ସମୀକ୍ଷା ବ୍ୟୁରୋ ପ୍ରଥମ ଥର ପାଇଁ ନବୀନ ଓଡିଶା ରାଜନୀତିରେ ଏକ ନୂଆ କଥା କରିବାକୁ ଯାଉଛନ୍ତି। ଏଥର ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ଚିରାଚରିତ ରାଜଭବନ ନ ହୋଇ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ। ଏନେଇ ବିଜୁ ଜନତା ଦଳ ତରଫରୁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। 29 ତାରିଖ ଦିନ 11ଟ 10 ମିନିଟ୍ ରେ ନବୀନ ଶପଥ ନେବେ ବୋଲି ସମୟ ନିର୍ଦ୍ଧାରିତ ହୋଇଛି। ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବାରୁ ଏହାକୁ ବେଶ ଯାକଜମକରେ କରିବା ପାଇଁ ବିଜେଡି ଆଗ୍ରହ ପ୍ରକାଶ କରିଛି। ରାଜଭବନ ଭିତରେ ଥିବା ଖୋଲା ସ୍ଥାନରେ ଏହି ଶପଥ ଗ୍ରହଣ କରିବାରେ ଅସୁବିଧା ସୃଷ୍ଟି ହେଉଛି। 2014 ମସିହାରେ ନବୀନ ରାଜଭବନ ଭିତରେ ଥିବା ଖାଲି ସ୍ଥାନରେ ଶପଥ ନେଇଥିଲେ। ତେବେ ରାଜଭବନ ଭିତରକୁ ପ୍ରବେଶ କରିବା କଟକଣା ଥିବାରୁ ଏହି ଶପଥ ଗ୍ରହଣ ଉତ୍ସବକୁ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀର ସଂସଦୀୟ ପ୍ରକ୍ଷାଳୟରେ ଆୟୋଜିତ ହୋଇଥିବା ମୋଦି ସମାରୋହରେ ଯୋଗଦେଇଛନ୍ତି ଓଡିଶାର ନବ ନିର୍ବାଚିତ 8 ବିଜେପି ସାଂସଦ। ଆଜି ମୋଦିଙ୍କୁ ବିଜେପି ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରିବା ପାଇଁ ସଂସଦୀୟ ଭବନରେ ଆୟୋଜିତ ହୋଇଥିଲା ଏକ ସମାରୋହ। ଏଥିରେ ମୋଦିଙ୍କୁ ବିଜେପି ସଂସଦୀୟ ଦଳରେ ନେତା ଭାବେ ଘୋଷଣା କରିବା ପରେ ଅନ୍ୟମାନେ ସମର୍ଥନ କରିଥିଲେ। ଏହାପରେ ମୋଦିଙ୍କୁ ଏନଡିଏ ର ନେତା ଭାବେ ମଧ୍ୟ ମନୋନିତ କରାଯାଇଥିଲା। ଏହି ସମାରୋହରେ ନବ ନିର୍ବାଚିତ ବିଜେପି ସାଂସଦଙ୍କ ସହିତ ବିଜେପି ସହଯୋଗୀ ଦଳର ସାଂସଦମାନେ ମଧ୍ୟ ଯୋଗଦେଇଥିଲେ। ଏପରିକି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେଇଥିଲେ। ଏହି ସମାରୋହରେ ଜୁଏଲ ଓରାମଙ୍କୁ ଛାଡିଦେଲେ ପ୍ରଥମ ଥର ଓଡିଶାରୁ ସାତ ଜଣ ନୂଆ ବିଜେପି ସଂସାଦ ସଂସଦ ମଧ୍ୟରେ ପ୍ରବେଶ କରୁଛନ୍ତି। ସମାରୋହ ପରେ ଏମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସଂସଦ ବାହାରେ…
ସମୀକ୍ଷା ବ୍ୟୁରୋ ଆଶ୍ଚର୍ଯ୍ୟ ଜନକ ଭାବେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ବିଜୟ ଲାଭ କରିଥିବା କଂଗ୍ରେସ ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ନୂଆ ଦିଲ୍ଲୀ ଗସ୍ତ କରିଛନ୍ତି। ପୂର୍ବରୁ ରାଜନୈତିକ ଧାର ଧରି ନ ଥିବା ସପ୍ତଗିରି କୋରାପୁଟ ପରି ହେଭିୱେଟଙ୍କୁ ହରାଇ ବିଜୟ ଲାଭ କରିବେ ତାହା କେହି ବି ବିଶ୍ବାସ କରି ନ ଥିଲେ। ଏପରିକି ତାଙ୍କ ଦଳର ନେତାମାନେ ମଧ୍ୟ ସେ ଜିତିବେ ବୋଲି କେବେ ବି ଭାବି ନ ଥିଲେ। ସପ୍ତଗିରି ରାଜନୈତିକ ପରିବାରରେ ଜନ୍ମ ନେଇଛନ୍ତି । ତାଙ୍କ ବାପା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ଉଲ୍ଲାକା। ହେଲେ ସପ୍ତଗିରି କେବେ ବି ୱାର୍ଡ ମେମ୍ବରଟିଏ ପାଇଁ ମଧ୍ୟ ପ୍ରତିଦ୍ବନ୍ଦିତା କରି ନାହାଁନ୍ତି। ନୂଆ ଦିଲ୍ଲୀ ଗସ୍ତ ବେଳେ ସେ କହିଛନ୍ତି ଯେ, ଏହା ପୂର୍ବରୁ ସେ ଅଗଣିତ ଥର ନୂଆ ଦିଲ୍ଲୀ ଗସ୍ତ କରିଛନ୍ତି। ହେଲେ ଏଥର…
ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବିଜେପିର ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ । ବିଜେପିର ପ୍ରଚଣ୍ଡ ବିଜୟ ପରେ ତୃଣମୂଳ କଂଗ୍ରେସ ଏବଂ ଦିଦିଙ୍କ ଉପରେ ଏହାର ବ୍ୟାପକ ପ୍ରଭାବ ପଡିଥିବା ଦେଖାଯାଇଛି । କୋଲକାତାରେ ଏକ ଦଳୀୟ ବୈଠକରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି । କେନ୍ଦ୍ର ଆମ ପାଇଁ ଆପତ୍ତିକାଳ ଭଳି ସ୍ଥିତି ସୃଷ୍ଟି କରିଛି । ହିନ୍ଦୁ ମୁସଲମାନ ବିଭାଜନ କରାଯାଇଛି, ଭୋଟ ବଣ୍ଟା ଯାଇଛି । ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲି କିନ୍ତୁ କୌଣସୀ ସୁଫଳ ମିଳି ନାହିଁ । ତାଙ୍କ ପାଇଁ ଦଳୀୟ ପଦବୀଠାରୁ ଦଳ ବେଶି ଗୁରୁତ୍ବ ବହନ କରେ ବୋଲି ଏହି ଅବସରରେ କହିଛନ୍ତି । ଏହି ବୈଠକର ଆରମ୍ଭରୁ ଏଥର ମୁଖ୍ୟମନ୍ତ୍ରୀ ହେବି ନାହିଁ ବୋଲି ମମତା କହିଥିଲେ ବୋଲି ସ୍ପଷ୍ଟ କରିଛନ୍ତି ।…
ଶନିବାର ଦିନ ସଂସଦର ସେଣ୍ଟ୍ରାଲ୍ ହଲ୍ରେ ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅମିତ ଶାହା, ଲାଲକୃଷ୍ଣ ଆଡଭାନୀ, ନରେନ୍ଦ୍ର ମୋଦି, ରାଜନାଥ ସିଂ, ନୀତିନ ଗଡକରୀ, ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍ରେ, ନିତିଶ୍ କୁମାର, ପ୍ରକାଶ ସିଂ ବାଦଲ ତଥା ଏନଡିଏର ସମସ୍ତ ନେତୃବୃନ୍ଦଙ୍କ ସହିତ ଏନଡିଏର ନବ ନିର୍ବାଚିତ ସମସ୍ତ ପ୍ରାର୍ଥୀ ରହିଛନ୍ତି । ଏହି ବୈଠକରେ ଯୋଗଦେଇଛନ୍ତି ଓଡ଼ିଶାର ନବନିର୍ବାଚିତ ୮ଜଣ ସାଂସଦ । ବିଜେପି ସଂସଦୀୟ ଦଳ ବୈଠକରେ ନରେନ୍ଦ୍ର ମୋଦି ବିଜେପିର ନେତା ରୂପେ ନିର୍ବାଚିତ ହେବା ସହିତ ଏନଡିଏର ସଂସଦୀୟ ଦଳର ନେତା ରୂପେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।
ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୬ତମ ଲୋକସଭା ଭଙ୍ଗ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳର ଉପଦେଶରେ ରାଷ୍ଟ୍ରପତି ଲୋକସଭା ଭଙ୍ଗ କରିବା ଆଦେଶ ଉପରେ ହସ୍ତାକ୍ଷର କରିଛନ୍ତି । ଏହି ସମୟରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋଡା ୨୦୧୯ ଲୋକସଭାରେ ବିଜୟ ହାସଲ କରିଥିବା ପ୍ରାର୍ଥୀ ତାଲିକା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହସ୍ତାନ୍ତର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାମୂହିକ ଭାବେ ଇସ୍ତଫା ପତ୍ର ଦେଇଥିଲେ । ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ପରିଷଦଙ୍କ ଇସ୍ତଫା ପତ୍ର ସ୍ୱୀକାର କରି ନୂତନ ପ୍ରଧାନମନ୍ତ୍ରୀ ଆସିବା ପର୍ଯ୍ୟନ୍ତ ନିଜ ପଦବୀରେ ରହିବା ପାଇଁ ପ୍ରସ୍ତାବ ଦେଇଥିଲେ । ରାଷ୍ଟ୍ରପତି ଭବନର ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି କ୍ୟାବିନେଟ୍ର ସୁପାରିଶ୍କୁ ସ୍ବୀକାର କରି ସମ୍ବିଧାନ ୮୫ର ଆର୍ଟକିଲ୍ର ୨(ବି)ର ସହ ଉପବନ୍ଧକୁ ଉପଯୋଗ କରି ୧୬ତମ ଲୋକସଭା …
ଆନ୍ଧ୍ର ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଓ୍ୱାଇଏସଆର୍ କଂଗ୍ରେସ ସଭାପତି ଜଗନ ରେଡ୍ଡୀ। ଶନିବାର ଦିନ ଓ୍ୱାଇଏସଆର୍ କଂଗ୍ରେସର ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡି ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଲୋକସଭା ନିର୍ବାଚନୀ ଫଳାଫଳରେ ଯେତେବେଳ ସମସ୍ତ ଫୋକ୍ସ୍ ବିଜେପି ଉପରେ ରହିଥିଲା, ସେତେବେଳ ଆନ୍ଧ୍ରପ୍ରଦେଶର ବିଧାନସଭା ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଆନ୍ଧ୍ରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ ଶାସନରେ ଥିବା ଟିଡିପକୁ ଓ୍ବାଇଏସ୍ଆର୍ କଂଗ୍ରେସ ବହୁମତ ଦ୍ବାରା ଗାଦିଚ୍ୟୁତ କରିଦେଇଥିଲା । ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ ଓ୍ବାଇଏସ୍ଆର୍ କଂଗ୍ରେସ ୧୭୫ ବିଧାନସଭା ଆସନରୁ ୧୫୨ଟି ଆସନ ଜିତିଥିଲା । ତେଲୁଗୁ ଦେଶମ୍ ପାର୍ଟିର ଅବସ୍ଥା ବେଶ୍ ନିରାଶଜନକ ରହିଥିଲା । ସେହିପରି ରାଜ୍ୟରେ ୨୫ ସାଂସଦ ଆସନରୁ ଓ୍ୱାଇଏସଆର୍ ୨୨ଟି ଏବଂ ଟିଡିପି ୩ଟି ଆସନ ପାଇଛନ୍ତି। ଏହି ଅବସରରେ ଜଗନ ମୋହନ କହିଛନ୍ତି ଯେ, ଚନ୍ଦ୍ରବାବୁଙ୍କୁ…
୨୫ମେ ୧୯୭୭ ରେ ଜନ୍ମିତ କାର୍ତ୍ତିକ ଶିବକୁମାର ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ କର୍ଥୀ ନାମରେ ପରିଚିତ । ଆଜି୪୧ବର୍ଷରେ ପଦାର୍ପଣ କରିଛନ୍ତି ଏହି ଲୋକପ୍ରି୍ୟ ଅଭିନେତା ଜଣକ । ଅଭିନେତା ସୂର୍ଯ୍ୟାଙ୍କ ସାନଭାଇ କର୍ଥୀ ଜଣେ ମେକାନିକାଲ ଇଞ୍ଜିନିୟର ଏବଂ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂରେ ନିଜର ସ୍ନାତକୋତ୍ତର ଶିକ୍ଷା ପୂରଣ କରିଛନ୍ତି । ଫିଲ୍ମରେ ନିର୍ଦ୍ଦେଶନା ଦେବାପାଇଁ ମଣିରତ୍ନମଙ୍କ ପାଖରେ ସହକାରୀ ନିର୍ଦ୍ଦେଶକ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୭ରେ ପାରୁଥିଭୀରାନ୍ରେ ଡେବ୍ୟୁ କରିବା ସହିତ ଏହି ଚଳଚିତ୍ର ପାଇଁ ଫିଲ୍ମଫେୟାର ଏବଂ ତାମିଲନାଡୁ ରାଜ୍ୟ ପୁରସ୍କାର ପାଇବା ପରେ ପଛକୁ ଫେରି ନାହାନ୍ତି କର୍ଥୀ । ୨୦୧୦ରେ ଲଗାତାର ତିନୋଟି ଫିଲ୍ମ ବକ୍ସ ଅଫିସ୍ରେ ସଫଳ ହୋଇଥିଲା । ପଇୟା(୨୦୧୦), ନାନ୍ ମହାନ୍ ଆଲ୍ଲା(୨୦୧୦), ସିରୁଥାଇ(୨୦୧୧), ମାଡ୍ରାସ(୨୦୧୪), ଓପିରୀ(୨୦୧୬), ଥୀରାନ୍ ଅଧିଗରମ ଓଣ୍ଡ୍ରୁ(୨୦୧୭) ଏବଂ ଦେବ୍ (୨୦୧୯) ପ୍ରମୁଖ କର୍ଥୀଙ୍କ ସଫଳତମ ଫିଲ୍ମ ତାଲିକାରେ ରହିଛି । ଏହା ସହିତ…
ସିରିଲ୍ ରାମାଫୋସା ଦକ୍ଷିଣ ଆଫ୍ରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥଗ୍ରହଣ କରିଛନ୍ତି । ଶନିବାର ରାମାଫୋସା 57.5 ପ୍ରତିଶତ ଭୋଟ ସହିତ ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗତବର୍ଷ ଦୁର୍ନୀତି ଅଭିଯୋଗରେ ରାଷ୍ଟ୍ରପତି ଜାକବ୍ ଜୁମା ପଦ ଛାଡିବା ପରେ ଦାୟିତ୍ବ ଗ୍ରହଣ କରିଥିଲେ ରାମାଫୋସା । 66 ବର୍ଷୀୟ ରାମାଫୋସା ଜୁମାଙ୍କ ଅଧୀନରେ ଉପ ରାଷ୍ଟ୍ରପତି ରହିଥିବା ବେଳେ ବିଗତ ଏକ ବର୍ଷ ହେବ ରାଷ୍ଟ୍ରପତି ଦାୟିତ୍ବରେ ରହିଛନ୍ତି । ଜୁମା ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ବେଳେ ଏହାକୁ ସହଯୋଗୀ ଦଳ ବିରୋଧ କରିଛନ୍ତି । ବର୍ତ୍ତମାନ ପାଞ୍ଚ ବର୍ଷ ପାଇଁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ରାମାଫୋସା ।
ଟାଇମ୍ସ ୫୦ ମୋଷ୍ଟ ଡିଜାରବେଲ୍ ଓ୍ବମେନ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଟାଇମ୍ସ ତରଫରୁ ପ୍ରକାଶିତ ଏହି ୫୦ ଜଣିଆ ତାଲିକାରେ ବଲିଉଡ୍ର ବହୁ ଅଭିନେତ୍ରୀମାନେ ସାମିଲ୍ ଅଛନ୍ତି । କ୍ୟାଟ୍ରିନା କୈଫ୍, ଦୀପିକା ପାଦୁକୋନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍, ସାରା ଅଲ୍ଲୀ ଖାନ୍, ଜାହ୍ନବୀ କପୁର୍, ଅଦିତି ହାଇଦ୍ରୀ, ଅନୁକୃତି ବ୍ୟାସ, ମାନୁଷୀ ଚିଲ୍ଲାର, କ୍ରିତି ସାନନ୍, ହିନା ଖାନ୍, ୟାମୀ ଗୌତମ, ନୋରା ଫତେହୀ, ରାଧିକା ମଦାନ୍, ଶ୍ରୁତି ହରିହରନ୍, ଏରିକା ଫଣ୍ଣାଣ୍ଡେଜ୍, ରିତାବରୀ ଚକ୍ରବର୍ତ୍ତୀ, ରୋଶନୀ ଶେହରାନ୍, ଦିଶା ପଟ୍ଟାନୀ, ଅଦିତି ହୁଣ୍ଡିଆ, ଗାୟତ୍ରୀ ଭରଦ୍ବାଜ ପ୍ରମୁଖ ରହିଛନ୍ତି । ୨୦୧୮ରେ ‘ରାଜି’ ଫିଲ୍ମରେ ଆଲିଆଙ୍କ ଅଭିନୟ ବେଶ୍ ଉଚ୍ଚକୋଟୀର ରହିଥିଲା । ୨୦୧୯ରେ ତାଙ୍କ ଅଭିନୀତ ‘ଗଲିବୟ’, ‘କଳଙ୍କ’ ମଧ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଆଲିଆ ଏବେ ରଣବୀର କପୁର୍ଙ୍କ ରିଲେସନସିପ୍କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି…
ସପ୍ତଦଶ ଲୋକସଭା ପାଇଁ ହୋଇଥିବା ନିର୍ବାଚନରେ ମତଦାତାମାନେ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶର ଶାସନ ଭାର ଦେଇଛନ୍ତି। ନିର୍ବାଚନରେ ବିଜେପି ୩୦୨ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ନେତୃତ୍ଵାଧୀନ ଏନଡିଏ ୩୫୩ ଆସନ ହାସଲ କରିଛି। ଏବେ ଦେଶର ନଜର ଶପଥଗ୍ରହଣଠାରୁ ଆରମ୍ଭ କରି ମୋଦୀଙ୍କ ୨ୟ କ୍ୟାବିନେଟ ଗଠନ ଉପରେ ରହିଛି। ତେବେ ଏହା ପୂର୍ବରୁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)ର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶନିବାର ଉଦବୋଧନ ଦେଇଛନ୍ତି। ଏହି ଅବସରରେ ମୋଦୀ କହିଥିଲେ ଯେ, ମୋର ଚିନ୍ତାଧାରା ପିଏମଓକୁ ପ୍ରଭାବୀ କରିବା ନୁହେଁ, ବରଂ ଦକ୍ଷ କରିବା। ପ୍ରଭାବୀ କରିବା ଦ୍ବାରା ଏହା ହୁଏ ଯେ, ଆମେ ନିଜର ଦାୟିତ୍ଵ ଅନ୍ୟମାନଙ୍କ ଉପରେ ଛାଡ଼ି ଦେଇଥାଉ। କିଛି କାମ ଥିଲେ ଜଣେ ବ୍ୟକ୍ତି ଅନ୍ୟକୁ କହିବ ଏଇଟା କରିଦିଅ। ୨ୟ ବ୍ୟକ୍ତି ୩ୟ ବ୍ୟକ୍ତିଙ୍କୁ କହିବ ଭାଇ ଏଇଟା ଜରୁରୀ କାମ, କରିଦିଅ। କିନ୍ତୁ ଦକ୍ଷତାର ଲାଭ…
ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ରଙ୍କର ଶନିବାର ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ମିଶ୍ର ଭୁବନେଶ୍ଵରସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର ଦୁଇପୁଅ ଅବିନାଶ ଏବଂ ଅଭିମନ୍ୟୁ ମୁମ୍ବଇରେ ରହୁଥିବାବେଳେ ମିଶ୍ର ତାଙ୍କ ପତ୍ନୀ ସମାଜସେବୀ କୁମୁଦିନୀ ମିଶ୍ରଙ୍କ ସହ ରହୁଥିଲେ। ସେ କଳିଙ୍ଗ, ଅମୃତ ବଜାର ପତ୍ରିକା, ପାଟ୍ରିଅଟ, ଲିଙ୍କ ଏବଂ ନ୍ୟାଶନାଲ ହେରାଲ୍ଡ ଭଳି କେତେକ ଖବରକାଗଜ ଏବଂ ପତ୍ରିକାରେ କାର୍ଯ୍ୟ କରିଥିଲେ। ସେ ଅନେକ ବର୍ଷ ଧରି ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ଏବଂ ବିଭିନ୍ନ ଜାତୀୟ ସାମ୍ବାଦିକ ୟୁନିୟନର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଏହା ସହ ସେ ଜଣେ କବି ଏବଂ ଲେଖକ ଭାବେ ମଧ୍ୟ ଜଣାଶୁଣା ଥିଲେ।
ସମୀକ୍ଷା ବ୍ୟୁରୋ ସାରା ଦେଶରେ ଏନଡିଏ ଯେପରି ସବୁ ବିରୋଧୀ ଦଳକୁ ଧୂଳିସାତ କରିଦେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ହେଲେ ସବୁଠୁ ବଡ ଆଶ୍ଚର୍ଯ୍ୟ ହେଉଛି ଦେଶରେ ମୋଦି ହାୱା ପ୍ରବାହିତ ହୋଇଥିବା ବେଳେ ଓଡିଶାରେ ତାହା କାମ ଦେଲା ନାହିଁ। ଓଡିଶାରେ ନବୀନ ୱାହା ହିଁ ପ୍ରବାହିତ ହେଲା। ଏହାକୁ ନେଇ ବର୍ତ୍ତମାନ ଜାତୀୟ ରାଜନୀତିରେ ଏକ ବଡ ଆଲୋଚ୍ୟର ବିଷୟ ହୋଇଛି। ଫାୟାର ବ୍ରାଣ୍ଡ ମମତା ବାନାର୍ଜି ହୁଅନ୍ତୁ କିମ୍ବା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ। ସେପଟେ ଏନ.ଚନ୍ଦ୍ରବାବୁ ନାଇଡୁ ହୁଅନ୍ତୁ କିମ୍ବା ମାୟାବତି। ନବୀନଙ୍କୁ ଛାଡି ଦେଲେ ସବୁ ବିରୋଧୀ ଦଳ ଏକ ପ୍ରକାରର ଧରାଶାୟୀ ହୋଇପଡିଛନ୍ତି। ଚାନ୍ଦ୍ରବାବୁ ସବୁ ବିରୋଧୀ ଦଳ ନେତାଙ୍କ ପାଖକୁ ଯାଇ ଯେପରି ମହାମେଣ୍ଟର ପରିକଳ୍ପନା କରିଥିଲେ ତାହା ଫସର ଫାଟିଯାଇଛି। ଏପରି ପରିସ୍ଥିତିରେ ଗୋଟିଏ ବଡ ପ୍ରସଂଗ ଆଲୋଚନାର ପରିସରକୁ ଆସୁଛି। ତାହା ହେଲା ଯଦି ମହାମେଣ୍ଟ ନିର୍ବାଚନ…
ଆର୍ଜଣ୍ଟିନା ଫୁଟ୍ବଲ୍ ଷ୍ଟାର ତଥା ଅଧିନାୟକ ଲିଓନେଲ୍ ମେସିଙ୍କୁ ୟୁରୋପିଆନ୍ ଲିଗ୍ର ଗୋଲ୍ଡେନ୍ ବୁଟ୍ ମିଳିଛି । ଏହି ଅବସରରେ ମେସିଙ୍କ କ୍ଲବ୍ ବାର୍ସେଲୋନା ମେସିଙ୍କୁ ଶୁଭେଚ୍ଛା ଜଣାଇଛି । ୟୁରୋପିଆନ୍ ଲିଗ୍ରେ ସର୍ବାଧିକ ଗୋଲ୍ ସ୍କୋର୍ କରି ମେସି ଏହି ଉପଲବ୍ଧି ହାସଲ କରିଛନ୍ତି । ଚଳିତ ସିଜିନ୍ରେ ବାର୍ସେଲୋନା ପକ୍ଷରୁ ୩୪ ଟି ମ୍ୟାଚ୍ ଖେଳି 36ଟି ଗୋଲ୍ ସ୍କୋର କରିଛନ୍ତି । ବାର୍ସେଲୋନା ଟିମ୍ ସଭାପତି ଯୋଶେପ୍ ମାରିଆ ବାର୍ଟୋମିଉ ଟ୍ବିଟ୍ଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ମେସି ୨୦୧୦, ୨୦୧୨, ୨୦୧୩, ୨୦୧୭ ଏବଂ ୨୦୧୮ ରେ ମଧ୍ୟ ଏହି ସମ୍ମାନ ହାସଲ କରିଥିଲେ । ମେସୀଙ୍କ ଟୀମ ମେଟ ଲୁଇସ ସୁଆରେଜ ଏହି ପୁରସ୍କାର ୩ ଥର ହାସଲ କରି ସାରିଛନ୍ତି।
ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ଦୁଇଟିକିଆ ନମ୍ବର ହାସଲ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ(ଟିଏମସି) ଏକପ୍ରକାର ହଲ୍ଚଲ ହୋଇଯାଇଛି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି ଟିଏମ୍ସି ସୁପ୍ରିମୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପିକୁ ଟାର୍ଗେଟ କରି ସେ ଏକ କବିତା ଲେଖି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କବିତାର ଶୀର୍ଷକ ରହିଛି ‘ଆଇ ଡୋଣ୍ଟ ଆଗ୍ରି’। ଅର୍ଥାତ ‘ମୁଁ ସହମତ ନୁହେଁ’। ମମତା ସାମ୍ପ୍ରଦାୟିକତାର ରଙ୍ଗରେ ବିଶ୍ଵାସ କରନ୍ତି ନାହିଁ ବୋଲି ଏହି କବିତାରେ ଦର୍ଶାଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଆସନରୁ ବିଜେପି ୧୮ଟି ଆସନ ହାତେଇଥିବାବେଳେ ଟିଏମ୍ସି ୨୨ଟି ହାତକୁ ଯାଇଛି । ଗତ ୨୦୧୪ ନିର୍ବାଚନରେ ବିଜେପି ମାତ୍ର ୨ଟି ଆସନ ପାଇଥିଲା । ମମତା ବାର୍ନାଜୀ ଶନିବାର ଦିନ ଏକ ଦଳୀୟ ବୈଠକ କରିଛନ୍ତି । ଏହି ବୈଠକରେ ୨୦୨୧ ବିଧାନସଭା ନିର୍ବାଚନକୁ ନେଇ…
ସମୀକ୍ଷା ବ୍ୟୁରୋ ଓଡ଼ିଶା ରାଜନୀତିର ଫଳାଫଳ ଏବେ ସୁସ୍ପଷ୍ଟ। ପଞ୍ଚମ ଥର ପାଇଁ ପୁଣି ବାଜି ମାରି ନେଇଛନ୍ତି ବିଜେଡି ସୁପ୍ରିମୋ। ପୁଣିଥରେ ନିଜର ଲୋକପ୍ରିୟତାକୁ ପ୍ରମାଣିତ ରଖିଛନ୍ତି। ନବୀନ ବାବୁ ଫାଇଲିନ, ହୁଡ ହୁଡ, ତିତିଲି ଏବଂ ଫନି ଭଳି ମହାବାତ୍ୟା ବିପର୍ଯୟ କୁ ସଫଳତା ର ସହ ମୁକାବିଲା କରିପାରିଥିବା ବେଳେ ବହୁ ଲୋକ ଲୋକକଲ୍ୟାଣକାରୀ ଯୋଜନା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହ ଙ୍କ ଘନ ଘନ ଗସ୍ତ ଏବଂ ପୋଡା ଟ୍ରାନ୍ସଫର୍ମର ଭଳି ଆରୋପ କୁ ଅତି ଚତୁରତାର ସହ ଆଡେଇ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛନ୍ତି। କିନ୍ତୁ ଚଳିତ ନିର୍ବାଚନ ରାଜନୀତିର ଯାତ୍ରା ତାଙ୍କ ପାଇଁ ବେଶ୍ ସହଜସାଧ୍ୟ ନଥିଲା। ଦଳରେ ବହୁ ତୁଙ୍ଗ ନେତା ଦଳ ଛାଡ଼ିଥିବାବେଳେ ନୂଆ ତଥା ଅନ୍ୟାନ୍ୟ ଦଳର ତୁଙ୍ଗ ନେତାମାନେ ନବୀନଙ୍କୁ ଭରସା କରିଥିଲେ। ନିର୍ବାଚନ ପୂର୍ବରୁ ବହୁ…
ସପ୍ତଦଶ ଲୋକସଭା ନିର୍ବାଚନରେ ବଡ଼ ଧରଣର ପରାଜୟ ପରେ କଂଗ୍ରେସ ନିଜର ଆତ୍ମସମୀକ୍ଷା କରିଛି। କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ନେତା ପି. ଚିଦାମ୍ବରମ, ଗୁଲାମ ନବୀ ଆଜାଦ, ମଲିକାର୍ଜୁନ ଖାର୍ଗେ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗଦେଇଛନ୍ତି। ଚଳିତଥର ୟୁପିଏ ୯୨ଟି ଆସନ ପାଇଥିବାବେଳେ କଂଗ୍ରେସ ୫୨ଟି ଆସନ ପାଇଛି। ଅପରପକ୍ଷେ ଦଳର ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଏହି ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ଏଥିପାଇଁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ କହିଛନ୍ତି। କିନ୍ତୁ କାର୍ଯ୍ୟକାରିଣୀ ବୈଠକରେ ତାଙ୍କ ଇସ୍ତଫାକୁ ଅନୁମୋଦନ କରାଯାଇନାହିଁ। ୨୦୧୪ ଲୋକସଭା ନିର୍ବାଚନରେ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ସହ ମାତ୍ର ୪୪ ଆସନରେ ବିଜୟୀ ହୋଇଥିଲା। ତେବେ…
ଆସାମ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ସୁମଦାୟ ୨ ଲକ୍ଷ ୪୨୧ ହଜାର ୮୪୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ କଳାରେ ୧ ଲକ୍ଷ ୮୬ ହଜାର ୧୮୭ ଜଣ, ବିଜ୍ଞାନରେ ୩୭ ହଜାର ୪୫୫ ଏବଂ ୧୮ ହଜାର ୨୯୧ ଜଣ ଛାତ୍ର ଛାତ୍ରୀ ବାଣିଜ୍ୟରେ ପାଶ କରିଛନ୍ତି। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ପାଶ ହାର ଯଥାକ୍ରମେ ୭୫.୧୪, ୮୭.୫୯ ଏବଂ ୮୬.୫୯ ପ୍ରର୍ତିଶତ ରହିଛି। କଳାରେ ଚଳିତ ବର୍ଷ ପରୀକ୍ଷା ଦେଇଥିବା ଧିଙ୍ଗ ଏକ୍ସପ୍ରେସ୍ ହିମା ଦାସ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାଶ କରିଛନ୍ତି। ୨୦୧୭ରେ ୨୦ ବର୍ଷରୁ କମ୍ ବିଶ୍ବ ଚାମ୍ପିୟନ୍ସିପ୍ରେ ୪୦୦ ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ୧୯ ବର୍ଷୀୟ ହିମା ଏକ ବର୍ଷ ବିଳମ୍ବରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ତୁର୍କୀରୁ ପ୍ରଶିକ୍ଷଣ ନେଇ ଫେରିବା ପରେ ସାଇ କେନ୍ଦ୍ରରେ ରହି ପରୀକ୍ଷା ଦେଇଥିଲେ…
ଇଷ୍ଟରରେ ଶ୍ରୀଲଙ୍କାରେ ଘଟିଥିବା ବିସ୍ଫୋରଣ ପରେ ଶ୍ରୀଲଙ୍କା ସରକାର ଏହି ଘଟଣାରେ ସମ୍ପୃକ୍ତ ୪୧ ସନ୍ଦିଗ୍ଧ ଆତଙ୍କୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦେଇଛି। ଏହି ସମସ୍ତ ୪୧ ଜଣ ଆତଙ୍କୀ ନ୍ୟାସ୍ନାଲ୍ ଥାହ୍ବିଦ୍ ଜମ୍ମାଥ (ଏନ୍ଟିଜେ)ର ସଦସ୍ୟ ଅଟନ୍ତି। ପୋଲିସ୍ ମୁଖପାତ୍ର ରୁଆନ୍ ଗୁଣଶେକରାଙ୍କ ସୂଚନା ଅନୁଯାୟୀ ଟିଆଇଡି ଏବଂ ସିଆଇଡିର ତଦନ୍ତ ପରେ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଇଷ୍ଟର ସମୟରେ ୯ ଜଣ ଆତ୍ମଘାତୀ ବିସ୍ଫୋରଣକାରୀ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣରେ ୨୫୮ ଜଣଙ୍କ ପ୍ରାଣହାନି ଘଟିବା ସହିତ ୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୪୧ଟି ଆକାଉଣ୍ଟରୁ ପ୍ରାୟ ୧୩୪ ମିଲିୟନ୍ ଡଲାର ଅର୍ଥ ଜବତ କରାଯାଇଥିବା ବେଳେ ସମ୍ପତ୍ତିରୁ ୧୪ ମିଲିୟନ୍ ଡଲାର ଅର୍ଥ ଜବତ କରିଥିଲେ ଶ୍ରୀଲଙ୍କା ସରକାର।
ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ତିନି ଜଣ ପିଲାଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । ଶୁକ୍ରବାର ରାତିରେ 8-10 ବର୍ଷ ବୟସର ତିନି ଜଣ ଶିଶୁଙ୍କୁ ଏକ ବିବାହରୁ ଅପହରଣ କରା ଯାଇଥିଲା । ତିନିଜଣଙ୍କୁ ହତ୍ୟା କରାଯିବା ପରେ ଏକ ଆଖୁ ଖେତର ଟ୍ୟୁବ୍ଓ୍ବେଲ୍ ନିକଟରେ ଫୋପଡା ଯାଇଥିଲା । ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ହତ୍ୟା ପୁର୍ବରୁ ଭୟଙ୍କର ଶାରିରୀକ ଯନ୍ତ୍ରଣା ଦିଆଯାଇଥିବା ଅନୁମାନ କରାଯାଉଛି । ଫଇସଲାବାଦର ଏକ ବିବାହ ମଣ୍ଡପରୁ ଏହି ତିନି ପିଲାଙ୍କ ଅପହରଣ କରାଯାଇଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ ଏହାର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ସାଲେମପୁର ଥାନା ଆରକ୍ଷୀ ଅବଧେଶ ଅବସ୍ଥି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପ୍ରାରମ୍ଭିକ ତଦନ୍ତ ଚାଲୁ ରହିଥିବା ଜଣାଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯିବାରୁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ…
ନିର୍ଦ୍ଦେଶକ ନୀରଜ ପାଣ୍ଡେ ନିଜକର ଆଗାମୀ ଓ୍ବେବ୍ ସିରିଜ୍ ନେଇ ଘୋଷଣା କରିଛନ୍ତି। ପରେଶ ରାଓ୍ବଲ ଏବଂ ଜିମ୍ମି ଶେର୍ଗିଲ୍ ଏହି ସିରିଜ୍ରେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଥିବା ବେଳେ ମାସୁଦ୍ ଆଝାର ଉପରେ କାହାଣୀ ରହିବ। ୨୦୦୧ରେ ହୋଇଥିବା ସଂସଦ ଆକ୍ରମଣକୁ ମଧ୍ୟ ଓ୍ବେବ୍ ସିରିଜ୍ରେ ଦେଖାଯିବ। ପାଣ୍ଡେଙ୍କ ପୂର୍ବ ଫିଲ୍ମ ଆୟାରୀ ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଥିଲା। ପୂର୍ବରୁ ଅଜୟ ଦେବଗନଙ୍କୁ ନେଇ ଚାଣକ୍ୟ ନିର୍ମାଣ କରିବାକୁ ଚାହୁଁଥିଲେ ପାଣ୍ଡେ। ମାତ୍ର ଅଜୟଙ୍କ ନିକଟରେ ସମୟ ନଥିବାରୁ ଏହି ଓ୍ବେବ୍ ସିରିଜ୍ର ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସପ୍ତାହରୁ ଏହି ସିରିଜ୍ର ସୁଟିଂ ଆରମ୍ଭ ହେବ ବୋଲି ନୀରଜ ସୂଚନା ଦେଇଛନ୍ତି। ‘ଟାଇଗର୍ ଜିନ୍ଦା ହେ’ ରେ ଖଳନାୟକ ଭୂମିକାରେ ନଜର ଆସିଥିବା ସଜ୍ଜାଦ ଡେଲାଫ୍ରୁଜ୍ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ବୋଲି ନୀରଜ ସୂଚନା ଦେଇଛନ୍ତି।

