ବଲିଉଡ୍ ଡେବ୍ୟୁ କରିବେ ପ୍ରଣିଥା ସୁବାସ। ମିଳିଥିବା ସୂଚନା ଅନୁସାରେ ଅଜୟ ଦେବଗନ୍ଙ୍କ ଅପ୍କମିଙ୍ଗ ଫିଲ୍ମ ‘ଭୁଜ୍ : ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ପ୍ରଣିଥା ଅଭିନୟ କରିବାକୁ ଯାଉଛନ୍ତି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟିରେ ୧୯୭୧ରେ ଭାରତ –ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ଫିଲ୍ମଟି ପ୍ରସ୍ତୁତ କରାଯାଉଛି। ଏଥିରେ ବାୟୁସେନାର ଉଇଙ୍ଗ କମାଣ୍ଡର ବିଜୟ କାର୍ନିକ୍ଙ୍କ ଚରିତ୍ରରେ ଅଜୟ ଦେବଗନ୍ ନଜର ଆସିବେ। ଅଭିଷକେ ଦୁଧୈୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ପରିଣିତି ଚୋପ୍ରା ପ୍ରମୁଖ ନଜର ଆସିବେ। ଫିଲ୍ମଟି ଅଗଷ୍ଟ ୧୪ରେ ରିଲିଜ୍ ହେବ ବୋଲି ସୂଚନା ରହିଛି। ପ୍ରଣିଥା ତେଲୁଗୁ ଓ ତାମିଲ୍ ସିନେମାର ଜଣେ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କ ଅଭିନୀତ ପ୍ରମୁଖ ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ବାବା’, ‘ଆଟାର୍ନିକି ଡାରେଡି’ ଏବଂ ‘ମାସୁ ଇନଗିରା ମାସିଲାମାନି’, ’ବ୍ରହ୍ମୋତ୍ସବ’ ପ୍ରମୁଖ। ତେବେ ଅଜୟଙ୍କ ସହ ଅଭିନୟ କରିବାକୁ ନେଇ…
Author: Samikhsya Bureau
ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇଙ୍କୁ ମିଳିଲା ବିଜେଡିର ଉପ ସଭାପତି ପଦ। ନିକଟ ରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିଲା। ତିନି ବିଧାନସଭା ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡାଇକୁ ନିଯୁକ୍ତି ଦେଇଛନ୍ତି। ପ୍ରଫୁଲ୍ଲଙ୍କୁ ଖୋର୍ଦ୍ଧା, ରଣପୁର ଓ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କର ଦାୟିତ୍ବ ଦିଆଯାଇଛି। ସେହିପରି ଟିକେଟ୍ରୁ ବଞ୍ଚିତ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ ଓ ପ୍ରକାଶ ଦାସଙ୍କୁ ସାଧାରଣ ସଂପାଦକ ଦାୟିତ୍ୱ ଦେଇଛନ୍ତି। ହିନ୍ଦୋଳ ପାଇଁ ରବି ନାରାୟଣ ନନ୍ଦଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ନିରଞ୍ଜନ ପୂଜାରୀ ଓ ଅର୍କେଶ ସିଂହଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ଦଳ ଦାୟିତ୍ୱ ଦେଇଛି। ସୁଶାନ୍ତ ସିଂହଙ୍କୁ କୁଚିଣ୍ଡା ପର୍ଯ୍ୟବେକ୍ଷକ , ସିଦ୍ଧେଶ୍ୱର ପ୍ରସାଦ ମିଶ୍ରଙ୍କୁ ଢେଙ୍କାନାଳ ସହ ପର୍ଯ୍ୟବେକ୍ଷକ, ମନୋଜ ନାୟକଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ…
ଆଜି ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଠାରେ ଉଭୟ କଂଗ୍ରେସ ଓ ବିଜେଡ଼ି ଉପରେ ବର୍ଷିବା ସହିତ ବିଜେପିକୁ ଭୋଟ ଦେବା ପାଇଁ ଆହ୍ୱାନ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ କରିବା ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ହେବା ଉଚିତ। ମୋଦୀ କରିକି ଦେଖାଇଛନ୍ତି ଯାହା ବିଜେଡି, କଂଗ୍ରେସ ପାଇଁ ଅସମ୍ଭବ ଥିଲା। ଓଡ଼ିଶାରେ ବିଜେଡି ସରକାର ଅନେକ ଦୁର୍ନୀତିରେ ଲିପ୍ତ ରହିଛି। ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ଚିନ୍ତା କରୁନାହାନ୍ତି। ସେହିପରି କଂଗ୍ରେସକୁ ଟାର୍ଗେଟ୍ କରି କଂଗ୍ରେସ ସମୟରେ ଦେଶ ପ୍ରତି ବିପଦ ମାଡ଼ି ଆସିଛି ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଡ଼ିଶାର ବିକାଶ ସହିତ ଏକ ନୂଆ ଓଡ଼ିଶା ଗଠନ ପାଇଁ ଏଠାରେ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି କହିଥିଲେ। ମୋଦି ସରକାରଙ୍କ କାର୍ଯ୍ୟାବଳୀକୁ ବର୍ଣ୍ଣନା କରି ଗୁଣଗାନ କରିବା ସହିତ ମୋଦୀଙ୍କ ପାଇଁ…
ରାମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ଜୟା ପ୍ରଦାଙ୍କ ପ୍ରତି ଏସ୍ପି ନେତା ଆଜମ ଖାନଙ୍କ ଅଶ୍ଳୀଳ ଏବଂ ଅରୁଚିକର ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ଥାନାରେ ଏତଲା ଦିଆଯିବା ପରେ ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇପିସି ଧାରା ୫୦୯ ଏବଂ ଲୋକ ପ୍ରତିନିଧିତ୍ଵ ଅଧିନିୟମ ଧାରା ୧୨୫ ଅନୁସାରେ ମାମଲା ରୁଜୁ ହେବା ସହ ପୁଲିସ ଏହାର ତଦନ୍ତ କରୁଛି। ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ଆଜମ ଖାନଙ୍କୁ ନୋଟିସ ଜାରି କରାଯାଇଛି। ଏହି ପ୍ରସଙ୍ଗକୁ ନେଇ ଆଜମ୍ ଖାନ୍ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ମନ୍ତବ୍ୟକୁ ଗଣମାଧ୍ୟମରେ ବିକୃତ କରାଯାଇ, ତ୍ରୁଟିପୂର୍ଣ୍ଣ ଭାବେ ଉପସ୍ଥାପନ କରାଯାଇଛି। ସେ ଏହି ମନ୍ତବ୍ୟ ସମୟରେ କାହାର ନାମ ନେଇନଥିବାର ଯୁକ୍ତି ମଧ୍ୟ ବାଢିଛନ୍ତି। ତେବେ ଯଦି ସେ ଏହି ମାମଲାରେ ଦୋଷୀ ପ୍ରମାଣିତ…
କଂଗ୍ରେସରେ ପ୍ରିୟଙ୍କା ଗାନ୍ଧି ସକ୍ରିୟ ଅଂଶଗ୍ରହଣ କରିବା ପରେ ତାଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ବେଶ୍ ସରଗରମ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବାରଣାସୀରୁ ନିର୍ବାଚନ ଲଢିବା ଓ ତାଙ୍କ ପତି ରର୍ବଟ ଭଦ୍ରା କଂଗ୍ରେସରେ ଔପଚାରିକ ରୂପେ ସାମିଲ୍ ହେବାର ସମ୍ଭାବନାକୁ ନେଇ ଏବେ ଏକ ନୂଆ ପୁସ୍ତକ ପ୍ରକାଶିତ ହୋଇଛି। ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ଅସଫଳତା ପରେ କଂଗ୍ରେସକୁ ପୁନର୍ଜ୍ଜୀବିତ କରିବା ପାଇଁ ପ୍ରିୟଙ୍କାଙ୍କ ଅଭ୍ୟୁତ୍ଥାନ ହୋଇଛି ବୋଲି ବିବେଚନା କରାଯାଉଛି। ଦକ୍ଷିଣପନ୍ଥୀ ଲେଖକ ସୁମିତ୍ ଭସିନ୍ ତାଙ୍କ ନୂତନ ପୁସ୍ତକ ‘ଦ ନ୍ୟୁ ଏଜ୍ କାର୍ଯ୍ୟକର୍ତ୍ତା – ଫ୍ରମ୍ ପୋଷ୍ଟିଂ ପୋଷ୍ଟର୍ସ ଅନ୍ ଦ ଓ୍ବାଲ୍ ଟୁ ପୋଷ୍ଟିଂ ଅନ୍ ଦ ଓ୍ବାଲ୍’ରେ କଂଗ୍ରେସରେ ପ୍ରିୟଙ୍କାଙ୍କ ଅଭ୍ୟୁଦୟକୁ ନେଇ ଅଭିବ୍ୟକ୍ତି କରିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ, ଆଜିର ତାରିଖରେ ଭାରତୀୟ ଜନତା ପାର୍ଟିର ନୂତନ ଅଧ୍ୟକ୍ଷ ତଥା ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ,…
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍ ଖାନ୍ ଲଗାତାର ଭାବରେ ରାମପୁରର ବିଜେପି ଆଶାୟୀ ପ୍ରାର୍ଥୀ ଜୟାପ୍ରଦାଙ୍କୁ ନେଇ ବିବାଦୀୟ ବୟାନ ଦେଉଛନ୍ତି। ଏହି ଅବସରରେ ସୁଷମା ସ୍ବରାଜ ସପାର ସଂସ୍ଥାପକ ମୁଲାୟମ୍ ସିଂ ଯାଦବଙ୍କୁ ଟୁଇଟ୍ କରିଛନ୍ତି। ସୁଷମା କହିଛନ୍ତି ଯେ, ସପାର ପିତାମହ ମୁଲାୟମ୍ଙ୍କ ସାମ୍ନାରେ ରାମପୁରଠାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ହେଉଛି।ଆପଣ ଭୀଷ୍ମଙ୍କ ଭଳି ମୌନ ରହି ଭୁଲ୍ ନ କରନ୍ତୁ ବୋଲି କହିଛନ୍ତି ସୁଷମା । ସେ ଏହି ଟ୍ୱିଟରେ ଅଖିଳେଶ ଯାଦବ, ଡିମ୍ପଲ ଯାଦବ, ଏବଂ ଜୟା ଭାଦୁଡିଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି । ସୂଚନାଯୋଗ୍ୟ ରାମପୁର ପାଇଁ ସପା ତରଫରୁ ଆଜମ୍ ଖାନ୍ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଉତ୍ତରପ୍ରଦେଶର ବିଜେପି ପ୍ରବକ୍ତା ଚନ୍ଦ୍ରମୋହନ ମଧ୍ୟ ଆଜମ୍ ଖାନ୍ଙ୍କ ଏପରି ଟିପ୍ପଣୀ ପରେ ଟୁଇଟ୍ କରି କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଜମ୍ ଖାନ୍ ନିହାତି ଅଭଦ୍ର ଓ ଆପତ୍ତିଜନକ ମନ୍ତବ୍ୟ ରଖୁଛନ୍ତି…
ଝାଡ଼ଖଣ୍ଡର ବେଲଭା ଘାଟରେ ଆଜି ସକାଳେ ଯବାନ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି। ଆଜି ଭୋରରୁ ୭ମ ବାଟାଲିୟନ ସିଆରପିଏଫ ଯବାନଙ୍କ ପକ୍ଷରୁ ବେଲଭା ଘାଟ ଜଙ୍ଗଲ ଅଞ୍ଚଳରେ ସ୍ବତନ୍ତ୍ର ଅପରେଶନ ଚାଲିଥିଲା। କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ଗୁଳିବିନିମୟରେ ୩ ମାଓବାଦୀମୃତ୍ୟୁ ହୋଇଥିବାସ୍ଥଳେ ଜଣେ ଯବାନ୍ ଶହୀଦ୍ ହୋଇଛନ୍ତି। ସେଠାରୁ ଗୋଟିଏ ଏକେ-୪୭ ବନ୍ଧୁକ, ୩ଟି ମାଗାଜିନ୍ ଏବଂ ୪ଟି ପାଇପ୍ ବୋମା ଜବତ ହୋଇଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।
ରବିବାର ବିଳମ୍ବିତ ରାତ୍ରୀରେ ଖୋର୍ଦ୍ଧାର ନବୀନବାଗ ଠାରେ ଖୋର୍ଦ୍ଧାରେ ବିଜେପି ନେତା ତଥା ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ ମଧ୍ୟ କରିଛନ୍ତି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଖୋର୍ଦ୍ଧାରେ ହୋଇଥିବା ହିଂସାକୁ ସେ ଦୃଢ଼ ନିନ୍ଦା କରିଛନ୍ତି। ଏବଂ ନିର୍ବାଚନ କମିଶନଙ୍କୁ ଏହି ଘଟଣାରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି। ଯେପରିକି ପରବର୍ତ୍ତୀ ସମୟରେ ଏପରି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ନବୀନ କହିଛନ୍ତି। ସମ୍ପୃକ୍ତ ବିଜେପି ନେତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ।
ବିଜେପି ନେତାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ଆଜି ଖୋର୍ଦ୍ଧାରେ ବନ୍ଦ ପାଳନ କରାଯାଇଛି। ବିଜେପି କର୍ମୀମାନେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଖୋର୍ଦ୍ଧା ଟାଉନ ଥାନା ସମ୍ମୁଖରେ ବିଜେପି କର୍ମୀମାନେ ଧାରଣା ଦେବା ସହ ବନ୍ଦ ଡାକରା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ବିଜେପି ନେତା ତଥା ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ନବୀନାବାଗରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ଦୁଇଜଣ ଦୁବୃର୍ତ୍ତ ବାଇକ୍ରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଜେପି କର୍ମୀଙ୍କ ହତ୍ୟାକୁ ନେଇ ବିଜେପି ବିଜେଡି ଉପରେ ଦୋଷାରୋପ କରିଛି। ଏହି ଘଟଣାକୁ ନେଇ ଭୁବନେଶ୍ବର ମଧ୍ୟର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ସମସ୍ତ ବିଧାୟକଙ୍କୁ ପୋଲିସ୍ ସୁରକ୍ଷା ଦେବା ସହ ଏହି ଘଟଣାର ଉଚ୍ଚ ତଦନ୍ତ ପାଇଁ ଦାବି…
କେଦାର ମିଶ୍ର ଓଡିଶାରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ଯାୟ ନିର୍ବାଚନରେ ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ ଓ ସୁନ୍ଦରଗଡ ଲୋକସଭା ତଥା ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆସନ୍ତା ୧୮ ତାରିଖରେ ହେବ। ପ୍ରଥମ ପର୍ୟାୟ ନିର୍ବାଚନ ଶାସକ ବିଜେଡି ପାଇଁ ଏକପ୍ରକାର ଅଗ୍ନି ପରୀକ୍ଷା ଥିଲା। କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଆସନରେ ବିଜେଡି କଡା ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଛି। ବିଧାନସଭା ପାଇଁ ବିଜେଡି ଭଲ ଫଳାଫଳ କରିଥିବାବେଳେ ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନରେ ବିଜେଡ଼ିକୁ ନାକେଦମ ହେବାକୁ ପଡିଛି। କୋରାପୁଟ ଆସନରେ ମଧ୍ୟ ବିଜେପିର ଅଭ୍ୟୁଦୟ ଅପ୍ରତ୍ୟାଶ୍ୟିତ ବୋଲି କୁହାଯାଇପାରେ। ତେବେ ଦ୍ଵିତୀୟ ପର୍ୟାୟରେ ଆସ୍କା ଓ କନ୍ଧମାଳ ଆସନ ବିଜେଡି ପାଇଁ ସବୁଠୁ ସହଜ ଆସନ ମନେ ହେଉଛି। ପାରମ୍ପରିକ ଭାବରେ ଆସ୍କା ବିଜୁ ଜନତା ଦଳର ଗଡ ରହି ଆସିଛି। ତେବେ ଏଥର ମିଶନ ଶକ୍ତିରୁ ପ୍ରମିଳା…
ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ତାଇଓ୍ବାନର ଟାଇ ଜୁ ୟିଙ୍ଗ ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ୍ର ଟାଇଟଲ୍ ମୁକାବିଲାରେ ବିଜୟୀ ହୋଇଛନ୍ତି। ଫାଇନାଲ୍ ମୁକାବିଲାରେ ୨୧-୧୯ ଏବଂ ୨୧-୧୫ରେ ବିଶ୍ବ ମାନ୍ୟତାର ତିନି ନମ୍ବର ସ୍ଥାନରେ ରହିଥିବା ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ୨୦୧୭ରେ ଟାଇ ସିଙ୍ଗାପୁର ଓପନ ହାସଲ କରିଥିବା ବେଳେ ପୂର୍ବ ସପ୍ତାହରେ ମାଲେସିଆ ଓପନରେ ମଧ୍ୟ ଚାମ୍ପିୟନ୍ ହୋଇଥିଲେ। ପ୍ରଥମ ସେଟ୍ରେ ଟାଇ ଏକଦା ୧୩-୮ର ଅଗ୍ରଣୀ ହାସଲ କରିଥିବା ବେଳେ ଓକୁହାରା ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍କୁ ୧୮-୧୮କୁ ନେଇ ଆସିଥିଲେ। ମାତ୍ର ୨୪ ବର୍ଷୀୟା ଟାଇ ମ୍ୟାଚ୍କୁ ୨୧-୧୯ରେ ଜିତି ନେଇଥିଲେ। ଦ୍ବିତୀୟ ସେଟ୍ରେ ଓକୁହାରା ସଂଘର୍ଷ କରିଥିଲେ ମଧ୍ୟ ଟାଇଙ୍କ ଶକ୍ତଶାଳୀ ସର୍ଭିସ୍ ଏବଂ ସ୍ମାସ୍ ସମ୍ନାରେ ତିଷ୍ଠି ପାରି ନଥିଲେ ଏବଂ ୨୧-୧୫ରେ ପରାଜିତ ହୋଇ ରନର୍ସ ଅପ୍ରେ ସନ୍ତୁଷ୍ଟ ରହିଥିଲେ। ଏହି ବିଜୟ…
ଲୁଇସ୍ ହାମିଲ୍ଟନ୍ ଚାଇନିଜ୍ ଗ୍ରାଣ୍ଡପ୍ରିକ୍ସରେ ବିଜୟୀ ହେବା ସହିତ ନିଜ କ୍ୟାରିୟରର ୧୦୦୦ ତମ ଫର୍ମୁଲା ଓ୍ବାନ୍ ରେସ୍ରେ ବିଜୟ ଲାଭ କରିଛନ୍ତି। ମର୍ସିଡେସ୍ ପକ୍ଷରୁ ଚଳିତ ସିଜିନ୍ରେ ରେସ୍ କରୁଥିବା ହାମିଲଟନ୍ଙ୍କ ଦଳୀୟ ସାଥୀ ଭାଲ୍ଟ୍ଟେରୀ ବୋଟ୍ଟାସ୍ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଫେରାରୀର ସେବାଷ୍ଟିଆନ୍ ଭେଟେଲ ତୃତୀୟ ସ୍ଥାନରେ ରେସ୍ ଶେଷ କରିଛନ୍ତି। ଚଳିତ ସିଜିନ୍ରେ ଭେଟେଲଙ୍କର ଏହା ପ୍ରଥମ ପୋଡିୟମ୍ ଥିଲା। ସିଜିନ୍ରେ ଆଉ ୧୬ଟି ରେସ୍ରେ ବିଜୟୀ ହେଲେ ୧୯୯୧ ମସିହାରେ ମାଇକେଲ ସୁମାକରଙ୍କ ପ୍ରତିଷ୍ଠିତ ରେକର୍ଡ ଭଙ୍ଗ କରି ପାରିବେ ହାମିଲଟନ୍। ହାମିଲଟନ୍ ୧.୩୨.୦୬ ମିନିଟ୍ ସମୟ ନେଇଥିବା ବେଳେ ବୋଟ୍ଟାସ୍ ୧.୩୯.୦୧ ମିନିଟ୍ର ସମୟ ନେଇଥିଲେ। ସେବାଷ୍ଟିଆନ୍ ଭେଟେଲ୍ ୧.୪୫.୦୦ ମିନିଟ୍ର ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ।
କେଦାର ମିଶ୍ର ସମସ୍ତେ ଜାଣନ୍ତି, ବାବା ସାହେବ ଭୀମରାଓ ଆମ୍ବେଦକର ନିଜ ଦେହାବସାନର ମାତ୍ର ଦୁଇ ମାସ ଆଗରୁ ୧୪ ଅକ୍ଟୋବର ୧୯୫୬ରେ ହିନ୍ଦୁ ଧର୍ମକୁ ପ୍ରତ୍ୟାଖ୍ୟାନ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ତେବେ ବିଧିବଦ୍ଧ ଭାବରେ ବୌଦ୍ଧ ଦୀକ୍ଷା ନେବା ଆଗରୁ ବୁଦ୍ଧଙ୍କୁ ପଢିବା, ବୁଝିବା ଓ ବୁଦ୍ଧମାର୍ଗର ଆଲୋଚନା କରିବାରେ ବାବା ସାହେବ ବହୁ ସମୟ ବିତାଇଛନ୍ତି। ଆଇନ, ଅର୍ଥନୀତି, ରାଜନୀତି ଓ ସମାଜତତ୍ତ୍ଵ ଉପରେ ସେ ଯେତିକି ଲେଖିଛନ୍ତି, ବୁଦ୍ଧ, ସଂଘ ଓ ପାଲି ଭାଷାର ପରମ୍ପରା ବିଷୟରେ ମଧ୍ୟ ସେତିକି ଗଭୀର ମନନ କରିଛନ୍ତି। ବୋଧେ ବହୁତ କମ ଲୋକ ଜାଣନ୍ତି ଆମ୍ବେଦକର ପାଲି ଭାଷାର ଏକ ବିଶାଳକାୟ ଅଭିଧାନ ନିଜେ ସଂକଳିତ କରିଥିଲେ। ବୁଦ୍ଧମାର୍ଗ ତାଙ୍କ ଲାଗି କେବଳ ମୋକ୍ଷମାର୍ଗ ନଥିଲା, ତାହା ଥିଲା ସାମାଜିକ କ୍ରାନ୍ତିର ଏକମାତ୍ର ପ୍ରତିଷ୍ଠିତ ପନ୍ଥା। ଧାର୍ମିକ ଜୀବନବୋଧ ବିଷୟରେ ଆଲୋଚନା କରିବାକୁ ଯାଇ ଆମ୍ବେଦକର ତାଙ୍କର…
କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ ରବିବାର କେନ୍ଦ୍ରମନ୍ତ୍ରୀ ପଦ ଏବଂ ରାଜ୍ୟସଭା ସାଂସଦ ପଦରୁ ଅବ୍ୟାହତି ନେବେ ବୋଲି ଘୋଷଣା କରିଛନ୍ତି। ରବିବାର ନିଜ ବାସଭବନରେ ଗଣମାଧ୍ୟମ ଅଧିକାରୀଙ୍କୁ ଏହି ସୂଚନା ଦେଇଛନ୍ତି ଶ୍ରୀ ସିଂ। ସୂଚନାଯୋଗ୍ୟ ଯେ, ଶ୍ରୀ ସିଂଙ୍କ ପୁତ୍ର ବ୍ରିଜେନ୍ଦ୍ର ସିଂଙ୍କୁ ବିଜେପି ପକ୍ଷରୁ ହରିୟାଣାର ହିସାର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ଏ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ସୂଚନା ଦେଇଥିବା କହିଛନ୍ତି ଶ୍ରୀ ସିଂ। ଇସ୍ତଫା ପ୍ରଦାନ ନେଇ ଶ୍ରୀ ସିଂ କହିଛନ୍ତି, ବିଜେପି କଦାପି ରାଜନୀତିରେ ବଂଶବାଦକୁ ପ୍ରଶୟ ଦେଇନଥାଏ ତେଣୁ ମୋ ପୁଅ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବାରୁ ମୁଁ ରାଜନୀତିରୁ ସନ୍ନ୍ୟାସ ନେବା ଉଚିତ୍। ୨୦୧୪ରେ ଶ୍ରୀ ସିଂ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ପ୍ରଥମେ ସ୍ବଚ୍ଛତା,ଜଳଯୋଗାଣ ଏବଂ ପଞ୍ଚାୟତିରାଜ ବିଭାଗରେ କେନ୍ଦ୍ରମନ୍ତ୍ରୀ ରହିବା ପରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମଧ୍ୟ…
ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଭଉଣୀ ନୈନା ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଏକ ମାସ ପୂର୍ବରୁ ଜାଡେଜାଙ୍କ ପତ୍ନୀ ରିଭାବା ସୋଲାଙ୍କି ବିଜେପିରେ ଯୋଗ ଦେଇଥିଲେ। ଜାଡେଜାଙ୍କ ବଡ ଭଉଣୀ ନୈନା ପୂର୍ବରୁ ନ୍ୟାସନାଲ୍ ଓମେନ୍ସ ପାର୍ଟିରେ ରହିଥିବା ବେଳେ ଆଜି ଜାମନଗରର ମୁଲୁ କଣ୍ଡୋରିଆ ଏବଂ ପଟିଦାର ନେତା ହାର୍ଦ୍ଦିକ୍ ପଟେଲଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହି ଯୋଗଦାନ ସମୟରେ ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ ଜାଡେଜା ମଧ୍ୟ ଉପସ୍ଥିତ ଥିଲେ। କିଛିଦିନ ପୂର୍ବରୁ ବିଜେପିର ଯୋଗ ଦେଇଥିବା ଜାଡେଜାଙ୍କ ପତ୍ନୀ ରିଭା ମଧ୍ୟ ପୂର୍ବରୁ କର୍ଣ୍ଣୀ ସେନାର ମହିଳା ଶାଖାର ମୁଖ୍ୟ ରହିଥିଲେ। ଅନିରୁଦ୍ଧ ସିଂ ଜାଡେଜା କୌଣସି ରାଜନୈତିକ ଦଳରେ ଯୋଗ ଦେଇ ନାହାନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ଏକ ରୋଡ ଶୋ କରିବେ ବୋଲି ଜଣାପଡିଛି। ମୋଦି ଭୁବନେଶ୍ୱରରେ ରୋଡ୍ ଶୋ କରିବା ସହିତ ସାଧାରଣ ସଭା ଯୋଗଦେବେ ବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଓଡିଶାରେ ମିଶନ ୧୨୦ର ସଫଳ ରୂପାୟନ ନିମନ୍ତେ କେନ୍ଦ୍ରୀୟ ନେତାମାନେ ଓଡିଶାକୁ ତୁଫାନୀ ଗସ୍ତ କରୁଛନ୍ତି। ଏହି ତାଲିକାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଦ ପଡିନାହାନ୍ତି। କଳାହାଣ୍ଡି ଓ ସୋନପୁର ପରେ ଏବେ ସମ୍ବଲପୁର ଏବଂ ରାଜଧାନୀ ଭୁବନେଶ୍ୱରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦୀ। ଏପ୍ରିଲ୍ ୧୬ ତାରିଖରେ ମୋଦି ଓଡିଶା ଆସି ଭୁବନେଶ୍ବର ଏବଂ ସମ୍ବଲପୁରରେ ସଭା କରିବେ। ଭୁବନେଶ୍ବରରେ ମୋଦି ଏକ ରୋଡ ଶୋ କରିବେ। ବିମାନ ବନ୍ଦରରୁ ଓୟୁଏଟି ଦେଇ ବରମୁଣ୍ଡା ପଡିଆ ଯାଏଁ ମୋଦିଙ୍କ ରୋଡ ଶୋ ଚାଲିବ। ବରମୁଣ୍ଡାରେ ଉଦ୍ବୋଧନ ଶେଷକରି ସମ୍ବଲପୁରରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ମୋଦି।
ଆଇରନ୍ ମ୍ୟାନ୍ ତଥା ଟୋନି ଷ୍ଟାର୍କ ଭାବରେ ଭାରତୀୟ ଦର୍ଶକଙ୍କ ନିକଟରେ ପରିଚିତ ରବର୍ଟ ଡାଉନି ଜୁନିୟର ଖୁବ୍ ଶୀଘ୍ର ଭାରତ ଆସିବେ ବୋଲି ଜଣାପଡିଛି।ଏପ୍ରିଲ୍ ୨୬ରେ ଡାଉନିଙ୍କ ଆଭେଞ୍ଜର: ଏଣ୍ଡ ଗେମ୍ ରିଲିଜ୍ ହେଉଥିବା ବେଳେ ଏହା ପୂର୍ବରୁ ଫିଲ୍ମର ପ୍ରମୋଶନ ପାଇଁ ଭାରତ ଆସିବେ ବୋଲି ସୂଚନା ଦେଇଛନ୍ତି। ବର୍ତ୍ତମାନ ଫିଲ୍ମର ପ୍ରମୋଶନ ପାଇଁ ଦକ୍ଷିଣ କୋରିଆରେ ଫିଲ୍ମର ଟିମ୍ ରହିଛି। ସହ କଳାକାର ବ୍ରିଏ ଲାର୍ସନ୍, ଜେରେମି ରେନ୍ନର ଏବଂ ନିର୍ଦ୍ଦେଶକ ଦ୍ବୟ ଆନ୍ଥୋନୀ ଏବଂ ଜୋ ଋଷୋ ମଧ୍ୟ ଉପସ୍ଥିତ ଥିଲେ। ଆଭେଞ୍ଜର ଏଣ୍ଡଗେମ୍ ଏପ୍ରିଲ୍ ୨୬ରେ ରିଲିଜ୍ ହେବାକୁ ଥିବା ବେଳେ ଫିଲ୍ମରେ କ୍ରିସ୍ ଏଭାନ୍ସ, ମାର୍କ ରଫେଲୋ, କ୍ରିସ୍ ହେମ୍ସଓ୍ବର୍ଥ, ସ୍କାର୍ଲେଟ୍ ଜୋହାନ୍ସନ୍, ଡନ୍ ଚିଡେଲ, ପଲ୍ ରଡ୍, ବ୍ରାଡ୍ଲେ କୁପର୍ ଏବଂ ଟେସା ଥମ୍ପସନ୍ ପ୍ରମୁଖ ନଜର ଆସିବେ।
ଜମ୍ମୁ ଏବଂ କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦାବି କରୁଥିବା ଓମାର ଅବଦୁଲ୍ଳାଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜମ୍ମୁ ଏବଂ କାଶ୍ମୀରରେ ଏକ ନିର୍ମାଚନୀ ରାଲିରେ ମୋଦି କହିଛନ୍ତି ଅବଦୁଲ୍ଲା ଏବଂ ମୁଫ୍ତିଙ୍କୁ ଦେଶକୁ ବିଭାଜନ କରିବାର କୌଣସି ସୁଯୋଗ ଦିଆଯିବ ନାହିଁ। ଏହି ଦୁଇ ପରିବାର ଜମ୍ମୁ ଏବଂ କାଶ୍ମୀରର ତିନି ଦଶନ୍ଧି ନଷ୍ଟ କରିଥିବା ବେଳେ ଦେଶକୁ ବିଭାଜନ କରିବାର ଏମାନଙ୍କ ଚେଷ୍ଟାକୁ ଫଳପ୍ରଦ ହେବାକୁ ଦେବିନାହିଁ ବୋଲି କହିଛନ୍ତି ମୋଦି। ସେହିପରି କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀରରୁ ବାହାରକୁ ପଠାଯାଇଥିବା ନେଇ କଂଗ୍ରେସ ସରକାର ଦାୟୀ ବୋଲି ମଧ୍ୟ ମୋଦି ଅଭିଯୋଗ କରିଥିଲେ। ସରକାର ପଣ୍ଡିତ ମାନଙ୍କ ଥଇଥାନ ନେଇ ବ୍ୟବସ୍ଥା କରିବେ ବୋଲି ମଧ୍ୟ ମୋଦି ପ୍ରତିଜ୍ଞା କରିଥିଲେ। ସେହିପରି ଜାଲିଓ୍ବାନାଓ୍ବାଲାବାଗ ଶହିଦଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବାକୁ ଉପସ୍ଥିତ ନରହିବାକୁ ମଧ୍ୟ ମୋଦି ସମାଲୋଚନା କରିଛନ୍ତି। ବାଲାକୋଟ…
ଭାରତୀୟ ସମ୍ବିଧାନର ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ୧୨୮ ତମ ଜନ୍ମଜୟନ୍ତୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ନ୍ୟାୟ, ସ୍ବାଧୀନତା, ସମାନତା ଏବଂ ଭ୍ରାତୃତ୍ବ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିବାକୁ ନିବେଦନ କରିଥିଲେ। ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ନିଜର ବାର୍ତ୍ତା ସେୟାର କରିଥିବା ରାହୁଲ କହିଛନ୍ତି, ଯେଉଁମାନେ ଆମ୍ବେଦକରଙ୍କ ନୀତିରେ ପରିଚାଳିତ ହେବାକୁ ଚାହୁଛନ୍ତି ସେମାନଙ୍କୁ ନ୍ୟାୟ, ସ୍ବାଧୀନତା, ସମାନତା ,ଏବଂ ଭାତୃତ୍ବ ଭାବ ସହିତ ସମ୍ବିଧାନ ପ୍ରତି ନିଜର ଆନୁଗତ୍ୟ ଦେଖାଇବା ଉଚିତ୍।
ଭାରତୀୟ ସମ୍ବିଧାନର ପ୍ରଣେତା ବି ଆର ଆମ୍ବେଦକରଙ୍କ ୧୨୮ ତମ ଜନ୍ମଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତିଙ୍କ ସହିତ ଉପ ରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସଂସଦ ଭବନ ପରିସରରେ ରହିଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସହିତ ମୋଦି ଏବଂ ନାଇଡୁ ମଧ୍ୟ ଉପସ୍ଥିତ ଥିଲେ। ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବରୁ ଟ୍ବିଟ୍ କରି କହିଥିଲେ, ‘ଭାରତୀୟ ସମ୍ବିଧାନର ଏହି ନିର୍ମାତା ଜାତିପ୍ରଥାର ବିନାଶ ନିମନ୍ତେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଛନ୍ତି, ଯାହାର ଫଳସ୍ବରୂପ ମହିଳା ଏବଂ ତଳୁଆ ବର୍ଗର ଲୋକଙ୍କୁ ଫଇଦା ମିଳିଛି।’ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଟ୍ବିଟ୍ଟର ଜରିଆରେ ଶୁଭେଚ୍ଛା ଜଣାଇଥିଲେ। ‘ଭାରତୀୟ ସମ୍ବିଧାନର ଜନକ ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କୁ ତାଙ୍କ ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳି’ ବୋଲି ଟ୍ବିଟ୍ କରିଥିଲେ ନାଇଡୁ।…
ହଓ୍ବାଇରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ହଓ୍ବାଇର ପୂର୍ବତଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ସୁନାମିର କୌଣସି ସମ୍ଭାବନା ନାହିଁ ବୋଲି ଭୂତତ୍ତ୍ବ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭୋର ୫ଟା ସମୟରେ ଅନୁଭୂତ ହୋଇଥିବା ଏହି ଭୂକମ୍ପ କାଇଲୁଆ -କୋନାରୁ ୧୫ କିମି ଦୂରରେ ସୃଷ୍ଟି ହୋଇଥିଲା। ପ୍ରାୟ ୧୬ କିମି ଦୂରତା ପର୍ଯ୍ୟନ୍ତ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ସୁନାମିର କୌଣସି ସମ୍ଭାବନା ନାହିଁ ବୋଲି ପ୍ରଶାନ୍ତ ମାହାସାଗରୀୟ ସୁନାମି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ୮୯୪ ଜଣ ଲୋକ ଏହି ଭୂକମ୍ପକୁ ଅନୁଭବ କରିଥିବା ସ୍ବୀକାର କରିଛନ୍ତି ବୋଲି ଭୂତତ୍ତ୍ବ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

