ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକକୁ ପ୍ରତ୍ୟାଖାନ କରିଛନ୍ତି । ପଶ୍ଚିମବଙ୍ଗରେ ମମତା ସରକାର ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି । ପ୍ରଧାନମନ୍ତ୍ରୀ ମୋଦି ଦ୍ବିତୀୟବାର ସରକାର ଗଠନ କରିବା ପରେ ଶପଥ ଗ୍ରହଣ ଉତ୍ସବକୁ ମଧ୍ୟ ମମତା ମନା କରିଥିଲେ । ଏବେ ‘ଏକ ଦେଶ, ଏକ ନିର୍ବାଚନ’ ନେଇ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ କରିବାକୁ ମନା କରିଛନ୍ତି ମମତା । ଜୁନ୍ ୧୯ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସବୁ ବିପକ୍ଷ ତଥା ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି । ମମତା ବାନାର୍ଜୀ ଏହି ବୈଠକରେ ସାମିଲ୍ ନ ହେବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ମମତା କହିଛନ୍ତି ଯେ, ସରକାର ଏହି ସଂକ୍ରାନ୍ତୀୟ ଏକ ଶ୍ବେତ ପତ୍ର ଆଣିବା ଜରୁରୀ ।…
Author: Samikhsya Bureau
ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ନେଇଛନ୍ତି ଦୃଢ଼ ପଦକ୍ଷେପ। ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଭ୍ରଷ୍ଟାଚାର ଉପରେ ବେଶ୍ ଦୃଢ ହୋଇଥିବାର ଦେଖାଯାଇଛି । ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି ସରକାର । ମୁଖ୍ୟ ଆୟୁକ୍ତ, ଆୟୁକ୍ତ ଓ ଅତିରିକ୍ତ ଆୟୁକ୍ତ ସ୍ତରର ଅଧିକାରୀମାନେ ଏହି ଲିଷ୍ଟ୍ରେ ସାମିଲ୍ ଅଛନ୍ତି । ଏହି ସମସ୍ତଙ୍କ ବିରୋଧରେ ଭ୍ରଷ୍ଟାଚାର, ଲାଞ୍ଚ କାରବାରର ଅଭିଯୋଗ ରହିଛି । ୧୮ ଜୁନ୍ରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଏବଂ ସେବା ବିଭାଗର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରିନ୍ସିପାଲ୍ କମିଶନର ଡ. ଅନୁପ୍ ଶ୍ରୀବାସ୍ତବ, କମିଶନର ଅତୁଲ ଦୀକ୍ଷିତ୍, କମିଶନର ସଂସାର ଚନ୍ଦ୍ର, କମିଶନର ହର୍ଷା, କମିଶନର ବିନୟ ବ୍ରିଜ ସିଂହ, ଆଡିସନାଲ୍ କମିଶନର୍ ଅଶୋକ ମହିନ୍ଦା, ଆଡିସନାଲ୍ କମିଶନର୍ ବୀରେନ୍ଦ୍ର ଅଗ୍ରଓ୍ବାଲ, ଡେପୁଟି କମିଶନର୍ ଅମରେଶ୍ ଜୈନ୍,…
ଦୀର୍ଘ ସମୟ ଧରି ମୌନବ୍ରତ ଅବଲମ୍ବନ କରିଥିବା କଂଗ୍ରେସ ପରିଶେଷରେ ଲୋକସଭାରେ ନିଜ ନେତାକୁ ଚୟନ କରିଛି । ଦଳ ତରଫରୁ ପଶ୍ଚିମବଙ୍ଗର ସାଂସଦ ଅଧୀର ରଂଜନ ଚୌଧୁରୀକୁ ଦଳ ନେତା ଚୟନ କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଏହି ପଦ ଗ୍ରହଣକୁ ପ୍ରତ୍ୟାଖାନ କରିବା ପରେ ଅଧୀରଙ୍କ ନାମକୁ ଚୟନ କରିଛି ଦଳ । ମଙ୍ଗଳବାର ଦିନ ଦୀର୍ଘ ରାଜନୈତିକ ଚର୍ଚ୍ଚା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ରାହୁଲ୍ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଉପସ୍ଥିତିରେ ଏହା ନିର୍ଣ୍ଣୟ କରାଯାଇଛି । ଚୌଧୁରୀଙ୍କକୁ ବିପକ୍ଷ ଦଳର ନେତା ଭାବେ ଚୟନ କରାଯାଇ ଏକ ପତ୍ର ପ୍ରେରଣ କରାଯାଇଛି । ଏହି ପତ୍ରରେ ସେ ସମସ୍ତ ମହତ୍ତ୍ବପୂର୍ଣ୍ଣ ଚୟନ ସମିତିରେ ପାର୍ଟିର ପ୍ରତିନିଧିତ୍ବ କରିବା ପାଇଁ ଉଲ୍ଲେଖ କରାଯାଇଛି । ଚୌଧୁରୀ ପଶ୍ଚିମବଙ୍ଗର ବରହମପୁରର ସାଂସଦ ରହିଛନ୍ତି । ସେହିପରି ରାଜ୍ୟସଭାରେ ବିରୋଧୀ ନେତା ଭାବେ…
ବିହାରରେ ଶିଶୁ ମୃତ୍ୟୁକୁ ନେଇ ସଙ୍ଗୀନ ଅବସ୍ଥା ରହିଥିବାବେଳେ ନେତାମାନଙ୍କର ବୟାନାବାଜି ଏହାକୁ ରାଜନୀତି ରଙ୍ଗ ଦେଉଛି । ୧୨୯ ପାଖାପାଖି ଶିଶୁ ମସ୍ତିଷ୍କ ଜ୍ବରରେ ମୃତ୍ୟୁବରଣ କରିଥିବାବେଳେ ୪୦୦ ପାଖାପାଖି ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ରହିଛନ୍ତି । ଏହି ରୋଗର ନିରାକରଣ କରିବାରେ ସରକାର ବିଫଳ ରହିଥିବାବେଳେ ନେତାମାନଙ୍କର ବୟାନବାଜି ବିବାଦ ସୃଷ୍ଟି କରୁଛି । ଭାରତୀୟ ଜନତା ପାର୍ଟିର ସାଂସଦ ଅଜୟ ନିଷାଦ ଏହି ରୋଗକୁ ନେଇ ଦାୟିତ୍ବହୀନ ବୟାନବାଜି କରିଛନ୍ତି । ଏହି ରୋଗ ପାଇଁ ୪ଜୀକୁ ସେ ଦାୟୀ କରିଛନ୍ତି । ତାଙ୍କ ମତରେ ଏହି ରୋଗ ପାଇଁ ଗାଁଓ୍ବ (ଗାଁ), ଗରମୀ(ଗରମ), ଗରୀବ୍ (ଗରିବ) ଓ ଗନ୍ଦଗୀ (ଅସନା)କୁ ଦାୟୀ କରିଛନ୍ତି । ବିଜେପି ସାଂସଦ କହିଛନ୍ତି ଯେ, ଏହି ରୋଗ ପଛୁଆ ଜାତି ତଥା ସମାଜର ଲୋକଙ୍କୁ ଏହି ବେମାରୀ ହେଉଛି । ସେମାନଙ୍କର ରହିବା ତଥା ଚଳିବା…
ମହାରାଷ୍ଟ୍ରର ଶିରିଡି ସାଇ ମନ୍ଦିର ଟ୍ରଷ୍ଟ ସବୁଠୁ ଧନୀ ଟ୍ରଷ୍ଟ ମଧ୍ୟରେ ଅନ୍ୟତମ । ଏହି ମନ୍ଦିରକୁ ମିଳୁଥିବା ଦାନ ପରିମାଣ ସବୁଠୁ ଅଧିକ । କଏନ୍କୁ ନେଇ ଚିନ୍ତାରେ ରହିଛି ଶିରିଡି ସାଇ ମନ୍ଦିର । ମନ୍ଦିର ଦାନ ପେଟିରୁ ପ୍ରତି ସପ୍ତାହରେ ୧୪ ଲକ୍ଷ ଟଙ୍କାର କଏନ୍ ମିଳୁଛି। ତେବେ ଏତେ ସଂଖ୍ୟକ କଏନ୍ ବଦଳାଇବା କାଠିକର ପାଠ ପ୍ରତି ସପ୍ତାହରେ ମନ୍ଦିରର ଦାନ ପେଟି ଦୁଇଥର ଖୋଲା ଯାଇଥାଏ। ଥରକେ ଏଥିରୁ ୨କୋଟିରୁ ଅଧିକ ଟଙ୍କା ମିଳିଥାଏ। ସେଥିମଧ୍ୟରେ ୭ ଲକ୍ଷ ଟଙ୍କା ପାଖାପାଖି କଏନ୍ ରହିଥାଏ। ଏହି କଏନ୍କୁ ବଦଳାଇବା ପାଇଁ ଏବେ ବ୍ୟାଙ୍କ ମନା କରୁଛନ୍ତି। କାରଣ ସେମାନଙ୍କ ପାଖରେ କଏନ୍ ରଖିବା ପାଇଁ ସ୍ଥାନର ଅଭାବ ଦେଖାଦେଇଛି। ଏହି ମନ୍ଦିରକୁ କେବଳ ଦେଶ ଭିତରର ଲୋକ ପୂଜା ପାଇଁ ଯାଇନଥାନ୍ତି । ବିଦେଶୀଙ୍କ ସମାଗମ ମଧ୍ୟ ଏଠାରେ ପ୍ରବଳ ଅନୁଭୂତ ହୁଏ ।…
ସମୀକ୍ଷା ବ୍ୟୁରୋ ଓଡିଶା ବ୍ୟତୀତ ଅନ୍ୟାନ୍ୟ ରାଜ୍ୟ ଗୁଡିକରେ ସମାଜର ଅବହେଳିତ ଶ୍ରେଣୀ ଯଥା- ଅସହାୟ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ରାଶି ବଢୁଥିବା ବେଳେ ଓଡିଶାରେ ଏହା ମାତ୍ର ୩୦୦ ଟଙ୍କାରେ ସୀମିତ ରହିଛି। ମାତ୍ର ୩୦୦ ଟଙ୍କାର ଭତ୍ତା ପାଇ ଜଣେ ବୁଢାଲୋକ ଜୀବନ ଧାରଣ କରିବ କେମିତି? ଏ ପ୍ରସଙ୍ଗରେ ଓଡିଶା ଓଡିଶା ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖାଯାଇଛି। ରାଜ୍ୟର ସାମାଜିକ ଅସହାୟ ବର୍ଗଙ୍କ ଲାଗି ରହିଥିବା ବିଭିନ୍ନ ଭତ୍ତା ଯୋଜନାରେ ଅର୍ଥରାଶି ବୃଦ୍ଧି କରିବା ଲାଗି ସଂଗଠନ ଦାବି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ଅନେକ ଗୁଡିଏ ଗରିବ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଉଥିବା ବେଳେ ଏ ପ୍ରସଙ୍ଗରେ ଅଧିକ ଚିନ୍ତା କରିବା ନିହାତି ଜରୁରୀ। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର କହିବା ମୁତାବକ- ଗଲା ୨୦୦୮ ରୁ ୨୦୧୮ ମସିହା…
ପଶ୍ଚିମବଙ୍ଗରେ ଡାକ୍ତର ଆକ୍ରମଣକୁ ଦେଶ ସାରା ବିରୋଧ ପ୍ରଦର୍ଶନ ପୂର୍ବକ ଡାକ୍ତରମାନେ ଧର୍ମଘଟ କରିଥିଲେ। ଏହି ସମ୍ପର୍କିତ ଏକ ମାମଲା ସୁପ୍ରିମ୍କୋର୍ଟରେ ଦାଏର କରାଯାଇଥିଲା। ଆଜି ସୁପ୍ରିମ୍କୋର୍ଟ ଏହି ଯାଚିକାର ଶୁଣାଣୀ କରି ଏହି ସମ୍ପର୍କିତ ଆଗାମୀ ଶୁଣାଣୀ ଜୁଲାଇରେ ହେବ ବୋଲି ନିଷ୍ପତ୍ତି ଦେଇଛନ୍ତି। ଗତକାଲି ମମତା ସରକାର ଓ ଡାକ୍ତରଙ୍କ ବୈଠକ ସଫଳ ରହିଥିବାବେଳେ ଧାରଣାରୁ ଓହରିଛନ୍ତି ଡାକ୍ତର ସମୂହ। ସୁପ୍ରିମ୍କୋର୍ଟ ଡାକ୍ତରଙ୍କ ସୁରକ୍ଷା ଏକ ବଡ଼ ପ୍ରଶ୍ନ ବୋଲି କହିଛନ୍ତି। ଏହି ମାମଲାରେ ବିସ୍ତୃତ ଶୁଣାଣୀ କରି ଆଦେଶ ଜାରି କରିବା ପାଇଁ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ଦେବା ଉପରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି।
ମଙ୍ଗଳବାରଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଲାଗି ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସମାପନ ହେବା ପରେ ମହାପ୍ରଭୁ ଅଣସରରେ ରହିଛନ୍ତି। ଶ୍ରୀଜୀଉ ମହାସ୍ନାନ ପରେ ଜ୍ବରରେ ପୀଡ଼ିତ ରହିବେ। ଏଥିପାଇଁ ଅଣସର ଘରେ ରହିବେ। ଏହି ସମୟରେ ତାଙ୍କୁ ଓଷୁଦ ଓ ଫୁଲ୍ଲରୀ ତେଲ ଲାଗି ହେବ। ଅଣସର ଘରେ ରହିବା ପରେ ଶ୍ରୀଗୁଣ୍ଡିଚା ଦିନ ଶ୍ରୀଜୀଉ ଅଣସର ଘରୁ ବାହାରି ରଥଯାତ୍ରା କରିବେ। ଶ୍ରୀଜୀଉଙ୍କ ଅଣସର ସମୟରେ ଶ୍ରୀଅଲରାନାଥଙ୍କ ଦର୍ଶନ କରାଯାଇଥାଏ। ମହାପ୍ରଭୁ ଅଣସର ଘରେ ରହିବା ପରେ ଏବେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଟିଦିଅଁ ପୂଜା ପାଇବେ।
ବିହାରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ୧୨୯ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି। ଆଜି ମୁଖ୍ୟମନ୍ତ୍ରୀ ନିତୀଶ୍ କୁମାର୍ ମୁଜାଫର୍ପୁର ଗସ୍ତ କରିଛନ୍ତି। ତେବେ ତାଙ୍କ ଗସ୍ତକୁ ନେଇ ଶିଶୁଙ୍କ ସମ୍ପର୍କୀୟମାନେ ଆକ୍ରୋଶ ପ୍ରକଟ କରିବା ପୂର୍ବକ ତାଙ୍କୁ ବିରୋଧ କରିଛନ୍ତି। ଏହି ଶିଶୁ ମୃତ୍ୟୁକୁ ନେଇ ରାବ୍ରୀ ଦେବୀ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ପ୍ରତିବର୍ଷ ହଜାର ହଜାର ଶିଶୁ ମୃତ୍ୟୁବରଣ କରୁଥିବାବେଳେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଔଷଧ ଓ ଚିକିତ୍ସା ଅଭାବରୁ ଗରିବ ଶିଶୁ ମୃତ୍ୟୁମୁଖରେ ପଡୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ପିକ୍ନିକ୍ କରୁଛନ୍ତି, ସରକାରଙ୍କ ସମ୍ବେଦନା ନାହିଁ। ଶିଶୁ ମୃତ୍ୟୁକୁ ନେଇ ଏନଡିଏ୍କୁ କଟାକ୍ଷ କରି ଏହା ଏନ୍ଡିଏର ଦାୟିତ୍ବହୀନତା ବୋଲି କହିଛନ୍ତି ରାବ୍ରୀ ଦେବୀ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବେପୁରଆ ମନେଭାବ ଓ ଦାୟିତ୍ବହୀନତା ପାଇଁ ୧୦୦ରୁ ଅଧିକ ନିଷ୍ପାପ ଶିଶୁଙ୍କ ମସ୍ତିଷ୍କ ଜ୍ବର ବାହାନାରେ ହତ୍ୟା କରାଯାଉଛି।…
ଚୀନର ସିଚୁଆନ ପ୍ରାନ୍ତରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ଭୂମିକମ୍ପର ଦୁଇଟି ଶକ୍ତିଶାଳୀ ଝଟ୍କା ଲାଗିଛି। ଏହି ଦୁଇଟି ଝଟକାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧୨୩ ଜଣ ଆହତ ହୋଇଥିବା ଖବର ମିଲିଛି। ଚୀନର ଭୂକମ୍ପ କେନ୍ଦ୍ର ସିଇଏନ୍ସି ଅନୁଯାୟୀ ଭୂମିକମ୍ପର ରିକ୍ଟର ସ୍କେଲ୍ରେ ତୀବ୍ରତା ୬.୦ ରହିଥିଲେ। ସୂଚନା ଅନୁଯାୟୀ ସୋମବାର ରାତି ୧୦ଟା ୫୫ ମିନିଟରେ ଇବିନ ସହରରେ ଚାଙ୍ଗିଙ୍ଗ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା। ମଙ୍ଗଳବାର ସକାଳୁ ଦ୍ବିତୀୟଥର ପାଇଁ ୫.୩ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ସିଚୁଆନ୍ ପ୍ରାନ୍ତରେ ଦମକଳ ବିଭାଗ ତରଫରୁ ୬୩ଟି ଗାଡ଼ି ଓ ୩୦୨ଜଣ କର୍ମୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପୁଣି ଅଶାନ୍ତ ହୋଇଛି ସୀମା। ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଓ ଆତଙ୍କୀଙ୍କ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ମେଜର୍ଙ୍କ ସମେତ ଚାରିଜଣ ଯବାନ୍ ଶହୀଦ୍ ହୋଇଛନ୍ତି। ସୁରକ୍ଷାବଳଙ୍କ ଦ୍ବାରା ଆତଙ୍କୀ ସଂଗଠନ ଜୈଶ୍-ମହମ୍ମଦର କମାଣ୍ଡର ସଜ୍ଜାଦ୍ ଭଟ୍ଟଙ୍କ ସମେତ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଅନନ୍ତନାଗରେ ଆଜି ସକାଳୁ ମଧ୍ୟ ଗୁଳିବିନିମୟ ଜାରି ରହିଛି। ସେହିପରି ଜମ୍ମୁକାଶ୍ମୀରରେ ଫୁଲଓ୍ବାମାର ଈଦଗାହ ଅରିହଲ ଅଞ୍ଚଳରେ ଆତଙ୍କବାଦୀମାନେ ସେନାର ଗାଡି ଉପରେ ଆଇଡି ବ୍ଲାଷ୍ଟ କରିଛନ୍ତି। ଏହି ଆକ୍ରମଣରେ କେସ୍ପର ଗାଡି କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ଶହୀଦ୍ ଯବାନ୍ଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ୍ ରହିଛନ୍ତି। ଯବାନ୍ ଜଣକ କାମାକ୍ଷନଗରର ବଡଶୁଂଆଳ ଗ୍ରାମର ଅଜିତ୍ ସାହୁ। ସେ ୨୦୧୫ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ।
ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ୍ୟୁ ସଂଖ୍ୟା ୧୨୯ରେ ପହଞ୍ଚିଲାଣି। ଏହି ମାମଲାରେ ରାଷ୍ଟ୍ରୀୟ ମାନବାଧିକାରୀ ଆୟୋଗ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ବିହାର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମସ୍ତିଷ୍କ ଜ୍ବର ବ୍ୟାପୁଥିବାବେଳେ ରାଜ୍ୟରେ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ସ୍ବାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି। ଆଜି ବିହାର ମୁଖ୍ୟମନ୍ତ୍ରୀ ନିତିଶୀ କୁମାର ମୁଜାଫରପୁର ଗସ୍ତ କରିଛନ୍ତି, ତାଙ୍କ ସହିତ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ କୁମାର। ବିହାରରେ ସ୍ଥିତି ଗମ୍ଭୀର ରୂପ ଧାରଣ କରିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେଉଛନ୍ତି। ସେହିପରି ବିହାରର ବିପକ୍ଷୀ ସରକାରଙ୍କୁ ଏହି ମାମଲାରେ କଡ଼ା ନିନ୍ଦା କରିବା ସହ ଆସନ୍ତା ୨୪ ତାରିଖରେ ବିହାର ବନ୍ଦ କରିବାକୁ ଧମକ ଦେଇଛନ୍ତି। ଶିଶୁ ମୃତ୍ୟୁ ତଥା ମସ୍ତିଷ୍କ ଜ୍ବର ନିଦାନ ସମ୍ପର୍କରେ ଚାରି ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦେବାକୁ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ୪୦୦ଜଣ…
ଓଡ଼ିଶାର ୩ଟି ରାଜ୍ୟସଭା ଆସନର ଉପ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତିନୋଟି ପଦ ପାଇଁ ପୃଥକ ପୃଥକଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ। ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ। ଜୁଲାଇ ୫ ତାରିଖରେ ଉପ ନିର୍ବାଚନ ହେବ। ନିର୍ବାଚନ କମିଶନ ୩ଟି ଆସନ ପାଇଁ ଏକକ ବାଲାଟ୍ ପେପରରେ ଭୋଟ୍ ପରିବର୍ତ୍ତେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ବାଲାଟ୍ ପେପରରେ ଭୋଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ତିନି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ ଇସ୍ତଫା ଦେଇଛନ୍ତି। ଖାଲିପଡ଼ିଥିବା ଏହି ତିନି ସାଂସଦ ସ୍ଥାନରେ ଉପ ନିର୍ବାଚନ ହେବ।
ଏନ୍ଡିଏ ସମର୍ଥିତ ଲୋକସଭା ବାଚସ୍ପତି ପ୍ରାର୍ଥୀଙ୍କୁ ବିଜେଡି ଦେବ ସମର୍ଥନ। ଲୋକସଭାର ଆଗାମୀ ବାଚସ୍ପତି ପ୍ରାର୍ଥୀ ନେଇ ଏନଡିଏ୍ ବିଜେପି ସାଂସଦ ଓମ୍ ବିର୍ଲାଙ୍କୁ ଚୟନ କରିଛି।ଏନଡିଏର ବାଚସ୍ପତି ପ୍ରାର୍ଥୀ ଓମ ବିର୍ଲାଙ୍କୁ ବିଜୁ ଜନତା ଦଳ ସମର୍ଥନ ଦେବ ବୋଲି ସୂଚନା ରହିଛି। ଏହା ପୂର୍ବରୁ ବିଜେପି ତରଫରୁ ବିର୍ଲାଙ୍କୁ ସମର୍ଥନ ଦେବା ପାଇଁ ବିଜେଡ଼ିକୁ ଅନୁରୋଧ କରାଯାଇଥିଲା। ତେଣୁ ବିଜେଡ଼ିର ସଂସଦୀୟ ଦଳର ବୈଠକରେ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଖବର ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ସୁମିତ୍ରା ମହାଜନଙ୍କ ସ୍ଥାନ ଗ୍ରହଣ କରିବେ ଏହି ୫୭ ବର୍ଷୀୟ ରାଜସ୍ଥାନ କୋଟାର ସାଂସଦ ଓମ୍ ବିର୍ଲା। ସେ ରାଜସ୍ଥାନ ବିଧାନସଭାକୁ ୩ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବେଳେ ଦୁଇ ଦୁଇ ଥର ସାଂସଦ ରୂପେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସାଂସଦ ବିର୍ଲା ଦିନ ୧୨ଟା ସମୟରେ ବାଚସ୍ପତି ପଦବୀ…
ଏଣିକି ବିନା ହେଲ୍ମେଟ୍ରେ ଫ୍ଲାଇଓଭର୍ରେ ଯାଇପାରିବେ ନାହିଁ। ଏନେଇ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ବିନା ହେଲମେଟ୍ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇପାରିବେନି ବାଇକ ଚାଳକ। ଫ୍ଲାଇଓଭରରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏହି କଟକଣା ଆଜିଠାରୁ ଆସନ୍ତା ଏକମାସ ପର୍ଯ୍ୟନ୍ତ ଜାରି ରହିବ। ବିନା ହେଲମେଟରେ ବାଇକ ଚଲାଇଲେ କିମ୍ବା ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି। ନିକଟରେ ନୟାପଲ୍ଲୀ ଓଭରବ୍ରିଜ୍ ଓ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍ରେ ଦୁର୍ଘଟଣା ଘଟିବା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।
ରାଜସ୍ଥାନ କୋଟାରୁ ଜିତିଥିବା ବରିଷ୍ଠ ବିଜେପି ନେତା ଓମ ବିର୍ଲା ହେବେ ଲୋକସଭାର ନୂଆ ବାଚସ୍ପତି। ଆଜି ଏ ନେଇ ବିଜେପି ତରଫରୁ ସ୍ପଷ୍ଟ କରାଯାଇଛି। ୫୭ବର୍ଷ ବୟସ୍କ ବିର୍ଲା ପ୍ରଥମ ଥର ପାଇଁ ୨୦୧୪ ମସିହାରେ ରାଜସ୍ଥାନରୁ ସାଂସଦ ଭାବେ ଜିତି ଆସିଥିଲେ। ଏହାପରେ ୨୦୧୯ରେ ପୁଣି ଥରେ ଜିତି ସାଂସଦ ହୋଇପାରିଛନ୍ତି।ଏହାପୂର୍ବରୁ ଓମ ବିର୍ଲା ରାଜସ୍ଥାନ ବିଧାନସଭାକୁ ତିନିଥର ବିଜୟ ଲାଭ କରି ବିଧାୟକ ହୋଇଥିଲେ। ବର୍ତ୍ତମାନ ରାଜସ୍ଥାନରେ କଂଗ୍ରେସ ଶାସନ କ୍ଷମତାରେ ଥିଲେ ମଧ୍ୟ ସେଠାରେ ବିଜେପି ଚଳିତ ନିର୍ବାଚନରେ ବେଶ ଭଲ ପ୍ରଦର୍ଶନ କରିପାରିଛି। ତାହାରି ଫଳ ସ୍ବରୂପ ବିଜେପି ତରଫରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଚର୍ଚ୍ଚା ଚାଲିଛି।
କେଦାର ମିଶ୍ର ଏ ଘଟଣା ମମତା ବାନାର୍ଜୀଙ୍କ ପଶ୍ଚିମ ବଙ୍ଗ ବା ଦ୍ରାବିଡ ରାଜ୍ୟ ତାମିଲନାଡୁରେ ଘଟିନାହିଁ। ସେଠାରେ ହୁଏତ ଘଟିଥିଲେ, ଏ ଘଟଣାକୁ ନେଇ କିଛି ବଡ ପ୍ରତିକ୍ରିୟା ଆସିଥାନ୍ତା। ଏହା ଘଟିଛି ଭାରତର ତଥାକଥିତ ବିକାଶ ପୁରୁଷ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ରାଜ୍ୟ ଗୁଜରାଟରେ। ପାଇଖାନା ଟାଙ୍କି ସଫା କରିବାକୁ ଯାଇ ଗୁଜରାଟର ଚାରିଜଣ ସଫେଇ କର୍ମଚାରୀ ଓ ତିନିଜଣ ହୋଟେଲ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏ ସମ୍ପର୍କରେ ଯେଉଁ ଖବର ବାହାରିଛି ତାକୁ ନେଇ କାହା ମନରେ କିଛି କ୍ରୋଧ ବା ସଂବେଦନା ଆସିବାର କୌଣସି ସମ୍ଭାବନା ନାହିଁ। ପାଇଖାନା ଟାଙ୍କି ସଫା କରୁଥିବା ଲୋକଟି ପ୍ରତି ଆମ ସମାଜର ସେମିତି ବିଶେଷ ସମ୍ମାନ କେବେ ନାହିଁ ବା ନଥିଲା। ଯେଉଁମାନେ ଏ କାମ କରନ୍ତି ସେମାନେ ଆମ ଈଶ୍ବରଙ୍କ ପାଦରୁ ଜନ୍ମ ହୋଇଥିବା ଲୋକ ଓ ଆମେ ଯେଉଁମାନେ ଈଶ୍ବରଙ୍କ ମୁଣ୍ଡରୁ ଜନ୍ମ ହୋଇଛୁ,…
ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ଜେପି ନଡ୍ଡା। ଦିଲ୍ଲୀରେ ସୋମବାର ବିଜେପି ସଂସଦୀୟ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଜେପିର ସଂସଦୀୟ ବୋର୍ଡ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନଡ୍ଡାଙ୍କ ନାମରେ ସହମତି ପ୍ରକାଶ ପାଇଥିଲା। ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଜେପି ନଡ୍ଡା ସ୍ଵାସ୍ଥ୍ୟ ମନ୍ତ୍ରୀ ରହିଥିଲେ। ଆସନ୍ତା ବୁଧବାର 19ତାରିଖରେ ଜେପି ନଡ୍ଡା କାର୍ଯ୍ୟକାରୀ ଅଧ୍ୟକ୍ଷର ପଦଭାର ସମ୍ଭାଳିବେ।ତେବେ ଅମିତ୍ ଶାହା ଆଗାମୀ ୬ ମାସ ପର୍ଯ୍ୟନ୍ତ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ। ତାଙ୍କର ମାର୍ଗଦର୍ଶନରେ ଜେପି ନଡ୍ଡା ଏହି ଦ୍ବାୟିତ୍ଵ କାମ ସମ୍ଭାଳିବେ। ଦଳର ସଦ୍ୟସତା ଅଭିଯାନ ଓ ସଙ୍ଗଠନାତ୍ମକ ନିର୍ବାଚନ ଶେଷ ହେବ ପର୍ଯନ୍ତ ଅମିତ ଶାହାଙ୍କୁ ଅଧ୍ୟକ୍ଷ ପଦରେ ରହିବାକୁ ଅନୁରୋଧ କରାଯାଇଛି। ଏହି ସମ୍ପର୍କିତ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ କହିଛନ୍ତି ଯେ, ଅମିତ୍ ଶାହା ପାଞ୍ଚ ବର୍ଷ…
ପାଟକୁରା ନିର୍ବାଚନ କେବେ ହେବ ତାହାର ଘୋଷଣା କରାଯାଇ ନାହିଁ। ହେଲେ ତା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତ କରି ବଳଦେବ ଜୀଉ ମନ୍ଦିରର ପାରିପାର୍ଶିକ ଉନ୍ନତି ପାଇଁ 2 କୋଟିର ଅନୁଦାନ ଘୋଷଣା କରିଛନ୍ତି। ଏଥିରେ ଝୁଲଣ ମଣ଼୍ଡପର ପୁନଃଉଦ୍ଦାର, ଶ୍ରୀବଳଦେବ ଜୀଉ କଲ୍ୟାଣ ମଣ୍ଡପ ନିର୍ମାଣ,ପାଚେରୀ ନିର୍ମାଣ ସହିତ 24 ଘଣ୍ଟିଆ ଜଳଯୋଗାଣ ରହିଛି। ଆଜି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ମନ୍ଦିରରେ ସ୍ବତନ୍ତ୍ର ନିତିକାନ୍ତି କରାଯଇାଥିଲା। ସ୍ନାନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀଜୀୟୁଙ୍କୁ ଦର୍ଶନ କରିଥିଲେ।
ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼ ଥମିବାର ନାଁ ଧରୁନାହିଁ । ନିର୍ବାଚନୀ ହିଂସା ସହିତ ଶ୍ରୀରାମ ନାରାବାଜିକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ୍ ସରଗରମ ରହିଥିବାବେଳେ ଦଳ ବଦଳ ରାଜନୀତି ମଧ୍ୟ ବେଶ୍ ଚର୍ଚ୍ଚା ଧରିଛି । ପଶ୍ଚିମବଙ୍ଗରେ ଚଳିତ ଲୋକସଭା ନିର୍ବାଚନ ସମୟରୁ ଭାଜପା ଓ ଟିଏମ୍ସି ମଧ୍ୟରେ ଲାଗି ରହିଛି ବିବାଦ । ଇତିମଧ୍ୟରେ ଟିଏମ୍ସିର ବହୁ କର୍ମୀ ବିଜେପିରେ ଯୋଗଦେଇଛନ୍ତି । ସୋମବାର ଦିନ ଟିଏମ୍ସିର ୧୨ ଜଣ କାଉନସିଲର ଓ ଜଣେ ବିଧାୟକ ପଦ୍ମ ଧରିଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ନୌପଡା ବିଧାୟକ ସୁନିଲ ସିଂ ଓ ଅନ୍ୟମାନେ । ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଓ ମୁକୁଲ ରାୟଙ୍କ ଉପସ୍ଥିତିରେ ସେମାନେ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ୍ ହୋଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ଇଂରାଜୀରେ ଶପଥ ଗ୍ରହଣ କରିଛନ୍ତି । ଚଳିତଥର ରାହୁଲ୍ ଓ୍ବାୟନାଡରୁ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମଧ୍ୟାହ୍ନ ବିରତି ପରେ ସଂସଦରେ ଉପସ୍ଥିତ ହୋଇଥିଲେ । ସଂସଦରେ ନବନିର୍ବାଚିତ ସାଂସଦଙ୍କୁ ଶପଥ ଦିଆଯାଉଛି । ରାହୁଲ୍ ତାଙ୍କର ଚିରପରିଚିତ ପରିଧାନ ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧି ସଂସଦରେ ଉପସ୍ଥିତ ହୋଇଥିଲେ । ସଂସଦରେ ଇଂରାଜୀରେ ଶପଥ ନେବା ସହିତ ତାଙ୍କ ମାତା ତଥା ରାୟବରେଲୀରୁ ନିର୍ବାଚିତ ହୋଇଥିବା ସାଂସଦ ସୋନିଆ ଗାନ୍ଧିଙ୍କ ପାଖରେ ବସିଥିବାର ଦେଖାଯାଇଥିଲା । ତେବେ ଚଳିତ ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହେବାର ପ୍ରଥମ ନିର୍ଘଣ୍ଟରେ ରାହୁଲ୍ଙ୍କ ଅନୁପସ୍ଥିତିକୁ ନେଇ ବିଜେପି ସମାଲୋଚନା କରିଥିଲା ।

