ଅର୍ଜୁନ୍ କପୁର୍ ଅଭିନୀତ ଫିଲ୍ମ ଇଣ୍ଡିଆସ ମୋଷ୍ଟ ଓ୍ବାଣ୍ଟେଡ୍ର ଟ୍ରେଲର ରିଲିଜ୍ ହୋଇଛି । ଅର୍ଜୁନ୍ କପୁର୍ ଟ୍ବିଟ୍ଟର ଜରିଆରେ ଫିଲ୍ମର ଟ୍ରେଲରଟିକୁ ସେୟାର କରିଥିଲେ । ଫିଲ୍ମଟିରେ ଅର୍ଜୁନ ଜଣେ ଗୁଇନ୍ଦା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି ଯିଏକି ଅନ୍ୟ ୪ ସହଯୋଗୀଙ୍କ ସହ ମିଶି ଜଣେ ଆତଙ୍କବାଦୀକୁ ଧରିବାକୁ ନେପାଳ ଯାଉଛି । ଟିଜର୍ ରିଲିଜ୍ ପରେ ସମସ୍ତେ ଅର୍ଜୁନଙ୍କ ଅଭିନୟକୁ ପ୍ରଶଂସା କରିଥିବା ବେଳେ ଟ୍ରେଲର ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ରିଲିଜ୍ ହେବାର ତିନି ଘଣ୍ଟା ମଧ୍ୟରେ ଟ୍ରେଲରଟିକୁ 12 ଲକ୍ଷ ଲୋକ ସାରିଲେଣି । ରାଜକୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ମେ ୨୪ରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି କିଛି ସତ୍ୟ ଘଟଣାରୁ ପ୍ରେରିତ ବୋଲି ନିର୍ଦ୍ଦେଶକ ରାଜକୁମାର ଗୁପ୍ତା କହିଛନ୍ତି । ଅର୍ଜୁନଙ୍କ ବ୍ୟତିତ ରାଜେଶ ଶର୍ମା, ଶାନ୍ତିଲାଲ ମୁଖାର୍ଜୀ ଏବଂ ପ୍ରଶାନ୍ତ ମୁଖ୍ୟ…
Author: Samikhsya Bureau
ଉଗ୍ର ରୂପ ଧାରଣ କରି ଓଡ଼ିଶା ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଫନି’। ଏହା ପୁରୀଠାରୁ ୩୬୦କିମି ଦୂରରେ ରହିଛି। କାଲି ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଏହା ପୁରୀ ପାଖାପାଖି ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି କରାଯାଉଛି। ସେଥିପାଇଁ ଉପକୂଳ ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳର ରହୁଥିବା ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଆଜି ଦିନ ୧୦ଟା ୩୦ ସୁଦ୍ଧା ୨୫ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅପରାହ୍ଣ ଅଢ଼େଇଟା ସୁଦ୍ଧା ଅଢ଼େଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ୭ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଫାନିରେ ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲ୍ଲାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଛି ।…
ଦେଶରେ ସପ୍ତଦଶ ନିର୍ବାଚନ ଆରମ୍ଭ ହୋଇଯାଇଛି । ଚାରୋଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ବାକି ରହିଛି । ତେବେ ଆଗାମୀ ପର୍ଯ୍ୟାୟ ନିର୍ବାଚନକୁ ସକାଳ ୭ ପରିବର୍ତ୍ତେ ସକାଳ ୫ଟାରୁ ଆରମ୍ଭ କରିବା ଉପରେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମ୍କୋର୍ଟ । ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ଚାଲିଥିବାରୁ ସକାଳ ୫ଟାରୁ ମତଦାନ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଜରୁରୀକାଳୀନ ଭିତ୍ତିରେ ଏକ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି। ପୂର୍ବରୁ ରାମଜାନ୍ ସମୟରେ ଭୋଟ୍ଗ୍ରହଣ ବନ୍ଦ କରିବା ପାଇଁ କିଛି ମୁସଲମାନ୍ ଧର୍ମାବଲମ୍ବୀମାନେ ଦାବି କରିଥିଲେ । ରାମଜାନ୍ ସମୟରେ ଭୋଟ୍ ହାର୍ କମ ହେବ ବୋଲି ଆଶଙ୍କା କରି ଏହି ମାସରେ ଭୋଟ୍ଗ୍ରହଣ କରାନଯିବା ନେଇ ପ୍ରସ୍ତାବ ଦେଇଥିଲେ । ତେବେ ନିର୍ବାଚନ କମିଶନ ନିର୍ବାଚନ ପ୍ରକ୍ରିୟାରେ…
ରବର୍ଟ ଭଦ୍ରା ଅର୍ଥ ହେରଫେର ମାମଲାରେ ନିଜର ଅନ୍ତିମ ରିପୋର୍ଟ ଦାଖଲ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅଧିକ ସମୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ଲଣ୍ଡନର ଏକ କମ୍ପାନୀ ୧.୯ ମିଲିୟନ୍ ପାଉଣ୍ଡର ଅର୍ଥ ହେରଫେର ମାମଲା ରୁଜୁ କରିଥିଲା । ଜଷ୍ଟିସ୍ ହିମା କୋହଲି ଏବଂ ବିନୋଦ ଗୋଏଲଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଇଡିକୁ ଜୁଲାଇ ୧୮ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ପୂର୍ବରୁ ଏହି ମାମଲାକୁ ନେଇ ତାଙ୍କୁ ଅଯଥା ହଇରାଣ କରାଯାଉଛି ବୋଲି ଭଦ୍ରା ଏବଂ ତାଙ୍କର ସହଯୋଗୀ ମନୋଜ ଅରୋରା ରାଜସ୍ଥାନ କୋର୍ଟରେ ଏକ ମାମଲା ଦାଏର କରିଛନ୍ତି ।
ତୀବ୍ର ଗତିରେ ଓଡିଶା ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ଫାନି । ଧୀରେ ଧୀରେ ଏହା ଉଗ୍ର ରୂପ ଧାରଣ କରୁଛି । ଏହାର ଗତି ବେଳକୁ ବେଳ ବଢି ଚାଲିଛି । ବାତ୍ୟା ପ୍ରଭାବରେ ବିପର୍ଯ୍ୟୟର ଆଶଙ୍କା କରି ଫାନିର ମୁକାବିଲା କରିବା ପାଇଁ କେନ୍ଦ୍ରୀୟ ସ୍ତରରୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ପାଣିପାଗ ବିଭାଗ, ମୁଖ୍ୟ ସଚିବ, ଏନ୍ଡିଆର୍ଏଫ୍ର ବରିଷ୍ଠ ଅଧିକାରୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଉପ ମୁଖ୍ୟ ସଚିବ ଉପସ୍ଥିତ ରହିଥିଲେ । ବାତ୍ୟା ପ୍ରଭାବିତ ରାଜ୍ୟ ଗୁଡିକୁ ତୁରନ୍ତ ଯଥା ସମ୍ଭବ ସାହାଯ୍ୟ ଯୋଗେଇ ଦେବାକୁ ସେ ଆଲୋଚନା କରିବା ସହିତ ପ୍ରଭାବିତ ରାଜ୍ୟଗୁଡିକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ।
ଆଗୁଆ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଫନି’। କାଲି ଦିନ ୧୦ଟାରୁ ୧୨ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆଶଙ୍କା କରାଯାଉଛି। ଏହା ପୁରୀଠାରୁ ୩୬୦ କିମି ଦୂରରେ ରହିଛି ଏବଂ ଘଣ୍ଟାପ୍ରତି ୧୬ କିମି ବେଗରେ ଆଗେଇ ଆସୁଛି। ପୁରୀ ପାଖାପାଖି ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି। ଯାହା ଅନୁମାନ କରାଯାଉଛି, ‘ଫନି’ ସାତପଡ଼ା ନିକଟରେ ଲ୍ୟାଣ୍ଡଫଲ୍ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିମି ରହିବ। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିମି ବି ହୋଇପାରେ। ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ବି ଆରମ୍ଭ ହୋଇଗଲାଣି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଜପତି ସହିତ ଭୁବନେଶ୍ୱରରେ ବର୍ଷା ଆରମ୍ଭ ହୋଇଥିବା ସୂଚନା ମିଳିଛି। ସେହିପରି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍, ବିଜୟନଗରମ୍ ଓ ବିଶାଖାପଟନମ୍ ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି।
ଲୋକସଭା ନିର୍ବାଚନ ପାଇଁ ଭାରତର ରାଜନୈତିକ ପାଣିପାଗ ବେଶ୍ ସରଗରମ ରହିଛି। ଏହାରି ଭିତରେ ଚାଲିଛି ଆରୋପ ପ୍ରତ୍ୟାରୋପ। ଗୁଜୁରାଟର ପୂର୍ବ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି। ପୁଲ୍ଓ୍ବାମା ଆକ୍ରମଣକୁ ଭାଜାପାର ଏକ ଷଡଯନ୍ତ୍ର ବୋଲି କହିବା ସହିତ ଗୋଧ୍ରା ଦଙ୍ଗା ପରି ପୁଲ୍ଓ୍ବାମା ଆକ୍ରମଣ ମଧ୍ୟ ବିଜେପିର ଏକ ପୂର୍ବ ପ୍ରସ୍ତୁତ କାର୍ଯ୍ୟକ୍ରମ ବୋଲି କହିଛନ୍ତି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଯେଉଁ ଗାଡିରେ ଆର୍ଡିଏକ୍ସ ନିଆଯାଉଥିଲା ତା’ର ରେଜିଷ୍ଟ୍ରେଶନ ନମ୍ବର ଗୁଜରାଟର ଥିଲା। ତେଣୁ ନିର୍ବାଚନ ଜିତିବା ଲାଗି ବିଜେପି ଆତଙ୍କବାଦୀଙ୍କ ସାହାରା ନେଇଥିବା ବାଘେଲା କହିଛନ୍ତି। କାରଣ ଗତ ୫ ବର୍ଷ ଭାଜପା ଶାସନ ସମୟରେ ବହୁ ଆତଙ୍କବାଦୀ ଆକ୍ରମଣ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ବାଲାକୋଟ ଆକ୍ରମଣରେ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇ ନାହିଁ। କାରଣ କୌଣସି ବିଦେଶୀ ଏଜେନ୍ସି ଏହାର ସ୍ପଷ୍ଟ ଚିତ୍ର ଦେଇନାହିଁ। ବାଲାକୋଟ୍ ଆକ୍ରମଣ…
ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ପକ୍ଷରୁ ଏହାର ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ତାଲିକାରେ ପୁଅଙ୍କ ଅପେକ୍ଷା ଝିଅ ବାଜି ମାରିଥିବା ବେଳେ ଦୁଇ ଜଣ ଝିଅ ଟପ୍ପର ତାଲିକାରେ ରହିଛନ୍ତି। ମେ ୨ରେ ପ୍ରକାଶିତ ପରୀକ୍ଷା ଫଳରେ ଡିପିଏସ୍ ଗାଜିଆବାଦର କରିଶ୍ମା ଅରୋରା ଏବଂ ମୁଜାଫରନଗରର ହଂସିକା ଶୁକ୍ଲା ଟପ୍ପର ରହିଛନ୍ତି। ଉଭୟ ୯୮.୮ ପ୍ରତିଶତ ମାର୍କ ରଖିଛନ୍ତି। ୫୦୦ ମାର୍କରୁ ଉଭୟ ୪୯୯ ମାର୍କ ରଖିଛନ୍ତି। ସିବିଏସ୍ଇ ଓ୍ବେବ୍ସାଇଟ୍ ଅନୁଯାୟୀ ତ୍ରିଭେନ୍ଦ୍ରମରେ ସର୍ବାଧିକ ପାଶହାର ୯୮.୨ ପ୍ରତିଶତ ରହିଥିବା ବେଳେ ଚେନ୍ନାଇରେ ଏହା ସର୍ବନିମ୍ନ ୨୯.୯୩ ପ୍ରତିଶତ ରହିଛି। ଦିଲ୍ଲୀରେ ପାଶ୍ ହାର ୯୧.୮୭ ପ୍ରତିଶତ ରହିଛି। ଚଳିତ ବର୍ଷ ୮୮.୭ ପ୍ରତିଶତ ଝିଅ ପାଶ୍ କରିଥିବା ବେଳେ ପୁଅଙ୍କ ପାଶ୍ ହାର ୭୯.୪ ପ୍ରତିଶତ ରହିଛି।
ସାମୁଦ୍ରିକ ଝଡ଼ ‘ଫାନି’ରେ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବାତ୍ୟା ପାଇଁ କୌଣସି ଭୟଭୀତ ହେବାର କାରଣ ନାହିଁ, ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବାତ୍ୟା ସମୟରେ ମହିଳା, ଶିଶୁ, ଗର୍ଭବତୀ ମହିଳା, ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାମାନଙ୍କ ଯତ୍ନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଏପରିକି ଟେଲିଫୋନ ସର୍ଭିସ ପ୍ରୋଭାଇଡରଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। ବାତ୍ୟା ସମୟରେ କିପରି ସେବା ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ…
‘ପ୍ୟାର୍ କା ପଞ୍ଚନାମା’ ଓ ’ଟୟଲେଟ୍ – ଏକ ପ୍ରେମ୍ କଥା’ ପରି ଫିଲ୍ମରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ଅଭିନେତା ଦିବ୍ୟେନ୍ଦୁ ଏବେ ଅପ୍କମିଙ୍ଗ୍ ଓ୍ବେବଫିଲ୍ମ ‘ବଦନାମ ଗଲୀ’ରେ ନଜର ଆସିଲେ । ଏଥିରେ ସେ ଜଣେ ଧାର୍ମିକ ବ୍ୟକ୍ତିର ଚରିତ୍ର ନିଭାଇବ । ଏହି ଓ୍ବେବ ଫିଲ୍ମରେ ଦିବ୍ୟେନ୍ଦୁଙ୍କ ସହ ପତ୍ରଲେଖା ମଧ୍ୟ ଅଭିନୟ କରିବେ । ଏହି ଫିଲ୍ମରେ ଚରିତ୍ରକୁ ନେଇ ଦିବ୍ୟେନ୍ଦୁ କହିଛନ୍ତି ଯେ, ରଣଦୀପ ସିଂ ସୋଢୀ ଚରିତ୍ରରେ ନଜର ଆସିବେ, ଯିଏ କି ଜଣେ ଭଲ ପଞ୍ଜାବ ପରିବାରର ଆସିଥିବାବେଳେ ବାସ୍ତବରେ ନିଜ ଜୀବନ ସହିତ ସେ ପୂରାପୂରି ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମରେ ଚିତ୍ରଲେଖା ଜଣେ ସରୋଗେଟ୍ ମା’ ଭୂମିକାରେ ଅଭିନୟ କରୁଛନ୍ତି ।
ତାମିଲ ସୁପରଷ୍ଟାର ସୂର୍ଯ୍ୟାଙ୍କ ଅପ୍କମିଙ୍ଗ ଫିଲ୍ମ ନନ୍ଦ ଗୋପାଳ କୁମାରନ୍ (ଏନ୍ଜିକେ)ର ଟ୍ରେଲର ରିଲିଜ୍ ହୋଇଛି। ମଙ୍ଗଳବାର ରିଲିଜ୍ ହୋଇଥିବା ଏହି ଟ୍ରେଲରକୁ ରିଲିଜ୍ ପରଠାରୁ ୟୁଟ୍ୟୁବ୍ରେ ୫୦ ଲକ୍ଷ ଲୋକ ଦେଖି ସାରିଲେଣି। ସେଲ୍ଭା ରାଘବନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୂର୍ଯ୍ୟାଙ୍କ ବ୍ୟତିତ ସାଇ ପଲ୍ଲବୀ ଏବଂ ରକୁଲ୍ ପ୍ରୀତ ମଧ୍ୟ ନଜର ଆସିବେ। ମେ ୩୧, ୨୦୧୯ରେ ଏହି ଫିଲ୍ମଟି ରିଲିଜ୍ ହେବ। ରାଜନୈତିକ ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମରେ ସୂର୍ଯ୍ୟା ଜଣେ ଯୁବ ରାଜନେତାର ଚରିତ୍ରରେ ନଜର ଆସିବେ। ଟ୍ରେଲରର ଏକ ଦୃଶ୍ୟରେ ତାଙ୍କ ମା ତାଙ୍କୁ କହୁଥିବା ଦୃଶ୍ୟ ‘ରାଜନୀତି ଏକ ସ୍ମଶାନ, କେହିବି ଏଥିରୁ ଜୀବନ୍ତ ଫେରିନଥାନ୍ତି’ ଅତ୍ୟନ୍ତ ଚମତ୍କାର ରହିଛି। ସାଇ ପଲ୍ଲବୀ ସୂର୍ଯ୍ୟାଙ୍କ ପତ୍ନୀ ଭୂମିକାରେ ରହିଥିବା ବେଳେ ରକୁଲଙ୍କ ଜଣେ ସିାମ୍ବାଦିକା ଭୂମିକାରେ ନଜର ଆସିଛନ୍ତି। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ସେଲ୍ଭା ରାଘବନଙ୍କ ଫିଲ୍ମ ରିଲିଜ୍…
ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କେରଳର କାସରଗୋଡ଼ ଓ ପାଲାକ୍କଡରେ ତିନି ସନ୍ଦିଗ୍ଧ ଆତଙ୍କୀକୁ ଜେରା କରୁଛି। ଏହି ତିନି ଜଣ ଆଇଏସ୍ଆଇଏସ୍ ସହ ସଂଶ୍ଳିଷ୍ଟ ଥିବା ଆଶଙ୍କାରେ ଚଢାଉ କରିଛି। ଏଜେନ୍ସିର ସନ୍ଦେହ ଯେ ଏହି ତିନି ଜଣ ଦୁର୍ଦ୍ଦାନ୍ତ ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ ହେବା ପାଇଁ ଦେଶ ଛାଡିବାକୁ ଥିବା ଲୋକଙ୍କ ସଂପର୍କରେ ଥିଲେ। ଏହା ବ୍ୟତୀତ ଏନଆଇଏ କାସରଗୋଡରେ ରହୁଥିବା ଅବୁ ବକର ଓ ଅହମ୍ମଦକୁ ସୋମବାର ସୁଦ୍ଧା କୋଚି ସ୍ଥିତ ସ୍ଥାନୀୟ ଏନଆଇଏ ଅଫିସରେ ହାଜର ହେବାକୁ କହିଛନ୍ତି। ସନ୍ଦିଗ୍ଧଙ୍କ ଘରେ ଚଢାଉ ସମୟରେ ଧାର୍ମିକ ଉପଦେଶ ସହ ଜଡିତ ଡିଭିଡି ଏବଂ ସିଡି କ୍ୟାସେଟ୍ ବ୍ୟତୀତ ଇସଲାମିକ ପ୍ରଚାରକ ଜାକିର ନାଇକର ଭାଷଣର କ୍ୟାସେଟ୍ ମିଳିଛି। ଏଥି ସହିତ ଜାକିର ନାଇକ ଏବଂ ସୈୟଦ କୁଠେବଙ୍କ ପୁସ୍ତକ ମଧ୍ୟ ଜବତ କରାଯାଇଛି। ଚଢାଉ ବେଳେ ଏନଆଇଏକୁ ମୋବାଇଲ ଫୋନ, ସିମକାର୍ଡ, ମେମୋରୀ କାର୍ଡ୍ସ,…
ବାତ୍ୟା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ। ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ବାନାକୁ ପରିବର୍ତ୍ତନ କରାଯାଇ ଏକ ଛୋଟ ବାନା ଲଗାଯାଇଛି। ସାଧାରଣତଃ ବାତ୍ୟା ସମୟରେ ନୀଳଚକ୍ରରେ ବନ୍ଧା ଯାଇଥିବା ୧୨ ହାତ ଲମ୍ବା ପତକା ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥାଏ। ଏତବଡ ବାନା ପ୍ରବଳ ପବନରେ ଉଡିବା ବେଳେ ତାହା ନୀଳଚକ୍ର ଏପରିକି ମନ୍ଦିର ଉପରେ ପ୍ରଭାବ ପକାଇଥାଏ। ବନାଟି ଏପରି ବନ୍ଧାଯାଇଥାଏ ଯେ, ତାହା ସହଜରେ ଖସେ ନାହିଁ। ଫଳରେ ବାତ୍ୟା ସମୟରେ ବାନାଟି ନ ଖସି ତାହା ନୀଳଚକ୍ରକୁ ହଲଚଲ କରିଥାଏ। ପ୍ରତି ଥର ବାତ୍ୟା ବେଳେ ଏହି ଲମ୍ବା ବାନା ବିପଦ ସୃଷ୍ଟି କରୁଥିବାରୁ ଏଥର ଶ୍ରୀମନ୍ଦିର ପ୍ରଶାସନ ଏଥର ଆଗୁଆ ପଦକ୍ଷେପ ନେଇଛି। ଗତକାଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ବୈଠକ ବସି ଏହି ବାନା ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା। ସର୍ବସମ୍ମତି କ୍ରମେ ଏହି ବାନାକୁ ପରିବର୍ତ୍ତନ…
ଇସରତ୍ ଜହାଁ ମିଥ୍ୟା ଏନ୍କାଉଣ୍ଟର ମାମଲାରେ ଦୁଇ ପୂର୍ବତନ ପୋଲିସ୍ ଅଧକାରୀଙ୍କ ବିରୋଧରେ ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ। ଗୁରୁବାର ସ୍ବତନ୍ତ୍ର ସିବିଆଇ କୋର୍ଟ ଦୁଇ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଡିଜି ବଞ୍ଜାରା ଏବଂ ଏନ୍ କେ ଅମିନ୍ଙ୍କ ବିରୋଧରେ ମାମଲା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୧୬ ଏପ୍ରିଲ୍ରେ କୋର୍ଟ ଏହି ମାମଲାର ଅନ୍ତିମ ଶୁଣାଣି କରିଥିଲେ ଏବଂ ଦୁଇ ତାରିଖରେ ମାମଲାର ରାୟ ପ୍ରକାଶ ନେଇ ଘୋଷଣା କରିଥିଲେ। ଗୁଜରାତ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ଅନୁଦାନ ବ୍ୟବସ୍ଥା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ସିବିଆଇ ଏହି ନିଷ୍ପତ୍ତି ନେଇଥିବା ସ୍ବତନ୍ତ୍ର କୋର୍ଟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୦୪ରେ ୧୯ ବର୍ଷୀୟ ଇସ୍ରତ୍ ଜହାଁ, ଜାଭେଦ୍ ଶେଖ୍ ଆଲିଆସ୍ ପ୍ରଣେଶ ପିଲାଇ, ଅମଜାଦ ଅଲୀ ଆକବରଅଲୀ ରାଣା, ଏବଂ ଜୀସାନ ଜୋହର ଅହମ୍ମଦାବାଦରେ ପୋଲିସ୍ ଏନ୍କାଉଣ୍ଟରରେ ନିହତ ହୋଇଥିଲେ।
ପିଡିପି ମୁଖ୍ୟ ମେହବୁଚବା ମୁ୍ଫ୍ତି ଶିବସେନାର ବୁର୍ଖା ଉପରେ କଟକଣା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଭାରତରେ ଏହାର କୌଣସି ଆବଶ୍ୟକତା ନାହିଁ ଏବଂ ଏହା ଇସ୍ଲାମ ବିରୋଧୀ ବୋଲି କହିଛନ୍ତି। ଶିବସେନାକୁ ସମାଲୋଚନା କରି ମୁଫ୍ତି କହିଛନ୍ତି, ସେନାର ଏଭଳି ମନ୍ତବ୍ୟ ପରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧି ଯାଉଥିବା ମୁସ୍ଲିମ୍ ମହିଳାଙ୍କୁ ଏହାପରେ ସମସ୍ତେ ସନ୍ଦେହ ଚକ୍ଷୁରେ ଦେଖିବେ। ଏହା ଦ୍ବାରା ଦେଶର ବିବିଧତା ନଷ୍ଟ ହେଉଛି ବୋଲି ଏକ ଟ୍ବିଟ୍ କରି ଲେଖିଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ଶିବସେନାର ମୁଖପତ୍ର ‘ସାମ୍ନା’ରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ଶ୍ରୀଲଙ୍କା ଏବଂ ଅନ୍ୟାନ୍ୟ ରାଷ୍ଟ୍ର ପରି ଭାରତରେ ମଧ୍ୟ ବୁର୍ଖା ଓ ସେହି ପ୍ରକାରର ମୁହଁ ଢ଼ାଙ୍କୁଥିବା ଜିନିଷକୁ ବନ୍ଦ କରାଯାଉ ଏବଂ ଦେଶର ହିତ ପାଇଁ ଏହି ଦାବି କରାଯାଉଛି ବୋଲି ମଧ୍ୟ ସାମ୍ନାରେ…
ଚାମ୍ପିୟନ୍ସ ଲିଗ୍ ସେମି ଫାଇନାଲ୍ରେ ଲିଓନେଲ୍ ମେସିଙ୍କ ନେତୃତ୍ବାଧୀନ ବାର୍ସେଲୋନା ୩-୦ ଗୋଲ୍ରେ ଲିଭରପୁଲ୍କୁ ପରାସ୍ତ କରିଛି। ସେମିଫାଇନାଲ୍ର ପ୍ରଥମ ଚରଣରେ ମେସିଙ୍କ ଡବଲ୍ ଗୋଲ୍ ବଳରେ ୩-୦ର ଅଗ୍ରଣୀ ହାସଲ କରିଛି। ଲୁଇସ୍ ସୁଆରେଜ୍ ମ୍ୟାଚ୍ର ୨୬ ତମ ମିନିଟ୍ରେ ଦଳ ତରଫରୁ ପ୍ରଥମ ଗୋଲ୍ ସ୍କୋର କରିଥିବା ବେଳେ ମ୍ୟାଚ୍ର ୭୫ ମିନିଟ୍ ଏବଂ ୮୨ ତମ ମିନିଟ୍ରେ ଅଧିନାୟକ ମେସି ଅନ୍ୟ ଦୁଇ ଗୋଲ ସ୍କୋର କରିଥିଲେ। ଏହା ସହିତ ଏହି ମ୍ୟାଚ୍ରେ ବାର୍ସେଲୋନା ପାଇଁ ମେସି ୬୦୦ ତମ ଗୋଲ ସ୍କୋର କରିଛନ୍ତି। ମ୍ୟାଚ୍ ପୂର୍ବରୁ ୫୯୮ ତମ ଗୋଲ ସ୍କୋର କରିଥିବା ମେସି ଏକ ଜବରଦସ୍ତ ଫ୍ରି କିକ୍ ଜରିଆରେ ନିଜର ୬୦୦ ତମ ଗୋଲ ସ୍କୋର କରିବା ସହିତ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଆସନ୍ତା ୮ ତାରିଖରେ ଏହି ସେମି ଫାଇନାଲ୍ର ଦ୍ବିତୀୟ ଚରଣ ଅନୁଷ୍ଠିତ ହେବ।
ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମ୍କୋର୍ଟର ବିଚାର କମିଟି ସାମ୍ନାରେ ହାଜର ହୋଇଛନ୍ତି। ଜଷ୍ଟିସ୍ ଏସ୍ଏ ବୋବଡେଙ୍କ ନତୃତ୍ବାଧୀନ କମିଟି ସମ୍ମୁଖରେ ହାଜର ହୋଇଛନ୍ତି ରଞ୍ଜନ ଗୋଗୋଇ। ଗତକାଲି ଅଭିଯୋଗ କାରିଣୀ ବିନା ଓକିଲରେ ବିଚାର କମିଟିର ସାମ୍ନା କରିବା ପାଇଁ ମନା କରିବା ପରେ ଶ୍ରୀ ଗୋଗୋଇ କମିଟି ନିକଟରେ ହାଜର ହୋଇଛନ୍ତି। ଏହି ମାମଲାରେ ବିଚାର କମିଟି ନିକଟରେ ହାଜର ହେବା ପାଇଁ ଶ୍ରୀ ଗୋଗୋଇଙ୍କୁ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। କମିଟିରେ ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ବ୍ୟତିତ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଇନ୍ଦୁ ମଲହୋତ୍ରା ମଧ୍ୟ ସଦସ୍ୟ ରହିଛନ୍ତି। ଗତକାଲି ଅଭିଯୋଗ କାରିଣୀ ଏହି କମିଟି ସାମ୍ନାରେ ହାଜର ନହେବା ପାଇଁ ଘୋଷଣା କରିଥିଲେ। ଅଭିଯୋଗ କାରିଣୀ କହିଥିଲେ, ସୁପ୍ରିମ୍କୋର୍ଟରେ ମୁଁ ଅଭିଯୋଗ କରିଥିଲି ଏବଂ ଏକ ବାହ୍ୟ କମିଟିର ଆଶା କରିଥିଲି ମାତ୍ର ଗୋଗୋଇଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଲୋକ ଏହି…
ବାୟୁସେନାର ଉପମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ରାକେଶ କୁମାର ସିଂ ଭଦୋରିୟା। ଅନୀଲ ଖୋସଲାଙ୍କ ସ୍ଥାନରେ ଏୟାର ମାର୍ସାଲ ରାକେଶ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୫ ଜୁନ୍ ୧୯୮୦ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିବା ରାକେଶ ସିଂ ଏନ୍ଡିଏରୁ ପାଶ୍ ହୋଇଥିଲେ। ୪୨୫୦ଘଣ୍ଟାର ବିମାନ ଉଡାଣ ଅଭିଜ୍ଞତା ସହିତ ୨୬ ପ୍ରକାରର ବିମାନ ଚଳାଚଳର ଅଭିଜ୍ଞତା ରଖିଛନ୍ତି ରାକେଶ। ଦୀର୍ଘ ୪୦ ବର୍ଷର ସେବା ପରେ ଶ୍ରୀ ଖୋସ୍ଲା ସୋମବାର ନିଜ ଦାୟିତ୍ବରୁ ଅବ୍ୟାହତି ନେଇଥିଲେ। ଖୋସଲାଙ୍କ ସ୍ଥାନରେ ଯୋଗ ଦେଇଥିବା ରାକେଶ ସିଂ ଭଦୋରିଆଙ୍କୁ ପରମ ବିଶିଷ୍ଟ ସେବା ସମ୍ମାନ, ଅତି ବିଶିଷ୍ଟ ସେବା ସମ୍ମାନ ଏବଂ ବାୟୁସେନା ପଦକରେ ସମ୍ମାନିତ କରାଯାଇଛି।
ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୯୪୨ ଟି ବୋମା ବିସ୍ଫୋରଣ ହୋଇଥିବା ବେଳେ ଏହାକୁ ଶୁଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର କାନ ଖୋଲା ରଖନ୍ତୁ ବୋଲି କହିଛନ୍ତି କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ। ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ଦୁଇଦିନ ତଳେ ମୋଦି କହିଥିଲେ ଦେଶରେ ୨୦୧୪ ପରଠାରୁ କୌଣସି ବିସ୍ଫୋରଣ ହୋଇନାହିଁ। ଗତକାଲି ମହାରାଷ୍ଟ୍ରର ଗଡିଚିରୋଲିରେ ଏକ ବିସ୍ଫୋରଣରେ ୧୬ ସୁରକ୍ଷା କର୍ମୀଙ୍କ ପ୍ରାଣହାନି ପରେ ରାହୁଲ ଟ୍ବିଟ୍ଟର ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି। ରାହୁଲ କହିଛନ୍ତି ୨୦୧୪ ପରଠାରୁ ମୋହରା, ଦାନ୍ତେଓ୍ବାଡେ, ପାଲାମୁ, ଅଉରଙ୍ଗାବାଦ, କୋରାପୁଟକ, ସୁକମା, ଅଓ୍ବାପଲ୍ଲୀ ଏବଂ ଛତିଶଗଡରେ ବିସ୍ଫୋରଣ ଘଟିଛି। ଏହି ସମସ୍ତ ବିସ୍ଫୋରଣରେ ଦେଶ ଏହାର ଅନେକ ସୁରକ୍ଷାକର୍ମୀଙ୍କୁ ହରାଇଛି। ଏହି ସମସ୍ତ ଘଟଣା ଶୁଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିଜ କାନ ଖୋଲା ରଖିବାକୁ ପଡିବ ବୋଲି ରାହୁଲ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା…
ସାମୁଦ୍ରିକ ଝଡ ଫାନି ଧିରେ ଧିରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏହା ଓଡିଶାରୁ ମାତ୍ର ୪୫୦ କିମି ଦୂରରେ ରହିଛି। ଆସନ୍ତାକାଲି ସଂଧ୍ୟାରେ ଏହା ପୁରୀ ନିକଟବର୍ତ୍ତୀ କୌଣସି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ଅନୁମାନ କରାଯାଉଛି। ଏହାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର ପୁରୀରେ ରହିଥିବା ବାହାର ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତକାଲି ପୁରୀ ଜିଲ୍ଲାପାଳ ଆଜି ସୁଧା ପର୍ଯ୍ୟଟକଙ୍କୁ ପୁରୀ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଏବଂ ବସ ଆରମ୍ଭ ହୋଇଛି। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ୫ଟି ଓଏସଆରଟିସି ବସ କରାଯାଇଛି। ଏଥିରେ ୬୫୦ଟଙ୍କା ଦେଇ କୋଲକାତା ଯାଇପାରିବେ। ଏହା ସକାଳ ୧୦ଟାରେ ଛାଡିବ। ସେହିପରି ପୁରୀରୁ ସାଲିମାର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହା…
କେଦାର ମିଶ୍ର ନିର୍ବାଚନ ସରୁ ସରୁ ଓଡିଶାର ସାମାଜିକ ପରିମଣ୍ଡଳ ଟିକେ ଶାନ୍ତ ରହିବା ବୋଲି ଆମେ ବିଚାର କରୁଥିଲୁ। ହେଲେ ଠିକ ସେଇ ସମୟରେ ଗୋଟେ ଦିଗରୁ ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳକୁ ମାଡି ଆସୁଛି ଓ ବାତ୍ୟାକୁ କେନ୍ଦ୍ର କରି ଓଡିଶା ରାଜନୀତିର ଘୂର୍ଣ୍ଣି ଆହୁରି ଭୟଙ୍କର ଲାଗୁଛି। ଆପାତତଃ ଶାନ୍ତିପୂର୍ଣ୍ଣ ଭାବରେ ଓଡିଶାର ଚାରୋଟି ଯାକ ପର୍ୟାୟ ନିର୍ବାଚନ ସମାହିତ କରିଥିବାରୁ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଧନ୍ୟବାଦ ପାଇବା ପରିବର୍ତ୍ତେ ଭାରତୀୟ ଜନତା ପାର୍ଟି ଓ ଏହାର ସଦା କ୍ରୋଧିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଶର ଶିକାର ହୋଇଛନ୍ତି। ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜଣେ ଭ୍ରଷ୍ଟ ଅଧିକାରୀ ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଏ ପ୍ରକାର ଅଭିଯୋଗର ଆଧାର କଣ, ସେ କଥା କାହାକୁ ଜଣାନାହିଁ। ଓଡିଶା ଯେତେବେଳେ ଏକ ବିରାଟ ପ୍ରାକୃତିକ ବିପର୍ୟୟକୁ ମୁକାବିଲା କରିବାକୁ…

