Author: Samikhsya Bureau

ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରଙ୍କ ଉପରେ ଆକ୍ରମଣ ନେଇ ସାରା ଦେଶରେ ଘୋର ଅସନ୍ତୋଷ ବଢି ଚାଲିଥିବାବେଳେ ଡାକ୍ତରମାନେ ସପ୍ତମ ଦିନ ଧରି ଧର୍ମଘଟ କରିଥିବାବେଳେ ତାଙ୍କୁ ଆଜି ସମର୍ଥନ କରିଛନ୍ତି ଆଇଏମ୍‌ଏସ୍‌ ।  ଆଜି ଇଣ୍ଡିଆନ୍‌ ମେଡ଼ିକାଲ୍‌ ଆସୋସିଏନ୍‌ ଆଜି ୨୪ ଘଣ୍ଟିଆ ଆନ୍ଦୋଳନ କରିଛନ୍ତି । ଇତିମଧ୍ୟରେ  ଦିଲ୍ଲୀ ଏମ୍ସର ଜଣେ ଡାକ୍ତର ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ଆକ୍ରମଣର ଶିକାର ହୋଇଥିବା ସୂଚନା ରହିଛି। ଗତକାଲି ରାତିରେ ଡାକ୍ତର ଓ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ମାଡ଼ ପିଟ୍ ହୋଇଥିବା ଜଣାପଡ଼ିଛି। ଏହାପରେ ଆଇଏମଏର ଆନ୍ଦୋଳନରେ ଏମ୍ସ ଡାକ୍ତରମାନେ ସାମିଲ ହୋଇଛନ୍ତି। ପ୍ରଥମେ ଏମ୍ସ ଡାକ୍ତରମାନେ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ ମଧ୍ୟ ଧାରଣା ଦେବେ ନାହିଁ ବୋଲି କହିଥିଲେ। ତେବେ ଧମକର ଶିକାର ହୋଇଥିବା ଡାକ୍ତର ଜଣକ ଧାନାରେ ଏତଲା ଦେବା ସହିତ ସାଧାରଣ ବୈଠକ ଡ଼ାକି ଆଇଏମଏର ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି।

Read More

ସପ୍ତଦଶ ଲୋକସଭାର ପ୍ରଥମ ବଜେଟ ଅଧିବେଶନର ପ୍ରଥମଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ପି ଭାବେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦିଙ୍କ ପରେ ରାଜନାଥ ସିଂ ଏବଂ ତାଙ୍କ ପରେ ଅମିତ ଶାହ ଏମ୍‌ପି ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଦୁଇ ଦିନ ଧରି ଶପଥ ପାଠ ଅନୁଷ୍ଠିତ ହେବ । ଲୋକସଭା ଅଧ୍ୟକ୍ଷ ୧୯ ଜୁନ୍‌ରେ ନିର୍ବାଚିତ ହେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହରେ ଜୁନ୍‌ ୨୦ ତାରିଖରେ ଅଭିଭାଷଣ ରଖିବେ । ଓଡ଼ିଶାର ପ୍ରତାପ ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେଇଥିବାବେଳେ ଅନ୍ୟତମ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଆ ଭାଷାରେ ଶପଥ ଗ୍ରହଣ କରିଛନ୍ତି ।

Read More

ଲୋକସଭା ନିର୍ବାଚନ ପରେ ସଂସଦରେ ୧୭ତମ ଲୋକସଭାର ପ୍ରଥମ ମୌସୁମ ଅଧିବେଶନ ଆରମ୍ଭ ହୋଇଛି । ସ୍ବାଧୀନତା ପରେ ପ୍ରଥମଥର ଚଳିତ ଲୋକସଭା ନିର୍ବାଚନରେ ଅଧିକ ମହିଳା ତଥା ମହିଳା ସାଂସଦ ରହିଛନ୍ତି । ସେହିପରି ବହୁ ଦଶକ ପରେ କୌଣସି ଏକ ସରକାର ଦ୍ବିତୀୟ କାର୍ଯ୍ୟକାଳ ପାଇଁ ସ୍ପଷ୍ଟ ବହୁମତ ମଧ୍ୟ ହାସଲ କରିଛନ୍ତି । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ପ୍ରଥମ ଅଧିବେଶନ ଅବସରରେ ମୋଦି ସମସ୍ତ ରାଜନୈତିକ ଦଳଙ୍କୁ ସଂସଦର କାର୍ଯ୍ୟ ସୂଚାର ରୂପେ ସଂପାଦାନ କରିବା ପାଇଁ ସହଯୋଗ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ପରେ ନୂଆ ଲୋକସଭା ଗଠନ ପରେ ଆଜି ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ନୂଆ ସାଥୀଙ୍କ ସହିତ ପରିଚୟ ପାଇଁ ପୁଣି ଥରେ ଅବସର ମିଳିଛି । ନୂଆ ସ୍ବପ୍ନ ମଧ୍ୟ ରହିଛି । ବିରୋଧୀମାନେ ନମ୍ବର ଚିନ୍ତା ଛାଡି ଜନତାଙ୍କ  ବିଭିନ୍ନ ପ୍ରସଙ୍ଗ…

Read More

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାର ମାସ ରେ ତେର ପର୍ବ।  ମଣିଷ ପରି ତାଙ୍କର ଦିନଚର୍ଯା । କିନ୍ତୁ ତାଙ୍କ ଗାଧେଇବାରେ ଥାଏ ବ୍ୟତିକ୍ରମ। ମହାସ୍ନାନ ପୂର୍ଣ୍ଣମୀରେ ମହାପ୍ରଭୁ କରନ୍ତି ମହାସ୍ନାନ । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବିଭିନ୍ନ ରୀତିନୀତି ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ମଙ୍ଗଳଆଳତି ପରେ ପ୍ରଥମେ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ ମହାପ୍ରଭୁ ବଳଭଦ୍ର ଓ ଚକ୍ରରାଜ ସୁଦର୍ଶନ। ପରେ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ ମହାପ୍ରଭୁ ବଳଭଦ୍ର ଓ ଚକ୍ରରାଜ ସୁଦର୍ଶନ। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଇଲମ, ତଡ଼ପଲାଗି ଓ ଅଧରପୋଛା ନୀତି ହେବ। ଏହା ସରିବା ପରେ ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟକ୍ଷସ୍ନାନ କରିବେ ମହାବାହୁ। ଏହାପରେ ଗଜପତି ମହାରାଜାଙ୍କ ଦ୍ୱାରା ଅନୁଷ୍ଠିତ ହେବ ଛେରାପହଁରା। ଅନ୍ୟାନ୍ୟ ପୂଜାନୀତି…

Read More

ଗତକାଲି ମାଞ୍ଚେଷ୍ଟରରେ ଖେଳାଯାଇଥିବା ଭରତ ବନାମ ପାକିସ୍ଥାନ ମ୍ୟାଚରେ ଭାରତର ବିଜୟ ପରେ ଟିମ ଇଣ୍ଡିଆକୁ ପ୍ରଶଂସକ ମାନେ ଅଭିବାଦନ ଜଣାଇଛନ୍ତି। ତେବେ ଟିମ ଇଣ୍ଡିଆର ବିଜୟକୁ ଉଚ୍ଛସିତ ପ୍ରଶଂସା କରିବା ସହିତ ଏହାକୁ ପାକିସ୍ଥାନ ବିପକ୍ଷରେ ଆଉ ଏକ ଷ୍ଟ୍ରାଇକ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା।  ସେହିଭଳି ଅନ୍ୟନେତାମାନେ ମଧ୍ୟ ଭାରତୀୟ ଟିମର ପ୍ରଦର୍ଶନରେ ବହୁତ ଖୁସି ଅନୁଭବ କରି ଭବିଷ୍ୟତର ମ୍ୟାଚ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଅମିତ ଶାହା ଟୁଇଟ କରି ଲେଖିଛନ୍ତି, ପାକିସ୍ତାନ ଉପରେ ଟିମ ଇଣ୍ଡିଆ ଦ୍ୱାରା ଆଉ ଏକ  ଷ୍ଟ୍ରାଇକ ଦେଖିବାକୁ ମିଳିଛି । ଫଳାଫଳ ପୂର୍ବଭଳି ରହିଛି । ପୂରା ଟିମକୁ ବହୁତ ଧନ୍ୟବାଦ । ଆପଣମାନଙ୍କର ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ସଂପୂର୍ଣ୍ଣ ରୂପେ ଟିମକୁ ଅଭିନନ୍ଦନ ଜଣାଉଛି ବୋଲି ଶାହା କହିଛନ୍ତି । ଭାରତର ପ୍ରତ୍ୟେକ ନାଗରିକ ଏହି ବିଜୟକୁ ନେଇ ଉତ୍ସାହିତ ଏବଂ ଗର୍ବ ଅନୁଭବ…

Read More

କେଦାର ମିଶ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକ ଜୀବନର ମହାଦେବତା । ତାଂକର ପୂଜା ବିଧାନ ଓ ଉପଚାରରେ ଲୋକ ଜୀବନର ପ୍ରଭାବ ପ୍ରଛନ୍ନ ଭାବେ ଦେଖିବାକୁ ମିଳେ। ସ୍ନାନ ପୂର୍ଣିମା ପରେ ମହାପ୍ରଭୁଂକ ଶ୍ରୀଅଂଗ ରେ ବାଧା ହୁଏ।ଲୋକାଚାର ରେ ଏହି ସମୟରେ ମହାପ୍ରଭୁଙ୍କୁ ଜ୍ବର ହୁଏ।ଓଡିଶାର ଜନଜୀବନରେ ଏହା ଅଣସର ସମୟ। ଗ୍ରୀଷ୍ମ ପରେ ବର୍ଷା ଆସୁଥିବାରୁ ପ୍ରଚଣ୍ଡ ଗୁଳୁଗୁଳିର ସମୟ। ସ୍ନାନ ମଣ୍ଡପରୁ ମହାସ୍ନାନ ସାରି ହାତୀ ବେଶରେ ଦର୍ଶନ ଦେବା ପରେ ଚତୁର୍ଦ୍ଧା ମୂର୍ତ୍ତି ଆଉ ରତ୍ନ ସିଂହାସନକୁ ନ ଫେରି ଅଣସର ଘର କୁ ବିଜେ କରନ୍ତି । ଅଣସର ବିଧି ପ୍ରାୟ ଗୋପନ। ଶ୍ରୀମନ୍ଦିରର ମୂଳ ସେବକ ଦଇତା ଓ ପତି ସେବକ ମାନେ ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଂକ ଶ୍ରୀଅଂଗ ଫିଟା ଓ ନବ ଯୌବନ ଲାଗି କରାଇଥାନ୍ତି  ।ଅଣସର ସମୟରେ ଖାଲି ଥିବା ରତ୍ନ ସିଂହାସନରେ ପଟି ଦିଅ ଓ ଦଶାବତାର…

Read More

ସମୀକ୍ଷା ବ୍ୟୁରୋ ଭାରତ 89 ରନରେ ଜିତି ବିଶ୍ୱକପରେ ଆଉ ଏକ ବିଜୟ ସହ ପାକିସ୍ତାନକୁ ମୋଟ 7 ଟି ମ୍ୟାଚରୁ ସମସ୍ତ 7ଟି ମ୍ୟାଚ ଜିତି ଇତିହାସ ସୃଷ୍ଟି କରିଛି। ମାଞ୍ଚେଷ୍ଟରର ଓଲ୍‌ଡଟ୍ରାଫୋର୍ଡରେ ଖେଳାଯାଇଥିବା ବିଶ୍ବକପରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ କେ ଏଲ୍‌ ରାହୁଲ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତର ସ୍କୋର 5  ଓ୍ବିକେଟ ହରାଇ 336 ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 140 ରନ୍‌ ସଂଗ୍ରହ କରିଥିଲେ । ରୋହିତ 113 ବଲ୍‌ରୁ 14ଟି ଚୌକା 3ଟି ଛକ୍କା ସହିତ 140 ରନ୍‌ ସଂଗ୍ରହ କରିଥିଲେ । ଲୋକେଶ ରାହୁଲ୍ 57 ରନ୍‌ ସଂଗ୍ରହ କରିଥିବା ବେଳେ କୋହଲି 77 ରନ୍‌ ସଂଗ୍ରହ କରି ଅପରାଜିତ ରହିଥିଲେ । ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବୋଲିଂର…

Read More

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି । ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗର ଜୁନିଅର ଡାକ୍ତରମାନେ ଧର୍ମଘଟ କରିଛନ୍ତି । ଏହି ଧର୍ମଘଟକୁ ସମର୍ଥନ କରିଛି ଭାରତୀୟ ଡାକ୍ତର ସଂଘ । ସୋମବାର ଦିନ ଦେଶବ୍ୟାପୀ ୨୪ ଘଣ୍ଟ ଧର୍ମଘଟ କରିବାର ଘୋଷଣା କରାଯାଇଛି । ଏହାଦ୍ବାରା ସକାଳ ୬ଟାରୁ୨୪ ଘଣ୍ଟା ପାଇଁ ବହିଃଚିକିତ୍ସା ବନ୍ଦ ରହିବ। ସକାଳ ୧୦ଟାରୁ ଦିଲ୍ଲୀସ୍ଥିତ ଆଇଏମ୍‌ଏ୍‌ ମୁଖ୍ୟାଳୟରେ ଧାରଣା କରିବେ ବୋଲି ସୂଚନା ରହିଛି । ଆଇଏମ୍‌ଏର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜନ ଶର୍ମା କହିଛନ୍ତି ଯେ, ପ୍ରଥମଥର କର୍ପୋରେଟ୍‌ ହସ୍‌ପିଟାଲ୍‌ ଏହି ଧର୍ମଘଟରେ ସାମିଲ୍‌ ହେଉଛି ।  ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ଏମ୍‌ ଓ ସଫଦରଗଞ୍ଜର ଘରୋଇ ଡାକ୍ତରଙ୍କୁ ମଧ୍ୟ ଏହି ଆନ୍ଦୋଳନରେ ସାମିଲ୍‌ କରିବା ପାଇଁ ଅପିଲ୍‌ କରାଯାଇଛି । ତେବେ ଗତକାଲି ମମତା ବାନାର୍ଜୀ ଡାକ୍ତରଙ୍କ ସମସ୍ତ ଦାବିକୁ ମାନିନେବା ସହିତ ଧର୍ମଘଟ ପ୍ରତ୍ୟାହାର କରିବାକୁ…

Read More

ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ଛକ୍କା ମାରିବାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ 113 ବଲ୍‌ରୁ 3ଟି ଛକ୍କା ଏବଂ 14ଟି ଚୌକା ସହିତ 140 ରନ୍‌ର ଇନିଂସ ଖେଳିଥିଲେ ।  ଏହି ଇନିଂସରେ ରୋହିତ ଏକ ରେକର୍ଡ ବୁକ୍‌ରେ ନିଜ ନାମ ସାମିଲ କରିଛନ୍ତି । ନିଜର ଏହି ଇନିଂସ ସହାୟତାରେ ରୋହିତ ମହେନ୍ଦ୍ର ସିଂ ଧୋନୀଙ୍କୁ ଅତିକ୍ରମ କରିଛନ୍ତି । ଧୋନୀ 355ଟି ଛକ୍କା ମାରିଥିବା ବେଳେ ରୋହିତ 356ଟି ଛକ୍କା ସହିତ ତାଙ୍କୁ ଅତିକ୍ରମ କରିଛନ୍ତି । ସର୍ବାଧିକ ଛକ୍କା ମାରିଥିବା ଭାରତୀୟ : ରୋହିତ ଶର୍ମା : 356 ଏମ୍‌ ଏସ୍‌ ଧୋନୀ : 355 ସଚିନ୍‌ ତେନ୍ଦୁଲକର : 264 ଯୁବରାଜ ସିଂ : 251 ସୌରଭ ଗାଙ୍ଗୁଲି : 247 ବୀରେନ୍ଦ୍ର ସେହ୍ବାଗ : 243

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ’ଏକ ଦେଶ, ଏକ ନିର୍ବାଚନ’ ବିଷୟକୁ ନେଇ ସମସ୍ତ ରାଜନୈତିକ ଦଳର ଲୋକସଭା ଓ ରାଜ୍ୟସଭାରେ ପ୍ରତିନିଧିତ୍ବ କରୁଥିବା ଅଧ୍ୟକ୍ଷଙ୍କ ସହ ୧୯ ତାରିଖରେ ବୈଠକ କରିବେ ବୋଲି ସୂଚନା ରହିଛି । ଏତଦ୍ ବ୍ୟତୀତ ଜୁନ ୨୦ରେ ଲୋକସଭା ଏବଂ ରାଜ୍ୟସଭାର ସାଂସଦଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଛି । ଏହି ସମ୍ପର୍କରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରବିବାର ଦିନ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୧୯ରେ ଏକ ବୈଠକ କରି ଏକ ଦେଶ ଏକ ନିର୍ବାଚନ ଏବଂ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସହିତ ବହୁ ମହତ୍ତ୍ବପୂର୍ଣ୍ଣ ମାମଲାରେ ଚର୍ଚ୍ଚା କରିବେ ବୋଲି ଜଣାପଡିଛି ।  ସେ ସଂସଦରେ ଏକ ଦଳୀୟ ଭାବନା ଆଣିବାକୁ ଚାହୁଁଛନ୍ତି । ତେଣୁ ଏହି ବୈଠକର…

Read More

ପାକିସ୍ତାନ ନିକଟରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପକ୍ଷରୁ ଦୁଇ ଓପ୍‌ନର ଦୃଢ ବ୍ୟାଟିଂ କରିଛନ୍ତି । ଭାରତ ପକ୍ଷରୁ ଦୁଇ ଓପ୍‌ନର ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୁଇ ଓପ୍‌ନର 24 ଓଭର ଶେଷ ସୁଦ୍ଧା 136 ରନ୍‌ ସଂଗ୍ରହ କରିଛନ୍ତି । ରୋହିତ ଶର୍ମା 65  ବଲ୍‌ରୁ ନିଜର 75 ରନ୍‌ ସଂଗ୍ରହ କରିଥିବା ବେଳେ  କେ ଏଲ୍‌ ରାହୁଲ 75 ବଲ୍‌ର ସାମ୍ନା କରି 57  ରନ୍‌ରେ ବ୍ୟାଟିଂ କରୁଛନ୍ତି । ଏହି ଦୁଇ ଜଣଙ୍କ ବ୍ୟାଟିଂ ବଳରେ ଭାରତ ପ୍ରଥମ ଓ୍ବିକେଟରେ 136 ରନ୍‌ ଯୋଡିଥିଲେ । ରାହୁଲ୍‌ 75 ବଲ୍‌ରୁ 3 ଚୌକା ଏବଂ 2 ଛକ୍କା ସହାୟତାରେ 57 ରନ୍‌ ସଂଗ୍ରହ କରି ଓ୍ବାହାବ ରିଆଜ୍‌ଙ୍କ ବଲ୍‌ରେ ଆଉଟ ହୋଇଥିଲେ ।

Read More

ଆଉ ପାଞ୍ଚ ଦିନ ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ । ଆରବ ସାଗରରେ ବାତ୍ୟା ‘ବାୟୁ’ ପାଇଁ ମୌସୁମୀ ଓଡ଼ିଶା ଆସିବାକୁ ବିଳମ୍ବ ହେଉଛି ବୋଲି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ରହିଛି । ତେବେ ୪ ଦିନରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ସକ୍ରିୟ ହେବ ମୌସୁମୀ । ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ରହିଛି । ଜୁନ୍‌ ୮ ତାରିଖରେ ମୌସୁମୀ କେରଳ ଛୁଇଁଥିବାବେଳେ ଓଡ଼ିଶାକୁ ସପ୍ତାହେ ବିଳମ୍ବରେ ଆସିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଥିଲା ।

Read More

ଚଳିତ କ୍ରିକେଟ ବିଶ୍ବକପ୍‌ର ହାଇଭୋଲ୍‌ଟେଜ୍‌ ଭାରତ ପାକିସ୍ତାନ ମ୍ୟାଚ୍‌ ଆରମ୍ଭ ହୋଇଛି । ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି ପାକିସ୍ତାନ । ପାକିସ୍ତାନ ପକ୍ଷରୁ ଏହାର ପୂର୍ବ ମ୍ୟାଚ୍‌ର ଟିମ୍‌ ଅପରିବର୍ତ୍ତିତ ରହିଥିବା ବେଳେ ଭାରତ ପକ୍ଷରୁ ବିଜୟ ଶଙ୍କର ନିଜର ବିଶ୍ବକପ୍‌ ପଦାର୍ପଣ କରିଛନ୍ତି । ଆହତ ଭାରତୀୟ ଓପ୍‌ନର ଶିଖର ଧଓ୍ବନ୍‌ଙ୍କ ସ୍ଥାନରେ କେଏଲ୍‌ ରାହୁଲ ଓପ୍‌ନର ରହିଥିବା ବେଳେ ଚାରି ନମ୍ବର ସ୍ଥାନ ପାଇଁ ବିଜୟ ଶଙ୍କର ଖେଳୁଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି 10.1 ଓଭର ଶେଷ ସୁଦ୍ଧା ବିନା ଓ୍ବିକେଟରେ 57 ରନ୍‌ ସଂଗ୍ରହ କରିଛି ।

Read More

ସୋମଲିଆଠାରେ ଏକ ଆଇଡି ବିସ୍ଫୋରଣରେ କେନିୟା ପୁଲିସ୍‌ର ଆଠ ଜଣ ଅଧିକାରୀଙ୍କ ମୃତ୍ୟ ଘଟିଛି । ଶନିବାର ଦିନ ସୋମଲିଆ ସୀମାରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ଅଘଟଣ ଘଟିଛି ।  ମିଳିଥିବା ସୂଚନା ଅନୁସାରେ କେନିୟା ଓ ସୋମଲିଆର ମଧ୍ୟବର୍ତ୍ତୀ ସୀମା ସ୍ଥିତ ଓ୍ବଜିର୍‌ କଣ୍ଟ୍ରିର ଖରୋପ୍‌-ହରାରା ଓ କାନ୍‌ଟନ୍‌ ସୀମାରେ ଏହି ଆଇଡି ବିସ୍ଫୋରଣ ଘଟିଛି । ଶୁକ୍ରବାର ଦିନ ଏହି ସୀମାରେ ଇସ୍‌ଲାମୀ ଅଲ୍‌ ଶବାବ୍‌ର ଚରମପନ୍ଥୀଙ୍କ ଦ୍ବାରା ଆକ୍ରମଣ ହେବାର ସୂଚନା ରହିଥିଲା । ଏହି ଆକ୍ରମଣ ଘଟଣା ପାଇଁ ଅଲକାଏଦା ସହ ଯୋଡ଼ି ହୋଇ ରହିଥିବା ଚରମପନ୍ଥୀ ସମୂହ ଦାୟୀ ରହିଛି । ୧୧ଜଣ ଅଧିକାରୀ ପାଟ୍ରୋଲିଂରେ ଯାଇଥିବାବେଳେ ଏହି ଆକ୍ରମଣରେ ୮ଜଣ ଅଧିକାରୀ ନିହତ ହୋଇଛନ୍ତି ।

Read More

ରାକେଶ ଓମପ୍ରକାଶ ମେହେରାଙ୍କ ମିର୍ଜ୍ୟା ଜରିଆରେ ବଲିଉଡ୍‌ରେ ପଦାର୍ପଣ କରିଥିବା ସାୟାମୀ ଖେର ଅନୁରାଗ କଶ୍ୟପଙ୍କ ଆଗାମୀ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ନିକଟରେ ନିଜର ପ୍ରଯୋଜନା ସଂସ୍ଥା ଆରମ୍ଭ କରିଥିବା କଶ୍ୟପ ନିଜର ଆଗାମୀ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ସାୟାମୀ ଖେର ନଜର ଆସିବାକୁ ଯାଉଛନ୍ତି । ଏହା ସହିତ ଏହି ଫିଲ୍ମରେ ମାଲାୟଲମ ଅଭିନେତା ରୋଶନ ମାଥ୍ୟୁସ୍‌ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ରୋଶନ ପୂର୍ବରୁ ଆନନ୍ଦମ, କୁଡେ ଏବଂ ଥୋଟ୍ଟାପ୍ପାନ ପରି ମାଲାୟଲମ୍‌ ଫିଲ୍ମରେ ନଜର ଆସିଛନ୍ତି । ଏହି ଫିଲ୍ମ ବ୍ୟତୀତ ସାୟାମୀ ରୀତେଶ ଦେଶମୁଖଙ୍କ ସହିତ ମରାଠୀ ଫିଲ୍ମ ମାଉଲୀରେ ନଜର ଆସିଥିବା ବେଳେ ଆମାଜନ୍‌ ପ୍ରାଇମ୍‌ ଭିଡିଓର ଓ୍ବେବ୍‌ ସିରିଜ୍‌ ବ୍ରିଦ୍‌ର ଦ୍ବିତୀୟ ଭାଗରେ ନଜର ଆସିବାକୁ ଯାଉଛନ୍ତି ।

Read More

ଭାରତୀୟ ସେନା ଏବଂ ମିଆଁମାର ମଧ୍ୟରେ ଏକ ମିଳିତ ସମରାଭ୍ୟାସ ଆଜିଠାରୁ ଆରମ୍ଭ ହୋଇଛି । ତିନି ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ଏହି ସମରାଭ୍ୟାସ ମଣିପୁର, ନାଗାଲାଣ୍ଡ ଏବଂ ଆସାମରେ ଅନୁଷ୍ଠିତ ହେବ । ଏହି ତିନି ରାଜ୍ୟରେ ମାଓବାଦୀ ମୁକାବିଲା ପାଇଁ ଦୁଇ ସେନାବାହିନୀ ଏକତ୍ର ଅଭ୍ୟାସ କରିଛନ୍ତି । ଭାରତର ଏହି ପଡୋଶୀ ରାଷ୍ଟ୍ର ହେବା ସହିତ ଭାରତ ସହିତ ୧୬୪୦କିମି ସୀମା ଭାଗ କରିଛି । ଦୁଇ ରାଷ୍ଟ୍ରର ସେନାବାହିନୀ ମଧ୍ୟରେ ଉନ୍ନତ ସମନ୍ବୟ ରକ୍ଷା କରିବା ନିମନ୍ତେ ଏହି ସମରାଭ୍ୟାସ ଆୟୋଜନ କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଅପରେସନ୍‌ ସୂର୍ଯ୍ୟୋଦୟ ନାମରେ ନାମିତ ଏହି ମିଶନ୍‌ରେ କାମତାପୁର ଲିବରେସନ୍‌, ଏନ୍‌ଏସ୍‌ ସିଏନ୍‌ ଖାପଲାଙ୍ଗ ଏବଂ ନ୍ୟାସନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଅଫ୍‌ ବୋଡୋଲ୍ୟାଣ୍ଡ ଏହି ସମରାଭ୍ୟାସରେ ଭାଗ ନେବେ ।

Read More

ରେଳବିଭାଗ ଦ୍ବାରା  ଟ୍ରେନରେ ଆରମ୍ଭ ହେବାକୁ ଥିବା ମସାଜ ସେବାକୁ ବନ୍ଦ କରାଯାଇଛି ।  ବିଭିନ୍ନ ମହଲରେ ଏହି ସେବାକୁ ନେଇ ସମାଲୋଚନା ହେବାପରେ ରେଳ କର୍ତ୍ତୃପକ୍ଷ ଏହି ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ମୁଖପାତ୍ର କହିଛନ୍ତି। ଗତକାଲି ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ ଏହି ସେବା ଉପରେ ଆପତ୍ତି ଉଠାଇବା ସହିତ ଏହା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି ବୋଲି କହିଥିଲେ । ମହାଜନ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇବା ସହ ମହିଳା ଯାତ୍ରୀଙ୍କ ସାମ୍ନାରେ ଏପରି ସେବା ଯୋଗାଇଦେବା କେତେ ଦୂର ଯଥାର୍ଥ ବୋଲି ସୂଚିତ କରିଥିଲେ । ପୂର୍ବରୁ ଏହି ସେବାକୁ ଇନ୍ଦୋରର ସାଂସଦ ଲାଲଓ୍ବାନୀ ନାପସନ୍ଦ କରିଥିଲେ । ଟ୍ରେନରେ ଯାତ୍ରୀଙ୍କୁ ଉଭୟ ପାଦ ଓ ମୁଣ୍ଡର ମସାଜ ସେବା ମିଳିବ ବୋଲି ଘୋଷଣା କରିଥିଲା ରେଳ ବିଭାଗ। ଏଥିପାଇଁ ୧୦୦ ଟଙ୍କାର ଟିକଟ…

Read More

ତେଲୁଗୁ ବ୍ଲକ୍‌ବଷ୍ଟର ଅର୍ଜୁନ୍‌ ରେଡ୍ଡୀର ତାମିଲ ରିମେକ୍‌ ଆଦିତ୍ୟ ବର୍ମାର ଟିଜର ରିଲିଜ୍‌ ହୋଇଛି । ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ବାଲା ଫିଲ୍ମରୁ ଓହରି ଯାଇଥିବା ବେଳେ ବର୍ତ୍ତମାନ ନୂତନ ନିର୍ଦ୍ଦେଶକଙ୍କ ସହିତ ଆଉଥରେ ସୁଟିଂ ହୋଇ ଏହାର ଟିଜର୍‌ ରିଲିଜ୍‌ ହୋଇଛି । ବର୍ତ୍ତମାନ ରିଲିଜ୍‌ ହୋଇଥିବା ଟିଜର୍‌ ସମ୍ପୁର୍ଣ୍ଣ ଭାବରେ ମୂଳ ଫିଲ୍ମ ସହିତ ସମାନ ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗିରିସାୟା । ଗିରିସାୟା ଅର୍ଜୁନ ରେଡ୍ଡୀର ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଫିଲ୍ମରେ କେବଳ ଧ୍ରୁବ୍ ବିକ୍ରମ ଏବଂ ମ୍ୟୁଜିକ୍‌ ଡିରେକ୍ଟର ରାଧାନ୍‌ଙ୍କୁ ରଖିଥିବା ବେଳେ ସମ୍ପୂର୍ଣ୍ଣ ନୂତନ ଷ୍ଟାରକାଷ୍ଟ ସହିତ ଏହି ଫିଲ୍ମର ସୁଟିଂ କରାଯାଇଛି । ଧ୍ରୁବଙ୍କ ବ୍ୟତୀତ ବନିତା ସାନ୍ଧୁ ଏହି ଫିଲ୍ମ ଜରିଆରେ ତାମିଲ ଡେବ୍ୟୁ କରିଛନ୍ତି । ମୂଳ ଫିଲ୍ମରେ ଜିଆ ଶର୍ମା ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ପ୍ରିୟା ଆନନ୍ଦ ।

Read More

ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ରବିବାର ଦିନ ଅଯୋଧ୍ୟାରେ ରାମ ଲାଲାଙ୍କ ଦର୍ଶନ କରିଛନ୍ତି। ଉଦ୍ଧବଙ୍କ ସହିତ ତାଙ୍କ ପରିବାର ସଦସ୍ୟ ତଥା ସାଂସଦମାନେ ଉପସ୍ଥିତ ରହିଥିଲେ । ଦର୍ଶନ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଉଦ୍ଧବ କହିଛନ୍ତି ଯେ, ରାମ ମନ୍ଦିର ନିର୍ବାଚନୀ ମୁଦ୍ଦା ନୁହେଁ,  ପ୍ରଥମେ ରାମ ମନ୍ଦିର ପରେ ସରକାର ବୋଲି ନାରା ଦେଇଥିବାର ଉଦ୍ଧବ କହିଛନ୍ତି । ରାମମନ୍ଦିରର ବିଷୟ ବର୍ଷ ବର୍ଷ ଧରି କୋର୍ଟରେ ରହିଛି । ଏହାଉପରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି କିନ୍ତୁ ଆମ ପାଖରେ ଏବେ ମଜବୁତ୍‌ ସରକାର ରହିଛି । ଆମର ସମ୍ପୂର୍ଣ୍ଣ ଭରସା ରହିଛି  କି, ରାମ ମନ୍ଦିରର ନିର୍ମାଣ ଶୀଘ୍ର ଆରମ୍ଭ ହେବ।  ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ, ବାବ୍ରି ମସଜିତ ଢାଞ୍ଚା ଭାଙ୍ଗିବ‌ାରେ ଶିବସେନା ଆଗରେ ଥିଲା, ଏବେ ମନ୍ଦିର ନିର୍ମାଣରେ ମଧ୍ୟ ଆମେ ଆଗକୁ ଆସିଛୁ । ରାମ ମନ୍ଦିର ଅଯୋଧ୍ୟରେ…

Read More

ବିହାରର ମୁଜାଫରପୁରରେ ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ ଏବଂ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗରେ ଆକ୍ରାନ୍ତ ହୋଇ ମୃତଶିଶୁଙ୍କ ସଂଖ୍ୟା ୮୪ ହୋଇଛି । ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଦନ ସ୍ଥିତିର ସମୀକ୍ଷା କରିବା ସହିତ  ବିହାରର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଓ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ।  ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଆଖି ସାମ୍ନାରେ ୫ ବର୍ଷର ଶିଶୁ ଏହି ଜ୍ବରରେ ମୃତ୍ୟୁ ବରଣ କରିଛି । ଜୁନ୍‌ ୧ରୁ ୧୭୮ ଶିଶୁ ଏସ୍‌କେଏମ୍‌ସିଏଚ୍‌ରେ ଏବଂ ୭୨ ଶିଶୁ କେଜ୍‌ରିଓ୍ବାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ଶିଶୁଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରିବା ସହିତ ମୃତକଙ୍କ ପରିବାରକୁ ପ୍ରତ୍ୟେକ ୪.୪ ଲକ୍ଷଟଙ୍କା ଅନୁକମ୍ପାରାଶିର ଘୋଷଣା କରିଛନ୍ତି ।

Read More

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ରବିବାର ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ମୁମ୍ବାଇ ରାଜଭବନରେ ଅନୁଷ୍ଠିତ ଏହି ସମ୍ପ୍ରସାରଣରେ ୧୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ବିରୋଧୀ ରହିଥିବା ତଥା ନିକଟରେ ବିଜେପିରେ ଯୋଗ ଦେଇଥିବା ରାଧାକ୍ରିଷ୍ଣା ଭିଖେ ପାଟିଲଙ୍କୁ ମନ୍ତ୍ରୀ ପଦ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ମୁମ୍ବାଇ ବିଜେପି ସଭାପତି ଆଶିଷ ସେଲାର ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଭିଖେ ପାଟିଲ, ଆଶିଷ ସେଲାର, ଜଦ୍ୟୁତ୍‌ କ୍ଷୀରସାଗର, ଡ. ସଞ୍ଜୟ କୁଟେ, ସୁରେଶ ଦଗାଡୁ ଖାଡେ, ଡ. ଅନୀଲ ବୋଣ୍ଡେ, ଡ. ଅଶୋକ ଉଇକେ ଏବଂ ତାନାଜୀ ସାଓ୍ବନ୍ତ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୨୦୧୮ରେ କୃଷିମନ୍ତ୍ରୀ ପାଣ୍ଡୁରଙ୍ଗ ଫୁଣ୍ଡକରଙ୍କ ଦେହାନ୍ତ ପରେ ଏହି ସମ୍ପ୍ରସାରଣ ସହିତ ଫଡନବିସ୍‌ ସରକାରଙ୍କ ମନ୍ତ୍ରୀଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।

Read More