କଂଗ୍ରେସ ପକ୍ଷରୁ ଚଳିତ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ଆସନ ତାଲିକାରେ ରହିଛି ପୁରୀ, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ ଏବଂ ବାଲେଶ୍ବର। ୧-ପୁରୀ- ସତ୍ୟପ୍ରକାଶ ନାୟକ ୨-କେନ୍ଦୁଝର-ଫକୀର ମୋହନ ନାୟକ ୩-କେନ୍ଦ୍ରାପଡା- ଧରଣୀଧର ନାୟକ ୪-ଜଗତସିଂହପୁର- ପ୍ରତିମା ମଲ୍ଲିକ ୫-ଢେଙ୍କାନାଳ- କାମାକ୍ଷା ପ୍ରସାଦ ସିଂ ଦେଓ ୬-ଭଦ୍ରକ- ମଧୁମିତା ସେେଠୀ ୭-ବାଲେଶ୍ବର- ନବଜ୍ୟେତି ପଟ୍ଟନାୟକ
Author: Samikhsya Bureau
ରାଜଧାନୀରେ ବଡ ଧରଣର ଲୁଟ୍ ହୋଇଛି। ଭୁବନେଶ୍ବରର ଆଇଡି ମାର୍କେଟ୍ରୁ ୨୫ ଲକ୍ଷ ଟଙ୍କାର ସୁନା ଲୁଟ୍ ହୋଇଛି।ନୟାପଲ୍ଲୀ ଥାନା ଅନ୍ତର୍ଗତ ଇନ୍ଦ୍ରଧନୁ ମାର୍କେଟରେ ଥିବା ଏକ ଗହଣା ଦୋକାନ ଆଗରୁ ୨୫ ଲକ୍ଷ ଟଙ୍କାର ସୁନା ଲୁଟି ନେଇଛନ୍ତି ଲୁଟେରା। ସୁନା ଭର୍ତ୍ତି ବ୍ୟାଗକୁ ତଳେ ରଖି ଗହଣା ଦୋକାନୀ ଦୋକାନରେ ତାଲା ପକାଉଥିବା ବେଳେ ଲୁଟେରାମାନେ ଏହାକୁ ନେଇ ଚମ୍ପଟ ମାରିଥିଲେ। ଗତକାଲି ରାତିରେ ଏହି ଘଟଣା ଘଟିଛି। ଏନେଇ ନୟାପଲ୍ଲୀ ଥାନାରେ ଜୁଏଲାରୀ ଦୋକାନର ମାଲିକ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। ତେବେ ଲୁଟ୍ ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ଜଣାପଡିଛି।
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି ଭାରତର ପାକିସ୍ତାନ ଲୋକଙ୍କ ବିରୋଧରେ କୌଣସି ଦ୍ବେଷ ନାହିଁ। ଭାରତର ଲଢେଇ ଆତଙ୍କବାଦ ବିରୋଧରେ ବୋଲି ମୋଦି କହିଛନ୍ତି। ଏକ ସାକ୍ଷାତକାରଗ ଅବସରରେ ମୋଦି କହିଛନ୍ତି, ବର୍ତ୍ତମାନ ପାକିସ୍ତାନ ନିକଟରେ ଆତଙ୍କବାଦ ବିରୋଧରେ କଡା ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ବ୍ୟତିତ ଅନ୍ୟ କୌଣସି ରାସ୍ତା ଉପଲବ୍ଧ ନାହିଁ। ୨୬/୧୧ ଆକ୍ରମଣରେ ସଂଶ୍ଲିଷ୍ଟ ଥିବା ନେଇ ଜୈସ୍ ଏ ମହମ୍ମଦ ସ୍ବୀକାର କରିଥିଲେ ମଧ୍ୟ ପାକିସ୍ତାନ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପ୍ରତ୍ୟେକ ଆତଙ୍କୀ ଆକ୍ରମଣ ପରେ କଡା କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଜ୍ଞା କରିବା ପରେ ଚୁପ୍ ବସିଥାଏ ତେଣୁ ଏବେ ଭାରତ ପାକିସ୍ତାନର ଜାଲରେ ଫସିବ ନାହିଁ। ଏହା ସହିିତ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ଉପରେ ମୋଦି କହିଥିଲେ କୌଣସି ବି ଲୋକ ନରେନ୍ଦ୍ର ମୋଦିଙ୍କ ଦେଶଭକ୍ତି ଉପରେ ସନ୍ଦେହ ପ୍ରକଟ କରି ପାରିବେ ନାହିଁ। ସେହିପରି…
କେଦାର ମିଶ୍ର ଏକଦା ସଂସଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ସମାଲୋଚନା କରିବାକୁ ଯାଇ ଆଜିର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ମନମୋହନ ବର୍ଷାତି ପିନ୍ଧି ଗାଧୁଆ ଘରକୁ ଯାଆନ୍ତି। ଏହାର ଅର୍ଥ ହେଉଛି ଯଦିଓ ମନମୋହନ ସିଂ ନିଜକୁ ସ୍ଵଚ୍ଛ ବୋଲି କହନ୍ତି, ତଥାପି ତାଙ୍କ ମନ୍ତ୍ରୀମଣ୍ଡଳରେ ବହୁ ଦୁର୍ନୀତିଖୋର ଲୋକ ରହିଥିଲେ ଓ ତାଙ୍କ ଅମଳରେ ବହୁ ଭ୍ରଷ୍ଟାଚାର ହୋଇଥିଲା। ଏକଥା ଭାରତୀୟ ଜନତା ପାର୍ଟିର ମନେଥିବ ନିଶ୍ଚୟ। ଏବେ ହଠାତ ବିଜେପି ଓଡିଶା ଓ ଏହାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟେ ବିଚିତ୍ର ଅଭିଯୋଗ ଆଣିଛନ୍ତି। ନିର୍ବାଚନର ଆଧାର ମଧ୍ୟ ବଡ ବିଚିତ୍ର। ସୁପ୍ରିମକୋର୍ଟରେ କେହିଜଣେ ବୈଭବ ବର୍ମା ଏକ ପିଟିସନ ଦାଖଲ କରି କହିଲେ ଯେ ମାର୍ଚ୍ଚ ୧୯୯୮ ମସିହାରେ ନାଗପୁରର ଏମଏସ ସେଣ୍ଟ୍ରାଲ କୋଇଲାରି ନାମକ ଏକ କମ୍ପାନୀକୁ କେତୋଟି କୋଇଲା ଖଣି ଭାରତ ସରକାର ଆବଣ୍ଟନ କରିଥିଲେ। ଅଭିଯୋଗର ମୂଳ ବିଷୟ…
ମୁଜାଫରପୁର ମହିଳା ଆଶ୍ରୟ ସ୍ଥଳୀରେ ଯୌନ ଉତ୍ପୀଡନ ମାମଲାରେ ଯାଚିକା କର୍ତ୍ତା ଅସଲି ଅପରାଧୀଙ୍କ ସିିବିଆଇ ଯାଞ୍ଚ କରୁନଥିବାର ଅଭିଯୋଗ କରିଛନ୍ତି। ଏହି ସମ୍ପର୍କିତ ଏକ ପିଟିସନ୍ ଉପରେ ଶୁଣାଣି କରି ଦୁଇ ସପ୍ତାହ ପରେ ଏହା ଉପରେ ଶୁଣାଣି କରାଯିବ ବୋଲି କୋର୍ଟ ନିଷ୍ପତ୍ତି ଦେଇଛନ୍ତି। ଜଷ୍ଟିସ୍ ଏସ୍ ଏ ବୋବଡେ ଏବଂ ଜଷ୍ଟିସ ଏସ୍ ଅବ୍ଦୁଲ୍ ନଜୀରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଦୁଇ ସପ୍ତାହରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ପୋଲିସ ଏହି ମାମଲାକୁ ସଠିକ ଭାବରେ ଅନୁସନ୍ଧାନ କରୁନଥିବାରୁ ମାମଲା ସିବିଆଇ ହାତକୁ ଯାଇଥିଲା। ମାତ୍ର ସିବିଆଇ ତଦନ୍ତ ମଧ୍ୟ ସଠିକ୍ ଦିଗରେ ହେଉନଥିବା ଦର୍ଶାଇ ସୁପ୍ରିମ୍କୋର୍ଟରେ ଦାୟର କରାଯାଇଥିଲା ଏହି ପିଟିସନ୍। ଏହି ସେଲଟର ହୋମ୍ରେ ହତ୍ୟା, ସାମୂହିକ ବଳାତ୍କାର, ଜବରଦସ୍ତି ବେଶ୍ୟାବୃତ୍ତି ପରି ଅପରାଧିକ କାର୍ଯ୍ୟକଳାପ ହେଉଥିବାର ଅଭିଯୋଗ ହୋଇଥିଲା। ସିବିଆଇ ପକ୍ଷରୁ ଦାଖିଲ ହୋଇଥିବା ଚାର୍ଜସିଟ୍ରେ ପୋସ୍କୋ ଆକ୍ଟର…
ଟିକେଟ ବଣ୍ଟନ ପରେ ଦଳରେ ଏବେ ଦଳ ବଦଳ ତଥା ଦଳ ଛାଡ଼ିବା ରାଜନୀତି ଚାଲିଛି। ଆଶାୟୀ ପ୍ରାର୍ଥୀମାନେ ଟିକେଟ ନ ପାଇବା ପରେ ଦଳ ଛାଡୁଛନ୍ତି। ଆଜି ବିଜେଡ଼ିରୁ ଦୁଇଜଣ ଇସ୍ତଫା ଦେଇଛନ୍ତି। ପୁରୀର ପୌରପାଳିକାର ଉପାଧ୍ୟକ୍ଷ ଥିଲେ ଜୟନ୍ତ କୁମାର ଷଡ଼ଙ୍ଗୀ। ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯିବାରୁ ଦଳରୁ ଇସ୍ତଫା ଦେବା ସହ ପ୍ରାଥମିକ ସଭ୍ୟପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଏକଚାଟିଆ ଅଧିକାରରେ ଅତିଷ୍ଠ ହୋଇ ଦଳ ଛାଡ଼ିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ମଧ୍ୟ ଆଜି ଦଳ ଛାଡ଼ିଛନ୍ତି। ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ରହିଥିଲେ। ଟିକେଟ ନ ପାଇବା କ୍ଷୋଭରେ ଦଳରୁ ଇସ୍ତଫା ଦେଇଛନ୍ତି ମୋହନ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀ ନିର୍ବାଚନୀ ଘୋଷଣାପତ୍ର ଜାରି କରିଛନ୍ତି। ଏହି ଘୋଷଣାପତ୍ରରେ ଲୋକସଭା ନିର୍ବାଚନ ପରେ ଯଦି ମେଣ୍ଟ ସରାକର ଶାସନକୁ ଆସନ୍ତି, ତେବେ ବିମୁଦ୍ରାକରଣ ଉପରେ ଯାଞ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ ୧୦୦ ଦିନର କାର୍ଯ୍ୟର ଯୋଜନାକୁ ବଢାଇ ୨୦୦ ଦିନ କରାଯିବା ସହିତ ମଜୁରୀକୁ ଦ୍ବିଗୁଣ କରାଯିବ ବୋଲି କହିଛନ୍ତି। ସେହିପରି ଜିଏସ୍ଟି ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଏହା ଉପରେ ବିଶେଷ ନିଷ୍ପତ୍ତି ଦିଆଯିବ ବୋଲି କହିଛନ୍ତି ମମତା। ସେହିପରି ମହିଳା, ସାଧାରଣ ବର୍ଗ, ଓବିସି ତଥା ଅନ୍ୟାନ୍ୟ ଲୋକହିତକାରୀ ଯୋଜନା ସମ୍ପର୍କରେ ମଧ୍ୟ ଏହି ଘୋଷଣା ପତ୍ରରେ ଉଲ୍ଲେଖ ରହିଛି। ଏପ୍ରିଲ୍ ୧୧ରୁ ପଶ୍ଚିମବଙ୍ଗରେ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ୭ଟି ପର୍ଯ୍ୟାରେ ନିର୍ବାଚନ ଅନୁଷ୍ଠିତ ହେବ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିରଟ୍ ରାଲିରେ ରାହୁଲ୍ଙ୍କ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାକୁ କଟାକ୍ଷ କରିଛନ୍ତି। ଏହାକୁ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି। ମୋଦିଙ୍କୁ “ଡ୍ରାମା କିଙ୍ଗ୍” କହିବା ସହିତ କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜେୱାଲା ମୋଦି ଜୀଙ୍କୁ ଦିନରାତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ହିଁ ସ୍ୱପ୍ନ ଆସୁଛି। ଯଦି ସେ ସ୍ୱଳ୍ପ ସମୟ ଦେଶ ପାଇଁ ଲଗାନ୍ତେ ତେବେ ତାଙ୍କର ଆଜି ଏଭଳି ଅବସ୍ଥା ହୋଇନଥାନ୍ତା ବୋଲି କହିଛନ୍ତି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟାୟ ଯୋଜନାକୁ ପରିହାସ କରି ଦେଶର ଗରିବଙ୍କୁ ପରିହାସ ମଧ୍ୟ କରିଛନ୍ତି। ତେଣୁ ଗରିବଙ୍କୁ ମୋଦି କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ସୁରଜେଓ୍ବାଲା। ମିରଟ୍ର କୃଷକମାନଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତିର ଜବାବ୍ ଦିଅନ୍ତୁ ବୋଲି ସେ କହିଛନ୍ତି। ସେହିପରି ଏସପି,ଆରଏଲଡି ଏବଂ ବିଏସପିକୁ ‘ମଦ’ ସହ ତୁଳନା କରି ମୋଦି ମର୍ଯ୍ୟାଦା ଉଲ୍ଲଘଂନ କରିଛନ୍ତି ବୋଲି କଂଗ୍ରେସ ଦାବି କରିଛି।
୨୦୧୯ ଲୋକସଭା ନିର୍ବାଚନ ପାଇଁ ମେରଠରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି। ଏହି ସମୟରେ ମୋଦୀ ବିପକ୍ଷଙ୍କ ଉପରେ ଜୋରଦାର ବର୍ଷିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚୌକିଦାର ବାହାନା କରି ସେ ସମସ୍ତ ବିପକ୍ଷଙ୍କୁ ଘେରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି, ଚୌକିଦାର କେବେ ଅନ୍ୟାୟ କରେ ନାହିଁ। ସେ ସମସ୍ତଙ୍କ ହିସାବ ଦେବ ସତ କିନ୍ତୁ ସବୁ ହିସାବ ମଧ୍ୟ ନେବ ବୋଲି ମୋଦି କହିଛନ୍ତି। ସେହିପରି ମିଶନ ଶକ୍ତିକୁ ନେଇ ରାହୁଲ ଗାନ୍ଧୀ କରିଥିବା ଟ୍ୱିଟକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଆକ୍ରମଣ କରିଛନ୍ତି। କଂଗ୍ରେସର ନ୍ୟାୟ ଯୋଜନାକୁ ମଧ୍ୟ ଟାର୍ଗେଟ କରିଛନ୍ତି ମୋଦି। ଯେଉଁ ସରକାର ୭୦ ବର୍ଷ ଧରି ଗରୀବଙ୍କ ପାଇଁ ଖାତା ଖୋଲି ପାରି ନାହିଁ ସେ ଗରୀବଙ୍କ ଖାତାରେ କଣ ଟଙ୍କା ରଖିବ ବୋଲି କହିଛନ୍ତି। ସେହିପରି ବିଏସ୍ପି-ଏସ୍ପି ଓ ଆରଏଲ୍ଡିର ମହାଗଠବନ୍ଧନ ଉପରେ କଟାକ୍ଷ କରି…
ଆମେରିକୀୟ ରାଷ୍ଟ୍ରପତିି ଡୋନାଲ୍ଡ ଟ୍ରମ୍ପ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଛନ୍ତି। ପିଚାଇଙ୍କୁ ଭେଟିବା ପରେ ଟ୍ରମ୍ପ ଏକ ଟ୍ବିଟ୍ ଜରିଆରେ ଗୁଗୁଲ ଆମେରିକାର ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରତିବଦ୍ଧ, ଚୀନ୍ ସେନାବାହିନୀ ପ୍ରତି ନୁହେଁ ବୋଲି କହିଛନ୍ତି। ପୂର୍ବରୁ ଆମେରିକୀୟ କଂଗ୍ରେସ ଗୁଗୁଲ ଚୀନ୍ ସେନାକୁ ପ୍ରତିନିଧିତ୍ବ କରୁଥିବାର ଅଭିଯୋଗ ଆଣିଥିଲେ। ଗୁଗୁଲର କାର୍ଯ୍ୟ ଚୀନ୍ ସେନାବାହିନୀକୁ ପରୋକ୍ଷ ଭାବରେ ସହୟତା କରୁଛି ବୋଲି ଯୋଶେଫ ଡନ୍ଫୋର୍ଡ ଯୁଗ୍ମ ସୁରକ୍ଷା ନିର୍ଦ୍ଦେଶକ କହିଥିଲେ। ଏହି ଅଭିଯୋଗ ପରେ ଟ୍ରମ୍ପ ଶ୍ରୀ ପିଚାଇଙ୍କୁ ଭେଟିବା ସହିତ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମୟରେ ଆମେରିକାରେ କାର୍ଯ୍ୟ କରୁଥିବା ଚୀନୀ କମ୍ପାନୀ ହୁଆଓ୍ବେ ଉପରେ ମଧ୍ୟ ରୋକ ଲଗାଯାଇଛି।
ଏବେ ଭାରତରେ ନିର୍ବାଚନୀ ଋତୁ ଚାଲିଥିବାବେଳେ ବଲିଉଡ୍ରେ ରାଜନୈତିକ ବ୍ୟକ୍ତିବିଶେଷଙ୍କର ବାୟୋପିକ୍ର ସିଜିନ୍ ଚାଲିଛି। ନିକଟରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂଙ୍କୁ ନେଇ ପ୍ରସ୍ତୁତ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଓ ବାଲାସାହେବ ଠାକ୍ରେଙ୍କ ଜୀବନୀକୁ ନେଇ ‘ଠାକ୍ରେ’ ଆଦି ଚଳଚ୍ଚିତ୍ର ପରଦାକୁ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ନିର୍ମିତ ଜୀବନୀ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ ଏପ୍ରିଲ୍ ମାସରେ ପରଦାକୁ ଆସିବ। ସେହିପରି ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀଙ୍କ ଉପରେ ଏକ ବାୟୋପିକ୍ର ନିର୍ମାଣ କାମ ଆରମ୍ଭ ହୋଇଗଲାଣି। ସୁଭାଷ କପୁର୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଦ୍ୟା ବଲାନ୍ ମାୟାବତୀଙ୍କ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡିଛି। ରାହୁଲ୍ ଗାନ୍ଧିଙ୍କ ଉପରେ ନିର୍ମିତ ବାୟୋପିକ ଫିଲ୍ମ ‘ରାଗା’ ବାୟୋପିକ୍ ପରଦାକୁ ଆସିବାକୁ ରହିଛି। ସେହିପରି ତାମିଲନାଡୁର ଆମ୍ମା ରୂପେ ପରିଚିତା ରାଜନେତ୍ରୀ ‘ଜୟଲଳିଥା’ଙ୍କ ଉପରେ ମଧ୍ୟ ଫିଲ୍ମ ପରଦାକୁ ଆସିବ, ଏଥିରେ କଙ୍ଗନା ରଣାଓ୍ବତ ମୁଖ୍ୟ ଭୂମିକାରେ ନଜର…
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୁଣି ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ତାହା ହେଉଛି ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ପାଇଁ ଏକ ଇଲେକ୍ଟ୍ରୋନିକ ସର୍ଭିଲାନ୍ସ ସାଟେଲାଇଟ ( ଏମିସାଟ) ଲଞ୍ଚ୍ କରିବାକୁ ଯାଉଛି। ଏହା ସହିତ ୨୮ଟି ଉପଗ୍ରହ ମଧ୍ୟ ପ୍ରେରଣ କରିବ। ୪୩୬କେଜିର ଏମିସାଟ୍କୁ ଆସନ୍ତା ଏପ୍ରିଲ ପହିଲା ସକାଳ ୯.୩୦ରେ ଏହି ସାଟେଲାଇଟକୁ ପିଏସଏଲଭି ରକେଟ ମାଧ୍ୟମରେ ଶ୍ରୀହରିକୋଟାଠାରେ ଥିବା ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଲଞ୍ଚ୍ କରାଯିବ। ପୂର୍ବରୁ ଏହି ଲଞ୍ଚ ମାର୍ଚ୍ଚ ୨୧ରେ ହେବାର ଥିଲା ମାତ୍ର ପରବର୍ତ୍ତୀ ସମୟର ଏହାକୁ ଏପ୍ରିଲ୍ ୧କୁ ଘୁଞ୍ଚାଇ ଦିଆଯାଇଥିଲା। କେବଳ ଏହି ସାଟେଲାଇଟ ନୁହେଁ, ବିଭିନ୍ନ ଦେଶର ପ୍ରାୟ ୨୮ ଟି ସାଟେଲାଇଟ ମଧ୍ୟ ଲଞ୍ଚ୍ କରାଯିବ। ଏସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଲିଥୁଆନିଆ, ଆମେରିକା,ସ୍ପେନ, ସ୍ୱିଜରଲ୍ୟାଣ୍ଡ ପରି ଦେଶ ରହିଛନ୍ତି। ଏଥର ପିଏସଏଲଭି ଏକ ନୂଆ ପ୍ରକାରର ଟେକନଲୋଜୀ ପ୍ରଦର୍ଶନ…
ଛତିଶଗଡର ନକ୍ସଲ ପ୍ରଭାବିତ ସୁକୁମା ଜିଲାରେ ଦୁଇ ଜଣ ମହିଳା ସମେତ ୧୦ ଜଣ ନକ୍ସଲ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ନକ୍ସଲନେତାଙ୍କ ଦ୍ବାରା ସେମାନେ ଶୋଷଣର ଶିକାର ହେଉଥିଲେ ବୋଲି ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି। ସୁକମା ଜିଲାର ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୁକୁମା ଜିଲାର କୋଣ୍ଟା ଥାନା ଅନ୍ତର୍ଗତ ବାଲେଙ୍ଗତୋଙ୍ଗ ଗ୍ରାମରେ ରହୁଥିବା ୧୦ ଜଣ ନକ୍ସଲ ସ୍ଥାନୀୟ ପୁଲିସ ଓ କେନ୍ଦ୍ର ରିଜର୍ଭ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ନକ୍ସଲ ରହିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କ ବିରୋଧରେ ବସ୍ ଓ ଅନ୍ୟ ଯାନବାହନରେ ନିଆଁ ଲଗାଇବା ଏବଂ ବୋମା ବିସ୍ଫୋରଣ କରିବା ଭଳି ସାଂଘାତିକ ଅଭିଯୋଗ ରହିଛି। ଆତ୍ମସମର୍ପଣ କରିଥିବା ନକ୍ସଲ ସରକାରୀ ଯୋଜନାର ଲାଭ ପାଇପାରିବେ ବୋଲି ପୁଲିସ ଅଧିକାରୀ କହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲ ମାନେ ଡିଏକେଏମ୍ଏସ୍ ନକ୍ସଲୀ ସଙ୍ଗଠନର ସଦସ୍ୟ।
ବ୍ୟାଙ୍କ ଅଫ ବରୋଦାରେ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ ମିଶ୍ରଣ ହେବେ। ଅର୍ଥାତ୍ ଦେନା ଏବଂ ବିଜୟା ବ୍ୟାଙ୍କର ଗ୍ରାହକଙ୍କ ଖାତା ବ୍ୟାଙ୍କ ଅଫ ବରୋଦାକୁ ଟ୍ରାନ୍ସଫର ହୋଇଯିବ। ବ୍ୟାଙ୍କ ଅଫ ବରୋଦାର ନିର୍ଦ୍ଦେଶକ ମଣ୍ଡଳୀ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ ସେୟାର ଧାରକଙ୍କ ଇକ୍ୱିଟ ସେୟାର ଜାରି କରିବା ଏବଂ ଆବଂଟନ କରିବା ପାଇଁ ମାର୍ଚ୍ଚ ୧୧ରେ ରେକର୍ଡ ତାରିଖ ନିର୍ଦ୍ଧାରିତ କରିଥିଲେ। ବିଲୟ ଯୋଜନା ଆଧାରରେ ବିଜୟ ବ୍ୟାଙ୍କର ସେୟାର ଧାରକଙ୍କୁ ପ୍ରତ୍ୟେକ ୧ହଜାର ସେୟାରରେ ବ୍ୟାଙ୍କ ଅଫ ବରୋଦାର ୪୦୨ ଇକ୍ୱିଟି ସେୟାର ମିଳିବ। ଏହି ଭଳି ଦେନା ବ୍ୟାଙ୍କର ସେୟାର ଧାରକଙ୍କୁ ପ୍ରତ୍ୟେକ ହଜାର ସେୟାରରେ ବ୍ୟାଙ୍କ ଅଫ ବରୋଦାକୁ ୧୧୦ ସେୟାର ମିଳିବ। ଏହି ମିଶ୍ରଣ ପରେ ବ୍ୟାଙ୍କ ଅଫ ବରୋଦା ଦେଶର ତୃତୀୟ ବଡ ବ୍ୟାଙ୍କ ହେବ। ଏବେ ୪୫.୮୫ ଲକ୍ଷ କୋଟି ଟଙ୍କାର ମୂଲ୍ୟ ବ୍ୟବସାୟ ସହ ଏସବିଆଇ ପ୍ରଥମରେ ରହିଛି।…
ଦିଲ୍ଲୀପ ସାବତ ସିନେମା କଳାକାରମାନେ ଲୋକପ୍ରିୟତାକୁ ହାସଲ କରି ରାଜନୀତିରେ ଯୋଗ ଦେଇଥାନ୍ତି। ଅଭିନୟର ଏକ ଲମ୍ବା ଅଧ୍ୟାୟ ଅତିକ୍ରମ କଲାପରେ ଦର୍ଶକଙ୍କ ପାଖରେ ରାଜନୈତିକ ଏକ ଲୋକପ୍ରିୟ ସିନେତାରକାମାନଙ୍କ ରାଜନୀତିରେ ସଂପୃକ୍ତି, ସୁସ୍ଥ ଓ ସଫଳ ପଦ ମର୍ଯ୍ୟାଦା ହାସଲ ଦିଗରେ ସହାୟକ ହୋଇଥାଏ। ହେଲେ ସଂସଦରେ ତଥାକଥିତ ତାରକା ସାଂସଦମାନଙ୍କ ଉପସ୍ଥାନ ଓ ସକ୍ରିୟତା ନେଇ ନିକଟରେ ସଂସଦୀୟ କାର୍ଯ୍ୟାବଳୀ ଉପରେ ତଥ୍ୟ ଭିତ୍ତିକ ଗବେଷଣା ଓ ପର୍ଯ୍ୟବେକ୍ଷଣ ରଖୁଥିବା ସଂସ୍ଥା ପିଆରଏସ୍ ଲେଜିସଲେଟିଭର ଏକ ଅନୁସନ୍ଧାନଧର୍ମୀ ରିପୋର୍ଟରୁ ଜଣାଯାଇଛି। ଲୋକସଭାରେ ଜଣେ ସଦସ୍ୟଙ୍କ ହାରାହାରି ଉପସ୍ଥାନ ୮୨। ସେହିପରି ବରିଷ୍ଠଙ୍କ ସଦନ କୁହାଯାଉଥିବା ରାଜ୍ୟସଭାରେ ଉପସ୍ଥାନ ହେଉଛି ୭୯ ପ୍ରତିଶତ। ଯଦି ଏହାକୁ ମାପକ ଭାବେ ଗ୍ରହଣ କରାଯାଏ ତେବେ ଉଭୟ ଗୃହର ସଦସ୍ୟ ହୋଇଥିବା ତଥାକଥିତ ତାରକା ସାଂସଦଙ୍କ ଉପସ୍ଥାନ ଅତ୍ୟନ୍ତ ନୈରାଶ୍ୟଜନକ। ଏହି ରିପୋର୍ଟରେ ତଥ୍ୟ ରଖାଯାଇଛି ଯେ ଲୋକସଭାରେ କେବଳ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ…
ଆମ୍ ଆଦ୍ମୀ ପାର୍ଟିକୁ ବଡ଼ ଝଟ୍କା ଲାଗିଛି । ୨୦୧୪ ଲୋକସଭାରେ ଆପ୍ ଟିକେଟରୁ ପ୍ରଥମ ଥର ପାଇଁ ଫତେଗଡ଼ ସାହେବରୁ ସାଂସଦ ହୋଇଥିବା ହରିନ୍ଦର ଖାଲ୍ସା ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ବିତ୍ତୀୟ ମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଉପସ୍ଥିତିରେ ବିଜେପିର ସଦ୍ୟସତା ଗ୍ରହଣ କରିଛନ୍ତି ହରିନ୍ଦର । ହରିନ୍ଦର ଆପ୍ ସାଂସଦ ଭଗଓ୍ବନ୍ତ ମାନଙ୍କ ବିରୋଧରେ ସଂସଦକୁ ମଦ୍ୟ ପାନ କରି ଆସିଥିବାର ଅଭିଯୋଗ କରିଥିଲେ । ଏହାପରେ ତାଙ୍କୁ ପାର୍ଟିରୁ ନିଲମ୍ବନ କରାଯାଇଥିଲା । ଏବେ ବିଜେପିର ମିଶିବା ପରେ ବିଜେପି ତରଫରୁ ପଞ୍ଜାବରେ ନିର୍ବାଚନ ଲଢିବାର ସୂଚନା ରହିଛି । ପଂଜାବରେ ବିଜେପି ଓ ଅକାଳୀ ଦଳ ପୂର୍ବରୁ ମେଣ୍ଟ କରିକି ନିର୍ବାଚନ ଲଢିଛନ୍ତି । ମେଣ୍ଟ ନିୟମ ଅନୁଯାୟୀ ବିଜେପି ତିନୋଟି ସିଟ୍ ଓ ଅକାଳୀ ଦଳ ୧୦ଟି ସିଟ୍ରେ ନିଜର ପ୍ରାର୍ଥୀ ଛିଡ଼ା କରାଇବେ । ପଞ୍ଜାବର ସମସ୍ତ ୧୫ଟି ସିଟ୍ ପାଇଁ…
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାର ଘୋଷଣା କରିବା ପରେ ଫୁଟ୍ବଲରରୁ ରାଜନେତା ହୋଇଥିବା ବାଇଚୁଙ୍ଗ ଭୂତିଆ ଏହି ଯୋଜନା ସହ ସମାନ ଏକ ଯୋଜନାକୁ ସିକିମ୍ରେ ପ୍ରଣୟନ କରିବାକୁ ଘୋଷଣା କରିଛନ୍ତି । ପ୍ରତି ୫ ଜଣିଆ ପରିବାରକୁ ୯୦ ହଜାରର ଆୟ ପ୍ରଦାନ କରିବା ନିମେନ୍ତ ଘୋଷଣା କରିଛନ୍ତି ଭୂତିଆ । ଭୂତିଆଙ୍କ ହମ୍ରୋ ସିକିମ୍ ପାର୍ଟି(ଏଚ୍ଏସ୍ପି) ପକ୍ଷରୁ ଘୋଷଣା କରାଯାଇଛି ଯେ, ଦଳ କ୍ଷମତାକୁ ଆସିବାର ୨୫ ଦିନ ମଧ୍ୟରେ ଏହି ପ୍ରତିଜ୍ଞାକୁ ପୂରଣ କରାଯିବ । ତୃଣମୂଳ କଂଗ୍ରେସ ଛାଡି ନିଜର ରାଜନୈତିକ ଦଳ ଗଠନ କରିଥିବା ଏହି ଫୁଟବଲ ଖେଳାଳୀ କହିଛନ୍ତି, କ୍ଷମତାକୁ ଆସିବାର ୨୫ ଦିନ ମଧ୍ୟରେ ‘ସିକ୍କିମ୍ ସମ୍ମାନ ଯୋଜନା’ ଜରିଆରେ ଏହାକୁ ରୂପରେଖ ଦିଆଯିବ । ପଓ୍ବନ୍ ଚାମ୍ଲିଙ୍ଗଙ୍କ ସରକାର ୨୫ ବର୍ଷ କ୍ଷମତାରେ ରହି ସିକିମ୍ର ବିକାଶ କରିପାରିନଥିବା ବେଳେ ଦଳ ମାତ୍ର ୨୫…
ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କ ଆଗାମୀ ଚଳଚିତ୍ର ଲୁସିଫର ଆଜି ରିଲିଜ୍ ହୋଇଛି । ରାଜନୈତିକ ଥ୍ରିଲର କାହାଣୀ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୃଥ୍ବୀରାଜ ସୁକୁମାରନ୍ । ଅଭିନେତା ପୃଥ୍ବୀରାଜ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶକ ଭାବରେ ପଦାର୍ପଣ କରିଛନ୍ତି । ଏହି ଫିଲ୍ମରେ ମୋହନଲାଲଙ୍କ ବ୍ୟତୀତ ବିବେକ ଓବେରଏ, ଇନ୍ଦ୍ରଜିତ୍ ସୁକୁମାରନ୍ ଏବଂ ମଞ୍ଜୁ ଓ୍ବାରିୟର ପ୍ରମୁଖ ନଜର ଆସିବେ । ଫିଲ୍ମରେ ବିବେକ ଓବେରଏ ନକରାତ୍ମକ ଭୂମିକାରେ ନଜର ଆସିଥିବା ବେଳେ ନିର୍ଦ୍ଦେଶକ ପୃଥ୍ବୀରାଜ ସୁକୁମାରନ୍ ଅତିଥି କଳାକାର ଭାବରେ ନଜର ଆସିଛନ୍ତି । ଫିଲ୍ମଟିକୁ ବଢିଆ ରେସପନ୍ସ ମିଳିଥିବା ବେଳେ ଟ୍ବିଟ୍ଟରରେ ସମେସ୍ତ ଫିଲ୍ମଟିକୁ ପ୍ରଶଂସା କରିଛନ୍ତି । ମୋହନ ଲାଲଙ୍କ ବ୍ୟତୀତ ବିବେକ ଓବେରଏ ଏବଂ ଟୋଭିନୋ ଥୋମାସଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିଛନ୍ତି । ମଞ୍ଜୁ ଓ୍ବାରିୟରଙ୍କ ସହିତ ମୋହନଲାଲଙ୍କ ଏହା ତୃତୀୟ ଫିଲ୍ମ ହୋଇଥିବା ବେଳେ ଦର୍ଶକ ଏହି ଯୋଡିକୁ ବହୁତ…
କଂଗ୍ରେସ ତରଫରୁ ପ୍ରଧାନମନ୍ତ୍ରୀ ଭାବେ ରାହୁଲ୍ ଗାନ୍ଧିଙ୍କୁ ଉପସ୍ଥାପନା କରାଯାଉଥିବାବେଳେ ବିଜେପି ସରକାର ବିରୁଦ୍ଧରେ ଗଠିତ ମହାଗଠବନ୍ଧନରେ ସାମିଲ ହୋଇଥିବା ଅନ୍ୟତମ ଟିଏମ୍ସି ନେତ୍ରୀ ମମତାଙ୍କ କିଛି ମନ୍ତବ୍ୟ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ସରକାର ବିରୋଧରେ କଂଗ୍ରେସ ଏବଂ ରାହୁଲ ଗାନ୍ଧି ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାହୁଲ୍ ଗାନ୍ଧି ଯାହା ଭାବନ୍ତି, ସେୟା କୁହନ୍ତି ବୋଲି କହିବା ସହିତ ରାହୁଲ ଗାନ୍ଧି ଜଣେ ଶିଶୁ ବୋଲି ମଧ୍ୟ ସେ କହିଛନ୍ତି । ରାହୁଲ ଗତ ସପ୍ତାହରେ ମାଲଦାରର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ । ରାହୁଲ କହିଥିଲେ ଯେ, ମମତା ବାନାର୍ଜୀ ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। କୋଲକାତାରେ କୌଣସି ପରିବର୍ତ୍ତନ ହୋଇନାହିଁ । ମମତାଙ୍କ ସମୟରେ ବିକାଶ ହୋଇନାହିଁ ବୋଲି ରାହୁଲ ଅଭିଯୋଗ କରିଥିଲେ ।
କର୍ଣ୍ଣାଟକର କ୍ଷୁଦ୍ର ଜଳସେଚନ ମନ୍ତ୍ରୀ ସି. ଏସ. ପୁଟ୍ଟୁରାଜୁ ଏବଂ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ୮ଜଣ ସିଆରପିଏଫ ଯବାନଙ୍କ ସହ ଆୟକର ବିଭାଗର ୩ଟି ଟିମ୍ ମନ୍ତ୍ରୀଙ୍କରେ ଚଢ଼ାଉ କରିଥିଲେ। ଆୟକର ବିଭାଗର ୩ଟି ଟିମ ମାଣ୍ଡୟାର ଚିନ୍ନାକୁରଲୀସ୍ଥିତ ତାଙ୍କ ବାସଭବନ ଏବଂ ମହୀଶୂରସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଛନ୍ତି। ଏହି ଚଢାଉକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡ଼ି. କୁମାରସ୍ବାମୀ ମୋଦିଙ୍କୁ ଟାର୍ଗେଟ୍ କରି ଏହା ହେଉଛି ମୋଦିଙ୍କ ପ୍ରକୃତ ସର୍ଜିକାଲ ଷ୍ଟ୍ରାଇକ୍ । କର୍ଣ୍ଣାଟକରେ ବିଜେପି ହାରିବା ପରେ ମୋଦୀ ପ୍ରତିଶୋଧ ପରାୟଣ ହୋଇ ଆୟକର ବିଭାଗକୁ ରାଜ୍ୟ ନେତା ଏବଂ ମନ୍ତ୍ରୀଙ୍କ ବିରୋଧରେ ଅସ୍ତ୍ର କରିଛନ୍ତି। ଜେଡିଏସ୍ ନେତା ମଧୁ ବଙ୍ଗରପ୍ପା କହିଛନ୍ତି, ବିଜେପି ରାଜନୈତିକ ଖେଳ ଖେଳିବାକୁ ଉଦ୍ୟମ କରୁଛି। ଏହି ଆୟକର ଚଢ଼ାଉ କାହିଁକି କୌଣସି ବିଜେପି ନେତାଙ୍କ ଘରେ ହେଲା ନାହିଁ ବୋଲି…
ଦେଶରେ ବର୍ତ୍ତମାନ ମୋଦି ଲହର ପ୍ରଭାବହୀନ ହୋଇଯାଇଛି ଏବଂ ଦେଶରେ ପ୍ରଥମ ଥର ପାଇଁ ଅଣକଂଗ୍ରେସ ଏବଂ ଅଣବିଜେପି ମେଣ୍ଟ ସରକାର ଗଠନ କରିବାର ସମ୍ଭାବନା ରହିଛି ବାେଲି ଅଲ୍ ଇଣ୍ଡିଆ ମଜଲିସ୍ ଏ ଇତେହାଦ୍ ଉଲ୍ ମୁସଲମାନ୍ (ଏଆଇଏମ୍ଆଇଏମ୍) ର ସଭାପତି ଅସଦୁଦ୍ଦିନ୍ ଓଓ୍ବେସୀ କହିଛନ୍ତି। ୨୦୧୪ ଲୋକସଭା ନିର୍ବାଚନ ପରି ବର୍ତ୍ତମାନ ଦେଶରେ ମୋଦି ଲହର ନାହିଁ। ବର୍ତ୍ତମାନ ଦେଶର ୫୪୩ ନିର୍ବାଚନୀ କ୍ଷେତ୍ରରେ ନିର୍ବାଚନୀ ରଣକ୍ଷେତ୍ର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି। ହାଇଦ୍ରାବାଦ ଲୋକସଭା ଆସନରୁ ତିନିଥର ସାଂସଦ ରହିଥିବା ଓଓ୍ବେସୀ ଚଳିତ ଥର ହାଇଦ୍ରାବାଦରୁ ଲଢୁଥିବା ବେଳେ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତୃତ୍ବରେ ଅଣ ବିଜେପି ଏବଂ ଅଣକଂଗ୍ରେସ ମେଣ୍ଟକୁ ସମର୍ଥନ ଜଣାଇେବ ବୋଲି କହିଛନ୍ତି। ବିଜେପି ନିଜର ବିଫଳତାକୁ ଲୁଚାଇବା ପାଇଁ ସଦାସର୍ବଦା ରାଷ୍ଟ୍ରୀୟ ସୁରକ୍ଷାକୁ ସାମ୍ନାକୁ ଆଣିଛି। ପ୍ରଥମେ ସର୍ଜିକାଲ୍ ଷ୍ଟ୍ରାଇକ୍, ପରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ଏବଂ ଗତକାଲି ଏ ସ୍ୟାଟ୍…

