ହଓ୍ବାଇରେ ଏକ ବିମାନ ଦୁର୍ଘଟଣା ଘଟିଛି। କିଙ୍ଗ ଏୟାର ପ୍ଲେନ୍ ନାମକ ବିମାନ ଚଳାଚଳ କମ୍ପାନୀର ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହିତ ବିମାନରେ ଉପସ୍ଥିତ ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀ ପ୍ରାଣ ହରାଇଛନ୍ତି। ହଓ୍ବାଇର ଉତ୍ତର ଭାଗରୁ ଯାତ୍ରା କରୁଥିବା ଏହି ବିମାନର ସମସ୍ତ ୯ ଜଣ ପ୍ରାଣ ହରାଇଥିବା ନେଇ ବିମାନ ଚଳାଚଳ ବିଭାଗ ମୁଖପାତ୍ର ଟିମ୍ ସାକାହାରା ସୂଚନା ଦେଇଛନ୍ତି। ଉଡାଣ ଭରିବା ସମୟରେ ଦିଲିଂଘାମ ବିମାନ ବନ୍ଦରରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ବିମାନରେ ୬ ଜଣ ଯାତ୍ରୀ ଏବଂ ତିନି ଜଣ କର୍ମଚାରୀ ରହିଥିଲେ।
Author: Samikhsya Bureau
ଛାତ୍ରଛାତ୍ରୀ ସଂଖ୍ୟା କମ୍ ଥିବା ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ। ୧୦ରୁ କମ୍ ପିଲା ଥିବା ସ୍କୁଲ ବନ୍ଦ ହେବ। ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି। ବନ୍ଦ ହେଉଥିବା ସ୍କୁଲର ପିଲାମାନେ ନିକଟ ସ୍କୁଲରେ ପାଠ ପଢିବେ। ସେହିପରି ସ୍କୁଲ ଯିବାକୁ ଯାତାୟତ ଖର୍ଚ୍ଚ ମିଳିବ। ୧ କିମିରୁ ସ୍କୁଲ ଅଧିକ ଦୂର ହେଲେ ଯାତାୟାତ ଖର୍ଚ୍ଚ ବହନ କରିବେ ସରକାର। ୭୫%ରୁ ଅଧିକ ଉପସ୍ଥାନ ଥିଲେ ମାସକୁ ୬ଶହ, ବାର୍ଷିକ ୬ ହଜାର ମିଳିବ। ୫୦ରୁ ୭୫% ଉପସ୍ଥାନ ପାଇଁ ମାସକୁ ୪ ଶହ, ବାର୍ଷିକ ୪ ହଜାରଟଙ୍କା। ସେହିପରି ୩୦ରୁ ୫୦% ଉପସ୍ଥାନ ପାଇଁ ମାସିକ ୩ ଶହ ଓ ବାର୍ଷିକ ୩ ହଜାର ଟଙ୍କା ମିଳିବ। ୩୦ପ୍ରତିଶତର କମ୍ ଉପସ୍ଥାନ ଥିଲେ ଆଦୌ ଯାତାୟତ ଖର୍ଚ୍ଚ ମିଳିବ ନାହିଁ। ଯାତାୟତ ଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ…
ଦେଶର ଅର୍ଥନୀତି ଧୀମା ହେଉଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତିଜ୍ଞଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କିଛି ଦିନ ତଳେ ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଭାରତକୁ ବିକାଶଶୀଳ ରାଷ୍ଟ୍ର ତାଲିକାରୁ ବାଦ ଦିଆଯାଇଥିଲା। ଏହି ବୈଠକରେ କିଭଳି ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଗତିଶୀଳ କରାଯାଇ ପାରିବ ତା ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି। ଜୁଲାଇ ୫ରେ ବଜେଟ ଉପସ୍ଥାପନ ପୂର୍ବରୁ ଏହି ଅର୍ଥନୀତିଜ୍ଞ ମାନଙ୍କ ସହିତ ଆଲୋଚନା କରିବେ ନିର୍ମଳା ସୀତାରମଣ। ନିତି ଆୟୋଗ ପକ୍ଷରୁ ବିଭିନ୍ନ ଅର୍ଥନୀତିଜ୍ଞ ମାନଙ୍କୁ ଅଲଗା ଅଲଗା ବିଭାଗ ପାଇଁ ଚୟନ କରାଯାଇଛି ଏବଂ ସମାନ ବିଷୟରେ ଉପସ୍ଥାପନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ଗତ ମାସ ୩୧ ତାରିଖରେ ମୋଦି ସରକାର ଶପଥ ଗ୍ରହଣ କରିବା ପରେ ଘରୋଇ ଅଭିବୃଦ୍ଧି ହାର ୫.୮କୁ ହ୍ରାସ ପାଇଥିଲା। ଯାହାକି ବିଗତ ୫ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଆସିଥିଲା। ସେହିପରି ବିକାଶଶୀଳ…
ପୂର୍ବତନ ଆଇଏଏସ ଅଫିସର୍ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ନେଇ ଏବେ ଓଡ଼ିଶା ରାଜନୀତି ବେଶ୍ ସରଗରମ। ବିଜେପି ତରଫରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥନ କରୁଥିବାବେଳେ ଏବେ ଏହାକୁ ନେଇ କଂଗ୍ରେସ ଆକ୍ରମଣ କରିଛି। ଉଭୟ ବିଜେପି ଓ ବିଜେଡ଼ିକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ସତ୍ୟ ନାୟକ। ଅଶ୍ବିନୀଙ୍କୁ ବିଜେଡ଼ିର ସମର୍ଥନ ଦ୍ବାରା ଓଡ଼ିଶାର କ’ଣ ସ୍ବାର୍ଥ ହାସଲ ହେଲା ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ନାୟକ। ବିରୋଧୀ ଦଳ ଭାବେ ବିଜେପିର ନୈତିକତା ହରାଇଛି ବୋଲି କହିଛନ୍ତି ସତ୍ୟ ନାୟକ। ସେହିପରି ଅଶ୍ବିନୀଙ୍କ ଓଡ଼ିଶା ପ୍ରତି କ’ଣ ଅବଦାନ ଅଛି, ତା’ର ଉତ୍ତର ନବୀନ ଦେବେ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଉଭୟ ଦଳକୁ କଟାକ୍ଷ କରି ପୋଡ଼ା ଟ୍ରାନ୍ସଫର୍ମର ଓ ଡବଲ୍ ଇଞ୍ଜିନ୍ ଏକାଠି ହେବାର କାରଣ କ’ଣ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ତେବେ ଚିଟ୍ଫଣ୍ଡରେ ଟଣାହେବା ଆଶଙ୍କାରେ ବିଜେପି କଥାକୁ…
ପୂର୍ବତନ ଆଇଏଏସ୍ ଅଫିସର ଅଶ୍ବିନୀ ବୈଷ୍ଣବ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସଦସ୍ୟତା ଗ୍ରହଣ କରିଛନ୍ତି ବୈଷ୍ଣବ। ବିଜେପିର ରାଜ୍ୟ ସଭାପତି ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି। ଓଡ଼ିଶାରୁ ଅଶ୍ବିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି। ବିଜେପିରେ ଯୋଗଦେବା ପରେ ଅଶ୍ବିନୀଙ୍କ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ତାଙ୍କୁ ଓଡ଼ିଶାବାସୀଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇବା ସହିତ ଓଡ଼ିଶାର ପ୍ରଗତି ଓ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅଶ୍ବିନୀଙ୍କ ପ୍ରାର୍ଥୀତ୍ବକୁ ମଧ୍ୟ ବିଜେଡ଼ି ସମର୍ଥନ କରିଛି।
ବଲିଉଡ୍ର ଦିବଙ୍ଗତ ଖଳନାୟକ ଅମରିଶ୍ ପୁରୀଙ୍କ ଆଜି ୮୭ତମ ଜୟଜନ୍ତୀ। ଗୁଗୁଲ୍ ଆଜି ଏହି ଅଭିନେତାଙ୍କ ସ୍ମୃତିଚାରଣ ପୂର୍ବକ ଏକ ସ୍ପେଶାଲ୍ ଡୁଡୁଲ୍ ପ୍ରସ୍ତୁତ କରିଛି। ଅମରିଶ୍ ପୁରୀଙ୍କ ଜନ୍ମ ୧୯୩୨ ମସିହା ଜୁନ୍ ୨୨ ତାରିଖରେ ହୋଇଥିଲା। ଖଳନାୟକ ସହ ଅନେକ ଚରିତ୍ର ନିଭାଇଥିଲେ ମଧ୍ୟ ବଲିଉଡ୍ରେ ସେ ଖଳନାୟକ ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ମିଷ୍ଟର ଇଣ୍ଡିଆର ‘ମୋଗାମ୍ବା’ ଚରିତ୍ର ଜରିଆରେ ସେ ରାତାରାତି ଷ୍ଟାର୍ ପାଲଟି ଯାଇଥିଲେ। ସେହିପରି ବ୍ଲକବ୍ଲଷ୍ଟର ’ଦିଲ୍ଓ୍ବାଲେ ଦୁଲ୍ହନିଆ ଲେ ଜାୟେଙ୍ଗ’ରେ ତାଙ୍କର ଲୋକପ୍ରିୟ ସଂଳାପ’ଯା ସିମରନ୍ ଯା….’ ସଂଳାପଟି ଆଜି ବି ସେତିକି ଲୋକପ୍ରିୟ। ଫିଲ୍ମ ଦୁନିଆରେ ପାଦ ଥାପିବା ପୂର୍ବରୁ ଅମରିଶ୍ ଥିଏଟ୍ର ଦୁନିଆରେ ନିଜ ଅଭିନୟର କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୭୯ ମସିହାରେ ସଂଗୀତ ନାଟକ ଏକାଡେମୀ ତରଫରୁ ସମ୍ମାନିତ ହୋଇଥିଲେ ଅମରିଶ୍। ‘ହମ୍ ପାଞ୍ଚ୍’ ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲା ଅମରିଶ୍। କିନ୍ତୁ ୧୯୮୨ରେ…
ଇଷ୍ଟର ଆକ୍ରମଣ ପରେ ଶ୍ରୀଲଙ୍କାରେ ଲାଗି ରହିଥିବା ଜରୁରୀ କାଳୀନ ପରସ୍ଥିତିର ଅବଧି ବଢାଯାଇଛି। ଶନିବାର ରାଷ୍ଟ୍ରପତି ମୈତ୍ରିପାଲା ଶିରିସେନା ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଶନିବାର ଏହି ଜରୁରୀ କାଳୀନ ପରସ୍ଥିତିର ଅବଧି ଶେଷ ହେବାକୁ ଥିବା ବେଳେ ଏହାକୁ ପୁନର୍ବାର ବଢାଇଛନ୍ତି ରାଷ୍ଟ୍ରପତି। ଜରୁରୀ କାଳୀନ ପରସ୍ଥିତି ସମୟରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ରାଷ୍ଟ୍ରର ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି କହିଛନ୍ତି ଶିରିସେନା। ଏହି ସମୟସୀମା ମଧ୍ୟରେ ଶ୍ରୀଲଙ୍କାରେ ୧୦୦ରୁ ଅଧିକଙ୍କୁ ଗିରଫ କରାଯାଇଥିବା ତନ୍ମଧ୍ୟରୁ ୧୦ରୁ ଅଧିକ ମହିଳା ରହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ଘଟିଥିବା ବିସ୍ଫୋରଣରେ ୨୫୮ ଜଣଙ୍କ ପ୍ରାଣହାନି ଘଟିଥିଲା। ଆସନ୍ତା ଦଶ ଦିନ ମଧ୍ୟରେ ସଂସଦୀୟ ଅଧିବେଶନ ଆରମ୍ଭ ପୂର୍ବରୁ ଜରୁରୀ କାଳୀନ ବ୍ୟବସ୍ଥା ଉଠାଯିବ ବୋଲି ସୂଚନା ଦେଇଛନ୍ତି ଶିରିସେନା।
ଗତକାଲି ଠାରୁ ତୁହାକୁ ତୁହା ବର୍ଷା ସାଙ୍ଗକୁ କୋହଲା ପାଗ ଏବଂ ହାଲକା ପବନ ମୌସୁମୀ ଆଗମନର ସୂଚନା ଦେଇଥିଲା। ଆଜି ମଧ୍ୟ ଅଧିକାଂଶ ଅଂଚଳରେ ପାଗ ମେଘୁଆ ରହିବା ସହ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ବାୟୁ ପ୍ରଭାବ ସହ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଯୋଗୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ତେଣୁ ଆଗାମୀ ୨୪ ଘଣ୍ଟା ପାଇଁ ୨୨ଟି ଜିଲ୍ଲାକୁ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଜଗତସିହପୁର, ବାଲେଶ୍ବର, ଭଦ୍ରକ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା ଓ ବୈାଦ୍ଧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ତେଣୁ ଏହି ଦୁଇଦିନ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଚଳିତ ଥର ବିଳମ୍ବ ହୋଇ ଜୁନରେ ମୈାସୁମୀ ଓଡ଼ିଶା ଛୁଇଁଥିବା ହେତୁ…
ଆନ୍ଧ୍ରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନିଜର ଦାଦା ତଥା ବରିଷ୍ଠ ଓ୍ବାଇଏସ୍ଆର ନେତା ସୁବ୍ବା ରେଡ୍ଡୀଙ୍କୁ ତିରୁପତି ଦେବସ୍ଥଳମ୍ ବୋର୍ଡର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଶୁକ୍ରବାର ସୁବ୍ବା ରେଡ୍ଡୀଙ୍କ ନିଯୁକ୍ତି ଘୋଷଣା ପରେ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି। ଏହି ନିଯୁ୍କ୍ତିକ ନେଇ ସୁବ୍ରମଣ୍ୟମ ସ୍ବାମୀ କୋର୍ଟରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି। ଆନ୍ଧ୍ରପ୍ରଦେଶର ସ୍ବତନ୍ତ୍ର ସଚିବ ମନମୋହନ ସିଂ ସୁବ୍ବା ରେଡ୍ଡୀଙ୍କ ନିଯୁକ୍ତି ଖବରକୁ ସ୍ପଷ୍ଟ କରିଛନ୍ତି। ସୁବ୍ବା ରେଡ୍ଡୀ ବର୍ତ୍ତମାନ ଓ୍ବାଇଏସ୍ଆରସିପିର ସାଧାରଣ ସମ୍ପାଦକ ରହିଥିବା ବେଳେ ଆଜିଠାରୁ ତିରୁପତି ଦେବୋସ୍ଥଳମ୍ର ଚେୟାରମ୍ୟାନ୍ ମଧ୍ୟ ରହିବେ। କମିଟିର ଅନ୍ୟ ସଦସ୍ୟଙ୍କୁ ଖୁବ୍ଶୀଘ୍ର ମନୋନୀତ କରାଯିବ ବୋଲି ମନମୋହନ ସିଂ ସୂଚନା ଦେଇଛନ୍ତି।
ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ରାଜ୍ୟରେ ମୌସୁମୀ ବର୍ଷା ହେଉଥିବା ବେଳେ ଏହାକୁ ତ୍ବରାନ୍ବିତ କରିଛି ଲଘୁଚାପ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଲଘୁଚାପ ବର୍ଷା ଲାଗି ରହିବ ବୋଲି ଜଣାପଡିଛି। ଉପକୂଳବର୍ତ୍ତୀ ଜିଲାଗୁଡିକରେ ବର୍ଷା ଅଧିକ ରହିବ ବୋଲି ଅନୁମାନ କରାଯାଇଛି। ଏଥିଯୋଗୁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହା ଓଡ଼ିଶାରେ ମୌସୁମୀକୁ ତ୍ୱରାନିତ କରିବାରେ ସହାୟକ ହେବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ଭାରତୀୟ ବାୟୁସେନାର କିଛି ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। କେବଳ ବାୟୁସେନା ଅଧିକାରୀ ନୁହନ୍ତି ବରଂ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଅସ୍ତ୍ରଶସ୍ତ୍ର ଡିଲର ସଞ୍ଜୟ ଭଣ୍ଡାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୦୯ରେ ସ୍ବିଜରଲ୍ୟାଣ୍ଡ ନିକଟରୁ ୭୫ଟି ବିମାନ କିଣାଯାଇଥିଲା। ଏହି ବିମାନ କିଣିବାରେ ୩୩୯ କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ହୋଇଥିଲା। ଭଣ୍ଡାରୀଙ୍କ ବିପକ୍ଷରେ ମାମଲା ରୁଜୁ କରାଯିବା ସହିତ ଭଣ୍ଡାରୀଙ୍କ ଅଫିସ୍ରେ ମଧ୍ୟ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି। ସ୍ବିଜରଲ୍ୟାଣ୍ଡ ନିକଟରୁ ଏହି ସମୟରେ ପିଲାକ୍ଟସ୍ ପିସି-୭ ଏମ୍କେ-୨ ଏବଂ ଏଚ୍ଟିପି-୩୨ ବିମାନ କିଣାଯାଇଥିଲା।
ଦକ୍ଷିଣ ଏସିଆର ନେତୃବୃନ୍ଦଙ୍କୁ ନେଇ ଆସନ୍ତା ସପ୍ତାହରେ ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ସମ୍ମିଳନୀ ଉପରେ ବିଶ୍ବ ସମୁଦାୟର ନଜର ରହିଛି। ଆମେରିକା ଏବଂ ଚୀନ୍ ମଧ୍ୟରେ ବଢୁଥିବା ବାଣିଜ୍ୟିକ ଦୂରତା ଯୋଗୁଁ ଏହି ସମ୍ମିଳନୀ ଉପରେ ବିଶ୍ବ ସମୁଦାୟ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ରବିବାର ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହ ନିଜର ବ୍ୟବସାୟିକ ଆଭିମୁଖ୍ୟ ସ୍ପଷ୍ଟ କରିବେ। ୧୯୬୭ରୁ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ ୮ ଟି ଦକ୍ଷିଣ ଏସୀୟ ରାଷ୍ଟ୍ର ଭାଗ ନେବେ। ଆମେରିକା-ଚୀନ୍ ବିବାଦ ବ୍ୟତୀତ ଆତଙ୍କବାଦକୁ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡିଛି।
ଇଂଲଣ୍ଡରେ ଅନୁଷ୍ଠିତ କ୍ରିକେଟ ବିଶ୍ବକପ୍ର ୨୮ ତମ ମ୍ୟାଚ୍ରେ ଭାରତର ମୁକାବିଲା ଆଫଗାନିସ୍ତାନ ସହିତ ହେବାକୁ ଯାଉଛି। ଏହି ମ୍ୟାଚ୍ରେ ଭାରତ ବିଜୟୀ ହେବାର ଆଶା ରଖିଛି। ଦଳ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଦଳକୁ ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଭାରତ ନିକଟରେ ମୋଟ୍ ୭ ପଏଣ୍ଟ ରହିଛି। ଦଳ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍ରେ ପରାସ୍ତ କରିଥିବା ବେଳେ ଅଷ୍ଟ୍ରେଲିଆକୁ ୩୬ ଓ ପାକିସ୍ତାନକୁ ୮୯ ରନ୍ରେ ପରାସ୍ତ କରିଛି। ଭାରତୀୟ ଦଳର ବ୍ୟାଟସମ୍ୟାନ୍ ଓ ବୋଲର ବେଶ୍ ଭଲ ଫର୍ମରେ ଥିବାରୁ ଦୁର୍ବଳ ଆଫଗାନିସ୍ତାନକୁ ପରାସ୍ତ କରିବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି। ରୋହିତ ଶର୍ମା ଚମତ୍କାର ଫର୍ମରେ…
ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ପାକିସ୍ତାନକୁ ଏକ ଶକ୍ତ ଧକ୍କା ଲାଗିଛି। ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ (ଏଫ୍ଟିଏଫ୍) ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଯଦି ଆଗାମୀ ଦିନରେ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ କରାନଯାଏ ତେବେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଛି ଏଫ୍ଏଟିଏଫ୍। ପୂର୍ବରୁ ଭାରତ ପକ୍ଷରୁ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିବା ନିମନ୍ତେ ଆବେଦନ କରାଯାଇଥିବା ବେଳେ ଚୀନ୍ ପାକିସ୍ତାନର ସମର୍ଥନରେ ବାହାରିଥିଲା। ମାତ୍ର ମାସୁଦ୍ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଚୀନ୍ ମଧ୍ୟ ପାକିସ୍ତାନର ହାତ ଛାଡି ଦେଇଥିଲା। ଏହି ଘଟଣା ପରେ ଅକ୍ଟୋବର ୨୦୧୯ ସୁଦ୍ଧା ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଇଛି ଏଫ୍ଏଟିଏଫ୍।
କେଦାର ମିଶ୍ର ଓଡିଶାର ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ନେବା ପରେ ଶ୍ରୀ ନବ କିଶୋର ଦାସ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛନ୍ତି, ସେଥିଲାଗି ତାଙ୍କୁ ପ୍ରଶଂସା କରିବାକୁ ପଡିବ। ତେବେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କଥା କହିବା ପୂର୍ବରୁ ବାସ୍ତବ ସମସ୍ୟାଗୁଡ଼ିକର ଚିହ୍ନଟ ଜରୁରୀ। ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠୁ ଆରମ୍ଭ କରି ମେଡିକାଲ କଲେଜ ପର୍ୟନ୍ତ ସବୁଠି ଡାକ୍ତରଖାନା ଅଛି, ହେଲେ ଡାକ୍ତର ନାହାନ୍ତି। ଏହି ସମସ୍ୟାର ସମାଧାନ ଲାଗି ଅବସରପ୍ରାପ୍ତ ଡାକ୍ତରମାନଙ୍କୁ ଠିକା ଭିତ୍ତିରେ ପୁନଃନିଯୁକ୍ତି ଦିଆଯିବ ଓ ସେମାନଙ୍କ କାମ କରିବାର ସମୟସୀମାକୁ ୭୦ ବର୍ଷ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହା ହୁଏତ ଡାକ୍ତର ସମସ୍ୟାକୁ କିଛିଟା ହାଲୁକା କରିବ, ଏହା କିନ୍ତୁ ସମାଧାନ ନୁହେଁ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅତିକମରେ ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା ବୋଲି କହିଛନ୍ତି। ଏହି ଲକ୍ଷ୍ୟ ପୂରଣରେ ଭାରତ ସରକାର…
ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ଏକାଥରେ ୩୨ ଜଣ ଅଧିକାରୀଙ୍କୁ ଅଦଳ ବଦଳ କରିଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି। ବିଏମସି କମିଶନର ଭାବେ ଯୋଗଦେବେ କେନ୍ଦ୍ରାପଡାର ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ। ସେହିପରି ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଭାବେ ଯୋଗଦେବେ କୃପାସିନ୍ଧୁ ମିଶ୍ର। ଯେଉଁ ୩୨ ଜଣ ଆଇଏଏସଙ୍କୁ ଅଦଳବଦଳ କରାଯାଇଛି ସେମାନେ ହେଲେ। ୧-ଅର୍ଚ୍ଚନା ପଟ୍ଟନାୟକ-ପରିଚାଳନା ନିର୍ଦ୍ଦେଶକ ଓଡିଶା ଉଠାଜଳସେଚନ ସହିତ ଜଳସଂପଦ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ୨-ନିରଂଜନ ସାହୁ- ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଶ୍ରମ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ୩-ପ୍ରଶାନ୍ତ କୁମାର ସେନାପତି- ଆଇଜି ରେଜିଷ୍ଟ୍ରେସନ ୪-ଦାଶରଥୀ ଶତପଥୀ-ଓଡିଶା ବିଧାନସଭା ସଚିବ ୫-ନିର୍ମଳ ଚନ୍ଦ୍ର ମିଶ୍ର-ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ, ଏମଡି ଓଟିଡିସି ୬-ଅଂଜନ କୁମାର ମାନିକ- ଅବକାରୀ କମିଶନର ୭-ବିଭୂତି ଭୂଷଣ ପଟ୍ଟନାୟକ-ସମବାୟ ରେଜିଷ୍ଟାର ୮-ତ୍ରିବିକ୍ରମ ପ୍ରଧାନ-ଅତିରିକ୍ତ ସଚିବ…
ସମୀକ୍ଷା ବ୍ୟୁରୋ ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ। ବିଜେଡି ଏହି କଥାକୁ ଅକ୍ଷରେ ଅକ୍ଷରେ କରି ଦେଖାଇ ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ରାଜ୍ୟସଭା ଆସନ ଜାଣିଶୁଣି ବିଜେପି ହାତରେ ଟେକିଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନବୀନ ନିବାସରେ ନବୀନ ପଟ୍ଟନାୟକ ଓଡିଶାର ଖାଲି ପଡିଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନାମ ଘୋଷଣା କରିଥିଲେ। ପ୍ରଥମେ ସେ ତିନିଜଣ ନାମ ଘୋଷଣା କରିଥିଲେ। ସେମାନେ ହେଲେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ପୂର୍ବତ୍ତନ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ। ଏମାନେ ବିଜେଡି ପ୍ରାର୍ଥୀ ବୋଲି କୁହାଗଲା। ଏପରିକି ନବୀନ ଅଶ୍ବିନୀଙ୍କ ସଂପର୍କରେ ସଫେଇ ଦେଇ କହିଲେ ଯେ ସେ ହେଉଛନ୍ତି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ହେଲେ ଏହାପରେ କଥାଟା ବିଗିଡି ଗଲା ଯେତେବେଳେ ଅଶ୍ବିନୀଙ୍କୁ ବିଜେପି ଓଡିଶା ପାଇଁ ତାଙ୍କ ଦଳୀୟ ରାଜ୍ୟସଭା ପ୍ରାର୍ଥୀ…
ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀଙ୍କୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଉଭୟ ବିଜେଡ଼ି ଓ ବିଜେପି ତରଫରୁ ପ୍ରାର୍ଥୀ ରୂପେ ଅଶ୍ବିନୀଙ୍କ ନାମ ଘୋଷଣା ପରେ ରାଜନୈତିକ ହଟଚମଟ ବେଶ୍ ବଢିଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘାେଷଣା କରିଥିଲେ। ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ବିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଥିବାବେଳେ ବିଜେପି ମଧ୍ୟ ତା’ ଅଫିସିଆଲ୍ ଟୁଇଟର୍ ପେଜ୍ରେ ଅଶ୍ବିନୀଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରିଥିଲା। ତେବେ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ପରେ ନବୀନ ପଟ୍ଟନାୟକ ଅଶ୍ବିନୀଙ୍କ ପ୍ରାର୍ଥୀତ୍ବକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଅଶ୍ବିନୀ ବିଜେପି ପ୍ରାର୍ଥୀ ଏବଂ ତାଙ୍କୁ ଆମେ ସମର୍ଥନ କରିବୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଏନେଇ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ କଥା ହୋଇଥିବାର କହିଛନ୍ତି ନବୀନ। ପୂର୍ବତନ ଆଇଏଏସ୍ ଅଫିସର ଅଶ୍ବିନୀ ବୈଷ୍ଣବୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ…
ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘାେଷଣା କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଅଶ୍ବିନୀ ବୈଷ୍ଣବ ପ୍ରମୁଖ ରାଜ୍ୟସଭାକୁ ଯିବେ। ଅମର ପଟ୍ଟନାୟକ ବିଜେଡି ଆଇଟି ସେଲ୍ର ମୁଖ୍ୟ ରହିଥିବାବେଳେ ସସ୍ମିତ ପାତ୍ର ବିଜେଡ଼ିର ମୁଖପାତ୍ର ଦାୟିତ୍ବରେ ରହିଛନ୍ତି। ପୂର୍ବତନ ଆଇଏସ୍ ଅଫିସର୍ ହେଉଛନ୍ତି ଅଶ୍ବିନୀ ବୈଷ୍ଣବ। ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ଅଶ୍ବିନୀ ବୈଷ୍ଣବ। ରାଜ୍ୟସଭାରେ ବିଜେଡ଼ିର ତିନୋଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ରହିଛି। ପୂର୍ବରୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଅମର ପଟ୍ଟନାୟକ, ରବୀନ୍ଦ୍ର ଜେନା, କଳିକେଶ ସିଂହଦେଓ, ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଥିଲା।
ଟ୍ରିପଲ୍ ତଲାକ୍କୁ ନେଇ ପୁନର୍ବାର ଏକ ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍। ସମାଜବାଦୀ ପାର୍ଟି କୋରାନ୍ରେ ଲିଖିତ ନିୟମକୁ ସମର୍ଥନ କରିବ ବୋଲି କହିଛନ୍ତି ଆଜମ୍ ଖାନ୍। ଆଜି ସଂସଦର ଲୋକସଭାରେ ତିନି ତଲାକ୍ ବିଲ୍ ଆଗତ ହୋଇଥିଲା। ୧୫୦୦ବର୍ଷ ପୂର୍ବରୁ ଇସ୍ଲାମ ବ୍ୟତୀତ ଅନ୍ୟ କୌଣସି ଧର୍ମ ମହିଳାଙ୍କୁ ସ୍ବାଧୀନତା ପ୍ରଦାନ କରିନଥିଲା। ତେଣୁ କୋରାନ୍ରେ ଲିଖିତ ନିୟମକୁ ସମାଜବାଦୀ ପାର୍ଟି ସଦାସର୍ବଦା ସମର୍ଥନ କରିବ। ଆଜିର ଦିନରେ ଛାଡପତ୍ର ହାର ଏବଂ ମହିଳାଙ୍କ ବିପକ୍ଷରେ ହିଂସାର ହାର ଅପେକ୍ଷାକୃତ କମ ରହିଛି। ଇସ୍ଲାମରେ ମହିଳାଙ୍କୁ ଜଳାଇ ଦିଆଯାଉନାହିଁ କିମ୍ବା ହତ୍ୟା କରାଯାଉନାହିଁ ବୋଲି ଉତ୍ତର ପ୍ରଦେଶର ଏହି ସାଂସଦ ପ୍ରକାଶ କରିଛନ୍ତି। ଟ୍ରିପଲ୍ ତଲାକ୍ ଏକ ଧାର୍ମିକ ସମସ୍ୟା ଏହାକୁ ଅଯଥାରେ ରାଜନୀତି ସହିତ ସମ୍ବନ୍ଧିତ କରାଯାଉଛି ବୋଲି କହିଥିଲେ ଆଜମ୍ ଖାନ୍।
କର୍ଣ୍ଣାଟକରେ ଜେଡିଏସ୍ ଓ କଂଗ୍ରେସ ମଧ୍ୟରେ ମତାନ୍ତର ଏବେ ସାମ୍ନାକୁ ଆସିଛି। ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ଜେଡିଏସ୍ ଓ କଂଗ୍ରେସ ମେଣ୍ଟ ଭୁଶୁଡିବାର ଆଶଙ୍କା କରିବା ସହ କର୍ଣ୍ଣାଟକରେ ଖୁବ୍ଶୀଘ୍ର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଥମେ ସେ ରାଜ୍ୟରେ ଜେଡିଏସ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ସମର୍ଥନରେ ନଥିଲେ। କଂଗ୍ରେସ ତାଙ୍କୁ ମେଣ୍ଟ କରିବା ପାଇଁ ନିବେଦନ କରିଥିଲେ, ଯାହା ପରେ ସେ ସହମତି ପ୍ରକାଶ କରିଥିଲେ। ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପ୍ରଥମ ଥର ମେଣ୍ଟକୁ ନେଇ ଦେବଗୌଡ଼ା କଂଗ୍ରେସ ଉପରେ କଡ଼ା ସମାଲୋଚନା କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରଠୁ କର୍ଣ୍ଣାଟକରେ କ୍ଷମତାସୀନ ଜେଡିଏସ ଓ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଜେଡିଏସ୍ ଗୋଟିଏ ଲେଖାଏ…

