Author: Samikhsya Bureau

ସତୀଶ ମିଶ୍ର (ଏବେ ହଠାତ “ସ୍ଵାଭିମାନ” “ଅଭିମାନ’ ଓ ବାସ୍ତବ ବିରୋଧୀ ହେବା ପ୍ରସଙ୍ଗ ଚର୍ଚ୍ଚା କୁ ଆସିଛି। ୨୦ ବର୍ଷରେ ଚାରୋଟି ଦଳ ବଦଳ କରିଥିବା ଓ ବାରମ୍ବାର ଗୋଟିଏ ଦଳକୁ ଛାଡୁଥିବା ଓ ଧରୁଥିବା ବିଜୟ ମହାପାତ୍ର ଏବେ “ସ୍ଵାଭିମାନ” ପ୍ରସଙ୍ଗ ଉଠାଉଛନ୍ତି। ତେବେ କଣ ଏ ପ୍ରସଙ୍ଗର ବାସ୍ତବତା? ସତରେ ଏହା ସ୍ବାଭିମାନର ଲଢେଇ ନା ସ୍ଵାର୍ଥର ଆତସବାଜି? ଗୋଟେ ପକ୍ଷରେ ବିଜୟ ଯେଉଁ ଦଳରୁ ଲଢୁଛନ୍ତି ସେ ଦଳ ସହିତ ବିଜେଡ଼ିର ଖୋଲା ବୁଝାମଣା ହୋଇସାରିଥିବା ବେଳେ ଏଠି ଏକ ମିଛ ପ୍ରହେଳିକା ରଚନା କରାଯାଉଛି। ବିଜେପି ବିଜେଡ଼ିର ସହଯୋଗୀ ହୋଇକି ଥିବା ବେଳେ ବିଜୟ ମହାପାତ୍ର କେଉଁ ସର୍ତ୍ତରେ ବିରୋଧୀ ଭୂମିକା ନେବେ? ଏଇ ସବୁ ପ୍ରସଙ୍ଗକୁ ନେଇ ସତୀଶ ମିଶ୍ରଙ୍କର ଏକ ଆଲୋଚନା। )          ବିଜୁଙ୍କ ଅବର୍ତ୍ତମାନରେ ସେ ସମୟର ଜନତା ପାର୍ଟିର ନେତାମାନେ,ଯେଉଁମାନେ ଆଜି ନବୀନ ପଟ୍ଟନାୟକଙ୍କ ଘୋର ନିନ୍ଦୁକ;…

Read More

ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଆର. ମାଧବନ୍‌ । ପୂର୍ବରୁ ସୈଫ୍‌ ଅଲୀ ଖାନ୍‌ଙ୍କ ଲାଲ କପ୍ତାନ ଜରିଆରେ ମାଧବନ୍‌ ବଲିଉଡ୍‌କୁ ଫେରିଥାନ୍ତେ ମାତ୍ର ସ୍ବାସ୍ଥାବସ୍ଥା କାରଣରୁ ଏହି ଫିଲ୍ମ ଛାଡିଥିଲେ ମାଧବନ୍‌ । ଏହାପରେ ଗୁଲଶନ୍‌ କୁମାରଙ୍କ ଝିଅ ଖୁଶାଲୀ କୁମାରଙ୍କ ସହିତ ଏକ ଫିଲ୍ମ କରିବାକୁ ଯାଉଛନ୍ତି ମାଧବନ୍‌ । ଗୁଲଶନ୍‌ କୁମାରଙ୍କ ଟି ସିରିଜ୍‌ ଏହି ଫିଲ୍ମର ପ୍ରଯୋଜନା କରିଥିବା ବେଳେ ଅଶ୍ବିନୀ ମଣି ଏହାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ପୂର୍ବରୁ ଅଶ୍ବିନୀ ମଣି ରତ୍ନମଙ୍କ ସହଯୋଗୀ ଭାବରେ ଏକାଧିକ ଫିଲ୍ମ କରିଛନ୍ତି । ଏହି ଫିଲ୍ମ ଜରିଆରେ ଖୁସାଲୀ କୁମାର ନିଜର ବଲିଉଡ ପଦାର୍ପଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ବ୍ୟତୀତ ମାଧବନ୍‌ ନିଜ ନିର୍ଦ୍ଦେଶନାରେ ନମ୍ବି ନାରାୟଣ ବାୟୋପିକ୍‌ରେ ଅଭିନୟ କରିବାକୁ ଯାଉଛନ୍ତି । ରକେଟ୍‌ରୀ – ଦ ନମ୍ବି ଇଫେକ୍ଟ ନାମକ ଏହି ଫିଲ୍ମଟି ହିନ୍ଦି, ତାମିଲ ଏବଂ ତେଲୁଗୁ…

Read More

ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ମିଲିନ୍ଦ ଦେଓ୍ବେଡା ଇସ୍ତଫା ଦେବା ପରେ କଂଗ୍ରେସ ନେତା ସଂଜୟ ନିରୁପମ ଏହାକୁ ନେଇ ଟାର୍ଗେଟ୍‌ କରିଛନ୍ତି । ଇଶାରା ଇଶାରାରେ ସେ ଦେଓ୍ବେଡାଙ୍କ ଉପରେ ଆକ୍ରମଣ କରିଛନ୍ତି । ସଂଜୟ କହିଛନ୍ତି ଯେ,  ଇସ୍ତଫା ଏବେ ଉପରକୁ ଚଢିବାର ଶିଡି ହୋଇଯାଉଛି । ଏପରି ‘କର୍ମଠ’ ଲୋକଙ୍କଠାରୁ ଦଳ ସାବଧାନ ରହିବା ଉଚିତ୍‌ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମିଲିନ୍ଦ ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ରାଷ୍ଟ୍ରୀୟ ସ୍ତରରେ କାର୍ଯ୍ୟ କରିବାର ସୁଯୋଗ ମିଳିବ ବୋଲି ସୂଚନା ରହିଛି । ଏହା ପରେ ସଂଜୟ ଟୁଇଟ୍‌ ଜରିଆରେ ଦେଓ୍ବଡାଙ୍କ କଟାକ୍ଷ କରି କହିଛନ୍ତି – ‘ଇସ୍ତଫାରେ ଅନ୍ତର୍ନିହିତ ତ୍ୟାଗ ରହିବା ଉଚିତ୍‌, କିନ୍ତୁ ଏଠାରେ ତ କ୍ଷଣକେ ପରେ ‘ନ୍ୟାସନାଲ୍‌’ ଲେବଲ୍‌ର ପଦ ମଗା ଯାଉଛି ।  ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ୍‌ ଗାନ୍ଧି ସଂଜୟ…

Read More

ଓଡ଼ିଶାରେ ନୂତନ ସ୍ୱାସ୍ଥ୍ୟନୀତି ଆଣିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ନବ ଦାସ  । ଓଡ଼ିଶାରୁ ଡାକ୍ତର ବାହାର ରାଜ୍ୟକୁ ଯାଉଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଉଦବେଗ ପ୍ରକାଶ କରି ରାଜ୍ୟରେ ଆହୁରି ମେଡ଼ିକାଲ କଲେଜ କରି ନିଯୁକ୍ତି ଦେବାକୁ କହିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସେତେଟା ଭଲ  ସ୍ଥିତିରେ ନାହିଁ । ଅଧିକାଂଶ ଚିକିତ୍ସାଳୟରେ ଡାକ୍ତର ଅଭାବ କାରଣରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ମେଡ଼ିକାଲ କଲେଜ କମ ଥିବାରୁ ମେଧାବୀ ଛାତ୍ରଛାତ୍ରୀ ଡାକ୍ତରୀ ପଢିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ତେଣୁ ରାଜ୍ୟରେ ନୂଆ ସ୍ୱାସ୍ଥ୍ୟନୀତି ଆଣିବାକୁ ପ୍ରୟାସ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରାଜ୍ୟରେ ଚିକିତ୍ସାଳୟ ଗୁଡ଼ିକରେ ଅନେକ ଡାକ୍ତରୀ ପଦବୀ ଖାଲି ପଡ଼ିଛି । ତେଣୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରାଯିବ  ବୋଲି କହିଛନ୍ତି ନବ ଦାସ…

Read More

ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଏକ ଭୟଙ୍କର କାର୍‌ ବୋମା ବିସ୍ଫୋରଣ ଘଟି 12 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 179 ଜଣ ଆହତ ହୋଇଛନ୍ତି । ରବିବାର ସକାଳୁ ଏହି ଭୟଙ୍କର ବିସ୍ଫୋରଣ ସଙ୍ଗଠିତ ହୋଇଥିଲା । ଘଜନୀରେ ଥିବା ଜାତୀୟ ସୁରକ୍ଷା ପରିଷଦର କାର୍ଯ୍ୟାଳୟ ନିକଟରେ ଏହି କାର୍‌ ବୋମା ବିସ୍ଫୋରଣ ହୋଇଥିଲା । ସରକାରୀ ସୂତ୍ରରୁ ପ୍ରାରମ୍ଭିକ ଭାବରେ 2 ମୃତ 80 ଆହତ ବୋଲି କୁହାଯାଇଥିଲା ମାତ୍ର ପରେ ଏକ ଫେସ୍‌ବୁକ୍‌ ପୋଷ୍ଟରେ ମୃତକଙ୍କ ସଂଖ୍ୟା 12 ଏବଂ ଆହତଙ୍କ ସଂଖ୍ୟା 179ରେ ପହଞ୍ଚିଥିବା ସ୍ବୀକାର କରାଯାଇଛି । ଏହା ସହିତ କାତାରରେ ତାଲିବାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ବାଧାପ୍ରାପ୍ତ ହେବ ବୋଲି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ ପ୍ରକାଶ କରିଛନ୍ତି ।

Read More

ରାଜ୍ୟରେ ମୌସୁମୀ ସକ୍ରିୟ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ଘଟିଛି । କିଛି ଦିନ ହେବ ଓଡ଼ିଶାରେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ଏହି ଲଗାଣ ବର୍ଷା କାରଣରୁ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଯାହା ଫଳରେ ଜଳଭଣ୍ଡାରକୁ ବିପଦ ସଷ୍ଟି ହେବା ସମ୍ଭାବନା ଥିଲା । ଜଳଭଣ୍ଡାରର ବିପଦ ସଂକେତ ୨୫୯୦ଫୁଟ ଥିବା ବେଳେ ଜଳସ୍ତର ବର୍ତ୍ତମାନ ୨୫୮୮.୦୮ ହୋଇଗଲାଣି । ଏହି ବିପଦରୁ ମୁକ୍ତ ହେବାକୁ ଜଳଭଣ୍ଡାରର ଆଠ ନମ୍ବର ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଯାହା ଦ୍ୱାରା ପ୍ରତି ସେକେଣ୍ଡରେ ଏକ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳ ବିଦ୍ୟୁତ ପ୍ରକଳ୍ପକୁ ବିପଦ ନାହିଁ ବୋଲି କହିଛନ୍ତି ଡ୍ୟାମର ମୁଖ୍ୟଯନ୍ତ୍ରୀ ।

Read More

ଲୋକସଭା ନିର୍ବାଚନ ପରେ କଂଗ୍ରେସରେ ଇସ୍ତଫା ପର୍ବ ଜାରି ରହିଛି। ରାହୁଲ୍‌ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ବି ଇସ୍ତଫା ଦେବା ପ୍ରକ୍ରିୟା ପୂର୍ବବତ୍‌ ଜାରି ରହିଛି ।  ଏହି କ୍ରମରେ ମୁମ୍ବାଇର ଅଧ୍ୟକ୍ଷ ମିଲିନ୍ଦ ଦେଓଡ଼ା ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏକ ତିନି ଜଣିଆ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯିଏ ରାଜ୍ୟ କଂଗ୍ରେସର ନେତୃତ୍ଵ ନେବେ । ଲୋକସଭା ନିର୍ବାଚନ ପୂର୍ବରୁ ମିଲିନ୍ଦ ଦେଓଡାଙ୍କୁ ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ପଦ ରୂପେ ଚୟନ କରାଯାଇଥିଲା। ନିର୍ବାଚନ ଏକ ମାସ ପୂର୍ବରୁ ତାଙ୍କୁ ଏହି ଦାୟିତ୍ଵ ମିଳିଥିଲା।

Read More

ପାଟକୁରା ନିର୍ବାଚନ ପ୍ରସଙ୍ଗରେ ବିଜେପିର ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ଦେଇଛନ୍ତି । ଲୋକେ ନବୀନଙ୍କୁ ନୁହେଁ, ବ୍ୟୁରୋକ୍ରାଟଙ୍କୁ ଭୋଟ ଦେଉଛନ୍ତି । ପାଟକୁରାରେ ସ୍ବାଭିମାନର ପ୍ରଶ୍ନ ରହିଛି, ଆଞ୍ଚ ଆସିଲେ ସ୍ବାଭିମାନ ଜଳିବ ବୋଲି କହିଛନ୍ତି ଦାମ । ବିଜୟଙ୍କୁ ବିଧାନସଭାରେ ପୂରାଇ ନଦେବାକୁ ନବୀନ ପଣ କରିଛନ୍ତି ।  ଅଧ ଡଜନ ମନ୍ତ୍ରୀ ଓ ନେତାଙ୍କୁ ପାଟକୁରାରେ ପ୍ରଚାର ଲାଗି ଭର୍ତ୍ତି କରିଛନ୍ତି । ପାଟକୁରାବାସୀ ଚେତନଶୀଳ, ଏଠି ଟେବୁଲ୍‌ ତଳ କାରବାର କାମ କରିବନି । ୮୦ ମସିହାରେ ପାଟକୁରାରେ ବିଜୁ ବାବୁ ବିଜୟଙ୍କୁ ପ୍ରାର୍ଥୀ କରାଇଥିଲେ । କହିଥିଲେ, ମୁଁ ବଡ ବିଜୁ, ବିଜୟ ସାନ ବିଜୁ, ସାନ ନଦୀର ସୁଅ ଟାଣ । ନବୀନଙ୍କ କ୍ରୂରତା ବିଜୟଙ୍କୁ ୨୦ ବର୍ଷ ହେଲା ବିଧାନସଭାରୁ ଦୂରେଇ ରଖିଛି ବୋଲି କହିଛନ୍ତି ଦାମ । ପାଟକୁରା ନିର୍ବାଚନକୁ ନେଇ କଂଗ୍ରେସ ଉଭୟ ବିଜେପି ଓ ବିଜେଡ଼ି…

Read More

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ଜେଲ୍‌ ଦଣ୍ଡାଦେଶ ପଛରେ ଏକ ନୂତନ କାହାଣୀ ସମ୍ମୁଖକୁ ଆସିଛି । ଶରିଫ୍‌ଙ୍କ ଝି୍ର ମରିୟମ୍‌ ସରିଫ୍‌ ଏହି ମାମଲାରେ ବିଚାରପତିଙ୍କୁ ଧମକ ଦିଆଯାଉଥିବା ଏବଂ ଚାପ ପକାଯାଉଥିବାର ଏକ ଭିଡିଓ ଜାରି କରିଛନ୍ତି । ଏହା ସହିତ ଶରିଫ୍‌ଙ୍କ ସମ୍ପତ୍ତିକୁ ଉଦ୍ଦେଶ୍ୟମୂଳକ ଭାବରେ ନଷ୍ଟ କରାଯାଉଥିବାର ଅଭିଯୋଗ ଆଣିଛନ୍ତି ମରିୟମ୍‌ । ପାକିସ୍ତାନ ମୁସଲିମ୍‌ ଲିଗ୍‌ର ନେତା ନଓ୍ବାଜ ଶରିଫ୍‌ଙ୍କୁ ଡିସେମ୍ବର 24, 2018 ପରଠାରୁ ଜେଲ୍‌ରେ ରଖାଯାଇଛି । ଶରିଫ୍‌ଙ୍କୁ ଜୁଲାଇ 28, 2017ରେ ପାନାମା ପେପର୍ସ ମାମଲାରେ ଗିରଫ କରାଯାଇଥିଲା । ଏହି ମାମଲାର ବିଚାର କରୁଥିବା ବିଚାରପତି ଅର୍ଶାଦ ମଲିକ୍‌ଙ୍କୁ ନାଶିର ବଟ୍ଟ ଧମକ ଦେଉଥିବା ଏବଂ ମାମଲାର ରାୟ ପରିବର୍ତ୍ତନ ପାଇଁ ଚାପ ପକାଉଥିବାର ନଜର ଆସିଥିଲେ । ଏହି ଭିଡିଓକୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ନକଲି ବୋଲି କୁହାଯାଉଛି ।

Read More

କାନାଡା ଓପନ୍‌ ବ୍ୟାଡମିଣ୍ଟନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତୀୟ ତାରକା ପି କଶ୍ୟପ୍‌ । ଏହି ପୂର୍ବତନ ରାଜ୍ୟ ଗୋଷ୍ଠୀ ସ୍ବର୍ଣ୍ଣ ପଦକ ବିଜେତା ଏକ କଡା ସଙ୍ଘର୍ଷପୂର୍ଣ୍ଣ ମୁକାବିଲାରେ ଚାଇନିଜ୍ ତାଇପେଇର ଓ୍ବାଙ୍ଗ ଜୁ ଓ୍ବେଇଙ୍କ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । କାନାଡା ଓପନ୍‌ ସୁପର 100ରେ ଷଷ୍ଠ ସିଡ୍‌ର ମାନ୍ୟତା ପାଇଥିବା କଶ୍ୟପ୍‌ ଚତୁର୍ଥ ସିଡ୍‌ ଓ୍ବାଙ୍ଗଙ୍କୁ 14-21, 21-17 ଏବଂ 21-18 ସେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲେ । ଶନିବାର ରାତିରେ ଅନୁଷ୍ଠିତ ସେମି ଫାଇନାଲ ମୁକାବିଲାରେ କଶ୍ୟପ୍‌ 1 ଘଣ୍ଟା 10 ମିନିଟ୍‌ ସମୟ ନେଇ ବିଜୟୀ ହୋଇଥିଲେ । ଶେଷଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ କଶ୍ୟପ୍‌ । ଫାଇନାଲ୍‌ରେ କଶ୍ୟପ୍‌ ଅଣସିଡେଡ୍‌ ଲି ସି ଫେଙ୍ଗଙ୍କ ମୁକାବିଲା କରିବେ ।

Read More

ସୋମବାରଠାରୁ ଆରମ୍ଭ ହେଉଛି ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି କେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ୍‌ ସେଣ୍ଟର ଭାବେ ଚିହ୍ନଟ କରିଛି ବୋର୍ଡ। ପରୀକ୍ଷା ପାଇଁ ସବୁ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ଚଳିତ ଥର ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇ ଶିକ୍ଷା ବିଭାଗର ମୁଣ୍ଡବ୍ୟାଥାର କାରଣ ପାଲଟିଥିଲା । ତେବେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ପ୍ରଶ୍ନପତ୍ର ଘଟଣାକୁ ରୋକିବା ଦିଗରେ ବିଶେଷ ଗୁରୁତ୍ବ ଦିଆଯାଇଛି । ମୋବାଇଲ୍‌ ଫୋନ୍‌ କଟକଣା ଉପରେ ଅଧିକ ଗୁରୁତ୍ବ ଦେଇଛି ବୋର୍ଡ ।

Read More

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ୍‌ ଗାନ୍ଧି ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କିଏ ଅଧ୍ୟକ୍ଷ ହେବ ଏ ନେଇ ଏବେ ଚାଲିଛି କଳ୍ପନା ଜଳ୍ପନା । ଅଧ୍ୟକ୍ଷ ପଦବୀ ପାଇଁ ସୁଶୀଲ ସିନ୍ଧେ, ମଲ୍ଲିକାର୍ଜୁନ ଖର୍ଗେଙ୍କ ପରି ବରିଷ୍ଠ କଂଗ୍ରେସ ନେତାଙ୍କ ନାମ ଦୌଡ଼ରେ ରହିଛି । ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ଦୌଡ଼ରେ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ନାମ ଏବେ ସର୍ବାଗ୍ରେ ରହିଛି । କେବଳ ଏତିକି ନୁହେଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ମଧ୍ୟ ଏହି ଦୌଡ଼ରେ ସାମିଲ୍‌ ହୋଇଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ମଧ୍ୟ ଦଳକୁ ଜଣେ ଯୁବ ନେତୃତ୍ବ ମିଳିବା ନେଇ ନିଜର ଅଭିମତ ପ୍ରକାଶ କରିଥିଲେ । ଅମରିନ୍ଦର ଟ୍ଵିଟ୍ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଦୁର୍ଭାଗ୍ୟପୂର୍ଣ୍ଣ ଥିଲା, ମାତ୍ର ସିଡବ୍ଲ୍ୟୁସିଙ୍କୁ ଯୁବ ଚେହେରାକୁ ଅଧ୍ୟକ୍ଷ…

Read More

ଲୋକପ୍ରିୟ ହରିୟାଣା ଡ୍ୟାନ୍ସର ସପ୍‌ନା ଚୌଧୁରୀ ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ରବିବାର ଦିଲ୍ଲୀରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ସପ୍‌ନା । ନୂଆଦିଲ୍ଲୀର ଜଓ୍ବାହାର ଲାଲ ନେହେରୁ ଷ୍ଟାଡିୟମ୍‌ରେ ସପ୍‌ନାଙ୍କ ସଦସ୍ୟତା ଗ୍ରହଣ ସମୟରେ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଶିବରାଜ ସିଂ ଚୌହାନ, ମନୋଜ ତିଓ୍ବାରୀ, ହର୍ଷ ବର୍ଦ୍ଧନ, ଗୌତମ ଗମ୍ଭୀର, ହଂସ ରାଜ ହଂସ ରାଜ ହଂସ, ମୀନାକ୍ଷୀ ଲେଖି ଏବଂ ବିଜୟ ଗୋଏଲଙ୍କ ସହିତ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ପୂର୍ବରୁ ଏହି 28 ବର୍ଷୀୟ ଡ୍ୟାନ୍ସର ଜଣକ ଲୋକସଭା ନିର୍ବାଚନ ସମୟରେ ବିଜେପିର ଯୋଗ ଦେବା ନେଇ ଖବର ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ସପ୍‌ନା ଏହି ଖବରକୁ ଅସ୍ବୀକାର କରିଥିଲେ ମଧ୍ୟ ରବିବାର ବିଜେପିର ଦିଲ୍ଲୀ ୟୁନିଟ୍‌ରେ ଯୋଗ ଦେଇଛନ୍ତି । ସପ୍‌ନାଙ୍କ ବ୍ୟତିତ…

Read More

କିଛି ଦେଶ ନିଜର ଅଜବ ନିୟମ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି । ଚୀନ୍‌ ମଧ୍ୟ ଏପରି ଏକ ଦେଶ, ଯେଉଁଠି ବିଭିନ୍ନ ଅଜବ ନିୟମ ରହିଛି । ଚୀନ୍‌ର ଏକ ପ୍ରାନ୍ତରେ ସାର୍ବଜନିକ ସ୍ଥଳରେ ସାର୍ଟ ଖୋଲିଲେ ଜରିମାନା ଦେବାକୁ ପଡୁଥିଲା । କିନ୍ତୁ ଚୀନ୍‌ର ସେନ୍‌ଡୋଙ୍ଗ୍‌ ପ୍ରାନ୍ତରେ ମଧ୍ୟ ଏହି ନିୟମକୁ ଲାଗୁ କରାଯାଇଛି । ନୂଆ ନିୟମ ଅନୁସାରେ ସାର୍ବଜନିକ ସ୍ଥଳରେ ପୋଷାକ କାଢିଲେ ଜରିମନା ଦେବାକୁ ପଡିବ । ସୁଇମିଂ ପୁଲ୍‌ରେ ପ୍ରାୟତଃ ଶାର୍ଟଲେସ୍‌ ହୋଇ ସୁଇମିଂର ଆନନ୍ଦ ନେଇଥା’ନ୍ତି କିନ୍ତୁ ଚୀନ୍‌ର ଏହି ନିୟମ ଅନୁସାରେ ପୋଷାକ କାଢି ପାରିବେ ନାହିଁ । ନହେଲେ ଜରିମାନା ଦେବାକୁ ପଡ଼ିବ । ସେହିପରି ଯଦି ଝରଣା ପାଖରେ ବୁଲୁଛନ୍ତି ଏବଂ ମସ୍ତି କରୁଛନ୍ତି ସେଥିପାଇଁ ମଧ୍ୟ ଜରିମନା ଦେବାକୁ ପଡ଼ିବ । ସ୍ଥାନୀୟ ଝରଣାରେ ପାଦ କିମ୍ବା ପୋଷାକ ଧୋଇଲେ ଏଥିପାଇ ଜରିମାନା ଦେବାକୁ ପଡ଼ିବ ।…

Read More

ଲୋକପ୍ରିୟ ଅଭିନେତ୍ରୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଶାବନା ଆଜ୍‌ମୀ ସରକାରଙ୍କୁ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି । ଇନ୍ଦୋରରେ ଆୟୋଜିତ ଏକସଭାରେ ଯୋଗଦେଇ କହିଛନ୍ତି ଯେ, ସମ୍ପ୍ରତି ସରକାରଙ୍କ ସମାଲୋଚନା କରୁଥିବା ଲୋକଙ୍କୁ ରାଷ୍ଟ୍ର ବିରୋଧୀ କୁହାଯାଉଛି। ଗଣତାନ୍ତ୍ରିକ ଦେଶରେ ଶାସକ ଏବଂ ବିରୋଧୀ ରହିବା ନିଶ୍ଚିତ। ବିରୋଧୀ ସରକାରଙ୍କ ଦୋଷ ଦୁର୍ବଳତା ପ୍ରକାଶ କରିବା ସାଧାରଣ କଥା। ମାତ୍ର ଏବେ ଏଭଳି ହେଉନାହିଁ। ସରକାରଙ୍କ ସମାଲୋଚନା କରିବା ପୂର୍ବରୁ ଏବେ ଚିନ୍ତା କରିବାକୁ ପଡୁଛି। ଏହା ଦେଶର ହିତ ପାଇଁ କେବେ ମଧ୍ୟ ଅନୁକୁଳ ନୁହେଁ ବୋଲି ଶାବନା କହିଛନ୍ତି। ସେହିପରି ସାମ୍ପ୍ରଦାୟିକ ଦଙ୍ଗାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ମହିଳାମାନେ ହେଉଛନ୍ତି ବୋଲି କହିଛନ୍ତି ଶାବନା । ଆନନ୍ଦମୋହନ ମାଥୁର ଚାରିଟେବଲ୍‌ ଟ୍ରଷ୍ଟ ତରଫରୁ ‘କୁନ୍ତୀ ମାଥୁର୍‌’ ସମ୍ମାନ ହୋଇଛନ୍ତି ଶାବନା । ଏହି ସମ୍ମାନ ପାଇବା ପରେ ସମାରୋହକୁ ସମ୍ବୋଧିତ କରି ନିଜର ଅଭିଭାଷଣ ରଖିଥିଲେ ଶାବନା ।…

Read More

କଂଗ୍ରେସ ଏବଂ ଜେଡିଏସ୍‌ର 14 ଜଣ ବିଧାୟକ ବିଜେପିରେ ଯୋଗ ଦେବା ପରେ ବିଜେପି ଅର୍ଥବଳର ଉପଯୋଗ କରି ବିଧାୟକଙ୍କୁ କ୍ରୟ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ବିଜେପି ଅର୍ଥବଳର ପ୍ରୟୋଗ କରି ଏକ ନିର୍ବାଚିତ ସରକାରକୁ ଭାଙ୍ଗିବାର ପ୍ରୟାସ କରୁଛି ବୋଲି ସୁର୍ଜେଓ୍ବାଲା ଅଭିଯୋଗ କରିଛନ୍ତି । ଚଳିତ ବିଜେପି ସରକାରରେ ଘୋଡାବେପାର ଏକ ନୂତନ ସ୍ତରରେ ପହଞ୍ଚିଛି ବୋଲି ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି । ସମ୍ବିଧାନ ପ୍ରତି ନିଜର ଦାୟିତ୍ବ ପାଇଁ ପ୍ରତିଜ୍ଞାବଦ୍ଧ ରହିବା ବଦଳରେ ଉଭୟ ମୋଦି ଏବଂ ଶାହା ଏହି ଘୋଡା ବେପାରକୁ ପ୍ରଶୟ ଦେଉଛନ୍ତି ବୋଲି ସୁର୍ଜେଓ୍ବାଲା ଅଭିଯୋଗ କରିଛନ୍ତି । ସ୍ପଷ୍ଟ ଦିବାଲୋକରେ ଏପରି ଘୋଡାବେପାର ଚାଲିଥିବାରୁ ଲୋକ ଏହାର ଜବାବ ଦେବେ ବୋଲି ସୁର୍ଜେଓ୍ବାଲା କହିଛନ୍ତି । କେବଳ କର୍ଣ୍ଣାଟକ ନୁହେଁ ବରଂ ଆସାମ, ମଣିପୁର, ତ୍ରିପୁରା, ଗୋଆ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ…

Read More

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ନିଜ ପଦବୀରୁ  ଇସ୍ତଫା ଦେବା ପରେ ବି କଂଗ୍ରେସରେ ଇସ୍ତଫା ଦେବା ପର୍ବ ପ୍ରକ୍ରିୟା ଜାରି ରହିଛି । ଦଳର ରାଷ୍ଟ୍ରୀୟ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ସିନ୍ଧିଆଙ୍କୁ କଂଗ୍ରେସର ମହାସଚିବ କରାଯାଇଥିଲା । ଲୋକସଭା ନିର୍ବାଚନରେ କଂଗ୍ରେସର ବିଫଳତା ପରେ ଦଳର ପରାଜୟ ପାଇଁ ବରିଷ୍ଠ ନେତାମାନେ ନିଜକୁ ଦାୟୀ କରି ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି ।  ଇଣ୍ଡିଆନ୍‌ ଯୁବ କଂଗ୍ରେସର ସଭାପତି କେଶବ ଚନ୍ଦ୍ର ଯାଦବ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ସାରିଛନ୍ତି ।  ସେହିପରି ଦଳର ପ୍ରଭାରୀ ଦୀପକ ବାବରିଆ, ବିବେକ ତନଖା ମଧ୍ୟ ନିଜ ପଦବୀ ଛାଡିଛନ୍ତି । ତେବେ ଏହି ସମସ୍ତ ଇସ୍ତଫାକୁ କଂଗ୍ରେସର ନୂଆ ଅଧ୍ୟକ୍ଷଙ୍କ ଦ୍ୱାରା ସ୍ୱୀକୃତି ମିଳିବ…

Read More

ଶନିବାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ବଡ ଠକେଇର ସୂଚନା ମିଳିଛି । ଭୂଷଣ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍‌ର ଆକାଉଣ୍ଟରେ 3805 କୋଟି ଟଙ୍କାର ଠକେଇ ହୋଇଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ସେୟାର ବଜାର ଜରିଆରେ ଏହି ଠକେଇ କରାଯାଇଛି । ଏହି ଅଡିଟ୍‌ ପରେ ପୋଲିସ୍‌ ପକ୍ଷରୁ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି । ଭୂଷଣ ପାଓ୍ବାର ପକ୍ଷରୁ 1932 କୋଟିର ଋଣ ନିଆଯାଇଛି । ଏହା ସହିତ ଆରବିଆଇ ପକ୍ଷରୁ ଅନ୍ୟ 12ଟି କମ୍ପାନୀର ନାମ ମଧ୍ୟ ଘୋଷଣା କରାଯାଇଛି । ଏହି ମାମଲାରେ ଭୂଷଣ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ସୂଚନାଯୋଗ୍ୟ ଯେ, ଗତବର୍ଷ ପିଏନ୍‌ବିରୁ ନୀରବ ମୋଦି 13 ହଜାର କୋଟିର ଋଣ ନେଇ ପଳାୟନ କରିଥିଲେ ।

Read More

ଭୁବନେଶ୍ୱରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ ଟ୍ରେଡ୍‌ (ଆଇଆଇଏଫ୍‌ଟି) ସ୍ଥାପନ ପାଇଁ ରାଜ୍ୟ ସରକାର ମାଗଣାରେ 5 ଏକର ଜମି ଯୋଗାଇ ଦେବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ଭିତ୍ତିଭୂମିର ବିକାଶ ଲାଗି 5 କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଏନେଇ ଗତ 3 ତାରିଖରେ ସେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ସହ ଆଲୋଚନା କରିଥିବା ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅପରାଜିତା ଅନୁରୋଧ କରିଛନ୍ତି । ଏହି ଶିକ୍ଷାନୁଷ୍ଠାନ ଖୋଲିଲେ ରାଜ୍ୟରେ ଶିକ୍ଷାର ବିକାଶ ହେବାସହ ରୋଜଗାର ସୁବିଧା ବଢିବ ବୋଲି ଅପରାଜିତା କହିଛନ୍ତି ।

Read More

ନବୀନ ସରକାର ମନ୍ତ୍ରୀମାନଙ୍କ ପାଇଁ ଆଜି ପୂରୁଛି ଏକମାସ ସମୟ । ଏହା ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି । ଇସ୍ତାହାରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ, କେଉଁ ବିଭାଗରେ କେଉଁ କାମକୁ ପ୍ରାଥମିକତା ଦିଆଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଅନେକ ମନ୍ତ୍ରୀ ।କିଛି ମନ୍ତ୍ରୀ କାମ ଆରମ୍ଭ ବି କରିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ କିପରି ପର୍ଯ୍ୟଟନ ଶିଳ୍ପରେ ସାମିଲ କରାଯାଇପାରିବ, ସେ ନେଇ ବିଭାଗ ପ୍ରସ୍ତୁତ କରିଥିବା ରୋଡମ୍ୟାପ୍‌ ଶନିବାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ସେହିପରି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ ନିଜ ବିଭାଗରେ ନେଇଥିବା ନୂଆ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପରୀକ୍ଷା ଓ ପାସ୍‌ ଫେଲ ବ୍ୟବସ୍ଥା…

Read More

ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟରେ ଏବେ ବର୍ଷା ଜାରି ରହିଛି । ଏହା ସହିତ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଦୁଇ ଦିନ ଧରି ବର୍ଷା ଲାଗି ରହିଛି । ଆଜି ବର୍ଷାର ପରିମାଣ ହ୍ରାସ ପାଇବ ବୋଲକି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପୁଣି 9 ଓ 10 ତାରିଖରେ ବର୍ଷାର ପରିମାଣ ବଢ଼ିପାରେ । ଲଘୁଚାପ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବିହାର ଓ ଝାରଖଣ୍ଡ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ନଥିଲେ ମଧ୍ୟ ମୌସୁମି ଟ୍ରଫ୍‌ ଲାଇନ୍ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ…

Read More