Author: Samikhsya Bureau

ଓମାନ୍‌ ରୁ ଦୁବାଇ ଯାଉଥିବା ଏକ ବସ୍‌ ୟୁନାଇଟେଡ୍‌ ଆରବ ଏମିରେଟ୍‌ସରେ ଦୁର୍ଘଟଣା ଗସ୍ତ ହୋଇ ୧୭ ଜଣଙ୍କ ପ୍ରାଣ ହାନି ଘଟିଛି। ମୃତକଙ୍କ ମଧ୍ୟରେ ୮ ଜଣ ଭାରତୀୟ ରହିଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁବାଇ ଯାଉଥିୁବା ସମୟରେ ମାସ୍କଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଶୁକ୍ରବାର ସକାଳୁ ଦୁବାଇ ପୋଲିସ୍‌ ଏକ ଟ୍ବିଟ୍‌ ଜରିଆରେ ମୃତ ଏବଂ ଆହତଙ୍କ ସଂଖ୍ୟା ସ୍ପଷ୍ଟ କରିଛି। ଶେଖ ମହମ୍ମଦ ଜାୟେଦ ବିନ୍‌ ରାସ୍ତାରେ ଏକ ସାଇନ୍‌ ବୋର୍ଡରେ ବସ୍‌ଟି ପିଟି ହୋଇ ଓଲଟି ପଡିଥିଲା। ବିଭିନ୍ନ ରାଷ୍ଟ୍ରର ନାଗରିକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡିଛି। ମ୍ବାସାଲଟ୍‌ ନାମକ ଏକ ସରକାରୀ ପରିବହନ ସଂସ୍ଥାର ଏହି ବସ୍‌ଟି ଦୁର୍ଘଟଣା ଗସ୍ତ ହେବା ପରେ ତୁରନ୍ତ ନିଜର…

Read More

ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ପୋଲିସ୍‌ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଶୁକ୍ରବାର ଘଟିଥିବା ଏହି ଏନକାଉଣ୍ଟରରେ ଆତଙ୍କୀ ସଙ୍ଗଠନ ସହ ଯୋଗ ଦେଇଥିବା ଦୁଇ ପୂର୍ବତନ ପୋଲିସ୍‌ ଅଧିକାରୀ ପ୍ରାଣ ହରାଇଛନ୍ତି। ଦକ୍ଷିଣ କାଶ୍ମୀରର ପଞ୍ଜରାନ୍‌ ଏବଂ ଲାସିପୋରା ଅଞ୍ଚଳରେ ଗୁରୁବାର ଅପରାହ୍ନରୁ ଏହି ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା। ଶୁକ୍ରବାର ସକାଳୁ ଏନକାଉଣ୍ଟର ସମାପ୍ତ ହୋଇଥିବା ବେଳେ ଘଟଣାସ୍ଥଳରୁ ସମସ୍ତ ମୃତଦେହ ଜବତ କରାଯାଇଛି। ଦୁଇ ଦିନ ପୂର୍ବରୁ ପୋଲିସ୍‌ ବାହିନୀ ଛାଡିଥିବା ଦୁଇ ପୂର୍ବତନ ପୋଲିସ୍‌ ଅଧିକାରୀ ମଧ୍ୟ ନିହତ ହୋଇଛନ୍ତି। ନିଜ ରାଇଫଲ ସହିତ ପୋଲିସ୍‌ କ୍ୟାମ୍ପ ଛାଡିଥିବା ଏହି ଦୁଇ ଅଧିକାରୀ ଜୈସ ଏ ମହମ୍ମଦରେ ଯୋଗ ଦେବାର ଯୋଜନା କରିଥିଲେ। ଦୁଇ ମୃତ ଅଧିକାରୀଙ୍କ ମଧ୍ୟରେ ତୁଜାନ୍‌ର ସବିର ଅହମଦ୍‌ ଏବଂ ସଲ୍‌ମାନ ଅହମଦ୍‌ ଉଥ୍‌ମୁଲା ରହିଥିବା ଜଣାପଡିଛି। ଅନ୍ୟ ଦୁଇ ମୃତ ଆତଙ୍କୀଙ୍କ ପରିଚୟ ମିଳିନାହିଁ।

Read More

ଅଷ୍ଟ୍ରେଲିଆନ୍‌ ଓପନ୍‌ ବ୍ୟାଡମିଣ୍ଟନରୁ ଦୁଇ ଭାରତୀୟ ପିଭି ସିନ୍ଧୁ ଏବଂ ପାରୁପଲ୍ଳୀ କଶ୍ୟପ ବିଦାୟ ନେଇଛନ୍ତି। ପାରୁପଲ୍ଲୀ କଶ୍ୟପ ଚୀନ୍‌ର ତଥା ପୂର୍ବତନ ବିଶ୍ବ ଏକ ନମ୍ବର ଲିନ୍‌ ଡାନ୍‌ଙ୍କ ନିକଟରୁ ପରାଜିତ ହୋଇଥିବା ବେଳେ ଅଲମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ ମଧ୍ୟ ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଗୁରୁବାର ନିଜର ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ବିଶ୍ବ ମାନ୍ୟତାରେ ୨୯ ନମ୍ବର ସ୍ଥାନରେ ରହିଥିବା ନିଚାଓନ ଜିନ୍ଦାପୋଲଙ୍କ ନିକଟରୁ ପରାଜିତ ହୋଇଥିଲେ। ମାତ୍ର ୪୯ ମିନିଟ୍‌ର ସମୟ ନେଇ ନିଚାଓନ୍‌ ୨୧-୧୯ ଏବଂ ୨୧-୧୮ର ସିଧାସଳଖ ସେଟ୍‌ରେ ବିଜୟୀ ହୋଇଥିଲେ। ଲିନ୍‌ ଡାନ୍‌ଙ୍କ ବିପକ୍ଷରେ କଶ୍ୟପ୍‌ ସଂଘର୍ଷ କରିଥିଲେ ମଧ୍ୟ ୧୪-୨୧, ୨୨-୨୦ ଏବଂ ୧୪-୨୧ ସେଟ୍‌ରେ ପରାସ୍ତ ହୋଇଥିଲେ।

Read More

ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ସୂର୍ଯ୍ୟବଂଶୀର ସୁଟିଂ ଆରମ୍ଭ ହୋଇଛି। ରୋହିତ ସେଟ୍ଟୀଙ୍କ ଏହି ପୋଲିସ୍‌ ଫିଲ୍ମରେ ଗୁଲଶନ ଗ୍ରୋଭର ଏବଂ ସିକନ୍ଦର ଖେର ନଜର ଆସିବାକୁ ଯାଉଛନ୍ତି। ଗୁଲଶନ ଗ୍ରୋଭର ନକରାତ୍ମକ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ସିକନ୍ଦରଙ୍କ ଭୂମିକା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଫିଲ୍ମର କିଛି ଆକ୍ସନ୍‌ ସିନ୍‌ର ସୁଟିଂ ବ୍ୟାଙ୍କକ୍‌ରେ ଆରମ୍ଭ ହୋଇଛି। ପୂର୍ବରୁ ମୁଖ୍ୟ ଖଳନାୟକ ଚରିତ୍ରରେ ଗ୍ରୋଭର ନଜର ଆସୁଥିବା ସ୍ପଷ୍ଟ ହୋଇଥିଲା। ଆଜି ସିକନ୍ଦର ଏହି ଚଳଚିତ୍ର ସାଇନ୍‌ କରିବା ନେଇ ସ୍ପଷ୍ଟ କରିଛନ୍ତି। ନିଜ ଚରିତ୍ର ସମ୍ପର୍କରେ ଅଧିକ ସୂଚନା ନଦେଇ ସିକନ୍ଦର କହିଛନ୍ତି, ସୂର୍ଯ୍ୟବଂଶୀର ଟିମ୍‌ ସହିତ କାମ କରିବା ଅତ୍ୟନ୍ତ ମଜାଦାର ଥିଲା। ସିକନ୍ଦର ଶେଷ ଥର ପାଇଁ ଜନ୍‌ ଆବ୍ରାହାମ ଅଭିନୀତ ରୋମିଓ ଆକବର ଓ୍ବାଲ୍‌ଟରରେ ନଜର ଆସିଥିଲେ।

Read More

ଭାରତୀୟ ବଜାରରେ ପ୍ରବେଶ କରିଛି ଟୟୋଟା ଗ୍ଲାଞ୍ଜା। ଭାରତୀୟ ବଜାରରେ ଏହି କାର୍‌ ଦୁଇଟି ଭ୍ୟାରିଆଣ୍ଟରେ ପ୍ରବେଶ କରିବ। ଗ୍ଲାଞ୍‌ଜା ଜି ଏବଂ ଗ୍ଲାଞ୍ଜା ଭି ନାମକ ଏହି ଦୁଇଟି ଗାଡିରେ ୧.୨ଲି. କେ ୧୨ଏମ୍‌ ଇଞ୍ଜିନ୍‌ ବ୍ୟବହୃତ ହୋଇଥିବା ବେଳେ ଏହା ୮୨ ବିଏଚ୍‌ପି ଏବଂ ୧୧୩ ଏନ୍‌ଏମ୍‌ ଟର୍କର ଶକ୍ତି ପ୍ରଦାନ କରିଥାଏ। ଏହି କାର୍‌ରେ ୫ ସ୍ପିଡ୍‌ର ଗିଅର୍‌ ରହିଛି। ଟୟୋଟା ଗ୍ଲାଞ୍ଜାର ମାଇଲେଜ୍‌ ୨୧.୦୧ କିମି ରହିଥିବା ବେଳେ ମାଇଲ୍ଡ ହାଇବ୍ରିଡ୍‌ର ଜିଏମ୍‌ଟି ମଡେଲ୍‌ରେ ୨୩.୮୭ କିମି ଏବଂ ସିଭିଟି ମଡେଲ ୧୯.୫୬ କିମିର ମାଇଲେଜ୍‌ ପ୍ରଦାନ କରିଥାଏ। ଭାରତୀୟ ବଜାରରେ ଏହି କାର୍‌ର ମୂଲ୍ୟ ୭ ଲକ୍ଷ ୨୨ ହଜାର ଟଙ୍କା ରହିଥିବା ବେଳେ ଅନ୍ୟ ମଡେଲର ସର୍ବାଧିକ ମୂଲ୍ୟ ୮.୯୦ ଲକ୍ଷ ଟଙ୍କା ରହିଛି।

Read More

ଡାକ୍ତରୀ ଛାତ୍ରୀ ପାୟଲ ତାଡ୍‌ବୀ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତିନି ଡାକ୍ତରଙ୍କୁ ସାମୟିକ କଷ୍ଟଡିରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ ପୂର୍ଣ୍ଣକାଳୀନ କଷ୍ଟଡିର ଆବେଦନ କରାଯାଇଥିଲା। ବମ୍ବେ ହାଇକୋର୍ଟ କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ କରିବା ସହିତ ତିନି ଡାକ୍ତର ଗୁରୁବାରରେ ୨ଟାରୁ ୬ଟା ପର୍ଯ୍ୟନ୍ତ ଏବଂ ଶୁକ୍ର, ଶନି ଓ ରବିବାରରେ ସକାଳ ୯ଟାରୁ ୬ଟା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍‌ ଏସ୍‌ ଏସ୍‌ ସିନ୍ଦେଙ୍କୁ ନେଇ ଗଠିତ ଖଣ୍ଡପୀଠ ତିନି ଛାତ୍ରୀ ହେମା ଆହୁଜା, ଭକ୍ତି ମେହାରେ ଏବଂ ଅଙ୍କିତା ଖଣ୍ଡେଲଓ୍ବାଲଙ୍କ ସାମୟିକ କଷ୍ଟଡି ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

Read More

ତେଲେଙ୍ଗାନାରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଦଳର ସମସ୍ତ ୧୮ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆରଏସ୍‌ରେ ବିଲୟ ହେବାକୁ ଘୋଷଣା କରିଛନ୍ତି। ଏହି ସମ୍ବନ୍ଧୀୟ ଘୋଷଣା ପାଇଁ ଆଜି ତେଲେଙ୍ଗାନା ବିଧାନସଭାର ବାଚସ୍ପତିଙ୍କ ସହ ବିଧାୟକମାନେ ସାକ୍ଷାତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ୧୮ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାନସଭା ଅଧ୍ୟକ୍ଷଙ୍କ ସହ ସାକ୍ଷାତ୍‌ କରି ତେଲେଙ୍ଗାନା ରାଷ୍ଟ୍ର ସମିତି ବିଧାୟକ ଦଳରେ ସାମିଲ୍‌ ହେବା ପାଇଁ ଅପିଲ୍‌ କରିଛନ୍ତି। କେ. ଚନ୍ଦ୍ରଶେଖର ରାଓ ତେଲେଙ୍ଗାନାରେ ୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ନିକଟରେ ଲୋକସଭା ନିର୍ବାଚନରେ ଟିଆରଏସ୍‌ ୧୭ଟି ସିଟ୍‌ରୁ ୯ଟି ଆସନ ହାତେଇଥିବାବେଳେ, କଂଗ୍ରେସ ଗୋଟିଏ ଓ ବିଜେପି ଚାରିଟି ଓ ଏଆଇଏମଆଇଏମ୍‌ ଗୋଟିଏ ଆସନ ଜିତିଛି।

Read More

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ଅକ୍ଟୋବର ୧୫ରୁ ରାୟତୁ ଭରୋଷା ଯୋଜନା ଲାଗୁ ହେବାକୁ ଯାଉଛି। ଏହି ଯୋଜନା ଆଧାରରେ କୃଷକଙ୍କୁ ପ୍ରତିବର୍ଷ ୧୨,୫୦୦ ଟଙ୍କା ଦିଆଯିବ। ତେବେ ଏହି ଯୋଜନା ଲାଗୁ କରିବା କରିବା ପୂର୍ବରୁ ଜଗନ ମୋହନ ରେଡୀ ୨୦୧୯ ରେ ନାଇଡୁ ସରକାରଙ୍କ ଦ୍ବାରା ପ୍ରଚଳିତ ଥିବା ‘ଅନ୍ନଦାତା ସୁଖୀଭବ ଯୋଜନା’ ରଦ୍ଦ କରିଦେଇଛନ୍ତି। ଏହି ଯୋଜନା ଜରିଆରେ କୃଷକଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦିଆଯାଇଥିଲା। ଏହା ପୂର୍ବରୁ ବୃଦ୍ଧ, ଯୁବ ବର୍ଗ, ଏବଂ ଆଶା କର୍ମୀଙ୍କ ପାଇଁ ଘୋଷଣା ହୋଇ ସାରିଛି। ଏତଦ୍ ବ୍ୟତୀତ ଆନ୍ଧ୍ର ପ୍ରଦେଶରେ ଗ୍ରାମ୍ୟ ସଚିବାଳୟ ସ୍ଥାପନ କରିବା ପାଇଁ ଯୋଜନା କରାଯାଉଛି।

Read More

ଆୟୁଷ୍ମାନ ଯୋଜନାକୁ ନେଇ ନବୀନଙ୍କ ସମାଲୋଚନା କରିଛନ୍ତି ନିରଞ୍ଜନ ପଟ୍ଟନାୟକ। ନିକଟରେ କେନ୍ଦ୍ର ସରକାରଙ୍କ ତରଫରୁ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ଏହାକୁ ନେଇ ସଚିବାଳୟରେ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏହି ଯୋଜନା ସମ୍ପର୍କରେ ବିଶେଷ ଆଲୋଚନା ହୋଇଛି। ତେବେ ଏହାକୁ ନେଇ କଟାକ୍ଷ କରିଛନ୍ତି ପୂର୍ବତନ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ। ପୂର୍ବରୁ ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିବା ନବୀନ ସରକାର ଏବେ ମୋଦିଙ୍କ ପାଖ ଲୋକ ହେବା ପାଇଁ ଏହି ଯୋଜନାକୁ ଆପାଣାଉଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ନିଜ ଯୋଜନା ପାଇଁ ଫାଣ୍ଠିର ଅଭାବ ରହିଛି ବୋଲି ମଧ୍ୟ କହିଛନ୍ତି ନିରଞ୍ଜନ।

Read More

ଏଣିକି ବ୍ୟାଙ୍କ୍‌ ଆକାଉଣ୍ଟଧାରୀଙ୍କୁ ଏନ୍‌ଇଏଫ୍‌ଟି କିମ୍ବା ଆର୍‌ଟିଜିଏସ୍‌ ମାଧ୍ୟମରେ ଟଙ୍କା ପଠାଇବାକୁ ହେଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ନାସନାଲ ଇଲୋକ୍‌ଟ୍ରୋନିକ୍‌ ଫଣ୍ଡ ଟ୍ରାନ୍ସଫର୍‌ (ଏନ୍‌ଇଏଫ୍‌ଟି) ଓ ରିୟଲ୍‌ ଟାଇମ୍‌ ଗ୍ରସ୍‌ ସେଟେଲ୍‌ମେଣ୍ଟ (ଆର୍‌ଟିଜିଏସ୍‌)କୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏ ନେଇ ସମସ୍ତ ବ୍ୟାଙ୍କକୁ ଆର୍‌ବିଆଇ ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ଏଇଏଫ୍‌ଟି ନିମନ୍ତେ ୧ରୁ ୫ ଟଙ୍କାର ଦେୟ ଆଦାୟ କରାଯାଉଥିବା ବେଳେ ଏନ୍‌ଇଏଫ୍‌ଟି ନିମନ୍ତେ ୫ରୁ ୫୦ ଟଙ୍କା ମଧ୍ୟରେ ଦେୟ ପ୍ରଦାନ କରିବାକୁ ପଡିଥାଏ। ୨ ଲକ୍ଷ ଟଙ୍କା କିମ୍ବା ତଦୁର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର୍‌ କରିବା ପାଇଁ ଆର୍‌ଟିଜିଏସ୍‌ ଏକ ଉତ୍ତମ ମାଧ୍ୟମ ଅଟେ। ଏନ୍‌ଇଏଫ୍‌ଟି ଦ୍ୱାରା ଅନ୍ୟ ବ୍ୟାଙ୍କ ଆକାଉଣ୍ଟ, ସଙ୍ଗଠନ କିମ୍ବା ବ୍ୟକ୍ତିଙ୍କୁ ଟଙ୍କା ପଠାଯାଇଥାଏ। ସୋମବାରରୁ ଶୁକ୍ରବାର ଯାଏ ସକାଳ ୮ଟାରୁ ସନ୍ଧ୍ୟା ୭ଟା ଏବଂ ଶନିବାର ସକାଳ ୮ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ…

Read More

ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ  ଆରମ୍ଭ ହୋଇଛି ଏଫଆଇଏଚ୍ ପୁରୁଷ ହକି ସିରିଜ ଫାଇନାଲ।  ଆୟୋଜକ ଭାରତ ସମେତ ୮ଟି ଦେଶ ଏହି ସିରିଜ୍ଅରେ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ୩ଟି ମ୍ୟାଚ ରହିଛି। ପ୍ରଥମ ମ୍ୟାଚ ଅପରାହ୍ନ ୫ଟାରେ ସାଉଥ ଆଫ୍ରିକା ଓ ୟୁଏସ୍ଏ ମଧ୍ୟରେ ହେବ। ଦ୍ୱିତୀୟ ମ୍ୟାଚ୍ ପୋଲାଣ୍ଡ ଏବଂ ଉଜବେକିସ୍ତାନ ମଧ୍ୟରେ ଖେଳାଯିବ। ଶେଷ ମ୍ୟାଚ ସନ୍ଧ୍ୟା ୭ଟା ବେଳେ ହେବ। ଏହି ମ୍ୟାଚ୍‌ରେ ଆୟୋଜକ  ଭାରତ ଓ ଋଷ୍‌ ମଧ୍ୟରେ ମୁକାବିଲା ହେବ। ଭାରତ ଓ ରୁଷିଆକୁ ଛାଡିଦେଲେ ସାଉଥ ଆଫ୍ରିକା, ମେକ୍ସିକୋ, ଜାପାନ, ଉଜବେକିସ୍ତାନ, ପୋଲାଣ୍ଡ ଏବଂ ୟୁଏସଏ ଏହି ସିରିଜିରେ ଭାଗ ନେଇଛନ୍ତି।

Read More

ଇଦ୍‌ ଅବସରରେ ମୁକ୍ତିଲାଭ କରିଛି ସଲମାନ୍‌- କ୍ୟାଟ୍ରିନା ଷ୍ଟାରର୍‌ ‘ଭାରତ’। ଭାଇଜାନ୍‌ଙ୍କ ଫିଲ୍ମକୁ ନେଇ ବଲିଉଡ୍‌ରେ ଗୋଟେ ଅଲଗା ପ୍ରକାରର କ୍ରେଜ୍‌ ରହିଥାଏ। ଏହି ଫିଲ୍ମରେ ସଲମାନ୍‌ଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଥିବାବେଳେ କ୍ୟାଟ୍ରିନାଙ୍କ ଦେଶୀ ଅନ୍ଦାଜ୍‌ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଛି। ସଲ୍ଲୁ-କ୍ୟାଟ୍‌ଙ୍କ ବ୍ୟତୀତ ଦିଶା ପଟ୍ଟାନୀ, ସୁନୀଲ ଗ୍ରୋଭର୍‌, ତବୁ, ଜ୍ୟାକିଶ୍ରଫ୍ ପ୍ରମୁଖଙ୍କ ଅଭିନୟ ମଧ୍ୟ ବେଶ୍‌ ଭଲ ରହିଛି। ଫିଲ୍ମଟି ପ୍ରଥମ ଦିନରେ ୪୦ କୋଟିରୁ ଉର୍ଦ୍ଧ୍ବ ଆୟ କରିଥିବାବେଳେ ଫିଲ୍ମକୁ ନେଇ ଫିଲ୍ମ ସମୀକ୍ଷକଙ୍କ ରିଭ୍ୟୁ ମଧ୍ୟ ବେଶ୍‌ ଭଲ ରହିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅଲ୍ଲୀ ଆବାସ ଜାଫର୍‌। ଅଲ୍ଲୀ ଓ ସଲ୍ଲମାନ୍‌ଙ୍କ ଏହା ତୃତୀୟ ଫିଲ୍ମ ହୋଇଥିବାବେଳେ ଅନ୍ୟ ଦୁଇଗୋଟି ଫିଲ୍ମ ‘ସୁଲତାନ୍‌’ ଓ ‘ଟାଇଗର୍‌ ଜିନ୍ଦା ହୈ’କୁ ବକ୍ସ ଅଫିସର ଅପୂର୍ବ ସଫଳତା ମିଳିଥିବାବେଳେ ‘ଭାରତ’ର ଦୁଇଦିନର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ତେବେ ପ୍ରଥମ ଦିନର…

Read More

ଆସନ୍ତା ୨୦୧୯-୨୦ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଗୁରୁବାରଠାରୁ ଆରମ୍ଭ ହୋଇଛି। ଉଭୟ ଅନଲାଇନ ଏବଂ ଅଫଲାଇନରେ ଛାତ୍ରଛାତ୍ରୀମାନେ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଅଫ୍‌ଲାଇନ୍‌ରେ କୌଣସି ଫର୍ମ ଗ୍ରହଣ କରାଯିବ ନାହିଁ। ଫର୍ମ ପୂରଣ କରିବା ପୂର୍ବରୁ କମନ ଆପ୍ଲିକେସନ୍‌ ଫର୍ମକୁ ଭଲଭାବେ ପଢ଼ି ପୂରଣ କରିବାକୁ ପରାମର୍ଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ରାଜ୍ୟରେ ଥିବା ୧୬ ଶହରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଇଁ ଆବେଦନ କରିପାରିବେ। ଉଭୟ ସରକାରୀ ଏବଂ ପ୍ରାଇଭେଟ କଲେଜରେ ନାମଲେଖା ପାଇଁ ପ୍ରକ୍ରିୟା ସମାନ ରହିଛି।  ପୂର୍ବାହ୍ନ ୧୧ଟାରୁ www.samodisha.gov.inରେ ଫର୍ମ ଉପଲବ୍ଧ ହୋଇଛି। ଉଭୟ ଅନଲାଇନ ଏବଂ ଅଫଲାଇନରେ ନାମଲେଖା ପାଇଁ ଆବେଦନ କରାଯାଇପାରିବ। ଅନଲାଇନ ଆବେଦନର ଶେଷ ତାରିଖ ଜୁନ ୨୦ ଥିବା ବେଳେ…

Read More

ଚଳିତ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଅଦ୍ଭୂତପୂର୍ବ ସଫଳତା ପାଇଁ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର ଏକ ସପ୍ତାହ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍‌ ଜଗନ ମୋହନ ରେଡ୍ଡୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜଣାଇବା ସହିତ ଜଗନ କହିଛନ୍ତି ଆପଣ ମାନଙ୍କ ସହାୟତା ଦଳକୁ ବିଜୟୀ କରାଇଥିବା ବେଳେ ଆପଣ ମାନଙ୍କ ନିୟମିତ ସହାୟତା ଆବଶ୍ୟକ। ଜଗନଙ୍କ ଏହି ଟ୍ବିଟ୍‌ ଏକ ଘଣ୍ଟା ମଧ୍ୟରେ ୭ହଜାର ଥର ରିଟ୍ବିଟ୍‌ ହୋଇଥିଲା।

Read More

ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ତଥା ଖଣି ମାଫିଆ ଗଲ୍ଲି ଜନାର୍ଦ୍ଦନ ରେଡ୍ଡୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଶ୍ବଶୁରଙ୍କୁ ହୃଦ୍‌ଘାତ ଆସିଥିବାରୁ ସେ ବଲାରୀ ପ୍ରତ୍ୟାବର୍ତ୍ତନ କରିବାକୁ ଅନୁମତି ମାଗିଥିବା କହିଛନ୍ତି ଜନାର୍ଦ୍ଦନ ରେଡ୍ଡୀ। ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏହି ମାମଲାକୁ ଗ୍ରହଣ କରିବା ସହିତ ଶୁକ୍ରବାର ମାମଲାର ବିଚାର କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଜନାର୍ଦ୍ଦନ ରେଡ୍ଡୀ କୋର୍ଟଙ୍କ ବିନା ଅନୁମତିରେ ବଲାରୀରେ ପ୍ରବେଶ କରି ପାରିବେ ନାହିଁ। ୨୦୧୫ରେ ଏକ ଖଣି ଦୁର୍ନୀତି ମାମଲାରେ ସର୍ତ୍ତମୂଳକ ଜାମିନ ପାଇଁ ବଲାରୀରେ ପ୍ରବେଶ ଉପରେ କଟକଣା ଲଗାଇଥିଲେ ସର୍ବୋଚ୍ଚ କୋର୍ଟ। ସୂଚନାଯୋଗ୍ୟ ଯେ, ଜି ଜନାର୍ଦ୍ଦନ ରେଡ୍ଡୀ ଏବଂ ତାଙ୍କ ଶଳା ବି ଭି ଶ୍ରୀନିବାସ ରେଡ୍ଡୀଙ୍କୁ ୨୦୧୧ ମସିହାରେ ସିବିଆଇ ଦ୍ବାରା ଗିରଫ କରାଯାଇଥିଲା।

Read More

ଚଳିତ ଲୋକସଭାରେ କଂଗ୍ରେସର ବିପର୍ଯ୍ୟସ୍ତ ପରେ ରାଜସ୍ଥାନ କଂଗ୍ରେସରେ ମତଭେଦ ଏବେ ଚର୍ଚ୍ଚାକୁ ଆସିଛି। ରାଜ୍ୟରେ ଶାସନ କ୍ଷମତାରେ  ଥିବା କଂଗ୍ରେସର ଜଣେ ବିଧାୟକ ଚଳିତ ନିର୍ବାଚନରେ ହାର ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ଦାୟୀ କରିଛନ୍ତି। ଦଳର ବିଧାୟକ ପୃଥ୍ବୀରାଜ ମିଣା ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦାବି କରିଛନ୍ତି।  ନିକଟରେ ଅଶୋକ ଗେହଲେଟ୍‌ ଯୋଧପୁର ଆସନରେ କଂଗ୍ରେସର ହାର ପାଇଁ ସଚିନ ପାଇଲଟ୍‌ ଦାୟୀ ରହିବା ଉଚିତ୍‌ ବୋଲି କହିବା ପରେ ଏହାକୁ ନେଇ ଦଳ ଭିତରେ ଭିନ୍ନ ଭିନ୍ନ ମନ୍ତବ୍ୟ ଆସୁଛି।  ଚଳିତ ଲୋକସଭା ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସକୁ ସମସ୍ତ ୨୫ଟି ଆସନରେ ହାରିବାକୁ ପଡିଛି। ଏହା ପରେ ଦଳରେ ଅନ୍ତଃକନ୍ଦଳ ଆରମ୍ଭ ହୋଇଯାଇଛି।

Read More

‘ଲଭ୍‌ ୟାତ୍ରୀ’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିବା ଅଭିନେତା ଆୟୁଷ ଶର୍ମା ଏବେ ଆଗାମୀ ଫିଲ୍ମରେ ଜଣେ ସେନାଧିକାରୀ ରୂପେ ନଜର ଆସିବେ। ଭିଣୋଇ ଆୟୁଷ ଶର୍ମାଙ୍କୁ ସଲମାନ୍‌ ନିଜ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ଲଭ୍‌ୟାତ୍ରୀ’ ଜରିଆରେ ବଲିଉଡ୍‌ରେ ପ୍ରବେଶ କରାଇଥିଲେ। ଯଦିଓ ଫିଲ୍ମଟି ବକ୍ସ ଅଫିସ୍‌ରେ ଅସଫଳ ରହିଥିଲା, ତେବେ ଆୟୁଷଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା। ଆୟୁଷ ଏବେ ଆଗାମୀ ଆକ୍ସନ-ଡ୍ରାମା ଫିଲ୍ମ ‘କ୍ବଥା’ରେ ସେନା ଅଧିକାରୀ ଭୂମିକାରେ ଆୟୁଷ ନଜର ଆସିବେ। ଏହି ଫିଲ୍ମଟି ଏକ ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ କରାଯାଇଛି। ସୁନୀଲ ଜୈନ ଓ ଆଦିତ୍ୟ ଜୋଷୀ ପ୍ରଯୋଜିତ ଏହି ଫିଲ୍ମରେ କରନ୍‌ ଲଲିତ୍‌ ବୁଟାନି ନିର୍ଦ୍ଦେଶନା ଦେଉଛନ୍ତି। ୨୦୨୦ରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

Read More

ଲୋକସଭା ନିର୍ବାଚନ ସରିବା ପରେ ଏବେ ମନ୍ତ୍ରିମଣ୍ଡଳ ଓ ପଦକୁ ନେଇ ଦ୍ବନ୍ଦ୍ବ ଦେଖାଦେଉଛି। ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଉପବାଚସ୍ପତି ପଦ ମିଳିବାକୁ ନେଇ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ପ୍ରଶ୍ନ ଉଠାଇଛନ୍ତି। ଲୋକସଭା ନିର୍ବାଚନରେ ଦେଶରେ ଏନଡ଼ିଏ ବିପୁଳ ସମର୍ଥନ ପାଇଥିଲା। ଏନ୍‌ଡିଏର ଅଂଶୀଦାର ଦଳମାନେ ଏବେ ବିଜେପି ଉପରେ ଟିକେ ନାଖୁସ୍‌ ହୋଇଥିବାର ଜଣାପଡୁଛି। ମନ୍ତ୍ରିମଣ୍ଡଳକୁ ନେଇ ଜେଡିୟୁ ପୂର୍ବରୁ ବିଜେପି ଉପରେ ଅସନ୍ତୋଷ ଜାହିର୍‌ କରିଥିବାବେଳେ ଏବେ ଶିବସେନା ମଧ୍ୟ ଏହି କ୍ରମରେ ସାମିଲ୍‌ ହୋଇଛି। ଶିବସେନା ମୁଖପାତ୍ର ସଂଜୟ ରାଉତ ଟାର୍ଗେଟ କରି କହିଛନ୍ତି ଯେ, ଏନଡ଼ିଏରେ ଶିବସେନା ଦ୍ବିତୀୟ ବୃହତ୍ତମ ଅଂଶୀଦାର ଦଳ। ଓଡ଼ିଶାରେ ବିଜେଡ଼ି ବିଜେପି ବିରୋଧରେ ନିର୍ବାଚନ ଲଢିଥିଲା। ଶିବସେନା କିମ୍ବା ଏନଡ଼ିଏର କୌଣସି ଅଂଶୀଦାରକୁ ଉପବାଚସ୍ପତି ପଦ ମିଳିବା ଉଚିତ ବୋଲି କହିଛନ୍ତି ସଞ୍ଜୟ।

Read More

ଆସନ୍ତା ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ ଏହାର ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-୨ ପଠାଇବ। ଏହା ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ଅବତରଣ କରିବ। ଏଥିପାଇଁ ଜିଏସଏଲଭି-ମାର୍କ-୩ କୁ ମନୋନୀତ କରାଯାଇଛି। ଏହା ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ ଅଭିଯାନରେ ମହାକାଶକୁ ଯାତ୍ରା କରିବ। ଇସ୍ରୋ ପକ୍ଷରୁ କୁହାଯାଇଛି, ଚନ୍ଦ୍ରକୁ ଏହି ମିଶନରେ ତିନୋଟି ମଡ୍ୟୁଲ୍‍ ରହିଛି। ସେଗୁଡିକ ହେଉଛି – ଅର୍‍ବିଟର୍‍, ଲ୍ୟାଣ୍ଡର୍‍-ବିକ୍ରମ ଓ ରୋଭର୍‍-ପ୍ରଜ୍ଞାନ। ସେଗୁଡ଼ିକ ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ହୋଇସାରିଛି। ମଡ୍ୟୁଲ୍‍ ଗୁଡ଼ିକ ଇସ୍ରୋର ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା କରାଯାଇ ସାରିଛି। ଖୁବ୍‍ ଶୀଘ୍ର ସେଗୁଡ଼ିକୁ ବେଙ୍ଗାଲୁରୁରୁ ଶ୍ରୀହରିକୋଟାକୁ ସ୍ଥାନାନ୍ତରିତ କରାଯିବ। ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ଏକ ରୋଭର ପଠାଇ ଭାରତ ବିଶ୍ୱର ଏକମାତ୍ର ଦେଶ ଭାବେ ଇତିହାସ ସୃଷ୍ଟି କରିବାକୁ ଯାଉଛି।

Read More

କେଦାର ମିଶ୍ର ଏ ଭିତରେ ଭାରତର ରାଜରାସ୍ତାରେ କେଉଁଠି କେହି ମହମବତୀ ଜାଳୁଥିବାର ଦେଖିଛନ୍ତି କି? ଟୁଇଟର କିମ୍ବା ଫେସବୁକରେ ଗତ ତିନିଦିନ ହେଲା ହଜିଯାଇଥିବା ଭାରତୀୟ ବାୟୁସେନାର ୧୩ ଜଣ ସୈନିକ କୁଆଡେ ଗଲେ ଓ ସେମାନଙ୍କ ଅତାପତା ବିଷୟରେ ସରକାର କିଛି କହୁନଥିବାର କାରଣ ବିଷୟରେ କିଛି ପ୍ରଶ୍ନ ପଚରାଯାଉଛି କି? ବାୟୁସେନା ର ପରିବହନ ବିମାନ ଏନ-୩୨ ଗତ ତିନିଦିନ ହେଲା ନିଖୋଜ। ଆସାମରୁ ଅରୁଣାଚଳ ଭିତରେ ଆମ ରାଡାରରୁ ବିମାନ ଟି ଅଦୃଶ୍ୟ ହୋଇଯାଇଛି। ଏହା ପୂର୍ବରୁ ୨୦୧୬ ରେ ମଧ୍ୟ ଏମିତି ଏକ ବିମାନ ହଜି ଯାଇଥିଲା। ବଂଗୋପ ସାଗରରେ ହଜିଯାଇଥିବା ଏ ବିମାନରେ ବାୟୁସେନାର ୨୯ ଜଣ ସୈନିକ ରହିଥିଲେ। ସେମିତି ପୁଲବାମା ଘଟନା ପରେ ପରେ ୨୮ ଫେବୃୟାରୀରେ ବଡଗାମ ଅଞ୍ଚଳରେ ଭାରତୀୟ ବାୟୁସେନାର ମି-୧୭ ଦୁର୍ଘଟଣା ଗ୍ରସ୍ତ ହୋଇଛି ବୋଲି କୁହାଗଲା। ଏଥିରେ ୬ ଜଣ ସୈନିକ ଓ ଜଣେ…

Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ,ଚୀନ ଓ ରୁଷକୁ ଦୂଷିତ ଜଳବାୟୁ ପାଇଁ ଦାୟୀ କରିଛନ୍ତି। ଏହି ତିନୋଟି ଦେଶରେ ପ୍ରଦୂଷଣ ଓ ସ୍ୱଚ୍ଛତା ପ୍ରତି ନିଜର କର୍ତ୍ତବ୍ୟ ଠିକ୍‌ ରୂପେ ସମ୍ପାଦନ କରିପାରୁନାହାଁନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆସିଥିବା ତଥ୍ୟ ଅନୁଯାୟୀ ଆମେରିକା ଅପେକ୍ଷା ଭାରତ, ଚୀନ ଓ ରୁଷରେ ଦୂଷିତ ଜଳବାୟୁ ପ୍ରବାହିତ ହେଉଛି। ତେଣୁ ଆମେରିକା ରାଷ୍ଟ୍ରପତିଙ୍କ କହିବାରେ ଏହି ତିନୋଟି ଦେଶରେ ବାୟୁ ପ୍ରଦୂଷଣର ମାତ୍ରା ବହୁତ ଅଧିକ ରହିଛି। ଦେଖିବାକୁ ଗଲେ ଭାରତ ,ଚୀନ ଓ ରୁଷ ଭଳି କିଛି ଦେଶରେ ସ୍ୱଚ୍ଛ ବାୟୁ ଓ ବିଶୁଦ୍ଧ ଜଳ ନାହିଁ। ଏଭଳି ପରିସ୍ଥିତିରେ ରହି ମଧ୍ୟ ଏପ୍ରତି ସଚେତନ ହୋଇ କିଛି ପଦକ୍ଷେପ ନେବାର ସମୟ ଆସିଛି।  ଆଗାମୀ ସମୟ ପାଇଁ ଏହା ସମସ୍ୟା ସୃଷ୍ଟି କରିବ ତେଣୁ ଏସବୁ କ୍ଷେତ୍ରରେ ଆମେରିକାର ପାଣିପବନ ଅର୍ଥାତ ଜଳବାୟୁ ଏହି ସବୁ ଦେଶ…

Read More