କବାଦୀ ପ୍ରସଙ୍ଗରେ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ହୁରିୟାତ୍ ମୁଖ୍ୟ ମୀରଓ୍ବାଇଜ୍ ଉମର ଫାରୁକ୍ ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଆଲୋଚନା ଦରକାର ବୋଲି କଥାବାର୍ତ୍ତା କରିବା ପାଇଁ ଅପିଲ୍ କରିଥିଲେ, କିନ୍ତୁ ଉରି ଆକ୍ରମଣ ପରେ ପାକ୍ ସହ ଦ୍ବିପାକ୍ଷିକ ଆଲୋଚନା ବନ୍ଦ ରହିଛି । ଭାରତ ପାକିସ୍ତାନକୁ ବାରମ୍ବାର ଆତଙ୍କବାଦ ଓ ଆଲୋଚନା…
ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପିର ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜ ପଣ୍ଡାଙ୍କ ଉପସ୍ଥିତିରେ ଏହି ବୈଠକ କରାଯାଇଛି । ଏହି ବୈଠକରେ ବିରୋଧୀ ଦଳ ନେତା ଚୟନ କରାଯିବ ନେଇ ଚର୍ଚ୍ଚା କରାଯିବ । ବିଧାନସଭାରେ ଦଳର ରଣନୀତି ନେଇ ମଧ୍ୟ ଆଲୋଚନା କରାଯିବ । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଏବେ ବିଜେପି ରହିଛି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଭାରୀ ଅରୁଣ ସିଂହ ମଧ୍ୟ ଉପସ୍ଥିତ ରହିଛନ୍ତି । ନିକଟରେ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡ଼ି ସମର୍ଥନ କରିବା ପରେ ଓଡ଼ିଶା ରାଜନୀତିରେ ଏକ ନୂଆ ସମୀକରଣ ହେବ ବୋଲି ଅନୁମାନ କରାଯାଉଛି ।
ବଂଶବାଦ ରାଜନୀତିକୁ ସମାଲୋଚନା କରୁଥିବା ମାୟାବତୀ ଆଜି ଏକ ବଡ ଘୋଷଣା କରିଛନ୍ତି । ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ ରବିବାର ଦିନ ଏକ ବୈଠକରେ ନିଜ ଭାଇ ଆନନ୍ଦ କୁମାରଙ୍କୁ ବିଏସପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ପୁତୁରା ଆକାଶ ଆନନ୍ଦଙ୍କୁ ରାଷ୍ଟ୍ରୀୟ ସଂଯୋଜକ ପଦରେ ନିଯୁକ୍ତ କରିଥିବା ଘୋଷଣା କରିଛନ୍ତି। ମାୟାବତୀଙ୍କ ଏଭଳି ପଦକ୍ଷେପ ଦଳୀୟ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଲୋକସଭା ନିର୍ବାଚନ ପରେ ରବିବାର ବିଏସପିର ବରିଷ୍ଠ ନେତା ଓ ଦଳୀୟ ପଦାଧିକାରୀଙ୍କ ସହ ମାୟାବତୀ ଲକ୍ଷ୍ନୌଠାରେ ପ୍ରଥମ ବୈଠକ କରିଛନ୍ତି। ଏହି ବୈଠକରେ ଦାନିଶ୍ ଅଲୀଙ୍କୁ ଲୋକସଭାରେ ବସପା ନେତା ଭାବେ ଚୟନ କରାଯାଇଛି । ଏହି ବୈଠକରେ ଉତ୍ତରପ୍ରଦେଶର ଉପନିର୍ବାଚନ ହେବାକୁ ଥିବା ୧୧ଟି ଆସନକୁ ନେଇ ଚର୍ଚ୍ଚା ମଧ୍ୟ କରାଯାଇଛି । ବୈଠକରେ ବିଭିନ୍ନ ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପଦାଧିକାରୀଙ୍କୁ ମାର୍ଗଦର୍ଶନ…

