ଜଣେ ମହିଳା ନବୀନ ନିବାସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରୁଥିବା ସମୟରେ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀ ତାଙ୍କ କାବୁ କରିନେଇଛନ୍ତି । ଏହି ମହିଳା ଜଣଙ୍କ ବିଜେଡିର ଉଦଳା ପ୍ରାର୍ଥୀ ଶ୍ରୀନାଥ ସୋରେନ୍ଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଆଣିଛନ୍ତି। କିନ୍ତୁ ପ୍ରାର୍ଥୀଙ୍କ ନାମରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ତାର ପ୍ରତିବାଦରେ ମହିଳା ଜଣକ ଆତ୍ମାହୁତିର ଉଦ୍ୟମ କରିଥିବା ସୂଚନା ମିଳିଛି। ସେଥିପାଇଁ ସେ ଆତ୍ମାହୁତି ଉଦ୍ୟମ କରିଥିଲେ। ପୁଲିସ୍ ତାଙ୍କୁ ଉଦ୍ଧାର କ୍ୟାପିଟାଲ୍ ହସ୍ପିଟାଲ୍କୁ ନେଇଯାଇଥିଲା।
Author: Samikhsya Bureau
ଭାରତୀୟ ଟି ୨୦ ଲିଗ୍ ଆଇପିଏଲ୍ର ୧୫ଟି ମ୍ୟାଚ୍ ସରିଲାଣି । ଏହି ୧୫ ମ୍ୟାଚ୍ରେ ଅନେକ ଥର ବ୍ୟାଟ୍ସମ୍ୟାନ୍ଙ୍କ କମାଲ୍ ଦେଖିବାକୁ ମିଳିଥିବା ବେଳେ ବୋଲର ମାନେ ମଧ୍ୟ ପଛରେ ନାହାନ୍ତି । ୬ଟି ମ୍ୟାଚ୍ରେ ୨୦୦ରୁ ଅଧିକ ରନ୍ ସଂଗୃହୀତ ହୋଇ ସାରିଲାଣି । ଟୁର୍ଣ୍ଣାମେଣ୍ଟେର ତିନୋଟି ଶତକ ମଧ୍ୟ ଦେଖିବାକୁ ମିଳିଛି । ଚଳିତ ଆଇପିଏଲ୍ର ସର୍ବାଧିକ ରନ୍ ହାସଲକାରୀ ଏବଂ ସର୍ବାଧିକ ଓ୍ବିକେଟ ହାସଲାକାରୀଙ୍କ ତାଲିକା : ସର୍ବାଧିକ ଓ୍ବିକେଟ୍ ପର୍ପଲ୍ କ୍ୟାପ୍ ସଂଖ୍ୟା ନାମ ଦଳ ମ୍ୟାଚ୍ ଇନିଂସ ଓ୍ବିକେଟ୍ ୧ ୟୁଜବେନ୍ଦ୍ର ଚହଲ ଆରସିବି …
ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ(ବିଏଚୟୁ) ପରିସରରେ ଜଣେ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଘଟଣା ନେଇ ପୁଲିସ ପକ୍ଷରୁ ୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ମୃତକଙ୍କ ପିତା ରାକେଶ ପ୍ରତାପ ସିଂ ଏହି ମାମଲାକୁ ନେଇ କୁଳପତି ରୋୟନା ସିଂ ନାମରେ ମଧ୍ୟ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ କୁଳପତିଙ୍କ ସମେତ ୪ ଛାତ୍ରଙ୍କ ନାମରେ ମାମଲା ରୁଜୁ କରାଯାଇଛଇ । ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ହତ୍ୟାର ଶିକାର ହୋଇଥିବା ଛାତ୍ରଙ୍କ ନାମ ଗୌରବ ସିଂହ। ସେ ବିଏଚୟୁରେ ଏମସିଏରେ ଅଧ୍ୟୟନ କରିବା ସହ ବିଶ୍ଵବିଦ୍ୟାଳୟର ଲାଲ ବାହାଦୁର ଶାସ୍ତ୍ରୀ ହଷ୍ଟେଲରେ ରହୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀସ୍ଥିତ ବିଏଚୟୁ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଗୌରବ ବିର୍ଲା ହଷ୍ଟେଲ ସମ୍ମୁଖରେ ଛିଡ଼ା ହୋଇ ନିଜ ସାଙ୍ଗମାନଙ୍କ ସହ କଥା ହେଉଥିବା ବେଳେ କେତେଜଣ…
ଆସନ୍ତା ୨୦୧୯ କ୍ରିକେଟ ବିଶ୍ବକପ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ୧୫ଜଣିଆ ଦଳ ଘୋଷଣା କରିଛି । କେନ୍ ଓ୍ବିଲିୟମ୍ସନ୍ ଦଳର ଅଧିନାୟକ ରହିଥିବା ବେଳେ ୨୮ବର୍ଷୀୟ ଓ୍ବିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍ ଟମ୍ ବ୍ଲଣ୍ଡେଲ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଟିମ୍ରେ ସ୍ଥାନ ପାଇଛନ୍ତି । ନ୍ୟୁଜିଲ୍ୟାଣ୍ଡ କୋଚ୍ ଗ୍ୟାରୀ ଷ୍ଟିଡ୍ ଏବଂ ଚୟନକର୍ତ୍ତା ଗେଭିନ୍ ଲାର୍ସେନ୍ ଏହି ଟିମ୍ ଚୟନ କରିଛନ୍ତି । ନିୟମିତ ଓ୍ବିକେଟ ରକ୍ଷକ ଟିମ୍ ସେଫର୍ଟଙ୍କ ଆଙ୍ଗୁଠି ଭାଙ୍ଗିଯିବାରୁ ବ୍ଲଣ୍ଡେଲ୍ ସ୍ଥାନ ପାଇଛନ୍ତି । ସେହିପରି ଟଡ୍ ଆସଲେଙ୍କୁ ଦଳ ଲେଗ୍ସ୍ପିନର ଭାବରେ ଚୟନ କରିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଅନୁଭବ ଦୃଷ୍ଟିରୁ ଇସ୍ ସୋଧୀଙ୍କୁ ଦଳ ସାମିଲ୍ କରିଛି । ନ୍ୟୁଜିଲ୍ୟାଣ୍ଡ ଦଳ : କେନ୍ ଓ୍ବିଲିୟମ୍ସନ୍ (ଅଧିନାୟକ), ମାର୍ଟିନ୍ ଗୁପ୍ତିଲ୍, ହେନ୍ରୀ ନିକୋଲ୍ସ, ରସ୍ ଟେଲର, ଟମ୍ ଲାଥାମ, କଲିନ୍ ମୁନ୍ରୋ, ଟମ୍ ବ୍ଲଣ୍ଡେଲ୍, କଲିନ୍ ଡି ଗ୍ରାଣ୍ଡହୋମ୍, ମିଚେଲ ସାଣ୍ଟନର, ଜିମି ନିଶାମ୍, ଇଶ୍…
ବିଏସ୍ପି ସୁପ୍ରିମୋ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ବୁଧବାର ଦିନ ଆନ୍ଧ୍ରପ୍ରଦେଶରେ ଜନସେନା ପାର୍ଟିର ମୁଖ୍ୟ ପଓ୍ବନ୍ କଲ୍ୟାଣଙ୍କ ସହିତ ସାଇ ପ୍ରିୟା ରିସୋର୍ଟରେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ଅବସରରେ ମାୟାବତୀ କହିଥିଲେ ଚଳିତ ବର୍ଷ ମହାମେଣ୍ଟ ସରକାର ଗଠନ କଲେ ମୁଁ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବି ଯେଉଁଥିରେ ପୂର୍ବରୁ ଉଭୟ କଂଗ୍ରେସ ଏବଂ ବିଜେପି ବିଫଳ ହୋଇଛନ୍ତି । ମାୟାବତୀ କହିଛନ୍ତି କଂଗ୍ରେସ ସରକାର ସ୍ବତନ୍ତ୍ର ପାହ୍ୟା ନେଇ ରାଜ୍ୟକୁ ଦୁଇ ଭାଗ କରିଥିବା ବେଳେ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରିନଥିଲା ଏହାପରେ ମୋଦି ମଧ୍ୟ ୨୦୧୪ରେ ସମାନ ପ୍ରତିଜ୍ଞା କରି ଜନସାଧାରଣଙ୍କୁ ଧୋକା ଦେଇଛନ୍ତି । ମାତ୍ର ଆମେ କ୍ଷମତାକୁ ଆସିଲେ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନିଶ୍ଚିତ ଭାବରେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଦୌଡରେ ଅଛନ୍ତି କି ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତର…
କଂଗ୍ରେସର ‘ହିନ୍ଦୁ ଆତଙ୍କବାଦ’ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟାକୁ କଡ଼ା ସମାଲୋଚନା କରିଛନ୍ତି ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁସଲିମୀନ ମୁଖ୍ୟ ଅସାଉଦ୍ଦିନ ଓୱେସି। ବିଜେପି ‘ବିଭାଜନ ଏବଂ ନିୟମ’ ନୀତି ଆପଣାଇଥିବାବେଳେ ମୋଦୀ ନିଜର ପଦବୀକୁ ସୁରକ୍ଷିତ ରଖିବା ଲାଗି ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛନ୍ତି ବୋଲି ଓୱେସି କହିଛନ୍ତି। ମୋଦୀ ୱାରଧାଠାରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ‘ହିନ୍ଦୁ ଆତଙ୍କବାଦ’ ଭଳି ଶବ୍ଦ ବ୍ୟବହାର କରୁଛି। ମୋଦୀଙ୍କ ଏପରି ବୟାନ ଉପରେ ପ୍ରିତିକ୍ରିୟା ରଖି ଓୱେସି ତାଙ୍କୁ ସମାଲୋଚନା କରିଛନ୍ତି। ନାଥୁରାମ ଗଡ୍ସେଙ୍କୁ ନେଇ ପ୍ରଶ୍ନ ରଖିଥିବାବେଳେ ମୋଦି କେବଳ ହିନ୍ଦୁ ଏବଂ ମୁସଲମାନଙ୍କ ବିଷୟରେ କହି ଭାରତକୁ ଦୁର୍ବଳ କରୁଛନ୍ତି ବୋଲି ଓୱେସି କହିଛନ୍ତି । ଏହା ସହିତ ଓୱେସି ମୋଦୀଙ୍କୁ ଏକ ବିତର୍କ ପାଇଁ ଆହ୍ବାନ କରିଛନ୍ତି, ପୂରା ଦେଶ ପ୍ରଧାନମନ୍ତ୍ରୀଙ୍କୁ ଦେଖୁଛି ଏବଂ…
ବ୍ରାଜିଲିଆନ୍ ଫୁଟ୍ବଲର୍ ତଥା ଫୁଟ୍ବଲ୍ ଲେଜେଣ୍ଡ ପେଲେ କହିଛନ୍ତି କି ଏମ୍ବାପେ ୧୦୦୦ ଗୋଲ୍ ସ୍କୋର କରିବାର ଦକ୍ଷତା ରଖିଛନ୍ତି । ଫ୍ରାନ୍ସର ଷ୍ଟ୍ରାଇକର୍ କିଲିଆନ୍ ଏମ୍ବାପେ ପେଲେଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ପେଲେ । ପେଲେ ନିଜ କ୍ୟାରିୟର୍ରେ ୧୦୦୦ରୁ ଅଧିକ ଗୋଲ ସ୍କୋର କରିଥିବା ବେଳେ ୨୦ ବର୍ଷୀୟ ଏମ୍ବାପେ ବର୍ତ୍ତମାନ ସୁଦ୍ଧା ୧୦୩ ଗୋଲ ସ୍କୋର କରିଛନ୍ତି । ପେଲେ କହିଛନ୍ତି ମୁଁ ମୋ କ୍ୟାରିୟରରେ ୧୦୨୫ ଗୋଲ୍ ସ୍କୋର କରିଥିଲି ତେଣୁ ଏହା ସମ୍ଭବ । ଏହି ମନ୍ତବ୍ୟ ଉପରେ ଏମ୍ବାପେ କହିଛନ୍ତି, ଯଦି ମୁଁ ତଳୁଆ ଡିଭିଜନ୍ ଲିଗ୍ ଏବଂ ପ୍ଲେ ଷ୍ଟେସନ୍ରେ କରିଥିବା ଗୋଲ୍କୁ ହିସାବକୁ ନେବି ତଥାପି ପେଲେଙ୍କ ରେକର୍ଡ ପାଖରେ ପହଞ୍ଚିବା ଅସମ୍ଭବ । ୨୦ବର୍ଷରୁ କମ୍ ବୟସର ଖେଳାଳି ଭାବେ ବିଶ୍ବକପ୍ ଫାଇନାଲ୍ରେ ଦ୍ବିତୀୟ ଖେଳାଳି ଭାବରେ ଗାେଲ୍ କରିବାର…
ଭୂମଧ୍ୟ ସାଗରର ସାର୍ଡିନିଆ ଉପକୂଳରୁ ଏକ ତିମିର ମୃତ ଦେହ ଉଦ୍ଧାର କରାଯାଇଛି । ଏହି ତିମି ପେଟରୁ ପ୍ରାୟ ୨୨ କିଲୋର ପ୍ଲାଷ୍ଟିକ୍ ଆବର୍ଜନା ବାହାରିଥିବା ଜଣାପଡିଛି । ଏହି ଘଟଣା ପରେ ବିଶ୍ବ ବନ୍ୟପ୍ରାଣୀ ସଙ୍ଗଠନ (ଡବ୍ଲ୍ୟୁ ଡବ୍ଲ୍ୟୁ ଏଫ୍) ଭୂମଧ୍ୟସାଗରରେ ବଢୁଥିବା ପ୍ଲାଷ୍ଟିକ୍ ଆବର୍ଜନାକୁ ନେଇ ଚିନ୍ତା ପ୍ରକଟ କରିଛି । ଏହି ଗର୍ଭବତୀ ତିମି ପେଟରୁ ବାହାର କରାଯାଇଥିବା ଆବର୍ଜନା ମଧ୍ୟରେ ରହିଛି ଇଲେକ୍ଟ୍ରିକ୍ ଟ୍ୟୁବ୍, ପ୍ଲାଷ୍ଟିକ୍ ପ୍ଲେଟ୍, ଜାଲ ଏବଂ ସର୍ଫ ପ୍ୟାକେଟ୍ । ପ୍ରଥମ ଥର ପାଇଁ କୌଣସି ସାମୁଦ୍ରିକ ଜୀବକୁ ଏତେ ପରିମାଣର ଆବଜର୍ନା ଖାଇଥିବାର ଦେଖିବାକୁ ମିଳିଛି ବୋଲି ପାଡୋଭା ବିଶ୍ବ ବିଦ୍ୟାଳୟର ଜୈବ ବିଜ୍ଞାନୀ ସିଞ୍ଜିଆ ସେଣ୍ଟେଲେଘେ ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ଇଟାଲୀର ପରିବେଶ ମନ୍ତ୍ରୀ ସର୍ଗିଓ କୋଷ୍ଟା କହିଛନ୍ତି, ବର୍ତ୍ତମାନ ଦେଶରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯିବା ନେଇ ଏକ…
ଖ୍ୟାତାନାମା ପ୍ରଯୋଜକ ମଧୁ ମାଣ୍ଟେନା ରାମାୟଣ ଉପରେ ଏକ ଓ୍ବେବ୍ ସିରିଜ୍ କରିବା ନିମନ୍ତେ ଯୋଜନା କରୁଥିବା ନେଇ ଖବର ପ୍ରକାଶ ପାଇଛି । ଏହି ବହୁଚର୍ଚ୍ଚିତ ଓ୍ବେବ୍ ସିରିଜ୍ର ବଜେଟ୍ ୨୫୦ କୋଟି ରହିବ ବୋଲି ଜଣାପଡିଛି । ପୂର୍ବରୁ ନିଜର ସହଯୋଗୀଙ୍କ ସହ ବିବାଦ ଯୋଗୁଁ ଏକ ବର୍ଷ ତଳେ ଫାଣ୍ଟମ୍ ଫିଲ୍ମସ୍ ଛାଡିଥିଲେ ମାଣ୍ଟେନା । ମାଣ୍ଟେନାଙ୍କ ନିକଟତମ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏହି ପ୍ରକଳ୍ପ ନେଇ ଅନେକ ଚଳଚିତ୍ର ନିର୍ମାତାଙ୍କ ସହିତ ଆଲୋଚନାରେ ବ୍ୟସ୍ତ ରହୁଛନ୍ତି । ନିଜର ଏହି ପ୍ରକଳ୍ପ ପାଇଁ ମାଣ୍ଟେନା କିଛି ହଲିଉଡ୍ ନିର୍ଦ୍ଦେଶକଙ୍କ ସହିତ ଅନେକ ବଲିଉଡ୍ ନିର୍ଦ୍ଦେଶକଙ୍କ ସହିତ ମଧ୍ୟ ଆଲୋଚନାରତ ଅଛନ୍ତି । ଏହି ଓ୍ବେବ୍ ସିରିଜ୍ ବ୍ୟତିତ ମାଣ୍ଟେନା ଅନ୍ୟ ଦୁଇଟି ବଡ ବଜେଟ୍ ଫିଲ୍ମର ପ୍ରଯୋଜନା ମଧ୍ୟ କରୁଛନ୍ତି । ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନି ଉପରେ ଆଧାରିତ ସୁପର ୩୦ଏବଂ କପିଳ…
ଡାକ୍ତର ପଦବୀରୁ ସାରସକଣାର ବିଜେପି ବିଧାୟକ ପ୍ରାର୍ଥୀ ଭୁଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ ନହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସରେ ବିଜେପି ଟିମ୍ ପହଞ୍ଚିଛନ୍ତି। ବିଜେପିର ସାରସକଣାର ଆଶାୟୀ ପ୍ରାର୍ଥୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଗଣତାନ୍ତ୍ରିକ ଅଧିକାରରୁ ରାଜ୍ୟ ସରକାର ବଞ୍ଚିତ କରୁଥିବା ଦଳ ଅଭିଯୋଗ କରିଛି। ନାମାଙ୍କନ ଭରିବାରକୁ ଆଉ ହାତରେ ମାତ୍ର କେଇଟା ଦିନ ଥିବାବେଳେ ଏ ଯାଏଁ ତାଙ୍କର ଇସ୍ତଫା ପତ୍ରକୁ ସରକାର ଗ୍ରହଣ କରୁ ନାହାଁନ୍ତି। ଯାହାକୁ ନେଇ ଆଜି ଭୂଦାନ ମୁର୍ମୁ ବିଜେପି ଉପସଭାପତି ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ଦେଇଛନ୍ତି। ଭୂଦାନଙ୍କ ଅଭିଯୋଗ ମୁତାବକ ସେ ଦୀର୍ଘ ୬ ମାସ ହେବ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଅକ୍ଟୋବର ୪, ୨୦୧୮ରେ ଇସ୍ତଫା ଦେଇଛନ୍ତି। ଏଥିପାଇଁ ଆବଶ୍ୟକ କାଗଜପତ୍ର ମଧ୍ୟ ଦେଇଛନ୍ତି। ଏହା ସହିତ ଗତ ଜାନୁୟାରୀ ୧୬ରେ…
ଉତ୍ତର ପୂର୍ବାଞ୍ଚଳ ଇଲାକାରେ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ଅର୍ଥବଳର ଉପଯୋଗ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଛି । ବୁଧବାର କଂଗ୍ରେସ ପକ୍ଷରୁ ପ୍ରଦର୍ଶନ କରାଯାଇଥିବା ଏକ ଭିଡିଓରେ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ କାର୍ରେ ଅର୍ଥ ନେଇ ବଣ୍ଟାଚାଲିଥିବାର ଦେଖିବାକୁ ମିଳିଛି । ନରେନ୍ଦ୍ର ମୋଦି ପାସିଘାଟରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବାର ଠିକ୍ ପୂର୍ବରୁ ଏହି ଦୃଶ୍ୟ ଦେଖିବାକୁ ମିଳିଥିବା ନେଇ କଂଗ୍ରସ ଅଭିଯୋଗ ଆଣିଛି । ମୋଦିଙ୍କ ରାଲି ସମୟରୀେ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ଏବଂ ପ୍ରିୟଙ୍କା ଚତୁର୍ବେଦୀ ଉପସ୍ଥିତ ଥିଲେ । ଶ୍ରୀ ସୁର୍ଜେଓ୍ବାଲା ପ୍ରଶ୍ନ କରି କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସିଧାସଳଖ ଅର୍ଥବଣ୍ଟନରେ ସାମିଲ ହେଉଥିବା ବେଳେ ନିର୍ବାଚନ କମିଶନ କଣ କରୁଛନ୍ତି ? ଏହି…
ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନମୋ ଟିଭିର ଲଞ୍ଚ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ନୋଟିସ ଜାରି କରିଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହାର ଉତ୍ତର ରଖାଯାଇ କୁହାଯାଇଛି ଯେ, ଏହା ବିଜେପି ପକ୍ଷରୁ ପ୍ରକାଶିତ କରାଯାଉଥିବା ଏକ କାର୍ଯ୍ୟକ୍ରମ ଏଥିରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର କୌଣସି ଭୂମିକା ନାହିଁ । ନମୋ ଟିଭି ହେଉଛି ଏକ ୨୪ଘଣ୍ଟିଆ ଟିଭି ଚ୍ୟାନେଲ ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ କ୍ୟାମ୍ପେନ୍କୁ ପ୍ରଚାର କରିବା ପାଇଁ ମାର୍ଚ୍ଚ ୩୧ରେ ଲଞ୍ଚ କରାଯାଇଥିଲା । ମାର୍ଚ୍ଚ୩୧ ତାରିଖରେ କାର୍ଯ୍ୟକ୍ରମ ପ୍ରସାରଣ ପରେ ଏହି ମାମଲା ନେଇ ଉଭୟ ଆପ୍ ଏବଂ କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନାମରେ ଚାଲୁଥିବା ଏହି ୨୪ଘଣ୍ଟିଆା ଚ୍ୟାନେଲ୍ରେ ପ୍ରଧାନମନ୍ତ୍ରୀଙ୍କ ଲୋଗୋ ରହିଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଏବଂ ଲୋକସଭା ନିର୍ବାଚନ ରାଲି ଗୁଡିକର ଲାଇଭ…
ବିଏସପିର ନିର୍ବାଚନୀ ଚିହ୍ନ ହାତୀ ଏବଂ ନିଜ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ବିବାଦ ଘେରରେ ଥିବା ବିଏସ୍ପି ସୁପ୍ରିମୋ ମାୟାବତୀ ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ଏହି ମାମଲାକୁ ନେଇ ତାଙ୍କୁ ସୁପ୍ରିମକୋର୍ଟର ସାମ୍ନା କରିବାକୁ ପଡିଥିଲା । ତେବେ ସେ ସୁପ୍ରିମକୋର୍ଟରେ ମଧ୍ୟ ନିଜର ଗର୍ବ ଦେଖାଇଛନ୍ତି । ମାୟାବତୀ କହିଛନ୍ତି କି, ଯଦି ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୂର୍ତ୍ତି ଲାଗି ପାରିବ ତେବେ ତାଙ୍କର ପ୍ରତିମୂର୍ତ୍ତି କଣ ପାଇଁ ନୁହେଁ ବୋଲି ଯୁକ୍ତି ବାଢିଛନ୍ତି । ଅଯୋଧ୍ୟାରେ ପ୍ରସ୍ତାବିତ ଭଗବାନ ରାମଙ୍କର ୨୨୧ ମିଟର ପ୍ରତିମୂର୍ତ୍ତି ଉପରେ କଣ ପାଇଁ କୌଣସି ବିରୋଧ କରାଯାଉ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟକୁ ସ୍ପଷ୍ଟୀକରଣ କରିବା ସମୟରେ ମାୟାବତୀ କହିଛନ୍ତି, ଦେଶରେ ପ୍ରତିମୂର୍ତ୍ତି ଲଗାଇବାର ପରମ୍ପରା ରହିଛି । ଭାରତରେ ସ୍ମାରକୀ ନିର୍ମାଣ କରିବା ଏବଂ ମୂର୍ତ୍ତି…
ପତ୍ରକାର ଗୌରୀ ଲଙ୍କେଶ ହତ୍ୟା ଘଟଣାରେ ଆରଏସ୍ଏସ୍ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଓ ସିପିଏମ୍ ମହାସଚିବ ସୀତାରାମ ୟେଚୁରୀଙ୍କଠୁ ୧ ଟଙ୍କା କ୍ଷତିପୂରଣ ଦାବି କରିଛି। ଏହି ମାମଲାରେ ମୁମ୍ବାଇର ଥାନେ କୋର୍ଟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସିପିଆଇ (ଏମ) ନେତା ସୀତାରାମ ୟେଚୁରୀଙ୍କୁ ଏପ୍ରିଲ ୩୦ ସୁଦ୍ଧା ହାଜର ହେବା ପାଇଁ ସମନ କରିଛନ୍ତି। ୨୦୧୭ ମସିହା ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଆରଏସଏସ ଓ ବିଜେପିର ହାତ ଥିବା ନେଇ ରାହୁଲ ଗାନ୍ଧି ଓ ସୀତାରାମ ୟେଚୁରୀ ପ୍ରତିକ୍ରିୟା ରଖିଥିଲେ। ଏହାପରେ ଆରଏସଏସ ସେମାନଙ୍କ ବିରୋଧରେ ମାନହାନି କେସ ଦାୟର କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୬ ସେପ୍ଚେମ୍ବର ୨୦୧୭ରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଥିଲେ କି ଯିଏ ବି ଆରଏସଏସ, ବିଜେପି ବିରୋଧରେ କହିବ ସେ ଆକ୍ରମଣ କିମ୍ବା ହତ୍ୟାର ଶିକାର ହେବ। ଏହା ଦେଶର କଣ୍ଠରୋଧ ବୋଲି…
ପ୍ରଥମ ପର୍ଯ୍ୟାୟ ଭୋଟ୍ ଆସନ୍ତା ୧୧ ତାରିଖରେ ହେବାକୁ ଥିବାବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ କରାଗଲାଣି। ତେବେ ଓଡ଼ିଶାରେ ରାଜନୈତିକ ଦଳମାନଙ୍କରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଦେଖାଯାଉଥିବାବେଳେ କଂଗ୍ରେସରେ ଆଜି ଏକ ବ୍ୟତିକ୍ରମ ଦେଖାଦେଇଛି। ଟିକେଟ ପାଇ ମଧ୍ୟ ଏଥର ନିର୍ବାଚନ ଲଢ଼ିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ। ବେଗୁନିଆରୁ ପୃଥ୍ବୀଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ ତେବେ ବ୍ୟକ୍ତିଗତ କାରଣରୁ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି ପୃଥ୍ବୀ, ଏହି ବିଷୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି। ବେଶ୍ କିଛିଦିନ ଧରି ପୃଥ୍ବୀ ବେଗୁନିଆରୁ ନିର୍ବାଚନ ଲଢିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏନେଇ ସେ ସିଧାସଳଖ ସୂଚନା ମଧ୍ୟ ଦେଇଥିଲେ। ତେବେ ନିର୍ଣ୍ଣାୟକ ମୁହୂର୍ତ୍ତରେ ପୃଥ୍ବୀ ଟିକେଟ ପାଇ ମଧ୍ୟ ନିର୍ବାଚନ ନ ଲଢିବାର ନିଷ୍ପତ୍ତି ନେବା ପରେ ଏବେ ବେଗୁନିଆରେ କଂଗ୍ରେସର ସମୀକରଣ କ’ଣ ହେବ,…
ବେଙ୍ଗାଲୁରୁରେ ଆପଲ୍ ଏହାର ନୂତନ ଫୋନ୍ ନିର୍ମାଣ କାରଖାନା ସ୍ଥାପନ କରିବ। ଆଇଫୋନ୍ ୭ ନିର୍ମାଣ କରିବା ପାଇଁ ଏହି କାରଖାନା ପ୍ରସ୍ତୁତ କରାଯିବ। ପୂର୍ବରୁ କମ୍ପାନୀ ଚେନ୍ନାଇରେ ଆଇଫୋନ୍ ଏସ୍ଇ ଏବଂ ଆଇଫୋନ୍ ୬ଏସ୍ଇର ନିର୍ମାଣ କରୁଥିଲା। ଆପଲ୍ ପକ୍ଷରୁ କୁହାଯାଇଛି ଯେ, ଭାରତରେ କମ୍ପାନୀ ନିଜର ବ୍ୟବସାୟକୁ ବୃଦ୍ଧି କରିବାକୁ ଚାହୁଁଛି ତେଣୁ ଏହି ପଦକ୍ଷେପ ନେଇଛି ବୋଲି ଆପଲ୍ ଇଣ୍ଡିଆର ସିଇଓ ଆଶିଷ ଚୌଧୁରୀ କହିଛନ୍ତି। ଏହି ନୂତନ ପ୍ରକଳ୍ପ ନିମନ୍ତେ ଆପଲ ୫ ହଜାର କୋଟି ନିବେଶର ଲକ୍ଷ୍ୟ ରଖିଛି ବାେଲି କୁହାଯାଇଛି। ଚେନ୍ନାଇରେ ଆପଲ୍ ଫୋନ୍ ନିର୍ମାଣ କରୁଥିବା କମ୍ପାନୀ ଫକ୍ସକନ୍ ସହିତ ମଧ୍ୟ ଆପଲ୍ ଆଲୋଚନାରତ ରହିଛି ବୋଲି ଆପଲ ଇଣ୍ଡିଆ ସିଇଓ କହିଛନ୍ତି। ଭାରତରେ ଫୋନ୍ ନିର୍ମାଣ ଚୀନ୍ ଠାରୁ ଶସ୍ତା ରହିବ ବୋଲି କୁହାଯିବା ସହିତ ଏହା ଦ୍ବାରା କମ୍ପାନୀ ଭାରତୀୟ ବଜାରରେ ଓ୍ବାନ୍ ପ୍ଲସ୍ ଏବଂ ସାମସଙ୍ଗ ପରି…
ପାକିସ୍ତାନର ବିଭିନ୍ନ ଜେଲ୍ରେ ବନ୍ଦୀ ଥିବା ୪୦୦ ଭାରତୀୟଙ୍କୁ ମୁକ୍ତ କରିବା ଲାଗି ଭାରତ ପାକିସ୍ତାନ ନିକଟରେ ଦାବି କରିଛି। ଏହି ବନ୍ଦୀମାନଙ୍କ ମଧ୍ୟରେ ୩୮୫ ଜଣ ମତ୍ସ୍ୟଜୀବୀ ଏବଂ ୧୫ ଜଣ ଅନ୍ୟ ବନ୍ଦୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସଜା ପୂରଣ ହେବାର ସମୟ ବିତିସାରିଥିଲେ ମଧ୍ୟ ସେମାନଙ୍କୁ ଜେଲରେ ରଖାଯାଇଛି। ଏହା ସହିତ ବାରମ୍ବାର ଅନୁରୋଧ ସତ୍ବେ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ଏବଂ ଅନ୍ୟ ୪ ନାଗରିକଙ୍କୁ ସେମାନଙ୍କ ଅଧିକାରୀମାନଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ଦିଆଯାଉ ନ ଥିବାରୁ ନୂଆଦିଲ୍ଲୀ ପକ୍ଷରୁ ପାକ୍ ଦୂତାବାସ ସହ ଯୋଗାଯୋଗ କରାଯାଇଛି। ସୂଚନାଯୋଗ୍ୟ, ପାକ୍ରେ ଥିବା ଭାରତୀୟ ବନ୍ଦୀମାନଙ୍କୁ ମୁକ୍ତ କରିବା ଲାଗି ଭାରତ ପକ୍ଷରୁ ଦୀର୍ଘଦିନ ହେବ ଅନୁରୋଧ କରାଯାଇ ଆସୁଥିଲେ ମଧ୍ୟ ପାକିସ୍ତାନ ତାହା ଉପରେ ବିଚାର କରୁନାହିଁ। ଏହାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ୧୦ ଜଣ ବନ୍ଦୀଙ୍କ ଦଣ୍ଡାଦେଶ…
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ନୌସେନା ମୁଖ୍ୟ ଆଡ୍ମିରାଲ ଏଲ୍ ରାମଦାସ। ଯୋଗୀ ଭାରତୀୟ ସେନାବାହିନୀକୁ ମୋଦିଜୀଙ୍କ ସେନା ବୋଲି କହିଥିବା ମନ୍ତବ୍ୟ ଉପରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ରାମଦାସ। ସେ କହିଛନ୍ତି, ସଶସ୍ତ୍ର ବଳ କୌଣସି ବ୍ୟକ୍ତିବିଶେଷଙ୍କର ନୁହେଁ ଏହା ସଦାସର୍ବଦା ଦେଶ ଓ ଦେଶବାସୀଙ୍କ ନିକଟରେ ପ୍ରତିବଦ୍ଧ। ଏପରି ମନ୍ତବ୍ୟ କେବଳ ତାଙ୍କୁ ନୁହେଁ ବରଂ ସେନାରେ କାର୍ଯ୍ୟ କରୁଥିବା ଅନେକ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଛି। ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନ ମୁଖ୍ୟ ହୋଇଥିବାରୁ ମୁ ଁ ତାଙ୍କ ନିକଟରେ ଅଭିଯୋଗ ବାଢିଛି ବୋଲି ରାମଦାସ କହିଛନ୍ତି। ସୂଚନାଯୋଗ୍ୟ ଯ, ଗାଜିଆବାଦରେ ଏକ ନିର୍ବାଚନୀ ରାଲୁିକୁ ସମ୍ବୋଧିତ କରିବା ଅବସରରେ ଯୋଗୀ ଆଦିତ୍ୟନାଥ ଭାରତୀୟ ସେନାକୁ ମୋଦିଙ୍କ ସେନା ବୋଲି ଅଭିହିତ କରିଥିଲେ। ରାମଦାସଙ୍କ ସହିତ ଅନ୍ୟତମ ଅବସରପ୍ରାପ୍ତ ଲ୍ୟୁଟ୍ନାଣ୍ଟ ଜେନେରାଲ୍…
ବିଜେପିରୁ ଇସ୍ତଫା ଦେଇ ନିକଟରେ କଂଗ୍ରସରେ ଯୋଗ ଦେଇଥିବା ଭେଟେରାନ୍ ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ସମାଲୋଚନା କରି ଶଟ୍ଗନ୍ କହିଛନ୍ତି, ମୋଦିଜୀ ମୁଁ ବର୍ତ୍ତମାନ ମଧ୍ୟ ଆପଣଙ୍କର ଶୁଭଚିନ୍ତକ, ମାତ୍ର ଆପଣ ଇଭିଏମ୍ର ଅପବ୍ୟବହାର ବନ୍ଦ କରନ୍ତୁ। ଆପଣଙ୍କର ଔଦ୍ଧତ୍ୟ ସତ୍ତ୍ବେ ମୋର ଆପଣଙ୍କୁ ବିନୀତ ଅନୁରୋଧ ଆପଣ ସାମ୍ନାସାମ୍ନି ଲଢେଇରେ ଅବତୀର୍ଣ୍ଣ ହୁଅନ୍ତୁ। ଏହାପରେ ଅନ୍ୟ ଏକ ଟ୍ବିଟ୍ ଜରିଆରେ ସେ କହିଥିଲେ, କିଣାଯାଇଥିବା ଗଣମାଧ୍ୟମ ଜରିଆରେ ନିଜର ପ୍ରଚାର ପ୍ରସାର କରିବା ବଦଳରେ ରବୀଶ କୁମାର ଏବଂ ପ୍ରସୁନ୍ ବାଜପେୟୀଙ୍କ ପରି ଲୋକଙ୍କ ସହିତ ସାମ୍ବାଦିକ ସମ୍ମିଳନୀ କରନ୍ତୁ ଯେଉଁ ମାନଙ୍କୁ କେବେ କିଣାଯାଇ ପାରିବ ନାହିଁ ଏବଂ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଆପଣଙ୍କୁ ଏହା କରିବା ଉଚିତ୍ ହେବ। ସେହିପରି ମୋଦିଙ୍କ ବିଭିନ୍ନ ଗସ୍ତକୁ ଯେଜନାବଦ୍ଧ କହିବା ସହିତ ଶସ୍ତା…
୯ ବିଧାନସଭା ଓ ୨ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଯାଜପୁର ଲୋକସଭା ଆସନ ପାଇଁ ଦଳ ମାନସ ଜେନାଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କଟକରୁ ପଞ୍ଚାନନ କାନୁନଗୋ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ୯ ବିଧାନସଭା ଆସନ ନିମନ୍ତେ ବେଗୁନିଆରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ପିପିଲିରୁ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପୁଣିଥରେ ମୈଦାନକୁଓହ୍ଲାଇଛି ଦଳ। ବିଧାନସଭା ପ୍ରାର୍ଥୀ- ୧- ବାଲେଶ୍ବର : ମାନସ ଦାଶ ପଟ୍ଟନାୟକ ୨- ଧର୍ମଶାଳା : ସ୍ମୃତିରେଖା ପାହି ୩- ଯାଜପୁର : ସନ୍ତୋଷ କୁମାର ନନ୍ଦ ୪- ହିନ୍ଦୋଳ : ତ୍ରିନାଥ ବେହେରା ୫- କାମାକ୍ଷାନଗର : ଭବାନୀ ଶଙ୍କର ମହାପାତ୍ର ୬- ବଡମ୍ବା : ବବି ମହାନ୍ତି ୭- ପାରାଦୀପ : ଅରିନ୍ଦମ ସର୍କେଲ୍ ୮- ପିପିଲି : ଯୁଧିଷ୍ଠିର ସାମନ୍ତରାୟ ୯- ବେଗୁନିଆ : ପୃଥ୍ବୀ…
କେଦାର ମିଶ୍ର ଭୁବନେଶ୍ବରରେ ରହି ନିର୍ବାଚନର ବିଶ୍ଳେଷଣ କରିବା ଓ ଲୋକଙ୍କ ସାଙ୍ଗରେ ନିର୍ବାଚନର ଚର୍ଚ୍ଚା କରିବା ଭିତରେ ଆକାଶ ପାତାଳ ପ୍ରଭେଦ ଅଛି। ଭୁବନେଶ୍ବରରୁ ଯାହା ଦେଖାଯାଉଛି ଓ ସେଠିକାର ଟେଲିଭିଜନରୁ ଆମେ ଯେଉଁ ଦୃଶ୍ୟ ଦେଖୁଛୁ, ତାହାର ଠିକ ଅଲଗା ଚିତ୍ର ଲୋକଙ୍କ ଭିତରେ ଦେଖିବାକୁ ମିଳୁଛି। ପ୍ରଥମ ପର୍ଯାୟ ନିର୍ବାଚନ ଆଉ ମାତ୍ର ୮ ଦିନ ବାକିଥିବା ବେଳେ ଭୋଟରଙ୍କ ଭିତରେ ଆଜି ମଧ୍ୟ ଉତ୍ସାହ ଆସିନାହିଁ। ନିର୍ବାଚନରେ ଲୋକମତର ତଲାଶ କରିବାକୁ ଆଜି ଆମେ ବ୍ରହ୍ମପୁର ଓ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ବୁଲୁଥିଲୁ। ବ୍ରାହ୍ମପୁରରେ ପ୍ରଥମ ପର୍ଯାୟ ଓ ଆସ୍କାରେ ଦ୍ଵିତୀୟ ପର୍ଯାୟରେ ଭୋଟ ଗ୍ରହଣ ହେବ। ପାଖାପାଖି ୪୦୦ କିଲୋମିଟର ବୁଲିବା ପରେ ଏମିତି କିଛି ଅନୁଭବ ଆମର ହୋଇଛି, ଯାହାକୁ ଆମର ପାଠକଙ୍କ ସହ ବାଛିବା ନିହାତି ଜରୁରୀ। ଆମେ ମୂଳତଃ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ କୁ ଫୋକସରେ ରଖିବାକୁ ଭାବିଥିଲୁ। ତେବେ ହିଞ୍ଜିଳି ଯିବା ଆଗରୁ ଏହାର ଆଖପାଖ…

