ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ସହଯୋଗୀ ଦଳମାନେ ପୁଣି ଥରେ ବିଜେପି ସହ ହାତ ମିଳାଉଛନ୍ତି। ପୂର୍ବରୁ ଆସାମର ଆସାମ ଗଣପରିଷଦ ସହ ହାତ ମିଶାଇଥିବାବେଳେ ଏବେ ଉତ୍ତର ପ୍ରଦେଶର ଅନ୍ୟତମ ଦଳ ‘ଅପନା ଦଳ’ ଏନଡିଏ ମେଣ୍ଟରେ ସାମିଲ ହୋଇଛି। ଗତକାଲି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଅପନା ଦଳ ସୁପ୍ରିମୋ ଅନୁପ୍ରିୟା ପଟେଲଙ୍କ ସହ ଆଲୋଚନା ପରେ ଏହି ସୂଚନା ମିଳିଛି। ଏହି ଆଞ୍ଚଳିକ ଦଳ ଉତ୍ତର ପ୍ରଦେଶର ୨ଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବ ବୋଲି ସ୍ଥିର ହୋଇଛି। ଗୋଟିଏ ସିଟରୁ ଅନୁପ୍ରିୟା ଲଢ଼ିବେ, ତେବେ ଅନ୍ୟ ଆସନରୁ କିଏ ପ୍ରାର୍ଥୀ ହେବେ, ତାହା ସ୍ଥିର ହୋଇନାହିଁ। ଚଳିତ ନିର୍ବାଚନରେ ଅପନା ଦଳ ବିଜେପି ସହ ମେଣ୍ଟରେ ସାମିଲ ହେବ କି ନାହିଁ, ସେ ସମ୍ପର୍କରେ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଥିଲା। ୨୦୧୪ରେ ବିଜେପି ଓ ଅପନା ଦଳ ମଧ୍ୟରେ…
Author: Samikhsya Bureau
ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଓଡିଶା କଂଗ୍ରେସର ହାତ ଦୁର୍ବଳ ହେବାରେ ଲାଗିଛି। ଅନେକ ଛାମୁଆ ନେତା ତଥା ବିଧାୟକ ଦଳ ଛାଡିଛନ୍ତି। ଆଜି କଂଗ୍ରେସକୁ ଏକ ଜୋରଦାର ଝଟକା ଲାଗିଛି। ଦଳର ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ପ୍ରକାଶ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହଟାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି। ଏହାସହ ସେ ନିଜ ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି। ସେ ୨୦ ବର୍ଷ ହେଲା ଦଳରେ କାମ କରୁଥିଲେ ସୁଦ୍ଧା ଦଳ ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ସେ କଂଗ୍ରେସ ଛାଡିବା ପରେ କେଉଁ ଦଳକୁ ଯିବେ ସେ ନେଇ ସସପେନ୍ସ ଲାଗି ରହିଛି। ପୂର୍ବରୁ ବିଜେଡ଼ି ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଏବେ ପୁଣି ପଦ୍ମ ଦଳରେ ଯୋଗ…
କେଦାର ମିଶ୍ର ବିଜେପିର ଆଭ୍ୟନ୍ତରୀଣ ଖବର ରଖୁଥିବା ଜଣେ ସାମ୍ବାଦିକଙ୍କ ସହ ଆଜି ସନ୍ଧ୍ୟାରେ ଦେଖାହେଲା। ତାଙ୍କ କହିବା ମୁତାବକ, ବିଜେପି ପାଇଁ ୨୦୧୯ ନିର୍ବାଚନରେ ସବୁଠୁ ବଡ ଶକ୍ତି ହେଉଛନ୍ତି, ବିଜେଡ଼ିରୁ ବହିଷ୍କୃତ ଓ ଟିକଟରୁ ବଞ୍ଚିତ ନେତାମାନେ। ବିଜେଡି ଭିତରେ ଟିକଟ ଆଶାୟୀଙ୍କ ସଂଖ୍ୟା ଏତେ ଅଧିକ ଯେ ସେଥିରୁ ହଜାର ହଜାର ସଂଖ୍ୟାରେ ଅସନ୍ତୁଷ୍ଟ ହେବାର ସମ୍ଭାବନା ସର୍ବାଧିକ। ମାତ୍ର ୧୪୭ ବିଧାନସଭା ଓ ୨୧ ବିଧାନସଭା ଲାଗି କେବଳ ବିଜେଡିରେ ତିରିଶ ହଜାର ଆବେଦନକାରୀ ଅଛନ୍ତି ବୋଲି କୁହାଯାଉଛି। ଅର୍ଥାତ ପ୍ରତି ଆସନ ପିଛା କେବଳ ବିଜେଡି ଆଶାୟୀଙ୍କ ହାରାହାରି ସଂଖ୍ୟା ହେଉଛି ୧୭୮। ତିରିଶ ହଜାରରୁ ମାତ୍ର ୧୬୮ ଜଣ ଟିକଟ ପାଇବେ ଓ ବାକି ସବୁ ନିରାଶ ହେବେ। ଏଇ ହତାଶ ଓ ନିରାଶ ନେତାମାନେ ବିଜେପି ପାଇଁ ସବୁଠୁ ବଡ ଶକ୍ତି ହେବାକୁ ଯାଉଛନ୍ତି ବୋଲି ବିଜେପି ଶିବିର ଏବେ ଆକଳନ…
ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ସମସ୍ତ ଦଳର ନିର୍ବାଚନୀ ପ୍ରଚାର ହୋର୍ଡିଂକୁ କାଢ଼ି ଦିଆଯାଇଛି। ଏହି ଆଚରଣ ବିଧି ଲାଗୁ ହେବା ପରେ କାନ୍ଥବାଡ଼, ଖୁଣ୍ଟ, ଦୋକାନ, ରାସ୍ତାରେ ଆଦି ଲାଗିଥିବା କୌଣସି ଦଳ କିମ୍ବା ରାଜନେତାଙ୍କ ଫଟୋ ଜନିତ ପୋଷ୍ଟରକୁ କାଢ଼ି ଦିଆଯାଇଛି। ମାତ୍ର ଶାସକ ଦଳ ବିଜେପି ନିର୍ବାଚନ କମିସନ ଜାରି କରିଥିବା ଏହି ଆଚରଣ ବିଧିକୁ ଉଲଂଘନ କରୁଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ। ପେଟ୍ରୋଲ୍ ପମ୍ପ୍, ବିମାନବନ୍ଦର ଓ ରେଳ ଷ୍ଟେସନ୍ ଆଦି ସ୍ଥାନରେ ଏବେ ବି ମୋଦିଙ୍କ ଫଟୋ ଲଗାଯାଇଛି। ଯାହା ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି। ମୋଦିଙ୍କ ଫଟୋକୁ ଏପରି ସ୍ଥାନରୁ ତୁରନ୍ତ ହଟାଯାଉ ବୋଲି କଂଗ୍ରେସ ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଦାବି ହୋଇଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ସାଧାରଣ ନିର୍ବାଚନର ତାଲିକା ନିକଟ ଅତୀତରେ ନିର୍ବାଚନ କମିସନ ଜାରି କରି…
ଲୋକପାଳ ନିଯୁକ୍ତି ପାଇଁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ଗଣତନ୍ତ୍ରରେ ବିରୋଧୀଙ୍କ କଣ୍ଠରୋଧ କରାଯାଉଥିବା ଅଭିଯୋଗ କରି ସେ ଏହି ଚୟନ କମିଟି ବୈଠକରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ନିୟମ ଅନୁଯାୟୀ, ଲୋକସଭାରେ ବିରୋଧୀ ଦଳ ନେତାର ମାନ୍ୟତା ପାଇଥିବା ବ୍ୟକ୍ତି ଏହି ଲୋକପାଳ ଚୟନ କମିଟିରେ ସଦସ୍ୟ ରହିବା କଥା। ତେବେ ଶ୍ରୀ ଖାଡ଼ଗେ ବିରୋଧୀ ଦଳର ନେତା ଭାବେ ସ୍ୱୀକୃତି ପାଇଥିଲେ ମଧ୍ୟ ଏହି ପଦବୀର ଅଧିକାରୀ ହେବାପାଇଁ ତାଙ୍କ ଦଳ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟକ ଆସନ ନାହିଁ। ତେଣୁ ସେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଏହି ବୈଠକରେ ଯୋଗ ଦେବାର ଥିଲା। ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶ୍ରୀ ଖାଡ଼ଗେ କହିଛନ୍ତି, ଲୋକପାଳ ଆଇନ୍ର ଧାରା ୪(୨)…
ଆମ୍ ଆଦ୍ମୀ ପାର୍ଟିର ଚାନ୍ଦିନୀ ଚୌକ ବିଧାୟିକା ଅଲ୍କା ଲାମ୍ବା କଂଗ୍ରେସର ଯୋଗଦେବା ନେଇ ଇଚ୍ଛୁକ ରହିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି କଂଗ୍ରେସ ଦଳ ତାଙ୍କୁ ସ୍ବୀକାର କରିପାରିବ, ତେବେ ସେ ନିଶ୍ଚୟ ଯୋଗଦାନ କରିବେ। ଦିଲ୍ଲୀ ଓ ହରିୟାଣାରେ କଂଗ୍ରେସ ସହ ଆପ୍ ମେଣ୍ଟ କରିବା ନେଇ ବେଶ୍ ଚର୍ଚ୍ଚାରେ ରହିଥିଲା। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରୀଓ୍ବାଲ କଂଗ୍ରେସ ସହ ମେଣ୍ଟ କରିବା ନେଇ ବାରମ୍ବାର ନିବେଦନ କରି ଆସିଛନ୍ତି। ଅଲକା ଲମ୍ବା ୧୯୯୫ରେ ଦିଲ୍ଲୀ ୟୁନିଭରସିଟିର ଷ୍ଟୁଡେଣ୍ଟ ୟୁନିଅନ୍ର ଅଧ୍ୟକ୍ଷ ହୋଇ ଚର୍ଚ୍ଚାକୁ ଆସିଥିଲେ। ଦୁଇ ବର୍ଷ ପରେ ସେ କଂଗ୍ରେସ ଛାତ୍ର ସଂଗଠନ ଏନଏସ୍ୟୁଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ପରବର୍ତ୍ତୀ ସମୟରେ ମହିଳା କଂଗ୍ରେସ, ଦିଲ୍ଲୀ କଂଗ୍ରେସ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ବିଭିନ୍ନ ପଦବୀରେ ମଧ୍ୟ ଅବସ୍ଥାପିତ ରହିଥିଲ। ଅଲ୍କା ୨୦୧୩ ମସିହାରେ ଆମ୍ ଆଦ୍ମୀ ପାର୍ଟିରେ ଯୋଗଦାନ କରିଥିଲେ।
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ୨୬ତମ ଜନ୍ମଦିନ ଅବସରରେ ଚଳଚ୍ଚିତ୍ର ନିର୍ମାତା କରନ୍ ଜୋହର୍ ତାଙ୍କୁ ଜନ୍ମଦିନର ଉପହାର ସ୍ବରୂପ ‘କଲଙ୍କ୍’ ଫିଲ୍ମର ଏକ ପୋଷ୍ଟର ରିଲିଜ୍ କରିଛନ୍ତି । ଏହି ପୋଷ୍ଟରରେ କେବଳ ଆଲିଆଙ୍କୁ ଦେଖିବାକୁ ମିଳିଛି। ସେ ଏହି ପୋଷ୍ଟରକୁ ସେୟାର କରି କରନ୍ ଲେଖିଛନ୍ତି ଯେ, – ‘ସାହସକୁ ଏଭଳି ସୁନ୍ଦର ରୂପେ କେବେ ଦେଖିନାହିଁ। କଲଙ୍କର ‘ରୂପ’ ସହ ପରିଚିତ ହୁଅନ୍ତୁ।’ ପୂର୍ବରୁ ଏହି ଚଳଚ୍ଚିତ୍ରର ଆଲିଆ ଭଟ୍ଟ, ବରୁଣ ଧାଓ୍ବନ, ଆଦିତ୍ୟରାୟ କପୁର୍, ମାଧୁରୀ ଦୀକ୍ଷିତ୍, ସୋନାକ୍ଷୀ ସିହ୍ନା ଓ ସଞ୍ଜୟଦତ୍ତଙ୍କ ପୋଷ୍ଟର ରିଲିଜ୍ କରାଯାଇଥିବାବେଳେ ଏହାର ଟିଜର୍ ମଧ୍ୟ ରିଲିଜ୍ ହୋଇସାରିଛି। ଏହି ଟିଜର୍କୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି । ‘କଲଙ୍କ୍’ ଏପ୍ରିଲ୍ ୧୭ରେ ପରଦାକୁ ଆସିବ ବୋଲି ଜଣାପଡିଛି।
ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜନୈତିକ ନେତା ନିଜ ଦଳ ବଦଳ ଆରମ୍ଭ କରିଛନ୍ତି। ବିଜେପି ନେତା ଶତ୍ରୁଘ୍ନ ସିହ୍ନା ଦଳ ଛାଡିବାର ସଙ୍କେତ ଦେଇଛନ୍ତି। ସେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଶତ୍ରୁଘ୍ନ କହିଛନ୍ତି ଯେ, ଦେଶ ଆପଣଙ୍କ ସମ୍ମାନ କରୁଛି। ତେବେ ଆପଣଙ୍କ ନେତୃତ୍ୱରେ ବିଶ୍ୱାସନୀୟତାର ଅଭାବ ରହିଛି। ଆପଣ ଯାହା କରୁଛନ୍ତି ତାହା କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶତ୍ରୁଘ୍ନ। ବୋଧ ହୁଏ ଲୋକେ ଆପଣଙ୍କୁ ବିଶ୍ୱାସ କରୁ ନାହାଁନ୍ତି ବୋଲି ଟୁଇଟ୍ କରିଛନ୍ତି ଶତ୍ରୁଘ୍ନ। ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। କିଛିଦିନ ହେବ ଦଳକୁ ନେଇ ବେଶ୍ ଅସନ୍ତୋଷ ରହିଥିଲେ ଶତ୍ରୁଘ୍ନ। ସେ ନବ ନେତୃତ୍ବ ସହ କାର୍ଯ୍ୟଭାର ସମ୍ଭାଳିବା ପାଇଁ ମଧ୍ୟ କହିଥିଲେ ।
ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଆଜି ତା’ର ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଏନ୍ସିପି ପ୍ରମୁଖ ଶରଦ ପାଓ୍ବାରଙ୍କ ନାତି ପାର୍ଥ ପାଓ୍ବରଙ୍କ ନାମ ରହିଛି। ପାର୍ଥ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ୍ ପାଓ୍ବରଙ୍କ ପୁଅ। ପାର୍ଥଙ୍କୁ ପୁଣେ ଜିଲ୍ଲା ମାବଲ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଶିରୁର୍ ଆସନ ପାଇଁ ଅମୋଲ୍ କୋଲ୍ହେ,, ନାସିକ୍ରୁ ସମୀର ଭୁଜବଳ ଓ ମହାରାଷ୍ଟ୍ର ପାଇଁ ବଜରଂଗ ସୋନେବଣେଙ୍କ ନାମ ରହିଛି। ଏହା ପୂର୍ବରୁ ଏନ୍ସିପି ତା’ର ପ୍ରଥମ ତାଲିକାରେ ୧୨ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଥିଲା। ବାରାମତୀରୁ ସୁପ୍ରିୟା ସୁଲେଙ୍କୁ ପ୍ରାର୍ଥୀ କରିଛି। ସୁପ୍ରିୟା ୨୦୦୯ ଓ ୨୦୧୪ ଲୋକସଭା ଆସନ ଜିତିଛନ୍ତି। ମହାରାଷ୍ଟ୍ରର ମୋଟ ୪୮ ସିଟ୍ରେ କଂଗ୍ରେସ ଓ ଏନ୍ସିପି ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି। ଏନ୍ସିପି ୨୦ଟି ଆସନ ଓ କଂଗ୍ରେସ ୨୬ଟି ଆସନରେ ନିର୍ବାଚନ ଲଢିବେ। ବାକି ୨ଟି ଆସନକୁ କଂଗ୍ରେସ-ଏନ୍ସିପି…
ଚାରା ଦୁର୍ନୀତି ସମ୍ପର୍କିତ ୩ଟି ମାମଲାରେ ଅଭିଯୁକ୍ତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ସିବିଆଇକୁ ଜବାବ ତଲାବ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟଙ୍କ ଆବେଦନ ଉପରେ ସିବିଆଇକୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପ୍ରତି ସେ ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା କେନ୍ଦ୍ରୀୟ କାରାଗାରରେ ଜେଲ୍ ଦଣ୍ଡ ଭୋଗୁଛନ୍ତି। ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଦ୍ବାରା ୨୦୧୯ ଜାନୁଆରୀ ୧୦ରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ସେ ଉଚ୍ଚନ୍ୟାୟାଳୟରେ ଆବେଦନ କରିଥିଲେ।
କଂଗ୍ରେସ ଛାଡିପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା । ଖୁବଶୀଘ୍ର କଂଗ୍ରେସର ହାତ ଛାଡି ପଦ୍ମ ଧରିପାରନ୍ତି ପ୍ରକାଶ । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇପାରନ୍ତି । ପୂର୍ବରୁ ପ୍ରକାଶ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ଖବର ସାମ୍ନାକୁ ଆସିଥିଲା । ପ୍ରକାଶ ମଧ୍ୟ ଏହାକୁ ସିଧାସଳଖ ଖଣ୍ଡନ କରିନଥିଲେ ମଧ୍ୟ ଏନେଇ ସ୍ପଷ୍ଟ ସଂକେତ ମଧ୍ୟ ଦେଇନଥିଲେ । ଏହାଛଡା ପ୍ରକାଶ ମଧ୍ୟ ବିନା ଦଳୀୟ ଚିହ୍ନରେ ଏକ ବଡ ରାଲି କରିଥିବାର ଦେଖିବାକୁ ମିଳିଥିଲା ପ୍ରକାଶ ହାତ ଛାଡ଼ି ଶଙ୍ଖ ଧରିବା ବଦଳରେ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି ।
ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ଦଳ ବଦଳ ରାଜନୀତି ଜାରି ରହିଛି। କଂଗ୍ରେସର ପୂର୍ବ ସାଂସଦ ଅରବିନ୍ଦ ଶର୍ମା ଏବେ ପଦ୍ମଫୁଲ ଧରିଛନ୍ତି। ଦିଲ୍ଲୀର ହରିୟାଣା ଭବନରେ ମନୋହର ଲାଲ୍ ଖଟ୍ଟର, ହରିୟାଣା ଲୋକସଭା ନିର୍ବାଚନ ପ୍ରଭାରୀ କଲରାଜ ମିଶ୍ର, କେନ୍ଦ୍ରୀୟ ମନ୍ତ୍ରୀ କୃଷ୍ଣପାଲ ଗୁର୍ଜର, ଚୌଧୁରୀ ବିରେନ୍ଦ୍ର ସିଂହ ଓ ହରିୟାଣାର କ୍ୟାବିନେଟ୍ ମନ୍ତ୍ରୀ ରାମବିଲାସ ଶର୍ମାଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ସେ ବିଜେପିରେ ମିଶିଛନ୍ତି। ଅରବିନ୍ଦ ଶର୍ମା ଦୁଇଥର କଂଗ୍ରେସ ସାଂସଦ ହୋଇସାରିଛନ୍ତି। ୧୯୯୬ ମସିହାରେ ୧୧ ତମ ଲୋକସଭା ନିର୍ବାଚନରେ ସୋନିପତ୍ ସିଟ୍ ରୁ ସେ ନିର୍ଦ୍ଦଳୀୟ ପ୍ରାର୍ଥୀ ରୁପେ ନିର୍ବାଚନ ଲଢି ଅରବିନ୍ଦ ଶର୍ମା ଜିତିଥିଲେ। ଏହାପରେ ସେ ଶିବସେନାର ପ୍ରଦେଶ ଅଧ୍ୟକ୍ଷ ରହିବା ସହ ରୋହତକ ଲୋକସଭା ନିର୍ବାଚନ ଲଢି ହାରିଥିଲେ। ଏହାପରେ ସେ କଂଗ୍ରେସରେ ସାମିଲ ହୋଇ କରନାଲ ଲୋକସଭା ୨୦୦୪ ରୁ ୨୦୦୯ ନିର୍ବାଚନ ଲଢି ଜିତି ଥିଲେ। ୨୦୧୪ରେ…
ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିନ ୧୧ଟାରେ ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଗଜପତି ମହାରାଜ ଦିବ୍ୟ ସଂହଦେଓ ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ର ବଜେଟ ଉପସ୍ଥାପନ କରାଯାଇଛି। ଗଜପତି ମହାରାଜା ୧୦୨ କୋଟିର ବଜେଟ୍ ଉପସ୍ଥାପନା କରିଛନ୍ତି। ଶ୍ରୀମନ୍ଦିର ପାଇଁ ୭୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ସହିତ ଦାନ ଅର୍ଥ ବଢାଇବା ପାଇଁ ବଜେଟରେ ନିଷ୍ପତ୍ତି ହୋଇଛି। ୩୮ କୋଟି ଟଙ୍କା ଶ୍ରଦ୍ଧାଳୁଙ୍କ ପାଇଁ ଖର୍ଚ୍ଚ ହେବ ଏବଂ ସେବକ କଲ୍ୟାଣ ପାଣ୍ଠି ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରାରେ ୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଗଜପତିଙ୍କ ପାରିତୋଷିକ ବାବଦକୁ ବାର୍ଷିକ ୬ ଲକ୍ଷରୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହ ସେବାୟତଙ୍କ ବିକାଶ, କର୍ପସ ଫଣ୍ଡ ବୃଦ୍ଧି…
ସାଇନା ନେହଓ୍ବାଲ୍ଙ୍କ ବାୟୋପିକ୍ରେ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ଅଭିନୟ କରିବେ ବୋଲି ସୂଚନା ରହିଥିଲା। ଏପରିକି ସେ ଏହି ଫିଲ୍ମ ପାଇଁ ବ୍ୟାଡ୍ମିଣ୍ଟନ ଟ୍ରେନିଂ ନେବା ସହିତ ଏହି ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ଜାରି ହୋଇଥିଲା। କିନ୍ତୁ ମିଳିଥିବା ସୂଚନା ଅନୁସାରେ ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ବଦଳରେ ପରିଣିତୀ ଚୋପ୍ରାଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ପ୍ରଯୋଜକ ଭୂଷଣ କୁମାର କହିଛନ୍ତି ଯେ, ଏହି ଫିଲ୍ମକୁ ସେ ବହୁତ୍ ଜଲ୍ଦି ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଶ୍ରଦ୍ଧାଙ୍କ ଡେଟ୍ ପ୍ରୋବ୍ଲେମ୍ ଯୋଗୁଁ ଫିଲ୍ମର ଶୁଟିଂରେ ବହୁତ ଡେରି ହେଉଛି। ଶ୍ରଦ୍ଧା ଏବେ ସୁଶାନ୍ତଙ୍କ ସହ ଛିଛୋର ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି ଏହା ପରେ ସେ ରେମୋ ଡିସୁଜାଙ୍କ ’ଷ୍ଟ୍ରିଟ୍ ଡ୍ୟାନ୍ସର’ ପାଇଁ ଶୁଟିଂ କରିବେ। ଏବଂ ‘ସାହୋ’ ପାଇଁ ମଧ୍ୟ ଶ୍ରଦ୍ଧା ଖୁବ୍ ବ୍ୟସ୍ତ ରହୁଛନ୍ତି। ପୂର୍ବରୁ ଶ୍ରଦ୍ଧାଙ୍କ ପାଇଁ ନିର୍ଦ୍ଦେଶକ ଅମୋଲ୍ ଗୁପ୍ତେ ମଧ୍ୟ ଟିକେ ନାରାଜ ରହିଥିଲ। ତେବେ…
କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି ବରଗଡ଼ଠାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶରେ ରାହୁଲ୍ ଉଭୟ ବିଜେଡ଼ି ଓ ବିଜେପିକୁ ସମାଲୋଚନା କରିବା ସହିତ ଜିଏସ୍ଟିକୁ ନେଇ ଏକ ବଡ଼ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ସରକାରକୁ ଆସିଲେ ଜିଏସ୍ଟିରେ ପରିବର୍ତ୍ତନ କରାଯାଇ ଏହାର ସରଳୀକରଣ କରାଯିବ। ସେହିପରି ଓଡ଼ିଶାର ଧାନର ମୁଖ୍ୟ କେନ୍ଦ୍ର ହେଉଛି ବରଗଡ଼, କିନ୍ତୁ ବରଗଡ଼ରେ ଚାଷୀ ଆତ୍ମହତ୍ୟା ଦେଖିବାକୁ ମିଳୁଛି। ସେହିପରି ରାଜ୍ୟରେ କଂଗ୍ରେସ ଶାସନ ଆସିଲେ ଚାଷୀଙ୍କ ପାଇଁ ଋଣ ଛାଡ଼କରିବ ବୋଲି କହିଛନ୍ତି। ସେହିପରି ସମସ୍ତଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ଅଧିକାର ମିଳିବା ଉପରେ ମଧ୍ୟ ଜୋର୍ ଦେଇଛନ୍ତି। ନବୀନ ସରକାରଙ୍କୁ ଟାର୍ଗେଟ୍ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ରିମୋଟ୍ ଦ୍ବାରା ପରିଚାଳିତ ହେଉଛନ୍ତି ବୋଲି କହିଛନ୍ତି। ଶୀତଳଭଣ୍ଡାର ଓ ବେରୋଜଗାରୀକୁ ନେଇ ନବୀନଙ୍କୁ ସମାଲୋଚନା କରିବା ସହିତ ଓଡ଼ିଶାରେ ଚିଟ୍ଫଣ୍ଡ୍ ଦୁର୍ନୀତିରେ ୫ ହଜାର କୋଟି…
ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍ ମୁଖ୍ୟ ମାସୁଦ୍ ଅଜହର୍ଙ୍କୁ ଜାତିସଂଘ ସୁରକ୍ଷା ପରିଷଦରେ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ଆଗତ ପ୍ରସ୍ତାବକୁ ଚୀନ୍ ବିରୋଧ କରିବା ପରେ ମଧ୍ୟ ଆତଙ୍କୀ ମାସୁଦ୍ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ଚାଲିଛି। ମାସୁଦ୍ ଉପରେ ଫ୍ରାନ୍ସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ମାସୁଦର ସମସ୍ତ ସମ୍ପତ୍ତିକୁ ଅଚଳ କରିବାକୁ ଫ୍ରାନ୍ସ ସରକାର ନିଷ୍ପତ୍ତି ନେଇଛନ୍ତି। ଫ୍ରାନ୍ସର ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଦେଶରେ ଥିବା ମାସୁଦ୍ର ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସମ୍ପତ୍ତିକୁ ଠାବ କରାଯାଇ ସେଗୁଡ଼ିକୁ ଫ୍ରିଜ୍ କରାଯିବ। ଜାମ୍ମୁ-କାଶ୍ମୀରର ପୁଲ୍ଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ୍ ହେବା ପରେ ଜୈଶ୍-ଏ—ମହମ୍ମଦ (ଜେଇଏମ୍) ସମେତ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପାକିସ୍ତାନ ଉପରେ ବିଶ୍ବ ସମୁଦାୟ ପକ୍ଷରୁ ଚାପ ପଡୁଛି। ଆତଙ୍କବାଦ ବିରୋଧରେ…
ବଲିଉଡ୍ ଅଭିନେତା ନଓ୍ବାଜ୍ ଉଦ୍ଦିନ୍ ସିଦ୍ଧିକି ଓ ସାନ୍ୟା ମାଲହୋତ୍ରାଙ୍କ ସିନେମା ‘ଫଟୋଗ୍ରାଫ୍’ ଆଜି ରିଲିଜ୍ ହୋଇଛି। ଏହି ଫିଲ୍ମକୁ ରିତେଶ ବାତ୍ରା ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମଟି ୬୯ତମ ଅନ୍ତର୍ଜାତୀୟ ବର୍ଲିନ୍ ଫିଲ୍ମୋତ୍ସବରେ ଏହାର ପ୍ରିମିୟର୍ ପ୍ରଦର୍ଶିତ ହୋଇଥିଲା। ଏହା ପ୍ରଥମେ ମାର୍ଚ୍ଚ ୮ ତାରିଖରେ ରିଲିଜ୍ ହେବାକୁ ରହିଥିଲା। ଏହି ଫିଲ୍ମ ଭାରତ ସମେତ ୟୁକେ, ୟୁଏସ୍ଏ, ସ୍ପେନ୍, ଫ୍ରାନ୍ସ ଓ ଅଷ୍ଟ୍ରେଲିଆରେ ମଧ୍ୟ ରିଲିଜ୍ ହେଉଛି। ଏହି ଫିଲ୍ମରେ ନଓ୍ବାଜ୍ଉଦ୍ଦିନ୍ ଫଟୋଗ୍ରାରଫର୍ ରଫି ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମରେ କିମ୍ବଦନ୍ତୀ ଗାୟ ରଫିଙ୍କର ଏକ ଲୋକପ୍ରିୟ ଗୀତ ’ତୁମ୍ନେ ମୁଝ୍କୋ ଦେଖା’ କୁ ମୂଳ ସଙ୍ଗୀତ ସହ ବ୍ୟବହାର କରାଯାଇଛି। ତେବେ ଏହି ଫିଲ୍ମର ପ୍ରିମି୍ୟର୍କୁ ବେଶ୍ ପସନ୍ଦ କରାଯାଇଥିଲା। ଏହି ଫିଲ୍ମ ସହିତ ରାକେଶ୍ ଓମ୍ ପ୍ରକାଶ ମେହେରାଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ମେରେ ପ୍ୟାରେ ପ୍ରାଇମ ମିନିଷ୍ଟର୍’ ରିଲିଜ୍ ହୋଇଛି।…
ଆଜି ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସୁକାନ୍ତ ତାଙ୍କ ଇସ୍ତଫାପତ୍ରରେ ତାଙ୍କ ବିରୋଧରେ ଷଡଯନ୍ତ୍ର ଓ ଅଣଦେଖାର ହୋଇଥିବାର ଅଭିଯୋଗ କରିଛନ୍ତି। ଏହା ସହିତ ସେ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତିଙ୍କ ନାଁରେ ବି ସେ ଅଭିଯୋଗ କରିଛନ୍ତି। ସୁକାନ୍ତ ଜିଲ୍ଲା ବିଜେଡି ସଭାପତି ଦେଉଥିବା ମାନସିକ ନିର୍ଯାତନା ଦିନକୁ ଦିନ ତାଙ୍କ ପାଇଁ ଅସହ୍ୟ ହୋଇଯାଇଥିଲା। ଯେଉଁଥିପାଇଁ ସେ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ମଧ୍ୟ ଦେଇଛନ୍ତି ।
ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର ପ୍ରତିବାଦରେ ଆଗତ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମ୍କୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ଏ ସମ୍ପର୍କରେ ଜବାବ ଦାଖଲ କରିବାକୁ ନିର୍ବାଚନ ଆୟୋଗକୁ ନୋଟିସ୍ ଜାରି କରିଛନ୍ତି। ଏଥିସହ କୋର୍ଟଙ୍କୁ ସହାୟତା କରିବା ଲାଗି ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖରେ କରାଯିବ। ଭିଭିପାଟ୍ ବ୍ୟବହାର ପ୍ରତିବାଦରେ ୨୧ଟି ବିରୋଧୀ ଦଳ ସୁପ୍ରିମ୍କୋର୍ଟଙ୍କ ଦାରସ୍ଥ ହୋଇଥିଲା। ତେଲୁଗୁଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବରେ ଏହି ମାମଲା ଦାଏର କରାଯାଇଥିଲା। ବିରୋଧୀ ଦଳଗୁଡ଼ିକ ଇଭିଏମ୍ର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇବା ସହ ଏହାର ବ୍ୟବହାରକୁ ବିରୋଧ କରିଥିଲେ। କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ଖଣ୍ଡନ କରିଥିଲେ। ବିରୋଧ ଦଳଗୁଡ଼ିକ ଆଗାମୀ ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ମତଦାନର ୫୦ ପ୍ରତିଶତ ଭିଭିପାଟ୍ ପେପର ସ୍ଲିପ୍ ଗଣତି ଦାବି…
୨୦୧୩ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ଫସିଥିବା ଏସ୍ ଶ୍ରୀସନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ନିର୍ଦ୍ଦେଶକୁ ସୁପ୍ରିମ୍କୋର୍ଟ ହଟାଇ ଦେଇଛନ୍ତି। ଏହା ସହିତ ୩ ମାସ ମଧ୍ୟରେ ସାନି ଦଣ୍ଡବିଧାନ ସ୍ଥିର କରିବାକୁ କୋର୍ଟ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ କେ.ଏମ୍ ଜୋଜେଫ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି ବେଳେ ସ୍ପଷ୍ଟ ଭାବେ କହିଥିଲେ ଯେ ବିସିସିଆଇର ଶୃଙ୍ଖଳା କମିଟି ଶ୍ରୀସନ୍ତଙ୍କ ପାଇଁ ଦଣ୍ଡବିଧାନ ସ୍ଥିର କରିବା ପୂର୍ବରୁ ତାଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦେବେ। ସ୍ପଟ ଫିକ୍ସିଂ ଅଭିଯୋଗରେ ଶ୍ରୀସନ୍ତ, ଅଙ୍କିତ ଚୌହ୍ବାନ, ଅଜିତ୍ ଚାଣ୍ଡିଲାଙ୍କ ସହିତ ୩୬ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ତଳ କୋର୍ଟ ଶ୍ରୀସନ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିବା ପରେ ଦିଲ୍ଲୀ ପୁଲିସ୍ ଏହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ଆଜି ହେଉଛି ୨୬ତମ ଜନ୍ମଦିବସ। ୧୯୯୩ ମାର୍ଚ୍ଚ ୧୫ରେ ଜନ୍ମଗ୍ରହଣ କରିଥିଲେ ଏହି ସୁନ୍ଦରୀ ନାୟିକା। ବଲିଉଡ୍ ନିର୍ଦ୍ଦେଶକ ମହେଶ ଭଟ୍ଟ ଓ ଅଭିନେତ୍ରୀ ସୋନି ରାଜଦାନଙ୍କ ସୁପୁତ୍ରୀ ହେଉଛନ୍ତି ଆଲିଆ। ୨୦୧୨ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ରୁ ସେ ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିଥିଲେ। ନିଜର ନିଖୁଣ ଅଭିନୟକୁ ନେଇ ସେ ବହୁ ଚର୍ଚ୍ଚାରେ। ‘ଟୁଷ୍ଟେଟସ୍’, ’ହମ୍ପଟି ଶର୍ମାକି ଦୁଲ୍ହନିଆ’, ‘ବଦ୍ରିନାଥ କୀ ଦୁଲ୍ହନିୟା’, ‘କପୁର୍ ଏଣ୍ଡ୍ ସନ୍ସ’, ‘ ‘ଡିୟର୍ ଜିନ୍ଦଗୀ’, ‘ହାଇଓ୍ବେ’, ‘‘ଉଡ୍ତା ପଞ୍ଜାବ’, ‘ରାଜି’ ‘ଗଲିବୟ’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ’ହାଇଓ୍ବ’ ପାଇଁ ଫିଲ୍ମଫେୟାର୍ର ଶ୍ରେଷ୍ଠ ଅଭିନେତ୍ରୀର କ୍ରିଟିକ୍ ଆଓ୍ବାର୍ଡ ପାଇଥିଲେ। ନିକଟରେ ଆଲିଆ ରଣବୀରଙ୍କ ସହ ‘ବ୍ରହ୍ମାସ୍ତ୍ର’ ଓ କରନ୍ଙ୍କ ମଲ୍ଟିଷ୍ଟାର୍ର ଫିଲ୍ମ ‘କଲଙ୍କ’ରେ ନଜର ଆସୁଛନ୍ତି। ଏହି ଦୁଇ ଫିଲ୍ମକୁ ନେଇ ସେ ବେଶ ଚର୍ଚ୍ଚାରେ ରହିଛନ୍ତି। କେବଳ ହିନ୍ଦୀ ନୁହେଁ…