Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ବାଭିମାନର ବିଚିତ୍ର ଗଣନାଟ୍ୟ ଓ ଏହି ନାଟକର ଚିର ପରାଜିତ “ବିଜୟ”
ବିଶେଷ ଖବର

ସ୍ବାଭିମାନର ବିଚିତ୍ର ଗଣନାଟ୍ୟ ଓ ଏହି ନାଟକର ଚିର ପରାଜିତ “ବିଜୟ”

July 8, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସ୍ବାଭିମାନର ବିଚିତ୍ର ଗଣନାଟ୍ୟ ଓ ଏହି ନାଟକର ଚିର ପରାଜିତ “ବିଜୟ"
ସ୍ବାଭିମାନର ବିଚିତ୍ର ଗଣନାଟ୍ୟ ଓ ଏହି ନାଟକର ଚିର ପରାଜିତ “ବିଜୟ"

ସତୀଶ ମିଶ୍ର

(ଏବେ ହଠାତ “ସ୍ଵାଭିମାନ” “ଅଭିମାନ’ ଓ ବାସ୍ତବ ବିରୋଧୀ ହେବା ପ୍ରସଙ୍ଗ ଚର୍ଚ୍ଚା କୁ ଆସିଛି। ୨୦ ବର୍ଷରେ ଚାରୋଟି ଦଳ ବଦଳ କରିଥିବା ଓ ବାରମ୍ବାର ଗୋଟିଏ ଦଳକୁ ଛାଡୁଥିବା ଓ ଧରୁଥିବା ବିଜୟ ମହାପାତ୍ର ଏବେ “ସ୍ଵାଭିମାନ” ପ୍ରସଙ୍ଗ ଉଠାଉଛନ୍ତି। ତେବେ କଣ ଏ ପ୍ରସଙ୍ଗର ବାସ୍ତବତା? ସତରେ ଏହା ସ୍ବାଭିମାନର ଲଢେଇ ନା ସ୍ଵାର୍ଥର ଆତସବାଜି? ଗୋଟେ ପକ୍ଷରେ ବିଜୟ ଯେଉଁ ଦଳରୁ ଲଢୁଛନ୍ତି ସେ ଦଳ ସହିତ ବିଜେଡ଼ିର ଖୋଲା ବୁଝାମଣା ହୋଇସାରିଥିବା ବେଳେ ଏଠି ଏକ ମିଛ ପ୍ରହେଳିକା ରଚନା କରାଯାଉଛି। ବିଜେପି ବିଜେଡ଼ିର ସହଯୋଗୀ ହୋଇକି ଥିବା ବେଳେ ବିଜୟ ମହାପାତ୍ର କେଉଁ ସର୍ତ୍ତରେ ବିରୋଧୀ ଭୂମିକା ନେବେ? ଏଇ ସବୁ ପ୍ରସଙ୍ଗକୁ ନେଇ ସତୀଶ ମିଶ୍ରଙ୍କର ଏକ ଆଲୋଚନା। )         

ବିଜୁଙ୍କ ଅବର୍ତ୍ତମାନରେ ସେ ସମୟର ଜନତା ପାର୍ଟିର ନେତାମାନେ,ଯେଉଁମାନେ ଆଜି ନବୀନ ପଟ୍ଟନାୟକଙ୍କ ଘୋର ନିନ୍ଦୁକ; ସେଇମାନେ ହିଁ ନବୀନଙ୍କ ସାହାଯ୍ୟ ଲୋଡିଥିଲେ। କ୍ୟାପଟେନ ହେବାକୁ ନିମନ୍ତ୍ରଣ କରିଥିଲେ। କାରଣ,ତାଙ୍କୁ ଲାଗୁଥିଲା “ଦାସ ପାଖରେ ସମ୍ରାଟ ହେବାର ଯୋଗ୍ୟତା ନଥାଏ”।ଅପର ପଟେ ନବୀନଙ୍କ ଯୋଗ୍ୟତା,ଅନୁଭବ ଓ ପାରିବାପଣିଆ କୁ ନେଇ ବିଭିନ୍ନ ସନ୍ଦେହାତ୍ମକ ବାର୍ତ୍ତା ବି ପହଂଚାଉ ଥିଲେ ମିଡ଼ିଆ ମାଧ୍ୟମରେ ।

ଏଣେ ପ୍ରତିଯୋଗିତା ଚାଲିଥାଏ
କିଏ ହେବ ଭାଇସ କ୍ୟାପଟେନ !

ଆଗରୁ ତ ନବୀନଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନବାଚୀ ତିଆରି ସରିଥାଏ-ତେଣୁ ଭାଇସ କ୍ୟାପଟେନ ସର୍ବେସର୍ବା ଏବଂ ନବୀନ ଶାଳଗ୍ରାମ ହେବେ ବୋଲି ଲୋକେ ଧରିନେଇ ଥାଆନ୍ତି-ଏବଂ ଅସୁଖିବି ଥାଆନ୍ତି। ମନେ ହେଉ ଥାଏ ବିଜୁ ବାବୁଙ୍କ ନିରୀହ ଦାୟାଦ ବ୍ଲାକ ମେଲ୍ ହେବାକୁ ଯାଉଛନ୍ତି। କାରଣ ତା ପୂର୍ବ ୧୯୯୫ ନିର୍ବାଚନରେ ବିଜୁ ବାବୁଙ୍କର ଜନତା ପାର୍ଟି ଜିତିବାର ସବୁ ସମ୍ଭାବନା ଥାଇ ମଧ୍ୟ ବହୁ ସ୍ଥାନରେ ନିଜ ଦଳର ଅସନ୍ତୁଷ୍ଟ କର୍ମୀଙ୍କୁ ସ୍ୱାଧୀନ ପ୍ରାର୍ଥୀ କରେଇ ଜନତା ପାର୍ଟିର ଭୋଟ ବିଭାଜନ କରି କଂଗ୍ରେସ ଦଳକୁ କ୍ଷମତାସୀନ କରିବାରେ ବିଜୟ ମହାପାତ୍ର ମୁଖ୍ୟ ବୋଲି ଚର୍ଚ୍ଚା ଥମି ନଥାଏ।

ଏଣେ ବିଜୟ ମହାପାତ୍ରଙ୍କର ଚାଲି,ଠାଣି,ବଡ଼ି ଲାଙ୍ଗୁଏଜ ବି ବଦଳି ସାରିଥାଏ। ପୂର୍ବ ପରିଚିତିର ଫାଇଦାରେ ସେ ହିଁ କେବଳ ଭାଷୁଥାନ୍ତି ମିଡିଆରେ ।
ସେ ବେଳରେ ଘଡିସନ୍ଧି ସମୟରେ ବିଜୟଙ୍କ ଟିକେଟକୁ ବାତିଲ କରି ନବୀନ ରାତାରାତି ଲୋକଙ୍କ ଆଗରେ ତାଙ୍କ ବିଷୟରେ ଅଙ୍କା ଯାଇଥିବା ଛବିକୁ ବଦଳେଇ ପାରିଲେ। ଲୋକଙ୍କର ପ୍ରିୟ ଏବଂ ଆସ୍ଥାଭାଜନ ମଧ୍ୟ ହୋଇ ପାରିଲେ। ଲୋକେ ତାଙ୍କ ଦକ୍ଷତା ଓ ପାରିବାପଣିଆକୁ ସେହି ଘଟଣାର ପୃଷ୍ଠଭୂମିରେ ହିଁ ଭରସା କଲେ।

ଯଦି ବିଜୟଙ୍କ ଉପରେ ଲୋକେ ସତରେ ଆସ୍ଥା ସ୍ଥାପନ କରି ଥାଆନ୍ତେ ତେବେ ନବୀନଙ୍କ ନେତୃତ୍ୱକୁ ଗଡେଇ ଦେଇ ଥାଆନ୍ତେ। ବରଂ ନବୀନଙ୍କ ନିରନ୍ତର ଛଟେଇ ପ୍ରକ୍ରିୟାକୁ ଲୋକଙ୍କର ଅକୁଣ୍ଠ ସମର୍ଥନ ମିଳି ଚାଲିଲା।

ଏପଟେ ବିଜୟ ମହାପାତ୍ର ନିଜ ଅହଂ ରେ ଅନ୍ଧ ହୋଇ ଦଳ ପରେ ଦଳ ବଦଳେଇ”ମା ବେଙ୍ଗର ପେଟ ଫାଟିଲା” ପରି ଅବସ୍ଥାରେ ପହଞ୍ଚି ଗଲେ । ଏପରିକି ଚଳିତ ନିର୍ବାଚନର ଅଳ୍ପ ଦିନ ପୂର୍ବରୁ ନିଜ ଦଳ ବିଜେପିକୁ କଟୁ ଟିପ୍ପଣୀ ଦେଇ ସେ ଇସ୍ତଫା ଦେଲେ ଏବଂ ନବୀନହିଁ ତାଙ୍କ ଶେଷ ଆଶା ବୋଲି ପ୍ରତୀୟମାନ ହେଲା ।

କିନ୍ତୁ ପୁଣି କଣ ହେଲା ? ବାଟ ପାଇଲେନି ସେଇ ବିଜେଡିକୁ ଫେରିବାକୁ। ଅବଶ୍ୟ ଏବେବି ତାଙ୍କର କିଛି ସମର୍ଥକ କୁହନ୍ତି-ଏହା ସ୍ୱାଭିମାନର ଲକ୍ଷଣ ଅଟେ ।

ହାରିବା ଭୟ ବା ଅନ୍ୟ କୌଣସି କାରଣରୁ ସେ ନିଜର ପୁରୁଣା ନିର୍ବାଚନ ମଣ୍ଡଳୀ ଛାଡି ସାରିଛନ୍ତି। ଏବେ କୁହାଯାଉଛି, ବିଜୟଙ୍କ ସହ ଲଢ଼ୁଛନ୍ତି ନବୀନ ପଟ୍ଟନାୟକ। ଗତ କୋଡିଏ ବର୍ଷ ଧରି ତାଙ୍କୁ ବିଧାନ ସଭା ବାହାରେ ରଖିବାର ଚକ୍ରାନ୍ତ ହୋଇଛି; କାରଣ କଣ ? ୟାର ଉତ୍ତର ମଧ୍ୟ ଆଉ ଗୋଟିଏ ଗପ। କାରଣ-ସେ ସ୍ୱାଭିମାନୀ !!!ହା, ବାସ୍ତବ ସତ୍ୟ ହେଉଛି;  ବିଜୟ ନିର୍ବାଚନ ଲଢି ବାରମ୍ବାର ହାରୁଛନ୍ତି। ଏଇଟା ଗଣତନ୍ତ୍ର । ଲୋକେ ଭୋଟ ଦେବେ।

ପୁଣି କୁହା ଯାଉଛି ଯେ ନବୀନ ବାବୁ ବିଜୟଙ୍କ ବିରୁଦ୍ଧରେ ସମସ୍ତ ବଳ ପ୍ରୟୋଗ ଆରମ୍ଭ କଲେଣି। ଏଥିରେ ଆଶ୍ଚର୍ଯ୍ୟ ହେବାରେ କଣ ଅଛି ! ବିଜେଡି କଣ ନିଜ ପ୍ରାର୍ଥୀକୁ ହରେଇବା ପାଇଁ କାମ କରନ୍ତା ନା କଣ ?

ଦ୍ଵିତୀୟରେ ବିଜୟଙ୍କ ବିଜେପି କଣ ଏତେ ନିର୍ବଳ, ଦୁର୍ବଳ ? ସ୍ୱାଭିମାନି ବୋଲି ଯୋଉ ଶବ୍ଦଟାକୁ ପେଟେଣ୍ଟ କଲାପରି ମିଡିଆରେ ବଟା ଚାଲିଛି-ତାର ମାପକାଠି କଣ ? ଖାଆସେ ବିଧାୟକ ଖଣ୍ଡେ ହେବା ପାଇଁ ଯିଏ ଚାରି ଥର ଦଳ ବଦଳ କଲେଣି,କେବଳ ସେତିକି ବି ନୁହେଁ ଟିକେଟ ପାଇଁ ବିଜେଡିରୁ ନାସ୍ତି ବାଣୀ ଶୁଣି ପଦ୍ମ ଧଇଲେ ,ତାଙ୍କୁ ଯଦି ସ୍ୱାଭିମାନୀ କୁହାଯିବ ତେବେ ବହୁରୂପୀ ଏଣ୍ଡୁଅ ବି ଏକଥା ଶୁଣି ଆତ୍ମହତ୍ୟା କରିଦେବ।

ଏ ପ୍ରଚାର ହିଁ ସ୍ପଷ୍ଟ କରୁଛି ଯେ ବିଜୟ ବାବୁ କଣ ହାରୁଛନ୍ତି!

ତେବେ ଅନ୍ତିମ ନିର୍ଣ୍ଣାୟକ ହେଉଛନ୍ତି ପାଟକୁରାର ଭୋଟର। ଏବେ ଶେଷ ନିଷ୍ପତ୍ତି ସେମାନେ ହିଁ ନେବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026

ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

June 19, 2026

ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

June 18, 2026
Latest News

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ 

June 19, 2026

ବ୍ରହ୍ମପୁର: ଜୁନ ୨୧ ରେ ଭବ୍ୟ ସମାରୋହରେରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ – ୨୦୨୬”

June 19, 2026

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.