ନ୍ୟାୟ ଅପେକ୍ଷାରେ ପାଇଥିବା ଅକଥନୀୟ କଷ୍ଟର ଅବସାନ 

Published: Nov 14, 2018, 12:17 pm IST

କଟକ ହାଇକୋର୍ଟ ଓକିଲ ମହାସଙ୍ଘ ପକ୍ଷରୁ ଦୀର୍ଘ ସମୟ ଧରି ଚାଲି ଆସିଥିବା ଆନ୍ଦୋଳନର ଆଜି ଅବସାନ ଘଟିଛି। ଉକ୍ତ ଅଢ଼େଇ ମାସର ଆନ୍ଦୋଳନ ନା କେବଳ ସାଧାରଣ ଜନତାଙ୍କ ଧୈର୍ଯ୍ୟର ପରୀକ୍ଷା କରିଛି ଅପିତୁ ଏହା ତାଙ୍କ ନ୍ୟାୟ ପ୍ରାପ୍ତିରେ ପ୍ରଶ୍ନ ମଧ୍ୟ ସୃଷ୍ଟି କରିଥିଲା। ଯାହାକି କ୍ରମାଗତ ଭାବେ ବଢ଼ିବାରେ ମଧ୍ୟ ଲାଗିଥିଲା। କିନ୍ତୁ  ଆଜି ଓକିଲମାନଙ୍କ ଦ୍ଵାରା ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହେବାପରେ ସାଧାରଣ ଜନତାଙ୍କୁ ଶାନ୍ତି ମିଳିବା ସହ ଜେଲରେ ନ୍ୟାୟ ଅପେକ୍ଷାରେ ଥିବା କଏଦୀମାନଙ୍କୁ ବି  ଆସ୍ଵସ୍ତି ଲାଭ ହୋଇଛି। ତେବେ  ନ୍ୟାୟବିଧିରେ ବାଧାର ପରିଣାମ ସ୍ଵରୁପ ଦେଶର ସାମ୍ବିଧାନିକ ନ୍ୟାୟ ସଂସ୍ଥା କିପରି ପଙ୍ଗୁ ହୋଇପଡ଼େ ଏହା ତାହାର ନିଦର୍ଶନ ଥିଲା।

ଅଢ଼େଇ ମାସ ଧରି ଚାଲିଥିବା ହାଇକୋର୍ଟ ଓକିଲଙ୍କ ଦ୍ଵାରା ଆନ୍ଦୋଳନ ମାମଲାର କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଅନୁସାରେ ଆରୋପି 3ପୁଲିସ୍‌ କର୍ମଚାରୀଙ୍କ କ୍ଷମା ପ୍ରଥନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଉକ୍ତ  ଘଟଣାଟି  ସରକାର ଓ ସାଧାରଣ ଜନତାଙ୍କ ମନରେ ଏକ ସମ୍ବେଦନଶୀଳ ଓ ଲଜ୍ଜାଜନକ ଘଟଣା ରୁପେ ଘର କରିଥିଲା। ତେଣୁ ପୁଲିସ ବିଭାଗ ପକ୍ଷରୁ ଉକ୍ତ ଘଟଣାକୁ ନିନ୍ଦା କରିବାସହ 3ଆରୋପି ପୁଲିସ୍‌ କର୍ମଚାରୀଙ୍କୁ ଓକିଲ ମାନଙ୍କୁ କ୍ଷମା ପ୍ରାର୍ଥନା କରିବା ନିମନ୍ତେ ଦଣ୍ଡ ବିଧାନ କରାଗଲା। ଯଦ୍ଵାରା ଉତକ୍ଷୀପ୍ତ ଓକିଲ ମହାସଙ୍ଘ ଶାନ୍ତ ହୋଇଥିଲା।

ତେବେ ଏ କ୍ଷେତ୍ରରେ ସରକାର ପୁଲିସ ବିଭାଗକୁ ଶାଳୀନତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେବାସହ ଆପୋସ ବୁଝମଣାରେ ଆନ୍ଦୋଳନର ଅବସାନ ଘଟିଛି। ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

Related posts