Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାକୁମ୍ଭ ପାଇଁ ପ୍ରୟାଗରାଜ ବିମାନବନ୍ଦର ମୁଖ୍ୟ ପ୍ରବେଶ ପଥରେ ପରିଣତ
ଆଜିର ଖବର

ମହାକୁମ୍ଭ ପାଇଁ ପ୍ରୟାଗରାଜ ବିମାନବନ୍ଦର ମୁଖ୍ୟ ପ୍ରବେଶ ପଥରେ ପରିଣତ

January 29, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରୟାଗରାଜ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ନେତୃତ୍ୱରେ ପ୍ରୟାଗରାଜ ବିମାନବନ୍ଦର ସଂସ୍କୃତି ଓ ଭକ୍ତିର ସହର ତଥା ମହାକୁମ୍ଭ ମହୋତ୍ସବକୁ ଆସିବା ପାଇଁ ଏକ ପ୍ରମୁଖ ପ୍ରବେଶ ପଥରେ ପରିଣତ ହୋଇପାରିଛି। ୧୩ ଜାନୁୟାରୀରୁ ୨୬ ଫେବୃୟାରୀ ମଧ୍ୟରେ ମହାକୁମ୍ଭକୁ ଭକ୍ତମାନଙ୍କ ଆଗମନ ପାଇଁ ସମ୍ପ୍ରସାରଣ କାମ କରାଯାଇଛି।

ଉପଯୁକ୍ତ ପ୍ଲାନିଂ ଓ ସମନ୍ୱୟ କାରଣରୁ ପ୍ରୟାଗରାଜ ବିମାନବନ୍ଦରକୁ ସମ୍ପ୍ରସାରିତ କରାଯାଇଛି। ଗତବର୍ଷ ଡିସେମ୍ବର ୮ ତାରିଖରେ ରାମ ମୋହନ ନାଇଡୁ ଟର୍ମିନାଲ ସମ୍ପ୍ରସାରଣ, ମରାମତି କାର୍ଯ୍ୟ, ଯାତ୍ରୀ ସୁବିଧା ପରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ରାଜ୍ୟ ସରକାର, ଡିଜିସିଏ, ବିସିଏଏସ, ଏଏଆଇ ସହ ନିୟମିତ ସମୀକ୍ଷା ବୈଠକ କାରଣରୁ ସମୟ ଭିତରେ ବିଭିନ୍ନ ପ୍ରକଳ୍ପ କାମ ସରିଛି। ଚଳିତବର୍ଷ ଜାନୁୟାରୀ ୯ ତାରିଖରେ ରାଷ୍ଟ୍ରମନ୍ତ୍ରୀ ମୂରଲୀଧର ମୋହଲ ପ୍ରୟାଗରାଜ ବିମାନବନ୍ଦରର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବି କରିଥିଲେ।

ଚଳିତବର୍ଷ ଜାନୁୟାରୀରେ ୮୧ଟି ଅତିରିକ୍ତ ନୂଆ ବିମାନ ସେବା ଲାଗୁ କରାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରୟାଗରାଜକୁ ମାସିକ ୮୦ ହଜାର ସିଟ ବିଶିଷ୍ଟ ୧୩୨ଟି ବିମାନ ସେବା ଜାରି କରାଯାଇଛି। ସାରା ଦେଶର ୧୭ଟି ସହରରୁ ପ୍ର୍ରୟାଗରାଜ ସହ ସିଧା ସଳଖ ବିମାନ ସେବା ପରିବର୍ଦ୍ଧିତ କରାଯାଇଛି ଯାହା ଡିସେମ୍ବରରେ ମାତ୍ର ୮ଟି ଭିତରେ ସୀମିତ ରହିଥିଲା। ଶ୍ରୀନଗର ଓ ବିଶାଖାପାଟଣା ସମେତ ସାରା ଦେଶର ୨୬ଟି ସହର ସହ ସିଧା ସଳଖ ବିମାନ ଉଡାଣ ହୋଇ ପ୍ରୟାଗରାଜକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସିପାରୁଛନ୍ତି।

ମହାକୁମ୍ଭ ଅବସରରେ ବିଭିନ୍ନ ସ୍ନାନ ପାଇଁ ଭକ୍ତମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ବିମାନ ଭଡା ବି ଅପରିବର୍ତିତ ରଖାଯାଇଛି। ୨୯ ଜାନୁୟାରୀ, ୩ ଫେବୃୟାରୀ, ୪ ଫେବୃୟାରୀ, ୧୨ ଫେବୃୟାରୀ, ୨୬ ଫେବୃୟାରୀରେ ସାହି ସ୍ନାନ ସହ ବିଭିନ୍ନ ସ୍ନାନର ବିଧି ରହିଛି। ଏଥିପାଇଁ ଆବଶ୍ୟକୀୟ ବନ୍ଦୋବସ୍ତ କରିବାକୁ ଡିଜିସିଏକୁ କୁହାଯାଇଥିବା ସୂଚନା ମିଳିଛି।

ତଦନୁସାରେ ଅହମଦାବାଦକୁ ସଂଯୋଗ କରି ୨୮ ଓ ୨୯ ଜାନୁୟାରୀରେ ଆକାଶ ଏୟାର ପକ୍ଷରୁ ବିମାନ ସେବା ଆରମ୍ଭ କରାଯିବ। ଫେବୃୟାରୀରେ ଅହମଦାବାଦରୁ ୯ଟି ବିମାନ ଓ ବେଙ୍ଗାଳୁରୁରୁ ପ୍ରୟାଗରାଜକୁ ଚାରି ହଜାର ସିଟ ବିଶିଷ୍ଟ ୧୨ଟି ବିମାନ ସେବା ଆରମ୍ଭ କରାଯିବ।

ଦିଲ୍ଲୀ, ଚେନ୍ନାଇ, ଗୁଆହାଟି, ବେଙ୍ଗାଳୁରୁ, ଅହମଦାବାଦ, ମୁମ୍ବାଇ, ଜୟପୁର, ହାଇଦ୍ରାବାଦରୁ ପ୍ରୟାଗରାଜକୁ ଫେବୃୟାରୀ ସୁଦ୍ଧା ୪୩ ହଜାର ସିଟ ବୃଦ୍ଧି କରାଯାଇ ସ୍ପାଇସ ଜେଟ ବିମାନ ସେବା ଆରମ୍ଭ ହେବାର ରହିଛି।

ମହାକୁମ୍ଭ ସମୟରେ ବିଭିନ୍ନସ୍ଥାନରୁ ପ୍ରୟାଗରାଜକୁ ବିମାନ ସେବା ଦ୍ୱାରା ଅଧିକରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯିବା ଆସିବା କରିପାରିବେ। ପ୍ରୟାଗରାଜକୁ ଅଧିକ ବିମାନସେବା ଦ୍ୱାରା ବିମାନ ଭଡା ବୃଦ୍ଧି ଜନିତ ଚାପ ହ୍ରାସ ହୋଇପାରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲାଗି ପଥ ସୁଗମ ହୋଇଯିବ।

ମହାକୁମ୍ଭ ସମୟରେ ସପ୍ତାହକ ମଧ୍ୟରେ ୩୦, ୧୭୨ ଜଣ ଯାତ୍ରୀଙ୍କୁ ନେଇ ୨୨୬ଟି ବିମାନ ଚଳାଚଳ କରିଛି। ପ୍ରଥମଥର ପାଇଁ ଗୋଟିଏ ଦିନରେ ୫ ହଜାର ଯାତ୍ରୀ ଯିବା ଆସିବା କରିବାର ରେକର୍ଡ ସୃଷ୍ଟି ହୋଇଛି। ୧୦୬ ବର୍ଷ ଭିତରେ ୨୪ ଘଂଟିଆ ବିମାନ ସେବା ଲାଗି ରାତିରେ ବି ବିମାନ ଚଳାଚଳ ଆରମ୍ଭ କରାଯାଇଛି।

ବିମାନ ବନ୍ଦରର ଟର୍ମିନାଲକୁ ୬, ୭୦୦ ସ୍କୋୟାର ମିଟରରୁ ୨୫, ୫୦୦ ସ୍କୋୟାର ମିଟରକୁ ବୃଦ୍ଧି କରାଯାଇଛି। ପୁରୁଣା ଟର୍ମିନାଲ ୫୪୦ରୁ ୧,୦୮୦ ଯାତ୍ରୀଙ୍କୁ ହ୍ୟାଣ୍ଡଲ କରିପାରିବାର କ୍ଷମତା ବହନ କରିଛି। ନୂଆ ଟର୍ମିନାଲରେ ଏବେ ୧,୬୨୦ ଯାତ୍ରୀଙ୍କୁ ହ୍ୟାଣ୍ଡଲ କରାଯାଇ ପାରୁଛି। ୨୦୦ରୁ ୬୦୦ ଯାନ ପାର୍କିଂ କରିପାରିବାର ବି ବ୍ୟବସ୍ଥା କରାଯାଇଛି। ୮ରୁ ୪୨କୁ ଚେକ-ଇନ କାଉଂଟର ବୃଦ୍ଧି କରାଯାଇଛି। ୪ରୁ ୧୦କୁ ଏକ୍ସବିଆଇଏସ ଓ ଏଚବି ମେସିନ ବୃଦ୍ଧି କରାଯାଇଛି। ଅତିରିକ୍ତ ଟ୍ୟାକ୍ସି ଟ୍ରାକ ସହ ୪ରୁ ୧୫କୁ ପାର୍କିଂ ବେ ବୃଦ୍ଧି, ୨ରୁ ୫କୁ କନଭେୟର ବେଲ୍ଟ ବୃଦ୍ଧି, ୪ରୁ ୧୧କୁ ବିମାନ ବନ୍ଦର ଗେଟ ସଂଖ୍ୟାରେ ବୃଦ୍ଧି ପରି ବିଭିନ୍ନ ପଦକ୍ଷେପ ନିଆଯାଇଛି।

ଏଫ ଆଣ୍ଡ ବି କାଉଂଟର ସଂଖ୍ୟା ବୃଦ୍ଧି କରାଯାଇଛି। ଉଡାନ ଯାତ୍ରୀ କାଫେ ଦ୍ୱାରା ଏହି ବନ୍ଦୋବସ୍ତ କରାଯାଇଛି। ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରି ପେଡ ଟ୍ୟାକ୍ସି କାଉଂଟର ସିଟି ବସ ସର୍ଭିସ ପରି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଆମ୍ବୁଲାନ୍ସ ସେବା ସହ ଏୟାର ଆମ୍ବୁଲାନ୍ସ ସେବାକୁ ବି ବୃଦ୍ଧି କରାଯାଇଛି।

ଚଳିତ ମହକୁମ୍ଭକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉତରପ୍ରଦେଶ ସରକାରଙ୍କ ସହଯୋଗକ୍ରମେ ଏସବୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

October 29, 2026

୧୫ ବର୍ଷ ବୟସରେ WPL କଣ୍ଟ୍ରାକ୍ଟ ପାଇଲେ ଉମା କାଶ୍ୱୀ: ବୈଭବ ସୂର୍ଯ୍ୟବଂଶୀ ଭଳି ରଚିଲେ ଇତିହାସ

October 29, 2026

ଦୀପାବଳୀ ପୂର୍ବରୁ ଫ୍ଲାଇଟ୍ ଟିକେଟ୍ ଦର ଆକାଶ ଛୁଆଁ: ୭ ଗୁଣା ପର୍ଯ୍ୟନ୍ତ ବୃଦ୍ଧି

October 29, 2026

ଏମିତି କଲେ ଜୀବନ ସାରା ମିଳିବନି ସରକାରୀ ଚାକିରି: ଚରିତ୍ର ପ୍ରମାଣପତ୍ରରେ ଲାଗିବ ଦାଗ

October 29, 2026
Latest News

ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

October 29, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର

October 29, 2026

୧୫ ବର୍ଷ ବୟସରେ WPL କଣ୍ଟ୍ରାକ୍ଟ ପାଇଲେ ଉମା କାଶ୍ୱୀ: ବୈଭବ ସୂର୍ଯ୍ୟବଂଶୀ ଭଳି ରଚିଲେ ଇତିହାସ

October 29, 2026

ନଭେମ୍ବର ୨ରୁ ମାଟ୍ରିକ ପରୀକ୍ଷା ଫର୍ମପୂରଣ ଆରମ୍ଭ

October 29, 2026

ଶ୍ରମନ୍ଦିରରେ ଭକ୍ତଙ୍କ ଧାଡି ଦର୍ଶନ ପାଇଁ ଆରମ୍ଭ ହେଲା ପଦକ୍ଷେପ, ନିର୍ମାଣ ହେଲା କାଠର ବ୍ୟାରିକେଡ

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.